ଚେତନାର କ୍ରିୟାଶୀଳତା
ଚେତନାର କ୍ରିୟାଶୀଳତା ଅତ୍ୟନ୍ତ ବିଲକ୍ଷଣ ଅଟେ । ଏହା ଯେମିତି ·ହେଁ ସେମିତି ଆକାର ଗ୍ରହଣ କରି ପାରେ । ଏହା ଯେତେବେଳେ ବସ୍ତୁ ସହିତ ତାଦାତ୍ମ୍ୟ ସ୍ଥାପିତ କରେ, ଯେଉଁଠାରେ ବି ସ୍ବକୁ କେନ୍ଦ୍ରିତ କରେ ଓ ଅହଂ ରୂପ ‘ମୁଁ’ରେ ‘ସ୍ବ’କୁ ପ୍ରତ୍ୟାରୋପିତ କରିଦିଏ ତଦନୁରୂପ ତା’ର ସ୍ବରୂପର ପରିବର୍ନ ହୋଇଥାଏ । ଅର୍ଥାତ ‘ମୁଁ’ର ବିଭିନ୍ନ ସ୍ବରୂପ ନିର୍ଦ୍ଧାରଣ ଚେତନାର ବିଭିନ୍ନ ବିଷୟ ବସ୍ତୁ ସହିତ ଥିବା ସଂପୃକ୍ତି ଓ ସମ୍ବନ୍ଧ ଅନୁରୂପ ହୋଇଥାଏ । ଏହି ପରିଚୟରେ ‘ମୁଁ’ ଓ ଏହି “ଅହଂ” ମହ୍ୱପୂର୍ଣ୍ଣ ହୁଏ ନାହିଁ, ପରନ୍ତୁ ଚେତନା ସହିତ ସଂପୃକ୍ତ ବା ସମ୍ବନ୍ଧିତ କ୍ରିୟା ମହ୍ୱପୂର୍ଣ୍ଣ ହୋଇଥାଏ । ଯେଉଁ ବିଷୟ ଉପରେ ତାହା କେନ୍ଦ୍ରୀଭୂତ ହୁଏ ତଦନୁରୂପ ‘ମୁଁ’ର ରୂପ ଓ ଆକାର ଗ୍ରହଣ କରିନିଏ । ଯେତେବେଳେ ଚେତନା ଦେହ ସହିତ ତାଦାତ୍ମ୍ୟ ରଖେ ସେତେବେଳେ ସେ ନିଜର ମୌଳିକ ଦେହୀ (ଆତ୍ମସା) ସ୍ବରୂପ ବିସ୍ମୃତ ହୋଇ ନିଜକୁ ଦେହ ମନେ କରେ ଓ ଇନ୍ଦ୍ରିୟ ସମୂହରେ ଅଧୀନ ହୋଇଯାଏ । ଯଦି ଚେତନା ଅନ୍ତର୍ମୁଖୀ ହୋଇ ନିଜର ଆତ୍ମ ସା ସହିତ ଏକାଗ୍ରତା ପୂର୍ବକ ଯୁକ୍ତ ହୋଇଯାଏ ସେତେବେଳେ ସେ ନିଜକୁ (‘ସ୍ବ’କୁ) ଜ୍ଞାନ ସ୍ବରୂପ ଶୁଦ୍ଧ ଓ ଅଲୌକିକ ବା ଦିବ୍ୟଗୁଣାବଳୀରେ ସମ୍ପନ୍ନ ସୂକ୍ଷ୍ମ ଜ୍ୟୋର୍ତିବିନ୍ଦୁ ରୂପରେ ଅନୁଭବ କରେ । ଏହି ଅବସ୍ଥାରେ ସ୍ଥିତ ଚେତନା ନିଜ ଦେହ ଓ ଦେହ ସହିତ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, ବୈଭବ, ଘଟଣା, ପରିସ୍ଥିତି ଆଦି ପ୍ରତି ଅନାସକ୍ତ ରହି ତା’ ଉପରେ ନ୍ୟସ୍ତ ଉଭୟ ଲୌକିକ ଓ ଅଲୌକିକ ଦାୟିତ୍ୱ ଆନନ୍ଦ ପୂର୍ବକ ନିର୍ବାହ କରିଥାଏ । ଚେତନାର ଏହି ଉଚ୍ଚତମ ସ୍ଥିତି ନିରନ୍ତର, ନିରବଚ୍ଛିନ୍ନ ଓ ବିଧି ସମ୍ପନ୍ନ ଯୋଗ ଅଭ୍ୟାସ ଦ୍ୱାରା ପ୍ରାପ୍ତ ହୋଇଥାଏ ।
ଚେତନା ଶକ୍ତି ହିଁ ଜଗତର କି୍ରୟାଶୀଳ ଗତିଶୀଳତାର ମୂଳ ଆଧାର ଅଟେ । ଅର୍ଥାତ ଜଗତର ସୃଜନ, ସାଳନ ଓ ବିନାଶ କି୍ରୟାରେ ମୂଳତଃ ଏହି ଚେତନାର ଶକ୍ତିହିଁ ସକି୍ରୟ ଥାଏ । ସମସ୍ତ ଶକ୍ତିର ମୂଳରେ ଏହି ଶକ୍ତି ନିହିତ । ବୈଜ୍ଞାନିକ ପରୀକ୍ଷଣ ଦ୍ୱାରା ମଧ୍ୟ ଏହି ସିଦ୍ଧାନ୍ତ ପ୍ରମାଣିତ । ଇହ ଲୋକ (ଜଡ ଜଗତ), ସୂକ୍ଷ୍ମ ଲୋକ ଓ ପରଲୋକ (ମୂଳ ଜଗତ ବା ପରମଧାମ ଯାହା ଆତ୍ମାର ମୂଳ ବାସ ସ୍ଥାନ) ସବୁଠାରେ ଚେତନାର ଶକ୍ତି ଭିନ୍ନ ଭିନ୍ନ ରୂପରେ ସକ୍ରିୟ ଥାଏ । ଏହାର ଉଚ୍ଚତମ ସ୍ବରୂପରେ ‘ସ୍ବ’କୁ ସ୍ଥିତ କରିବା ଦ୍ୱାରା ବ୍ୟକ୍ତି କାମ କ୍ରୋଧାଦି ସମସ୍ତ ମନୋବିକାରରୁ ମୁକ୍ତ ହୋଇ ଇନ୍ଦ୍ରିୟ ସକଳକୁ ସ୍ବଇଛା ଅନୁସାରେ ପରି·ଳିତ କରିବାକୁ ସକ୍ଷମ ହୁଏ । ମନୁଷ୍ୟ ଚେତନା ପଶୁଚେତନା ବା ନିମ୍ନ ଚେତନାରୁ ଉଦ୍ଧ୍ୱର୍କୁ ଉଠି ସମ୍ପୂର୍ଣ୍ଣ ଆତ୍ମଚେତନା ସ୍ଥିତି ପର୍ଯ୍ୟନ୍ତ ପହି ପାରେ । ଏହାହିଁ ଆଧ୍ୟାତ୍ମିକ ଚେତନାର ବିକାଶ । ଅନ୍ୟ ଅର୍ଥରେ ଏହାକୁ ମାନବ ଦିବି୍ୟକରଣ ପ୍ରକି୍ରୟା ମଧ୍ୟ କୁହାଯାଇପାରେ ।ମାନବୀୟ ଚେତନାରେ ଚେତନାର ଅନେକ ବାହ୍ୟ ଓ ଆନ୍ତରିକ ସ୍ତର ବିଦ୍ୟମାନ । ଚେତନା ବର୍ହିମୁଖୀ ହେଲେ ବ୍ୟକ୍ତି ସ୍ବୀୟ ଆନ୍ତରିକ ସ୍ବରୂପର ଅନୁଭବ କରି ପାରେ ନାହିଁ । ଏହା ହେଉଛି ଚେତନାର ଆତ୍ମ ବିସ୍ମୃ୍ତି ଅବସ୍ଥା । ଏହି ଅବସ୍ଥାରେ ବ୍ୟକ୍ତି ସମ୍ପୂର୍ଣ୍ଣ ଦେହାଭିମାନୀ ହୁଏ । ଅର୍ଥାତ୍ ବ୍ୟକ୍ତି ଦେହର ସମ୍ବନ୍ଧ ଓ ଦେହ ସହିତ ସମ୍ବନ୍ଧିତ ବାହ୍ୟ, ମାନସିକ, ଭୌତିକ ତଥା କାମନାତ୍ମକ ପରିଚୟ ଯୁକ୍ତ ‘ମୁଁ’ ସହିତ ଏକରୂପ ହୋଇଯାଏ । ଅଜ୍ଞାନତାରୁ ସୃଷ୍ଟ ଏହି ସୀମିତ ପରିଚୟର ପ୍ରଭାବରୁ ମୁକ୍ତ ହେବା ପାଇଁ ଚେତନାକୁ ଅନ୍ତର୍ମୁଖୀ କରାଇବାର ଅଭ୍ୟାସ କରାଇବାକୁ ହେବ । ଅନ୍ତର୍ମୁଖୀ ହେବାର ଏହି ଅଭ୍ୟାସର ନାମ ହେଉଛି ଯୋଗ । ନିରନ୍ତର ଯୋଗାଭ୍ୟାସ ଦ୍ୱାରା ବ୍ୟକ୍ତି ସ୍ବୀୟ ଆନ୍ତରିକ ଅଲୌକିକ ସା ଓ ତାର ଶକ୍ତି ସମୂହ ପ୍ରତି ଜାଗ୍ରତ ହୋଇପାରେ ।
ଅତ୍ୟଧିକ ଶାରୀରିକ କି୍ରୟାକଳାପରେ ତଲ୍ଲୀନତା ଅଲୌକିକ ସା ଓ ଶକ୍ତି ମଧ୍ୟରେ ଏକ ପ୍ରାଚୀର ବା କଳା ପରଦା ରୂପେ ଉଭା ହୋଇ ଆନ୍ତରିକ ଚେତନାର ପ୍ରକୃତ ସ୍ବରୂପକୁ ଢ଼ାଙ୍କି ଦିଏ । ନିମ୍ନତର ଦୈହିକ ଚେତନା (ମାନସିକ ଓ ଭୌତିକ) ଯେତେବେଳେ ଅନ୍ତର୍ମୁଖୀ ହୁଏ ସେତେବେଳେ ଏହି ଅଜ୍ଞାନତାର ପ୍ରାଚୀର ବା ପରଦା ଅପସାରିତ ହୋଇ ଜ୍ଞାନାଲୋକ ସମ୍ପନ୍ନ ଅଲୌକିକ ଚେତନାରେ ରୂପାନ୍ତରିତ ହୋଇଯାଏ । ସେତେବେଳେ ଏହା ଉଚ୍ଚତର ସୂକ୍ଷ୍ମଲୋକରେ ବିଚରଣ କରିପାରେ ଓ ପରମାତ୍ମା ସା ସହିତ ନିଜକୁ ଯୁକ୍ତ କରିପାରେ । ଏହିପରି ଚେତନା ସମ୍ପନ୍ନ ଆତ୍ମା ଈଶ୍ୱରୀୟ ଶକ୍ତି ଦ୍ୱାରା ନିମ୍ନ ସ୍ବରୂପରୁ ଦିବ୍ୟ ସ୍ବରୂପରେ ରୂପାନ୍ତରିତ ହୋଇ ଇହ ଜନ୍ମରେ ମଧ୍ୟ ଶାନ୍ତି, ଆନନ୍ଦ ଓ ନିର୍ବିକାରୀ ଜୀବନ ଯାପନ କରିବାକୁ ସକ୍ଷମ ହୁଏ ।
ଚେତନାର ଅସ୍ତିତ୍ୱ ଓ ଏହାର ଆନ୍ତରିକ କ୍ରିୟା ଶକ୍ତିକୁ ବୁଝିବା ପାଇଁ ଏହାକୁ ମୂଳତଃ ଦୁଇ ଭାଗରେ ବିଭକ୍ତ କରାଯାଇ ପାରେ । ପ୍ରଥମ ସ୍ବରୂପ ହେଉଛି ଅସ୍ତିତ୍ୱ ଗତ । ସାର ସମସ୍ତ ସ୍ବରୂପରେ ଚେତନାହିଁ ମୌଳିକ ଶକ୍ତି ରୂପେ କାର୍ଯ୍ୟ କରିଥାଏ । ଏହା ସା ରୂପେ ପ୍ରକଟ ହେବାକୁ ·ହେଁ ଓ ସେହି ସାରେ ଯୁକ୍ତ ହୋଇ ତାର “ଅହଂତ୍ୱ” ବା “ ମୁଁତ୍ୱ” ପ୍ରକଟ ହୋଇଯାଏ । ତା’ର ‘ଅହଂ’ ବା ‘ମୁଁ’ର ଏହି ବ୍ୟକ୍ତିତ୍ୱ ସକାରାତ୍ମକ ଓ ନକାରାତ୍ମକ ସ୍ବରୂପର ଅନେକ ଭିନ୍ନ ଭିନ୍ନ ରୂପ ସମ୍ପନ୍ନ ହୋଇପାରେ । ଯଦି ଏହା ଆଧ୍ୟାତ୍ମିକ ଜାଗୃତିରେ ବିକସିତ ହେବାକୁ ·ହେଁ, ତେବେ ଅନ୍ତର୍ମୁଖୀ ହୋଇ ତାର ମୂଳ ଜ୍ଞାନ ସ୍ବରୂପ ଚେତନାକୁ ବିକସିତ କରିବା ପାଇଁ ପୁରୁଷାର୍ଥ ପ୍ରାରମ୍ଭ କରିଦିଏ । ପରିଣାମ ସ୍ବରୂପ ଏହା ଆତ୍ମ ଚେତନାର ମୌଳିକ ଆକାର ଗ୍ରହଣ କରି ପୂର୍ବର ଅଜ୍ଞାନମୟ ଆବରଣ ଯୁକ୍ତ ପରିଚୟକୁ ତ୍ୟାଗ କରେ । ଏଠାରେ ପ୍ରଣିଧାନ ଯୋଗ୍ୟ ବିଷୟ ଏହା ଯେ ସମ୍ପ୍ରତି ବୈଜ୍ଞାନିକଗଣ ଯେଉଁ ଚେତନା କଥା କହନ୍ତି ତାହା ପୂର୍ଣ୍ଣ ଆଧ୍ୟାତ୍ମିକ ବି·ର ସମ୍ପନ୍ନ ଚେତନା ନୁହେଁ । ଏହା ହେଉଛି ଜଡ ଜଗତରେ ଘଟୁଥିବା ଭୌତିକ ଓ ରାସାୟନିକ କ୍ରିୟା ପ୍ରତିକ୍ରିୟା କରୁଥିବା ତଥା ଶରୀର ମଧ୍ୟରେ ହେଉଥିବା ଜୈବିକ ଓ ରାସାୟନିକ ପରିବର୍ନର ସଂଯୁକ୍ତ ପ୍ରକ୍ରିୟାରୁ ଉପôନ୍ନ ହେଉଥିବା ଜୀବନଧାରା ସମ୍ପନ୍ନ ଜଡ ଚେତନା । ସେମାନଙ୍କ ଅନୁସାରେ ଏହି ଜଟିଳ ଜୈବିକ ଭୌତିକ ରାସାୟନିକ ପ୍ରତିକି୍ରୟା ଦ୍ୱାରା କ୍ରିୟାଶୀଳ ଜୀବନର ପ୍ରତିଫଳନ ହିଁ ଚେତନା ଶକ୍ତି । ଅନ୍ୟ ଅର୍ଥରେ ଚେତନା ହେଉଛି ଶକ୍ତି ପ୍ରବାହର ଜଡ ସ୍ବରୂପ । କିନ୍ତୁ ଏଠାରେ ଯେଉଁ ଚେତନା ବିଷୟରେ ଆଲୋଚନା କରାଯାଉଛି ତାହା ହେଉଛି ସୃଷ୍ଟି ଓ ଜୀବଜଗତରେ ସମସ୍ତ ଶକ୍ତି ଏବଂ କ୍ରିୟା-ପ୍ରତିକ୍ରିୟାର ମୂଳରେ ଥିବା ଚୈତନ୍ୟ ଶକ୍ତି (ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ) ।
ଚେତନାର ଦ୍ୱିତୀୟ ସ୍ବରୂପ ହେଉଛି ବସ୍ତୁ ସମ୍ବନ୍ଧରେ ହେଉଥିବା ସୂଚନା, ଜ୍ଞାନ ତଥା ତାହା ଉପରେ କ୍ରିୟାଶୀଳ ଶକ୍ତି । ଉକ୍ତ ବସ୍ତୁର ସଂରଚନାର ତା୍ୱିକ ବା ଉପାଦାନ ତ୍ୱ ବିଷୟରେ ଓ ଏହାର ସମସ୍ତ ସୂକ୍ଷ୍ମ ଦିଗଗୁଡିକୁ ଜାଣିବା । ଅର୍ଥାତ ଏହାର ସୈଦ୍ଧାନ୍ତିକ ଓ ବ୍ୟବହାରିକ ବିଷୟରେ ପୂର୍ଣ୍ଣ ଜ୍ଞାନ ଆହରଣ କରିବା । ଏହି ସ୍ତରରେ ଚେତନାର ସୃଜନାତ୍ମକ ଶକ୍ତି ସୁପ୍ତ ଥାଏ । ତେଣୁ ଏହାକୁ ନିମ୍ନସ୍ତରୀୟ ଚେତନା କୁହାଯାଏ । ଏହାକୁ ଉଚ୍ଚ ସ୍ତରୀୟ ବା ସତ୍ୟ ଆତ୍ମିକ ଚେତନାରେ ରୂପାନ୍ତରଣ ପାଇଁ ସୃଜନାତ୍ମକ ଶକ୍ତିର (ଜ୍ଞାନ ଓ ସଂକଳ୍ପ ଶକ୍ତି) ବିକାଶ କରିବା ଆବଶ୍ୟକ । ଏଥି ପାଇଁ ଆତ୍ମିକ ଚେତନାକୁ ପରମ ଚେତନା (ପରମାତ୍ମା) ସହିତ ଯୁକ୍ତ କରିବାକୁ ପଡିବ । ଏହି ମିଳନ ପ୍ରକ୍ରିୟାର ନାମ ହେଉଛି ରାଜଯୋଗ ବା ଶ୍ରେଷ୍ଠ ଯୋଗ ।
No comments:
Post a Comment