Sunday, 7 May 2017

ଶିକ୍ଷାରେ ମୂଲ୍ୟ

                          ଶିକ୍ଷାରେ ମୂଲ୍ୟ

ମୂଲ୍ୟଶିକ୍ଷା (ଠବକ୍ଷଙ୍କର ଋୟଙ୍କମବଗ୍ଧସକ୍ଟଦ୍ଭ) ଏବଂ ମୂଲ୍ୟବୋଧ ଭିିକ ଶିକ୍ଷା (ଠବକ୍ଷଙ୍କର ଭବଗ୍ଦରୟ ଋୟଙ୍କମବଗ୍ଧସକ୍ଟଦ୍ଭ) ଏକା କଥା ନୁହେଁ । ଏକ ନିର୍ଦ୍ଧାରିତ ପାଠ୍ୟକ୍ରମ ଆଧାରରେ ମୂଲ୍ୟ ବିଷୟକ ଶିକ୍ଷାଦାନକୁ ମୂଲ୍ୟ ଶିକ୍ଷା କୁହାଯାଏ । ଗଣିତ, ବିଜ୍ଞାନ, ଇତିହାସ ଭଳି ଏହା ଏକ ସ୍ବତନ୍ତ୍ର ପାଠ୍ୟକ୍ରମ  । ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟଙ୍କ ଦ୍ୱାରା ସ୍ଥାପିତ ରାଜଯୋଗ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥାନର ଶିକ୍ଷା ପ୍ରଭାଗଙ୍କ (ଋୟଙ୍କମବଗ୍ଧସକ୍ଟଦ୍ଭବକ୍ଷ ଙ୍ଗସଦ୍ଭଶ) ବୈଷୟିକ ସହଯୋଗରେ ଭାରତରେ ସର୍ବ ପ୍ରଥମେ ତାମିଲନାଡୁ ସ୍ଥିତ ଆନ୍ନାମଲାଇ ବିଶ୍ୱ ବିଦ୍ୟାଳୟ, ଦୂରସ୍ଥ ଶିକ୍ଷାକେନ୍ଦ୍ର ମାଧ୍ୟମରେ ମୂଲ୍ୟ ଶିକ୍ଷା ଓ ଆଧ୍ୟାମ୍ôିକତାରେ (ଠବକ୍ଷଙ୍କର ଋୟଙ୍କମବଗ୍ଧସକ୍ଟଦ୍ଭ ଌ ଝକ୍ଟ୍ରସକ୍ସସଗ୍ଧଙ୍କବକ୍ଷସଗ୍ଧଚ୍ଚ) ଡିପ୍ଲୋମା,ସ୍ନାତକ ଓ ସ୍ନାତକୋର  ବିଜ୍ଞାନ (ଗବଗ୍ଦଗ୍ଧରକ୍ସ କ୍ଟଲ ଝମସରଦ୍ଭମର ବାଗଝମ) ପାଠ୍ୟ କ୍ରମର ପ୍ରଚଳନ କରିଛନ୍ତି ।
             ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ପ୍ରଚଳିତ ବିଭିନ୍ନ ପ୍ରକାର ପାଠ୍ୟକ୍ରମରେ ମୂଲ୍ୟର ସମାବେଶକୁ ସାଧାରଣତଃ ମୂଲ୍ୟବୋଧ ଭିିକ ଶିକ୍ଷା ବୋଲି କୁହାଯାଇଥାଏ । ମୂଲ୍ୟବୋଧ ଭିିକ ଶିକ୍ଷାନୀତି ପ୍ରଣୟନ ପାଇଁ ଅନେକ ଶିକ୍ଷାବିଦ୍ ଓ ଶିକ୍ଷା ସମିତି ସୁପାରିଶ କରିଥିଲେ ମଧ୍ୟ ରାଜନୈତିକ ଇଚ୍ଛା ଶକ୍ତି ଅଭାବରୁ ଆମ ସରକାର ଏ ବିଷୟରେ କୌଣସି ନିଷ୍ପି ଗ୍ରହଣ କରିପାରିନାହାଁନ୍ତି । ବର୍ମାନ ଶିକ୍ଷାନୁଷ୍ଠାନ- ମାନଙ୍କରେ ଛାତ୍ର ବିଶୃଙ୍ଖଳା ଚରମସୀମାରେ ପହôଲାଣି   ବିଭିନ୍ନ ରାଜନୈତିକ ଦଳର ଆଦର୍ଶରେ ଗଠିତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରୀୟ ଛାତ୍ର ସଂଗଠନ- ମାନଙ୍କ ମଧ୍ୟରେ ଲାଗି ରହୁଥିବା କଳହ ଶିକ୍ଷାଦାନକୁ ପ୍ରଭାବିତ କରିଥାଏ । ଏହି ପରିପ୍ରେକ୍ଷୀରେ ଶିକ୍ଷାର ମୂଲ୍ୟର ସମାବେଶ ଅପରିହାର୍ଯ୍ୟ ମନେ ହୁଏ ।
            ଏକ ସୁଖ ଶାନ୍ତି ଓ ସମୃଦ୍ଧି ସମ୍ପନ୍ନ ସମାଜ ଗଠନ ପାଇଁ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ କ୍ଷେତ୍ରରେ ଏକଦା ବିଶ୍ୱ ଗୁରୁ ମର୍ଯ୍ୟାଦା ଲାଭ କରିଥିବା  ଭାରତରେ ଆଜି ମୂଲ୍ୟ ହ୍ରାସ ଏକ ସଂକଟ ଜନକ ସ୍ଥିତିରେ ପହôଲାଣ ଐତିହାସିକ  ପର୍ଯ୍ୟବେକ୍ଷଣରୁ ଜଣାଯାଏ ଯେ ଭାରତରେ ଭିନ୍ନ ଭିନ୍ନ ସମୟରେ ଶିକ୍ଷା ବିଭିନ୍ନ ଧାର୍ମିକ ଓ ରାଜନୈତିକ ସାର ପ୍ରଭାବରେ ପ୍ରଭାବିତ ହୋଇ ଆସିଛି । ହିନ୍ଦୁ , ଇସଲାମ , ବୌଦ୍ଧ, ଜୈନ, ଖ୍ରୀଷ୍ଟିଆନ ଆଦି ପ୍ରମୂଖ ଧର୍ମ , ବ୍ରିଟିଶ ଉପନିବେଶବାଦ , ବୁଦ୍ଧିିଜୀବୀ ଓ ଇତିହାସକାରଗଣ ନିଜ ନିଜ ଆଦର୍ଶ ଓ ମୂଲ୍ୟ ସ୍ଥାପନ କରିବାପାଇଁ  ପ୍ରଯନô କରିଛନ୍ତି । ଏହାଦ୍ୱାରା ପରବର୍ୀ ପିଢି ପ୍ରଭାବିତ ହୋଇଛି । ଯାହାଫଳରେ ଆମ ଭାରତୀୟ ସମାଜ ଆଜି ବିବିଧ ସଂସ୍କୃତିରେ ବିଭାଜିତ ।
ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳରେ ଭାରତ  ବିଶ୍ୱରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି  ସତ ; କିନ୍ତୁ ଭୌତିକ ବିକାଶର ପ୍ରତିସ୍ପର୍ଦ୍ଧାରେ ମାନବୀୟ ଓ ବୈଷୟିକ ମୂଲ୍ୟଗୁଡିକ ହ୍ରାସ ହୋଇ ଚାଲିଛି । ଏହାର ପରିଣାମ ସ୍ବରୁପ ଦୁଃଶ୍ଚିନ୍ତା, ଅସନ୍ତୋଷ, ଅହଙ୍କାର,କ୍ରୋଧ, ହିଂସା ଆଦି ନକରାତ୍ମକ ପ୍ରବୃି ସମାଜରେ ବ୍ୟାପକ ରୂପ ଧାରଣ କରୁଛି । ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ମୂଲ୍ୟର ଅଭାବ ହେତୁ ଏହା ମଣିଷର ନୈତିକ ଓ ଚାରିତ୍ରିକ ଅଧୋପତନର କାରଣ ହୋଇଛି । ବ୍ୟବସାୟ ଓ ଚାକିରୀ ଦ୍ୱାରା ଅଧିକରୁ ଅଧିକ  ଧନ ଉପାର୍ଜନ ହିଁ ବର୍ମାନ ଶିକ୍ଷାର ଏକମାତ୍ର ଉଦ୍ଧେଶ୍ୟ ହୋଇଛି ।
ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଶିକ୍ଷାକୁ ନେଇ ବୈଚାରିକ ମତଭେଦ ଦେଖାଯାଏ , ଗୋଟିଏ ଗୋଷ୍ଠୀ ଉପଯୋଗୀ ଶିକ୍ଷା ସପକ୍ଷରେ ମତ ଦେଇଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ସାଧାରଣ ବୌଦ୍ଧିକ ଶିକ୍ଷା ସପକ୍ଷରେ ମତ ଦିଅନ୍ତି । ବୈଷୟିକ ଶିକ୍ଷା ଉପଯୋଗୀ ଶିକ୍ଷାର ଅନ୍ତର୍ଗତ ଏହା ଭୌତିକ ଆବଶ୍ୟକତା ପୂରଣ ହେତୁ ଧନୋପାର୍ଜନ  ପାଇଁ ମନୁଷ୍ୟକୁ ଯୋଗ୍ୟ ବନାଏ । ପାରମ୍ପରିକ ଶିକ୍ଷା ସାଧାରଣ ବୌଦ୍ଧିକ ଶିକ୍ଷାର ଅନ୍ତର୍ଗତ । ଏହା ଇତିହାସ, ଦର୍ଶନ, ଭାଷା, ବୌଦ୍ଧିକ ଅନୁଶାସନ ଏବଂ ସମାଲୋଚନାତ୍ମକ ବୈଚାରିକ ଶକ୍ତିର ବିକାଶ ପାଇଁ ଏକ ଅନୁଷ୍ଠାନ,  ସ୍ବେଚ୍ଛାସେବୀ  ସଙ୍ଗଠନ  ଆଦି ନିଜ ନିଜ ବିସ୍ତୃତ କ୍ଷେତ୍ର ପ୍ରଦାନ କରିଥାଏ । କିନ୍ତୁ ବର୍ମାନ ଚିନ୍ତାର ବିଷୟ ଯେ ନୈତିକତା, ସଂସ୍କୃତି ଏବଂ ସଭ୍ୟତା ଆଧାରିତ  ପାରମ୍ପରିକ ଶିକ୍ଷା ପ୍ରତି ଲୋକଙ୍କ ଆଗ୍ରହ କମି ଯାଇଛି ଏହାର କାରଣ ହେଉଛି ଭୋଗବାଦୀ ମାନସିକତା ବୈଜ୍ଞାନିକ ଗବେଷଣା ହେତୁ ବିଭିନ୍ନ ଭୋଗ ସାମଗ୍ରୀର ଉଦ୍ଭାବନ  ହୋଇଛି  । ସେଗୁଡିକର  ଉପôାଦନ ପାଇଁ  ବିଭିନ୍ନ କମ୍ପାନୀମାନଙ୍କ ମଧ୍ୟରେ ପ୍ରତିସ୍ପର୍ଦ୍ଧା ହେଉଛି । ଖାଉଟି ମାନଙ୍କୁ  ପ୍ରଲୁବ୍ଧ କରିବା ପାଇଁ  ବିଭିନ୍ନ ଗଣ ମାଧ୍ୟମ ଦ୍ୱାରା  ସେଗୁଡିକର ଆକର୍ଷଣୀୟ ବିଜ୍ଞାପନ ପ୍ରସାରିତ  ହେଉଛି । ଭୋଗବାଦୀ  ମନୁଷ୍ୟ ସେଗୁଡିକୁ କ୍ରୟ କରିବା ପାଇଁ  ନିଜର ସାମର୍ଥ୍ୟ ନଥିଲେ , ଅନୈତିକ ଉପାୟରେ ଧନୋପାର୍ଜନ ପାଇଁ ପଶ୍ଚାପଦ ହୁଏ ନାହିଁ । ମୂଲ୍ୟ ହ୍ରାସ ପାଇଁ  ଏହାକୁ ଏକ ପ୍ରମୁଖ କାରଣ ରୂପେ ଗ୍ରହଣ କରାଯାଇପାରେ ।
ଜ୍ଞାନର ଅନ୍ୱେଷଣ ଓ ପ୍ରସାର କରିବା ହେଉଛି ଶିକ୍ଷାର ପ୍ରମୁଖ କାର୍ଯ୍ୟ । ଏଥି ସହିତ ତୀବ୍ର  ଗତିରେ ପରିବର୍ିତ ପ୍ରତିଯୋଗୀତାବାଦୀ ଏବଂ ପରିବର୍ନଶୀଳ ଦୁନିଆ ସହିତ ତାଳ ଦେଇ ଚାଲିବା ପାଇଁ ଯୁବ ସମାଜକୁ ପ୍ରସ୍ତୁତ  କରିବା ଆବଶ୍ୟକ । ଏଥିପାଇଁ  ସେମାନଙ୍କ ବିଶ୍ଳେଷଣାତ୍ମକ ବୌଦ୍ଧିକ କ୍ଷମତା  ଓ ସୂଚନା ଆଦାନ ପ୍ରଦାନର ଦକ୍ଷତା ବିକାଶ ନିମନ୍ତେ  ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ମଧ୍ୟ ରହିଛି । ଆଧୁନିକ ବୈଷୟିକ ଶିକ୍ଷାର ବ୍ୟାପକ ବିସ୍ତାର  ଆମ ଦେଶର  ଯୁବ ସମାଜକୁ ନିଜ ଦେଶର ଇତିହାସ ଓ ସଂସ୍କୃତି ବିଷୟରେ ଜ୍ଞାନ  ଆହରଣ ପାଇଁ ଯେପରି ବôତ ନ କରେ  ସେଥିପ୍ରତି ମଧ୍ୟ ବିଶେଷ ସତର୍କତା ଅବଲମ୍ବନ  କରିବା ଆବଶ୍ୟକ । ଅପସଂସ୍କୃତି- କରଣ, ଅମାନବୀକରଣ  ଏବଂ ପାଶ୍ଚାତ୍ୟ ସାଂସ୍କୃତିକରଣ କୁ ଯେ କୌଣସି ମୂଲ୍ୟ  ବିନିମୟରେ  ପ୍ରତିହିତ  କରିବାକୁ ହେବ ।
ମୂଲ୍ୟଶିକ୍ଷା ପାଇଁ କେବଳ ଶିକ୍ଷାନୁଷ୍ଠାନ ଗୁଡିକ ଉପରେ ନିର୍ଭର କରିବା ଯଥେଷ୍ଟ ହେବ ନାହିଁ । ମୂଲ୍ୟଶିକ୍ଷାର କ୍ଷେତ୍ର ବ୍ୟାପକ ହେବା ଉଚିତ ।  ଅନ୍ୟଥା ସମାଜର ପ୍ରତ୍ୟେକ ବର୍ଗର ବ୍ୟକ୍ତି ଏହା ଦ୍ୱାରା ଲାଭାନ୍ୱିତ ହୋଇ ପାରିବେ ନାହିଁ ଶିକ୍ଷା ବିଭାଗ ବ୍ୟତୀତ  ପରିବାର, ସାର ବିଭାଗ, ରୋଜଗାର  ପ୍ରଦାନକାରୀ  ସରକାରୀ ଓ ଅନୁଷ୍ଠାନ ସ୍ବେଚ୍ଛାସେବୀ ସଙ୍ଗଠନ ଆଦି ନିଜ ନିଜ କ୍ଷେତ୍ରରେ  ମୂଲ୍ୟଶିକ୍ଷା ପାଇଁ ସକ୍ରିୟ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ସମାଜରେ ବ୍ୟାପ୍ତ ହିଂସାତ୍ମକ କାର୍ଯ୍ୟକଳାପ, ଘୁସ୍ଖୋରୀ, ଠକାମୀ, ଯøନ- ପ୍ରତାଡନା,ଚୋରୀ ଆତଙ୍କବାଦୀ କାର୍ଯ୍ୟକଳାପ ଆଦି କେବଳ ଆଇନ ପ୍ରଣୟନ  ଦ୍ୱାରା ବନ୍ଦ କରିବା ସମ୍ଭବ ନୁହେଁ । ଏଥିପାଇଁ  ବ୍ୟାପକ ସ୍ତରରେ  ମୂଲ୍ୟ ଓ ଆଧ୍ୟାତ୍ମିକ  ଶିକ୍ଷା ଦ୍ୱାରା ବ୍ୟକ୍ତି ମଧ୍ୟରେ ଚାରିତ୍ରିକ ବିକାଶ ପାଇଁ ଉଦ୍ୟମ ହେବା ଦରକାର  ।
ସଂପ୍ରତି ବ୍ୟବସାୟିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଧାର୍ମିକ ଅନୁଷ୍ଠାନ ଆଦି ପ୍ରତ୍ୟେକ କ୍ଷେତ୍ରରେ ଅନୈତିକତା ବ୍ୟାପକ ଭାବରେ  ବୃଦ୍ଧି ପାଇ ଚାଲିଛି । ଏହାକୁ ପ୍ରତିହତ କରିବା ପାଇଁ କୌଣସି ଆଇନ କାନୁନ ସମର୍ଥ ହେଉ ନାହିଁ । ସୁଖର କଥା ଯେ ବିଭିନ୍ନ କଲ୍ୟାଣକାରୀ ଟ୍ରଷ୍ଟ ଓ  ସଙ୍ଗଠନ  ସହିତ ଜଡିତ  ସଚେତନ ବୁଦ୍ଧିଜିବୀଗଣ ସମାଜର ପ୍ରତ୍ୟେକ ସ୍ତରରେ ବ୍ୟାପ୍ତ ଅନୈତିକତା,ଭ୍ରଷ୍ଟାଚାର  ଓ ଅପରାଧକୁ ସମୂଳେ ନଷ୍ଟ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି । ବ୍ୟାପାରିକ  ସଙ୍ଗଠନଗୁଡିକ  ମଧ୍ୟ ନିଜ ନିଜ କର୍ମଚାରୀମାନଙ୍କ ମଧ୍ୟରେ  ନୈତିକ ମୂଲ୍ୟର ବିକାଶ ପାଇଁ  ବ୍ୟାପାରିକ ନୀତି ଶାସ୍ତ୍ର ସମ୍ବନ୍ଧିତ  ପାଠ୍ୟକ୍ରମର ପ୍ରଚଳନ କରୁଛନ୍ତି । ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ପ୍ରଚଳିତ ସମସ୍ତ ପାଠ୍ୟକ୍ରମରେ ନୈତିକ ମୂଲ୍ୟଶିକ୍ଷାକୁ ଏକ ବାଧ୍ୟତା ମୂଳକ ବିଷୟ ରୂପେ  ପ୍ରବର୍ନ କରିବା ଉଚିତ । ବିଭିନ୍ନ ମୂଲ୍ୟ ବିଷୟରେ ବିସ୍ତୃତ ଜ୍ଞାନ ଆହରଣ କଲେ ଛାତ୍ର ଓ ଛାତ୍ରୀମାନଙ୍କ ମଧ୍ୟରେ ମୂଲ୍ୟବୋଧର ବିକାଶ ହେବ । ମୂଲ୍ୟଶିକ୍ଷା  ପାଇଁ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଯୁକ୍ତି ବେଳେ ଆବଶ୍ୟକ ଯୋଗ୍ୟତା ସହିତ ସେମାନଙ୍କର ମୂଲ୍ୟନିଷ୍ଠତା, ସାମାଜିକ ଆଦୃତି, ବ୍ୟକ୍ତିତ୍ୱ, ସାଧୁତା ଆଦିକୁ ବିଶେଷ ପ୍ରାଧାନ୍ୟ ଦେବା ଉଚିତ ।ଏକ ସୁଖ, ଶାନ୍ତି, ନିରାମୟ ଓ ବୈଭବଶାଳୀ  ସମାଜ ଗଠନ ପାଇଁ  ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଚାରିତ୍ରିକ  ବିକାଶ ଆବଶ୍ୟକ । ମାନବାଧିକାର ହନନ ଓ ମୂଲ୍ୟର ଅଧଃପତନର ମୂଳ କାରଣ ହେଉଛି ଅଧ୍ୟାତ୍ମିକ ଜ୍ଞାନର ଅଭାବ । ଭୌତିକବାଦର ମାୟାବୀ  ଜାଲରେ  ପତିତ ମନୁଷ୍ୟ ଆଧ୍ୟାତ୍ମିକତାଠାରୁ ଦୂରେଇ ଯାଏ । ତେଣୁ ଉଭୟ ବ୍ୟକ୍ତିଗତ ଓ ସାମାଜିକ ଆବଶ୍ୟକତା  ମଧ୍ୟରେ ସନ୍ତୁଳନ ସ୍ଥାପନ କରିବା ଅପରିହାର୍ଯ୍ୟ । ଭୌତିକବାଦ । ପ୍ରଭାବରେ ମନୁଷ୍ୟର ଜ୍ଞାନ ଚକ୍ଷୁ ନିଷ୍ପ୍ରଭ ହୋଇଯାଇଛି  ତେଣୁ ସେ ତାର ସାମାଜିକ କର୍ବ୍ୟ  ପ୍ରତି ବିମୁଖ ହୋଇପଡିଛି । ଏହି ସମସ୍ୟାର ନିବାରଣ ପାଇଁ ଶିକ୍ଷାରେ ଆଧ୍ୟାତ୍ମିକ  ଓ ନୈତିକ ମୂଲ୍ୟର  ସମାବେଶ ଆବଶ୍ୟକ ଅଟେ । ସାଧାରଣତଃ ମୂଲ୍ୟଗୁଡିକ ଅଭୌତିକ ଓ ଆତ୍ମାରୁ ଜାତ ହୋଇଥିବାରୁ ଜାଗତିକ (ଟଦ୍ଭସଙ୍ଖରକ୍ସଗ୍ଦବକ୍ଷ) ଏବଂ ଅନଶ୍ୱର (ଓଜ୍ଞକ୍ଟ୍ରରକ୍ସସଗ୍ଦଷବଭକ୍ଷର) ଅଟନ୍ତି । ଏଥିପାଇଁ ଏଗୁଡିକ ଅଧିକାଂଶ ଲୋକଙ୍କୁ ଦୀର୍ଘକାଳିକ ଲାଭ ପ୍ରଦାନ ପାଇଁ ସକ୍ଷମ ।

No comments: