Friday, 12 May 2017

Message from Murlidhar C. Bhandare Governor, Odisha


Murlidhar C. Bhandare
Governor, Odisha



                                               ବାର୍ା (Barta)

ଆଧ୍ୟାତ୍ମିକ ଚେତନା ବିକାଶ ପରିଷଦ, ଓଡ଼ିଶା ପକ୍ଷରୁ ନିୟମିତ ପ୍ରକାଶ ପାଇ ଆସୁଥିବା ଆଧ୍ୟାତ୍ମିକ ପତ୍ରିକା “ଚେତନା ପ୍ରବାହ’’ର ପରବର୍ୀ ସଂଖ୍ୟା ଜୁଲାଇ ୨ଠ୧୨ରେ ପ୍ରକାଶିତ ହେଉଥିବା ଜାଣି ମୁଁ ଆନନ୍ଦିତ ।
ସାଂପ୍ରତିକ ସମୟରେ ଆଧ୍ୟାତ୍ମିକ ଚିନ୍ତା ଓ ଚେତନାର ଯଥେଷ୍ଟ ଆବଶ୍ୟକତା ରହିଛି । ବିଶେଷତଃ ବିଦ୍ୟାଳୟ ସ୍ତରରୁ ଛାତ୍ର ଛାତ୍ରୀମାନଙ୍କୁ ଆଧ୍ୟାତ୍ମିକ ଚିନ୍ତା ସହ ପରିଚିତ କରାଇବା ଦରକାର । ତାହା ହେଲେ ସେମାନେ ନୈତିକ ଚରିତ୍ର ସଂପନ୍ନ ନାଗରିକରେ ପରିଣତ ହେବେ ।
ମୁଁ ପତ୍ରିକାର ସଂପାଦନା ମଣ୍ଡଳୀକୁ ଶୁଭେଚ୍ଛା- ଜଣାଇବା ସହ ପତ୍ରିକାର ଉଜ୍ଜ୍ୱଳ ଭବଷ୍ୟତ କାମନା କରୁଛି ।


  • (ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ)

Wednesday, 10 May 2017

ସଫଳତାର ଆଧାର:ଆତ୍ମା ନିରୀକ୍ଷଣ ଓ ପରମାତ୍ମା ନିଶ୍ଚୟ

ଆତ୍ମା ନିରୀକ୍ଷଣ

ସଫଳ ଜୀବନ ପାଇଁ ଆତ୍ମା ନିରୀକ୍ଷଣ ନିତାନ୍ତ ଆବଶ୍ୟକ । ଏକାନ୍ତରେ ବିଶ୍ରାମ ନେଉଥିବାବେଳେ ‘ସ୍ବ’ ବା ଆତ୍ମାର ଶୁଦ୍ଧ ସ୍ବରୂପ ଚିନ୍ତନ କରିବା ଉଚିତ । ସୁଷମ ଓ ପୌଷ୍ଟିକ ଆହାର-ବିହାର, ନିଦ୍ରା ଓ ବ୍ୟାୟାମ ଯେପରି ଉମ ଶାରୀରିକ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ, ସେହିପରି ଆତ୍ମା ଓ ମନକୁ ଶକ୍ତିଶାଳୀ କରିବା ପାଇଁ ଆତ୍ମ ଚିନ୍ତନ ଓ ଆତ୍ମାନୁଭୂତି ପାଇଁ ଯୋଗାଭ୍ୟାସ ଅତି ଆବଶ୍ୟକ । ତଟସ୍ଥ ଭାବରେ ରହି ଶରୀର ଓ ମନର କ୍ରିୟାକଳାପକୁ ଗହନ ଭାବରେ ଅଧ୍ୟୟନ ଏବଂ ନିରୀକ୍ଷଣ କରିବା ହେଉଛି ଆତ୍ମା ନିରୀକ୍ଷଣ । ନିଜକୁ ଶରୀରଠାରୁ ଭିନ୍ନ ଆତ୍ମା ବୋଲି ଅନୁଭବ କରିବାକୁ ହେବ । ମନରେ ସଂକଳ୍ପ ଉପôନ୍ନ କରିବାକୁ ହେବ ଯେ ମୁଁ ଆତ୍ମା, ଏହା ହେଉଛି ମୋର ଶରୀର । ମୁଁ ଆତ୍ମା ଆଖି ଦ୍ୱାରା ଦେଖେ, କାନ ଦ୍ୱାରା ଶୁଣେ ଓ ବିଭିନ୍ନ କର୍ମେନ୍ଦ୍ରିୟ ଦ୍ୱାରା କର୍ମ କରେ । ମୁଁ ନିତ୍ୟ, ଶାଶ୍ୱତ, ଅବିନାଶୀ ଜ୍ୟୋତି ବିନ୍ଦୁ ଅଟେ । ଏ ଶରୀର ରୂପୀ ବସ୍ତ୍ର ଧାରଣ କରି ସଂସାର ରଂଗ ମଂଚରେ ଅଭିନୟ ମାତ୍ର କରୁଛି । ନିଜକୁ ବା ଆତ୍ମାକୁ ଶରୀରଠାରୁ ପୃଥକ ଅନୁଭବ କରିବା ପାଇଁ ଯେଉଁ ମାନସିକ ଅଭ୍ୟାସ କରାଯାଏ ତାହା ହେଉଛି ଆତ୍ମ ଚିନ୍ତନ । ଆତ୍ମା ଯେତେବେଳେ ଶରୀର ସହିତ ତାଦାତ୍ମ ସ୍ଥାପିତ କରି ଇନ୍ଦ୍ରିୟ ସୁଖ ଭୋଗ ପାଇଁ ଇଚ୍ଛା କରେ ସେତେବେଳେ ସେ ନିଜ ମୂଳ ସ୍ବରୂପକୁ ଭୁଲିଯାଏ । ଆତ୍ମ ବିସ୍ମୃତ ବ୍ୟକ୍ତି ରାଗ-ଦ୍ୱେଷ, ପ୍ରିୟ-ଅପ୍ରିୟ, ସୁଖ-ଦୁଃଖ, ଲାଭ-କ୍ଷତି, ସଫଳତା-ଅସଫଳତା ଆଦି ଦ୍ୱନ୍ଦାତ୍ମକ ବିଷୟ ପ୍ରଭାବରେ ପ୍ରଭାବିତ ହୋଇ କ୍ରମଶଃ ଆନ୍ତରିକ ଶକ୍ତି ହରାଇ ବସନ୍ତି । ଏଭଳି ଦେହାଭିମାନୀ ବ୍ୟକ୍ତି ସତ୍ୟ ଜ୍ଞାନ ଅଭାବରେ ଆତ୍ମା ନିରୀକ୍ଷଣ କରିବାକୁ ଅସମର୍ଥ ହୁଅନ୍ତି । ସତ୍ୟ ଜ୍ଞାନ ମଣିଷକୁ ସତ୍ବୁଦ୍ଧି ଓ ସତ୍ବିବେକ ପ୍ରଦାନ କରେ । ଏହି ପ୍ରକ୍ରିୟାରେ ସତ୍ଜ୍ଞାନ, ଆତ୍ମିକ ଶକ୍ତି, ବୋଧ-ଶକ୍ତି, ଧୈର୍ଯ୍ୟ, ସାହସ ଓ ପୁରୁଷାର୍ଥ ପାଇଁ ପ୍ରେରଣା ପ୍ରାପ୍ତ ହୁଏ ।
ସ୍ବାନୁଭୂତି, ଆତ୍ମନିରୀକ୍ଷଣ କିମ୍ବା ଆତ୍ମାବଲୋକନର ଅର୍ଥ ଆତ୍ମିକ ଶକ୍ତିକୁ ହିଁ ଆନ୍ତରିକ ଶକ୍ତି ରୂପେ ଅନୁଭବ କରିବା । ଏହାକୁ ଅନ୍ତର୍ଦୃଷ୍ଟି ମଧ୍ୟ କୁହାଯାଇ ପାରେ । କାରଣ ଏହି ଅବସ୍ଥାରେ ବ୍ୟକ୍ତି, ବସ୍ତୁ, ପରିସ୍ଥିତି, ଘଟଣା ଆଦି ଭୌତିକ ଜଗତର କୌଣସି ବିଷୟର ବିଚାର ଓ ତାର ପ୍ରତୀତି ନ ଥାଏ । ଅଭୌତିକ ଆତ୍ମା କିମ୍ବା ଭୌତିକ ସାଂସାରିକ ବିଷୟ ବସ୍ତୁ- ଏ ଦୁଇଟି ମଧ୍ୟରୁ ଯେ କୌଣସି ଗୋଟିଏକୁ ବ୍ୟକ୍ତି ଥରକୁ ଅନୁଭବ କରିପାରେ । ଯେତେବେଳେ ବ୍ୟକ୍ତିର ଆତ୍ମା ସହିତ ସମ୍ବନ୍ଧ ବିଯୁକ୍ତ ହୁଏ ସେତେବେଳେ ତତ୍କ୍ଷଣାତ୍ ତାର ଦେହ ଓ ଦେହ ସହିତ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, ପରିସ୍ଥିତି ଆଦି ସହ ତା’ର ତାଦାତ୍ମ୍ୟ ସ୍ଥାପିତ ହୁଏ । ଏହା ହେଉଛି ବସ୍ତୁ ପରକ ଦୃଷ୍ଟି କୋଣ । ଏହି ଅବସ୍ଥାରେ ଆତ୍ମା ସ୍ବ-ପ୍ରଭାବ କ୍ଷେତ୍ରରୁ ବିଚୁ୍ୟତ ହୋଇ ସାଂସାରିକ ପ୍ରଭାବରେ ଆସିଯାଏ । ଏହାଦ୍ୱାରା ବିଭିନ୍ନ ପ୍ରକାର ମାନସିକ, ଶାରୀରିକ ଏବଂ ସାମାଜିକ ପରିବେଶ ଜନିତ ସ୍ଥିତି ଜାତ ହୋଇଥାଏ ।
ଆମେ ଯେଉଁ ଭୌତିକ ଜଗତରେ ବସବାସ କରୁଛେ, ତାହା ପଦାର୍ଥ ମାତ୍ର ନୁହେଁ, ଶକ୍ତି ଅଟେ । ଏହାର ଉପôନ୍ନ ଅଦୃଶ୍ୟ ଶକ୍ତିରୁ । ଏ ଜଗତ ଦୃଶ୍ୟ ଓ ଅଦୃଶ୍ୟର ଏକ ଖେଳ ଘର । ପ୍ରକୃତି ଓ ପୁରୁଷର ସୂକ୍ଷ୍ମ ଆଧ୍ୟାତ୍ମିକ ନିୟମ ଦ୍ୱାରା ଏହା କାର୍ଯ୍ୟାନ୍ୱିତ ହୋଇଥାଏ । ଜଗତର ଅନନ୍ତ ଶକ୍ତି ସଂପନ୍ନ ପ୍ରକୃତି ଓ ଆତ୍ମାର ପବିତ୍ର ସ୍ବରୂପ ମଧ୍ୟରେ ଅପ୍ରତିହତ ପ୍ରବାହ ସତତ ବିଦ୍ୟମାନ । ଏହି ସତ୍ୟକୁ ପ୍ରତ୍ୟକ୍ଷ କରିବା ଦ୍ୱାରା  ବ୍ୟକ୍ତିର ସମସ୍ତ ପ୍ରକାର ସାଂସାରିକ ବନ୍ଧନ ଛିନ୍ନ ହୋଇଯାଏ ଓ ସେ ଶରୀର ଧାରଣ କରି ମଧ୍ୟ ସତତ ଆତ୍ମିକ ସ୍ମୃତିରେ ସ୍ଥିତ ରହିପାରେ ।
ଆତ୍ମା ନିରୀକ୍ଷଣ ଦ୍ୱାରା ବ୍ୟକ୍ତି ପରିବାର ଓ ସମାଜରେ ସ୍ବୀୟ ମୂଲ୍ୟାଙ୍କନ କରିବାକୁ ସକ୍ଷମ ହୁଏ । କାରଣ, ଜଣକର ମୂଲ୍ୟାଙ୍କନ ଅନ୍ୟ ଜଣେ କରିପାରିବ ନାହିଁ । ନିଜ ପରିବାର, ପଡ଼ୋଶୀ ଓ ସମାଜର ଦୃଷ୍ଟିରେ ମୋର ସ୍ଥିତି ଓ ପରିଚିତ କ’ଣ, ଏହା ଯେତେବେଳେ ବ୍ୟକ୍ତି  ସୂକ୍ଷ୍ମ ଭାବରେ ମନନ ଚିନ୍ତନ କରେ ଯେତେବେଳେ ସେ ଦୋଷଗୁଣ ବିଷୟରେ ସଚେତନ ହୁଏ ଓ ତା’ର ବ୍ୟକ୍ତିତ୍ୱ ଶୁଦ୍ଧ ସୁବର୍ଣ୍ଣ ପରି ଝଲସି ଉଠେ ।

ପରମାତ୍ମା ନିଶ୍ଚୟ

ପରମାତ୍ମା ହେଉଛନ୍ତି ସକାରାତ୍ମକ ଶକ୍ତି ସମୂହର ଉତ୍ସ । ପରମାତ୍ମା ନିଶ୍ଚୟ ଦ୍ୱାରା ଆତ୍ମାରେ ସକାରାତ୍ମକ ଶକ୍ତିର ସଂଚାର ହୁଏ । ପରମାତ୍ମାଙ୍କ ପ୍ରତି ଅତୁଟ ବିଶ୍ୱାସ ରହିଲେ ବ୍ୟକ୍ତିର କର୍ୃତ୍ୱାଭିମାନ ନଷ୍ଟ ହୁଏ । ଏହାଦ୍ୱାରା ବ୍ୟକ୍ତି ତା’ର ଜୀବନର ଲଗାମ ଭଗବାନଙ୍କୁ ସମର୍ପି ଦେଇ ନିଶ୍ଚିନ୍ତ ହୋଇ କର୍ମ କରି ଚାଲେ । ଈଶ୍ୱରୀୟ ବିଶ୍ୱାସ ଦ୍ୱାରା ଆଶ୍ଚର୍ଯ୍ୟଜନକ ପରିଣାମ ପ୍ରାପ୍ତ  ହୁଏ । କୌଣସି ଶ୍ରେଷ୍ଠ ଲକ୍ଷ୍ୟ ପ୍ରାପ୍ତି ପାଇଁ କାର୍ଯ୍ୟ ଆରମ୍ଭ କଲେ ମଝିରେ ମଝିରେ କଠିଣ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼େ । ନିରବଚ୍ଛିନ୍ନ ପୁରୁଷାର୍ଥ ପାଇଁ ଅତ୍ୟଧିକ ପୁରୁଷାର୍ଥ କରିବାକୁ ପଡ଼େ । ଏହି ସମୟରେ ଆତ୍ମ ପ୍ରୋତ୍ସାହନ ଓ ପରମାତ୍ମାଙ୍କ ପ୍ରତି ଦୃଢ଼ ବିଶ୍ୱାସ ପୂର୍ବକ ତାଙ୍କୁ ଅନନ୍ୟ ଭାବେ ସ୍ମରଣ କଲେ ଯଥାର୍ଥ ଦିଗ୍ଦର୍ଶନ ପ୍ରାପ୍ତ ହୁଏ ଓ ଅନାୟାସରେ ସମସ୍ତ ବାଧାବିଘ୍ନ ଏଡ଼ାଇ ବ୍ୟକ୍ତି ସଫଳତାର ଶୀର୍ଷ ଦେଶରେ ଉପନୀତ ହୁଏ । ଆଧ୍ୟାତ୍ମିକ ବ୍ୟକ୍ତିଗଣ ସାଧନାରେ ସହଜ ସିଦ୍ଧି ପ୍ରାପ୍ତ ପାଇଁ ମନ, ବଚନ ଓ କର୍ମରେ ନିଜକୁ ପରମାତ୍ମାଙ୍କଠାରେ ସମର୍ପଣ କରି ଦେବା ଉଚିତ । ପରମାତ୍ମାଙ୍କୁ ଜୀବନ ରଥର ଲଗାମ ସମର୍ପି ଦେଲେ ସେ ମଣିଷକୁ ସତ୍ମାର୍ଗରେ ଆଗେଇ ନେବେ । ତେଣୁ କୁହାଯାଏ, ଯେଉଁଠି ପରମାତ୍ମା ନିଶ୍ଚୟ, ସେଇଠି ବିଜୟ ସୁନିଶ୍ଚିତ ।
ସଂସାରରେ କେହି କାହା ସହିତ ତୁଳନୀୟ ନୁହେଁ । ଏହି ସୃଷ୍ଟି ଏକ ରଂଗମଂଚ ସଦୃଶ । ଏଠାରେ ପ୍ରତ୍ୟେକ ନିଜ ନିଜ ଭୂମିକାରେ ଅଭିନୟ କରନ୍ତି । ତେଣୁ ଶତ୍ରୁ-ମିତ୍ର, ଧନୀ-ଦରିଦ୍ର, ଛୋଟ-ବଡ଼ ଆଦି ଭେଦଭାବ ମନରୁ ଦୂର କରିଦେବା ଉଚିତ । ବ୍ୟକ୍ତି ନିଜ ନିର୍ଦ୍ଧାରିତ ଲକ୍ଷ୍ୟ ଅନୁସାରେ ବିଧିପୂର୍ବକ କର୍ମ କରି ଚାଲିଲେ ଅବଶ୍ୟ ସଫଳତା ପ୍ରାପ୍ତ ହେବ । ରାସ୍ତାରେ ଚାଲୁଥିବାବେଳେ ବା ଗାଡ଼ି ଚଳାଉଥିବାବେଳେ  ଯଦି ଜଣେ ଏପଟେ ସେପଟେ ବା ପଛକୁ ଦେଖେ ତେବେ  ଦୁର୍ଘଟଣା ସୁନିଶ୍ଚିତ । ତେଣୁ, ଆଗକୁ ଦୃଷ୍ଟି ରଖି ଓ ଖାଲ ଢ଼ିପ ବା ମୋଡ଼ ପ୍ରତି  ସତର୍କ ରହି ଯାତ୍ରା କଲେ ଲକ୍ଷ୍ୟ ସ୍ଥଳରେ ସୁଗମତା ପୂର୍ବକ ପହଂଚି ହୁଏ । ଜୀବନ ଯାତ୍ରାରେ ମଧ୍ୟ ସତର୍କତା ଆବଶ୍ୟକ । ଏହି ଯାତ୍ରାର କେହି କାହାରି ସାଥୀ ନୁହେଁ । କେତେବେଳେ କିଏ କେଉଁ ମୋଡ଼ରେ ଅଟକି ଯିବ କହି ହେବନାହିଁ । ପରମାତ୍ମା ଅନଶ୍ୱର ଓ ଚିରନ୍ତନ ହୋଇଥିବାରୁ ତାଙ୍କୁ ସାଥୀ କଲେ ସେ ଶେଷ ପର୍ଯ୍ୟନ୍ତ ଆମ ସହିତ ରହିବେ । ତାଙ୍କର କେହି ଶତ୍ରୁ ନାହାନ୍ତି । ପ୍ରତ୍ୟେକ ମନୁଷ୍ୟର ସେ ହେଉଛନ୍ତି ପ୍ରକୃତ ବନ୍ଧୁ । ସେ ସର୍ବଶକ୍ତିମାନ ଓ ସର୍ବ ସମର୍ଥ । ଏହିପରି ଯା’ର ସାଥୀ, ତାକୁ କ’ଣ ଝଡ଼ଝଞ୍ଜା ଅଟକାଇ ପାରିବ? ଏକଥା ବୁଦ୍ଧିରେ ନିଶ୍ଚୟ କରିବାକୁ ହେବ ଯେ, ଯେଉଁଠି ପରମାତ୍ମା ସେଇଠି ବିଜୟଶ୍ରୀ ନିଶ୍ଚିତ ।
ପରମାତ୍ମା ହେଉଛନ୍ତି ସକଳ ଆତ୍ମାର ପରମ ପିତା । ଏହି ସ୍ମୃତିରେ ତାଙ୍କ ଶକ୍ତି, ସାମର୍ଥ୍ୟ, ଅସୀମ ପ୍ରେମ, କରୁଣା, ମଂଗଳମୟ କର୍ବ୍ୟ ଆଦି ପ୍ରତି, ବୁଦ୍ଧିରେ ଦୃଢ଼ ଆସ୍ଥା ରଖିବା ହେଉଛି ପରମାତ୍ମା ନିଶ୍ଚୟ । ଏହିପରି ନିଶ୍ଚୟ ବୁଦ୍ଧି ସଂପନ୍ନ ବ୍ୟକ୍ତି ଅସଂଭବକୁ ସଂଭବ କରିପାରନ୍ତି । ସେ ନିଜ ମଧ୍ୟରେ ଅଦ୍ଭୁତ ସାମର୍ଥ୍ୟ ଉଦ୍ରେକ ହେବା ଅନୁଭବ କରନ୍ତି । ଭୟଙ୍କର ସମସ୍ୟାରେ ମଧ୍ୟ ସେ ବିଚଳିତ ନ ହୋଇ ପରମାତ୍ମାଙ୍କ ପ୍ରତି ଭରସା ରଖି ଅନାୟାସରେ ଆଗକୁ ବଢ଼ି ଚାଲନ୍ତି । ସେ ନିଜେ ମଧ୍ୟ ଜାଣି ପାରନ୍ତି ନାହିଁ ଯେ ଏପରି ଘୋର ସଂକଟ କିପରି ଅତିକ୍ରମ କରି ପାରିଲେ । ତେଣୁ ପରମାତ୍ମାଙ୍କ ପ୍ରତି ଅତୁଟ ନିଶ୍ଚୟ ଏବଂ ପ୍ରେମ ସହିତ ନିଜର ସଂପୂର୍ଣ୍ଣ ସାମର୍ଥ୍ୟ ସଚ୍ଚୋଟତା ପୂର୍ବକ ସଂପାଦନ କଲେ ସମସ୍ତ ପ୍ରକାର ବାଧା, ବିଘ୍ନ ଓ ସମସ୍ୟା ଦୂର ହୋଇ ସଫଳତା ପ୍ରାପ୍ତ ହେବ । ଯେଉଁ ବ୍ୟକ୍ତି ନିଜ ଆତ୍ମାର କଲ୍ୟାଣ ଓ ଜଗତର ମଂଗଳ କାର୍ଯ୍ୟ ପାଇଁ ସମର୍ପିତ, ସେ ନିଃସନ୍ଦେହରେ ଈଶ୍ୱରୀୟ କୃପାର ପାତ୍ର । ସେହି ବ୍ୟକ୍ତିର ଜୀବନ ଈଶ୍ୱରୀୟ ଗୁଣ ଓ ଶକ୍ତିରେ ପରିପୂର୍ଣ୍ଣ ହୋଇଯାଏ ।


Sunday, 7 May 2017

ଶିକ୍ଷାର ଲକ୍ଷ୍ୟ-- ସୁଧାଂଶୁ ଶେଖର ମିଶ୍ର

chetatna.prabaha

ଶିକ୍ଷାର ଲକ୍ଷ୍ୟ

ସୁଧାଂଶୁ ଶେଖର ମିଶ୍ର
ଶିକ୍ଷାର ଲକ୍ଷ୍ୟ ହେଉଛି;
ଞ୍ଚ ମାନବ ଜୀବନର ଗୁଣାତ୍ମକ ପରିବର୍ନ କରିବା (ବ୍ୟବହାରିକ ବିଜ୍ଞାନ)
ଞ୍ଚ ମାନବ ଜୀବନର ଶାରୀରିକ, ବୌଦ୍ଧିକ, ସାମାଜିକ, ଭାବାତ୍ମକ, ନୈତିକ ଏବଂ ଆଧ୍ୟାତ୍ମିକ ବିକାଶ କରିବା (ମହାତ୍ମାଗାନ୍ଧୀ)
ଞ୍ଚ ମାନବାତ୍ମାର ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବା ।
ଞ୍ଚ ଜୀବନରେ ସମ୍ପୂର୍ଣ୍ଣତା ପ୍ରାପ୍ତ ହେବା । (ବିବେକାନନ୍ଦ)
ଞ୍ଚ ଅନ୍ଧକାରରୁ (ଅଜ୍ଞାନତା) ଆଲୋକ (ଜ୍ଞାନ) ଅଭିମୁଖେ ନେଇଯିବା  (ତମସୋ ମା ଜ୍ୟୋତିର୍ଗମୟ ଋଗ୍ବେଦ)
ଞ୍ଚ ଆତ୍ମା ଓ ପରମାତ୍ମାନୁଭୁତି କରିବା ।
ଞ୍ଚ ମନୁଷ୍ୟର ଆନ୍ତରିକ ଶକ୍ତିଗୁଡ଼ିକୁ ବର୍ହିପ୍ରକାଶ କରିବା (ବିବେକାନନ୍ଦ)
ଞ୍ଚ ବନ୍ଧନରୁ (ଅଜ୍ଞାନତା) ମୁକ୍ତି ପ୍ରଦାନ କରିବା (ସା ବିଦ୍ୟା ଯା ବିମୁକ୍ତୟେ)
ଞ୍ଚ ବିକୃତିରୁ ସଂକୃତି ଅଭିମୁଖେ ନେଇଯିବା ।
ଞ୍ଚ ରୋଗ, ଶୋକ, ଦୁଃଖ, ଅଶାନ୍ତିର ବନ୍ଧନରୁ ମୁକ୍ତ କରିବା ।
ଞ୍ଚ ମାନବକୁ ପ୍ରଜ୍ଞାନ କରି ତା’ର ଜ୍ଞାନନେତ୍ର ଖୋଲିବା ।
ଞ୍ଚ ଜୀବନ ଯାତ୍ରାର ପ୍ରତ୍ୟେକ ମୋଡରେ ଆସୁଥିବା ବିଭିନ୍ନ ଘାତ ପ୍ରତିଘାତକୁ ସାହସର ସହ ଅତିକ୍ରମ କରିବାର ସାମର୍ଥ୍ୟ ପ୍ରଦାନ କରିବା ।
ସାଂପ୍ରତିକ ବିଶ୍ୱ ପରିଦୃଶ୍ୟରେ ଶିକ୍ଷାର ରୂପ
ସମୟର ପରିବର୍ନ ଅନୁସାରେ ଶିକ୍ଷା ଆଦାନ ପ୍ରଦାନ ବିଧିର ପରିବର୍ନ ହୋଇ ଆସୁଛି । ଏତଦ୍ ସହିତ ବ୍ୟକ୍ତିର ସଂସ୍କାର ଅନୁସାରେ ତା’ର ମୂଲ୍ୟବୋଧ ମଧ୍ୟ ହ୍ରାସ ହୋଇ ଆସୁଛି । ସଂପ୍ରତି ରୋଜଗାର ହିଁ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କର ଏକମାତ୍ର ଲକ୍ଷ୍ୟ ହୋଇଛି । ଏଥିପାଇଁ କେହି ଜଣେ କହିଛନ୍ତି । ଋୟଙ୍କମବଗ୍ଧସକ୍ଟଦ୍ଭ ସଗ୍ଦ ଲକ୍ଟକ୍ସ ରଜ୍ଞକ୍ଟ୍ରକ୍ଷକ୍ଟଚ୍ଚଜ୍ଞରଦ୍ଭଗ୍ଧ, ଦ୍ଭକ୍ଟଗ୍ଧ ଲକ୍ଟକ୍ସ ରଜ୍ଞକ୍ଟ୍ରକ୍ଟଙ୍ଗରକ୍ସଜ୍ଞରଦ୍ଭଗ୍ଧ. ଡିଗ୍ରୀ ଏବଂ ପ୍ରମାଣପତ୍ର ପ୍ରାପ୍ତ କରିବା ହିଁ ନିଜର ଲକ୍ଷ୍ୟ ବୋଲି ବିଦ୍ୟାର୍ଥୀ ମନେ କରୁଛି । ନକାରାତ୍ମକ ବୃି, ଭ୍ରାନ୍ତି, ଅନ୍ଧବିଶ୍ୱାସ ଓ ଦ୍ୱନ୍ଦ୍ୱାତ୍ମକ ବୁଦ୍ଧି ହେତୁ ମନୁଷ୍ୟ ବ୍ୟସ୍ତ, ବିବ୍ରତ ଓ ଅଶାନ୍ତିରେ କାଳାତିପାତ କରୁଛି । ଅନନ୍ତ ଇଚ୍ଛା ଓ ଅପେକ୍ଷା ହେତୁ ସେ ପ୍ରତିସ୍ପର୍ଦ୍ଧାର ନିଶାରେ ପଥ ହୁଡ଼ି ଯାଇ ମାନସିକ ·ପ ଗ୍ରସ୍ତ ହୋଇ ପଡ଼ୁଛି । ନିଜକୁ ଅନ୍ୟ ସହିତ ତୁଳନା କରିବା ହେତୁ ସେ ଈର୍ଷା, ନିନ୍ଦା, ଘୃଣା, ବିରୋଧ, ଦ୍ୱେଷ, ସଂଘର୍ଷ ଆଦିରେ ଶୀଘ୍ର ଫସି ଯାଉଛି । ବୃି ନିଜ ଅଧୀନରେ ନ ହେବା କାରଣରୁ ଅହଂକାର, କ୍ରୋଧ, ଲୋଭ, ଆସକ୍ତି, କାମନା, ଭ୍ରମ ଓ ପୂର୍ବାଗ୍ରହ ଗ୍ରସ୍ତହୋଇ ବୁଦ୍ଧିର ଦ୍ୱାର ବନ୍ଦ ହୋଇଯାଇଛି । ଏହି ସବୁରୁ ବିଦ୍ୟା ମୁକ୍ତି ପ୍ରଦାନ କରିଥାଏ । ଏଥିପାଇଁ କୁହାଯାଏ, “ସା ବିଦ୍ୟା ଯା ବିମୁକ୍ତୟେ ।’’ “ବିଦ୍ୟା ଦଦାତି ବିନୟମ୍ ।’’ ଜ୍ଞାନ, ବା ଶିକ୍ଷା ଦ୍ୱାରା ପରିପକ୍ୱତା ଆସେ । ପରିପକ୍ୱ ଫଳ ମଧୁର ଲାଗେ । ବ୍ୟକ୍ତିର ବ୍ୟକ୍ତିତ୍ୱର ବିକାଶ ବା ପରିପକ୍ୱତା ହେଲେ ପ୍ରସନ୍ନତା, ମଧୁରତା, ସୌହାର୍ଦ୍ଧତା, ସହନଶୀଳତା, ସେବା, ପରୋପକାରିତା ଇତ୍ୟାଦି ମୂଲ୍ୟଗୁଡ଼ିକ ବ୍ୟବହାରିକ ଜୀବନରେ ପରିସ୍ଫୁଟ ହୁଏ ।
ଭାରତ ଇତିହାସର ପୃଷ୍ଠା ଉନ୍ମୋଚନ କଲେ ଏକ ଆଦର୍ଶ ଶିକ୍ଷା ପଦ୍ଧତିର ଦର୍ଶନ ହୁଏ । ପ୍ରାଚୀନ କାଳରେ “ଗୁରୁକୂଳ’’ ପ୍ରଣାଳୀ ପ୍ରଚଳିତ ଥିଲା । ବିଦ୍ୟାର୍ଥୀମାନଙ୍କୁ ଗୁରୁଙ୍କ ନିକଟକୁ ଯିବାକୁ ପଡ଼ୁଥିଲା । ଗୁରୁଙ୍କ ସାନ୍ନିଧ୍ୟରେ କର୍ମକୁଶଳତା, ଜୀବନପଦ୍ଧତି, ନୈତିକତା, ସର୍ବକାଳୀନ ଧାରଣା ରୂପେ ଶିକ୍ଷା ଦିଆଯାଉଥିଲା । ଗୁରୁଙ୍କ ସ୍ଥାନ ମାତା ପିତା ଏବଂ ରାଜାଙ୍କଠାରୁ ମଧ୍ୟ ଉଚ୍ଚ ଥିଲା । ଭାଗବତରେ କୁହାଯାଇଛି, “ଗୁରୁଙ୍କୁ ନ ମଣିବ ନର; ଗୁରୁଟି ସାକ୍ଷାତେ ଈଶ୍ୱର ।’’ ଶାସ୍ତ୍ରରେ ଗୁରୁଙ୍କ ବନ୍ଦନା କରାଯାଇଛି, “ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର, ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ ।’’ ଗୁରୁକୁଳ ପ୍ରଣାଳୀରେ ବ୍ୟକ୍ତି ଓ ସମଗ୍ର ମାନବ ସମାଜର ଜୀବନ ବ୍ୟବସ୍ଥାରେ ମୂଲ୍ୟବୋଧର ଆଧିପତ୍ୟ ଥିଲା । ସତ୍ୟ, ଅହିଂସା, ଅପରିଗ୍ରହ, ଅସ୍ତେୟ, ନୀତିମା, ଶାନ୍ତି, ପାରସ୍ପରିକ ସ୍ନେହ ଓ ସେବାଭାବ ଜୀବନର ଏକମାତ୍ର ଧ୍ୟେୟ ଥିଲା । ରାଜା-ପ୍ରଜା-ସାହୁକାର ସମସ୍ତ ଜୀବନ ସନ୍ତୋଷ ରୂପକ ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ ଥିଲା । ବିରୋଧ-ବୈମନସ୍ୟ, ଅଶାନ୍ତି, ପରିଗ୍ରହ, ବ୍ୟଥା-ବେଦନା, ରୋଗ-ଶୋକର ଆଧିପତ୍ୟ ଆଦୌ ନଥିଲା । ସମସ୍ତେ ·ରିତି୍ରକ ଧନରେ ଧନୀ ଥିଲେ । ସମସ୍ତଙ୍କଠାରେ ଶାନ୍ତି, ପ୍ରେମ, ଆନନ୍ଦ ସନ୍ତୁଷ୍ଟତା ଭରପୁର ଥିଲା ।
ଗୁରୁକୁଳ ପ୍ରଣାଳୀରେ ଶିକ୍ଷା ସମାପ୍ତି ପରେ ପ୍ରମାଣ ପତ୍ର ଦେବାର ଆବଶ୍ୟକତା ନଥିଲା । ଗୁରୁ ନିଜ ତୁଲ୍ୟ ବିଦ୍ୟାର୍ଥୀଙ୍କୁ ସୁଯୋଗ୍ୟ କରି ଗୁରୁକୁଳରୁ ବିଦାୟ ଦେଉଥିଲେ । ଗୁରୁଙ୍କ ନାମରେ ଶିଷ୍ୟର ପରିଚୟ ହେଉଥିଲା । ଉଦାହରଣ ସ୍ବରୂପ ଦ୍ରୌଣ ଶିଷ୍ୟ ଅର୍ଜୁନ, ପର୍ଶୁରାମ ଶିଷ୍ୟ କର୍ଣ୍ଣ, ·ଣକ୍ୟ ଶିଷ୍ୟ ଚନ୍ଦ୍ରଗୁପ୍ତ, ରାମକୃଷ୍ଣ ପରମହଂସ ଶିଷ୍ୟ ବିବେକାନନ୍ଦ ଇତ୍ୟାଦି । ଗୁରୁ ରାଜବିଦ୍ୟା, ବ୍ୟବହାର ବିଦ୍ୟା, ଜ୍ୟୋତିଷ ବିଦ୍ୟା, ଶସ୍ତ୍ର ବିଦ୍ୟା ଶିକ୍ଷା ଦେବା ପୂର୍ବରୁ ଧ୍ୟାନ, ପ୍ରାର୍ଥନା, ମୌନ, ତ୍ୟାଗ, ତପସ୍ୟା, ସେବା, ସମାନତା ଇତ୍ୟାଦି ମୂଲ୍ୟ ଗୁଡ଼ିକର ଶିକ୍ଷା ଦେଉଥିଲେ । ରାଜକୁମାର ଏବଂ ସାମାନ୍ୟ ବ୍ରାହ୍ମଣ (କୃଷ୍ଣ-ସୁଦାମା) ବାଳକର ପାଳନ ସମାନ ଭାବରେ ହେଉଥିଲା । ଗୁରୁଙ୍କ ଆଗମନରେ ରାଜା ରାଜ ସିଂହାସନ ତ୍ୟାଗ କରି ଦଣ୍ଡାୟମାନ ହୋଇ ନମନ କରୁଥିଲେ । ଏହି ପରିପ୍ରେକ୍ଷୀରେ ବଶିଷ୍ଠ, ବିଶ୍ୱାମିତ୍ର, ବ୍ୟାସ ଆଦି ମହାନ ଗୁରୁଙ୍କ ନାମ ଉଲ୍ଲେଖନୀୟ । ସେମାନେ ଅଧ୍ୟାତ୍ମ ବିଦ୍ୟା ଦ୍ୱାରା ଜୀବନରେ ମୂଲ୍ୟଗୁଡ଼ିକୁ ଆତ୍ମସାତ୍ କରାଉଥିଲେ । ରାମାୟଣ ଓ ମହାଭାରତ ଗ୍ରନ୍ଥର ସାରାଂଶ ହେଲା ସମଗ୍ର ସମାଜରେ ମୂଲ୍ୟଗୁଡ଼ିକର ବିଜୟ ଓ ମୂଲ୍ୟହୀନ ବ୍ୟକ୍ତିମାନଙ୍କର ପରାଜୟ । ରାଜ୍ୟ ବିକ୍ରମାଦିତ୍ୟଙ୍କ ପ୍ରଜା ବତ୍ସଳତା, ଉଦାହରଣ ଓ ସେବାଭାବ ତଥା ·ଣକ୍ୟଙ୍କ ଦ୍ୱାରା ମୂଲ୍ୟବାନ ରାଜ ସାର ସ୍ଥାପନା କଥା ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣାକ୍ଷରରେ ଲିଖିତ । କଳିଙ୍ଗ ଯୁଦ୍ଧର ବିଭତ୍ସ ଦୃଶ୍ୟ ଦେଖି ଅଶୋକଙ୍କ ପଶ୍ଚାାପ ଓ ବୌଦ୍ଧଧର୍ମ ସ୍ବୀକାର ଉଚ୍ଚ ମୂଲ୍ୟବୋଧର ନିଦର୍ଶନ । ସିଦ୍ଧାର୍ଥ ଗୌତମ ବୁଦ୍ଧ ଓ ମହାବୀର ଉଭୟ ରାଜକୁମାରଙ୍କ ଗୃହତ୍ୟାଗ ଓ ସନ୍ୟାସୀ ଜୀବନ ଯାପନ ସେମାନଙ୍କ ଉଚ୍ଚକୋଟୀର ଆଧ୍ୟାତ୍ମିକ ମୂଲ୍ୟବୋଧର ଦୃଷ୍ଟାନ୍ତ । ରାମକୃଷ୍ଣ ପରମହଂସଙ୍କ ଛାୟାରେ ଆଧ୍ୟାତ୍ମିକ ଜ୍ଞାନ ଦ୍ୱାରା ବିବେକାନନ୍ଦଙ୍କ ପ୍ରତିଭା ପ୍ରସ୍ଫୁଟିତ ହୋଇଥିଲା । ମହର୍ଷି ଅରବିନ୍ଦ, ମହାତ୍ମାଗାନ୍ଧୀ, ରବିନ୍ଦ୍ରନାଥ ଟେଗୋର ଆଦି ମହାନ ବିଭୁତିଗଣ ଆଧ୍ୟାତ୍ମିକତାକୁ ହିଁ ମୂଲ୍ୟ ଶିକ୍ଷାର ସ୍ରୋତ ବୋଲି କହିଛନ୍ତି ।
ବର୍ମାନ ଶିକ୍ଷା ପ୍ରଣାଳୀ ବିଦେଶୀ ଶାସକମାନଙ୍କ ଦାନ । ଭାରତରେ ଇଂରେଜ ଶାସନକୁ ସୁ·ରୁ ରୂପେ ଚଳାଇବା ପାଇଁ ଲର୍ଡ ମ୍ୟାକଲେ କିରାଣୀ (ଉକ୍ଷରକ୍ସଳ) ସୃଷ୍ଟି କରିବା ଉଦ୍ଧେଶ୍ୟରେ ଯେଉଁ ଶିକ୍ଷା ପ୍ରଣାଳୀ ପ୍ରଚଳନ କରିଥିଲେ ତାହା ଆଜି ପର୍ଯ୍ୟନ୍ତ ସ୍ୱାଧୀନ ଭାରତର ସରକାରମାନଙ୍କ ଦ୍ୱାରା ଅନୁସୃତ ହୋଇ ଆସୁଛି । ବିଡ଼ମ୍ବନା ଏହି ଯେ ଆଜି ପର୍ଯ୍ୟନ୍ତ ଭାରତୀୟ ସଂସ୍କୃତି ଆଧାରିତ ଶିକ୍ଷା ପ୍ରଣାଳୀର ବିକାଶ ସ୍ୱାଧୀନତା ପ୍ରାପ୍ତିର ଦୀର୍ଘ ଅବଧି ସେ୍ୱ ମଧ୍ୟ ହୋଇପାରି ନାହିଁ । ସ୍ୱାଧୀନତା ପ୍ରାପ୍ତି ପରେ ରାଧାକୃଷ୍ଣ କମିଶନ, କୋଠରୀ କମିଶନ, ରାଜୀବ ଗାନ୍ଧୀଙ୍କ ଘରଙ୍ଗ ଋୟଙ୍କମବଗ୍ଧସକ୍ଟଦ୍ଭ ଚକ୍ଟକ୍ଷସମଚ୍ଚ (ନୂତନ ଶିକ୍ଷାନୀତି) ଇତ୍ୟାଦି ଦ୍ୱାରା ନୈତିକ ଶିକ୍ଷା ଓ ଯୋଗ ଶିକ୍ଷା ପାଇଁ ଅନେକ ପ୍ରସ୍ତାବ ଦିଆଯାଇଥିଲା । ଏଥିପାଇଁ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା ସେ୍ୱ ମଧ୍ୟ ଚରିତ୍ରବାନ ଓ ମୂଲ୍ୟ ନିଷ୍ଠ ଯୁବାପିଢ଼ିର ଗଠନ ହୋଇପାରି ନାହିଁ ।
ଗୋଟିଏ ବିଶ୍ୱବିଦ୍ୟାଳୟ ପ୍ରତିବର୍ଷ ସହସ୍ରାଧିକ ଡ଼ିଗ୍ରୀଧାରୀ ସୃଷ୍ଟି କରୁଛନ୍ତି, ପରନ୍ତୁ ସେମାନଙ୍କ ମଧ୍ୟରୁ କେତେଜଣ ଚରିତ୍ରବାନ୍, ପ୍ରାମାଣିକ, ନିଷ୍ଠାବାନ, ସେବାଭାବାପନ୍ନ ଓ ପରପୋକାରୀ ଛାତ୍ର ଦେଖାଯାନ୍ତି? ବର୍ମାନର ଶିକ୍ଷା ପ୍ରଣାଳୀର ସମ୍ବନ୍ଧ ଡିଗ୍ରୀ ଓ ·କିରୀ ସହିତ ନିବିଡ଼ ହୋଇଥିବା କାରଣରୁ ଜୀବନ ପ୍ରଣାଳୀ ସହିତ ମୂଲ୍ୟଗୁଡ଼ିକର ସମ୍ବନ୍ଧ ବିଚ୍ଛେଦ ହୋଇଯାଇଛି । ଏହାହିଁ ସମାଜରେ ଦିନକୁ ଦିନ ବୃଦ୍ଧି ପାଉଥିବା କଳହ, କ୍ଳେଶ ଓ ଅଶାନ୍ତିର ମୂଳ କାରଣ ।
ବର୍ମାନର ଯୁବ ପିଢ଼ି ପାଇଁ ଦେଶ କିମ୍ବା ଶିକ୍ଷା ନିକଟରେ କୌଣସି ପ୍ରେରଣାଦାୟୀ ଧ୍ୟେୟ ନାହିଁ । ସେଥିପାଇଁ ଆଜିର ପିଢ଼ି ହତାଶ ଓ ଦିଗହରା । ଆଜିର ଶିକ୍ଷା ଆମ ସଂସ୍କୃତିର ମୂଳ ତ୍ୱରୁ ବିଚ୍ଛିନ୍ନ । ପ୍ରାଚୀନ ଧର୍ମ ଓ ବିଦ୍ୟା ବିଲୁପ୍ତ । ଭୋଗ ପ୍ରଧାନ ପାଶ୍ଚାତ୍ୟ ସଂସ୍କୃତିର ମାୟାବୀ ଆକର୍ଷଣରେ ନୂତନ ପିଢ଼ି ବିମୋହିତ । ୧୯୪୭ମସିହା ପୂର୍ବରୁ ମହାତ୍ମାଗାନ୍ଧିଜୀ ସମଗ୍ର ଦେଶକୁ ସ୍ବତନ୍ତ୍ରତାର ଧ୍ୟେୟ ପ୍ରଦାନ କରିବା ସହିତ ମାର୍ଗ ଦର୍ଶକର ଭୂମିକା ନିର୍ବାହ କରିଥିଲେ । ଆଜି ସେପରି ବଳିଷ୍ଠ ଓ ମୂଲ୍ୟବାନ ନେତୃତ୍ୱ ଦୃଷ୍ଟିଗୋଚର ହୁଏ ନାହିଁ । ରାଜନୀତି, ଧର୍ମ, ଶିକ୍ଷା କ୍ଷେତ୍ରରେ ସଂପୃକ୍ତ ସ୍ବକଥିତ ନେତାଗଣ ମୂଲ୍ୟ ବିହୀନ, ଧର୍ମଭ୍ରଷ୍ଟ ତଥା ଚରିତ୍ରହୀନ । ସେମାନେ କିପରି ଜନସାଧାରଣଙ୍କ ମାର୍ଗ ଦର୍ଶକ ହୋଇପାରିବେ? ଏପରି ଏକ ଘଡି ସନ୍ଧି ମୁହୂର୍ରେ ଏକମାତ୍ର ଆଶାର କିରଣ ହେଉଛି ଶିକ୍ଷାକ୍ଷେତ୍ର ଅର୍ଥାତ୍ ବିଦ୍ୟାଳୟ । ଏହାକୁ ସରସ୍ବତୀଙ୍କ ବାସସ୍ଥାନ କୁହାଯାଏ । ଏଠାରେ ପଢ଼ୁଥିବା ଛୋଟଛୋଟ କୋମଳମତି ବାଳକ ବାଳିକାଗଣ ହେଲେ ଏକ ଏକ ପ୍ରଦୀପ ସ୍ବରୂପ । ସେମାନଙ୍କ ଆତ୍ମାରୂପୀ ପ୍ରଦୀପକୁ ଉମ ବିଦ୍ୟା ଆଧ୍ୟାତ୍ମିକ ଶକ୍ତି ଓ ଜ୍ଞାନ ଦ୍ୱାରା ପ୍ରଜ୍ଜ୍ୱଳିତ କରାଇ ପାରିଲେ ଭାରତ ତା’ର ହୃଢ଼ ଗୌରବ ଫେରି ପାଇ ପୁନଶ୍ଚ ବିଶ୍ୱଗୁରୁର ମର୍ଯ୍ୟାଦା ଲାଭ କରିବ । ଏଥିପାଇଁ ଶିକ୍ଷକଗଣ ମାର୍ଗଦର୍ଶକର ଭୂମିକା ତୁଲାଇବା ଉଚିତ । ସେମାନେ ସ୍ୱୟଂ ମୂଲ୍ୟନିଷ୍ଠ ଓ ଆଧ୍ୟାତ୍ମିକ ଜୀବନ ଯାପନ କରି ବିଦ୍ୟାର୍ଥୀମାନଙ୍କୁ ମୂଲ୍ୟ ଶିକ୍ଷା ପ୍ରଦାନ କଲେ ଅବଶ୍ୟ ତା’ର ପ୍ରଭାବ ପଡ଼ିବ ଓ ଭାରତରେ ସୁଖ ଶାନ୍ତି, ପବିତ୍ରତା ଓ ସମୃଦ୍ଧି ସମ୍ପନ୍ନ ଏକ ସୁଖମୟ ସମାଜର ସ୍ଥାପନା ବା ଗାନ୍ଧିଜୀଙ୍କ ପରିକଳ୍ପିତ ରାମ ରାଜ୍ୟର ସ୍ଥାପନା ସମ୍ଭବ ହୋଇପାରିବ ।
ସମ୍ପାଦକ, ଚେତନା ପ୍ରବାହ

ସମର୍ଥିତ ଓ ବ୍ୟବହୃତ ମୂଲ୍ୟ

                                                                                                                               ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ଜଣେ ବ୍ୟକ୍ତି କୌଣସି ମୂଲ୍ୟକୁ ଦୈନନ୍ଦିନ ଜୀବନରେ ଧାରଣ ଯୋଗ୍ୟ ମନେ କଲେ ତାହା ତା’ପାଇଁ ସମର୍ଥିତ ମୂଲ୍ୟ (Espoused Value)) ଅଟେ । କୌଣସି ମୂଲ୍ୟ ବିଷୟରେ କହିବା ଓ ତାକୁ ସମର୍ଥନ କରିବା ସହଜ କଥା କିନ୍ତୁ ତାହା ବ୍ୟବହାରିକ ଜୀବନରେ ପ୍ରୟୋଗ କରିବା କଷ୍ଟକର ବ୍ୟାପାର । ସାଧାରଣତଃ ଦେଖାଯାଏ ଯେ ଅନେକ ନିଜ ସମର୍ଥିତ ମୂଲ୍ୟକୁ ବ୍ୟବହାରିକ ଜୀବନରେ ଧାରଣ ନ କରି ଓହରି ଯାଆନ୍ତି । ତେଣୁ ସମର୍ଥିତ ଓ ବ୍ୟବହୃତ ମୂଲ୍ୟ (Applied value) ମଧ୍ୟରେ ଅନ୍ତର ପରିଲକ୍ଷିତ ହୁଏ ।
ପୂର୍ବାଗ୍ରହ ବଶତଃ ବ୍ୟକ୍ତି ସମର୍ଥିତ ମୂଲ୍ୟ ଧାରଣ ପାଇଁ ସକ୍ଷମ  ହୁଏ ନାହିଁ । ବିନମ୍ରତା, ପ୍ରେମ, ଶାନ୍ତି, ଦୟା ଆଦି ମୂଲ୍ୟ ବିଷୟରେ ଅନ୍ୟକୁ ଉପଦେଶ ଦେଉଥିବା ବ୍ୟକ୍ତି ସ୍ବୟଂ ନିଜ ଜୀବନରେ ଧାରଣ କରନ୍ତି ନାହିଁ । ଅନେକେ ଏହି ମୂଲ୍ୟଗୁଡ଼ିକୁ ସମର୍ଥନ କରନ୍ତି କିନ୍ତୁ ପୂର୍ବାଗ୍ରହ ହେତୁ କାର୍ଯ୍ୟ  ବ୍ୟବହାରରେ ଏଗୁଡ଼ିକର ବିପରୀତ ଆଚରଣ କରନ୍ତି । ପୂର୍ବାଗ୍ରହ ଯୁକ୍ତ ବ୍ୟକ୍ତିର ଜ୍ଞାନ ନେତ୍ର ଖୋଲେ ନାହିଁ । ଏଭଳି ବ୍ୟକ୍ତି ସତ୍ୟ ଦର୍ଶନ କରିପାରନ୍ତି ନାହିଁ । ସେମାନେ ବାସ୍ତବିକତାକୁ ଉପେକ୍ଷା କରନ୍ତି । ପୂର୍ବାଗ୍ରହ ବଶତଃ କୌଣସି ସମର୍ଥିତ ମୂଲ୍ୟ ଯଦି ସେମାନେ ଧାରଣ କରନ୍ତି ନାହିଁ ତେବେ ତାର ସପକ୍ଷରେ ନାନା ପ୍ରକାର ପାଣ୍ଡିତ୍ୟପୂର୍ଣ୍ଣ ଯୁକ୍ତି ଉପସ୍ଥାପନ କରନ୍ତି । ଏହି ବୌଦ୍ଧିକ ·ତୁର୍ଯ୍ୟ ସେମାନଙ୍କ ବ୍ୟବହାରରେ ବିସଙ୍ଗତି ସୃଷ୍ଟି କରେ । ସେମାନେ ଯାହା କହନ୍ତି କାର୍ଯ୍ୟ ବେଳେ ଠିକ ଓଲଟା କରନ୍ତି । କେତେକ ବ୍ୟକ୍ତି ମୂଲ୍ୟ ବିଷୟରେ ଭ୍ରମ ଧାରଣା ପୋଷଣ କରନ୍ତି । ସେମାନଙ୍କ ଧାରଣା ଯେ ମୂଲ୍ୟ ଗୁଡ଼ିକୁ ଧାରଣା କରିବା ଆଜିର ଦୁନିଆରେ ସମ୍ଭବ ନୁହେଁ । କେହି କେହି ଏଗୁଡ଼ିକୁ ଧାରଣ କରିବା ଦୁର୍ବଳତାର ପରି·ୟକ ମନେ କରନ୍ତି ।
ମୂଲ୍ୟଗୁଡ଼ିକୁ ଧାରଣ କରିବା ବେଳେ ସନ୍ତୁଳନ ଓ ସ୍ପଷ୍ଟତା ଆବଶ୍ୟକ । ଅନ୍ୟଥା ଜଣେ ଭୁଲ ନିର୍ଣ୍ଣୟ ନେଇ ପାରେ ଅଥବା ମୂର୍ଖତା ପୂର୍ଣ୍ଣ କର୍ମ କରିପାରେ । ଦଣ୍ଡିବା ଶକ୍ତି ଥିବା ବ୍ୟକ୍ତି ପାଖରେ କ୍ଷମା ଗୁଣ ରହିଲେ ସେ ଯଥାର୍ଥ ନ୍ୟାୟ ଦେବାରେ ସକ୍ଷମ ହୁଅନ୍ତି । ଏ ପ୍ରସଙ୍ଗରେ ଜଗନ୍ନାଥ ଦାସ କୃତ ଭାଗବତ ପମ ସ୍କନ୍ଧ ଏକାଦଶ ଅଧ୍ୟାୟର ଦ୍ୱିତୀୟ ଓ ତୃତୀୟ ପଦରେ ଥିବା ପଂକ୍ତି, “ଦଣ୍ଡିବା ଶକ୍ତି ଯା’ର ଥାଇ ସେ ଯେବେ କ୍ଷମା ଆଚରଇ, ସାଧୁଙ୍କ ଶ୍ରେଷ୍ଠ ସେହୁ ନର । ସୁଖ ଦୁଃଖରୁ ସେ ବାହାର,’’ ପ୍ରଣିଧାନ ଯୋଗ୍ୟ । ତେଣୁ ଯଥାର୍ଥ ନ୍ୟାୟ ପାଇଁ ନିୟମ ଓ କରୁଣାର ସନ୍ତୁଳନ ହେବା ଆବଶ୍ୟକ । କେତେବେଳେ ଦୃଢ଼ତା ଓ କେଉଁ ସମୟରେ ନରମ ପଣିଆ ଦେଖାଇବା କଥା ସେଥିପାଇଁ ପୂର୍ବାଗ୍ରହ ମୁକ୍ତ ବୁଦ୍ଧି ଦରକାର । ବୋଧ ଶକ୍ତିର ବିକାଶ ଓ ଅନୁଭବ ଦ୍ୱାରା ବ୍ୟକ୍ତି ଉଚିତ ନିର୍ଣ୍ଣୟ ନେବାରେ ସକ୍ଷମ ହୁଏ । ସ୍ବାଦ ବିଷୟରେ କୋମଳତା ଓ ସିଦ୍ଧାନ୍ତ ବିଷୟରେ ଦୃଢ଼ତା ପ୍ରଦର୍ଶନ ଏକ ଉମ ନିୟମ ବୋଲି ସ୍ବୀକାର କରାଯାଏ ।
କୌଣସି ଗୋଟିଏ ମୂଲ୍ୟକୁ ଯଦି ଜଣେ ସଚ୍ଚୋଟତା ପୂର୍ବକ ଧାରଣ କରନ୍ତି ତେବେ ଅନ୍ୟ ମୂଲ୍ୟ ଗୁଡ଼ିକ ମଧ୍ୟ ତାଙ୍କ ମଧ୍ୟରେ ସ୍ବତଃ ପରିସ୍ଫୁଟ ହୁଏ । କାରଣ ମୂଲ୍ୟ ଗୁଡ଼ିକ ପରସ୍ପର ନିର୍ଭରଶୀଳ । ଯଦି ଜଣେ କୌଣସି ମୂଲ୍ୟ ଧାରଣ କରି ମଧ୍ୟ ତାଙ୍କ ଜୀବନରେ ବିଭିନ୍ନ ସୁଗୁଣ ପରିସ୍ଫୁଟ ହେଉ ନାହିଁ ତେବେ ସଂପୃକ୍ତ ମୂଲ୍ୟ ପ୍ରତି ତାଙ୍କର ସ୍ପଷ୍ଟ ଧାରଣା ନାହିଁ ବୋଲି ବୁଝିବାକୁ ହେବ । ଏପରି କ୍ଷେତ୍ରରେ ସୂକ୍ଷ୍ମ ଆତ୍ମାନୁଶୀଳନ ଦରକାର । ବିଚାର ଅନୁରୂପ ଆ·ର ହୁଏ । ମନରେ ଉପôନ୍ନ ପ୍ରତ୍ୟେକ ବିଚାରର ସୂକ୍ଷ୍ମ ଅନୁଶୀଳନ ଦ୍ୱାରା ବିଭିନ୍ନ ମୂଲ୍ୟର ଯଥାର୍ଥ ମୂଲ୍ୟାଙ୍କନ କରାଯାଇପାରେ । ଜୀବନରେ ନୂଆ ନୂଆ ମୂଲ୍ୟର ଉପôି ହିଁ ମୂଲ୍ୟ ପ୍ରତି ଯଥାର୍ଥ ଦୃଷ୍ଟିକୋଣର ପରି·ୟକ । ଏପରି ହେଲେ ବ୍ୟକ୍ତିର କଥା ଓ କର୍ମ ମଧ୍ୟରେ ଅନ୍ତର କ୍ରମଶଃ ହ୍ରାସ ପାଇବାକୁ ଲାଗେ । ନିରବଚ୍ଛିନ୍ନ ପ୍ରୟାସ ଦ୍ୱାରା ଅନ୍ତ ର୍ବିରୋଧ ଓ ବିସଙ୍ଗତି ସମାପ୍ତ କରିବାକୁ ହେବ । ଦୈହିକ ଦୃଷ୍ଟି ପରିହାର କରି ସମସ୍ତଙ୍କୁ ଆତ୍ମିକ ଦୃଷ୍ଟିରେ ଦେଖିଲେ ମୂଲ୍ୟ ଧାରଣ ସହଜ ହୋଇଥାଏ ।
ସମ୍ପାଦକ, ଚେତନା ପ୍ରବାହ, ଶିବଶକ୍ତି ହୋମିଓ ସେବା ସଦନ
ପାଟଣାଗଡ଼- ୭୬୭ଠ୨୫, ଜି: ବଲାଙ୍ଗିର
ମୋ: ୯୪୩୭୨୧ଠ୨୯୬ 

ନୈତିକ ମୂଲ୍ୟ - ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର

ନୈତିକ ମୂଲ୍ୟ

                                                  ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର
ନୈତିକତା ହେଉଛି ପ୍ରତ୍ୟେକ ରାଷ୍ଟ୍ରର ପ୍ରକୃତ ସମ୍ପି । ଏହା ହେଉଛି ଶାନ୍ତିର ଜନନୀ । ସମାଜରେ ପ୍ରକୃତ ଶାନ୍ତି ଓ ସ୍ଥାୟୀ କଲ୍ୟାଣ ପାଇଁ ନୈତିକ ମୂଲ୍ୟ ଧାରଣ କରିବା ଆବଶ୍ୟକ । କାରଣ ସମାଜରୁ ଉଶୃଙ୍ଖଳତା, ସ୍ବେଚ୍ଛା·ରିତ, ଭ୍ରଷ୍ଟାଋର, ହିଂସା, କଳହ, ହ୍ୱେଷ ଆଦି ଅପରାଧ ସ୍ଥାୟୀ ଭାବରେ ଦ୍ୱର କରିବା ପାଇଁ ନୈତିକତାହିଁ ଏକମାତ୍ର ବିକଳ୍ପ । ପର୍ଯ୍ୟବେଷଣରୁ ଜଣାଯାଉଛି ଯେ ନୈତିକ ଶିକ୍ଷାର ପ୍ରଭାବ ବିଶ୍ୱବିଦ୍ୟାଳୟ ର ମହାବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀ ଅପେକ୍ଷା ବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀ ଉପରେ ବେଶୀ ପଡେ । ତେଣୁ ପ୍ରାଥମିକ ସ୍ତରର ନୈତିକ ଶିକ୍ଷାକୁ ଅନିକାର୍ଯ୍ୟ କରିବା ପାଇଁ ଶିକ୍ଷା ନୀତିରେ ବ୍ୟବସ୍ଥା ହେଉଛି ଆବଶ୍ୟକ । ନୈତିକ ଶିକ୍ଷାବିନା ·ରିତ୍ରିକ ବିକାଶ ସମ୍ଭବ ନୁହେଁ, ବାଲ୍ୟକାଳ ହିଁ ନୈତିକ ଶିକ୍ଷାର ଉପଯୁକ୍ତ ସମୟ । ଭବିଷ୍ୟତର ମୂଳ ଦୁଆ ଏହି ସମୟରେ ପାଇଯାଏ । ନୈତିକ ମୂଲ୍ୟ ଧାରଣ ଦ୍ୱାରା ଏହି ମୂଳ ଦୁଆ ଦୃଢ଼ ହୁଏ ଓ ବ୍ୟକ୍ତ ସଫଳତାର ସର୍ବୋଚ୍ଚ ଶିଖରରେ ପଦାର୍ପଣ କରିବାକୁ ସକ୍ଷମ ହୋଇଥାଏ । ଏହି ପରିପ୍ରେକ୍ଷମରେ ମହାତ୍ମା ଗାଦ୍ଧୀ, ସ୍ବାମୀ ବିବେକାନନ୍ଦ, ଆଦି ମହାପୁରୁଷଙ୍କ ଦୃଷ୍ଟାନ୍ତ ଉଲ୍ଲେଖନୀୟ ।
ନୈତିକ ମୂଲ୍ୟର ଅର୍ଥ ହେଉଛି ନୀତି ଅନୁରୂପ ବା ନୀତିଯୁକ୍ତ, ସଦ୍ଗୁଣଯୁକ୍ତ ବ୍ୟବହାରିକ ଜୀବନ । ସମସ୍ତଙ୍କ ପ୍ରତି ସଦ୍ବ୍ୟବହାର, ସତ୍ଭାବନା, ଶନ୍ତିପୂର୍ଣ୍ଣ ସହାବସ୍ଥାବ ଆଦି ନୈତିକ ମୂଲ୍ୟ, ପାରିବାରିକ, ସାମାଜିକ ଓ ରାଷ୍ଟ୍ରୀୟ ଏକତା ନୈତିକ ମୂଲ୍ୟ ଅନ୍ତର୍ଗତ । ଉକ୍ତ ପ୍ରସିଦ୍ଧ ଯେ “ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତ ।” ପାରିବାରିକ ସ୍ନେହ ଓ ପ୍ରେମ ଆନ୍ତରିକ ସୁନ୍ଦରତାର ନିଦର୍ଶନ । ଏହା ମଧ୍ୟ ନୈତିକ ମୂଲ୍ୟ ଅଟେ ।ସାଧାରଣତଃ ମନୁଷ୍ୟ ସାଂସାରିକ ଜୀବନରେ ଭୌତିକ ବସ୍ତୁର ପଦାର୍ଥଗୁଡିକୁ ବିଶେଷ  ମ୍ୱ ଦେଇଥାଏ । କାରଣ ଏଥିରୁ ସେ ଶାରୀରିକ ସୁଖ ପାଏ । ଏହା ଭୌତିକ ମୂଲ୍ୟ ଓ କ୍ଷଣ ଉଙ୍କୁର । ମହାପୁରୁଷଗଣଙ୍କ ଜୀବନରେ ଭୌତିକତା ଖୁବ୍ କମ ଦେଖିବାକୁ ମିଳେ । ଭୌତିକତାର ମହ୍ୱ ଆବଶ୍ୟକତା ଉପରେ ନିର୍ଭର କରେ । ପାଣି ଓ ସୁନା ମଧ୍ୟରେ ସୁନା ମୂଲ୍ୟବାନ ବସ୍ତୁ । କିନ୍ତୁ ଜଣେ ତୃଷାର୍ହ ପାଇଁ ସୁନା ଅପେକ୍ଷା ପାଣି ବେଶୀ ମୂଲ୍ୟବାନ । ଏହି ମୂଲ୍ୟାକିନ ତାକôାଳିନ ।
ଯଦି ମୂଲ୍ୟଧାରଣାର ଆବଶ୍ୟକତା ଆମେ ଅନୁଭଃ କରୁଛୁଁ ତେବେ ପ୍ରଥମେ ନିଜକୁ ନିଜେ ଯା କରିବା ଉଚିତ ଯେ ନିଜ ଜୀବନରେ ତାହା ଆପଣେଉଛୁ କି? ଆମେ ନିଜ ପ୍ରତି ସନ୍ତୁଷ୍ଟି? ଅନ୍ୟମାନେ ମୋ ଉପରେ ସନ୍ତୁଷ୍ଟ କି? ଭୌତିକତାକୁ ମହ୍ୱ ଦେବା ଫଳରେ ବ୍ୟକ୍ତି ଅର୍ଥ ସର୍ବସ୍ବ ହୋଇପଡେ । ଏହା ଫଳରେ ଅନେକ ପ୍ରକାର ସମସ୍ୟାର କାରଣ ହୁଏ ଏବଂ ଏହାର ପରିମାଣ ସ୍ବରୂପ ଅଶାନ୍ତ, ଓ ଞ୍ଚଞ୍ଚ ଦୁଶ୍ଚିନ୍ତା ତା’ର ମାନସିକ ସ୍ଥିତିକୁ ଭାରାକ୍ରାନ୍ତ କରେ । ସଂସାରରେ ଦେଖାଯାଉଥିବା ସମସ୍ତ ଅତ୍ୟା·ର, ଭ୍ରଷ୍ଟା·ର ଆଦି ଦୁଷ୍କର୍ମର ମୂଳରେ ରହିଛ କୁବି·ର । ମଣିଷର ବି·ର ଅନୁରୂପ ଆ·ର ହୁଏ । ତେଣୁ ମନରେ ନୈତିକ ବି·ର ଉପôନ୍ନ ହେଲେ ସକିୟ ତା’ର ଆ·ର ଓ ବ୍ୟବହାର ସକାରାତ୍ମକ ହୁଏ । ମନୁଷ୍ୟର ମାନ୍ୟତା, ବିଶ୍ୱାସ, ଦୃଷ୍ଟିକୋଣ ଓ ବି·ର ଧାରା ତା’ର ପ୍ରତ୍ୟେକ କର୍ମରେ ପ୍ରତିଫଳିତ ହୁଏ ।
 ତା’ର ପ୍ରତେକ କର୍ମରେ ପ୍ରତିଫଳିତ ହୁଏ ।
ଜୀବନର ଲକ୍ଷ୍ୟ ନିର୍ଦ୍ଧାରଣ ସବୁଠାରୁ ବେଶୀ ମହ୍ୱପୂର୍ଣ୍ଣ ବିଷୟ, ସଂପ୍ରତି ସଂସାରରେ ଅଧିକରଣ ଲୋକଙ୍କ ଲକ୍ଷ୍ୟ ଭୌତିକ ମୂଲ୍ୟ ପର୍ଯ୍ୟନ୍ତ ସୀମିତ । ଆହାର, ବିହାର , ନିଦ୍ରା ଓ ମୈଥୁକ ହିଁ ସେମାନଙ୍କ ଏକମାତ୍ର ଧ୍ୟେୟ, କର୍ମ ଅନୁକରଣ ଫଳମିଳେ- ଏହି ସିଦ୍ଧାନ୍ତ କୁ ସେମାନେ ମାନନ୍ତି ନାହିଁ । ସେମାନଙ୍କ ମତ ହେଲା, “ଯାବତ୍ ଜୀବେତ ମୂୁ୍ଖଂ ଜୀବେତ୍, ଋଣକୃତା ଘୃତଂ ପିବେତ୍ । ଇସ୍ମୀଭୂତମ୍ୟ ଦେହମ୍ୟ, ପୁନରାଗମନଂ କୃତଃ?” ଅର୍ଥାତ ଯେତେଦିନ ବଛି, ସୁ୍ଖରେ କାଳତିପାତ କର । ଏଥିପାଇଁ ଯଦି ଋଣ କରିବାକୁ ପଡୁଛି ଦେବେ ମଧ୍ୟ ପଶ୍ଚାତ୍ପଦ ହୁଅ ନାହିଁ । କାରଣ ଏ ଶରୀର ନଷକ ହୋଇଗଲେ ଆଉ ଫେରିବ ନାହିଁ ।’’ ଏହିପରି ଦେହ ସର୍ବସ୍ବ ବ୍ୟକ୍ତି ନିଜ ସ୍ବାର୍ଥ ଓ ଭୌତିକ ସୁଖ ପାଇଁ ଅତ୍ୟନ୍ତ ଜଘନ୍ୟ ଶକ୍ୟ କରିବାକୁ ମଧ୍ୟ ପଛାନ୍ତି ନାହିଁ । ଅନ୍ୟପକ୍ଷରେ ଆତ୍ମା ସଚେତନ ବ୍ୟକ୍ତି ଭୌତିକ ସୁଖର ଅମାରତାକୁ ଅନୁଭବ କରି ନୈତିକ ମୂଲ୍ୟକୁ ମହ୍ୱ ଦେଉଥିବାରୁ ତାଙ୍କ ମଧ୍ୟରେ ସଦ୍ଗୁଣାବଳୀ ବିକାଶ ହୁଏ ।
ଏକାଗ୍ରତା, ଦୃଢ଼ତା, ନିଶ୍ନୟ, ଅକ୍ଳାନ୍ତ ପରିଶ୍ରମ, ନମ୍ରତା, ସହଯୋଗ ଆଦି ନୈତିକ ମୂଲ୍ୟ ଧାରଣ ଜୀବନର ଲକ୍ଷ୍ୟ ହେଲେ ଯୌ କୌଣସି କାର୍ଯ୍ୟ ରେ ସଫଳତା ସହଜ ଲବ୍ଧ ହୋଇଯାଏ । ନୈତିକ ମୂଲ୍ୟଗୁଡିକରେ ହିଁ ଜୀବନ ଯାପନର କଳା ନିହିତ । ନୈତିକ ମୂଲ୍ୟ ଧାରଣ ଦ୍ୱାରା ନିମ୍ନଲିଖିତ ଲାଭ ହୋଇଥାଏ;
୧) ସନ୍ତୁଷ୍ଟତା ପ୍ରାପ୍ତି ୨) ଜଣେ ସର୍ବଦା ପ୍ରସନ୍ନ ରହେ
୩) କୌଣସି ବାକ୍ୟରେ ସଫଳତା ପ୍ରାପ୍ତି ସହଜ ହୋଇଯାଏ
୪)ମନ ନିର୍ଭୟ ହୁଏ ୫) ମନ କାମନା-କାମନା ଶୂନ୍ୟ ହୋଇ ପବିତ୍ର ରହେ ୬) ପାରିବାରିକ ଓ ସାମାଜିକ ସମ୍ବଦ୍ଧ ସୁଖମୟ ହୁଏ, ୭)ମାନସିକ ରୂପ ଦୂର ହୁଏ ୮) ସମସ୍ୟା ଗୁଡିକ ସହଜରେ ସମାଧାନ ହୁଏ ୯) ନିଶ୍ଚିନ୍ତ ଭାବ ଉପôନ ହୁଏ. ଇତ୍ୟାଦି ନୈତିକ ମୂଲ୍ୟ ଧାରଣ ନ କରିବା ଦ୍ୱାରା ନିମ୍ନଲିଖିତ କ୍ଷତି ହୋଇଥାଏ; 
୧) ଜୀବନରେ ପ୍ରଗତି ବାଧାପ୍ରପ୍ତ ହୁଏ ୨) ସ୍ବାସ୍ଥ୍ୟ ହାନି ହୁଏ ୩) ଜୀବନରେ ନୀରକ୍ଷଣ, ଉଦାସୀନତା ଓ ହତାଶ ଉପôନ ହୁଏ ୫) ବ୍ୟକ୍ତି ସହଜରେ କୁସଙ୍ଗ ଦ୍ୱାରା ପ୍ରଭାବିତ ହୁଏ ନାହିଁ ୬) ଆତ୍ମ ହତ୍ୟା କରେ ୭) ହତ୍ୟା କରିବାକୁ ଜଣେ କୁଣ୍ଠିତ ହୁଏ ନାହିଁ ୮) ଆତଙ୍କବାଦ ବୃଦ୍ଧି ପାଏ ୯) ଭ୍ରଷ୍ଟା·ର ଜନ୍ମ ନିଏ
ନୈତିକ ମୂଲ୍ୟଗୁଡିକରେ ଶିକ୍ଷା ବ୍ୟକ୍ତି ମଧ୍ୟରେ ସୁଷୁପ୍ତ ଶକ୍ତି ଜାଗ୍ରତ କରିବା ଏକ ସଶକ୍ତ ମାଧ୍ୟମ । ଜଣେ ବ୍ୟକ୍ତି ହିସାବରେ ସମାଜ ଓ ନାଗରିକ ହିସାବରେ ରାଷ୍ଟ୍ର ପରିବର୍ନ ପାଇଁ ପ୍ରେରକ ହୋଇପାରେ । ବିଦ୍ୟାର୍ଥୀ ଜୀବନ ହେଉଛି ନୈତିକ ମୂଲ୍ୟ ଧାରଣର ପ୍ରକୃତିକ ସମୟ ଜଣେ ବିଦ୍ୟାର୍ଥୀ ଯଦି ଜୀବନରେ ଭଲ ଗୁଣ ଗୁଡିକ ଧାରଣ କରେ ଅନ୍ୟମାନେ ତାକୁ ଦେଖି ପ୍ରେରଣା ଲାଭ କରିପାରିବେ । ସଂପ୍ରତି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଛାତ୍ର ସମାଜର ମାନସିକ ସ୍ଥିତି ଦେଖି ଶିକ୍ଷକ ଓ ଶିକ୍ଷୟତ୍ରୀଗଣ ହତାଶ ହୋଇ ପଡନ୍ତି, ଏହା ଠିକ ନୁହେଁ । ଆନ୍ତରିକ ପ୍ରମ୍ଭାସ କେବେ ବ୍ୟର୍ଥ ଯାଏ ନାହିଁ ।ଆମକୁ ମନେ ରଖିବାକୁ ହେବ ଯେ ସଫଳତାର ମୁଖ୍ୟ ଆଧାର ହେଉଛି ବିଶ୍ୱାସ । ନିଜ ପ୍ରତି ବିଶ୍ୱାସ ନ ରହିଲେ କର୍ମରେ ସିଦ୍ଧି ମିଳେ ନାହିଁ । ଆତ୍ମବିଶ୍ୱାସ ବଳରେ ଜଣେ ନିଜ ମଧ୍ୟରେ ଥିବା ସମସ୍ତ ଦୋଷ ଦୁର୍ବଳତା ସମାପ୍ତ ପୂର୍ବକ ସମାଜ ରେ ଏକ ଚରିତ୍ରବାନ ବ୍ୟକ୍ତିର ସମ୍ମାନ ଲାଭ କରିପାରେ । ଆତ୍ମବିଶ୍ୱାସ ଦ୍ୱାରା ବ୍ୟକ୍ତି ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ । କାରଣ ମନୁଷ୍ୟର ଚେତନାରେ ଅନେକ ସୁଷୁପ୍ତ ଓ ଗୁପ୍ତ ଶକ୍ତି ବିଦ୍ୟମାନ । ଯାର ନିଜ ଉପରେ ବିଶ୍ୱାସ ନ ଥାଏ ସେହିଁ ହାରିଥାଏ । ପ୍ରତ୍ୟେକ ମହାନ ବ୍ୟକ୍ତିଙ୍କ ସଫଳତା ପଛରେ ତିନୋଟି ବିଷୟରେ ଦୃଢ଼ ବିଶ୍ୱାସର କାରଣ ବୋଲି ଅନୁଧ୍ୟାନରୁ ଜଣାଯାଏ । ତାହା ହେଲା ୧) ନିଜ ପ୍ରତି ବିଶ୍ୱାସ ୨)ଇଶ୍ୱରଙ୍କ ଉପରେ ବିଶ୍ୱାସ ଓ ୩) ବିଶ୍ୱାସ ଉପରେ ବିଶ୍ୱାସ ।
ସ୍ଥିରତା, ପୂର୍ଣ୍ଣ ବିଶ୍ୱାସ, ପୂର୍ଣ୍ଣ ଶ୍ରଦ୍ଧା, ଉଚ୍ଚ ଚରିତ୍ର, ନିଶ୍ଚୟ, ଦୃଢ଼ତା, ବୃଦ୍ଧି, ସାହସ, ଅଚଳ, ଉସôାହ, ପରିଶ୍ରମ,ସାହସ, ଞ୍ଚଞ୍ଚ , ଏକାଗ୍ରତା ଆଦି ବିଷୟ ଆତ୍ମବିଶ୍ୱାସ ନିକଟରେ ଦେଖିବାକୁ ମିଳେ । କାରଣ ଉପରୋକ୍ତ ଗୁଣ ଧାରଣ କରିଥିବାରୁ ବ୍ୟକ୍ତିର ଆତ୍ମବିଶ୍ୱାସ ଦୃଢ଼ ହୁଏ ଓ ତାକୁ ନିର୍ମାଣାତ୍ମକ (ରଚନାତ୍ମକ) କାର୍ଯ୍ୟ ପାଇଁ ଉସôାହିତ କରେ । ମହାନ କାର୍ଯ୍ୟ ପାଇଁ ମନର ସ୍ଥିତି ମଧ୍ୟ ମହାନ ହେବା ଉଚିତ । ମନରେ ସନ୍ଦେହକୁ ଆଦୌ ସ୍ଥାନ ଦେବା ଉଚିତ ନୁହେଁ । କାରଣ ଏହା ବିଷଧର ସର୍ପ ଠାରୁ ମଧ୍ୟ ଆହୁରି ହାନିଦାୟକ । ସଦ୍ଧେହଶୀଳ ବ୍ୟକ୍ତି କର୍ମହୀନ ହୋଇଯାଏ । ଭଗବାନ କୌଣସି ନକରାତ୍ମକ ବିଷୟ ସୃଷ୍ଟି କରି ନାହାନ୍ତି । ଏଗୁଡିକ ମଣିଷର କୁ ବି·ରକୁ ଜନ୍ମ ନେଉଛନ୍ତି । ମଣିଷ ଭଗବାନଙ୍କୁ ମାତା, ପିତା, ବଦ୍ଧୁ ଆଦି ସର୍ବ ସମ୍ବଦ୍ଧରେ ପ୍ରର୍ଥନା କରେ । ଭଗବାନ (ପରମାତ୍ମା) ଅଶରୀରୀ ହୋଇଥିବାରୁ ତାଙ୍କ ସହିତ କେବଳ ଆତ୍ମିକ ସମ୍ବଦ୍ଧ ଥାଏ । ତାହା ହେଉଛି ସ୍ରଷ୍ଟା ସୃଷ୍ଟି ବା ପିତା ଓ ପୁତ୍ରର ସମ୍ବଦ୍ଧ । ସେ ହେଉଛନ୍ତି ଜ୍ଞାନ, ପବିତ୍ରତା, ସୁଖ, ଶାନ୍ତି, ଆନନ୍ଦ, ପ୍ରେମ ଓ ଶକ୍ତିର ମହାସାଗର । ଦେହାଭିମାନ ତ୍ୟାଗ କରି ତାଙ୍କ ସହିତ ଆତ୍ମିକ ସମ୍ବଦ୍ଧ ସ୍ଥାପନ କଲେ ସେହି ଇଶ୍ୱରୀୟ ସମ୍ଭାର ସ୍ବତଃ ମଣିଷକୁ ସହଜରେ ଅତିକ୍ରମ କରିଯାଏ । ଏଥିପାଇଁ ମନକୁ କୁ ବି·ରଗୁଡିକରୁ ମୁକ୍ତ ରଖିବାକୁ ହେବ । ମନ ମୁକ୍ତ ହେଲେ ଆଶା ଓ ବିଶ୍ୱାସରେ ଭରିଯାଏ ଓ ମଣିଷ ପ୍ରତ୍ୟେକ କାର୍ଯ୍ୟ ସହଜ ଭାବରେ ସମ୍ପନ୍ନ କରିବାରେ ସକ୍ଷମ ହୁଏ ।
ପ୍ରତେକ ସଫଳ ବ୍ୟକ୍ତିର ପ୍ରଥମ ଲକ୍ଷଣ ହେଉଛି ଆତ୍ମବିଶ୍ୱାସ । ନିଜ ଯୋଗ୍ୟତା ଉପରେ ବିଶ୍ୱାସ ରଖିବା ଆବଶ୍ୟକ । ଆତ୍ମବିଶ୍ୱାସୀ ବ୍ୟକ୍ତିର ମୁଖମଣ୍ଡଳରେ ବିଜୟ ମୁଦ୍ରା ଦେଖାଯାଏ । ସମଗ୍ର ସଂସାର ଏପରି ବ୍ୟକ୍ତିର ଜୟଗାନ କରନ୍ତି । ସଫଳତାର ରାସ୍ତାରେ ପ୍ରତିବଦ୍ଧକ ଗୁଡିକୁ ଦ୍ୱର କରିବା ପାଇଁ ଆତ୍ମବିଶ୍ୱାସ ମନ୍ତ୍ର ପରି ଚମକôାର କାର୍ଯ୍ୟ କରିଥାଏ । ଆତ୍ମବିଶ୍ୱାସୀ ବ୍ୟକ୍ତି ଯେକୌଣସି କଠିଣ କାର୍ଯ୍ୟକୁ ଅନାୟାସରେ ସମ୍ପନ୍ନ କରିବାରେ ସକ୍ଷମ ହୁଏ । ବର୍ମାନ ମାନବ ସମାଜ ଯୁଗ ପରର୍ନର ଦ୍ୱାର ଦେଶରେ ଦଣ୍ଡାୟମାନ । ଦ୍ୱାରର ଅପରପାଶ୍ୱର୍ରେ ଏକ ସୁଖ-ଶାନ୍ତି-ସମୃଦ୍ଧ ଓ ପବିତ୍ର ଦୁନିଆ ଆମ ପାଇଁ ଅପେକ୍ଷାରତ । ଏହି ପରିବର୍ନର ଧାରାରେ ସାମିଲ ହେବା ପାଇଁ ନୈତିକ ମୂଲ୍ୟ ଧାରଣ ଏକାନ୍ତ ଅପରିହାର୍ଯ୍ୟ ।
ଶିବଶକ୍ତି ହୋମିଓ ସେବାସଦନ, ପାଟଣାଗଡ଼

ମୂଲ୍ୟର ମାନକ ବିନ୍ଦୁ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ମୂଲ୍ୟର ମାନକ ବିନ୍ଦୁ

ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ବିଭିନ୍ନ ମୂଲ୍ୟ କମ୍ ବା ବେଶି ଥାଏ । କେଉଁ ବ୍ୟକ୍ତି ପାଖରେ କେଉଁ ମୂଲ୍ୟ କେତେ ମାତ୍ରାରେ ଅଛି ତାହା କିପରି ମପା ଯାଇପାରିବ? ସମୁଦ୍ରରେ ଗତିପଥ ନିର୍ଣ୍ଣୟ ପାଇଁ ଧ୍ରୁବ-ତାରାର ସାହାଯ୍ୟ ନିଆଯାଏ । ଦୂରତ୍ୱ ମାପିବା ପାଇଁ ମିଟର, ମିଲିମିଟର, ସେିମିଟର, ଇ, ଗଜ ଆଦି ମାନକ ବ୍ୟବହାର କରାଯାଏ । ଭୂଗୋଳରେ ସ୍ଥାନ ନିରୂପଣ ପାଇଁ ଅକ୍ଷାଂଶ ଓ ଦ୍ରାଘିମା ରେଖାର ପରିକଳ୍ପନା କରାଯାଇଛି । ସେହିପରି ମନୁଷ୍ୟର ମୂଲ୍ୟ ବା ଗୁଣ ମାପିବା ପାଇଁ ‘କଳା’ (ଊରଶକ୍ସରର) ମାନକର ବ୍ୟବହାର ପ୍ରଚଳିତ । ପ୍ରାଚୀନ ଭାରତୀୟ ଶାସ୍ତ୍ରରେ ନର ଓ ନାରୀ ମଧ୍ୟରେ ସତ୍ୟଯୁଗୀୟ ଶ୍ରୀ ନାରାୟଣ ଓ ଶ୍ରୀ ଲକ୍ଷ୍ମୀଙ୍କୁ ସର୍ବଶ୍ରେଷ୍ଠ ସ୍ବୀକାର କରି ସେମାନଙ୍କୁ ସର୍ବୋଚ୍ଚ ୧୬କଳା (୧୬ ୟରଶକ୍ସରର) ସମ୍ପନ୍ନ ବୋଲି ବର୍ଣ୍ଣନା କରାଯାଇଛି । ଏହି କ୍ରମରେ ତ୍ରେତାଯୁଗୀୟ ଶ୍ରୀରାମ ଶ୍ରୀ ସୀତାଙ୍କୁ ୧୪କଳା ସମ୍ପନ୍ନ ବୋଲି କୁହାଯାଇଛି । ଅମାବାସ୍ୟା ପରଠାରୁ ପ୍ରତି ରାତ୍ରୀରେ ଚନ୍ଦ୍ରମାର ପ୍ରକାଶ ୧କଳା ଲେଖାଏଁ ବଢ଼ି ପୂର୍ଣ୍ଣମୀ ଦିନ ସମ୍ପୂର୍ଣ୍ଣ ୧୬କଳା ସମ୍ପନ୍ନ ହୁଏ । ମନୁଷ୍ୟର ବ୍ୟକ୍ତିତ୍ୱର ବିକାଶ  (ଐଙ୍କଜ୍ଞବଦ୍ଭ କ୍ସରଗ୍ଦକ୍ଟଙ୍କକ୍ସରମର ୟରଙ୍ଖରକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧ) କ୍ରମବର୍ଦ୍ଧିଷ୍ଣୁ ମୂଲ୍ୟ ବା ଗୁଣକୁ ମାପିବା ପାଇଁ ଏହିପରି କଳା (ଊରଶକ୍ସରର) ର ପରିକଳ୍ପନା କରାଯାଇଛି ।
ମୂଲ୍ୟର ଉତ୍ସ
ମୂଲ୍ୟ କୌଣସି ଭୌତିକ ବିଷୟ ନୁହେଁ । ଏହା ଏକ ସୂକ୍ଷ୍ମ ଆଧ୍ୟାତ୍ମିକ ଗୁଣ । ମନୁଷ୍ୟର ବ୍ୟବହାର ଦ୍ୱାରା ଏହା ପରିସ୍ଫୁଟ ହୁଏ । ଏହା ମନୁଷ୍ୟ ଜୀବନକୁ ସୁଗନ୍ଧିତ କରେ । ଏହି ମୂଲ୍ୟ ମନୁଷ୍ୟ ନିକଟକୁ କେଉଁଠାରୁ ଓ କିପରି ଆସେ? ପ୍ରତ୍ୟେକ ଅସ୍ତିତ୍ୱର ଉତ୍ସ ଥାଏ । ସେହିପରି ମୂଲ୍ୟର ଉତ୍ସ ମଧ୍ୟ ଅଛି । ମନୁଷ୍ୟ ସର୍ବଗୁଣ ସମ୍ପନ୍ନ କିପରି ହୁଏ? ଏହାରି ଉର ବିଜ୍ଞାନ ବା ଭୌତିକ ଜ୍ଞାନରେ ନାହିଁ । ଆଧ୍ୟାତ୍ମିକ ବ୍ୟକ୍ତି ଜାଣେ ଯେ ପ୍ରତ୍ୟେକ ଗୁଣ ବା ମୂଲ୍ୟର ଉତ୍ସ ହେଉଛନ୍ତି ସର୍ବାତ୍ମାଙ୍କ ପିତା ପରମାତ୍ମା । ତାଙ୍କୁ ସର୍ବ ଦିବ୍ୟ ଗୁଣ ଓ ଦିବ୍ୟ ଜ୍ଞାନର ମହା ସମୁଦ୍ର ବୋଲି କୁହାଯାଏ । ତାଙ୍କୁ ବାଦ୍ ଦେଇ ସଦ୍ଗୁଣ ବା ନୈତିକ ମୂଲ୍ୟ ପ୍ରାପ୍ତ ହେବା ଏକ ଦୁରାଶା ମାତ୍ର । ମନୁଷ୍ୟ ଏକ ଚୈତନ୍ୟ ପ୍ରାଣୀ । ତା’ମଧ୍ୟରେ ଭଲ ବା ମନ୍ଦର ଇଚ୍ଛା ଉପôନ୍ନ ହୋଇପାରେ । ସେ ଚିନ୍ତା କରିପାରେ । ଭାବ ପ୍ରବଣତା ଓ ଜିଜ୍ଞାସା ପ୍ରବୃି କେବଳ ମନୁଷ୍ୟାତ୍ମା ଦ୍ୱାରାହିଁ ସମ୍ଭବ ହୁଏ । ମୁନଷ୍ୟ ବ୍ୟତୀତ ନୈତିକ ଯୋଗ୍ୟତା ଅନ୍ୟ କାହାଠାରେ ନାହିଁ । ପ୍ରକୃତିର କୌଣସି ବସ୍ତୁ ବା ତ୍ୱରେ ଏହି କ୍ଷମତା ନାହିଁ । ତେଣୁ ତାହା ଜଡ଼ ବା ଅଚେତନ । ନୈତିକତା ସହିତ ତା’ର କୌଣସି ସମ୍ବନ୍ଧ ନାହିଁ । ମନୁଷ୍ୟ ଚେତନଶୀଳ ହୋଇଥିବାରୁ ସୁଖ ଦୁଃଖର ଅନୁଭବ କରିପାରେ । କେଉଁ କର୍ମ ଦ୍ୱାରା ସୁଖ ଓ କେଉଁ କର୍ମ ଦ୍ୱାରା ଦୁଃଖ ପ୍ରାପ୍ତ ହେବ ଏହା ବି·ର କରି ଉଚିତ କର୍ମ କରିବାର କ୍ଷମତା କେବଳ ମନୁଷ୍ୟଠାରେ ଦେଖାଯାଏ । ଏହି କାରଣରୁ ନୈତିକ ମୂଲ୍ୟ ପ୍ରସଙ୍ଗରେ ଚୈତନ୍ୟ ଆତ୍ମା ବିଷୟରେ ଚର୍ଚ୍ଚା ଅତ୍ୟାବଶ୍ୟକ ମନେ ହୁଏ । ଚେତନା  (ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ) ବିନା ନୈତିକତାର ଚର୍ଚ୍ଚା ବ୍ୟର୍ଥ ।
ଗୋଟିଏ ପରିବାରରେ ପ୍ରତ୍ୟେକଙ୍କ ସ୍ବଭାବ ସଂସ୍କାର ଭିନ୍ନ ଭିନ୍ନ ଥାଏ । ଗୋଟିଏ ପିତାର ଦୁଇଟି ସନ୍ତାନ ମଧ୍ୟରେ ସ୍ବଭାବ, ଗୁଣ ଓ କର୍ମ ମଧ୍ୟରେ ପ୍ରଭେଦ ଦେଖାଯାଏ । ନୈତିକ ଶିକ୍ଷା ଦ୍ୱାରା ମନୁଷ୍ୟ ମଧ୍ୟରେ ଥିବା କୁସଂସ୍କାର ଓ ଅବଗୁଣଗୁଡ଼ିକୁ ସଂଶୋଧନ କରି ତାକୁ ନୈତିକତା ସମ୍ପନ୍ନ କରାଯାଇପାରେ । କର୍ମ ଦ୍ୱାରା ସଂସ୍କାର ହୁଏ । ସଂସ୍କାର ଅନୁସାରେ ବ୍ୟକ୍ତିର ପ୍ରକୃତି ହୁଏ । ମାତୃଗର୍ଭରୁ ଭୂମିଷ୍ଠ ହୋଇ ବୟସ ବୃଦ୍ଧି ସହିତ ମାନବ ଶିଶୁଠାରେ ବିଭିନ୍ନ ପ୍ରକାର ସଂସ୍କାର ପରିଲକ୍ଷିତ ହୁଏ । ଏହା ତା’ର ପୁନର୍ଜନ୍ମକୁ ପ୍ରମାଣ କରେ । ପୁନର୍ଜନ୍ମ ସିଦ୍ଧାନ୍ତ ଉପରେ ଯଥାର୍ଥ ଆଲୋଚନା ବିନା ନୈତିକ ଶିକ୍ଷା ଦ୍ୱାରା ପୂର୍ଣ୍ଣ ଲାଭ ପ୍ରାପ୍ତ ହୁଏ ନାହିଁ । ଯେଉଁମାନେ ପୁନର୍ଜନ୍ମ ସିଦ୍ଧାନ୍ତକୁ ସ୍ବୀକାର କରନ୍ତି ନାହିଁ ସେମାନେ ଇହ ଜନ୍ମରେ ଯେକୌଣସି ଉପାୟରେ ଧନ ଉପାର୍ଜନ କରି ସୁଖ ସ୍ବାଚ୍ଛନ୍ଦ୍ୟ, ଭୋଗ, ବିଳାସ ଓ ବ୍ୟସନରେ ଜୀବନ ଯାପନ ପାଇଁ ପଶ୍ଚା୍ପଦ ହୁଅନ୍ତି ନାହିଁ । ସେମାନେ ·ର୍ବାକଙ୍କ ନୀତି ଅନୁସରଣ ପୂର୍ବକ ଋଣ କରି ଘିଅ ଖାଇଲେ ଓ ଜୀବନକୁ ଭୌତିକ ସୁଖ ମଧ୍ୟରେ ବ୍ୟତୀତ କରିବାର ସମସ୍ତ ପ୍ରକାର ପ୍ରଯନô କରିବେ । କାରଣ ସେମାନେ ଆତ୍ମାର ଅସ୍ତିତ୍ୱକୁ ସ୍ବୀକାର କରନ୍ତି ନାହିଁ । ସେମାନେ କହନ୍ତି, “ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାଗମନଂ କୁତଃ’’ । ଏପରି ଲୋକଙ୍କ ପାଇଁ ନୈତିକତା, ସଦ୍କର୍ମ, ନୈତିକ ମୂଲ୍ୟ ଧାରଣ, ଆତ୍ମାର ଶୁଦ୍ଧିକରଣ ଆଦି ଅର୍ଥହୀନ । ତେଣୁ ଆତ୍ମା ଓ ପରମାତ୍ମା କହିଲେ ଅତୁ୍ୟକ୍ତି ହେବ ନାହିଁ । ସମ୍ପାଦକ, ଚେତନା ପ୍ରବାହ
ମାର୍ଫତ: ଶିବ-ଶକ୍ତି ହୋମିଓ ସେବା ସଜନ
କାଦୋପଡ଼ା ଗଳି, ବସଷ୍ଟାଣ୍ଡ ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋ: ୯୪୩୭୨୧ଠ୨୯୬

ମୂଲ୍ୟଗୁଡିକର ପ୍ରକାର ଭେଦ--ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସମ୍ପାଦକ, ଚେତନା ପ୍ରବାହ,

                               ମୂଲ୍ୟଗୁଡିକର ପ୍ରକାର ଭେଦ

ମନୁଷ୍ୟ ଜୀବନର ବିବିଧ ଦିଗ ରହିଛି । ମୂଲ୍ୟ ମାନବ ଜୀବନ ସହିତ ଓତଃପ୍ରୋତ ଭାବେ ଜଡିତ ହୋଇଥିବାରୁ ଏହା ମଧ୍ୟ ବିବିଧ ପ୍ରକାର ଅଟେ । ପ୍ରତ୍ୟେକ ମୂଲ୍ୟର ବିକାଶରେ ମାନବର ସର୍ବାଙ୍ଗୀନ ବିକାଶ ହୁଏ । ନିମ୍ନରେ କତିପୟ ମୂଲ୍ୟର ପରିଭାଷା ଓ ବର୍ଣ୍ଣନା ଉପସ୍ଥାପନା କରାଯାଇଛି । ବ୍ୟକ୍ତିର ବୌଦ୍ଧିକ ଓ ସାଂସ୍କୃତିକ ବୋଧଶକ୍ତି ଅନୁସାରେ ସେ ନିମ୍ନଲିଖିତ ମୂଲ୍ୟଗୁଡ଼ିକ ମଧ୍ୟରୁ ଏକ ବା ଏକାଧିକ ମୂଲ୍ୟକୁ ପ୍ରାଥମିକତା ପ୍ରଦାନ କରିଥାଏ ।
ସୌନ୍ଦର୍ଯ୍ୟାତ୍ମକ ମୂଲ୍ୟ :
ସର୍ବୋଚ୍ଚ ସା ପରମାତ୍ମାଙ୍କୁ ଭକ୍ତି ଶାସ୍ତ୍ରରେ ସତ୍ୟଂ-ଶିବଂ-ସୁନ୍ଦରଂ ବୋଲି ପ୍ରାର୍ଥନା କରାଯାଇଛି । ଅର୍ଥାତ୍ ସତ୍ୟ ସ୍ବରୂପ ପରମାତ୍ମା କଲ୍ୟାଣକାରୀ (ଶିବଂ) ଏବଂ ସୁନ୍ଦର ଅଟନ୍ତି । ପରମାତ୍ମାଙ୍କ ଏହି ସୌନ୍ଦର୍ଯ୍ୟ କାୟିକ ନୁହେଁ ଆତ୍ମିକ ଓ ନୈସର୍ଗିକ । ଏହାର ଅନ୍ତ ନାହିଁ । ପ୍ରତ୍ୟେକ ଆଧ୍ୟାତ୍ମିକ ବ୍ୟକ୍ତି ସୌନ୍ଦର୍ଯ୍ୟ ମଧ୍ୟରେ ପରମାତ୍ମାଙ୍କ ଦର୍ଶନ କରନ୍ତି । ସୌନ୍ଦର୍ଯ୍ୟ ପିପାସୁ କବି ଗାଏ; “ଯିସ୍କି ରଚନା ଇତ୍ନି ସୁନ୍ଦର ୱହ କିତ୍ନା ସୁନ୍ଦର ହୋଗା ।” ପ୍ରକୃତିର ନୈସର୍ଗିକ ସୁନ୍ଦରତା ମଧ୍ୟରେ କବି ପରମାତ୍ମାଙ୍କ ଅସୀମ ସୌନ୍ଦର୍ଯ୍ୟର ପରିକଳ୍ପନା କରେ । ଚିତ୍ରକାର ତାଙ୍କର ସୁନ୍ଦରତାର ଅଭିବ୍ୟକ୍ତି କରେ ତୂଳୀ ମାଧ୍ୟମରେ । କଳା ମାଧ୍ୟମରେ ସର୍ବୋଚ୍ଚ ସା ପରମାତ୍ମାଙ୍କ ସୁନ୍ଦରତାର ଅଭିବ୍ୟକ୍ତି କରିବା ହେଉଛି ସୌନ୍ଦର୍ଯ୍ୟାତ୍ମକ ମୂଲ୍ୟ ।
କଳାତ୍ମକ ମୂଲ୍ୟ :
ସୌନ୍ଦର୍ଯ୍ୟାତ୍ମକ ମୂଲ୍ୟଠାରୁ କଳାତ୍ମକ ମୂଲ୍ୟର ଉପôି । ଏହା ବୌଦ୍ଧିକତା ଓ କଳାତ୍ମକତା ପ୍ରତି ସୂଚିତ କରେ । ସମୟାନୁକ୍ରମେ ଏହା ପରିବର୍ନ ହୁଏ । ଏହା ଯେତେ ଅଧିକ ଶାସ୍ତ୍ରୀୟ ହୁଏ ସୌନ୍ଦର୍ଯ୍ୟାତ୍ମକ ମୂଲ୍ୟର ସେତେ ଅଧିକ ନିକଟତର ହୁଏ ।
ନିଗମିତ ମୂଲ୍ୟ :
ଏହା କୌଣସି ନିଗମ ବିଶେଷର ଲକ୍ଷ୍ୟ ସ୍ପଷ୍ଟ କରେ । ନିଗମମାନଙ୍କର ବ୍ୟାପାରିକ ସ୍ବାର୍ଥକୁ ପ୍ରାଥମିକତା ଦେଇ  ଏହା ପ୍ରଚଳନ କରାଯାଇଥାଏ । ଏଥିରେ କର୍ମ·ରୀମାନଙ୍କର ଶିଷ୍ଟା·ର ଓ କାର୍ଯ୍ୟ ପ୍ରଣାଳୀ ସଂଯୋଜିତ ଥାଏ । ବ୍ୟବସାୟିକ ଲାଭକୁ ପ୍ରାଧାନ୍ୟ ଦିଆଯାଉଥିବାରୁ କର୍ମ·ରୀଗଣ ଖାଉଟି ମାନଙ୍କ ସହିତ କିପରି ପ୍ରଭାବଶାଳୀ କଥାବାର୍ା କରିବେ ତାହା ଏହି ମୂଲ୍ୟର ଅନ୍ତର୍ଭୁକ୍ତ ଅଟେ । ଏତଦ୍ବ୍ୟତୀତ କର୍ମ·ରୀମାନଙ୍କ କାର୍ଯ୍ୟକୁଶଳତା, ଉପôାଦକତା, ଯୋଗ୍ୟତା, ଉପଭୋକ୍ତାମାନଙ୍କ ଜୀବନ ସ୍ତର ବୃଦ୍ଧି ପାଇଁ ଉଚ୍ଚକୋଟିର ଉପôାଦ ଗୁଡିକର  ବିକାଶ, ଉପôାଦନ ଏବଂ ବିତରଣ ପ୍ରକି୍ରୟା ଆଦି ନିଗମିତ ମୂଲ୍ୟ ଅନ୍ତର୍ଗତ ।
ସାଂସ୍କୃତିକ ମୂଲ୍ୟ :
କୌଣସି ନିର୍ଦ୍ଧିଷ୍ଟ ଭୂଖଣ୍ଡରେ ବସବାସ କରୁଥିବା ମାନବ ସମାଜର ଜୀବନ ଧାରଣର ପ୍ରଣାଳୀ ଓ ସାମାଜିକ ଦୃଷ୍ଟିକୋଣକୁ ସଂସ୍କୃତି କୁହାଯାଏ । ସଂପ୍ରତି ବିଜ୍ଞାନର ନିତ୍ୟ ନୂତନ ଆବିଷ୍କାର ଫଳରେ ସମଗ୍ର ବିଶ୍ୱର ଜନ ସମୁଦାୟ ନିଜ ନିଜ ସଂସ୍କୃତି ପରାଙ୍ମୁଖ ହୋଇ ଭୌତିକ ସଂସ୍କୃତି ପ୍ରତି ଆକର୍ଷିତ ହେଉଛନ୍ତି । ଏପରି କ୍ଷେତ୍ରରେ ସାଂସ୍କୃତିକ ମୂଲ୍ୟ ପାରମ୍ପାରିକ ପର୍ବପର୍ବାଣୀ, ବିଭିନ୍ନ ସାମାଜିକ ରୀତି ନୀତି ପାଳନ, ଜୀବନ ଶୈଳୀ ଆଦି ସଂରକ୍ଷଣ ପାଇଁ ପ୍ରାଧାନ୍ୟ ହୁଏ । ଏହି ମୂଲ୍ୟ ପାଳନ ଦ୍ୱାରା ବ୍ୟକ୍ତି ମାତୃଭାଷା, ବ୍ୟବହାର, ବିବାହ ପ୍ରଥା, ମୃତକର ସଂସ୍କାର ବିଧି ଆଦି ପାରମ୍ପାରିକ ରୀତିନୀତିର ମୌଳିକତା ବଜାୟ ରଖେ । କଳା, ସାହିତ୍ୟ, ଶିଳ୍ପକଳା ଏବଂ ସଂଗୀତ ଏହି ମୂଲ୍ୟର ଅନ୍ତର୍ଗତ । ଏତଦ୍ବ୍ୟତୀତ ଲୋକତ୍ସବ, ପର୍ବପର୍ବାଣୀ ସମୟରେ ଭୋଜନ ବ୍ୟବସ୍ଥା, ପୋଷାକ ପରିଚ୍ଛଦ, ଅତିଥି ସକ୍ରାର, ପାରିବାରିକ ଓ ସାମାଜିକ ଆ·ର ସଂହିତା ଆଦି ବିଷୟ ସାଂସ୍କୃତିକ ମୂଲ୍ୟ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ।
ଆର୍ଥିକ ମୂଲ୍ୟ :
ଅର୍ଥୋପାର୍ଜନର କାର୍ଯ୍ୟ କ୍ଷମତା ତଥା ଉପôାଦକତାର ଆଧାରରେ ମନୁଷ୍ୟର ଆର୍ଥିକ ମୂଲ୍ୟ ନିରୂପିତ ହୁଏ । ସାଧାରଣତଃ ଦେଖାଯାଏ ଯେ ଧନୀ ବ୍ୟକ୍ତିର ମାନ ଗରିବଠାରୁ ବହୁତ ଉଚ୍ଚରେ । ଧନ ମନୁଷ୍ୟର ସମସ୍ତ ଭୌତିକ ଅଭିଳାଷ ପୂର୍ଣ୍ଣ କରିଥାଏ । ଅର୍ଥ ଉପାର୍ଜନ ଦ୍ୱାରା ଉଚ୍ଚକୋଟୀର ବାସଗୃହ ନିର୍ମାଣ, ମୂଲ୍ୟବାନ ପୋଷାକ ପରିଚ୍ଛଦ, ଅଳଙ୍କାର, ମୋଟର ଗାଡି, ତଥା ବିଭିନ୍ନ ବିଳାସ ବ୍ୟସନ ସାମଗ୍ରୀ ଗୁଡିକର କ୍ରୟ ଆଦି ମନୁଷ୍ୟର ଆର୍ଥିକ ମୂଲ୍ୟର ନିଦର୍ଶନ ।
ପର୍ଯ୍ୟାବରଣୀୟ ମୂଲ୍ୟ :
ପ୍ରାକୃତିକ ସମ୍ପଦ ଓ ପରିବେଶର ସୁରକ୍ଷା ପ୍ରତ୍ୟେକ ମନୁଷ୍ୟ ପାଇଁ ଅନିବାର୍ଯ୍ୟ କର୍ବ୍ୟ । ସଂପ୍ରତି ଅଧିକାଂଶ ମନୁଷ୍ୟ ଏହି କର୍ବ୍ୟ ପ୍ରତି ସଚେତନ ନୁହନ୍ତି । ସେମାନେ ବହୁ ମୂଲ୍ୟ କାଷ୍ଠ ନିର୍ମିତ ଉପକରଣ ଦ୍ୱାରା ବୈଠକ ଓ ଶୟନ କକ୍ଷର ଶୋଭା ବର୍ଦ୍ଧନ ପୂର୍ବକ ନିଜ ଆଭିଜାତ୍ୟ ପ୍ରଦର୍ଶନ କରନ୍ତି । ଏଥିପାଇଁ ଜଙ୍ଗଲରୁ ମୂଲ୍ୟବାନ ବୃକ୍ଷସବୁ କଟା ହେଉଛି । କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆପୂିର୍ ପୂରଣ କରିବା ପାଇଁ ଅଧିକରୁ ଅଧିକ କଳକାରଖାନା ସ୍ଥାପନ ଫଳରେ ଜଙ୍ଗଲ ଉଚ୍ଛେଦ ହେଉଛି । ଏହା ଫଳରେ ପ୍ରାକୃତିକ ପରିବେଶର ସନ୍ତୁଳନ କ୍ରମଶଃ ନଷ୍ଟ ହେବାରେ ଲାଗିଛି । ଏହିପରି ଏକ ଘଡି ସନ୍ଧି ମୁହୂର୍ରେ ପର୍ଯ୍ୟାବରଣୀୟ ମୂଲ୍ୟର ଧାରଣ ଅପରିହାର୍ଯ୍ୟ ମନେହୁଏ । ଏହି ମୂଲ୍ୟ ପ୍ରାକୃତିକ ସମ୍ପଦର ସୁରକ୍ଷା, ବିଭିନ୍ନ ପ୍ରକାର ପଶୁପକ୍ଷୀ, କୀଟ ଆଦି ଲୁପ୍ତ ପ୍ରାୟ ପ୍ରଜାତିଗୁଡିକର ସଂରକ୍ଷଣ ତଥା ପର୍ଯ୍ୟାବରଣ ପ୍ରଦୁଷଣ ରୋକିବା ପାଇଁ ଯଥା ସାଧ୍ୟ ଉଦ୍ୟମ ତଥା ବିଭିନ୍ନ ଖଣିଜ ଦ୍ରବ୍ୟର ଉେାଳନ ପରେ ପରିତ୍ୟକ୍ତ ହୋଇ ପଡିଥିବା ଭୂମିର ପୂର୍ବସ୍ଥିତି ଫେରାଇ ଆଣିବାର ପ୍ରଯନôକୁ ପର୍ଯ୍ୟାବରଣୀୟ ମୂଲ୍ୟ କହନ୍ତି ।
ନୀତି ଶାସ୍ତ୍ରୀୟ ମୂଲ୍ୟ :
ଆଧ୍ୟାତ୍ମିକ ମନୁଷ୍ୟ ଅନୁଭବର କଷଟିରେ ମାନବ ଜୀବନର ବିଭିନ୍ନ ଆୟାମ ପରଖି ବ୍ୟବହାର ଉପଯୋଗୀ କୌଣସି ଏକ ସିଦ୍ଧାନ୍ତରେ ଉପନୀତ ହୁଏ । ଏହାକୁ ନୀତି କହନ୍ତି । ଏହିପରି ଅନେକ ନିୀତି ସଂକଳିତ ହୋଇ ପୁସ୍ତକ ବା ଗ୍ରନ୍ଥ ରୂପ ନେଲେ ତାହା ନୀତି ଶାସ୍ତ୍ର ନାମରେ ନାମିତ ହୁଏ । ନୈତିକ ସିଦ୍ଧାନ୍ତଗୁଡିକ କୌଣସି ବ୍ୟକ୍ତି ବିଶେଷର କାର୍ଯ୍ୟ ବ୍ୟବହାରରେ ବ୍ୟକ୍ତ ହେଲେ ସେଗୁଡିକୁ ନୀତି ଶାସ୍ତ୍ରୀୟ ମୂଲ୍ୟ କହନ୍ତି । ଏହା ଅନୁସାରେ ଶରୀର କେବଳ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ପରିପ୍ରକାଶ ପାଇଁ ଏକ ମାଧ୍ୟମ ମାତ୍ର । ଏଥିରେ ଆତ୍ମା ନାମକ ଏକ ଆଧ୍ୟାତ୍ମିକ ସାର ସଂଯୋଗ ହେଲେ ଏହା କାର୍ଯ୍ୟକ୍ଷମ ହୁଏ; ଅନ୍ୟଥା ପ ଭୂତରେ ନିର୍ମିତ ଏହି ଜଡ ଶରୀର ପୁନଶ୍ଚ ମୌଳିକ ତ୍ୱରେ ବିଲୀନ ହୋଇଯାଏ । ତେଣୁ ଏହି ଚୈତନ୍ୟ ସା ଆତ୍ମା ଶରୀରଠାରୁ ମୂଲ୍ୟବାନ ଅଟେ । ସଂଯମ, ଅହିଂସା, ସାଧୁତା, ନ୍ୟାୟପରାୟଣତା, ସଚ୍ଚୋଟତା, ବିଶ୍ୱାସନୀୟତା ଆଦି ନୀତି ଶାସ୍ତ୍ରୀୟ ମୂଲ୍ୟ ଅନ୍ତର୍ଗତ । ତେଣୁ ମୂଲ୍ୟ ସୂଚୀରେ ଏହାର ସ୍ଥାନ ସର୍ବୋପରି । ନୀତି ଶାସ୍ତ୍ରୀୟ ମୁଲ୍ୟ ସଂପନ୍ନ ବ୍ୟକ୍ତି ସମାଜରେ ଦେବତା ତୁଲ୍ୟ ସମ୍ମାନନୀୟ ଓ ପୂଜନୀୟ ହୁଅନ୍ତି । ନୈତିକ ସାହସ ଦ୍ୱାରା ଏହି ମୂଲ୍ୟଗୁଡିକୁ ଅନାୟାସରେ ଧାରଣ କରିହୁଏ । ନୈତିକତା ସମ୍ପନ୍ନ ବ୍ୟକ୍ତି ଯେତେବଡ ବାଧା ବିଘ୍ନ ଆସୁ ନା କାହିଁକି ନିଜର ନୈତିକତା ପରିହାର କରନ୍ତି ନାହିଁ । ନୈତିକତାର ରକ୍ଷା ପାଇଁ ସେ ନିଜ ପ୍ରାଣ ବଳି ଦେବାକୁ ମଧ୍ୟ କୁଣ୍ଠିତ ହୁଅନ୍ତି ନାହିଁ ।
ପାରିବାରିକ ମୂଲ୍ୟ :
ପରିବାରରେ ପରସ୍ପର ପ୍ରତି ସ୍ନେହ ଭାବ ରଖିବା, ପ୍ରତ୍ୟେକେ ନିଜ ନିଜ କର୍ବ୍ୟକୁ ନିଷ୍ଠା ପୂର୍ବକ ପାଳନ କରିବା, ଅନ୍ୟମାନଙ୍କ ଭଲ ମନ୍ଦର ଧ୍ୟାନ ରଖିବା, ମିଷ୍ଟଭାଷୀ ହେବା, ଅନ୍ୟମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇଦେବା, ସେମାନଙ୍କୁ ବିପଦରୁ ରକ୍ଷା କରିବା, ରୋଗ, ଶୋକ, ଦୁର୍ଘଟଣା ଆଦି ସମୟରେ ଉପସ୍ଥିତ ରହିବା ଆଦି ପାରିବାରିକ ମୂଲ୍ୟର ଅନ୍ତର୍ଭୁକ୍ତ । ଏହିସବୁ ପାରିବାରିକ ମୂଲ୍ୟ ଦ୍ୱାରା ପାରିବାରିକ ଜୀବନ ସ୍ତର ଉନ୍ନତ ହୁଏ । ପରିବାର ହିଁ ସମାଜର ଏକକ । ପ୍ରତ୍ୟେକ ପରିବାର ସୁଖୀ ହେଲେ ସମାଜ ମଧ୍ୟ ସୁଖୀ ହେବ ଓ ଏ ବିଶ୍ୱ ସ୍ବର୍ଗ ଭଳି ପ୍ରତୀୟମାନ ହେବ ।
ଦ୍ରବ୍ୟାତ୍ମକ ମୂଲ୍ୟ :
ଯେଉଁ ବସ୍ତୁ ଯେତେ ଉପଯୋଗୀ, ଦୁଷ୍ପ୍ରାପ୍ୟ, ଶକ୍ତ, ଆକର୍ଷକ- ତାହାର ମୂଲ୍ୟ ସେତିକି ଅଧିକ । ଏହି ଦୃଷ୍ଟିରୁ ହୀରା, ନୀଳା, ମୋତି, ମାଣିକ୍ୟ, ସୁବର୍ଣ୍ଣ, ରୋପ୍ୟ ଆଦି ଧାତୁଗୁଡିକୁ ମୂଲ୍ୟବାନ ମନେ କରାଯାଏ । ଆବହମାନ କାଳରୁ ମଣିଷ ଏଗୁଡିକୁ ·ହିଦା ଅନୁସାରେ ମୂଲ୍ୟବାନ ବସ୍ତୁ ରୂପେ ସ୍ବୀକାର କରି ଆସୁଛି । ଆଧ୍ୟାତ୍ମିକ ଓ ବୈଶ୍ୱିକ ମୂଲ୍ୟର ତୁଳନା ବିଶେଷକରି ହୀରା ଓ ସୁନା ସହିତ କରାଯାଏ । ଉଦାହରଣ ସ୍ବରୂପ ଯିଏ ପବିତ୍ର ଓ ଆଧ୍ୟାତ୍ମିକ ଜୀବନ ଯାପନ କରନ୍ତି ତାଙ୍କ ପାଇଁ କୁହାଯାଏ ଯେ ତାଙ୍କ ଜୀବନ ହୀରା ତୁଲ୍ୟ । ବାପା ମା’ ଆଜ୍ଞାକାରୀ ଗୁଣବାନ ପିଲାକୁ “ସୁନା ପିଲା” ବୋଲି କହନ୍ତି । ବିଭିନ୍ନ ବ୍ୟକ୍ତି ପାଇଁ ବିଭିନ୍ନ ପରିସ୍ଥିତିରେ ବସ୍ତୁ ବା ଦ୍ରବ୍ୟଗୁଡିକର ମୂଲ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଉଦାହରଣ ସ୍ବରୂପ ଗୋଟିଏ ଢ଼ାଳ ପାଣିର କୌଣସି ମୂଲ୍ୟ ନାହିଁ । ଯାହାକୁ ମାଗିଲେ ମଧ୍ୟ ମାଗଣାରେ ଏହା ମିଳିଯାଏ । ଜଳହୀନ ସ୍ଥାନରେ ଜଣେ ତୃଷାତୁର ବ୍ୟକ୍ତି ପାଇଁ ହୀରା ବା ସୁନା ଅପେକ୍ଷା ପାଣି ଢ଼ାଳେ ଖୁବ୍ ମୂଲ୍ୟବାନ୍ । ଜଳ ବିନିମୟରେ ଜଣେ ତୃଷାର୍ ବ୍ୟକ୍ତି କୋଟି କୋଟି ଟଙ୍କାର ହୀରା ଓ ସୁନାକୁ ଅକୁଣ୍ଠିତ ଭାବରେ ପ୍ରଦାନ କରିବାକୁ ପଶ୍ଚାପଦ ହେବ ନାହିଁ ।
ଗାଣିତିକ ମୂଲ୍ୟ :
ଅଭୌତିକ ବସ୍ତୁଗୁଡିକର ମୂଲ୍ୟ ବର୍ଣ୍ଣନା କରିବା ପାଇଁ ଗାଣିତିକ ମୂଲ୍ୟର ଆବଶ୍ୟକତା ପଡେ । କୌଣସି ବ୍ୟକ୍ତିର ମାନବୀୟ ମୂଲ୍ୟର ମୂଲ୍ୟାଙ୍କନ କରିବା ପାଇଁ ଏହି ମୂଲ୍ୟର ସାହାଯ୍ୟ ନିଆଯାଏ । କୌଣସି ବ୍ୟକ୍ତି ବା ବସ୍ତୁର କାର୍ଯ୍ୟକ୍ଷମତା ଆକଳନ କରିବା ପାଇଁ ସାଧାରଣତଃ ଗାଣିତିକ ମୂଲ୍ୟ ଶତକଡା ବ୍ୟବହାର କରାଯାଏ । ଏହି ପ୍ରଣାଳୀ ଅନୁସାରେ ବିଭିନ୍ନ ବସ୍ତୁର ଶତକଡା ହାରରେ ଗୁଣବା ଓ କାର୍ଯ୍ୟ କ୍ଷମତାର ସାରଣୀ ପ୍ରସ୍ତୁତ କରି ସଂପୃକ୍ତ ବସ୍ତୁଗୁଡିକ କିଏ କାହାଠାରୁ ଅଧିକ ମୂଲ୍ୟବାନ ଜାଣିହୁଏ । ନୈତିକ ମୂଲ୍ୟ ଓ ନୀତି ଶାସ୍ତ୍ରୀୟ ମୂଲ୍ୟ ମଧ୍ୟରେ କୌଣସି ବିବାଦ ସୃଷ୍ଟି ହେଲେ, ଗାଣିତିକ ମୂଲ୍ୟ ଦ୍ୱାରା ତାର ସମାଧାନ କରାଯାଇଥାଏ ।
ନୈତିକ ମୂଲ୍ୟ :
ମନୁଷ୍ୟର ଉଚିତ୍ ଅଥବା ଅନୁଚିତ ବ୍ୟବହାର ତଥା ତା’ର ଚରିତ୍ରର ଭଳ କିମ୍ବା ମନ୍ଦ ପକ୍ଷ ନୈତିକ ମୂଲ୍ୟଦ୍ୱାରା ନିର୍ଣ୍ଣିତ ହୁଏ । କୌଣସି ସମାଜରେ ପରସ୍ପର ମଧ୍ୟରେ ଉମ ସମ୍ପର୍କ ସ୍ଥାପନ ପାଇଁ ସର୍ବ ସମ୍ମତ ଭାବରେ ଯେଉଁ ନିୟମ ଗୁଡିକ ପ୍ରଣୀତ ହୋଇଥାଏ ତାହାକୁ ନୈତିକ ମୂଲ୍ୟ କୁହାଯାଏ । ବିଶ୍ୱାସ, ପବିତ୍ରତା, ଅହିଂସା, ବିନମ୍ରତା, ସମ୍ମାନ, ସଚ୍ଚୋଟତା ଆଦି ନୈତିକ ମୂଲ୍ୟର ଦୃଷ୍ଟାନ୍ତ ।
ରାଜନୈତିକ ମୂଲ୍ୟ :
ପୌରାଣିକ କାଳରେ ରାଜା ଈଶ୍ୱରଙ୍କ ପ୍ରତିନିଧି ରୂପେ ସମ୍ମାନିତ ହେଉଥିଲେ । ପ୍ରଜାମାନଙ୍କର ସର୍ବ ବିଧ ହିତ ରକ୍ଷା କରିବା ତାଙ୍କର ପରମ ଧର୍ମ ରୂପେ ବିବେଚିତ ହେଉଥିଲା । ପ୍ରଜାମାନେ କୌଣସି ଅତ୍ୟା·ରର ଶିକାର ହେଲେ ସିଧାସଳଖ ରାଜାଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ପାଇଁ ଦାବୀ କରୁଥିଲେ । ରାଜା ନିଜ ପ୍ରଜାମାନଙ୍କୁ ପୁତ୍ରବତ୍ ପାଳନ କରୁଥିଲେ । କାଳକ୍ରମେ ଜନସଂଖ୍ୟ ବୃଦ୍ଧି ହେବାରୁ ରାଜତନ୍ତ୍ରରେ ପରିବର୍ିତ ହୋଇଗଲା । ପ୍ରଜାମାନେ ନିଜ ରାଜନୈତିକ ମୂଲ୍ୟ ପ୍ରତି ଅଧିକ ସଚେତନ ହେଲେ । ବାକ୍ ସ୍ବାଧିନତା, ଧାର୍ମିକ ସ୍ବତନ୍ତ୍ରତା, ମତାଧିକାର, ନ୍ୟାୟାଳୟରେ ନିଜ ରକ୍ଷାର ଅଧିକାର, କଠୋର ବା ନୃଶଂସ ଦଣ୍ଡରୁ ରକ୍ଷା ପାଇବାର ଅଧିକାର, ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମାନ ଦରମା ପ୍ରାପ୍ତ ହେବାର ଅଧିକାର ଆଦି ରାଜନୈତିକ ମୂଲ୍ୟର ଉଦାହରଣ । ସ୍ଥାନ ଭେଦରେ ଏହାର କିୟତ୍ ପରିବର୍ନ ହେଉଥିବା ଦେଖାଯାଏ ।
ବ୍ୟବସାୟିକ ମୂଲ୍ୟ :
ସମୟାନୁବିର୍ତା, କାର୍ଯ୍ୟକୁଶଳତା, ସ୍ପଷ୍ଟ କଥାବାର୍ା, ଉମ ଗୁଣଯୁକ୍ତ ଉପôାଦ, ଭଦ୍ରୋଚିତ ବ୍ୟବହାର, ଉପରିସ୍ଥ, ସମସ୍କନ୍ଧ ଓ ଅଧସ୍ତନ କର୍ମ·ରୀମାନଙ୍କ ପ୍ରତି ଉମ ବ୍ୟବହାର, ମହିଳାମାନଙ୍କ ପ୍ରତି ସମ୍ମାନ, ଯୌନ ଶୋଷଣର ନିଷେଧ, ବୌଦ୍ଧିକ ସମ୍ପଦର ରକ୍ଷା, ନିଜ ଉପରେ ନ୍ୟସ୍ତ ଦାୟିତ୍ୱର ସୁ·ରୁ ନିର୍ବାହ, ସମାନୁପାତିକ ବେତନ ପ୍ରାପ୍ତ କରିବାର ଅଧିକାର, ସ୍ବାସ୍ଥ୍ୟ ସୁରକ୍ଷା ଏବଂ ସେବା ନିବୃି ଲାଭ ପ୍ରଦାନ ଆଦି ବ୍ୟବସାୟିକ ମୂଲ୍ୟ ଅଟେ ।
ଧାର୍ମିକ ମୂଲ୍ୟ :
ପ୍ରତ୍ୟେକ ଧର୍ମ ସଂପ୍ରଦାୟର ଭିନ୍ନ ଭିନ୍ନ ଉପାସନା ପ୍ରଣାଳୀ ରହିଛି । ଏହି ଉପାସନା ପ୍ରଣାଳୀକୁ ଆଦର ଓ ବିଶ୍ୱାସ ସହିତ ଅନୁସରଣ କରିବା ହେଉଛି ଧାର୍ମିକ ମୂଲ୍ୟ । ନୈତିକ ମୂଲ୍ୟ, ନୀତି ଶାସ୍ତ୍ରୀୟ ମୂଲ୍ୟ ଏବଂ ବୈଶ୍ୱିକ ମୂଲ୍ୟ ଧାର୍ମିକ ମୂଲ୍ୟର ଅଙ୍ଗ ଅଟେ । କାରଣ ଏହି ତିନି ପ୍ରକାର ମୂଲ୍ୟର ଆଧାରରେ ଧାର୍ମିକ ନିୟମ କାନୁନର ସୃଷ୍ଟି ହୋଇଛି ।
ସାମାଜିକ ମୂଲ୍ୟ :
ସାମାଜିକ ମୂଲ୍ୟ ମାନବ ସମାଜର ସୁରକ୍ଷା ସମ୍ବନ୍ଧୀୟ ବିଷୟ ଉପରେ ଗୁରୁତ୍ୱ ପ୍ରଦାନ କରେ । ସାମାଜିକ ମୂଲ୍ୟ ନ ଥିଲେ ଜଣେ ଅସାମାଜିକ ବ୍ୟକ୍ତି ରୂପେ ପରିଗଣିତ ହୁଏ । ପ୍ରାକୃତିକ ପରିବେଶର ସୁରକ୍ଷା ଓ ସନ୍ତୁଳନ, ସମାଜରେ ସଂହତି ଏବଂ ଏକତା ରକ୍ଷା କରିବା, ନାଗରିକର କର୍ବ୍ୟ ସୁ·ରୁ ରୂପେ ସମ୍ପାଦନ କରିବା ଆଦି ସାମାଜିକ ମୂଲ୍ୟ । ଶିକ୍ଷା, ସୁରକ୍ଷା ଓ ସମ୍ବାଦ ସରବରାହ ସଂସ୍ଥା ଗୁଡିକର ନିୟମିତତା ଓ ସଂଗତି ବଜାୟ ରଖିବା ମଧ୍ୟ ସାମାଜିକ ମୂଲ୍ୟ ଅନ୍ତର୍ଗତ ।
ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ସମ୍ପାଦକ, ଚେତନା ପ୍ରବାହ,

ମୂଲ୍ୟଗୁଡ଼ିକର ପାରସ୍ପରିକ ସମ୍ବନ୍ଧ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

                       ମୂଲ୍ୟଗୁଡ଼ିକର ପାରସ୍ପରିକ ସମ୍ବନ୍ଧ

                                                                                                                               ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ଗୋଟିଏ ମୂଲ୍ୟ ସହିତ ବିଭିନ୍ନ ମୂଲ୍ୟର ନିବିଡ଼ ସଂପର୍କ ଥାଏ । ମୂଲ୍ୟଗୁଡ଼ିକ ପରସ୍ପର ନିର୍ଭରଶୀଳ । ମୂଲ୍ୟ ଧାରଣ ଏକ ସାଧନା । କାରଣ ଏଥିପାଇଁ ସ୍ବୀୟ କୁପ୍ରବୃିଗୁଡ଼ିକ ସହିତ ସଂଘର୍ଷ କରିବାକୁ ପଡ଼ିଥାଏ । ଏହି ସଂଘର୍ଷ ଅବ୍ୟାହତ ରହିଲେ ତା’ ମଧ୍ୟରେ ଥିବା ବିଭିନ୍ନ ମନୋବିକାର କ୍ରମଶଃ ଦୂର ହେବାକୁ ଲାଗେ ଓ ଏପରି କେତେକ ମୂଲ୍ୟର ଆବିର୍ଭାବ ହୁଏ ଯାହା ତାକୁ କାର୍ଯ୍ୟ କରିବା ପାଇଁ ନୂତନ ଶକ୍ତି ଏବଂ ସ୍ଫୁିର୍ ପ୍ରଦାନ କରେ । ଦୁଃଖ, କଷ୍ଟ, ବାଧାବିଘ୍ନ, ସଂକଟ ଆଦି ନକରାତ୍ମକ ପରିସ୍ଥିତିର ସମ୍ମୁଖୀନ ହେଲେ ବ୍ୟକ୍ତି ମଧ୍ୟରେ ଧୈର୍ଯ୍ୟ, ସାହସ, ସହନଶୀଳତା, ଅନ୍ତର୍ମୁଖତା, ବିନମ୍ରତା, କରୁଣା, କ୍ଷମା, ପ୍ରେମ, ଶାନ୍ତି ଆଦି ସଦ୍ଗୁଣ ଗୁଡ଼ିକର ବିକାଶ ହୁଏ ।
ଯଦି ଏସବୁ ଗୁଣ ବା ମୂଲ୍ୟ ଧାରଣ କରିବା ପାଇଁ ଅନ୍ତଃ ପ୍ରେରଣା ଜାଗ୍ରତ ହେଉନାହିଁ ତେବେ ତାହା ମୂଲ୍ୟଗୁଡ଼ିକ ପ୍ରତି ତାର ଯଥାର୍ଥ ଦୃଷ୍ଟିକୋଣର ଅଭାବ ବୋଲି ବୁଝିବାକୁ ହେବ । ମୂଲ୍ୟଗୁଡ଼ିକ ପ୍ରତ୍ୟକ୍ଷ ଭାବେ ବିବେକ ସହିତ ସମ୍ବନ୍ଧିତ । କର୍ମର ପ୍ରଭାବ ହେଉଛି ସଂସ୍କାର । ସଂସ୍କାର ଅନୁରୂପ ବିବେକ ହୁଏ । ତେଣୁ ମୂଲ୍ୟନିଷ୍ଠ ଜୀବନ ପାଇଁ ବିବେକକୁ ସ୍ବଚ୍ଛ ରଖିବା ଆବଶ୍ୟକ । କୌଣସି ଅନୈତିକ କର୍ମର ପ୍ରଭାବ ହେତୁ ଅନ୍ତର୍ମନରେ ସଂଘର୍ଷର ସୂତ୍ରପାତ ହୁଏ ଓ ମନର ଶାନ୍ତି ନଷ୍ଟ ହୁଏ । ବଦନାମ ଭୟରେ ଜଣେ ନିଜର ଅପକର୍ମ ସ୍ବୀକାର କରେ ନାହିଁ ବା ଲୁଚାଏ । ଏହି ଆତ୍ମ ପ୍ରବନା ଫଳରେ ମନ ଅଶାନ୍ତ ହୁଏ । ଅପର ପକ୍ଷରେ ବଦନାମ ବା ଲୋକ ଲଜ୍ଜାକୁ ଭୟ ନ କରି ଯଦି ସେ ନିଜ ଦୋଷ ମାନି ଯାଏ ଓ ଆଗକୁ ସେଭଳି  ଭୁଲ ନକରିବାକୁ ପ୍ରତିଜ୍ଞାବଦ୍ଧ ହୁଏ ତଦ୍ଧ୍ୱାରା ତା’ମଧ୍ୟରେ ନୈତିକ ଶକ୍ତି ଉପôନ୍ନ ହୁଏ । ସୁଖ, ଶାନ୍ତି ଓ ପ୍ରେମମୟ ଜୀବନ ପାଇଁ ସଚ୍ଚୋଟତା ଏକାନ୍ତ ଅପରିହାର୍ଯ୍ୟ ।
ପାରସ୍ପରିକ ଭାବ ବିନିମୟ ଦ୍ୱାରା ମାନବୀୟ ସମ୍ବନ୍ଧ ଦୃଢ଼ ହୁଏ । ମଧୁର ବିନୟ ବଚନ, କହି ତୋଷିବ ପ୍ରାଣୀ ମନ । ପ୍ରିୟ ବାକ୍ୟ କହିବା ଦ୍ୱାରା ସମସ୍ତେ ତୁଷ୍ଟ ହୁଅନ୍ତି । ‘ବିନୟ’ ନାମକ ମୂଲ୍ୟ ଧାରଣ କଲେ ବ୍ୟକ୍ତିର ବଚନ ମଧୁର ଓ ପ୍ରିୟ ହୁଏ । ଏହାଦ୍ୱାରା ସେ ଉଭୟ ପରିବାର ଓ ସମାଜରେ ସ୍ନେହ ଏବଂ ଶ୍ରଦ୍ଧାର ପାତ୍ର ହୁଏ । ସମାଜ ବା ପରିବାରରେ ଜଣକ ସହିତ ଅନ୍ୟମାନେ ଏକମତ ହୋଇ ନ ପାରନ୍ତି । ମନୁଷ୍ୟମାନଙ୍କ ମଧ୍ୟରେ ମତଭିନ୍ନତା ଏକ ସାଧାରଣ କଥା । ଭିନ୍ନ ମତ ବ୍ୟକ୍ତ କରୁଥିବା ବ୍ୟକ୍ତ ପ୍ରତି କ୍ଷୁଣ୍ଣ ହେବା ଅନୁଚିତ । କୌଣସି ବିଷୟ ନେଇ କାହା ସହିତ ମତଭେଦ ହେଉଥିଲେ ପାଣ୍ଡିତ୍ୟ ପ୍ରଦର୍ଶନ କରି ବା ବିଭିନ୍ନ ତର୍କ ବିତର୍କ ଦ୍ୱାରା ନିଜ ମତକୁ ସିଦ୍ଧି କରିବା ଅପେକ୍ଷା ତାଙ୍କ ମତ ପ୍ରତି ସମ୍ମାନ ଜଣାଇ ମୌନ  ରହିବା ଶ୍ରେୟସ୍କର । ଆମେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଲେ ଅନ୍ୟମାନେ ମଧ୍ୟ ଆମ ମତକୁ ସମ୍ମାନ ଦେବେ । ଏହାଦ୍ୱାରା ପରସ୍ପର ମଧ୍ୟରେ ସ୍ନେହ ଓ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ସ୍ଥାପନ ହେବ । ଯେଉଁ ପରିବାର ଓ ସମାଜରେ ପାରସ୍ପରିକ ସ୍ନେହ ଥାଏ ତାହାହିଁ ପ୍ରକୃତ ଅର୍ଥରେ ସ୍ବର୍ଗ । “ବୈକୁଣ୍ଠ ସମାନ ଅଟେ ଆହା ସେହି ଘର, ପରସ୍ପର ସ୍ନେହ ଯହିଁ  ଥାଏ ନିରନ୍ତର ।”
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋ: ୯୪୩୭୨୧ଠ୨୯୬

ମୂଲ୍ୟାବଳୀର ବିକାଶ:- ଡାକ୍ତର ସୁଧାଂଶୁ ଶେଖର ମିଶ ୍ର

                     ମୂଲ୍ୟାବଳୀର ବିକାଶ:

                                                                                                                       ଡାକ୍ତର ସୁଧାଂଶୁ ଶେଖର ମିଶ

ଜୀବନର ବିକାଶ ପାଇଁ ମୂଲ୍ୟାବଳୀର ବିକାଶ ଅନିର୍ବାଯ୍ୟ । ବିଡମ୍ବନା ଏହି ଯେ ସଂପ୍ରତି ଅଧିକାଂଶ ଲୋକ ଭୌତିକ ବିକାଶକୁ ହିଁ ଜୀବନର ଯଥାର୍ଥ ବିକାଶ ବୋଲି ଗ୍ରହଣ କରିଥିବାରୁ ବୈଶ୍ୱିକ ସ୍ତରରେ ମୂଲ୍ୟ ସଂକଟ ଦେଖାଯାଉଛି । ଏକଦା ବିଶ୍ୱଗୁରୁ ରୂପେ ସମଗ   ବିଶ୍ୱରେ ସମ୍ମାନିତ ହୋଇଥିବା ଆମ ମହାନ ଭାରତ ମଧ୍ୟ ମୂଲ୍ୟ ସଂକଟର ଭୟଙ୍କର ସ୍ଥିତିରେ ଉପନୀତ ହୋଇଛି । ସେତେବେଳେ ଗୁରୁକୁଳ ମାନଙ୍କରେ ପ୍ରଚଳିତ ଶିକ୍ଷା ପ୍ରଣାଳୀରେ ମୂଲ୍ୟଶିକ୍ଷାକୁ ପ୍ରାଥମିକତା ଦିଆଯାଉଥିଲା । ଅନ୍ୟ ଅର୍ଥରେ କହିଲେ ମୂଲ୍ୟଶିକ୍ଷା ପ୍ରାଚୀନ ଶିକ୍ଷାବ୍ୟବସ୍ଥାର ଅବିଭାଜ୍ୟ ଅଙ୍ଗ ଥିଲା । ଏଥିପାଇଁ ଆମର ଭାରତ ମହାନ ଥିଲା । ଆମେ ଭାରତର ସେହି ପୂର୍ବ ଗୌରବ ଫେରିଆସୁ ବୋଲି ଯଦି ·ହୁଁଛୁ ତେବେ ମୂଲ୍ୟଶିକ୍ଷା ଦ୍ୱାରା ମୂଲ୍ୟାବଳୀର ମୂଳ ଉସô ଅନ୍ୱେଷଣ କରି ସେଗୁଡିକୁ ବ୍ୟବହାରିକ ଜୀବନରେ ପ୍ରୟୋଗ କରିବାକୁ ହେବ । 
ପ୍ରାଚୀନ କାଳରେ ଗୁରୁକୁଳୁରେ ଶିକ୍ଷାଦାନ ଦିଆଯାଉଥିଲା । ଦଶ-ପନ୍ଦର ଜଣ ଶିଷ୍ୟ (ଛାତ୍ର) ଜଣେ ଋଷିଙ୍କ ଆଶ୍ରମରେ ରହି ଋଷିପନôୀଙ୍କ ତ୍ୱାବଧାନରେ ସ୍ନେହ ଓ ବାସôଲ୍ୟମୟ ବାତାବରଣରେ ବିଦ୍ୟାଭ୍ୟାସ କରୁଥିଲେ । ଗୁରୁ ଶିଷ୍ୟମାନଙ୍କୁ ସେମାନଙ୍କ ପ୍ରତିଭା ଓ ରୁଚି ଅନୁସାରେ ଶିକ୍ଷାଦାନ କରୁଥିଲେ ଯେତେବେଳେ ଯୋଗ୍ୟ ମନେ କରୁଥିଲେ ସେତେବେଳେ ଗୃହ ପ୍ରତ୍ୟାବର୍ନ ପାଇଁ ଅନୁମତି ଦେଉଥିଲେ । ବିଭିନ୍ନ ଶାସ୍ତ୍ର, ପୁରାଣ, ବେଦ, ଉପନିଷଦ, ଆଦି ଆଧାରରେ ପ୍ରଦାନ କରାଯାଉଥିବା ଶିକ୍ଷାର ଏକମାତ୍ର ଉଦ୍ଧେଶ୍ୟ ଥିଲା ଆତ୍ମୋନ୍ନତି । ବାସ୍ତବରେ ମନୁଷ୍ୟ ମଧ୍ୟରେ ଲୁକ୍କାୟିତ ଆଧ୍ୟାତ୍ମିକ ଶକ୍ତି ବା ମୂଲ୍ୟଗୁଡିକୁ ବିକଶିତ କରିବା ହେଉଛି ଶିକ୍ଷାର ମୂଳ ଉଦ୍ଧେଶ୍ୟ । ଏହି ଉଦ୍ଧେଶ୍ୟ ସାଧନ କରିବା ପାଇଁ ତତ୍କାଳୀନ ଶିକ୍ଷକ ସମାଜ ବଦ୍ଧ ପରିକର ଥିଲେ ଓ ଏହାକୁ ସେମାନେ ପବିତ୍ରତମ କର୍ବ୍ୟ ମନେ କରୁଥିଲେ । ତେଣୁ ସମାଜରେ  ସୁଖ, ଶାନ୍ତି, ସଂହତି ଓ ଏକତା ଥିଲା । ଆଜିର ମୂଲ୍ୟବୋଧ ରହିତ ଶିକ୍ଷା ପ୍ରଣାଳୀ ହେତୁ ସମାଜରେ ଭୟଙ୍କର ନୈତିକ ଓ ·ରିତ୍ରିକ ସଂକଟ ଦେଖାଯାଇଛି ।
ମୂଲ୍ୟ ଜୀବନର ପବିତ୍ରତମ ଆବଶ୍ୟକତା । ଏଗୁଡିକର ଉସôକୁ ଜାଣିଲେ ସେଗୁଡିକୁ ଆତ୍ମସାତ କରିବା ସହଜ ହୋଇଯାଏ । ମୂଲ୍ୟାବଳୀର ବିକାଶ ଦ୍ୱାରାହିଁ ମନୁଷ୍ୟ ଶ୍ରେଷ୍ଠ ଓ ଚରିତ୍ରବାନ ହୋଇଥାଏ । ନାଗରିକମାନଙ୍କ ·ରିତ୍ରିକ ବଳହିଁ କୌଣସି ରାଷ୍ଟ୍ରକୁ ମହାନ ବନାଇ ଥାଏ । ତେଣୁ ମୂଲ୍ୟ ହେଉଛି ସୁସ୍ଥ ବ୍ୟକ୍ତିତ୍ୱ ସାର୍ଥକ ଜୀବନର ଆଧାର ଓ ବିଶ୍ୱ ସଂସ୍କୃତିର ଉସô ତଥା ଜୀବନ ଶିକ୍ଷାର ସାର ତ୍ୱ ।
ଜୀବନରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଓ ସାମାଜିକ ଅବ୍ୟବସ୍ଥାଗୁଡିକର କାରଣ ହେଉଛି ସାମାଜିକ ଭିନ୍ନତା ଏବଂ ‘ସମାନତା’ ମୂଲ୍ୟ ଧାରଣ ଦ୍ୱାରା ହିଁ ଏହାକୁ ନିର୍ମୂଳ କରାଯାଇ ପାରିବ । ଅନେକ ଗବେଷଣାରୁ ସମାଜଶାସ୍ତ୍ରୀମାନେ ଏହି ନିଷ୍କର୍ଷରେ ଉପନୀତ ହୋଇଛନ୍ତି । ସମାଜରେ ଅବ୍ୟବସ୍ଥା ହେତୁ ହିଁ ନିୟମ (ୟସମସକ୍ଟ୍ରକ୍ଷସଦ୍ଭର) ପ୍ରଣୟନ  ହୋଇଥାଏ । ‘ପ୍ରେମ’ ଏକ ମୂଲ୍ୟ । ଦ୍ୱେଷପୂର୍ଣ୍ଣ ପରିସ୍ଥିତି ଉପୁଜିଲେ ଏହାର ପ୍ରତିପାଦନ ହୁଏ । ଏହିପରି ବିଭିନ୍ନ ସାମାଜିକ ମୂଲ୍ୟ ସହିତ ରାଷ୍ଟ୍ରୀୟ ମୂଲ୍ୟ, ମାନବୀୟ ମୂଲ୍ୟ, ଆଧ୍ୟାତ୍ମିକ ମୂଲ୍ୟ ଆଦି ମୂଲ୍ୟାବଳୀର ବିକାଶ ହୋଇଛି । ପରମ୍ପରାଗତ ମୂଲ୍ୟଗୁଡିକରୁ ଆଧୁନିକ ମୂଲ୍ୟର ଉଦ୍ଭବ ଓ ବିକାଶ ହୋଇଛି । ମାନବ ମନରେ ଉପôନ୍ନ ହେଉଥିବା କଲ୍ୟାଣକାରୀ ବି·ର ହିଁ ମୂଲ୍ୟର ରୂପ ନିଏ ।
ଅନ୍ଧକାରରୁ ଆଲୋକ ଓ ମୃତୁ୍ୟରୁ ଅମରତ୍ୱ  ଆଡକୁ ଗତି କରିବା ହେଉଛି ମଣିଷର ସ୍ବଭାବିକ ଇଚ୍ଛା । ଏହା ହେଉଛି ଆତ୍ମାର ଶକ୍ତିର ଅଭିବ୍ୟକ୍ତି । ଆତ୍ମା ମୌଳିକ ରୂପରେ ଜ୍ଞାନ, ସ୍ବରୂପ, ପବିତ୍ର ସ୍ବରୂପ, ଶାନ୍ତି ସ୍ବରୂପ, ଆନନ୍ଦ ସ୍ବରୂପ, ସୁଖ ସ୍ବରୂପ ଓ ଶକ୍ତି ସ୍ବରୂପ । ମନ ବୁଦ୍ଧି ଓ ସଂସ୍କାର ହେଉଛି, ଆତ୍ମାର ବିଭିନ୍ନ ଶକ୍ତିର ଅଭିବ୍ୟକ୍ତିର ନାମ । ଆତ୍ମାର ସଂକଳ୍ପ ଶକ୍ତିକୁ ମନ ଓ ନିର୍ଣ୍ଣୟ ଶକ୍ତିକୁ ବୁଦ୍ଧି କୁହାଯାଏ । ମନ ଓ ବୁଦ୍ଧି ଆଧାରରେ ଆତ୍ମା କରିଥିବା କର୍ମର ପ୍ରଭାବ ସଂସ୍କାର ନାମରେ କଥିତ । ଗୋଟିଏ ଶରୀର ତ୍ୟାଗ କରି ଆତ୍ମା ଯେତେବେଳେ ଅନ୍ୟ ଶରୀର ଗ୍ରହଣ କରେ ଏହି ସଂସ୍କାର ତା’ ସହିତ ଯାଏ ସଂସ୍କାର ଅନୁରୂପ ମନରେ ଶ୍ରେଷ୍ଠ ଓ ମହାନ ସଂକଳ୍ପ ଉପôନ୍ନ   ହୁଏ ଓ ବୁଦ୍ଧି ନିର୍ଣ୍ଣୟ ନେଇଥାଏ । ଦେହ ଅଭିମାନରୁ ମୁକ୍ତ ହେଲେ ଆତ୍ମା ମଧ୍ୟରେ ତାର ମୂଳ ସ୍ବରୂପ ଅନୁସାରେ ଶ୍ରେଷ୍ଠ ଓ ମହାନ ସଂକଳ୍ପ ଉପôନ୍ନ ହୁଏ ଏବଂ ଏହାର ଉପଲବ୍ଧି ପାଇଁ ବିଧି ନିର୍ଦ୍ଧାରିତ କରେ । ତେଣୁ ସମସ୍ତ ମୂଲ୍ୟର ଉସô ହେଉଛି ଚୈତନ୍ୟ ଶକ୍ତି ଆତ୍ମା ।
ବର୍ମାନ ପ୍ରଶ୍ନ ଉଠେ ଯେ ଆତ୍ମାଠାରେ ଏହି କଲ୍ୟାଣକାରୀ ମୂଲ୍ୟଗୁଡିକ ସମାହିତ ହେଲା କିପରି? ଏହାର ଉର ହେଉଛି ଆତ୍ମା ବିଶ୍ୱକଲ୍ୟାଣକାରୀ ସତ-ଚିତ୍-ଆନନ୍ଦ ଜ୍ୟୋତିର୍ବିନ୍ଦୁ ସ୍ବରୂପ ପରମ ପିତା ପରମାତ୍ମାଙ୍କ ପାରଲୌକିକ ସନ୍ତାନ ହୋଇଥିବାରୁ ଆନୁବଂଶିକ ଗୁଣ ସ୍ବରୂପ ତା’ ଠାରେ ଶାଶ୍ୱତ ଭାବରେ ସମାହିତ । ଏଥିପାଇଁ ଆତ୍ମା ମୌଳିକ ରୂପରେ ପରମାତ୍ମାଙ୍କ ସମସ୍ତ ଗୁଣର ସ୍ବରୂପ ଅଟେ । ପରମାତ୍ମା ଜ୍ଞାନ ଓ ଗୁଣରେ ସିନ୍ଧୁ ହେଲେ ଆତ୍ମା ବିନ୍ଦୁ ମାତ୍ର । ପରମାତ୍ମା ଅଶରୀରୀ, କିନ୍ତୁ ଆତ୍ମା କର୍ମଫଳ ଭୋଗ କରିବା ପାଇଁ ଶରୀର ଧାରଣ କରେ । ବାରମ୍ବାର  ଜନ୍ମ-ମୃତୁ୍ୟ ଚକ୍ରରେ ଆସି ଆତ୍ମା ତା’ର ମୂଳ ସ୍ବରୂପକୁ ଭୁଲି ଯାଏ । ଆତ୍ମା ଓ ପରମାତ୍ମା ମଧ୍ୟରେ ଏହାହିଁ ମୁଖ୍ୟ ପାର୍ଥକ୍ୟ । ପରମାତ୍ମାଙ୍କଠାରୁ ପ୍ରାପ୍ତ ଆନୁବଂଶୀୟ ସ୍ବଭାବିକ ଗୁଣ ଆତ୍ମାକୁ ଦିବ୍ୟ ଓ ଶ୍ରେଷ୍ଠ କଲ୍ୟାଣକାରୀ କର୍ମ ପ୍ରତି ଅନୁପ୍ରେରିତ କରେ । ସେହି ଗୁଣ ହେତୁ ଆତ୍ମା ସତଗୁଣ ବା ସକାରାତ୍ମକ ମୂଲ୍ୟଗୁଡିକର ଆଦି ଉସô ହୋଇ ଯାଇଛି ।
ସତ୍ୟର ସ୍ବରୂପ ହେଉଛି ଦିବ୍ୟଗୁଣ, ପ୍ରେମ, ସୁଖ, ସମାନତା ଶାନ୍ତି, ସଦ୍ଭାବନା, ଆନନ୍ଦ, ସଚ୍ଚୋଟତା, ଶକ୍ତି, ପବିତ୍ରତା, ପ୍ରତିଭା, ଜ୍ଞାନ ଆଦି । ସତ ଅର୍ଥାତ ସମସ୍ତ ପ୍ରକାର ବିକାରରୁ ମୁକ୍ତ । ତେଣୁ ସତ୍ୟକୁରୁ ଶିବ କୁହାଯାଏ । ଏଥିପାଇଁ ପରମାତ୍ମା ସତ୍ୟମ୍, ଶିବମ୍ ଓ ସୁନ୍ଦରଂ ନାମରେ ଅଭିହିତ । ସେ ସର୍ବଗୁଣର ସାଗର, ସର୍ବଶକ୍ତିମାନ ଓ ସର୍ବାତ୍ମାଙ୍କ ମାତା-ପିତା, ଏହା କଳ୍ପନିକ ନୁହେଁ, ସତ୍ୟ ଓ ଅନୁଭୂତ ସିଦ୍ଧ ତଥା ମୂଲ୍ୟ ଦୃଷ୍ଟିରୁ ଅତ୍ୟନ୍ତ ବ୍ୟବହାରିକ । ପରମାତ୍ମାଙ୍କୁ ବାଦ୍ଦେଇ ମୂଲ୍ୟ ଧାରଣ ସମ୍ଭବ ନୁହେଁ । ପରମାତ୍ମା ସାମ୍ପ୍ରଦାୟିକ ଧର୍ମର ଉଦ୍ଧ୍ୱର୍ରେ । ଆଜି ସାମ୍ପ୍ରିଦାୟିକ ମତବାଦ ଓ ରାତିନୀତିକୁ ଧର୍ମର ସଂଜ୍ଞା ଦିଆଯାଇଛି । ଏହାହିଁ ସମୟର ବିଡମ୍ବନା  । ଧର୍ମର ବ୍ୟାପକ ଅର୍ଥ ରହିଛି । ଧର୍ମର ସ୍ବରୂପ ହେଉଛି ସତ୍ୟ । ସତ୍ୟ ଏକ ବ୍ୟାପକ ମୂଲ୍ୟ । ଏଥିରେ ସମସ୍ତ ମୂଲ୍ୟ ସ୍ବତଃ ସମାଦ୍ରିତ ଶାନ୍ତି, ଧମ. ପ୍ରେମ, ଅହିଂସା; ଏଥିରେ ସମସ୍ତ ମୂଲ୍ୟ ସ୍ବତଃ ସମାହିତ । ଶାନ୍ତି, ଧର୍ମ, ପ୍ରେମ, ଅହିଂସା; ତ୍ୟାଗ ଆଦି ହେଉଛି ସତ୍ୟର ମୌଳିକ ଗୁଣ ।
ଶାନ୍ତି; ଏହା ହେଉଛି ସ୍ବଭାବ ସ୍ବଧର୍ମ ବା ମାନସିକ ସ୍ଥିତି । ସହନଶୀଳତା, ସଂଯମ, ସମଭାବ ଆଦି ମୂଲ୍ୟ ଏଥିରେ ସମାହିତ । 
ଧର୍ମ: ବ୍ୟବହାରିକ ଜୀବନରେ ସତ୍ୟାନୁସରଣ ହେଉଛି ଧର୍ମ । ଧର୍ମର ଅନ୍ୟ ଅର୍ଥ ହେଉଛି ଧାରଣା । “ ଆ·ରଃ ପରମୋଧର୍ମ, ଆ·ରଃ ପରମ ତପଃ ।” ଧର୍ମର କ୍ରିୟାତ୍ମକ ରୂପ ହେଉଛି ସତ୍ୟ । ତେଣୁ ସତ୍ୟ ପ୍ରାପ୍ତି ଅର୍ଥେ କରାଯାଇଥିବା କ୍ରିୟା -କଳାପକୁ “ଧର୍ମ ବୋଲି ମାନି ନିଆଯାଇଛି । କାଳକ୍ରମେ ପୂଜା, ଉପାସନା ଓ କର୍ମକାଣ୍ଡ ମଧ୍ୟ ଧାର୍ମିକ କାର୍ଯ୍ୟ ରୂପେ ପରିଗଣିତ ହେଲା । ଏହାକୁ ଜ୍ଞାନ-ମାର୍ଗ ଓ ଭକ୍ତିମାର୍ଗ କୁହାଗଲା ।
ଅହିଂସା: ସତ୍ୟର ବି·ର କରିବା ଦ୍ୱାରା ଏହି ମୂଲ୍ୟ ନିଃସୃତ ହୋଇଛି । କାହାରିକୁ ଦୁଃଖ ନ ଦେବା ଭାବ ଏଥିରେ ସମାହିତ । ଦୟା, କରୁଣା, ନମ୍ରତା, ସମାନତା ଆଦି ମୂଲ୍ୟ ଏହା ସହିତ ଅଙ୍ଗାଙ୍ଗୀ ଜଡିତ ।
ପ୍ରେମ: ଏହା ହେଉଛି ଅନେକ ମୂଲ୍ୟର ଜନକ । ଯେଉଁଠି ପ୍ରେମ ଥାଏ ସେଇଠି  ବିଶ୍ୱାସ, ଦୃଢଢା, ସହନଶୀଳତା, ତ୍ୟାଗ, ସାହସ ଆଦି ମୂଲ୍ୟ ସ୍ବତଃ ଉପôନ୍ନ ହୋଇଥାଏ ।
ତ୍ୟାଗ: ଏଥିରେ ସତ୍ୟର ବିଶ୍ୱ କଲ୍ୟାଣକାରୀ ଦୃଷ୍ଟିକୋଣ ରହିଛି । ତ୍ୟାଗରେ ସତ୍ୟର ଶ୍ରେଷ୍ଠତା ସମାହିତ । ମୂଲ୍ୟ ହେଉଛି ସତ୍ୟର ରକ୍ଷକ । ଅସତ, ବିନାଶକାରୀ ଗୁଣ । କର୍ମ ଓ ସଂକଳ୍ପର ତ୍ୟାଗ କଲେ ସତ୍ୟର ରକ୍ଷା ହୋଇଥାଏ । ତେଣୁ ସତ୍ୟ ସ୍ବୟଂ ଏକ ଶ୍ରେଷ୍ଠ ମୂଲ୍ୟ ।
ପ୍ରତ୍ୟେକ ଯୁଗ, ଦେଶ-କାଳ ଏବଂ ସମାଜରେ ମୂଲ୍ୟର ସ୍ବରୂପ ଏବଂ ଅନୁପାତ ଭିନ୍ନ ଭିନ୍ନ ହୋଇ ଆସିଛି । ମୂଲ୍ୟର ପରିମାପକ ହେଉଛି ‘କଳା’ ଷୋହଳ କଳା ହେଉଛି ଶତ ପ୍ରତିଶତ ବା ସମ୍ପୂଣ୍ଣତାର ଜ୍ୟୋତିକ । ସତ୍ୟଯୁଗରେ ମନୁଷ୍ୟ ଷୋହଳ କଳା ସମ୍ପନ୍ନ ଥିଲା । ସମୟାନୁକ୍ରମେ ମୂଲ୍ୟଗୁଡିକ ହ୍ରାସ ହୋଇ ·ଲିଛି । ଏଗୁଡିକର ପୁନର୍ସ୍ଥାପନା ପାଇଁ ବିଭିନ୍ନ କାଳ ଖଣ୍ଡରେ ବିଭିନ୍ନ ମହାପୁରୁଷ ପ୍ରୟାସ କରିଛନ୍ତି । ସେମାନଙ୍କ ଦ୍ୱାରା ପ୍ର·ରିତ ମତବାଦକୁ ଆଧାର କରି ବିଭିନ୍ନ ସମ୍ପ୍ରଦାୟ ଜନ୍ମ ନେଇଛି । ସେଗୁଡିକ ମଧ୍ୟରେ ମୁଖ୍ୟ ହେଉଛି;
ସନାତନ ଧର୍ମ; ସତ୍ୟ,  ଧର୍ମ, ଦାନ, ଦୟା, କ୍ଷମା, ଧୃତି, ଯମ-ନିୟମାଦି ଅଷ୍ଟାଙ୍କ ଯୋଗ
ଇସ୍ଲାମ ଧର୍ମ; ଶାନ୍ତି ସମାନତା, ଭ୍ରାତୃତ୍ୱ,
ଜୈନ ଧର୍ମ; ଅହିଂସା, କ୍ଷମା
ଖୀଷ୍ଟ ଧର୍ମ; ପ୍ରେମ, ସେବା, ଇତ୍ୟାଦି
ଉପର୍ଯୁ୍ୟକ୍ତ ସାମ୍ପ୍ରଦାୟିକ ଧର୍ମଗୁଡିକ ଦ୍ୱାରା ପ୍ରାରମ୍ଭିକ ସ୍ତରରେ ଅନୁସୃତ ମୂଲ୍ୟଗୁଡିକ କାଳକ୍ରମେ ହ୍ରାସ ହେବାକୁ ଲାଗିଲା ଏବଂ ଅନେକ ନୂତନ ମୂଲ୍ୟଗୁଡିକ ବିକାଶ ହେବାକୁ ମଧ୍ୟ ଲାଗିଲା । କିନ୍ତୁ ସେ ଗୁଡିକର ଗୁଣାତ୍ମକ ସ୍ତର ଉନ୍ନତ ନ ଥିଲା । ଆଜି ସମାଜରେ ମୂଲ୍ୟ ହ୍ରାସ ଏକ ସଂକଟଜନକ ସ୍ତରରେ ପହିଛି । ଏଥିପାଇଁ ଆଧ୍ୟାତ୍ମିକ ପ୍ରେମୀ ବ୍ୟକ୍ତିମାନଙ୍କୁ ଜାତି, ବର୍ଣ୍ଣ, ଧର୍ମ, ସମ୍ପ୍ରଦାୟ ଆଦିରୁ ଉଦ୍ଧ୍ୱର୍କୁ ଉଠି ଏକଜୁଟ ହୋଇ ସ୍ବୀୟ ଆଧ୍ୟାତ୍ମିକ ଚେତନାର ବିକାଶ କରିବା ସେଙ୍ଗ ସେଙ୍ଗ ଜନସାଧାରଣଙ୍କ ମଧ୍ୟରେ ଆଧ୍ୟାତ୍ମିକ କ୍ରାନ୍ତି ଆଣିବାକୁ ହେବ । ପୂର୍ବରୁ କୁହାଯାଇଛି ଯେ ପରମାତ୍ମା ହେଉଛନ୍ତି ସକଳ ଦିବ୍ୟଗୁଣର ମହା ସମୁଦ୍ର । ପରମାତ୍ମା ଏକ ଓ ସର୍ବାତ୍ମାଙ୍କ ପରମ ପିତା, ପରମ ଶିକ୍ଷକ ଏବଂ  ସଦ୍ଗୁରୁ । ତାଙ୍କ ସହିତ ନିରନ୍ତର ମନ-ବୁଦ୍ଧି ଯୁକ୍ତ କଲେ ସମସ୍ତ ଦିବ୍ୟଗୁଣ ଆତ୍ମାରେ ସାରିତ ହେବ ।
                                                                                                                                 ପାଟଣାଗଡ଼- ୭୬୭୦୨୫
                                                                                                               ଜି: ବଲାଙ୍ଗିର ମୋ: ୯୪୩୭୨୧୦୨୯୬

ମୂଲ୍ୟ ଶିକ୍ଷା: ପଦ୍ଧତି, କଳା ଓ କୌଶଳ ଡା: ସୁଧାଂଶୁ ଶେଖର ମିଶ୍ର

           ମୂଲ୍ୟ ଶିକ୍ଷା: ପଦ୍ଧତି, କଳା ଓ କୌଶଳ

                                                                                                                                  ଡା: ସୁଧାଂଶୁ ଶେଖର ମିଶ୍ର
ସଂପ୍ରତି ଜୀବନ ସହିତ ଶିକ୍ଷାର କୌଣସି ସମ୍ବନ୍ଧ ଥିବା ଜଣାଯାଏ ନାହିଁ । ପରୀକ୍ଷା କରିବା ଓ ଉପାଧି ପ୍ରଦାନ କରିବା ମଧ୍ୟରେ ଶିକ୍ଷା କାର୍ଯ୍ୟ ସୀମିତ । ବିଦ୍ୟାର୍ଥୀଗଣ ପରୀକ୍ଷା ପରେ ପୁସ୍ତକଗୁଡ଼ିକର ଆବଶ୍ୟକତା ଅନୁଭବ କରନ୍ତି ନାହିଁ । କାରଣ ପ୍ରତ୍ୟେକେ ଏହା ଜାଣନ୍ତି ଯେ ପଢ଼ିଥିବା ବିଷୟ ତାଙ୍କ ଜୀବନରେ କାମ ଦେବନାହିଁ । ଜୀବନର ସବୁଠାରୁ ସୁନ୍ଦର ସମୟ ହେଉଛି ବାଲ୍ୟାବସ୍ଥା ଓ ଉତ୍ସାହପ୍ରଦ ସମୟ ହେଉଛି ଯୌବନାବସ୍ଥା । କିନ୍ତୁ ପାଶ୍ଚାତ୍ୟ ସଂସ୍କୃତି ଆଧାରିତ ଆମ ଶିକ୍ଷାନୀତି ହେତୁ ବ୍ୟକ୍ତିର ଏହି ସମୟତକ ପରୀକ୍ଷା ଚିନ୍ତାରେ ହିଁ ବିତିଯାଏ । ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ପାଇଁ ଶିକ୍ଷା ଆଜି ବୋଝ ପାଲଟି ଯାଇଛି । ଛୋଟ ଛୋଟ କୋମଳମତି ବାଳକ-ବାଳିକାମାନଙ୍କୁ ବହି-ବସ୍ତାନି ବୋଝରେ ନଇଁ ନଇଁ ବିଦ୍ୟାଳୟକୁ ଯାଉଥିବା ଦେଖିଲେ ମନ ହାହାକାର କରି ଉଠେ । ନିଜ ପିଲାଙ୍କଲାଗି ଭଲ ସ୍କୁଲ ବା କଲେଜର ନିର୍ବାଚନ, ସେଥିପାଇଁ ଆବଶ୍ୟକ ହେଉଥିବା ଡ଼ୋନେସନ ଓ ପିଲାଙ୍କ ଟୁ୍ୟସନ ଯୋଗାଡ଼ କରିବା ପ୍ରତ୍ୟେକ ମାଁ-ବାପାଙ୍କ ପାଇଁ ଏକ ଚିନ୍ତାର ବିଷୟ ହୋଇପଡ଼ିଛି ।
ବର୍ମାନର ଶିକ୍ଷା ଶିକ୍ଷକ, ବିଦ୍ୟାର୍ଥୀ ତଥା ମାଁ-ବାପା କାହାରିକୁ ମଧ୍ୟ ଆନନ୍ଦ ଓ ସନ୍ତୋଷ ଦେଇପାରୁନାହିଁ କାହିଁକି? ଏହାର କାରଣ ଜାଣି ନିରାକରଣ କରିବା ବର୍ମାନ ସମୟର ଆବଶ୍ୟକତା । ଆମକୁ ମନେ ରଖିବାକୁ ହେବ ଯେ ପ୍ରତ୍ୟେକ ବିଷୟରେ କେବଳ ସୂଚନା ପ୍ରଦାନ କରିବା ଶିକ୍ଷାର ଲକ୍ଷ୍ୟ ନୁହେଁ । ଜ୍ଞାନ (Knowledge) କୁ ପ୍ରକାଶ ଓ ଶକ୍ତି ସହିତ ତୁଳନା କରାଯାଏ । କିନ୍ତୁ ଆଜିର ସୂଚନା ପ୍ରଧାନ ଶିକ୍ଷା ଜୀବନର ପ୍ରକାଶ ଓ ଶକ୍ତିକୁ ଆହୁରି କ୍ଷୀଣ କରିଦେଉଛି । ବିଦ୍ୟାଳୟ ରୂପୀ ବଗି·ରେ ଶିକ୍ଷକ ହେଉଛନ୍ତି ମାଳୀ ଯିଏକି ବିଦ୍ୟାର୍ଥୀମାନଙ୍କୁ ଫୁଲପରି ସୁନ୍ଦର ଓ ସୁଗନ୍ଧିତ କରିବାର ଦାୟିତ୍ୱ ବହନ କରିବା ଉଚିତ୍ । ଅନ୍ୟ ଅର୍ଥରେ ବିଦ୍ୟାର୍ଥୀର ବ୍ୟକ୍ତିତ୍ୱରେ ମଧୁରତା, ପ୍ରସନ୍ନତା, ସେବା, ସହାନୁଭୂତି ଆଦି ମୂଲ୍ୟଗୁଡ଼ିକ ସହିତ ଉଚ୍ଚ ଚରିତ୍ରର ଗୁଣ ପରିପୂର୍ଣ୍ଣ ହେବା ଶିକ୍ଷାର ଧ୍ୟେୟ ହେବା ଉଚିତ୍ । କିନ୍ତୁ ବିଡ଼ମ୍ବନା ଏହି ଯେ ସଂପ୍ରତି ଶିକ୍ଷାଦାନ ପାଇଁ ନିଯୁକ୍ତ ଶିକ୍ଷକ ସମାଜ ଶିକ୍ଷାର ଏହି ପବିତ୍ର ଧ୍ୟେୟକୁ ପୂର୍ଣ୍ଣ କରିବାରେ ସଫଳ ହୋଇପାରୁ ନାହାନ୍ତି ।
ବିଦ୍ୟାର୍ଥୀମାନଙ୍କ ସର୍ବାଙ୍ଗୀଣ ବିକାଶ ହେଉଛି ଭାରତର ଶିକ୍ଷାନୀତ । ସର୍ବାଙ୍ଗୀଣ ବିକାଶ ପାଇଁ ଶାରୀରିକ, ବୌଦ୍ଧିକ, ସାମାଜିକ ଓ ଆଧ୍ୟାତ୍ମିକ ଶିକ୍ଷାକୁ ପ୍ରାଥମିକତା ଦିଆଯାଇଛି । ଏହା ସହିତ ଅନ୍ୟ ଧ୍ୟେୟ ମଧ୍ୟ ନିଶ୍ଚିତ କରାଯାଇଛି । ଶିକ୍ଷାର ଉଦ୍ଧେଶ୍ୟ ତା’ର  (Goals) ଉପରେ ଆଧାରିତ ଥାଏ । ଲକ୍ଷ୍ୟ ନିର୍ଦ୍ଧାରିତ ହେଲାପରେ ଅଭ୍ୟାସ କ୍ରମ ବା ପାଠ୍ୟକ୍ରମର (Goals) ରଚନା, ଶିକ୍ଷାପ୍ରଦ ଅନୁଭବ (Learning Experience) ସହଶୈକ୍ଷିକ କାର୍ଯ୍ୟାବଳୀ (Learning Experience), ସାଧନ (Devices) ପଦ୍ଧତି (Methods) ଓ ପ୍ରବିଧି (Techniques) ନିଶ୍ଚିତ କରାଯାଇଥାଏ । ମୂଲ୍ୟାଙ୍କନ (Evaluation) ବା ପରୀକ୍ଷା (Examination) ହେଉଛି ଏହାର ଅନ୍ତିମ ପର୍ଯ୍ୟାୟ । ଶିକ୍ଷାଦାନରେ ଏହି ଚକି୍ରୟ ପ୍ରକି୍ରୟା (Cyclic Process)) ଅନୁସରଣ କରାଯାଏ ।
ମନେକର, ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ସତ୍ୟ-ଅହିଂସା, ସେବା ଏବଂ ସଦା·ର ମୂଲ୍ୟର ବିକାଶ କରିବା ଶିକ୍ଷାର ଲକ୍ଷ୍ୟ ନିର୍ଦ୍ଧାରିତ କରାଗଲା । ଏହି ଉଦ୍ଧେଶ୍ୟକୁ ଆଧାର କରି ପାଠ୍ୟ ପୁସ୍ତକ (Text Book) ରେ କାବ୍ୟ, ଗଳ୍ପ, ଜୀବନୀ ଆଦି ସମାବେଶ କରାଗଲା । ଏହାକୁ ଅନୁସରଣ କରି ଅଧ୍ୟାପକ କଥନ ପଦ୍ଧତି, ପ୍ରଦର୍ଶନ ପଦ୍ଧତି ବା ସାମୁହିକ ଚର୍ଚ୍ଚା (Group Discussion Method)) ଦ୍ୱାରା ପାଠ୍ୟ ଦାନ କରନ୍ତି । ସ୍ବାଧ୍ୟାୟ ପାଇଁ କିଛି ଅଭ୍ୟାସ କାର୍ଯ୍ୟ ମଧ୍ୟ କରାଇ ପାରନ୍ତି । ଏହିପରି ମହାନ ଉଦ୍ଧେଶ୍ୟ ସେ୍ୱ ମଧ୍ୟ ପରୀକ୍ଷା ବା ମୂଲ୍ୟାଙ୍କନ ସମୟରେ ଅଧିକରୁ ଅଧିକ ଅଙ୍କ ପାଇବା ଆଶାରେ ବିଦ୍ୟାର୍ଥୀ ଟୁ୍ୟସନ କରିଥାଏ ଏବଂ ସତ୍ୟ, ଅହିଂସା, ସେବା, ସହନଶକ୍ତି ଆଦି ପ୍ରଶ୍ନଗୁଡ଼ିକର ଉର ନକଲ କରି ଲେଖେ । ଅନେକ କ୍ଷେତ୍ରରେ ଶିକ୍ଷକ ମଧ୍ୟ ବିଦ୍ୟାର୍ଥୀମାନଙ୍କୁ   ହେଉଛି ବର୍ମାନ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କ ବାସ୍ତବିକ ଅବସ୍ଥା । ବର୍ମାନ ଏହା ବି·ରଣୀୟ ଯେ ତୁ୍ରଟି ରହିଲା କେଉଁଠି? ଧ୍ୟେୟ ବା ଉଦ୍ଧେଶ୍ୟ ନିର୍ଦ୍ଧାରଣରେ? ପାଠ୍ୟକ୍ରମ ବା ପାଠ୍ୟପୁସ୍ତକରେ? ପରୀକ୍ଷା ପଦ୍ଧତିରେ? ଶିକ୍ଷକଙ୍କଠାରେ? କିମ୍ବା ପରୀକ୍ଷା ବା ମୂଲ୍ୟାଙ୍କନ ପଦ୍ଧତିରେ?
ଶିକ୍ଷା ପ୍ରଣାଳୀରେ ଅଧ୍ୟାପକ, ଅଭ୍ୟାସକ୍ରମ ଓ ମୂଲ୍ୟାଙ୍କନ ମଧ୍ୟରେ ପାରସ୍ପରିକ ସମ୍ବନ୍ଧ ରହିଛି । ଶିକ୍ଷାକାର୍ଯ୍ୟର ଆଧାର ସ୍ତମ୍ଭ ହେଉଛନ୍ତି ଅଧ୍ୟାପକ । ପ୍ରାଚୀନ ଗୁରୁକୁଳ୍ ପ୍ରଣାଳୀରେ ଗୁରୁ ଶିକ୍ଷାର ମୂଳ ଉତ୍ସ ରହୁଥିଲ । ସେହି ସମୟରେ ‘ଶିକ୍ଷା’କୁ ବିଦ୍ୟା କୁହାଯାଉଥିଲା । ବିଦ୍ୟାଲାଭର ଉଦ୍ଧେଶ୍ୟ ଥିଲା ମୁକ୍ତି । ସା ବିଦ୍ୟା ଯା ବିମୁକ୍ତୟେ । ବିଦ୍ୟାର୍ଥୀମାନଙ୍କୁ କେଉଁ କେଉଁ ବିଷୟରୁ ମୁକ୍ତି ଆବଶ୍ୟକ? ସେଗୁଡ଼ିକ ହେଲା, ଆସକ୍ତି (attachment), ଇଚ୍ଛା (Desires), ପ୍ରତ୍ୟାଶା (Expectations), ମାନସିକ ·ପ (Tension), ପାରସ୍ପରିକ ତୁଳନା (Comparision), ପ୍ରତିସ୍ପର୍ଦ୍ଧା (Competition), ନକାରାତ୍ମକ ବୃି (Negative attitude), କୁ-ଅଭ୍ୟାସ Bad Habits(), କ୍ରୋଧ Anger() ଅହଂକାର (Ego) ଇତ୍ୟାଦି । ଏଗୁଡ଼ିକରୁ ବିଦ୍ୟା ମୁକ୍ତି ପ୍ରଦାନ କରିଥାଏ । କିନ୍ତୁ ଆଜିର ତଥା କଥିତ ଶିକ୍ଷା ଏଥିପାଇଁ ସମର୍ଥ ହୋଇପାରୁନାହିଁ । ସେତେବେଳେ ଗୁରୁକୁଳରେ ଗୁରୁ ଯେଉଁ ବିଷୟଗୁଡ଼ିକ ମୂଲ୍ୟବୋଧ ଉପରେ ଶିକ୍ଷା ପ୍ରଦାନ କରୁଥିଲେ ସେଗୁଡ଼ିକ ସେ ସ୍ବୟଂ ନିଜ ଜୀବନରେ ଧାରଣ କରୁଥିଲେ । ସେ ଯେଉଁ ବିଦ୍ୟା ପ୍ରଦାନ କରୁଥିଲେ ତାହା ତାଙ୍କର ଅନୁଭବ ସିଦ୍ଧ ଥିଲା । କିନ୍ତୁ ଆଜିର ଶିକ୍ଷା ପ୍ରଣାଳୀରେ ଶିକ୍ଷକ, ଶିକ୍ଷା ସଂସ୍ଥାନ ଓ ଶିକ୍ଷାନୀତି ପ୍ରଣେତା ସରକାର କାହାରିଠାରେ ମଧ୍ୟ ଉପଯୁକ୍ତ ମୂଲ୍ୟଗୁଡ଼ିକର ଅଭିବ୍ୟକ୍ତି ଦେଖାଯାଏ ନାହିଁ । ଏପରି କ୍ଷେତ୍ରରେ ଶିକ୍ଷକମାନେ ନିଜ ଉର ଦାୟିତ୍ୱ ପ୍ରତି ସଚେତନ ହେଲେ ସମାଜରେ କ୍ରାନ୍ତିକାରୀ ପରିବର୍ନ ଆଣିପାରିବେ ।
ସମ୍ପୂର୍ଣ୍ଣ ଶିକ୍ଷାର ·ରୋଟି ଦିଗ ରହିଛି । ତାହା ହେଲା ଗ୍ରହଣ କରିବା (Receiving), ପ୍ରତୁ୍ୟର (Responding), ଆତ୍ମୀକରଣ (Organizing) ଓ ·ରିତ୍ରୀକରଣ (Characterization) । ବର୍ମାନ ଶିକ୍ଷା ପ୍ରଣାଳୀରେ ଶେଷ ଦୁଇଟି ଦିଗ ଗୃହୀତ ହେଉନାହିଁ । ତେଣୁ ଶିକ୍ଷା ତା’ର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ପୂିର୍ କରିପାରୁନାହିଁ । ଏହି ପରିପ୍ରେକ୍ଷୀରେ ଇଂରାଜୀରେ ପ୍ରଦ କେତୋଟି ପଂକ୍ତି ପ୍ରଣିଧାନଯୋଗ୍ୟ ।
Values are not taught, but they are caught.
 They are to be experienced and internalized.
 A poor teacher tells (gives only information) 
An average teacher explains.
 A good teacher demonstrates.
 A great teacher inspires. 
ପ୍ରକୃତ ଶିକ୍ଷା ବିଦ୍ୟାଳୟର ·ରିକାନ୍ଥ ମଧ୍ୟରେ ହୁଏନାହିଁ । ·ରିକାନ୍ଥ ମଧ୍ୟରେ ଆବଦ୍ଧ ହୋଇ ଶିକ୍ଷା ଆଜି ଝାଉଁଳି ପଡ଼ିଛି । ଏହାକୁ ସତେଜ କରିବା ପାଇଁ ଏହାକୁ ସଂକୀର୍ଣ୍ଣ ସରହଦରୁ ମୁକ୍ତ କରିବାକୁ ହେବ । ପ୍ରକୃତି ହେଉଛି ଶ୍ରେଷ୍ଠ ଶିକ୍ଷକ । ଏହା ମୌନ ରହି ମଧ୍ୟ ବିଭିନ୍ନ ମୂଲ୍ୟର ଶିକ୍ଷା ଦିଏ । ଏହାର ଫୁଲ, ଫଳ, ବୃକ୍ଷଲତା, ପାହାଡ଼-ପର୍ବତ, ନଦୀ-ସମୁଦ୍ର ପୁଷ୍କରିଣୀ, ପକ୍ଷୀ, ଆକାଶ, ପୃଥିବୀ, ସୂର୍ଯ୍ୟ, ଚନ୍ଦ୍ର ଆଦି ମଧ୍ୟରେ ବିଭିନ୍ନ ମୂଲ୍ୟ ଆତ୍ମସାତ ହୋଇ ରହିଛି । ଆବହମାନ କାଳରୁ ମନୁଷ୍ୟ ସେମାନଙ୍କଠାରୁ ପ୍ରେରଣା ପାଇ ଆସୁଛି । ସେହିପରି ଯେଉଁ ଶିକ୍ଷକ ମୂଲ୍ୟଗୁଡ଼ିକୁ ନିଜ ଜୀବନରେ ଆପଣେଇଛନ୍ତି ସେ ହିଁ ବିଦ୍ୟାର୍ଥୀମାନଙ୍କୁ ପ୍ରଭାବିତ କରିବାକୁ ସକ୍ଷମ ହେବେ । ତାଙ୍କର ଭାଷାରେ ମାଧୁର୍ଯ୍ୟ, ହସରେ ସ୍ନେହ ଓ କ୍ଷମା ଏବଂ ଅଧ୍ୟାପନାରେ ଗଭୀରତା ପରିସ୍ଫୁଟ ହୁଏ । ତାଙ୍କ ଜୀବନରୁ ପ୍ରେରଣାର ପ୍ରବାହ ସତତ ନିସୃତ ହେଉଥାଏ । ତାଙ୍କର ଉପସ୍ଥାପନା ଶୈଳୀ ବିଦ୍ୟାର୍ଥୀମାନଙ୍କ ପାଇଁ ଉତ୍ସାହପ୍ରଦ ହୋଇଥାଏ ।
ଆଦର୍ଶ ଶିକ୍ଷାଦାନ ବିଧି
ବିଦ୍ୟାଳୟର ପ୍ରାରମ୍ଭ ଏପରି ପ୍ରାର୍ଥନା ଦ୍ୱାରା ହେବା ଉଚିତ୍ ଯାହା ବିଦ୍ୟାର୍ଥୀମାନଙ୍କୁ ମୂଲ୍ୟନିଷ୍ଠ ଜୀବନ ପାଇଁ ପ୍ରେରିତ କରୁଥିବ । ପ୍ରାର୍ଥନା ଆରମ୍ଭ ପୂର୍ବରୁ ଓ ଶେଷ ପରେ ତିନି ମିନିଟ ମୌନ ଅଭ୍ୟାସ କରାଇବା ଉଚିତ୍ । ଗୋଟିଏ ଶ୍ରେଣୀର ସମାପ୍ତି ଘୋଷଣା ମୂଲ୍ୟବୋଧ ଭିିକ କୌଣସି ଗୀତ ବଜାଇ ସୂଚନା ଦେଲେ ବାତାବରଣ ସକାରାତ୍ମକ ହୋଇଥାଏ । ବିଦ୍ୟାଳୟର ପ୍ରାରମ୍ଭ ଓ ସମାପ୍ତି ସମୟରେ ପ୍ରେରଣାପ୍ରଦ ଗୀତ ବଜାଇବା ଉଚିତ୍ । ଶିକ୍ଷକମାନେ ବିଦ୍ୟାର୍ଥୀମାନଙ୍କ ପ୍ରତି ସମ୍ମାନ ଓ ସ୍ନେହଭାବ ରଖିବା ଉଚିତ୍ । କାରଣ ସ୍ନେହ, ସ୍ନେହକୁ ଓ ସମ୍ମାନ, ସମ୍ମାନକୁ ଜନ୍ମ ଦିଏ । ସୁଯୋଗ ଦେଖି ବିଦ୍ୟାର୍ଥୀମାନଙ୍କୁ ପ୍ରଶଂସା କରିବା ଉଚିତ୍ । ଏହା ହେଲେ ସେମାନଙ୍କ ଉତ୍ସାହ ବଢ଼ିବ । ପ୍ରତିଦିନ ଶିକ୍ଷକ ବା ବିଦ୍ୟାର୍ଥୀ ମୂଲ୍ୟ ଆଧାରିତ କ୍ଷୁଦ୍ର ଗଳ୍ପ, ପ୍ରସଙ୍ଗ ବା ଘଟଣାର ବର୍ଣ୍ଣନା କରିବା ଉଚିତ୍ । ପ୍ରତିଦିନ ପ୍ରତ୍ୟେକ ବିଦ୍ୟାର୍ଥୀ ନିଜ ଦ୍ୱାରା କରାଯାଇଥିବା ମୂଲ୍ୟ ପ୍ରେରକ କାର୍ଯ୍ୟର ବର୍ଣ୍ଣନା ପ୍ରାର୍ଥନା ସଭାରେ କରିବା ଉଚିତ୍ ।
ଜୀବନରେ ଶୃଙ୍ଖଳା ଆବଶ୍ୟକ; କିନ୍ତୁ ଏହା ବିଦ୍ୟାର୍ଥୀ ମନରେ ଭୟ ସୃଷ୍ଟି କରିବା ଅନୁଚିତ୍ । ଶିକ୍ଷକଙ୍କ ଭୂମିକା ପୁଲିସ ପରି ହେବା ଅନୁଚିତ୍ । ଜଣେ ଶିକ୍ଷକର ଭୂମିକା ବଗି·ର ମାଳୀ ସଦୃଶ ହେବା ଉଚିତ୍ । ମୁକ୍ତାକାଶର ନିର୍ଭିକ ବିହଙ୍ଗମ ପରି ବିଦ୍ୟାର୍ଥୀ ବିଦ୍ୟାଳୟ ପରିସରରେ ଅନୁଭବ କରିବା ଉଚିତ୍ । ମୂଲ୍ୟଶିକ୍ଷା ପାଇଁ କୌଣସି ନିର୍ଦ୍ଧିଷ୍ଟ ନିୟମ ବା କୌଶଳ ନାହିଁ । ମୂଲ୍ୟ ଶିକ୍ଷାର ସ୍ବରୂପ ସ୍ବୟଂର ଗ୍ରହଣଶୀଳତା ଉପରେ ନିର୍ଭର କରେ ।
ମୂଲ୍ୟ ଶିକ୍ଷା ପାଇଁ ଶିବିରର ଆୟୋଜନ ହେବା ଉଚିତ । ଏଥିରେ ଅନୁଭବର ଆଦାନ ପ୍ରଦାନ ଓ ଚର୍ଚ୍ଚା ହେବା ଉଚିତ୍ । ଉମ ବି·ର, ଉମ ବ୍ୟବହାର ଏବଂ ଉମ କାର୍ଯ୍ୟର ପ୍ରଶଂସା ହେବା ଉଚିତ୍ । ମୂଲ୍ୟବୋଧ ଭିିକ କାବ୍ୟ, ସାହିତ୍ୟ, ଗଳ୍ପ, ଏକାଙ୍କିକା, ନୃତ୍ୟନାଟିକାର ଆୟୋଜନ ହେବା ଉଚିତ୍ । ପ୍ରାକୃତିକ ସୌନ୍ଦର୍ଯ୍ୟ ଅବଲୋକନ, କଳା, ସାହିତ୍ୟ, ସଙ୍ଗୀତ ପ୍ରତି ରୁଚି ସୃଷ୍ଟି କରିବା ଭଳି ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ କରିବା ଉଚିତ୍ ।
ବିଦ୍ୟାଳୟଗୁଡ଼ିକରେ, ଏପରି ଖେଳର ପ୍ରଚଳନ କରାଯିବା ଉଚିତ୍ ଯେଉଁଗୁଡ଼ିକ ମୂଲ୍ୟ ଆଧାରିତ ହୋଇଥିବ । ଶେଷକଥା ହେଲା- .Sow a Thought, you reap an Act. Sow an Act, you reap a Habit. Sow a Habit, you reap a character. Sow a character, you reap a Destiny.
                                                                                        ସମ୍ପାଦକ - ଚେତନା ପ୍ରବାହ, ଶିବଶକ୍ତି ହୋମିଓ ସେବା ସଦନ
                                                                                        ପାଟଣାଗଡ଼, ମୋ:- ୯୪୩୭୨୧ଠ୨୯୬

ମୂଲ୍ୟର ମୂଲ୍ୟାଙ୍କନ ଡାକ୍ତର ସୁଧାଂଶୁ ଶେଖର ମିଶ୍ର,- ସମ୍ପାଦକ, ଚେତନା ପ୍ରବାହ

                        ମୂଲ୍ୟର ମୂଲ୍ୟାଙ୍କନ

                                                                                            ଡାକ୍ତର ସୁଧାଂଶୁ ଶେଖର ମିଶ୍ର,  ସମ୍ପାଦକ, ଚେତନା ପ୍ରବାହ

ମନୁଷ୍ୟ ଦୈନନ୍ଦିନ ଜୀବନରେ ସେହି ବସ୍ତୁ ବା ପଦାର୍ଥଗୁଡ଼ିକୁ ମୂଲ୍ୟବାନ ମନେ କରେ ଯେଉଁ ଗୁଡ଼ିକ ଦ୍ୱାରା ତା’ର ମହ୍ୱପୂର୍ଣ୍ଣ ଆବଶ୍ୟକତା ପୂର୍ଣ୍ଣ ହୁଏ । ସନ୍ତୁଷ୍ଟତା, ସଦ୍ଭାବନା, ସହାନୁଭୂତି, ସହନଶୀଳତା, ଧୈର୍ଯ୍ୟ, ନମ୍ରତା, ସଚ୍ଚୋଟତା ଆଦି ଗୁଣଗୁଡ଼ିକୁ ନୈତିକ ମୂଲ୍ୟ, ମାନବୀୟ ମୂଲ୍ୟ ବା ଆଧ୍ୟାତ୍ମିକ ମୂଲ୍ୟର ସଂଜ୍ଞା ଦିଆଯାଇ ପାରିବ । କାରଣ ଏଗୁଡ଼ିକ ଦ୍ୱାରା ମନୁଷ୍ୟ ଆଧ୍ୟାତ୍ମିକ ଉକ୍ରର୍ଷ ଲାଭ କରେ । ଏଗୁଡ଼ିକ ତାକୁ ଆନନ୍ଦ ପ୍ରଦାନ କରେ ଓ ଏଗୁଡ଼ିକୁ ଅବଲମ୍ବନ କରି ସେ ସଫଳତାର ଶୀର୍ଷ ଦେଶରେ ପହô ପାରେ । ଉଦାହରଣ ସ୍ବରୂପ କୌଣସି ହିତୈଷୀ ବ୍ୟକ୍ତିର ପରାମର୍ଶ ବା ଉପଦେଶ ଦ୍ୱାରା ଯଦି କାହାରି ସମସ୍ୟାର ସମାଧାନ ହୋଇଯାଏ, ତା’ର ଦୁଃଖ ଦୂର ହୋଇଯାଏ, ତା’ର ଚିନ୍ତା ଅନ୍ତର୍ହିତ ହୋଇଯାଏ ଓ ସେ ସଫଳତା ଏବଂ ଖୁସି ପ୍ରାପ୍ତ ହୁଏ ତେବେ ଉକ୍ତ ବ୍ୟକ୍ତିର ପରାମର୍ଶ ବା ଉପଦେଶକୁ ‘ମୂଲ୍ୟବାନ’ ବୋଲି ଲୋକେ ଗ୍ରହଣ କରନ୍ତି । ସେହିପରି ଯେଉଁ ସଦ୍ଗୁଣଗୁଡ଼ିକ ବା ବିଶେଷତାଗୁଡ଼ିକ ଦ୍ୱାରା ମନୁଷ୍ୟକୁ ଉଚ୍ଚ ମାନସିକ ତଥା ଆଧ୍ୟାତ୍ମିକ ଅବସ୍ଥା ପ୍ରାପ୍ତ ହୁଏ; ସେଗୁଡ଼ିକୁ ମଧ୍ୟ ମୂଲ୍ୟ ବୋଲି କୁହାଯାଏ । ହୀରା ମୋତି ଜଡ଼ିତ ସ୍ବର୍ଣ୍ଣ ଆଭୂଷଣ ଧାରଣକାରୀର ସୌନ୍ଦର୍ଯ୍ୟ ଓ ବ୍ୟକ୍ତିତ୍ୱ ଯେପରି ପରିସ୍ଫୁଟ ହୋଇଥାଏ ସେହିପରି ସଦ୍ଗୁଣ ଧାରଣ ଦ୍ୱାରା ମନୁଷ୍ୟ ଜୀବନ ମୂଲ୍ୟବାନ, ମହାନ୍ ଓ ସୁନ୍ଦର ହୋଇଯାଏ ଏବଂ ସଂପୃକ୍ତ ବ୍ୟକ୍ତି ଆକର୍ଷଣ ବ୍ୟକ୍ତିତ୍ୱର ଅଧିକାରୀ ହୋଇ ସର୍ବ ଜନାଦୃତ ହୁଅନ୍ତି । ଆଭୂଷଣରେ ବ୍ୟବହୃତ ଧାତୁର ଶୁଦ୍ଧତା ଆଧାରରେ ତା’ର ମୂଲ୍ୟାଙ୍କନ ହୁଏ । ସେହିପରି ବ୍ୟକ୍ତି ଧାରଣ କରିଥିବା ଗୁଣ ତା’ର ଆ·ର-ବ୍ୟବହାରକୁ କେତେ ଶୁଦ୍ଧ, ନିର୍ମଳ, ନିଷ୍କଳଙ୍କ ଓ ସୁନ୍ଦର କରି ପାରିଛି ତଥା ସେଗୁଡ଼ିକ ତା’ର ବ୍ୟକ୍ତିତ୍ୱରେ କେତେ ଅଲୌକିକତା ଭରି ଦେଇଛି ଏସବୁ ବି·ର କରି ମୂଲ୍ୟର ମୂଲ୍ୟାଙ୍କନ କରାଯାଇଥାଏ ।
ମୂଲ୍ୟ ସଂକଟ
ମୂଲ୍ୟଗୁଡ଼ିକର ମୂଲ୍ୟ ଜାଣି ନ ଥିବା ହେତୁ ମନୁଷ୍ୟ ତାହା ପାଳନ କରିବାରେ ଆଗ୍ରହ ପ୍ରକାଶ କରୁ ନାହିଁ । ଏହାର ପରିଣାମ ସ୍ବରୂପ ତା’ର ଆ·ର ବ୍ୟବହାର, ସ୍ବଭାବ ଓ ସଂସ୍କାରରେ ନକାରାତ୍ମକ ପ୍ରବୃି ଦେଖାଯାଉଛି । ଏହାର କୁପ୍ରଭାବ କେବଳ ଇହ ଜନ୍ମରେ ନୁହେଁ, ଅପିତୁ ଜନ୍ମ ଜନ୍ମାନ୍ତର ପର୍ଯ୍ୟନ୍ତ ପଡ଼େ ।
ତେଣୁ ସେ ·ହିଁଲେ ମଧ୍ୟ ଇହଜନ୍ମର କୌଣସି କୁଅଭ୍ୟାସକୁ ସହଜରେ ତ୍ୟାଗ କରି ପାରେ ନାହିଁ । ଜନ୍ମ ଜନ୍ମାନ୍ତରରୁ କରି ଆସିଥିବା କୁକର୍ମର ଫଳ ସ୍ବରୂପ ମଣିଷ ବାରମ୍ବାର ନକାରାତ୍ମକ କର୍ମରେ ପ୍ରବୃ ହୁଏ । ·ରିତ୍ରିକ ଅଧଃପତନର ଏହାହିଁ କାରଣ । ବର୍ମାନ ଜନ୍ମର ଦୁଃଖ, ଅଶାନ୍ତି ଓ ଅସଫଳତା ପାଇଁ ପୂର୍ବ ଜନ୍ମର କୁକୃତ୍ୟ କିଛି ମାତ୍ରାରେ ଦାୟୀ । କର୍ମର ଏହି ଗୁହ୍ୟ ଗତି ହୃଦୟଙ୍ଗମ କରି ଯେଉଁମାନେ ଦୃଢ଼ତା ପୂର୍ବକ ମୂଲ୍ୟଗୁଡ଼ିକୁ ଧାରଣ କରନ୍ତି ସେମାନଙ୍କ ଇହ ଓ ପର ଉଭୟ ଜନ୍ମ ସୁଖ ଶାନ୍ତି ଓ ସମୃଦ୍ଧଶାଳୀ ହୁଏ । ଏହାର ବିପରୀତ ମୂଲ୍ୟଗୁଡ଼ିକୁ ଧାରଣ କରୁ ନଥିବା ବ୍ୟକ୍ତିର ସମାଜରେ କୌଣସି ମୂଲ୍ୟ ରହେ ନାହିଁ ଏବଂ ସେମାନେ ନିଜ ପାଇଁ ତଥା ସମାଜ ପାଇଁ ଅନର୍ଥକାରୀ ଅମଙ୍ଗଳକାରୀ ଓ ଉପଦ୍ରବକାରୀ ହୋଇ ମୂଲ୍ୟ ସଂକଟର କାରଣ ହୁଅନ୍ତି । ଯେଉଁମାନଙ୍କ ପାଖରେ ଯେଉଁ ମାତ୍ରାରେ ମୂଲ୍ୟ ଥାଏ ତଦନୁସାରେ ସେମାନଙ୍କର ମୂଲ୍ୟ ହୁଏ ଓ ସେମାନେ ସେତିକି ମହାନ୍ ରୂପେ ଗଣ୍ୟ ହୁଅନ୍ତି । ସାରାଂଶରେ କହିବାକୁ ଗଲେ ମୂଲ୍ୟ ଅଭାବରେ ଜୀବନ ଜିଇଁବା ଯୋଗ୍ୟ ହୁଏ ନାହିଁ ।
ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସମାଜ ବିନା ତା’ର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ନୁହେଁ । ବ୍ୟକ୍ତିରୁ ପରିବାର ଓ ପରିବାରରୁ ସମାଜ ଗଠନ ହୁଏ । ସ୍ନେହ, ପ୍ରେମ ଓ ମୈତ୍ରୀପୂର୍ଣ୍ଣ ସହାବସ୍ଥାନ ଦ୍ୱାରାହିଁ ମନୁଷ୍ୟ ପ୍ରକୃତ ସୁଖ, ଶାନ୍ତି ଏବଂ ଆନନ୍ଦ ଲାଭ କରେ । ବିପଦ ସମୟରେ ଯଦି ମିତ୍ର ସାହାଯ୍ୟ ନ କରେ ସେପରି ମିତ୍ରତାର କୌଣସି ମୂଲ୍ୟ ନାହିଁ । ବିଶ୍ୱାସନୀୟ, ସେବାଭାବ, ତ୍ୟାଗ, ସ୍ନେହ ଆଦି ମୂଲ୍ୟ ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୁଏ । ନାଗରିକମାନଙ୍କ ମଧ୍ୟରେ ଏକତା ଓ ନୈତିକତା ଆଧାରରେ କୌଣସି ରାଷ୍ଟ୍ରର ମହାନତା ନିରୂପିତ ହୁଏ । କୌଣସି ବ୍ୟକ୍ତି ଯଦି କେବଳ ନିଜ ସ୍ବାର୍ଥ ସିଦ୍ଧି ନିମନ୍ତେ ତପôର ରହେ ତେବେ ତା’ର ଜୀବନ ବ୍ୟର୍ଥ । ଭାରତୀୟ ଦାର୍ଶନିକଗଣ ପରୋପକାର ଦ୍ୱାରା ସ୍ବର୍ଗପ୍ରାପ୍ତି (ସୁଖ, ଶାନ୍ତି, ଆନନ୍ଦ ଆଦି) ପରପୀଡ଼ନ ଦ୍ୱାରା ନର୍କ (କଳହ, କ୍ଳେଶ, ଅଶାନ୍ତି ଆଦି) ପ୍ରାପ୍ତି ହୁଏ ବୋଲି କହନ୍ତି । ସଂପ୍ରତି ମୂଲ୍ୟ ସଂକଟର ଏହି ଘଡ଼ି ସନ୍ଧି ମୁହୂର୍ରେ ନୈତିକ ମୂଲ୍ୟ ଧାରଣ ଦ୍ୱାରା ହିଁ ସୁଖମୟ ସଂସାରର ପୁନର୍ସ୍ଥାପନା ସମ୍ଭବ ।

ମୂଲ୍ୟ କଣ?

                                 ମୂଲ୍ୟ କଣ?

ମନୁଷ୍ୟ ଯେଉଁ ବସ୍ତୁକୁ ଯେମିତି ଲାଭକାରୀ, ଜରୁରୀ ଏବଂ ମହ୍ୱପୂର୍ଣ୍ଣ ମନେ କରେ ତା’ ପାଇଁ ସେହି ବସ୍ତୁ ସେତିକି ‘ମୂଲ୍ୟବାନ’ ହୁଏ । ସାଧାରଣତଃ କ୍ରୟ  ଓ ବିକ୍ରୟ ପାଇଁ ଆବଶ୍ୟକ ଧନରାଶି ଦ୍ୱାରା କୌଣସି ବସ୍ତୁର ମୂଲ୍ୟ ନିରୂପିତ ହୁଏ ।ଏତଦ୍ବ୍ୟତୀତ କୌଣସି ବସ୍ତୁର ପା୍ରପ୍ତି  ଓ କୌଣସି କାର୍ଯ୍ୟର ସଫଳତା ତଥା କୌଣସି  ଲକ୍ଷ୍ୟ ପ୍ରାପ୍ତି ପାଇଁ ଆବଶ୍ୟକ ପରିଶ୍ରମକୁ ମଧ୍ୟ ମୂଲ୍ୟ କୁହାଯାଏ । କୌଣସି ବସ୍ତୁର ମୂଲ୍ୟ ପ୍ରାପ୍ତି ପାଇଁ ଆବଶ୍ୟକ ପରିଶ୍ରମକୁ ମଧ୍ୟ ମୂଲ୍ୟ କୁହାଯାଏ । କୌଣସି ବସ୍ତୁର ମୂଲ୍ୟ ନିର୍ଦ୍ଧାରଣ ସମୟରେ ତା’ର ‘ଗୁଣବା’, ‘ଲାଭକାରିତା’, ଉପଯୋଗିତା ଆଦି ବିଚାରକୁ ନିଆଯାଏ । ଯେଉଁ ବସ୍ତୁ ବା ପଦାର୍ଥ ପ୍ରାପ୍ତ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡେ ଏବଂ ଯାହା ଦୁର୍ଲଭ୍ୟ ତଥା ଯାହା ବ୍ୟକ୍ତି ପାଇଁ ଅତ୍ୟନ୍ତ ଆବଶ୍ୟକ ବା ଉପଯୋଗୀ ତା’ର ମୂଲ୍ୟ ଅଧିକ ହୁଏ । ଏହାର ବିପରୀତ ଯେଉଁ ବସ୍ତୁ ବିନା ପରିଶ୍ରମରେ ପର୍ଯ୍ୟାପ୍ତ ପରିମାଣରେ ସହଜଲଭ୍ୟ ଓ ବିଶେଷ ଉପଯୋଗୀ ନୁହେଁ ତା’ର କୌଣସି ମୂଲ୍ୟ ନ ଥାଏ ବା କମ୍ ମୂଲ୍ୟ ଥାଏ ।
ସଂପ୍ରତି ସର୍ବତ୍ର ମାନବ ସମାଜର ନୈତିକ, ସାମାଜିକ ଓ ଆଧ୍ୟାତ୍ମିକ ମୂଲ୍ୟ ହ୍ରାସ ହେଉଥିବା କଥା ଚର୍ଚ୍ଚା ହେଉଛି । ବୁଦ୍ଧିଜୀବୀ ଓ ଚିନ୍ତାଶୀଳ ବ୍ୟକ୍ତିମାନେ ମାନବ ସମାଜରେ ବ୍ୟାପ୍ତ ଅଶାନ୍ତି, କଳହ, କ୍ଳେଶ, ଦୈନ୍ୟ, ରୋଗ, ଶ୍ଳୋକ, ଦୁର୍ବ୍ୟସନ, ଭ୍ରଷ୍ଟାଚାର, କୁସଂସାର ଆଦିର କାରଣ ମାନବୀୟ ମୂଲ୍ୟ ହ୍ରାସ ବୋଲି  ନିରୂପିତ କରିଛନ୍ତି । ନୈତିକ ଓ ଅଧ୍ୟାତ୍ମିକ ମୂଲ୍ୟର ମୂଳଦୁଆ ଉପରେ ହିଁ ଏକ ଆଦର୍ଶ ସମାଜ ଗଠନ କରାଯାଇପାର । ସୁଖ, ଶାନ୍ତି, ପବିତ୍ରତା ଓ ସମୃଦ୍ଧ ଜୀବନଯାପନ କରିବା ପାଇଁ ମୂଲ୍ୟ ପଥ ପ୍ରଦର୍ଶନ କରେ । ଏହା ବ୍ୟକ୍ତିର ଆନ୍ତରିକ ଶକ୍ତିର ବିକାଶ କର । ଏହା ଜୀବନକୁ ସୁନ୍ଦର ଓ ସୁରଭିତ କରେ ।ଏହା ପ୍ରତ୍ୟେକ ମନୁଷ୍ୟ ଜୀବନ ପାଇଁ ବରଦାନ । ଏକ ସୁଖମୟ ସଂସାର ଗଠନ ପାଇଁ ଏହା ଅତ୍ୟାବଶ୍ୟକ ତ୍ୱ ଅଟେ । ସଚ୍ଚରିତ୍ର ଗଠନ ପାଇଁ ଏହା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରେ । ବିଭିନ୍ନ ମୂଲ୍ୟର ସ୍ପଷ୍ଟ ଅବଧାରଣା ବ୍ୟତୀତ ଏଗୁଡିକୁ ସତ୍ୟନିଷ୍ଠ ଭାବରେ ଜୀବନରେ ଧାରଣ କରିବା ସମ୍ଭବ ନୁହେଁ ।
ବିଭିନ୍ନ ମୂଲ୍ୟ ବିଷୟରେ  ମନୁଷ୍ୟର ଅଜ୍ଞତା ତା’ର ନୈତିକ ପତନର ମୁଖ୍ୟ କାରଣ । ଏତଦ୍ ସମ୍ବନ୍ଧୀୟ ପର୍ଯ୍ୟାପ୍ତ ଜ୍ଞାନ ଅଭାବରେ ସେ ନିଜ ସ୍ବାର୍ଥନୁକୂଳ ଇଛା ଓ ମୂଲ୍ୟଗୁଡିକ ମଧ୍ୟରେ ପ୍ରଭେଦ ନିରୂପଣ କରିପାରେ ନାହିଁ । ଅନେକ ସମୟରେ ମନୁଷ୍ୟ କେତେକ ମୂଲ୍ୟ କାହିଁକି ଧାରଣ କରିବ ସେ କଥା ଜାଣି ନଥାଏ । ଏଥିପାଇଁ ତା’ର ନୈତିକ ସଂବେଦନଶୀଳତା କ୍ଷୀଣ ହୋଇଯାଏ । ତେଣୁ ସେ ତା’ର ଆଚରଣ ଓ କାର୍ଯ୍ୟର ଉର ଦାୟିତ୍ୱ ସ୍ବୀକାର କରିବା ପାଇଁ କୁଣ୍ଠିତ ହୁଏ । ମୂଲ୍ୟଗୁଡିକର ଯଥାର୍ଥ ପରିଭାଷା ନ ଜାଣିଲେ ମନରେ ବିରୋଧାଭାସ ଉପôନ୍ନ ହୁଏ । ନୈତିକ ଭ୍ରମ ସୃ୍ଷ୍ଟି ହେବାର ଏହାହିଁ କାରଣ । ଏହିପରି ମାନସିକ ସ୍ଥିତିରେ ବ୍ୟକ୍ତି ସ୍ବାର୍ଥ ପ୍ରଣୋଦିତ ହୋଇ ନିଜ ମନୋନୁକୂଳ କାର୍ଯ୍ୟକୁ ମୂଲ୍ୟ ଆଧାରିତ ମନେ କରି ସଂପାଦନ କରୁଥାଏ  । ତା’ର ବାକ୍ୟ ଓ କର୍ମରେ ସାମଞ୍ଜସ୍ୟ ନ ଥାଏ ।
ମୂଲ୍ୟର ପରିଭାଷା:
ଅଭିଧାନ ଅନୁସାରେ ମୂଲ୍ୟ ହେଉଛି ମନୁଷ୍ୟର ଯୋଗ୍ୟତା ବା ଦକ୍ଷତାର ସ୍ତର । ବ୍ୟକ୍ତି ସ୍ବୀୟ ମୂଲ୍ୟ ଆଧାରରେ ଜୀବନର ମହ୍ୱପୂର୍ଣ୍ଣ ବିଷୟଗୁଡିକ ଚିହ୍ନୋଟ କରି ନିର୍ଣ୍ଣୟ ନିଏ । ଯେଉଁ ସଦ୍ଗୁଣ ବା ବିଶେଷତା ଗୁଡିକ  ୍ଦ୍ୱାରା ମନୁଷ୍ୟର ନୈତିକ ତଥା ଆଧ୍ୟାତ୍ମିକ ଉକ୍ରର୍ଷର ଲକ୍ଷ୍ୟ ପ୍ରାପ୍ତ ହୁଏ ଏବଂ ସେ ଜୀବନରେ ଖୁସି ଓ ସଫଳତା ଲାଭ କରେ ସେଗୁଡିକୁ ମୂଲ୍ୟ କୁହାଯାଏ । ସେଗୁଡିକୁ ଜୀବନରେ ଧାରଣ କଲେ ମାନବ ଜୀବନ “ମୂଲ୍ୟବାନ” ମହାନ୍ ଓ ସୁନ୍ଦର ହୋଇଯାଏ । ବିଭିନ୍ନ ମୂଲ୍ୟ ମାନବ ସମାଜକୁ ଦିଗଦର୍ଶନ ଦିଏ ଓ ତା’ର ଆଙ୍କାକ୍ଷାଗୁଡିକୁ ପ୍ରକଟ କରେ । ବ୍ୟକ୍ତି ଯେଉଁ ସିଦ୍ଧାନ୍ତ, ସ୍ବଘୋଷିତ ନିୟମ ଅଥବା ନୀତିଶାସ୍ତ୍ରାନ୍ତର୍ଗତ ଅବଧାରଣାଗୁଡିକୁ ଜୀବନରେ ପାଳନ କରେ ସେଗୁଡିକୁ ମୂଲ୍ୟ ନାମର କଥିତ ହୁଏ । ମୂଲ୍ୟଧାରଣ ଦ୍ୱାରା ବିବେକ ସ୍ବଚ୍ଛ ଓ ଆନ୍ତରିକ ଶକ୍ତିର ସ୍ଫୁରଣ ହୁଏ । ବ୍ୟକ୍ତି ମଧ୍ୟରେ ନିହିତ ମୂଲ୍ୟଗୁଡିକ ଦ୍ୱାରା ତା’ର ଚାରିତ୍ରିକ ବିଶେଷତା ବା ଦୋଷ ଦୁର୍ବଳତା  ଓ ନୈତିକ ରୁଚି ବିଷୟରେ ଜାଣି ହୁଏ । ଭୌତିକ ମୂଲ୍ୟ ମନୁଷ୍ୟର ନୈତିକ ଓ ଆଧ୍ୟାତ୍ମିକ ମୂଲ୍ୟକୁ ହ୍ରାସ କରେ । ବୈଷୟିକ ମୂଲ୍ୟରୁ ମାନବୀୟ ମୂଲ୍ୟର ଉପôି । ବୈଷୟିକ ମୂଲ୍ୟ ସର୍ବ ସମ୍ମତ ହୋଇଥିବାବେଳେ ମାନବୀୟ ମୂଲ୍ୟ ବିଷୟରେ ମତାନ୍ତର ଦେଖାଯାଏ । କାରଣ ମାନବୀୟ ମୂଲ୍ୟ ବ୍ୟକ୍ତିପରକ ହୋଇଥିବାରୁ ପ୍ରତ୍ୟେକ ବ୍ୟକ୍ତି ପାଇଁ ଭିନ୍ନଭିନ୍ନ ହୋଇଥାଏ । (କ୍ରମଶଃ)

ମୂଲ୍ୟ ଏବଂ ଆଧ୍ୟାତ୍ମିକତାର ବିକାଶ --ଡା. ସୁଧାଂଶୁ ଶେଖର ମିଶ୍ର

              ମୂଲ୍ୟ ଏବଂ ଆଧ୍ୟାତ୍ମିକତାର ବିକାଶ

                                                                                                                                  ଡା. ସୁଧାଂଶୁ ଶେଖର ମିଶ୍ର
ଦିନକୁ ଦିନ ମଣିଷ ସମାଜରେ ଭ୍ରଷ୍ଟା·ର ଓ ଦୁଷ୍କର୍ମ ବୃଦ୍ଧି ପାଇ ·ଲିଛି । ଏଥିରୁ ଅନୁମେୟ ଯେ ପ୍ରଚଳିତ ବିଧି ବିଧାନ ମନୁଷ୍ୟକୁ ଅସତ ପଥରୁ ନିବୃ କରିବା ପାଇଁ ଅସମର୍ଥ । ଅନେକ ଧାର୍ମିକ ଓ ସାମାଜିକ ଅନୁଷ୍ଠାନ ମଧ୍ୟ ଏକ ଭ୍ରଷ୍ଟାଚାରମୁକ୍ତ ସମାଜ ଗଠନରେ ସମର୍ଥ ହୋଇପାରି ନାହାନ୍ତି । ସେଥିପାଇଁ ବିଭିନ୍ନ ଆୟୋଗ ମୂଲ୍ୟବୋଧ ଭିିକ ଶିକ୍ଷା ପ୍ରଚଳନ ପାଇଁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ରାଜନୈତିକ କାରଣରୁ ସରକାର ସେମାନଙ୍କ ପ୍ରସ୍ତାବଗୁଡିକୁ ଲାଗୁ କରିବା ପାଇଁ ସମର୍ଥ ହୋଇପାରି ନାହାନ୍ତି । ସରକାରରେ ଥିବା ରାଜନୈତିକ ଦଳମାନଙ୍କ ତୁଷ୍ଟୀକରଣ ନୀତି ମାନବୀୟ ମୂଲ୍ୟବୋଧ ଅବକ୍ଷୟ ପାଇଁ ଇନ୍ଧନ ତୁଲ୍ୟ କାମ କରୁଛି । ଏକ ସୁସ୍ଥ ଓ ଆଦର୍ଶ ସମାଜ ଗଠନ ପାଇଁ ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଆଧ୍ୟାତ୍ମିକତାର ବିକାଶ କରିବା ଅପରିହାର୍ଯ୍ୟ । ଏଥିପାଇଁ ମୂଲ୍ୟବୋଧ ଭିିକ ଶିକ୍ଷା ଏକମାତ୍ର ବିକଳ୍ପ ।
ଆଧ୍ୟାତ୍ମିକତାର ବ୍ୟବହାରିକ ପ୍ରୟୋଗ ଦ୍ୱାରା ମୂଲ୍ୟ ଗୁଡିକ ଆମ ଜୀବନରେ ପ୍ରତ୍ୟକ୍ଷ ଭାବରେ ପ୍ରଭାବ ପକାଇ ଥାଏ । ନୈତିକ ସିଦ୍ଧାନ୍ତ ଏବଂ ମୂଲ୍ୟଗୁଡିକୁ ଜଣେ ଯେତେବେଳେ ନିଜ ଜୀବନରେ ପ୍ରଦର୍ଶିତ କରେ, ସେତେବେଳେ ସେ ସଫଳତାର ସର୍ବୋମ ପରିସ୍ଥିତି ନିର୍ମାଣ କରିଥାଏ । ଜଣେ ବ୍ୟକ୍ତିର କଥା ଓ କର୍ମରେ ଯଦି ଅନ୍ତର ନ ରହେ ତେବେ ଲୋକେ ତାଙ୍କୁ ବିଶ୍ୱାସ କରିଥାନ୍ତି । ଏପରି ବ୍ୟକ୍ତି ଲୋକମାନଙ୍କ ସହିତ ନୀତି ପୂର୍ବକ ଆଦରର ସହିତ ବ୍ୟବହାର କରନ୍ତି । ତାଙ୍କର ବୃି ତାଙ୍କର ସିଦ୍ଧାନ୍ତକୁ ପ୍ରକଟ କରେ ।
ଶ୍ରେଣୀ ପ୍ରକୋଷ୍ଠ ଓ ସଭାଗୃହରେ କେବଳ ଭାଷଣ ଦେଇ ଦେଲେ ଶ୍ରୋତାର ବୃିରେ ପରିବର୍ନ ହୁଏ ନାହିଁ । ଶିକ୍ଷକ ବା ବକ୍ତା ସ୍ବୟଂ ମୂଲ୍ୟନିଷ୍ଠ ନହେଲେ ତାଙ୍କର ବକ୍ତବ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାପ୍ରଦ ହୁଏ ନାହିଁ । ପ୍ରତ୍ୟେକ ବ୍ୟକ୍ତି ବାତାବରଣ ପ୍ରକମ୍ପନ ଏବଂ ପର୍ଯ୍ୟାବରଣ ପ୍ରତି ସମ୍ବେଦନଶୀଳ ଥାନ୍ତି । ଯଦି ବାତାବରଣ ଶାନ୍ତି ଓ ଅନୁଶାସିତ ନୁହେଁ ତେବେ ଯେତେ ଭଲ କଥା କହିଲେ ମଧ୍ୟ ତା’ର ପ୍ରଭାବ ପଡେ ନାହିଁ । ବର୍ମାନ ଶିକ୍ଷା ପ୍ରଣାଳୀ ପ୍ରତିସ୍ପର୍ଦ୍ଧାମୂଳକ । କେତେକ ଶିକ୍ଷାବିତ୍ ଭାବନ୍ତି ଯେ ଉକ୍ରୃଷ୍ଟ ପରିଣାମ ପାଇଁ ଏହା ସର୍ବୋମ । ଅନୁଭବରୁ ଜଣାଯାଏ ଯେ ଏହା ସର୍ବଦା ଉପଯୋଗିତା ଉଦ୍ଧୀପକ ସିଦ୍ଧ ହୁଏ ନାହିଁ । ପ୍ରତିସ୍ପର୍ଦ୍ଧାମୂଳକ ଶିକ୍ଷା ପ୍ରଣାଳୀରେ କିଛି ଲୋକଙ୍କ ଅନୁଚିତ ଲାଭ ପ୍ରାପ୍ତିର ସମ୍ଭାବନାକୁ ଏଡାଇ ହେବ ନାହିଁ । ଏପରି କ୍ଷେତ୍ରରେ ଅନା·ର ଓ ଅମାନବୀୟ ବାତାବରଣ ସୃଷ୍ଟି ହୋଇଥାଏ ।
ମୂଲ୍ୟ ଓ ଆଧ୍ୟାତ୍ମିକତା ବିକାଶ ପାଇଁ ଏକ ପ୍ରେରକ ପାଠ୍ୟକ୍ରମ ଆବଶ୍ୟକ । ଏହି ପାଠ୍ୟକ୍ରମ ଏପରି ହେବା ଉଚିତ ଯଦ୍ଧ୍ୱାରା ସୌହାର୍ଦ୍ଧ, ସଙ୍ଗତି ଓ ନେତୃତ୍ୱର ବାତାବରଣ ସୃଷ୍ଟି ହେବ । ପାଠ୍ୟକ୍ରମ ପ୍ରାସଙ୍ଗିକ, ସୁବ୍ୟବସ୍ଥିତ, ବି·ରୋେଜକ ଏବଂ ଲାଭପ୍ରଦ ହେଲେ ଏଥିପ୍ରତି ବିଦ୍ୟାର୍ଥୀର ଆକର୍ଷଣ ବୃଦ୍ଧି ହୋଇଥାଏ । ଉପଯୁକ୍ତ ପରିଣାମ ପାଇଁ ଉଭୟ ପ୍ରଶିକ୍ଷଣ ଓ ବିଦ୍ୟାର୍ଥୀ ମଧ୍ୟରେ ପରସ୍ପର ଆଦରଭାବ ଓ ପ୍ରେରକ ଚର୍ଚ୍ଚା ଆବଶ୍ୟକ । କୌଣସି ଶୈକ୍ଷଣିକ କାର୍ଯ୍ୟକ୍ରମର ସଫଳତା ପାଇଁ ଶିକ୍ଷକ ଏବଂ ଛାତ୍ର ମଧ୍ୟରେ ସକାରାତ୍ମକ ପରିଚର୍ଚ୍ଚା ଅତ୍ୟନ୍ତ ଆବଶ୍ୟକ । ଏହା ଆଧ୍ୟାତ୍ମିକ ଚେତନା ବିକାଶ ପାଇଁ ମାର୍ଗ ପ୍ରଶସ୍ତ କରିଥାଏ । ଯଦି ଜଣେ କେବଳ ପରୀକ୍ଷାରେ ଉୀର୍ଣ୍ଣ ହେବା ପାଇଁ ମୂଲ୍ୟବୋଧ ଭିିକ ପାଠ୍ୟକ୍ରମ ଅଧ୍ୟୟନ କରେ ତେବେ ତାର ଜୀବନରେ ମୂଲ୍ୟଗୁଡିକର ବିକାଶ ସମ୍ଭବ ନୁହେଁ । ଏହା ତା’ର ମନରେ ନକାରାତ୍ମକ ବୃି ଉପôନ୍ନ କରି ତା’ର ଆଧ୍ୟାତ୍ମିକ ଚେତନା ବିକାଶରେ ବାଧା ସୃଷ୍ଟି କରିଥାଏ । ଏଠାରେ ଏକ ଉଦାହରଣ ଦେବା ପ୍ରାସଙ୍ଗିକ ମନେ ହୁଏ । ସଂଯମ ଏକ ମୂଲ୍ୟ । କିନ୍ତୁ ଅତ୍ୟଧିକ ସଂଯମାଚରଣ ସ୍ବ ପ୍ରତି କରାଯାଉଥିବା ଏକ ଅତ୍ୟା·ର ହୋଇଯାଏ । ମୂଲ୍ୟ କେଉଁ ବିନ୍ଦୁରେ ଉପନୀତ ହୋଇ ନକାରାତ୍ମକ ବୃିରେ ପରିବର୍ନ ହୋଇଯାଏ, ତାହା ବୁଝିବା ପାଇଁ ସୂକ୍ଷ୍ମ ଭାବରେ ବି·ର କରିବା ଦରକାର ।
ଜଣକର କଥା ଓ କାର୍ଯ୍ୟରେ ସମାନତା ନ ରହିଲେ ତା’ର ଅଭିବ୍ୟକ୍ତିରେ ନକାରାତ୍ମକତା ପରିସ୍ଫୁଟ ହୁଏ । ଏଭଳି ବ୍ୟକ୍ତି ଯଦି ନୈତିକତା ଉପରେ ଦୀର୍ଘ ଭାଷଣ ଦିଅନ୍ତି ତେବେ ଶ୍ରୋତାଗଣ ହାଇ ମାରିବା ଆରମ୍ଭ କରନ୍ତି, ହାତଗୋଡ ହଲଚଲ କରୁଥାନ୍ତି କିମ୍ବା ନୋଟଖାତାରେ କିଛି ନିରର୍ଥକ ଲେଖିବା ପ୍ରାରମ୍ଭ କରିଦିଅନ୍ତି । କାରଣ ସେମାନଙ୍କ ମନ-ମସ୍ତିଷ୍କ ସେଠାରେ ନଥାଏ, ବହୁ ଦୂରରେ ବିଚରଣ କରୁଥାଏ । ଏହାର କାରଣ ହେଲା, ସେମାନଙ୍କ ପ୍ରଜ୍ଞା ଶକ୍ତି ଓ ବିବେକ ସେମାନଙ୍କୁ ସୂକ୍ଷ୍ମ ଭାବରେ ସୂଚନା ଦିଏ ଯେ ବକ୍ତାଙ୍କ ଶବ୍ଦ ଏବଂ ଆଚରଣରେ ବହୁତ ଅନ୍ତର ରହିଛି । ସେମାନେ କେବଳ ବିନମ୍ରତା, ସୌଜନ୍ୟ ବା ବ୍ୟକ୍ତିଗତ ବାଧ୍ୟବାଧକତା ହେତୁ ନୈତିକତା ଉପରେ ଦିଆଯାଉଥିବା ଏହି ଦୀର୍ଘ ଭାଷଣ ଶୁଣିବା ପାଇଁ ସଭାଗୃହ ବା ଶ୍ରେଣୀ ଗୃହରେ ବସି ରହନ୍ତି । ସବୁଠାରୁ ବଡ ବିସଙ୍ଗତି ହେଉଛି ଯେ, ଯେଉଁମାନଙ୍କ ପାଇଁ ନୈତିକତା ଆବଶ୍ୟକ ସେମାନେ ଶୁଣିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ । ଅନ୍ୟପକ୍ଷରେ ଯେଉଁମାନଙ୍କ ·ରିତ୍ରିକ ଦୁର୍ବଳତା ନାହିଁ ଓ ନିଜ ପ୍ରଗତି ପାଇଁ ସତ ପ୍ରଯନôଶୀଳ ସେମାନେ ଶୁଣିବାକୁ ବାଧ୍ୟ ହୁଅନ୍ତି । ଏପରି ଲୋକେ ନୈତିକତାକୁ ନିଜ ସୁବିଧାନୁସାରେ ପରିବର୍ନ କରିଥାନ୍ତି ଏବଂ ଅରୁଚି ପ୍ରଦର୍ଶନ କରନ୍ତି । ସୂକ୍ଷ୍ମତା ଅନୁଭବ ମହ୍ୱପୂର୍ଣ୍ଣ ଅଟେ । କିନ୍ତୁ ଅତ୍ୟଧିକ ସମ୍ବେଦନଶୀଳତା ମଧ୍ୟ ଠିକ୍ ନୁହେଁ । ଯଦ୍ଧ୍ୱାରା ବ୍ୟକ୍ତି ଭାବପ୍ରବଣ ହୋଇଯାଏ । ସମ୍ବେଦନଶୀଳତାର ସମ୍ବନ୍ଧ ଅନ୍ତର୍ଜ୍ଞାନ ସହିତ ହେବା ଉଚିତ । ଏହାଦ୍ୱାରା ଜଣେ ସତ୍ୟର ସାକ୍ଷାତକାର କରିପାରିବ ।
କଠୋର ବାହ୍ୟ ଅନୁଶାସନ ଦ୍ୱାରା ଆତ୍ମା ଉପରେ ପ୍ରତିକୂଳ ପ୍ରଭାବ ପଡେ । ଏହାଦ୍ୱାରା ବ୍ୟକ୍ତିର ସୂକ୍ଷ୍ମ ମାନସିକ ଶକ୍ତିଗୁଡିକର ବିକାଶ ବାଧାପ୍ରାପ୍ତ ହୁଏ । ତେଣୁ ବିଦ୍ୟାର୍ଥୀ ବା ପୁରୁଷାର୍ଥୀ କୌଣସି ବାଧ୍ୟବାଧକତା ବଶତଃ ପୁରୁଷାର୍ଥ କଲେ ତଦ୍ଧ୍ୱାରା କୌଣସି ଲାଭ ମିଳେ ନାହିଁ । ତେଣୁ ଶିଖିବାର ଆଗ୍ରହ ସୃଷ୍ଟି କରିବାକୁ ପଡିବ । ଆଗ୍ରହ ପୂର୍ବକ କରୁଥିବା କାର୍ଯ୍ୟ ସହଜ ମନେ ହୁଏ ଓ ଏହାଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ପ୍ରାପ୍ତ ହୁଏ ।
ମୂଲ୍ୟ ଏବଂ ଆଧ୍ୟାତ୍ମିକତାର ବିକାଶ ହେଲେ ନେତୃତ୍ୱ ଗୁଣ ଅଭିବ୍ୟକ୍ତ ହୁଏ । କାରଣ ନେତୃତ୍ୱ ବ୍ୟାବହାରିକ ଜୀବନରେ ମୂଲ୍ୟଗୁଡିକର ଅଭିବ୍ୟକ୍ତି, ଯାହା ଅନ୍ୟମାନେ ଅନୁକରଣ କରିବାକୁ ପ୍ରେରଣା ଲାଭ କରନ୍ତି । ଶ୍ରେଷ୍ଠ ଓ ଆଦର୍ଶ ନେତୃତ୍ୱକୁ ଅଧ୍ୟାତ୍ମଠାରୁ ପୃଥକ କରାଯାଇ ପାରିବ ନାହିଁ । ଜଣେ ଶ୍ରେଷ୍ଠ ନେତା ଗମ୍ଭୀର ଚିନ୍ତନ ଦ୍ୱାରା ସୂଚନାଗୁଡିକୁ ନିଜ ଅନ୍ତର୍ଦୃଷ୍ଟି ଅନୁରୂପ ପରିବର୍ନ କରି ତଦନୁରୂପ କାର୍ଯ୍ୟ କରନ୍ତି । ସେ ନିଜକୁ ଠିକ୍ ଭାବରେ ଚିହ୍ନିଥାନ୍ତି । ମୂଲ୍ୟ ଆଧାରିତ ନେତୃତ୍ୱ ମାନବୀୟ ସମ୍ବନ୍ଧକୁ ଉଦାରତା ସମ୍ପନ୍ନ ଓ ସଶକ୍ତ କରିଥାଏ । ଜଣେ ଆଦର୍ଶ ସ୍ଥାନୀୟ ନେତା ଆନ୍ତରିକ ମୂଲ୍ୟଗୁଡିକୁ ସ୍ବୀୟ ଆଚରଣ ଦ୍ୱାରା ପ୍ରଦର୍ଶନ କରନ୍ତି । ଏହିପରି ଆଦର୍ଶ ନେତୃତ୍ୱ ସମ୍ପନ୍ନ ବ୍ୟକ୍ତିଙ୍କ ଦ୍ୱାରା ଅନ୍ୟମାନେ ସହଜରେ ପ୍ରଭାବିତ ହୁଅନ୍ତି ଏବଂ ବିଶ୍ୱାସ ପୂର୍ବକ ମୂଲ୍ୟଗୁଡିକୁ ନିଜ ଆଚରଣରେ ଧାରଣ କରିପାରନ୍ତି ।
ମୂଲ୍ୟ ଏବଂ ଆଧ୍ୟାତ୍ମିକତା ପ୍ରତି ପ୍ରତିବଦ୍ଧତା ବିନା ଏହା ଆଚରଣରେ ପ୍ରତିଫଳିତ ହୁଏ ନାହିଁ । ପ୍ରତିବଦ୍ଧତାର ଅର୍ଥ ହେଉଛି ମୂଲ୍ୟ ଏବଂ ଆଧ୍ୟାତ୍ମିକତା ସମ୍ବନ୍ଧରେ ପ୍ରାପ୍ତ ଜ୍ଞାନକୁ ନିୟମିତ, ନିରବଚ୍ଛିନ୍ନ ଓ ନିରଳସ ଭାବରେ ଅଭ୍ୟାସ କରିବା । ଏହାଦ୍ୱାରା ଜଣେ ଦୈନନ୍ଦିନ ଜୀବନରେ ଆସୁଥିବା ପ୍ରତ୍ୟେକ ବାହ୍ୟ ଆହ୍ୱାନ ଏବଂ ସମସ୍ୟାଗୁଡିକର ସଫଳତା ପୂର୍ବକ ସମ୍ମୁଖୀନ ହୋଇପାରିବ । ବାଧ୍ୟବାଧକତା ଓ ଦଣ୍ଡ ବିଧାନ ଦ୍ୱାରା ମୂଲ୍ୟବୋଧ ଭିିକ ଶିକ୍ଷା ସୁଫଳ ପ୍ରଦାନ କରି ନଥାଏ । ଅଧ୍ୟୟନ ଦ୍ୱାରା ଜଣାଯାଇଛି ଯେ ଦଣ୍ଡ, ଧମକ, ବଳପ୍ରୟୋଗ, ଉପôୀଡନ, ଶିକ୍ଷକଙ୍କ ମନମୁଖୀ ଦୃଷ୍ଟିକୋଣ ଏବଂ ଅପମାନିତ କରୁଥିବା ବୃି ଉପରେ ଆଧାରିତ ଶିକ୍ଷା  ବିଦ୍ୟାର୍ଥୀ ମଧ୍ୟରେ ହୀନଭାବନା, ଅପରାଧ, ଅନୁଶାସନହୀନତା, ପରିବାର ଓ ସମାଜରେ ବିଭାଜନ ଆଦି ମନୋ ବୈଜ୍ଞାନିକ ସମସ୍ୟାଗୁଡିକୁ ଜନ୍ମ ଦେଇଥାଏ । ତେଣୁ ଏପରି ଶିକ୍ଷା ପଦ୍ଧତି ମୂଲ୍ୟବୋଧ ଭିିକ ଶିକ୍ଷାର ପରିପନ୍ଥୀ ।
ମାନବୀୟ ସମ୍ବନ୍ଧରେ ଉକ୍ରୃଷ୍ଟତା ପାଇଁ ବ୍ୟକ୍ତିଗତ ଅନୁଶାସନ ନିମନ୍ତେ ସୀମାରେଖା ନିର୍ଦ୍ଧାରଣ କରିବା ଆବଶ୍ୟକ । ସମାଜରେ ଦେଖାଯାଉଥିବା ବିଭିନ୍ନ ନକାରାତ୍ମକ କାର୍ଯ୍ୟକଳାପର ସୂକ୍ଷ୍ମ ଅଧ୍ୟୟନ ପୂର୍ବକ ସଂପୃକ୍ତ ବ୍ୟକ୍ତିମାନଙ୍କ ସହିତ ସକାରାତ୍ମକ ଆଲୋଚନା କରିବା ଉଚିତ । କେଉଁ ପ୍ରବୃି ବା ପରିସ୍ଥିତି ସେହି ବ୍ୟକ୍ତିଙ୍କୁ ସମାଜ ବିରୋଧୀ କାର୍ଯ୍ୟ ପାଇଁ ପ୍ରେରିତ କରିଥିଲା ତାହା ତାଙ୍କଠାରୁ ନଶୁଣିବା ପର୍ଯ୍ୟନ୍ତ ତାଙ୍କୁ ସଠିକ ମାର୍ଗଦର୍ଶନ ପ୍ରଦାନ କରାଯାଇପାରିବ ନାହିଁ । ସ୍ବୀକାରୋକ୍ତି ଦ୍ୱାରା ସଂଶୋଧନର ମାର୍ଗ  ପ୍ରଶସ୍ତ ହୋଇଥାଏ । ଧ୍ୟାନ ଏବଂ ମନୋବୈଜ୍ଞାନିକ ଉପ·ର ଦ୍ୱାରା ସେହି ବ୍ୟକ୍ତିଙ୍କ ଆତ୍ମବିଶ୍ୱାସ ଜାଗ୍ରତ କରାଇ ପାରିଲେ ସେ ମଧ୍ୟ ସମାଜ ପାଇଁ ଉପଯୋଗୀ ହୋଇପାରନ୍ତି । ଲୋକନାୟକ ଜୟପ୍ରକାଶଙ୍କ ଉଦ୍ୟମରେ ଅନେକ ଦସୁ୍ୟ ହୃଦୟରେ ଦେବତ୍ୱର ସାର ହୋଇଥିଲା । ସେଥିମଧ୍ୟରୁ ଚମ୍ବଲର ଆତଙ୍କ ପମ ସିଂ ଅନ୍ୟତମ । ରାଜଯୋଗ ଅଭ୍ୟାସ ଦ୍ୱାରା ତାଙ୍କ ମଧ୍ୟରେ ଅଲୌକିକ ପରିବର୍ନ ଆସିଥିଲା ଓ ସରକାର ତାଙ୍କୁ ଆଜୀବନ କାରାବାସରୁ ମୁକ୍ତ କରିଥିଲେ । ସେ ତାଙ୍କ ଅନୁଯାୟୀଙ୍କ ସହ ଆଜି ସମ୍ମାନିତ ଜୀବନ ଯାପନ କରୁଛନ୍ତି । ନିୟମିତ ଯୋଗାଭ୍ୟାସ ଦ୍ୱାରା ତୀବ୍ର ଆଧ୍ୟାତ୍ମିକ ବିକାଶ ହୋଇଥାଏ । ଜ୍ଞାନର ଅଧ୍ୟୟନ, ମନନ-ଚିନ୍ତନ ଓ ଆଲୋଚନା ଏହି ବିକାଶର ଧାରାକୁ ଅବ୍ୟାହତ ରଖେ । ଯୋଗ୍ୟାଭ୍ୟାସ ଦ୍ୱାରା ଅନାସକ୍ତ ଭାବରେ ପରିସ୍ଥିତିକୁ ଆକଳନ କରିବା କ୍ଷମତା ପ୍ରାପ୍ତ ହୁଏ । ଅନ୍ୟ ଅର୍ଥରେ ତାଙ୍କର ନିର୍ଣ୍ଣୟ ଶକ୍ତି ବୃଦ୍ଧି ପାଏ ଓ ସେ ମନର ଭାବର ପ୍ରଭାବରୁ ଉଦ୍ଧ୍ୱର୍କୁ ଉଠି ତଥ୍ୟ ଆଧାରରେ ନିର୍ଣ୍ଣୟ ନେବାକୁ ସକ୍ଷମ ହୋଇପାରନ୍ତି । ସେ ପୁରୁଣା ଅଭ୍ୟାସ ଓ ପୂର୍ବ ଧାରଣାରୁ ମୁକ୍ତ ହୋଇ ସ୍ବପରିବର୍ନ ଦ୍ୱାରା ବିଶ୍ୱ ପରିବର୍ନର ସତ୍ୟତାକୁ ଅନୁଭବ କରିଥାନ୍ତି ।
ସମ୍ପାଦକ, ଚେତନା ପ୍ରବାହ

ମୂଲ୍ୟ ଧାରଣରେ ସଂସ୍କାର, ସଂସ୍କୃତି ଓ ପରମ୍ପରାର ପ୍ରଭାବ ଡ଼ା. ସୁଧାଂଶୁ ଶେଖର ମିଶ୍ର

      ମୂଲ୍ୟ ଧାରଣରେ ସଂସ୍କାର, ସଂସ୍କୃତି ଓ ପରମ୍ପରାର ପ୍ରଭାବ

                                                                                                                                  ଡ଼ା. ସୁଧାଂଶୁ ଶେଖର ମିଶ୍ର
ମନୁଷ୍ୟର ବିଚାର  ଆଚାର ଜନ୍ମ ଜନ୍ମାନ୍ତରର ସଂସ୍କାର ଦ୍ୱାରା ପ୍ରଭାବିତ ହୋଇଥାଏ । ପରିବାରର ଓ ସମାଜର ସଂସ୍କୃତି ଏବଂ ପରମ୍ପରା ଦ୍ୱାରା ମଧ୍ୟ ସେ ପ୍ରଭାବିତ ହୋଇଥାଏ । ମଣିଷର ପ୍ରତିଟି କର୍ମର ଅନୁଭବ ସଂସ୍କାର ରୂପେ ଆତ୍ମାରେ ମୁଦ୍ରିତ ହୋଇଥାଏ । ତାର ବିଚାର ପ୍ରକି୍ରୟାରେ ସଂସ୍କାର ମୂଖ୍ୟ ଭୂମିକା ଗ୍ରହଣ କରିଥାଏ । ପୂର୍ବ ଧାରଣାର ବଶବର୍ୀ ହୋଇ ବ୍ୟକ୍ତି କୌଣସି ନିର୍ଣ୍ଣୟ ନେଲେ ତାକୁ ପୂର୍ବାଗ୍ରହ ଗ୍ରସ୍ତ ନିର୍ଣ୍ଣୟ କୁହାଯାଏ । ପୂର୍ବାଗ୍ରହଗ୍ରସ୍ତ ବ୍ୟକ୍ତି ନିଷ୍ପକ୍ଷ ବିଚାର କରିପାରେ ନାହିଁ । ସେ ସର୍ବଦା ବୈଶ୍ୱିକ ମୂଲ୍ୟ ଅପେକ୍ଷା ଅଳ୍ପକାଳିକ ମୂଲ୍ୟକୁ ପ୍ରାଥମିକତା ଦିଏ । ବୈଜ୍ଞାନିକ ଗବେଷଣା ଲବ୍ଧ ନାନାବିଧ ଆବିଷ୍କାର ଓ ଉଦ୍ଭାବନା ମନୁଷ୍ୟର ମୂଲ୍ୟକୁ ବହୁମାତ୍ରାରେ ପ୍ରଭାବିତ କରିଛି । ବୈଜ୍ଞାନିକ ଦୃଷ୍ଟିକୋଣକୁ ଅଳ୍ପକାଳିକ ମୂଲ୍ୟ କୁହାଯାଇପାରେ । କାରଣ ନିରନ୍ତର ଗବେଷଣା ଦ୍ୱାରା ଅନେକ ପ୍ରାଚୀନ ବୈଜ୍ଞାନିକ ସିଦ୍ଧାନ୍ତ ପରବର୍ୀ ସମୟରେ ସଂଶୋଧିତ ଭୁଲ ପ୍ରମାଣିତ ହୋଇଛି । ଏହି ପରିପ୍ରେକ୍ଷୀରେ ଡାରୱିନଙ୍କ ବିବର୍ନ ବାଦ ପ୍ରଣିଧାନ ଯୋଗ୍ୟ । ଏକଦା ବହୁ ଚର୍ଚ୍ଚିତ ଏହି ମତବାଦ ଆଜି ଅନେକ ବୈଜ୍ଞାନିକ ଦ୍ୱାରା ପ୍ରତ୍ୟାଖ୍ୟାତ । କ୍ୱାମ ସିଦ୍ଧାନ୍ତର ଆବିଷ୍କାର ଫଳରେ ବୈଜ୍ଞାନିକ ଦୃଷ୍ଟିକୋଣରେ ଏକ ବୈପ୍ଳବିକ ପରିବର୍ନ ଦେଖାଯାଇଛି ।
ବିଜ୍ଞାନ ଦ୍ୱାରା ମଣିଷ କେବଳ ଭୌତିକ ଜ୍ଞାନ ବିଷୟରେ ଅଧିକ ତଥ୍ୟ ଆହରଣ କରିପାରେ । ଭୌତିକ ବସ୍ତୁ ଓ ପଦାର୍ଥ ନଶ୍ୱର ଏବଂ ପରିବର୍ନଶୀଳ ହୋଇଥିବାରୁ ଏତଦ୍ ସମ୍ବନ୍ଧିତ ଜ୍ଞାନ ମଧ୍ୟ ଅଶାଶ୍ୱତ । ଅନ୍ୟ ପକ୍ଷରେ ଆଧ୍ୟାତ୍ମିକ ଜ୍ଞାନ ଅବିନାଶୀ ଚେତନଶୀଳ ଆତ୍ମା ସହିତ ସମ୍ବନ୍ଧିତ ହୋଇଥିବାରୁ ଏହା ଶାଶ୍ୱତ ଅଟେ । ତେଣୁ ମୂଲ୍ୟ ବିଚାର ବେଳେ ଭୌତିକ ଦୃଷ୍ଟିକୋଣ ପରିହାର କଲେ ବ୍ୟକ୍ତି ନିଷ୍ପକ୍ଷ ଓ ଯଥାର୍ଥ ନିଷ୍ପି ଗ୍ରହଣ କରିପାରେ । ଏହା ଦ୍ୱାରା ତା’ର ସମର୍ଥିତ ମୂଲ୍ୟ ଓ ବ୍ୟବହୃତ ମୂଲ୍ୟ ମଧ୍ୟରେ ବିସଙ୍ଗତି ରହେ ନାହିଁ ।
ବିଜ୍ଞାନ ଓ ଅଧ୍ୟାତ୍ମ ପରସ୍ପର ବିରୋଧୀ ନୁହେଁ । ଅଧିକାଂଶ ବୈଜ୍ଞାନିକ ମନେ କରନ୍ତି ଯେ କେବଳ ବୈଜ୍ଞାନିକ ପଦ୍ଧତି ହିଁ ଗବେଷଣା ପାଇଁ ଏକମାତ୍ର ଉପାୟ । ସେମାନେ ବୈଜ୍ଞାନିକ ସିଦ୍ଧାନ୍ତ ବ୍ୟତୀତ ଅନ୍ୟ ବିଷୟକୁ ସତ୍ୟ ବୋଲି ସ୍ବୀକାର କରନ୍ତି ନାହିଁ । ସେମାନଙ୍କ ଦୃଷ୍ଟିରେ ଧର୍ମ ଓ ଅଧ୍ୟାତ୍ମ ହେଉଛି ଜଣେ ବ୍ୟକ୍ତିର ଆସ୍ଥା ଏବଂ ବିଶ୍ୱାସ । ଆତ୍ମା ଓ ପରମାତ୍ମାର ଅସ୍ତିତ୍ୱ ବୈଜ୍ଞାନିକ ଗବେଷଣା ଦ୍ୱାରା ପ୍ରତ୍ୟକ୍ଷ କରିବା ସଂଭବ ନୁହେଁ । କାରଣ ଏହି ଦୁଇ ଆଧ୍ୟାତ୍ମିକ ସା ହେଉଛି ଇନ୍ଦ୍ରିୟାତୀତ ଓ ଅଭୌତିକ । ତେଣୁ ବିଜ୍ଞାନ ଏହା ଗ୍ରହଣ କରେ ନାହିଁ । ଅନ୍ୟ ପକ୍ଷରେ ଆଧ୍ୟାତ୍ମିକ ସାଧକ ଗଣ ସେମାନଙ୍କ ନିରବଚ୍ଛିନ୍ନ ସାଧନା ଦ୍ୱାରା ନିଜକୁ ଶରୀରଠାରୁ ଏକ ପୃଥକ ସା ରୂପେ ଅନୁଭବ କରି ପାରନ୍ତି । ଏତଦ୍ ବ୍ୟତୀତ ସେମାନେ ମାନବୀୟ ଚେତନା (ଆତ୍ମା)ଠାରୁ ଉଚ୍ଚତର ଆଧ୍ୟାତ୍ମିକ ସା (ପରମାତ୍ମା)ର ମଧ୍ୟ ଅନ୍ୱେଷଣ ଓ ଅନୁଭବ କରି ପାରନ୍ତି । ପ୍ରତ୍ୟକ୍ଷତାକୁ ପ୍ରମାଣର ଆବଶ୍ୟକତା ନାହିଁ । ଜଣେ ଆଧ୍ୟାତ୍ମିକ ସାଧକଙ୍କ ଦୃଷ୍ଟିରେ ବିଜ୍ଞାନର ସୀମା କେବଳ ଦୃଶ୍ୟମାନ ଜଗତ ମଧ୍ୟରେ ସୀମିତ । ତେଣୁ ସେମାନଙ୍କ ମତରେ ବିଜ୍ଞାନ ଅପେକ୍ଷା ଆଧ୍ୟାତ୍ମିକ ଜ୍ଞାନ ବା ଅନ୍ତର୍ଜ୍ଞାନ ସର୍ବଶ୍ରେଷ୍ଠ । ଏହିପରି ବୈଜ୍ଞାନିକ ଓ ଆଧ୍ୟାତ୍ମବାଦୀ ସ୍ବ ସ୍ବ ମୂଲ୍ୟ ଆଧାରରେ ଜଣେ ଅନ୍ୟ ଜଣକଠାରୁ ନିଜକୁ ଶ୍ରେଷ୍ଠ ମନେ କରନ୍ତି ।
ମାନବ ସମାଜ ସାଂସ୍କୃତିକ ଓ ଧାର୍ମିକ ପରଂପରା ଆଧାରରେ ବହୁଧା ବିଭକ୍ତ । ଅଧିକାଂଶ ବ୍ୟକ୍ତି ପୁରୁଷାନୁକ୍ରମେ ପ୍ରଚଳିତ ପାରମ୍ପରିକ ପ୍ରଥା ଅନୁସାରେ ପରିଚାଳିତ ହୋଇଥାନ୍ତି । ଅନେକ କ୍ଷେତ୍ରରେ ଏହା ପ୍ରଚଳିତ ଆଇନ ବିରୋଧୀ ହୋଇଥାଏ । ଆଇନ ଅନୁସାରେ ମହିଳାମାନଙ୍କ ବିବାହ ବୟସ ୧୮ବର୍ଷ ବା ତଦୁର୍ଦ୍ଧ । କିନ୍ତୁ ଆଜି ମଧ୍ୟ ଦେଶର କେତେକ ଅଂଚରେ ବାଲ୍ୟ ବିବାହ ପ୍ରଥା ପ୍ରଚଳିତ । ଆଇନ ଉଭୟ ମହିଳା ଓ ପୁରୁଷମାନଙ୍କୁ ସମାନ ଅଧିକାର ପ୍ରଦାନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସମାଜ ଏହାକୁ ସଂପୂର୍ଣ୍ଣ ରୂପେ ଗ୍ରହଣ କରି ପାରି ନାହିଁ । ପୁରୁଷ ପ୍ରଧାନ ସମାଜ ବ୍ୟବସ୍ଥା ଏହାର ମୂଳ କାରଣ । ଶାରୀରିକ ସଂଚରନା ଦୃଷ୍ଟିରୁ ପୁରୁଷ ନାରୀଠାରୁ ବଳଶାଳୀ । ତେଣୁ ପ୍ରାଚୀନ ସମାଜ ବ୍ୟବସ୍ଥାରେ ପୁରୁଷ ଉପରେ ନାରୀର ସଂରକ୍ଷଣ ଦାୟିତ୍ୱ ନ୍ୟସ୍ତ ଥିଲା । କାଳକ୍ରମେ ଅହଂକାର ବଶବର୍ୀ ହୋଇ ପୁରୁଷ ଏହି ଅଧିକାରର ଦୁରୁପଯୋଗ କଲା ଓ ପୁରୁଷ ପ୍ରଧାନତା ଏକ ପରମ୍ପରାର ରୂପ ନେଲା । ନାରୀ ନିର୍ଯ୍ୟାତନା, ବଧୂ ହତ୍ୟା, କନ୍ୟା ଭୃଣ ହତ୍ୟା, ଯୌତୁକ ପ୍ରଥା ଆଦି ପୁରୁଷ ପ୍ରଧାନ ପରମ୍ପରାର କୁପରିମାଣ ।
କେତେକ ପୌରାଣିକ ସାହିତ୍ୟ ଅଧ୍ୟୟନ କଲେ ଜଣାଯାଏ ଯେ ପ୍ରାଚୀନ କାଳରେ ନାରୀ ପୁରୁଷ ସମକକ୍ଷ ଅଧିକାର ପ୍ରାପ୍ତ ହୋଇଥିଲା । ଯାଗ ଯଜ୍ଞ, ପୂଜା, ପର୍ବପର୍ବାଣୀ ତଥା ବିଭିନ୍ନ ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ନାରୀର ଭୂମିକା ପୁରୁଷ ସହିତ ସମାନ ଥିଲା । ନାରୀକୁ ଯଥୋଚିତ ମର୍ଯ୍ୟାଦା ପ୍ରଦାନ ପାଇଁ ପତିର ନାମ ପୂର୍ବରୁ ପନôୀର ନାମ ବ୍ୟବହାର ହେଉଥିଲା । ଲକ୍ଷ୍ମୀନାରାୟଣ, ସୀତା ରାମ, ସାବିତ୍ରୀ ସତ୍ୟବାନ ଆଦି ଯୁଗଳ ନାମ ଦୃଷ୍ଟାନ୍ତ ସ୍ବରୂପ ନିଆଯାଇ ପାରେ ।  ପରିବାରରେ ନାରୀମାନେ ଦେବୀ ତୁଲ୍ୟ ଗଣ୍ୟ ହେଉଥିଲେ । “ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରିୟସୀ,’’ “ଯତ୍ର ନାର୍ଯ୍ୟାସ୍ତୁ ପୂଜ୍ୟନ୍ତେ ତତ୍ର ରମ୍ୟନ୍ତେ ଦେବତାଃ’’ ଆଦି ଶ୍ଳୋକରୁ ଏହା ସ୍ପଷ୍ଟ ଜଣା ପଡ଼େ । କିନ୍ତୁ କାଳକ୍ରମେ ସମାଜରେ ଆଧ୍ୟାତ୍ମିକ ମୂଲ୍ୟ ହ୍ରାସ ହେବାରୁ ପୁରୁଷ ନାରୀକୁ ଏକ ପଣ୍ୟ ଦ୍ରବ୍ୟ, ଭୋଗ ସାମଗ୍ରୀ, ପୁରୁଷର ଚରଣ ସେବିକା, ତାଡ଼ନ ଯୋଗ୍ୟା, ନରକର ଦ୍ୱାର ଆଦି ମନେ କଲା । କେତେକ ପୌରାଣିକ ଆଖ୍ୟାନରେ ମଧ୍ୟ ପୁରୁଷ ପ୍ରଧାନ ମାନସିକତାର ଦୃଷ୍ଟାନ୍ତ ମିଳେ । ଦକ୍ଷିଣା ପରିଶୋଧ ପାଇଁ ହରିଶ୍ଚନ୍ଦ୍ର ନିଜ ବିବାହିତ ପନôୀଙ୍କୁ ବିକି୍ର  କରିବାକୁ ପଶ୍ଚାଦ୍ପଦ ହୋଇ ନଥିଲେ । ଦଶରଥ ପୁତ୍ର ରାମ ପ୍ରଜାନୁରଂଜନ ପାଇଁ ଗର୍ଭବତୀ ପନôୀଙ୍କୁ ଅସହାୟ ଭାବରେ ଅରଣ୍ୟ ମଧ୍ୟରେ ଛାଡ଼ି ଆସିବାକୁ ନିଜ ଭ୍ରାତାଙ୍କୁ ଆଦେଶ ଦେଇଥିଲେ । ଗୋଟିଏ ଦିଗରେ ବିଚାର କଲେ ହରିଶ୍ଚନ୍ଦ୍ରଙ୍କ ଦାନଶୀଳତା ଓ ରାଜା ରାମଙ୍କର ପ୍ରଜା ବତ୍ସଳତା ଗୁଣ ପ୍ରକାଶିତ ହେଉଛି । ଅନ୍ୟ ପକ୍ଷରେ ଉଭୟଙ୍କଠାରେ ପୁରୁଷ ପ୍ରଧାନ ମାନସିକତାର ପରିଚୟ ମିଳେ ।
ଯେତେବେଳେ ବୈଶ୍ୱିକ ମୂଲ୍ୟକୁ ଉପେକ୍ଷା କରି ପରଂପରା ବା ଅଳ୍ପକାଳିକ ମୂଲ୍ୟକୁ ପ୍ରାଥମିକତା ଦିଆଯାଏ ସେତେବେଳେ ତାହା ପୂର୍ବାଗ୍ରହ ନିର୍ଣ୍ଣୟ ବୋଲି ବୁଝିବାକୁ ହେବ । ନିରପେକ୍ଷ, ନିଷ୍ପକ୍ଷ ଓ ବିବେକ ସମ୍ମତ ନିର୍ଣ୍ଣୟ ପାଇଁ ସର୍ବଦା ଅଳ୍ପକାଳିକ ମୂଲ୍ୟ ଅପେକ୍ଷା ବୈଶ୍ୱିକ ମୂଲ୍ୟକୁ ପ୍ରାଥମିକତା ଦେବା ଉଚିତ । ସାଂପ୍ରତିକ ସମାଜ ବ୍ୟବସ୍ଥାରେ ଏହା କଠିଣହେଲେ ମଧ୍ୟ ଅସଂଭବ ନୁହେଁ । ଏଥିପାଇଁ ଚାରିତ୍ରିକ ବଳ ଆବଶ୍ୟକ । ମୂଲ୍ୟ ଧାରଣ ବେଳେ ଜଣେ ଉଭୟ ବାହ୍ୟ ବିରୋଧ ଓ ଅନ୍ତର୍ବିରୋଧର ସମ୍ମୁଖୀନ ହୁଏ । ଚାରିତ୍ରିକ ଦୋଷ ମନରେ କାମ, କ୍ରୋଧ, ଲୋଭ, ମୋହ, ଇର୍ଷା, ଦ୍ୱେଷ, ଭୟ, ଅହଂକାର, ଆଳସ୍ୟ ଆଦି ନକରାତ୍ମକ ଭାବନା ସୃଷ୍ଟି କରେ । ଏହା ଫଳରେ ମୂଲ୍ୟଧାରଣ କଠିଣମନେ ହୁଏ । ଦୈନନ୍ଦିନ ଜୀବନରେ ଜଣେ ବିଭିନ୍ନ ପରିସ୍ଥିତିରେ ସମ୍ମୁଖୀନ ହୁଏ । ବର୍ମାନ ସମାଜ ବ୍ୟବସ୍ଥା ନାନା ପ୍ରକାର କୁରୀତି, ଅପସଂସ୍କୃତି, ଭ୍ରଷ୍ଟାଚାର ଆଦି ଦ୍ୱାରା କଳୁଷିତ । ଦିନକୁ ଦିନ ମଣିଷ ମଧ୍ୟରେ ଲୋଭ ବୃି ବୃଦ୍ଧି ପାଇ ଚାଲିଛି । ପରିଣାମ ସ୍ବରୂପ ଅର୍ଥ ଉପାର୍ଜନ ପାଇଁ ସେ ଯେ କୌଣସି ଅସାଧୁ ଉପାୟ ଅବଲମ୍ବନ କରିବାକୁ ମଧ୍ୟ ପଶ୍ଚାପଦ ହୁଏ ନାହିଁ । ଉଭୟ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଏପରି ଲୋଭୀ, ସ୍ବାର୍ଥୀ ଓ ନୀତିହୀନଙ୍କ ସୁଦୃଢ଼ ମେ ଦେଖିବାକୁ ମିଳେ । ସେହି ମେ ଅନ୍ତର୍ଭୁକ୍ତ ବ୍ୟକ୍ତିମାନେ ଅନ୍ୟ ସାଧୁ ଓ ସଚ୍ଚୋଟ ବ୍ୟକ୍ତିଙ୍କୁ ତିରସ୍କାର, ଅପମାନ ବା ଭୟ ପ୍ରଦର୍ଶନ କରି ନିଜ ଗୋଷ୍ଠୀରେ ସାମିଲ କରିବାକୁ ଆପ୍ରାଣ ଚେଷ୍ଟା ଚଳାନ୍ତି । ଏହା ହେଉଛି ମୂଲ୍ୟ ଧାରଣ ବେଳେ ଜଣେ ବ୍ୟକ୍ତି ସମ୍ମୁଖୀନ ହେଉଥିବା ବାହ୍ୟ ବିରୋଧର ଉଦାହରଣ । ଏହାର ସଫଳ ମୁକାବିଲା ପାଇଁ ଆଧ୍ୟାତ୍ମିକ ଶକ୍ତିର ବିକାଶ ଏକାନ୍ତ ଅପରିହାର୍ଯ୍ୟ ।
ସଂପାଦକ- ଚେତନା ପ୍ରବାହ, ଶିବଶକ୍ତି ହୋମିଓ ସେବା ସଦନ, କାଦୋପଡ଼ା ଗଳି, ବସ-ଷ୍ଟାଣ୍ଡ, ପାଟଣାଗଡ଼- ୭୬୭୦୨୫
ଜି: ବଲାଙ୍ଗିର, ମୋ: ୯୪୩୭୨୧୦୨୯୬

ମାନବୀୟ ସମ୍ବନ୍ଧର ବିକାଶ

                     ମାନବୀୟ ସମ୍ବନ୍ଧର ବିକାଶ 

                                                                                                                           ଡ଼ା. ସୁଧାଂଶୁ ଶେଖର ମିଶ୍ର

ବୈକୁଣ୍ଠ ସମାନ ଆହା ଅଟେ ସେହି ଘରପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ।

ମାନବୀୟ ସମ୍ବନ୍ଧର ବିକାଶ ପରିପ୍ରେକ୍ଷୀରେ ଶଂସିତ ପଦ୍ୟାଂଶଟି ପ୍ରଣିଧାନଯୋଗ୍ୟ । ଆଜି ମାନବୀୟ ସମ୍ବନ୍ଧ ଦୁଷିତ କାଳ ପ୍ରବାହ ଦ୍ୱାରା ଆକ୍ରାନ୍ତ । ପରିବାରରେ ପାରସ୍ପରିକ ସ୍ନେହ, ସହଯୋଗ, ଆଦର, ସମ୍ମାନ ଓ ସମରସତା ଦେଖିବା ଦୁର୍ଲ୍ଲଭ ହୋଇଗଲାଣି । ମାନବ ସମାଜରେ ହିଂସା, ନିରାଶା, ମାନସିକ ·ପ, ଅଶାନ୍ତି ସର୍ବତ୍ର ବ୍ୟାପ୍ତ । ପରିଣାମ ସ୍ବରୂପ କଳହ, ବିବାହ ବିଚ୍ଛେଦ, ଶତ୍ରୁତା, ମାଲିମୋକଦ୍ଧମା, ସନ୍ଦେହ, ଭ୍ରମ, ଆତଙ୍କବାଦ, ଗୃହଶୁଦ୍ଧ, ଗୋଷ୍ଠୀ ସଂଘର୍ଷ ଆଦିର ଭୟ ମାନବ ମନର ଭାବନାକୁ ନିଃଶେଷ କରି ଦେଇଛି । ଏଣୁ ମନୁଷ୍ୟ-ମନୁଷ୍ୟ ମଧ୍ୟରେ ସ୍ନେହ ଓ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ବର୍ମାନର ଆବଶ୍ୟକତା । ଏଥିପାଇଁ ମାନବ-ମନର ଅନ୍ତର୍ନିହିତ ରହସ୍ୟକୁ ବୁଝି ମାନବୀୟ ସମ୍ବନ୍ଧଗୁଡ଼ିକର ସିଦ୍ଧାନ୍ତ ସମୂହକୁ ବ୍ୟବହାରିକ ଜୀବନରେ ପ୍ରୟୋଗ କରିବା ଅପରିହାର୍ଯ୍ୟ । ମଣିଷ ପରସ୍ପରର, ଗୁଣ, ସ୍ବଭାବ, ଲକ୍ଷ୍ୟ, ଆଶା- ଆକାଂକ୍ଷା, ମହ୍ୱାକାଂକ୍ଷା, ଇଛା-ଅନିଚ୍ଛା ତଥା ଦୁର୍ବଳତାଗୁଡ଼ିକୁ ଜାଣିଲେ ସହଜରେ ପାରସ୍ପରିକ ସମ୍ବନ୍ଧର ସ୍ଥାପନା ଓ ବିକାଶ କରି ପାରିବ । ଜ୍ଞାନ ଓ ଯୋଗ୍ୟତା ନ ଥିଲେ କୌଣସି କ୍ଷେତ୍ରରେ ସଫଳତା ମିଳେ ନାହିଁ । ଆମକୁ ମନେ ରଖିବାକୁ ହେବ ଯେ ମନୁଷ୍ୟ କେବଳ ପଭୂତରେ ନିର୍ମିତ ଭୌତିକ ଶରୀର ନୁହେଁ । ମନ, ବୁଦ୍ଧି, ସଂସ୍କାର ଓ ଚେତନା ଯୁକ୍ତ ହୋଇଥିବାରୁ ସେ ମଣିଷ ପଦବାଚ୍ୟ । ତେଣୁ ତାର ବି·ର, ଦୃଷ୍ଟିକୋଣ, ପ୍ରତିଷ୍ଠା ଆଦିକୁ ଦୃଷ୍ଟିରେ ରଖି ବ୍ୟବହାର କରିବା ଉଚିତ । ଏଥିପାଇଁ ନିମ୍ନରେ କେତେକ ବ୍ୟବହାରିକ ବିଷୟ ଉପରେ ଆଲୋଚନା କରାଯାଇଛି ଯାହା ମାନବୀୟ ସମ୍ବନ୍ଧରେ ବିକାଶର ସହାୟକ ହେବ ।
(୧)  ସ୍ବୟଂର ‘ଅହମ’ ପ୍ରତି ଜାଗୃତ ରହିବା :- ମାନବୀୟ ସମ୍ବନ୍ଧ ବିକାଶରେ ‘ଅହଂକାର’ ହେଉଛି ସବୁଠାରୁ ବଡ଼ ଅନ୍ତରାୟ । ଅହଂକାରୀ ବ୍ୟକ୍ତି ସର୍ବଦା ନିଜକୁ ଶ୍ରେଷ୍ଟ ଓ ଅନ୍ୟମାନଙ୍କୁ ନିକୃଷ୍ଟ ମନେ କରେ । ଅନେକ ସମୟରେ ଅଭୀଷ୍ଟ ସିଦ୍ଧି ବା କୌଣସି କାର୍ଯ୍ୟରେ ସଫଳତା ପ୍ରାପ୍ତି ପରେ ମନରେ ଅହଂକାର ଜାତ ହୁଏ । ଏହା କୃର୍ତ୍ୱାଭିମାନ । ମଣିଷ ନିଜ ଯୋଗ୍ୟତା, ପ୍ରତିଭା, ସମାଜିକ ପ୍ରତିଷ୍ଠା,ପଦ ମର୍ଯ୍ୟାଦା, ଆଭିଜାତ୍ୟ, ସମୃଦ୍ଧି ଆଦି ପାଇଁ ଅଭିମାନ କରେ । ଏହି ବ୍ୟର୍ଥ ଓ ମିଥ୍ୟା ଅଭିମାନ ମଣିଷକୁ ପନ୍ମେୁାଖୀ କରିଥାଏ । ବିଶୁଦ୍ଧ ମାନବୀୟ ସମ୍ବନ୍ଧ ପାଇଁ ଏହି ‘ଅହଂ’ ଭାବକୁ ତ୍ୟାଗ କରିବା ଅନିବାର୍ଯ୍ୟ । ଏଥିପାଇଁ ପ୍ରାମାଣିକତା ତଥା ଅନ୍ୟର ଦୃଷ୍ଟିକୋଣରେ କୌଣସି ବସ୍ତୁ ବା ପରିସ୍ଥିତିକୁ ଦେଖିବାର ଅଭ୍ୟାସ ବଢ଼ାଇବାକୁ ପଡ଼ିବ । ଏକଥା ମନେ ରଖିବାକୁ ହେବ ଯେ ପରିବାର ଓ ସମାଜର ସହଯୋଗ ବିନା ସଫଳତା ପ୍ରାପ୍ତି ସମ୍ଭବ ନୁହେଁ । ନିରହଂକାରୀ ବ୍ୟକ୍ତିର ବ୍ୟବହାର ଅନ୍ୟମାନଙ୍କ ଉପରେ ଚମକ୍ରାରୀ ପ୍ରଭାବ ପକାଇାଏ । ଆମେ ଅନ୍ୟମାନଙ୍କ ଠାରୁ ଯେପରି ବ୍ୟବହାର ଆଶା କରୁ ସେପରି  ବ୍ୟବହାର ଅନ୍ୟମାନଙ୍କୁ ଦେବାକୁ ପଡ଼ିବ । ‘ମୁଁ’ ଓ ‘ମୋର’ ଶବ୍ଦ ଅହଂ ଭାବ ପ୍ରଦର୍ଶନ କରେ । ଏହା ଆମକୁ ଅନ୍ୟମାନଙ୍କଠାରୁ ଦୂର କରି ଦିଏ । ତେଣୁ ‘ମୁଁ’ ପରିବେର୍ ‘ଆମେ’ ଓ ‘ମୋର’ ପରିବେର୍ ‘ଆମର’ ଶବ୍ଦ ବ୍ୟବହାର କରିବା ଉଚିତ । ଏହା ଦ୍ୱାରା ପାରସ୍ପରିକ ସମ୍ବନ୍ଧରେ ମଧୁରତା ଆସିଥାଏ  ।
(୨) ଶିଷ୍ଟା·ର ପୁର୍ଣ୍ଣ ବ୍ୟବହାର :- କଥାରେ ଅଛି କହି ଜାଣିଲେ କଥା ସୁନ୍ଦର । କ’ଣ କୁହାଗଲା , ଏହା ମହ୍ୱପୂର୍ଣ୍ଣ ନୁହେଁ, କିପରି କୁହାଗଲା, ତାହାହିଁ ମହ୍ୱପୂର୍ଣ୍ଣ । ବ୍ୟବହାର ଅନ୍ୟ ଉପରେ ବିଶେଷ କରାଯାଇ ପାରେ । ଶିଷ୍ଟା·ରୀ ବ୍ୟକ୍ତିର କେହି ବିରୋଧୀ ନ ଥାନ୍ତି ଓ ଅନାୟାସରେ ସେ ଅନ୍ୟମାନଙ୍କ ସହଯୋଗ ପ୍ରାପ୍ତ କରି ପାରନ୍ତି । ଅଶିଷ୍ଟ ବ୍ୟବହାର ହେତୁ ମିତ୍ର ମଧ୍ୟ ଶତ୍ରୁ ପାଲଟି ଯାଆନ୍ତି ଓ ଜୀବନରେ ଖୁସି ନଷ୍ଟ ହୋଇଯାଏ । ଶିଷ୍ଟା·ର ମଧ୍ୟରେ, ଉପକୃତ ହେବା ଭାବ, ଆଦର ସକ୍ରାର ଭାବ, ନମ୍ରତା ତଥା ସ୍ବୀକାର ଭାବ ସନ୍ନିହିତ । ଉପକାରୀ ଓ ସହଯୋଗୀ ବ୍ୟକ୍ତିକୁ ଯଦି ଆନ୍ତରିକତା ସହ ଧନ୍ୟବାଦ ଜ୍ଞାପନ କରାଯାଏ ତେବେ ସେ ସର୍ବଦା ଆମ ଶୁଭଚିନ୍ତକ ହୋଇଯିବେ । ସେହିପରି ଆମ ବ୍ୟବହାର ଦ୍ୱାରା ଯଦି କାହାରି ମନରେ ଦୁଃଖ ଜାତ ହୁଏ ତେବେ କ୍ଷମା ଯାଚନା ଦ୍ୱାରା ସଂପୃକ୍ତ ବ୍ୟକ୍ତି ସହିତ ମଧୁର ସମ୍ପର୍କ ଅକ୍ଷୁର୍ଣ୍ଣ ରହେ ।
(୩) ସହାସ୍ୟ ବଦନରେ କାର୍ଯ୍ୟ ସମ୍ପାଦନ :- ହର୍ଷିତମୁଖତା ଏକ ଆକର୍ଷକ ଶୃଙ୍ଗାର ଯେଉଁଥିରେ ଆଦୌ ଖର୍ଚ୍ଚ କରିବାକୁ ପଡେ ନାହିଁ । ସହାସ୍ୟ ଓ ପ୍ରସନ୍ନ ବଦନ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ଅଙ୍ଗ ଅଟେ । ଏହି ହାସ୍ୟ ନିଷ୍କପଟ ପ୍ରସନ୍ନତା ଓ ହୃଦୟାଭ୍ୟନ୍ତରୁ ଉପôନ୍ନ ହେଲେ ଆକର୍ଷକ ଓ ପ୍ରଭାବଶାଳୀ ହୁଏ । ସାମାଜିକ ଜୀବନ ଓ ସେବାରେ ସଫଳତା ପାଇଁ ଏହି ଗୁଣ ଅତ୍ୟାବଶ୍ୟକ ।
(୪) ଅନ୍ୟମାନଙ୍କ ବି·ର ଓ ବଚନକୁ ସମ୍ମାନ :- ପ୍ରତ୍ୟେକଙ୍କ ବି·ରର ବିଶେଷ ମହ୍ୱ ରହିଛି । ଅନ୍ୟଠାରୁ ସହଯୋଗ ପ୍ରାପ୍ତ କରିବା ପାଇଁ ତାଙ୍କ ବି·ର ଓ ବଚନକୁ ସମ୍ମାନ ଦେବା ଆବଶ୍ୟକ । ଆମେ ଆମ ବି·ର ଅନୁରୂପ ଅନ୍ୟକୁ ନିର୍ଣ୍ଣୟ ନେବା ପାଇଁ ବାଧ୍ୟ କରି ପାରିବା ନାହିଁ । ଆମେ ଅନ୍ୟମାନଙ୍କ ବି·ରକୁ ସମ୍ମାନ ନ ଦେଲେ ଅନ୍ୟ ମାନେ ଆମ ବି·ରକୁ କାହିଁକି ସମ୍ମାନ ଦେବେ? ତେଣୁ ଆମେ କେବଳ ଆମ ବି·ର ଉପସ୍ଥାପନ କରି ନିର୍ଣ୍ଣୟ ନେବା ଦାୟିତ୍ୱ ପ୍ରତିପକ୍ଷ ଉପରେ ନ୍ୟସ୍ତ କରି ନିଶ୍ଚିନ୍ତ ରହିବା ଉଚିତ । ପ୍ରତିପକ୍ଷ ଯେତେବେଳେ ଅନୁଭବ କରିବେ ଯେ ତାଙ୍କଠାରୁ ଆଶା କରାଯାଉଥିବା ସହଯୋଗ ତାଙ୍କ ବି·ର ଓ ଯୋଜନା ବିରୁଦ୍ଧ ନୁହେଁ ତେବେ ସେ ସହର୍ଷ ଆମର ପ୍ରସ୍ତାବ ସ୍ବୀକାର କରିବେ । ସହଯୋଗକର୍ାଙ୍କୁ ଆଗରେ ରଖି କୌଣସି କାର୍ଯ୍ୟ ବା ଯୋଜନା କ୍ରିୟାନ୍ୱିତ କରିବା ହିଁ ସର୍ବୋମ ପନ୍ଥା ।
(୫) ଅନ୍ୟ ମାନଙ୍କ ଋଚି ପ୍ରତି ସମ୍ମାନ :- ପ୍ରତ୍ୟେକ ବ୍ୟକ୍ତିଙ୍କ ଋଚି ଭିନ୍ନ ଭିନ୍ନ  ହୋଇଥାଏ । ଏହା ସ୍ବଭାବିକ ମଧ୍ୟ । ଆମ ପ୍ରତି ଅନ୍ୟମାନଙ୍କ ଋଚି ବଢୁ ବୋଲି ଯଦି ଆମେ ·ହୁଁଥାଉ ତେବେ ପ୍ରଥମେ ସେମାନଙ୍କ ପ୍ରତି ଆମେ ଋଚି ନେବା ଆରମ୍ଭ କରିବାକୁ ହେବ । ଅନ୍ୟର ଋଚି, ଦୃଷ୍ଟିକୋଣ ଓ ଆବଶ୍ୟକତାକୁ ପ୍ରାଥମିକତା ଦେବା ଦ୍ୱାରା ତାଙ୍କ ସହିତ ଆମର ଆତ୍ମୀୟତାପୂର୍ଣ୍ଣ ସମ୍ବନ୍ଧ ସ୍ଥାପିତ ହୋଇଥାଏ । ସାମାଜିକ କ୍ଷେତ୍ରରେ ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପ୍ରାପ୍ତି ପାଇଁ ସେବା କରୁଥିବା ବ୍ୟକ୍ତି ପାଇଁ ଏହା ଅତ୍ୟାବଶ୍ୟକ ପନ୍ଥା । ଅନ୍ୟମାନଙ୍କ ଋଚି ଓ ପସନ୍ଦକୁ ପରଖିବାର କଳା ବିକାଶ କରିବାକୁ ହେବ । ଏହା ଦ୍ୱାରା ସଫଳତା ପ୍ରାପ୍ତି ସୁଗମ ହୋଇଥାଏ ।
(୬) ପ୍ରଶଂସା, ସ୍ବୀକୃତି ଓ ମହ୍ୱ ପ୍ରଦାନ:- ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ପ୍ରଶଂସା, ସ୍ବୀକୃତି ଓ ମହ୍ୱ ପ୍ରାପ୍ତ କରିବାର ଆନ୍ତରିକ ଅଭୀପ୍ସା ଥାଏ । ସେମାନଙ୍କ ମଧ୍ୟରେ ସମାହିତ ସକାରାତ୍ମକ ମୂଲ୍ୟାବଳୀର ଜାଗୃତି ପାଇଁ ସେମାନଙ୍କୁ ପ୍ରଶଂସା ଓ ଉତ୍ସାହିତ କରିବା ଆବଶ୍ୟକ । ପ୍ରଶଂସାର ଅର୍ଥ ତୋଷାମଦ ନୁହେଁ । ତୋଷାମଦରେ ସ୍ବାର୍ଥର ଗନ୍ଧ ଥାଏ । ତୋଷାମଦକାରୀ ଆମର ଶୁଭଚିନ୍ତକ ନୁହେଁ । ସେ ଆମର ପରମ ଶତ୍ରୁ । କୌଣସି ଶତ୍ରୁ ଅପେକ୍ଷା ତୋଷାମଦକାରୀ ମିତ୍ର ସର୍ବାଧିକ ଅହିତକାରୀ । ତା’ପ୍ରତି ସାବଧାନ ରହିବା ଉଚିତ ।
(୭) ବାଣୀର ଶକ୍ତିକୁ ବୁଝିବା :- ଶବ୍ଦ ହେଉଛି ମନୁଷ୍ୟର ଆନ୍ତରିକ ବି·ରର ପ୍ରତିବିମ୍ବ । ଏହା ତୀର ଭଳି ଥରେ ନିର୍ଗତ ହେଲେ ଫେରିଯାଏ ନାହିଁ । ଏହି ଶବ୍ଦ ଦ୍ୱାରା ଅନେକ ବର୍ଷର ସମ୍ବନ୍ଧ ତୁଟି ପାରେ ଏବଂ ମିତ୍ରତା ଶତ୍ରୁତାରେ ପରିବିର୍ତ ହୋଇପାରେ । ପରିହାସ ଛଳରେ ବେଳେ ବେଳେ ଉଚ୍ଚାରିତ ଶବ୍ଦ ଭୟଙ୍କର ରୂପ ଧାରଣ କରିଥାଏ । ଜଣକ କଥା ଶୁଣିଥିବା କଥା ଅନ୍ୟ ଆଗରେ ବର୍ଣ୍ଣନା କରିବା ଅନୁଚିତ । ତେଣୁ କୁହାଯାଏ, “ମଧୁର ବିନୟ ବଚନ କହି ତୋଷିବ ଜନ ମନ ।”
(୮) ନାମର ମହ୍ୱ :- ସମ୍ବନ୍ଧ ସମ୍ପର୍କରେ ଆସୁଥିବା ବ୍ୟକ୍ତିମାନଙ୍କ ନାମ ମନେ ରଖି ଆବଶ୍ୟକ ବେଳେ ସେମାନଙ୍କ ନାମ ଆଦର ସହିତ ସମ୍ବୋଧନ ପୂର୍ବକ କଥା ହେବା ଦ୍ୱାରା ସେମାନଙ୍କୁ ଖୁସି ଲାଗେ ।
ଏହାଦ୍ୱାରା ପରସ୍ପର ମଧ୍ୟରେ ଆତ୍ମୀୟତା ବଢ଼େ । କିନ୍ତୁ ଏଠାରେ ଗୋଟିଏ କଥାରେ ସାବଧନା ହେବା ଉଚିତ ଯାହା ନାମ ଧରି ଆମେ ଡାକିବା ବା କଥା ହେବା ସେ ବ୍ୟକ୍ତି ଆମର ସମସ୍କନ୍ଦ ବା ସମ ବୟସ ବା କମ ବୟସର ହୋଇଥିବା କଥା । ଅନ୍ୟଥା ଏହାର ବିପରୀତ ପ୍ରଭାବ ପଡ଼ିଥାଏ ।
(୯) ନିଜ ଭୁଲ ସ୍ବୀକାର କରିବା :- ଇଂରାଜୀରେ ଏକ ପ୍ରବାଦ ଅଶ୍ଚ, ଞକ୍ଟ ରକ୍ସକ୍ସ ସଗ୍ଦ ଷଙ୍କଜ୍ଞବଦ୍ଭ ଅର୍ଥାତ ମନୁଷ୍ୟ ମାତ୍ରକେ ଭୁଲ  ହୁଏ । ଜାଣତ ବା ଅଜାଣତରେ ମଣିଷ ଭୁଲ କରିଥାଏ । ଭୁଲ୍ କଲାବେଳେ ଅନେକ ସମୟରେ ତାହା ଭୁଲ ବୋଲି ମନେ ହୋଇନଥାଏ; କିନ୍ତୁ ପରେ ତାହା ବୁଝି ହୁଏ । ଏପରି କ୍ଷେତ୍ରରେ ତୁରନ୍ତ ନିଜ ଭୁଲ ସ୍ବୀକାର କରିଦେବା ବୁଦ୍ଧିମାନୀ । ଅନ୍ୟମାନେ ଆମକୁ ଦୋଷ ଦେବା ପୂର୍ବରୁ ଆମେ ସ୍ବୟଂ ନିଜ ଭୁଲ ସ୍ବୀକାର କରି କ୍ଷମା ଯାଚନା କରିଦେବା ‘ସର୍ବୋମ । କ୍ଷମା ଯାଚନା ଦ୍ୱାରା ବ୍ୟକ୍ତି ଛୋଟ ହୋଇଯାଏ ନାହିଁ; ବରଂ ଏହାଦ୍ୱାରା ସେ ଅନ୍ୟମାନଙ୍କ ଦୃଷ୍ଟିରେ ଆହୁରି ମହାନ୍ ହୋଇଯାଏ । କ୍ଷମା ଯାଚନା ଦ୍ୱାରା ଚମକ୍ରାରୀ ପରିଣାମ ମିଳି ଥାଏ । ଭୁଲ କରି ଲୁ·ଇବା ଓ ଏଥିପାଇଁ ରକ୍ଷାତ୍ମକ ପଦକ୍ଷେପ ନେବା ମୁର୍ଖତାର ପରି·ୟକ । ମନେ ରଖିବାକୁ ହେବ ଯେ ସତ୍ୟତାର ନାବ ସାମୟିକ ହଲଚଲ ହୋଇପାରେ, କିନ୍ତୁ କେବେ ବୁଡ଼ିଯାଏ ନାହିଁ ।
(୧୦) କାହା ପ୍ରତି ଟୀକା-ଟୀପ୍ପଣୀ କରିବା ଅନୁଚିତ :- ଆମେ ଅନ୍ୟମାନଙ୍କଠାରୁ ଯେପରି ବ୍ୟବହାର ଆଶା କରୁ ପ୍ରଥମେ ସେମାନଙ୍କୁ ସେପରି ବ୍ୟବବହାର ଦେବାକୁ ହେବ । ନିଜ ବିଷୟରେ ଅନ୍ୟମାନଙ୍କଠାରୁ ଟୀକା-ଟୀପ୍ପଣୀ ଶୁଣିବା କାହାରିକୁ ଭଲ ଲାଗେ ନାହିଁ । ଏପରି ପରିସ୍ଥିତିରେ ସଂପୃକ୍ତ ବ୍ୟକ୍ତି ମନରେ କ୍ରୋଧ ଜାତ ହୁଏ ଓ ପ୍ରତିହିଂସା ପରାୟଣ ହୋଇପଡ଼େ । ଆଉ ମଧ୍ୟ ଟୀକା-ଟୀପ୍ପଣୀ ଦ୍ୱାରା କାହାରିକୁ ସୁଧୁରା ଯାଇ ପାରେ ନାହିଁ । କିନ୍ତୁ ବେଳେ ବେଳେ ଏମିତି ସମୟ ଆସେ ଯେତେବେଳେ କୌଣସି ବ୍ୟକ୍ତିର ଭୁଲ ବିଷୟେର ଆଲୋଚନା କରିବା ଅତି ଆବଶ୍ୟକ ହୋଇପଡେ । ସେତେବେଳେ ନିମ୍ନ ବିଷୟ ପ୍ରତି ବିଶେଷ ଧ୍ୟାନ ରଖିବା ଉଚିତ ।
କ) ସଂପୃକ୍ତ ବ୍ୟକ୍ତିର ଭୁଲ ଦର୍ଶାଇବା:- ପୂର୍ବରୁ ପ୍ରଥମେ ତାଙ୍କର କୌଣସି ଭଲ ଗୁଣର ପ୍ରଶଂସା କରନ୍ତୁ । ତା’ପରେ ନମ୍ରତା ଓ ସ୍ନେହ ଭାବ ସହିତ ତାଙ୍କ ଭୁଲ ପ୍ରତି ଦୃଷ୍ଟି ଆକର୍ଷଣ କରନ୍ତୁ । ଖ) ଏହି ଦୃଷ୍ଟି ଆକର୍ଷଣ ପ୍ରକି୍ରୟା ପ୍ରତ୍ୟକ୍ଷ ନ ହୋଇ ପରୋକ୍ଷ ହେଲେ ବେଶୀ ପ୍ରଭାବ ପଡ଼ିଥାଏ । ଗ) ଧ୍ୟାନ ଦେବାକୁ ହେବ ଯେ ସେହି ବ୍ୟକ୍ତିଙ୍କ ସହିତ ଆଲୋଚନା ବେଳେ ଅନ୍ୟ କେହି ତୃତୀୟ ପକ୍ଷ ଉପସ୍ଥିତ ରହିବା ଅନୁଚିତ ।
(୧୧) ବାଦ ବିବାଦରୁ ଦୂର ରହିବା:- ବୈ·ରିକ ମତ ଭିନ୍ନତା ବାଦ ବିବାଦର ରୂପ ନିଏ । ନିଜର ବାକ୍ ପଟୁତା ଓ ତଥ୍ୟାତ୍ମକ ପ୍ରମାଣ ଉପସ୍ଥାପନ କରି ଜଣେ ଅନ୍ୟକୁ ମିଥ୍ୟା ସାବ୍ୟସ୍ତ କରି ଦେଇ ପାରେ । ଏହାଦ୍ୱାରା ଉଭୟ ପକ୍ଷ ମଧ୍ୟରୁ କାହାରି ଲାଭ ହୋଇ ନ ଥାଏ । ଏହାଦ୍ୱାରା ପାରସ୍ପରିକ ସମ୍ବନ୍ଧ ତିକ୍ତ ହୁଏ । ମଣିଷ ଯେ ପର୍ଯ୍ୟନ୍ତ ନିଜ ଭୁଲ ନିଜେ ବୁଝି ନ ପାରିଛି ସେ ପର୍ଯ୍ୟନ୍ତ ସେଥିରେ ସେ ସୁଧାର ଆଣିବ ନାହିଁ । ତେଣୁ ବାଦ-ବିବାଦରୁ ଦୂର ରହିବା ଉଚିତ । ଅନ୍ୟକୁ ନିକୃଷ୍ଟ ପ୍ରତିପାଦନ କରି କେହି କେବେ ଶ୍ରେଷ୍ଠ ହୋଇ ପାରେ ନାହିଁ । ମାନବ ସମାଜରେ ବୈ·ରିକ ଭିନ୍ନତା ଏକ ସ୍ବଭାବିକ ବିଷୟ । ତେଣୁ ପ୍ରତ୍ୟେକଙ୍କ ବି·ରକୁ ସମ୍ମାନ ଦେବାହିଁ ମାନବିକତାର ପରି·ୟକ ।
(୧୨) ଭାବାବେଗର ନିୟନ୍ତ୍ରଣ :- ମତ ଭେଦ ହେଲେ କେହି କେହି କ୍ରୋଧ ବଶତଃ ଉେଜିତ ହୋଇ ପଡନ୍ତି । ମତଭେଦର ନିରାକରଣ କ୍ରୋଧ ଦ୍ୱାରା ନୁହେଁ, କେବଳ ଶାନ୍ତି ଦ୍ୱାରା ସମ୍ଭବ । କ୍ରୋଧଯୁକ୍ତ ବାଣୀର ପ୍ରଭାବ ସର୍ବଦା ନକାରାତ୍ମକ ହୋଇଥାଏ । ଏହା ଦ୍ୱାରା ବାତାବରଣ ଉପରେ ପ୍ରତିକୂଳ ପ୍ରଭାବ ପଡେ । କ୍ରୋଧ ଦ୍ୱାରା ଖୁସି ନଷ୍ଟ ହେବା ସେଙ୍ଗ ସେଙ୍ଗ ସ୍ବାସ୍ଥ୍ୟ ହାନି ମଧ୍ୟ ହୋଇଥାଏ । ତିରସ୍କାର, ଈର୍ଷା, ଘୃଣା ଅଦି କ୍ରୋଧର ସୂକ୍ଷ୍ମ ରୂପ । ଗୀତାରେ କ୍ରୋଧକୁ ଦୁର୍ଜୟ ଶତ୍ରୁ ବୋଲି କୁହାଯାଇଛି । ଏଣୁ ପାରସ୍ପରିକ ସମ୍ବନ୍ଧର ବିକାଶ ପାଇଁ ଏହି ମହା ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବା ଆବଶ୍ୟକ । 

ଚେତନାର ଅର୍ଥ ଓ ସ୍ବରୂପ ଡା: ସୁଧାଂଶୁ ଶେଖର ମିଶ୍ର

                 ଚେତନାର ଅର୍ଥ ଓ ସ୍ବରୂପ

                                                                                                                        ଡା: ସୁଧାଂଶୁ ଶେଖର ମିଶ୍ର
ତମସୋ ମା ଜ୍ୟୋତିର୍ଗମୟ । ଆବହମାନକାଳରୁ ମନୁଷ୍ୟ ଅନ୍ଧକାରରୁ ପ୍ରକାଶ ଅଭିମୁଖେ ଯାତ୍ରା କରି ଆସୁଛି । ଏଠାରେ ଅନ୍ଧକାରର ଅର୍ଥ ଅଜ୍ଞାନତା ଓ ପ୍ରକାଶର ଅର୍ଥ ଜ୍ଞାନ । ଏହି ଯାତ୍ରାର ସର୍ବୋମ ଅବଲମ୍ବନ ହେଉଛି ଧ୍ୟାନ ଯୋଗ । କିନ୍ତୁ ଏହି ଯାତ୍ରା ପଥରେ ଅନେକ ବାଧା ବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଏ । କାରଣ ଏହା ସଂପୂର୍ଣ୍ଣ ମାନସିକ କ୍ରିୟା । ତେଣୁ ମନରେ ଶେଷ ପର୍ଯ୍ୟନ୍ତ ବିଭିନ୍ନ ଜିଜ୍ଞାସା ଉପôନ୍ନ ହୁଏ । ଏହି ଜିଜ୍ଞାସାଗୁଡ଼ିକର ସମାଧାନ ବଡ଼ ଆହ୍ୱାନପୂର୍ଣ୍ଣ କାର୍ଯ୍ୟ ।  କ୍ୱଚିତ୍ ବ୍ୟକ୍ତି ଏଥିରେ ସଫଳକାମ ହୋଇଥାନ୍ତି । କିନ୍ତୁ ଯେଉଁମାନେ ମନ, ବଚନ ଓ କର୍ମରେ ଈଶ୍ୱରାର୍ପିତ ସେମାନଙ୍କ ପାଇଁ କୌଣସି ସମସ୍ୟା ନଥାଏ ।
ଭୌତିକ ଚେତନାର ବଶବର୍ୀ ହୋଇ ମନୁଷ୍ୟ ନିଜର ଜୀବିକା ଓ ଜୀବନ ଚର୍ଯ୍ୟାରେ ଏତେ ବ୍ୟସ୍ତ ହୋଇ ପଡ଼େ ଯେ ସେ ନିଜର ବାସ୍ତବିକତାକୁ ଭୁଲିଯାଏ । ବାହ୍ୟକର୍ମର ପ୍ରଭାବ ମନର ବିଚାର ପ୍ରବାହ ଓ ଭାବକୁ ପ୍ରଭାବିତ କରୁଥିବାରୁ ଜାଗୃତିରୁ ସ୍ବପ୍ନ ପର୍ଯ୍ୟନ୍ତ ବ୍ୟକ୍ତି ସହଜରେ ଦୈହିକ ସ୍ମୃତିରୁ ମୁକ୍ତ ହୋଇ ଆତ୍ମିକ ଚେତନାର ଅନୁଭବ କରି ପାରେ ନାହିଁ । ଧ୍ୟାନ ଦ୍ୱାରା ଆତ୍ମ ଜାଗୃତି ହୋଇଥାଏ । ଧ୍ୟାନର ଅର୍ଥ ହେଉଛି ଏକାଗ୍ରତା ପୂର୍ବକ ସ୍ବ’ର ସ୍ବଭାବରେ ସ୍ଥିତ ହୋଇଯିବା । ଏହା ହେଉଛି ଆତ୍ମାର ଜାଗ୍ରତ ଅବସ୍ଥା । ଏହାକୁ ଆତ୍ମାର ବୀଜ ରୂପ ବା ବିନ୍ଦୁରୂପ ସ୍ଥିତି କୁହାଯାଏ । ଏହି ସ୍ଥିତିରେ ମନରେ କୌଣସି ପ୍ରକାର ବ୍ୟର୍ଥ ବିଚାର ରହେ ନାହିଁ ଓ ଆତ୍ମାର ବାସ୍ତବିକ ସ୍ବରୂପ ଦର୍ଶନ ହୋଇଥାଏ । ସଂପୂର୍ଣ୍ଣ ଆତ୍ମ ଜାଗୃତିର ଉପଲବ୍ଧି ପାଇଁ ଆତ୍ମ ବିସ୍ମରଣର ସମସ୍ତ କାରଣ, ଆତ୍ମ ସ୍ମରଣର ସମସ୍ତ ଉପାୟ ତଥା ଜାଗୃତି, ସ୍ବପ୍ନ ଓ ଗଭୀର ସୁଷୁପ୍ତିର ସମସ୍ତ ସ୍ଥିତିକୁ ସ୍ପଷ୍ଟ ଭାବରେ ବୁଝିବା ଏକାନ୍ତ ଆବଶ୍ୟକ ।
ସାରସ୍ବତ ଶବ୍ଦ ଭଣ୍ଡାରରେ ଚେତନା ସମ୍ବଦ୍ଧିତ ଅନେକ ଶବ୍ଦ ଦେଖିବାକୁ ମିଳେ । ଯଥା: ଆତ୍ମ-ଚେତନା, ଈଶ୍ୱରୀୟ ଚେତନା, ବିଜ୍ଞାନ ଚେତନା, ଆଧ୍ୟାତ୍ମିକ ଚେତନା, ପଶୁ ଚେତନା, ମନୁଷ୍ୟ ଚେନା, ନିମ୍ନ ସ୍ତରୀୟ ଚେତନା, ଆନ୍ତର ଚେତନା, ଅବିକଶିତ ଚେତନା, ଆତ୍ମ ଜାଗୃତି ଚେତନା, ଅର୍ଦ୍ଧ ଜାଗୃତି ଚେତନା, ଅବଚେତନା ଇତ୍ୟାଦି । ଚିତ୍, ଚେତସ୍, ଚେତନ ଓ ଚି୍ ଚେତନାର ପର୍ଯ୍ୟାୟବାଚୀ ଶବ୍ଦ । ଶବ୍ଦ କୋଷରେ ଚିତ୍ର ଅର୍ଥ ଜ୍ଞାନ, ଚେତନା, ଆତ୍ମା, ଚେତସ୍ବର ଅର୍ଥ ମନ, ଚି, ଆତ୍ମା, ଜ୍ଞାନ, ଚେତନାର ଅର୍ଥ ଆତ୍ମା, ଜ୍ଞାନ, ଚି, ପ୍ରାଣୀ, ଚି, ଆତ୍ମା, ଜ୍ଞାନ, ଚିର ଅର୍ଥ ହୃଦୟ, ମନଃ, ସ୍ମରଣଶକ୍ତି, ଇଚ୍ଛା ଓ ଚେତନାର ଅର୍ଥ ସଂଜ୍ଞା,ଜ୍ଞାନ, ବୁଦ୍ଧି, ମନ, ଜୀବନ ଜାଗରଣ, ସ୍ମୃତି ଆଦି କରାଯାଇଛି । ପରମାତ୍ମାଙ୍କ ଅନାଦି ସ୍ବଭାବ ସତ୍-ଚିତ୍ ଓ ଆନନ୍ଦ ହୋଇଥିବାରୁ ତାଙ୍କୁ ସଚ୍ଚିତାନନ୍ଦ କୁହାଯାଏ । ଆତ୍ମା ମଧ୍ୟ ଅନାଦି ସ୍ବରୂପରେ ଦ୍ରିବିଧ ଗୁଣ ଯୁକ୍ତ ଥାଏ । ପରମାତ୍ମାଙ୍କ ସଚ୍ଚିଦାନନଦ ସ୍ବରୂପ ସର୍ବକାଳରେ ସମାନଥାଏ । କାରଣ ସେ ଅଶରୀରୀ । ତାଙ୍କୁ ଆବାଗମନ ଚକ୍ରରେ ଆସିବାକୁ ପଡ଼ି ନଥାଏ । କିନ୍ତୁ ଆତ୍ମା ଶରୀର ଧାରଣ କରୁଥିବାରୁ କାଳାନୁସାରେ ତା’ର ସଚ୍ଚିଦାନନ୍ଦ ସ୍ବରୂପରେ ତାରତମ୍ୟ ଦେଖାଯାଏ । ବାରମ୍ବାର ଜନ୍ମ-ମୃତୁ୍ୟ ଚକ୍ରରେ ଆସିବା ହେତୁ ଆତ୍ମା ପ୍ରକୃତିର କ୍ରିୟାଶକ୍ତି ସହିତ ତାଦାତ୍ମ୍ୟ ସ୍ଥାପିତ କରି ନିଜର ଅନାଦି ଆତ୍ମା କେବଳ ଚେତନା ଶକ୍ତି ରୂପରେ ରହିଯାଏ ଓ ପ୍ରକୃତିର କ୍ରିୟାଶକ୍ତି ଦ୍ୱାରା ପ୍ରଭାବିତ ହୋଇ କ୍ରମଶଃ ଉଚ୍ଚସ୍ତରରୁ ନିମ୍ନ ସ୍ତର ଆଡ଼କୁ ଗତି କରେ । ସଚ୍ଚିଦାନନ୍ଦ ସ୍ବରୂପ ଆତ୍ମ ଚେତନାର ଏହି ପରିବର୍ିତ ନିମ୍ନ ସ୍ତରର ପ୍ରକୃତିକୁ ଦୈହିକ ବା ଭୌତିକ ଚେତନା କୁହାଯାଏ । ଚେତନାର ଏହା ସମ୍ମୋହିତ ଅବସ୍ଥା । ଏହି ସମ୍ମୋହନ କ୍ରିୟା କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା ହୋଇଥାଏ । ଆତ୍ମା ସ୍ବୟଂ କର୍ା ହୋଇ ମଧ୍ୟ ସେମାନଙ୍କ ଅଧୀନସ୍ଥ ହୋଇ କର୍ମ କରେ । ଆଶ୍ଚର୍ଯ୍ୟର ବିଷୟ ଏହି ଯେ ଏହି ପରାଧିନତାର ବନ୍ଧନ ବିଷୟରେ ସେ ସଚେତନ ନ ଥାଏ ।
ଏହି ସୃଷ୍ଟିରେ ତିନୋଟି ସାର ଭୂମିକା ରହିଛି- ଆତ୍ମା,ପରମାତ୍ମା ଓ ପ୍ରକୃତି । ମନୁଷ୍ୟ ଶରୀରରେ ପ୍ରକୃତିର ତିନି ସା ସକ୍ରିୟ ଥାଆନ୍ତି, ଦୈହିକ, ଭାବୁକ ଓ ବୌଦ୍ଧିକ । ଚେତନା ଉଭୟ ପ୍ରତିକ୍ରିୟାତ୍ମକ ଓ ଅପ୍ରତିକ୍ରିୟାତ୍ମକ ଶକ୍ତି ଅଟେ । ଏହା ପ୍ରକୃତି ଶକ୍ତି ଦ୍ୱାରା ଉପôନ୍ନ ହେଉଥିବା ପ୍ରଭାବ ଉପରେ ବ୍ୟକ୍ତିଗତ ପ୍ରତିକ୍ରିୟା ପ୍ରକାଶ କରିପାରେ ବା ସଂଯମ ଓ ତଟସ୍ଥ ଭାବରେ ପ୍ରକୃତିର କ୍ରିୟା-ପ୍ରତିକ୍ରିୟାକୁ ନିରୀକ୍ଷଣ ମଧ୍ୟ କରିପାରେ । ଅନେକ ସମୟରେ ପ୍ରତିକ୍ରିୟା ରୂପରେ ଘଟୁଥିବା ଘଟଣାର ନିରୀକ୍ଷଣ ଓ ବ୍ୟାଖ୍ୟା ମଧ୍ୟ କରେ ନାହିଁ । କାରଣ ସେହି ସମୟରେ ସେ ଗଭୀର ନିଦ୍ରାବସ୍ଥାରେ ଥାଏ । ଏହି ତିନି ଅବସ୍ଥାରେ ଚେତନାର ଅସ୍ତିତ୍ୱରେ କୌଣସି ପରିବର୍ନ ହୁଏ ନାହିଁ । ଅର୍ଥାତ୍, ଇନ୍ଦ୍ରିୟମାନଙ୍କ ଦ୍ୱାରା କର୍ମ କରୁଥିବା ଅବସ୍ଥାରେ ଯେପରି ସେ ବିଦ୍ୟମାନ ଥାଏ, ଠିକ୍ ସେହିପରି ଗଭୀର ଯୋଗ ସ୍ଥିତି ହେଉ ବା ଗଭୀର ନିଦ୍ରାବସ୍ଥା ହେଉ, ତା’ର ଉପସ୍ଥିତି ଯଥାବତ୍ ଥାଏ । ତେଣୁ ସମସ୍ତ ମାନସିକ ସା ଓ ଚେତନା ଏକ ଅବିନାଶୀ ବାସ୍ତବିକ ବସ୍ତୁ ଅଟେ ।
ଗୋଟିଏ ପକ୍ଷରେ ଚେତନା ସମସ୍ତ ପ୍ରତିକ୍ରିୟାଗୁଡ଼ିକରୁ ମୁକ୍ତ ସ୍ମୃତିରେ ଉପସ୍ଥିତ ରହିପାରେ ଅନ୍ୟ ପକ୍ଷରେ କୌଣସି ବ୍ୟକ୍ତି, ବସ୍ତୁ ଓ ପରିସ୍ଥିତିରୁ ଆସୁଥିବା ପ୍ରଭାବ ଗୁଡ଼ିକ ଉପରେ ନିର୍ଣ୍ଣୟଯୁକ୍ତ ନିୟନ୍ତ୍ରିତ ପ୍ରତିକ୍ରିୟା ମଧ୍ୟ ଦେଇପାରେ । ଅର୍ଥାତ ଏହି ନିୟନ୍ତ୍ରଣ କ୍ରିୟାରେ ସେ ସ୍ବତନ୍ତ୍ରତା ପୂର୍ବକ କାର୍ଯ୍ୟ କରିପାରେ । ଗୋଟିଏ ପକ୍ଷରେ ତାର ବସ୍ତୁ, ବ୍ୟକ୍ତି ଓ ପରିସ୍ଥିତିକୁ ଭଲ ଭାବରେ ଜାଣିବାର କ୍ଷମତା ଥାଏ । ଅନ୍ୟ ପକ୍ଷରେ ସେ ତାହା ଉଦ୍ଧ୍ୱର୍ରେ କି୍ରୟା ଓ ପ୍ରତିକ୍ରିୟା କରିବାର ରଚନାତ୍ମକ କ୍ଷମତା ମଧ୍ୟ ଧାରଣ କରିଥାଏ । ରଚନାତ୍ମକ ଓ ବିନାଶକ ଉଭୟ ପ୍ରକାରର କି୍ରୟା ଶକ୍ତି ତା ପାଖରେ ଥାଏ । ଏଥିପାଇଁ ଚେତନା ଉଭୟ ଚି ଓ ଚି-ଶକ୍ତି ଅଟେ ।
ଚେତନା ମନୁଷ୍ୟ ମନର ପ୍ରଧାନ ଶକ୍ତିଗୁଡ଼ିକର ସ୍ବରୂପ । ଏଥିପାଇଁ ମାନବୀୟ ଚେତନା ପ୍ରାୟ ମନ ସହିତ ଏକରୂପତା ଅବସ୍ଥାରେ ଥାଏ । ଚେତନା କେବଳ ମାତ୍ର ମାନବୀୟ ଚେତନାର ସୀମାରେଖା ମଧ୍ୟରେ ଆବଦ୍ଧ ହୋଇ ରହେ ନାହିଁ, ସେ ଚାହିଁଲେ ବିବିଧ ଦିଗରେ ବିସ୍ତାର ଲାଭ କରିବାକୁ ସମର୍ଥ ହୋଇପାରେ । ଯେପରି ଦେଖିବା, ଶୁଣିବା ଓ ଆଘ୍ରାଣ କରିବା ଇତ୍ୟାଦି ଇନ୍ଦ୍ରିୟ ସାମର୍ଥ୍ୟର ଅନେକ ସ୍ତର ଓ ଉପସ୍ତର ଥାଏ । ସେହିପରି ଚେତନାର ମଧ୍ୟ ବିଭିନ୍ନ ସ୍ତର ଥାଏ । ମନୁଷ୍ୟର ଦୃଷ୍ଟି ବା ଶ୍ରବଣ ଶକ୍ତିର ଏକ ସୀମା ଥାଏ । ଏପରି ବହୁତ କିଛି ଅଛି ଯାହା ତା’ର ଦୃଷ୍ଟି ଓ ଶ୍ରୁତିର ସାମର୍ଥ୍ୟ ବାହାରେ । ତା’ର ଅର୍ଥ ନୁହେଁ ଯେ ସେପରି ଦୃଶ୍ୟ ଓ ଧ୍ୱନି ତରଙ୍ଗର ଅସ୍ତିତ୍ୱ ନାହିଁ । ଯେପରି ଏ କ୍ଷେତ୍ରରେ ଅଗୋଚର ଓ ଅଶ୍ରବ୍ୟ ଦୁଇଟି ସ୍ତର ବିଦ୍ୟମାନ ସେହିପରି ଚେତନାର ସାମାନ୍ୟ ମାନବୀୟ ସ୍ତରର ଉଦ୍ଧ୍ୱର୍ରେ ଓ ନିମ୍ନରେ ଅନେକ ସ୍ତର ଓ ଉପସ୍ତର ଥାଆନ୍ତି, ଯାହାକି ସାମାନ୍ୟ ମନୁଷ୍ୟ ଚେତନା ଜାଣି ନଥାଏ । ଚେତନାର ଉପର ସ୍ତରକୁ ଅତି ଚେତନା ଓ ନିମ୍ନ ସ୍ତରକୁ ଅବଚେତନା କୁହାଯାଏ ।ଏହି ଉଭୟ ସ୍ତର ମଧ୍ୟରେ ଅନେକ ସ୍ତର ଓ ଉପସ୍ତର ଥାଏ । ଅବଚେତନାର ଗଭୀର ସ୍ତରରେ ତୁଳନା, ଜାଗୃତି, ନିଦ୍ରା, ଗଭୀର ସୁଷୁପ୍ତି ଓ ଅତିଚେତନାର ସ୍ତରରେ ପୁରୁଷାର୍ଥୀ ଚେତନା, ଆତ୍ମ ଜାଗୃତି ଚେତନା ଓ ସଂପୂର୍ଣ୍ଣଆତ୍ମ ଜାଗୃତି ଚେତନା ରହିଛି ।
ଚେତନାର ଅର୍ଥ ମାନସିକ ଜାଗରୁକତା ନୁହେଁ । ମାନସିକ ଜାଗରୁକତା ବା ସତର୍କତାର ସମ୍ବନ୍ଧ ସ୍ଥୂଳ ବା ସୂକ୍ଷ୍ମ ଇନ୍ଦ୍ରିୟଗୁଡ଼ିକର କାର୍ଯ୍ୟ । କିନ୍ତୁ ଆତ୍ମ ଜାଗ୍ରତ ଚେତନାର କାର୍ଯ୍ୟ କ୍ଷେତ୍ର ଇନ୍ଦ୍ରିୟାତୀତ । ସ୍ବୟଂର ସଂପୂର୍ଣ୍ଣ ବୋଧ ହେଉଛି ଆତ୍ମ ଜାଗ୍ରତ ଚେତନା । ଆତ୍ମା ସତ୍, ଚିତ୍, ଆନନ୍ଦ, ପ୍ରକାଶ ଓ ପବିତ୍ର ସ୍ବରୂପ । ଏହି ସ୍ବରୂପର ଅଭ୍ୟାସକୁ ଆତ୍ମସ୍ମରଣ କୁହାଯାଏ; କିନ୍ତୁ ଏହା ଆତ୍ମବୋଧ ନୁହେଁ । ନିରବଚ୍ଛିନ୍ନ ଓ ଏକାଗ୍ରତା ପୂର୍ବକ ଆତ୍ମ ସ୍ବରୂପର ଅଭ୍ୟାସ ଯେତେବେଳେ ଅନୁଭବ ସ୍ତରକୁ ଚାଲିଆସେ, ସେତେବେଳେ ସେହି ଅବସ୍ଥାକୁ ଆତ୍ମବୋଧ ବା ଆତ୍ମଜାଗ୍ରତ ଚେତନା କୁହାଯାଏ । ଆତ୍ମସ୍ମରଣ ସ୍ତରରେ ବ୍ୟକ୍ତି ନିଜର ଆତ୍ମଜାଗ୍ରତ ଚେତନାର ଯାଂଚ କରିପାରେ ଯେ ସେ କେତେ ସମୟ ପର୍ଯ୍ୟନ୍ତ ଏହି ଅବସ୍ଥାରେ ଅବସ୍ଥାନ କରି ପାରୁଛି । ଅନୁଭବରୁ ଜଣାଯାଏଯେ, ଆତ୍ମ ଜାଗ୍ରତ ଚେତନା ଏକକାଳୀନ ବେଶୀ ସମୟ ଗୋଟିଏ ଅବସ୍ଥାରେ ରହିପାରେ ନାହିଁ । ଅନେକ ସମୟରେ ଜଣେ ପୁରୁଷାର୍ଥୀ ମନେ କରେ ଯେ ସେ ଆତ୍ମଜାଗ୍ରତ ଚେତନାରେ ଦୀର୍ଘ ସମୟ ରହି ପାରୁଛି; କିନ୍ତୁ ସୂକ୍ଷ୍ମ ଭାବରେ ଯାଂଚ କଲେ ସେ ଜାଣିପାରି ଯେ ତାଙ୍କ ଅନେକ ସମୟ ବିସ୍ମୃତିରେ ବିତି ଯାଇଥିଲେ ମଧ୍ୟ ପୂର୍ବ ଅନୁଭୂତିରି ସ୍ମୃତି ହିଁ ଅବଶେଷ ରହିଯାଇଛି । ଏହା ହେଉଛି ଅର୍ଦ୍ଧଚେତନ ଅବସ୍ଥା । ଏହି ଅବସ୍ଥାରେ ଅତୀତର ଜାଗୃତିର ସ୍ମୃତି ହିଁ ତା ମନରେ ଭ୍ରମ ସୃଷ୍ଟି କରେ ଓ ସେ ନିଜକୁ ଜାଗ୍ରତ ଅବସ୍ଥାରେ ଅଛି ବୋଲି ମନେ କରେ ।
ଉପଯୁ୍ର୍ୟକ୍ତ ବିଷୟ ନିଜେ ପରୀକ୍ଷା ଦ୍ୱାରା ଅନୁଭବ କରି ପାରିବେ । ଗୋଟିଏ ନିର୍ଦ୍ଧିଷ୍ଟ ବିଷୟ ବସ୍ତୁ ଚୟନ କରନ୍ତୁ । ତା’ ଉପରେ ଏକାଗ୍ରତା ପୂର୍ବକ ବିଚାର କରନ୍ତୁ । କିଛି ସମୟ ପରେ ଆପଣ ଦେଖିବେ ଯେ ଉକ୍ତ ବିଷୟରୁ ଆପଣଙ୍କ ବି·ର ଓହରି ଯାଇଛି । ଏଥିରୁ ପ୍ରମାଣିତ ଯେ ନିରନ୍ତର ଏକାଗ୍ରତା ମଧ୍ୟରେ ଏକ ଅନ୍ତରାଳ ଆସିଯାଏ । ଏହିପରି ଆତ୍ମଜାଗ୍ରତ ଅବସ୍ଥାର ଅଭ୍ୟାସ ସମୟରେ ସ୍ମୃତି ତୀବ୍ର ଭାବରେ ବିସ୍ମୃତିରେ ପରିଣତ ହୋଇଯାଏ । ଆତ୍ମ ସମୀକ୍ଷା ପାଇଁ ସ୍ମୃତି ଓ ବିଚାର ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । ଏଇ ଦୁଇ ପ୍ରମୁଖ ମାଧ୍ୟମ ଦ୍ୱାରା ଜଣେ ନିଜ ଦୈନନ୍ଦିନ ଜୀବନ ଚର୍ଯ୍ୟାରେ କେତେ ସମୟ ଆତ୍ମଜାଗ୍ରତ ଅବସ୍ଥା ବଜାୟ ରଖିପାରିଛି ଯାଂଚ କରିପାରିବ । ମାନବ ଜୀବନର ଅଧିକାଂଶ ସମୟ ନିଦ୍ରା ଓ ଅର୍ଦ୍ଧ ଜାଗ୍ରତ ଅବସ୍ଥାରେ ବିତିଯାଏ । ଶଯ୍ୟା ତ୍ୟାଗରୁ ରାତ୍ରୀରେ ଶଯ୍ୟା ଗ୍ରହଣ ଅବଧି ମଧ୍ୟରେ, ଅର୍ଥାତ୍ ଚେଇଁଥିବା ଅବସ୍ଥାରେ ମଧ୍ୟ ମଣିଷ ଯାହା କର୍ମ କରେ ତାହା ମଧ୍ୟ ଅର୍ଦ୍ଧଜାଗ୍ରତ, ସମ୍ମୋହିତ ବା ସାପେକ୍ଷ ଜାଗ୍ରତ ଅବସ୍ଥାରେ କରାଯାଇଥôôବା କାର୍ଯ୍ୟ କୁହାଯିବ । ସେ ଅଜ୍ଞାନ ନିଦ୍ରାରେ ମୁର୍ଚ୍ଛିତ ଥାଇ ମଧ୍ୟ ନିଜକୁ ଜାଗ୍ରତ ବୋଲି ମନେ କରେ । ଏଥିପାଇଁ କୁହାଯାଏ, ଅନ୍ଧକାରରୁ ଆଲୋକ ଓ ମୃତୁ୍ୟରୁ ଅମୃତ ଆଡ଼କୁ ଅଗ୍ରସର ହୁଅ । ଅନ୍ଧକାର ଓ ମୃତୁ୍ୟ ହେଉଛି ଅଜ୍ଞାନତା ବା ବିସ୍ମୃତିର ଦ୍ୟୋତକ ।
ମାନବରଜୀବନ ଦୁର୍ଲ୍ଲଭ । ଜୀବନ ଅବଧି ଅଜ୍ଞାତ । ସମୟ ଖୁବ୍ ମୂଲ୍ୟବାନ । ଆମର ବହୁ ମୂଲ୍ୟ ସମୟ ମୂର୍ଚ୍ଛିତ ବା ବିସ୍ମୃତିରେ ବ୍ୟତୀତ ହୋଇଯାଉଛି । କୌଣସି ବିଶେଷ ପରିସ୍ଥିତି ହେତୁ କେତେକଙ୍କ ଆତ୍ମଜାଗ୍ରତ ଅବସ୍ଥା ଅଳ୍ପକ୍ଷଣ ପାଇଁ ଅଚାନକ ଆସିଥାଏ । ଏହାକୁ ଆକାଶରେ ବିଜୁଳି ଚମକି ପୁଣି ଲୀନହୋଇଥିବା ଘଟଣା ସହିତ ତୁଳନା କରାଯାଇପାରେ । ଆତ୍ମଜାଗ୍ରତି ଅବସ୍ଥା ଅଧିକ ସମୟ ରହି ନ ପାରିବାର ମୁଖ୍ୟତଃ ଦୁଇଟି କାରଣ ଅଛି । ତାହା ହେଲା, ଅଜ୍ଞାନତା ଓ ଆତ୍ମବିସ୍ମୃତି । ଆତ୍ମଜାଗୃତି ମାର୍ଗରେ ଏହି ଦୁଇଟି ହେଉଛି ଗତି ଅବରୋଧକ (ଝକ୍ଟ୍ରରରୟ ଈକ୍ସରବଳରକ୍ସ) ସଦୃଶ । ଏହି ଅବରୋଧକ ଦ୍ୱୟକୁ ସଫଳତା ପୂର୍ବକ ଅତିକ୍ରମ କରିଗଲେ ଦୀର୍ଘକାଳ ପର୍ଯ୍ୟନ୍ତ ଆତ୍ମଜାଗୃତି ବା ଆତ୍ମିକ ସ୍ଥିତି ଅବସ୍ଥାରେ ରହିବା ସଂଭବ ।
ସଂପାଦକ- ଚେତନା ପ୍ରବାହ, ପାଟଣାଗଡ଼