ନୈତିକ ମୂଲ୍ୟ
ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର
ନୈତିକତା ହେଉଛି ପ୍ରତ୍ୟେକ ରାଷ୍ଟ୍ରର ପ୍ରକୃତ ସମ୍ପି । ଏହା ହେଉଛି ଶାନ୍ତିର ଜନନୀ । ସମାଜରେ ପ୍ରକୃତ ଶାନ୍ତି ଓ ସ୍ଥାୟୀ କଲ୍ୟାଣ ପାଇଁ ନୈତିକ ମୂଲ୍ୟ ଧାରଣ କରିବା ଆବଶ୍ୟକ । କାରଣ ସମାଜରୁ ଉଶୃଙ୍ଖଳତା, ସ୍ବେଚ୍ଛା·ରିତ, ଭ୍ରଷ୍ଟାଋର, ହିଂସା, କଳହ, ହ୍ୱେଷ ଆଦି ଅପରାଧ ସ୍ଥାୟୀ ଭାବରେ ଦ୍ୱର କରିବା ପାଇଁ ନୈତିକତାହିଁ ଏକମାତ୍ର ବିକଳ୍ପ । ପର୍ଯ୍ୟବେଷଣରୁ ଜଣାଯାଉଛି ଯେ ନୈତିକ ଶିକ୍ଷାର ପ୍ରଭାବ ବିଶ୍ୱବିଦ୍ୟାଳୟ ର ମହାବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀ ଅପେକ୍ଷା ବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀ ଉପରେ ବେଶୀ ପଡେ । ତେଣୁ ପ୍ରାଥମିକ ସ୍ତରର ନୈତିକ ଶିକ୍ଷାକୁ ଅନିକାର୍ଯ୍ୟ କରିବା ପାଇଁ ଶିକ୍ଷା ନୀତିରେ ବ୍ୟବସ୍ଥା ହେଉଛି ଆବଶ୍ୟକ । ନୈତିକ ଶିକ୍ଷାବିନା ·ରିତ୍ରିକ ବିକାଶ ସମ୍ଭବ ନୁହେଁ, ବାଲ୍ୟକାଳ ହିଁ ନୈତିକ ଶିକ୍ଷାର ଉପଯୁକ୍ତ ସମୟ । ଭବିଷ୍ୟତର ମୂଳ ଦୁଆ ଏହି ସମୟରେ ପାଇଯାଏ । ନୈତିକ ମୂଲ୍ୟ ଧାରଣ ଦ୍ୱାରା ଏହି ମୂଳ ଦୁଆ ଦୃଢ଼ ହୁଏ ଓ ବ୍ୟକ୍ତ ସଫଳତାର ସର୍ବୋଚ୍ଚ ଶିଖରରେ ପଦାର୍ପଣ କରିବାକୁ ସକ୍ଷମ ହୋଇଥାଏ । ଏହି ପରିପ୍ରେକ୍ଷମରେ ମହାତ୍ମା ଗାଦ୍ଧୀ, ସ୍ବାମୀ ବିବେକାନନ୍ଦ, ଆଦି ମହାପୁରୁଷଙ୍କ ଦୃଷ୍ଟାନ୍ତ ଉଲ୍ଲେଖନୀୟ ।
ନୈତିକ ମୂଲ୍ୟର ଅର୍ଥ ହେଉଛି ନୀତି ଅନୁରୂପ ବା ନୀତିଯୁକ୍ତ, ସଦ୍ଗୁଣଯୁକ୍ତ ବ୍ୟବହାରିକ ଜୀବନ । ସମସ୍ତଙ୍କ ପ୍ରତି ସଦ୍ବ୍ୟବହାର, ସତ୍ଭାବନା, ଶନ୍ତିପୂର୍ଣ୍ଣ ସହାବସ୍ଥାବ ଆଦି ନୈତିକ ମୂଲ୍ୟ, ପାରିବାରିକ, ସାମାଜିକ ଓ ରାଷ୍ଟ୍ରୀୟ ଏକତା ନୈତିକ ମୂଲ୍ୟ ଅନ୍ତର୍ଗତ । ଉକ୍ତ ପ୍ରସିଦ୍ଧ ଯେ “ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତ ।” ପାରିବାରିକ ସ୍ନେହ ଓ ପ୍ରେମ ଆନ୍ତରିକ ସୁନ୍ଦରତାର ନିଦର୍ଶନ । ଏହା ମଧ୍ୟ ନୈତିକ ମୂଲ୍ୟ ଅଟେ ।ସାଧାରଣତଃ ମନୁଷ୍ୟ ସାଂସାରିକ ଜୀବନରେ ଭୌତିକ ବସ୍ତୁର ପଦାର୍ଥଗୁଡିକୁ ବିଶେଷ ମ୍ୱ ଦେଇଥାଏ । କାରଣ ଏଥିରୁ ସେ ଶାରୀରିକ ସୁଖ ପାଏ । ଏହା ଭୌତିକ ମୂଲ୍ୟ ଓ କ୍ଷଣ ଉଙ୍କୁର । ମହାପୁରୁଷଗଣଙ୍କ ଜୀବନରେ ଭୌତିକତା ଖୁବ୍ କମ ଦେଖିବାକୁ ମିଳେ । ଭୌତିକତାର ମହ୍ୱ ଆବଶ୍ୟକତା ଉପରେ ନିର୍ଭର କରେ । ପାଣି ଓ ସୁନା ମଧ୍ୟରେ ସୁନା ମୂଲ୍ୟବାନ ବସ୍ତୁ । କିନ୍ତୁ ଜଣେ ତୃଷାର୍ହ ପାଇଁ ସୁନା ଅପେକ୍ଷା ପାଣି ବେଶୀ ମୂଲ୍ୟବାନ । ଏହି ମୂଲ୍ୟାକିନ ତାକôାଳିନ ।
ଯଦି ମୂଲ୍ୟଧାରଣାର ଆବଶ୍ୟକତା ଆମେ ଅନୁଭଃ କରୁଛୁଁ ତେବେ ପ୍ରଥମେ ନିଜକୁ ନିଜେ ଯା କରିବା ଉଚିତ ଯେ ନିଜ ଜୀବନରେ ତାହା ଆପଣେଉଛୁ କି? ଆମେ ନିଜ ପ୍ରତି ସନ୍ତୁଷ୍ଟି? ଅନ୍ୟମାନେ ମୋ ଉପରେ ସନ୍ତୁଷ୍ଟ କି? ଭୌତିକତାକୁ ମହ୍ୱ ଦେବା ଫଳରେ ବ୍ୟକ୍ତି ଅର୍ଥ ସର୍ବସ୍ବ ହୋଇପଡେ । ଏହା ଫଳରେ ଅନେକ ପ୍ରକାର ସମସ୍ୟାର କାରଣ ହୁଏ ଏବଂ ଏହାର ପରିମାଣ ସ୍ବରୂପ ଅଶାନ୍ତ, ଓ ଞ୍ଚଞ୍ଚ ଦୁଶ୍ଚିନ୍ତା ତା’ର ମାନସିକ ସ୍ଥିତିକୁ ଭାରାକ୍ରାନ୍ତ କରେ । ସଂସାରରେ ଦେଖାଯାଉଥିବା ସମସ୍ତ ଅତ୍ୟା·ର, ଭ୍ରଷ୍ଟା·ର ଆଦି ଦୁଷ୍କର୍ମର ମୂଳରେ ରହିଛ କୁବି·ର । ମଣିଷର ବି·ର ଅନୁରୂପ ଆ·ର ହୁଏ । ତେଣୁ ମନରେ ନୈତିକ ବି·ର ଉପôନ୍ନ ହେଲେ ସକିୟ ତା’ର ଆ·ର ଓ ବ୍ୟବହାର ସକାରାତ୍ମକ ହୁଏ । ମନୁଷ୍ୟର ମାନ୍ୟତା, ବିଶ୍ୱାସ, ଦୃଷ୍ଟିକୋଣ ଓ ବି·ର ଧାରା ତା’ର ପ୍ରତ୍ୟେକ କର୍ମରେ ପ୍ରତିଫଳିତ ହୁଏ ।
ତା’ର ପ୍ରତେକ କର୍ମରେ ପ୍ରତିଫଳିତ ହୁଏ ।
ଜୀବନର ଲକ୍ଷ୍ୟ ନିର୍ଦ୍ଧାରଣ ସବୁଠାରୁ ବେଶୀ ମହ୍ୱପୂର୍ଣ୍ଣ ବିଷୟ, ସଂପ୍ରତି ସଂସାରରେ ଅଧିକରଣ ଲୋକଙ୍କ ଲକ୍ଷ୍ୟ ଭୌତିକ ମୂଲ୍ୟ ପର୍ଯ୍ୟନ୍ତ ସୀମିତ । ଆହାର, ବିହାର , ନିଦ୍ରା ଓ ମୈଥୁକ ହିଁ ସେମାନଙ୍କ ଏକମାତ୍ର ଧ୍ୟେୟ, କର୍ମ ଅନୁକରଣ ଫଳମିଳେ- ଏହି ସିଦ୍ଧାନ୍ତ କୁ ସେମାନେ ମାନନ୍ତି ନାହିଁ । ସେମାନଙ୍କ ମତ ହେଲା, “ଯାବତ୍ ଜୀବେତ ମୂୁ୍ଖଂ ଜୀବେତ୍, ଋଣକୃତା ଘୃତଂ ପିବେତ୍ । ଇସ୍ମୀଭୂତମ୍ୟ ଦେହମ୍ୟ, ପୁନରାଗମନଂ କୃତଃ?” ଅର୍ଥାତ ଯେତେଦିନ ବଛି, ସୁ୍ଖରେ କାଳତିପାତ କର । ଏଥିପାଇଁ ଯଦି ଋଣ କରିବାକୁ ପଡୁଛି ଦେବେ ମଧ୍ୟ ପଶ୍ଚାତ୍ପଦ ହୁଅ ନାହିଁ । କାରଣ ଏ ଶରୀର ନଷକ ହୋଇଗଲେ ଆଉ ଫେରିବ ନାହିଁ ।’’ ଏହିପରି ଦେହ ସର୍ବସ୍ବ ବ୍ୟକ୍ତି ନିଜ ସ୍ବାର୍ଥ ଓ ଭୌତିକ ସୁଖ ପାଇଁ ଅତ୍ୟନ୍ତ ଜଘନ୍ୟ ଶକ୍ୟ କରିବାକୁ ମଧ୍ୟ ପଛାନ୍ତି ନାହିଁ । ଅନ୍ୟପକ୍ଷରେ ଆତ୍ମା ସଚେତନ ବ୍ୟକ୍ତି ଭୌତିକ ସୁଖର ଅମାରତାକୁ ଅନୁଭବ କରି ନୈତିକ ମୂଲ୍ୟକୁ ମହ୍ୱ ଦେଉଥିବାରୁ ତାଙ୍କ ମଧ୍ୟରେ ସଦ୍ଗୁଣାବଳୀ ବିକାଶ ହୁଏ ।
ଏକାଗ୍ରତା, ଦୃଢ଼ତା, ନିଶ୍ନୟ, ଅକ୍ଳାନ୍ତ ପରିଶ୍ରମ, ନମ୍ରତା, ସହଯୋଗ ଆଦି ନୈତିକ ମୂଲ୍ୟ ଧାରଣ ଜୀବନର ଲକ୍ଷ୍ୟ ହେଲେ ଯୌ କୌଣସି କାର୍ଯ୍ୟ ରେ ସଫଳତା ସହଜ ଲବ୍ଧ ହୋଇଯାଏ । ନୈତିକ ମୂଲ୍ୟଗୁଡିକରେ ହିଁ ଜୀବନ ଯାପନର କଳା ନିହିତ । ନୈତିକ ମୂଲ୍ୟ ଧାରଣ ଦ୍ୱାରା ନିମ୍ନଲିଖିତ ଲାଭ ହୋଇଥାଏ;
୧) ସନ୍ତୁଷ୍ଟତା ପ୍ରାପ୍ତି ୨) ଜଣେ ସର୍ବଦା ପ୍ରସନ୍ନ ରହେ
୩) କୌଣସି ବାକ୍ୟରେ ସଫଳତା ପ୍ରାପ୍ତି ସହଜ ହୋଇଯାଏ
୪)ମନ ନିର୍ଭୟ ହୁଏ ୫) ମନ କାମନା-କାମନା ଶୂନ୍ୟ ହୋଇ ପବିତ୍ର ରହେ ୬) ପାରିବାରିକ ଓ ସାମାଜିକ ସମ୍ବଦ୍ଧ ସୁଖମୟ ହୁଏ, ୭)ମାନସିକ ରୂପ ଦୂର ହୁଏ ୮) ସମସ୍ୟା ଗୁଡିକ ସହଜରେ ସମାଧାନ ହୁଏ ୯) ନିଶ୍ଚିନ୍ତ ଭାବ ଉପôନ ହୁଏ. ଇତ୍ୟାଦି ନୈତିକ ମୂଲ୍ୟ ଧାରଣ ନ କରିବା ଦ୍ୱାରା ନିମ୍ନଲିଖିତ କ୍ଷତି ହୋଇଥାଏ;
୧) ଜୀବନରେ ପ୍ରଗତି ବାଧାପ୍ରପ୍ତ ହୁଏ ୨) ସ୍ବାସ୍ଥ୍ୟ ହାନି ହୁଏ ୩) ଜୀବନରେ ନୀରକ୍ଷଣ, ଉଦାସୀନତା ଓ ହତାଶ ଉପôନ ହୁଏ ୫) ବ୍ୟକ୍ତି ସହଜରେ କୁସଙ୍ଗ ଦ୍ୱାରା ପ୍ରଭାବିତ ହୁଏ ନାହିଁ ୬) ଆତ୍ମ ହତ୍ୟା କରେ ୭) ହତ୍ୟା କରିବାକୁ ଜଣେ କୁଣ୍ଠିତ ହୁଏ ନାହିଁ ୮) ଆତଙ୍କବାଦ ବୃଦ୍ଧି ପାଏ ୯) ଭ୍ରଷ୍ଟା·ର ଜନ୍ମ ନିଏ
ନୈତିକ ମୂଲ୍ୟଗୁଡିକରେ ଶିକ୍ଷା ବ୍ୟକ୍ତି ମଧ୍ୟରେ ସୁଷୁପ୍ତ ଶକ୍ତି ଜାଗ୍ରତ କରିବା ଏକ ସଶକ୍ତ ମାଧ୍ୟମ । ଜଣେ ବ୍ୟକ୍ତି ହିସାବରେ ସମାଜ ଓ ନାଗରିକ ହିସାବରେ ରାଷ୍ଟ୍ର ପରିବର୍ନ ପାଇଁ ପ୍ରେରକ ହୋଇପାରେ । ବିଦ୍ୟାର୍ଥୀ ଜୀବନ ହେଉଛି ନୈତିକ ମୂଲ୍ୟ ଧାରଣର ପ୍ରକୃତିକ ସମୟ ଜଣେ ବିଦ୍ୟାର୍ଥୀ ଯଦି ଜୀବନରେ ଭଲ ଗୁଣ ଗୁଡିକ ଧାରଣ କରେ ଅନ୍ୟମାନେ ତାକୁ ଦେଖି ପ୍ରେରଣା ଲାଭ କରିପାରିବେ । ସଂପ୍ରତି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଛାତ୍ର ସମାଜର ମାନସିକ ସ୍ଥିତି ଦେଖି ଶିକ୍ଷକ ଓ ଶିକ୍ଷୟତ୍ରୀଗଣ ହତାଶ ହୋଇ ପଡନ୍ତି, ଏହା ଠିକ ନୁହେଁ । ଆନ୍ତରିକ ପ୍ରମ୍ଭାସ କେବେ ବ୍ୟର୍ଥ ଯାଏ ନାହିଁ ।ଆମକୁ ମନେ ରଖିବାକୁ ହେବ ଯେ ସଫଳତାର ମୁଖ୍ୟ ଆଧାର ହେଉଛି ବିଶ୍ୱାସ । ନିଜ ପ୍ରତି ବିଶ୍ୱାସ ନ ରହିଲେ କର୍ମରେ ସିଦ୍ଧି ମିଳେ ନାହିଁ । ଆତ୍ମବିଶ୍ୱାସ ବଳରେ ଜଣେ ନିଜ ମଧ୍ୟରେ ଥିବା ସମସ୍ତ ଦୋଷ ଦୁର୍ବଳତା ସମାପ୍ତ ପୂର୍ବକ ସମାଜ ରେ ଏକ ଚରିତ୍ରବାନ ବ୍ୟକ୍ତିର ସମ୍ମାନ ଲାଭ କରିପାରେ । ଆତ୍ମବିଶ୍ୱାସ ଦ୍ୱାରା ବ୍ୟକ୍ତି ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ । କାରଣ ମନୁଷ୍ୟର ଚେତନାରେ ଅନେକ ସୁଷୁପ୍ତ ଓ ଗୁପ୍ତ ଶକ୍ତି ବିଦ୍ୟମାନ । ଯାର ନିଜ ଉପରେ ବିଶ୍ୱାସ ନ ଥାଏ ସେହିଁ ହାରିଥାଏ । ପ୍ରତ୍ୟେକ ମହାନ ବ୍ୟକ୍ତିଙ୍କ ସଫଳତା ପଛରେ ତିନୋଟି ବିଷୟରେ ଦୃଢ଼ ବିଶ୍ୱାସର କାରଣ ବୋଲି ଅନୁଧ୍ୟାନରୁ ଜଣାଯାଏ । ତାହା ହେଲା ୧) ନିଜ ପ୍ରତି ବିଶ୍ୱାସ ୨)ଇଶ୍ୱରଙ୍କ ଉପରେ ବିଶ୍ୱାସ ଓ ୩) ବିଶ୍ୱାସ ଉପରେ ବିଶ୍ୱାସ ।
ସ୍ଥିରତା, ପୂର୍ଣ୍ଣ ବିଶ୍ୱାସ, ପୂର୍ଣ୍ଣ ଶ୍ରଦ୍ଧା, ଉଚ୍ଚ ଚରିତ୍ର, ନିଶ୍ଚୟ, ଦୃଢ଼ତା, ବୃଦ୍ଧି, ସାହସ, ଅଚଳ, ଉସôାହ, ପରିଶ୍ରମ,ସାହସ, ଞ୍ଚଞ୍ଚ , ଏକାଗ୍ରତା ଆଦି ବିଷୟ ଆତ୍ମବିଶ୍ୱାସ ନିକଟରେ ଦେଖିବାକୁ ମିଳେ । କାରଣ ଉପରୋକ୍ତ ଗୁଣ ଧାରଣ କରିଥିବାରୁ ବ୍ୟକ୍ତିର ଆତ୍ମବିଶ୍ୱାସ ଦୃଢ଼ ହୁଏ ଓ ତାକୁ ନିର୍ମାଣାତ୍ମକ (ରଚନାତ୍ମକ) କାର୍ଯ୍ୟ ପାଇଁ ଉସôାହିତ କରେ । ମହାନ କାର୍ଯ୍ୟ ପାଇଁ ମନର ସ୍ଥିତି ମଧ୍ୟ ମହାନ ହେବା ଉଚିତ । ମନରେ ସନ୍ଦେହକୁ ଆଦୌ ସ୍ଥାନ ଦେବା ଉଚିତ ନୁହେଁ । କାରଣ ଏହା ବିଷଧର ସର୍ପ ଠାରୁ ମଧ୍ୟ ଆହୁରି ହାନିଦାୟକ । ସଦ୍ଧେହଶୀଳ ବ୍ୟକ୍ତି କର୍ମହୀନ ହୋଇଯାଏ । ଭଗବାନ କୌଣସି ନକରାତ୍ମକ ବିଷୟ ସୃଷ୍ଟି କରି ନାହାନ୍ତି । ଏଗୁଡିକ ମଣିଷର କୁ ବି·ରକୁ ଜନ୍ମ ନେଉଛନ୍ତି । ମଣିଷ ଭଗବାନଙ୍କୁ ମାତା, ପିତା, ବଦ୍ଧୁ ଆଦି ସର୍ବ ସମ୍ବଦ୍ଧରେ ପ୍ରର୍ଥନା କରେ । ଭଗବାନ (ପରମାତ୍ମା) ଅଶରୀରୀ ହୋଇଥିବାରୁ ତାଙ୍କ ସହିତ କେବଳ ଆତ୍ମିକ ସମ୍ବଦ୍ଧ ଥାଏ । ତାହା ହେଉଛି ସ୍ରଷ୍ଟା ସୃଷ୍ଟି ବା ପିତା ଓ ପୁତ୍ରର ସମ୍ବଦ୍ଧ । ସେ ହେଉଛନ୍ତି ଜ୍ଞାନ, ପବିତ୍ରତା, ସୁଖ, ଶାନ୍ତି, ଆନନ୍ଦ, ପ୍ରେମ ଓ ଶକ୍ତିର ମହାସାଗର । ଦେହାଭିମାନ ତ୍ୟାଗ କରି ତାଙ୍କ ସହିତ ଆତ୍ମିକ ସମ୍ବଦ୍ଧ ସ୍ଥାପନ କଲେ ସେହି ଇଶ୍ୱରୀୟ ସମ୍ଭାର ସ୍ବତଃ ମଣିଷକୁ ସହଜରେ ଅତିକ୍ରମ କରିଯାଏ । ଏଥିପାଇଁ ମନକୁ କୁ ବି·ରଗୁଡିକରୁ ମୁକ୍ତ ରଖିବାକୁ ହେବ । ମନ ମୁକ୍ତ ହେଲେ ଆଶା ଓ ବିଶ୍ୱାସରେ ଭରିଯାଏ ଓ ମଣିଷ ପ୍ରତ୍ୟେକ କାର୍ଯ୍ୟ ସହଜ ଭାବରେ ସମ୍ପନ୍ନ କରିବାରେ ସକ୍ଷମ ହୁଏ ।
ପ୍ରତେକ ସଫଳ ବ୍ୟକ୍ତିର ପ୍ରଥମ ଲକ୍ଷଣ ହେଉଛି ଆତ୍ମବିଶ୍ୱାସ । ନିଜ ଯୋଗ୍ୟତା ଉପରେ ବିଶ୍ୱାସ ରଖିବା ଆବଶ୍ୟକ । ଆତ୍ମବିଶ୍ୱାସୀ ବ୍ୟକ୍ତିର ମୁଖମଣ୍ଡଳରେ ବିଜୟ ମୁଦ୍ରା ଦେଖାଯାଏ । ସମଗ୍ର ସଂସାର ଏପରି ବ୍ୟକ୍ତିର ଜୟଗାନ କରନ୍ତି । ସଫଳତାର ରାସ୍ତାରେ ପ୍ରତିବଦ୍ଧକ ଗୁଡିକୁ ଦ୍ୱର କରିବା ପାଇଁ ଆତ୍ମବିଶ୍ୱାସ ମନ୍ତ୍ର ପରି ଚମକôାର କାର୍ଯ୍ୟ କରିଥାଏ । ଆତ୍ମବିଶ୍ୱାସୀ ବ୍ୟକ୍ତି ଯେକୌଣସି କଠିଣ କାର୍ଯ୍ୟକୁ ଅନାୟାସରେ ସମ୍ପନ୍ନ କରିବାରେ ସକ୍ଷମ ହୁଏ । ବର୍ମାନ ମାନବ ସମାଜ ଯୁଗ ପରର୍ନର ଦ୍ୱାର ଦେଶରେ ଦଣ୍ଡାୟମାନ । ଦ୍ୱାରର ଅପରପାଶ୍ୱର୍ରେ ଏକ ସୁଖ-ଶାନ୍ତି-ସମୃଦ୍ଧ ଓ ପବିତ୍ର ଦୁନିଆ ଆମ ପାଇଁ ଅପେକ୍ଷାରତ । ଏହି ପରିବର୍ନର ଧାରାରେ ସାମିଲ ହେବା ପାଇଁ ନୈତିକ ମୂଲ୍ୟ ଧାରଣ ଏକାନ୍ତ ଅପରିହାର୍ଯ୍ୟ ।
ଶିବଶକ୍ତି ହୋମିଓ ସେବାସଦନ, ପାଟଣାଗଡ଼
No comments:
Post a Comment