ମୂଲ୍ୟ କଣ?
ମନୁଷ୍ୟ ଯେଉଁ ବସ୍ତୁକୁ ଯେମିତି ଲାଭକାରୀ, ଜରୁରୀ ଏବଂ ମହ୍ୱପୂର୍ଣ୍ଣ ମନେ କରେ ତା’ ପାଇଁ ସେହି ବସ୍ତୁ ସେତିକି ‘ମୂଲ୍ୟବାନ’ ହୁଏ । ସାଧାରଣତଃ କ୍ରୟ ଓ ବିକ୍ରୟ ପାଇଁ ଆବଶ୍ୟକ ଧନରାଶି ଦ୍ୱାରା କୌଣସି ବସ୍ତୁର ମୂଲ୍ୟ ନିରୂପିତ ହୁଏ ।ଏତଦ୍ବ୍ୟତୀତ କୌଣସି ବସ୍ତୁର ପା୍ରପ୍ତି ଓ କୌଣସି କାର୍ଯ୍ୟର ସଫଳତା ତଥା କୌଣସି ଲକ୍ଷ୍ୟ ପ୍ରାପ୍ତି ପାଇଁ ଆବଶ୍ୟକ ପରିଶ୍ରମକୁ ମଧ୍ୟ ମୂଲ୍ୟ କୁହାଯାଏ । କୌଣସି ବସ୍ତୁର ମୂଲ୍ୟ ପ୍ରାପ୍ତି ପାଇଁ ଆବଶ୍ୟକ ପରିଶ୍ରମକୁ ମଧ୍ୟ ମୂଲ୍ୟ କୁହାଯାଏ । କୌଣସି ବସ୍ତୁର ମୂଲ୍ୟ ନିର୍ଦ୍ଧାରଣ ସମୟରେ ତା’ର ‘ଗୁଣବା’, ‘ଲାଭକାରିତା’, ଉପଯୋଗିତା ଆଦି ବିଚାରକୁ ନିଆଯାଏ । ଯେଉଁ ବସ୍ତୁ ବା ପଦାର୍ଥ ପ୍ରାପ୍ତ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡେ ଏବଂ ଯାହା ଦୁର୍ଲଭ୍ୟ ତଥା ଯାହା ବ୍ୟକ୍ତି ପାଇଁ ଅତ୍ୟନ୍ତ ଆବଶ୍ୟକ ବା ଉପଯୋଗୀ ତା’ର ମୂଲ୍ୟ ଅଧିକ ହୁଏ । ଏହାର ବିପରୀତ ଯେଉଁ ବସ୍ତୁ ବିନା ପରିଶ୍ରମରେ ପର୍ଯ୍ୟାପ୍ତ ପରିମାଣରେ ସହଜଲଭ୍ୟ ଓ ବିଶେଷ ଉପଯୋଗୀ ନୁହେଁ ତା’ର କୌଣସି ମୂଲ୍ୟ ନ ଥାଏ ବା କମ୍ ମୂଲ୍ୟ ଥାଏ ।ସଂପ୍ରତି ସର୍ବତ୍ର ମାନବ ସମାଜର ନୈତିକ, ସାମାଜିକ ଓ ଆଧ୍ୟାତ୍ମିକ ମୂଲ୍ୟ ହ୍ରାସ ହେଉଥିବା କଥା ଚର୍ଚ୍ଚା ହେଉଛି । ବୁଦ୍ଧିଜୀବୀ ଓ ଚିନ୍ତାଶୀଳ ବ୍ୟକ୍ତିମାନେ ମାନବ ସମାଜରେ ବ୍ୟାପ୍ତ ଅଶାନ୍ତି, କଳହ, କ୍ଳେଶ, ଦୈନ୍ୟ, ରୋଗ, ଶ୍ଳୋକ, ଦୁର୍ବ୍ୟସନ, ଭ୍ରଷ୍ଟାଚାର, କୁସଂସାର ଆଦିର କାରଣ ମାନବୀୟ ମୂଲ୍ୟ ହ୍ରାସ ବୋଲି ନିରୂପିତ କରିଛନ୍ତି । ନୈତିକ ଓ ଅଧ୍ୟାତ୍ମିକ ମୂଲ୍ୟର ମୂଳଦୁଆ ଉପରେ ହିଁ ଏକ ଆଦର୍ଶ ସମାଜ ଗଠନ କରାଯାଇପାର । ସୁଖ, ଶାନ୍ତି, ପବିତ୍ରତା ଓ ସମୃଦ୍ଧ ଜୀବନଯାପନ କରିବା ପାଇଁ ମୂଲ୍ୟ ପଥ ପ୍ରଦର୍ଶନ କରେ । ଏହା ବ୍ୟକ୍ତିର ଆନ୍ତରିକ ଶକ୍ତିର ବିକାଶ କର । ଏହା ଜୀବନକୁ ସୁନ୍ଦର ଓ ସୁରଭିତ କରେ ।ଏହା ପ୍ରତ୍ୟେକ ମନୁଷ୍ୟ ଜୀବନ ପାଇଁ ବରଦାନ । ଏକ ସୁଖମୟ ସଂସାର ଗଠନ ପାଇଁ ଏହା ଅତ୍ୟାବଶ୍ୟକ ତ୍ୱ ଅଟେ । ସଚ୍ଚରିତ୍ର ଗଠନ ପାଇଁ ଏହା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରେ । ବିଭିନ୍ନ ମୂଲ୍ୟର ସ୍ପଷ୍ଟ ଅବଧାରଣା ବ୍ୟତୀତ ଏଗୁଡିକୁ ସତ୍ୟନିଷ୍ଠ ଭାବରେ ଜୀବନରେ ଧାରଣ କରିବା ସମ୍ଭବ ନୁହେଁ ।
ବିଭିନ୍ନ ମୂଲ୍ୟ ବିଷୟରେ ମନୁଷ୍ୟର ଅଜ୍ଞତା ତା’ର ନୈତିକ ପତନର ମୁଖ୍ୟ କାରଣ । ଏତଦ୍ ସମ୍ବନ୍ଧୀୟ ପର୍ଯ୍ୟାପ୍ତ ଜ୍ଞାନ ଅଭାବରେ ସେ ନିଜ ସ୍ବାର୍ଥନୁକୂଳ ଇଛା ଓ ମୂଲ୍ୟଗୁଡିକ ମଧ୍ୟରେ ପ୍ରଭେଦ ନିରୂପଣ କରିପାରେ ନାହିଁ । ଅନେକ ସମୟରେ ମନୁଷ୍ୟ କେତେକ ମୂଲ୍ୟ କାହିଁକି ଧାରଣ କରିବ ସେ କଥା ଜାଣି ନଥାଏ । ଏଥିପାଇଁ ତା’ର ନୈତିକ ସଂବେଦନଶୀଳତା କ୍ଷୀଣ ହୋଇଯାଏ । ତେଣୁ ସେ ତା’ର ଆଚରଣ ଓ କାର୍ଯ୍ୟର ଉର ଦାୟିତ୍ୱ ସ୍ବୀକାର କରିବା ପାଇଁ କୁଣ୍ଠିତ ହୁଏ । ମୂଲ୍ୟଗୁଡିକର ଯଥାର୍ଥ ପରିଭାଷା ନ ଜାଣିଲେ ମନରେ ବିରୋଧାଭାସ ଉପôନ୍ନ ହୁଏ । ନୈତିକ ଭ୍ରମ ସୃ୍ଷ୍ଟି ହେବାର ଏହାହିଁ କାରଣ । ଏହିପରି ମାନସିକ ସ୍ଥିତିରେ ବ୍ୟକ୍ତି ସ୍ବାର୍ଥ ପ୍ରଣୋଦିତ ହୋଇ ନିଜ ମନୋନୁକୂଳ କାର୍ଯ୍ୟକୁ ମୂଲ୍ୟ ଆଧାରିତ ମନେ କରି ସଂପାଦନ କରୁଥାଏ । ତା’ର ବାକ୍ୟ ଓ କର୍ମରେ ସାମଞ୍ଜସ୍ୟ ନ ଥାଏ ।
ମୂଲ୍ୟର ପରିଭାଷା:
ଅଭିଧାନ ଅନୁସାରେ ମୂଲ୍ୟ ହେଉଛି ମନୁଷ୍ୟର ଯୋଗ୍ୟତା ବା ଦକ୍ଷତାର ସ୍ତର । ବ୍ୟକ୍ତି ସ୍ବୀୟ ମୂଲ୍ୟ ଆଧାରରେ ଜୀବନର ମହ୍ୱପୂର୍ଣ୍ଣ ବିଷୟଗୁଡିକ ଚିହ୍ନୋଟ କରି ନିର୍ଣ୍ଣୟ ନିଏ । ଯେଉଁ ସଦ୍ଗୁଣ ବା ବିଶେଷତା ଗୁଡିକ ୍ଦ୍ୱାରା ମନୁଷ୍ୟର ନୈତିକ ତଥା ଆଧ୍ୟାତ୍ମିକ ଉକ୍ରର୍ଷର ଲକ୍ଷ୍ୟ ପ୍ରାପ୍ତ ହୁଏ ଏବଂ ସେ ଜୀବନରେ ଖୁସି ଓ ସଫଳତା ଲାଭ କରେ ସେଗୁଡିକୁ ମୂଲ୍ୟ କୁହାଯାଏ । ସେଗୁଡିକୁ ଜୀବନରେ ଧାରଣ କଲେ ମାନବ ଜୀବନ “ମୂଲ୍ୟବାନ” ମହାନ୍ ଓ ସୁନ୍ଦର ହୋଇଯାଏ । ବିଭିନ୍ନ ମୂଲ୍ୟ ମାନବ ସମାଜକୁ ଦିଗଦର୍ଶନ ଦିଏ ଓ ତା’ର ଆଙ୍କାକ୍ଷାଗୁଡିକୁ ପ୍ରକଟ କରେ । ବ୍ୟକ୍ତି ଯେଉଁ ସିଦ୍ଧାନ୍ତ, ସ୍ବଘୋଷିତ ନିୟମ ଅଥବା ନୀତିଶାସ୍ତ୍ରାନ୍ତର୍ଗତ ଅବଧାରଣାଗୁଡିକୁ ଜୀବନରେ ପାଳନ କରେ ସେଗୁଡିକୁ ମୂଲ୍ୟ ନାମର କଥିତ ହୁଏ । ମୂଲ୍ୟଧାରଣ ଦ୍ୱାରା ବିବେକ ସ୍ବଚ୍ଛ ଓ ଆନ୍ତରିକ ଶକ୍ତିର ସ୍ଫୁରଣ ହୁଏ । ବ୍ୟକ୍ତି ମଧ୍ୟରେ ନିହିତ ମୂଲ୍ୟଗୁଡିକ ଦ୍ୱାରା ତା’ର ଚାରିତ୍ରିକ ବିଶେଷତା ବା ଦୋଷ ଦୁର୍ବଳତା ଓ ନୈତିକ ରୁଚି ବିଷୟରେ ଜାଣି ହୁଏ । ଭୌତିକ ମୂଲ୍ୟ ମନୁଷ୍ୟର ନୈତିକ ଓ ଆଧ୍ୟାତ୍ମିକ ମୂଲ୍ୟକୁ ହ୍ରାସ କରେ । ବୈଷୟିକ ମୂଲ୍ୟରୁ ମାନବୀୟ ମୂଲ୍ୟର ଉପôି । ବୈଷୟିକ ମୂଲ୍ୟ ସର୍ବ ସମ୍ମତ ହୋଇଥିବାବେଳେ ମାନବୀୟ ମୂଲ୍ୟ ବିଷୟରେ ମତାନ୍ତର ଦେଖାଯାଏ । କାରଣ ମାନବୀୟ ମୂଲ୍ୟ ବ୍ୟକ୍ତିପରକ ହୋଇଥିବାରୁ ପ୍ରତ୍ୟେକ ବ୍ୟକ୍ତି ପାଇଁ ଭିନ୍ନଭିନ୍ନ ହୋଇଥାଏ । (କ୍ରମଶଃ)
No comments:
Post a Comment