Saturday, 6 May 2017

ମନର ସଂରଚନା-BY DR. SUDHANSHU SEKHAR . MISHRA

ମନର ସଂରଚନା
ଆତ୍ମା ଯେଉଁ ଶକ୍ତି ବଳରେ ସ୍ବୀୟ ଭାବ ଅଭିବ୍ୟକ୍ତ କରେ ତା’ର ନାମ ହେଉଛି ମନ । ମନରେ ସର୍ବ ପ୍ରଥମେ ବି·ର ଉପôନ୍ନ ହୁଏ । ବୁଦ୍ଧିର କାମ ହେଉଛି ନିର୍ଣ୍ଣୟ କରିବା । ଏହା ଆତ୍ମାର ନିର୍ଣ୍ଣୟ ଶକ୍ତି । ମାନସିକ ସ୍ଥିତି, ମାନସିକ ଦଶା, ସାହଚର୍ଯ୍ୟ ସ୍ମୃତି ଏବଂ ପୂର୍ବାନୁମାନ ବା କଳ୍ପନା ଦ୍ୱାରା ବୁଦ୍ଧି ପ୍ରଭାବିତ ହୋଇଥାଏ । ଯଥାର୍ଥ ଓ ସୁଗମ ନିର୍ଣ୍ଣୟ ଶକ୍ତି ବୃଦ୍ଧି ପାଇଁ ମନ ଓ ମସ୍ତିଷ୍କ ମଧ୍ୟରେ ପ୍ରଭେଦ ଓ କି୍ରୟା ବିଧି ବିଷୟରେ ଜାଣିବା ଅପରିହାର୍ଯ୍ୟ ।
ପୂର୍ବରୁ କୁହାଯାଇଛି ମନ ହେଉଛି ବି·ର କରିବାର ସୂକ୍ଷ୍ମଶକ୍ତିର ନାମ । ଅନ୍ୟ ପକ୍ଷରେ ମସ୍ତିଷ୍କ ହେଉଛି ଶରୀରର ଏକ ଭୌତିକ ଅଙ୍ଗ । ମନ ଓ ମସ୍ତିଷ୍କ ମଧ୍ୟରେ ଏହା ହେଉଛି ମୌଳିକ ପ୍ରଭେଦ । ମସ୍ତିଷ୍କକୁ କମ୍ପୁ୍ୟଟର ସହିତ ତୁଳନା କରାଯାଇପାରେ । ଦୈନନ୍ଦିନ ଜୀବନରେ ମନୁଷ୍ୟ ଅନେକ ଦୃଶ୍ୟ, ଘଟଣା, ପରିସ୍ଥିତି ଆଦିର ସମ୍ମୁଖୀନ ହୁଏ । ଏସବୁ ମସ୍ତିଷ୍କରେ ସଂଗୃହୀତ ହୋଇ ସଂରକ୍ଷିତ ଥାଏ । ପରବର୍ୀ ସମୟରେ ତତ୍ ସମ୍ବନ୍ଧିତ ବ୍ୟକ୍ତି ବା ଘଟଣାର ସମ୍ମୁଖୀନ ହେଲେ ପୂର୍ବରୁ ସଂଗୃହୀତ ଓ ସିତ ସୂଚନା ସ୍ମୃତି ପଟଳରେ ଅଙ୍କିତ ହୁଏ । ଏହି ମସ୍ତିଷ୍କ ରୂପୀ କମ୍ପୁ୍ୟଟରର ·ଳକ ହେଉଛି ମନ । ମନ ଯେତେବେଳେ ଶାନ୍ତ ଓ ଶୀତଳ ଥାଏ ସେତେବେଳେ ମସ୍ତିଷ୍କରୁ ଆଲ୍ଫା (ଇକ୍ଷଲବ) କିରଣ ନିର୍ଗତ ହୁଏ । ଏହା ଫଳରେ ଯଥାର୍ଥ ନିର୍ଣ୍ଣୟ ନେବାକୁ ବୁଦ୍ଧି ସକ୍ଷମ ହୁଏ । ମନ ଅଶାନ୍ତ ଓ ·ପଗ୍ରସ୍ତ ହେଲେ ନିର୍ଣ୍ଣୟ ମଧ୍ୟ ଯଥାର୍ଥ ହୋଇନଥାଏ । ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା ମନକୁ ନିରନ୍ତର ଶାନ୍ତ, ସହଜ ଓ ସ୍ବଭାବିକ ରଖିବାର ବିଧି ବତାଏ । ଏହା ରାଜଯୋଗ ନାମରେ ନାମିତ । ବିଧିପୂର୍ବକ ରାଜଯୋଗ ଅଭ୍ୟାସ କଲେ ଆତ୍ମାନୁଭୂତି ହୁଏ ଯଦ୍ଧ୍ୱାରା ପରମାତ୍ମାନୁଭୂତି ମାର୍ଗ ପ୍ରଶସ୍ତ ହୋଇଥାଏ ।
ଇଡ୍ , (ଋୟ) ଇଗୋ (ଋଶକ୍ଟ) ଓ ସୁପର ଇଗୋ (ଝଙ୍କକ୍ଟ୍ରରକ୍ସ ଋଶକ୍ଟ) ହେଉଛି ମନର ତିନୋଟି ଅବସ୍ଥା । ମନ ମଧ୍ୟରେ ଉଠୁଥିବା ବି·ରର ଅବସ୍ଥା ହେଉଛି ‘ଇଡ୍’ (ଋୟ) । ବି·ର ନକାରାତ୍ମକ ବା ସକାରାତ୍ମକ ହୋଇପାରେ । ଏହି ଦ୍ୱନ୍ଦ୍ୱାତ୍ମକ ବି·ର ହେଉଛି ‘ଇଗୋ’ (ଋଶକ୍ଟ) । ଶ୍ରେଷ୍ଠ ବୈ·ରିକ ଅବସ୍ଥାକୁ ସୁପର ଇଗୋ’ (ଝଙ୍କକ୍ଟ୍ରରକ୍ସ ଋଶକ୍ଟ) କୁହାଯାଏ । ଏହା ମନୁଷ୍ୟକୁ ଶ୍ରେଷ୍ଠ କର୍ମ ପ୍ରତି ଅଭିପ୍ରେରିତ କରିଥାଏ । ଉପର୍ଯୁ୍ୟକ୍ତ ତିନୋଟି ମଧ୍ୟରୁ ଯେଉଁଟି ଶକ୍ତିଶାଳୀ ହୁଏ ତାହା ମସ୍ତିଷ୍କ ପ୍ରକି୍ରୟାକୁ ପ୍ରଭାବିତ କରେ ଓ ମନୁଷ୍ୟଦ୍ୱାରା ତଦନୁରୂପ କାର୍ଯ୍ୟ ସମ୍ପାଦିତ ହୋଇଥାଏ ।
ଚେତନା (ଆତ୍ମା)ର ତିନୋଟି ଅବସ୍ଥା
ଜାଗ୍ରତ (ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦ): ଏହି ଅବସ୍ଥାରେ କର୍ମେନ୍ଦି୍ରୟ ସମୂହ ଓ ପ୍ରକୃତି ସହିତ ମନର ସମ୍ବନ୍ଧ ସ୍ଥାପିତ ହୋଇଥାଏ ଓ ଅନୁଭବ ହୁଏ ।
ସୁଷୁପ୍ତି (ଝଙ୍କଭ-ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦ): ଏହି ଅବସ୍ଥାରେ ଅପୂର୍ଣ୍ଣ ଇଛା ସଂକଳିତ ହୋଇ ରହିଥାଏ ଯେଉଁଗୁଡ଼ିକ ସ୍ବପ୍ନ ମାଧ୍ୟମରେ ପ୍ରକଟ ହୁଏ । ଏଗୁଡ଼ିକ ଯଦି ସ୍ବପ୍ନ ମାଧ୍ୟମରେ ପ୍ରକଟ ହୋଇପାରେ ନାହିଁ ତେବେ ମନୋଦୈହିକ ରୋଗ ରୂପରେ ପ୍ରକଟ ହୋଇଥାଏ ।
ପରମ ଜାଗ୍ରତ (ଝଙ୍କକ୍ଟ୍ରରକ୍ସ- ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦ): ଯେଉଁ ଅପୂର୍ଣ୍ଣ ଇଚ୍ଛାଗୁଡ଼ିକ ମନୋଦୈହିକ ରୋଗ ରୂପରେ ପ୍ରକଟ ହୋଇପାରେନାହିଁ ସେଗୁଡ଼ିକ କୌଣସି ସମୟରେ ମଧ୍ୟ ଇହ ବା ପର ଜନ୍ମରେ ପ୍ରକଟ ହୋଇଥାଏ । ଏହାକୁ ସଂସ୍କାର କୁହାଯାଏ । ଏହା ମନୁଷ୍ୟର କର୍ମକୁ ପ୍ରଭାବିତ କରେ । କର୍ମ ଉପରେ ପଡ଼ୁଥିବା ସଂସ୍କାରର ସକାରାତ୍ମକ ପରିବର୍ନ ପାଇଁ ମୂଲ୍ୟ ଏବଂ ଆଧ୍ୟାତ୍ମିକ ଶିକ୍ଷା ଆବଶ୍ୟକ ।
ଅଧିଗମ (ଖରବକ୍ସଦ୍ଭସଦ୍ଭଶ): ଏହା ହେଉଛି ଶିଖିବା ପ୍ରକି୍ରୟା । କୌଣସି କାର୍ଯ୍ୟ ପ୍ରଥମେ କଠିଣ ଲାଗେ । ବାରମ୍ବାର କଲେ ତାହା ସହଜ ହୋଇଥାଏ ଓ ପରବର୍ୀ ସମୟରେ ତାହା ଅଭ୍ୟାସରେ ପରିଣତ ହୋଇଯାଏ । ପ୍ରତିକୂଳ ପରିସ୍ଥିତିକୁ ଅନୁକୂଳ କରିବା ପାଇଁ ବ୍ୟକ୍ତି ଉଦ୍ୟମ ଅବ୍ୟାହତ ରଖିଲେ ଦିନେ ନା ଦିନେ ସଫଳତା ତା’ର ପଦ ଚୁମ୍ବନ କରେ । ଏଥିରୁ ସେ କିଛି ଜ୍ଞାନ ଅର୍ଜନ କରେ । ଏହା ହେଉଛି ଅଧିଗମ ବା ଶିଖିବା ପ୍ରକି୍ରୟା । ଶିକ୍ଷଣ ପ୍ରକି୍ରୟାରେ ଅଧିଗମ ଯେତିକି ସୁଗମ ହୁଏ, ସଫଳତା ସେତିକି ସହଜ ଓ ସ୍ବାଭାବିକ ହୋଇଥାଏ । ଅଧିଗମ ପ୍ରକି୍ରୟାକୁ ନିମ୍ନ ପ୍ରକାରେ ପ୍ରସ୍ତୁତ କରାଯାଇ ପାରେ ।
୧. ଅଭିପ୍ରେରଣା (ବାହ୍ୟ ଓ ଆନ୍ତରିକ)- ସମ୍ବେଦନଶୀଳତା- ଅନୁଭବ- ମସ୍ତିଷ୍କ କୋଶିକାର ଅନୁଭବ- ଇନ୍ଦି୍ରୟସମୂହର ଚୈତନ୍ୟ- ସଂକଳ୍ପ- ଭାବନା ସମୂହ- ଅନୁଭବ ଓ ଅଙ୍କନ (ଅଙ୍କିତ କରିବା) ।
୨. ମନ- ସଂକଳ୍ପ- ଭାବନା ସମୂହ- ପ୍ରତିବିମ୍ବ ।
ସଂକଳ୍ପ (ବି·ର)ର ପ୍ରକାର: ମନୁଷ୍ୟ ମନରେ ଉପôନ୍ନ ହୋଉଥିବା ସଂକଳ୍ପ ସମୂହକୁ ତିନି ଭାଗରେ ବିଭକ୍ତ କରାଯାଇପାରେ । ଯଥା:- (୧) ଆବଶ୍ୟକ ସଂକଳ୍ପ (୨) ସକାରାତ୍ମକ ସଂକଳ୍ପ (୩) ନକାରାତ୍ମକ ସଂକଳ୍ପ ।
ଜ୍ଞ ଆବଶ୍ୟକ ସଂକଳ୍ପ: (ଘରମରଗ୍ଦଗ୍ଦବକ୍ସଚ୍ଚ ଞଷକ୍ଟଙ୍କଶଷଗ୍ଧଗ୍ଦ): ଦୈନନ୍ଦିନ ଜୀବନ ଯାପନ ପାଇଁ ଆବଶ୍ୟକ ହେଉଥିବା ବସ୍ତୁ ଓ ବୈଭବ ସମ୍ବନ୍ଧିତ ସଂକଳ୍ପ ।
ଜ୍ଞ ସକାରାତ୍ମକ ସଂକଳ୍ପ (ଚକ୍ଟଗ୍ଦସଗ୍ଧସଙ୍ଖର ଞଷକ୍ଟଙ୍କଶଷଗ୍ଧଗ୍ଦ): ପ୍ରବୃଦ୍ଧ ସଂକଳ୍ପ, ସାହିତି୍ୟକ ସଂକଳ୍ପ, ଶୁଭ ସଂକଳ୍ପ, ନିର୍ବିକାରୀ ସଂକଳ୍ପ, ଶକ୍ତିଶାଳୀ ସଂକଳ୍ପ, ଏକାଗ୍ର ସଂକଳ୍ପ, ଦୈବୀ ସଂକଳ୍ପ, ଏକତା ସଂକଳ୍ପ ଇତ୍ୟାଦି ଏହାର ଅର୍ନ୍ତଭୁକ୍ତ ।
ଜ୍ଞ ନକାରାତ୍ମକ ସଂକଳ୍ପ (ଘରଶବଗ୍ଧସଙ୍ଖର ଞଷକ୍ଟଙ୍କଶଷଗ୍ଧଗ୍ଦ): ଆସୁରୀ ସଂକଳ୍ପ, ବିକାରୀ ସଂକଳ୍ପ, ଦୁର୍ବଳ ସଂକଳ୍ପ, ବ୍ୟର୍ଥ ସଂକଳ୍ପ, ଆକସ୍ମିକ ସଂକଳ୍ପ, ନିକୃଷ୍ଟ ସଂକଳ୍ପ, ମନକୁ ଅସ୍ଥିର କରୁଥିବା ସଂକଳ୍ପ ଇତ୍ୟାଦି ଏହାର ଅର୍ନ୍ତଭୁକ୍ତ ।
ମନ ଉପରେ ନକାରାତ୍ମକ ସଂକଳ୍ପର ପ୍ରଭାବ:
ବ୍ୟକ୍ତିର ନକାରାତ୍ମକ ସଂକଳ୍ପର ପ୍ରଭାବ ଶରୀର ସହିତ ସମାଜ ଉପରେ ମଧ୍ୟ ପଡ଼ିଥାଏ । ନକାରାତ୍ମକ ସଂକଳ୍ପ ଦ୍ୱାରା ମସ୍ତିଷ୍କ ଓ କେନ୍ଦି୍ରୟ ନାଡ଼ି ସଂସ୍ଥାନ ପ୍ରଭାବିତ ହେଉଥିବାରୁ ଇଣ୍ଡୋଫେନ, ପିଟୁ୍ୟଟାରୀ ଓ ଥାଇରାଇଡ଼ ଗ୍ରନ୍ଥି ସମୁହ ତଥା ସିମ୍ପେଥେଟିକ ଓ ପାରା ସମ୍ପେଥେଟିକ ତନ୍ତ୍ରିକା ଆକ୍ରାନ୍ତ ହୋଇଥାଏ । ସମାଜ ସହିତ ବ୍ୟକ୍ତିର ବ୍ୟକ୍ତିତ୍ୱ, ପର୍ଯ୍ୟାବରଣ ଓ ବାତାବରଣ ଜଡ଼ିତ । ନକାରାତ୍ମକ ସଂକଳ୍ପ ସମାଜରେ ବିଦ୍ୱେଷ, ଅପରାଧ, ହିଂସା, ଅନୈତିକତା, ଦଙ୍ଗାହଙ୍ଗାମା, ଭ୍ରଷ୍ଟା·ର, ବୈମନସ୍ୟତା, ନାରୀ ନିର୍ଯ୍ୟାତନା ଆଦିର ଜନକ । ଆଜି ଚିକିତ୍ସା ବିଜ୍ଞାନୀମାନଙ୍କ ଗବେଷଣାରୁ ଜଣାଯାଏ ଯେ ଶତକଡ଼ା ୯ଠ ଭାଗ ରୋଗ ମନୋଦୈହିକ (ଚଗ୍ଦଷଚ୍ଚମକ୍ଟ ଝକ୍ଟଜ୍ଞବଗ୍ଧସମ) ଅଟେ । ବ୍ୟକ୍ତିତ୍ୱ ବିକାଶ ପାଇଁ ଶାରୀରିକ, ମାନସିକ, ଭାବନାତ୍ମକ ଓ ବୌଦ୍ଧିକ ସ୍ବାସ୍ଥ୍ୟ ଏକାନ୍ତ ଆବଶ୍ୟକ । ନକାରାତ୍ମକ ସଂକଳ୍ପ ଶରୀର ସହିତ ମନ, ଭାବନା ଓ ବୁଦ୍ଧିକୁ ମଧ୍ୟ ରୁଗ୍ଣ କରିଦିଏ । ମନୁଷ୍ୟର ପାର୍ଥିବ ଭୋଗ ବିଳାସ ଲିପ୍ସା ବାୟୁ, ଧ୍ୱନି ଓ ଜଳ ପ୍ରଦୂଷଣର ମୁଖ୍ୟ କାରଣ । ନକାରାତ୍ମକ ସଂକଳ୍ପ ହେତୁ ଆଜି ବାତାବରଣ ମଧ୍ୟ ଅଶାନ୍ତ, ·ପଗ୍ରସ୍ତ ଓ ଅଶୁଦ୍ଧ ହୋଇଯାଇଛି । ଏହି ସବୁର ପରିଣାମ ସ୍ବରୂପ ମଣିଷ ଉଭୟ ଶାରୀରିକ ଓ ମାନସିକ ରୋଗଗ୍ରସ୍ତ । ହୃଦ୍ସ୍ପନ୍ଦନ ବୃଦ୍ଧି, ଉଚ୍ଚରକ୍ତ·ପ, କୋଷ୍ଠବଦ୍ଧତା, ଅଜୀର୍ଣ୍ଣ, ମଧୁମେହ, ଅମ୍ଳ ହାକୁଟି ଆସିବା, ରୋଗ ପ୍ରତିରୋଧ ଶକ୍ତିର ହ୍ରାସ ଆଦି ଶାରୀରିକ ରୋଗର ଅର୍ନ୍ତଭୁକ୍ତ । ମାନସିକ ରୋଗ ମଧ୍ୟରେ ମାନସିକ ·ପ, ହୀନ ଭାବନା, ଭୟ, ଚିନ୍ତା, ଅଶାନ୍ତି, ଅପବିତ୍ରତା, ସଂଶୟ, ଦ୍ୱନ୍ଦ୍ୱ ଈର୍ଷା, ଭବିଷ୍ୟତକୁ ନେଇ ଆଶଙ୍କା ଆଦି ପ୍ରମୁଖ ।
ସତତ ସକାରାତ୍ମକ ସଂକଳ୍ପ ଉପôନ୍ନ କରିବାର ଅଭ୍ୟାସ କଲେ କ୍ରମଶଃ ନକାରାତ୍ମକ ସଂକଳ୍ପ ସମୂହ ସମୂଳେ ନଷ୍ଟ ହୁଅନ୍ତି ଓ ବ୍ୟକ୍ତି ଚେତନାର ଉଚ୍ଚତମ ସୋପାନ ଅଭିମୁଖେ ଅଗ୍ରସର ହୁଏ । ଏହାହିଁ ଆଧ୍ୟାତ୍ମିକ ଉରଣ ବା ଆଧ୍ୟାତ୍ମିକ ଚେତନାର ବିକାଶ ।

No comments: