Sunday, 7 May 2017

ସମର୍ଥିତ ଓ ବ୍ୟବହୃତ ମୂଲ୍ୟ

                                                                                                                               ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ଜଣେ ବ୍ୟକ୍ତି କୌଣସି ମୂଲ୍ୟକୁ ଦୈନନ୍ଦିନ ଜୀବନରେ ଧାରଣ ଯୋଗ୍ୟ ମନେ କଲେ ତାହା ତା’ପାଇଁ ସମର୍ଥିତ ମୂଲ୍ୟ (Espoused Value)) ଅଟେ । କୌଣସି ମୂଲ୍ୟ ବିଷୟରେ କହିବା ଓ ତାକୁ ସମର୍ଥନ କରିବା ସହଜ କଥା କିନ୍ତୁ ତାହା ବ୍ୟବହାରିକ ଜୀବନରେ ପ୍ରୟୋଗ କରିବା କଷ୍ଟକର ବ୍ୟାପାର । ସାଧାରଣତଃ ଦେଖାଯାଏ ଯେ ଅନେକ ନିଜ ସମର୍ଥିତ ମୂଲ୍ୟକୁ ବ୍ୟବହାରିକ ଜୀବନରେ ଧାରଣ ନ କରି ଓହରି ଯାଆନ୍ତି । ତେଣୁ ସମର୍ଥିତ ଓ ବ୍ୟବହୃତ ମୂଲ୍ୟ (Applied value) ମଧ୍ୟରେ ଅନ୍ତର ପରିଲକ୍ଷିତ ହୁଏ ।
ପୂର୍ବାଗ୍ରହ ବଶତଃ ବ୍ୟକ୍ତି ସମର୍ଥିତ ମୂଲ୍ୟ ଧାରଣ ପାଇଁ ସକ୍ଷମ  ହୁଏ ନାହିଁ । ବିନମ୍ରତା, ପ୍ରେମ, ଶାନ୍ତି, ଦୟା ଆଦି ମୂଲ୍ୟ ବିଷୟରେ ଅନ୍ୟକୁ ଉପଦେଶ ଦେଉଥିବା ବ୍ୟକ୍ତି ସ୍ବୟଂ ନିଜ ଜୀବନରେ ଧାରଣ କରନ୍ତି ନାହିଁ । ଅନେକେ ଏହି ମୂଲ୍ୟଗୁଡ଼ିକୁ ସମର୍ଥନ କରନ୍ତି କିନ୍ତୁ ପୂର୍ବାଗ୍ରହ ହେତୁ କାର୍ଯ୍ୟ  ବ୍ୟବହାରରେ ଏଗୁଡ଼ିକର ବିପରୀତ ଆଚରଣ କରନ୍ତି । ପୂର୍ବାଗ୍ରହ ଯୁକ୍ତ ବ୍ୟକ୍ତିର ଜ୍ଞାନ ନେତ୍ର ଖୋଲେ ନାହିଁ । ଏଭଳି ବ୍ୟକ୍ତି ସତ୍ୟ ଦର୍ଶନ କରିପାରନ୍ତି ନାହିଁ । ସେମାନେ ବାସ୍ତବିକତାକୁ ଉପେକ୍ଷା କରନ୍ତି । ପୂର୍ବାଗ୍ରହ ବଶତଃ କୌଣସି ସମର୍ଥିତ ମୂଲ୍ୟ ଯଦି ସେମାନେ ଧାରଣ କରନ୍ତି ନାହିଁ ତେବେ ତାର ସପକ୍ଷରେ ନାନା ପ୍ରକାର ପାଣ୍ଡିତ୍ୟପୂର୍ଣ୍ଣ ଯୁକ୍ତି ଉପସ୍ଥାପନ କରନ୍ତି । ଏହି ବୌଦ୍ଧିକ ·ତୁର୍ଯ୍ୟ ସେମାନଙ୍କ ବ୍ୟବହାରରେ ବିସଙ୍ଗତି ସୃଷ୍ଟି କରେ । ସେମାନେ ଯାହା କହନ୍ତି କାର୍ଯ୍ୟ ବେଳେ ଠିକ ଓଲଟା କରନ୍ତି । କେତେକ ବ୍ୟକ୍ତି ମୂଲ୍ୟ ବିଷୟରେ ଭ୍ରମ ଧାରଣା ପୋଷଣ କରନ୍ତି । ସେମାନଙ୍କ ଧାରଣା ଯେ ମୂଲ୍ୟ ଗୁଡ଼ିକୁ ଧାରଣା କରିବା ଆଜିର ଦୁନିଆରେ ସମ୍ଭବ ନୁହେଁ । କେହି କେହି ଏଗୁଡ଼ିକୁ ଧାରଣ କରିବା ଦୁର୍ବଳତାର ପରି·ୟକ ମନେ କରନ୍ତି ।
ମୂଲ୍ୟଗୁଡ଼ିକୁ ଧାରଣ କରିବା ବେଳେ ସନ୍ତୁଳନ ଓ ସ୍ପଷ୍ଟତା ଆବଶ୍ୟକ । ଅନ୍ୟଥା ଜଣେ ଭୁଲ ନିର୍ଣ୍ଣୟ ନେଇ ପାରେ ଅଥବା ମୂର୍ଖତା ପୂର୍ଣ୍ଣ କର୍ମ କରିପାରେ । ଦଣ୍ଡିବା ଶକ୍ତି ଥିବା ବ୍ୟକ୍ତି ପାଖରେ କ୍ଷମା ଗୁଣ ରହିଲେ ସେ ଯଥାର୍ଥ ନ୍ୟାୟ ଦେବାରେ ସକ୍ଷମ ହୁଅନ୍ତି । ଏ ପ୍ରସଙ୍ଗରେ ଜଗନ୍ନାଥ ଦାସ କୃତ ଭାଗବତ ପମ ସ୍କନ୍ଧ ଏକାଦଶ ଅଧ୍ୟାୟର ଦ୍ୱିତୀୟ ଓ ତୃତୀୟ ପଦରେ ଥିବା ପଂକ୍ତି, “ଦଣ୍ଡିବା ଶକ୍ତି ଯା’ର ଥାଇ ସେ ଯେବେ କ୍ଷମା ଆଚରଇ, ସାଧୁଙ୍କ ଶ୍ରେଷ୍ଠ ସେହୁ ନର । ସୁଖ ଦୁଃଖରୁ ସେ ବାହାର,’’ ପ୍ରଣିଧାନ ଯୋଗ୍ୟ । ତେଣୁ ଯଥାର୍ଥ ନ୍ୟାୟ ପାଇଁ ନିୟମ ଓ କରୁଣାର ସନ୍ତୁଳନ ହେବା ଆବଶ୍ୟକ । କେତେବେଳେ ଦୃଢ଼ତା ଓ କେଉଁ ସମୟରେ ନରମ ପଣିଆ ଦେଖାଇବା କଥା ସେଥିପାଇଁ ପୂର୍ବାଗ୍ରହ ମୁକ୍ତ ବୁଦ୍ଧି ଦରକାର । ବୋଧ ଶକ୍ତିର ବିକାଶ ଓ ଅନୁଭବ ଦ୍ୱାରା ବ୍ୟକ୍ତି ଉଚିତ ନିର୍ଣ୍ଣୟ ନେବାରେ ସକ୍ଷମ ହୁଏ । ସ୍ବାଦ ବିଷୟରେ କୋମଳତା ଓ ସିଦ୍ଧାନ୍ତ ବିଷୟରେ ଦୃଢ଼ତା ପ୍ରଦର୍ଶନ ଏକ ଉମ ନିୟମ ବୋଲି ସ୍ବୀକାର କରାଯାଏ ।
କୌଣସି ଗୋଟିଏ ମୂଲ୍ୟକୁ ଯଦି ଜଣେ ସଚ୍ଚୋଟତା ପୂର୍ବକ ଧାରଣ କରନ୍ତି ତେବେ ଅନ୍ୟ ମୂଲ୍ୟ ଗୁଡ଼ିକ ମଧ୍ୟ ତାଙ୍କ ମଧ୍ୟରେ ସ୍ବତଃ ପରିସ୍ଫୁଟ ହୁଏ । କାରଣ ମୂଲ୍ୟ ଗୁଡ଼ିକ ପରସ୍ପର ନିର୍ଭରଶୀଳ । ଯଦି ଜଣେ କୌଣସି ମୂଲ୍ୟ ଧାରଣ କରି ମଧ୍ୟ ତାଙ୍କ ଜୀବନରେ ବିଭିନ୍ନ ସୁଗୁଣ ପରିସ୍ଫୁଟ ହେଉ ନାହିଁ ତେବେ ସଂପୃକ୍ତ ମୂଲ୍ୟ ପ୍ରତି ତାଙ୍କର ସ୍ପଷ୍ଟ ଧାରଣା ନାହିଁ ବୋଲି ବୁଝିବାକୁ ହେବ । ଏପରି କ୍ଷେତ୍ରରେ ସୂକ୍ଷ୍ମ ଆତ୍ମାନୁଶୀଳନ ଦରକାର । ବିଚାର ଅନୁରୂପ ଆ·ର ହୁଏ । ମନରେ ଉପôନ୍ନ ପ୍ରତ୍ୟେକ ବିଚାରର ସୂକ୍ଷ୍ମ ଅନୁଶୀଳନ ଦ୍ୱାରା ବିଭିନ୍ନ ମୂଲ୍ୟର ଯଥାର୍ଥ ମୂଲ୍ୟାଙ୍କନ କରାଯାଇପାରେ । ଜୀବନରେ ନୂଆ ନୂଆ ମୂଲ୍ୟର ଉପôି ହିଁ ମୂଲ୍ୟ ପ୍ରତି ଯଥାର୍ଥ ଦୃଷ୍ଟିକୋଣର ପରି·ୟକ । ଏପରି ହେଲେ ବ୍ୟକ୍ତିର କଥା ଓ କର୍ମ ମଧ୍ୟରେ ଅନ୍ତର କ୍ରମଶଃ ହ୍ରାସ ପାଇବାକୁ ଲାଗେ । ନିରବଚ୍ଛିନ୍ନ ପ୍ରୟାସ ଦ୍ୱାରା ଅନ୍ତ ର୍ବିରୋଧ ଓ ବିସଙ୍ଗତି ସମାପ୍ତ କରିବାକୁ ହେବ । ଦୈହିକ ଦୃଷ୍ଟି ପରିହାର କରି ସମସ୍ତଙ୍କୁ ଆତ୍ମିକ ଦୃଷ୍ଟିରେ ଦେଖିଲେ ମୂଲ୍ୟ ଧାରଣ ସହଜ ହୋଇଥାଏ ।
ସମ୍ପାଦକ, ଚେତନା ପ୍ରବାହ, ଶିବଶକ୍ତି ହୋମିଓ ସେବା ସଦନ
ପାଟଣାଗଡ଼- ୭୬୭ଠ୨୫, ଜି: ବଲାଙ୍ଗିର
ମୋ: ୯୪୩୭୨୧ଠ୨୯୬ 

No comments: