ମୌନର ଅର୍ଥ
ମୌନର ଅର୍ଥ ବାଣୀର ବିରାମ ନୁାହେଁ । ଏହାର ପ୍ରକୃତ ଅର୍ଥ ହେଉଛି ଚିର ନିଃସଂକଳ୍ପ ଅବସ୍ଥା । ଏହି ଅବସ୍ଥାରେ ଉଭୟ ବାଣୀ ଓ ବିଚାର ଶାନ୍ତ ହୋଇଯାଏ । କିନ୍ତୁ ମୌନର ଆରମ୍ଭ ପ୍ରଥମେ ବାଣୀର ବିରାମରୁ କରିବାକୁ ହୁଏ । ବାଣୀ ଓ ବି·ର ପରସ୍ପର ପରିପୂରକ । ଉଭୟେ ପୃଥକ ନୁହନ୍ତି । ମନରେ ବିଚାର ତରଙ୍ଗ ଉପôନ୍ନ ହେଲେ ବ୍ୟକ୍ତି ତାହା ବାଣୀ ମାଧ୍ୟମରେ ବ୍ୟକ୍ତ କରେ । ଏଥିପାଇଁ ବାହ୍ୟ ନୀରବତା ମନରେ ଉପôନ୍ନ ହେଉଥିବା ବ୍ୟର୍ଥ ସଂକଳ୍ପ ବିକଳ୍ପ ସମୂହକୁ ନିୟନ୍ତ୍ରଣ କରିବାରେ ସହାୟକ ହୁଏ । ଅତ୍ୟଧିକ ବାର୍ାଳାପଦ୍ୱାରା ମନରେ ବିଚାର ପ୍ରବାହର ବେଗ ବୃଦ୍ଧି ପାଏ । ତେଣୁ ମନର ସ୍ଥିରତା ପାଇଁ ଯେତେ ସମ୍ଭବ ସମୟ ବାହାର କରି ମୌନ ରହିବାର ଅଭ୍ୟାସ କରିବା ଉଚିତ ।ମନୁଷ୍ୟ ମୌଳିକ ରୂପରେ ଏକାନ୍ତ ପ୍ରିୟ । ତେଣୁ ଅଧିକାଂଶ ବ୍ୟକ୍ତି କର୍ମ ବ୍ୟସ୍ତ ଜୀବନରେ ଅବକାଶ ପାଇଲେ କୌଣସି ପ୍ରାକୃତିକ ପରିବେଶ ଭରା ନିର୍ଜନ ସ୍ଥାନରେ କିଛି ସମୟ ବା ଦିନ ବିତାଇବାକୁ ପସନ୍ଦ କରନ୍ତି । କିନ୍ତୁ ସେମାନେ ଏପରି ଅବକାଶକୁ ଆମୋଦ ପ୍ରମୋଦରେ ଅତିବାହିତ କରିବାକୁ ସୁଖ ମଣନ୍ତି । ଏହିପରି ଭୌତିକ ସୁଖ କ୍ଷଣସ୍ଥାୟୀ; ଏହା ସେମାନେ ବୁଝି ପାରନ୍ତି ନାହିଁ । ଏପରି ସୁଯୋଗ ସମସ୍ତଙ୍କୁ ମିଳେ ନାହିଁ; ଖୁବ୍ କମ ଲୋକଙ୍କୁ କ୍ୱଚିତ ମିଳେ । କିନ୍ତୁ ମୌନର ଅଭ୍ୟାସଦ୍ୱାରା ବ୍ୟକ୍ତି ସଂସାରର କୋଳାହଳ ମଧ୍ୟରେ ଥାଇ ମଧ୍ୟ ନିର୍ଜନତାର ନିଥର ଶାନ୍ତି ଓ ଆନନ୍ଦ ପ୍ରାପ୍ତ ହୋଇପାରିବ । ମାନସିକ ସ୍ବାସ୍ଥ୍ୟ ପାଇଁ ମୌନ ଭୋଜନ ତୁଲ୍ୟ ଏକ ଅତ୍ୟାବଶ୍ୟକ ସାମଗ୍ରୀ । ଏଥିରୁ ପ୍ରାପ୍ତ ଆତ୍ମିକ ଶାନ୍ତି ମନୁଷ୍ୟ ମନରେ ଜମାଟ ବାନ୍ଧିଥିବା କାମନା ଓ ତୃଷ୍ଣା ରୂପକ ହଳାହଳ ବିଷକୁ ନଷ୍ଟ କରିଦିଏ । ସେଥିପାଇଁ କାମନାର ବିନାଶରେ ଦୁଃଖର ବିନାଶ ବୋଲି ବୁଦ୍ଧଦେବ କହିଥିଲେ । ମୌନ ଏକ ରାମବାଣ ଔଷଧ । ଏହାର ସେବନଦ୍ୱାରା ମନର ସମସ୍ତ ଅବସାଦ ଓ ବିକାରଗୁଡ଼ିକ ନଷ୍ଟ ହୋଇ ଆତ୍ମାରେ ନୂତନ ଶକ୍ତିର ସାର ହୁଏ । ଏହାଦ୍ୱାରା ବି·ର ଶକ୍ତି, ସହନ ଶକ୍ତି, ଇଛା ଶକ୍ତି, କ୍ରିୟା ଶକ୍ତି, ନିର୍ଣ୍ଣୟ ଶକ୍ତି, ଏକାଗ୍ରତା ଶକ୍ତି ଆଦି ଅନେକ ଅଦୃଶ୍ୟ ଓ ଅବ୍ୟକ୍ତ ଶକ୍ତି ଗୁଡ଼ିକ ପ୍ରାପ୍ତ ହୋଇ ବ୍ୟକ୍ତି ଅକ୍ଳେଶରେ ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ଦିଗରେ ଅଗ୍ରସର ହୁଏ ।
ମୌନ ଅବଲମ୍ବନଦ୍ୱାରା ମନୁଷ୍ୟାତ୍ମା ମଧ୍ୟରେ ଅସୀମ ଶକ୍ତିର ସ୍ଫୁରଣ ହୁଏ । ଏହା ପ୍ରତ୍ୟେକ ମୌନ ବ୍ୟକ୍ତି ଅନୁଭବ କରନ୍ତି । ଏହି ଶକ୍ତି ହେତୁ ସେ ଉେଜନାତ୍ମକ ପରିବେଶରେ ମଧ୍ୟ ଅଧିକ ଶାନ୍ତ, ଶାଳୀନ ଓ ସହାନୁଭୂତିଶୀଳ ରହନ୍ତି । ମୌନ ଦ୍ୱାରା ମନ ଶାନ୍ତ ହୁଏ ଏବଂ ଆନ୍ତରିକ ଶକ୍ତି ବୃଦ୍ଧି ହୋଇ ସୁରକ୍ଷିତ ରହେ । ଏହି ଶକ୍ତିକୁ ବୁଦ୍ଧିମାନ ବ୍ୟକ୍ତି ସମାଜ ଓ ସ୍ବୟଂର କଲ୍ୟାଣ ପାଇଁ ରଚନାତ୍ମକ ଭାବେ ଉପଯୋଗ କରନ୍ତି । ମୌନର ଅଭ୍ୟାସଦ୍ୱାରା ମାନସିକ ସନ୍ତୁଳନ ଓ ବୁଦ୍ଧିର ବିକାଶ ହେଉଥିବା ହେତୁ ବ୍ୟକ୍ତି ନିଜ ବାଣୀକୁ ସଂଯମ ଓ ଯଥାର୍ଥ ନିୟନ୍ତ୍ରଣ କରିପାରେ । ଜୀବନର ମହାନ ଉଦ୍ଧେଶ୍ୟ ପୂରଣ ପାଇଁ ଜ୍ଞାନ, ଗୁଣ ଏବଂ ଆନ୍ତରିକ ଶକ୍ତିର ଅତ୍ୟଧିକ ଆବଶ୍ୟକ ହୁଏ । ମୌନ ଏବଂ ଏକାନ୍ତର ଗହନ ଅଭ୍ୟାସଦ୍ୱାରା ଏହି ଆବଶ୍ୟକତାର ପୂିର୍ ହୋଇଥାଏ । ସେଥିପାଇଁ ମହାପୁରୁଷଗଣ କୌଣସି ବାଦ ବିବାଦରେ ଅଂଶ ଗ୍ରହଣ ନକରି ମୌନ ରହିବାକୁ ଉଚିତ ମଣୁଥିଲେ । କାରଣ ବାଦ ବିବାଦଦ୍ୱାରା ମାନସିକ ସନ୍ତୁଳନ ନଷ୍ଟ ହୁଏ । ଉକ୍ତି ପ୍ରସିଦ୍ଧ ଅଛି; ଭୁକିଲା କୁକୁର କାମୁଡ଼େ ନାହିଁ; “ଗରଜିଲା ମେଘ ବରଷେ ନାହିଁ’’ । ଯେଉଁଠି ନଦୀ ଅତ୍ୟନ୍ତ ଗଭୀର ଥାଏ ସେଇଠି ଜଳ ପ୍ରବାହ ଶାନ୍ତ ଜଣା ପଡ଼େ । ସେହିପରି ମହାନ ବିଭୁତିମାନଙ୍କ ସ୍ବର ଧୀର ଓ ଗମ୍ଭୀର ହୁଏ । ଏହା ହେଉଛି ଶକ୍ତିଶାଳୀ ବ୍ୟକ୍ତିର ପ୍ରଥମ ଲକ୍ଷଣ ।
ବଡ ବଡ ସହରମାନଙ୍କରେ ଜନ ଗହଳି ନିୟନ୍ତ୍ରଣ ପାଇଁ ଛକ ସ୍ଥାନମାନଙ୍କରେ ଟ୍ରାଫିକ କେନ୍ଦ୍ରମାନ ସ୍ଥାପନ କରାଯାଇଥାଏ । ମନୁଷ୍ୟର ମନ ବହୁ ଛକି ବିଶିଷ୍ଟ । କେବଳ ବର୍ମାନ ଜନ୍ମ ନୁହେଁ ଅନେକ ଜନ୍ମର ଅଭିଜ୍ଞତାର ସଂସ୍କାର ଆତ୍ମାରେ ସôତ ଥାଏ । ଏହା ସ୍ଥାନକାଳ ପାତ୍ରାଦି ଭେଦରେ ନାନା ପ୍ରକାର ବି·ର ମନରେ ସୃଷ୍ଟି କରେ । ଏଗୁଡ଼ିକୁ ଠିକ୍ ରାସ୍ତା ଦେଖାଇବା ପାଇଁ ମୌନ ହେଉଛି ଏକ ଉମ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା । ଏଥିପାଇଁ ଆବଶ୍ୟକ ନିର୍ମଳ ଓ ସ୍ଥିର ଦୃଷ୍ଟି । ସଂକଳ୍ପ-ବିକଳ୍ପ ସମୂହକୁ ବିଶ୍ଳେଷଣ କରି ସମାଧାନ ପନ୍ଥା ନିର୍ଣ୍ଣୟ କରିବାର ଆୟାସ ପୂର୍ଣ୍ଣ ପ୍ରୟାସ ପରିହାର ପୂର୍ବକ ତଟସ୍ଥ ଭାବରେ କେବଳ ସେଗୁଡ଼ିକୁ ଅବଲୋକନ କରିବା ଉଚିତ । ବିଶ୍ଳେଷଣାତ୍ମକ ପଦ୍ଧତି ଅନୁସାରେ କେବଳ ସମସ୍ୟାର ନିଦାନ ହୁଏ, ସମାଧାନ ହୁଏ ନାହିଁ । ଯଦ୍ୟପି କୌଣସି ସମସ୍ୟାର କାରଣ ଜାଣିବା ପରେ ଉଚିତ ପ୍ରତିକାରଦ୍ୱାରା ତାହା ନିବାରଣ କରାଯାଇପାରେ; ତଥାପି ବ୍ୟବହାରିକ ଜୀବନରେ ଦେଖାଯାଏ ଯେ ଗୋଟିଏ ସମସ୍ୟାର ସମାଧାନ ହେଲା ବେଳକୁ ଅନ୍ୟ ନୂଆ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏଥିପାଇଁ କୁହାଯାଏ । “ତୁମେ ସମସ୍ୟାକୁ ପରିବର୍ନ କରିପାରିବ ନାହିଁ; କିନ୍ତୁ ତୁମେ ତୁମର ଦୃଷ୍ଟିକୋଣକୁ ପରିବର୍ନ କରିପାରିବ । You cannot change the Problem; but you can change your attitude towards the Problem. ତେଣୁ, ମନରେ ଉପôନ୍ନ ପ୍ରତ୍ୟେକ ସଂକଳ୍ପ ବିକଳ୍ପ ଗୁଡ଼ିକର ବୌଦ୍ଧିକ ବିଶ୍ଳେଷଣ ନ କରି ପ୍ରତିକ୍ରିୟା ମୁକ୍ତ ହୋଇ ସେଗୁଡ଼ିକୁ ଅବଲୋକନ କରିବା ଉଚିତ । ଏଥିପାଇଁ ନିୟମିତ ଓ ନିରବଚ୍ଛିନ୍ନ ଅଭ୍ୟାସ ଦରକାର । ଏଠାରେ ମନେ ରଖିବାକୁ ହେବ ଯେ ଆତ୍ମା ମୌଳିକ ଭାବରେ ସକାରାତ୍ମକ ଗୁଣ ସମ୍ପନ୍ନ । ଦେହାଭିମାନବଶତଃ କରିଥିବା କର୍ମର ପରିଣାମ ସ୍ବରୂପ ବ୍ୟକ୍ତି ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୁଏ । ତା’ର ଦୈହିକ ଦୃଷ୍ଟିକୋଣ ଯେତେବେଳେ ଆତ୍ମିକ ଦୃଷ୍ଟିକୋଣରେ ପରିବର୍ନ ହୋଇଯାଏ ତା’ପାଇଁ କୌଣସି ବିଷୟ ଆଉ ସମସ୍ୟା ହୋଇ ରହେ ନାହିଁ ।
ସାକ୍ଷୀ ଦ୍ରଷ୍ଟା ହୋଇ ସ୍ବସଂକଳ୍ପ ଅବଲୋକନ ସହଜସାଧ୍ୟ ନୁହେଁ । ଏଥିପାଇଁ ଆବଶ୍ୟକ ଅସୀମ ଧୈର୍ଯ୍ୟ ଓ ସହିଷ୍ଣୁତା । ଜୀବନ ଯାତ୍ରାର ବିଭିନ୍ନ ମୋଡରେ ଆସୁଥିବା ଘାତ ପ୍ରତିଘାତରେ ଜର୍ଜରିତ ମନୁଷ୍ୟ କ୍ରମଶଃ ଅସହିଷ୍ଣୁ ହୋଇପଡ଼େ । ଫଳରେ ତାର ଚି ଅଶାନ୍ତ ରହେ ଓ ଧୈର୍ଯ୍ୟ ଶକ୍ତି କ୍ଷୀଣ ହୋଇଯାଏ । ଏପରି ମାନସିକ ଅବସ୍ଥାରେ ବ୍ୟକ୍ତି ଯେତେବେଳେ ସ୍ବୀୟ ବି·ରାବଲୋକନ ପ୍ରାରମ୍ଭ କରେ ସେତେବେଳେ ସେ ଏକଥା ଭୁଲିଯାଇ ବିଶ୍ଲେଷଣର ଜାଲରେ ଛନ୍ଦି ହୋଇଯାଏ । ତେଣୁ ସତର୍କତାର ସହିତ ଶାନ୍ତ ଚିରେ ସ୍ବୀୟ ବି·ର ସମୂହକୁ ଗୋଟି ଗୋଟି କରି ସାକ୍ଷୀ ଦ୍ରଷ୍ଟା ହୋଇ ନିରୀକ୍ଷଣ କରିବା ଉଚିତ । ଦୃଢ଼ମନା ହୋଇ ନିରବଚ୍ଛିନ୍ନ ଭାବରେ ଅଭ୍ୟାସ ବଜାୟ ରଖିଲେ ସଫଳତା ଅବଶ୍ୟ ମିଳିବ । କେତେକ ସାଧକ କିଛିଦିନ ଅଭ୍ୟାସ କଲାପରେ ଅଧୈର୍ଯ୍ୟ ହୋଇ ପଡନ୍ତି । ଏହା ମୌନ ସାଧନାରେ ବାଧକ । ସାଧାରଣତଃ ମଣିଷ ଯେଉଁ କାମକୁ ମହ୍ୱ ଦିଏ ତାପାଇଁ ସମୟ ବାହାର କରେ । ମଣିଷ ଜୀବନ ଅଳୀକ । କେତେବେଳେ କେଉଁପରି କାହାରି ଜୀବନ ଦୀପ ନିର୍ବାପିତ ହେବ କେହି ଜାଣନ୍ତି ନାହିଁ । ଏହି ପରମ ସତ୍ୟକୁ ସର୍ବଦା ସ୍ମୃତିରେ ରଖି ଅନୁଭବ କଲେ ତା’ପାଇଁ ସମୟ ବାହାର କରିବା କଷ୍ଟକର ହୁଏ ନାହିଁ ।
ମୌନ ହେଉଛି ବ୍ୟକ୍ତିର ସବୁଠାରୁ ବଡ ଶିକ୍ଷକ । ମୌନ ରହୁଥିବା ବ୍ୟକ୍ତି ଅନ୍ୟମାନଙ୍କ ନିନ୍ଦା ବଦନାମକୁ ନୀରବରେ ସହିଯାଏ । ସେ କୌଣସି ପ୍ରତିକ୍ରିୟା ବା ପ୍ରତିବାଦ ନ କରି ମଧ୍ୟ ନିନ୍ଦୁକ ବା ବିରୋଧୀମାନଙ୍କୁ ସେମାନଙ୍କ ଭୁଲ କର୍ମ ବିଷୟରେ ହୃଦୟଙ୍ଗମ କରାଇ ପାରନ୍ତି । କାରଣ ମୌନ ସତ୍ୟର ଅନୁଭବ କରାଏ ଓ ସତ୍ୟ ମାର୍ଗରେ ଆଗେଇ ନିଏ । ସତ୍ୟପରାୟଣ ବ୍ୟକ୍ତି ଅନ୍ୟମାନଙ୍କ ମିଥ୍ୟା ଆରୋପରେ ବିଚଳିତ ହୁଅନ୍ତି ନାହିଁ କି କୌଣସି ପ୍ରତିବାଦ ବା ପ୍ରତିକ୍ରିୟା ପ୍ରକାଶ କରିବାର ଆବଶ୍ୟକତା ମଣନ୍ତି ନାହିଁ । କାରଣ ସତ୍ୟ ସ୍ବୟଂ ପ୍ରମାଣିତ ଓ ସ୍ବୟଂ ପ୍ରକାଶିତ । ମିଥ୍ୟାର ଗହନ ଆସ୍ତରଣ ମଧ୍ୟ ଏହାକୁ ନିଷ୍ପ୍ରଭ କରିପାରେ ନାହିଁ । ମୌନ ମଣିଷର ମାନସିକ ଶକ୍ତିର ବିକାଶ କରି ମହାନ ବନାଏ । ମାନସିକ ଶକ୍ତିର ଅପଚୟ ଶାରୀରିକ ଶକ୍ତିକୁ ମଧ୍ୟ କ୍ଷୀଣ କରେ । ଏଥିପାଇଁ ଅତ୍ୟଧିକ କଥାବାର୍ା କରୁଥିବା ବ୍ୟକ୍ତି ହାଲିଆ ହୋଇପଡ଼େ । ଯେପରି ପର୍ବତାରୋହଣ ପାଇଁ ମୌନ ରହିବା ଅତ୍ୟାବଶ୍ୟକ ସେପରି ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ପ୍ରାପ୍ତି ପାଇଁ ମଧ୍ୟ ଏହା ଅତ୍ୟନ୍ତ ମହ୍ୱପୂର୍ଣ୍ଣ । କାରଣ ମନରେ ଉପôନ୍ନ ହେଉଥିବା ସଂକଳ୍ପ ସମୂହର ଅନୁଶାସନ ବିନା ଲକ୍ଷ୍ୟ ସାଧନ ସମ୍ଭବ ନୁହେଁ ।
No comments:
Post a Comment