ମୂଲ୍ୟାବଳୀର ବିକାଶ:
ଡାକ୍ତର ସୁଧାଂଶୁ ଶେଖର ମିଶ
ଜୀବନର ବିକାଶ ପାଇଁ ମୂଲ୍ୟାବଳୀର ବିକାଶ ଅନିର୍ବାଯ୍ୟ । ବିଡମ୍ବନା ଏହି ଯେ ସଂପ୍ରତି ଅଧିକାଂଶ ଲୋକ ଭୌତିକ ବିକାଶକୁ ହିଁ ଜୀବନର ଯଥାର୍ଥ ବିକାଶ ବୋଲି ଗ୍ରହଣ କରିଥିବାରୁ ବୈଶ୍ୱିକ ସ୍ତରରେ ମୂଲ୍ୟ ସଂକଟ ଦେଖାଯାଉଛି । ଏକଦା ବିଶ୍ୱଗୁରୁ ରୂପେ ସମଗ ବିଶ୍ୱରେ ସମ୍ମାନିତ ହୋଇଥିବା ଆମ ମହାନ ଭାରତ ମଧ୍ୟ ମୂଲ୍ୟ ସଂକଟର ଭୟଙ୍କର ସ୍ଥିତିରେ ଉପନୀତ ହୋଇଛି । ସେତେବେଳେ ଗୁରୁକୁଳ ମାନଙ୍କରେ ପ୍ରଚଳିତ ଶିକ୍ଷା ପ୍ରଣାଳୀରେ ମୂଲ୍ୟଶିକ୍ଷାକୁ ପ୍ରାଥମିକତା ଦିଆଯାଉଥିଲା । ଅନ୍ୟ ଅର୍ଥରେ କହିଲେ ମୂଲ୍ୟଶିକ୍ଷା ପ୍ରାଚୀନ ଶିକ୍ଷାବ୍ୟବସ୍ଥାର ଅବିଭାଜ୍ୟ ଅଙ୍ଗ ଥିଲା । ଏଥିପାଇଁ ଆମର ଭାରତ ମହାନ ଥିଲା । ଆମେ ଭାରତର ସେହି ପୂର୍ବ ଗୌରବ ଫେରିଆସୁ ବୋଲି ଯଦି ·ହୁଁଛୁ ତେବେ ମୂଲ୍ୟଶିକ୍ଷା ଦ୍ୱାରା ମୂଲ୍ୟାବଳୀର ମୂଳ ଉସô ଅନ୍ୱେଷଣ କରି ସେଗୁଡିକୁ ବ୍ୟବହାରିକ ଜୀବନରେ ପ୍ରୟୋଗ କରିବାକୁ ହେବ ।
ପ୍ରାଚୀନ କାଳରେ ଗୁରୁକୁଳୁରେ ଶିକ୍ଷାଦାନ ଦିଆଯାଉଥିଲା । ଦଶ-ପନ୍ଦର ଜଣ ଶିଷ୍ୟ (ଛାତ୍ର) ଜଣେ ଋଷିଙ୍କ ଆଶ୍ରମରେ ରହି ଋଷିପନôୀଙ୍କ ତ୍ୱାବଧାନରେ ସ୍ନେହ ଓ ବାସôଲ୍ୟମୟ ବାତାବରଣରେ ବିଦ୍ୟାଭ୍ୟାସ କରୁଥିଲେ । ଗୁରୁ ଶିଷ୍ୟମାନଙ୍କୁ ସେମାନଙ୍କ ପ୍ରତିଭା ଓ ରୁଚି ଅନୁସାରେ ଶିକ୍ଷାଦାନ କରୁଥିଲେ ଯେତେବେଳେ ଯୋଗ୍ୟ ମନେ କରୁଥିଲେ ସେତେବେଳେ ଗୃହ ପ୍ରତ୍ୟାବର୍ନ ପାଇଁ ଅନୁମତି ଦେଉଥିଲେ । ବିଭିନ୍ନ ଶାସ୍ତ୍ର, ପୁରାଣ, ବେଦ, ଉପନିଷଦ, ଆଦି ଆଧାରରେ ପ୍ରଦାନ କରାଯାଉଥିବା ଶିକ୍ଷାର ଏକମାତ୍ର ଉଦ୍ଧେଶ୍ୟ ଥିଲା ଆତ୍ମୋନ୍ନତି । ବାସ୍ତବରେ ମନୁଷ୍ୟ ମଧ୍ୟରେ ଲୁକ୍କାୟିତ ଆଧ୍ୟାତ୍ମିକ ଶକ୍ତି ବା ମୂଲ୍ୟଗୁଡିକୁ ବିକଶିତ କରିବା ହେଉଛି ଶିକ୍ଷାର ମୂଳ ଉଦ୍ଧେଶ୍ୟ । ଏହି ଉଦ୍ଧେଶ୍ୟ ସାଧନ କରିବା ପାଇଁ ତତ୍କାଳୀନ ଶିକ୍ଷକ ସମାଜ ବଦ୍ଧ ପରିକର ଥିଲେ ଓ ଏହାକୁ ସେମାନେ ପବିତ୍ରତମ କର୍ବ୍ୟ ମନେ କରୁଥିଲେ । ତେଣୁ ସମାଜରେ ସୁଖ, ଶାନ୍ତି, ସଂହତି ଓ ଏକତା ଥିଲା । ଆଜିର ମୂଲ୍ୟବୋଧ ରହିତ ଶିକ୍ଷା ପ୍ରଣାଳୀ ହେତୁ ସମାଜରେ ଭୟଙ୍କର ନୈତିକ ଓ ·ରିତ୍ରିକ ସଂକଟ ଦେଖାଯାଇଛି ।ମୂଲ୍ୟ ଜୀବନର ପବିତ୍ରତମ ଆବଶ୍ୟକତା । ଏଗୁଡିକର ଉସôକୁ ଜାଣିଲେ ସେଗୁଡିକୁ ଆତ୍ମସାତ କରିବା ସହଜ ହୋଇଯାଏ । ମୂଲ୍ୟାବଳୀର ବିକାଶ ଦ୍ୱାରାହିଁ ମନୁଷ୍ୟ ଶ୍ରେଷ୍ଠ ଓ ଚରିତ୍ରବାନ ହୋଇଥାଏ । ନାଗରିକମାନଙ୍କ ·ରିତ୍ରିକ ବଳହିଁ କୌଣସି ରାଷ୍ଟ୍ରକୁ ମହାନ ବନାଇ ଥାଏ । ତେଣୁ ମୂଲ୍ୟ ହେଉଛି ସୁସ୍ଥ ବ୍ୟକ୍ତିତ୍ୱ ସାର୍ଥକ ଜୀବନର ଆଧାର ଓ ବିଶ୍ୱ ସଂସ୍କୃତିର ଉସô ତଥା ଜୀବନ ଶିକ୍ଷାର ସାର ତ୍ୱ ।
ଜୀବନରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଓ ସାମାଜିକ ଅବ୍ୟବସ୍ଥାଗୁଡିକର କାରଣ ହେଉଛି ସାମାଜିକ ଭିନ୍ନତା ଏବଂ ‘ସମାନତା’ ମୂଲ୍ୟ ଧାରଣ ଦ୍ୱାରା ହିଁ ଏହାକୁ ନିର୍ମୂଳ କରାଯାଇ ପାରିବ । ଅନେକ ଗବେଷଣାରୁ ସମାଜଶାସ୍ତ୍ରୀମାନେ ଏହି ନିଷ୍କର୍ଷରେ ଉପନୀତ ହୋଇଛନ୍ତି । ସମାଜରେ ଅବ୍ୟବସ୍ଥା ହେତୁ ହିଁ ନିୟମ (ୟସମସକ୍ଟ୍ରକ୍ଷସଦ୍ଭର) ପ୍ରଣୟନ ହୋଇଥାଏ । ‘ପ୍ରେମ’ ଏକ ମୂଲ୍ୟ । ଦ୍ୱେଷପୂର୍ଣ୍ଣ ପରିସ୍ଥିତି ଉପୁଜିଲେ ଏହାର ପ୍ରତିପାଦନ ହୁଏ । ଏହିପରି ବିଭିନ୍ନ ସାମାଜିକ ମୂଲ୍ୟ ସହିତ ରାଷ୍ଟ୍ରୀୟ ମୂଲ୍ୟ, ମାନବୀୟ ମୂଲ୍ୟ, ଆଧ୍ୟାତ୍ମିକ ମୂଲ୍ୟ ଆଦି ମୂଲ୍ୟାବଳୀର ବିକାଶ ହୋଇଛି । ପରମ୍ପରାଗତ ମୂଲ୍ୟଗୁଡିକରୁ ଆଧୁନିକ ମୂଲ୍ୟର ଉଦ୍ଭବ ଓ ବିକାଶ ହୋଇଛି । ମାନବ ମନରେ ଉପôନ୍ନ ହେଉଥିବା କଲ୍ୟାଣକାରୀ ବି·ର ହିଁ ମୂଲ୍ୟର ରୂପ ନିଏ ।
ଅନ୍ଧକାରରୁ ଆଲୋକ ଓ ମୃତୁ୍ୟରୁ ଅମରତ୍ୱ ଆଡକୁ ଗତି କରିବା ହେଉଛି ମଣିଷର ସ୍ବଭାବିକ ଇଚ୍ଛା । ଏହା ହେଉଛି ଆତ୍ମାର ଶକ୍ତିର ଅଭିବ୍ୟକ୍ତି । ଆତ୍ମା ମୌଳିକ ରୂପରେ ଜ୍ଞାନ, ସ୍ବରୂପ, ପବିତ୍ର ସ୍ବରୂପ, ଶାନ୍ତି ସ୍ବରୂପ, ଆନନ୍ଦ ସ୍ବରୂପ, ସୁଖ ସ୍ବରୂପ ଓ ଶକ୍ତି ସ୍ବରୂପ । ମନ ବୁଦ୍ଧି ଓ ସଂସ୍କାର ହେଉଛି, ଆତ୍ମାର ବିଭିନ୍ନ ଶକ୍ତିର ଅଭିବ୍ୟକ୍ତିର ନାମ । ଆତ୍ମାର ସଂକଳ୍ପ ଶକ୍ତିକୁ ମନ ଓ ନିର୍ଣ୍ଣୟ ଶକ୍ତିକୁ ବୁଦ୍ଧି କୁହାଯାଏ । ମନ ଓ ବୁଦ୍ଧି ଆଧାରରେ ଆତ୍ମା କରିଥିବା କର୍ମର ପ୍ରଭାବ ସଂସ୍କାର ନାମରେ କଥିତ । ଗୋଟିଏ ଶରୀର ତ୍ୟାଗ କରି ଆତ୍ମା ଯେତେବେଳେ ଅନ୍ୟ ଶରୀର ଗ୍ରହଣ କରେ ଏହି ସଂସ୍କାର ତା’ ସହିତ ଯାଏ ସଂସ୍କାର ଅନୁରୂପ ମନରେ ଶ୍ରେଷ୍ଠ ଓ ମହାନ ସଂକଳ୍ପ ଉପôନ୍ନ ହୁଏ ଓ ବୁଦ୍ଧି ନିର୍ଣ୍ଣୟ ନେଇଥାଏ । ଦେହ ଅଭିମାନରୁ ମୁକ୍ତ ହେଲେ ଆତ୍ମା ମଧ୍ୟରେ ତାର ମୂଳ ସ୍ବରୂପ ଅନୁସାରେ ଶ୍ରେଷ୍ଠ ଓ ମହାନ ସଂକଳ୍ପ ଉପôନ୍ନ ହୁଏ ଏବଂ ଏହାର ଉପଲବ୍ଧି ପାଇଁ ବିଧି ନିର୍ଦ୍ଧାରିତ କରେ । ତେଣୁ ସମସ୍ତ ମୂଲ୍ୟର ଉସô ହେଉଛି ଚୈତନ୍ୟ ଶକ୍ତି ଆତ୍ମା ।
ବର୍ମାନ ପ୍ରଶ୍ନ ଉଠେ ଯେ ଆତ୍ମାଠାରେ ଏହି କଲ୍ୟାଣକାରୀ ମୂଲ୍ୟଗୁଡିକ ସମାହିତ ହେଲା କିପରି? ଏହାର ଉର ହେଉଛି ଆତ୍ମା ବିଶ୍ୱକଲ୍ୟାଣକାରୀ ସତ-ଚିତ୍-ଆନନ୍ଦ ଜ୍ୟୋତିର୍ବିନ୍ଦୁ ସ୍ବରୂପ ପରମ ପିତା ପରମାତ୍ମାଙ୍କ ପାରଲୌକିକ ସନ୍ତାନ ହୋଇଥିବାରୁ ଆନୁବଂଶିକ ଗୁଣ ସ୍ବରୂପ ତା’ ଠାରେ ଶାଶ୍ୱତ ଭାବରେ ସମାହିତ । ଏଥିପାଇଁ ଆତ୍ମା ମୌଳିକ ରୂପରେ ପରମାତ୍ମାଙ୍କ ସମସ୍ତ ଗୁଣର ସ୍ବରୂପ ଅଟେ । ପରମାତ୍ମା ଜ୍ଞାନ ଓ ଗୁଣରେ ସିନ୍ଧୁ ହେଲେ ଆତ୍ମା ବିନ୍ଦୁ ମାତ୍ର । ପରମାତ୍ମା ଅଶରୀରୀ, କିନ୍ତୁ ଆତ୍ମା କର୍ମଫଳ ଭୋଗ କରିବା ପାଇଁ ଶରୀର ଧାରଣ କରେ । ବାରମ୍ବାର ଜନ୍ମ-ମୃତୁ୍ୟ ଚକ୍ରରେ ଆସି ଆତ୍ମା ତା’ର ମୂଳ ସ୍ବରୂପକୁ ଭୁଲି ଯାଏ । ଆତ୍ମା ଓ ପରମାତ୍ମା ମଧ୍ୟରେ ଏହାହିଁ ମୁଖ୍ୟ ପାର୍ଥକ୍ୟ । ପରମାତ୍ମାଙ୍କଠାରୁ ପ୍ରାପ୍ତ ଆନୁବଂଶୀୟ ସ୍ବଭାବିକ ଗୁଣ ଆତ୍ମାକୁ ଦିବ୍ୟ ଓ ଶ୍ରେଷ୍ଠ କଲ୍ୟାଣକାରୀ କର୍ମ ପ୍ରତି ଅନୁପ୍ରେରିତ କରେ । ସେହି ଗୁଣ ହେତୁ ଆତ୍ମା ସତଗୁଣ ବା ସକାରାତ୍ମକ ମୂଲ୍ୟଗୁଡିକର ଆଦି ଉସô ହୋଇ ଯାଇଛି ।
ସତ୍ୟର ସ୍ବରୂପ ହେଉଛି ଦିବ୍ୟଗୁଣ, ପ୍ରେମ, ସୁଖ, ସମାନତା ଶାନ୍ତି, ସଦ୍ଭାବନା, ଆନନ୍ଦ, ସଚ୍ଚୋଟତା, ଶକ୍ତି, ପବିତ୍ରତା, ପ୍ରତିଭା, ଜ୍ଞାନ ଆଦି । ସତ ଅର୍ଥାତ ସମସ୍ତ ପ୍ରକାର ବିକାରରୁ ମୁକ୍ତ । ତେଣୁ ସତ୍ୟକୁରୁ ଶିବ କୁହାଯାଏ । ଏଥିପାଇଁ ପରମାତ୍ମା ସତ୍ୟମ୍, ଶିବମ୍ ଓ ସୁନ୍ଦରଂ ନାମରେ ଅଭିହିତ । ସେ ସର୍ବଗୁଣର ସାଗର, ସର୍ବଶକ୍ତିମାନ ଓ ସର୍ବାତ୍ମାଙ୍କ ମାତା-ପିତା, ଏହା କଳ୍ପନିକ ନୁହେଁ, ସତ୍ୟ ଓ ଅନୁଭୂତ ସିଦ୍ଧ ତଥା ମୂଲ୍ୟ ଦୃଷ୍ଟିରୁ ଅତ୍ୟନ୍ତ ବ୍ୟବହାରିକ । ପରମାତ୍ମାଙ୍କୁ ବାଦ୍ଦେଇ ମୂଲ୍ୟ ଧାରଣ ସମ୍ଭବ ନୁହେଁ । ପରମାତ୍ମା ସାମ୍ପ୍ରଦାୟିକ ଧର୍ମର ଉଦ୍ଧ୍ୱର୍ରେ । ଆଜି ସାମ୍ପ୍ରିଦାୟିକ ମତବାଦ ଓ ରାତିନୀତିକୁ ଧର୍ମର ସଂଜ୍ଞା ଦିଆଯାଇଛି । ଏହାହିଁ ସମୟର ବିଡମ୍ବନା । ଧର୍ମର ବ୍ୟାପକ ଅର୍ଥ ରହିଛି । ଧର୍ମର ସ୍ବରୂପ ହେଉଛି ସତ୍ୟ । ସତ୍ୟ ଏକ ବ୍ୟାପକ ମୂଲ୍ୟ । ଏଥିରେ ସମସ୍ତ ମୂଲ୍ୟ ସ୍ବତଃ ସମାଦ୍ରିତ ଶାନ୍ତି, ଧମ. ପ୍ରେମ, ଅହିଂସା; ଏଥିରେ ସମସ୍ତ ମୂଲ୍ୟ ସ୍ବତଃ ସମାହିତ । ଶାନ୍ତି, ଧର୍ମ, ପ୍ରେମ, ଅହିଂସା; ତ୍ୟାଗ ଆଦି ହେଉଛି ସତ୍ୟର ମୌଳିକ ଗୁଣ ।
ଶାନ୍ତି; ଏହା ହେଉଛି ସ୍ବଭାବ ସ୍ବଧର୍ମ ବା ମାନସିକ ସ୍ଥିତି । ସହନଶୀଳତା, ସଂଯମ, ସମଭାବ ଆଦି ମୂଲ୍ୟ ଏଥିରେ ସମାହିତ ।
ଧର୍ମ: ବ୍ୟବହାରିକ ଜୀବନରେ ସତ୍ୟାନୁସରଣ ହେଉଛି ଧର୍ମ । ଧର୍ମର ଅନ୍ୟ ଅର୍ଥ ହେଉଛି ଧାରଣା । “ ଆ·ରଃ ପରମୋଧର୍ମ, ଆ·ରଃ ପରମ ତପଃ ।” ଧର୍ମର କ୍ରିୟାତ୍ମକ ରୂପ ହେଉଛି ସତ୍ୟ । ତେଣୁ ସତ୍ୟ ପ୍ରାପ୍ତି ଅର୍ଥେ କରାଯାଇଥିବା କ୍ରିୟା -କଳାପକୁ “ଧର୍ମ ବୋଲି ମାନି ନିଆଯାଇଛି । କାଳକ୍ରମେ ପୂଜା, ଉପାସନା ଓ କର୍ମକାଣ୍ଡ ମଧ୍ୟ ଧାର୍ମିକ କାର୍ଯ୍ୟ ରୂପେ ପରିଗଣିତ ହେଲା । ଏହାକୁ ଜ୍ଞାନ-ମାର୍ଗ ଓ ଭକ୍ତିମାର୍ଗ କୁହାଗଲା ।ଅହିଂସା: ସତ୍ୟର ବି·ର କରିବା ଦ୍ୱାରା ଏହି ମୂଲ୍ୟ ନିଃସୃତ ହୋଇଛି । କାହାରିକୁ ଦୁଃଖ ନ ଦେବା ଭାବ ଏଥିରେ ସମାହିତ । ଦୟା, କରୁଣା, ନମ୍ରତା, ସମାନତା ଆଦି ମୂଲ୍ୟ ଏହା ସହିତ ଅଙ୍ଗାଙ୍ଗୀ ଜଡିତ ।
ପ୍ରେମ: ଏହା ହେଉଛି ଅନେକ ମୂଲ୍ୟର ଜନକ । ଯେଉଁଠି ପ୍ରେମ ଥାଏ ସେଇଠି ବିଶ୍ୱାସ, ଦୃଢଢା, ସହନଶୀଳତା, ତ୍ୟାଗ, ସାହସ ଆଦି ମୂଲ୍ୟ ସ୍ବତଃ ଉପôନ୍ନ ହୋଇଥାଏ ।
ତ୍ୟାଗ: ଏଥିରେ ସତ୍ୟର ବିଶ୍ୱ କଲ୍ୟାଣକାରୀ ଦୃଷ୍ଟିକୋଣ ରହିଛି । ତ୍ୟାଗରେ ସତ୍ୟର ଶ୍ରେଷ୍ଠତା ସମାହିତ । ମୂଲ୍ୟ ହେଉଛି ସତ୍ୟର ରକ୍ଷକ । ଅସତ, ବିନାଶକାରୀ ଗୁଣ । କର୍ମ ଓ ସଂକଳ୍ପର ତ୍ୟାଗ କଲେ ସତ୍ୟର ରକ୍ଷା ହୋଇଥାଏ । ତେଣୁ ସତ୍ୟ ସ୍ବୟଂ ଏକ ଶ୍ରେଷ୍ଠ ମୂଲ୍ୟ ।
ପ୍ରତ୍ୟେକ ଯୁଗ, ଦେଶ-କାଳ ଏବଂ ସମାଜରେ ମୂଲ୍ୟର ସ୍ବରୂପ ଏବଂ ଅନୁପାତ ଭିନ୍ନ ଭିନ୍ନ ହୋଇ ଆସିଛି । ମୂଲ୍ୟର ପରିମାପକ ହେଉଛି ‘କଳା’ ଷୋହଳ କଳା ହେଉଛି ଶତ ପ୍ରତିଶତ ବା ସମ୍ପୂଣ୍ଣତାର ଜ୍ୟୋତିକ । ସତ୍ୟଯୁଗରେ ମନୁଷ୍ୟ ଷୋହଳ କଳା ସମ୍ପନ୍ନ ଥିଲା । ସମୟାନୁକ୍ରମେ ମୂଲ୍ୟଗୁଡିକ ହ୍ରାସ ହୋଇ ·ଲିଛି । ଏଗୁଡିକର ପୁନର୍ସ୍ଥାପନା ପାଇଁ ବିଭିନ୍ନ କାଳ ଖଣ୍ଡରେ ବିଭିନ୍ନ ମହାପୁରୁଷ ପ୍ରୟାସ କରିଛନ୍ତି । ସେମାନଙ୍କ ଦ୍ୱାରା ପ୍ର·ରିତ ମତବାଦକୁ ଆଧାର କରି ବିଭିନ୍ନ ସମ୍ପ୍ରଦାୟ ଜନ୍ମ ନେଇଛି । ସେଗୁଡିକ ମଧ୍ୟରେ ମୁଖ୍ୟ ହେଉଛି;
ସନାତନ ଧର୍ମ; ସତ୍ୟ, ଧର୍ମ, ଦାନ, ଦୟା, କ୍ଷମା, ଧୃତି, ଯମ-ନିୟମାଦି ଅଷ୍ଟାଙ୍କ ଯୋଗ
ଇସ୍ଲାମ ଧର୍ମ; ଶାନ୍ତି ସମାନତା, ଭ୍ରାତୃତ୍ୱ,
ଜୈନ ଧର୍ମ; ଅହିଂସା, କ୍ଷମା
ଖୀଷ୍ଟ ଧର୍ମ; ପ୍ରେମ, ସେବା, ଇତ୍ୟାଦି
ଉପର୍ଯୁ୍ୟକ୍ତ ସାମ୍ପ୍ରଦାୟିକ ଧର୍ମଗୁଡିକ ଦ୍ୱାରା ପ୍ରାରମ୍ଭିକ ସ୍ତରରେ ଅନୁସୃତ ମୂଲ୍ୟଗୁଡିକ କାଳକ୍ରମେ ହ୍ରାସ ହେବାକୁ ଲାଗିଲା ଏବଂ ଅନେକ ନୂତନ ମୂଲ୍ୟଗୁଡିକ ବିକାଶ ହେବାକୁ ମଧ୍ୟ ଲାଗିଲା । କିନ୍ତୁ ସେ ଗୁଡିକର ଗୁଣାତ୍ମକ ସ୍ତର ଉନ୍ନତ ନ ଥିଲା । ଆଜି ସମାଜରେ ମୂଲ୍ୟ ହ୍ରାସ ଏକ ସଂକଟଜନକ ସ୍ତରରେ ପହିଛି । ଏଥିପାଇଁ ଆଧ୍ୟାତ୍ମିକ ପ୍ରେମୀ ବ୍ୟକ୍ତିମାନଙ୍କୁ ଜାତି, ବର୍ଣ୍ଣ, ଧର୍ମ, ସମ୍ପ୍ରଦାୟ ଆଦିରୁ ଉଦ୍ଧ୍ୱର୍କୁ ଉଠି ଏକଜୁଟ ହୋଇ ସ୍ବୀୟ ଆଧ୍ୟାତ୍ମିକ ଚେତନାର ବିକାଶ କରିବା ସେଙ୍ଗ ସେଙ୍ଗ ଜନସାଧାରଣଙ୍କ ମଧ୍ୟରେ ଆଧ୍ୟାତ୍ମିକ କ୍ରାନ୍ତି ଆଣିବାକୁ ହେବ । ପୂର୍ବରୁ କୁହାଯାଇଛି ଯେ ପରମାତ୍ମା ହେଉଛନ୍ତି ସକଳ ଦିବ୍ୟଗୁଣର ମହା ସମୁଦ୍ର । ପରମାତ୍ମା ଏକ ଓ ସର୍ବାତ୍ମାଙ୍କ ପରମ ପିତା, ପରମ ଶିକ୍ଷକ ଏବଂ ସଦ୍ଗୁରୁ । ତାଙ୍କ ସହିତ ନିରନ୍ତର ମନ-ବୁଦ୍ଧି ଯୁକ୍ତ କଲେ ସମସ୍ତ ଦିବ୍ୟଗୁଣ ଆତ୍ମାରେ ସାରିତ ହେବ ।
ପାଟଣାଗଡ଼- ୭୬୭୦୨୫
ଜି: ବଲାଙ୍ଗିର ମୋ: ୯୪୩୭୨୧୦୨୯୬
No comments:
Post a Comment