Saturday, 6 May 2017

ଧର୍ମର ଯଥାର୍ଥ ସ୍ବରୂପ

                                  ଧର୍ମର ଯଥାର୍ଥ ସ୍ବରୂପ

ଧର୍ମର ଅର୍ଥ ଧାରଣା । ବ୍ୟବହାରିକ ଜୀବନରେ ଉଚ୍ଚ ନୈତିକ ମୂଲ୍ୟର ଧାରଣା ଦ୍ୱାରା ମନୁଷ୍ୟର ·ରିତ୍ରିକ ଉାନ ହୁଏ । ଏହାଦ୍ୱାରା ସେ ଅନ୍ୟମାନଙ୍କ ସହିତ ଉମ ସମ୍ପର୍କ ରଖେ, ଭଦ୍ର ଓ ନମ୍ର ବ୍ୟବହାର କରେ ତଥା ସ୍ବ କର୍ବ୍ୟ କର୍ମର ସୁସମ୍ପାଦନ କରେ । ଏହାହିଁ ତ ଧର୍ମ । ପ୍ରତ୍ୟେକ ସାମାଜିକ ମନୁଷ୍ୟ ପାଇଁ ଏହିପରି ଧର୍ମ ପରମ ଆବଶ୍ୟକ । ମନୁଷ୍ୟର ମୌଳିକ ସ୍ବଭାବ ଅଥବା ଗୁଣକୁ ମଧ୍ୟ ଧର୍ମ କୁହାଯାଏ । ଯାହାଦ୍ୱାରା ମନୁଷ୍ୟ ଜୀବନ ତଥା ସମାଜର ଉଚ୍ଚ ଧାରଣା ପ୍ରତିଷ୍ଠିତ ହୁଏ, ବ୍ୟକ୍ତି ତଥା ସମାଜର କଲ୍ୟାଣ ହୁଏ ଏବଂ ମନୁଷ୍ୟ କର୍ବ୍ୟନିଷ୍ଠ ହୋଇ ପାପ କର୍ମରୁ ନିବୃ ହେବା ପୂର୍ବକ ମୁକ୍ତି ଓ ସ୍ବର୍ଗଲାଭ କରିବାକୁ ସକ୍ଷମ ହୁଏ; ତାହା ଧର୍ମ ଅଟେ ।
‘ଧର୍ମ’ ଶବ୍ଦ କର୍ବ୍ୟ କର୍ମ (ଊଙ୍କଗ୍ଧଚ୍ଚ)ର ମଧ୍ୟ ବାଚକ ଅଟେ । ମନୁଷ୍ୟର ଧର୍ମାନୁକୂଳ ଆଚରଣକୁ ‘କର୍ବ୍ୟ’ କୁହାଯାଏ । ପ୍ରତ୍ୟେକେ ନିଜ ନିଜ କର୍ବ୍ୟ ପାଳନ କଲେ ବ୍ୟକ୍ତିଗତ ଓ ସାମୂହିକ ସ୍ତରରେ ଲାଭ ହୁଏ । ବ୍ୟକ୍ତିଗତ ଭାବରେ ପ୍ରାପ୍ତ ଲାଭ ପାଇଁ ‘ଅଧିକାର’ (ଜସଶଷଗ୍ଧ) ଓ ସ୍ବୟଂ ସହିତ ଅନ୍ୟମାନଙ୍କ ଲାଭ ଜଡିତ ଥିଲେ ତାକୁ ‘କର୍ବ୍ୟ’ (ଊଙ୍କଗ୍ଧଚ୍ଚ) ଶବ୍ଦରେ ପରିଭାଷିତ କରାଯାଏ । ବ୍ୟକ୍ତି ଯେତେବେଳେ ଧର୍ମ ବିରୁଦ୍ଧ ଆଚରଣ କରେ ସେତେବେଳେ ଅନ୍ୟମାନେ ତାଙ୍କୁ ତାଙ୍କର କର୍ବ୍ୟ ବିଷୟରେ ସଚେତନ କରାଇଥାନ୍ତି । ଅନ୍ୟମାନଙ୍କ କର୍ମ ଦ୍ୱାରା ଯଦି ତାଙ୍କର ସ୍ବାର୍ଥ ଉପରେ ଆ ଆସେ ସେତେବେଳେ ସେ ନିଜ ଅଧିକାର ସାବ୍ୟସ୍ତ କରିବାକୁ ପ୍ରଯନô କରନ୍ତି । ବ୍ୟକ୍ତି ସମୂହକୁ ନେଇ ସମାଜ । ପ୍ରତ୍ୟେକ ବ୍ୟକ୍ତିର ଆଚରଣ ସ୍ବଭାବିକ ଭାବରେ ଧର୍ମାନୁକୂଳ ହେଲେ ସମାଜର ଆଚରଣ ମଧ୍ୟ ତଦ୍ରୁପ ହୁଏ । ଏପରି କ୍ଷେତ୍ରରେ ଉଭୟ ବ୍ୟକ୍ତି ଓ ସମାଜର ଲାଭ ମଧ୍ୟରେ କୌଣସି ବିରୋଧ ହୁଏ ନାହିଁ । ତେଣୁ ସେଠାରେ ଅଧିକାର ଓ କର୍ବ୍ୟ ମଧ୍ୟରେ କୌଣସି ଭେଦର ଆବଶ୍ୟକତା ପଡେ ନାହିଁ ।
ସାଧାରଣତଃ ଆଧ୍ୟାତ୍ମିକ ଉନ୍ନତିର ବାଚକ ରୂପରେ ‘ଧର୍ମ’ ଶବ୍ଦର ବ୍ୟବହାର ହୁଏ । ଆଧ୍ୟାତ୍ମିକ ଉନ୍ନତିର ଅର୍ଥ ଇହ ଓ ପରକାଳରେ ସୁଖ-ଶାନ୍ତି ପ୍ରାପ୍ତ କରିବା । ସମୟାନୁକ୍ରମେ ମହାମନୀଷୀଗଣ ମନୁଷ୍ୟ ମଧ୍ୟରେ ଆଧ୍ୟାତ୍ମିକ ଉନ୍ନତି ପାଇଁ ସ୍ବୀୟ ପୁରୁଷାର୍ଥ ଆଧାରରେ ପ୍ରାପ୍ତ ଅନୁଭବ ବିତରଣ କରି ଯାଇଛନ୍ତି । ଦେଶ, କାଳ, ପାତ୍ର ଓ ପରିସ୍ଥିତି ଅନୁସାରେ ସେମାନଙ୍କ ଅନୁଭବ ଲବ୍ଧ ସିଦ୍ଧାନ୍ତ ଭିନ୍ନ ଭିନ୍ନ ହୋଇପାରେ । ଏହି ପରମ୍ପରାରେ ହିନ୍ଦୁ, ବୌଦ୍ଧ, ଜୈନ, ଖ୍ରୀଷ୍ଟିୟାନ, ମୁସଲିମ, ଶିଖ୍ ଇତ୍ୟାଦି ଧର୍ମ ସମ୍ପ୍ରଦାୟଗୁଡ଼ିକର ଉଦ୍ଭବ ହୋଇଛି । ବିଭିନ୍ନ ସମ୍ପ୍ରଦାୟର ଅନୁଯାୟୀଗଣଙ୍କୁ ଧାର୍ମିକ ବୋଲି କୁହାଯାଇଥାଏ । କିନ୍ତୁ ପ୍ରକୃତରେ ଏହା ଧର୍ମର ଯଥାର୍ଥ ପରିଭାଷା ନୁହେଁ । ଏହା କେବଳ ମନୁଷ୍ୟ ସମାଜର ସାମାଜିକ ଓ ସାଂସ୍କୃତିକ ବିଭାଜନ ଅଟେ । ଏହାଦ୍ୱାରା ମନୁଷ୍ୟର ଆଧ୍ୟାତ୍ମିକ ଉନ୍ନତି ହେବା ପରିବେର୍ ବ୍ୟକ୍ତିଗତ ଓ ସାମାଜିକ ଅଧଃପତନ ହୋଇଛି । ଏହି ତଥାକଥିତ ଧର୍ମର ପ୍ରତିସ୍ପର୍ଦ୍ଧା ମୂଳକ ପ୍ର·ର ପ୍ରସାର ଦ୍ୱାରା ମନୁଷ୍ୟ ମଧ୍ୟରେ ଘୃଣା, କଳହ, କ୍ଳେଶ ଓ ଅଶାନ୍ତି ଉପôନ୍ନ ହୋଇଛି । ନିଜକୁ ଶ୍ରେଷ୍ଠ ଓ ଅନ୍ୟକୁ ନିକୃଷ୍ଟ ପ୍ରତିପାଦନ କରିବାର କୁପ୍ରଚେଷ୍ଟାର ପରିଣାମ ସ୍ବରୂପ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ହିଂସ୍ରକ ଯୁଦ୍ଧ ହୋଇଥିବା କଥା ଇତିହାସରୁ ଜଣାପଡ଼େ । ଶରୀର ଆଧାରରେ ଧର୍ମର ବିଭାଜନ ହୋଇଥିବା ମଣିଷ ଦେହାଭିମାନୀ ହୋଇପଡ଼େ । ଦେହାଭିମାନରୁ କାମ କ୍ରୋଧାଦି ମନୋବିକାରଗୁଡ଼ିକ ଜନ୍ମ ନିଅନ୍ତି । ଧର୍ମ ନାମରେ ସାଂପ୍ରଦାୟିକ ହିଂସା ଓ ବିଦ୍ୱେଷର ଏହା ହେଉଛି ମୂଳ କାରଣ ।
ମାନବୀୟ ଚେତନାର ଉଦ୍ଧ୍ୱର୍ମୁଖୀ ବିକାଶ ଏବଂ ବ୍ୟକ୍ତି ମଧ୍ୟରେ ଆଧ୍ୟାତ୍ମିକ ଗୁଣର ବୃଦ୍ଧି କରିବା ହେଉଛି ଧର୍ମର ଉଦ୍ଧେଶ୍ୟ । ମନୁଷ୍ୟାତ୍ମାର ମୌଳିକ ଗୁଣ (ଶାନ୍ତି, ପବିତ୍ରତା, ଜ୍ଞାନ, ପ୍ରେମ, ଆନନ୍ଦ ଆଦି) ମଧ୍ୟ ଧର୍ମ ପଦବାଚ୍ୟ । ଯାହାଦ୍ୱାରା ମନୁଷ୍ୟ ଜୀବନ ତଥା ସମାଜର ଉଚ୍ଚ ଧାରଣା ପ୍ରତିଷ୍ଠା ହୁଏ ଏବଂ ଉଭୟର କଲ୍ୟାଣ ହୁଏ, ମନୁଷ୍ୟ ପାପ ରହିତ ହୋଇ କର୍ବ୍ୟନିଷ୍ଠ ହୁଏ ତଥା ମୁକ୍ତି ଓ ଜୀବନ୍ମୁକ୍ତି ଲାଭ କରେ ତାହାହିଁ ପ୍ରକୃତ ଧର୍ମ । ଏଥିପାଇଁ କେତେକ ବିଦ୍ୱାନ ‘ଧର୍ମ’ ଓ ଆଧ୍ୟାତ୍ମିକତାକୁ ସମାନାର୍ଥକ ବୋଲି କହିଥାନ୍ତି । କିନ୍ତୁ ସୂକ୍ଷ୍ମ ଅନୁଶୀଳନ କଲେ ଏହିପରି ମାନ୍ୟତା ଭ୍ରମାତ୍ମକ ଜଣାଯାଏ । ଧାର୍ମିକ ବ୍ୟକ୍ତି ଆଧ୍ୟାତ୍ମିକ ହୋଇପାରେ; କିନ୍ତୁ ଆଧ୍ୟାତ୍ମିକ ବ୍ୟକ୍ତି ଧାର୍ମିକ ହେବା 

No comments: