ଶିକ୍ଷାରେ ମୂଲ୍ୟ
ମୂଲ୍ୟଶିକ୍ଷା (ଠବକ୍ଷଙ୍କର ଋୟଙ୍କମବଗ୍ଧସକ୍ଟଦ୍ଭ) ଏବଂ ମୂଲ୍ୟବୋଧ ଭିିକ ଶିକ୍ଷା (ଠବକ୍ଷଙ୍କର ଭବଗ୍ଦରୟ ଋୟଙ୍କମବଗ୍ଧସକ୍ଟଦ୍ଭ) ଏକା କଥା ନୁହେଁ । ଏକ ନିର୍ଦ୍ଧାରିତ ପାଠ୍ୟକ୍ରମ ଆଧାରରେ ମୂଲ୍ୟ ବିଷୟକ ଶିକ୍ଷାଦାନକୁ ମୂଲ୍ୟ ଶିକ୍ଷା କୁହାଯାଏ । ଗଣିତ, ବିଜ୍ଞାନ, ଇତିହାସ ଭଳି ଏହା ଏକ ସ୍ବତନ୍ତ୍ର ପାଠ୍ୟକ୍ରମ । ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟଙ୍କ ଦ୍ୱାରା ସ୍ଥାପିତ ରାଜଯୋଗ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥାନର ଶିକ୍ଷା ପ୍ରଭାଗଙ୍କ (ଋୟଙ୍କମବଗ୍ଧସକ୍ଟଦ୍ଭବକ୍ଷ ଙ୍ଗସଦ୍ଭଶ) ବୈଷୟିକ ସହଯୋଗରେ ଭାରତରେ ସର୍ବ ପ୍ରଥମେ ତାମିଲନାଡୁ ସ୍ଥିତ ଆନ୍ନାମଲାଇ ବିଶ୍ୱ ବିଦ୍ୟାଳୟ, ଦୂରସ୍ଥ ଶିକ୍ଷାକେନ୍ଦ୍ର ମାଧ୍ୟମରେ ମୂଲ୍ୟ ଶିକ୍ଷା ଓ ଆଧ୍ୟାମ୍ôିକତାରେ (ଠବକ୍ଷଙ୍କର ଋୟଙ୍କମବଗ୍ଧସକ୍ଟଦ୍ଭ ଌ ଝକ୍ଟ୍ରସକ୍ସସଗ୍ଧଙ୍କବକ୍ଷସଗ୍ଧଚ୍ଚ) ଡିପ୍ଲୋମା,ସ୍ନାତକ ଓ ସ୍ନାତକୋର ବିଜ୍ଞାନ (ଗବଗ୍ଦଗ୍ଧରକ୍ସ କ୍ଟଲ ଝମସରଦ୍ଭମର ବାଗଝମ) ପାଠ୍ୟ କ୍ରମର ପ୍ରଚଳନ କରିଛନ୍ତି ।ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ପ୍ରଚଳିତ ବିଭିନ୍ନ ପ୍ରକାର ପାଠ୍ୟକ୍ରମରେ ମୂଲ୍ୟର ସମାବେଶକୁ ସାଧାରଣତଃ ମୂଲ୍ୟବୋଧ ଭିିକ ଶିକ୍ଷା ବୋଲି କୁହାଯାଇଥାଏ । ମୂଲ୍ୟବୋଧ ଭିିକ ଶିକ୍ଷାନୀତି ପ୍ରଣୟନ ପାଇଁ ଅନେକ ଶିକ୍ଷାବିଦ୍ ଓ ଶିକ୍ଷା ସମିତି ସୁପାରିଶ କରିଥିଲେ ମଧ୍ୟ ରାଜନୈତିକ ଇଚ୍ଛା ଶକ୍ତି ଅଭାବରୁ ଆମ ସରକାର ଏ ବିଷୟରେ କୌଣସି ନିଷ୍ପି ଗ୍ରହଣ କରିପାରିନାହାଁନ୍ତି । ବର୍ମାନ ଶିକ୍ଷାନୁଷ୍ଠାନ- ମାନଙ୍କରେ ଛାତ୍ର ବିଶୃଙ୍ଖଳା ଚରମସୀମାରେ ପହôଲାଣି ବିଭିନ୍ନ ରାଜନୈତିକ ଦଳର ଆଦର୍ଶରେ ଗଠିତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରୀୟ ଛାତ୍ର ସଂଗଠନ- ମାନଙ୍କ ମଧ୍ୟରେ ଲାଗି ରହୁଥିବା କଳହ ଶିକ୍ଷାଦାନକୁ ପ୍ରଭାବିତ କରିଥାଏ । ଏହି ପରିପ୍ରେକ୍ଷୀରେ ଶିକ୍ଷାର ମୂଲ୍ୟର ସମାବେଶ ଅପରିହାର୍ଯ୍ୟ ମନେ ହୁଏ ।
ଏକ ସୁଖ ଶାନ୍ତି ଓ ସମୃଦ୍ଧି ସମ୍ପନ୍ନ ସମାଜ ଗଠନ ପାଇଁ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ କ୍ଷେତ୍ରରେ ଏକଦା ବିଶ୍ୱ ଗୁରୁ ମର୍ଯ୍ୟାଦା ଲାଭ କରିଥିବା ଭାରତରେ ଆଜି ମୂଲ୍ୟ ହ୍ରାସ ଏକ ସଂକଟ ଜନକ ସ୍ଥିତିରେ ପହôଲାଣ ଐତିହାସିକ ପର୍ଯ୍ୟବେକ୍ଷଣରୁ ଜଣାଯାଏ ଯେ ଭାରତରେ ଭିନ୍ନ ଭିନ୍ନ ସମୟରେ ଶିକ୍ଷା ବିଭିନ୍ନ ଧାର୍ମିକ ଓ ରାଜନୈତିକ ସାର ପ୍ରଭାବରେ ପ୍ରଭାବିତ ହୋଇ ଆସିଛି । ହିନ୍ଦୁ , ଇସଲାମ , ବୌଦ୍ଧ, ଜୈନ, ଖ୍ରୀଷ୍ଟିଆନ ଆଦି ପ୍ରମୂଖ ଧର୍ମ , ବ୍ରିଟିଶ ଉପନିବେଶବାଦ , ବୁଦ୍ଧିିଜୀବୀ ଓ ଇତିହାସକାରଗଣ ନିଜ ନିଜ ଆଦର୍ଶ ଓ ମୂଲ୍ୟ ସ୍ଥାପନ କରିବାପାଇଁ ପ୍ରଯନô କରିଛନ୍ତି । ଏହାଦ୍ୱାରା ପରବର୍ୀ ପିଢି ପ୍ରଭାବିତ ହୋଇଛି । ଯାହାଫଳରେ ଆମ ଭାରତୀୟ ସମାଜ ଆଜି ବିବିଧ ସଂସ୍କୃତିରେ ବିଭାଜିତ ।
ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳରେ ଭାରତ ବିଶ୍ୱରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି ସତ ; କିନ୍ତୁ ଭୌତିକ ବିକାଶର ପ୍ରତିସ୍ପର୍ଦ୍ଧାରେ ମାନବୀୟ ଓ ବୈଷୟିକ ମୂଲ୍ୟଗୁଡିକ ହ୍ରାସ ହୋଇ ଚାଲିଛି । ଏହାର ପରିଣାମ ସ୍ବରୁପ ଦୁଃଶ୍ଚିନ୍ତା, ଅସନ୍ତୋଷ, ଅହଙ୍କାର,କ୍ରୋଧ, ହିଂସା ଆଦି ନକରାତ୍ମକ ପ୍ରବୃି ସମାଜରେ ବ୍ୟାପକ ରୂପ ଧାରଣ କରୁଛି । ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ମୂଲ୍ୟର ଅଭାବ ହେତୁ ଏହା ମଣିଷର ନୈତିକ ଓ ଚାରିତ୍ରିକ ଅଧୋପତନର କାରଣ ହୋଇଛି । ବ୍ୟବସାୟ ଓ ଚାକିରୀ ଦ୍ୱାରା ଅଧିକରୁ ଅଧିକ ଧନ ଉପାର୍ଜନ ହିଁ ବର୍ମାନ ଶିକ୍ଷାର ଏକମାତ୍ର ଉଦ୍ଧେଶ୍ୟ ହୋଇଛି ।
ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଶିକ୍ଷାକୁ ନେଇ ବୈଚାରିକ ମତଭେଦ ଦେଖାଯାଏ , ଗୋଟିଏ ଗୋଷ୍ଠୀ ଉପଯୋଗୀ ଶିକ୍ଷା ସପକ୍ଷରେ ମତ ଦେଇଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ସାଧାରଣ ବୌଦ୍ଧିକ ଶିକ୍ଷା ସପକ୍ଷରେ ମତ ଦିଅନ୍ତି । ବୈଷୟିକ ଶିକ୍ଷା ଉପଯୋଗୀ ଶିକ୍ଷାର ଅନ୍ତର୍ଗତ ଏହା ଭୌତିକ ଆବଶ୍ୟକତା ପୂରଣ ହେତୁ ଧନୋପାର୍ଜନ ପାଇଁ ମନୁଷ୍ୟକୁ ଯୋଗ୍ୟ ବନାଏ । ପାରମ୍ପରିକ ଶିକ୍ଷା ସାଧାରଣ ବୌଦ୍ଧିକ ଶିକ୍ଷାର ଅନ୍ତର୍ଗତ । ଏହା ଇତିହାସ, ଦର୍ଶନ, ଭାଷା, ବୌଦ୍ଧିକ ଅନୁଶାସନ ଏବଂ ସମାଲୋଚନାତ୍ମକ ବୈଚାରିକ ଶକ୍ତିର ବିକାଶ ପାଇଁ ଏକ ଅନୁଷ୍ଠାନ, ସ୍ବେଚ୍ଛାସେବୀ ସଙ୍ଗଠନ ଆଦି ନିଜ ନିଜ ବିସ୍ତୃତ କ୍ଷେତ୍ର ପ୍ରଦାନ କରିଥାଏ । କିନ୍ତୁ ବର୍ମାନ ଚିନ୍ତାର ବିଷୟ ଯେ ନୈତିକତା, ସଂସ୍କୃତି ଏବଂ ସଭ୍ୟତା ଆଧାରିତ ପାରମ୍ପରିକ ଶିକ୍ଷା ପ୍ରତି ଲୋକଙ୍କ ଆଗ୍ରହ କମି ଯାଇଛି ଏହାର କାରଣ ହେଉଛି ଭୋଗବାଦୀ ମାନସିକତା ବୈଜ୍ଞାନିକ ଗବେଷଣା ହେତୁ ବିଭିନ୍ନ ଭୋଗ ସାମଗ୍ରୀର ଉଦ୍ଭାବନ ହୋଇଛି । ସେଗୁଡିକର ଉପôାଦନ ପାଇଁ ବିଭିନ୍ନ କମ୍ପାନୀମାନଙ୍କ ମଧ୍ୟରେ ପ୍ରତିସ୍ପର୍ଦ୍ଧା ହେଉଛି । ଖାଉଟି ମାନଙ୍କୁ ପ୍ରଲୁବ୍ଧ କରିବା ପାଇଁ ବିଭିନ୍ନ ଗଣ ମାଧ୍ୟମ ଦ୍ୱାରା ସେଗୁଡିକର ଆକର୍ଷଣୀୟ ବିଜ୍ଞାପନ ପ୍ରସାରିତ ହେଉଛି । ଭୋଗବାଦୀ ମନୁଷ୍ୟ ସେଗୁଡିକୁ କ୍ରୟ କରିବା ପାଇଁ ନିଜର ସାମର୍ଥ୍ୟ ନଥିଲେ , ଅନୈତିକ ଉପାୟରେ ଧନୋପାର୍ଜନ ପାଇଁ ପଶ୍ଚାପଦ ହୁଏ ନାହିଁ । ମୂଲ୍ୟ ହ୍ରାସ ପାଇଁ ଏହାକୁ ଏକ ପ୍ରମୁଖ କାରଣ ରୂପେ ଗ୍ରହଣ କରାଯାଇପାରେ ।
ଜ୍ଞାନର ଅନ୍ୱେଷଣ ଓ ପ୍ରସାର କରିବା ହେଉଛି ଶିକ୍ଷାର ପ୍ରମୁଖ କାର୍ଯ୍ୟ । ଏଥି ସହିତ ତୀବ୍ର ଗତିରେ ପରିବର୍ିତ ପ୍ରତିଯୋଗୀତାବାଦୀ ଏବଂ ପରିବର୍ନଶୀଳ ଦୁନିଆ ସହିତ ତାଳ ଦେଇ ଚାଲିବା ପାଇଁ ଯୁବ ସମାଜକୁ ପ୍ରସ୍ତୁତ କରିବା ଆବଶ୍ୟକ । ଏଥିପାଇଁ ସେମାନଙ୍କ ବିଶ୍ଳେଷଣାତ୍ମକ ବୌଦ୍ଧିକ କ୍ଷମତା ଓ ସୂଚନା ଆଦାନ ପ୍ରଦାନର ଦକ୍ଷତା ବିକାଶ ନିମନ୍ତେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ମଧ୍ୟ ରହିଛି । ଆଧୁନିକ ବୈଷୟିକ ଶିକ୍ଷାର ବ୍ୟାପକ ବିସ୍ତାର ଆମ ଦେଶର ଯୁବ ସମାଜକୁ ନିଜ ଦେଶର ଇତିହାସ ଓ ସଂସ୍କୃତି ବିଷୟରେ ଜ୍ଞାନ ଆହରଣ ପାଇଁ ଯେପରି ବôତ ନ କରେ ସେଥିପ୍ରତି ମଧ୍ୟ ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଅପସଂସ୍କୃତି- କରଣ, ଅମାନବୀକରଣ ଏବଂ ପାଶ୍ଚାତ୍ୟ ସାଂସ୍କୃତିକରଣ କୁ ଯେ କୌଣସି ମୂଲ୍ୟ ବିନିମୟରେ ପ୍ରତିହିତ କରିବାକୁ ହେବ ।
ମୂଲ୍ୟଶିକ୍ଷା ପାଇଁ କେବଳ ଶିକ୍ଷାନୁଷ୍ଠାନ ଗୁଡିକ ଉପରେ ନିର୍ଭର କରିବା ଯଥେଷ୍ଟ ହେବ ନାହିଁ । ମୂଲ୍ୟଶିକ୍ଷାର କ୍ଷେତ୍ର ବ୍ୟାପକ ହେବା ଉଚିତ । ଅନ୍ୟଥା ସମାଜର ପ୍ରତ୍ୟେକ ବର୍ଗର ବ୍ୟକ୍ତି ଏହା ଦ୍ୱାରା ଲାଭାନ୍ୱିତ ହୋଇ ପାରିବେ ନାହିଁ ଶିକ୍ଷା ବିଭାଗ ବ୍ୟତୀତ ପରିବାର, ସାର ବିଭାଗ, ରୋଜଗାର ପ୍ରଦାନକାରୀ ସରକାରୀ ଓ ଅନୁଷ୍ଠାନ ସ୍ବେଚ୍ଛାସେବୀ ସଙ୍ଗଠନ ଆଦି ନିଜ ନିଜ କ୍ଷେତ୍ରରେ ମୂଲ୍ୟଶିକ୍ଷା ପାଇଁ ସକ୍ରିୟ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ସମାଜରେ ବ୍ୟାପ୍ତ ହିଂସାତ୍ମକ କାର୍ଯ୍ୟକଳାପ, ଘୁସ୍ଖୋରୀ, ଠକାମୀ, ଯøନ- ପ୍ରତାଡନା,ଚୋରୀ ଆତଙ୍କବାଦୀ କାର୍ଯ୍ୟକଳାପ ଆଦି କେବଳ ଆଇନ ପ୍ରଣୟନ ଦ୍ୱାରା ବନ୍ଦ କରିବା ସମ୍ଭବ ନୁହେଁ । ଏଥିପାଇଁ ବ୍ୟାପକ ସ୍ତରରେ ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା ଦ୍ୱାରା ବ୍ୟକ୍ତି ମଧ୍ୟରେ ଚାରିତ୍ରିକ ବିକାଶ ପାଇଁ ଉଦ୍ୟମ ହେବା ଦରକାର ।
ସଂପ୍ରତି ବ୍ୟବସାୟିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଧାର୍ମିକ ଅନୁଷ୍ଠାନ ଆଦି ପ୍ରତ୍ୟେକ କ୍ଷେତ୍ରରେ ଅନୈତିକତା ବ୍ୟାପକ ଭାବରେ ବୃଦ୍ଧି ପାଇ ଚାଲିଛି । ଏହାକୁ ପ୍ରତିହତ କରିବା ପାଇଁ କୌଣସି ଆଇନ କାନୁନ ସମର୍ଥ ହେଉ ନାହିଁ । ସୁଖର କଥା ଯେ ବିଭିନ୍ନ କଲ୍ୟାଣକାରୀ ଟ୍ରଷ୍ଟ ଓ ସଙ୍ଗଠନ ସହିତ ଜଡିତ ସଚେତନ ବୁଦ୍ଧିଜିବୀଗଣ ସମାଜର ପ୍ରତ୍ୟେକ ସ୍ତରରେ ବ୍ୟାପ୍ତ ଅନୈତିକତା,ଭ୍ରଷ୍ଟାଚାର ଓ ଅପରାଧକୁ ସମୂଳେ ନଷ୍ଟ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି । ବ୍ୟାପାରିକ ସଙ୍ଗଠନଗୁଡିକ ମଧ୍ୟ ନିଜ ନିଜ କର୍ମଚାରୀମାନଙ୍କ ମଧ୍ୟରେ ନୈତିକ ମୂଲ୍ୟର ବିକାଶ ପାଇଁ ବ୍ୟାପାରିକ ନୀତି ଶାସ୍ତ୍ର ସମ୍ବନ୍ଧିତ ପାଠ୍ୟକ୍ରମର ପ୍ରଚଳନ କରୁଛନ୍ତି । ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ପ୍ରଚଳିତ ସମସ୍ତ ପାଠ୍ୟକ୍ରମରେ ନୈତିକ ମୂଲ୍ୟଶିକ୍ଷାକୁ ଏକ ବାଧ୍ୟତା ମୂଳକ ବିଷୟ ରୂପେ ପ୍ରବର୍ନ କରିବା ଉଚିତ । ବିଭିନ୍ନ ମୂଲ୍ୟ ବିଷୟରେ ବିସ୍ତୃତ ଜ୍ଞାନ ଆହରଣ କଲେ ଛାତ୍ର ଓ ଛାତ୍ରୀମାନଙ୍କ ମଧ୍ୟରେ ମୂଲ୍ୟବୋଧର ବିକାଶ ହେବ । ମୂଲ୍ୟଶିକ୍ଷା ପାଇଁ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଯୁକ୍ତି ବେଳେ ଆବଶ୍ୟକ ଯୋଗ୍ୟତା ସହିତ ସେମାନଙ୍କର ମୂଲ୍ୟନିଷ୍ଠତା, ସାମାଜିକ ଆଦୃତି, ବ୍ୟକ୍ତିତ୍ୱ, ସାଧୁତା ଆଦିକୁ ବିଶେଷ ପ୍ରାଧାନ୍ୟ ଦେବା ଉଚିତ ।ଏକ ସୁଖ, ଶାନ୍ତି, ନିରାମୟ ଓ ବୈଭବଶାଳୀ ସମାଜ ଗଠନ ପାଇଁ ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଚାରିତ୍ରିକ ବିକାଶ ଆବଶ୍ୟକ । ମାନବାଧିକାର ହନନ ଓ ମୂଲ୍ୟର ଅଧଃପତନର ମୂଳ କାରଣ ହେଉଛି ଅଧ୍ୟାତ୍ମିକ ଜ୍ଞାନର ଅଭାବ । ଭୌତିକବାଦର ମାୟାବୀ ଜାଲରେ ପତିତ ମନୁଷ୍ୟ ଆଧ୍ୟାତ୍ମିକତାଠାରୁ ଦୂରେଇ ଯାଏ । ତେଣୁ ଉଭୟ ବ୍ୟକ୍ତିଗତ ଓ ସାମାଜିକ ଆବଶ୍ୟକତା ମଧ୍ୟରେ ସନ୍ତୁଳନ ସ୍ଥାପନ କରିବା ଅପରିହାର୍ଯ୍ୟ । ଭୌତିକବାଦ । ପ୍ରଭାବରେ ମନୁଷ୍ୟର ଜ୍ଞାନ ଚକ୍ଷୁ ନିଷ୍ପ୍ରଭ ହୋଇଯାଇଛି ତେଣୁ ସେ ତାର ସାମାଜିକ କର୍ବ୍ୟ ପ୍ରତି ବିମୁଖ ହୋଇପଡିଛି । ଏହି ସମସ୍ୟାର ନିବାରଣ ପାଇଁ ଶିକ୍ଷାରେ ଆଧ୍ୟାତ୍ମିକ ଓ ନୈତିକ ମୂଲ୍ୟର ସମାବେଶ ଆବଶ୍ୟକ ଅଟେ । ସାଧାରଣତଃ ମୂଲ୍ୟଗୁଡିକ ଅଭୌତିକ ଓ ଆତ୍ମାରୁ ଜାତ ହୋଇଥିବାରୁ ଜାଗତିକ (ଟଦ୍ଭସଙ୍ଖରକ୍ସଗ୍ଦବକ୍ଷ) ଏବଂ ଅନଶ୍ୱର (ଓଜ୍ଞକ୍ଟ୍ରରକ୍ସସଗ୍ଦଷବଭକ୍ଷର) ଅଟନ୍ତି । ଏଥିପାଇଁ ଏଗୁଡିକ ଅଧିକାଂଶ ଲୋକଙ୍କୁ ଦୀର୍ଘକାଳିକ ଲାଭ ପ୍ରଦାନ ପାଇଁ ସକ୍ଷମ ।
No comments:
Post a Comment