ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ
ଲେଖକ : ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ପ୍ରକାଶକ : ଅଗ୍ରଦୂତ
ବାଙ୍କା ବଜାର,କଟକ ,ଓଡ଼ିଶା
ପ୍ରଥମ ପ୍ରକାଶ : ମହାବିଷୁବ ସଂକ୍ରାନ୍ତି, ୨୦୧୬
କମ୍ପୁ୍ୟଟର ସହାୟତା : ଶୁଭମ୍ କମ୍ପୁ୍ୟଟର, ପାଟଣାଗଡ଼, ଓ ଏମ୍. ପ୍ରିଣ୍ଟର୍ସ, କଟକ
ପ୍ରଚ୍ଛଦପଟ୍ଟ : ବିଜୟ କୁମାର ପ୍ରଧାନ
ମୁଦ୍ରଣ : ରୟାଲ୍ ହାଫ୍ଟୋନ, କଟକ
ଅଭିମତ
ଶ୍ରୀମଦ୍ଭଗବତ୍ ଗୀତାପଦ୍ମଶ୍ରୀ ବିଦ୍ୟାବାଚସ୍ପତି ଡ. ଶ୍ରୀନିବାସ ଉଦ୍ଗାତା, ଡି.ଲିଟ୍
ପୌରାଣିକ କଥାଭାଗର କ୍ଷେତ୍ର ସୀମିତ । ମାତ୍ର, ସେହି ଆଖ୍ୟାନ ଉପାଖ୍ୟାନମାନଙ୍କରେ ଅନ୍ତର୍ନିହିତ ତତ୍ୱ-ଦର୍ଶନର ବ୍ୟାପ୍ତି ଅସୀମିତ। ସାରସ୍ବତ ସର୍ଜନା ହେତୁ ଅନ୍ତରଙ୍ଗ ପ୍ରତିବଦ୍ଧତା ଭାବରେ ମୂଳ କଥାଟି ହେଉଛି ସତ୍ୟାନ୍ୱେଷଣ ଓ ସତ୍ୟୋଦ୍ଘାଟନ । ଲକ୍ଷ୍ୟ “ଶିବେତର କ୍ଷତୟେ” । ସେହି ଦୃଷ୍ଟିରୁ ଆଦି ମହାକବି ବାଲ୍ମୀକି ହୁଅନ୍ତୁ କିମ୍ବା ଶ୍ରୀକୃଷ୍ଣ ଦ୍ୱୈପାୟନ ବ୍ୟାସଦେବ ହୁଅନ୍ତୁ; ଏପରି କି ଅବତରିତ ସତ୍ ସାରସ୍ବତ ପୁରୁଷ, ପ୍ରତି କାଳର ଶ୍ରୀ କୃଷ୍ଣଦ୍ୱୈପାୟନମାନେ, ଧର୍ମପାଳନବତ୍ ଆପଣାର ସମକାଳୀନ ଯାହା ମାନବ ସମାଜରେ ଶାନ୍ତି, ଶୃଂଖଳା, ଧର୍ମ, ଅନୁଶାସନର କ୍ଷେତ୍ରକୁ ଅବ୍ୟବସ୍ଥିତ କରି ଯେକୌଣସି ବିଚାରରେ ଅସତ୍ୟ, ଅନ୍ୟାୟ, ଅଧର୍ମ, ଅବିଚାରାଦି ସୂତ୍ରରେ ଆପଣାର ସ୍ବାର୍ଥକୈନ୍ଦି୍ରକ ଦୁରାଗ୍ରହରେ ନଶ୍ୱର ଜଗତରେ ବି ଅମରତ୍ୱର ଅଭିଳାଷ କରୁଥିବା କିମ୍ବା ଜଗତ କରତା, ନିୟନ୍ତାର ବିଧିର ବିରୋଧ କରିି ଗର୍ବ, ଅହଙ୍କାରରେ ସଂସ୍କାର-ଭ୍ରଷ୍ଟ ହୋଇଥାନ୍ତି, ତାହା ହିଁ ଆପାତତଃ ସଂସାରରେ ଅଶିବର ବିଭୀଷିକା ଓ ଧ୍ୱଂସଲୀଳା ସଂଘଟିତ କରିଥାଏ ବୋଲି ବିଚାର କରି ଏବଂ ସେହି ସାରସ୍ବତ ପୁରୁଷ, ଯୋଗୀ, ଋଷି-ମୁନି, ତପସ୍ବୀ ଚିନ୍ତକମାନେ ଅଶିବର ବିନାଶ କରି ଶିବର ପ୍ରତିଷ୍ଠା ବ୍ରତୀ ହୋଇଥିବାର ନିଷ୍ଠାପର ଦୃଷ୍ଟାନ୍ତ ଭାବରେ “ରାମାୟଣ” “ମହାଭାରତ”କୁ ସ୍ବୀକାର କରିହେବ । ସେହି ସାଧନା, ତପସ୍ୟା ତଥା ପ୍ରୟାସର ନିରନ୍ତର ପ୍ରବାହର ଅନ୍ତ ହୋଇନାହିଁ ଏବଂ ସେହି ଅନନ୍ତ ପ୍ରବାହରେ ବିଶ୍ୱକୁ ମଧୁମୟ କରି ପ୍ରାଣୀ ମାତ୍ରକୁ ସମୁଚିତ କର୍ବ୍ୟବୋଧରେ ଅନୁପ୍ରାଣିତ କରିବାର ଧ୍ୟେୟରେ ନିରତ ସତ୍ୟର ଅନ୍ୱେଷା ହିଁ କରୁଛନ୍ତି, କାଳକାଳାନ୍ତରରେ ସମକାଳୀନ ସତ୍ସାରସ୍ବତ ପୁରୁଷମାନେ । କଥାଭାଗର ସ୍ଥୂଳ ଆଧାର ସେହି ଅପରିସୀମ ବ୍ୟାପ୍ତିରେ ଅଧିଷ୍ଠିତ ଶାଶ୍ୱତ ତତ୍ୱ ଦର୍ଶନର ଧାରକ । ସେହି ତତ୍ତ୍ୱ୍ୱ-ଦର୍ଶନର ଅନ୍ତ ନାହିଁ ଯେହେତୁ ତା’ର ଉଚ୍ଚାରଣ କୌଣସି ଏକ ନିର୍ଦ୍ଧିଷ୍ଟ କାଳ ବା ସମୟ ଭିତରେ ବାନ୍ଧି ହୋଇ ନ ରହି କାଳକାଳାନ୍ତରରେ ସତ୍ୟ ବୋଲି ପ୍ରତିଷ୍ଠିତ ହୋଇ ଆସିଥିବା ହେତୁ ସବୁ କାଳର ଚିନ୍ତକ ମହର୍ଷିମାନେ ସତ୍ୟାନ୍ୱେଷଣରୁ କ୍ଷାନ୍ତ ହୋଇ ନାହାନ୍ତି ଏବଂ ତହିଁରେ ସମକାଳୀନ ଯଥାର୍ଥ୍ୟର ଉପଯୋଗିତା ଠାବ କରି ସମାଜକୁ ସନ୍ମାର୍ଗ ଦର୍ଶନର ମାଧ୍ୟମରେ ସତ୍ପୁରୁଷ, ସତଧର୍ମଧ୍ୟାୟୀ ଭାବରେ ନୃବଂଶକୁ ପ୍ରତିଷ୍ଠିତ କରି ଜଗତର ମଙ୍ଗଳ କାମନା ହିଁ କରିଛନ୍ତି, କରୁଛନ୍ତି ତଥା କରିବେ ମଧ୍ୟ ।
ସେହି ଅଭିଳାଷରେ ବୋଧଦର୍ଶୀ ଅନ୍ୱେଷୀ ଡାକ୍ତର ସୁଧାଂଶୁ ଶେଖର ମିଶ୍ର “ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ” ଶିରୋନାମାରେ ପ୍ରସଙ୍ଗ ନିର୍ଦ୍ଧାରଣ ପୂର୍ବକ ବହୁ ଭାଷ୍ୟ, ବ୍ୟାଖ୍ୟା, ଟୀକା ବିଶ୍ଳେଷଣର ମନନ ଅଧ୍ୟୟନ କରି ଯୌକ୍ତିକ-ଯଥାର୍ଥ ରୀତିରେ ଆପଣାର ବିଚାର ବ୍ୟକ୍ତ କରିଛନ୍ତି । ଶ୍ରୀ ମିଶ୍ରଙ୍କର ଏହି ସତ୍ପ୍ରୟାସ ନିଶ୍ଚିତ ଭାବରେ ଅଭିନନ୍ଦନୀୟ, ପ୍ରଶଂସନୀୟ । ଆଚାର୍ଯ୍ୟ ଶଙ୍କର ଶ୍ରୀଗୀତାର ଆଦ୍ୟ ଭାଷ୍ୟ ରଚନା କରିଥିଲେ । ତାଙ୍କର ବିଦ୍ୱାର କୌଣସି ତୁଳନା ନାହିଁ । କିନ୍ତୁ, ପରବୀର୍ ପର୍ଯ୍ୟାୟରେ ବିଭିନ୍ନ ସମୟରେ ଶ୍ରୀରାମାନୁଜ, ଶ୍ରୀ ଶ୍ରୀଧରସ୍ବାମୀ ଆଦି ଯେଉଁ ସବୁ ଭାଷ୍ୟ ଟୀକାର ପ୍ରଣୟନ କଲେ ତାହା ଜଗତ୍ଗୁରୁଙ୍କର ଅବମାନନା ନୁହେଁ ,ତାହା ଏକ ପ୍ରକାର ବୋଧ, ବିଚାରର ପଲ୍ଲବନ ଓ ପରିବର୍ଦ୍ଧନ ଯାହା ଉପସ୍ଥିତ କାଳର ସାମାଜିକ ଆବଶ୍ୟକତା ଦ୍ୱାରା ପ୍ରେରିତ । ସେହି କ୍ରମରେ ସ୍ବାମୀ ରାମସୁଖଦାସଙ୍କର “ସାଧକ ସଂଞ୍ଜୀବନୀ”, ଲୋକମାନ୍ୟ ବାଳଗଙ୍ଗାଧର ତିଳକ, ସର୍ବପଲ୍ଲୀ ଡକ୍ଟର ରାଧାକୃଷ୍ଣନ୍, ଆଚାର୍ଯ ବିନୋବା, ମହର୍ଷି ଶିବାନନ୍ଦ, ଭକ୍ତିବେଦାନ୍ତ ସ୍ବାମୀ ପ୍ରଭୁପାଦ, ଜୟଦୟାଲଜୀ ଗୋୟନ୍ଦକାଙ୍କର “ତତ୍ୱବିବେଚନୀ’’ ଆଦିଆଦି ସହିତ ଭାରତୀୟ ଭାଷାମାନଙ୍କରେ ବିପୁଳ ସଂଖ୍ୟକ ଭାଷ୍ୟ, ଟୀକା, ଟୀକାର ଟୀକା ପର୍ଯ୍ୟନ୍ତ ରଚିତ ହୋଇଛି । ଉକ୍ରଳୀୟ ଭାଷା ଟୀକାର ଏକ ପ୍ରଣିଧାନଯୋଗ୍ୟ ବିପୁଳ ଭଣ୍ଡାର ରହିଛି । ପଣ୍ଡିତ ବିହାରୀଲାଲ, ପଣ୍ଡିତ ନୀଳକଣ୍ଠ ଦାସ, ଶ୍ରୀ ଶିବପ୍ରସାଦ ଦାଶ, ମାଳତୀ ଦାସ ଆଦିଙ୍କର ଅଗଣିତ ଭାଷ୍ୟ ବ୍ୟାଖ୍ୟାଦି ସତ୍ୱେ ସେହି ପ୍ରୟାସର ଅନ୍ତ ହୋଇନାହିଁ । ଗ୍ରନ୍ଥାଦି ରଚନା ବ୍ୟତୀତ ପୂଜ୍ୟପାଦ ବାବା ଚୈତନ୍ୟ ଚରଣ ଦାସ, ସ୍ବାମୀ ଶ୍ରୀଶ୍ରୀ ସତ୍ୟପ୍ରଜ୍ଞାନନ୍ଦଜୀ ସରସ୍ବତୀ ପ୍ରମୁଖ ବହୁ ବିଦ୍ୱାନ ତପସ୍ବୀ ମଧ୍ୟ ସାମୟିକ ନିବନ୍ଧ ପ୍ରବଚନାଦି ମାଧ୍ୟମରେ ଶ୍ରୀଗୀତା-ତତ୍ତ୍ୱ୍ୱର ବ୍ୟାଖ୍ୟା ବିଶ୍ଳେଷଣ କରୁଥିବା ସତ୍ୱେ ସେ ପ୍ରୟାସର ସମାପ୍ତି ଘଟିନାହି । ଏହି ମନୀଷୀମାନଙ୍କର ପ୍ରୟାସ ନିଶ୍ଚିତ ଭାବରେ ସ୍ତୁତ୍ୟ । ନିକଟରେ ଦେଖିଥିବା ତତ୍ୱବିଦ୍ ଶ୍ରୀ ଯୋଗେନ୍ଦ୍ର ପଣ୍ଡାଙ୍କର “ଗୀତାମୃତବର୍ଷିଣୀ”, ଶ୍ରୀଯୁକ୍ତ ପ୍ରସନ୍ନକୁମାର ପଣ୍ଡାଙ୍କର “ଗୀତା-ଭାଷ୍ୟ-ସଙ୍କଳନ” ଦୁଇଟି ଉଲ୍ଲେଖନୀୟ କୃତି । ଉକ୍ରଳ-ଭାଷା ବ୍ୟତୀତ ଅଭିନବ କୋସଲି ଭାଷାରେ ବି ଶ୍ରୀଯୁକ୍ତ ଗୋପୀନାଥ ଯୋଷୀ ମହାଶୟ ଶ୍ରୀଗୀତାର ରୂପାନ୍ତରଣ କରିଛନ୍ତି । ତାହା ମଧ୍ୟ ଏକ ସାଧୁ ଉଦ୍ୟମର ଅନ୍ତର୍ଗତ । ଭାରତୀୟ ଭାଷାରେ ହୁଏତ ଅର୍ଦ୍ଧ ସହସ୍ରାଧିକ ଅନୁପମ ଗ୍ରନ୍ଥ ରହିଥିବ । ତଥାପି ବିଚାର ବିଶ୍ଳେଷଣର ଅନ୍ତ ହେବ ନାହିଁ । ସେହି ପର୍ଯାୟରେ ଏକ ସାର୍ଥକ ଓ ସଫଳ ଅବଦାନ ଭାବରେ ବ୍ରହ୍ମାକୁମାର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କର “ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ” ପ୍ରଣିଧାନଯୋଗ୍ୟ ଏକ ମହତ୍ୱପୂର୍ଣ ରଚନା । ଶ୍ରୀ ମିଶ୍ର ନିଶ୍ଚିତ ଭାବରେ ବହୁ ଗ୍ରନ୍ଥର ମନନ ଅଧ୍ୟୟନ କରି ଅର୍ଥର ଅନ୍ୱେଷା କରିଥିବା ସତ୍ୟ, କିନ୍ତୁ ମାତ୍ର ସେହି ଅର୍ଥର ସତ୍ୟାର୍ଥ ଓ ଗୂଢ଼ାର୍ଥ ନିରୂପଣ ତାଙ୍କର ସ୍ବକୀୟ ବିବେଚନାର ଉଦାହରଣ ଭାବରେ ଅବଶ୍ୟ ଗୃହୀତ ହେବ ବୋଲି ମୁଁ ଅସ୍ଥାବନ୍ତ ଓ ବିଶ୍ୱାସୀ । ଆପାତତଃ ଶ୍ରୀଗୀତାର ଅଧ୍ୟାୟ କ୍ରମରେ ଶ୍ଳୋକମାନଙ୍କର ଉଦ୍ଧୃତି ସହିତ ଅନ୍ୱୟ, ଭାଷାନୁବାଦ ଓ ବିଚାର-ବିଶ୍ଳେଷଣ ନ କରି ଶ୍ରୀ ମିଶ୍ର ସମ୍ପୂର୍ଣ୍ଣ ଶ୍ରୀମଦ୍ଗଭବତ୍ଗୀତାର ପ୍ରତ୍ୟେକ ଅଧ୍ୟାୟର ସ୍ବତନ୍ତ୍ର ବିଶ୍ଳେଷଣ ପୂର୍ବକ ଆପଣା ବିଚାରର ପୁଷ୍ଟି-ସାଧନ ନିମନ୍ତେ ହିଁ ସମୀଚୀନ ପଦୋଦ୍ଧାର କରିଛନ୍ତି ଓ ସେପରି ଭାବରେ ଆପଣାର ସ୍ବକୀୟ ମନ୍ତବ୍ୟ-ପ୍ରକାଶ କରିଛନ୍ତି, ତାହା ମହତ୍ୱପୂର୍ଣ୍ଣ ଓ ବିବେଚନୀୟ ।
ଶ୍ରୀମଦ୍ଭଗବତ୍ଗୀତା ମାତ୍ର ଏକ ନିର୍ଦ୍ଧିଷ୍ଟ କାଳ କିମ୍ବା ଉଦ୍ଧେଶ୍ୟ ଭିତରେ ସୀମାବଦ୍ଧ ନୁହେଁ । ତାହା ସର୍ବକାଳୀନ ସତ୍ୟୋଦ୍ଘାଟନକାରୀ ମାର୍ଗଦର୍ଶନ । ସୂ୍ଥଳ ଭାବରେ ବିଚାର କଲେ ସତ୍ୟ, ନ୍ୟାୟ, ଧର୍ମ, ସଦାଚାର, ସମଦର୍ଶୀତା, ନିଷ୍କାମ କର୍ମନିଷ୍ଠା ପ୍ରଭୃତି ନିଶ୍ଚିତ ଭାବରେ ମାନବୀୟ ସଦ୍ଗୁଣ । ତାର ମୂଲ୍ୟ ସେହି ଅନନ୍ତ ଅତୀତରେ ଯାହା ଥିଲା ତାହାହିଁ ରହିଛି, ବରଂ ତାହା ବିଦ୍ୱାନ ଋତଦର୍ଶୀମାନଙ୍କର ବୋଧ ବିଚାରର କଷଟୀରେ ପରୀକ୍ଷିତ ହୋଇ, ଘସିମାଜି ହୋଇ ଅଧିକ ଉଜ୍ଜ୍ୱଳ ହେଉଛି ଓ ହେଉଥିବ । ଅର୍ଥାତ୍ ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କର ପ୍ରୟାସ ଅନ୍ତିମ ପ୍ରଚେଷ୍ଟା ବୋଲି ବିବେଚିତ ହେବନାହିଁ । ହୋଇପାରେ ସତ୍ୟ-ସୋପାନରେ ଉରଣ ସକାଶେ ତାହା ଏକ ଓ ଅନ୍ୟତମ ବଳିଷ୍ଠ ଭିି ଭାବରେ ପରିଗଣିତ ହେବ ।
ଶ୍ରୀମଦ୍ଭଗବତ୍ ଗୀତାର ତତ୍ୱ-ବାରିଧି-ଅବଗାହନ, ସନ୍ତରଣର କ୍ଷମତା ମୋର ନାହିଁ । ତେବେ ମୋ ଭିତରେ ଅନୁରାଗ ଓ ଜିଜ୍ଞାସା ରହିଛି, ଯାହା ଫଳରେ ବହୁବାର ମୂଳ ଓ ବିବିଧ ଟୀକା ବ୍ୟାଖ୍ୟା ପଢ଼ିବାର ପ୍ରୟାସ କରିଛି । ଯେମିତି ସାଗର ତଟ ବାଲିରେ ଠିଆ ହୋଇ ତନ୍ମୟ ସମ୍ମୋହନରେ ପ୍ରଶାନ୍ତ ସାଗରର ଉତ୍ଫେନ ଉାଳ ତରଙ୍ଗ ସମୂହର ଲଳିତ ନର୍ତନ ଆମୋଦ ଦେଇ କିଛିକ୍ଷଣ ସକାଶେ ସ୍ତବ୍ଧ,ପରିତୃପ୍ତ, ଆତ୍ମହରା କରି ଦିଏ, କିଛି ସେପରି ଅନୁଭବ । ଗୋଟାଏ ବିଶେଷ ଅନୁଭବ ଯେ ଅଶାନ୍ତ ବିଚଳିତ ଚି ଶ୍ରୀଗୀତାର ଏକାଗ୍ର ପଠନ ଫଳରେ ବେଶ କିଛି ଶାନ୍ତ ହୋଇଯାଏ; ଯେମିତି ବହୁ ଅଜ୍ଞାତ ଅଗୋଚର କାରଣର ଉର ମିଳିଯାଏ । ସେଭଳି କିଛି ମନ ଭିତରେ ରହିଛି ଯଦିଓ ତାଠାରୁ ଅନେକ ଅଧିକ ଚି ଗହନରେ ହଜି ଯାଇଛି । ମୁଁ ଶ୍ରୀଗୀତାର ମାତ୍ର ସେତିକି ଜାଣିଛି । ମୋର ବୋଧରେ ଯୋଗେଶ୍ୱର ଶ୍ରୀକୃଷ୍ଣ ଓ ପରମ ସଖା ପାର୍ଥଙ୍କର ବିଚାର-ଆଲୋଚନା, ପ୍ରଶ୍ନ ଓ ଉରର ଗହନ ଅରଣ୍ୟରେ ହଜିବା ହିଁ ସାର ହେବ । ପ୍ରତିଟି ଶବ୍ଦ ଓ ଉଚ୍ଚାରଣର ନିହିତ ପ୍ରଶ୍ନ, ତାର ଉର ଏବଂ ସେହି ଉର-ସମ୍ଭୂତ ପ୍ରଶ୍ନରେ ଅତୁଟ କ୍ରମରେ ଯାହା ପ୍ରାପତ ହେବ ତାହା ମୋ ସକାଶେ ହୃଦ୍ବୋଧ କରିବା ବି ସହଜ ନୁହେଁ, ମୋ ଭିତରେ ଗ୍ରାହକତାର ଅଭାବରୁ । ତେଣୁ ଶ୍ରୀଗୀତାକୁ ମଣିଷ ପାଇଁ ସର୍ବକାଳୀନ ଆଚାର ସଂହିତା ବୋଲି ମୁଁ ଧରି ନେଇଛି । ଅନୁଭବ କରିଛି ଯେମିତି ଏ ସଂସାର ମଣିଷଲାଗି ସେଇ “କୁରୁକ୍ଷେତ୍ର” ଯେଉଁଠି ନିତ୍ୟ ନିରତ ମହାସଂଗ୍ରାମ ଚାଲିଛି, ଧର୍ମ-ଅଧର୍ମ, ସତ୍ୟ-ଅସତ୍ୟ, ଈର୍ଷା-ସ୍ବାର୍ଥ-ଅସୂୟା, ଦୁରାଗ୍ରହ ଅନାସ୍ଥା ଆଦି ସହିତ ନିଷ୍କପଟ କର୍ମନିଷ୍ଠା, ସମଦର୍ଶୀ ଅନୁରାଗ ଆଦିର । ସେ ସଂଗ୍ରାମର ଅନ୍ତ ନାହିଁ । ତାହା ଭିତରେ ଯାହାକିଛି କୁହାଯାଇଛି, ତାହା ଯେମିତି ଏକ ସତ୍ପୁରୁଷର ଆଚାର-ଆଚରଣର ସଂହିତା, ବିଧି । ତାର ବିପରୀତ ଅସଦାଚାରୀ ପ୍ରବୃି । ସେଇ ସତ୍ ଓ ଅସତ୍ ତ କୁରୁକ୍ଷେତ୍ରରେ ଏବେ ବି ସଂଗ୍ରାମୀ-ଇଚ୍ଛାରେ ସମବେତ ପକ୍ଷ-ବିପକ୍ଷ । ସତ୍ପୁରୁଷର ବିଚାରରେ “ତୋର-ମୋର”ର ଭେଦ ନଥାଏ । ସଦ୍ବିଚାରର ସମୀଚୀନ ଫଳ ତ ସେଇ ମହାନ ଦାତା ଅବଶ୍ୟ ଦେବ । ତେଣୁ ତ ଆକଟ କରି ବତେଇ ଦେଇଛି,କର୍ମ କରି ଯା’, ପରିଣାମର ଚିନ୍ତା କରନା , ଯାହା ଦେବା କଥା ତାହା ମୁଁ ତୋତେ ଅବଶ୍ୟ ଦେବି, ତହିଁରେ ଅନ୍ୟାୟ ବା ପକ୍ଷପାତିତା କଦାପି ହେବନାହିଁ । ଶ୍ର୍ରୀଗୀତାର ପ୍ରଥମ ଅଧ୍ୟାୟ ଅର୍ଜୁନ-ବିଷାଦ-ଯୋଗର ପ୍ରଥମ ଶ୍ଳୋକରେ ହିଁ ଅସତ ଚିନ୍ତନ ହେତୁ ସେ ଫଳ ଦାତା କି ଫଳ ଦେବ ତାର ଅନୁମାନ କରିହେବ । ମୋତେ ଶ୍ରୀଗୀତାର ଏହି ପ୍ରଥମ ଅଧ୍ୟାୟ ଉପକ୍ରମଣିକା, ପ୍ରସଙ୍ଗ-ଉପସ୍ଥାପନା ଭଳି ମନେହୁଏ ତେଣୁ ଶ୍ରୀଗୀତାର ଯଥାର୍ଥ ଆରମ୍ଭ ଦ୍ୱିତୀୟ ଅଧ୍ୟାୟ ସାଂଖ୍ୟଯୋଗର ଦ୍ୱିତୀୟ ଶ୍ଳୋକ “ଶ୍ରୀଭଗବାନୁବାଚରୁ”...
କୁତସ୍ତ୍ୱା କଶ୍ମଳମିଦଂ ବିଷମେ ସମୁପସ୍ଥିତମ
ଅନାର୍ଯଜୁଷ୍ଟମସ୍ବର୍ଗ୍ୟମକୀିର୍କରମର୍ଜୁନ ।ା୨-୨ାା
କୁରୁକ୍ଷେତ୍ର ସମରାଙ୍ଗଣରେ ସମବେତ ସଂଗ୍ରାମ ଆଗ୍ରହୀ ସେନା ସମୂହରେ, ବନ୍ଧୁ,ସ୍ନେହୀ, ସୋଦର, ମାତୁଳ, ଶ୍ୱଶୁର ଗୁରୁ ଆଦି ପରମାତ୍ମୀୟଙ୍କର ଅବଶ୍ୟମ୍ଭାବୀ ନିଧନ ବିଷୟ ଚିନ୍ତା କରି, ଆପଣାର ସାମର୍ଥ୍ୟ ପ୍ରତି ଦୃଢ଼ ଅସ୍ଥାବନ୍ତ ଅର୍ଜୁନ “ଭୟ”ରେ ନୁହେଁ “ମୋହ”ରେ ବିଷାଦ୍ଗ୍ରସ୍ତ ହୋଇ ପଚାରୁଛନ୍ତି “ସଖା, ବିଜୟ ସୁନିଶ୍ଚିତ । ତେବେ, ତାହା ମୋତେ ରକ୍ତରଂଜିତ ଅନ୍ନସଦୃଶ ପ୍ରାପ୍ତ ହେବ ଯାହା ଅଭୋଗ୍ୟ ।”
ସେତେବେଳେ ଯୋଗେଶ୍ୱର, ଅର୍ଜୁନଙ୍କର ମୋହଭଙ୍ଗ କରିବାକୁ ତଥା ସତ୍ୟର ଯଥାସ୍ଥିତି-ସଚେତନ କରି ଧର୍ମାଚରଣ ପ୍ରବୃ କରିବାକୁ ପ୍ରଶ୍ନ କରିଛନ୍ତି - “ହେ ଅର୍ଜୁନ, ଏହି ବିଷମ ସମୟରେ କେମିତି ତମର ଏ ମୋହ ହେଲା? ତୁମେ ଜଣେ ଶ୍ରେଷ୍ଠ ପୁରୁଷ । ମୋହ, ଶ୍ରେଷ୍ଠ ପୁରୁଷଦ୍ୱାରା ଆଚରିତ ହୋଇ ନଥାଏ । ତାହା ସ୍ବର୍ଗ ପ୍ରଦାୟକ କିମ୍ବା କୀିର୍ ପ୍ରଦାୟକ ମଧ୍ୟ ନୁହେଁ । ଶ୍ରୀମଦ୍ଭଗବତ ଗୀତା ସେହି ତର୍କରେ ସନ୍ନିହିତ ଭାବକୁ ବିଷାଦ ତଥା ମୋହ ମୁକ୍ତିର ଏକ ଅଭିନବ ସଂହିତା ବୋଲି ବି କହିହେବ । ବିଷାଦ ଓ ମୋହର ବହୁବିଧ ସ୍ଥିତି ରହିଛି ଏବଂ ମୋର ଆସ୍ଥା ଯେ ବିବେକୀ ପ୍ରତ୍ୟେକ ସ୍ଥିତିରେ ମୁକ୍ତିର ବାଟ ଖୋଜି ନେଇ ପାରିବେ, ହୃଦ୍ବୋଧ କରି ।
ତେବେ, ପ୍ରଥମ ଅଧ୍ୟାୟର ପ୍ରଥମ ଉଚ୍ଚାରଣରେ ହିଁ ସ୍ବାର୍ଥ ସଂକୀର୍ଣ୍ଣତାରେ “ମୋର” “ତାର”କୁ ବାରି ଦେଇ ଅନ୍ଧ ସମ୍ରାଟ୍ ଯେଉଁ “ମାମକାଃ” ଶବ୍ଦର ପ୍ରୟୋଗ କଲେ ସେହି ବିଭେଦୀ ବୃିର ପରିଣାମ ସ୍ବରୂପ ଯାହା ହେଲା ତତ୍ ସମ୍ବନ୍ଧରେ କିଛି କହିବା ଆବଶ୍ୟକ ନୁହେଁ । ଧୃତରାଷ୍ଟ୍ରଙ୍କ ଭିତରେ ସେହି ଭେଦ ଓ ପକ୍ଷପାତୀ ଦୁରାଗ୍ରହ ନ ଥିଲେ “ମୋର” ଏବଂ “ପାଣ୍ଡୁ୍ୁପୁତ୍ର” ବୋଲି ବାରି ଦେଇ ନଥା’ନ୍ତେ । ଆଉ ସେପରି ସଦାଚାରୀ ବିଚାର ଥିଲେ ସେହି ମହାସଂଗ୍ରାମ ମଧ୍ୟ ସଂଘଟିତ ହୋଇ ନଥାନ୍ତା । ଅନ୍ତିମ ପରିଣତି ଯାହା ହେଲା ସେଥିରେ କେହି ଜଣେ ବି ଲାଭାନ୍ୱିତ, ସୁଖ ସନ୍ତୋଷ ପ୍ରାପ୍ତ ହେଲେ ନାହିଁ । ତେବେ, “ଶିବେତର କ୍ଷତୟେ”ର ବହୁ ଉଦାହରଣ କାଳକାଳ ସକାଶେ ସତ୍ୟନିଷ୍ଠ ଦୃଷ୍ଟାନ୍ତ ସ୍ବରୂପ ରହିଥିବ, ପୌରାଣିକ ରଚନାରେ (ଋକ୍ଟ୍ରସମ ଙ୍ଗକ୍ସସଗ୍ଧସଦ୍ଭଶ) ଗ୍ରଥିତ ଆଖ୍ୟାନ-ଉପାଖ୍ୟାନର କାବି୍ୟକ “ଅତିଶୟୋକ୍ତି”(ଚକ୍ଟରଗ୍ଧସମ ଋଙ୍ଘବଶଶରକ୍ସବଗ୍ଧସକ୍ଟଦ୍ଭ) ସତ୍ୱେ । ସେହି ସବୁ ଅତିଶୟୋକ୍ତି ଭିତରେ ସତ୍ୟର ରୂପ ଯେପରି ସ୍ପଷ୍ଟ, ଉଚ୍ଚାରିତ, ଅଭିବ୍ୟକ୍ତି ମଧ୍ୟ ପ୍ରାଂଜଳ । ମୋର ଅବିଜ୍ଞ ବିଚାରରେ ତାହା ଜ୍ଞାନଗମ୍ୟ ଯେତିକି ନୁହେଁ ସେତିକି ବୋଧଗମ୍ୟ ଓ ଉପଲବ୍ଧô ଅନୁଭବର ସାମଗ୍ରୀ । ସମକାଳୀନ ଯଥାର୍ଥର ବିଚାରରେ ତାହା କେତେ ଗ୍ରାହ୍ୟ ଓ ଅଗ୍ରାହ୍ୟ ତାହା ବିବେଚନୀୟ । ଏହା ମଧ୍ୟ ବିଚାରକ ବିବେଚକ ଭେଦରେ ପୂର୍ଣ୍ଣତଃ ସମାନ ହେବନାହିଁ । ଶ୍ରୀମଦ୍ଭଗବତ୍ ଗୀତାର ବିବିଧ ଭାଷ୍ୟ ବ୍ୟାଖା ବିଶ୍ଳେଷଣରେ ଯେଉଁପରି ତାପôର୍ଯ୍ୟପୂର୍ଣ୍ଣ ସୂକ୍ଷ୍ମ ବିଚାରର ମୌଳିକତା ରହିଛି ସେପରି ମହାକବି ବାଲ୍ମିକୀଙ୍କର ରାମାୟଣ ରଚନା ପରେ ବିଭିନ୍ନ ସମୟରେ ରଚିତ ସହସ୍ରାଧିକ ରାମାୟଣ କିମ୍ବା କଥାଶ୍ରୟୀ କାବ୍ୟ, ନିବନ୍ଧ, କାବ୍ୟ ପ୍ରଭୃତିରେ କେବଳ ବିଚାରର ସୂକ୍ଷ୍ମ ଭେଦ ନୁହେଁ ଆଖ୍ୟାନ-ଉପାଖ୍ୟାନର ପରିବର୍ଦ୍ଧନ, ପରିବର୍ନ ଲକ୍ଷ୍ୟ କରାଯାଇପାରିବ । ତାହା ଶ୍ରୀକୃଷ୍ଣ ଦ୍ୱୈପାୟନ ବ୍ୟାସଦେବଙ୍କର ମୂଳ ରଚନାର ପରବୀର୍ ବିବିଧ ଭାଷାର ମହାଭାରତ ଓ ମହାଭାରତ କଥାଶ୍ରୟୀ କାବ୍ୟ ନିବନ୍ଧାଦିରେ ବି ଲକ୍ଷ୍ୟ କରିହେବ । ଯଥା : ମୂଳ ମହାଭାରତ - ଉକ୍ରଳୀୟ ଆଦିକବି ଶାରଳା ଦାସଙ୍କର ମହାଭାରତ ।
ମହାଭାରତ ମହାସଂଗ୍ରାମର ସୂତ୍ରପାତ ଓ ଭିି ପ୍ରତିଷ୍ଠା ଦୁର୍ଯେ୍ୟାଧନଙ୍କର ଈର୍ଷାର ଆଧାରରେ ହୋଇଥିଲା ବୋଲି କହିବା ଉଚିତ ହେବ । କିନ୍ତୁ, ଅପରପକ୍ଷରେ “ମୁଁ ମୋର ଆଚାର୍ଯ୍ୟ, ଆତ୍ମୀୟ ସ୍ବଜନଙ୍କର ହତ୍ୟା କରିବାକୁ ଇଚ୍ଛା କରେ ନାହିଁ । ଦୁର୍ଯେ୍ୟାଧନ ସମେତ ସ୍ବଜନମାନେ ଆତତାୟୀ ହୋଇଥିଲେ ମଧ୍ୟ ସେମାନଙ୍କୁ ମାରିଲେ ପାପ ହେବ ଏବଂ କୌଣସି ପ୍ରକାର ସୁଖ ସନ୍ତୋଷ ଓ ପ୍ରସନ୍ନତା ମିଳିବ ନାହିଁ । କିନ୍ତୁ, ଏହି ବିଚାରର ସମ୍ପୂର୍ଣ୍ଣ ବିପରୀତ ସମ୍ରାଟ୍ ଯୁଧିଷ୍ଠିରଙ୍କର ଅଧିନାୟକତ୍ୱରେ ଅନୁଷ୍ଠିତ ପାଣ୍ଡବମାନଙ୍କର ରାଜସୂୟ ଯଜ୍ଞରେ ପାଣ୍ଡବମାନଙ୍କର ମହାନ ଐଶ୍ୱର୍ଯ୍ୟ ବିଭୂତି ଦେଖି ଦୁର୍ଯେ୍ୟାଧନଙ୍କୁ ଗ୍ରାସ କରିଥିବା ପ୍ରଚଣ୍ଡ ଈର୍ଷା, ଶକୁନିଙ୍କର ଖଳ ସମ୍ମତି ପ୍ରାପ୍ତ ହୋଇ ପଶାଖେଳର ଛଳନାରେ ଯୁଧିଷ୍ଠିରଙ୍କର ସର୍ବସ୍ବ ହରଣ, ବନବାସ, ପାଣ୍ଡବମାନଙ୍କୁ ହତ୍ୟା କରିବା ସକାଶେ ଯତୁଗୃହର ଷଡ୍ୟନ୍ତ୍ର ଇତ୍ୟାଦି ଏବଂ ପରିଶେଷରେ ବନବାସର କାଳ ପୂରିବା ପରେ ପାଣ୍ଡବମାନଙ୍କର ଆପଣା ରାଜ୍ୟ ଫେରି ପାଇବାର ଦାବୀର ସ୍ପଷ୍ଟ ପ୍ରତ୍ୟାଖ୍ୟାନ, ମଧ୍ୟସ୍ଥତା କରି ବୁଝେଇବା ସକାଶେ ଦ୍ରୁପଦଙ୍କର ଜ୍ଞାନୀ ଓ ବୟୋବୃଦ୍ଧ ପୁରୋହିତ ଏପରି କି ଶ୍ରୀକୃଷ୍ଣଙ୍କର ଦୂତପଣର ଅସମ୍ମାନ ପ୍ରଭୃତିର ଫଳସ୍ବରୂପ ମହାଭାରତର ସମର-ପ୍ରସ୍ତୁତି ପର୍ବର ଆରମ୍ଭ ହେଲା ବୋଲି କହିବା ଅଯୌକ୍ତିକ ହେବନାହିଁ ।
ଆଖ୍ୟାନାଦିରେ ନିହିତ ସତ୍ୟନିଷ୍ଠ ବିଚାରର ଅନେକ ଦୃଷ୍ଟାନ୍ତ ଭିତରୁ ଗୋଟାଏକୁ ସ୍ମରଣ ଓ ଉପସ୍ଥାନାର ଲୋଭ ସମ୍ବରଣ କରି ପାରୁନାହିଁ । ଭକ୍ତି, ପ୍ରୀତି, ଆସ୍ଥା ଆଦି ଭଗବତ୍ପ୍ରାପ୍ତିର ବିବିଧ ସାଧନରେ ଶଂକା, ସନ୍ଦେହ, ବିକଳ୍ପ ବିଚାରର ସ୍ଥାନ ନାହିଁ । କେବଳ ଆସ୍ଥା ଓ ଆସ୍ଥାମୟ ସମର୍ପଣ । ମୋତେ ଲୋଡ଼ିଲେ ଆଉ କିଛି ପ୍ରାପତ ହେବନାହିଁ । କିନ୍ତୁ, ବାକି ସବୁ କିଛି ପ୍ରାପ୍ତିର ଆସକ୍ତ ଅନୁରାଗୀ ସବୁ ପାଇବ ସିନା ମୋତେ ପାଇବ ନାହିଁ । ଶ୍ରୀକୃଷ୍ଣଙ୍କୁ ଯୁଦ୍ଧର ନିମନ୍ତ୍ରଣ ଦେବାକୁ ଦୁର୍ଯେ୍ୟାଧନ ଦ୍ୱାରକାରେ ପହଂଚିଥିଲେ । ତାଙ୍କର ପରେ ସେହି ଅଭିଳାଷରେ ଅର୍ଜୁନ ମଧ୍ୟ ପହଞ୍ଚôଥିଲେ । ସେତେବେଳେ ବିଶ୍ରାମ କରୁଥିଲେ ଶ୍ରୀକୃଷ୍ଣ ଏବଂ ତାଙ୍କର ବିଶ୍ରାମରେ ବାଧକ ନ ହୋଇ ପଲଙ୍କର ମଥା ପାରୁଶରେ ରହିଥିବା ରତ୍ନ ସିଂହାସନରେ ଦୁର୍ଯେ୍ୟାଧନ ଆସୀନ ହେଲେ । ପରେ ଉପସ୍ଥିତ ହୋଇଥିବା ଅର୍ଜୁନଙ୍କ ସକାଶେ ସେଭଳି ଆଉ ଏକ ସିଂହାସନ ନଥିଲା । ସତରେ ଯେମିତି ସେଇ ଗୋଟାଏ ମାତ୍ର ସିଂହାସନ ଥିଲା ଦ୍ୱାରକାରେ! ଆଉ ସେଇ ପଲଙ୍କର ପାଦ ଦେଶରେ ବସି ଅର୍ଜୁନ ଅପେକ୍ଷା କରିବାକୁ ଲାଗିଲେ । ଏହା ସ୍ବାଭାବିକ ଯେ ଶାୟିତ କେହି ଉଠିଲେ ପାଦ ପାଖରେ ବସିଲା ଜଣକୁ ହିଁ ପ୍ରଥମେ ଦେଖିବ । ଶ୍ରୀକୃଷ୍ଣ ପ୍ରଥମେ ଅର୍ଜୁନଙ୍କୁ ଦେଖି କୁଶଳ ଜିଜ୍ଞାସା କରିବାରୁ ଦୁର୍ଯେ୍ୟାଧନ, ସେ ପ୍ରଥମେ ଆସିଛନ୍ତି ଓ ତାଙ୍କର ନିମନ୍ତ୍ରଣ ଆଦ୍ୟ ଗ୍ରହଣ କରିବାର ଔଚିତ୍ୟକୁ ଟାଳି ଦେଇ ପ୍ରଭୁ “ସେ ପ୍ରଥମରେ ଅର୍ଜୁନଙ୍କୁ ଦେଖିଛନ୍ତି ଓ କନିଷ୍ଠ ନ୍ୟାୟରେ ତାଙ୍କଠାରୁ ଶୁଣିବାର ଇଚ୍ଛା କରନ୍ତେ ଦୁର୍ଯେ୍ୟାଧନ ଅବଶ୍ୟ କ୍ଷୁବ୍ଧ ହୋଇଥିବେ । ମାତ୍ର ଅର୍ଜୁନ କେବଳ ଶ୍ରୀକୃଷ୍ଣଙ୍କର ସଖ୍ୟ କାମନା କରିବା ବ୍ୟତୀତ ଆଉ କିଛି ମାଗିଲେ ନାହିଁ । ଦୁର୍ଯେ୍ୟାଧନ ସନ୍ତୁଷ୍ଠ ଓ ଉଲ୍ଲସିତ ହୋଇଥିବେ । ଗୋଟାଏ ପକ୍ଷରେ ଯୁଦ୍ଧ ନକରିବାର ପଣ ନେଇ ରହିଥିବା ଯୋଗେଶ୍ୱର, ଅପର ପକ୍ଷରେ ବିଶାଳ ନାରାୟଣୀ ସେନା ଏପରି କି ଅଚଳ ମହାମେରୁ ବଳଦେବ । ପରିଣାମତଃ, ଯାହା ହେଲା ତାର ଉଲ୍ଲେଖ କରିବା ଆବଶ୍ୟକ ନୁହେଁ । ଏପରି ଭାବରେ ଶ୍ରୀମଦ୍ଭଗବତ୍ ଗୀତାର ତତ୍ତ୍ୱ ଦର୍ଶନର ପୂରକ ଉଦାହରଣ ମହାଭାରତର ଆଖ୍ୟାନ ଉପାଖ୍ୟାନରେ ତତ୍ତ୍ୱଦର୍ଶୀମାନେ ଠାବ କରି ପାରିବେ ।
ଦୁର୍ଯେ୍ୟାଧନ ଏବଂ ଅର୍ଜୁନଙ୍କର ହସ୍ତୀନା ପ୍ରତ୍ୟାବର୍ନ ପରେ ଯେତେବେବେଳ ଉଭୟ ପକ୍ଷର ଯୁଦ୍ଧ ପାଇଁ ସଜବାଜ ଚାଲିଥିଲା, ସେତେବେଳେ ମଧ୍ୟ ଶ୍ରୀକୃଷ୍ଣ ଏକ ଶାନ୍ତିପୂର୍ଣ୍ଣ ସମାଧାନର କଥା ଚିନ୍ତା କରିଥିଲେ ଓ ଦୁର୍ଯେ୍ୟାଧନଙ୍କୁ (ମହା.-ଉଦ୍ୟୋଗ ପର୍ବ) ବହୁମତେ ବୁଝେଇବାର ଚେଷ୍ଟା କରିଥିଲେ । କିନ୍ତୁ, ଦୁର୍ଯେ୍ୟାଧନ ସ୍ପଷ୍ଟ କହିଦେଲେ ଯେ ସେ ଜୀବିତ ଥିବା ଅବସ୍ଥାରେ ପାଣ୍ଡବମାନେ ରାଜ୍ୟ ପାଇ ପାରିବେ ନାହିଁ, ଏପରି କି ସୂଚ୍ୟଗ୍ର ପରିମିତ ମେଦିନୀ ବି ସେ ପାଣ୍ଡବମାନଙ୍କୁ ଦେଇ ପାରିବେ ନାହିଁ । ତାହା ପରେ ହିଁ ମାତା କୁନ୍ତୀଙ୍କର ଆଜ୍ଞା ଓ ଶ୍ରୀକୃଷ୍ଣଙ୍କର ପ୍ରେରଣାରେ ପାଣ୍ଡବମାନେ ଆପଣାର ନ୍ୟାୟୋଚିତ ସତ୍ତ୍ୱ୍ୱ ପାଇବା ନିମନ୍ତେ ଏକମାତ୍ର ଯୁଦ୍ଧ ହିଁ ଧର୍ମ ବୋଲି ବିବେଚନା କଲେ ।
ଶ୍ରୀକୃଷ୍ଣ ଯୁଦ୍ଧର ପୂର୍ବରୁ ଅର୍ଜୁନଙ୍କୁ ଯାହା ପଚାରିଥିଲେ, ତାହା ତାପôର୍ଯ୍ୟପୂର୍ଣ୍ଣ । ଶ୍ରୀକୃଷ୍ଣ କହିଲେ - ସଖା, ମୁଁ ତ ଯୁଦ୍ଧରେ ଅସ୍ତ୍ରଧାରଣ କରିବି ନାହିଁ । ତୁମେ ନାରାୟଣୀ ସେନା ନ ନେଇ ମୋତେ କିପରି ଗ୍ରହଣ କଲ? ଉତ୍ତର କ୍ରମେ ଅର୍ଜୁନ କହିଲେ – ଭଗବାନ, ଆପଣ ଏକାକୀ ସବୁ କିଛି କରି ପାରିବେ । ମୁଁ ସେନା ନେଇ କଣ କରିବି ? ତେବେ, ଆପଣ ମୋର ମାର୍ଗଦର୍ଶୀ ହୁଅନ୍ତୁ ଯାହା ମୋର ଏକାନ୍ତ ଇଚ୍ଛା ଯେ ଆପଣ ମୋର ରଥର ସାରଥି ହୋଇ ଏ ମହାଯୁଦ୍ଧରେ ମୋର ସେହି ଇଚ୍ଛା ପୂରଣ କରନ୍ତୁ । ଅର୍ଜୁନଙ୍କର ଯାଚନାରେ ହିଁ ତାହା ହୋଇଥିଲା ।
ଭିନ୍ନ ଦୃଷ୍ଟିରୁ ଯଦି ମହାଭାରତ ମହାକାବ୍ୟ ଶ୍ରୀକୃଷ୍ଣ ଦ୍ୱୈପାୟନ ବ୍ୟାସଦେବଙ୍କର ଅପ୍ରତିମ ବିଶାଳ ମହାକାବ୍ୟ ବୋଲି ସ୍ବୀକାର କରାଯାଏ, ଯାହା ନକରିବାର କୌଣସି କାରଣ ନାହିଁ, ତେବେ ଅନ୍ୟାନ୍ୟ ଚରିତ୍ରମାନଙ୍କ ପରି ଶ୍ରୀକୃଷ୍ଣ ଏବଂ ଅର୍ଜୁନ ମଧ୍ୟ ମହାଭାରତର ପାତ୍ର ଏବଂ ମହାକାବ୍ୟରେ ପାତ୍ରୋଚିତ ସଂଳାପ ସଦୃଶ ଶ୍ରୀମଦ୍ଭଗବତ୍ ଗୀତା ସଂଯୋଜିତ । ବ୍ୟାସଦେବଙ୍କର ତତ୍ତ୍ୱ-ବିଚାରର ଆଦ୍ୟ ବକ୍ତା ଯୋଗେଶ୍ୱର ଶ୍ରୀକୃଷ୍ଣ ତଥା ଆଦି ଶ୍ରୋତା ଅର୍ଜୁନ । ମୁଁ ମୋର ସ୍ଥୂଳ ବୁଦ୍ଧିରେ ବେଳେବେଳେ ଅନୁଭବ କରିଥାଏ ଯେ ପ୍ରଥମ ଶ୍ରୋତା ହୋଇ ମଧ୍ୟ ଅର୍ଜୁନ କିଛି ବୁଝିଲେ ନାହିଁ କିମ୍ବା ମୋହ ଜନିତ ମାନବୀୟ ଦୁର୍ବଳତା ହେତୁ ଅବିନାଶୀ ଆତ୍ମା ତଥା ନାଶବନ୍ତ ଶରୀର ସମ୍ବନ୍ଧରେ ପ୍ରଭୁ ଯାହା ବୁଝେଇ କହିଲେ ତାକୁ ଜମାରୁ ସ୍ବୀକାର କରିପାରି ନଥିେଲ । ପାରିଥିଲେ ପ୍ରିୟପୁତ୍ର ଅଭିମନୁ୍ୟର ନିଧନ ପରେ କେହି ମରନ୍ତି ନାହି, କେହି ମାରନ୍ତି ନାହିଁ; ଦେହାନ୍ତରଣ ବା ଘଟ ପରିବର୍ନକୁ ଜୀର୍ଣବାସ ତ୍ୟାଗ କରି ନୂତନ ବସ୍ତ୍ରଧାରଣ ଭଳି ଏକ ପ୍ରକ୍ରିୟା ମନେକରି ଶୋକାଭିଭୂତ ତଥା ଅଧୀର ହୋଇ ନଥାନ୍ତେ ଏବଂ ଆସନ୍ତାକାଲି ସୂର୍ଯ୍ୟାସ୍ତ ପୂର୍ବରୁ ମୁଁ ଯଦି ଜୟଦ୍ରଥର ହତ୍ୟା କରିବି ନାହିଁ ତେବେ ଚିତାନଳରେ ଶରୀର ତ୍ୟାଗ କରିବି ବୋଲି ପ୍ରତିଜ୍ଞା କରି ନଥାନ୍ତେ ।
ଆଉ ଏକ କଥା, ବିଶ୍ୱରୂପ ଦର୍ଶନ ପରେ ବିସ୍ମିତ, ଚମକ୍ରୃତ ଓ ଭୟ ହେତୁ ସମ୍ମୋହିତ ପାର୍ଥ କହି ପକେଇଲେ କି “ପ୍ରଭୁ, ଆପଣ ମୋତେ ଯେପରି ନିଯୁକ୍ତ କରିବେ, ମୁଁ ସେପରି ତାହା ହିଁ କରିଯିବି? “ତାହା ପୂର୍ବରୁ ଯୋଗେଶ୍ୱର ବି କହି ସାରିଥିଲେ ଯେ “ତମେ ମୁଁ କରିବି ବୋଲିି କାହିଁକି ଭାବୁଛ? ତମକୁ କିଛି କରିବାକୁ ପଡ଼ିବ ନାହିଁ; ଯାହା କରିବି ମୁଁ କରିବି । ତୁମେ ମାତ୍ର “ନିମି” ହେବ ।” ଶ୍ରୀଗୀତା ଅନେକ ଅନେକ ବାର ଅଧ୍ୟୟନ ନୁହେଁ, ପଢ଼ିଛି । ସ୍ଥୂଳ ଭାବରେ ମୁଁ ମୋର କ୍ଷମତାର ସୀମା ଭିତରେ ଯେତିକିି ସମ୍ଭବ ସେତିକି ବୁଝିଛି । ବ୍ୟାଖ୍ୟା, ଭାଷ୍ୟାଦିର ଅନୁସରଣ ଓ ଅବଲମ୍ବନ କରିଛି ତେବେ ବି ଅନ୍ତର୍ନିହିତ ସୂକ୍ଷ୍ମ ତତ୍ତ୍ୱର ନିକଟତର ହେବା ବି ମୋ ପକ୍ଷରେ ସମ୍ଭବ ହୋଇନାହିଁ । କେବଳ ଏତିକି ଜାଣିଛି ଯେ ଜୀବନକୁ ଅନୁଶାସିତ, ଶୃଂଖଳିତ କରିବା ସକାଶେ ଏବଂ ମଣିଷକୁ ଏକ “ଭଲ ମଣିଷ”ରେ ପରିଣତ କରିବା ସକାଶେ ଶ୍ରୀମଦ୍ଭଗବତ୍ ଗୀତାରୁ ବଳି ବିଶ୍ୱରେ କୌଣସି ନିର୍ଦ୍ଧେଶିକାର ପ୍ରଣୟନ ହୋଇ ନାହିଁ । ସଂସାରର “କୁରୁକ୍ଷେତ୍ର”ରେ ଜୀବନର ନିତ୍ୟନିରନ୍ତର ସଂଗ୍ରାମକୁ ଶୁଭଙ୍କର କରିବାଲାଗି ପ୍ରତି ପଦ ହେତୁ ରହିଥିବା ସଦୁପଦେଶର ଗନ୍ତାଘର ଶ୍ରୀଗୀତା । ମାତ୍ର ଏତିକି ଛଡ଼ା ବିଶେଷ କିଛି ଜାଣିବା ମୋ ପକ୍ଷରେ ସମ୍ଭବ ହୋଇନାହିଁ । ତାହା ଅତୀତରେ ବି ସେପରି କିଛି ହୋଇଥିଲା କି ଯେ ଆଚାର୍ଯ୍ୟ ଶଙ୍କରଙ୍କର ଭାଷ୍ୟ ରଚନା ପରେ ବି ଋଷି ମହର୍ଷି ବୋଧବନ୍ତମାନେ କିଛି ବାକି ବା ଅସ୍ପଷ୍ଟ ରହିଗଲା ବୋଲି ବିବେଚନା କରି ସ୍ବକୀୟ ଦୃଷ୍ଟିକୋଣରୁ ପୁନଶ୍ଚ ବ୍ୟାଖ୍ୟାୟିତ କରିବାକୁ ମନ କଲେ, ପ୍ରୟାସୀ ହେଲେ । ଦ୍ୱାପରରୁ ଆଜି କଳିର ଶେଷପର୍ଯ୍ୟାୟରେ ମଧ୍ୟ ସେ ପ୍ରୟାସର ଅନ୍ତ ହୋଇନାହିଁ ଏବଂ ଏହା ଭିତରେ ବୋଧହୁଏ ସହସ୍ରାଧିକ ଭାଷ୍ୟ-ସଦଗ୍ରନ୍ଥର ପ୍ରଣୟନ ହୋଇ ସାରିଲାଣି । ସେହି କ୍ରମର ଏକ ନିଷ୍ଠାପର ପ୍ରୟାସ ବୋଲି ଶ୍ରୀ ମିଶ୍ରଙ୍କର ଏହି ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟକୁ ଦୃଷ୍ଟାନ୍ତଭାବରେ ନେଇ ହେବ । ତାହା ମର୍ମଜ୍ଞ ବିଦ୍ୱାନମାନଙ୍କୁ ପଚାରିବାର ଇଚ୍ଛା ହେଉଛି । କଥିତ ଓ ସ୍ବୀକୃତ ଯେ ସର୍ବୋପନିଷଦ-ଗାଭୀର ଦୋହନ ପୂର୍ବକ ଯେଉଁ ସାର ଗୋପାଳନନ୍ଦନ ଜଗତ୍କଲ୍ୟାଣ ପାଇଁ ଲୋକାର୍ପିତ କରିଛନ୍ତି ସେହି ଶ୍ରୀମଦ୍ଭଗବତ୍ ଗୀତାର ପ୍ରଜ୍ଞାପନ ପୂର୍ବରୁ ବି ଅତୀତରେ ବିଭିନ୍ନ ତତ୍ତ୍ୱନିଷ୍ଠ ବିଚାର ବିଶ୍ଳେଷଣ ହୋଇଥିବା କଥାର ସୂଚନା ଦେଇଛନ୍ତି ସ୍ବୟଂ ଭଗବାନ, କ୍ଷେତ୍ରକ୍ଷେତ୍ରଜ୍ଞ ବିଭାଗଯୋଗ (ତ୍ରୟୋଦଶ ଅଧ୍ୟାୟ)ରେ କ୍ଷେତ୍ରକ୍ଷେତ୍ରଜ୍ଞ ତତ୍ତ୍ୱ ସମ୍ବନ୍ଧରେ :
ଋଷିଭିର୍ବହୁଧା ଗୀତଂ ଛନ୍ଦୋଭିର୍ବିବିଧୈଃ ପୃଥକ୍ ।
ବ୍ରହ୍ମସୂତ୍ରପଦୈଶ୍ଚୈବ ହେତୁମଦ୍ଭିର୍ବିନିଶ୍ଚିତୈଃ ।ା (ଶ୍ରୀଗୀତା-୧୩ । ।୪)
ଋଷିମାନଙ୍କ ଦ୍ୱାରା ବିଭିନ୍ନ ଗାନ ଓ ଛନ୍ଦରେ, ବିବିଧ ବେଦମନ୍ତ୍ରାଦି ଦ୍ୱାରା ପୃଥକ୍ ପୃଥକ୍ ବିଭାଗରେ କୁହାଯାଇଛି ତଥା ଅତି ଭଲ ଭାବରେ ନିଶ୍ଚୟୀକୃତ ଯୁକ୍ତିଯୁକ୍ତ ବ୍ରହ୍ମସୂତ୍ରର ପଦମାନଙ୍କ ଦ୍ୱାରା ମଧ୍ୟ କୁହାଯାଇଛି । ଏହା ମଧ୍ୟ ଏକ ପ୍ରକାର ରହସ୍ୟ । ପ୍ରତି କାଳରେ ସଂଘଟିତ ମହାଭାରତ ମହାସମରରେ ଶ୍ରୀକୃଷ୍ଟ କହୁଛନ୍ତି – “ସଖା, ମୁଁ ଥିଲି, ତୁମେ ଥିଲ, ଆଗାମୀ କାଳରେ ବି ରହିବ, ଅନ୍ୟମାନେ ବି ଥଲେ, ଅଛନ୍ତି ଓ ଥିବେ । ତେବେ, କଥା ହେଲା ମୋର ମନେଅଛି, କିନ୍ତୁ ତୁମେ ବିସ୍ମୃତ ହୋଇସାରିଛ । ଆଚାର୍ଯ୍ୟ ଶଂକର ସେହି ବ୍ରହ୍ମସୂତ୍ରର ଭାଷ୍ୟ ରଚନା କରିଥିଲେ । ସେହି ବ୍ରହ୍ମସୂତ୍ର ମହାଭାରତର ପୂର୍ବ-ରଚନା ନା ପରବୀର୍ ରଚନା! ଶ୍ରୀମଦ୍ଭାଗବତର ରଚନାକାଳ ସମ୍ବନ୍ଧରେ ବିଜ୍ଞ ବିଚାର ହେଲା, ଯଦିଓ ଭାଗବତରେ ଶ୍ରୀକୃଷ୍ଣଙ୍କର ବାଲ୍ୟଲୀଳା-ଖେଳାର ପ୍ରସଙ୍ଗ ରହିଛି ଏବଂ ମହାଭାରତ ତାଙ୍କର ପରିଣତ କାଳର ପ୍ରସଙ୍ଗ; ଭାଗବତ ମହାଭାରତର ପରବୀର୍ ରଚନା । ଏହି ପ୍ରସଙ୍ଗ ସଂପ୍ରତି ଆମର ବିଚାରଣୀୟ ପ୍ରସଙ୍ଗ ନୁହେଁ ।
ଡାକ୍ତର ସୁଧାଂଶୁ ଶେଖର ମିଶ୍ର ଶ୍ରୀମଦଭଗବତ୍ ଗୀତା ରହସ୍ୟ ଶୀର୍ଷକରେ ସମ୍ପୂ୍ର୍ଣ ଶ୍ରୀଗୀତାର ଅଧ୍ୟାୟ କ୍ରମରେ ଆପଣାର ସ୍ବକୀୟ ମତବ୍ୟକ୍ତ କରି ଯେଉଁ ଧାରାର ଅବଲମ୍ବନ କରିଛନ୍ତ, ତାହା କୌଣସି କଥନର ପୁନରାବୃି ନୁହେଁ । ଯେକୌଣସି ସାରସ୍ବତ ରଚନାର ବିବିଧ ପ୍ରକରଣ କିମ୍ବା ଅଧ୍ୟାୟ ଅନ୍ତର୍ଗତ ଯାହା ବି ବ୍ୟାଖ୍ୟା-ବିଶ୍ଳେଷଣ ହୋଇଥାଉ ନା କାହିଁକି ଆଦ୍ୟ ଓ ଅନ୍ତିମ ଅଧ୍ୟାୟ ନିଶ୍ଚିତ ଭାବରେ ମହତ୍ୱପୂର୍ଣ୍ଣ କାରଣ ପ୍ରଥମ ଅଧ୍ୟାୟ ଉପକ୍ରମଣିକା ସଦୃଶ ପ୍ରସଙ୍ଗ ଉପସ୍ଥାପନ କରିଥାଏ ଏବଂ ଅନ୍ତିମ ଅଧ୍ୟାୟ ଉପସଂହାରରେ ଉପସ୍ଥାପିତ ସମସ୍ୟାସମୂହର ସମାଧାନ କରିଥାଏ । ସେହି ଦୃଷ୍ଟିରୁ ଅର୍ଜୁନ ବିଷାଦଯୋଗଃ ( ପ୍ରଥମ ଅଧ୍ୟାୟ) ଏବଂ ମୋକ୍ଷଯୋଗଃ (ଅଷ୍ଟାଦଶ ଅଧ୍ୟାୟ) ମହତ୍ୱପୂର୍ଣ୍ଣ । ସର୍ବସମର୍ଥ ଅର୍ଜୁନଙ୍କର ଭୟ ନୁହେଁ, ମୋହଭଙ୍ଗ କରିବା ଉଦ୍ଧେଶ୍ୟରେ ଯୋଗେଶ୍ୱର ଶ୍ରୀକୃଷ୍ଣ ଯାହା ବି କହିଛନ୍ତି ତାହା ମାତ୍ର ସେହି କାଳ କିମ୍ବା ସ୍ଥିତିର ସତ୍ୟୋଦ୍ଘାଟନ ନୁହେଁ ତାହା ସର୍ବକାଳୀନ ସତ୍ୟ ତଥା ସତ୍ବୋଧ ହେତୁ ଉପଯୋଗୀ । ସକଳ ବିଚାର ପରେ ଉପସଂହାର ସଦୃଶ ମୋକ୍ଷଯୋଗଃରେ ଅର୍ଜୁନଙ୍କର ସ୍ବୀକାରୋକ୍ତି ଏବଂ ଯୁଦ୍ଧର ପରିସମାପ୍ତି ପୂର୍ବରୁ ହିଁ ଶ୍ରୀ ବ୍ୟାସଦେବଙ୍କର କୃପାରୁ ଦିବ୍ୟଦୃଷ୍ଟି ପ୍ରାପ୍ତ ସଂଜୟଙ୍କର ସଂଗ୍ରାମ ପରିଣାମର ପରୋକ୍ଷ ସୂଚନା ପ୍ରଣିଧାନଯୋଗ୍ୟ । ଅର୍ଜୁନ କହୁଛନ୍ତି :
ନଷ୍ଟୋ ମୋହଃ ସ୍ମୃତିର୍ଲବ୍ଧା ତ୍ୱତ୍ପ୍ରସାଦାନ୍ମୟାଚୁ୍ୟତ ।
ସ୍ଥିତୋଽସ୍ମି ଗତସନ୍ଦେହଃ କରିଷ୍ୟେ ବଚନଂ ତବ ।ା ୧୮-୭୩ ।ା
ହେ ଅଚୁ୍ୟତ ! ଆପଣଙ୍କର କରୁଣାରୁ ମୋର ମୋହ ନଷ୍ଟ ହୋଇଯାଇଛି । ମୁଁ ବର୍ମାନ ସଂଶୟରହିତ ତେଣୁ ଆପଣଙ୍କର ଆଦେଶ ପାଳନ କରିବି । ଏହାଦ୍ୱାରା ଅର୍ଜୁନ ସ୍ପଷ୍ଟ ଭାଷାରେ ଶ୍ରୀକୃଷ୍ଣଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି କହିଛନ୍ତି – ପ୍ରଭୁ ! ଆପଣ ମୋତେ ଏହି ଦିବ୍ୟ ଉପଦେଶ ଶୁଣେଇ ମୋ ପ୍ରତି ଦୟା କରିଛନ୍ତି, ଯାହା ଫଳରେ ମୋର ଅଜ୍ଞାନ ଜନିତ ମୋହ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ମୁଁ ଆପଣଙ୍କର ଗୁଣ, ପ୍ରଭାବ, ଐଶ୍ୱର୍ଯ୍ୟ, ସ୍ବରୂପ ନଜାଣି ମୋହଗ୍ରସିତ ହୋଇ ଆପଣଙ୍କର ଆଦେଶ ପାଳନ କରିବାକୁ ପ୍ରସ୍ତୁତ ନ ଥିଲି । ତାପରେ ଯେପରି ପାର୍ଥ ପ୍ରଭୁଙ୍କର ଯେତେ ଅନ୍ତରଙ୍ଗ ସେତିକି ଅନୁଗତ ମଧ୍ୟ ।
ସଂଜୟଙ୍କର ଧାରା ବିବରଣୀ ଅନ୍ତର୍ଗତ ଅନ୍ତିମ ପର୍ଯ୍ୟାୟର କଥନରେ ଧୃତରାଷ୍ଟ୍ରଙ୍କୁ କହୁଛନ୍ତି – ରାଜନ୍ ! ମୁଁ ଯେଉଁ ଅଦ୍ଭୁତ ତଥା ବିସ୍ମୟକର ଉପଦେଶ ଶୁଣିଲି ତାହା ମୋ ସକାଶେ ଅତ୍ୟନ୍ତ ସୌଭାଗ୍ୟର କଥା । :
ଇତ୍ୟହଂ ବାସୁଦେବସ୍ୟ ପାର୍ଥସ୍ୟ ଚ ମହାତ୍ମନଃ ।
ସଂବାଦମିମମଶ୍ରୌଷମଦ୍ଭୁତଂ ରୋମର୍ହଣଂ ।ା ୧୮-୭୪ ।ା
ବ୍ୟାସପ୍ରସାଦାତ୍ ଶ୍ରୁତବାନେତଦ୍ଗୁହ୍ୟମହଂ ପରମ୍ ।
ଯୋଗଂ ଯୋଗେଶ୍ୱରାତ୍କୃଷ୍ଣାତ୍ ସାକ୍ଷାତ୍କଥୟତଃ ସ୍ବୟଂ ।ା୧୮-୭୫ ।ା
ଞ୍ଚ ଞ୍ଚ ଞ୍ଚ
ଯତ୍ର ଯୋଗେଶ୍ୱରଃ କୃଷ୍ଣୋ ଯତ୍ର ପାର୍ଥୋ ଧନୁର୍ଦ୍ଧରଃ ।
ତତ୍ର ଶ୍ରୀର୍ବିଜୟୋ ଭୂତିର୍ଧ୍ରୁବା ନୀତିର୍ମତିର୍ମମ ।ା ୧୮-୭୮ ।ା
ସତ୍ପୁରୁଷ ହେବା, ସଂସାର ସଂଗ୍ରାମରେ ଈର୍ଷା, ଅସୂୟା, ସ୍ବାର୍ଥ ଅହଙ୍କାରାଦି ତ୍ୟାଗ କରି ସେହି ତ୍ୟାଗର ମାଧ୍ୟମରେ ଶାନ୍ତ, ସଂଯତ, ଅନୁଶାସିତ ଜୀବନ ବ୍ୟତୀତ କରିବାର ଉପଦେଶ ହୁଏତ ସଂଜୟ ମଧ୍ୟ ପରିଶେଷରେ ସମ୍ରାଟଙ୍କୁ ଶୁଣେଇଛନ୍ତି । ମାତ୍ର, ସେତେବେଳେ ତ କାଳ ଅତିକ୍ରାନ୍ତ ହୋଇ ସାରିଛି । ସବୁ ସମ୍ଭବ ସିନା ମାତ୍ର ବର୍ମାନକୁ ଅତୀତରେ ସ୍ଥାପିତ କରିବା ଏକାନ୍ତ ଅସମ୍ଭବ । ତେଶୁ ଶ୍ରୀଗୀତାର ଉପଦେଶକୁ ଭୂତ, ବର୍ମାନ, ଭବିଷ୍ୟ ପାଇଁ ମାର୍ଗଦର୍ଶୀ ବୋଲି ନିଃସନ୍ଦେହ ସ୍ବୀକାର କରି ହେବ ।
ସଞ୍ଜୟ ଧୃତରାଷ୍ଟ୍ରଙ୍କୁ କହୁଛନ୍ତି – ରାଜନ୍, ମୁଁ ଶ୍ରୀବାସୁଦେବଙ୍କର ଏବଂ ମହାତ୍ମା ଅର୍ଜୁନଙ୍କର ଏହି ଅଦ୍ଭୁତ ରହସ୍ୟଯୁକ୍ତ ରୋମାକର ସମ୍ବାଦ ଶୁଣିଲି । ଶ୍ରୀ ବ୍ୟାସଦେବଙ୍କର କୃପାରୁ ଦିବ୍ୟଦୃଷ୍ଟି ଲାଭ କରି ଏହି ପରମ ଗୋପନୀୟ ଯୋଗ ଅର୍ଜୁନଙ୍କୁ ସ୍ବୟଂ ଭଗବାନ ଯୋଗେଶ୍ୱର କହୁଥିବା ପ୍ରତ୍ୟକ୍ଷ ଶୁଣିଛି ।
ତେଣୁ ହେ ରାଜନ୍, ଯେଉଁଠାରେ ଭଗବାନ ଅଛନ୍ତି ଓ ଗାଣ୍ଡୀବ ଧନୁ ଧାରଣ କରିଥିବା ଅର୍ଜୁନ ଅଛନ୍ତି ସେଠାରେ ଶ୍ରୀ, ବିଜୟ, ବିଭୂତି, ଅଟଳ ନୀତି ରହିଛି, ଏହା ମୋର ମତ ।
ଉପଲବ୍ଧô ଭାବରେ କୌଣସି ବି ଅହଂପୂରିତ ଶକ୍ତି କ୍ଷମତାର କିଛି ମୂଲ୍ୟ ନାହିଁ । ସେପରି ଶକ୍ତି-ସାମର୍ଥ୍ୟ ପ୍ରଦର୍ଶନ ଓ ତଦ୍ଜନିତ ଆସ୍ଫାଳନ ମଧ୍ୟ ନିଶ୍ଚିତ ଭାବରେ ବିନାଶର କାରଣ । ପରମେଶ୍ୱରଙ୍କ ପ୍ରତି ଆସ୍ଥା, ବିଶ୍ୱ ସଂସାର, ସମାଜ, ଜଡ଼-ଜୀବନ୍ତ ଜଗତ ସମସ୍ତଙ୍କ ପ୍ରତି ସମଦର୍ଶୀ ବିଚାର ଓ ପାରସ୍ପରିକ ପୂରକତାରେ ଆଚାର ଆଚରଣର ନିୟଂତ୍ରଣ ଅନୁଶାସନ ଶ୍ରୀମଦ୍ଭଗବତ୍ ଗୀତାର ମଧୁକ୍ଷରା ଦେବବାଣୀ ବ୍ୟତୀତ ଅଧିକ କିଛି କହିବା ଏ ଅକିନ ପକ୍ଷରେ ସମୀଚୀନ ହେବନାହିଁ ।
ଡାକ୍ତର ସୁଧାଂଶୁ ଶେଖର ମିଶ୍ର ପ୍ରଗାଢ଼ ଶ୍ରମ କରି ସାଧାରଣ ମଣିଷର ସାଧ୍ୟାତୀତ ଅଧ୍ୟୟନର ଫଳ ସ୍ବରୂପ ଯାହା ପାଇଛନ୍ତି ତାହା ତାଙ୍କର ଶ୍ରୀମଦଭଗବତ୍ ଗୀତା ରହସ୍ୟ ଗ୍ରନ୍ଥର ଅଠରଟି ଅଧ୍ୟାୟରେ ଶ୍ରୀଗୀତାର ଅଧ୍ୟାୟକ୍ରମରେ ଅଭିବ୍ୟକ୍ତ ମତ । ତା’ର କିôତ ସୂଚନାତ୍ମକ ଆଲୋଚନା ହୁଏତ ବିଦ୍ୱାନ ପାଠକବର୍ଗଙ୍କୁ ଉପଯୋଗୀ ହେବ ବୋଲି ବିଚାର କରୁଛି । ତେବେ, ଯେଉଁ ଅଂଶର ଉଦ୍ଧାର କରିବି ତାହା ହିଁ ସର୍ବମହତ୍ ବୋଲି ବିଚାର ନ କରିବାକୁ ଅନୁରୋଧ । ତଦୁପରି ମୁଁ ଶ୍ରୀ ମିଶ୍ରଙ୍କର ଭାବ-ରତ୍ନ ଭଣ୍ଡାରରୁ ଯାହା ବାଛିବି ତାହା ମାତ୍ର ଏକ “ସାରଣୀ” ଏବଂ ଅଧିକରୁ ଅଧିକ କିଛି ପାଇବା ସକାଶେ ବିଜ୍ଞ ପାଠକ ନିଶ୍ଚିତ ମନନ ଅନୁଶୀଳନ କରିବେ ବୋଲି ବିଶ୍ୱାସ କରୁଛି ।
ଶ୍ରୀ ମିଶ୍ରଙ୍କର ବିଚାରରେ “ଗୀତା ମନୁଷ୍ୟ ଜୀବନର କର୍ମ ସମସ୍ୟାର ସମାଧାନ । ବସ୍ତୁତଃ ଏହା ଜୀବନର ସମସ୍ୟା । ଏହା ମାନବୀୟ କର୍ମ ସମୂହର ଚରମ ଦୃଷ୍ଟାନ୍ତ ସ୍ବରୂପ ଏକ ଭୀଷଣ ଯୁଦ୍ଧର ରୂପଗ୍ରହଣ କରିଛି । ତାହା ହିଁ କୁରୁକ୍ଷେତ୍ର ।’’ (ଅର୍ଜୁନ ବିଷାଦ ଯୋଗଃ) +++ ।(୧)
“ତିତିକ୍ଷା ଅର୍ଥାତ୍ ସହ୍ୟ କରିବାର ଦୃଢ଼ ସଂକଳ୍ପ ଓ ଶକ୍ତି । ସଂସାରର ଅନିତ୍ୟ ଶୋକ ଓ ଦୁଃଖ, କାମ ଓ କ୍ରୋଧର ବେଗ ଧୀର ଭାବରେ ସହ୍ୟ କରିବାକୁ ହେବ । ଏହିପରି ଅଳ୍ପଅଳ୍ପ ଅଭ୍ୟାସ ଆମକୁ ଏପରି ଏକ ସ୍ଥିତିରେ ପହଂଚାଇବ ଯେ ସେ ସବୁ ବିକୃତିର ପ୍ରଭାବ ଆମକୁ ପ୍ରଭାବିତ କରି ପାରିବ ନାହିଁ’’(ସାଂଖ୍ୟ ଯୋଗଃ)+++ ।(୨)
ପ୍ରକୃତିରୁ ଜଳ, ବାୟୁ, ଉାପ ଆଦି ଆମକୁ ନିଃଶୂଳ୍କ ମିଳେ । ତେଣୁ ଆମେ ପ୍ରକୃତି ପାଖରେ ଋଣୀ । ଅନ୍ୟପକ୍ଷରେ ଏହି ପ୍ରାକୃତିକ ବିଧି ବିଧାନର ନିୟନ୍ତା ପରମାତ୍ମା ହୋଇଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ହେବା ଉଚିତ । ଏହି କୃତଜ୍ଞତାର ନିଦର୍ଶନ ସ୍ବରୂପ ଆମେ କେବଳ ନିଜର ଉଦର ପୋଷଣ ପାଇଁ କର୍ମ ନ କରି ଜଗତର କଲ୍ୟାଣପାଇଁ କିଛି କର୍ମ କରିବା ଉଚିତ । ଆଜି ଆମ ପାଖରେ ଯାହା କିଛି ଧନ ସମ୍ପି ଅଛି ତାହା ସମାଜର ସହଯୋଗ ବିନା ଆହରଣ କରିବା ସମ୍ଭବ ନୁହେ । ତେଣୁ ଏହାକୁ ଯଜ୍ଞ ସମ୍ପି ଭାବି, ନିମି ଭାବରେ ସେଥିରୁ କିଛି ଅଂଶ ବଳକା ରଖି ଲୋକ କଲ୍ୟାଣପାଇଁ ଉତ୍ସର୍ଗ କରିବା ଉଚିତ (କର୍ମ ଯୋଗଃ)+++ ।(୩)
“ଧର୍ମ କୌଣସି ମତବାଦ ବା କର୍ମକାଣ୍ଡକୁ ବୁଝାଏ ନାହିଁ । ଏହା ଯେତେବେଳେ ସାମ୍ପ୍ରଦାୟିକତାର ରୂପ ନିଏ ସେତେବେଳେ ଧର୍ମର ଗ୍ଳାନି ହୁଏ । ଧର୍ମ ହେଉଛି ବାହ୍ୟ ଓ ଆଭ୍ୟନ୍ତରୀଣ ଜୀବନ ଯାପନ ପ୍ରଣାଳୀ । ଏହା କୌଣସି ପୂଜା ପଦ୍ଧତି ନୁହେଁ । ଏହା ହେଉଛି ଜୀବନକୁ ଗଢ଼ି ତୋଳିବାର ଏକ ନୀତି, ଯଦ୍ଧ୍ୱାରା ଆମେ ଆମର ବାସ୍ତବିକ ସ୍ବରୂପ ଉପଲବ୍ଧô କରି (ସ୍ମୃତିଲବ୍ଧା) ଏକ ଦିବ୍ୟ ଜୀବନ ଲାଭ କରି ପାରିବା ।” (ଜ୍ଞାନ ଯୋଗଃ)+++ ।(୪)
କର୍ମର ଅନ୍ତିମ ପରିଣତି ଜ୍ଞାନ । ଅନ୍ୟ ଅର୍ଥରେ କର୍ମ ଦ୍ୱାରା ହିଁ ଜ୍ଞାନରେ ପୂର୍ଣ୍ଣତା ପ୍ରାପ୍ତି ହୁଏ । ଜ୍ଞାନ ଓ କର୍ମକୁ ଭକ୍ତି ସହିତ ପରମାତ୍ମାର୍ପଣ କଲେ ଯୋଗୀ ପରମ ସିଦ୍ଧି ଲାଭ କରେ । ଗୀତା କର୍ମ ଶବ୍ଦ ଅତି ବ୍ୟାପକ ଅର୍ଥରେ ବ୍ୟବହାର କରିଛି । ଏହା ଅନୁସାରେ ଜ୍ଞାନଯୋଗ ଓ କର୍ମଯୋଗ ମଧ୍ୟରେ ପାର୍ଥକ୍ୟ ନାହିଁ (କର୍ମ ସନ୍ୟାସ ଯୋଗଃ)+++ ।(୫)
“ଚଂଚଳ ମନକୁ ବଶୀଭୂତ କରିବାକୁ ହେଲେ ନିରନ୍ତର ଆତ୍ମାକୁ ପରମାତ୍ମାଙ୍କ ସହିତ ଯୁକ୍ତ କରାଇବାକୁ ପଡ଼ିବ । ... ... ସମସ୍ତ ଭୌତିକ ସୁଖ କାମନାକୁ ପରିହାର କରିବାକୁ ପଡ଼ିବ । କାରଣ, ଏହା ଦେହ ଅଭିମାନର ମୂଳ କାରଣ । ମନର ସମସ୍ତ ପ୍ରକାର କ୍ରିୟାକୁ ସଂଯତ କରି ତାହାକୁ ଗୋଟିଏ ମାତ୍ର ବିଷୟରେ ନିବିଷ୍ଟ କରିବା ହେଉଛି ଚିବୃି ନିରୋଧ । ଏହାହିଁ ରାଜଯୋଗ ଏବଂ ଆତ୍ମଶୁଦ୍ଧିର ନିଶ୍ଚିତ ପନ୍ଥା ।”(ଅଭ୍ୟାସ (ଧ୍ୟାନ) ଯୋଗଃ)+++ ।(୬)
“ଏହି ସଂସାରରେ ବାରମ୍ବାର ଆବାଗମନ (ଜନ୍ମ ଓ ମୃତୁ୍ୟ) ଚକ୍ରରେ ନ ଆସିବା ହେଉଛି ଦୁଃଖ ନିବୃିର ଏକମାତ୍ର ଉପାୟ । ଏହା ହିଁ ମୁକ୍ତି । କିନ୍ତୁ ଗୀତା ଏହା ସହିତ ଏକମତ ନୁହେଁ । ଗୀତାରେ ଏକ ଉଚ୍ଚତର ଆଧ୍ୟାତ୍ମିକ ପ୍ରକୃତିର ସନ୍ଧାନ ମିଳେ । ତାହା ହିଁ ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ ବିଶ୍ୱ ଜଗତର ପ୍ରକୃତ ମୂଳ ଆଦ୍ୟ ସୃଜନୀ ଶକ୍ତି ଓ କର୍ମଶକ୍ତି । ଏହି ଆଧ୍ୟାତ୍ମ ପ୍ରକୃତିରେ ନବ ଜନ୍ମ ଲାଭ କରି ଏହି ଦୁଃଖମୟ ମ୍ର୍ୟ ଜୀବନକୁ ଦେବତୁଲ୍ୟ ଗଢ଼ିତୋଳିବାକୁ ହେବ – ଏହା ହେଉଛି ଗୀତୋକ୍ତ ଯୋଗ ସାଧନାର ଉମ ରହସ୍ୟ”(ଜ୍ଞାନ ବିଜ୍ଞାନ ଯୋଗଃ)+++ ।(୭)
“ମନୁଷ୍ୟର ବର୍ମାନ ଜୀବନ ହେଉଛି ତା’ର ପୂର୍ବ ଜନ୍ମର କର୍ମଫଳର ପରିଣାମ । ଚୈତନ୍ୟର ସୃଜନୀ ଶକ୍ତି ଅଛି । ବ୍ୟକ୍ତି ଯାହା ଚିନ୍ତା କରେ, ବିଶ୍ୱାସ ଓ ଶ୍ରଦ୍ଧା ସହିତ ଯେଉଁଥିରେ ନିବିଷ୍ଟ ହୁଏ, ସେ ସବୁ ସଂସ୍କାର ରୂପରେ ତାର ଆତ୍ମାରେ ଅଙ୍କିତ ହୋଇଥାଏ । ମୃତୁ୍ୟର ଅନ୍ତିମ କ୍ଷଣରେ ଏହି ସଂସ୍କାର ମନର ଭାବ ରୂପେ ଅଭିବ୍ୟକ୍ତ ହୁଏ । ଜୀବନରେ କିଛି ନକରି ବା ପାପମୟ ଜୀବନ ବିତାଇ ମୃତୁ୍ୟ ସମୟରେ କାନରେ ଭଗବାନଙ୍କ ନାମ ଶୁଣାଇଲେ କିମ୍ବା କାଶୀ ବା ଗଙ୍ଗା କୂଳକୁ ନେଇଗଲେ ମୁକ୍ତି ବା ପରମ ଗତିଳାଭ ହୁଏ ନାହିଁ” (ଅକ୍ଷର ବ୍ରହ୍ମଯୋଗଃ)+++ ।(୮)
