Saturday, 6 May 2017

ଶ୍ରୀମଦ୍ ଭଗବତ୍ ଗୀତା--ଭୂମିକା-BY DR.SUDHANSHU.SEKHARMISHRA,SHIVASHAKTI HOMOEO SEVASADAN,PATANAGARH, DIST:-BOLANGIR,ODISSA,PIN-767025,MOB--9437210296

                                   ଭୂମିକା
ଶ୍ରୀମଦ୍ ଭଗବତ୍ ଗୀତା – ଅର୍ଥ ଏବଂ ମହ୍ୱ
        ଶ୍ରୀମଦ୍ ଭଗବତ୍ ଗୀତାର ଅର୍ଥ ହେଉଛି ସାକ୍ଷାତ ଭଗବାନଙ୍କ ଦ୍ୱାରା କଥିତ ବଚନ ସମୂହର (ଶ୍ରୀମତ୍) କାବି୍ୟକ ସଂକଳନ  । କେହି କେହି ଏହାର  ଅର୍ଥ ସାକ୍ଷାତ ଭଗବାନଙ୍କ ଦ୍ୱାରା ଗାୟନ କରାଯାଇଥିବା ଗୀତ ବୋଲି କହନ୍ତି  । ଭଗବାନଙ୍କ କଥିତ ବାଣୀ  ପରମ ଶାନ୍ତି ଓ ଆନନ୍ଦ ପ୍ରଦାୟକ ହୋଇଥିବା ଜନିତ ଏହାକୁ  ଦିବ୍ୟ-ଗୀତ ବୋଲି ମଧ୍ୟ  କୁହାଯାଇପାରେ  । ସାଧାରଣତଃ ଭାରତର ପୁରାଣ ଶାସ୍ତ୍ରାଦି ସମ୍ବାଦ ଶୈଳୀରେ ରଚିତ । ଗୀତାର ସଙ୍କଳକ ବ୍ୟାସଦେବ ଈଶ୍ୱରୀୟ ବାଣୀକୁ ଶ୍ରୀମଦ୍ ଭଗବଦ୍ ଗୀତା ନାମରେ ନାମିତ କରି ପରବର୍ୀ ସମୟରେ ସ୍ବୀୟ ରଚିତ ମହାଭାରତର ଭୀଷ୍ମ ପର୍ବରେ ଏହାକୁ ସଂଯୋଜିତ କରିଛନ୍ତି  । ଏଥିରେ ୨୫ଶ ଅଧ୍ୟାୟରୁ ୪୨ଶ ଅଧ୍ୟାୟ ପର୍ଯ୍ୟନ୍ତ ଶ୍ରୀ କୃଷ୍ଣାର୍ଜୁନ ସମ୍ବାଦରେ ପରିବେଷିତ ଗୀତା ଆଜି ଏକ ସ୍ବତନ୍ତ୍ର ଗ୍ରନ୍ଥ ଭାବରେ ଆମ ପାଖରେ ଉପଲବ୍ଧ  ।
ଶ୍ରୀମଦ୍ ଭଗବତ୍ ଗୀତା ଏକ ପରମ ରହସ୍ୟମୟ ଗ୍ରନ୍ଥ । ପ୍ରାଚୀନ ମହର୍ଷିମାନଙ୍କଠାରୁ ଆରମ୍ଭ କରି ଆଧୁନିକ ଭାଷ୍ୟକାରମାନଙ୍କ ପର୍ଯ୍ୟନ୍ତ ଏଯାବତ୍ କେହି ଏହି କ୍ଷୁଦ୍ରକାୟ ବିଶିଷ୍ଟ ଗୀତାର ମହତ୍ୱ ବର୍ଣ୍ଣନା କରିବା  ପାଇଁ ସମ୍ପୁର୍ଣ୍ଣ ଭାବରେ ସକ୍ଷମ ହୋଇପାରି ନାହାନ୍ତି । ବିଦ୍ୱାନମାନଙ୍କ ମତରେ ଏହା ସର୍ବ ଶାସ୍ତ୍ରମୟୀ ଓ ସର୍ବଶାସ୍ତ୍ର ଶିରୋମଣି । ସ୍ବୟଂ ଗୀତାର ସଂକଳକ ମହର୍ଷି  ବେଦବ୍ୟାସ ମହାଭାରତରେ ଗୀତାର ମହ୍ୱ ଦର୍ଶାଇବାକୁ ଯାଇ କହିଛନ୍ତି,
ଗୀତା ସୁଗୀତା କର୍ବ୍ୟା କିମନୈଃ ଶାସ୍ତ୍ର ସଂଗ୍ରହ÷ଃ  ।
ଯା ସ୍ବୟଂ ପଦ୍ମନାଭସ୍ୟ ମୁଖ ପଦ୍ମାତ୍ ବିନଃ ସୃତା ।ା
(ମହାଭାରତ  ଭୀଷ୍ମ-୪୩/୧)
(ଅର୍ଥ : ସାକ୍ଷାତ୍ ଭଗବାନଙ୍କ ମୁଖ କମଳରୁ ନିଃସୃତ ଗୀତାକୁ ଉମ ରୂପେ ପଠନ କରିବା ଉଚିତ; ଅନ୍ୟ ଶାସ୍ତ୍ର ସଂଗ୍ରହ କରିବା କି ଦରକାର?) 
ଗୀତାର ଉପଦେଶ ଠିକ ମର୍ମ ସ୍ଥଳକୁ ସ୍ପର୍ଶକରେ । ତାହା ପ୍ରତ୍ୟେକଙ୍କ ଆବଶ୍ୟକତାକୁ ସମାନ ଭାବରେ ପୂର୍ି କରେ । ଏଥିରେ ମଣିଷର ବିକାଶ ପାଇଁ ସମସ୍ତ ସୋପାନ ଉପରେ ବିଚାର କରାଯାଇଅଛି । ଜାତି, ବର୍ଣ୍ଣ, ଧର୍ମ, ସମ୍ପଦ୍ରାୟ, ଲିଙ୍ଗ, ଶିକ୍ଷା, ଦୀକ୍ଷା, ଯୋଗ୍ୟତା ନିର୍ବିଶେଷରେ ସମସ୍ତ ମାନବାତ୍ମାଙ୍କ ଶିକ୍ଷା ପାଇଁ ଗୀତାରେ ଆବଶ୍ୟକ ସମସ୍ତ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ପରିପୂର୍ଣ୍ଣ । ଏହି ଦିବ୍ୟ ଗ୍ରନ୍ଥ ମନୁଷ୍ୟକୁ ମାୟା ଉପରେ ସମ୍ପୁର୍ଣ୍ଣ ରୂପେ ବିଜୟ କରାଇବା ପୂର୍ବକ ଜୀବନର ପ୍ରକୃତ ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ସହଜ ମାର୍ଗ ପ୍ରଦର୍ଶନ କରାଏ । ଏହା ସମସ୍ତ ଧର୍ମର ମୂଳତ୍ୱଗୁଡିକୁ ଖୁବ୍ ସୁନ୍ଦର ଏବଂ ସାବଲୀଳ ଭାବରେ ବିବେଚନ କରିଛି  । ଗୀତା କୌଣସି ନିର୍ଦ୍ଧିଷ୍ଟ ମତବାଦ ବା ପନ୍ଥ ପ୍ରଚାର କରିନାହିଁ କି କୌଣସି ଧାର୍ମିକ ସିଦ୍ଧାନ୍ତକୁ ଖଣ୍ଡନ-ମଣ୍ଡନ କରି ନାହିଁ । ଈଶ୍ୱର ପା୍ରପ୍ତି ପଥରେ ଆବଶ୍ୟକ ହେଉଥିବା ସମସ୍ତ ତଥ୍ୟଗୁଡିକୁ ଏଥିରେ ସହଜ ଓ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ।
ବିଭିନ୍ନ ମହାପୁରୁଷ ତଥା ବିଦ୍ୱାନମାନଙ୍କ ଦ୍ୱାରା ଗୀତାର ମହିମା ବର୍ଣ୍ଣନ   
କ୍ଷ ସମଗ୍ର ବିଶ୍ୱ ସାହିତ୍ୟରେ ଗୀତାପରି ଏତେ ଉାନପ୍ରଦ,ଉସôାହପ୍ରଦ ଗ୍ରନ୍ଥ ଆଉ ନାହିଁ । ହିନ୍ଦୁ ଧର୍ମ ଓ ହିନ୍ଦୁଧର୍ମ ବିଶ୍ୱାସର ମୂଳତ୍ୱଗୁଡିକୁ ଗୀତା ଅତି ପ୍ରାଞ୍ଜଳ ଓ ସରଳ ଭାବରେ ପରିସ୍ଫୁଟ କରିଦେଇଛି । ଗୀତା ହେଉଛି ସକଳ ଜ୍ଞାନର ଉସô । ଗୀତା ସାଗରର ଗଭୀର ପ୍ରଦେଶରେ ନିମଜ୍ଜିତ ହୋଇ ଯେକୌଣସି ବ୍ୟକ୍ତି ଦିବ୍ୟଜ୍ଞାନର ଅମୂଲ୍ୟ ମଣି ମୁକ୍ତା ସଂଗ୍ରହ କରିପାରନ୍ତି ଏବଂ ନିଜର ସ୍ବତନ୍ତ୍ର ଭାଷ୍ୟ ରଚନା କରି ପାରନ୍ତି  – ସ୍ବାମୀଶିବାନନ୍ଦ –
କ୍ଷ ଗୀତା କୌଣସି ସୂତ୍ର ଗ୍ରନ୍ଥ ନୁହେଁ । ଗୀତା ଏକ ମହାନ ଧର୍ମ କାବ୍ୟ । ଯାହା ଭିତରକୁ ଆମେ ଯେତିକି ଗଭୀର ଭାବରେ ପ୍ରବେଶ କରିବା ସେତିକି ନୂଆ ଓ ସୁନ୍ଦର ଅର୍ଥ ଆମକୁ ପ୍ରାପ୍ତ ହେବ । – ଗାନ୍ଧିଜୀ –
କ୍ଷ ଗୀତାର ରହସ୍ୟ ଅନେକେ ନିଜ ନିଜର ଦୃଷ୍ଟିଭଙ୍ଗୀ, ରୁଚି ଓ ଅନୁଭୂତି ଅନୁସାରେ ଭିନ୍ନ ଭିନ୍ନ ଶବ୍ଦରେ କରିଛନ୍ତି । ଗୀତା  ବାଦ ବିବାଦ କରିବାର  ଗ୍ରନ୍ଥ  ନୁହେଁ  । ତାହା ଜୀବନର ଗ୍ରନ୍ଥ । ସେଥିରେ ଯେଉଁ ଜୀବନ ବିଚାର କୁହାଯାଇଛି ତାହା ଶାଶ୍ୱତ । –  ବିନୋବା –
କ୍ଷ ଗୀତା ଆଧ୍ୟାତ୍ମିକ ସାଧକମାନଙ୍କର ଗୋଟିଏ ପାଠ୍ୟ ପୁସ୍ତକ; କାରଣ ଏହା ସାଧନା ଓ ଆଧ୍ୟାତ୍ମିକ ମନୋବୃି ଉପରେ ଗୁରୁତ୍ୱ ଦିଏ । ଗୀତା ମନୁଷ୍ୟକୁ ଅନ୍ଧକାରରୁ ଆଲୋକ ମାର୍ଗକୁ ଉଠାଇ ନିଏ, ଦୀପ୍ତିହୀନତାକୁ ପ୍ରଦୀପ୍ତ କରେ । ଗୀତା ମଣିଷକୁ ବାସନାଶୂନ୍ୟ ସଂଯମ ଓ କର୍ବ୍ୟ ଜ୍ଞାନ ଶିକ୍ଷା ଦେଇ ଜନ୍ମ ଓ ମୃତ୍ୟୁର ଚିର ଆବର୍ମାନ ଚକ୍ର ଗତିରୁ ଉଦ୍ଧାର କରେ । – ଶ୍ରୀ ସତ୍ୟ ସାଇ ବାବା –
କ୍ଷ ଗୀତା ହେଉଛି ମନୁଷ୍ୟକୁ ସର୍ବ ନିମ୍ନ ସ୍ଥାନରୁ ଉୀର୍ଣ୍ଣ କରାଇ ସର୍ବୋଚ୍ଚ ପରମ ପଦରେ ଆରୂଢ଼ କରିବାର କ୍ଷମତା ବହନ କରୁଥିବା ଏକ ପ୍ରଭାବଶାଳୀ ଗ୍ରନ୍ଥ । ମନୁଷ୍ୟ ଯେତେବେଳେ କୌଣସି ଚିନ୍ତା, ସଂଶୟ ଏବଂ ଶୋକରେ ମଗନ ହୋଇଯାଏ ଏବଂ ତାକୁ କୌଣସି ମାର୍ଗ ଦିଶେ ନାହିଁ; ସେତେବେଳେ ଗୀତାର ଶ୍ଳୋକ ଗୁଡ଼ିକର ଅର୍ଥ ଏବଂ ଭାବ ସମୂହକୁ ଅନୁଶୀଳନ କଲେ ସେ ନିଶ୍ଚିନ୍ତ, ନିଃସଂଶୟ ଓ ଶୋକରହିତ ହୋଇ ପ୍ରସନ୍ନତା ତଥା ଶାନ୍ତି ପ୍ରାପ୍ତ ହୁଏ । – ଲୋକମାନ୍ୟ ତିଳକ –
କ୍ଷ ଶ୍ରୀମଦ୍ ଭଗବତ ଗୀତା ହେଉଛି ସାକ୍ଷାତ୍ ଭଗବାନଙ୍କ ଦିବ୍ୟବାଣୀ । ଏହାର ମହିମା ଅପାର ଓ ଅପରିମିତ । – ଜୟ ଦୟାଳ ଗୋୟଙ୍କା –
କ୍ଷ ଯେକୌଣସି ଦେଶ, ବେଶ, ସମୁଦାୟ, ବର୍ଣ୍ଣ, ଆଶ୍ରମ ଆଦିର ହୋଇ ଥାଆନ୍ତୁ ନା କାହିଁକି ତାଙ୍କ ପାଇଁ ଏଥିରେ (ଗୀତାରେ) ସମସ୍ତ ସାଧନୋପଯୋଗୀ ସାମଗ୍ରୀ ମିଳେ ।     – ସ୍ବାମୀ ରାମ ସୁଖ ଦାସ –
କ୍ଷ ଯେଉଁ ବ୍ୟକ୍ତି ନିଜ ଜୀବନକୁ ଗୀତାମୟ କରିଦିଏ ଏବଂ ଏହାର ଉମ ରହସ୍ୟକୁ ଜାଣିଯାଏ ସେ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ନହୋଇ ରହିପାରେ ନାହିଁ । – ଭାରତୀଜୀ –
କ୍ଷ ଭାରତୀୟ ବାଙ୍ମୟ ବହୁଶାଖା ବୃକ୍ଷରେ ଭଗବତ୍ ଗୀତା ଏକ ଅତ୍ୟନ୍ତ କମନୀୟ ଏବଂ ଶୋଭା ସମ୍ପନ୍ନ ସୁମନ ଅଟେ । ଏହି ଅତ୍ୟୁମ ଗୀତରେ ପ୍ରାଚୀନରୁ ପ୍ରାଚୀନ ଏବଂ ନବୀନରୁ ନବୀନ ପ୍ରଶ୍ନର ବିଭିନ୍ନ ପ୍ରକାର ବିବେଚନ କରାଯାଇଛି ଯେ ମୋକ୍ଷୋପଯୋଗୀ ଜ୍ଞାନ କିପରି ପ୍ରାପ୍ତ ହୋଇପାରିବ? ଆମେ କ’ଣ ଜ୍ଞାନ, କର୍ମ, ଧ୍ୟାନ ବା ଭକ୍ତି ଦ୍ୱାରା ଭଗବାନଙ୍କ ସହିତ ଏକତା ପ୍ରାପ୍ତ କରିପାରିବା?  ଆମେ କ’ଣ ଆତ୍ମାର ଶାନ୍ତି ଲାଭ ପାଇଁ ଆସକ୍ତି ଏବଂ ସ୍ବାର୍ଥ ବୁଦ୍ଧି ରହିତ ହୋଇ ସାଂସାରିକ ପ୍ରଲୋଭନରୁ ଦୂରକୁ ପଳାୟନ କରିବା ଉଚିତ ? ଏହି ଚମକôାର ପୂର୍ଣ୍ଣ କାବ୍ୟମୟ ଗ୍ରନ୍ଥରେ ଆମକୁ ଏହି ବିଚାର ବାରମ୍ବାର ନିତ୍ୟନୂତନ ରୂପରେ ପ୍ରାପ୍ତ ହୁଏ । ଭଗବତ୍ ଗୀତାର ଉପôି ଦର୍ଶନ ଶାସ୍ତ୍ର ଏବଂ ଧର୍ମରୁ ହୋଇଛି । ଏହା ମଧ୍ୟରେ ଏହି ଧାରା ଦ୍ୱୟ ଏକା ସାଙ୍ଗରେ ପ୍ରବାହିତ ହୋଇ ପରସ୍ପର ମିଳିତ ହୋଇ ଯାଆନ୍ତି  । ଭାରତୀୟମାନଙ୍କ ଏହି ମନୋଭାବ ଆମ ଜର୍ମାନୀ ଦେଶବାସୀଙ୍କ ଉପରେ ଖୁବ୍ ପ୍ରଭାବ ପକାଇଛି ଏବଂ ଏହି କାରଣରୁ ବାରମ୍ବାର ଆମର ମନ ଭାରତ ପ୍ରତି ଆକର୍ଷିତ ହୋଇଛି । – ଶ୍ରୀମତୀ ଡ.ଏଲକ୍ସ. ବ୍ଲୁଡର୍ସ –     
କ୍ଷ ଗୀତା ବିଶ୍ୱର ସର୍ବମାନ୍ୟ ଧର୍ମ ଗ୍ରନ୍ଥ । ଏଥିରେ ସାମ୍ପ୍ରଦାୟିକତା କିମ୍ବା ସଂକୀର୍ଣ୍ଣ ମତ ପନ୍ଥଗୁଡିକର ଆଗ୍ରହ ଲେଶମାତ୍ର ନାହିଁ । ଏହାକୁ ସତ୍ୟର ସାରତ୍ୱ କୁହାଯାଇପାରେ   ।      –  ହୀରେନ୍ଦ୍ର ନାଥ ଦ –
କ୍ଷ ଗୀତାର ମହିମା ବର୍ଣ୍ଣନା କରିବା ଅସମ୍ଭବ; କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ  ଯେ ଗୀତା ଆମ ଧର୍ମର ପ୍ରାଣ ସଦୃଶ । ମୋ ନିଜ ମତ ଯେ ଗୀତାର ଅଧ୍ୟୟନ ସମସ୍ତ ହିନ୍ଦୁ ବିଦ୍ୟାର୍ଥୀମାନଙ୍କ ପାଇଁ ଅନିବାର୍ଯ୍ୟ କରିଦେବା ଉଚିତ । ଗୀତାରେ ଯେଉଁ ସିଦ୍ଧାନ୍ତଗୁଡିକର ପ୍ରତିପାଦନ କରାଯାଇଛି ସେଗୁଡ଼ିକ ତିନି କାଳରେ ସତ୍ୟ ଏବଂ ସମସ୍ତ ଯୁଗ ପାଇଁ ଉପଯୋଗୀ । – ଶ୍ରୀ ଏସ୍. ସତ୍ୟମୂର୍ି –
କ୍ଷ ଗୀତାକୁ ଧର୍ମର ସର୍ବୋମ ଗ୍ରନ୍ଥ ମାନିବାର ଏହାହିଁ ଏକ ମାତ୍ର କାରଣ ଯେ ଏଥିରେ ଜ୍ଞାନ, କର୍ମ ଏବଂ ଭକ୍ତି – ଏହି ତିନି ଯୋଗର ନ୍ୟାୟଯୁକ୍ତ ବ୍ୟାଖ୍ୟା ଅଛି; ଅନ୍ୟ କୌଣସି ଗ୍ରନ୍ଥରେ ଏହାର ସାମଞ୍ଜସ୍ୟ ନାହିଁ  । – ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ –
କ୍ଷ ଗୀତା ମଧ୍ୟରେ ସେହି ସବୁ ବିଶେଷଣ ପୂର୍ଣ୍ଣ ମାତ୍ରାରେ ରହିଛି ଯାହାକି ଏକ ଧର୍ମ ପୁସ୍ତକ  ମଧ୍ୟରେ ରହିବା ଉଚିତ । – ଏଫ୍. ଟି. ବ୍ରୁକ୍ସ –
କ୍ଷ ଗୀତା କେବଳ ହିନ୍ଦୁ ମାନଙ୍କର ନୁହେଁ, ଅପିତୁ ସଂସାରର ସମସ୍ତ ଜାତିର ଧର୍ମ ପୁସ୍ତକ ପଦବାଚ୍ୟ  । – ଶ୍ରୀ କୈଖୁଶର ଜେ. –
କ୍ଷ ବିଶ୍ୱ ଧର୍ମର ମୌଳିକ ପ୍ରାଣତ୍ୱାବଳୀର ଯେତିକି ସୁନ୍ଦର ସମାବେଶ ଗୀତାରେ ଅଛି ସେତିକ ଅନ୍ୟ କୌଣସି ଧର୍ମର ଧର୍ମଗ୍ରନ୍ଥ ଗୁଡିକରେ ନାହିଁ । – ପ୍ରଫେସର ଫିରୋଜ କାବସଜୀ ଦାବର –
ପ୍ରଣିଧାନଯୋଗ୍ୟ ପ୍ରଶ୍ନ
ଉପର୍ଯ୍ୟୁକ୍ତ ମତାମତରୁ ଜଣାଯାଏ ଯେ ଗୀତା ଏକ ସର୍ବମାନ୍ୟ ଗ୍ରନ୍ଥ । ଏହା ବିଶ୍ୱର ବିଭିନ୍ନ ଭାଷାରେ ଅନୂଦିତ ଓ ପ୍ରକାଶିତ ହୋଇ ସାରିଛି । କିନ୍ତୁ ଏହାର ବହୁଳ ପ୍ରଚାର ପ୍ରସାର ସେ୍ୱ ମଧ୍ୟ ବାସ୍ତବ କ୍ଷେତ୍ରରେ ଦେଖାଯାଏ ଯେ ଗୀତାର ଭାଷ୍ୟକାର, ପ୍ରବଚକ ତଥା ନିୟମିତ ପାଠକମାନଙ୍କ ମଧ୍ୟରୁ ଅଧିକାଂଶ ଏଥିରେ ଥିବା ମହାବାକ୍ୟଗୁଡିକୁ ନିଜ ନିଜ ଆଚରଣରେ ପ୍ରୟୋଗ କରନ୍ତି ନାହିଁ । ଏହାର କାରଣ ହେଉଛି ଗୀତା ଉପରେ ସେମାନଙ୍କର ଯଥାର୍ଥ ବୋଧ ଜ୍ଞାନ ନାହିଁ । ବିଭିନ୍ନ ଧର୍ମା·ର୍ଯ୍ୟ ଓ ବିଦ୍ୱାନମାନଙ୍କ ଭାଷ୍ୟ ବା ଟୀକା ଅନୁସରଣରେ ସେମାନେ ଗୀତା ଅଧ୍ୟୟନ କରୁଥିବାରୁ ସେମାନଙ୍କ ମନରେ ବିଭିନ୍ନ ପ୍ରକାର ସନ୍ଦେହ ଜାତ ହୁଏ । ସେଗୁଡିକର ନିବାରଣ ନ ହେବା ପର୍ଯ୍ୟନ୍ତ ଈଶ୍ୱରାଜ୍ଞା ପାଳନ କରିବା ସହଜ ହୁଏନାହିଁ । ତେଣୁ ମନ ମଧ୍ୟରେ ସନ୍ଦେହ ଉପôନ୍ନ କରୁଥିବା କିଛି ପ୍ରଶ୍ନର ଆଲୋଚନା କରିବା ଏଠାରେ ପ୍ରାସଙ୍ଗିକ ମନେ ହୁଏ  ।
ପ୍ରଶ୍ନ-୧:  ମହାଭାରତରେ ଚରିତ୍ରଗଣ କ’ଣ ଐତିହାସିକ ବ୍ୟକ୍ତି ଥିଲେ ?
ଉର :  ଶ୍ରୀମଦ୍ଭଗବତ୍ ଗୀତାକୁ ସାଧାରଣତଃ ମହାଭାରତର ଏକ ଅଂଶ ବିଶେଷ ବୋଲି ବିଶ୍ୱାସ କରାଯାଏ । କିନ୍ତୁ ନିଷ୍ପକ୍ଷ ଭାବରେ ମହାଭାରତ ଗ୍ରନ୍ଥ ଅଧ୍ୟୟନ କଲେ ଜଣାଯାଏ ଯେ ଏହା ଏକ ମହାକାବ୍ୟ, ଐତିହାସିକ ଗ୍ରନ୍ଥ ନୁହେଁ । ମହାଭାରତରେ ଥିବା ବିଭିନ୍ନ ଚରିତ୍ରମାନଙ୍କର ଜନ୍ମ ବୃାନ୍ତ ଅଧ୍ୟୟନ ଦ୍ୱାରା ଜଣେ ସାଧାରଣ ପାଠକ ମନରେ ମଧ୍ୟ ପ୍ରଶ୍ନ ଉଠିବା ସ୍ବଭାବିକ ଯେ ପ୍ରକୃତରେ କ’ଣ ସେମାନେ ଐତିହାସିକ ବ୍ୟକ୍ତି ଥିଲେ?  ମହାଭାରତର ରଚୟିତା ସ୍ବୟଂ ବ୍ୟାସଦେବଙ୍କ ଜନ୍ମ ଚରିତ ପଢିଲେ ତାହା ଅସ୍ବାଭାବିକ  ମନେ ହୁଏ । ତେଣୁ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ମଧ୍ୟ ଅନେକ ବିଦ୍ୱାନ ପ୍ରଶ୍ନ ଉାପନ କରନ୍ତି । ଏ ବିଷୟରେ ସ୍ବାମୀ ବିବେକାନନ୍ଦଙ୍କ ବକ୍ତବ୍ୟ ପ୍ରଣିଧାନ ଯୋଗ୍ୟ –
“.. .. .. .. .. ବେଦବ୍ୟାସ ନାମରେ ଅନେକ ବ୍ୟକ୍ତି ଥିଲେ । ସେମାନଙ୍କ ମଧ୍ୟରୁ ବାଦାରାୟଣ ବ୍ୟାସ କିମ୍ବା ଦ୍ୱୈପାୟନ ବ୍ୟାସ, କିଏ ଏହାର ପ୍ରଣେତା? ବ୍ୟାସ ତ କେବଳ ଏକ ଉପାଧି ମାତ୍ର । ଯିଏ କେହି ବି ପୁରାଣ କିମ୍ବା ଶାସ୍ତ୍ର ରଚନା କରିଛନ୍ତି, ସେ ବ୍ୟାସ ନାମରେ କଥିତ ହୋଇଛନ୍ତି । ଇତିହାସରେ ବ୍ୟାସଙ୍କ ପରି ବିକ୍ରମାଦିତ୍ୟ ମଧ୍ୟ ଏକ ସାମାନ୍ୟ ନାମ ...  ।”(ଭାରତ ମେଁ ବିବେକାନନ୍ଦ, ପୃଷ୍ଠା ୩୧୧)
ଏହି ପୁସ୍ତକର ପ୍ରଥମ ଖଣ୍ଡରେ ଥିବା “ମହାଭାରତ ଯୁଦ୍ଧର ଯଥାର୍ଥ ସ୍ବରୁପ ଓ ଗୀତା ପ୍ରକରଣର ପୁନରାବୃି” ଶୀର୍ଷକ ପ୍ରବନ୍ଧରେ ମହାଭାରତ ଯୁଦ୍ଧର ଐତିହାସିକତା ଓ ସ୍ବରୂପ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଛି ।
ପ୍ରଶ୍ନ-୨: ମହାଭାରତର ପ୍ରଣେତା ବେଦବ୍ୟାସ କ’ଣ ଗୀତାର ରଚୟିତା   ?
ଉର : ମହାଭାରତ ରଚନା ପୂର୍ବରୁ ମଧ୍ୟ ଗୀତାର ଅସ୍ତିତ୍ୱ ଥିବା କଥା ବିଭିନ୍ନ ବିଦ୍ୱାନମାନଙ୍କ କୃତିରୁ ଜଣା ପଡ଼େ । ଲୋକମାନ୍ୟ ତିଳକଙ୍କ ଦ୍ୱାରା ରଚିତ ଗୀତା ରହସ୍ୟର ବିଭିନ୍ନ ପୃଷ୍ଠାରେ ଥିବା ବାକ୍ୟାଂଶଗୁଡ଼ିକରୁ ଏକଥା ଜଣାଯାଏ । ସେଗୁଡ଼ିକ ହେଲା -
“.. .. .. .. .. ଏହା ପ୍ରକଟ ହୁଏ ଯେ ସନତ ସୁଜାତୀୟ, ବିଦୁରନୀତି . . . . . ଆଦି ପ୍ରକରଣଗୁଡିକ ପରି ବର୍ମାନର ଗୀତାକୁ ମହାଭାରତକାର ପୂର୍ବୋକ୍ତ ଗ୍ରନ୍ଥଗୁଡିକର ଆଧାରରେ ହିଁ ଲେଖିଛନ୍ତି – ନୂତନ  କିଛି ଲେଖି ନାହାନ୍ତି । (ପୃ ୫୨୫) ଙ୍ଘଙ୍ଘଙ୍ଘ “ଯେଉଁ ଗୀତାର ଆଧାର ଉପରେ ବର୍ମାନର ଗୀତା ପ୍ରସ୍ତୁତ ହୋଇଛି ତାହା ବାଦରାୟଣାଚାର୍ଯ୍ୟ (ବ୍ୟାସ)ଙ୍କ ପୂର୍ବରୁ ମଧ୍ୟ ଉପଲବ୍ଧ ଥିଲା  । ଏଥିପାଇଁ ବ୍ରହ୍ମ ସୂତ୍ରଗୁଡିକରେ ଏହାକୁ (ଗୀତାକୁ) “ସ୍ମୃତି” ଶବ୍ଦରେ ନାମିତ କରାଯାଇଛି  .. ..” (ପୃ ୫୩୬) ଙ୍ଘଙ୍ଘଙ୍ଘଙ୍ଘ” ସମ୍ଭବତଃ ମୂଳ ଗୀତା ଏହାର (ମହାଭାରତ) ପୂର୍ବବର୍ୀ ହୋଇପାରେ, କାରଣ .......... ଏହାର ପରମ୍ପରା ଅତି ପ୍ରାଚୀନ ସମୟ ପର୍ଯ୍ୟନ୍ତ ଘୁାଇବାକୁ ପଡୁଛି । (ପୃ.୫୬୧)
ବର୍ମାନ ସ୍ପଷ୍ଟ ଯେ ବେଦବ୍ୟାସ ଗୀତାର ରଚୟିତା ନୁହନ୍ତି । ଲୋକ ଶ୍ରୁତିରେ ପ୍ରଚଳିତ ଗୀତାଜ୍ଞାନକୁ ସେ କାବ୍ୟ ରୂପ ପ୍ରଦାନ କରି ମହାଭାରତରେ ସ୍ଥାନିତ କରିଥିଲେ । ଏକଥା ନିମ୍ନ ଶ୍ଲୋକରୁ ଜଣାପଡ଼େ –
ପାର୍ଥାୟ ପ୍ରତି ବୋଧିତାଂ ଭଗବତା ନାରାୟଣେନ ସ୍ବୟଂ
ବ୍ୟାସେନ ଗ୍ରଥିତାଂ ପୁରାଣ ମୁନିନା ମଧ୍ୟେ ମହାଭାରତମ୍  ।ା
ତେଣୁ ଅନେକ ବିଦ୍ୱାନ ବ୍ୟାସଦେବଙ୍କୁ ଗୀତାର ରଚୟିତା ରୂପେ ସ୍ବୀକାର କରନ୍ତି ନାହିଁ । ଏ ପ୍ରସଙ୍ଗରେ ଡ. ରାଧାକ୍ରିଷ୍ଣଙ୍କ ନିମ୍ନ ଉକ୍ତି ପ୍ରଣିଧାନଯୋଗ୍ୟ  ।
“ଆମକୁ ଗୀତାର ରଚୟିତାଙ୍କ ନାମ ଜଣା ନାହିଁ  । ଭାରତରେ ପ୍ରାରମ୍ଭିକ ସାହିତ୍ୟରେ ପ୍ରାୟ ଗ୍ରନ୍ଥଗୁଡିକର ଲେଖକମାନଙ୍କ ନାମ ଅଜ୍ଞାତ ଅଟେ ... ।”
ଏହି ପରିପ୍ରେକ୍ଷୀରେ ମନରେ ପ୍ରଶ୍ନ ଉଠିବା ସ୍ବଭାବିକ ଯେ ବେଦବ୍ୟାସଙ୍କ ଦ୍ୱାରା ଗୀତା ଜ୍ଞାନ ସଂଗୃହୀତ ଓ ସଙ୍କଳିତ ହୋଇ ମହାଭାରତରେ ସ୍ଥାନିତ ହେବା ପୂର୍ବରୁ ଏହାର ମୌଳିକ ରୂପ କିପରି ଥିଲା  ?
ପ୍ରଶ୍ନ-୩ : କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ କ’ଣ କୌରବ ଓ ପାଣ୍ଡବମାନଙ୍କ ମଧ୍ୟରେ କୌଣସି ଐତିହାସିକ ଯୁଦ୍ଧ ହୋଇଥିଲା ?
ଉର : ଏହି ପୁସ୍ତକର ପ୍ରଥମ ଖଣ୍ଡରେ “ମହାଭାରତ ଯୁଦ୍ଧରୁ ଯଥାର୍ଥ ସ୍ବରୁପ ଓ ଗୀତା ପ୍ରକରଣର ପୁନରାବୃି” ଶୀର୍ଷକ ପ୍ରବନ୍ଧରେ ଉପର୍ଯୁ୍ୟକ୍ତ ପ୍ରଶ୍ନର ସବିସ୍ତାର ଆଲୋଚନା କରାଯାଇଛି  ।
ପ୍ରଶ୍ନ-୪ : ମହାଭାରତର ଅଂଶବିଶେଷ ରୂପେ ଉପସ୍ଥାପିତ ବର୍ମାନ ଉପଲବ୍ଧ ଗୀତା କ’ଣ ପ୍ରକୃତରେ ଶ୍ରୀକୃଷ୍ଣ ଯୁଦ୍ଧ କ୍ଷେତ୍ରରେ ଅର୍ଜୁନଙ୍କୁ ଶୁଣାଇଥିଲେ? ଏହି ମୁଖ୍ୟ ପ୍ରଶ୍ନ ସହିତ ସମ୍ବନ୍ଧିତ ଆଉ କେତୋଟି ପ୍ରଶ୍ନ ମଧ୍ୟ ମନରେ ଉଙ୍କି ମାରେ । ସେଗୁଡିକ ହେଲା, କୋଟି କୋଟି ଲୋକ ଏକତ୍ରିତ ହୋଇଥିବା (ମହାଭାରତ, ଭୀଷ୍ମ, ଜମ୍ବୁ, ଅକ୍ଷ, ଶ୍ଲୋକ ୬) କୁରୁକ୍ଷେତ୍ରରେ କ’ଣ ଅର୍ଜୁନ ସ୍ବୀୟ ରଥରେ ଦଣ୍ଡାୟମାନ ହୋଇ ସ୍ବଜନ ମିତ୍ର ସମ୍ବନ୍ଧୀଗଣଙ୍କୁ ଦେଖି ପାରିଥିଲେ ? ଘନ ଘୋର ଘର୍ଘର ଓ ଗର୍ଜନରେ ପ୍ରକମ୍ପିତ ଯୁଦ୍ଧର କୋଳାହଳ ମଧ୍ୟରେ କ’ଣ ଅର୍ଜୁନ ଗୀତା ଜ୍ଞାନ ଶୁଣି ପାରିଥିଲେ? ଏଭଳି ବିଷମ ପରିସ୍ଥିରେ କ’ଣ ଗୀତା ଭଳି ଗୁହ୍ୟତମ ଜ୍ଞାନ ଶୁଣି ଅର୍ଜୁନ ବୁଝିପାରିଥିଲେ ? ଯୁଦ୍ଧକ୍ଷେତ୍ରରେ ପ୍ରଦ ଗୀତାଜ୍ଞାନ କେବଳ କ’ଣ ଅର୍ଜୁନ, ଧୃତରାଷ୍ଟ୍ର ଏବଂ ସଞୟଙ୍କ ପାଇଁ ଉଦ୍ଧିଷ୍ଟ ଥିଲା ? ସାତଶହ ଶ୍ଲୋକ ବିଶିଷ୍ଟ ଗୀତା ପ୍ରକରଣ ଚାଲୁଥିଲା ବେଳେ ଉଭୟ ପକ୍ଷର ବିଶାଳ ସେନା କ’ଣ ଚୁପଚାପ ଛିଡାହୋଇ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦର ସମାପ୍ତିକୁ ଅପେକ୍ଷା କରିଥିଲେ? ସଞୟ କ’ଣ ପ୍ରକୃତରେ ରାଜ ପ୍ରାସାଦରେ ଉପବେଶନ କରି ଦିବ୍ୟଦୃଷ୍ଟି ବଳରେ ଧୃତରାଷ୍ଟ୍ରଙ୍କୁ ମହାଭାରତ ଯୁଦ୍ଧ ସଂପର୍କରେ ଶୁଣାଉଥିଲେ ? 
ଉର   : ଏହିପରି ଅନେକ ପ୍ରଶ୍ନ ଉପରେ ଏହି ପୁସ୍ତକର ପ୍ରଥମ ଖଣ୍ଡ ଦ୍ୱିତୀୟ ଅଧ୍ୟାୟରେ ଥିବା “ଶ୍ରୀମଦ୍ ଭଗବତ ଗୀତାର ଯଥାର୍ଥ ସ୍ବରୁପ” ଶୀର୍ଷକ ପର୍ଯ୍ୟାୟରେ ସବିସ୍ତାର ଆଲୋଚନା କରାଯାଇଛି । କିନ୍ତୁ ଏଠାରେ ସ୍ବାମୀ ବିବେକାନନ୍ଦ ଓ ମହାତ୍ମା ଗାନ୍ଧୀଙ୍କ ଭଳି ଆଧୁନିକ ଭାଷ୍ୟକାରମାନଙ୍କ ମନ୍ତବ୍ୟର ଅବତାରଣା କରିବା ପ୍ରାସଙ୍ଗିକ ମନେ ହୁଏ ।
ବିବେକାନନ୍ଦଙ୍କ ମନ୍ତବ୍ୟ :
“କୃଷ୍ଣଙ୍କ ବ୍ୟକ୍ତିତ୍ୱ ସମ୍ବନ୍ଧରେ ଅନେକ ଶଙ୍କା ରହିଛି  ... ...  ଅମୁକ କାରଣଗୁଡିକରୁ ନିଶ୍ଚିତ ଭାବରେ ଏହି ନିଷ୍କର୍ଷରେ ପହି ପାରିବା ଯେ ମହାଭାରତ ଯୁଦ୍ଧରେ କୌଣସି ଅନ୍ୟ ଦିବ୍ୟ ବିଭୂତିଙ୍କ ପ୍ରାଦୁର୍ଭାବ ହୋଇଥିଲା ଯିଏକି ତକ୍ରାଳୀନ ସମାଜକୁ ଏହି ଜ୍ଞାନ ଶିକ୍ଷା ଦେଇଥିଲେ, ଯଦ୍ୱାରା ବିଶେଷ ସମ୍ପ୍ରଦାୟର ସ୍ଥାପନ ମଧ୍ୟ ହୋଇଥିଲା ... ... ...  ।  ଙ୍ଘଙ୍ଘଙ୍ଘଙ୍ଘ” ... ଯୁଦ୍ଧ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ବିଶାଳ ସେନା ସମୂହ ଉପସ୍ଥିତ ଥିବା ଯୁଦ୍ଧ ଭୂମିରେ ଜ୍ଞାନ,ଭକ୍ତି, ଯୋଗ ଆଦି ବିଷୟ ଗୁଡିକର ଚର୍ଚ୍ଚା କିପରି ସମ୍ଭବ ହୋଇଥିଲା? ଯୁଦ୍ଧକ୍ଷେତ୍ରର ସେହି କୋଳାହଳପୂର୍ଣ୍ଣ ବାତାବରଣରେ ପ୍ରତ୍ୟେକ ଶବ୍ଦକୁ ସଂକ୍ଷିପ୍ତ ଭାବରେ ଲିପିବଦ୍ଧ କରିବା ପାଇଁ କ’ଣ କୌଣସି ମନୁଷ୍ୟ ସେଠାରେ ଉପସ୍ଥିତ ଥିଲା ? କିଛି ଲୋକ ଅନୁମାନ କରନ୍ତି ଯେ ଏହି ଯୁଦ୍ଧ ରୂପକମୟ ଦୃଷ୍ଟାନ୍ତ ମାତ୍ର, ଯାହାର ଗୁହ୍ୟ ଅର୍ଥ ଏପରି କରାଯାଇ ପାରିବ ଯେ ମନୁଷ୍ୟ ଅନ୍ତରରେ କୁପ୍ରବୃି ଗୁଡିକ ମଧ୍ୟରେ ଚାଲୁଥିବା ସଂଘର୍ଷର ଉପମା ଏହି ସ୍ଥୂଳ ଯୁଦ୍ଧ ସହିତ କରାଯାଇଛି .. .. .. ।”(ଭାରତମେଁ ବିବେକାନନ୍ଦ (ହିନ୍ଦି) ପୃ୩୧୪-୩୧୫)
ମହାତ୍ମା ଗାନ୍ଧୀଙ୍କ ମନ୍ତବ୍ୟ :
“ସନ ୧୮୮୮-୮୯ରେ ଯେତେବେଳେ ମୋତେ ଗୀତାର ପ୍ରଥମ ଦର୍ଶନ ହେଲା ସେତେବେଳେ ମୋତେ ଏହା ପ୍ରତୀୟମାନ ହେଲା ଯେ ଗୀତା ଏକ ଐତିହାସିକ ଗ୍ରନ୍ଥ ନୁହେଁ, ପରନ୍ତୁ ଏଥିରେ ଭୌତିକ ଯୁଦ୍ଧର ବର୍ଣ୍ଣନାକୁ ନିମି ରୂପରେ ପ୍ରସ୍ତୁତ କରି ମନୁଷ୍ୟ ହୃଦୟରେ ନିରନ୍ତର ସଂଘଟିତ ହେଉଥିବା ଦ୍ୱନ୍ଦ୍ୱ ଯୁଦ୍ଧର ହିଁ ବର୍ଣ୍ଣନା କରାଯାଇଛି । ହୃଦୟାଭ୍ୟନ୍ତରସ୍ଥ ଯୁଦ୍ଧକୁ ରସପ୍ରଦ କରିବା ପାଇଁ ମାନବୀୟ ଯୋଦ୍ଧାମାନଙ୍କର ରଚନାର ପରିକଳ୍ପନା କରାଯାଇଛି । ମନରେ ସୃଷ୍ଟି ହୋଇଥିବା ଏହି ପ୍ରାଥମିକ ସ୍ଫୁରଣା ଧର୍ମ ଓ ଗୀତାର ବିଶେଷ ଚିନ୍ତନ-ମନନ ପଶ୍ଚାତ୍ ଦୃଢ ହୋଇଗଲା । ମହାଭାରତ ଗ୍ରନ୍ଥକୁ ମୁଁ ଆଧୁନିକ ଅର୍ଥରେ ଇତିହାସ ବୋଲି ସ୍ବୀକାର କରେ ନାହିଁ  । ଏହାର ବିସ୍ତୃତ ପ୍ରମାଣ ଆଦି ପର୍ବରେ ଅଛି । ଚରିତ୍ରଗୁଡିକର ଅମାନୁଷୀ ଓ ଅତିମାନୁଷୀ ଉପôିର ବର୍ଣ୍ଣନା କରି ବ୍ୟାସ ଭଗବାନ ରାଜା ଓ ପ୍ରଜାର ଇତିହାସକୁ ବିଲୁପ୍ତ କରି ଦେଇଛନ୍ତି । ମହାଭାରତରେ ବର୍ଣ୍ଣିତ ଚରିତ୍ର ମୌଳିକ ଭାବରେ ହୁଏତ ଐତିହାସିକ ହୋଇ ପାରନ୍ତି, କିନ୍ତୁ ମହାଭାରତରେ ବ୍ୟାସ ଭଗବାନ କେବଳ ଧର୍ମର ଦର୍ଶନ କରାଇବା ପାଇଁ ହିଁ ସେମାନଙ୍କ ଉପଯୋଗ କରିଛନ୍ତି । ”ଙ୍ଘଙ୍ଘଙ୍ଘଙ୍ଘ ।
“ଏହି ମହାଗ୍ରନ୍ଥ ମହାଭାରତରେ ଗୀତା ସର୍ବୋଚ୍ଚ ସ୍ଥାନରେ ବିରାଜିତ । ଏହାର ଦ୍ୱିତୀୟ ଅଧ୍ୟାୟ ଭୌତିକ ଯୁଦ୍ଧର ବ୍ୟବହାର ଶିକ୍ଷା ଦେବା ବଦଳରେ ସ୍ଥିତପ୍ରଜ୍ଞର ଲକ୍ଷଣ ଶିଖାଏ  । ସ୍ଥିତପ୍ରଜ୍ଞର ସାଂସାରିକ ଯୁଦ୍ଧ ସହିତ କୌଣସି ସମ୍ବନ୍ଧ ହୋଇ ନ ପାରେ । ଏହି କଥା ମୋତେ ତାଙ୍କର ଲକ୍ଷଣ ସମୂହରେ ହିଁ ନିହିତ ଥିବା ଦେଖାଯାଏ  । ପାରିବାରିକ ମାମୁଲି କଳହର ଔଚିତ୍ୟ କିମ୍ବା ଅନୌଚିତ୍ୟର ନିର୍ଣ୍ଣୟ କରିବା ପାଇଁ ଗୀତା ଭଳି ପୁସ୍ତକର ରଚନା ହୋଇ ନାହିଁ  ।
ଗୀତାର କୃଷ୍ଣ ମୂର୍ିମାନ ଶୁଦ୍ଧ-ସଂପୂର୍ଣ୍ଣ ଜ୍ଞାନ, କିନ୍ତୁ କାଳ୍ପନିକ ଅଟେ । ମୋର ଅଭିପ୍ରାୟ କୃଷ୍ଣ ନାମଧାରୀ ଅବତାରୀ ପୁରୁଷର ନିଷେଧ  କରିବା ନୁହେଁ  । ମୁଁ କେବଳ ଏତିକି କହିବାକୁ ଚାହେଁ ଯେ ସଂପୂର୍ଣ୍ଣ କୃଷ୍ଣ କାଳ୍ପନିକ  । ପରବର୍ୀ ସମୟରେ ତାଙ୍କ ଉପରେ ସଂପୂର୍ଣ୍ଣ ଅବତାର ଆରୋପଣ କରାଯାଇଛି । (ଅନାସକ୍ତ ଯୋଗ, ପ୍ରସ୍ତାବନା,ପୃଷ୍ଠା ୧୪-୧୬)
ପ୍ରଶ୍ନ-୫ :  ମହାଭାରତରେ ବର୍ଣ୍ଣିତ କୃଷ୍ଣ କ’ଣ ପ୍ରକୃତରେ ଗୀତାଜ୍ଞାନ ଦାତା ? ଏହି ଗ୍ରନ୍ଥରେ ବର୍ଣ୍ଣିତ କୃଷ୍ଣ ଚରିତ କ’ଣ ଯଥାର୍ଥ ? ତାଙ୍କର ବାସ୍ତବିକ ପରିଚୟ କ’ଣ  ? 
ପ୍ରଶ୍ନ -୬ : ଗୀତାଜ୍ଞାନ ବାସ୍ତବରେ କିଏ ଓ କେବେ ଦେଇଥିଲେ ?
ଉର   : ଏ ବିଷୟରେ ଏହି ପୁସ୍ତକର ପ୍ରଥମ ଖଣ୍ଡ ଦ୍ୱିତୀୟ ଅଧ୍ୟାୟରେ “ଶ୍ରୀମଦ ଭଗବତ୍ ଗୀତାର ଯଥାର୍ଥ ସ୍ବରୂପ” ଶୀର୍ଷକ ପର୍ଯ୍ୟାୟରେ ସବିସ୍ତାର ବର୍ଣ୍ଣନା କରାଯାଇଛି ।
ପ୍ରଶ୍ନ-୭ : ଗୀତା ବର୍ଣ୍ଣିତ ଅଜନ୍ମା, ଅକର୍ା, ଅଭୋକ୍ତା, ଅଶରୀରୀ ଭଗବାନ କ’ଣ ସାଧାରଣ ମନୁଷ୍ୟ ଭଳି ମାତୃ ଗର୍ଭରୁ ଜନ୍ମ ନିଅନ୍ତି ?
ପ୍ରଶ୍ନ-୮ : ପରମାତ୍ମା କ’ଣ ସର୍ବବ୍ୟାପୀ ?
ପ୍ରଶ୍ନ-୯ :  ଆତ୍ମା କ’ଣ ପରମାତ୍ମାଙ୍କ ଅଂଶ ବିଶେଷ ? ପରମାତ୍ମାଙ୍କ ଭଳି ଆତ୍ମା ମଧ୍ୟ କ’ଣ ସର୍ବଦେଶୀୟ? ଆତ୍ମା ଓ ପରମାତ୍ମା କ’ଣ ଏକ ?
ପ୍ରଶ୍ନ-୧୦: ଗୀତାର ଆଭିମୁଖ୍ୟ ଯୁଦ୍ଧ ନା ଯୋଗ ?
ଉର   : ଉପର୍ଯୁ୍ୟକ୍ତ ପ୍ରଶ୍ନର ଉରଗୁଡିକ ପାଇଁ ଏହି ପୁସ୍ତକର ପ୍ରଥମ ଖଣ୍ଡ ଅନ୍ତର୍ଗତ’ଆତ୍ମା’, ‘ପରମାତ୍ମା’ ଓ ‘ରାଜଯୋଗ’ ଶୀର୍ଷକ ପର୍ଯ୍ୟାୟ ଦ୍ରଷ୍ଟବ୍ୟ । ଏହା ବ୍ୟତୀତ ଦ୍ୱିତୀୟ ଖଣ୍ଡରେ ଗୀତାର ବ୍ୟାଖ୍ୟାରେ ପ୍ରସଙ୍ଗ କ୍ରମେ ଏହିପରି ଅନେକ ପ୍ରଶ୍ନ ଉପରେ ଆଲୋଚନା କରାଯାଇଛି ।
ଏହିପରି ଅନେକାନେକ ପ୍ରଶ୍ନ ବିଭିନ୍ନ ବିଦ୍ୱାନ, ବୁଦ୍ଧିଜୀବୀ ଓ ତ୍ୱ ଚିନ୍ତକମାନଙ୍କ ଦ୍ୱାରା ଉାପିତ ହୋଇଛି । ଏହିସବୁ ପ୍ରଶ୍ନଗୁଡିକୁ ନାସ୍ତିକତାର ଦ୍ୱାହି ଦେଇ ଅନେକ ସାଂପ୍ରଦାୟିକ ଧର୍ମାଚାର୍ଯ୍ୟଗଣ ଏଡାଇ ଯାଇଛନ୍ତି  । ବୁଢ଼ିଆଣୀ ନିଜ ଜାଲରେ ନିଜେ ଛନ୍ଦି ହେଲା ପରି ସେମାନେ ନିଜନିଜ ମତବାଦର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ରହି ସତ୍ୟଠାରୁ ଦୂରେଇ ଯାଇଛନ୍ତି । ଅନେକ ବିଦ୍ୱାନ ପାଠକ ଗୀତାକୁ ଏକ ମହାନଗ୍ରନ୍ଥ, ଧର୍ମ ଶାସ୍ତ୍ର, ଆଚାର ସଂହିତା, ନୀତି ଶାସ୍ତ୍ର ରୂପେ ଗ୍ରହଣ କରିଛନ୍ତି; କିନ୍ତୁ ମନରେ ଉଠୁଥିବା ସମସ୍ତ ପ୍ରଶ୍ନର ଉଚିତ ସମାଧାନ ନହେବା ପର୍ଯ୍ୟନ୍ତ ପାଠକ ଈଶ୍ୱରୀୟ ମାର୍ଗରେ ପରିଚାଳିତ ହେବାକୁ ଅନ୍ତଃପ୍ରେରଣା ପ୍ରାପ୍ତ ହୁଏ ନାହିଁ  । କେବଳ ଜୀବନକୁ ଦିବ୍ୟକରି ଗଢି ତୋଳିବା ଗୀତାର ଉଦ୍ଧେଶ୍ୟ ନୁହେଁ  । ଏହା ସହିତ ଜୀବଦ୍ଧଶାରେହିଁ ପରମାତ୍ମାଙ୍କୁ ସାକ୍ଷାତ୍ ଅନୁଭବ କରିବାକୁ ହେବ । ଗୀତା ଜ୍ଞାନର ସମ୍ୟକ ଅବବୋଧ ପଶ୍ଚାତ୍ ହିଁ ଆମେ ଅର୍ଜୁନଙ୍କ ପରି କହିବା -
“ନଷ୍ଟମୋହା ସ୍ମୃତିର୍ଲବ୍ଧା ତ୍ୱାତ୍ ପ୍ରସାଦାତ୍ ମୟାଚ୍ୟୁତ,
ସ୍ଥିତୋସ୍ମି ଗତ ସନ୍ଦେହା କରିଷ୍ୟେ ବଚନଂ ତବ ।ା ଗୀ.୧୮/୭୨”
ଅର୍ଥ  : ହେ ଅଚ୍ୟୁତ, ବର୍ମାନ ମୋର ମୋହ ନଷ୍ଟ ହୋଇଯାଇଛି । ମୁଁ ମୋର ସ୍ମୃତି ଫେରି ପାଇଛି ଓ ମୋର ସମସ୍ତ ସନ୍ଦେହ ଦୂର ହୋଇଛି । ବର୍ମାନ ତୁମର ଆଜ୍ଞା ପାଳନ କରିବାକୁ ମୁଁ ପ୍ରସ୍ତୁତ ।
ସ୍ବରଚିତ ପୁସ୍ତକ ସମ୍ପର୍କରେ :
ଗୀତାର ଅନେକ ଭାଷ୍ୟ ଅଧ୍ୟୟନ କରି ଲେଖକ ମନରେ ଉପର୍ଯୁ୍ୟକ୍ତ ପ୍ରଶ୍ନଗୁଡ଼ିକ ଉପôନ୍ନ ହୋଇଥିଲା  । ଅନେକ ଚିନ୍ତନ-ମନନ ସେ୍ୱ ମଧ୍ୟ ସେଗୁଡିକର ଯଥାର୍ଥ ଉର ସେ ପାଇ ନ ଥିଲା  । ଗୀତାରେ ଥିବା ମୌଳିକ ତ୍ୱ ବୁଝିବା ପାଇଁ ଅନ୍ୟମାନଙ୍କର ଭାଷ୍ୟ ଓ ଟୀକା ପରିତ୍ୟାଗ କରି ନିଜ ଦୃଷ୍ଟିରେ ଏହାର ଅଧ୍ୟୟନ, ମନନ ଓ ଚିନ୍ତନ କରିବା ଉଚିତ ହେବ ବୋଲି ମନରେ ବିଚାର ଆସିଲା  । ଏହିପରି ସ୍ବତନ୍ତ୍ର ଭାବରେ ଗୀତା-ପାଠ କରିବା ଦ୍ୱାରା ନୂତନ ନୂତନ ଭାବ ମନରେ ଉଦ୍ରେକ ହେବାକୁ ଲାଗିଲା  । କିନ୍ତୁ ପୂର୍ବ ପ୍ରଶ୍ନଗୁଡିକର ଉର ପାଇବା ପାଇଁ ମନ ବ୍ୟାକୁଳ ହେଉଥାଏ  । “ଏ ମନ ଭାବୁ ଥାଏ ଯାହା କାଳେ ପା୍ରପତ ହୁଏ ତାହା” । ଜୀବନରେ ଏକ ଶୁଭ ଘଡ଼ି ଆସିଲା । ପିଉସୀ ପୁଅ ବଡ଼ ଭାଇ ଅଧ୍ୟାପକ ଡକ୍ଟର ଅଭିମନ୍ୟୁ ମିଶ୍ରଙ୍କ ପ୍ରେରଣାରେ ଲେଖକ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପ୍ରଣୀତ ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗ ଉପରେ ଆଧାରିତ ସାପ୍ତାହିକ ପାଠ୍ୟକ୍ରମରେ ଯୋଗ ଦେଲା । ଏଥିରେ ତା’ର ଅଧିକାଂଶ ସଂଶୟ ସମାଧାନ ହୋଇଥିଲା । ଲେଖକ ଏହି ଆଧ୍ୟାତ୍ମିକ ଶିକ୍ଷାନୁଷ୍ଠାନର ଜଣେ ନିୟମିତ ଓ ନିଷ୍ଠାବାନ ବିଦ୍ୟାର୍ଥୀ । ଈଶ୍ୱରୀୟ ଜ୍ଞାନର ନିୟମିତ ପଠନ ଶ୍ରବଣ, ମନନ, ଓ ନିଷ୍ଠା ପୂର୍ବକ ରାଜ ଯୋଗର ଅଭ୍ୟାସ ଦ୍ୱାରା ତା’ ମନରେ ଉପôନ୍ନ ହୋଇଥିବା ପୂର୍ବୋକ୍ତ ପ୍ରଶ୍ନଗୁଡିକ କ୍ରମଶଃ ସମାଧାନ ହେବାକୁ ଲାଗିଲା । ଦୀର୍ଘ ବିଂଶ ବର୍ଷର ଜ୍ଞାନ ଓ ଯୋଗର ଅନୁଭବକୁ ଆଧାର କରି ଈଶ୍ୱରୀୟ ପ୍ରେରଣାକ୍ରମେ ଲେଖକ ଗୀତା ଉପରେ ଏକ ନବୀନ ଓ ସ୍ବତନ୍ତ୍ର ପୁସ୍ତକ ରଚନା କରିବାର ଦୁଃସାହସିକ ପଦକ୍ଷେପ ନେଲା  । ଅନେକ ରହସ୍ୟଯୁକ୍ତ ଆଧ୍ୟାତ୍ମିକ ବିଷୟ ଉପରେ ଆଲୋଚନା କରାଯାଇଥିବାରୁ ପୁସ୍ତକଟିର ନାମ “ଶ୍ରୀମଦ୍ ଭଗବତ୍ ଗୀତା ରହସ୍ୟ” ରଖିବା ଉଚିତ ମନେ ହେଲା ।  
ଆଦି ଶଙ୍କରାଚାର୍ଯ୍ୟଙ୍କ ପୂର୍ବରୁ ମଧ୍ୟ କେତେକ ବିଦ୍ୱାନ ଗୀତା ଉପରେ ଭାଷ୍ୟ ରଚନା କରି ସାରିଥିଲେ । କିନ୍ତୁ ବର୍ମାନ ସେଗୁଡିକ ମିଳୁନାହିଁ । ଶଙ୍କରାଚାର୍ଯ୍ୟ ସେମାନଙ୍କ ଭାଷ୍ୟ ଓ ଟୀକା ଉପରେ ସନ୍ତୁଷ୍ଟ ନ ହୋଇ ସ୍ବପ୍ରବିର୍ତ ଅଦ୍ୱୈତବାଦ ଅନୁସାରେ ଏକ ସ୍ବତନ୍ତ୍ର  ଭାଷ୍ୟ ରଚନା କଲେ । ପରବର୍ୀ ସମୟରେ ଆନନ୍ଦ ଗିରି; ଶ୍ରୀଧରସ୍ବାମୀ ଓ ମଧୂସୁଦନ ସ୍ବାମୀ ଶଙ୍କରଙ୍କ ଅଦ୍ୱୈତବାଦକୁ ସମର୍ଥନ କରି ସ୍ବତନ୍ତ୍ର ଓ ବିସ୍ତୃତ ଭାଷ୍ୟ ରଚନା କରିଥିଲେ । କିନ୍ତୁ ବୈଦିକ ସମ୍ପ୍ରଦାୟର ଅନ୍ୟ ଆଚାର୍ଯ୍ୟମାନେ ଶଙ୍କରଙ୍କ ମତବାଦକୁ ସ୍ବୀକାର କରି ପାରିଲେ ନାହିଁ । ପ୍ରତ୍ୟେକ ସମ୍ପ୍ରଦାୟ ନିଜ ନିଜ ସ୍ବାତନ୍ତ୍ର୍ୟ ରକ୍ଷା କରିବା ପାଇଁ ଆପଣା ମତ ଅନୁସରଣ କରି ଗୀତାର ଭାଷ୍ୟ ଲେଖିଲେ । ତାଙ୍କ ପରେ ଶ୍ରୀମାଧ୍ୱାଚାର୍ଯ୍ୟ ଦ୍ୱୈତବାଦକୁ ଅନୁସରଣ କରି ଗୀତାର ଟୀକା ପ୍ରସ୍ତୁତ କଲେ । ସେ ‘ଗୀତା ଭାଷ୍ୟ’ ଓ ‘ଗୀତା ତାପôର୍ଯ୍ୟ’ ନାମକ ଦୁଇଟି ଗ୍ରନ୍ଥ ରଚନା କରିଛନ୍ତି । କିନ୍ତୁ ଶୁଦ୍ଧାଦ୍ୱୈତ ସମ୍ପ୍ରଦାୟର ପ୍ରବର୍କ ଶ୍ରୀ ବଲ୍ଲଭାଚାର୍ଯ୍ୟ ପୂର୍ବବର୍ୀ ମତବାଦଗୁଡିକୁ ଗ୍ରହଣ କରି ପାରିଲେ ନାହିଁ । ସେ ତାଙ୍କ ମତକୁ ଗୀତା ଦ୍ୱାରା ଅନୁମୋଦିତ ବୋଲି ପ୍ରମାଣ କରିବା ପାଇଁ ଏକ ସ୍ବତନ୍ତ୍ର ଭାଷ୍ୟ ରଚନା କଲେ । ଦ୍ୱୈତାଦ୍ୱ÷ତ ସମ୍ପ୍ରଦାୟର ଆଚାର୍ଯ୍ୟ ନିମ୍ବାର୍କା·ର୍ଯ୍ୟଙ୍କ ଶିଷ୍ୟ କେଶବ କାଶ୍ମୀରୀ ଗୀତା ଉପରେ “ତ୍ୱ ପ୍ରକାଶିକା” ନାମକ ଟୀକା ଲେଖି ନିଜ ମତକୁ ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି  । ଏତଦ୍ବ୍ୟତୀତ ଆଧୁନିକ ସମୟରେ ଶ୍ରୀ ଅରବିନ୍ଦ, ସ୍ବାମୀ ଶିବାନନ୍ଦ, ମହାତ୍ମାଗାନ୍ଧୀ, ବାଲ ଗଙ୍ଗାଧର ତିଲକ, ବିନୋବା ଭାବେ, ରାଜଗୋପାଲଚାର୍ଯ୍ୟ, ଡକ୍ଟର ରାଧାକ୍ରୀଷ୍ଣ, ସନ୍ଥ ଜ୍ଞାନେଶ୍ୱର, ଭଗବାନ ଶ୍ରୀ ସତ୍ୟସାଇ, ଜୟଦୟାଲ ଗୋୟଙ୍କା, ସ୍ବାମୀ ରାମ ସୁଖ ଦାସ ଆଦି ଅନେକ ମହାପୁରୁଷ, ସନ୍ଥ, ବିଦ୍ୱାନ, ଗବେଷକ,ତ୍ୱ ଚିନ୍ତକ ଓ ଭାଷ୍ୟକାରଗଣ ଗୀତା ଉପରେ ପାଣ୍ଡିତ୍ୟ ପୂର୍ଣ୍ଣ ଭାଷ୍ୟ ଓ ଟୀକା ରଚନା କରି ଆସିଛନ୍ତି । ଏହା ଦ୍ୱାରା ଗୀତାଜ୍ଞାନର ବହୁଳ ପ୍ରଚାର ପ୍ରସାର ପୂର୍ବକ ଏହାର ମହ୍ୱ ପ୍ରତିପାଦନ ହୋଇଛି । ତଥାପି ମଧ୍ୟ ଗୀତାର ଯଥାର୍ଥ ସ୍ବରୁପ ଓ ରହସ୍ୟ ଉଦ୍ଘାଟନ ହୋଇ ପାରିନାହିଁ ।
ବିଭିନ୍ନ ସାମ୍ପ୍ରଦାୟିକ ଆଚାର୍ଯ୍ୟଗଣ ନିଜ ନିଜ ମତବାଦକୁ ଗୀତା ସମର୍ଥିତ ବୋଲି ସେମାନଙ୍କ ଭାଷ୍ୟ ଲେଖିଥିଲେ ମଧ୍ୟ ଏଥିରେ ଏକ ବିଶିଷ୍ଟ ମତ ପ୍ରତିପାଦନ ହୋଇଛି । ଏହା ଗୀତାର ନିମ୍ନ ଶ୍ଳୋକରୁ ଜଣାଯାଏ ।
ବ୍ୟାମିଶ୍ରେଣେବ ବାକ୍ୟେନ ବୁଦ୍ଧିଂ ମୋହୟସୀବମେ
ତଦେକଂ ବଦ ନିଶ୍ଚିତ୍ୟ ଯେନ ଶ୍ରେୟୋଽହମାପ୍ନୁୟାମ୍ ।ାଗୀତା୩/୨ାା
ସନ୍ନ୍ୟାସଂ କର୍ମଣାଂ କୃଷ୍ଣପୁନର୍ଯୋଗଂଚ ଶଂସସି ।
ଯଚ୍ଛ୍ରେୟ ଏତୟୋରେକଂ ତନ୍ମେ ବ୍ରୁହି ସୁନିଶ୍ଚିତମ୍ ।ାଗୀତା୫/୨ାା
ଅର୍ଥ : ମନରେ ସନ୍ଦେହ ଉପôନ୍ନ କରୁଥିବା ଏହିପରି ବିଭିନ୍ନ କଥା କହି ମୋତେ ଆପଣ ଦ୍ୱନ୍ଦ୍ୱରେ ପକାଉଛନ୍ତି । ଏଥିପାଇଁ ଯେଉଁଥିରେ ମୋର ନିଶ୍ଚିତ କଲ୍ୟାଣ ହେବ କେବଳ ସେହି ଗୋଟିଏ କଥାହିଁ ମୋତେ କହନ୍ତୁ  ।ାଗୀ ୩/୨ ।ା ହେ କୃଷ୍ଣ ! ଆପଣ ଏକା ସାଙ୍ଗରେ କର୍ମ ତ୍ୟାଗ ଓ କର୍ମଯୋଗର ପ୍ରଶଂସା କରୁଛନ୍ତି । ଏ ଉଭୟ ମଧ୍ୟରୁ କେଉଁ ଗୋଟିକ ଶ୍ରେୟସ୍କର ତାହା ମୋତେ ନିଶ୍ଚୟ ପୂର୍ବକ କହନ୍ତୁ  ।ା ଗୀ ୫/୨ ।ା
ଗୀତାର ଏହି ବିଶିଷ୍ଟ ଈଶ୍ୱରୀୟ ମତଟି କ’ଣ ତାହା ଏଥିରେ ସ୍ପଷ୍ଟ ଭାବରେ ବର୍ଣ୍ଣନା ହୋଇଥିଲେ ମଧ୍ୟ ଧର୍ମାଚାର୍ଯ୍ୟମାନଙ୍କ ପରସ୍ପର ବିରୋଧୀ ମତବାଦର କଳା ପରଦା ଉହାଡ଼ରେ ତାହା ଲୁକ୍କାୟିତ । “ଅମୃତ ଭାଣ୍ଡ ପୂର୍ଣ୍ଣଥିଲା, ସୁରା ଟୋପାକେ ନାଶ ଗଲା” । ଏହି ନ୍ୟାୟରେ ସାକ୍ଷାତ ଭଗବାନଙ୍କ କଥିତ ଜ୍ଞାନାମୃତରେ ପରିପୂର୍ଣ୍ଣ ଗୀତା ମାନବୀୟ ବାଦ ବିବାଦ ସୁରା ଦ୍ୱାରା ଅପମିଶ୍ରିତ । ତେଣୁ ଏହା ପାନ କରି ମନୁଷ୍ୟାତ୍ମା ମଧ୍ୟରେ ଦୈ÷ବୀ ଚେତନା ଜାଗ୍ରତ ହେଉ ନାହିଁ । ପରମାତ୍ମା ଗୀତାମୃତ ପରିବେଷଣ କରିବା ପାଇଁ ପ୍ରତି କଳ୍ପାନ୍ତରେ ଧରାବତରଣ କରନ୍ତି । ତାଙ୍କ ପ୍ରଦ ଈଶ୍ୱରୀୟ ଜ୍ଞାନର ସମ୍ୟକ ଅବବୋଧ ଦ୍ୱାରାହିଁ ଗୀତାରେ ପ୍ରତିପାଦିତ ସେହି ବିଶିଷ୍ଟ ମତଟି କଣ ତାହା ସ୍ପଷ୍ଟ ବୁଝି ହୁଏ । ଏଯାବତ୍ ମାନବୀୟ ବୁଦ୍ଧି ଆଧାରରେ ଗୀତାର ବିଷୟବସ୍ତୁ ଉପରେ ତର୍କ ବିତର୍କ ହୋଇ ଆସିଛି । କିନ୍ତୁ ସଂପ୍ରତି ପ୍ରଜାପିତା ବ୍ରହ୍ମାଙ୍କ ମାନବୀୟ ଶରୀର ମାଧ୍ୟମରେ  ଅବତୀର୍ଣ୍ଣ  ଜ୍ୟୋର୍ତିବିନ୍ଦୁ ପରମାତ୍ମା ଶିବଙ୍କ ଦ୍ୱାରା ପ୍ରଦ ଈଶ୍ୱରୀୟ ଜ୍ଞାନ (ଗୀତାଜ୍ଞାନ) ଆଧାରରେ ପ୍ରଚଳିତ ଗୀତାର କୌଣସି ଭାଷ୍ୟ ଅଦ୍ୟାବଧି ରଚନା କରାଯାଇ ନାହିଁ । ମହାନ ରାଜଯୋଗୀ ସ୍ବର୍ଗତ ଜଗଦୀଶ ଚନ୍ଦ୍ର ହାସିଜା ପ୍ରତ୍ୟକ୍ଷ ପା୍ରପ୍ତ ଈଶ୍ୱରୀୟ ଜ୍ଞାନ ଆଧାରରେ – “ମହାଭାରତ ଔର୍ ଗୀତାକା ସଚ୍ଚା ସ୍ବରୁପ ଔର ସାର୍” - ଶୀର୍ଷକଏକ ଗବେଷଣାତ୍ମକ ପୁସ୍ତକ ରଚନା କରିଛନ୍ତି । ଏଥିରେ ସେ ମହାଭାରତ ଓ ଗୀତା ସମ୍ବନ୍ଧରେ ଅନେକ ତଥ୍ୟପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ ହେଁ ଶ୍ଳୋକ ଆଧାରରେ ସେ କୌଣସି ଭାଷ୍ୟ ରଚନା କରି ନାହାନ୍ତି । ଲେଖକ ଏହି ଅଭାବ ଅନୁଭବ କରିଛି । ତେଣୁ ସେ ଈଶ୍ୱରୀୟ ଜ୍ଞାନ ଆଧାରରେ ଗୀତାର ଭାଷ୍ୟ ରଚନା କରିବା ପାଇଁ ମନ ବଳାଇଲା । କିନ୍ତୁ ଏ କାମ ଏତେ ସହଜ ନଥିଲା  । ପ୍ରତ୍ୟକ୍ଷ ଈଶ୍ୱରୀୟ ଜ୍ଞାନ ଶ୍ରବଣ ଏବଂ ଈଶ୍ୱରୀୟ ସାହିତ୍ୟ,ବିଭିନ୍ନ ଅଧ୍ୟାତ୍ମିକ ଗ୍ରନ୍ଥ, ଆଧ୍ୟାତ୍ମିକ ପତ୍ରିକା, ବିଭିନ୍ନ ଧର୍ମାଚାର୍ଯ୍ୟ ଓ ଭାଷ୍ୟକାରମାନଙ୍କ କୃତ ଗୀତାର ଅନେକ ଭାଷ୍ୟ ଅଧ୍ୟୟନ, ମନନ ଓ ଚିନ୍ତନକୁ ପାଥେୟ କରି ଲେଖକ ପୁସ୍ତକ ରଚନାର ପ୍ରୟାସ କଲା । ଏହା ଅଦ୍ୟାବଧି ଉପଲବ୍ଧ ସମସ୍ତ ଗୀତା ଭାଷ୍ୟଠାରୁ ସ୍ବତନ୍ତ୍ର ଓ ନବୀନ ବୋଲି ମନେହୁଏ । ଏଥିରେ ପାରଂପାରିକ ଭାଷ୍ୟ ରଚନାର ବିଧି ଅନୁସରଣ କରାଯାଇ ନାହିଁ । ବିଭିନ୍ନ ମାନବୀୟ ମତବାଦରୁ ଉଦ୍ଧ୍ୱର୍ରେ ରହି ଗୀତାରେ ଯେଉଁ ବିଶିଷ୍ଟ ଈଶ୍ୱରୀୟ ମତଟିକୁ ଭଗବାନ ପ୍ରତିପାଦନ କରିଛନ୍ତି ତାହା ଦୃଷ୍ଟିରେ ରଖି ଲେଖକ ତାର ବ୍ୟାଖ୍ୟା ପ୍ରଦାନ କରିଛି । ସେଥିପାଇଁ ବିଭିନ୍ନ ଅଧାୟରେ ପ୍ରସଙ୍ଗକ୍ରମେ କେତେକ ଆଧ୍ୟାତ୍ମିକ ବିଷୟ ଉପରେ ବାରମ୍ଭାର ଆଲୋଚନା କରାଯାଇଛି । ଏହାଦ୍ୱାରା ଗୋଟିଏ କଥାର ପୁନରୁକ୍ତି ହୋଇଥିଲେ ମଧ୍ୟ ସେହି ସ୍ଥାନରେ ତାହା ଆବଶ୍ୟକ ମନେ ହୋଇଛି । 
ଏ ପୁସ୍ତକରେ ମୁଖ୍ୟତଃ ଭଗବାନଙ୍କ କଥିତ ଶ୍ଳୋକଗୁଡ଼ିକୁ ବ୍ୟାଖ୍ୟାର ଅର୍ନ୍ତଭୁକ୍ତ କରାଯାଇଛି । କାରଣ ଗୀତାରେ ଥିବା କେବଳ ଈଶ୍ୱରୀୟ ଜ୍ଞାନକୁ ପାଠକମାନଙ୍କୁ ପରିବେଷଣ କରିବା ଲେଖକର ଧ୍ୟେୟ । ତେଣୁ ପାରମ୍ପାରିକ ରୀତିରେ ପ୍ରତ୍ୟେକ ଶ୍ଳୋକର ଅର୍ଥ ଓ ବ୍ୟାଖ୍ୟା ନ ଲେଖି ପ୍ରତ୍ୟେକ ଅଧ୍ୟାୟ ବା ସେଥିରେ ଥିବା ମୁଖ୍ୟ ଆଧ୍ୟାତ୍ମିକ ବିଷୟକୁ ସୂଚିତ କରୁଥିବା ଶ୍ଳୋକ ଓ କ୍ରମାନ୍ୱୟରେ ଥିବା ଶ୍ଳୋକ ସମୂହର ଏକ ଶୀର୍ଷକ ପ୍ରସ୍ତୁତ କରି ସେଗୁଡ଼ି କର ଅର୍ଥ ଓ ବ୍ୟାଖ୍ୟା ଏ ପୁସ୍ତକରେ ଦିଆଯାଇଛି । ପୁସ୍ତକ ରଚନା କରି ସାରିବା ପରେ କେତେକ ଅଧ୍ୟାୟରେ ମନନ-ଚିନ୍ତନ ହେତୁ ଆଉ କିଛି ଅଧିକ ନବୀନ ଭାବ ସୃଷ୍ଟି ହେବାରୁ ସଂପୃକ୍ତ ଅଧ୍ୟାୟର ଶେଷ ଭାଗରେ ଏକ ପରିଶିଷ୍ଟ ବ୍ୟାଖ୍ୟା ସଂଯୋଗ କରାଯାଇଛି ।  ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ଏ ଲେଖକର ଗୀତା ବିଷୟକ ପ୍ରବନ୍ଧଗୁଡିକରୁ ସାତଟି ମୁଖ୍ୟ ପ୍ରବନ୍ଧକୁ ପ୍ରଥମ ଖଣ୍ଡ ଓ ଗୀତାର ଅଠର ଅଧ୍ୟାୟର ବ୍ୟାଖ୍ୟାକୁ ଦ୍ୱିତୀୟ ଖଣ୍ଡରେ ବିଭକ୍ତ କରି ଉଭୟ ଖଣ୍ଡକୁ ଏକତ୍ର ଏହି ପୁସ୍ତକରେ ସଂଯୁକ୍ତ କରାଯାଇଛି । ପ୍ରଥମ ଖଣ୍ଡଟି ପୁସ୍ତକର ପ୍ରବେଶ ଦ୍ୱାରର ଭୂମିକା ନିର୍ବାହ କରିବ । ଶବ୍ଦକୋଷ, ବ୍ୟାକରଣ କିମ୍ବା ନିରୁକ୍ତ ଆଦି ଆଧାରରେ ଯଦିଓ ଏହି ବ୍ୟାଖ୍ୟା ପ୍ରସ୍ତୁତ କରାଯାଇ ନାହିଁ, ତଥାପି ଆବଶ୍ୟକ ସ୍ଥଳେ ସେଗୁଡ଼ିକର ସାହାଯ୍ୟ ନିଆଯାଇଛି  । ପ୍ରତ୍ୟେକ ଅଧ୍ୟାୟର ନିର୍ବାଚିତ ଶ୍ଳୋକଗୁଡ଼ି କର ଚିନ୍ତନ-ମନନ କରିବା ବେଳେ ଲେଖକକୁ ଯେଉଁ ଅର୍ଥବୋଧ ହୋଇଛି ତଦନୁରୂପ ତାହା ଭାଷାରେ ପ୍ରକାଶ କରିବାକୁ ଚେଷ୍ଟା କରିଛି  ।
ପରମାତ୍ମା ସର୍ବାତ୍ମାଙ୍କ ପରମପିତା  । ସେ କୌଣସି ନିର୍ଦ୍ଧିଷ୍ଟ ଧାର୍ମିକ ସମ୍ପ୍ରଦାୟଭୁକ୍ତ ନୁହନ୍ତି । ଯେତେବେଳେ ସମସ୍ତ ସମ୍ପ୍ରଦାୟର ଧର୍ମା·ର୍ଯ୍ୟ ଓ ସନ୍ଥଗଣ ଧର୍ମୀୟ ଅବକ୍ଷୟକୁ ପ୍ରତିହତ କରିବା ପାଇଁ ଅସମର୍ଥ ହୁଅନ୍ତି ଓ ଅଧର୍ମର କରାଳ ମୁଖବ୍ୟାଦାନରେ କବଳିତ ସାଧାରଣ ମନୁଷ୍ୟ ଆର୍ ସ୍ବରରେ ତ୍ରାହି ତ୍ରାହି ଚିକôାର କରନ୍ତି ସେତେବେଳେ ପରମାତ୍ମା ଅଧର୍ମର (କଳିଯୁଗୀୟ ତମୋପ୍ରଧାନ ଆସୁରୀ ବୃି) ବିନାଶ ଓ ସତ୍ୟ ସନାତନ ଧର୍ମର (ସତ୍ୟଯୁଗୀୟ ସ୍ୱପ୍ରଧାନ ଦୈବୀ ବୃି) ପୁର୍ନସ୍ଥାପନା ପାଇଁ ମନୁଷ୍ୟ ଶରୀର ମାଧ୍ୟମରେ ଅବତୀର୍ଣ୍ଣ ହୋଇ (ମନୁଷୀ ତନୁମାଶ୍ରିତଂ) ଗୀତାଜ୍ଞାନ ପ୍ରଦାନ କରନ୍ତି । ତେଣୁ ଗୀତା ହେଉଛି ଈଶ୍ୱରୀୟ ଜ୍ଞାନର ସାର ସଂଗ୍ରହ । ପରମାତ୍ମା ସର୍ବମାନ୍ୟ, ସର୍ବଜ୍ଞ, ସର୍ବ ଶକ୍ତିମାନ ଓ ଶାଶ୍ୱତ ଧର୍ମଗୋପ୍ତା ହୋଇଥିବାରୁ ତାଙ୍କ ପ୍ରଦ ଈଶ୍ୱରୀୟ ଜ୍ଞାନ ସମସ୍ତ ବାଦ ବିବାଦର ଉଦ୍ଧ୍ୱର୍ରେ । ପରମାତ୍ମା କୌଣସି ନିର୍ଦ୍ଧିଷ୍ଟ ଧାର୍ମିକ ସଂପ୍ରଦାୟ ଦ୍ୱାରା ପ୍ରଣୀତ ବା ସ୍ବୀକୃତ ଧର୍ମପୁସ୍ତକରେ ଥିବା ଜ୍ଞାନ ପ୍ର·ର କରନ୍ତି ନାହିଁ । ବର୍ମାନ ଉପଲବ୍ଧ ଗୀତାର କେତେକ ଶ୍ଳୋକ ଓ ଗୀତାର ଅଧିକାଂଶ ଭାଷ୍ୟ ବୈଦାନ୍ତିକ ଦର୍ଶନ ଦ୍ୱାରା ପ୍ରଭାବିତ । ଏହା ନିବୃି ମାର୍ଗର (କର୍ମ ସନ୍ୟାସ) ସମର୍ଥକ । କିନ୍ତୁ ଗୀତାର ଉପଦେଶ ସମ୍ପୂର୍ଣ୍ଣ ପ୍ରବୃି ମୂଳକ (କର୍ମଯୋଗ) । ତେଣୁ ଗୀତାରେ ଥିବା ଚିରନ୍ତନ ଈଶ୍ୱରୀୟ ମତକୁ (ଶ୍ରୀମତ) ମନୁଷ୍ୟକୃତ ବୈଦାନ୍ତିକ ମତବାଦର ଅପମିଶ୍ରଣରୁ ପୃଥକ କରି ଅଧ୍ୟୟନ କରିବାକୁ ହେବ । କାରଣ ବେଦ ଓ ସ୍ମୃତି ଶାସ୍ତ୍ରଗୁଡିକ ମଧ୍ୟରେ ପରସ୍ପର ବିରୋଧୀ ମତ ରହିଛି । ଋଷି ମୁନି ବା ବିଭିନ୍ନ ଧର୍ମା·ର୍ଯ୍ୟମାନଙ୍କ ମତଗୁଡିକ ମଧ୍ୟ ପରସ୍ପର ବିରୋଧୀ । ସଂସାରରେ ଏପରି କୌଣସି ମୁନି ବା ଧର୍ମା·ର୍ଯ୍ୟ ନାହାନ୍ତି ଯାହାଙ୍କ ମତକୁ ପ୍ରମାଣ ବୋଲି ଗ୍ରହଣ କରାଯାଇଛି । ଧର୍ମର ତ୍ୱ ଅତ୍ୟନ୍ତ ଗହନ । ସୁତରଂ ମହାଜନମାନଙ୍କ (ଅର୍ଥାତ୍ ଯେଉଁମାନେ ସାକ୍ଷାତ ଈଶ୍ୱରଙ୍କ କଥିତ ମାର୍ଗ ଅନୁସରଣ କରି ତାଙ୍କୁ ପ୍ରାପ୍ତ ହୋଇଛନ୍ତି) ପ୍ରଦର୍ଶିତ ପଥ ଅନୁସରଣ କରିବା ବିଧେୟ । ସ୍ବୟଂ ମହାଭାରତର ପ୍ରଣେତା ମହର୍ଷି ବ୍ୟାସଦେବ କହିଛନ୍ତି –
ତର୍କେଽପ୍ରତିଷ୍ଠଃ ଶ୍ରୁତୟୋଃ ବିଭିନ୍ନାଃ
ନୈକୋ ଋଷିର୍ଯସ୍ୟ ବଚଃ ପ୍ରମାଣଂ
ଧର୍ମସ୍ୟ ତ୍ୱଂ ନିହିତଂ ଗୁହାୟାଂ
ମହାଜନୋ ଯେନ ଗତଃ ସ ପନ୍ଥାଃ ।ା
                             (-ମ.ଭା.ବନ ୩୧୨-୧୧୫-)
ଗୀତା ମଧ୍ୟରେ ଥିବା ଈଶ୍ୱରୀୟ ଜ୍ଞାନକୁ ଆଧାର କରି ଏହାକୁ ମୌଳିକ ଭାବରେ ଉପସ୍ଥାପନ କରିବାର ଏକ କ୍ଷୁଦ୍ର ପ୍ରୟାସ ଏ ଲେଖକ କରିଛି । ଗୀତାକୁ ସମସ୍ତ ମାନବୀୟ ମତବାଦରୁ ଉଦ୍ଧ୍ୱର୍ରେ ରଖି କିପରି ଏହାକୁ ଶୁଦ୍ଧ ଓ ମୌଳିକ ଭାବରେ ଉପସ୍ଥାପନ କରାଯାଇ ପାରିବ ସେ ଦିଗରେ ଯଥାସମ୍ଭବ ସତର୍କତା ଅବଲମ୍ବନ କରାଯାଇଛି । କିନ୍ତୁ ସୀମାହୀନ ଭାବ ସମୁଦ୍ରକୁ ସୀମିତ ଭାଷା ଜ୍ଞାନ ମଧ୍ୟରେ ଆବଦ୍ଧ କରି ରଖିବା ଏକ ଦୁରୂହ ବ୍ୟାପାର । ତେଣୁ ଏହି ପୁସ୍ତକରେ ଥିବା ବିଭିନ୍ନ ଆଧ୍ୟାତ୍ମିକ ବିଷୟର ଭାବ ପ୍ରକାଶରେ କାଠିନ୍ୟ, ଦୁର୍ବୋଧ୍ୟତା, ଅପୂର୍ଣ୍ଣତା, ଅଶୁଦ୍ଧତା ଆଦି ଦୋଷ ରହିଥିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ । କୌଣସି ଧର୍ମା·ର୍ଯ୍ୟଙ୍କ ମତବାଦକୁ ଖଣ୍ଡନ-ମଣ୍ଡନ କରି ସେମାନଙ୍କ ଜ୍ଞାନଗାରିମାକୁ କ୍ଷୁଣ୍ଣ କରିବା ବା ସେମାନଙ୍କ ଅନୁଭବକୁ ମିଥ୍ୟା ପ୍ରମାଣିତ କରିବା ଏ ଲେଖକର ଆଭିମୁଖ୍ୟ ନାହିଁ । ବିଭିନ୍ନ ଭାଷ୍ୟକାର, ବିଦ୍ୱାନ, ଧର୍ମା·ର୍ଯ୍ୟଙ୍କ ମତ ଉଦ୍ଧାର କରି ଗୀତାର ମୌଳିକ ବିଷୟ ବସ୍ତୁ ଉପରେ ଆଲୋକପାତ କରିବା ସମୟରେ ଯଦି ଏହା କାହାରି ଧର୍ମୀୟ ଭାବନାକୁ ଆହତ କରୁଥାଏ ତାହା ଉଦ୍ଧେଶ୍ୟ ପ୍ରଣୋଦିତ ନୁହେଁ । ବିଭିନ୍ନ ଆଧ୍ୟାତ୍ମିକବାଦୀ ଅନୁଷ୍ଠାନ ସହିତ ଲେଖକ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଜଡିତ ଥବାରୁ ସେମାନଙ୍କ ବି·ରଧାରା ସହିତ ପ୍ରଭାବିତ ହୋଇଥିବା ସ୍ବଭାବିକ; କିନ୍ତୁ କୌଣସି ନିର୍ଦ୍ଧିଷ୍ଟ ସଂପ୍ରଦାୟ ବା ଅନୁଷ୍ଠାନର ମତବାଦ ପ୍ର·ର କରିବା ଉଦ୍ଧେଶ୍ୟ ନୁହେଁ । ବିଭିନ୍ନ ଧର୍ମା·ର୍ଯ୍ୟ, ସନ୍ଥ, ବିଦ୍ୱାନ, ଲେଖକ ଓ ଭାଷ୍ୟକାରମାନଙ୍କର ଯେଉଁ ଆଧ୍ୟାତ୍ମିକ ତଥ୍ୟଗୁଡିକ ଲେଖକକୁ ଭଲ ଲାଗିଛି ନିଃସଂକୋଚରେ ସେଗୁଡିକୁ ସେ ଗ୍ରହଣ କରିଛି । ଈଶ୍ୱରୀୟ ଜ୍ଞାନକୁ ବିରୋଧ କରି ନଥିବା ସମସ୍ତ ଆଧ୍ୟାତ୍ମିକ ବିଷୟବସ୍ତୁଗୁଡିକ ମଧ୍ୟରେ ସମନ୍ୱୟ ରକ୍ଷା କରିବାର ପ୍ରଚେଷ୍ଟା କରାଯାଇଛି । ଏଥିରେ ଲେଖକ କେତେ ଦୂର ସଫଳ ହୋଇଛି ତାହା ବିଦ୍ୱାନ ପାଠକଗଣ ବି·ର କରିବେ ।
ପାଠକ ଓ ସାଧକମାନଙ୍କର ଅଧ୍ୟୟନ, ମନନ ଓ ଚିନ୍ତନର ସୁବିଧା ପାଇଁ ଏହି ପୁସ୍ତକକୁ ଦୁଇଟି ଖଣ୍ଡରେ ବିଭକ୍ତ କରାଯାଇଛି । ପ୍ରଥମ ଖଣ୍ଡରେ ଗୀତାଜ୍ଞାନର ଉଦ୍ଧେଶ୍ୟ, ଶ୍ରୀମଦ୍ଭଗବତ ଗୀତାର ଯାଥାର୍ଥ ସ୍ବରୂପ, ମହାଭାରତ ଯୁଦ୍ଧର ଯଥାର୍ଥର୍ ସ୍ବରୂପ ଓ ଗୀତା ପ୍ରକାରଣର ପୁନରାବୃି, ଗୀତାର ଦାର୍ଶନିକ ତ୍ୱ, ଆତ୍ମା ୍ୱ, ପରମାତ୍ମା ତ୍ୱ ଓ ରାଜଯୋଗ-ଏହିପରି ସାତଗୋଟି ପ୍ରବନ୍ଧ ସାତଟି ଅଧ୍ୟାୟ ରୂପେ ସ୍ଥାନ ପାଇଛି । ଏହାର ଗହନ ଅଧ୍ୟୟନ ଦ୍ୱାରା ଦ୍ୱିତୀୟ ଖଣ୍ଡରେ ଗୀତାର ଅଠରଗୋଟି ଅଧ୍ୟାୟସ୍ଥ ଯୋଗ ବିଷୟରେ ଲେଖକକୃତ ବ୍ୟାଖ୍ୟାଗୁଡିକ ସ୍ପଷ୍ଟ ଭାବରେ ବୁଝିବା ପାଇଁ ସହଜ ହେବ । ନିମ୍ନରେ ଉଭୟ ଖଣ୍ଡରେ ଥିବା ବିଷୟ ବସ୍ତୁ ଉପରେ ସଂକ୍ଷିପ୍ତ ଟୀପ୍ପଣୀ ଦିଆଯାଇଛି ।
ପ୍ରଥମ ଖଣ୍ଡ
ପ୍ରଥମ ଅଧ୍ୟାୟ : ଗୀତାଜ୍ଞାନର ଉଦ୍ଧେଶ୍ୟ
ପ୍ରତ୍ୟେକ ପାଠ୍ୟକ୍ରମର ନିର୍ଦ୍ଧିଷ୍ଟ ଲକ୍ଷ୍ୟ ଥାଏ । ଡାକ୍ତର, ଇଞ୍ଜିନିୟର ବା ଶିକ୍ଷକ ହେବାକୁ ଲକ୍ଷ୍ୟ ରଖିଥିବା ବ୍ୟକ୍ତି ତତ୍ ସମ୍ପର୍କିତ ପାଠ୍ୟକ୍ରମ ଅନୁସରଣ କରେ । ଗୀତା ହେଉଛି ସାକ୍ଷାତ ପରମାତ୍ମାଙ୍କ ପ୍ରଦ ଆଧ୍ୟାତ୍ମିକ ପାଠ୍ୟକ୍ରମ । ତେଣୁ ତାହାର ଉଦ୍ଧେଶ୍ୟ ବିଷୟରେ ସମ୍ୟକ ଅବହିତ ନ ହେବା ପର୍ଯ୍ୟନ୍ତ ବ୍ୟବହାରିକ ଜୀବନରେ ଗୀତାଜ୍ଞାନକୁ ପ୍ରୟୋଗ କରିବା ସହଜସାଧ୍ୟ ନୁହେଁ । ତେଣୁ ଗୀତାର ପାଠକ ନିଜକୁ ଈଶ୍ୱରୀୟ ଜ୍ଞନର ଛାତ୍ର ରୂପେ ମନେ କରି ତାହାର ଉଦ୍ଧେଶ୍ୟ ବିଷୟରେ ପ୍ରଥମେ ଅବହିତ ହେବା ଏକାନ୍ତ ଆବଶ୍ୟକ । ତେଣୁ ପୁସ୍ତକର ସର୍ବାଗ୍ରେ ସେହି ବିଷୟରେ ଆଲୋଚନା କରାଯାଇଛି ।
ଦ୍ୱିତୀୟ ଅଧ୍ୟାୟ : ଶ୍ରୀମଦ୍ ଭଗବତ୍ ଗୀତାର ଯଥାର୍ଥ ସ୍ବର୍ୱପ
ବିଭିନ୍ନ ସମୟରେ ବିଭିନ୍ନ ଗ୍ରନ୍ଥାକାରଙ୍କ ହସ୍ତକ୍ଷେପ ଫଳରେ ଅନ୍ୟାନ୍ୟ ପୁରାଣ ଶାସ୍ତ୍ର ପରି ଗୀତା ମଧ୍ୟ ତା’ର ଆଦିମ ସ୍ବରୂପ ହରାଇଛି । ଏହା ଉପରେ ଅନେକ ଗବେଷଣା ହୋଇଛି; ଅନେକ ପ୍ରଶ୍ନ ଉାପନ ହୋଇଛି । ଏହି ଅଧ୍ୟାୟରେ ସେହି ବିଷୟଗୁଡିକ ଉପରେ ସବିସ୍ତାର ଆଲୋଚନା କରାଯାଇଛି ।
ତୃତୀୟ ଅଧ୍ୟାୟ : ମହାଭାରତ ଯୁଦ୍ଧର ଯଥାର୍ଥ ସ୍ବରୂପ ଓ ଗୀତା ପ୍ରକରଣର ପୁନାରାବୃି
ମହାଭାରତ ଯୁଦ୍ଧର ଐତିହାସିକତା ସମ୍ବନ୍ଧରେ ବିଭିନ୍ନ ବିଦ୍ୱାନଙ୍କ ମଧ୍ୟରେ ମତଭେଦ ଦେଖାଯାଏ । ମହାଭାରତ ଗ୍ରନ୍ଥର ବିଷୟବସ୍ତୁ ପାଠକଲେ ଏବଂ ତାହାର ରଚନା ଶୈଳୀକୁ ଅନୁଶୀଳନ କଲେ ଆମେ ଜାଣିପାରିବା ଯେ ତାହା ଏକ ମହାକାବ୍ୟ; ଐତିହାସିକ ଗ୍ରନ୍ଥ ନୁହେଁ । ନିଷ୍ପକ୍ଷ ଭାବରେ ଏହି ଗ୍ରନ୍ଥ ଅଧ୍ୟୟନ କଲେ ମନରେ କେତେକ ପ୍ରଶ୍ନ ଉପôନ୍ନ ହୁଏ । ସେଗୁଡିକ ମଧ୍ୟରୁ କେତୋଟି ମୁଖ୍ୟ ପ୍ରଶ୍ନ ହେଲା; କୁରୁକ୍ଷେତ୍ର ପଡିଆର ସୀମିତ କ୍ଷେତ୍ରଫଳ ମଧ୍ୟରେ ୧୮ ଅକ୍ଷୌହିଣୀ ବିଶିଷ୍ଟ ବିଶାଳ ସେନା ବାହିନୀର ସମାଗମ କ’ଣ ସମ୍ଭବ ଥିଲା ? ପ୍ରକୃତରେ ଯଦି ଏପରି ଏକ ଯୁଦ୍ଧ ହୋଇଥିଲା ତେବେ ତାହା କେବେ ଓ କିପରି ହୋଇଥିଲା ? ଏକ ରାଜ ପରିବାର ମଧ୍ୟରେ ଉପୁଜି ଥିବା କଳହରୁ ଯେଉଁ ରକ୍ତ ରଞ୍ଜିତ ମହାବିନାଶକାରୀ ଭୟଙ୍କର ଯୁଦ୍ଧର ସୂତ୍ରପାତ  ହୋଇଥିଲା, ସେଥିରେ କ’ଣ ଭଗବାନ ପ୍ରକୃତରେ ଅର୍ଜୁନଙ୍କ ସାରଥି ରୂପରେ ଯୋଗଦେଇ ଅଂଶଗ୍ରହଣ କରିଥିଲେ ? ଅର୍ଜୁନଙ୍କୁ ଯୁଦ୍ଧ ପାଇଁ ପ୍ରେରଣା ଦେବା କ’ଣ ଗୀତା ଜ୍ଞାନର ଉଦ୍ଧେଶ୍ୟ ଥିଲା ? ସାଂପ୍ରତିକ ବିଶ୍ୱର ପରିସ୍ଥିତି ସହ ମହାଭାରତରେ ବର୍ଣ୍ଣିତ ତତ୍କାଳୀନ ସମାଜର ସାମାଜିକ, ରାଜନୈତିକ, ଅର୍ଥନୈତିକ ଓ ଧାର୍ମିକ ଅବସ୍ଥା ଅବିକଳ ମେଳ ଖାଉଛି । ପରମାତ୍ମା ମଧ୍ୟ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇ ପ୍ରଜାପିତା ବ୍ରହ୍ମାଙ୍କ ମାଧ୍ୟମରେ ଗୀତାଜ୍ଞାନ ଶୁଣାଉଛନ୍ତି । ଏହି ଅଧ୍ୟାୟରେ ଉପର୍ଯୁ୍ୟକ୍ତ ପ୍ରଶ୍ନଗୁଡିକର ଆଲୋଚନା କରାଯିବା ସହିତ ମହାଭାରତ ଓ ଗୀତା ପ୍ରକରଣର ପୁନରାବୃି ସିଦ୍ଧାନ୍ତକୁ ଦୃଷ୍ଟାନ୍ତ ସହିତ ପ୍ରମାଣ କରିବାକୁ ଚେଷ୍ଟା କରାଯାଇଛି ।
ଚତୁର୍ଥ ଅଧ୍ୟାୟ : ଗୀତାର ଦାର୍ଶନିକ ତ୍ୱ
ବିଭିନ୍ନ ଧର୍ମା·ର୍ଯ୍ୟଗଣ ନିଜ ନିଜ ମତବାଦକୁ ଗୀତା ସମର୍ଥିତ ବୋଲି ପ୍ରମାଣ କରିବା ପାଇଁ ଭାଷ୍ୟ ରଚନା କରିଥିବାରୁ ସେମାନଙ୍କ ମଧ୍ୟରେ ମତଭିନ୍ନତା ଦେଖାଯିବା ସ୍ବଭାବିକ । ଗୀତାରେ ଥିବା ଈଶ୍ୱରୀୟ ଦର୍ଶନ ମନୁଷ୍ୟକୃତ ବାଦବିବାଦରୁ ଉଦ୍ଧ୍ୱର୍ରେ । ପରସ୍ପର ବିରୋଧୀ ମତବାଦ ଦ୍ୱାରା ମନୁଷ୍ୟର ବୁଦ୍ଧି ବିଭ୍ରାନ୍ତ ହୋଇପଡେ । ସେ କେଉଁଟିକୁ ସତ୍ୟ ବୋଲି ଗ୍ରହଣ କରିବ ବୁଝି ନ ପାରି କିଂକର୍ବ୍ୟ ବିମୂଢ଼ ହୋଇ ପଡେ । ଗୀତାରେ ଥିବା ଦାର୍ଶନିକ ତ୍ୱ ବିଷୟରେ ସମ୍ୟକ ଅବବୋଧ ବ୍ୟତୀତ ମନୁଷ୍ୟ ସଠିକ ମାର୍ଗରେ ଅଗ୍ରସର ହୋଇପାରେ ନାହିଁ । ଏହି ଅଧ୍ୟାୟରେ ଯଥା ସମ୍ଭବ ତଦ୍ ସଂପର୍କିତ ଆଲୋଚନା କରାଯାଇଛି ।
ପମ ଅଧ୍ୟାୟ : ଆତ୍ମା ତ୍ୱ
ସମଗ୍ର ଗୀତାରେ ବିକ୍ଷିପ୍ତ ଆତ୍ମା ବିଷୟକ ଅନେକ କଥା କୁହାଯାଇଛି । ସେଗୁଡିକୁ ସଂଗ୍ରହ କରି ଏଠାରେ ଏକତ୍ର ପରିବେଷଣ କରାଯାଇଛି । ଏହାଦ୍ୱାରା ଈଶ୍ୱରୀୟ ଜ୍ଞାନ (ଗୀତାଜ୍ଞାନ) ପାଠର ପ୍ରଥମ ପାହାଚ ଆତ୍ମ ତ୍ୱ ବିଷୟରେ ଅନେକ ତଥ୍ୟ ପାଠକମାନେ ଧାରାବାହିକ ଭାବରେ ପ୍ରାପ୍ତ ହୋଇପାରିବେ । ଏଥିରେ ଆତ୍ମା ବିଷୟରେ ଥିବା ବିଭିନ୍ନ ମତ ମତାନ୍ତର ଉପରେ ଆଲୋଚନା ପୂର୍ବକ ତତ୍ ସମ୍ବନ୍ଧିତ ଗୀତାର ଦୃଷ୍ଟିକୋଣ ଆବଶ୍ୟକ ଶ୍ଳୋକ ସହ ଉପସ୍ଥାପନ କରାଯାଇଛି ।
ଷଷ୍ଠ ଅଧ୍ୟାୟ : ପରମାତ୍ମା ତ୍ୱ
ଶ୍ର୍ୀମଦ୍ ଭଗବଦ୍ଗୀତା ଏକ ଯୋଗ ଶାସ୍ତ୍ର । ଆତ୍ମା ଓ ପରମାତ୍ମାଙ୍କ ମିଳନକୁ ଯୋଗ କୁହାଯାଏ । ତେଣୁ ଉଭୟ ବିଷୟରେ ସଠିକ ଜ୍ଞାନ ଆହରଣ କରିବା ଯୋଗାଭ୍ୟାସୀ ବ୍ୟକ୍ତି ପାଇଁ ଏକାନ୍ତ ଆବଶ୍ୟକ । ପୂର୍ବ ଅଧ୍ୟାୟରେ ଯୋଗର ପ୍ରଥମ ସୋପାନ  । ଆତ୍ମା ତ୍ୱ ବିଷୟରେ ବର୍ଣ୍ଣନା କରି ସାରିଲା ପରେ ଦ୍ୱିତୀୟ ସୋପାନ ପରମାତ୍ମା ତ୍ୱ ଉପରେ ଆଲୋଚନା କରିବା ଅତ୍ୟନ୍ତ ଆବଶ୍ୟକ ମନେ ହୁଏ । ତେଣୁ ଗୀତାରେ ବିଭିନ୍ନ ଅଧ୍ୟାୟରେ ବିଭିନ୍ନ ଶ୍ଳୋକରେ ପରମାତ୍ମା ବିଷୟକ ଶ୍ଳୋକ ବା ଶ୍ଳୋକାଂଶଗୁଡିକୁ ଏହି ଅଧ୍ୟାୟରେ ଏକତ୍ର ସଂକଳନ କରି ଆଲୋଚନା କରାଯାଇଛି । ଏତଦ୍ବ୍ୟତୀତ ପରମାତ୍ମା ତ୍ୱ ବିଷୟରେ ଥିବା ବିଭିନ୍ନ ମତବାଦରୂପୀ ଅଜ୍ଞାନ ଅନ୍ଧକାରକୁ ଗୀତାଜ୍ଞାନାଲୋକ ଦ୍ୱାରା ଏଠାରେ ଦୂର କରିବାର ଯଥା ସାଧ୍ୟ ପ୍ରୟାସ କରାଯାଇଛି ।
ସପ୍ତମ ଅଧ୍ୟାୟ : ରାଜଯୋଗ
ଆତ୍ମା ଓ ପରମାତ୍ମା ବିଷୟକ ସୋପାନ ଦ୍ୱୟ ଅତିକ୍ରମ କଲାପରେ ଯୋଗାଭ୍ୟାସୀ ବ୍ୟକ୍ତି ତୃତୀୟ ସୋପାନରେ ଅବତୀର୍ଣ୍ଣ ହୁଏ  । ଏହା ହିଁ ଯୋଗ । ବିଭିନ୍ନ ଯୋଗମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇଥିବାରୁ ପରମାତ୍ମା ଏହାକୁ ‘ରାଜଯୋଗ’ ବୋଲି ଅଭିହିତ କରିଛନ୍ତି । କେଉଁ ଜ୍ଞାନ ଆହରଣ ଓ କେଉଁ ବିଧି ନିଷେଧଗୁଡିକର ପାଳନ କଲେ ମନୁଷ୍ୟ ଇହ ଜନ୍ମରେ ସାକ୍ଷାତ ପରମାତ୍ମାନୁଭୂତି ଲାଭ କରିପାରିବ ସେ ବିଷୟରେ ଗୀତାର ବିଭିନ୍ନ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି । ପରମାତ୍ମାଙ୍କ କଥିତ ତତ୍ ସମ୍ବନ୍ଧୀୟ ଶ୍ଳୋକ ଓ ଶ୍ଳୋକାଂଶଗୁଡିକୁ ଏକତ୍ର କରି ଆଲୋଚ୍ୟ ‘ରାଜଯୋଗ’ ଶୀର୍ଷକ ଅଧ୍ୟାୟରେ ସବିସ୍ତାର ବର୍ଣ୍ଣନା କରାଯାଇଛି ।
ମୋହଗ୍ରସ୍ତ, କର୍ବ୍ୟ ବିମୁଖ ଅର୍ଜୁନଙ୍କୁ ମହାଭାରତ ଯୁଦ୍ଧରେ ପ୍ରବୃ କରାଇବା ଉଦ୍ଧେଶ୍ୟରେ ଶ୍ରୀକୃଷ୍ଣ ସମର ଭୂଇଁରେ ଗୀତାଜ୍ଞାନ ଶୁଣାଇଥିଲେ ବୋଲି ଟୀକାକାରମାନେ ବିଶ୍ୱାସ କରି ତଦନୁଯାୟୀ ସେମାନଙ୍କ ଟୀକା ଲେଖିଛନ୍ତି । କିନ୍ତୁ ପରମାତ୍ମା ତତ୍କାଳୀନ ମାନବ ସମାଜକୁ ହିଂସା ପ୍ରଣୋଦିତ କର୍ବ୍ୟ ରୂପକ ଯୁଦ୍ଧ ପାଇଁ ନୁହେଁ, ଯୋଗ ମାର୍ଗରେ ଶତ୍ରୁ ରୂପରେ ବିଘ୍ନ ସୃଷ୍ଟି କରୁଥିବା କାମ କ୍ରୋଧାଦି ମନୋବିକାର ସମୂହ ସହିତ ଯୁଦ୍ଧ କରିବା ନିମି କହିଛନ୍ତି  । ଆବଶ୍ୟକ ଦୃଷ୍ଟାନ୍ତ ସହ ଲେଖକ ଏଠାରେ ତାହା ପ୍ରମାଣ କରିବାକୁ ଚେଷ୍ଟା କରିଛି ।
ଦ୍ୱିତୀୟ ଖଣ୍ଡ
ପ୍ରଥମ ଅଧ୍ୟାୟ : ଅର୍ଜୁନ ବିଷାଦଯୋଗ
ଶଙ୍କରା·ର୍ଯ୍ୟ ଗୀତାପ୍ରକରଣକୁ ମହାଭାରତକାଳୀନ ବୋଲି ସ୍ବୀକାର କରିଥିଲେ ମଧ୍ୟ ‘ଅର୍ଜୁନ ବିଷାଦଯୋଗ’ ଉପରେ ସେ ଟୀକା ଲେଖି ନାହାଁନ୍ତି । ଏଥିରୁ ଜଣା ପଡେ ଯେ ତାଙ୍କ ସମୟରେ ଉପଲବ୍ଧ ଗୀତାରେ ଏହି ଅଧ୍ୟାୟ ନ ଥିଲା ବା ସେ ଏହାକୁ କ୍ଷେପକ ମନେ କରି ଏଡାଇ ଯାଇଛନ୍ତି । ପ୍ରଥମ ଖଣ୍ଡରେ ଗୀତା, ମହାଭାରତର ଅଂଶ ବିଶେଷ ନୁହେଁ ବୋଲି ପ୍ରମାଣ କରାଯାଇଛି । ତେଣୁ ଏଠାରେ କୌଣସି ଆଲୋଚନାର ଆବଶ୍ୟକତା ନ ଥିଲା । କିନ୍ତୁ ବିଷାଦଯୋଗ ପ୍ରଚ୍ଛଦରେ ଥିବା ଆଧ୍ୟାତ୍ମିକ ରହସ୍ୟକୁ ଉଦ୍ଘାଟନ କରି ନଥିଲେ ଗୀତାର ଅଠରଗୋଟି ଯୋଗ ସମ୍ପୂର୍ଣ୍ଣ ହୋଇ ନ ଥାନ୍ତା ଓ ପୁସ୍ତକଟି ଅସମ୍ପୂର୍ଣ୍ଣ ରହିଯାଇଥା’ନ୍ତା । ଗୀତାରେ ବିଷାଦ ମଧ୍ୟ ଏକ ଯୋଗ । ସଂସାରରେ ଧର୍ମଗ୍ଳାନି ହେଲେ ସମଗ୍ର ମାନବ ସମାଜ ବିଷାଦଗ୍ରସ୍ତ ହୋଇ ପଡନ୍ତି । ଏହିପରି ଏକ ଘଡିସନ୍ଧି ମୁହୂର୍ରେ ପରମାତ୍ମା ଧରାବତରଣ କରି ଗୀତାଜ୍ଞାନ ଶୁଣାଇଥାନ୍ତି । ବିଷାଦରୁ ଗୀତାଜ୍ଞାନର ସୂତ୍ରପାତ ହୋଇଥିବାରୁ ଏହା ହେଉଛି ଗୀତାର ଆଧାର । ତେଣୁ ଏହି ଅଧ୍ୟାୟରେ ଅର୍ଜୁନଙ୍କ ବିଷାଦକୁ ସମଗ୍ର ମାନବ ଜାତିର ବିଷାଦର ଦ୍ୟୋତକ ରୂପେ ବର୍ଣ୍ଣନା କରାଯାଇଛି ।
ଏହି ଭୂମିକା ଲେଖିଲାବେଳେ ବିଷାଦଯୋଗ ସନ୍ଦର୍ଭରେ ଲେଖକ ମନରେ କିଛି ନୂଆ ଭାବ ସୃଷ୍ଟି ହେଲା । ତେଣୁ ତାକୁ ଏହି ଅଧ୍ୟାୟରେ “ଅର୍ଜୁନ ବିଷାଦଯୋଗ” (ଦୁଇ) ରୂପେ ସଂଯୋଗ କରାଯାଇଛି । ଏଥିରେ ଅର୍ଜୁନ ବିଷାଦଯୋଗ ସମ୍ବନ୍ଧରେ କେତେକ ବିଦ୍ୱାନଙ୍କ ମତ, ଈଶ୍ୱରୀୟ ଦୃଷ୍ଟିକୋଣ ଓ ଗୀତାରେ ବର୍ଣ୍ଣିତ ନାମଗୁଡ଼ିକର ଗୁଣବାଚକ ଅର୍ଥ ଉପରେ ବି·ର କରାଯାଇଛି ।
ଦ୍ୱିତୀୟ ଅଧ୍ୟାୟ : ସାଂଖ୍ୟଯୋଗ
ଅଧିକାଂଶ ଭାଷ୍ୟକାର ଶଙ୍କରଙ୍କ ମାୟାବାଦକୁ ଅନୁସରଣ କରି ଗୀତାର ଟୀକା ଲେଖିଛନ୍ତି । କିନ୍ତୁ ଲେଖକ ଏହି ଅଧ୍ୟାୟରେ ତାକୁ ସପ୍ରମାଣ ଖଣ୍ଡନ କରିବାର ଧୃଷ୍ଟତା କରିଛି । ମାୟାବାଦ ଅନୁସାରେ “ଆତ୍ମା ମାୟାଶକ୍ତିର ଆବରଣ ଯୋଗୁଁ ପରମାତ୍ମାଙ୍କଠାରୁ ବିଚ୍ଛିନ୍ନ ହୋଇଯାଇଛି । ମୁକ୍ତି ପାଇଲା ପରେ ଆତ୍ମା ନିର୍ବିଶେଷ ବ୍ରହ୍ମରେ ଲୀନ ହୋଇ ତା’ର ସ୍ବତନ୍ତ୍ର ସା ହାରାଇଥାଏ । ....... ପରମାତ୍ମାଙ୍କ ପରି ଆତ୍ମା ମଧ୍ୟ ସଂସାର ଓ ଶରୀରରେ ପରିବ୍ୟାପ୍ତ ଓ ପରିପୂର୍ଣ୍ଣ ଇତ୍ୟାଦି ।” କିନ୍ତୁ ଗୀତାରେ ପରମାତ୍ମା ମାୟାବାଦକୁ ସମର୍ଥନ କରିନାହାନ୍ତି ବୋଲି ଲେଖକ ପ୍ରମାଣ କରିଛି । ଏହି ଅଧ୍ୟାୟର ୨୪ଶ ଶ୍ଳୋକରେ ଆତ୍ମାକୁ ସର୍ବଗତ କୁହାଯାଇଛି । ପ୍ରାଚୀନ ଭାଷ୍ୟକାରମାନେ ଏହାର ଆକ୍ଷରିକ ଅର୍ଥ ଗ୍ରହଣକରି ଆତ୍ମାକୁ ସର୍ବବ୍ୟାପୀ କହିଛନ୍ତି । ସେହି ଯୁକ୍ତିକୁ ମଧ୍ୟ ଏଠାରେ ଖଣ୍ଡନ କରାଯାଇଛି ।
ଏହି ଅଧ୍ୟାୟର ୩୧ଶ ଶ୍ଳୋକରୁ ୩୮ଶ ଶ୍ଳୋକ ପର୍ଯ୍ୟନ୍ତ ଆଠଟି ଶ୍ଲୋକରେ ଥିବା କ୍ଷତ୍ରିୟର କର୍ମ ଓ ଧର୍ମ ବିଷୟକ ଆଲୋଚନାକୁ ଅପ୍ରାସଙ୍ଗିକ ଓ ପ୍ରକ୍ଷିପ୍ତ ବୋଲି ଲେଖକ ନିଜ ଅଭିମତ ଦେଇଛି । ଏହି ଅଧ୍ୟାୟରେ ଭାଷ୍ୟକାରଗଣ ବ୍ରହ୍ମକୁ ପରମାତ୍ମା ପର୍ଯ୍ୟାୟବାଚୀ ରୂପେ ସ୍ବୀକାର ପୂର୍ବକ ସମସ୍ତ କର୍ମ ତ୍ୟାଗ କରି ବ୍ରହ୍ମରୂପରେ ସ୍ଥିତ ହୋଇଯିବାକୁ ‘ବ୍ରାହ୍ମୀସ୍ଥିତି’ ବୋଲି ବର୍ଣ୍ଣନା କରିଛନ୍ତି । ଏଠାରେ ଲେଖକ ବ୍ରହ୍ମକୁ ଏକ ସୂଷ୍ମ ପ୍ରକାଶ ତ୍ୱ ଏବଂ ପରମାତ୍ମାଙ୍କୁ ବ୍ରହ୍ମଲୋକ ନିବାସୀ ସର୍ବୋଚ୍ଚ ସା ରୂପେ ଯୁକ୍ତି ସହିତ ଉପସ୍ଥାପନ କରିଛି ।
ଏହି ଅଧ୍ୟାୟରେ ଈଶ୍ୱରୀୟ ଜ୍ଞାନ ଆଧାରିତ ମୁଖ୍ୟ ୫୦ଟି ଶ୍ଳୋକକୁ ଆଲୋଚନାର ଅନ୍ତର୍ଭୁକ୍ତ କରାଯାଇଛି । ଅନ୍ୟଗୁଡିକ କୌଣସି ଆଧ୍ୟାମିôକ ବିଷୟକୁ ସୂଚିତ କରୁ ନ ଥିବାରୁ ବାଦ ଦିଆଯାଇଛି । ଗୀତାରେ ସାଂଖ୍ୟଯୋଗର ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ମୁଖ୍ୟତଃ ୧୨ଟି ଆଧ୍ୟାମିôକ ବିଷୟକୁ କେନ୍ଦ୍ର କରି ଶ୍ଳୋକ କ୍ରମ ଅନୁସାରେ ଆଲୋଚନା କରାଯାଇଛି । ସେଗୁଡିକ ହେଲା, ଆତ୍ମାର ନିତ୍ୟତ୍ୱ ନିରୂପଣ (ଶ୍ଳୋକ-୧୨), ଇନ୍ଦ୍ରିୟ ଓ ବିଷୟ ସମୂହ ସଂଯୋଗର ଅନିତ୍ୱ ନିରୂପଣ (ଶ୍ଳୋ-୧୪-୧୫), ସତ୍-ଅସତ୍ର ନିର୍ଣ୍ଣୟ ଓ ତା’ର ସ୍ବରୂପ (ଶ୍ଳୋ-୧୬-୧୮), ଆତ୍ମାର ସ୍ବରୂପ (ଶ୍ଳୋ-୧୯-୨୫), ଶରୀର ଅନିତ୍ୟ, ଶୋକ ଅନୁଚିତ (ଶ୍ଳୋ ୨୬-୩୦), ନିଷ୍କାମ କର୍ମଯୋଗ ଓ ତା’ର ମହ୍ୱ (ଶ୍ଳୋକ୩୯-୪୦), ସକାମୀ (କର୍ମକାଣ୍ଡୀ) ପୁରୁଷମାନଙ୍କ ସ୍ବଭାବ (ଶ୍ଳୋ ୪୨-୪୪), ନିଷ୍କାମ କର୍ମଯୋଗୀ ଓ ଆତ୍ମ ପରାୟଣ ହୁଅ (ଶ୍ଳୋ ୪୫-୫୦), ଈଶ୍ୱରୀୟ ସ୍ମୃତିଯୁକ୍ତ କର୍ମହିଁ ଯୋଗ ଅଟେ (ଶ୍ଳୋ ୫୧-୫୩), ସ୍ଥିତପ୍ରଜ୍ଞର ଲକ୍ଷଣ ଓ ଈଶ୍ୱର ପରାୟଣତା (ଶ୍ଳୋ ୫୫-୬୧), ବିଷୟ ଚିନ୍ତନହିଁ ଅଧୋଃପତନର କାରଣ (ଶ୍ଳୋ୬୨-୭୦), ବ୍ରାହ୍ମୀ ସ୍ଥିତି (ଶ୍ଳୋ ୭୧-୭୨) ।
ପାଠକମାନଙ୍କୁ ଅତି ସଂକ୍ଷେପରେ ସାଂଖ୍ୟଯୋଗ ଉପରେ ଧାରଣା ଦେବାକୁ ଏହି ଅଧ୍ୟାୟର ସାରାଂଶ ସ୍ବରୂପ ଏକ ପରିଶିଷ୍ଟ ବ୍ୟାଖ୍ୟା ଯୋଗ କରାଯାଇଅଛି ।
ତୃତୀୟ ଅଧ୍ୟାୟ : କର୍ମଯୋଗ
କେତେକ ଭାଷ୍ୟକାର ଗୀତାର କର୍ମଯୋଗକୁ ପ୍ରାଚୀନ ସାଂଖ୍ୟମତ ଅନୁସାରେ ଭାଷ୍ୟ ଲେଖିଛନ୍ତି । ପ୍ରାଚୀନ ସାଂଖ୍ୟବାଦୀମାନେ କେବଳ ଜ୍ଞାନକୁ ମୋକ୍ଷ ପ୍ରାପ୍ତିର ଏକମାତ୍ର ମାଧ୍ୟମ ବା ମାର୍ଗ ବୋଲି ମନେକରି କର୍ମ ସନ୍ନ୍ୟାସର ସମର୍ଥନ କରନ୍ତି । କିନ୍ତୁ ଗୀତାରେ ଜ୍ଞାନର ଉଦ୍ଧେଶ୍ୟ କର୍ମ ବିମୁଖତା ନୁହେଁ ବୋଲି ଲେଖକ ଏହି ଅଧ୍ୟାୟରେ ପ୍ରତିପାଦନ କରିବାକୁ ପ୍ରୟାସ କରିଛି । ଏହି ଅଧ୍ୟାୟରେ ଥିବା ଯଜ୍ଞ, ବ୍ରହ୍ମ, ଇନ୍ଦ୍ର, ବ୍ରହ୍ମା ଆଦି ଶବ୍ଦର ଅର୍ଥକୁ ପ୍ରାଚୀନ ଟୀକାକାରଗଣ ପୌରାଣିକ ଦୃଷ୍ଟିକୋଣରୁ ଆଲୋଚନା କରିଛନ୍ତି । କିନ୍ତୁ ସାକ୍ଷାତ ପରମାତ୍ମାଙ୍କ ଦୃଷ୍ଟିରେ ଏହାର ଅର୍ଥ କ’ଣ  ତାହା ଉପରେ ଲେଖକ ଆଲୋକପାତ କରିଛି ।
ଏହି ଅଧ୍ୟାୟରେ ସାଂଖ୍ୟଯୋଗ ଓ କର୍ମଯୋଗକୁ ପରସ୍ପର ପରିପୂରକ ବୋଲି ଆଲୋଚନା କରାଯାଇଛି । କର୍ମକୁ ଯୋଗରେ କିପରି ରୂପାନ୍ତର କରାଯାଇପାରିବ ତହା ପ୍ରତିପାଦନ କରିବା ପାଇଁ ମୋଟ ୪୦ଟି ଶ୍ଳୋକକୁ ଚୟନ କରାଯାଇ କ୍ରମାନୁସାରେ ଛଅଟି ଶୀର୍ଷକ ଉପରେ ବ୍ୟାଖ୍ୟା କରାଯାଇଅଛି  । ସେଗୁଡିକ ହେଲା – ସନ୍ନ୍ୟାସ ଅପେକ୍ଷା କର୍ମଯୋଗ ହିଁ ଶ୍ରେଷ୍ଠ (ଶ୍ଳେ ୩-୮), ଯଜ୍ଞ ଓ କର୍ମଚକ୍ର (ଶ୍ଳୋକ-୧୬), ନିଃସ୍ବାର୍ଥ ଓ ନିଃଷ୍କାମ ଭାବରେ ଲୋକ ସଂଗ୍ରହାର୍ଥେ କର୍ମ କରିବା (ଶ୍ଳୋ ୧୭-୨୪), ଜ୍ଞାନୀ ଓ ଅଜ୍ଞାନଙ୍କ ମଧ୍ୟରେ ପ୍ରଭେଦ (ଶ୍ଳୋ ୨୫-୩୦) ଇନ୍ଦ୍ରିୟମାନଙ୍କ ଦ୍ୱାରା ବଶୀଭୂତ ନ ହୋଇ ସ୍ବଧର୍ମାନୁସାରେ କର୍ମ କରିବା ଶ୍ରେୟସ୍କର (ଶ୍ଳୋ ୩୩-୩୫) ଓ ପାପର କର୍ା ଓ ତା’ର ବିନାଶର ଉପାୟ (ଶ୍ଳୋ ୩୭-୪୩) ।
ଚତୁର୍ଥ ଅଧ୍ୟାୟ : ଜ୍ଞାନଯୋଗ
ସାଧାରଣତଃ ପାରମ୍ପାରିକ ଭାବେ ବିଶ୍ୱାସ କରାଯାଇ ଆସୁଛି ଯେ ଧର୍ମର ଗ୍ଳାନି ହେଲେ ପରମାତ୍ମା ଅଧର୍ମର ବିନାଶ ଓ ଧର୍ମର ସ୍ଥାପନା ପାଇଁ ଯୁଗେ ଯୁଗେ ଅବତରଣ କରନ୍ତି । ଚର୍ଚ୍ଚିତ ଅଧ୍ୟାୟର ଅଷ୍ଟମ ଶ୍ଳୋକ “ପରିତ୍ରାଣାୟ ସାଧୁନାଂ .......”ର ଦୃଷ୍ଟାନ୍ତ ଦେଇ ଏକଥା ଟୀକାକାରଗଣ ପ୍ରମାଣ କରନ୍ତି । କିନ୍ତୁ ପରମାତ୍ମା ଅବତାର ନୁହଁନ୍ତି, ଅବତରଣ କରନ୍ତି ବୋଲି ଲେଖକ ଯୁକ୍ତି ପୂର୍ବକ ଦର୍ଶାଇଛି । ପରମାତ୍ମାଙ୍କ ଦିବ୍ୟଜନ୍ମ ଓ ଦିବ୍ୟ କର୍ମ ସମ୍ବନ୍ଧରେ ଭ୍ରାନ୍ତ ଧାରଣାହିଁ କର୍ମ ସନ୍ନ୍ୟାସର ଜନ୍ମଦାତା ବୋଲି ଏଠାରେ ଆଲୋଚନା କରାଯାଇଅଛି । ଏହି ଅଧ୍ୟାୟରେ ବର୍ଣ୍ଣିତ ଯଜ୍ଞକୁ କେହି କେହି ବୈଦିକ କର୍ମକାଣ୍ଡୀୟ ଯଜ୍ଞ ରୂପେ ବ୍ୟାଖ୍ୟା କରନ୍ତି । କିନ୍ତୁ ଲେଖକ ଏହାକୁ ଆତ୍ମାର ଆଭ୍ୟନ୍ତରୀଣ କ୍ରିୟା ରୂପେ ପ୍ରତିପାଦନ କରିଛି ।
ଏହି ଅଧ୍ୟାୟରୁ ମୋଟ ୩୮ଟି ଶ୍ଳୋକ ଚୟନ କରି ସେଗୁଡିକୁ ପାଟି ଆଧ୍ୟାତ୍ମିକ ବିଷୟରେ ବିଭକ୍ତ କରାଯାଇଛି । ସେହି ଶୀର୍ଷକଗୁଡ଼ିକର ନାମ ହେଲା : ପରମାତ୍ମାଙ୍କ ଦିବ୍ୟ ଜନ୍ମ ଓ ଦିବ୍ୟ କର୍ମର ରହସ୍ୟ (ଶ୍ଳୋ ୫-୧୦), ପରମାତ୍ମା ପ୍ରାପ୍ତିର ସୁଲଭ ପନ୍ଥା - ନିଷ୍କାମ କର୍ମଯୋଗ (ଶ୍ଳୋ ୧୧-୧୮), ନିଷ୍କାମ କର୍ମଯୋଗୀର ଆଚରଣ (ଶ୍ଳୋ ୧୯-୨୩), ଭିନ୍ନ ଭିନ୍ନ ଯଜ୍ଞର ଆଧ୍ୟାମିôକ ସ୍ବରୂପ (ଶ୍ଳୋ ୨୪-୩୩), ଓ ଈଶ୍ୱରୀୟ ଜ୍ଞାନର ଉପାଦେୟତା (ଶ୍ଳୋ୩୪-୪୨) ।
ପମ ଅଧ୍ୟାୟ : କର୍ମ ସନ୍ୟାସ ଯୋଗ
ସ୍ବୟଂକୁ ବ୍ରହ୍ମ ମନେ କରିବା ଓ ବ୍ରହ୍ମରେ ଲୀନ ହୋଇଯିବାକୁ ନିର୍ବାଣ ବା ମୋକ୍ଷ ବୋଲି ବୈଦାନ୍ତିକ ଦର୍ଶନ କହେ । କିନ୍ତୁ ଏହା ଗୀତା ସମର୍ଥିତ ନୁହେଁ ବୋଲି ଲେଖକ ଏହି ଅଧ୍ୟାୟରେ ନିଜର ସ୍ବତନ୍ତ୍ର ବି·ର ପ୍ରକଟ କରିଛି । ସ୍ବକୀୟ ସ୍ବତନ୍ତ୍ର ବୋଧଜ୍ଞାନ ଆଧାରରେ କର୍ମସନ୍ନ୍ୟାସ ଯୋଗରେ ପ୍ରତିପାଦିତ ବିଷୟ ବସ୍ତୁକୁ ବ୍ୟାଖ୍ୟା କରିବାକୁ ଯାଇ ଲେଖକ ଏଥିରୁ ମୋଟ ୨୮ଟି ଶ୍ଳୋକ ଗ୍ରହଣ କରି ·ରୋଟି ଆଧ୍ୟାତ୍ମିକ ବିଷୟରେ ବିଭକ୍ତ କରିଛି । ସେଗୁଡ଼ିକ ହେଲା : ସନ୍ନ୍ୟାସ  ଓ କର୍ମଯୋଗ ମଧ୍ୟରେ କିଏ ଶ୍ରେଷ୍ଠ ? (ଶ୍ଳୋ ୨-୬), କର୍ମଯୋଗୀର ବିଶେଷତା (ଶ୍ଳୋ ୭-୧୩), ପରମାତ୍ମା ପାପ ବା ପୁଣ୍ୟର କର୍ା ନୁହନ୍ତି (ଶ୍ଳୋ ୧୪-୧୭) ଏବଂ ଜ୍ଞାନୀ ଓ ଯୋଗୀର ସ୍ବଭାବ ଓ ଲକ୍ଷଣ (ଶ୍ଳୋ ୧୮-୧୯) ।
ଷଷ୍ଠ ଅଧ୍ୟାୟ : ଅଭ୍ୟାସ (ଧ୍ୟାନ) ଯୋଗ
ଉପନିଷଦ ଓ ବେଦାନ୍ତରେ କର୍ମକୁ ଜ୍ଞାନର ଅନ୍ତରାୟ ମନେକରି କର୍ମ ସନ୍ନ୍ୟାସ ଉପରେ ପ୍ରାଧାନ୍ୟ ଦିଆଯାଇଛି । କିନ୍ତୁ ଗୀତାର ମୌଳିକ ଜ୍ଞାନର ସୂଷ୍ମ ପ୍ରଣିଧାନ କଲେ ଜଣାଯାଏ ଯେ ଜ୍ଞାନ ହେଉଛି କର୍ମର ଭିି । ଈଶ୍ୱରୀୟ ପ୍ରେମ ଓ ଭକ୍ତି ହେଉଛିିଁ ସମସ୍ତ ଯୋଗର ପରିଣତି । ଆଭ୍ୟନ୍ତରୀଣ ତ୍ୟାଗ ହିଁ ପ୍ରକୃତ ସନ୍ନ୍ୟାସ, ବାହ୍ୟତ୍ୟାଗ ନୁହେଁ । ଆଭ୍ୟନ୍ତରୀଣ ଆତ୍ମ ଶକ୍ତି ଦ୍ୱାରା କାମ କ୍ରୋଧକୁ ଜୟ କରିବାକୁ ହେବ । ଏହା ହେଉଛି ସଂଯମର ଯଥାର୍ଥ ରୂପ । ଆଭ୍ୟନ୍ତରୀଣ ତ୍ୟାଗ ଅଭ୍ୟାସ କରି କର୍ମ କରିବାହିଁ ସିଦ୍ଧି ଓ ମୁକ୍ତି ଲାଭର ସହଜ ପନ୍ଥା । ମନ ସ୍ଥିର ଓ ନୀରବ ହେଲେ ଅନ୍ତରସ୍ଥ ଆତ୍ମାକୁ ଅନୁଭବ କରିହୁଏ । ସ୍ବଭାବତଃ ଚଳ ମନକୁ ଶାନ୍ତ କରିବା ସହଜ ନ ହେଲେ ମଧ୍ୟ ଦୃଢ଼ତାର ସହିତ ଅଭ୍ୟାସ କଲେ ଏହା କ୍ରମଶଃ ସଂଯମିତ ଓ ନୀରବ ହୁଏ । ସଂଯମ, ଶ୍ରଦ୍ଧା ଓ ଉପଯୁକ୍ତ ବିଧି ଅନୁସରଣ ପୂର୍ବକ ନିରନ୍ତର ଅଭ୍ୟାସ ହିଁ ସିଦ୍ଧି ପ୍ରଦାନ କରେ । ନିଜସ୍ବ ବି·ର ଶୈଳୀରେ ଉପର୍ଯୁ୍ୟକ୍ତ ବିଷୟଗୁଡିକୁ ପ୍ରାଞ୍ଜଳ ଭାବରେ ଏହି ଅଧ୍ୟାୟରେ ଥିବା ବିଭିନ୍ନ ଶୀର୍ଷକରେ ବୁଝାଇବାକୁ ପ୍ରୟାସ କରାଯାଇଛି ।
ଏହି ଅଧ୍ୟାୟରୁ ମୋଟ ·ଳିଶ ଗୋଟି ଶ୍ଳୋକ ନିର୍ବାଚନ କରି ସେଗୁଡିକୁ ଛ’ଅଟି ଆଧ୍ୟାତ୍ମିକ ବିଷୟରେ ବିଭକ୍ତ କରାଯାଇଛି । ସେଗୁଡିକ ହେଲା : ଯୋଗାରୂଢ଼ ପୁରୁଷ ଓ କର୍ମଯୋଗୀଙ୍କର ଲକ୍ଷଣ (ଶ୍ଳୋ ୧-୯), ଧ୍ୟାନଯୋଗର ଆସନ ଓ ବିଧି (ଶ୍ଳୋ ୧୦-୧୭), ଧ୍ୟାନଯୋଗର ସାଧନ ଓ ସିଦ୍ଧି (ଶ୍ଳୋ ୧୮-୨୬), ଧ୍ୟାନଯୋଗୀମାନଙ୍କର ଅନୁଭବ (ଶ୍ଳୋ ୨୭-୩୨), ମନ ନିଗ୍ରହର କୌଶଳ (ଶ୍ଳୋ ୩୫-୩୬) ଓ ଯୋଗଭ୍ରଷ୍ଟର ଗତି (ଶ୍ଳୋ ୪୦-୪୫) ।
ସପ୍ତମ ଅଧ୍ୟାୟ : ଜ୍ଞାନ - ବିଜ୍ଞାନଯୋଗ
ବୈଦାନ୍ତିକ ଦର୍ଶନ ଆଧାରରେ ଏହି ଅଧ୍ୟାୟର କେତେକ ଶ୍ଳୋକର ବ୍ୟାଖ୍ୟା କରିବାକୁ ଯାଇ ଭାଷ୍ୟକାରମାନେ କହନ୍ତି ଯେ ଏହି ବିଶ୍ୱ ହେଉଛି ପ୍ରପ ଅଜ୍ଞାନତା ଓ ମାୟାର ଖେଳଘର । ଏହି ସଂସାରରେ ବାରମ୍ବାର ଆବାଗମନ ଚକ୍ରରେ (ଜନ୍ମ-ମୃତୁ୍ୟ ଚକ୍ର) ନ ଆସିବା ହିଁ ମୁକ୍ତି । ଜଗତ ମିଥ୍ୟା, ଭ୍ରାନ୍ତି । ଗୀତାର ମୌଳିକ ଜ୍ଞାନର ଉପସ୍ଥାପନା ପୂର୍ବକ ଲେଖକ ସ୍ପଷ୍ଟ କରିଛି ଯେ ଉପରୋକ୍ତ ବି·ର ଈଶ୍ୱରୀୟ ମତର ପରିପନ୍ଥୀ । ଏତଦ୍ବ୍ୟତୀତ ଏହି ଅଧ୍ୟାୟରେ ଅବତାର ଓ ଅବତରଣ ମଧ୍ୟରେ ପାର୍ଥକ୍ୟ ଦର୍ଶାଯାଇଛି ।
ଏହି ଅଧ୍ୟାୟରେ ତିରିଶଟି ଶ୍ଳୋକକୁ ପାଟି ବଭାଗରେ ବିଭକ୍ତ କରାଯାଇ ଜ୍ଞାନ ଓ ବିଜ୍ଞାନ ସମ୍ବନ୍ଧିତ ବିଭିନ୍ନ ଦୃଷ୍ଟିକୋଣ ଉପରେ ଯଥା ସମ୍ଭବ ଆଲୋଚନା କରାଯାଇଛି । ଶ୍ଳୋକ କ୍ରମରେ ଯେଉଁ ଆଧ୍ୟାତ୍ମିକ ବିଷୟଗୁଡିକର ଶୀର୍ଷକ ଉପସ୍ଥାପନ କରାଯାଇଛି ସେଗୁଡ଼ିକ ହେଲା : ବିଜ୍ଞାନ ସହିତ ଜ୍ଞାନର ବର୍ଣ୍ଣନା (ଶ୍ଳୋ ୧-୭), ପରମାତ୍ମା ବୀଜ ସ୍ବରୂପ (ଶ୍ଳୋ ୧୩-୧୯), ଦେବ ଉପସାକମାନେ କେବଳ ଭାବନାର ଫଳ ପାଆନ୍ତି (ଶ୍ଳୋ ୨୦-୨୩), ପରମାତ୍ମାଙ୍କ ସର୍ବୋମ ପରମ ସ୍ବରୂପ (ଶ୍ଳୋ ୨୪-୩୦) ।
ଅଷ୍ଟମ ଅଧ୍ୟାୟ : ଅକ୍ଷର ବ୍ରହ୍ମଯୋଗ
ଏହି ଅଧ୍ୟାୟରେ ଅଧ୍ୟାତ୍ମ, ଅଧିଭୂତ, ଅଧିଦେବ ଓ ଅଧିଯଜ୍ଞର ଈଶ୍ୱରୀୟ ଜ୍ଞାନ ସମ୍ମତ ଅର୍ଥ ପ୍ରକଟ କରାଯାଇଛି । ରୁଢ଼ିବାଦୀମାନଙ୍କ ଦ୍ୱାରା ହୁଏତ ଏହା ଅସ୍ବୀକୃତ ହୋଇପାରେ । କିନ୍ତୁ ସଂପ୍ରତି ପରମାତ୍ମାଙ୍କ ଧରାବତରଣ ପରିପ୍ରେକ୍ଷୀରେ ବି·ର କଲେ ଲେଖକ ସହିତ ପାଠକଗଣ ଏକମତ ହେବେ । ଉପର୍ଯୁ୍ୟକ୍ତ ବିଷୟର ସଂକ୍ଷିପ୍ତ ଟୀପ୍ପଣୀ ନିମ୍ନରେ ପ୍ରଦତ୍ତ ହେଲା ।
ପରମାତ୍ମା ସ୍ବୟଂ ସମ୍ପୂର୍ଣ୍ଣ ହୋଇଥିବାରୁ ଅବିଭାଜ୍ୟ । ତେଣୁ ଆତ୍ମାକୁ ପରମାତ୍ମାଙ୍କଠାରୁ ବିଭାଜିତ ଏକ ଅଂଶ ରୂପରେ ଅର୍ଥ କରିବା ଠିକ ନୁହେଁ । ପରମାତ୍ମାଙ୍କ ଯେଉଁ ଗୁଣାତ୍ମକ ସ୍ବଭାବ ବା ସ୍ବରୂପ ଚୈତନ୍ୟ ରୂପରେ ଜୀବ ମଧ୍ୟରେ ଅବସ୍ଥିତ ତାକୁ ‘ଅଧ୍ୟାତ୍ମ’ ବା ‘ଜୀବାତ୍ମା’ କୁହାଯାଏ । କର୍ମ ଦ୍ୱାରା ସ୍ବଭାବର ପରିବର୍ନମୟ ବିକାଶର ଫଳ ସ୍ବରୂପ ଯାହା କିଛି ସୃଷ୍ଟି ହୋଇଛି (କ୍ଷରଭାବଃ) ତାହାହିଁ ‘ଅଧିଭୂତ’ । କ୍ଷରଶୀଳ ଶରୀର ‘ଅଧିଭୂତ’ । ପ୍ରଜାପିତା ବ୍ରହ୍ମାହିଁ ‘ଅଧିଦେବ’ । ପରମାତ୍ମା ବ୍ରହ୍ମା ଶରୀର ମଧ୍ୟରେ ଥାଇ ଗୀତାଜ୍ଞାନ ଶୁଣାଉଥିବାରୁ କହୁଛନ୍ତି ଏହି ଦେହରେ (ବ୍ରହ୍ମାଙ୍କ) ମୁଁ ହିଁ ‘ଅଧିଯଜ୍ଞ’ । ଅଧିଦେବଙ୍କ ମଧ୍ୟରେ ଅବତରିତ ଅଧିଯଜ୍ଞଙ୍କ ନିର୍ଦ୍ଧେଶିତ ମାର୍ଗରେ ପରି·ଳିତ ହୋଇ ମଣିଷ ଯେଉଁ କର୍ମ କରେ ସେ ସବୁ ଯଜ୍ଞରେ ପରିଣତ ହୋଇଯାଏ । ଏତଦ୍ବ୍ୟତୀତ ବ୍ରହ୍ମାଙ୍କ ଦିବସ ଓ ରାତ୍ର, ଶୁକ୍ଳମାର୍ଗ ଓ କୃଷ୍ଣମାର୍ଗ ଆଦି ବିଷୟରେ ମଧ୍ୟ ଲେଖକ ଏଠାରେ ବିବେକ ସମ୍ମତ ଯୁକ୍ତି ପ୍ରଦାନ କରିଛି ।
ଏହି ଅଧ୍ୟାୟରୁ ମୋଟ ୨୬ଶ ଗୋଟି ଶ୍ଳୋକକୁ ଆଲୋଚନା ପରିସରଭୁକ୍ତ କରାଯାଇଛି । ଶ୍ଳୋକ କ୍ରମରେ ଯେଉଁ ପାଟି ବିଷୟ ଉପରେ ବ୍ୟାଖ୍ୟା କରାଯାଇଛି ସେଗୁଡ଼ିକ ହେଲା : ବ୍ରହ୍ମ, ଅଧ୍ୟାତ୍ମ, କର୍ମ, ଅଧିଭୂତ, ଅଧିଦୈବ ଓ ଅଧିଯଜ୍ଞର ତ୍ୱ ନିରୂପଣ (ଶ୍ଳୋ ୩-୭), ଅଭ୍ୟାସ ଯୋଗର ବିଧି ଓ ସିଦ୍ଧି (ଶ୍ଳୋ ୮-୧୬), ବ୍ରହ୍ମାଙ୍କ ଦିବସ ଓ ରାତ୍ର ଏବଂ ତହିଁରେ ସୃଷ୍ଟି ଓ ପ୍ରଳୟ (ଶ୍ଳୋ ୧୭-୧୯), ଜଗତର ପରମତ୍ୱ, ଜୀବର ପରମାଗତି ଓ ପରମେଶ୍ୱର ପ୍ରାପ୍ତି (ଶ୍ଳୋ ୨୦-୨୧) ଏବଂ ଶୁକ୍ଳମାର୍ଗ ଓ କୃଷ୍ଣମାର୍ଗ; ମରଣୋର ଜୀବର ଗତି (ଶ୍ଳୋ ୨୩-୨୮) ।
ନବମ ଅଧ୍ୟାୟ : ଜ୍ଞାନ - ରାଜବିଦ୍ୟା ରାଜଗୁହ୍ୟଯୋଗ
ଏହି ଅଧ୍ୟାୟର ଚତୁର୍ଥ ଶ୍ଳୋକ “ମୟା ତଦମିମଂ ସର୍ବଂ .....”ରେ ପରମାତ୍ମା ସ୍ପଷ୍ଟ ଭାବରେ ନିଜକୁ ସର୍ବବ୍ୟାପୀ ନୁହନ୍ତି ବୋଲି କହିଥିଲେ ମଧ୍ୟ ଅଧିକାଂଶ ଟୀକାକାର ଏକଥାର ବିପରୀତ ଅର୍ଥ କରିଛନ୍ତି । ବୈଦାନ୍ତିକ ଦୃଷ୍ଟାନ୍ତ ଓ ବ୍ୟକ୍ତିଗତ ସିଦ୍ଧାନ୍ତ ମଧ୍ୟରେ ଗୀତାର ମୌଳିକ ତ୍ୱ ଗୌଣ  ହୋଇଯାଇଛି । ଈଶ୍ୱରୀୟ ଜ୍ଞାନ ଆଧାରରେ ଲେଖକ ପରମାତ୍ମାଙ୍କ ବିଷୟରେ ଥିବା ବିଭିନ୍ନ ଭ୍ରମ ଧାରଣାକୁ ଦୂର କରିବାକୁ ଯଥାସମ୍ଭବ ଚେଷ୍ଟା କରିଛି । ପ୍ରଚଳିତ ଲୋକ ମତ ଓ ବିଶ୍ୱାସ ଅନୁସାରେ ପରମାତ୍ମାଙ୍କ ଇଚ୍ଛା ବିନା ଗଛପତ୍ର ମଧ୍ୟ ହଲେ ନାହିଁ । ଏହି ପାରମ୍ପାରିକ ବିଶ୍ୱାସ ଅନୁସାରେ ଟୀକାକାରମାନେ ଏହି ଅଧ୍ୟାୟର ଦଶମ ଶ୍ଳୋକର ଅର୍ଥ କରିଛନ୍ତି । କିନ୍ତୁ ଏହା ପରମାତ୍ମାଙ୍କ କାମ ନୁହେଁ, ପ୍ରକୃତିର କାମ । ତାଙ୍କ ଅଧ୍ୟକ୍ଷତାରେ ପ୍ରକୃତିର ସମସ୍ତ କାମ ହେଉଥିଲେ ମଧ୍ୟ ସେ ନିଷ୍ପକ୍ଷ ରହନ୍ତି । ପ୍ରକୃତିର କୌଣସି କାର୍ଯ୍ୟରେ ସେ ହସ୍ତକ୍ଷେପ କରନ୍ତି ନାହିଁ । ଏକଥାକୁ ଲେଖକ ଏଠାରେ ଯୁକ୍ତି ପୂର୍ବକ ଉପସ୍ଥାପନା କରିଛି ।
ଏହି ଅଧ୍ୟାୟର ଆରମ୍ଭରୁ କ୍ରମାନୁସାରେ ମୋଟ ୩୪ ଗୋଟି ଶ୍ଳୋକକୁ ଛଅଟି ବିଭାଗରେ ବିଭକ୍ତ କରାଯାଇ ଆଲୋଚନା କରାଯାଇଛି । ସେହି ବିଷୟ ଗୁଡିକର ଶୀର୍ଷକ ହେଲା, ଈଶ୍ୱରୀୟ ଜ୍ଞାନ ଓ ଐଶ୍ୱରୀକ ଯୋଗ ସାମର୍ଥ୍ୟ (ଶ୍ଳୋ ୧-୬), ସୃଷ୍ଟିରେ ପ୍ରାଣୀମାନଙ୍କର ଉପôି ଓ ବିନାଶ (ଶ୍ଳୋ ୭-୧୦), ଆସୁରୀ ଓ ଦୈବୀ ପ୍ରକୃତି ସମ୍ପନ୍ନ ବ୍ୟକ୍ତିର ସ୍ବରୂପ (ଶ୍ଳୋ ୧୧-୧୫), ପରମାତ୍ମା ସର୍ବୋପରି (ଶ୍ଳୋ ୧୬-୧୯) ସକାମ ଓ ନିଷ୍କାମ ଉପାସନାର ଫଳ (ଶ୍ଳୋ ୨୦-୨୫) ଓ ପରମାତ୍ମା ଭକ୍ତିକୁ ଦେଖନ୍ତି ବ୍ୟକ୍ତିକୁ (ଭକ୍ତକୁ) ନୁହେଁ (ଶ୍ଳେ ୨୬-୩୪) ।
ଦଶମୋଧ୍ୟାୟ ଅଧ୍ୟାୟ : ବିଭୂତିଯୋଗ
ବିଭୂତି ଯୋଗ ଆଧାରରେ କେତେକ ଭାଷ୍ୟକାର ପରମାତ୍ମାଙ୍କ ସର୍ବବ୍ୟାପକତା ପ୍ରମାଣ କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ଏଥିରେ ତାଙ୍କର ସର୍ବବ୍ୟାପକତା ଅପେକ୍ଷା ସର୍ବ ସମର୍ଥତା, ସର୍ବଶକ୍ତିମାନତା ଓ ସର୍ବୋଚ୍ଚତାହିଁ ପ୍ରମାଣିତ ହେଉଛି ବୋଲି ଲେଖକ ପ୍ରତିପାଦନ କରିଅଛି । କାରଣ ମନୁଷ୍ୟଠାରେ ଯେଉଁ ବିଶେଷତ୍ୱ ଓ ବିଲକ୍ଷଣ ଦେଖାଯାଏ ତାହା ଈଶ୍ୱରୀୟ ବିଭୂତିର କାଣି·ଏ ମାତ୍ର । ତେଣୁ ବିଭୂତିଗୁଡ଼ିକ ମଧ୍ୟରେ ବ୍ୟକ୍ତି ବା ପଦାର୍ଥର ଦର୍ଶନ ନ କରି ପରମାତ୍ମାଙ୍କ ସ୍ମରଣ କରିବା ଉଚିତ ବୋଲି ଲେଖକ ନିଜର ବକ୍ତବ୍ୟ ଉପସ୍ଥାପନା କରିଅଛି ।
ଏହି ଅଧ୍ୟାୟରେ କେବଳ ପ୍ରଥମ ଏଗାର ଗୋଟି ଶ୍ଳୋକକୁ ଆଲୋଚନାର ଅନ୍ତର୍ଭୁକ୍ତ କରାଯାଇ ତିନିଗୋଟି ବିଭାଗରେ ବ୍ୟାଖ୍ୟା କରାଯାଇଅଛି । ପ୍ରଥମ ତିନିଟି ଶ୍ଳୋକରେ ପରମାତ୍ମା ପରିଚୟ ଦ୍ୱାରା ପ୍ରାପ୍ତି, ପରବର୍ୀ ·ରିଗୋଟି ଶ୍ଳୋକରେ ଈଶ୍ୱରୀୟ ବିଭୂତି ଓ ଯୋଗ ସାମର୍ଥ୍ୟ ଏବଂ ଶେଷ ·ରିଗୋଟି ଶ୍ଳୋକରେ ଜ୍ଞାନଯୁକ୍ତ ଭକ୍ତି ଦ୍ୱାରା ପ୍ରାପ୍ତି ବିଷୟରେ ସବିସ୍ତାର ଆଲୋଚନା କରାଯାଇଅଛି । ଅଧ୍ୟାୟର ଶେଷ ଭାଗରେ ଏହି ପ୍ରକରଣକୁ ଆହୁରି ଭଲଭାବରେ ବୁଝିବା ପାଇଁ “ବିଭୂତିଯୋଗ – ଏକ ଅଧ୍ୟୟନ” ଶୀର୍ଷକ ପ୍ରବନ୍ଧ ଦିଆଯାଇଅଛି ।
ଏକାଦଶ ଅଧ୍ୟାୟ : ବିଶ୍ୱରୂପ ଦର୍ଶନଯୋଗ
ଏହି ଅଧ୍ୟାୟରେ ଶ୍ଳୋକାନୁସାରେ ବିଷୟ ନିର୍ଣ୍ଣୟ ପୂର୍ବକ ବ୍ୟାଖ୍ୟା କରାଯାଇନାହିଁ । କାରଣ ସମଗ୍ର ଅଧ୍ୟାୟଟି କେବଳ ବିଶ୍ୱରୂପ ଦର୍ଶନ ଉପରେ ଆଧାରିତ । ତେଣୁ “ବିଶ୍ୱରୂପ ଦର୍ଶନଯୋଗ – ଏକ ତା୍ୱିକ ଅଧ୍ୟୟନ” ଶୀର୍ଷକରେ ଏହି ଅଧ୍ୟାୟରେ ଥିବା ଅନ୍ତର୍ନିହିତ ଭାବ ସମୂହକୁ ଭାଷାରେ ଆବଦ୍ଧ କରି ଉପସ୍ଥାପନ କରାଯାଇଅଛି । ଏଠାରେ ପରମାତ୍ମାଙ୍କୁ ଯେଉଁ ରୂପରେ ଅର୍ଜୁନ ଦର୍ଶନ କଲେ ତାହା ତାଙ୍କର ପୂର୍ବାଗ୍ରହ ଜନିତ ଭାବନାର ଅଭିବ୍ୟକ୍ତି ବୋଲି ଲେଖକ ଦୃଷ୍ଟାନ୍ତ ସହ ଆଲୋଚନା କରିଛି । ଏହି କ୍ଷୁଦ୍ର ପ୍ରବନ୍ଧଟିକୁ ନିଷ୍ପକ୍ଷ ଭାବରେ ଅଧ୍ୟୟନ କଲେ ପାଠକେ ଏହି ଅଧ୍ୟାୟର ଅର୍ନ୍ତନିହିତ ଭାବ ବୁଝି ପାରିବେ ଏବଂ ପରବର୍ୀ ଭକ୍ତିଯୋଗ ସୋପାନରେ ଅବତୀର୍ଣ୍ଣ ହେବେ ।
ଦ୍ୱାଦଶ ଅଧ୍ୟାୟ : ଭକ୍ତିଯୋଗ
ଏହି ଅଧ୍ୟାୟରେ ଭକ୍ତି, ସାଜୁଯ୍ୟ ମୁକ୍ତି ଓ ସାଲୋକ୍ୟ ମୁକ୍ତିର ଈଶ୍ୱରୀୟ ଜ୍ଞାନ ସମର୍ଥିତ ପରିଭାଷା ଦିଆଯାଇଛି । ମୋଟ ଅଠର ଗୋଟି ଶ୍ଳୋକକୁ ·ରି ଗୋଟି ବିଭାଗରେ ବିଭକ୍ତ କରି ଭକ୍ତିଯୋଗର ସମ୍ପୂର୍ଣ୍ଣ ବିଷୟବସ୍ତୁ ସ୍ପଷ୍ଟ ଭାବରେ ଉପସ୍ଥାପନ କରାଯାଇଅଛି । ଆଲୋଚ୍ୟ ବିଷୟରେ ଶୀର୍ଷକଗୁଡିକ ହେଲା, ରାଜଯୋଗ ହିଁ ଈଶ୍ୱର ପ୍ରାପ୍ତିର ଏକମାତ୍ର ଆଧାର (ଶ୍ଳୋ ୨-୪), ପରମାତ୍ମା ହିଁ ଏକମାତ୍ର ଉଦ୍ଧାର କର୍ା (ଶ୍ଳୋ ୫-୭), ଯୋଗାଭ୍ୟାସର ଉପାୟ (ଶ୍ଳୋ ୮-୧୨) ଓ ପରମାତ୍ମାଙ୍କ ପ୍ରିୟ ଯୋଗସିଦ୍ଧ ବ୍ୟକ୍ତିର ଲକ୍ଷଣ (ଶ୍ଳୋ ୧୩-୧୯) ।
ତ୍ରୟୋଦଶ ଅଧ୍ୟାୟ : କ୍ଷେତ୍ର-କ୍ଷେତ୍ରଜ୍ଞ ବିଭାଗ ଯୋଗ
ଆତ୍ମାନୁଭୂତି ବିନା ପରମାତ୍ମାନୁଭୁତି ସମ୍ଭବ ନୁହେଁ । ପରମାତ୍ମାଙ୍କ ସହିତ ଦୈହିକ ନୁହେଁ, ମନୋମିଳନ ହୁଏ । ଏଥିପାଇଁ ପ୍ରଥମେ ଆତ୍ମାକୁ ଦେହାଭିମାନରୁ ମୁକ୍ତ ହେବାକୁ ପଡ଼େ । ଏହି ଅଧ୍ୟାୟରେ ଶରୀରକୁ କ୍ଷେତ୍ର, ଆତ୍ମାକୁ କ୍ଷେତ୍ରଜ୍ଞ ଓ ପରମାତ୍ମାଙ୍କୁ ଜେ୍ଞୟ ରୂପରେ ଦର୍ଶାଇଛି । ଏହି ତିନିଗୋଟି ବିଷୟ ଜାଣିବା ହିଁ ପ୍ରକୃତ ଜ୍ଞାନ । ତେଣୁ ଏହି ଜ୍ଞାନ ପ୍ରାପ୍ତ ହେବାର କାରଣଗୁଡିକ ମଧ୍ୟ ଏହି ଅଧ୍ୟାୟରେ ଆଲୋଚନା କରାଯାଇଛି । ଉପଲବ୍ଧ ଭାଷ୍ୟଗଡ଼ିକ ମଧ୍ୟରୁ କେତେକ ସଂକ୍ଷିପ୍ତ ହୋଇଥିବାରୁ ବୋଧଗମ୍ୟ ହୁଏ ନାହିଁ । ଅନ୍ୟକେତେକ ବୈଦାନ୍ତିକ ଦୃଷ୍ଟାନ୍ତ ଏବଂ ବ୍ୟକ୍ତିଗତ ମତ ଦ୍ୱାରା ବିସ୍ତୃତ ହୋଇଥିବାରୁ ଦୁର୍ବୋଧ୍ୟ ମନେ ହୁଏ । ତେଣୁ ଲେଖକ ସାଧାରଣ ପାଠକମାନଙ୍କ ବୁଝିବା ଭଳି ସରଳ ଓ ସାବଲୀଳ ଭାଷାରେ ଏହି ଅଧ୍ୟାୟର ବ୍ୟାଖ୍ୟା କରିବାକୁ ଚେଷ୍ଟା କରିଛି ।
ଆଲୋଚ୍ୟ ଅଧ୍ୟାୟର ବିଷୟ ଆଲୋଚନା ପାଇଁ ମୋଟ ୩୨ ଗୋଟି ଶ୍ଳୋକ ନିଆଯାଇଅଛି । ଆଲୋଚିତ ବିଷୟଗୁଡିକର ଶୀର୍ଷକ ହେଲା : କ୍ଷେତ୍ର ଓ କ୍ଷେତ୍ରଜ୍ଞର ବିଭାଗ (ଶ୍ଳୋ ୧), କ୍ଷେତ୍ରଜ୍ଞର ସ୍ବରୂପ (ଶ୍ଳୋ ୩-୬), ଜ୍ଞାନର ସ୍ବରୂପ ଓ ଲକ୍ଷଣ (ଶ୍ଳୋ ୭-୧୧), ଜେ୍ଞୟର ସ୍ବରୂପ ଓ ଲକ୍ଷଣ (ଶ୍ଳୋ ୧୨-୧୭), ପ୍ରକୃତି ପୁରୁଷଠାରୁ ଉପôନ୍ନ ସଂସାରର ସ୍ବରୂପ (ଶ୍ଳୋ ୧୯-୨୧), ପୁରୁଷର ପ୍ରକୃତ ସ୍ବରୂପ (ଶ୍ଳୋ ୨୨-୨୩), ଆତ୍ମଜ୍ଞାନର ମାର୍ଗ (ଶ୍ଳୋ ୨୪-୨୫), କ୍ଷେତ୍ର କ୍ଷେତ୍ରଜ୍ଞ ସଂଯୋଗରୁ ସ୍ଥାବର ଓ ଜଙ୍ଗମର ସୃଷ୍ଟି (ଶ୍ଳୋ ୨୬), ଯଥାର୍ଥ ଦୃଷ୍ଟି (ଶ୍ଳୋ ୨୭-୩୦) ଓ ଆତ୍ମା ଓ ପରମାତ୍ମାଙ୍କ ସ୍ବରୂପ (ଶ୍ଳୋ ୩୧-୩୩) ।
ଚତୁର୍ଦ୍ଧଶ ଅଧ୍ୟାୟ : ଗୁଣତ୍ରୟ ବିଭାଗ ଯୋଗ
ତ୍ରିଗୁଣାତୀତ ନ ହେବା ପର୍ଯ୍ୟନ୍ତ ପରମାତ୍ମାଙ୍କ ସାକ୍ଷାତକାର ମିଳେ ନାହିଁ । ଏଥିପାଇଁ ରାଜଯୋଗହିଁ ଏକମାତ୍ର ଅବଲମ୍ବନ । ଗୁଣମାନଙ୍କର ସ୍ବରୂପ, କାର୍ଯ୍ୟ ଓ ଲକ୍ଷଣ ତଥା ସେଗୁଡିକର ପ୍ରଭାବରେ ପ୍ରଭାବିତ ମନୁଷ୍ୟର ଆଚରଣ ଆଦି ବିଷୟରେ ସମ୍ୟକ ଜ୍ଞାନ ପ୍ରାପ୍ତ ହେଲେ ଗୁଣାତୀତ ହେବାର ସାଧନା ସହଜ ହୋଇଯାଏ  । ଏତଦ୍ ବିଷୟକ ଜ୍ଞାନ ପରମ ସିଦ୍ଧି ପ୍ରଦାୟକ ହୋଇଥିବାରୁ ପରମାତ୍ମା ଏହାକୁ ଶ୍ରେଷ୍ଠ ଓ ପରମ ଜ୍ଞାନ ବୋଲି କହିଛନ୍ତି । କେବଳ ଜ୍ଞାନକୁ ଜାଣିଲେ ହେବ ନାହିଁ, ଏହାର ପ୍ରୟୋଗ ବିଧି ମଧ୍ୟ ଜାଣିବା ଆବଶ୍ୟକ । ବିଧି ବିନା ସିଦ୍ଧି ମିଳେ ନାହିଁ । ଅନେକ ବିଦ୍ୱାନଙ୍କ ବ୍ୟାଖ୍ୟ ପାଣ୍ଡିତ୍ୟପୂର୍ଣ୍ଣ, କିନ୍ତୁ ତାହା ପ୍ରୟୋଗାତ୍ମକ ହୋଇ ନଥିବାରୁ ଦୁର୍ବୋଧ୍ୟ ମନେ ହୁଏ । ତେଣୁ ଲେଖକ ଅନ୍ୟାନ୍ୟ ଅଧ୍ୟାୟ ଭଳି ଏହି ଅଧ୍ୟାୟରେ ଥିବା ଜଟିଳ ପୌରାଣିକ ଶବ୍ଦାବଳୀ, ଯଥା,  ସର୍ଗ, ପ୍ରଳୟ, ଯୋନି, ବ୍ରହ୍ମ, ବୀଜ, ସ୍ୱ, ରଜ, ତମ ଆଦିର ଯଥାସମ୍ଭବ ସରଳତା ପୂର୍ବକ ବ୍ୟାଖ୍ୟା କରିଅଛି । ଏହାଦ୍ୱାରା ରାଜଯୋଗ ଅଭ୍ୟାସ ପାଇଁ ଇଚ୍ଛୁକ ପାଠକ ନିଜ ବ୍ୟବହାରିକ ଜୀବନରେ ଆଲୋଚ୍ୟ ଜ୍ଞାନକୁ ଜୀବନରେ ପ୍ରୟୋଗ କରିପାରିବ ।
ଏହି ଅଧ୍ୟାୟରେ ମୋଟ ୨୬ ଗୋଟି ଶ୍ଳୋକକୁ ବିଷୟକ୍ରମେ ୧୦ଗୋଟି ଶୀର୍ଷକରେ ବିଭକ୍ତ କରାଯାଇଅଛି । ଶ୍ଳୋକାନୁକ୍ରମରେ ସେଗୁଡ଼ିକ ହେଲା : ଈଶ୍ୱରୀୟ ଜ୍ଞାନର ମହିମା (ଶ୍ଳୋ ୧-୨), ପ୍ରକୃତି ଓ ପୁରୁଷର ସଂଯୋଗରୁ ଜଗତର ଉପôି (ଶ୍ଳୋ ୩-୪), ସ୍ୱ, ରଜ ଏବଂ ତମଗୁଣର ସ୍ବରୂପ ଓ କାର୍ଯ୍ୟ (ଶ୍ଳୋ ୫-୧୦), ତାକôାଳିକ ବୃଦ୍ଧିପ୍ରାପ୍ତ ଗୁଣଗୁଡିକର ଲକ୍ଷଣ (ଶ୍ଳୋ ୧୧-୧୩), ମୃତୁ୍ୟ ସମୟରେ ବୃଦ୍ଧିପ୍ରାପ୍ତ ଗୁଣ ଜନିତ ବୃିଗୁଡିକର ଫଳ (ଶ୍ଳୋ ୧୪-୧୫), ସା୍ୱିକ, ରାଜସ ଓ ତାମସ କର୍ମର ଫଳ (ଶ୍ଳୋ ୧୬-୧୮), ଭଗବତ୍ ପ୍ରାପ୍ତିର ଉପାୟ (ଶ୍ଳୋ ୧୯-୨୦), ତ୍ରିଗୁଣାତୀତ ମନୁଷ୍ୟର ଲକ୍ଷଣ ଓ ଆଚରଣ (ଶ୍ଳୋ ୨୨-୨୫), ଗୁଣାତୀତ ହେବାର ଉପାୟ (ଶ୍ଳୋ୨୬) ଓ ପରମାତ୍ମାଙ୍କ ସ୍ବରୂପ (ଶ୍ଳୋ ୨୭) ।
ତାକôାଳିକ ବୃଦ୍ଧିପ୍ରାପ୍ତ ଗୁଣଗୁଡ଼ିକର ଲକ୍ଷଣ (ଶ୍ଳେ ୧୧-୧୩) ଓ ପରମାତ୍ମାଙ୍କ ସ୍ବରୂପ (ଶ୍ଳୋ ୨୭) – ଏହି ଦୁଇଟି ବିଷୟର ବ୍ୟାଖ୍ୟା ଲେଖି ସାରିଲା ପରେ ଆଉ କିଛି ନୂତନ ଭାବ ମନରେ ଉପôନ୍ନ ହେବାରୁ ତାହା ପରିଶିଷ୍ଟ ରୂପରେ ଦିଆଯାଇଛି ।
ପଦଶ  ଅଧ୍ୟାୟ : ପୁରୁଷୋମ ଯୋଗ
ଉପନିଷଦ ଓ ପୁରାଣରେ ସଂସାରକୁ ଅଶ୍ୱ ବୃକ୍ଷ ରୂପେ ତୁଳନା କରାଯାଇଅଛି । ମାୟାବାଦ ଦ୍ୱାରା ପ୍ରଭାବିତ ଭାଷ୍ୟକାରଗଣ ସଂସାରକୁ ଏକ ଭ୍ରମ ବା ସ୍ବପ୍ନବତ୍ ଅଳୀକ ଓ ମରୁଭୂମିର ମରୀଚିକା ସଦୃଶ ଅବାସ୍ତବ ମନେ କରନ୍ତି । କେତେକ ଯୁକ୍ତି କରିଛନ୍ତି ଯେ ନଦୀ ଜଳରେ ଦେଖାଯାଉଥିବା ପାଶ୍ୱର୍ବର୍ୀ ବୃକ୍ଷର ପ୍ରତିବିମ୍ବ ଭଳି ଏ ସଂସାର ଅବାସ୍ତବ । କିନ୍ତୁ ଗୀତାଜ୍ଞାନ ଆଧାରରେ ଲେଖକ ସଂସାରକୁ ସତ୍ୟ ଓ ବାସ୍ତବ ବୋଲି ପ୍ରତିପାଦନ କରିଛି । କାରଣ ଏହାର ଇତିହାସ ଓ ଭୂଗୋଳ ଏକ ନିର୍ଦ୍ଧିଷ୍ଟ ନିୟମ ଦ୍ୱାରା ପରି·ଳିତ । ଏହି ସଂସାର ଏକ ସ୍ଥାୟୀ ରଙ୍ଗମ । ଏଠାରେ ଆତ୍ମା ନିଜ ନିଜ କର୍ମଫଳ ଅନୁସାରେ ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇ ବିଶ୍ୱନାଟକରେ (ଡକ୍ଟକ୍ସକ୍ଷୟ ଊକ୍ସବଜ୍ଞବ) ଅଂଶ ଗ୍ରହଣ କରେ । ଏଠାରେ ସ୍ବୟଂ ପରମାତ୍ମା ମଧ୍ୟ ‘ଶାଶ୍ୱତ ଧର୍ମ ଗୋପ୍ତା’ ଭୂମିକାରେ ମନୁଷ୍ୟ ଶରୀର ଆଧାର ନେଇ ଅବତରଣ କରନ୍ତି । ଏହିପରି ଲେଖକ ସାଧାରଣ ପାଠକମାନଙ୍କ ବୁଝିବା ଭଳି ଈଶ୍ୱରୀୟ ଜ୍ଞାନ ଆଧାରିତ ଯୁକ୍ତି ଦ୍ୱାରା ସଂସାର ସମ୍ବନ୍ଧୀୟ ସମସ୍ତ ଭ୍ରମ ଦୂର କରିବାକୁ ଚେଷ୍ଟା କରିଅଛି । କାରଣ ସଂସାର ବିଷୟରେ ସମ୍ୟକ ଜ୍ଞାନ ଅଭାବ ହେତୁ ଏହାକୁ ତ୍ୟାଗ କରି କର୍ବ୍ୟ ବିମୁଖ ମଣିଷ କର୍ମ ସନ୍ନ୍ୟାସ ପ୍ରତି ଅହେତୁକ ଆଗ୍ରହ ପ୍ରକାଶ କରେ । ଏହି ଅଧ୍ୟାୟର ବିଭିନ୍ନ ଆଧ୍ୟାତ୍ମିକ ବିଷୟ ବସ୍ତୁ ଉପରେ ବ୍ୟାଖ୍ୟା ଲେଖିବା ବେଳେ ଲେଖକ ଯଥାସମ୍ଭବ ଗୀତାର ମୌଳିକ ଜ୍ଞାନର ଆଧାରରେ ସେଗୁଡିକୁ ପ୍ରତିପାଦନ କରିବାକୁ ପ୍ରୟାସ କରିଛି ।
ଏହି ଅଧ୍ୟାୟରେ ମୋଟ ଉଣେଇଶ ଗୋଟି ଶ୍ଳୋକକୁ କ୍ରମାନୁସାରେ ଛଅଗୋଟି ବିଭାଗରେ ବିଭକ୍ତ କରି ଆଲୋଚନା କରାଯାଇଅଛି । ସେହି ବିଷୟ ଗୁଡିକର ଶୀର୍ଷକ ହେଉଛି, ସଂସାର ରୂପକ ଅଶ୍ୱତ୍ୱ ବୃକ୍ଷ (ଶ୍ଳୋ ୧-୩); ପରମ ପଦ (ଶ୍ଳୋ ୪-୬); ଜୀବାତ୍ମା (ଶ୍ଳୋ ୭-୧୧); ପରମାତ୍ମାଙ୍କ ପ୍ରଭାବ (ଶ୍ଳୋ ୧୨-୧୫); କ୍ଷର ଓ ଅକ୍ଷର ପୁରୁଷର ସ୍ବଭାବ (ଶ୍ଳୋ ୧୬) ଓ ପରମାତ୍ମାହିଁ ପୁରୁଷୋମ (ଶ୍ଳୋ ୧୭-୧୯) ।
ଷୋଡଶ ଅଧ୍ୟାୟ : ଦୈବାସୁର-ସମ୍ପଦଯୋଗ
ଏହି ଅଧ୍ୟାୟରେ ଦୈବୀ ସମ୍ପଦ ଓ ଆସୁରୀ ସମ୍ପଦ ଅନୁର୍ଭୁକ୍ତ ଗୁଣଗୁଡିକ ବିଷୟରେ ସବିସ୍ତାର ଆଲୋଚନା କରାଯାଇଅଛି । କଳିଯୁଗୀୟ ମଣିଷ ମଧ୍ୟରେ ଗୁଣଗୁଡିକର ତାରତମ୍ୟ ଅନୁସାରେ ଏହି ଉଭୟ ସମ୍ପଦ କମ୍ ବା ଅଧିକ ଥାଏ । ଉଭୟ ସମ୍ପଦର ଗୁଣଗୁଡ଼ିକୁ ସମ୍ୟକ ଭାବରେ ଅବହିତ ହେଲେ ମନୁଷ୍ୟ କେଉଁ ସମ୍ପଦର କେତେ ପରିମାଣ ତା’ର ସଂସ୍କାର ଭଣ୍ଡାରରେ ଗଚ୍ଛିତ ରହିଅଛି ଜାଣିପାରିବ । ଧାନ ଓ ଅଗାଡି (ଅନାବଶ୍ୟକ ଶସ୍ୟ ବୀଜ) ମଧ୍ୟରେ ପ୍ରଭେଦ ଜାଣିଥିବା ବ୍ୟକ୍ତି ଯେପରି ଧାନରୁ ଅଗାଡିଗୁଡିକୁ ବାଛି ପରିଷ୍କାର କରିଦିଏ, ସେହିପରି ଭଗବତ୍ ପ୍ରେମୀ ବ୍ୟକ୍ତି ନିଜ ମଧ୍ୟରେ ଥିବା ଆସୁରୀ ସମ୍ପଦଗୁଡିକୁ ତ୍ୟାଗ କରେ । ଏହି କଥାକୁ ଦୃଷ୍ଟିରେ ରଖି ବ୍ୟାଖ୍ୟାଗୁଡିକୁ ଯେତେ ସମ୍ଭବ ପ୍ରଭାବଶାଳୀ କରିବାକୁ ଚେଷ୍ଟା କରାଯାଇଅଛି ଯେପରି ପାଠକ ମନରେ ଭଗବତ୍ ପ୍ରେମ ସୃଷ୍ଟି ହେବ ଓ ସେ ଆସୁରୀ ଗୁଣଗୁଡିକୁ ତ୍ୟାଗ କରି ଦୈବୀ ଗୁଣଗୁଡ଼ିକୁ ଆହରଣ କରିବା ପାଇଁ ଆଗ୍ରହ ପ୍ରକାଶ କରିବ ।
ଏହି ଅଧ୍ୟାୟରେ ଆଲୋଚନା ପାଇଁ ମୋଟ ଅଠରଗୋଟି ଶ୍ଳୋକ ଚୟନ କରାଯାଇଅଛି । ଶ୍ଳୋକ କ୍ରମରେ ଯେଉଁ ·ରିଗୋଟି ବିଷୟ ନିର୍ଣ୍ଣୟ କରାଯାଇଅଛି ସେଗୁଡ଼ିକ ହେଉଛି : ଦୈବୀ ସମ୍ପଦ (ଶ୍ଳୋ୧-୩), ଆସୁରୀ ସମ୍ପଦ (ଶ୍ଳୋ ୪), ଆସୁରୀ ସମ୍ପିଯୁକ୍ତ ମନୁଷ୍ୟର ଆଚରଣ (ଶ୍ଳୋ ୭-୧୮) ଓ ଆସୁରୀ ସମ୍ପିଯୁକ୍ତ ମନୁଷ୍ୟର ଗତି (ଶ୍ଳୋ ୧୯-୨୦) ।
ସପ୍ତଦଶ  ଅଧ୍ୟାୟ : ଶ୍ରଦ୍ଧାତ୍ରୟ ବିଭାଗଯୋଗ
ଖୁବ୍ କ୍ୱଚିତ ଭାଷ୍ୟକାର ବୈଦାନ୍ତିକ ସିଦ୍ଧାନ୍ତ, ପୌରାଣିକ ଦର୍ଶନ ଓ ସାମ୍ପ୍ରଦାୟିକ ମତବାଦର ଉଦ୍ଧ୍ୱର୍ରେ ରହି ଗୀତାର ଭାଷ୍ୟ ରଚନା କରିଥିବା ଜଣାଯାଏ । ପୂର୍ବାଗ୍ରହ ବଶତଃ କେତେକ ଭାଷ୍ୟକାର ଦେବ ଶବ୍ଦକୁ ବ୍ରହ୍ମା, ବିଷ୍ଣୁ, ଶଙ୍କର, ଇନ୍ଦ୍ରାଦି ଦେବଗଣଙ୍କ ପର୍ଯ୍ୟାୟବାଚୀ ରୂପେ ଗ୍ରହଣ କରିଛନ୍ତି । ସେହିପରି ଯକ୍ଷ, ରକ୍ଷ, ଗନ୍ଧର୍ବ ଆଦି ଶବ୍ଦର ଅର୍ଥ ପୁରାଣ ବର୍ଣ୍ଣିତ ଜାତି ବିଶେଷ ରୂପେ ବର୍ଣ୍ଣନା କରିଛନ୍ତି । ‘ଯଜନ୍ତେ’ ପଦର ଅର୍ଥ ପୂଜା କରିବା ଓ ଶାସ୍ତ୍ରର ଅର୍ଥ ହିନ୍ଦୁମାନଙ୍କର ଧାର୍ମିକ ଗ୍ରନ୍ଥଗୁଡ଼ିକ ରୂପରେ ଅର୍ଥ କରି ବ୍ୟାଖ୍ୟା କରିଛନ୍ତି । ଏହାଦ୍ୱାରା ସେମାନେ ସାକ୍ଷାତ ପରମାତ୍ମାଙ୍କ ଦ୍ୱାରା କଥିତ ଜ୍ଞାନ ସଂଗ୍ରହ ‘ଗୀତା’କୁ ଓ ଏହାର ପ୍ରବକ୍ତା ଉଭୟଙ୍କୁ ସାଂପ୍ରଦାୟିକତାର ସଂକୀର୍ଣ୍ଣ ଗଣ୍ଡି ମଧ୍ୟରେ ଆବଦ୍ଧ କରି ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଲେଖକ ଏହି ଅଧ୍ୟାୟରେ ଥିବା ଉପର୍ଯୁ୍ୟକ୍ତ ଶବ୍ଦାବଳୀ ତଥା ଅନ୍ୟାନ୍ୟ ବିଷୟ ସମୂହକୁ ଈଶ୍ୱରୀୟ ଜ୍ଞାନ ଆଧାରରେ ବ୍ୟାଖ୍ୟା କରିଛି । ଏହାଦ୍ୱାରା ସଂପ୍ରଦାୟ ନିର୍ବିଶେଷରେ ସମସ୍ତେ ଉଭୟଙ୍କୁ (ଗୀତା ଓ ଗୀତାର ଭଗବାନଙ୍କୁ) ନିର୍ବିବାଦରେ ଗ୍ରହଣ କରିପାରିବେ ।
ଏହି ଅଧ୍ୟାୟର ମୋଟ ୨୬ଗୋଟି ଶ୍ଳୋକ ନିର୍ବାଚନ କରି କ୍ରମାନୁସାରେ ସେଗୁଡିକୁ ଛଅଟି ବିଭାଗରେ ବିଭକ୍ତ କରାଯାଇଛି । ସେହି ବିଷୟର ଶୀର୍ଷକଗୁଡ଼ିକ ହେଲା : ତିନି ପ୍ରକାର ଶ୍ରଦ୍ଧା ଓ ତଦନୁସାରେ ଉପାସନା (ଶ୍ଳୋ ୨-୬), ତିନିପ୍ରକାର ଆହାର (ଶ୍ଳୋ ୮-୧୦), ତିନି ପ୍ରକାର ଯଜ୍ଞ (ଶ୍ଳୋ ୧୧-୧୩), ତିନି ପ୍ରକାର ତପସ୍ୟା (ଶ୍ଳୋ ୧୪-୧୯), ତିନି ପ୍ରକାର ଦାନ (ଶ୍ଳୋ ୨୦-୨୨) ଏବଂ ‘ଓଁ’, ‘ତତ୍’ ଓ ‘ସତ୍’ ଶବ୍ଦର ପ୍ରୟୋଗ (ଶ୍ଳୋ ୨୩-୨୮) ।
ଅଷ୍ଟାଦଶ  ଅଧ୍ୟାୟ : ମୋକ୍ଷଯୋଗ
ସନ୍ନ୍ୟାସ ଓ ତ୍ୟାଗର ଅର୍ଥକୁ ନେଇ ପଣ୍ଡିତମାନଙ୍କ ମଧ୍ୟରେ ମତଭେଦ ଦେଖାଯାଏ । ତେଣୁ ଲେଖକ ଗୀତାର ମୌଳିକ ଜ୍ଞାନ ଆଧାରରେ ଏହାର ଯଥାର୍ଥ ଅର୍ଥ ନିରୂପଣ କରିବାର ପ୍ରୟାସ କରିଛି । ଲେଖକଙ୍କ ମତରେ ନିୟତ କର୍ମର ଅର୍ଥ ଶାସ୍ତ୍ରୋକ୍ତ ନିତ୍ୟକର୍ମ ନୁହେଁ; ଏହାର ଯଥାର୍ଥ ଅର୍ଥ ହେଉଛି ଯଥାଯଥ ଭାବରେ ନିୟନ୍ତ୍ରିତ କର୍ମ  (ଞଷର କ୍ସସଶଷଗ୍ଧକ୍ଷଚ୍ଚ କ୍ସରଶଙ୍କକ୍ଷବଗ୍ଧରୟ ବମଗ୍ଧସକ୍ଟଦ୍ଭ) । ସର୍ବଭୂତେଷୁ ଯେନୈକଂ... (ଗୀ ୧୮/୨୦) ଶ୍ଳୋକ ଆଧାରରେ ଅନେକ ଟୀକାକାର ପରମାତ୍ମାଙ୍କୁ ସର୍ବବ୍ୟାପକ ବୋଲି ପ୍ରମାଣ କରିଛନ୍ତି । କିନ୍ତୁ ଲେଖକ ଏଠାରେ ଏହି ସିଦ୍ଧାନ୍ତକୁ ଭାବ ପ୍ରଧାନ ବୋଲି ଆଲୋଚନା କରିଛି । ଏହିପରି ଆଲୋଚ୍ୟ ଅଧ୍ୟାୟରେ ବର୍ଣ୍ଣିତ ବିଭିନ୍ନ ଆଧ୍ୟାତ୍ମିକ ଶବ୍ଦ ଓ ବିଷୟଗୁଡ଼ିକୁ ଯୁଗପୋଯୋଗୀ ଓ ବିବେକ ସମ୍ମତ ଅର୍ଥରେ ବ୍ୟାଖ୍ୟା କରାଯାଇଅଛି । ନିଷ୍ପକ୍ଷ ପାଠକମାନଙ୍କ ଦ୍ୱାରା ଏହି ବ୍ୟାଖ୍ୟା ଅବଶ୍ୟ ଆଦୃତ ହେବ ବୋଲି ଲେଖକର ବିଶ୍ୱାସ ।
ଏହି ଅଧ୍ୟାୟର ମୋଟ ୫୬ଗୋଟି ଶ୍ଳୋକକୁ କ୍ରମାନୁସାରେ ତେରଗୋଟି ଆଧ୍ୟାମିôକ ଶୀର୍ଷକରେ ଆଲୋଚନା କରାଯାଇଅଛି । ସେଗୁଡ଼ିକ ହେଉଛି : ତିନି ପ୍ରକାର ତ୍ୟାଗ (ଶ୍ଳୋ ୪-୯), ତ୍ୟାଗୀର ଲକ୍ଷଣ ଓ ଆଚରଣ (୧୦-୧୨), କର୍ମର ପ କାରଣ (ଶ୍ଳୋ ୧୩-୧୫), କର୍ମର କର୍ା ଓ ପ୍ରେରକ (ଶ୍ଳୋ ୧୬-୧୮), ତିନି ପ୍ରକାର ଜ୍ଞାନ (ଶ୍ଳୋ ୨୦-୨୨), ତିନି ପ୍ରକାର କର୍ମ (ଶ୍ଳୋ ୨୩-୨୫), ତିନି ପ୍ରକାର କର୍ା (ଶ୍ଳୋ ୨୬-୨୮) ତିନି ପ୍ରକାର ବୁଦ୍ଧି ଓ ଧୃତି (ଶ୍ଳୋ ୨୯-୩୫), ତିନି ପ୍ରକାର ସୁଖ (ଶ୍ଳୋ ୩୬-୩୯), ବ୍ରାହ୍ମଣାଦି ଚର୍ତୁବର୍ଣ୍ଣର କର୍ମ (ଶ୍ଳୋ ୪୧-୪୪), ସ୍ବଧର୍ମ ଓ ପରଧର୍ମ (ଶ୍ଳୋ ୪୫-୪୮), ଜ୍ଞାନ ଯୋଗ ଦ୍ୱାରା ଈଶ୍ୱର ପ୍ରାପ୍ତି (ଶ୍ଳୋ ୪୯-୫୫) ଏବଂ ଯୋଗର ସରଳ ବିଧି-ସମର୍ପଣ (ଶ୍ଳୋ ୫୬-୬୬) ।
ଉପସଂହାର
ଶଙ୍କରା·ର୍ଯ୍ୟଙ୍କ ଠାରୁ ଆରମ୍ଭ କରି ଅଦ୍ୟାବଧି ଯେତେ ଜଣ ପ୍ରମୁଖ ଭାଷ୍ୟକାର ଗୀତା ଉପରେ ନିଜ ନିଜ ଭାଷ୍ୟ ରଚନା କରିଛନ୍ତି ସେମାନେ ସ୍ବକୀୟ ମତବାଦକୁ ଗୀତା ସମର୍ଥିତ ବୋଲି ପ୍ରତିପାଦନ କରିବାକୁ ଯାଇଛନ୍ତି । ମାତ୍ର ଏହି ଲେଖକ ଗୀତା ମଧ୍ୟରେ ଥିବା ଈଶ୍ୱରୀୟ ଜ୍ଞାନର କେବଳ ଅନ୍ୱେଷଣ କରିଅଛି । ଏଥିପାଇଁ ସେ ଧରାପୃଷ୍ଠରେ ଅବତରଣ କରିଥିବା ପରମାତ୍ମା ଶିବ କୁର୍କ ଈଶ୍ୱରୀୟ ଜ୍ଞାନକୁ ଆଧାର ରୂପେ ଗ୍ରହଣ କରି ଗୀତାର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ମାତ୍ର କରିଛି । ଏଠାରେ ସ୍ମରଣ ରଖିବା ଉଚିତ ହେବ ଯେ ମାନବୀୟ ମତ ଅନେକ ସମୟରେ ସାଂପ୍ରଦାୟିକ ବି·ରଧାରା ଉପରେ ପର୍ଯ୍ୟବସିତ ହୋଇଥାଏ । କିନ୍ତୁ ଈଶ୍ୱରୀୟ ମତ ଜାତି, ଧର୍ମ, ବର୍ଣ୍ଣ ଓ ସଂପ୍ରଦାୟ ନିର୍ବିଶେଷରେ ପ୍ରତ୍ୟେକଙ୍କ ପାଇଁ ଗ୍ରହଣ ଯୋଗ୍ୟ ହୋଇପାରେ । ଏହି ଦୃଷ୍ଟିରୁ ପୁସ୍ତକଟି ରଚନା କରାଯାଇଛି ।

କ୍ଷ

No comments: