Saturday, 6 May 2017

ଶ୍ରୀମଦ୍ଭଗବତ୍ ଗୀତା-COMMENT

                                          ଶ୍ରୀମଦ୍ଭଗବତ୍ ଗୀତା


  ଡାକ୍ତର ସୁଧାଂଶୁ ଶେଖର ମିଶ୍ର ପ୍ରଗାଢ଼ ଶ୍ରମ କରି ସାଧାରଣ ମଣିଷର ସାଧ୍ୟାତୀତ ଅଧ୍ୟୟନର ଫଳ ସ୍ବରୂପ ଯାହା ପାଇଛନ୍ତି ତାହା ତାଙ୍କର ଶ୍ରୀମଦଭଗବତ୍ ଗୀତା ରହସ୍ୟ ଗ୍ରନ୍ଥର ଅଠରଟି ଅଧ୍ୟାୟରେ ଶ୍ରୀଗୀତାର ଅଧ୍ୟାୟକ୍ରମରେ ଅଭିବ୍ୟକ୍ତ ମତ  । ତା’ର କିôତ ସୂଚନାତ୍ମକ ଆଲୋଚନା ହୁଏତ ବିଦ୍ୱାନ ପାଠକବର୍ଗଙ୍କୁ ଉପଯୋଗୀ ହେବ ବୋଲି ବିଚାର କରୁଛି  । ତେବେ, ଯେଉଁ ଅଂଶର ଉଦ୍ଧାର କରିବି ତାହା ହିଁ ସର୍ବମହତ୍ ବୋଲି ବିଚାର ନ କରିବାକୁ ଅନୁରୋଧ  । ତଦୁପରି ମୁଁ ଶ୍ରୀ ମିଶ୍ରଙ୍କର ଭାବ-ରତ୍ନ ଭଣ୍ଡାରରୁ ଯାହା ବାଛିବି ତାହା ମାତ୍ର ଏକ “ସାରଣୀ” ଏବଂ ଅଧିକରୁ ଅଧିକ କିଛି ପାଇବା ସକାଶେ ବିଜ୍ଞ ପାଠକ ନିଶ୍ଚିତ ମନନ ଅନୁଶୀଳନ କରିବେ ବୋଲି ବିଶ୍ୱାସ କରୁଛି  ।
ଶ୍ରୀ ମିଶ୍ରଙ୍କର ବିଚାରରେ “ଗୀତା ମନୁଷ୍ୟ ଜୀବନର କର୍ମ ସମସ୍ୟାର ସମାଧାନ  । ବସ୍ତୁତଃ ଏହା ଜୀବନର ସମସ୍ୟା  । ଏହା ମାନବୀୟ କର୍ମ ସମୂହର ଚରମ ଦୃଷ୍ଟାନ୍ତ ସ୍ବରୂପ ଏକ ଭୀଷଣ ଯୁଦ୍ଧର ରୂପଗ୍ରହଣ କରିଛି  । ତାହା ହିଁ କୁରୁକ୍ଷେତ୍ର ।’’ (ଅର୍ଜୁନ ବିଷାଦ ଯୋଗଃ) +++  ।(୧)
“ତିତିକ୍ଷା ଅର୍ଥାତ୍ ସହ୍ୟ କରିବାର ଦୃଢ଼ ସଂକଳ୍ପ ଓ ଶକ୍ତି  । ସଂସାରର ଅନିତ୍ୟ ଶୋକ ଓ ଦୁଃଖ, କାମ ଓ କ୍ରୋଧର ବେଗ ଧୀର ଭାବରେ ସହ୍ୟ କରିବାକୁ ହେବ  । ଏହିପରି ଅଳ୍ପଅଳ୍ପ ଅଭ୍ୟାସ ଆମକୁ ଏପରି ଏକ ସ୍ଥିତିରେ ପହଂଚାଇବ ଯେ  ସେ ସବୁ ବିକୃତିର ପ୍ରଭାବ ଆମକୁ ପ୍ରଭାବିତ କରି ପାରିବ ନାହିଁ’’(ସାଂଖ୍ୟ ଯୋଗଃ)+++ ।(୨)
ପ୍ରକୃତିରୁ ଜଳ, ବାୟୁ, ଉାପ ଆଦି ଆମକୁ ନିଃଶୂଳ୍କ ମିଳେ । ତେଣୁ ଆମେ ପ୍ରକୃତି ପାଖରେ ଋଣୀ  । ଅନ୍ୟପକ୍ଷରେ ଏହି ପ୍ରାକୃତିକ ବିଧି ବିଧାନର ନିୟନ୍ତା ପରମାତ୍ମା ହୋଇଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ହେବା ଉଚିତ । ଏହି କୃତଜ୍ଞତାର ନିଦର୍ଶନ ସ୍ବରୂପ ଆମେ କେବଳ ନିଜର ଉଦର ପୋଷଣ ପାଇଁ କର୍ମ ନ କରି ଜଗତର କଲ୍ୟାଣପାଇଁ କିଛି କର୍ମ କରିବା ଉଚିତ । ଆଜି ଆମ ପାଖରେ ଯାହା କିଛି ଧନ ସମ୍ପି ଅଛି ତାହା ସମାଜର ସହଯୋଗ ବିନା ଆହରଣ କରିବା ସମ୍ଭବ ନୁହେ  । ତେଣୁ ଏହାକୁ ଯଜ୍ଞ ସମ୍ପି ଭାବି, ନିମି ଭାବରେ ସେଥିରୁ କିଛି ଅଂଶ ବଳକା ରଖି ଲୋକ କଲ୍ୟାଣପାଇଁ ଉତ୍ସର୍ଗ କରିବା ଉଚିତ (କର୍ମ ଯୋଗଃ)+++  ।(୩)
“ଧର୍ମ କୌଣସି ମତବାଦ ବା କର୍ମକାଣ୍ଡକୁ ବୁଝାଏ ନାହିଁ  । ଏହା ଯେତେବେଳେ ସାମ୍ପ୍ରଦାୟିକତାର ରୂପ ନିଏ ସେତେବେଳେ ଧର୍ମର ଗ୍ଳାନି ହୁଏ  । ଧର୍ମ ହେଉଛି ବାହ୍ୟ ଓ ଆଭ୍ୟନ୍ତରୀଣ ଜୀବନ ଯାପନ ପ୍ରଣାଳୀ  । ଏହା କୌଣସି ପୂଜା ପଦ୍ଧତି ନୁହେଁ  । ଏହା ହେଉଛି ଜୀବନକୁ ଗଢ଼ି ତୋଳିବାର ଏକ ନୀତି, ଯଦ୍ଧ୍ୱାରା ଆମେ ଆମର ବାସ୍ତବିକ ସ୍ବରୂପ ଉପଲବ୍ଧô କରି (ସ୍ମୃତିଲବ୍ଧା) ଏକ ଦିବ୍ୟ ଜୀବନ ଲାଭ କରି ପାରିବା  ।” (ଜ୍ଞାନ ଯୋଗଃ)+++ ।(୪)
କର୍ମର ଅନ୍ତିମ ପରିଣତି ଜ୍ଞାନ  । ଅନ୍ୟ ଅର୍ଥରେ କର୍ମ ଦ୍ୱାରା ହିଁ ଜ୍ଞାନରେ ପୂର୍ଣ୍ଣତା ପ୍ରାପ୍ତି ହୁଏ  । ଜ୍ଞାନ ଓ କର୍ମକୁ ଭକ୍ତି ସହିତ ପରମାତ୍ମାର୍ପଣ କଲେ ଯୋଗୀ ପରମ ସିଦ୍ଧି ଲାଭ କରେ  । ଗୀତା କର୍ମ ଶବ୍ଦ ଅତି ବ୍ୟାପକ ଅର୍ଥରେ ବ୍ୟବହାର କରିଛି  । ଏହା ଅନୁସାରେ ଜ୍ଞାନଯୋଗ ଓ କର୍ମଯୋଗ ମଧ୍ୟରେ ପାର୍ଥକ୍ୟ ନାହିଁ (କର୍ମ ସନ୍ୟାସ ଯୋଗଃ)+++  ।(୫)
“ଚଂଚଳ ମନକୁ ବଶୀଭୂତ କରିବାକୁ ହେଲେ ନିରନ୍ତର ଆତ୍ମାକୁ ପରମାତ୍ମାଙ୍କ ସହିତ ଯୁକ୍ତ କରାଇବାକୁ ପଡ଼ିବ  । ...  ... ସମସ୍ତ ଭୌତିକ ସୁଖ କାମନାକୁ ପରିହାର କରିବାକୁ ପଡ଼ିବ । କାରଣ, ଏହା ଦେହ ଅଭିମାନର ମୂଳ କାରଣ  । ମନର ସମସ୍ତ ପ୍ରକାର କ୍ରିୟାକୁ ସଂଯତ କରି ତାହାକୁ ଗୋଟିଏ ମାତ୍ର ବିଷୟରେ ନିବିଷ୍ଟ କରିବା ହେଉଛି ଚିବୃି ନିରୋଧ  । ଏହାହିଁ ରାଜଯୋଗ ଏବଂ ଆତ୍ମଶୁଦ୍ଧିର ନିଶ୍ଚିତ ପନ୍ଥା  ।”(ଅଭ୍ୟାସ (ଧ୍ୟାନ) ଯୋଗଃ)+++  ।(୬
      ) “ଏହି ସଂସାରରେ ବାରମ୍ବାର ଆବାଗମନ (ଜନ୍ମ ଓ ମୃତୁ୍ୟ) ଚକ୍ରରେ ନ ଆସିବା ହେଉଛି ଦୁଃଖ ନିବୃିର ଏକମାତ୍ର ଉପାୟ  । ଏହା ହିଁ ମୁକ୍ତି  । କିନ୍ତୁ ଗୀତା ଏହା ସହିତ ଏକମତ ନୁହେଁ  । ଗୀତାରେ ଏକ ଉଚ୍ଚତର ଆଧ୍ୟାତ୍ମିକ ପ୍ରକୃତିର ସନ୍ଧାନ ମିଳେ । ତାହା ହିଁ ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ ବିଶ୍ୱ ଜଗତର ପ୍ରକୃତ ମୂଳ ଆଦ୍ୟ ସୃଜନୀ ଶକ୍ତି ଓ କର୍ମଶକ୍ତି । ଏହି ଆଧ୍ୟାତ୍ମ ପ୍ରକୃତିରେ ନବ ଜନ୍ମ ଲାଭ କରି ଏହି ଦୁଃଖମୟ ମ୍ର୍ୟ ଜୀବନକୁ ଦେବତୁଲ୍ୟ ଗଢ଼ିତୋଳିବାକୁ ହେବ – ଏହା ହେଉଛି ଗୀତୋକ୍ତ ଯୋଗ ସାଧନାର ଉମ ରହସ୍ୟ”(ଜ୍ଞାନ ବିଜ୍ଞାନ ଯୋଗଃ)+++ ।(୭)
“ମନୁଷ୍ୟର ବର୍ମାନ ଜୀବନ ହେଉଛି ତା’ର ପୂର୍ବ ଜନ୍ମର କର୍ମଫଳର ପରିଣାମ  । ଚୈତନ୍ୟର ସୃଜନୀ ଶକ୍ତି ଅଛି  । ବ୍ୟକ୍ତି ଯାହା ଚିନ୍ତା କରେ, ବିଶ୍ୱାସ ଓ ଶ୍ରଦ୍ଧା ସହିତ ଯେଉଁଥିରେ ନିବିଷ୍ଟ ହୁଏ, ସେ ସବୁ ସଂସ୍କାର ରୂପରେ ତାର ଆତ୍ମାରେ ଅଙ୍କିତ ହୋଇଥାଏ  । ମୃତୁ୍ୟର ଅନ୍ତିମ କ୍ଷଣରେ ଏହି ସଂସ୍କାର ମନର ଭାବ ରୂପେ ଅଭିବ୍ୟକ୍ତ ହୁଏ  । ଜୀବନରେ କିଛି ନକରି ବା ପାପମୟ ଜୀବନ ବିତାଇ ମୃତୁ୍ୟ ସମୟରେ କାନରେ ଭଗବାନଙ୍କ ନାମ ଶୁଣାଇଲେ କିମ୍ବା କାଶୀ ବା ଗଙ୍ଗା କୂଳକୁ ନେଇଗଲେ ମୁକ୍ତି ବା ପରମ ଗତିଳାଭ ହୁଏ ନାହିଁ” (ଅକ୍ଷର ବ୍ରହ୍ମଯୋଗଃ)+++  ।(୮)
“...... ଧର୍ମ ସ୍ଥାପନାର ଆଧାର ଯଥାର୍ଥ ଜ୍ଞାନ  । ଅଜ୍ଞାନତା ଅଧର୍ମର ଜନକ  ।... ସେ ମାନବ ସମାଜକୁ ଆତ୍ମ ତତ୍ତ୍ୱ, ପରମାତ୍ମା ତତ୍ତ୍ୱ, ସୃଷ୍ଟି ତତ୍ତ୍ୱ, କର୍ମ, ଅକର୍ମ ଓ ବିକର୍ମର ପରିଭାଷା, କର୍ମର ଗୁହ୍ୟଗତି ଓ ରାଜଯୋଗଦ୍ୱାରା ସମସ୍ତ ପାପରୁ ମୁକ୍ତିର ଉପାୟ ବିଷୟରେ ଶିକ୍ଷା ଦିଅନ୍ତି  । ତେଣୁ ପରମାତ୍ମାଙ୍କୁ ପରମ ଶିକ୍ଷକ ଓ ପରମ ଗୁରୁ ବୋଲି କୁହାଯାଏ । (ରାଜବିଦ୍ୟା ରାଜଗୁହ୍ୟ ଯୋଗ)+++  ।(୯)
...କିନ୍ତୁ, ନିଜକୁ ଯିଏ ପରମାତ୍ମାଙ୍କ ସନ୍ତାନ ବୋଲି ହୃଦୟ ସହିତ ଗ୍ରହଣ କରିନିଏ ତା’ମଧ୍ୟରେ ଈଶ୍ୱରୀୟ ଗୁଣଗୁଡ଼ିକର ବିକାଶ ହୁଏ  । ଉରାଧିକାରୀ ସୂତ୍ରରେ ସେ ସବୁ କିଛି ତାଙ୍କଠାରୁ ସ୍ବତଃ ପାଇଯାଏ  । ଧନଂ ଦେହି, ଯଶଂ ଦେହି, ବିଦ୍ୟାଂ ଦେହି ଏପରି ମାଗିବାର ପ୍ରବୃି ତା’ଠାରୁ ଚାଲିଯାଏ  । (ବିଭୂତି ଯୋଗଃ)+++  ।(୧୦)
         
“ପରମାତ୍ମା ସର୍ବଜ୍ଞ ଅର୍ଥାତ୍ ଆତ୍ମା, ପରମାତ୍ମା, ପ୍ରକୃତି, କର୍ମ, ଅକର୍ମ, ବିକର୍ମ, ସ୍ଥାପନା, ପାଳନା, ବିନାଶ ଇତ୍ୟାଦି ସମସ୍ତ ଜ୍ଞାନର ଏକମାତ୍ର ଜ୍ଞାତା  । ମନୁଷ୍ୟ ମଧ୍ୟରେ ନିତ୍ୟ ନୂତନ ଆଧ୍ୟାତ୍ମିକ ଜ୍ଞାନର ବିକାଶ ତାଙ୍କରି ହିଁ ପ୍ରକାଶ  । ସମସ୍ତ ଜ୍ଞାନର ସେ ଏକମାତ୍ର ଜେ୍ଞୟ  । ଜ୍ଞାନ ଦ୍ୱାରା ତାଙ୍କୁ ଅନ୍ତରଙ୍ଗ ସମଗ୍ର ଭାବରେ ଜାଣି ହୁଏ  । ଜୀବନର କ୍ଷୁଦ୍ରତା, ଅଜ୍ଞାନତା ଓ ଅପୂର୍ଣ୍ଣତା ତ୍ୟାଗକରି ଊଦ୍ଧ୍ୱର୍ଗାମୀ ହେଲେ ପରମାତ୍ମାଙ୍କର ଅନନ୍ତ ଗୁଣାବଳଳୀର ଉପଲବ୍ଧô କରିହୁଏ  । ଏଥିପାଇଁ ତାଙ୍କୁ ଅନ୍ତରଙ୍ଗ ଭାବରେ ଦେଖିବାକୁ ହେବ  । ମାନବ ଶରୀରରେ ତାଙ୍କ ଅବତରଣର ଏହା ହିଁ ଉଦ୍ଧେଶ୍ୟ  । ଅନ୍ୟଥା ମାନବାତ୍ମାମାନଙ୍କୁ ମାନବୋଚିତ ସମସ୍ତ ସମ୍ବନ୍ଧର ଅନୁଭବ କରାଇବା ସମ୍ଭବ ନୁହେଁ  । ଜୀବନର ପ୍ରତ୍ୟେକ ପଦକ୍ଷେପରେ ତାଙ୍କ ସହିତ ଯୋଗଯୁକ୍ତ ହୋଇ ଅବଲମ୍ବନ କରି ହେବ ନାହିଁ  । ଏତାଦୃଶ୍ୟ କାପୁରୁଷତା ମନୁଷ୍ୟକୁ ଈଶ୍ୱର ପ୍ରାପ୍ତିରୁ ବଞ୍ଚିତ କରାଏ  । ଯୋଗ ମାର୍ଗରେ ନିତ୍ୟ ନିରନ୍ତର ମନୋବିକାର ଗୁଡ଼ÿିକ ସହିତ ଯୁଦ୍ଧ କରିବାକୁ ପଡ଼େ  । ନିର୍ଭୟତା ବିନା ଏହି ଯୁଦ୍ଧ ଜୟ କରି ହେବନାହିଁ  ।” (ଦୈବାସୁର-ସମ୍ପଦ ବିଭାଗ ଯୋଗଃ)+++ ।(୧୬)
“ବାସନା ଓ ସହଜାତ ସଂସ୍କାର ଅନୁସରଣରେ କର୍ମ କରିବା ହେଉଛି ପଶୁର ଧର୍ମ  । ତେଣୁ ଯେଉଁ ମନୁଷ୍ୟ ବ୍ୟକ୍ତିଗତ ବାସନାର ବଶବୀର୍ ହୋଇ କର୍ମ କରେ ସେ ପଶୁ ତୁଲ୍ୟ  । ଗୀତାରେ ଏହି ମନୁଷ୍ୟକୁ ଅସୁର ବୋଲି ଅଭିହିତ କରାଯାଇଛି  । ମନୁଷ୍ୟ ପାଇଁ କର୍ମର ଏକ ଉଚ୍ଚତର ଆଦର୍ଶ ଅଛି । ଆଦର୍ଶର ଅନ୍ୱେଷଣ କରୁ କରୁ ମନୁଷ୍ୟ ଯେଉଁ ସତ୍ୟର ସନ୍ଧାନ ପାଇଛି ତାକୁ ସେ ମାନବ କଲ୍ୟାଣ ନିମନ୍ତେ ଲିପିବଦ୍ଧ କରିଛି ... ।” ର୍(ଶ୍ରଦ୍ଧାତ୍ରୟ ବିଭାଗ ଯୋଗଃ)+++  ।(୧୭)
ଏହିପରି ତ୍ୟାଗୀ ବ୍ୟକ୍ତିଙ୍କ ବୁଦ୍ଧି ସ୍ଥିର ଓ ଅଚଂଚଳ । ତାଙ୍କର କର୍ମରେ କୌଣସି ପ୍ରକାର ଅହଙ୍କାରର ସ୍ଥାନ ନଥାଏ  । ଅକୁଶଳ କର୍ମ ହେଲେ ମଧ୍ୟ ଦ୍ୱେଷ ପୂର୍ବକ ସେ ତ୍ୟାଗ କରନ୍ତି ନାହିଁ  । କାରଣ ସେ ଜାଣନ୍ତି ଯେ ସାତ୍ୱିକତାରେ ଦ୍ୱେଷର ସ୍ଥାନ ନାହିଁ  । ଅନ୍ୟପକ୍ଷରେ କୁଶଳ କର୍ମରେ ତାଙ୍କର ଆସକ୍ତି ମଧ୍ୟ ନଥାଏ  । କୁଶଳ ଓ ଅକୁଶଳ କର୍ମରେ ସେ ସମଭାବାପନ୍ନ ରହନ୍ତି । ସଫଳତାରେ ଅଧୀର କିମ୍ବା ବିଫଳତାରେ ସେ କାତର ହୁଅନ୍ତି ନାହିଁ  । ଅନୁଚିତ ଆଗ୍ରହ ପ୍ରକାଶ କରି ସେ କୌଣସି କର୍ମରେ ଲିପ୍ତ ହୁଅନ୍ତି ନାହିଁ କି କର୍ବ୍ୟ କର୍ମକୁ ଅଶୁଭ ମନେକରି ଘୃଣା କରନ୍ତି ନାହି..”(ମୋକ୍ଷ ଯୋଗଃ)+++  ।(୧୮)
ଏହି ଉଦାହରଣ ସମୂହ ଶ୍ରୀ ମିଶ୍ରଙ୍କର ବିଚାର ବିଶ୍ଳେଷଣର କତିପୟ ଦୃଷ୍ଟାନ୍ତ  । ହୃଦ୍ବୋଧ ହେତୁ ପୂର୍ବାପର ସମ୍ବନ୍ଧ ସୂତ୍ରରେ ହିଁ ବିଷଦ ବ୍ୟାଖ୍ୟା ଓ ସତ୍ୟର ନିକଟବୀର୍ ହେବାକୁ ହେବ  । ସେହି କାରଣରୁ ପାଠକବର୍ଗଙ୍କ ଆଗ୍ରହୀ ଓ ମନଯୋଗୀ ଅଧ୍ୟୟନ କାମ୍ୟ ବୋଲି କହିବି  । ତା’ବିନା ଭାବ, ତତ୍ତ୍ୱ ଓ ସତ୍ୟ-ଯଥାର୍ଥର ନିକଟବୀର୍ ହେବା ମଧ୍ୟ ସମ୍ଭବ ହେବ ନାହିଁ  ।
ମୋର ଆସ୍ଥା ଓ ବିଶ୍ୱାସ ଯେ ବିଜ୍ଞ ପାଠକ ଡାକ୍ତର ଶ୍ରୀ ସୁଧାଂଶୁ ଶେଖର ମିଶ୍ରଙ୍କର ଆୟାସସାଧ୍ୟ ଅଧ୍ୟୟନର ଆଦର କରିବେ  । ହୋଇପାରେ କ୍ଷେତ୍ରବିଶେଷରେ ମତାନ୍ତର ପରିଲକ୍ଷିତ ହେବ । ତେବେ, ତାଙ୍କର ବିଚାର ଓ ଆପଣଙ୍କର ସ୍ବଅନୁଶୀଳନର ସଂଯୋଗରେ ସତ୍ୟାନୁସନ୍ଧାନ ସାର୍ଥକ ହେବ  ।
ମୁଁ ଏହି ଅନୁପମ ଗ୍ରନ୍ଥର ମହର ସାଫଲ୍ୟ କାମନା କରୁଛି  ।

No comments: