ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷାର ପ୍ରଭାବ
ବିଶ୍ୱର ପ୍ରତ୍ୟେକ ଦେଶରେ ବ୍ୟକ୍ତିଗତ ଓ ସାମାଜିକ ସ୍ତରରେ ମୂଲ୍ୟ ହ୍ରାସ ଏକ ସଂକଟ ଜନକ ସ୍ଥିତିରେ ଉପନୀତ । ସରକାରୀ ସ୍ତରରେ କଡାକାଡ଼ି ଆଇନ ବା ବିଧି ପ୍ରଣୟନ ସେ୍ୱ ସମାଜରେ ଦିନକୁ ଦିନ ଅନ୍ୟାୟ, ଅତ୍ୟା·ର, ଭ୍ରଷ୍ଟା·ର, ହିଂସାତ୍ମକ କାର୍ଯ୍ୟକଳାପ, ନାରୀ ନିର୍ଯ୍ୟାତନା, ଧର୍ଷଣ, କଳାବଜାରୀ, ଘୁଷଖୋରୀ, ଠକାମୀ ଆଦି ଦିନକୁ ଦିନ ବୃଦ୍ଧି ପାଉଛି । ବର୍ମାନର ଶିକ୍ଷା ନୀତି ଭୌତିକ ବିକାଶ ଏବଂ ଧନ ଉପାର୍ଜନକୁ ବିଶେଷ ପ୍ରାଧାନ୍ୟ ଦେଉଛି । ମାନବୀୟ ଓ ନୈତିକ ମୂଲ୍ୟ ହ୍ରାସର ଏହାହିଁ ପ୍ରଧାନ କାରଣ । ମୂଲ୍ୟ ଏବଂ ଆଧ୍ୟାତ୍ମିକ ଶିକ୍ଷା ମନୁଷ୍ୟର ବ୍ୟକ୍ତିତ୍ୱକୁ ସୁଦୃଢ଼ କରେ । ଏ କଥା ଅନେକ ବୁଦ୍ଧିଜୀବୀ ଉପଲବ୍ଧି କରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ପାଠ୍ୟକ୍ରମରେ ମୂଲ୍ୟ ଶିକ୍ଷାର ପ୍ରଚଳନ ଉପରେ ଦୃଢ଼ ମତ ବ୍ୟକ୍ତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ମୂଲ୍ୟ ଶିକ୍ଷା ଦ୍ୱାରା ଉଭୟ ବ୍ୟକ୍ତି ଓ ସମାଜ ଉପରେ ପଡ଼ୁଥିବା ପ୍ରଭାବ ବିଷୟରେ ଆଲୋଚନା ପ୍ରାସଙ୍ଗିକ ମନେ ହୁଏ ।ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା ଦ୍ୱାରା ବ୍ୟକ୍ତି ନିଜର ମୂଲ୍ୟ ଆକଳନ କରିବାକୁ ସକ୍ଷମ ହୁଏ । ଏହାଦ୍ୱାରା ତା’ର ନକାରାତ୍ମକ ପ୍ରବୃି ଦୂର ହୋଇ ଆନ୍ତରିକ ଶକ୍ତିର ବିକାଶ ହୁଏ । ଉପଭୋକ୍ତାବାଦର ·କଚକ୍ୟରେ ମନୁଷ୍ୟ ହିତାହିତ ଜ୍ଞାନଶୂନ୍ୟ ହୋଇ ପଡିଛି । ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା ଦ୍ୱାରା ବ୍ୟକ୍ତି ସରଳ ଓ ନିରାଡମ୍ବର ଜୀବନ ଯାପନ ପାଇଁ ପ୍ରେରଣା ପାଏ । ଏହାଦ୍ୱାରା ବ୍ୟକ୍ତି ମିତବ୍ୟୟୀ ହୁଏ ଓ ଅନୁଚିତ ଉପାୟରେ ଧନ ଉପାର୍ଜନରୁ ବିରତ ହୁଏ । ଲୋଭ ହିଁ ଭ୍ରଷ୍ଟା·ରର ଜନନୀ । ବ୍ୟବହାରିକ ଜୀବନରେ ମୂଲ୍ୟର ସମାବେଶ ହେଲେ ମନୁଷ୍ୟର ଲୋଭ ପ୍ରବୃି ନଷ୍ଟ ହୋଇଯାଏ । ପରିଣାମ ସ୍ବରୂପ ସଚ୍ଚୋଟତା ଓ ସାଧୁତା ଗୁଣର ବିକାଶ ହୁଏ । ଏକ ସଚ୍ଚୋଟ ବ୍ୟକ୍ତିର କଥା ଓ କାମରେ ପାର୍ଥକ୍ୟ ନ ଥାଏ । ସେ କପଟତା, ଛଳନା, ମିଥ୍ୟା ଭାଷଣ, ପ୍ରବନା ଆଦି ଦୁର୍ଗୁଣରୁ ମୁକ୍ତ ହୋଇଯାଆନ୍ତି । କାମନା ଓ ବାସନା ମନକୁ କଳୁଷିତ କରେ । ନକାରାତ୍ମକ ପ୍ରବୃି ବୁଦ୍ଧିର ବି·ର ଶକ୍ତିକୁ କ୍ଷୀଣ କରେ । ତେଣୁ ବ୍ୟକ୍ତି ଉଚିତ ନିର୍ଣ୍ଣୟ ନେଇପାରେ ନାହିଁ । ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା ଦ୍ୱାରା ସୂକ୍ଷ୍ମ ସ୍ତରରେ ପରିବର୍ନ ହେଉଥିବାରୁ ଏହା ମନକୁ ଶୁଦ୍ଧ ଓ ନିର୍ମଳ କରିବାରେ ସାହାଯ୍ୟ କରେ । ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷାର ପ୍ରଭାବ ସେତେବେଳେ ଅନୁଭୂତ ହେବ ଯେତେବେଳେ ସଂପୃକ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଗଣ ସ୍ବୟଂ ମୂଲ୍ୟ ନିଷ୍ଠ ଓ ଆଧ୍ୟାତ୍ମିକ ଜୀବନ ଯାପନ ପୂର୍ବକ ଅନ୍ୟ ପାଇଁ ଉଦାହରଣ ପ୍ରସ୍ତୁତ କରିବେ । କେବଳ ଭାଷଣ ଓ ପାଠ୍ୟକ୍ରମ ପ୍ରଚଳନ ଦ୍ୱାରା କିଛି ଜ୍ଞାନ ବୃଦ୍ଧି ସିନା ହେବ; ଆଚରଣରେ ପରିବର୍ନ ହେବ ନାହିଁ । କଥିତ ଅଛି ଯେ କର୍ମର ଧ୍ୱନି ଶବ୍ଦ ଅପେକ୍ଷା ଅଧିକ ପ୍ରଖର । ବ୍ୟକ୍ତିକୁ ନେଇ ସମାଜ । ସମାଜ ସୁଧାରିବାକୁ ହେଲେ ପ୍ରଥମେ ବ୍ୟକ୍ତି ସୁଧୁରିବା ଦରକାର । ଅନେକ ଆଧ୍ୟାତ୍ମିକ ବ୍ୟକ୍ତିଙ୍କ ମତ ଏହା ଯେ ସ୍ବ ପରିବର୍ନ ଦ୍ୱାରାହିଁ ବିଶ୍ୱ ପରିବର୍ନ ସମ୍ଭବ ।
ସମାଜରେ ଆଧ୍ୟାତ୍ମିକ କ୍ରାନ୍ତି ଆଣିବା ପାଇଁ ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷାର ବ୍ୟାପକ ପ୍ର·ର ପ୍ରସାର ହେବା ଆବଶ୍ୟକ । ବୈଦୁତିକ ଗଣମାଧ୍ୟମ ତଥା ସମ୍ବାଦପତ୍ର ଏବଂ ବିଭିନ୍ନ ପତ୍ର ପତ୍ରିକାଗୁଡ଼ିକ ମୂଲ୍ୟ ଶିକ୍ଷାର ପ୍ର·ର ପ୍ରସାର ପାଇଁ ସ୍ବେଚ୍ଛା ପୂର୍ବକ ଆଗେଇ ଆସିବା ଉଚିତ । ପ୍ରତ୍ୟେକ ସ୍ତରର ଶିକ୍ଷାରେ ମୂଲ୍ୟ ଶିକ୍ଷାର ସମାବେଶ ଅନିବାର୍ଯ୍ୟ ହେବା ବିଧେୟ । ଏହାଦ୍ୱାରା ଜାତି, ବର୍ଣ୍ଣ, ଧର୍ମ ସଂପ୍ରଦାୟ, ଲିଙ୍ଗ, ବୟସ ଆଦି ନିର୍ବିଶେଷରେ ପ୍ରତ୍ୟେକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବ । ମୂଲ୍ୟ ନିଷ୍ଠ ଜୀବନ ଯାପନ କରୁଥିବା ବ୍ୟକ୍ତିମାନେ ମିଳିତ ଭାବରେ ସମାଜରେ ବ୍ୟାପ୍ତ କୁସଂସ୍କାର, କୁରୀତି ନୀତି ଭ୍ରଷ୍ଟା·ର, ଲା ଦେବା ନେବା ପ୍ରବୃି ପ୍ରିୟା ପ୍ରୀତି ତୋଷଣ, ଯୌନ ଉଶୃଙ୍ଖଳତା ନାରୀ ନିର୍ଯ୍ୟାତନା କର୍ମକ୍ଷେତ୍ରରେ ମହିଳା କର୍ମ·ରୀମାନଙ୍କ ପ୍ରତି ଅସଦାଚରଣ ଆଦି ଦୂର କରିବା ପାଇଁ ପ୍ରଚେଷ୍ଟା କରିବା ଉଚିତ । ଜାତି, ଧର୍ମ, ବର୍ଣ୍ଣ, ଭାଷା ଓ ଲିଙ୍ଗ ବିଦ୍ୱେଷ ଆଦି ସାମାଜିକ ଜୀବନକୁ ବିପନ୍ନ କରିଦେଇଛି । ବ୍ୟକ୍ତି ଜୀବନରେ ଆଧ୍ୟାତ୍ମିକ ଚେତନାର ବିକାଶ ଦ୍ୱାରା ସମାଜରେ ପାରସ୍ପରିକ ସ୍ନେହ ଓ ସୌହାର୍ଦ୍ଧ ସ୍ଥାପନ କରାଯାଇ ପାରିବ । ଏଥିପାଇଁ ଉଭୟ ମୂଲ୍ୟ ଶିକ୍ଷା ଓ ମୂଲ୍ୟବୋଧ ଭିିକ ଶିକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିବ ।
ରାଜନେତା ମାନେ ମନେ କରନ୍ତି ଯେ କଠୋର ଆଇନ ସହ ବିକାଶୋନ୍ମୁଖୀ କାର୍ଯ୍ୟକ୍ରମ ଦ୍ୱାରା ସମାଜ ବିରୋଧୀ ତ୍ୱମାନଙ୍କୁ ମୁଖ୍ୟଧାରାରେ ସାମିଲ କରାଯାଇ ପାରିବ । ଏଥିପାଇଁ ଅନେକ ପଦକ୍ଷେପ ମଧ୍ୟ ନିଅଯାଇଛି । ବିଗତ ସେ ଦିନମାନଙ୍କର ଘଟଣାବଳୀ ଅନୁଶୀଳନ କଲେ ଏହା ଜଣାଯାଏ ଯେ ଏହି ପ୍ରୟୋଗ ସଫଳ ହୋଇପାରି ନାହିଁ । ଶିକ୍ଷାଶାସ୍ତ୍ରୀ ଓ ଗବେଷକମାନଙ୍କ ମତରେ ବୃହତ ସ୍ତର (ଗବମକ୍ସକ୍ଟ କ୍ଷରଙ୍ଖରକ୍ଷ) ର କ୍ରିୟାନ୍ୱିତ କାର୍ଯ୍ୟକ୍ରମ ସାମାଜିକ ପରିବର୍ନ ପାଇଁ ସକ୍ଷମ ନୁହେଁ । ସାମାଜିକ ବିକାଶ ପାଇଁ ସୂକ୍ଷ୍ମ ସ୍ତରରେ କାର୍ଯ୍ୟ କରିବା ଆବଶ୍ୟକ । ଏଥିପାଇଁ ବ୍ୟକ୍ତିଗତ ସ୍ତରରେ ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା ଦେବା ପ୍ରୟୋଜନ । ଏହା ଦ୍ୱାରା ବ୍ୟକ୍ତିର ଆନ୍ତରିକ ଶକ୍ତିର ବିକାଶ ହୁଏ । ବ୍ୟକ୍ତିକୁ ନେଇ ସମାଜ । ବ୍ୟକ୍ତି ପରିବର୍ନ ହେଲେ ତା’ର ପ୍ରଭାବ ସମାଜ ଉପରେ ପଡ଼େ । ବିଶ୍ୱର ସମସ୍ତ ସମସ୍ୟା ସେତେବେଳେ ସମାପ୍ତ ହେବ ଯେତେବେଳେ ବ୍ୟକ୍ତିଗତ ସ୍ତରରେ ସମସ୍ତଙ୍କୁ ମୂଲ୍ୟ ନିଷ୍ଠ ଜୀବନଯାପନ ପାଇଁ ପ୍ରେରିତ କରାଯାଇପାରିବ । ଏଠାରେ ଆମକୁ ଏହା ମନେ ରଖିବାକୁ ହେବ ଯେ ବିଶ୍ୱର ସମସ୍ତ ସମସ୍ୟା ବ୍ୟକ୍ତିଗତ ସମସ୍ୟାର ଏକ ବୃହତ୍ ଆକାର ମାତ୍ର ।
No comments:
Post a Comment