“...... ଧର୍ମ ସ୍ଥାପନାର ଆଧାର ଯଥାର୍ଥ ଜ୍ଞାନ । ଅଜ୍ଞାନତା ଅଧର୍ମର ଜନକ ।... ସେ ମାନବ ସମାଜକୁ ଆତ୍ମ ତତ୍ତ୍ୱ, ପରମାତ୍ମା ତତ୍ତ୍ୱ, ସୃଷ୍ଟି ତତ୍ତ୍ୱ, କର୍ମ, ଅକର୍ମ ଓ ବିକର୍ମର ପରିଭାଷା, କର୍ମର ଗୁହ୍ୟଗତି ଓ ରାଜଯୋଗଦ୍ୱାରା ସମସ୍ତ ପାପରୁ ମୁକ୍ତିର ଉପାୟ ବିଷୟରେ ଶିକ୍ଷା ଦିଅନ୍ତି । ତେଣୁ ପରମାତ୍ମାଙ୍କୁ ପରମ ଶିକ୍ଷକ ଓ ପରମ ଗୁରୁ ବୋଲି କୁହାଯାଏ । (ରାଜବିଦ୍ୟା ରାଜଗୁହ୍ୟ ଯୋଗ)+++ ।(୯)
...କିନ୍ତୁ, ନିଜକୁ ଯିଏ ପରମାତ୍ମାଙ୍କ ସନ୍ତାନ ବୋଲି ହୃଦୟ ସହିତ ଗ୍ରହଣ କରିନିଏ ତା’ମଧ୍ୟରେ ଈଶ୍ୱରୀୟ ଗୁଣଗୁଡ଼ିକର ବିକାଶ ହୁଏ । ଉରାଧିକାରୀ ସୂତ୍ରରେ ସେ ସବୁ କିଛି ତାଙ୍କଠାରୁ ସ୍ବତଃ ପାଇଯାଏ । ଧନଂ ଦେହି, ଯଶଂ ଦେହି, ବିଦ୍ୟାଂ ଦେହି ଏପରି ମାଗିବାର ପ୍ରବୃି ତା’ଠାରୁ ଚାଲିଯାଏ । (ବିଭୂତି ଯୋଗଃ)+++ ।(୧୦)
“ପରମାତ୍ମା ସର୍ବଜ୍ଞ ଅର୍ଥାତ୍ ଆତ୍ମା, ପରମାତ୍ମା, ପ୍ରକୃତି, କର୍ମ, ଅକର୍ମ, ବିକର୍ମ, ସ୍ଥାପନା, ପାଳନା, ବିନାଶ ଇତ୍ୟାଦି ସମସ୍ତ ଜ୍ଞାନର ଏକମାତ୍ର ଜ୍ଞାତା । ମନୁଷ୍ୟ ମଧ୍ୟରେ ନିତ୍ୟ ନୂତନ ଆଧ୍ୟାତ୍ମିକ ଜ୍ଞାନର ବିକାଶ ତାଙ୍କରି ହିଁ ପ୍ରକାଶ । ସମସ୍ତ ଜ୍ଞାନର ସେ ଏକମାତ୍ର ଜେ୍ଞୟ । ଜ୍ଞାନ ଦ୍ୱାରା ତାଙ୍କୁ ଅନ୍ତରଙ୍ଗ ସମଗ୍ର ଭାବରେ ଜାଣି ହୁଏ । ଜୀବନର କ୍ଷୁଦ୍ରତା, ଅଜ୍ଞାନତା ଓ ଅପୂର୍ଣ୍ଣତା ତ୍ୟାଗକରି ଊଦ୍ଧ୍ୱର୍ଗାମୀ ହେଲେ ପରମାତ୍ମାଙ୍କର ଅନନ୍ତ ଗୁଣାବଳଳୀର ଉପଲବ୍ଧô କରିହୁଏ । ଏଥିପାଇଁ ତାଙ୍କୁ ଅନ୍ତରଙ୍ଗ ଭାବରେ ଦେଖିବାକୁ ହେବ । ମାନବ ଶରୀରରେ ତାଙ୍କ ଅବତରଣର ଏହା ହିଁ ଉଦ୍ଧେଶ୍ୟ । ଅନ୍ୟଥା ମାନବାତ୍ମାମାନଙ୍କୁ ମାନବୋଚିତ ସମସ୍ତ ସମ୍ବନ୍ଧର ଅନୁଭବ କରାଇବା ସମ୍ଭବ ନୁହେଁ । ଜୀବନର ପ୍ରତ୍ୟେକ ପଦକ୍ଷେପରେ ତାଙ୍କ ସହିତ ଯୋଗଯୁକ୍ତ ହୋଇ ମନୁଷ୍ୟାତ୍ମା ଚରମତମ ପୂର୍ଣ୍ଣତା ଓ ସାର୍ଥକତା ଲାଭ କରେ । ଏହା ହେଉଛି ବିଶ୍ୱରୂପ ଦର୍ଶନର ଅନ୍ତର୍ନିହିତ ଭାବ ।” (ବିଶ୍ୱରୂପ ଦର୍ଶନଯୋଗଃ)+++ ।(୧୧)
“... ଏପରି ସ୍ଥଳେ ପରମାତ୍ମାଙ୍କ ପ୍ରତି ଅନନ୍ୟ ପ୍ରେମ ମଣିଷକୁ ପ୍ରକୃତ ରାସ୍ତା ଦେଖାଏ । ଈଶ୍ୱରଙ୍କ ପ୍ରତି ଅନନ୍ୟ ଭକ୍ତି ହିଁ ମଣିଷର ଦିବ୍ୟଚକ୍ଷୁ ବା ଜ୍ଞାନ ନେତ୍ରକୁ ଉନ୍ମୋଚିତ କରେ । ଏହାଦ୍ୱାରା ସତ୍ୟ ଓ ଅସତ୍ୟର ଭେଦ ଓ ପରମାତ୍ମାଙ୍କୁ ଯଥାର୍ଥ ରୂପରେ ଜାଣିହୁଏ । ତେଣୁ କେବଳ ଜ୍ଞାନ ଯଥେଷ୍ଟ ନୁହେଁ । ଜ୍ଞାନ ପରମାତ୍ମା ପ୍ରାପ୍ତି ପାଇଁ ରାସ୍ତାକୁ ଆଲୋକିତ କରାଏ ଯଦ୍ଧ୍ୱାରା ବ୍ୟକ୍ତି ସୁଗମତା ପୂର୍ବକ ଆଗେଇ ଯାଇପାରିବ । ଅନନ୍ୟ ଭକ୍ତି ହିଁ ଏହି ରାସ୍ତାରେ ଆଗେଇ ଯିବା ପାଇଁ ପ୍ରେରଣା ଦିଏ, ମନରେ ସାହସ ଭରି ଦିଏ ଏବଂ ବିଶ୍ୱାସକୁ ଦୃଢ଼ୀଭୂତ କରେ । ତେଣୁ ଗୀତାରେ ଜ୍ଞାନ ଓ ଭକ୍ତିର ସମନ୍ୱୟ ଘଟିଛି । (ଭକ୍ତି ଯୋଗଃ)+++ ।(୧୨)
“ଅଜ୍ଞାନତା ହେତୁ ଆତ୍ମା ଯେତେବେଳେ ଦେହ ସହିତ ସମ୍ବନ୍ଧ ସ୍ଥାପନ କରେ ସେତେବେଳେ ତା ମଧ୍ୟରେ ଇଚ୍ଛା, ଦ୍ୱେଷ, ସୁଖ, ଦୁଃଖ,ଆଦି ବିଭିନ୍ନ ବିକାର ଉପôନ୍ନ ହୁଏ । କିନ୍ତୁ, ଆତ୍ମା ମୂଳତଃ ବିକାରଶୂନ୍ୟ । ଆତ୍ମ ବିସ୍ମୃତି ଓ ଦୈହିକ ସ୍ବୀକୃତି ହିଁ ବିକାରର ମୂଳ କାରଣ । ଆତ୍ମାକୁ ବିକାର ମୁକ୍ତ କରି ପରମାତ୍ମାଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିବା ପାଇଁ ଦେହ (କ୍ଷେତ୍ର) ଓ ଆତ୍ମା (କ୍ଷେତ୍ରଜ୍ଞ) ମଧ୍ୟରେ ଥିବା ପ୍ରଭେଦକୁ ଅନୁଭବ କରିବା ଏକାନ୍ତ ବିଧେୟ । ନିଜକୁ ଶରୀରଠାରୁ ପୃଥକ୍ ଏକ ଆତ୍ମା ଅନୁଭବ କଲେ ବିକାର ଉପôନ୍ନ ହେବାର ସମ୍ଭାବନା ନଥାଏ ।” (କ୍ଷେତ୍ର-କ୍ଷେତ୍ରଜ୍ଞ ବିଭାଗ ଯୋଗଃ)+++ ।(୧୩)
“ସତ୍ୱ, ରଜ ଓ ତମ – ଏହି ତିନି ଗୁଣ ପ୍ରକୃତି ଜାତ । ଏହି ତିନି ଗୁଣର ତାରତମ୍ୟ ହେତୁ ପ୍ରତ୍ୟେକ ଆତ୍ମାର କର୍ମ ଓ ସଂସ୍କାାର ଭିନ୍ନ ଭିନ୍ନ ହୁଏ । ଏହି ଗୁଣତ୍ରୟ ହେତୁ ଅବିନାଶୀ ଜୀବାତ୍ମା ବିନାଶୀ ଦେହର ବନ୍ଧନରେ ବାନ୍ଧି ହୋଇଯାଏ ।ଅର୍ଥାତ୍ ତ୍ରିଗୁଣ ଦ୍ୱାରା ଆବଦ୍ଧ ଆତ୍ମାର ଦେହାଭିମାନ ଜନିତ କରୁଥିବା ଯାବତୀୟ କର୍ମ ତା’ପାଇଁ ବନ୍ଧନର କାରଣ ହୁଏ । (ଗୁଣତ୍ରୟ ବିଭାଗ ଯୋଗଃ)+++ ।(୧୪)
“ମାୟାବାଦୀ କର୍ମ ସନ୍ନ୍ୟାସୀଗଣଙ୍କ ମତରେ ଏ ସଂସାର ହେଉଛି ଏକ ଭ୍ରମ (ଓକ୍ଷକ୍ଷଙ୍କଗ୍ଦସକ୍ଟଦ୍ଭ) ଏହା ସ୍ବପ୍ନବତ୍ ଅଳୀକ ଓ ମରୁଭୂମିର ମରୀଚିକା ସଦୃଶ ଅବାସ୍ତବ । କିନ୍ତୁ ଗୀତା ଅନୁସାରେ ଜଗତ ମିଥ୍ୟା ନୁହେଁ । ଏହାର ଇତିହାସ ଭୁଗୋଳ ଏକ ନିର୍ଦ୍ଧିଷ୍ଟ ନିୟମ ଦ୍ୱାରା ପରିଚାଳିତ । ଏହାର ଆଦି, ମଧ୍ୟ ଓ ଅନ୍ତ ବିଷୟରେ ମନୁଷ୍ୟ ଜାଣି ନ ଥିବାରୁ ଏହାକୁ ମାୟା ବୋଲି କହେ । ମନୁଷ୍ୟ ଅଳ୍ପଜ୍ଞ, ପରମାତ୍ମା ସର୍ବଜ୍ଞ । କାରଣ ସମୟର ଏ ତିନୋଟି ଦୃଶ୍ୟ ସହିତ ସେ ସମ୍ପୂର୍ଣ୍ଣ ପରିଚିତ । ସେ ଆଦି, ମଧ୍ୟ ଓ ଅନ୍ତ ରହିତ । ତେଣୁ ତାଙ୍କୁ ଅନାଦି, ଆଦିମୂଳ ଓ ଅନନ୍ତ କୁହାଯାଏ ।” (ପୁରୁଷୋମ ଯୋଗଃ)+++ ।(୧୫)
“ସାଧାରଣ ଲୋକ ଜ୍ଞାନଯୋଗ ମାର୍ଗରେ ଚାଲିବାକୁ ଭୟ କରନ୍ତି । କାରଣ, ସେମାନେ ଭାବନ୍ତି ଯେ ଏହି ମାର୍ଗରେ ଚାଲିଲେ ସେମାନଙ୍କୁ କାମ କ୍ରୋଧାଦି ବିକାର ତ୍ୟାଗ କରିବାକୁ ପଡ଼ିବ । ବିଭିନ୍ନ ପ୍ରକାର ଦୁର୍ବ୍ୟସନ ତ୍ୟାଗ କରିବାକୁ ପଡ଼ିବ । ସାଙ୍ଗ ସାଥୀମାନେ ଉପହାସ କରିବେ; ଜ୍ଞାତି କୁଟୁମ୍ବ ଲୋକେ ବିରୋଧ କରିବେ । ବ୍ୟବସାୟରେ ଅସତ୍ ଉପାୟ ଅବଲମ୍ବନ କରି ହେବ ନାହିଁ । ଏତାଦୃଶ୍ୟ କାପୁରୁଷତା ମନୁଷ୍ୟକୁ ଈଶ୍ୱର ପ୍ରାପ୍ତିରୁ ବଞ୍ଚିତ କରାଏ । ଯୋଗ ମାର୍ଗରେ ନିତ୍ୟ ନିରନ୍ତର ମନୋବିକାର ଗୁଡ଼ÿିକ ସହିତ ଯୁଦ୍ଧ କରିବାକୁ ପଡ଼େ । ନିର୍ଭୟତା ବିନା ଏହି ଯୁଦ୍ଧ ଜୟ କରି ହେବନାହିଁ ।” (ଦୈବାସୁର-ସମ୍ପଦ ବିଭାଗ ଯୋଗଃ)+++ ।(୧୬)
“ବାସନା ଓ ସହଜାତ ସଂସ୍କାର ଅନୁସରଣରେ କର୍ମ କରିବା ହେଉଛି ପଶୁର ଧର୍ମ । ତେଣୁ ଯେଉଁ ମନୁଷ୍ୟ ବ୍ୟକ୍ତିଗତ ବାସନାର ବଶବୀର୍ ହୋଇ କର୍ମ କରେ ସେ ପଶୁ ତୁଲ୍ୟ । ଗୀତାରେ ଏହି ମନୁଷ୍ୟକୁ ଅସୁର ବୋଲି ଅଭିହିତ କରାଯାଇଛି । ମନୁଷ୍ୟ ପାଇଁ କର୍ମର ଏକ ଉଚ୍ଚତର ଆଦର୍ଶ ଅଛି । ଆଦର୍ଶର ଅନ୍ୱେଷଣ କରୁ କରୁ ମନୁଷ୍ୟ ଯେଉଁ ସତ୍ୟର ସନ୍ଧାନ ପାଇଛି ତାକୁ ସେ ମାନବ କଲ୍ୟାଣ ନିମନ୍ତେ ଲିପିବଦ୍ଧ କରିଛି ... ।” ର୍(ଶ୍ରଦ୍ଧାତ୍ରୟ ବିଭାଗ ଯୋଗଃ)+++ ।(୧୭)
ଏହିପରି ତ୍ୟାଗୀ ବ୍ୟକ୍ତିଙ୍କ ବୁଦ୍ଧି ସ୍ଥିର ଓ ଅଚଂଚଳ । ତାଙ୍କର କର୍ମରେ କୌଣସି ପ୍ରକାର ଅହଙ୍କାରର ସ୍ଥାନ ନଥାଏ । ଅକୁଶଳ କର୍ମ ହେଲେ ମଧ୍ୟ ଦ୍ୱେଷ ପୂର୍ବକ ସେ ତ୍ୟାଗ କରନ୍ତି ନାହିଁ । କାରଣ ସେ ଜାଣନ୍ତି ଯେ ସାତ୍ୱିକତାରେ ଦ୍ୱେଷର ସ୍ଥାନ ନାହିଁ । ଅନ୍ୟପକ୍ଷରେ କୁଶଳ କର୍ମରେ ତାଙ୍କର ଆସକ୍ତି ମଧ୍ୟ ନଥାଏ । କୁଶଳ ଓ ଅକୁଶଳ କର୍ମରେ ସେ ସମଭାବାପନ୍ନ ରହନ୍ତି । ସଫଳତାରେ ଅଧୀର କିମ୍ବା ବିଫଳତାରେ ସେ କାତର ହୁଅନ୍ତି ନାହିଁ । ଅନୁଚିତ ଆଗ୍ରହ ପ୍ରକାଶ କରି ସେ କୌଣସି କର୍ମରେ ଲିପ୍ତ ହୁଅନ୍ତି ନାହିଁ କି କର୍ବ୍ୟ କର୍ମକୁ ଅଶୁଭ ମନେକରି ଘୃଣା କରନ୍ତି ନାହି..”(ମୋକ୍ଷ ଯୋଗଃ)+++ ।(୧୮)
ଏହି ଉଦାହରଣ ସମୂହ ଶ୍ରୀ ମିଶ୍ରଙ୍କର ବିଚାର ବିଶ୍ଳେଷଣର କତିପୟ ଦୃଷ୍ଟାନ୍ତ । ହୃଦ୍ବୋଧ ହେତୁ ପୂର୍ବାପର ସମ୍ବନ୍ଧ ସୂତ୍ରରେ ହିଁ ବିଷଦ ବ୍ୟାଖ୍ୟା ଓ ସତ୍ୟର ନିକଟବୀର୍ ହେବାକୁ ହେବ । ସେହି କାରଣରୁ ପାଠକବର୍ଗଙ୍କ ଆଗ୍ରହୀ ଓ ମନଯୋଗୀ ଅଧ୍ୟୟନ କାମ୍ୟ ବୋଲି କହିବି । ତା’ବିନା ଭାବ, ତତ୍ତ୍ୱ ଓ ସତ୍ୟ-ଯଥାର୍ଥର ନିକଟବୀର୍ ହେବା ମଧ୍ୟ ସମ୍ଭବ ହେବ ନାହିଁ ।
ମୋର ଆସ୍ଥା ଓ ବିଶ୍ୱାସ ଯେ ବିଜ୍ଞ ପାଠକ ଡାକ୍ତର ଶ୍ରୀ ସୁଧାଂଶୁ ଶେଖର ମିଶ୍ରଙ୍କର ଆୟାସସାଧ୍ୟ ଅଧ୍ୟୟନର ଆଦର କରିବେ । ହୋଇପାରେ କ୍ଷେତ୍ରବିଶେଷରେ ମତାନ୍ତର ପରିଲକ୍ଷିତ ହେବ । ତେବେ, ତାଙ୍କର ବିଚାର ଓ ଆପଣଙ୍କର ସ୍ବଅନୁଶୀଳନର ସଂଯୋଗରେ ସତ୍ୟାନୁସନ୍ଧାନ ସାର୍ଥକ ହେବ ।
ମୁଁ ଏହି ଅନୁପମ ଗ୍ରନ୍ଥର ମହର ସାଫଲ୍ୟ କାମନା କରୁଛି ।
ଅଭିମତ
ଶ୍ରୀ ନାରାୟଣ ପୃଷେଠ୍
ଅବସରପ୍ରାପ୍ତ ପ୍ରାଧ୍ୟାପକ ଓ ଅଧ୍ୟକ୍ଷ, ବରଗଡ଼
ଶ୍ରୀମଦ୍ ଭଗବତ୍ ଗୀତା କେବଳ ଏକ ହିନ୍ଦୁ ଧର୍ମଗ୍ରନ୍ଥ ନୁହେଁ, ଏହା ସକଳ ମଣିଷର ସର୍ବକାଳୀକ ଜୀବନ ଗ୍ରନ୍ଥ । ଦ୍ୱନ୍ଦ୍ୱଗ୍ରସ୍ତ ଚି ଏବଂ ସନ୍ତାପଗ୍ରସ୍ତ ମନକୁ ବିକ୍ଷିପ୍ତ ଭାବରୁ ମୁକ୍ତ କରି ସଂକଳ୍ପକୁ ଅଖଣ୍ଡ ବ୍ୟକ୍ତିତ୍ୱରେ ରୂପାନ୍ତରିତ କରିବାର ମହାଗ୍ରନ୍ଥର ନାମ ଗୀତା । ଏହାର ଆଦର୍ଶ ହେଉଛି ନିଜ ଭିତରେ ଥିବା ଆଲୋକରୁ ଜୀବନର ଆନନ୍ଦ ଓ ସୁଖର ମାର୍ଗ ଖୋଜିବା । (ସୁଖୋଽନ୍ତରାରାମସ୍ତଥନ୍ତ ର୍ଜ୍ୟୋତିରେବ । ୫/୨୩) । ଏହିପରି ଗୀତାର ପ୍ରତ୍ୟେକ ଶ୍ଳୋକ ଉଚ୍ଚତର ସତ୍ୟର ସଂଧାନ ପାହାଚ । ଶ୍ରଦ୍ଧାବାନ ଜିଜ୍ଞାସୁ ପାଠକ ଜାଣି ପାରିବ ଯେ ତା’ଭିତରେ ଜମାଟ ବାନ୍ଧି ହୋଇ ରହିଥିବା ଧୂଳି ସବୁ କେମିତି ପରସ୍ତ ପରସ୍ତ ହୋଇ ଖସି ପଡୁଛି । ସେତେବେଳେ ତାହାର ଜୀବନବ୍ୟାପୀ ସାଧନାସିଦ୍ଧ ଅନୁଭବ ହେବ ଯେ ଯାହା ଅଦୃଶ୍ୟ ତାହା ମହର ଏବଂ ତାହାକୁ ଜାଣିବା ହିଁ ପ୍ରକୃତ ଜ୍ଞାନ । ଏହା ହିଁ ଜୀବନର କର୍ମ ଓ ଧର୍ମ ।
ହଜାର ବର୍ଷ ଧରି ମୁନି, ଋଷି, ଅଧ୍ୟାତ୍ମ ସାଧକଗଣ ଗୀତାର ବ୍ୟାଖ୍ୟା କରିଥିଲେ ମଧ୍ୟ ତାହା ରହସ୍ୟମୟ ହୋଇ ରହିଥିବାରୁ ମଣିଷର ଜିଜ୍ଞାସା ତୃଷ୍ଣା ତଥାପି ତୃପ୍ତ ହୋଇନାହିଁ । ଏହି ପରମ୍ପରାର ସଦ୍ୟତମ ଆଲୋଚନା ଗ୍ରନ୍ଥ ହେଉଛି ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ‘ଶ୍ରୀମଭଗବତ ଗୀତା ରହସ୍ୟ’ । ଗ୍ରନ୍ଥଟିକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗରେ ଗୀତା ପ୍ରବେଶ ପୂର୍ବରୁ ପାଠକର ବୋଧଗମ୍ୟ ହେବା ପାଇଁ ଗୀତା ଜ୍ଞାନର ଉଦ୍ଧେଶ୍ୟ, ଭଗବତ୍ ଗୀତାର ଯଥାର୍ଥ ସ୍ବରୂପ, ଗୀତାର ଦାର୍ଶନିକ ତ୍ୱ, ଆତ୍ମା ତ୍ୱ, ପରମାତ୍ମା ତ୍ୱ ସହ ରାଜଯୋଗର ବିଶଦ୍ ବ୍ୟାଖ୍ୟା କରିଛନ୍ତି । ଏହା ହିଁ ଗ୍ରନ୍ଥର ଅନ୍ୟତମ ଆକର୍ଷଣ । ଏହା ପଠନ ପରେ, ଗୀତାର ଗହନ ତ୍ୱ-ରାଜ୍ୟକୁ ପ୍ରବେଶ କରିବା ପାଠକ ପକ୍ଷରେ ସହଜ ହୋଇଯାଏ । ଦ୍ୱିତୀୟ ଭାଗରେ ଗୀତାର ବିଭିନ୍ନ ଅଧ୍ୟାୟର ପାଣ୍ଡିତ୍ୟପୂର୍ଣ୍ଣ ଆଲୋଚନା କରିଛନ୍ତି ଶ୍ରୀ ମିଶ୍ର ।
ଶ୍ରୀ ମିଶ୍ରଙ୍କ ଆଲାଚନାର ବିଶେଷ୍ୱ ହେଉଛି ଏହାର ତୁଳନାତ୍ମକ ଓ ବିଶ୍ଳେଷଣାତ୍ମକ ବିଭବ ତଥା ଅଲୋଚନାରେ ବକ୍ତବ୍ୟର ସ୍ପଷ୍ଟ ଉଚ୍ଚାରଣ । ଆଲୋଚନାରେ ସେ ଆ·ର୍ଯ୍ୟ ଶଙ୍କରଙ୍କ ଆଲୋଚନାର ସାହସ ପ୍ରଦର୍ଶନ କରିଛନ୍ତି । ଗୀତାରେ, ପରବର୍ୀ କାଳରେ, କେଉଁ କେଉଁ ଅଂଶ ପ୍ରକ୍ଷେପିତ ହେବାରେ ତାହା ସଂଗତିହୀନ ହୋଇଛି, ତାହା ଦର୍ଶାଇଛନ୍ତି ଜଣେ ଗବେଷକ ଭାବରେ । ଗ୍ରନ୍ଥର ଆଲୋଚନା କଲାବେଳେ, ଆଲୋଚକଙ୍କ ପାଣ୍ଡିତ୍ୟ ଏବଂ ମୌଳିକତାକୁ ଦ୍ୱିଧାହୀନ ଭାବେ ସ୍ବୀକାର କରିବାକୁ ପଡ଼ିବ ।
ଏଇଭଳି ଏକ ଉପାଦେୟ ଓ ମୂଲ୍ୟବାନ ଆଲୋଚନା ଗ୍ରନ୍ଥ ପାଇଁ ଡକ୍ତର ମିଶ୍ରଙ୍କୁ ଅଭିନନ୍ଦନ ଜ୍ଞାପନ ସହ, ଗ୍ରନ୍ଥଟି ପାଠକୀୟ ଶ୍ରଦ୍ଧା ଲାଭ କରିବ ବୋଲି ବିଶ୍ୱାସ ରହିଛି ।
ସୂଚୀପତ୍ର
ଭୂମିକା
ଶ୍ରୀମଦ୍ଭଗବତ୍ ଗୀତା - ଅର୍ଥ ଏବଂ ମହ୍ୱ
ବିଭିନ୍ନ ମହାପୁରୁଷ ତଥା ବିଦ୍ୱାନମାନଙ୍କ ଦ୍ୱାରା
ଗୀତାର ମହିମା ବର୍ଣ୍ଣନା
ପ୍ରଣିଧାନଯୋଗ୍ୟ ପ୍ରଶ୍ନ
ସ୍ବରଚିତ ପୁସ୍ତକ ସମ୍ପର୍କରେ
ପ୍ରଥମ ଓ ଦ୍ୱିତୀୟ ଖଣ୍ଡର ପ୍ରତ୍ୟେକ ଅଧ୍ୟାୟରେ ଥିବା
ବିଷୟବସ୍ତୁ ଉପରେ ସଂକ୍ଷିପ୍ତ ଟୀପ୍ପଣୀ
୧. ପ୍ରଥମ ଖଣ୍ଡ ୩-୧୧୨
ପ୍ରଥମ ଅଧ୍ୟାୟ : ଗୀତାଜ୍ଞାନର ଉଦ୍ଧେଶ୍ୟ ୩
ଦ୍ୱିତୀୟ ଅଧ୍ୟାୟ : ଶ୍ରୀମଦ୍ଭଗବତ ଗୀତାର ଯଥାର୍ଥ ସ୍ବରୂପ ୯
ତୃତୀୟ ଅଧ୍ୟାୟ : ମହାଭାରତ ଯୁଦ୍ଧର ଯଥାର୍ଥ ସ୍ବରୂପ ଓ ଗୀତା ପ୍ରକରଣର ପୁନରାବୃି ୨୬
ଚତୁର୍ଥ ଅଧ୍ୟାୟ : ଗୀତାର ଦାର୍ଶନିକ ତ୍ୱ ୪୭
ପମ ଅଧ୍ୟାୟ : ଆତ୍ମା ତ୍ୱ ୫୨
ଷଷ୍ଠ ଅଧ୍ୟାୟ : ପରମାତ୍ମା ତ୍ୱ ୬୩
ସପ୍ତମ ଅଧ୍ୟାୟ : ରାଜଯୋଗ ୮୧
୨. ଦ୍ୱିତୀୟ ଖଣ୍ଡ ୧୧୫-୧୩୫
ପ୍ରଥମ ଅଧ୍ୟାୟ
ଅର୍ଜୁନ ବିଷାଦ ଯୋଗ ୧୧୫
ଅର୍ଜୁନ ବିଷାଦ ଯୋଗ (ଦୁଇ) ୧୨୩
ବିଭିନ୍ନ ବିଦ୍ୱାନମାନଙ୍କ ଦୃଷ୍ଟିକୋଣ ୧୨୩
ରଥ, ରଥି ଓ ସାରଥି ୧୨୫
ଈଶ୍ୱରୀୟ ଦୃଷ୍ଟିକୋଣ ୧୨୬
ଗୀତାର ଚରିତ୍ର - ସଂଜ୍ଞାବାଚକ ନା ଗୁଣବାଚକ ୧୨୯
କେତୋଟି ନାମର ଗୁଣବାଚକ ଅର୍ଥ : ୧୩୧
(ପାଣ୍ଡବ, ଯୁଧିଷ୍ଠିର, ଅର୍ଜୁନ, ଭୀମ, ନକୁଳ, ସହଦେବ, ଧୃତରାଷ୍ଟ୍ର, ଦୁର୍ଯେ୍ୟାଧନ, ସଞ୍ଜୟ, କୃଷ୍ଣ, ଅଚୁ୍ୟତ, ଆଦ୍ୟ, ଜନାର୍ଦ୍ଧନ, ଗୋବିନ୍ଦ, ହୃଷିକେଶ, କେଶବ, କରୁକ୍ଷେତ୍ର)
୩. ଦ୍ୱିତୀୟ ଅଧ୍ୟାୟ (ସାଂଖ୍ୟଯୋଗ) ୧୩୬-୧୮୩
ଆତ୍ମାର ନିତ୍ୟତ୍ୱ ନିରୂପଣ (ଶ୍ଲୋକ ୧୨) ୧୩୬
ଇନ୍ଦ୍ରିୟ ବିଷୟ ସମୂହ ସଂଯୋଗର ଅନିତ୍ୟ ନିରୂପଣ
(ଶ୍ଲୋକ ୧୪-୧୫) ୧୩୭
ସତ୍ ଅସତର ନିର୍ଣ୍ଣୟ ଓ ତା’ର ସ୍ବରୂପ (ଶ୍ଲୋକ ୧୬-୧୮) ୧୪୦
ଆତ୍ମାର ସ୍ବରୂପ (ଶ୍ଲୋକ ୧୯-୨୫) ୧୪୪
ଶରୀର ଅନିତ୍ୟ, ଶୋକ ଅନୁଚିତ (ଶ୍ଲୋକ ୨୬-୨୮) ୧୫୦
ନିଷ୍କାମ କର୍ମଯୋଗ ଓ ତା’ର ମହ୍ୱ (ଶ୍ଲୋକ ୩୯-୪୦) ୧୫୩
ସକାମୀ (କର୍ମକାଣ୍ଡୀ) ପୁରୁଷମାନଙ୍କ ସ୍ବଭାବ (ଶ୍ଲୋକ ୪୨-୪୪) ୧୫୬
ନିଷ୍କାମୀ କର୍ମଯୋଗୀ ଓ ଆତ୍ମା ପରାୟଣ ହୁଅ (ଶ୍ଲୋକ ୪୫-୫୦) ୧୫୮
ଈଶ୍ୱରୀୟ ସ୍ମୃତିଯୁକ୍ତ କର୍ମ ହେଉଛି ଯୋଗ (ଶ୍ଲୋକ ୫୧-୫୩) ୧୬୩
ସ୍ଥିତପ୍ରଜ୍ଞର ଲକ୍ଷଣ ଓ ଈଶ୍ୱରପରାୟଣତା (ଶ୍ଲୋକ ୫୫-୬୧) ୧୬୫
ବିଷୟ ଚିନ୍ତନ ଅଧୋଃପତନର କାରଣ (ଶ୍ଲୋକ ୭୨-୭୦) ୧୬୯
ବ୍ରାହ୍ମି ସ୍ଥିତି (ଶ୍ଲୋକ ୭୧-୭୨) ୧୭୪
ପରିଶିଷ୍ଟ ବ୍ୟାଖ୍ୟା ୧୭୭
୪. ତୃତୀୟ ଅଧ୍ୟାୟ (କର୍ମଯୋଗ) ୧୮୪-୧୯୭
ସନ୍ନ୍ୟାସ ଅପେକ୍ଷା କର୍ମଯୋଗ ଶ୍ରେଷ୍ଠ (ଶ୍ଲୋକ ୩-୪) ୧୮୪
ଯଜ୍ଞ ଓ କର୍ମଚକ୍ର (ଶ୍ଲୋକ ୯-୧୬) ୧୮୬
ନିଃସ୍ବାର୍ଥ ଓ ନିଷ୍କାମ ଭାବରେ ଲୋକ ସଂଗ୍ରହାର୍ଥ କର୍ମ
କରିବା ଉଚିତ (ଶ୍ଲୋକ ୧୭-୨୪) ୧୮୯
ଜ୍ଞାନୀ ଓ ଅଜ୍ଞାନଙ୍କ କର୍ମରେ ପ୍ରଭେଦ (ଶ୍ଲୋକ ୨୫-୩୦) ୧୯୨
ଇନ୍ଦ୍ରିୟମାନଙ୍କ ବଶୀଭୂତ ନ ହୋଇ ସ୍ବଧର୍ମାନୁସାରେ କର୍ମ କରିବା ଶ୍ରେୟସ୍କର (ଶ୍ଲୋକ ୩୩-୩୫) ୧୯୪
ପାପର କର୍ା ଓ ତା’ର ବିନାଶର ଉପାୟ (ଶ୍ଲୋକ ୩୭-୪୩) ୧୯୫
୫. ଚତୁର୍ଥ ଅଧ୍ୟାୟ (ଜ୍ଞାନଯୋଗ) ୧୯୮-୨୧୦
ପରମାତ୍ମାଙ୍କ ଦିବ୍ୟ ଜନ୍ମ ଓ ଦିବ୍ୟ କର୍ମ ରହସ୍ୟ (ଶ୍ଲୋକ ୫-୧୦) ୧୯୮
ପରମାତ୍ମା ପ୍ରାପ୍ତିର ସୁଲଭ ପନ୍ଥା - ‘ନିଷ୍କାମ କର୍ମଯୋଗ’ (ଶ୍ଲୋକ ୧୧-୧୮) ୨୦୦
କ୍ଷ ନିଷ୍କାମ କର୍ମଯୋଗୀର ଆଚରଣ (ଶ୍ଲୋକ ୧୯-୨୩) ୨୦୩
କ୍ଷ ଭିନ୍ନ ଭିନ୍ନ ଯଜ୍ଞର ଆଧ୍ୟାତ୍ମିକ ସ୍ବରୂପ (ଶ୍ଲୋକ ୨୪-୩୩) ୨୦୪
କ୍ଷ ଈଶ୍ୱରୀୟ ଜ୍ଞାନର ଉପାଦେୟତା (ଶ୍ଲୋକ ୩୪-୪୨) ୨୦୭
୬. ପମ ଅଧ୍ୟାୟ (କର୍ମ ସନ୍ନ୍ୟାସଯୋଗ) ୨୧୧-୨୧୮
କ୍ଷ ସନ୍ନ୍ୟାସ ନା କର୍ମ ଯୋଗ; କିଏ ଶ୍ରେଷ୍ଠ (ଶ୍ଲୋକ ୨-୫) ୨୧୧
କ୍ଷ କର୍ମଯୋଗୀର ବିଶେଷତା (ଶ୍ଲୋକ ୭-୧୩) ୨୧୨
କ୍ଷ ପରମାତ୍ମା ପାପ ବା ପୁଣ୍ୟର କର୍ା ନୁହନ୍ତି (ଶ୍ଲୋକ ୧୪-୧୭) ୨୧୪
କ୍ଷ ଜ୍ଞାନୀ ଓ ଯୋଗୀର ସ୍ବଭାବ ଓ ଲକ୍ଷଣ (ଶ୍ଲୋକ ୧୮-୧୯) ୨୧୫
୭. ଷଷ୍ଠ ଅଧ୍ୟାୟ (ଅଭ୍ୟାସ ବା ଧ୍ୟାନ ଯୋଗ) ୨୧୯-୨୨୮
କ୍ଷ ଯୋଗାରୂଢ଼ ପୁରୁଷ ଓ କର୍ମଯୋଗୀଙ୍କର ଲକ୍ଷଣ (ଶ୍ଲୋକ ୧-୯) ୨୧୯
କ୍ଷ ଧ୍ୟାନଯୋଗର ଆସନ ଓ ବିଧି (ଶ୍ଲୋକ ୧୦-୧୭) ୨୨୧
କ୍ଷ ଧ୍ୟାନଯୋଗର ସାଧନ ଓ ସିଦ୍ଧି (ଶ୍ଲୋକ ୧୮-୨୬) ୨୨୨
କ୍ଷ ଧ୍ୟାନଯୋଗୀମାନଙ୍କ ଅନୁଭବ (ଶ୍ଲୋକ ୨୭-୩୨) ୨୨୪
କ୍ଷ ମନ ନିଗ୍ରହର କୌଶଳ (ଶ୍ଲୋକ ୩୫-୩୬) ୨୨୬
କ୍ଷ ଯୋଗଭ୍ରଷ୍ଟର ଗତି (ଶ୍ଲୋକ ୪୦-୪୫) ୨୨୬
୮. ସପ୍ତମ ଅଧ୍ୟାୟ ୨୨୯-୨୩୮
କ୍ଷ ବିଜ୍ଞାନ ସହିତ ଜ୍ଞାନର ବର୍ଣ୍ଣନା (ଶ୍ଲୋକ ୧-୭) ୨୨୯
କ୍ଷ ପରମାତ୍ମା ବୀଜ ସ୍ବରୂପ (ଶ୍ଲୋକ ୮-୧୨) ୨୩୧
କ୍ଷ ମାୟାଯୁକ୍ତ ଅଜ୍ଞାନ ଓ ମାୟାମୁକ୍ତ ଜ୍ଞାନୀ ପୁରୁଷର ଲକ୍ଷଣ
(ଶ୍ଲୋକ ୧୩-୧୯) ୨୩୨
କ୍ଷ ଦେବ ଉପାସକଗଣ କେବଳ ଭାବନାର ଫଳ ପାଆନ୍ତି
(ଶ୍ଲୋକ ୨୦-୩୦) ୨୩୪
କ୍ଷ ପରମାତ୍ମାଙ୍କ ସର୍ବୋମ ପରମ ସ୍ବରୂପ (ଶ୍ଲୋକ ୨୪-୩୦) ୨୩୬
୯. ଅଷ୍ଟମ ଅଧ୍ୟାୟ (ଅକ୍ଷର ବ୍ରହ୍ମଯୋଗ) ୨୩୯-୨୫୨
କ୍ଷ ବ୍ରହ୍ମ, ଅଧ୍ୟାତ୍ମ, କର୍ମ, ଅଧିଭୂତ, ଅଧିଦୈବ ଓ ଅଧିଯଜ୍ଞ
ତ୍ୱ ନିରୂପଣ (ଶ୍ଲୋକ ୩-୭) ୨୩୯
କ୍ଷ ଅଭ୍ୟାସ ଯୋଗର ବିଧି ଓ ସିଦ୍ଧି (ଶ୍ଲୋକ ୮-୧୬) ୨୪୧
କ୍ଷ ବ୍ରହ୍ମାଙ୍କ ଦିବସ ଓ ରାତ୍ର ଏବଂ ତହିଁରେ ସୃଷ୍ଟି ଓ ପ୍ରଳୟ
(ଶ୍ଲୋକ ୧୭-୧୯) ୨୪୬
କ୍ଷ ଜଗତର ପରମତ୍ୱ, ଜୀବର ପରମାଗତି ଓ ପରମେଶ୍ୱର ପ୍ରାପ୍ତି (ଶ୍ଲୋକ ୨୦-୨୨) ୨୪୭
କ୍ଷ ଶୁକ୍ଳ ମାର୍ଗ ଓ କୃଷ୍ଣ ମାର୍ଗ; ମରଣୋତ୍ତର ଜୀବର ଗତି ୨୪୯
୧୦. ନବମ ଅଧ୍ୟାୟ (ରାଜବିଦ୍ୟା ରାଜଗୁହ୍ୟଯୋଗ) ୨୫୩-୨୭୦
କ୍ଷ ଈଶ୍ୱରୀୟ ଜ୍ଞାନ ଓ ଐଶ୍ୱରିକ ଯୋଗ ସାମର୍ଥ୍ୟ (ଶ୍ଲୋକ ୧-୬) ୨୫୩
କ୍ଷ ସୃଷ୍ଟିରେ ପ୍ରାଣୀମାନଙ୍କର ଉପôି ଓ ବିନାଶ (ଶ୍ଲୋକ ୭-୧୦) ୨୫୬
କ୍ଷ ଆସୁରୀ ଓ ଦୈବୀ ପ୍ରକୃତି ସମ୍ପନ୍ନ ବ୍ୟକ୍ତିର ସ୍ବରୂପ
(ଶ୍ଲୋକ ୧୧-୧୫) ୨୫୮
କ୍ଷ ପରମାତ୍ମା ସର୍ବୋପରି (ଶ୍ଲୋକ ୧୬-୧୯) ୨୬୧
କ୍ଷ ସକାମ ଓ ନିଷ୍କାମ ଉପାସନାର ଫଳ (ଶ୍ଲୋକ ୨୦-୨୫) ୨୬୩
କ୍ଷ ପରମାତ୍ମା ଭକ୍ତିକୁ ଦେଖନ୍ତି, ବ୍ୟକ୍ତିକୁ ନୁହେଁ (ଶ୍ଲୋକ ୨୬-୩୪) ୨୬୬
୧୧. ଦଶମ ଅଧ୍ୟାୟ (ବିଭୂତିଯୋଗଃ) ୨୭୧-୨୮୨
କ୍ଷ ପରମାତ୍ମା ପରିଚୟ ଦ୍ୱାରା ପ୍ରାପ୍ତି (ଶ୍ଲୋକ ୧-୩) ୨୭୧
କ୍ଷ ଈଶ୍ୱରୀୟ ବିଭୂତି ଓ ଯୋଗ ସାମର୍ଥ୍ୟ (ଶ୍ଲୋକ ୪-୭) ୨୭୩
କ୍ଷ ଜ୍ଞାନଯୁକ୍ତ ଭକ୍ତି ଦ୍ୱାରା ପ୍ରାପ୍ତି (ଶ୍ଲୋକ ୮-୧୧) ୨୭୬
କ୍ଷ ବିଭୂତିଯୋଗ - ଏକ ଅଧ୍ୟୟନ ୨୭୮
୧୨. ଏକାଦଶ ଅଧ୍ୟାୟ (ବିଶ୍ୱରୂପ ଦର୍ଶନଯୋଗଃ) ୨୮୩-୨୮୫
କ୍ଷ ବିଶ୍ୱରୂପ ଦର୍ଶନଯୋଗ - ଏକ ତା୍ୱିକ ଅଧ୍ୟୟନ ୨୮୩
୧୩. ଦ୍ୱାଦଶ ଅଧ୍ୟାୟ (ଭକ୍ତିଯୋଗଃ) ୨୮୬-୨୯୮
କ୍ଷ ରାଜଯୋଗ ହେଉଛି ଈଶ୍ୱର ପ୍ରାପ୍ତିର ଏକମାତ୍ର ଆଧାର
(ଶ୍ଲୋକ ୨-୪) ୨୮୬
କ୍ଷ ପରମାତ୍ମା ହିଁ ଏକମାତ୍ର ଉଦ୍ଧାର କର୍ା (ଶ୍ଲୋକ ୫-୭) ୨୮୮
କ୍ଷ ଯୋଗାଭ୍ୟାସର ଉପାୟ (ଶ୍ଲୋକ ୮-୧୨) ୨୮୯
କ୍ଷ ପରମାତ୍ମାଙ୍କ ପ୍ରିୟ ଯୋଗସିଦ୍ଧ ବ୍ୟକ୍ତିର ଲକ୍ଷଣ
(ଶ୍ଲୋକ ୧୩-୧୯) ୨୯୨
୧୪. ତ୍ରୟୋଦଶ ଅଧ୍ୟାୟ (କ୍ଷେତ୍ର-କ୍ଷେତ୍ରଜ୍ଞ ବିଭାଗଯୋଗ) ୨୯୯-୩୨୭
କ୍ଷ କ୍ଷେତ୍ର ଓ କ୍ଷେତ୍ରଜ୍ଞର ବିଭାଗ (ଶ୍ଲୋକ ୧) ୨୯୯
କ୍ଷ କ୍ଷେତ୍ରଜ୍ଞର ସ୍ବରୂପ (ଶ୍ଲୋକ ୨) ୨୯୯
କ୍ଷ କ୍ଷେତ୍ରର ସ୍ବରୂପ (ଶ୍ଲୋକ ୩-୬) ୩୦୦
କ୍ଷ ଜ୍ଞାନର ସ୍ବରୂପ ଓ ଲକ୍ଷଣ (ଶ୍ଲୋକ ୭-୧୧) ୩୦୨
କ୍ଷ ଜେ୍ଞୟର ସ୍ବରୂପ ଓ ଲକ୍ଷଣ (ଶ୍ଲୋକ ୧୨-୧୭) ୩୦୯
କ୍ଷ ପ୍ରକୃତି ଓ ପୁରୁଷଙ୍କଠାରୁ ଉପôନ୍ନ ସଂସାରର ସ୍ବରୂପ
(ଶ୍ଲୋକ ୧୯-୨୧) ୩୧୭
କ୍ଷ ପୁରୁଷର ପ୍ରକୃତ ସ୍ବରୂପ (ଶ୍ଲୋକ ୨୨-୨୩) ୩୧୯
କ୍ଷ ଆତ୍ମଜ୍ଞାନର ମାର୍ଗ (ଶ୍ଲୋକ ୨୪-୨୫) ୩୨୧
କ୍ଷ କ୍ଷେତ୍ର କ୍ଷେତ୍ରଜ୍ଞ ସଂଯୋଗରୁ ସ୍ଥାବର ଓ ଜଙ୍ଗମର ସୃଷ୍ଟି
(ଶ୍ଲୋକ ୨୬) ୩୨୨
କ୍ଷ ଯଥାର୍ଥ ଦୃଷ୍ଟି (ଶ୍ଲୋକ ୨୭-୩୦) ୩୨୩
କ୍ଷ ଆତ୍ମା ଓ ପରମାତ୍ମାଙ୍କ ସ୍ବରୂପ (ଶ୍ଲୋକ ୩୧-୩୩) ୩୨୫
୧୫. ଚତୁର୍ଦ୍ଧଶ ଅଧ୍ୟାୟ (ଗୁଣତ୍ରୟ ବିଭାଗଯୋଗ) ୩୨୮-୩୫୩
କ୍ଷ ଈଶ୍ୱରୀୟ ଜ୍ଞାନର ମହିମା (ଶ୍ଲୋକ ୧-୨) ୩୨୮
କ୍ଷ ପ୍ରକୃତି ଓ ପୁରୁଷର ସଂଯୋଗରୁ ଜଗତର ଉପôି
(ଶ୍ଲୋକ ୩-୪) ୩୨୯
କ୍ଷ ସ୍ୱ, ରଜ ଏବଂ ତମ ଗୁଣର ସ୍ବରୂପ ଓ କାର୍ଯ୍ୟ
(ଶ୍ଲୋକ ୫-୧୦) ୩୩୦
କ୍ଷ ତାକôାଳିକ ବୃଦ୍ଧିପ୍ରାପ୍ତ ଗୁଣ ଜନିତ ବୃିଗୁଡ଼ିକର ଲକ୍ଷଣ
(ଶ୍ଲୋକ ୧୧-୧୩) ୩୩୫
କ୍ଷ ମୃତୁ୍ୟ ସମୟରେ ବୃଦ୍ଧିପ୍ରାପ୍ତ ଗୁଣ ଜନିତ ବୃିଗୁଡ଼ିକର ଫଳ
(ଶ୍ଲୋକ ୧୪-୧୫) ୩୩୯
କ୍ଷ ସା୍ୱିକ, ରାଜସ ଓ ତାମସ କର୍ମର ଫଳ (ଶ୍ଲୋକ ୧୬-୧୮) ୩୪୨
କ୍ଷ ଭଗବତ୍ ପ୍ରାପ୍ତିର ଉପାୟ (ଶ୍ଲୋକ ୧୯-୨୦) ୩୪୫
କ୍ଷ ତ୍ରିଗୁଣାତୀତ ମନୁଷ୍ୟର ଲକ୍ଷଣ ଓ ଆଚରଣ (ଶ୍ଲୋକ ୨୨-୨୫) ୩୪୬
କ୍ଷ ଗୁଣାତୀତ ହେବାର ଉପାୟ (ଶ୍ଲୋକ ୨୬) ୩୫୦
କ୍ଷ ପରମାତ୍ମାଙ୍କ ସ୍ବରୂପ (ଶ୍ଲୋକ ୨୭) ୩୫୧
୧୬. ପଦଶ ଅଧ୍ୟାୟ (ପୁରୁଷୋମଯୋଗ) ୩୫୪-୩୮୦
କ୍ଷ ସଂସାର ରୂପକ ଅଶ୍ୱତ୍ଥ ବୃକ୍ଷ (ଶ୍ଲୋକ ୧-୩) ୩୫୪
କ୍ଷ ପରମ ପଦ (ଶ୍ଲୋକ ୪-୬) ୩୫୯
କ୍ଷ ଜୀବାତ୍ମା (ଶ୍ଲୋକ ୭-୧୧) ୩୬୬
କ୍ଷ ପରମାତ୍ମାଙ୍କ ପ୍ରଭାବ (ଶ୍ଲୋକ ୧୨-୧୫) ୩୭୧
କ୍ଷ କ୍ଷର ଓ ଅକ୍ଷର ପୁରୁଷର ସ୍ବଭାବ (ଶ୍ଲୋକ ୧୬) ୩୭୬
କ୍ଷ ପରମାତ୍ମା ହିଁ ପୁରୁଷୋମ (ଶ୍ଲୋକ ୧୭-୧୯) ୩୭୭
୧୭. ଷୋଡ଼ଶ ଅଧ୍ୟାୟ (ଦୈବାସୁର ସମ୍ପଦ ବିଭାଗଯୋଗ) ୩୮୧-୪୦୫
କ୍ଷ ଦୈବୀ ସମ୍ପଦ (ଶ୍ଲୋକ ୧-୩) ୩୮୧
କ୍ଷ ଆସୁରୀ ସମ୍ପଦ (ଶ୍ଲୋକ ୪) ୩୯୪
କ୍ଷ ଆସୁରୀ ସମ୍ପିଯୁକ୍ତ ମନୁଷ୍ୟର ଆଚରଣ (ଶ୍ଲୋକ ୭-୧୮) ୩୯୭
କ୍ଷ ଆସୁରୀ ସମ୍ପିଯୁକ୍ତ ମନୁଷ୍ୟର ଗତି (ଶ୍ଲୋକ ୧୯-୨୦) ୪୦୪
୧୮. ସପ୍ତଦଶ ଅଧ୍ୟାୟ (ଶ୍ରଦ୍ଧାତ୍ରୟ ବିଭାଗଯୋଗ) ୪୦୬-୪୩୨
କ୍ଷ ତିନି ପ୍ରକାର ଶ୍ରଦ୍ଧା ଓ ତଦନୁସାରେ ଉପାସନା (ଶ୍ଲୋକ ୨-୬) ୪୦୬
କ୍ଷ ତିନି ପ୍ରକାର ଆହାର (ଶ୍ଲୋକ ୮-୧୦) ୪୧୦
କ୍ଷ ତିନିପ୍ରକାର ଯଜ୍ଞ (ଶ୍ଲୋକ ୧୧-୧୩) ୪୧୨
କ୍ଷ ତିନି ପ୍ରକାର ତପସ୍ୟା (ଶ୍ଲୋକ ୧୪-୧୯) ୪୧୫
କ୍ଷ ତିନି ପ୍ରକାର ଦାନ (ଶ୍ଲୋକ ୨୦-୨୨) ୪୨୬
କ୍ଷ ଓଂ, ତତ୍ ଓ ସତ୍ ଶବ୍ଦର ପ୍ରୟୋଗ (ଶ୍ଲୋକ ୨୩-୨୮) ୪୨୯
୧୯. ଅଷ୍ଟାଦଶ ଅଧ୍ୟାୟ (ମୋକ୍ଷ ଯୋଗ) ୪୩୩-୪୮୫
କ୍ଷ ତିନି ପ୍ରକାର ତ୍ୟାଗ (ଶ୍ଲୋକ ୪-୯) ୪୩୩
କ୍ଷ ତ୍ୟାଗୀର ଲକ୍ଷଣ ଓ ଆଚରଣ (ଶ୍ଲୋକ ୧୦-୧୨) ୪୩୫
କ୍ଷ କର୍ମର ପକାରଣ (ଶ୍ଲୋକ ୧୩-୧୫) ୪୩୭
କ୍ଷ କର୍ମର କର୍ା ଓ ପ୍ରେରକ (ଶ୍ଲୋକ ୧୬-୧୮) ୪୩୮
କ୍ଷ ତିନି ପ୍ରକାର ଜ୍ଞାନ (ଶ୍ଲୋକ ୨୦-୨୨) ୪୪୦
କ୍ଷ ତିନି ପ୍ରକାର କର୍ମ (ଶ୍ଲୋକ ୨୩-୨୫) ୪୪୨
କ୍ଷ ତିନି ପ୍ରକାର କର୍ା (ଶ୍ଲୋକ ୨୭-୨୮) ୪୪୪
କ୍ଷ ତିନି ପ୍ରକାର ବୁଦ୍ଧି ଓ ଧୃତି (ଶ୍ଲୋକ ୨୯-୩୫) ୪୪୬
କ୍ଷ ତିନି ପ୍ରକାର ସୁଖ (ଶ୍ଲୋକ ୩୬-୩୯) ୪୫୩
କ୍ଷ ବ୍ରାହ୍ମଣାଦି ଚର୍ତୁବର୍ଣ୍ଣର କର୍ମ (ଶ୍ଲୋକ ୪୧-୪୪) ୪୫୬
କ୍ଷ ସ୍ବଧର୍ମ ଓ ପରଧର୍ମ (ଶ୍ଲୋକ ୪୫-୪୮) ୪୬୮
କ୍ଷ ଜ୍ଞାନଯୋଗ ଦ୍ୱାରା ଈଶ୍ୱର ପ୍ରାପ୍ତି (ଶ୍ଲୋକ ୪୯-୫୫) ୪୭୨
କ୍ଷ ଯୋଗର ସରଳ ବିଧି - ‘ସମର୍ପଣ’ (ଶ୍ଲୋକ ୫୬-୬୬) ୪୭୮
ଗ୍ରନ୍ଥ ସୂଚୀ ୪୮୬
ଙ୍ଖ
No comments:
Post a Comment