ପଢ଼ନ୍ତୁ! ପଢ଼ନ୍ତୁ!
ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ
ଲେଖକ: ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ଼
ପ୍ରକାଶକ: ଅଗ୍ରଦୂତ, କଟକ
ପୃଷ୍ଠା: ୫୫ଠ ମୂଲ୍ୟ: ୩୫ଠ ଟଙ୍କା, ଡ଼ାକଖର୍ଚ୍ଚ- ଟ୫ଠ/-
(ତିନିଖଣ୍ଡ ବହି ଏକକାଳୀନ ମଗାଇଲେ (ରେଜିଷ୍ଟି୍ର) ଡାକ ଖର୍ଚ୍ଚ ଅନୁଷ୍ଠାନ ବହନ କରିବ
ଗ୍ରନ୍ଥର ବିଶେଷତ୍ୱ: ହଜାର ବର୍ଷ ଧରି ମୁନି, ଋଷି, ଅଧ୍ୟାତ୍ମ ସାଧକଗଣ ଗୀତାର ବ୍ୟାଖ୍ୟା କରିଥିଲେ ମଧ୍ୟ ତାହା ରହସ୍ୟମୟ ହୋଇ ରହିଥିବାରୁ ମଣିଷର ଜିଜ୍ଞାସା ତୃଷ୍ଣା ତଥାପି ତୃପ୍ତ ହୋଇନାହିଁ । ଏହି ପରମ୍ପରାର ସଦ୍ୟତମ ଆଲୋଚନା ଗ୍ରନ୍ଥ ହେଉଛି ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ‘ଶ୍ରୀମଭଗବତ ଗୀତା ରହସ୍ୟ’ । ଗ୍ରନ୍ଥଟିକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗରେ ଗୀତା ପ୍ରବେଶ ପୂର୍ବରୁ ପାଠକର ବୋଧଗମ୍ୟ ହେବା ପାଇଁ ଗୀତା ଜ୍ଞାନର ଉଦ୍ଧେଶ୍ୟ, ଭଗବତ୍ ଗୀତାର ଯଥାର୍ଥ ସ୍ବରୂପ, ଗୀତାର ଦାର୍ଶନିକ ତ୍ୱ, ଆତ୍ମା ତ୍ୱ, ପରମାତ୍ମା ତ୍ୱ ସହ ରାଜଯୋଗର ବିଶଦ୍ ବ୍ୟାଖ୍ୟା କରିଛନ୍ତି । ଏହା ହିଁ ଗ୍ରନ୍ଥର ଅନ୍ୟତମ ଆକର୍ଷଣ । ଏହା ପଠନ ପରେ, ଗୀତାର ଗହନ ତ୍ୱ-ରାଜ୍ୟକୁ ପ୍ରବେଶ କରିବା ପାଠକ ପକ୍ଷରେ ସହଜ ହୋଇଯାଏ । ଦ୍ୱିତୀୟ ଭାଗରେ ଗୀତାର ବିଭିନ୍ନ ଅଧ୍ୟାୟର ପାଣ୍ଡିତ୍ୟପୂର୍ଣ୍ଣ ଆଲୋଚନା କରିଛନ୍ତି ଶ୍ରୀ ମିଶ୍ର ।
ଶ୍ରୀ ମିଶ୍ରଙ୍କ ଆଲାଚନାର ବିଶେଷ୍ୱ ହେଉଛି ଏହାର ତୁଳନାତ୍ମକ ଓ ବିଶ୍ଳେଷଣାତ୍ମକ ବିଭବ ତଥା ଅଲୋଚନାରେ ବକ୍ତବ୍ୟର ସ୍ପଷ୍ଟ ଉଚ୍ଚାରଣ । ଆଲୋଚନାରେ ସେ ଆ·ର୍ଯ୍ୟ ଶଙ୍କରଙ୍କ ଆଲୋଚନାର ସାହସ ପ୍ରଦର୍ଶନ କରିଛନ୍ତି । ଗୀତାରେ, ପରବର୍ୀ କାଳରେ, କେଉଁ କେଉଁ ଅଂଶ ପ୍ରକ୍ଷେପିତ ହେବାରେ ତାହା ସଂଗତିହୀନ ହୋଇଛି, ତାହା ଦର୍ଶାଇଛନ୍ତି ଜଣେ ଗବେଷକ ଭାବରେ । ଗ୍ରନ୍ଥର ଆଲୋଚନା କଲାବେଳେ, ଆଲୋଚକଙ୍କ ପାଣ୍ଡିତ୍ୟ ଏବଂ ମୌଳିକତାକୁ ଦ୍ୱିଧାହୀନ ଭାବେ ସ୍ବୀକାର କରିବାକୁ ପଡ଼ିବ । ( By Late Narayan pruseth,ex-principal of Baragarh panchayat college,At/Po/DIST-BARAGARH,ODISSA
ଯୋଗାଯୋଗ: ମୁଖ୍ୟ ପରି·ଳକ ନ୍ୟାସୀ, ଆଧ୍ୟାତ୍ମିକ ଚେତନା ବିକାଶ ଟ୍ରଷ୍ଟ
ମାର୍ଫତ: ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫,
ଜି:ବଲାଙ୍ଗିର(ଓଡ଼ିଶା), ମୋ- ୯୪୩୭୨୧ଠ୨
No comments:
Post a Comment