Sunday, 7 May 2017

ଚେତନାର ଅର୍ଥ ଓ ସ୍ବରୂପ ଡା: ସୁଧାଂଶୁ ଶେଖର ମିଶ୍ର

                 ଚେତନାର ଅର୍ଥ ଓ ସ୍ବରୂପ

                                                                                                                        ଡା: ସୁଧାଂଶୁ ଶେଖର ମିଶ୍ର
ତମସୋ ମା ଜ୍ୟୋତିର୍ଗମୟ । ଆବହମାନକାଳରୁ ମନୁଷ୍ୟ ଅନ୍ଧକାରରୁ ପ୍ରକାଶ ଅଭିମୁଖେ ଯାତ୍ରା କରି ଆସୁଛି । ଏଠାରେ ଅନ୍ଧକାରର ଅର୍ଥ ଅଜ୍ଞାନତା ଓ ପ୍ରକାଶର ଅର୍ଥ ଜ୍ଞାନ । ଏହି ଯାତ୍ରାର ସର୍ବୋମ ଅବଲମ୍ବନ ହେଉଛି ଧ୍ୟାନ ଯୋଗ । କିନ୍ତୁ ଏହି ଯାତ୍ରା ପଥରେ ଅନେକ ବାଧା ବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଏ । କାରଣ ଏହା ସଂପୂର୍ଣ୍ଣ ମାନସିକ କ୍ରିୟା । ତେଣୁ ମନରେ ଶେଷ ପର୍ଯ୍ୟନ୍ତ ବିଭିନ୍ନ ଜିଜ୍ଞାସା ଉପôନ୍ନ ହୁଏ । ଏହି ଜିଜ୍ଞାସାଗୁଡ଼ିକର ସମାଧାନ ବଡ଼ ଆହ୍ୱାନପୂର୍ଣ୍ଣ କାର୍ଯ୍ୟ ।  କ୍ୱଚିତ୍ ବ୍ୟକ୍ତି ଏଥିରେ ସଫଳକାମ ହୋଇଥାନ୍ତି । କିନ୍ତୁ ଯେଉଁମାନେ ମନ, ବଚନ ଓ କର୍ମରେ ଈଶ୍ୱରାର୍ପିତ ସେମାନଙ୍କ ପାଇଁ କୌଣସି ସମସ୍ୟା ନଥାଏ ।
ଭୌତିକ ଚେତନାର ବଶବର୍ୀ ହୋଇ ମନୁଷ୍ୟ ନିଜର ଜୀବିକା ଓ ଜୀବନ ଚର୍ଯ୍ୟାରେ ଏତେ ବ୍ୟସ୍ତ ହୋଇ ପଡ଼େ ଯେ ସେ ନିଜର ବାସ୍ତବିକତାକୁ ଭୁଲିଯାଏ । ବାହ୍ୟକର୍ମର ପ୍ରଭାବ ମନର ବିଚାର ପ୍ରବାହ ଓ ଭାବକୁ ପ୍ରଭାବିତ କରୁଥିବାରୁ ଜାଗୃତିରୁ ସ୍ବପ୍ନ ପର୍ଯ୍ୟନ୍ତ ବ୍ୟକ୍ତି ସହଜରେ ଦୈହିକ ସ୍ମୃତିରୁ ମୁକ୍ତ ହୋଇ ଆତ୍ମିକ ଚେତନାର ଅନୁଭବ କରି ପାରେ ନାହିଁ । ଧ୍ୟାନ ଦ୍ୱାରା ଆତ୍ମ ଜାଗୃତି ହୋଇଥାଏ । ଧ୍ୟାନର ଅର୍ଥ ହେଉଛି ଏକାଗ୍ରତା ପୂର୍ବକ ସ୍ବ’ର ସ୍ବଭାବରେ ସ୍ଥିତ ହୋଇଯିବା । ଏହା ହେଉଛି ଆତ୍ମାର ଜାଗ୍ରତ ଅବସ୍ଥା । ଏହାକୁ ଆତ୍ମାର ବୀଜ ରୂପ ବା ବିନ୍ଦୁରୂପ ସ୍ଥିତି କୁହାଯାଏ । ଏହି ସ୍ଥିତିରେ ମନରେ କୌଣସି ପ୍ରକାର ବ୍ୟର୍ଥ ବିଚାର ରହେ ନାହିଁ ଓ ଆତ୍ମାର ବାସ୍ତବିକ ସ୍ବରୂପ ଦର୍ଶନ ହୋଇଥାଏ । ସଂପୂର୍ଣ୍ଣ ଆତ୍ମ ଜାଗୃତିର ଉପଲବ୍ଧି ପାଇଁ ଆତ୍ମ ବିସ୍ମରଣର ସମସ୍ତ କାରଣ, ଆତ୍ମ ସ୍ମରଣର ସମସ୍ତ ଉପାୟ ତଥା ଜାଗୃତି, ସ୍ବପ୍ନ ଓ ଗଭୀର ସୁଷୁପ୍ତିର ସମସ୍ତ ସ୍ଥିତିକୁ ସ୍ପଷ୍ଟ ଭାବରେ ବୁଝିବା ଏକାନ୍ତ ଆବଶ୍ୟକ ।
ସାରସ୍ବତ ଶବ୍ଦ ଭଣ୍ଡାରରେ ଚେତନା ସମ୍ବଦ୍ଧିତ ଅନେକ ଶବ୍ଦ ଦେଖିବାକୁ ମିଳେ । ଯଥା: ଆତ୍ମ-ଚେତନା, ଈଶ୍ୱରୀୟ ଚେତନା, ବିଜ୍ଞାନ ଚେତନା, ଆଧ୍ୟାତ୍ମିକ ଚେତନା, ପଶୁ ଚେତନା, ମନୁଷ୍ୟ ଚେନା, ନିମ୍ନ ସ୍ତରୀୟ ଚେତନା, ଆନ୍ତର ଚେତନା, ଅବିକଶିତ ଚେତନା, ଆତ୍ମ ଜାଗୃତି ଚେତନା, ଅର୍ଦ୍ଧ ଜାଗୃତି ଚେତନା, ଅବଚେତନା ଇତ୍ୟାଦି । ଚିତ୍, ଚେତସ୍, ଚେତନ ଓ ଚି୍ ଚେତନାର ପର୍ଯ୍ୟାୟବାଚୀ ଶବ୍ଦ । ଶବ୍ଦ କୋଷରେ ଚିତ୍ର ଅର୍ଥ ଜ୍ଞାନ, ଚେତନା, ଆତ୍ମା, ଚେତସ୍ବର ଅର୍ଥ ମନ, ଚି, ଆତ୍ମା, ଜ୍ଞାନ, ଚେତନାର ଅର୍ଥ ଆତ୍ମା, ଜ୍ଞାନ, ଚି, ପ୍ରାଣୀ, ଚି, ଆତ୍ମା, ଜ୍ଞାନ, ଚିର ଅର୍ଥ ହୃଦୟ, ମନଃ, ସ୍ମରଣଶକ୍ତି, ଇଚ୍ଛା ଓ ଚେତନାର ଅର୍ଥ ସଂଜ୍ଞା,ଜ୍ଞାନ, ବୁଦ୍ଧି, ମନ, ଜୀବନ ଜାଗରଣ, ସ୍ମୃତି ଆଦି କରାଯାଇଛି । ପରମାତ୍ମାଙ୍କ ଅନାଦି ସ୍ବଭାବ ସତ୍-ଚିତ୍ ଓ ଆନନ୍ଦ ହୋଇଥିବାରୁ ତାଙ୍କୁ ସଚ୍ଚିତାନନ୍ଦ କୁହାଯାଏ । ଆତ୍ମା ମଧ୍ୟ ଅନାଦି ସ୍ବରୂପରେ ଦ୍ରିବିଧ ଗୁଣ ଯୁକ୍ତ ଥାଏ । ପରମାତ୍ମାଙ୍କ ସଚ୍ଚିଦାନନଦ ସ୍ବରୂପ ସର୍ବକାଳରେ ସମାନଥାଏ । କାରଣ ସେ ଅଶରୀରୀ । ତାଙ୍କୁ ଆବାଗମନ ଚକ୍ରରେ ଆସିବାକୁ ପଡ଼ି ନଥାଏ । କିନ୍ତୁ ଆତ୍ମା ଶରୀର ଧାରଣ କରୁଥିବାରୁ କାଳାନୁସାରେ ତା’ର ସଚ୍ଚିଦାନନ୍ଦ ସ୍ବରୂପରେ ତାରତମ୍ୟ ଦେଖାଯାଏ । ବାରମ୍ବାର ଜନ୍ମ-ମୃତୁ୍ୟ ଚକ୍ରରେ ଆସିବା ହେତୁ ଆତ୍ମା ପ୍ରକୃତିର କ୍ରିୟାଶକ୍ତି ସହିତ ତାଦାତ୍ମ୍ୟ ସ୍ଥାପିତ କରି ନିଜର ଅନାଦି ଆତ୍ମା କେବଳ ଚେତନା ଶକ୍ତି ରୂପରେ ରହିଯାଏ ଓ ପ୍ରକୃତିର କ୍ରିୟାଶକ୍ତି ଦ୍ୱାରା ପ୍ରଭାବିତ ହୋଇ କ୍ରମଶଃ ଉଚ୍ଚସ୍ତରରୁ ନିମ୍ନ ସ୍ତର ଆଡ଼କୁ ଗତି କରେ । ସଚ୍ଚିଦାନନ୍ଦ ସ୍ବରୂପ ଆତ୍ମ ଚେତନାର ଏହି ପରିବର୍ିତ ନିମ୍ନ ସ୍ତରର ପ୍ରକୃତିକୁ ଦୈହିକ ବା ଭୌତିକ ଚେତନା କୁହାଯାଏ । ଚେତନାର ଏହା ସମ୍ମୋହିତ ଅବସ୍ଥା । ଏହି ସମ୍ମୋହନ କ୍ରିୟା କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା ହୋଇଥାଏ । ଆତ୍ମା ସ୍ବୟଂ କର୍ା ହୋଇ ମଧ୍ୟ ସେମାନଙ୍କ ଅଧୀନସ୍ଥ ହୋଇ କର୍ମ କରେ । ଆଶ୍ଚର୍ଯ୍ୟର ବିଷୟ ଏହି ଯେ ଏହି ପରାଧିନତାର ବନ୍ଧନ ବିଷୟରେ ସେ ସଚେତନ ନ ଥାଏ ।
ଏହି ସୃଷ୍ଟିରେ ତିନୋଟି ସାର ଭୂମିକା ରହିଛି- ଆତ୍ମା,ପରମାତ୍ମା ଓ ପ୍ରକୃତି । ମନୁଷ୍ୟ ଶରୀରରେ ପ୍ରକୃତିର ତିନି ସା ସକ୍ରିୟ ଥାଆନ୍ତି, ଦୈହିକ, ଭାବୁକ ଓ ବୌଦ୍ଧିକ । ଚେତନା ଉଭୟ ପ୍ରତିକ୍ରିୟାତ୍ମକ ଓ ଅପ୍ରତିକ୍ରିୟାତ୍ମକ ଶକ୍ତି ଅଟେ । ଏହା ପ୍ରକୃତି ଶକ୍ତି ଦ୍ୱାରା ଉପôନ୍ନ ହେଉଥିବା ପ୍ରଭାବ ଉପରେ ବ୍ୟକ୍ତିଗତ ପ୍ରତିକ୍ରିୟା ପ୍ରକାଶ କରିପାରେ ବା ସଂଯମ ଓ ତଟସ୍ଥ ଭାବରେ ପ୍ରକୃତିର କ୍ରିୟା-ପ୍ରତିକ୍ରିୟାକୁ ନିରୀକ୍ଷଣ ମଧ୍ୟ କରିପାରେ । ଅନେକ ସମୟରେ ପ୍ରତିକ୍ରିୟା ରୂପରେ ଘଟୁଥିବା ଘଟଣାର ନିରୀକ୍ଷଣ ଓ ବ୍ୟାଖ୍ୟା ମଧ୍ୟ କରେ ନାହିଁ । କାରଣ ସେହି ସମୟରେ ସେ ଗଭୀର ନିଦ୍ରାବସ୍ଥାରେ ଥାଏ । ଏହି ତିନି ଅବସ୍ଥାରେ ଚେତନାର ଅସ୍ତିତ୍ୱରେ କୌଣସି ପରିବର୍ନ ହୁଏ ନାହିଁ । ଅର୍ଥାତ୍, ଇନ୍ଦ୍ରିୟମାନଙ୍କ ଦ୍ୱାରା କର୍ମ କରୁଥିବା ଅବସ୍ଥାରେ ଯେପରି ସେ ବିଦ୍ୟମାନ ଥାଏ, ଠିକ୍ ସେହିପରି ଗଭୀର ଯୋଗ ସ୍ଥିତି ହେଉ ବା ଗଭୀର ନିଦ୍ରାବସ୍ଥା ହେଉ, ତା’ର ଉପସ୍ଥିତି ଯଥାବତ୍ ଥାଏ । ତେଣୁ ସମସ୍ତ ମାନସିକ ସା ଓ ଚେତନା ଏକ ଅବିନାଶୀ ବାସ୍ତବିକ ବସ୍ତୁ ଅଟେ ।
ଗୋଟିଏ ପକ୍ଷରେ ଚେତନା ସମସ୍ତ ପ୍ରତିକ୍ରିୟାଗୁଡ଼ିକରୁ ମୁକ୍ତ ସ୍ମୃତିରେ ଉପସ୍ଥିତ ରହିପାରେ ଅନ୍ୟ ପକ୍ଷରେ କୌଣସି ବ୍ୟକ୍ତି, ବସ୍ତୁ ଓ ପରିସ୍ଥିତିରୁ ଆସୁଥିବା ପ୍ରଭାବ ଗୁଡ଼ିକ ଉପରେ ନିର୍ଣ୍ଣୟଯୁକ୍ତ ନିୟନ୍ତ୍ରିତ ପ୍ରତିକ୍ରିୟା ମଧ୍ୟ ଦେଇପାରେ । ଅର୍ଥାତ ଏହି ନିୟନ୍ତ୍ରଣ କ୍ରିୟାରେ ସେ ସ୍ବତନ୍ତ୍ରତା ପୂର୍ବକ କାର୍ଯ୍ୟ କରିପାରେ । ଗୋଟିଏ ପକ୍ଷରେ ତାର ବସ୍ତୁ, ବ୍ୟକ୍ତି ଓ ପରିସ୍ଥିତିକୁ ଭଲ ଭାବରେ ଜାଣିବାର କ୍ଷମତା ଥାଏ । ଅନ୍ୟ ପକ୍ଷରେ ସେ ତାହା ଉଦ୍ଧ୍ୱର୍ରେ କି୍ରୟା ଓ ପ୍ରତିକ୍ରିୟା କରିବାର ରଚନାତ୍ମକ କ୍ଷମତା ମଧ୍ୟ ଧାରଣ କରିଥାଏ । ରଚନାତ୍ମକ ଓ ବିନାଶକ ଉଭୟ ପ୍ରକାରର କି୍ରୟା ଶକ୍ତି ତା ପାଖରେ ଥାଏ । ଏଥିପାଇଁ ଚେତନା ଉଭୟ ଚି ଓ ଚି-ଶକ୍ତି ଅଟେ ।
ଚେତନା ମନୁଷ୍ୟ ମନର ପ୍ରଧାନ ଶକ୍ତିଗୁଡ଼ିକର ସ୍ବରୂପ । ଏଥିପାଇଁ ମାନବୀୟ ଚେତନା ପ୍ରାୟ ମନ ସହିତ ଏକରୂପତା ଅବସ୍ଥାରେ ଥାଏ । ଚେତନା କେବଳ ମାତ୍ର ମାନବୀୟ ଚେତନାର ସୀମାରେଖା ମଧ୍ୟରେ ଆବଦ୍ଧ ହୋଇ ରହେ ନାହିଁ, ସେ ଚାହିଁଲେ ବିବିଧ ଦିଗରେ ବିସ୍ତାର ଲାଭ କରିବାକୁ ସମର୍ଥ ହୋଇପାରେ । ଯେପରି ଦେଖିବା, ଶୁଣିବା ଓ ଆଘ୍ରାଣ କରିବା ଇତ୍ୟାଦି ଇନ୍ଦ୍ରିୟ ସାମର୍ଥ୍ୟର ଅନେକ ସ୍ତର ଓ ଉପସ୍ତର ଥାଏ । ସେହିପରି ଚେତନାର ମଧ୍ୟ ବିଭିନ୍ନ ସ୍ତର ଥାଏ । ମନୁଷ୍ୟର ଦୃଷ୍ଟି ବା ଶ୍ରବଣ ଶକ୍ତିର ଏକ ସୀମା ଥାଏ । ଏପରି ବହୁତ କିଛି ଅଛି ଯାହା ତା’ର ଦୃଷ୍ଟି ଓ ଶ୍ରୁତିର ସାମର୍ଥ୍ୟ ବାହାରେ । ତା’ର ଅର୍ଥ ନୁହେଁ ଯେ ସେପରି ଦୃଶ୍ୟ ଓ ଧ୍ୱନି ତରଙ୍ଗର ଅସ୍ତିତ୍ୱ ନାହିଁ । ଯେପରି ଏ କ୍ଷେତ୍ରରେ ଅଗୋଚର ଓ ଅଶ୍ରବ୍ୟ ଦୁଇଟି ସ୍ତର ବିଦ୍ୟମାନ ସେହିପରି ଚେତନାର ସାମାନ୍ୟ ମାନବୀୟ ସ୍ତରର ଉଦ୍ଧ୍ୱର୍ରେ ଓ ନିମ୍ନରେ ଅନେକ ସ୍ତର ଓ ଉପସ୍ତର ଥାଆନ୍ତି, ଯାହାକି ସାମାନ୍ୟ ମନୁଷ୍ୟ ଚେତନା ଜାଣି ନଥାଏ । ଚେତନାର ଉପର ସ୍ତରକୁ ଅତି ଚେତନା ଓ ନିମ୍ନ ସ୍ତରକୁ ଅବଚେତନା କୁହାଯାଏ ।ଏହି ଉଭୟ ସ୍ତର ମଧ୍ୟରେ ଅନେକ ସ୍ତର ଓ ଉପସ୍ତର ଥାଏ । ଅବଚେତନାର ଗଭୀର ସ୍ତରରେ ତୁଳନା, ଜାଗୃତି, ନିଦ୍ରା, ଗଭୀର ସୁଷୁପ୍ତି ଓ ଅତିଚେତନାର ସ୍ତରରେ ପୁରୁଷାର୍ଥୀ ଚେତନା, ଆତ୍ମ ଜାଗୃତି ଚେତନା ଓ ସଂପୂର୍ଣ୍ଣଆତ୍ମ ଜାଗୃତି ଚେତନା ରହିଛି ।
ଚେତନାର ଅର୍ଥ ମାନସିକ ଜାଗରୁକତା ନୁହେଁ । ମାନସିକ ଜାଗରୁକତା ବା ସତର୍କତାର ସମ୍ବନ୍ଧ ସ୍ଥୂଳ ବା ସୂକ୍ଷ୍ମ ଇନ୍ଦ୍ରିୟଗୁଡ଼ିକର କାର୍ଯ୍ୟ । କିନ୍ତୁ ଆତ୍ମ ଜାଗ୍ରତ ଚେତନାର କାର୍ଯ୍ୟ କ୍ଷେତ୍ର ଇନ୍ଦ୍ରିୟାତୀତ । ସ୍ବୟଂର ସଂପୂର୍ଣ୍ଣ ବୋଧ ହେଉଛି ଆତ୍ମ ଜାଗ୍ରତ ଚେତନା । ଆତ୍ମା ସତ୍, ଚିତ୍, ଆନନ୍ଦ, ପ୍ରକାଶ ଓ ପବିତ୍ର ସ୍ବରୂପ । ଏହି ସ୍ବରୂପର ଅଭ୍ୟାସକୁ ଆତ୍ମସ୍ମରଣ କୁହାଯାଏ; କିନ୍ତୁ ଏହା ଆତ୍ମବୋଧ ନୁହେଁ । ନିରବଚ୍ଛିନ୍ନ ଓ ଏକାଗ୍ରତା ପୂର୍ବକ ଆତ୍ମ ସ୍ବରୂପର ଅଭ୍ୟାସ ଯେତେବେଳେ ଅନୁଭବ ସ୍ତରକୁ ଚାଲିଆସେ, ସେତେବେଳେ ସେହି ଅବସ୍ଥାକୁ ଆତ୍ମବୋଧ ବା ଆତ୍ମଜାଗ୍ରତ ଚେତନା କୁହାଯାଏ । ଆତ୍ମସ୍ମରଣ ସ୍ତରରେ ବ୍ୟକ୍ତି ନିଜର ଆତ୍ମଜାଗ୍ରତ ଚେତନାର ଯାଂଚ କରିପାରେ ଯେ ସେ କେତେ ସମୟ ପର୍ଯ୍ୟନ୍ତ ଏହି ଅବସ୍ଥାରେ ଅବସ୍ଥାନ କରି ପାରୁଛି । ଅନୁଭବରୁ ଜଣାଯାଏଯେ, ଆତ୍ମ ଜାଗ୍ରତ ଚେତନା ଏକକାଳୀନ ବେଶୀ ସମୟ ଗୋଟିଏ ଅବସ୍ଥାରେ ରହିପାରେ ନାହିଁ । ଅନେକ ସମୟରେ ଜଣେ ପୁରୁଷାର୍ଥୀ ମନେ କରେ ଯେ ସେ ଆତ୍ମଜାଗ୍ରତ ଚେତନାରେ ଦୀର୍ଘ ସମୟ ରହି ପାରୁଛି; କିନ୍ତୁ ସୂକ୍ଷ୍ମ ଭାବରେ ଯାଂଚ କଲେ ସେ ଜାଣିପାରି ଯେ ତାଙ୍କ ଅନେକ ସମୟ ବିସ୍ମୃତିରେ ବିତି ଯାଇଥିଲେ ମଧ୍ୟ ପୂର୍ବ ଅନୁଭୂତିରି ସ୍ମୃତି ହିଁ ଅବଶେଷ ରହିଯାଇଛି । ଏହା ହେଉଛି ଅର୍ଦ୍ଧଚେତନ ଅବସ୍ଥା । ଏହି ଅବସ୍ଥାରେ ଅତୀତର ଜାଗୃତିର ସ୍ମୃତି ହିଁ ତା ମନରେ ଭ୍ରମ ସୃଷ୍ଟି କରେ ଓ ସେ ନିଜକୁ ଜାଗ୍ରତ ଅବସ୍ଥାରେ ଅଛି ବୋଲି ମନେ କରେ ।
ଉପଯୁ୍ର୍ୟକ୍ତ ବିଷୟ ନିଜେ ପରୀକ୍ଷା ଦ୍ୱାରା ଅନୁଭବ କରି ପାରିବେ । ଗୋଟିଏ ନିର୍ଦ୍ଧିଷ୍ଟ ବିଷୟ ବସ୍ତୁ ଚୟନ କରନ୍ତୁ । ତା’ ଉପରେ ଏକାଗ୍ରତା ପୂର୍ବକ ବିଚାର କରନ୍ତୁ । କିଛି ସମୟ ପରେ ଆପଣ ଦେଖିବେ ଯେ ଉକ୍ତ ବିଷୟରୁ ଆପଣଙ୍କ ବି·ର ଓହରି ଯାଇଛି । ଏଥିରୁ ପ୍ରମାଣିତ ଯେ ନିରନ୍ତର ଏକାଗ୍ରତା ମଧ୍ୟରେ ଏକ ଅନ୍ତରାଳ ଆସିଯାଏ । ଏହିପରି ଆତ୍ମଜାଗ୍ରତ ଅବସ୍ଥାର ଅଭ୍ୟାସ ସମୟରେ ସ୍ମୃତି ତୀବ୍ର ଭାବରେ ବିସ୍ମୃତିରେ ପରିଣତ ହୋଇଯାଏ । ଆତ୍ମ ସମୀକ୍ଷା ପାଇଁ ସ୍ମୃତି ଓ ବିଚାର ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । ଏଇ ଦୁଇ ପ୍ରମୁଖ ମାଧ୍ୟମ ଦ୍ୱାରା ଜଣେ ନିଜ ଦୈନନ୍ଦିନ ଜୀବନ ଚର୍ଯ୍ୟାରେ କେତେ ସମୟ ଆତ୍ମଜାଗ୍ରତ ଅବସ୍ଥା ବଜାୟ ରଖିପାରିଛି ଯାଂଚ କରିପାରିବ । ମାନବ ଜୀବନର ଅଧିକାଂଶ ସମୟ ନିଦ୍ରା ଓ ଅର୍ଦ୍ଧ ଜାଗ୍ରତ ଅବସ୍ଥାରେ ବିତିଯାଏ । ଶଯ୍ୟା ତ୍ୟାଗରୁ ରାତ୍ରୀରେ ଶଯ୍ୟା ଗ୍ରହଣ ଅବଧି ମଧ୍ୟରେ, ଅର୍ଥାତ୍ ଚେଇଁଥିବା ଅବସ୍ଥାରେ ମଧ୍ୟ ମଣିଷ ଯାହା କର୍ମ କରେ ତାହା ମଧ୍ୟ ଅର୍ଦ୍ଧଜାଗ୍ରତ, ସମ୍ମୋହିତ ବା ସାପେକ୍ଷ ଜାଗ୍ରତ ଅବସ୍ଥାରେ କରାଯାଇଥôôବା କାର୍ଯ୍ୟ କୁହାଯିବ । ସେ ଅଜ୍ଞାନ ନିଦ୍ରାରେ ମୁର୍ଚ୍ଛିତ ଥାଇ ମଧ୍ୟ ନିଜକୁ ଜାଗ୍ରତ ବୋଲି ମନେ କରେ । ଏଥିପାଇଁ କୁହାଯାଏ, ଅନ୍ଧକାରରୁ ଆଲୋକ ଓ ମୃତୁ୍ୟରୁ ଅମୃତ ଆଡ଼କୁ ଅଗ୍ରସର ହୁଅ । ଅନ୍ଧକାର ଓ ମୃତୁ୍ୟ ହେଉଛି ଅଜ୍ଞାନତା ବା ବିସ୍ମୃତିର ଦ୍ୟୋତକ ।
ମାନବରଜୀବନ ଦୁର୍ଲ୍ଲଭ । ଜୀବନ ଅବଧି ଅଜ୍ଞାତ । ସମୟ ଖୁବ୍ ମୂଲ୍ୟବାନ । ଆମର ବହୁ ମୂଲ୍ୟ ସମୟ ମୂର୍ଚ୍ଛିତ ବା ବିସ୍ମୃତିରେ ବ୍ୟତୀତ ହୋଇଯାଉଛି । କୌଣସି ବିଶେଷ ପରିସ୍ଥିତି ହେତୁ କେତେକଙ୍କ ଆତ୍ମଜାଗ୍ରତ ଅବସ୍ଥା ଅଳ୍ପକ୍ଷଣ ପାଇଁ ଅଚାନକ ଆସିଥାଏ । ଏହାକୁ ଆକାଶରେ ବିଜୁଳି ଚମକି ପୁଣି ଲୀନହୋଇଥିବା ଘଟଣା ସହିତ ତୁଳନା କରାଯାଇପାରେ । ଆତ୍ମଜାଗ୍ରତି ଅବସ୍ଥା ଅଧିକ ସମୟ ରହି ନ ପାରିବାର ମୁଖ୍ୟତଃ ଦୁଇଟି କାରଣ ଅଛି । ତାହା ହେଲା, ଅଜ୍ଞାନତା ଓ ଆତ୍ମବିସ୍ମୃତି । ଆତ୍ମଜାଗୃତି ମାର୍ଗରେ ଏହି ଦୁଇଟି ହେଉଛି ଗତି ଅବରୋଧକ (ଝକ୍ଟ୍ରରରୟ ଈକ୍ସରବଳରକ୍ସ) ସଦୃଶ । ଏହି ଅବରୋଧକ ଦ୍ୱୟକୁ ସଫଳତା ପୂର୍ବକ ଅତିକ୍ରମ କରିଗଲେ ଦୀର୍ଘକାଳ ପର୍ଯ୍ୟନ୍ତ ଆତ୍ମଜାଗୃତି ବା ଆତ୍ମିକ ସ୍ଥିତି ଅବସ୍ଥାରେ ରହିବା ସଂଭବ ।
ସଂପାଦକ- ଚେତନା ପ୍ରବାହ, ପାଟଣାଗଡ଼

No comments: