Saturday, 23 December 2017
Srimad Bhagabat Geeta Rahahshya
Srimad Bhagabat Geeta Rahahshya: This is written after 20 years of research on Geeta. More than 17 books of various authors have been taken as reference. A unique book on Geeta . No any similar books have been found on Geeta yet. It is a universal book irrespective of any religious belie
Friday, 8 December 2017
Wednesday, 9 August 2017
ଜ୍ଞାନ ପ୍ରବାହ (୧୧)
ଜ୍ଞାନ ପ୍ରବାହ (୧୧)
(ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)
ଆନନ୍ଦ ଜ୍ଞାନରେ ନୁହେଁ ପ୍ରେମରେ ଥାଏ । ଜ୍ଞାନୀ ପୁରୁଷ ମଧ୍ୟ ପରମାତ୍ମା ପ୍ରେମରେ ବିଭୋର ନ ହେବା ପର୍ଯ୍ୟନ୍ତ ଆନନ୍ଦ ପାଇ ନ ଥାନ୍ତି । ପ୍ରଭୁ ମିଳନ ପାଇଁ ଆତୁରତା ଯଦି ନାହିଁ ତେବେ ଜ୍ଞାନ କ’ଣ ପାଇଁ? ପ୍ରେମ ରହିତ ଜ୍ଞାନର ଶୋଭା ନାହିଁ । ପରମାତ୍ମା ଯାହାଙ୍କୁ ନିଜର ବୋଲି ମାନନ୍ତି ତାକୁ କେବଳ ପ୍ରକୃତ ସ୍ବରୂପ ଦେଖାନ୍ତି । ଯିଏ ପରମାତ୍ମାଙ୍କୁ ନିଜର ମନେ କରି ପ୍ରେମ ପୂର୍ବକ ଏକ ନିଷ୍ଠ ଭାବରେ ସ୍ମରଣ କରେ ସେ କେବଳ ତାଙ୍କୁ ପ୍ରତ୍ୟକ୍ଷ କରି ପାରେ । ଯେଉଁଠି ପ୍ରେମ ଥାଏ ସେଇଠି ସାମାନ୍ୟ ମନୁଷ୍ୟ ମଧ୍ୟ ନିଜ ସ୍ବରୂପ ପ୍ରକଟ କରିଥାଏ । ପର ଲୋକ ପାଖରେ କେହି ହୃଦୟ ଖୋଲେ ନାହିଁ । ଯାହା ପାଇଁ ପ୍ରେମ ହୁଏ ସେ ସ୍ବେଚ୍ଛା ପୂର୍ବକ ସବୁ କଥା ଖୋଲି କହି ଦିଅନ୍ତି । ପରମାତ୍ମାଙ୍କୁ ପ୍ରେମ କରୁ ନ ଥିବା ବ୍ୟକ୍ତି ତାଙ୍କୁ ଅନୁଭବ କରି ପାରେ ନାହିଁ । ଜୋତା, କପଡା, ଧନ ଆଦିରେ ଯା’ର ପ୍ରେମ ତାକୁ କ’ଣ କେହି ଜ୍ଞାନୀ କହିବ? ଆଜିକାଲି ଲୋକେ ପୁସ୍ତକ ପଢି ଜ୍ଞାନୀ ବୋଲାଉଛନ୍ତି । ସେଥି ପାଇଁ ବ୍ରହ୍ମଚର୍ଯ୍ୟ ପାଳନର ଆବଶ୍ୟକତା ଅନୁଭବ କରୁ ନାହାନ୍ତି । ଜ୍ଞାନର ଶୋଭା ପ୍ରେମରେ, ଭକ୍ତିରେ ନୁହେଁ । ଭୋଗାସକ୍ତ ବ୍ୟକ୍ତିର ଉମ ସ୍ବାସ୍ଥ୍ୟ ରହେ ନାହିଁ । ତା’ର ମନ ସ୍ଥିର ରହେ ନାହିଁ । ମନରେ ଧନର ମୋହ ଥାଇ ମୁହଁରେ ଈଶ୍ୱର କଥା କହୁଥିବା ବ୍ୟକ୍ତି ଈଶ୍ୱରାନୁଭୁତି ଜନିତ ଆନନ୍ଦ ପାଇ ପାରେ ନାହିଁ ।ଯିଏ ସର୍ବସ୍ବ ଭଗବାନଙ୍କ ଉପରେ ଛାଡି ଦିଏ ସ୍ବୟଂ ଭଗବାନ ତା’ର ଚିନ୍ତା କରନ୍ତି । ମହାଭାରତ ଯୁଦ୍ଧରେ ଭୀଷ୍ମ ପ୍ରତିଜ୍ଞା କଲେ ଯେ ଆସନ୍ତା କାଲି ଯୁଦ୍ଧରେ ମୁଁ ଅର୍ଜୁନକୁ ବଧ କରିବି । ଅର୍ଜୁନ ଉପରେ ଏହାର କିପରି ପ୍ରତିକ୍ରିୟା ପଡିଛି ଜାଣିବା ପାଇଁ ଶ୍ରୀକୃଷ୍ଣ ତା’ ପାଖରେ ପହି ଦେଖିଲେ ଯେ ସେ ନିଶ୍ଚିନ୍ତରେ ଶୋଇଛନ୍ତି । ଭୀଷ୍ମ ପ୍ରତିଜ୍ଞା ଶୁଣି ସୁଦ୍ଧା ଅର୍ଜୁନଙ୍କ ଏହି ନିଶ୍ଚିନ୍ତତାର କାରଣ ବିଷୟରେ ଶ୍ରୀକୃଷ୍ଣ ତାଙ୍କୁ ପ·ରିଲେ । ଅର୍ଜୁନ କହିଲେ, “ଏଥିରେ ମୋର ଚିନ୍ତା କରିବାର କ’ଣ ଅଛି । ମୋ କଥା ଚିନ୍ତା କରିବା ପାଇଁ ମୋର ସ୍ବାମୀ ଅଛନ୍ତି । ସେ ମୋର ଚିନ୍ତା କରିବେ । ତେଣୁ ମୁଁ ନିଶ୍ଚିନ୍ତରେ ଶୋଇଛି ।” ଈଶ୍ୱରଙ୍କୁ ଯେ ପର୍ଯ୍ୟନ୍ତ ମନୁଷ୍ୟର ଚିନ୍ତା ହୁଏ ନାହିଁ, ସେ ପର୍ଯ୍ୟନ୍ତ ସେ ନିଶ୍ଚିନ୍ତ ହୋଇ ପାରେ ନାହିଁ । ସଂସାରର ପ୍ରତ୍ୟେକ ପଦାର୍ଥରେ ଉଭୟ ଦୋଷ ଓ ଗୁଣ ଅଛି । ଦୃଷ୍ଟି ଏପରି ଗୁଣମୟୀ ହେବା ଉଚିତ ଯେ କାହାରି ଦୋଷ ଯେମିତି ଦୃଶ୍ୟ ନ ହେବ । “ଦୃଷ୍ଟିଂ ଜ୍ଞାନମୟୀ କୃତ୍ୱା ପଶ୍ୟତ୍ ବ୍ରହ୍ମମୟଂ ଜଗତ୍ ।” ଯାହାର ଦୃଷ୍ଟି ଗୁଣମୟୀ ଅଟେ ସେ ହିଁ ସନ୍ଥ । ଅଭିମାନ ପନର କାରଣ । କାହାରି ଦୋଷ ଦେଖିବା ଅନୁଚିତ । କାହାରି ପାପ କର୍ମର ବି·ର ନ କରିବା କିମ୍ବା ବାଣୀ ଦ୍ୱାରା ତାହା ବର୍ଣ୍ଣନା ନ କରିବା ହେଉଛି ସନ୍ଥର ଲକ୍ଷଣ । ସନ୍ଥ ହେବା ପାଇଁ ଘର ଗୃହସ୍ଥ ତ୍ୟାଗ କରିବା ଆବଶ୍ୟକ ନୁହେଁ । ଘରେ ରହି ମଧ୍ୟ ଈଶ୍ୱରଙ୍କୁ ପ୍ରାପ୍ତ କରି ହେବ । ଗୈରିକ ବସ୍ତ୍ର ପରିଧାନ କଲେ କେହି ସନ୍ଥ ହୋଇ ଯାଏ ନାହିଁ । ବସ୍ତ୍ର ପରିବର୍ନ ନୁହେଁ, ମନ ପରିବର୍ରେ ଆବଶ୍ୟକତା ରହିଛି । ସ୍ବୟଂ ମନର ଅଧିନ ନ ହୋଇ, ମନକୁ ନିଜ ଅଧିନରେ ରଖିବାକୁ ହେବ । ସର୍ବସ୍ବ ତ୍ୟାଗ କରି ଜଙ୍ଗଲକୁ ପଳାୟନ କରିବା ଦରକାର ନାହିଁ । ସବୁ ଛାଡିବା ଦ୍ୱାରା ନିବୃି ସମୟରେ ଇନ୍ଦ୍ରିୟ ସମୂହ ବହୁତ ପୀଡା ଦିଅନ୍ତି । ପରମାତ୍ମା ମିଳନ, ଜୀବନର ଏକମାତ୍ର ଲକ୍ଷ୍ୟ । ଏହା ଯେ ସତତ ସ୍ମରଣ ରଖେ ସେ ହେଉଛନ୍ତି ସନ୍ଥ । ଜଗତ କଳୁଷିତ ହୋଇ ନାହିଁ । ମନ କଳୁଷିତ ହୋଇ ଯାଇଛି । ମନ ସୁଧୁରିଲେ ଜଗତ ମଧ୍ୟ ଆପେ ସୁଧୁରି ଯିବ । ମୃତୁ୍ୟ ସ୍ମରଣରେ ମନ ସୁଧୁରେ । ମୃତୁ୍ୟକୁ ଭୁଲିଯାଇଥିବାରୁ ମନ ବିଗିଡିଛି । ଆଗାମୀ ସାତ ଦିନ ପରେ ମୃତୁ୍ୟ ନିଶ୍ଚିତ ଜାଣିବା ପରେ ପରୀକ୍ଷିତଙ୍କ ମନରେ ବୈରାଗ୍ୟ ଭାବ ଜାଗ୍ରତ ହୋଇଥିଲା ଓ ସେ ସମସ୍ତ ରାଜକୀୟ ବିଳାସ ବ୍ୟସନ ତ୍ୟାଗ କରିଥିଲେ ।
ଅନ୍ତକାଳଂ ମହାଦୁଃଖଂ ତସ୍ମାତ୍ ଜାଗୃହି ଜାଗୃହି ।ା
(ଅର୍ଥାତ ଜନ୍ମ ଦୁଃଖ ଅଟେ, ବୃଦ୍ଧାବସ୍ଥା ଦୁଃଖମୟ ଅଟେ, ସ୍ତ୍ରୀ ଦୁଃଖ ରୂପ ଅଟେ ଏବଂ ଅନ୍ତ ସମୟ ମଧ୍ୟ ଦୁଃଖ ପୂର୍ଣ୍ଣ ଅଟେ । ଏଣୁ ଜାଗ୍ରତ ହୁଅ, ଜାଗ୍ରତ ହୁଅ ।)ପ୍ରତ୍ୟହ ବି·ର କର ଯଦି ଆଜି ହିଁ ମୋର ମୃତୁ୍ୟ ହୋଇଯାଏ ତେବେ ମୋର ଗତି ସ୍ବର୍ଗକୁ ନା ନର୍କକୁ । ମୃତୁ୍ୟର ନି ବାରଣ ସମ୍ଭବ ନୁହେଁ । ତେବେ କାହିଁ କି ପାପ କର୍ମ କରିବା?” ଏହି ଭୂଲୋକରେ ମଣିଷ ଦିନେ ନା ଦମୃତୁ୍ୟର ଶରଣ ନେବ । ; ଏହା ଜାଣି ବି ସେ ପାପ ଆଚରଣ ତ୍ୟାଗ କରେ ନାହିଁ । (କ୍ରମଶଃ)
Saturday, 22 July 2017
ଜ୍ଞାନ ପ୍ରବାହ (୧ଠ)
ଜ୍ଞାନ ପ୍ରବାହ (୧ଠ)
(ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)
ଧର୍ମର ସ୍ଥାପନା ଏବଂ ଆତ୍ମାର ଉଦ୍ଧାର ନିମନ୍ତେ ପରମାତ୍ମା ଅବତାର ନିଅନ୍ତି ବୋଲି ଶାସ୍ତ୍ର ବର୍ଣ୍ଣନା ଅଛି । ଭଗବାନଙ୍କ ଅବତାର ମନ୍ଦିରରେ ନ ହୋଇ ତୁମ ଘରେ ହେବା ଉଚିତ । ମାନବ ଶରୀର ହିଁ ଏହି ଘର ଅଟେ । ଭଗବାନଙ୍କ ଅବତାର ମାନବ ଜୀବନକୁ ସୁଧାରିବା ପାଇଁ ଉଦ୍ଧିଷ୍ଟ । ଭଗବାନଙ୍କ ସମସ୍ତ ଧର୍ମ ଜୀବ ଯେତେବେଳେ ଧାରଣ କରେ ସେତେବେଳେ ଅବତାର ହୁଏ । ଭାଗବତର ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବର୍ଣ୍ଣିତ ୨୪ ଅବତାରର ଆଧ୍ୟାତ୍ମିକ ରହସ୍ୟ ବୁଝିବା ଆବଶ୍ୟକ । ପ୍ରଥମ ଅବତାର ସନତ୍ କୁମାର ବ୍ରହ୍ମଚର୍ଯ୍ୟର ପ୍ରତୀକ । ବ୍ରହ୍ମଚର୍ଯ୍ୟ ବିନା ମନ ସ୍ଥିର ରହେ ନାହିଁ । ଏହାଦ୍ୱାରା ମନ, ବୁଦ୍ଧି ଓ ସଂସ୍କାର ପବିତ୍ର ହୁଏ ଓ ଅନ୍ତଃକରଣ ଶୁଦ୍ଧ ହୁଏ । ଦ୍ୱିତୀୟ ବରାହ ଅବତାର । ବାରାହ ଅର୍ଥ ଶ୍ରେଷ୍ଠ ଦିନ କେଉଁଟି? ଯେଉଁ ଦିନ ଶ୍ରେଷ୍ଠ କର୍ମ ହୁଏ ସେ ଦିନ ଶ୍ରେଷ୍ଠ । ସତକର୍ମରେ ଲୋଭ ବିଘ୍ନ ସୃଷ୍ଟି କରେ । ଲୋଭକୁ ସନ୍ତୋଷ ଦ୍ୱାରା ଦମନ କରିବା ଉଚିତ । ବରାହ ଅବତାର ସନ୍ତୋଷର ଅବତାର । ଲୋଭକୁ ବିନାଶ କରି ପ୍ରାପ୍ତ ସ୍ଥିତିରେ ସନ୍ତୁଷ୍ଟ ରହିବା ବରାହ ଅବତାରର ରହସ୍ୟ । ନାରଦ ହେଉଛନ୍ତି ତୃତୀୟ ଅବତାର । ସେ ହେଉଛନ୍ତି ଭକ୍ତିର ପ୍ରତୀକ । ବ୍ରହ୍ମଚର୍ଯ୍ୟ ପାଳନ ପୂର୍ବକ ପ୍ରାପ୍ତ ସ୍ଥିତିରେ ସନ୍ତୁଷ୍ଟ ରହିଲେ ନାରଦ ଅର୍ଥାତ ଭକ୍ତି ପ୍ରାପ୍ତ ହୁଏ ।
ଚତୁର୍ଥ ପର୍ଯ୍ୟାୟ ହେଉଛି ନର-ନାରାୟଣ ଅବତାର । ଭକ୍ତିର ପରିଣାମ ସ୍ବରୂପ ଭଗବାନ ମିଳନ୍ତି । ଜ୍ଞାନ ଓ ବୈରାଗ୍ୟ ରହିତ ଭକ୍ତିରେ ଦୃଢ଼ତା ଥାଏ ନାହିଁ । ତେଣୁ ଜ୍ଞାନ ଓ ବୈରାଗ୍ୟର ପରାକାଷ୍ଠା ପାଇଁ ପମ ପର୍ଯ୍ୟାୟରେ କପିଳ ଅବତାର । ଷଷ୍ଠରେ ଦାତ୍ରେୟ ଅବତାର । ଉପର୍ଯୁ୍ୟକ୍ତ ପାଟି ଗୁଣ, ବ୍ରହ୍ମଚର୍ଯ୍ୟ, ସନ୍ତୋଷ, ଜ୍ଞାନ, ଭକ୍ତି ଏବଂ ବୈରାଗ୍ୟ ଜୀବନରେ ଧାରଣ ହେଲେ ଜୀବାତ୍ମା ଗୁଣାତୀତ ଓ ଅତ୍ରି ହୁଏ । ଏହା ଭଗବାନଙ୍କ ନିକଟତର କରାଏ । ଉପଯୁକ୍ତ ଛଅଟି ଅବତାର ବ୍ରାହ୍ମଣ ପାଇଁ ଉଦ୍ଧିଷ୍ଟ । ସପ୍ତମରେ ଯଜ୍ଞ ଅବତାର । ଅଷ୍ଟମ ଅବତାର ଋଷଭ ଦେବଙ୍କର । ନବମରେ ପୃଥୁରାଜା ଅବତାର । ଦଶମ ଅବତାର ମତ୍ସ ନାରାୟଣଙ୍କର । ଏହି ·ରି ଅବତାର କ୍ଷତ୍ରିୟମାନଙ୍କ ପାଇଁ । ଏହା ଧର୍ମର ଆଦର୍ଶ ବର୍ଣ୍ଣନା କରିବା ପାଇଁ । ଏକାଦଶରେ କୁର୍ମ, ଦ୍ୱାଦଶରେ ଧନ୍ୱନ୍ତରୀ ଓ ତ୍ରୟୋଦଶରେ ମୋହିନୀ ନାରାୟଣ- ଏହି ତିନି ଅବତାର ବୈଶ୍ୟମାନଙ୍କ ପାଇଁ । ଚତୁର୍ଦ୍ଧଶରେ ନରସିଂହ ଅବତାର । ଏହା ପୁଷ୍ଟିର ଅବତାର ।
ଭକ୍ତ ପ୍ରହଲ୍ଲାଦ ପ୍ରତି କୃପା କରିବା ପାଇଁ ଏହି ଅବତାର ହୋଇଥିଲା । ମନ ଶକ୍ତି ବା ବୁଦ୍ଧି ଶକ୍ତି ଦ୍ୱାରା ଈଶ୍ୱର ପ୍ରାପ୍ତ ହୁଅନ୍ତି ନାହିଁ । କେବଳ ପ୍ରେମ ଶକ୍ତି ହିଁ ତାଙ୍କୁ ଆକର୍ଷିତ କରେ । ପଦଶରେ ବାମନ ଅବତାର, ଏହା ସମ୍ପୂର୍ଣ୍ଣ ନିଷ୍କାମ ଭାବର ପ୍ରତୀକ । ଯିଏ ନିଷ୍କାମ ଭାବରେ ଭକ୍ତି ଓ ନୀତିର ଛତ୍ର ତଳେ ଥାଏ ଓ ଧର୍ମର କବଚ ଧାରଣ କରିଥାଏ ସିଏ କାଳଜୟୀ ହୁଏ । ଏହା ହେଉଛି ବାମନ ଅବତାରର ରହସ୍ୟ । ଷଷ୍ଠଦଶ ଅବତାର ପର୍ଶୁରାମ ହେଉଛନ୍ତି ଆଦେଶର ପ୍ରତୀକ । ବ୍ୟାସ ହେଉଛନ୍ତି ସପ୍ତଦଶ ଅବତାର । ଏହା ଜ୍ଞାନର ଦ୍ୟୋତକ । ଅଷ୍ଟାଦଶରେ ଶ୍ରୀରାମ ଅବତାର । ସେ ମର୍ଯ୍ୟାଦା ପୁରୁଷୋମ ରୂପେ ପ୍ରଖ୍ୟାତ । ରାମଙ୍କ ମର୍ଯ୍ୟାଦା ପାଳନ କଲେ କାମ ବିନାଶ ହୋଇ ଉନବିଂଶ ଅବତାର ସ୍ବରୂପ ଶ୍ରୀକୃଷ୍ଣ ଆବିର୍ଭାବ ହୁଅନ୍ତି । ଏହାପରେ କ୍ରମାନୁସାରେ ହରି, କଳକି, ବୁଦ୍ଧ ଆଦି ଅବତାର କଥା ବର୍ଣ୍ଣନା କରାଯାଇଛି ।
ଏହି ଶରୀର ହେଉଛି ଧର୍ମକ୍ଷେତ୍ର ଓ କୁରୁକ୍ଷେତ୍ର । ଧର୍ମ ଓ ଅଧର୍ମର ଯୁଦ୍ଧ ଏଥିରେ ହୋଇଥାଏ । ପ୍ରତ୍ୟେକଙ୍କ ମନରେ ଓ ଘରେ ମହାଭାରତ ଯୁଦ୍ଧ ·ଲୁଛି । ସଦ୍ବୃି ଓ ଅସତ୍ ବୃିର ଯୁଦ୍ଧ ହେଉଛି ମହାଭାରତ । ଜୀବ ଯେତେବେଳେ ଜ୍ଞାନରେ ରମଣ କରେ ସେତେବେଳେ କୌବର ବିଘ୍ନ ସୃଷ୍ଟି କରନ୍ତି । ଜୀବ ହେଉଛି ଧୃତରାଷ୍ଟ୍ର । ତାକୁ ଅନ୍ଧ ରୂପରେ ଦର୍ଶାଯାଇଛି । କୋ ଅନ୍ଧଃ? ଅନ୍ଧ କିଏ? ଯଃ ବିଷୟାନୁରାଗୀ । ଯାହାର ଦୃଷ୍ଟିରେ କାମ ବାସନା ଅଛି ସେହିଁ ଅନ୍ଧ ଧୃତରାଷ୍ଟ୍ର । ଦୁଃଖ ରୂପୀ କୌରବ ଅନେକ ଥର ଧର୍ମକୁ ନାଶ କରିବାକୁ ଯାଏ । ଯୁଧିଷ୍ଠିର ଓ ଦୁର୍ଯେ୍ୟାଧନ ପ୍ରତିଦିନ ସଂଘର୍ଷ କରୁଛନ୍ତି । ଦୁର୍ଯେ୍ୟାଧନ ଆଜି ମଧ୍ୟ ବôଛି । ପରମାତ୍ମା ପ୍ରତ୍ୟହ ବ୍ରହ୍ମ ମୁହୂର୍ରେ ଆସି ପ୍ରଭୁପ୍ରେମୀମାନଙ୍କୁ ଉଠାନ୍ତି ଓ ସତ୍କର୍ମ ପାଇଁ କହନ୍ତି । କିନ୍ତୁ ଦୁର୍ଯେ୍ୟାଧନ ଆସି କହେ, “ଅନ୍ତିମ ପ୍ରହରର ଏ ଆରାମଦାୟକ ନିଦ ତ୍ୟାଗ କରି ଉଠିବାର କି ଆବଶ୍ୟକତା ଅଛି । ଶୋଇପଡ । କ’ଣ ବା କ୍ଷତି ହୋଇଯିବ?’’ ଦୁଷ୍ଟ ବି·ର ରୂପୀ ଦୁର୍ଯେ୍ୟାଧନ ମନୁଷ୍ୟକୁ ଉଠିବାକୁ ଦିଏ ନାହିଁ । ନିଦ୍ରା ଏବଂ ନିନ୍ଦା ଉପରେ ବିଜୟ ପ୍ରାପ୍ତ କରିଥିବା ବ୍ୟକ୍ତି କେବଳ ଭକ୍ତି କରିପାରେ । ଦୁର୍ଯେ୍ୟାଧନ ଅଧର୍ମର ପ୍ରତୀକ । ଯୁଧିଷ୍ଠିର ଧର୍ମର ସ୍ବରୂପ । ଧର୍ମ ପରମାତ୍ମା ଅଭିମୁଖେ ନେଇ ଯାଏ । ଅଧର୍ମ ମନୁଷ୍ୟକୁ ସାଂସାରିକ ବିଷୟାନୁରାଗୀ କରି ବିନାଶ ଅଭିମୁଖେ ପ୍ରେରିତ କରେ । ଧର୍ମ ଈଶ୍ୱରଙ୍କ ଶରଣରେ ଆସିଲେ ତା’ର ବିଜୟ ହୁଏ ଓ ଅଧର୍ମର ବିନାଶ ହୁଏ ।
ଅଶାନ୍ତି, ଉଦ୍ବେଗ, ଦୁଃଖ ଆଦିର ମୂଳ ନିଜ ଅନ୍ତରରେ ଥାଏ । ଏହା ବାହାରେ ନଥାଏ । ତେଣୁ ଏହାକୁ ନିଜ ମଧ୍ୟରେ ଖୋଜିବା ହେଉଛି ଜ୍ଞାନୀର ଲକ୍ଷଣ । ଅଜ୍ଞାନତା ଏବଂ ଅଭିମାନ ହେଉଛି ଦୁଃଖର ମୁଖ୍ୟ କାରଣ । ଅଜ୍ଞାନ ବ୍ୟକ୍ତି (ଜ୍ଞାନ ଚକ୍ଷୁ ହୀନ ହେତୁ) ଏହା ଦେଖିପାରେ ନାହିଁ । ତେଣୁ ଏହାର କାରଣଗୁଡ଼ିକୁ ବାହାରେ ଖୋଜେ । ଲୋକେ ଅତୀତରେ କରିଥିବା ପୁଣ୍ୟ କର୍ମଗୁଡ଼ିକୁ ବାରମ୍ବାର ସ୍ମରଣ କରନ୍ତି; କିନ୍ତୁ ପାପ କର୍ମକୁ କେହି ମନେ ପକାନ୍ତି ନାହିଁ । ମନୁଷ୍ୟକୁ ନିଜ ଭୁଲ ସହଜରେ ଦେଖାଯାଏ ନାହିଁ । ଏଥିପାଇଁ କୁହାଯାଇଛି- “କୃପା ଭଇ ତବ ଜାନିୟେ, ଯବ୍ ଦିଖେ ଅପନା ଦୋଷ ।’’ ଜଗତର କୌଣସି ବ୍ୟକ୍ତିର ଦୋଷ ଦେଖିବା ଉଚିତ ନୁହେଁ । ନିଜ ମନକୁ ସଂଶୋଧନ କରିବା ଆବଶ୍ୟକ । ଆମର ଭୁଲ ଦେଖାଉଥିବା ବ୍ୟକ୍ତିର ଉପକାର ଭୁଲିଯିବା ଉଚିତ ନୁହେଁ । ମନୁଷ୍ୟର ସବୁଠାରୁ ବଡ ଦୋଷ ହେଉଛି ଯେ ସେ ନିଜକୁ ସର୍ବଦା ନିର୍ଦ୍ଧୋଷ ମନେ କରେ । ଏକମାତ୍ର ପରମାତ୍ମା ହିଁ ନିର୍ଦ୍ଧୋଷ । ନିୟମିତ ସତସଙ୍ଗ କଲେ ମନୁଷ୍ୟ ନିଜ ଦୋଷ ଦେଖିପାରେ ।
Monday, 17 July 2017
ଜ୍ଞାନ ପ୍ରବାହ (୯)
ଜ୍ଞାନ ପ୍ରବାହ (୯)
(ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)
ଭଲ କଥା ଶୁଣି ଜୀବନରେ ଚରିତାର୍ଥ କରିବା ଲୋକ ଖୁବ୍ କମ ଦେଖାଯାଆନ୍ତି । ଶୁଣିଥିବା କଥା (ଜ୍ଞାନ)ର ସିଦ୍ଧାନ୍ତଗୁଡ଼ିକୁ ଜୀବନରେ ଆଚରଣ କରିବା ବିଧେୟ । କେବଳ “ଶୁଶ୍ରୁଭିଃ’’ ନୁହେଁ, “କୃତିଭିଃ’’ ମଧ୍ୟ ହୁଅ । କଳିଯୁଗୀୟ ମାନବ ମନ୍ଦବୁଦ୍ଧି ଏବଂ ମନ୍ଦଶକ୍ତି ଯୁକ୍ତ ହୋଇଥିବାରୁ କଠିଣ ସାଧନା ପାଇଁ ଅକ୍ଷମ । ଭୋଗ ପ୍ରବୃି ହେଉଛି ମନ୍ଦ ବୁଦ୍ଧିର କାରଣ । ଭୋଗୀ ବ୍ୟକ୍ତି ଦୀର୍ଘ ସମୟ ଗୋଟିଏ ଆସନରେ ଆସୀନ ହୋଇ ଧ୍ୟାନ କରିପାରେ ନାହିଁ । ଅଥଚ ସେ ନିଜକୁ ଚତୁର ମନେ କରେ । ସାଂସାରିକ ବିଷୟ ସମୂହ ପଛରେ ଧାବିତ ବ୍ୟକ୍ତି ଚତୁର ପଦବାଚ୍ୟ ନୁହେଁ । ଶାସ୍ତ୍ର ନିର୍ଦ୍ଧେଶ ଦିଏ;-
ଶତଂ ବିହାୟ ଭୋକ୍ତବ୍ୟଂ ସହସ୍ରଂ ସ୍ନାନଂ ଆଚରତ୍ ।
ଲକ୍ଷଂ ବିହାୟ ଦାତବ୍ୟଂ କୋଟିଂ ତ୍ୟକ୍ତ୍ୱା ହରିଂ ଭଜେତ୍ ।ା
(ଅର୍ଥାତ୍, ଶହେ କାମ ଛାଡି ଭୋଜନ କର, ହଜାରେ କାମ ଛାଡି ସ୍ନାନ କର, ଲକ୍ଷେ କାମ ଛାଡି ଦାନ କର ଏବଂ ଗୋଟିଏ କାମ ଛାଡି ଭଗବତ୍ ଚିନ୍ତନ (ପରମାତ୍ମା ସ୍ମରଣ) କର । ଏଥିରୁ ସ୍ପଷ୍ଟ ହୁଏ ଯେ ଘର କାମ ସମାପ୍ତ କଲା ପରେ ଈଶ୍ୱରୀୟ ଚିନ୍ତନ କରିବା ବିଧି ନୁହେଁ । ଈଶ୍ୱରୀୟ ଚିନ୍ତନ (ଧ୍ୟାନ ଯୋଗ) ପରେ କର୍ବ୍ୟ କର୍ମ (କର୍ମଯୋଗ) କରିବା ସର୍ବୋମ ବିଧି । ଏହାଦ୍ୱାରା କର୍ମରେ କୁଶଳତା ଆସେ । ଯୋଗଃ କର୍ମସୁ କୌଶଳଂ । କଳିଯୁଗୀୟ ମଣିଷ ଉଚିତ କର୍ମ ଅପେକ୍ଷା ଅନୁଚିତ କର୍ମକୁ ଅଗ୍ରାଧିକାର ଭିିରେ କରେ । ମନ୍ଦ ବୁଦ୍ଧି ହେବାର ଏହାହିଁ କାରଣ ।ବ୍ୟକ୍ତି ଯେତେବେଳେ ପରମାତ୍ମା ମିଳନ ପାଇଁ ଅତ୍ୟଧିକ ଆତୁର ହୁଏ ସେତେବେଳେ ଈଶ୍ୱରୀୟ ପ୍ରେରଣା କ୍ରମେ ସନ୍ଥ (ଈଶ୍ୱରଙ୍କୁ ଜାଣିଥିବା ଓ ପ୍ରତ୍ୟକ୍ଷ କରିଥିବା ମହାତ୍ମା) ଦର୍ଶନ ହୁଏ ।
ଭୋଜନରେ ସ୍ବାଦ ନଥାଏ । କ୍ଷୁଧା ହେଉଛି ସ୍ବାଦର କାରଣ । ପରମାତ୍ମା ମିଳନର କ୍ଷୁଧା ଦୀବ୍ର ନ ହେବା ପର୍ଯ୍ୟନ୍ତ ସନ୍ଥ ପ୍ରାପ୍ତି ପରେ ମଧ୍ୟ ସଦ୍ଭାବ ଜାଗ୍ରତ ହୁଏ ନାହିଁ, ଶ୍ରବଣର ପ୍ରଧାନ ତିନିଟି ଅଙ୍ଗ ଅଛି ।
୧. ଶ୍ରଦ୍ଧା : ଶ୍ରୋତାଗଣ ମନକୁ ଏକାଗ୍ର କରି ଶ୍ରଦ୍ଧାର ସହିତ ଈଶ୍ୱରୀୟ କଥା ଶୁଣିବା ଉଚିତ ।
୨. ଜିଜ୍ଞାସା : କୌଣସି ବିଷୟରେ ଜିଜ୍ଞାସା ଉପôନ୍ନ ନହେବା ପର୍ଯ୍ୟନ୍ତ ବ୍ୟକ୍ତି (ଶ୍ରୋତା) ତାହା ଧ୍ୟାନ ପୂର୍ବକ ଶୁଣେ ନାହିଁ । ତେଣୁ ଜିଜ୍ଞାସା ବିହୀନ କଥା ଶ୍ରବଣ ନିରର୍ଥକ ।
୩. ନିର୍ମତ୍ସରତା : ମତ୍ସରର ଆଭିଧାନିକ ଅର୍ଥ ହେଉଛି ହିଂସା, ଦ୍ୱେଷ. ପରଶ୍ରୀକାତରତା, ରାଗ, ଶତ୍ରୁତା, ଗର୍ବ, ଲୋଭ, ଆତ୍ମଧିକ୍କାର । ଏଗୁଡ଼ିକର ଅଭାବ ହେଉଛି ନିର୍ମତ୍ସରତା । ଶ୍ରୋତା ମନରେ ଜଗତର କାହାରି ପ୍ରତି ମତ୍ସର ହେବା ଉଚିତ ନୁହେଁ । ବିନମ୍ରତା ପୂର୍ବକ ଜ୍ଞାନ ଶ୍ରବଣ କରିବା ଉଚିତ । ସମସ୍ତ ପାପ କର୍ମ ତ୍ୟାଗ କରି ପରମାତ୍ମା ମିଳନ ପାଇଁ ତୀବ୍ର ଆତୁରତା ପୂର୍ବକ ଜ୍ଞାନ ଶ୍ରବଣ କଲେ ତାଙ୍କୁ ଅନୁଭବ କରିବା ସହଜ ହୁଏ । ପରମାତ୍ମାଙ୍କୁ ଚର୍ମ ନେତ୍ରରେ ଦେଖିହୁଏ ନାହିଁ । କାରଣ ସେ ଇନ୍ଦ୍ରିୟାତୀତ ।
ସାଧନା କରିବା ସେ୍ୱ ମଧ୍ୟ ଯଦି ସିଦ୍ଧି ପ୍ରାପ୍ତ ହେଉ ନାହିଁ ତେବେ ସାଧନା ପ୍ରତି ସାଧକ ମନରେ ଉପେକ୍ଷା ଭାବ ସାର ହୁଏ । ଜୀବ ସାଧକ ଅଟେ । ସେବା ଓ ସ୍ମରଣ ସାଧନ ଅଟେ । ପ୍ରାତଃ କାଳରେ ସ୍ନାନ ଶୌ·ଦି ପରେ କିଛି ସମୟ ଈଶ୍ୱରଙ୍କ ପୂଜା-ଆରାଧନା ବା ଜପ-ଧ୍ୟାନ କରି ଦିନଯାକ ସାଂସାରିକ କର୍ମରେ ଲିପ୍ତ ରହି ତାଙ୍କୁ ଭୁଲିଯିବା ଭକ୍ତି (ଈଶ୍ୱରୀୟ ପ୍ରୀତି) ନୁହେଁ । ଅର୍ହନିଶ ଈଶ୍ୱରୀୟ ସ୍ମୃତି ହିଁ ପ୍ରଭୁ ପ୍ରୀତି ବା ଭକ୍ତିର ଦ୍ୟୋତକ । ଏଭଳି ଭକ୍ତିରେ ପ୍ରକୃତ ଆନନ୍ଦ ଅଛି । ଭକ୍ତି ଶାରୀରିକ ନୁହେଁ ମାନସିକ ହେବା ଉଚିତ । ମନରେ ଯଦି ଈଶ୍ୱରୀୟ ସ୍ମୃତି ନାହିଁ ବାଣୀ ଯେତେ ଭଗବାନଙ୍କ ନାମ ଉଚ୍ଚାରଣ କଲେ ମଧ୍ୟ ସେ ସବୁ ବ୍ୟର୍ଥ ହୋଇଯାଏ । ମନ ସଂସାରର ବିଷୟ ସମୂହରେ ରମଣ କରୁଥିବ ଏବଂ ଶରୀର ଭଗବାନଙ୍କ ସେବାରେ ବ୍ୟସ୍ତ ଥିବ ତେବେ ସେପରି ସେବାରେ କୌଣସି ଆନନ୍ଦ ମିଳେ ନାହିଁ । ସେବାରେ କ୍ରିୟା ନୁହେଁ, ଭାବହିଁ ମୁଖ୍ୟ ଅଟେ । ବିଷୟ ସମୂହରୁ ମନକୁ ନିବୃ ନକରିବା ପର୍ଯ୍ୟନ୍ତ ସେବାରେ ଆନନ୍ଦ ମିଳେ ନାହିଁ । “ସର୍ବେଷାମ୍ ଅବିରୋଧେନ ବ୍ରହ୍ମକର୍ମ ସମାରଭେ ।’’ ପରମାତ୍ମାଙ୍କ ସେବା ସେତେବେଳେ ହେବ ଯେତେବେଳେ ସାଂସାରିକ ବିଷୟ ସମୂହରୁ ଆସକ୍ତି କମିଯିବ ।
ପରମାତ୍ମାଙ୍କୁ ପ୍ରେମ କରିବାକୁ ହେଲେ ବିଷୟ ସମୂହର ପ୍ରେମ ତ୍ୟାଗ କରିବାକୁ ହେବ । କାରଣ, “ପ୍ରେମ ଗଲି ଅତି ସାଁକରି ତାମେଁ ଦୋ ନ ସମାହିଁ ।’’ ପ୍ରେମର ସଂକୀର୍ଣ୍ଣ ଗଳିରେ ଉଭୟର ନିର୍ବାହ ହୋଇପାରେ ନାହିଁ । ଜଗତର ବନ୍ଧନ ନ ଛାଡିବା ପର୍ଯ୍ୟନ୍ତ ଈଶ୍ୱର ସମ୍ବନ୍ଧ ହୁଏ ନାହିଁ । ସଂସାର ତ୍ୟାଗ ନୁହେଁ, ସଂସାରର ବିଷୟ ସମୂହର ତ୍ୟାଗ କରିବା ଆବ୍ୟକ । ସଂସାର ତ୍ୟାଗ କରି କୁଆଡ଼େ ଯିବା? କେବଳ ପରମାତ୍ମାହିଁ ସୁନ୍ଦର, ଦୁନିଆର ବିଷୟ ନୁହେଁ । ବାସନା ରୂପୀ ରଜ୍ଜୁ ଦ୍ୱାରା ବିଷୟରେ ବାନ୍ଧି ହୋଇଥିବା ଇନ୍ଦ୍ରିୟ ସମୂହକୁ ମୁକ୍ତ ନ କରିବା ପର୍ଯ୍ୟନ୍ତ ଆଗକୁ ବଢ଼ିବା ସମ୍ଭବ ନୁହେଁ । ବାସନା ରୂପୀ ରଜ୍ଜୁରେ ଏହି ଜୀବର ଗଣ୍ଠି ସଂସାର ସହିତ ବାନ୍ଧି ହୋଇରହିଛି । ତାକୁ ଛିନ୍ନ କରିବା ଦରକାର । ହୃଦୟ ବାସନା ରହିତ ହେଲେ ଭକ୍ତିରୁ ଆନନ୍ଦ ମିଳିଥାଏ । ସର୍ବୋମ ବସ୍ତୁକୁ ଈଶ୍ୱରାର୍ପଣ କରିବା ଶ୍ରେଷ୍ଠ ଭକ୍ତି । ଭୋଗ ଭକ୍ତିରେ ବାଧକ । ସଂଯମ ଓ ସଦା·ର ଦ୍ୱାରା ଭକ୍ତିରେ ଆନନ୍ଦ ମିଳେ । ସୁଖୀ ହେବାକୁ ·ଡୁଁଥିଲେ ସାଂସାରିକ ବିଷୟ ସହିତ ପ୍ରେମ ତ୍ୟାଗ କରିବା ଉଚିତ । ଘର ଗୃହସ୍ଥରେ ରହି ମଧ୍ୟ ଜଣେ ବୈରାଗ୍ୟର ସାଧନା କରିପାରିବ । (କ୍ରମଶଃ)
Tuesday, 4 July 2017
ଜ୍ଞାନ ପ୍ରବାହ (୮)
ଜ୍ଞାନ ପ୍ରବାହ (୮)
(ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)
ପରମାତ୍ମା ପରମାର୍ଥ ରୂପ, ଜାଣିବା ଯୋଗ୍ୟ, ପରମ ସୁଖଦାୟୀ, ଆଧ୍ୟାତ୍ମିକ, ଆଧିଭୌତିକ ତଥା ଆଧିଭୌତିକ ତାପ ନାଶକାରୀ ଅଟନ୍ତି । ନିଷ୍କାମ ଓ ନିଷ୍ପପଟ ଭାବରେ ତାଙ୍କୁ ଭକ୍ତି ପୂର୍ବକ ସ୍ମରଣ କରିବା ଉଚିତ୍ । କାମନା ଯୁକ୍ତ ଭକ୍ତିରେ ପରମାତ୍ମା ପ୍ରସନ୍ନ ହୁଅନ୍ତି ନାହିଁ । କାମୀ ବ୍ୟକ୍ତି ଭଗବାନଙ୍କ ଅପେକ୍ଷା ସଂସାରକୁ ବେଶୀ ଭଲପାଏ । ଭକ୍ତିର ଫଳ ଭଗବାନ ହେବା ଉଚିତ୍; ସାଂସାରିକ ସୁଖ ନୁହେଁ । ପ୍ରକୃତ ଭକ୍ତ ନିଜ ପାଇଁ କିଛି ଭଗବାନଙ୍କୁ ମାଗେ ନାହିଁ । ସେ ତ ତା’ର ତନ, ମନ, ଧନ ସବୁକିଛି ତାଙ୍କୁ ସମର୍ପଣ କରିଦିଏ । ମାଗିବା ଦ୍ୱାରା ପ୍ରେମର ଧାରା ଛିନ୍ନ ହୁଏ । ଶୁଦ୍ଧ ପ୍ରେମରେ ନେବାର ନୁହେଁ ଦେବାର ଭାବନା ଥାଏ । ଭକ୍ତିର ଫଳ ସ୍ବରୂପ ପାର୍ଥିବ ବସ୍ତୁ କାମନା କଲେ ଭକ୍ତର ମନୋବା‚ା ଭଗବାନ ପୂରଣ କରିଥାନ୍ତି; କିନ୍ତୁ ସେ ତା’ଠାରୁ ବହୁତ ଦୂରକୁ ·ଲି ଯାଆନ୍ତି । ଗୀତାରେ କୁହାଯାଇଛି; “ଦେବାନ୍ ଦେବ ଯଜୋ ଯାନ୍ତି ମଭକ୍ତା ଯାନ୍ତି ମାମପି ।” (ଗୀ୭/୨୩) । ଅର୍ଥାତ୍ ସକାମୀ ଭକ୍ତ ଯେଉଁ ଯେଉଁ ଦେବତାମାନଙ୍କ ପୂଜା କରନ୍ତି, ସେହି ସମସ୍ତ ଦେବତାମାନଙ୍କ ଦ୍ୱାରା ମୁଁ ଇଚ୍ଛିତ ଭୋଗର ପୂିର୍ କରାଏଁ, କିନ୍ତୁ ମୋର ନିଷ୍କାମ ଭକ୍ତି କରୁଥିବା ଭକ୍ତି ହିଁ ମୋତେ ପ୍ରାପ୍ତ ହୁଏ ।ମାଗିବା ଦ୍ୱାରା ପ୍ରକୃତ ମୈତ୍ରୀର ଗୌରବ କ୍ଷୁଣ୍ଣ ହୋଇଥାଏ । ପ୍ରକୃତ ମିତ୍ର କେବେ କିଛି ମାଗେନାହିଁ । କୃଷ୍ଣଙ୍କ ପ୍ରତି ସୁଦାମାର ଆନ୍ତରିକ ପ୍ରୀତି ଥିଲା । ତାଙ୍କ ପନôୀ କିଛି ମାଗିବା ପାଇଁ ତାଙ୍କୁ କୃଷ୍ଣଙ୍କ ନିକଟକୁ ପଠାଇଥିଲେ । ପି୍ରୟ ମିତ୍ରଙ୍କ ଅତୁଳ ବୈଭବ ଦେଖି ମଧ୍ୟ ସୁଦାମା ସ୍ବ ଦାରିଦ୍ର୍ୟ ବିଷୟରେ ମୁହଁ ଖୋଲି ନଥିଲେ । ଦଶଦିନ କ୍ଷୁଧା ତୃଷା ସହ୍ୟକରି ମିତ୍ର ସହିତ ଦେଖା କରିବାକୁ ଦୀର୍ଘ ବାଟ ସେ ଧାଇଁ ଆସିଥିଲେ । ଦୀର୍ଘ ଦିନ ପରେ ବନ୍ଧୁ ଦର୍ଶନ ହେବ, ଖାଲି ହାତରେ କେମିତି ଯିବେ; ଏହି ଭାବନାର ବଶବର୍ୀ ହୋଇ ପାଖରେ ଥିବା ଭଜା ·ଉଳ ଗଣ୍ଡାକ ନଖାଇ ପି୍ରୟ ସଖାଙ୍କୁ ଦେବା ପାଇଁ ଯନô ପୂର୍ବକ ସାଇତି ରଖିଥିଲେ । ଏହାହିଁ ପ୍ରକୃତ ପ୍ରେମର ନିଦର୍ଶନ । ସେହି ପ୍ରେମର ମୂଲ୍ୟ ନିର୍ଣ୍ଣୟ କରାଯାଇପାରେ ନାହିଁ । ମନୁଷ୍ୟ ଯେତେବେଳେ ଅକୁଣ୍ଠିତ ଭାବରେ ନିଜର ସର୍ବସ୍ବ ପରମାତ୍ମାଙ୍କୁ ସମର୍ପି ଦିଏ, ପ୍ରତିବଦଳରେ ପରମାତ୍ମା ମଧ୍ୟ ତାଙ୍କର ସର୍ବସ୍ବ ମନୁଷ୍ୟକୁ ପ୍ରଦାନ କରନ୍ତି । ପ୍ରଭୁ ପ୍ରେମୀ କିଛି ମାଗେନାହିଁ । ସେ ପ୍ରଭୁଙ୍କୁ ଏତିକି ମାତ୍ର ନିବେଦନ କରେ ଯେ, “ସଂସାର କୂପ ପତିତୋରଣାବଲମ୍ବଂ ଗେହଂଜୁଷାମପି ମନସୁ୍ୟଦିୟାତ୍ ସଦା ନଃ ।” ଅର୍ଥାତ୍, “ହେ ପ୍ରଭୁ, ସଂସାର ରୂପୀ କୂପ ମଧ୍ୟରେ ପତିତ ଜୀବମାନଙ୍କ ନିବୃିର ଅବଲମ୍ବନ ସ୍ବରୂପ ଆପଣଙ୍କ ଚରଣ କମଳରେ ଘର ଗୃହସ୍ଥରେ ଥାଇ ମଧ୍ୟ ଆମ ମନ ସବୁବେଳେ ସ୍ଥିର ରହୁ ।’’
ନିଷ୍କାମ ଭକ୍ତି ସର୍ବଶ୍ରେଷ୍ଠ । ଶ୍ରୀକୃଷ୍ଣଙ୍କ ପ୍ରତିଯୋଗୀମାନଙ୍କ ନିଷ୍କାମ ମମତା ଓ ପ୍ରେମ ନିଷ୍କାମ ଭକ୍ତିର ଦୃଷ୍ଟାନ୍ତ । ଭକ୍ତିର ଫଳ ଜ୍ଞାନ ଏବଂ ବୈରାଗ୍ୟ । ଜ୍ଞାନ ବିନା ଭକ୍ତି ଅନ୍ଧ ଓ ଭକ୍ତି ବିନା ଜ୍ଞାନ ପଙ୍ଗୁ ଅଟେ । ଅଭ୍ୟାସ ଓ ଆବଶ୍ୟକତା ଉପରେ ନିୟନ୍ତ୍ରଣ ରଖିପାରିଲେ ମନ ଈଶ୍ୱରୀୟ ଚିନ୍ତନରେ ଏକାଗ୍ର ହୋଇପାରେ । ଅନ୍ତଃକରଣ ଶୁଦ୍ଧ ନହେବା ପର୍ଯ୍ୟନ୍ତ ଈଶ୍ୱରୀୟ ସ୍ମୃତି ସ୍ଥିର ହୁଏନାହିଁ । ପରନିନ୍ଦା ଓ ଈର୍ଷା (ମତ୍ସର) ଅନ୍ତଃକରଣକୁ ଅଶୁଦ୍ଧ କରିଦିଏ । ଶ୍ରୀମଦ୍ ଭାଗବତ ପ୍ରଥମରୁ ସତର୍କ କରାଇ ଦେଇଛି; “ନିର୍ମତ୍ସରାଣାଂ ସତାଂ” ଅର୍ଥାତ୍ ଈର୍ଷା ରହିତ ହୋଇ କଥା ଶୁଣ । ତେବେ ଈଶ୍ୱର ତୁମ ହୃଦୟରେ ବାନ୍ଧିହୋଇଯିବେ । ମତ୍ସର (ଈର୍ଷା) ସବୁଠାରୁ ବଡ଼ ଶତୁ୍ର । ଜ୍ଞାନୀ ଓ ଯୋଗୀ ଉଭୟଙ୍କୁ ଏହି ମତ୍ସର ବଡ଼ ହଇରାଣ କରେ । ଏହି ପରିପ୍ରେକ୍ଷୀରେ ନିମ୍ନରେ ପ୍ରଦ ଦୃଷ୍ଟାନ୍ତ ପ୍ରଣିଧାନ ଯୋଗ୍ୟ ।
·ଙ୍ଗଦେବ ଜଣେ ପ୍ରସିଦ୍ଧ ହଠ ଯୋଗୀ ଥିଲେ । କଥିତ ଅଛି ଯେ ଯୋଗ ସାଧନାରୁ ପ୍ରାପ୍ତ ସିଦ୍ଧି ବଳରେ ସେ ୧୪ଠଠ ବର୍ଷ ବôଥିଲେ । ଷୋହଳ ବର୍ଷ ବୟସର ସନ୍ଥ ଜ୍ଞାନେଶ୍ୱରଙ୍କ କୀିର୍ ଶୁଣି ତାଙ୍କ ମତ୍ସର ଜାତ ହେଲା । ଏହି ବାଳକ କ’ଣ ମୋଠାରୁ ମଧ୍ୟ ଜ୍ଞାନୀ? ପ୍ରାପ୍ତ ସିଦ୍ଧିର ପ୍ରଦର୍ଶନ ପାଇଁ ସେ ବ୍ୟାଘ୍ର ପୃଷ୍ଠରେ ଆରୋହଣ କରି ଏବଂ ସର୍ପକୁ ଲଗାମ ରୂପେ ବ୍ୟବହାର ପୂର୍ବକ ଜ୍ଞାନେଶ୍ୱରଙ୍କ ସହିତ ସାକ୍ଷାତ କରିବାକୁ ଆସିଲେ । ଜ୍ଞାନଦେବ ଏକଥା ଶୁଣି ·ଙ୍ଗଦେବଙ୍କ ମନୋଭାବ ଜାଣିପାରିଲେ । ସେତେବେଳେ ସେ ଏକ ପଥର ଚଟାଣ ଉପରେ ବସିଥିଲେ । ଅତିଥିଙ୍କ ଅଭ୍ୟର୍ଥନା ତ କରିବାକୁ ହେବ । ତେଣୁ ସେ ଚଟାଣକୁ ·ଲିବାକୁ ଆଦେଶ ଦେଲେ । ଚଟାଣ ·ଲୁଥିବା ଦେଖି ·ଙ୍ଗଦେବଙ୍କ ଅଭିମାନ ନଷ୍ଟ ହେଲା । ସେ ହୃଦୟଙ୍ଗମ କଲେ ଯେ ମୁଁ ତ କେବଳ ହିଂସ୍ର ପଶୁମାନଙ୍କୁ ବଶୀଭୂତ କରିଛି, କିନ୍ତୁ ଜ୍ଞାନେଶ୍ୱରଙ୍କ ପାଖରେ ଏପରି ଶକ୍ତି ଅଛି ଯଦ୍ଧ୍ୱାରା ସେ ଜଡ଼ ପଦାର୍ଥକୁ ମଧ୍ୟ ଚୈତନ୍ୟ ପ୍ରଦାନ କରି ପାରୁଛନ୍ତି । ·ଙ୍ଗଦେବ ଜ୍ଞାନେଶ୍ୱରଙ୍କ ଶିଷ୍ୟତ୍ୱ ସ୍ବୀକାର କଲେ । ଏଥିରୁ ସ୍ପଷ୍ଟ ଯେ ହଠ ଯୋଗଦ୍ୱାରା ମନକୁ ନିୟନ୍ତ୍ରିତ କରିବା ଅପେକ୍ଷା ପ୍ରେମ ଦ୍ୱାରା ମନକୁ ବଶୀଭୂତ କରିବା ସର୍ବୋମ ଅଟେ । ହଠ ଯୋଗ ମନକୁ ଏକାଗ୍ର କରିପାରେ, କିନ୍ତୁ ହୃଦୟକୁ ବିଶାଳ କରିପାରେନାହିଁ । ଏହି କାରଣ ହେତୁ ·ଙ୍ଗଦେବ ଜ୍ଞାନେଶ୍ୱରଙ୍କୁ ଈର୍ଷା କରୁଥିôଲେ । ଈଶ୍ୱରଭକ୍ତି ହୃଦୟକୁ ବିଶାଳ କରେ । ମତ୍ସର (ଈର୍ଷା) କରୁଥିବା ଜୀବର ଇହ ପରମ ଉଭୟ ଲୋକ ବିଗିଡ଼ି ଯାଏ । ମନରୁ ମତ୍ସର ଅପସାରିତ ହେଲେ ମନମୋହନଙ୍କ ସ୍ବରୂପ (ପରମାତ୍ମା) ମନରେ ସୁଦୃଢ଼ ହୋଇଥାଏ । (କ୍ରମଶଃ)
ଜ୍ଞାନ ପ୍ରବାହ (୭)
ଜ୍ଞାନ ପ୍ରବାହ (୭)
(ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)
ଆମର ଶରୀରର ସୃଷ୍ଟି କାମ ବିକାରରୁ ହୋଇଛି । ଏହାଠାରୁ ମଳିନ ବସ୍ତୁ ଆଉ କିଛି ନାହିଁ । ପରମାତ୍ମା ଇନ୍ଦ୍ରିୟାତୀତ । ତେଣୁ ତାଙ୍କ ସହିତ କେବଳ ମନୋମିଳନ ହୋଇପାରେ । ଏଥିପାଇଁ ସତତ ଈଶ୍ୱରୀୟ ସ୍ବରୂପ ଚିନ୍ତନ କରିବା ଆବଶ୍ୟକ । ନିରନ୍ତର ଈଶ୍ୱରୀୟ ସ୍ମୃତିର ଅଭ୍ୟାସ ଆତ୍ମାରେ ସଂଚିତ ତମୋଗୁଣୀ ସଂସ୍କାର (ପାପ)କୁ ଧ୍ୱଂସ କରେ ଓ ଧୀରେ ଧୀରେ ପରମାତ୍ମାଙ୍କ ଶକ୍ତି ଆତ୍ମାରେ ସଂଚାରିତ ହୋଇ ସଂଚିତ ହୁଏ । ଈଶ୍ୱରୀୟ ସ୍ମୃତିର ପରିପକ୍ୱ ଅବସ୍ଥା ହେଉଛି ସମାଧି । ଏହି ଅବସ୍ଥାରେ କୌଣସି ସାଂସାରିକ ସଂକଳ୍ପ-ବିକଳ୍ପ ମନକୁ ହଲଚଲ କରେ ନାହିଁ । ଈଶ୍ୱରୀୟ ସ୍ମୃତିରେ ତଲ୍ଲୀନତା ହେତୁ ସମସ୍ତ ପ୍ରକାର ବନ୍ଧନ ଛିନ୍ନ ହୋଇଯାଏ । ତେଣୁ ସମାଧି ସ୍ତର ପର୍ଯ୍ୟନ୍ତ ପହିିଥିବା ଯୋଗୀକୁ ଜୀବନ୍ମୁକ୍ତ କୁହାଯାଏ ।କ୍ରିୟା ଏବଂ ଲୀଳା ମଧ୍ୟରେ ଅନ୍ତର ଅଛି । ପରମାତ୍ମା ଯାହା କରନ୍ତି ବା କରାନ୍ତି ତାହା “ଲୀଳା” । ଜୀବ ଯାହା କରେ ତାହା “କ୍ରିୟା” । କ୍ରିୟା ବନ୍ଧନ ରୂପ ଅଟେ । କାରଣ ଏହା ସହିତ କର୍ାର ଆସକ୍ତି, ସ୍ବାର୍ଥ ଏବଂ ଅହଂକାରର ସମ୍ବନ୍ଧ ଥାଏ । ଈଶ୍ୱରଙ୍କ ଲୀଳା ବନ୍ଧନମୁକ୍ତ କରାଏ । କାରଣ ଈଶ୍ୱରଙ୍କୁ ସ୍ବାର୍ଥ ଏବଂ ଅଭିମାନ ସ୍ପର୍ଶ କରିପାରେ ନାହିଁ । ଯେଉଁ କାର୍ଯ୍ୟରେ କର୍ୃତ୍ୱର ଅଭିମାନ ହୁଏ ନାହିଁ ତାହା “ଲୀଳା” ଅଟେ । ମାନବାତ୍ମାକୁ ତମୋପ୍ରଧାନରୁ ସତୋ ପ୍ରଧାନ କରିବା ପାଇଁ ପରମାତ୍ମା ଏ ଧରାଧାମରେ ଅବତୀର୍ଣ୍ଣ ହୋଇ “ଲୀଳା” କରନ୍ତି ।
ଭଗବତ୍ ଧ୍ୟାନରେ ତନ୍ମୟତା ନ ଆସିଲେ ସାଂସାରିକ ବିଷୟ ସ୍ମୃତିରେ ଆସିବ । ସତ୍କର୍ମ କଲାବେଳେ ଅନେକ ବିଘ୍ନର ସମ୍ମୁଖୀନ ହେବାକୁ ପଡ଼େ । ଈଶ୍ୱରୀୟ ସ୍ମୃତି ଦ୍ୱାରା ସେଗୁଡ଼ିକୁ ସୁଗମତା ପୂର୍ବକ ଅତିକ୍ରମ କରିବାର ସାହସ ଓ ସାମର୍ଥ୍ୟ ମିଳେ । ମଂଗଳାଚରଣରେ ବ୍ୟାସଜୀ ଲେଖିଛନ୍ତି “ସତ୍ୟମ୍ ପରଂ ଧମୀହି ।” ଅର୍ଥାତ ସତ୍ୟସ୍ବରୂପ ପରମାତ୍ମାଙ୍କୁ ଧ୍ୟାନ କର । ସେ କୌଣସି ବିଶିଷ୍ଟ ସ୍ବରୂପ ବା ଆକୃତିର ଧ୍ୟାନ କରିବାକୁ କହି ନାହାନ୍ତି । ସଂସାରରେ ମନୁଷ୍ୟମାନଙ୍କ ରୁଚି ଏକ ପ୍ରକାର ନୁହେଁ । ଶିବ ମହିମ୍ନ ସ୍ତୋତ୍ରରେ କୁହାଯାଇଛି-
ତ୍ରୟୀ ସାଂଖ୍ୟଂ ଯୋଗଃ ପଶୁପତିମତଂ ବୈଷ୍ଣବମିତି
ପ୍ରଭିନ୍ନେ ପ୍ରସ୍ଥାନେ ପରମିଦମଦଃ ପଥ୍ୟମିତି ଚ ।
ରୁଚିନାଂ ବୈଚିତ୍ର୍ୟାଦୃବୃକୁଟିଳ ନାନା ପଥତୁଷାଂ
ନୃଣାମେ କୋ ଗମ୍ୟସ୍ତ୍ୱମସି ପୟସାମର୍ଣ୍ଣବ ଇବ ।ା
ଅର୍ଥାତ, “ସାେଙ୍ଗାପାଙ୍ଗ ବେଦ, ସାଂଖ୍ୟ ଶାସ୍ତ୍ର, ଯୋଗ ଶାସ୍ତ୍ର, ପାଶୁପତ ଶାସ୍ତ୍ର, ବୈଷ୍ଣବ ଶାସ୍ତ୍ର ଆଦି ଭିନ୍ନ ଶାଖାରେ ଆସ୍ଥାବାନ ଲୋକେ ସ୍ବ ସ୍ବ ଶାସ୍ତ୍ରଗୁଡ଼ିକୁ ସର୍ବୋମ ମାନନ୍ତି ଏବଂ ସ୍ବ ସ୍ବ ମନୋବୃି ଅନୁସାରେ ସରଳ କିମ୍ବା କଠିଣ ମାର୍ଗର ଉଲ୍ଲେଖ କଥା କହନ୍ତି । କିନ୍ତୁ ସତ୍ୟ ଏହା ଯେ ଏହି ସମସ୍ତ ଶାସ୍ତ୍ରାନୁସାରୀ ମତଗୁଡ଼ିକର ପ୍ରାପ୍ତି ସ୍ଥାନ ଓ ଲକ୍ଷ୍ୟ ଏକହିଁ ଅଟେ ଯେପରି ଅଂକାବଂକା ସମସ୍ତ ନଦୀ ସେହି ଏକ ସମୁଦ୍ରରେ ହିଁ ମିଳିତ ହୁଅନ୍ତି ।” ପ୍ରତ୍ୟେକଙ୍କ ରୁଚି ଏବଂ ଆସ୍ଥା ଭିନ୍ନ ଭିନ୍ନ ହୋଇଥିବା ହେତୁ ମଣିଷ ବିବିଧ ସ୍ବରୂପରେ ସେହି ଏକ ପରମାତ୍ମାଙ୍କୁ ହିଁ ସ୍ମରଣ କରିଥାଏ । ସତ୍ୟ; ଅବିନାଶୀ, ଅବାଧିତ ଓ ଅପରିବର୍ନଶୀଳ ଅଟେ । ସୁଖ, ଦୁଃଖ, ଲାଭ, ହାନି ଆଦି କାରଣରୁ ପରମେଶ୍ୱରଙ୍କ ସ୍ବରୂପରେ କୌଣସି ପରିବର୍ନ ହୋଇ ନଥାଏ । ସେ ସର୍ବଦା ସ୍ଥିତ ପ୍ରଜ୍ଞ । ସ୍ଥିତପ୍ରଜ୍ଞର ଲକ୍ଷଣ କଥା ଗୀତାରେ କୁହାଯାଇଛି, “ଦୁଃଖେଷ୍ୱନୁଦ୍ ବିଗ୍ନମନାଃ ସୁଖେଷୁ ବିଗତ ସ୍ପୃହଃ.... ।” ଦୁଃଖ ସମୟରେ ଯାହାର ମନ ଉଦ୍ବେଗ ରହିତ ଏବଂ ସୁଖ ସମୟରେ ଯାହାର ମନ ସ୍ପୃହା ରହିତ ସେହିଁ ସ୍ଥିତପ୍ରଜ୍ଞ ଅଟେ ।
ଜଗତ ଅନିତ୍ୟ ଅଟେ । ଭୁତ, ବର୍ମାନ ଏବଂ ଭବିଷ୍ୟତରେ ପରମାତ୍ମା ଏକ ସ୍ବରୂପରେ ସ୍ଥିତ ରହୁଥିବାରୁ ସେହିଁ କେବଳ ସତ୍ୟ ଅଟନ୍ତି । ଯଦି ସୁଖୀ ହେବାକୁ ଚାହୁଁଛ ତେବେ ସେହି ସତ୍ୟ ସ୍ବରୂପ ପରମାତ୍ମାଙ୍କୁ ପ୍ରେମ କର । କାର୍ଯ୍ୟ ବ୍ୟବହାରରେ ଜଗତ ନିତ୍ୟ ବୋଲି ପ୍ରତୀତ ହୁଏ, କିନ୍ତୁ ପରମାର୍ଥ ଓ ତା୍ୱିକ ଦୃଷ୍ଟିରେ ଦେଖିଲେ ଏହା ନିତ୍ୟ ନୁହେଁ । ସ୍ବପ୍ନ ଭାଂଗିଗଲା ପରେ ଯେପରି ତାହା ମିଥ୍ୟା ଲାଗେ, ସେହିପରି ଈଶ୍ୱରାନୁଭୂତି ହେଲା ପରେ ଜାଗତିକ ପଦାର୍ଥ ସମୂହ ଅନିତ୍ୟ ଲାଗେ । ଈଶ୍ୱରଙ୍କ ବ୍ୟତୀତ ଆମେ ଯାହା ଦେଖୁଁ ସେ ସବୁ ଅନିତ୍ୟ ଅଟେ । ଏହି ଅନିତ୍ୟ ସଂସାର ପ୍ରତି ମୋହ ରଖ ନାହିଁ । ସ୍ତ୍ରୀ-ପୁରୁଷର ମିଳନ ସୁଖଦ; କିନ୍ତୁ ବିୟୋଗ ଅତି ଦୁଃଖଦ । ବିୟୋଗ ଅବଶ୍ୟସମ୍ଭାବୀ ମନେ କରି କୌଣସି ଦେହଧାରୀ ପ୍ରତି ପ୍ରେମ କର ନାହିଁ । କେବଳ ଅବିନାଶୀ ପରମାତ୍ମାଙ୍କୁ ପ୍ରେମ କରିବା ଉଚିତ । ଅନ୍ଧକାରରେ ଦଉଡ଼ି ମଧ୍ୟ ସର୍ପ ପରି ପ୍ରତୀତ ହୁଏ । ଆଲୋକରେ ତାର ଯଥାର୍ଥ ସ୍ବରୂପର ଜ୍ଞାନ ହୁଏ । ଏହି ସର୍ପ-ରଜ୍ଜୁ ନ୍ୟାୟ ଦୃଷ୍ଟିରେ ଅନିତ୍ୟ ସଂସାରକୁ ଅଜ୍ଞାନଗଣ ନିତ୍ୟ ବୋଲି ମନେ କରନ୍ତି । ମନେ ରଖ, ଯଦ୍ ଦୃଷ୍ଟମ୍ ତତ୍ ନଷ୍ଟମ୍ ।” ଦୃଶ୍ୟବାନ ବସ୍ତୁ ସମୂହ ନାଶବାନ୍ ଅଟନ୍ତି । ତେଣୁ ଜଗତରେ ରହି ମଧ୍ୟ ଏହାକୁ ଅନିତ୍ୟ ବୋଲି ମନେ କର । (କ୍ରମଶଃ...)
ଆମେ ଯେତେବେଳେ ଈଶ୍ୱରୀୟ ଉପଲବ୍ଧି ପାଇଁ ସାଧନା ମାର୍ଗରେ ଅଗ୍ରସର ହେଉ, ଜନ୍ମ ଜନ୍ମାନ୍ତରର ଦେହ ଅଭିମାନରୁ ଉପôନ୍ନ ଆମର ମନୋବିକାର ସମୂହ ବିଘ୍ନ ସୃଷ୍ଟି କରନ୍ତି । ସ୍ବଜନ, ମିତ୍ରସମ୍ବନ୍ଧୀଙ୍କ ମୋହ ମଧ୍ୟ ଆମକୁ ଆମର ଲକ୍ଷ୍ୟଭ୍ରଷ୍ଟ କରି ମନରେ ସଂଶୟ ସୃଷ୍ଟି କରାଏ । ସେତେବେଳେ ଆମେ ଏକ ଭୀଷଣ ମନୋସଂଗ୍ରାମର ସମ୍ମୁଖୀନ ହେଉ । ମନୋବିକାର ସହିତ ଦୃଢ଼ତା ପୂର୍ବକ ଯୁଦ୍ଧ କରିବା ପରିବେର୍ ଆମେ ତାମସିକତା ଓ ଦୁର୍ବଳତା ଦ୍ୱାରା ଆକ୍ରାନ୍ତ ହୋଇ କିଂକର୍ବ୍ୟବିମୂଢ଼ ହୋଇପଡୁ । ଆମେ ନିଜକୁ ସୁହାଇଲା ଭଳି ପାପ ପୂଣ୍ୟର ବି·ର କରି ଭଗବତ୍ ନିର୍ଦ୍ଧିଷ୍ଟ କର୍ବ୍ୟରୁ ବିଚୁ୍ୟତିକୁ ସମର୍ଥନ କରୁ ।
ପରମାତ୍ମାଙ୍କୁ ପ୍ରକୃତ ରୂପରେ ଚିହ୍ନି ତାଙ୍କୁ ଆମେ ସ୍ବ ସ୍ବ ହୃଦୟ ସିଂହାସନରେ ଅଧିଷ୍ଠିତ କରାଇ ପାରିଲେ ଆମ ସୁଖ, ଦୁଃଖ, ସମ୍ପଦ ବିପଦରେ ସେ ଆମକୁ ଠିକ ରୂପରେ ପରି·ଳିତ କରାଇବେ । ଅନେକ ସମୟରେ ଆମର ଅନ୍ତରାତ୍ମା ମାଧ୍ୟମରେ ପରମାତ୍ମା ଆମକୁ ଭୁଲ ପଥରୁ ପ୍ରକୃତ ପଥକୁ ଆସିବା ପାଇଁ ଇଙ୍ଗିତ କରୁଥିଲେ ମଧ୍ୟ ଆମେ ଦେହ ଅଭିମାନ ବଶତଃ ତାକୁ ଠିକ୍ ରୂପରେ ବୁଝିପାରୁନା । ଦେହ ଅଭିମାନ ବା ଅଜ୍ଞନତା ହିଁ ସକଳ ପାପ ଓ ଦୁଃଖର କାରଣ । ଦୈହିକ ଅହଙ୍କାରରୁ ମୁକ୍ତ ହୋଇ ଅର୍ଜୁନଙ୍କ ପରି ଶରଣାପନ୍ନ ହେବା ପରେ ପରମାତ୍ମା ଆମ ହୃଦୟ ସିଂହାସନରେ ଆରୂଢ଼ ହୁଅନ୍ତି ଓ ଆମ ମଧ୍ୟରୁ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରକରି ଜ୍ଞାନର ପ୍ରଦୀପ ପ୍ରଜ୍ଜ୍ୱଳନ କରନ୍ତି । ପରମାତ୍ମା ହିଁ ଆମର ପ୍ରକୃତ ଗୁରୁ । କେବଳ ଜ୍ଞାନର ଗୁରୁ ନୁହଁନ୍ତି, ସେ ହେଉଛନ୍ତି ଆମର କର୍ମର, ଜୀବନର ପରି·ଳକ ଈଶ୍ୱର । ସେ ଆମର ହୃଦୟେଶ୍ୱର, ପ୍ରିୟ, ପ୍ରିୟତମ, ବନ୍ଧୁ, ସଖା, ସବୁକିଛି । ଆମ ପାଖରେ ଯାହାସବୁ ଅଛି ସେ ସବୁ ତାଙ୍କର । ଏହିପରି ସର୍ବାନ୍ତଃକରଣରେ ଭଗବତ୍ ସମର୍ପଣ ଭାବନା ଆମକୁ କ୍ରମଶଃ ପୂର୍ଣ୍ଣତା ଆଡକୁ ପରି·ଳିତ କରିଥାଏ । ଈଶ୍ୱରୀୟ ଜ୍ଞାନ ସମ୍ପନ୍ନ ହୋଇ ନର ଅନାସକ୍ତ ଭାବରେ ଯେଉଁ କର୍ମ ବା ପୁରୁଷାର୍ଥ କରିଥାଏ, ତା’ର ଅନ୍ତିମ ପରିଣତି ହେଉଛି ନାରାୟଣତ୍ୱ ପ୍ରାପ୍ତି । ଏହା ମାନବ ଜନ୍ମର ପ୍ରକୃତ ଲକ୍ଷ୍ୟ ।
ପରମାତ୍ମାଙ୍କୁ ପ୍ରକୃତ ରୂପରେ ଚିହ୍ନି ତାଙ୍କୁ ଆମେ ସ୍ବ ସ୍ବ ହୃଦୟ ସିଂହାସନରେ ଅଧିଷ୍ଠିତ କରାଇ ପାରିଲେ ଆମ ସୁଖ, ଦୁଃଖ, ସମ୍ପଦ ବିପଦରେ ସେ ଆମକୁ ଠିକ ରୂପରେ ପରି·ଳିତ କରାଇବେ । ଅନେକ ସମୟରେ ଆମର ଅନ୍ତରାତ୍ମା ମାଧ୍ୟମରେ ପରମାତ୍ମା ଆମକୁ ଭୁଲ ପଥରୁ ପ୍ରକୃତ ପଥକୁ ଆସିବା ପାଇଁ ଇଙ୍ଗିତ କରୁଥିଲେ ମଧ୍ୟ ଆମେ ଦେହ ଅଭିମାନ ବଶତଃ ତାକୁ ଠିକ୍ ରୂପରେ ବୁଝିପାରୁନା । ଦେହ ଅଭିମାନ ବା ଅଜ୍ଞନତା ହିଁ ସକଳ ପାପ ଓ ଦୁଃଖର କାରଣ । ଦୈହିକ ଅହଙ୍କାରରୁ ମୁକ୍ତ ହୋଇ ଅର୍ଜୁନଙ୍କ ପରି ଶରଣାପନ୍ନ ହେବା ପରେ ପରମାତ୍ମା ଆମ ହୃଦୟ ସିଂହାସନରେ ଆରୂଢ଼ ହୁଅନ୍ତି ଓ ଆମ ମଧ୍ୟରୁ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରକରି ଜ୍ଞାନର ପ୍ରଦୀପ ପ୍ରଜ୍ଜ୍ୱଳନ କରନ୍ତି । ପରମାତ୍ମା ହିଁ ଆମର ପ୍ରକୃତ ଗୁରୁ । କେବଳ ଜ୍ଞାନର ଗୁରୁ ନୁହଁନ୍ତି, ସେ ହେଉଛନ୍ତି ଆମର କର୍ମର, ଜୀବନର ପରି·ଳକ ଈଶ୍ୱର । ସେ ଆମର ହୃଦୟେଶ୍ୱର, ପ୍ରିୟ, ପ୍ରିୟତମ, ବନ୍ଧୁ, ସଖା, ସବୁକିଛି । ଆମ ପାଖରେ ଯାହାସବୁ ଅଛି ସେ ସବୁ ତାଙ୍କର । ଏହିପରି ସର୍ବାନ୍ତଃକରଣରେ ଭଗବତ୍ ସମର୍ପଣ ଭାବନା ଆମକୁ କ୍ରମଶଃ ପୂର୍ଣ୍ଣତା ଆଡକୁ ପରି·ଳିତ କରିଥାଏ । ଈଶ୍ୱରୀୟ ଜ୍ଞାନ ସମ୍ପନ୍ନ ହୋଇ ନର ଅନାସକ୍ତ ଭାବରେ ଯେଉଁ କର୍ମ ବା ପୁରୁଷାର୍ଥ କରିଥାଏ, ତା’ର ଅନ୍ତିମ ପରିଣତି ହେଉଛି ନାରାୟଣତ୍ୱ ପ୍ରାପ୍ତି । ଏହା ମାନବ ଜନ୍ମର ପ୍ରକୃତ ଲକ୍ଷ୍ୟ ।
Sunday, 2 July 2017
ଜ୍ଞାନ-ପ୍ରବାହ (୬)
ଜ୍ଞାନ-ପ୍ରବାହ (୬)
(ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)
ଈଶ୍ୱର ବିୟୋଗ ହେଉଛି ସବୁଠାରୁ ବଡ଼ ରୋଗ । ପ୍ରାଣୀମାତ୍ରେ ଏହି ରୋଗରେ ପୀଡ଼ିତ । ଏହି ରୋଗରେ ବଡ଼ ଔଷଧ ହେଉଛି ଈଶ୍ୱରୀୟ ଜ୍ଞାନ । ଯେପରି ଶାରୀରିକ ରୋଗ ପରିଚର୍ଯ୍ୟା ପାଇଁ ଆହାର, ବିହାରାଜିର କିଛି ନିୟମ ପାଳନ କରାଯାଏ; ସେହିପରି ଏହି ଆମିôକ ରୋଗର ନିରାକରଣ ପାଇଁ ନିରନ୍ତର ଈଶ୍ୱରୀୟ ଜ୍ଞାନର ଅଭ୍ୟାସ କରିବା ଉଚିତ । ଏହାଦ୍ୱାରା ମନରେ ବୈରାଗ୍ୟ ଭାବ ଆସିଥାଏ । ବୈରାଗ୍ୟର ଅର୍ଥ କ’ଣ? ଉପଭୋଗ ପାଇଁ ଅନେକ ପଦାର୍ଥ ସୁଲଭ ଥାଇ ମଧ୍ୟ ତତ୍ ପ୍ରତି ମନ ଆକର୍ଷିତ ନ ହେବା ହେଉଛି ପ୍ରକୃତ ବୈରାଗ୍ୟ । ସଂସାରତ୍ୟାଗ ଅନାବଶ୍ୟକ । ସଂସ୍କାରକୁ କାମ ଦୃଷ୍ଟିରେ ଦେଖି ଭୋଗ କରିବାର ବୃିକୁ ତ୍ୟାଗ କରିବା ଉଚିତ । ଦୃଷ୍ଟିର ଦୋଷ ନ ଯିବା ପର୍ଯ୍ୟନ୍ତ ଆମର ଦୃଷ୍ଟି ଦେବ-ଦୃଷ୍ଟି ସଂପନ୍ନ ହୋଇ ପାରିବ ନାହିଁ ।ଈଶ୍ୱରୀୟ ଜ୍ଞାନର ବକ୍ତା ଅତି ନିସ୍ଫୃହ ଓ ବୈରାଗ୍ୟଭାବ ସଂପନ୍ନ ହେବା ପରମାବଶ୍ୟକ । ପାରବ୍ରହ୍ମ ପରମାତ୍ମାଙ୍କୁ ଜାଣିଥିବା ବ୍ୟକ୍ତି ବ୍ରାହ୍ମଣ ପଦବାଚ୍ୟ । ଏପରି ବ୍ୟକ୍ତି ଜ୍ଞାନ ଉପଦେଶ ପାଇଁ ଯୋଗ୍ୟ । ସେ ଧୀର, ଗଂଭୀର ଏବଂ ଦୃଷ୍ଟାନ୍ତକୁଶ ହେବା ଉଚିତ । କୀିର୍ମୋହ ପ୍ରଭୁ ପ୍ରାପ୍ତି ଓ ପ୍ରୀତି ପାଇଁ ବିଘ୍ନକାରକ । ଏଥିରୁ ବର୍ିବା ବଡ଼ କଠିଣ । ତେଣୁ ଏଥିପ୍ରତି ବକ୍ତା ସାବଧାନ ରହିବା ଉଚିତ । ଶ୍ରୋତା ମଧ୍ୟ ସଂସାରରୁ ମନକୁ ନିର୍ଲିପ୍ତ ରଖି ଜ୍ଞାନ ଶୁଣିବା ଆବଶ୍ୟକ । କାରଣ ଘର ସଂସାର ଚିନ୍ତନ ମନକୁ ବିକୃତ କରେ । ତେଣୁ ଉଭୟ ବକ୍ତା ଓ ଶ୍ରୋତା ଚକ୍ଷୁ, ମନ, ବାଣୀ, କର୍ମ ଏବଂ ଇନ୍ଦ୍ରିୟ ସମୂହକୁ ପବିତ୍ର ରଖିବା ପାଇଁ ସଂପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ । ମନକୁ ସ୍ଥିର କରିବା ପାଇଁ ଉଦ୍ଧ୍ୱର୍ରେତା ହେବା ନିହାତି ଜରୁରୀ । ବ୍ରହ୍ମଚର୍ଯ୍ୟ ପାଳନ ଦ୍ୱାରା ଏହା ସଂଭବ । କ୍ରୋଧ ପୁଣ୍ୟ କ୍ଷୟ କରେ । ଏହାକୁ ସର୍ବଥା ତ୍ୟାଗ କରିବା ଉଚିତ ।
ଭାଗବତ (ଈଶ୍ୱରୀୟ) ଜ୍ଞାନ କେବଳ ଶୁଣି ଖୁସି ହେବା ବିଷୟ ନୁହେଁ । ଏହାକୁ ଜୀବନରେ ଆଚରଣ କଲେ ଯାଇ ଶ୍ରବଣ ସଫଳ ହୁଏ । ଶୁଣିଥିବା କଥା ମନନ କର ଓ ବ୍ୟବହାରରେ କାର୍ଯ୍ୟାନ୍ୱିତ କର । କେବଳ ଜ୍ଞାନ ବ୍ୟର୍ଥ । ପରମାତ୍ମାଙ୍କ ଦିବ୍ୟ ଗୁଣଗୁଡ଼ିକ ଧାରଣ କର । ପୂର୍ବ ଜନ୍ମର ବି·ର କରିବା ଅନୁଚିତ । ବର୍ମାନ ଜନ୍ମକୁ ସାର୍ଥକ କରିବାକୁ ପ୍ରଯନô କର । ପରମାତ୍ମାଙ୍କ ସହିତ ହିଁ ବିବାହ (ସମ୍ବନ୍ଧ) କର ଓ ଅନ୍ୟକୁ କରାଅ । ସଂଯମ ପାଳନ ଓ ଆନ୍ତରିକ ତପସ୍ୟା ହେଉଛି ପ୍ରଭୁ ମିଳନର ସାଧନ । ଏହାହିଁ ଆତ୍ମାର ଧର୍ମ ।
ସତ୍ କର୍ମରେ ଅନେକ ବିଘ୍ନ ଆସେ । ସେ ସବୁର ନିବାରଣ ପାଇଁ ମଂଗଳମୟ ପରମାତ୍ମାଙ୍କୁ ସ୍ମରଣ କରିବା ଉଚିତ । ଏହାହିଁ ମଂଗଳାଚରଣ । ସାଂସାରିକ ବସ୍ତୁ ବା ବ୍ୟକ୍ତି ପରିବେର୍ ପରମାତ୍ମାଙ୍କୁ ଚିନ୍ତନ କଲେ ତାଙ୍କର ଶକ୍ତି ମଣିଷକୁ ପ୍ରାପ୍ତ ହୁଏ । କ୍ରିୟାରେ ଅମଂଗଳତା କାମରୁ ଆସେ । କାମର ସ୍ପର୍ଶରେ ଯିଏ ପ୍ରଭାବିତ ହୁଏ ତାର ସବୁ କିଛି ଅମଗଂଳ ହୁଏ । କାମ ପ୍ରଭାବିତ ବ୍ୟକ୍ତିର ସ୍ମରଣ ମାତ୍ରେ କାମ ମନ ମଧ୍ୟରେ ପ୍ରବେଶ କରେ । କାମ ରହିତ ହେବା ପାଇଁ ନିଷ୍କାମ ପରମାତ୍ମାଙ୍କୁ ସ୍ମରଣ ଦ୍ୱାରା ମନ ସୁଧୁରି ଯାଏ । ମନୁଷ୍ୟର କାମ ବୃି ନଷ୍ଟ ହୋଇଗଲେ ସବୁକିଛି ମଂଗଳ ହୋଇଯାଏ । ଯିଏ କାମ ବାସନାର ଅଧୀନ ନୁହନ୍ତି ସର୍ବଦା ତାଙ୍କର ମଂଗଳ ହୋଇଥାଏ ।ମନୁଷ୍ୟର ଅମଂଗଳ କର୍ମ ହିଁ ବିଘ୍ନକର୍ା ଅଟେ ।
ଭାଗବତରେ ପ୍ରଥମ ସ୍କନ୍ଧରେ ବର୍ଣ୍ଣିତ ମଂଗଳାଚରଣର ଶେଷପଦ “ସତ୍ୟଂପରଂ ଧୀମହି” ପ୍ରଣିଧାନଯୋଗ୍ୟ ।ଏହାର ଅର୍ଥ ଏକମାତ୍ର ସତ୍ୟ ସ୍ବରୂପ ପରମାତ୍ମାଙ୍କୁ ବାରମ୍ବାର ଚିନ୍ତନ କର । ମନକୁ ଈଶ୍ୱରୀୟ ସ୍ମୃତିରେ ସ୍ଥିର କର । ସତ୍ୟ ସ୍ବରୂପ ପରମାତ୍ମାଙ୍କ ଧ୍ୟାନ ଦ୍ୱାରା ମନ ଶୁଦ୍ଧ ହୁଏ । ଧ୍ୟାନର ଅର୍ଥ ମାନସ ଦର୍ଶନ । ପରମାତ୍ମା ହେଉଛନ୍ତି ଜ୍ଞାନ, ପ୍ରେମ, ଆନନ୍ଦ, ସୁଖ, ଶାନ୍ତି ଆଦିର ସିନ୍ଧୁ । ଏଗୁଡ଼ିକ ହେଉଛି ତାଙ୍କର ଭିନ୍ନ ଭିନ୍ନ ସ୍ବରୂପ; କିନ୍ତୁ ସେ ଏକ ଓ ଅଦ୍ୱିତୀୟ । ଏକଂ ସଦ୍ ବିପ୍ରା ବହୁଧା ବଦନ୍ତି । ତାଙ୍କର ସ୍ବରୂପ ଅନେକ ହେଲେ ମଧ୍ୟ ତ୍ୱ ଗୋଟିଏ । ଦୀପ ଆଗରେ ଯେଉଁ ରଂଗର କାଚ ରଖିଲେ ସେହି ରଂଗର ଆଲୁଅ ହିଁ ବାହାରିବ । ଧ୍ୟାନ, ଧ୍ୟାତା ଏବଂ ଧ୍ୟେୟ ମଧ୍ୟରେ ଏକତ୍ୱ ହେବା ଆବଶ୍ୟକ । ଏହା ଦ୍ୱାରା ପରମାନନ୍ଦ ପ୍ରାପ୍ତି ହୋଇଥାଏ । ଧ୍ୟାନ ସମ୍ବନ୍ଧରେ ଅନ୍ୟ କୌଣସି ଚିନ୍ତନ କରିବା ବିଧେୟ ନୁହେଁ । ପରମାତ୍ମା
ସତ୍ ଚିତ୍- ଆନନ୍ଦ ସ୍ବରୂପ । ତାଙ୍କୁ ହିଁ ସ୍ମରଣ କରିବା ଉଚିତ । ଅନେକ ଜନ୍ମର ଅଭ୍ୟାସ ହେତୁ ମନରେ ବିକ୍ଷେପ ହୁଏ । ତେଣୁ ଈଶ୍ୱରୀୟ ସ୍ମୃତିରେ ମନକୁ ଏକାଗ୍ର କରିବାର ଅଭ୍ୟାସ ବେଳେ ପ୍ରଥମେ ସାଂସାରିକ ବିଷୟ ହିଁ ମନେ ପଡ଼େ । ସେଥିରେ ବିଚଳିତ ନ ହୋଇ ପ୍ରଥମେ ପରମାତ୍ମାଙ୍କ ବିଚ୍ଛିନ୍ନ ସ୍ବରୂପ ଓ ତାଙ୍କ ସହିତ ଆତ୍ମାର ବିଭିନ୍ନ ସମ୍ବନ୍ଧ କଥା ଚିନ୍ତନ କରିବା ବିଧେୟ । ପରମାତ୍ମା ସର୍ବାତ୍ମାଙ୍କ ପରମ ପିତା । ନିଜକୁ ସେହି ପରମ ପିତାଙ୍କ ସନ୍ତାନ ମନେ କରି ତାଙ୍କୁ ସ୍ମରଣ କଲେ ମନରେ ଆସୁଥିବା ଆସୁରୀ ସଂକଳ୍ପ-ବିକଳ୍ପ ସମୂହ ବିନାଶହୋଇ ଧୀରେ ଧୀରେ ଶୁଦ୍ଧ ସଂକଳ୍ପର ତରଂଗ ଉପôନ୍ନ ହେବ । “ହେ ପ୍ରିୟ ପରମ ପିତା, ତୁମେ ହିଁ ମୋର ସବୁ କିଛି । ମୋର ସବୁକିଛି ତୁମର ।” ଏହିପରି ଚିନ୍ତନ ଦ୍ୱାରା ସମସ୍ତ ପ୍ରକାର ସାଂସାରିକ ବନ୍ଧନ ଛିନ୍ନ ହୁଏ ଓ ମନ ବିଶୁଦ୍ଧ ହୁଏ ।ଦାନ ବା ସ୍ଥାନରେ ମନର ଶୁଦ୍ଧି ହୁଏ ନାହିଁ । ସାଂସାରିକ ଚିନ୍ତନର ବିକୃତ ମନର ଶୁଦ୍ଧିକରଣ ପାଇଁ ଈଶ୍ୱରୀୟ ଚିନ୍ତନ ହିଁ ଏକମାତ୍ର ବିକଳ୍ପ । (କ୍ରମଶଃ....)
ଜ୍ଞାନ ପ୍ରବାହ (୫)
ଜ୍ଞାନ ପ୍ରବାହ (୫)
(ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)
ଶରୀରକୁ ପିଣ୍ଡ କୁହାଯାଏ । ଏହାକୁ ପରମାତ୍ମାଙ୍କୁ ଅର୍ପଣ କରିବା ହେଉଛି ପିଣ୍ଡଦାନ । ସ୍ବୀୟ ଜୀବନକୁ ଈଶ୍ୱରାର୍ପିତ କରିବା ପାଇଁ ମନରେ ଦୃଢ଼ ନିଶ୍ଚୟ ହେବା ଦରକାର । ଏପରି ବ୍ୟକ୍ତିର ଜୀବନ ସାର୍ଥକ ହୁଏ । ଜୀବନ-ମୃତୁ୍ୟ ଭୟରୁ ମୁକ୍ତ ହେବାକୁ ·ହୁଁଥିଲେ ସତକର୍ମ କରିବା ଆବଶ୍ୟକ । ସ୍ବୟଂ ହିଁ ସ୍ବ ଆତ୍ମାର ଉଦ୍ଧାର କର । ଗୀତାରେ କୁହାଯାଇଛି-ଉଦ୍ଧରେଦାତ୍ମନାତ୍ମାନଂ ନାତ୍ମାନମ ବସାଦୟେତ୍ ।ା୬/୫ାା
ସ୍ବୟଂହିଁ ସ୍ବୀୟ ଆତ୍ମାକୁ ସଂସାର ସମୁଦ୍ରରୁ ଉଦ୍ଧାର କରିବା ଉଚିତ୍ । ସ୍ବ ଆତ୍ମାକୁ ଅଧୋଗତି ଆଡ଼କୁ ନେଇଯାଅନାହିଁ । ଜୀବ ସ୍ବୟଂ ନିଜର ଉଦ୍ଧାର ନ କରିବ ତ ଆଉ କିଏ କରିବ? ମନୁଷ୍ୟର ନିଜ ବ୍ୟତୀତ ଆଉ କିଏ ବଡ଼ ହିତକାରୀ ଅଛି? ଯଦି ସେ ସ୍ବୟଂ ନିଜ ଶ୍ରେୟ ନ କରିବ ତେବେ ପୁତ୍ରାଦି କ’ଣ କରିବେ? ଈଶ୍ୱରଙ୍କ ପାଇଁ ଯିଏ ଜୀବନ ଧାରଣ କରେ ସିଏ ଅବଶ୍ୟ ସଦ୍ଗତି ପ୍ରାପ୍ତ ହୁଏ । ମୃତୁ୍ୟ ପୂର୍ବରୁ ଯିଏ ଭଗବାନଙ୍କୁ ଅନୁଭବ କରେ ତାକୁ ମୁକ୍ତିମିଳେ । ‘ତମେବ ବିଦିତ୍ୱାଦି ମୃତୁ୍ୟମେତି ନାନ୍ୟଃ ପନ୍ଥା ବିଦ୍ୟତେଽୟନାୟ” । ତାଙ୍କୁ ଜାଣି ହିଁ ମନୁଷ୍ୟ ମୃତୁ୍ୟର ଉଲଙ୍ଘନ କରିଯାଏ । ପରମପଦ ପ୍ରାପ୍ତି ପାଇଁ ଏହା ବ୍ୟତୀତ ଅନ୍ୟକୌଣସି ମାର୍ଗ ନାହିଁ ।
ସତସଙ୍ଗଦ୍ୱାରା ବିବେକ ଜାଗ୍ରତ ହୁଏ । ବିବେକ ଆତ୍ମାକୁ ଆନନ୍ଦିତ କରେ । ସ୍ବୟଂ ଦେବ ହେବା ପାଇଁ ଓ ଅନ୍ୟକୁ ଦେବ ବନାଇବା ଶକ୍ତି ଆତ୍ମାରେ ଅଛି । ଏହି ଆତ୍ମଶକ୍ତିକୁ ଜାଗ୍ରତ କରିବା ଆବଶ୍ୟକ । ସତ୍ସଙ୍ଗ ବିନା ଜୀବନରେ ଦିବ୍ୟତା ଆସେନାହିଁ । ଶବ୍ଦ, ସ୍ପର୍ଶ, ରୂପ, ରସ ଏବଂ ଗନ୍ଧ ଏହି ପା ବିଷୟ ଜୀବକୁ ବନ୍ଧନରେ ପକାଏ । ଏଗୁଡ଼ିକର ମୋହ ତ୍ୟାଗ କରିବା ଉଚିତ୍ । ସବୁକିଛି ବୁଝି ବି·ରି ସ୍ବୟଂ ତ୍ୟାଗ ନ କଲେ କାଳ ଜୋର କରି ଛଡ଼େଇ ନେବ । ଭାଗବତ ମାହାତ୍ମ୍ୟରେ ଉଲ୍ଲେଖ ଅଛି,-
ଦେହେଽସ୍ଥିମାଂସଋଧିରେଽଭିମତଂ ତ୍ୟଜ ତ୍ୱଂ
ଜାୟା ସୁତାଦିଷୁ ସଦା ମମତାଂ ବିମୁଁ ।
ପଶ୍ୟାନିଶଂ ଜଗଦିଦଂ କ୍ଷଣଭଙ୍ଗ ନିଷ୍ଠଂ ।ା
ବୈରାଗ୍ୟରାଗରସିକୋ ଭବ ଭକ୍ତି ନିଷ୍ଠଃ ।ା
- ଭାଗବତ ମାହାତ୍ମ୍ୟ ୪/୭୯
ଅର୍ଥାତ୍ ଏହି ଦେହ ହାଡ଼, ମାଂସ ଏବଂ ରୁଧିରର ଏକ ପିଣ୍ଡ ଅଟେ । ଏହାକୁ ମୋର ବୋଲି ଭାବିବା ଛାଡ଼ିଦିଅ । ସ୍ତ୍ରୀ ପୁତ୍ରାଦିର ମମତା ତ୍ୟାଗ କର । ଏହି ସଂସାର କ୍ଷଣ ଭଙ୍ଗୁର ଅଟେ । ଏଠାରେ କୌଣସି ବସ୍ତୁକୁ ସ୍ଥାୟୀ ବି·ରି ସେଥିରେ ରାଗ ଓ ମୋହ ରଖନାହିଁ । କେବଳ ବୈରାଗ୍ୟ ରସିକ ହୁଅ ଏବଂ ଭଗବତ୍ ପ୍ରୀତିରେ ମଗ୍ନ ହୋଇଯାଅ । ସଂସାରର ମୋହ ତ୍ୟାଗ ବିନା ଈଶ୍ୱରୀୟ ପ୍ରୀତି ଜାଗ୍ରତ ହୁଏନାହିଁ ।
ଆତ୍ମା ପରମାତ୍ମା ସହିତ ମିଳିତ ହେଲେ ଦେବତା ହୋଇଯାଏ । ଈଶ୍ୱରୀୟ ସେବା ପାଇଁ ସଂସାରର ସ୍ନେହ ଓ ମୋହ ତ୍ୟାଗ କରିବାକୁ ପଡ଼ିବ । ସାଂସାରିକ ବିଷୟ ପ୍ରତି ସ୍ନେହ ବିବେକ ପୂର୍ବକ କରିବା ଉଚିତ୍ । ଯେଉଁ ମନ ମାୟାକୁ ସ୍ପର୍ଶ କରେ ତାହା ମନମୋହନଙ୍କ ସେବାରେ ଲାଗିପାରେନାହିଁ । ବାରମ୍ବାର ମାୟାର ବି·ର ·ଲିଲେ ମନ ମଳିନ ହୋଇଯାଏ । ଈଶ୍ୱରୀୟ ସ୍ମୃତିହିଁ ମନକୁ ଶୁଦ୍ଧ କରିପାରେ । ମନରେ ଅନେକ ଜନ୍ମର ମଇଳା ସଂସ୍କାର ରୂପେ ଜମାହୋଇଛି । ନିରନ୍ତର ଈଶ୍ୱରୀୟ ଚିନ୍ତନଦ୍ୱାରା ତାହା ପରିଷ୍କାର କରିବାକୁ ହେବ ।
ବାସନା ସାତ ପ୍ରକାର । (୧) ନାରୀ ପ୍ରତି ଆସକ୍ତି (୨) ପୁତ୍ର ପ୍ରତି ଆସକ୍ତି (୩) ବ୍ୟବସାୟିକ ଆସକ୍ତି (୪) ଦ୍ରବ୍ୟର ଆସକ୍ତି (୫) କୁଟୁମ୍ବ ପ୍ରତି ଆସକ୍ତି (୬) ଘରଦ୍ୱାର ପ୍ରତିଆସକ୍ତି (୭) ନିଜଗ୍ରାମ ପ୍ରତି ଆସକ୍ତି । ଶାସ୍ତ୍ରରେ କାମ, କ୍ରୋଧ, ଲୋଭ, ମୋହ, ମଦ, ମତ୍ସର ଏବଂ ଅବିଦ୍ୟାକୁ ସାତ ଗଣ୍ଠି ବୋଲି କୁହାଯାଇଛି । ଏଥିରେ ଆତ୍ମା ବାନ୍ଧିହୋଇ ଦୁଃଖପାଏ । ବାସନା ଉପରେ ବିଜୟପ୍ରାପ୍ତ କରିବାହିଁ ସୁଖୀ ହେବାର ଉପାୟ । ଯେ ପର୍ଯ୍ୟନ୍ତ ବାସନାର ଗ୍ରନ୍ଥି ସମୂହ ତୁଟେନାହିଁ ସେ ପର୍ଯ୍ୟନ୍ତ ଆତ୍ମା ମୁକ୍ତାବସ୍ଥା ପାଏ ନାହିଁ । ଈଶ୍ୱରୀୟ ପ୍ରୀତି ହିଁ ଏସବୁ ଗ୍ରନ୍ଥିକୁ ଛିନ୍ନ କରାଇବା ପାଇଁ ଏକମାତ୍ର ପନ୍ଥା । ଏଥିପାଇଁ ନିତ୍ୟ ପ୍ରଭୁ ସ୍ମୃତିରେ ମନକୁ ସ୍ଥିର ରଖିବା ସହିତ ଜ୍ଞାନର ମନନ ଚିନ୍ତନ କରିବା ଆବଶ୍ୟକ । ଶ୍ରବଣ, ମନନ ଏବଂ ନିଦିଧ୍ୟାସନ ଦ୍ୱାରା ଜ୍ଞାନ ଦୃଢ଼ ହୁଏ ।
ଅଦୃଢ଼ ଚ ହତଂ ଜ୍ଞାନଂ ପ୍ରମାଦେନ ହତଂ ଶୁ୍ରତମ୍ ।
ସଂଦିଗ୍ଧୋହି ହତୋ ମନ୍ତ୍ରୋ ବ୍ୟଗ୍ରତିୋ ହତୋ ଜପଃ ।ା
ଅର୍ଥାତ୍ ଦୃଢ଼ତା ବିନା ଜ୍ଞାନ ବ୍ୟର୍ଥ । ଏକାଗ୍ରତା ବିନା ଶୁଣିଥିବା କଥା ବ୍ୟର୍ଥ । ସନ୍ଦେହଯୁକ୍ତ ମନ୍ତ୍ର ବ୍ୟର୍ଥ । ବ୍ୟଗ୍ରଚିରେ କରାଯାଉଥିବା ଜପ ନିଷ୍ପଳ ।
(କ୍ରମଶଃ...)
ଜ୍ଞାନ ପ୍ରବାହ (୪)
ଜ୍ଞାନ ପ୍ରବାହ (୪)
(ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)
ଈଶ୍ୱରାନୁଭୂତି ପାଇଁ ଇଚ୍ଛୁକ ସାଧକ ଅନେକ ଗ୍ରନ୍ଥ ପଢ଼ିବା ନିଷେଧ । ଅନେକ ଗ୍ରନ୍ଥ ପଢ଼ିବା ହେତୁ ବୁଦ୍ଧିରେ ବିକ୍ଷେପ ଦେଖାଯାଏ । ଭାଗବତରେ ଜ୍ଞାନ, ଭକ୍ତି ଓ ବୈରାଗ୍ୟର ସମନ୍ୱୟ ହୋଇଛି । ଭାଗବତ କଥା ଶୁଣିଲା ପରେ ସ୍ବୀୟ ପାପ କର୍ମ ପାଇଁ ପଶ୍ଚାାପ ଏବଂ ପରମାତ୍ମାଙ୍କ ପ୍ରତି ହୃଦୟରେ ପ୍ରେମ ଉପôନ୍ନ ହେବା ଉଚିତ୍ । ଏହା ହେଲେ କଥା ଶ୍ରବଣ ସାର୍ଥକ ହୁଏ । କଥା ଶୁଣିଲା ପରେ ଯଦି ସାଂସାରିକ ବିଷୟ ପ୍ରତି ବୈରାଗ୍ୟ ଓ ଈଶ୍ୱରୀୟ ପ୍ରୀତି ଜାଗ୍ରତ ହେଉନାହିଁ ତେବେ ତାହା ଭାଗବତ ଜ୍ଞାନ (ଆଧ୍ୟାତ୍ମିକ ବା ଈଶ୍ୱରୀୟ ଜ୍ଞାନ) ନୁହେଁ । ଭାଗବତ ଜ୍ଞାନ ମନୁଷ୍ୟ ଜୀବନକୁ ସଂଶୋଧନ ଓ ପରିବର୍ନ କରେ । ଏହା ମନୁଷ୍ୟ ଜୀବନରେ କ୍ରାନ୍ତି ଆଣେ । ଜୀବନରେ ଜ୍ଞାନ, ଭକ୍ତି ଓ ବୈରାଗ୍ୟ ସମ ଭାବରେ ଆବଶ୍ୟକ । ପରମାତ୍ମା ପ୍ରେମରେ ଦେହ ଅଭିମାନ ବିସ୍ମୃତ ହେଲେ ପ୍ରେମ ସିଦ୍ଧ ହୁଏ । ପରମାତ୍ମା ପ୍ରେମର ସାଗର ଅଟନ୍ତି । ଆତ୍ମା ପ୍ରେମ ସ୍ବରୂପ ଅଟେ । ପରମାତ୍ମା ସ୍ମୃତି ଆତ୍ମାର ପ୍ରେମ ସ୍ବରୂପକୁ ପ୍ରକଟିତ କରେ ।ମନୁଷ୍ୟ ବିକାର ଓ ବାସନାର ବନ୍ଧନରେ ପଡ଼ି ବନ୍ଦୀ ଜୀବନ ଯାପନ କରୁଛି । ପନôୀ, ପୁତ୍ର, ଧନ, ଘର ଆଦି ପ୍ରତି ଆସକ୍ତି ହେଉଛି ଏହାର କାରଣ । ଏଥିରୁ ମୁକ୍ତି ନ ମିଳିବା ପର୍ଯ୍ୟନ୍ତ ମୁକ୍ତି ଓ ଜୀବନ୍ମୁକ୍ତ ପ୍ରାପ୍ତି ସମ୍ଭବ ନୁହେଁ । ଯାହାର ମନ ପରମାତ୍ମା ରଙ୍ଗରେ ରଙ୍ଗିଯାଇଛି ସେ ତ ସର୍ବଦା ମୁକ୍ତ । ପରମାତ୍ମାଙ୍କ ସହିତ ତନ୍ମୟତା ଆସିଲେ ପରମାନନ୍ଦ ମିଳେ । ସାଂସାରିକ ମୋହ ତ୍ୟାଗ ବଡ଼ କଠିଣ ବ୍ୟାପାର । ବାସନା ଉପରେ ବିଜୟ ପ୍ରାପ୍ତି ନ ହେବା ପର୍ଯ୍ୟନ୍ତ ଶାନ୍ତି ମିଳେନାହିଁ । ମୃତୁ୍ୟ ପରେ ଆତ୍ମା ପୂର୍ବ ଜନ୍ମର ସଂସ୍କାର ନେଇ ପୁନର୍ଜନ୍ମ ନିଏ । ମଣିଷ ଶରୀର ଓ ପୋଷାକ ପ୍ରତି ଖୁବ୍ ଧ୍ୟାନ ରଖେ । କିନ୍ତୁ ମୃତୁ୍ୟ ପରେ ଯାହା ସାଙ୍ଗରେ ନେଇଯିବ ସେ ବିଷୟରେ ଚିନ୍ତା କରେନାହିଁ । ମୃତୁ୍ୟପରେ ମୃତବ୍ୟକ୍ତିର ଆଙ୍ଗୁଠିରେ ଥିବା ମୁଦି୍ରକା ମଧ୍ୟ ପରିବାରର ଲୋକେ ବାହାର କରି ରଖନ୍ତି । ତେଣୁ ଇହ ଜନ୍ମରେ ସଂସ୍କାରକୁ ଦିବ୍ୟ ଓ ପବିତ୍ର କରିବା ପାଇଁ ପ୍ରଯନô କରିବା ଆବଶ୍ୟକ । କାରଣ ଏହାହିଁ ଆତ୍ମା ସହିତ ଯିବ ।
ଆ·ର ଓ ବି·ରର ଶୁଦ୍ଧିକରଣ ଦ୍ୱାରା ମନ ଶୁଦ୍ଧ ହୁଏ । ଯେପର୍ଯ୍ୟନ୍ତ ମନର ଶୁଦ୍ଧି ନ ହୋଇଛି ସେ ପର୍ଯ୍ୟନ୍ତ ଈଶ୍ୱରୀୟ ପ୍ରୀତି ହୁଏ ନାହିଁ । ବିବେକ ଦ୍ୱାରା ସଂସାରର ଅନ୍ତ ନ ହେଲା ପର୍ଯ୍ୟନ୍ତ ଏହାର ବିନାଶ ହୁଏନାହିଁ । ଜୀବନରେ ସଂଯମ ଏବଂ ସଦା·ର ଯେପର୍ଯ୍ୟନ୍ତ ନ ଆସିଛି ସେ ପର୍ଯ୍ୟନ୍ତ ଶାସ୍ତ୍ରାଧ୍ୟୟନ ଲବ୍ଧ ଜ୍ଞାନରେ କି ପ୍ରୟୋଜନ? ଜ୍ଞାନକୁ ବ୍ୟବହାରିକ ଜୀବନରେ ଉପଯୋଗ କରିବା ଉଚିତ୍ । ଜ୍ଞାନର ବ୍ୟବହାରିକ ପ୍ରୟୋଗ ହିଁ ମଣିଷକୁ ଜୀବନ୍ମୁକ୍ତ କରାଏ । ପ୍ରତ୍ୟହ ଏକାଧିକ ଥର ମୃତୁ୍ୟ କଥା ଚିନ୍ତାକଲେ ପାପ ହୁଏନାହିଁ । ସବୁବେଳେ ଚିନ୍ତା କରିବା ଉଚିତ୍ ଯେ ଏବେ ଯଦି ମୋର ମୃତୁ୍ୟ ହୋଇଯାଏ, ତେବେ ମୋ ସହିତ କ’ଣ ଯିବ? ମୋର କି ଗତି ହେବ?
ଈଶ୍ୱରୀୟ ସ୍ମୃତିର ଅଭ୍ୟାସ ସମୟରେ ମାୟା ଅନେକ ବିଘ୍ନ ଉପôନ୍ନ କରାଏ । ମନ ଈଶ୍ୱରାଭିମୁଖୀ ହେଉ, ଏକଥା ମାୟାକୁ ପସନ୍ଦ ଲାଗେନାହିଁ । ମାୟାର କୌଣସି ଏକ ନିର୍ଦ୍ଧିଷ୍ଟ ରୂପ ନାହିଁ । ଏହା ଏକ ସର୍ବବ୍ୟାପକ ତ୍ୱ । ଆତ୍ମା ଓ ପରମାତ୍ମା ମିଳନରେ ମାୟା ବିଘ୍ନ ସୃଷ୍ଟିକରେ । ମାୟା ମନକୁ ଚଳ କରାଏ । ସେ ମନୁଷ୍ୟକୁ ପାଠ ପଢ଼ାଏ ଯେ ସ୍ତ୍ରୀ-ବାଳକ ଏବଂ ଧନ-ସମ୍ପି ଆଦି ସୁଖର ସାଧନ ଅଟେ । ଈଶ୍ୱର (ପରମାତ୍ମା) ବିମୁଖ ଆତ୍ମା (ବ୍ୟକ୍ତି) ମାୟା ପାଖରେ ପରାଜିତ ହୁଏ । ପ୍ରୀତ ବୁଦ୍ଧି ବିଜୟନ୍ତି । ବିନାଶକାଳେ ବିପରୀତ ବୁଦ୍ଧି ବିନଶ୍ୟନ୍ତି । ନେତ୍ର ଓ ଶ୍ରୋତ୍ରକୁ ଯିଏ ପବିତ୍ର ରଖେ । ତା’ର ହୃଦୟ ସିଂହାସନରେ ହିଁ ପରମାତ୍ମା ବିରାଜମାନ କରନ୍ତି । ବାରମ୍ବାର ଈଶ୍ୱରୀୟ ଜ୍ଞାନ ଶ୍ରବଣ ଓ ମନନ କଲେ ପରମାତ୍ମା କର୍ଣ୍ଣ ଗୁହର ଦେଇ ହୃଦୟରେ ପ୍ରବେଶ କରନ୍ତି । ପାପ ମଧ୍ୟ କାନ ଦେଇ ମନକୁ ଆସେ । କାନକୁ ଜ୍ଞାନ ଶ୍ରବଣ କରାଇଲେ ମନରେ ପରମାତ୍ମା ସ୍ଥିର ହୋଇ ବିରାଜମାନ କରନ୍ତି । ଅର୍ଥାତ ଈଶ୍ୱରୀୟ ସ୍ମୃତି ଦୃଢ଼ ହୁଏ । ପ୍ରତ୍ୟେକ ସତ୍କର୍ମ ପୂର୍ବରୁ ଶାନ୍ତିପାଠ କରାଯାଏ । ତା’ର ମନ୍ତ୍ର ହେଲା- “ଓଁ ଭଦ୍ରଂ କର୍ଣ୍ଣଭିଃ ଶୃଣୁୟାମ ଦେବାଃ ।” ହେ ଦେବ, କର୍ଣ୍ଣ ଦ୍ୱାରା ଆମେ ଯେପରି କଲ୍ୟାଣକାରୀ ବାଣୀ ହିଁ ଶୁଣୁ । ଦୃଷ୍ଟି ଓ ଶ୍ରୁତି ଉଭୟ ପବିତ୍ର ହେବା ଆବଶ୍ୟକ । ତା’ପରେ ସତ୍କର୍ମର ଆରମ୍ଭ ହେବା ଉଚିତ୍ । କଥାରେ ଅଛି ଯେପରି ଦୃଷ୍ଟି ସେପରି ବୃି । ଯେପରି ବୃି ସେପରି କୃତୀ । ବିଶୁଦ୍ଧ ଇନ୍ଦି୍ରୟ ଦ୍ୱାରା ହିଁ ପରମାତ୍ମାନୁଭୁତି ସମ୍ଭବ । ଇନ୍ଦି୍ରୟଶୁଦ୍ଧି ସହିତ ମନଶୁଦ୍ଧି ମଧ୍ୟ ଆବଶ୍ୟକ । ସମୟ ବିଗିଡ଼ି ନାହିଁ; ଆମ ମନ ହିଁ ବିଗିଡ଼ି ଯାଇଛି ।
ମନ ଶୁଦ୍ଧି ପାଇଁ ଆଧ୍ୟାତ୍ମିକ ଜ୍ଞାନର ମନନ ହିଁ ଏକମାତ୍ର ସାଧନ ଅଟେ । ମନୁଷ୍ୟ ପ୍ରତିକ୍ଷଣ ପ୍ରେମପାତ୍ର ପରିବର୍ନ କରେ । ତଥାପି ମଧ୍ୟ ତାକୁ ସନ୍ତୋଷ ଓ ଶାନ୍ତି ମିଳେନାହିଁ । ବାଲ୍ୟାବସ୍ଥାରେ ମାଆ ସହିତ ପ୍ରେମ ହୁଏ । ବଡ଼ ହେଲା ପରେ ମିତ୍ର ଜନଙ୍କୁ ପ୍ରେମକରେ । ବିବାହ ପରେ ପନôୀ ପ୍ରତି ପ୍ରେମ ପରିବିର୍ତ ହୁଏ । ତା’ପରେ ପୁତ୍ର ପ୍ରତି ପ୍ରେମ ବୃଦ୍ଧିପାଏ । ଧୀରେ ଧୀରେ ସନ୍ତାନ-
ସନ୍ତତିଙ୍କଠାରୁ ମଧ୍ୟ ପ୍ରେମ କମିବାକୁ ଲାଗେ । ଏପରି ସ୍ଥିତିରେ ଧନ ପ୍ରତି ମୋହ ବଢ଼େ । କିନ୍ତୁ ପରମାତ୍ମାଙ୍କୁ ପ୍ରେମର ପାତ୍ର କଲେ ପରିବର୍ନର ଆବଶ୍ୟକତା ହିଁ ନଥାଏ ।
ଜୀବ ମାତ୍ରକେ ରୋଗୀ ଅଟନ୍ତି । ଈଶ୍ୱର ବିୟୋଗ ହେଲା ସବୁଠାରୁ ବଡ଼ ରୋଗ । ଏଥିପାଇଁ ଭାଗବତ ଜ୍ଞାନ (ଆଧ୍ୟାତ୍ମିକ ଜ୍ଞାନ) ହେଉଛି ସବୁଠାରୁ ବଡ଼ ଔଷଧ । ରୋଗ ପରିଚର୍ଯ୍ୟା ପାଇଁ ଆହାର ବିହାର ଆଦିର ନିୟମ ପାଳନ ଆବଶ୍ୟକ । ଆଧ୍ୟାତ୍ମିକ ଜ୍ଞାନର ଅଭ୍ୟାସ ପାଇଁ ଏହା ଅତି ଆବଶ୍ୟକ । ସଂସାର ପ୍ରତି ମନରେ ବୈରାଗ୍ୟ ଭାବନା ଆସିବା ଉଚିତ । ବୈରାଗ୍ୟର ଅର୍ଥ କ’ଣ? ଉପଭୋଗ ପାଇଁ ଅନେକ ପଦାର୍ଥ ସୁଲଭ ଥାଇ ମଧ୍ୟ ମନ ତତ୍ ପ୍ରତି ଆକର୍ଷିତ ନ ହେବା ପ୍ରକୃତ ବୈରାଗ୍ୟ । ସଂସାରର ତ୍ୟାଗ ଅନାବଶ୍ୟକ । କେବଳ ଭୋଗ ଦୃଷ୍ଟିରେ ଦେଖିବା ବୃିକୁ ତ୍ୟାଗ କରିବା ଉଚିତ୍ । ସ୍ବୀୟ ବିକାରୀ ଦୃଷ୍ଟିର ପରିବର୍ନ ଆବଶ୍ୟକ । ଜଗତକୁ କାମ ଓ ଭୋଗ ଦୃଷ୍ଟିରେ ଦେଖନାହିଁ । ଯେପର୍ଯ୍ୟନ୍ତ ଦୃଷ୍ଟିର ଦୋଷ ଯାଇନାହିଁ ସେ ପର୍ଯ୍ୟନ୍ତ ଆମର ଦୃଷ୍ଟି ଦେବ ଦୃଷ୍ଟି ହେବନାହିଁ ।
ଭାଗବତ ଜ୍ଞାନର ବକ୍ତା ଅତି ନିସ୍ପୃହ ଓ ବୈରାଗ୍ୟ ଭାବ ସମ୍ପନ୍ନ ହେବା ପରମାବଶ୍ୟକ । ଉପଦେଶ କର୍ା ବ୍ରାହ୍ମଣ ଅର୍ଥାତ ଈଶ୍ୱର ବା ପରଂବ୍ରହ୍ମ ପରମାତ୍ମାଙ୍କୁ ଜାଣିବା ବାଲା ହୋଇଥିବା ଉଚିତ୍ । କୀର୍ି ମୋହରୁ ବିର୍ବା ବଡ଼ କଠିଣ ବ୍ୟାପାର । ଏହା ପ୍ରଭୁପ୍ରୀତି ପାଇଁ ବିଘ୍ନ କାରକ । ବକ୍ତା ଏଥିପ୍ରତି ସାବଧାନ ରହିବା ଉଚିତ୍ । ଜ୍ଞାନ ଶ୍ରବଣ ସମୟରେ ମନକୁ ସଂସାରରୁ ନିର୍ଲିପ୍ତ କରି ଶୁଣିବା ବିଧେୟ । ଘରଦ୍ୱାର କଥା ମନକୁ ବିକୃତ କରେ । ଉଭୟ ବକ୍ତା ଓ ଶ୍ରୋତା ଚକ୍ଷୁ, ମନ, ବାଣୀ, କର୍ମ ଏବଂ ପ୍ରତ୍ୟେକ ଇନ୍ଦ୍ରିୟରେ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ୍ । ମନକୁ ସ୍ଥିର କରିବା ପାଇଁ ଉଦ୍ଧ୍ୱର୍ରେତା ହେବା ନିହାତି ଜରୁରୀ । ବ୍ରହ୍ମଚର୍ଯ୍ୟ ପାଳନ ଦ୍ୱାରା ଜଣେ ଉଦ୍ଧ୍ୱର୍ରେତା ହୋଇପାରେ । କ୍ରୋଧ ପୁଣ୍ୟ କ୍ଷୟ କରେ । ଏଣୁ ଏହା ସର୍ବଥା ତ୍ୟାଗ କରିବା ଉଚିତ୍ ।
ଭାଗବତ ଜ୍ଞାନ କେବଳ ଶୁଣି (କିମ୍ବାପଢ଼ି) ଖୁସି ହେବା ବିଷୟ ନୁହେଁ । ଏହାକୁ ଜୀବନରେ ଆଚରଣ କରିବା ଦ୍ୱାରା ଶ୍ରବଣ ସଫଳ ହୁଏ । ଶୁଣିଥିବା କଥା ମନନ କର ଏବଂ ତାକୁ ବ୍ୟବହାରରେ କାର୍ଯ୍ୟାନ୍ୱିତ କର । କେବଳ ଜ୍ଞାନ ବ୍ୟର୍ଥ । ପରମାତ୍ମାଙ୍କ ଦିବ୍ୟ ସଦ୍ଗୁଣ ଗୁଡ଼ିକ ଜୀବନରେ ଆଚରଣ କର । ପୂର୍ବ ଜନ୍ମର ବି·ର କରିବା ଅନୁଚିତ୍ । ବର୍ମାନ ଜନ୍ମ ସାର୍ଥକ କରିବାକୁ ପ୍ରଯନô କର । ଭଗବାନଙ୍କ ସହିତ ବିବାହ (ସମ୍ବନ୍ଧ) କର ଏବଂ ଅନ୍ୟକୁ କରାଅ । ସଂଯମ ଓ ଆନ୍ତରିକ ତପସ୍ୟା ହିଁ ପ୍ରଭୁ ପ୍ରାପ୍ତିର ସାଧନ । ପରମାତ୍ମା ମିଳନ ହେଉଛି ଆତ୍ମାର ଧର୍ମ ।
(କ୍ରମଶଃ...)
ଜ୍ଞାନ ପ୍ରବାହ (୩)
(ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)
ଭାଗବତଜ୍ଞାନ (ଆଧ୍ୟାତ୍ମିକ ଜ୍ଞାନ) ମନୁଷ୍ୟକୁ ନିର୍ଭୟ କରେ । ଭଗବତ୍ ଆଶି୍ରତ ଆତ୍ମା (ବ୍ୟକ୍ତି) ନିର୍ଭୟ ହୁଏ । ପ୍ରତ୍ୟେକେ ନିଜକୁ ପରମାତ୍ମାଙ୍କ ସନ୍ତାନ ମନେ କରିବା ଉଚିତ୍ । କାରଣ ପରମାତ୍ମା ହିଁ ସମସ୍ତଙ୍କର ପାରଲୌକିକ ପିତା, ତେଣୁ ତାଙ୍କୁ ପରମ ପିତା କୁହାଯାଏ । ଏକମାତ୍ର ପରମାତ୍ମା ହିଁ ଆମର ସୁଖ-ଦୁଃଖର ସାଥୀ । ତାଙ୍କୁ ସର୍ବଦା ସାଥିରେ ରଖିଲେ ଆମେ ନିର୍ଭୟ ହୋଇଯିବା ।
ମୃତୁ୍ୟ ଏକ ଚିରନ୍ତନ ସତ୍ୟ । ସର୍ବଦା ମୃତୁ୍ୟକୁ ସ୍ମୃତିରେ ରଖ । ପାପକୁ ଭୟ କର । ଅନ୍ତ ସମୟରେ ପ୍ରତ୍ୟେକଙ୍କୁ ଧର୍ମରାଜର ଦରବାରରେ ପାପ-ପୁଣ୍ୟର ହିସାବ ଦେବାକୁ ହେବ । ଧର୍ମରାଜକୁ ଭୟ କର, ତେବେ ପାପ କର୍ମ ହେବନାହିଁ । ପାପ ହେଉଛି ଭୟର କାରଣ । ନିର୍ଭୟ ହେବାକୁ ହେଲେ ପାପ ଛାଡ଼ିବାକୁ ହେବ ।କାମକୁ ନାଶ କରି ଭକ୍ତି ଓ ପ୍ରେମମୟ ଜୀବନ ଯାପନ କରୁଥିବା ବ୍ୟକ୍ତି କାଳଜୟୀ ହୁଏ । କାଳଜୟୀ ଆତ୍ମାକୁ କାଳର କରାଳ ଆଘାତ ସହିବାକୁ ପଡ଼େନାହିଁ । କାମ ଓ କାଳ ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ପରମାତ୍ମାଙ୍କୁ ଅତିଶୟ ପ୍ରେମ କରିବାକୁ ପଡ଼ିବ । ପରମାତ୍ମା ପ୍ରୀତି ବ୍ୟତିରେକ କାମ କ୍ରୋଧାଦି ବିକାର ଯାଏନାହିଁ ।
ପାପ କର୍ମ କଲାବେଳେ ମନୁଷ୍ୟ ଯେତିକି ସାବଧାନ ରହେ ପୁଣ୍ୟ କର୍ମ କଲାବେଳେ ସେତିକି ରହେନାହିଁ । ପାପ ପ୍ରକଟିତ ହେଲେ ତାର ପ୍ରତିଷ୍ଠା ଉପରେ ଆ ଆସିବ, ଏହି ଭୟ ହେତୁ ସେ ଏକାଗ୍ର ଚି ହୋଇ ପାପ କର୍ମ କରେ । ଏହି କାରଣରୁ ଅନ୍ତ ସମୟରେ ତାକୁ ପାପ କର୍ମ ସ୍ମରଣ ହୁଏ ଓ ମୃତୁ୍ୟ ଭୟରେ ସେ ବିଚଳିତ ହୋଇପଡ଼େ । ସେ ଭାବେ ମୃତୁ୍ୟ ପାଇଁ ତ ମୁଁ କୌଣସି ପ୍ରସ୍ତୁତି କରିନାହିଁ । ଏବେ ମୋର କି ଗତି ହେବ? ମୃତୁ୍ୟକାଳୀନ ଏହି ମାନସିକ ଦୁରାବସ୍ଥାକୁ ନରକ ଯାତନା ବା ଧର୍ମରାଜର ଦଣ୍ଡ କୁହାଯାଏ । ଯେପରି ବିବାହାଦି ଉତ୍ସବ ପାଇଁ ପ୍ରସ୍ତୁତି କରାଯାଏ ସେପରି ଖୁସି ପୂର୍ବକ ଧୀରେ ଧୀରେ ମରିବା ପାଇଁ ମଧ୍ୟ ପ୍ରସ୍ତୁତି କରିବା ଦରକାର । ଅର୍ଥାତ୍ ମୃତୁ୍ୟ ପ୍ରତି ସର୍ବଦା ସାବଧାନ ରହିବାକୁ ହେବ ।
ମୃତୁ୍ୟ ଅର୍ଥାତ୍ ଧର୍ମରାଜଙ୍କୁ ଅତୀତ ଜୀବନର ହିସାବ ଦେବାର ପବିତ୍ର ଦିନ । ପରମାତ୍ମା ହେଉଛନ୍ତି ଧର୍ମରାଜର ଅନ୍ୟ ରୂପ । ଅନ୍ତ ସମୟରେ ଧର୍ମରାଜ ପ·ରିବେ- ମୁଁ ତୋତେ ଆଖି ଦେଇଥିଲି, ତୁ ତା’ର କି ଉପଯୋଗ କରିଛୁ? କାନ ଦେଇଥିଲି, ତୁ ତା’ର କ’ଣ କରିଛୁ? ତୋତେ ଶରୀର ଓ ମନ ଦେଇଥିଲି ତା’ର କି ସକ୍ରାର କରିଛୁ? ଏହିପରି ଗୋଟି ଗୋଟି କରି ହିସାବ ଦେବାକୁ ପଡ଼ିବ ।
ଏହିପରି ପ୍ରତ୍ୟେକ କର୍ମର ହିସାବ ଯଦି ଆମେ ପୂର୍ବରୁ ଠିକ୍ ଠିକ୍ ରଖି ନଥିବା ତେବେ ସେତେବେଳେ ଆମେ ବିଚଳିତ ହୋଇପଡ଼ିବା । ସାଧାରଣ ଆୟକର ଅଧିକାରୀଙ୍କୁ ହିସାବ ଦେଲାବେଳେ ମନୁଷ୍ୟ ବ୍ୟସ୍ତ ହୋଇପଡ଼େ । ଧର୍ମରାଜଙ୍କୁ ସାରା ଜୀବନର ହିସାବ ଯେତେବେଳେ ଦେବାକୁ ପଡ଼ିବ ଆମର କି’ ଦଶା ହେବ?
ମୃତୁ୍ୟକୁ ଉଜ୍ଜ୍ୱଳ କରିବା ପାଇଁ ପ୍ରତିକ୍ଷଣକୁ ଉଜାଗର କରିବା ଦରକାର । ଆଖି, କାନ, ବାଣୀ ଆଦିର ସଦୁପଯୋଗ କର । ଧନର ସଦୁପଯୋଗ କର । ଏହାଦ୍ୱାରା ମୃତୁ୍ୟ ଉଜ୍ଜ୍ୱଳ ହେବ । ଯିଏ ପ୍ରତିକ୍ଷଣ ଈଶ୍ୱରୀୟ ସ୍ମୃତିରେ ଅତିବାହିତ କରେ ତାର ମୃତୁ୍ୟ ସଫଳ ହୁଏ ।
ପ୍ରତ୍ୟହ ଶ୍ମଶାନ ଯିବାର ଆବଶ୍ୟକତା ନାହିଁ । କିନ୍ତୁ ପ୍ରତ୍ୟହ ଶ୍ମଶାନକୁ ସ୍ମରଣ କରିବା ଦରକାର । ଶ୍ମଶାନ ଜ୍ଞାନ ଭୂମି । ସେଠାରେ ସମଭାବ ଜାଗ୍ରତ ହୁଏ । ସମଭାବର ଅର୍ଥ ଅସମ ଭାବର ଅଭାବ । ସମ ଭାବ ହିଁ ଈଶ୍ୱର ଭାବ ଅଟେ । ସମଭାବ ରଖି କାର୍ଯ୍ୟ କଲେ ମୃତୁ୍ୟ ସୁଧୁରେ ।
ଭାଗବତର ଏକ ପ୍ରସଙ୍ଗରେ ବର୍ଣ୍ଣିତ ଅଛି ଯେ ରାଜା ଚିତ୍ର କେତୁର ଏକ କୋଟି ରାଣୀଥିଲେ । ସାଂସାରିକ ବିଷୟ ସମୂହକୁ ଯିଏ ମନରେ ରଖେ ସିଏ ହିଁ ଚିତ୍ରକେତୁ । ଅର୍ଥାତ୍ ଏପରି ବ୍ୟକ୍ତିଙ୍କ ମନରେ ସଂସାରର ସମସ୍ତ ଚିତ୍ର ଅଙ୍କିତ ହୋଇରହେ । ଏପରି ମନ ଯେତେବେଳେ ବିଷୟ ସମୂହରେ ତନ୍ମୟ ହୋଇଯାଏ ସେତେବେଳେ ଏକ କୋଟି ରାଣୀ ସହିତ ରମଣକରେ । ଚିତ୍ରକେତୁର ଏକ କୋଟି ରାଣୀ ଥିବା ପ୍ରସଙ୍ଗ ଏହି ଅର୍ଥକୁ ଇଙ୍ଗିତ କରୁଛି । ଶ୍ରୀ ଭାଗବତରେ ଅନେକଥର ଏପରି ପ୍ରସଙ୍ଗ ଆସେ । ଶ୍ରୋତା ଓ ବକ୍ତା ଉଭୟ ବି·ର କରିବା ଉଚିତ୍ ଯେ ଏହାର ଲକ୍ଷ୍ୟାର୍ଥ କ’ଣ? ଉଦାହରଣ ସ୍ବରୂପ ଅନ୍ୟ ଏକ ପ୍ରସଙ୍ଗ ନିଆ ଯାଇପାରେ । ହିରଣାକ୍ଷର ମୁକୁଟ ସ୍ବର୍ଗକୁ ସ୍ପର୍ଶ କରୁଥିଲା ଏବଂ ତା’ର ଅବୟବ ଦ୍ୱାରା ଦିଗ ଗୁଡ଼ିକ ଆଚ୍ଛାଦିତ ହୋଇଯାଉଥିଲା । ଏହି ଅତିଶୟୋକ୍ତିର ଅର୍ଥ ହେଲା ଲୋଭ ଦିନକୁ ଦିନ ବୃଦ୍ଧି ପାଉଥିଲା ।
ଭାଗବତରେ ଶୁକଦେବଙ୍କ ଜନ୍ମ ବୃାନ୍ତ ଅତି ଚମକ୍ରାର ଭାବରେ ଅବତାରଣା କରାଯାଇଛି । କୁହାଯାଏ ଭାଗବତ ଜ୍ଞାନର ପ୍ର·ର ପାଇଁ ବ୍ୟାସଦେବଙ୍କ ଆହ୍ୱାନ କ୍ରମେ ରୁଦ୍ର ଭଗବାନ ମାତା ଅରଣୀ ଦେବୀଙ୍କ ଗର୍ଭରେ ପ୍ରବିଷ୍ଟ ହୋଇ ଶୁକଦେବ ନାମରେ ଜନ୍ମ ନେଇଥିଲେ । ତେଣୁ ଶୁକଦେବଙ୍କୁ ରୁଦ୍ରଙ୍କ ଅବତାର ବୋଲି ବିଶ୍ୱାସ କରାଯାଏ । ଶୁକଦେବ ଜନ୍ମରୁ ଆତ୍ମନିଷ୍ଠ ବୈରାଗ୍ୟ ଓ ଅଲୌକିକ ପ୍ରେମ ଲକ୍ଷଣା ସମ୍ପନ୍ନ ଥିଲେ । ଭାଗବତ ଜ୍ଞାନ (ଆଧ୍ୟାତ୍ମିକ ଜ୍ଞାନ)ର ବିତରଣ ପାଇଁ ଏହିପରି ଯୋଗ୍ୟତା ସର୍ବାଦୌ ଆବଶ୍ୟକ । ପରମାତ୍ମାଙ୍କ ବ୍ୟତୀତ ଅନ୍ୟ ସହିତ ପ୍ରେମ କରିବା ବ୍ୟକ୍ତି ଆଧ୍ୟାତ୍ମିକ ଜ୍ଞାନର ଅଧିକାରୀ ହୋଇପାରେ ନାହିଁ । ଶୁକଦେବ ପୂର୍ଣ୍ଣ ନିର୍ବିକାରୀ ଥିଲେ । ଜ୍ଞାନୀ ପୁରୁଷ ମାୟାର ସଙ୍ଗ କରନ୍ତି ନାହିଁ ।
ଶୁକଦେବ ତପଃ ସାଧନା ପାଇଁ ବନ ଗମନ କରୁଛନ୍ତି । ପୁତ୍ରମୋହ ବଶତଃ ବ୍ୟାସଦେବ ବିଚଳିତ ହୋଇ ପଡ଼ିଲେ । ବନଗମନରୁ କ୍ଷାନ୍ତ ହେବା ପାଇଁ ସେ ଶୁକଦେବଙ୍କୁ କହିଲେ । କିନ୍ତୁ ଆତ୍ମନିଷ୍ଠ ଶୁକଦେବ ଲୌକିକ ସମ୍ବନ୍ଧର ବନ୍ଧନରୁ ଉଦ୍ଧ୍ୱର୍ରେ ଥିଲେ । ପିତାଙ୍କ ବାରଣ ତାଙ୍କୁ ଅଟକାଇ ପାରିନଥିଲା । ଲୌକିକ ସମ୍ବନ୍ଧର ବିସ୍ମରଣ ବିନା ଈଶ୍ୱରଙ୍କ ସହିତ ସମ୍ବନ୍ଧ ହୁଏ ନାହିଁ । ପୁତ୍ର ବିୟୋଗରେ ଦୁଃଖି ବ୍ୟାସଦେବଙ୍କୁ ଶୁକଦେବ କହୁଛନ୍ତି- “ଏହି ଜୀବାତ୍ମା ତ ଅନେକ ଥର ପୁତ୍ରହୋଇ ଜନ୍ମ ନେଇଛି ଓ ଅନେକ ଥର ପିତା ମଧ୍ୟ ହୋଇଛି । ବାସନା ଗ୍ରସ୍ତ ଜୀବ ଅନେକଥର ପିତା-ପୁତ୍ର ବା ସ୍ତ୍ରୀ ହୋଇ ଜନ୍ମ ନିଏ । ଅନେକ ସମୟରେ ପୂର୍ବ ଜନ୍ମର ଶତୁ୍ର ମଧ୍ୟ ପୁତ୍ରହୋଇ ଜନ୍ମ ହୁଏ । ସ୍ବ ବାସନା ହେତୁ ପିତା-ପ୍ରପିତାମହ ମଧ୍ୟ ପୌତ୍ର-ପ୍ରପୌତ୍ର ହୋଇ ଜନ୍ମ ନିଅନ୍ତି । ବାସନା ହିଁ ସର୍ବଦା ପୁନର୍ଜନ୍ମର କାରଣ ହୁଏ । “ହେ ପିତା, ମୋର ଏବଂ ଆପଣଙ୍କର ଅନେକ ଜନ୍ମ ବିତି ଯାଇଛି । ପୁନର୍ଜନ୍ମ ବିସ୍ମରଣ ହେବା ଏକ ଭଲ କଥା । ଆପଣ ମୋର ପିତା ନୁହେଁ କି ମୁଁ ମଧ୍ୟ ଆପଣଙ୍କ ପୁତ୍ର ନୁହେଁ । ଆମ ଉଭୟଙ୍କ ପ୍ରକୃତ ପିତା ହେଉଛନ୍ତି ପରମ ପିତା ପରମାତ୍ମା । ବାସ୍ତବରେ ଈଶ୍ୱରଙ୍କ ସହିତ ଆତ୍ମାର ପ୍ରକୃତ ସମ୍ବନ୍ଧ ରହିଛି । ହେ ପିତା, ମୋର ଅନୁଧାବନରୁ କ୍ଷାନ୍ତ ହୁଅନ୍ତୁ । ଶ୍ରୀ ଭଗବାନଙ୍କ ଅନୁଧାବନ କରନ୍ତୁ । ଆପଣ ପରମାତ୍ମାଙ୍କ ପାଇଁ ନିଜ ଜୀବନକୁ ପ୍ରସ୍ତୁତ କରନ୍ତୁ । ମୋତେ ଯେଉଁ ଆନନ୍ଦ ମିଳିଛି ସେହି ଆନନ୍ଦ ଜଗତକୁ ଦେବା ପାଇଁ ମୁଁ ଯାଉଛି ।
Friday, 30 June 2017
ମୂଲ୍ୟଗୁଡିକର ବର୍ଗୀକରଣ ଡା:ସୁଧାଂଶୁ ଶେଖର ମିଶ୍ର
ମୂଲ୍ୟଗୁଡିକର ବର୍ଗୀକରଣ
ଡା:ସୁଧାଂଶୁ ଶେଖର ମିଶ୍ର
ମୁଖ୍ୟତଃ ମୂଲ୍ୟଗୁଡିକୁ ତିନୋଟି ବର୍ଗରେ ବିଭକ୍ତ କରାଯାଇ ପାରେ ।୧) ବୈଶ୍ୱିକ ମୂଲ୍ୟ (Universal Value)
୨) ମାନବୀୟ ମୂଲ୍ୟ (Human Value)
୩) ଅଳ୍ପକାଳିକ ମୂଲ୍ୟ (Temporal Value)
୧) ବୈଶ୍ୱିକ ମୂଲ୍ୟ(ସାର୍ବଭୈାମିକ ମୂଲ୍ୟ)
ଯେଉଁ ମୂଲ୍ୟଗୁଡିକ ସମସ୍ତଙ୍କ ଦ୍ୱାରା ସର୍ବକାଳରେ ନିର୍ବିବାଦରେ ଗ୍ରହଣୀୟ ସେଗୁଡିକ ବୈଶ୍ୱିକ ବା ସାର୍ବଭୌମିକ ମୂଲ୍ୟ ବର୍ଗ ଅନ୍ତର୍ଭୁକ୍ତ । ମନୁଷ୍ୟ ସମାଜରେ ଜାତି, ବର୍ଣ୍ଣ,ଧର୍ମ, ଲିଙ୍ଗ ,ସମ୍ପ୍ରଦାୟ ଭାଷା,ରାଷ୍ଟ୍ରୀୟତା ଆଦି ଭେଦରେ ବିଭାଜିତ । ଏହି ବିଭାଜନ ସେ୍ୱ ମନୁଷ୍ୟ ମାନଙ୍କ ମଧ୍ୟରେ କେତେକ ମୌଳିକ ସିଦ୍ଧାନ୍ତ ସର୍ବମାନ୍ୟ ଅଟେ । ଉପାସନା ପଦ୍ଧତି ଆଧାରରେ ସାମ୍ପ୍ରଦାୟିକ ଧର୍ମଗୁଡିକ ମଧ୍ୟରେ ମତଭେଦ ଦେଖାଯାଏ କିନ୍ତୁ ସେହି ଧର୍ମଗୁଡିକରେ ଥିବା ନୈତିକ ଓ ଆଧ୍ୟତ୍ମିକ ଶିକ୍ଷା ପ୍ରାୟତଃ ସମାନ । ଏହାହିଁ ବୈଶ୍ୱିକ ମୂଲ୍ୟ । ତେଣୁ ଏହା ଶାଶ୍ୱତ,ଆଧ୍ୟାତ୍ମିକ ଓ ସାର୍ବଭୌମ । କାଳର କରାଳ ଗତିରେ ଅନେକ ସଭ୍ୟତା ,ସଂସ୍କୃତି ଓ ସମ୍ପ୍ରଦାୟ ଧ୍ୱଂସ ହୋଇ ଯାଇଛି କିନ୍ତୁ ଅତ୍ୟନ୍ତ ପ୍ରାଚୀନ କାଳରୁ ଅଦ୍ୟାବଧି ଏହି ମୂଲ୍ୟ ଅପରିବର୍ନୀୟ ରହିଛି । କାରଣ ଏଥିରେ ବିନାଶଶୀଳ ଶରୀରର ଗୁଣଧର୍ମ ଜାତି ପରିବେର୍ ଅବିନାଶୀ ଆତ୍ମାର ମୌଳିକ ସ୍ବଭାବ ସନ୍ନିବେଶିତ । ଆତ୍ମାର ମୌଳିକ ସ୍ବଭାବ ହେଲା ଶାନ୍ତି,ପ୍ରେମ, ଜ୍ଞାନ, ଆନନ୍ଦ,ପବିତ୍ରତା ଶକ୍ତି, ସୁଖ ଆଦି ଯାହାକି ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି । ବୈଶ୍ୱିକ ମୂଲ୍ୟ ଧାରଣ ଦ୍ୱାରା ମାନବୀୟ ମୂଲ୍ୟ ମଧ୍ୟ ସ୍ବତଃ ବ୍ୟକ୍ତି ମଧ୍ୟରେ ପରିସ୍ଫୁଟ ହୁଏ ଓ ଅଳ୍ପକାଳିକ ମୂଲ୍ୟର ଦୁଷ୍ପ୍ରଭାବରୁ ତାକୁ ରକ୍ଷା କରେ ।୨) ମାନବୀୟ ମୂଲ୍ୟ
ମାନବୀୟ ମୂଲ୍ୟ ଅଭାବରେ ମନୁଷ୍ୟ ମାନବିକତାହୀନ ହୋଇ ଦାନବ ପାଲଟି ଯାଏ । ସମ୍ପ୍ରତି ମାନବ ସମାଜରେ ମାନବ ବେଶଧାରୀ ଦାନବ ମାନଙ୍କର ଅଭାବ ନାହିଁ । ଯେଉଁମାନେ ବର୍ବର,ଅସଭ୍ୟ, ଅନ୍ୟକୁ ଭଲ ବ୍ୟବହାର ଦିଅନ୍ତି ନାହିଁ,କ୍ରୁର, ଅନ୍ୟର ସମ୍ପିକୁ ବଳ ପୂର୍ବକ ହରଣ କରନ୍ତି, ପର ସ୍ତ୍ରୀ ପ୍ରତି ଅସଦାଚରଣ ଓ କାମୁକ ଭାବ ପୋଷଣ କରନ୍ତି, ଅଶ୍ଳୀଳ ଓ ନଗ୍ନ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି, ହିଂସା ଆଚରଣ କରନ୍ତି, ଅନ୍ୟ ମତାବଲମ୍ବୀଙ୍କ ହତ୍ୟା କରନ୍ତି, ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହନ୍ତି, ଗରିବ ଓ ନିରାଶ୍ରୟ ଲୋକଙ୍କୁ ଶୋଷଣ କରନ୍ତି, ଅନ୍ୟର ଦୁଃଖ ଦେଖି ଖୁସି ହୁଅନ୍ତି, ସେହିପରି ବ୍ୟକ୍ତି ଦାନବ ପଦବାଚ୍ୟ । ମାନବୀୟ ମୂଲ୍ୟ ହିଁ ମନୁଷ୍ୟକୁ ଦାନବ,ପଶୁ ଓ ଶୈତାନଠାରୁ ପୃଥକ କରେ । ସଂପ୍ରତି ବୈଜ୍ଞାନିକ ଏବଂ ଭୌତିକ ବିକାଶ ଦ୍ୱାରା ମାନବ ମାନବୀୟ ମୂଲ୍ୟଠାରୁ ଦୂରେଇଯାଇଛି । ଏହା ହିଁ ସଂପ୍ରତି ମୂଲ୍ୟ ସଂକଟର ମୂଖ୍ୟ କାରଣ ।ମାନବ ମାତ୍ର ପ୍ରତି ସଦ୍ଭାବନା,ନ୍ୟାୟ, ସହାନୁଭୁତି,ଅହିଂସା ଏବଂ ଦୟା ହେଉଛି ମାନବୀୟ ମୂଲ୍ୟ । ଏହି ଗୁଣଗୁଡିକ ଧାରଣ କରିଥିବା ମନୁଷ୍ୟ “ନିଜେ ବ ଅନ୍ୟକୁ ବôବାକୁ ଦିଅ” (Live and let live)) ନ୍ୟାୟରେ ଜୀବନ ଯାପନ କରେ । ସେ ସ୍ବାଭାବିକ ଭାବରେ ଅନ୍ୟର ଦୋଷଗୁଣକୁ କ୍ଷମା କରି ଦିଏ । କ୍ଷମା ବିନା ଦୟାର ସୀମା ଅତ୍ୟନ୍ତ ସଂକୁଚିତ ହୋଇଯାଏ । ଉପର୍ଯ୍ୟୁକ୍ତ ମାନବୀୟ ଗୁଣ ମନୁଷ୍ୟ ମଧ୍ୟରେ ସେତେବେଳେ ଏକାଠି ଆବିର୍ଭାବ ହୁଏ ଯେତେବେଳେ ସେ କରୁଣାବନ୍ତ ହୁଏ । ଯେଉଁଠି କରୁଣା ଥାଏ, ସେଠାରେ ହିଂସା, ପରପୀଡନ, ସ୍ବାର୍ଥପରତା, ଅନଧିକାର ପ୍ରଚେଷ୍ଟା, ଅନ୍ୟାୟ ଆଦି ପ୍ରବେଶ କରିପାରନ୍ତି ନାହିଁ । ଏଗୁଡିକ ପରିବେର୍ ସେଠାରେ ସହ ଅସ୍ତିତ୍ୱ, ସହନଶୀଳତା, ସହକାରୀତା, ସହଯୋଗ, ସହାନୁଭୁତି, ତ୍ୟାଗ, ସେବା ଆଦି ମାନବୀୟ ମୂଲ୍ୟ ସ୍ବତଃ ପ୍ରକଟ ହୁଅନ୍ତି ।
ସଂପ୍ରତି ସମାଜରେ କେହିହେଲେ ସର୍ବଗୁଣ ସମ୍ପନ୍ନ ନୁହନ୍ତି । ପ୍ରତ୍ୟେକଙ୍କଠାରେ କୌଣସି ନା କୌଣସି
ଅବଗୁଣ ଦେଖାଯାଏ । ଜ୍ଞାତ ବା ଅଜ୍ଞାତସାରରେ ବ୍ୟକ୍ତକିଛି ନା କିଛି ଭୁଲ କରିଥାଏ । ତେଣୁ କୁହାଯାଏ, ‘ମନୁଷ୍ୟ ମାତ୍ରକେ ଭୁଲ କରେ’ (To err is Human) ଏପରି ପରିସ୍ଥିତିରେ ଏକ ଶାନ୍ତି ଓ ମୈତ୍ରୀପୂର୍ଣ୍ଣ ସମାଜ ଗଠନ ପାଇଁ ପ୍ରତ୍ୟେକେ ନିଜ ନିଜ ଭୁଲକୁ ସୁଧାରିବା ସେଙ୍ଗ ସେଙ୍ଗ ଅନ୍ୟର ଭୁଲକୁ କ୍ଷମା କରି ଭୁଲିଯିବା (To forgive and Forget)) ଉଚିତ ପ୍ରତିଶୋଧ ପରିବେର୍ ସ୍ବୟଂକୁ ପରିବର୍ନ କରିବା ହେଉଛି ମାନବତାର ପରାକାଷ୍ଠା ।
ସଚ୍ଚୋଟତା,ବିଶ୍ୱସ୍ତତା, ଆଜ୍ଞାକାରିତା ଓ ଶାଳୀନତା ମନୁଷ୍ୟର ମୌଳିକ ଗୁଣ । ଦାନବ ବା ଆସୁରୀ ପ୍ରବୃି ବ୍ୟକ୍ତିଠାରେ ଏସବୁ ମାନବୀୟ ଗୁଣର ସର୍ବଥା ଅଭାବ ଦେଖାଯାଏ । ଦାନବର ସ୍ବଭାବରେ କ୍ରୁରତା ଓ କର୍କଶତା ଦେଖାଯାଏ; କିନ୍ତୁ ମାନବଠାରେ ସନ୍ତୁଳନ, ଅନୁଶାସନ ଓ ମଧୁରତାର ସମାବେଶ ହୁଏ । ତେଣୁ ସଚ୍ଚୋଟତା(Honesty),ବିଶ୍ୱସ୍ତତା, (faithfulness) ଚାରିତ୍ରିକ, ଦୃଢ଼ତା (Integrity), ଶାଳୀନତା (Civility and Etiquette) ଆତ୍ମ ନିୟନ୍ତ୍ରଣ (Discipline) ମାନସିକ ସନ୍ତୁଳନ (Balanced mind) ମାନବୀୟଗୁଣ ଅନ୍ତର୍ଭୁକ୍ତ ଅଟେ । ଏଗୁଡିକ ଧାରଣ ଦ୍ୱାରା ପାରସ୍ପରିକ ବ୍ୟବହାରରେ ଶାନ୍ତି ଏବଂ ପ୍ରେମ ବଜାୟ ରହେ । ଏହାର ଅଭାବ ହେଲେ ସଂସାରରେ କଳହ କ୍ଳେଶ, କଳି ତକରାଳ, ଅଶାନ୍ତି ଆଦି ନକାରାତ୍ମକ ପରିସ୍ଥିତି ସୃଷ୍ଟି ହୁଏ ।
ଖ୍ରୀଷ୍ଟିୟାନମାନଙ୍କ ଧର୍ମଗ୍ରନ୍ଥ ବାଇବେଲରେ କୁହାଯାଇଛି ଯେ ଭଗବାନ (ସର୍ବୋଚ୍ଚ ସା) ମନୁଷ୍ୟକୁ ନିଜ ଅନୁରୂପ ଗଢିଛନ୍ତି (God Created man in his own image) । ଭଗବାନ ବା ସର୍ବୋଚ୍ଚ ସା ହେଉଛନ୍ତି ସମସ୍ତ ସଦ୍ଗୁଣର ମହାସାଗର । ତେଣୁ ତାଙ୍କ ସୃଷ୍ଟି ମନୁଷ୍ୟ ଅବଶ୍ୟ ଦୈବୀଗୁଣ ଯୁକ୍ତ ହେବା ଆବଶ୍ୟକ । ମନୁଷ୍ୟ ମଧ୍ୟରେ ଯେତେବେଳେ ଏହି ଦୈବିଗୁଣଗୁଡିକ ହ୍ରାସହୋଇଯାଏ, ସେତେବେଳେ ଏ ଧରା ସ୍ବର୍ଗରୁ ନରକରେ ପରିବର୍ନ ହୋଇଯାଏ । ଏହି ଗୁଣଗୁଡିକର ପୁନର୍ସ୍ଥାପନା ଦ୍ୱାରା ପୁନଶ୍ଚ ଏ ସଂସାରରେ ସ୍ବର୍ଗୀୟ ସୁଖ ଶାନ୍ତି, ପବିତ୍ରତା ଓ ସମୃଦ୍ଧି ବିରାଜମାନ ହେବ । ମନୁଷ୍ୟ ଏକ ମନୋଶୀଳ ପ୍ରାଣୀ । ତେଣୁ ସେ ମହାନ୍ ଗୁଣ ଧାରଣ କରି ମହାନ୍ ହୋଇ ପାରିବ । ସେ ସ୍ବୟଂ ଓ ସର୍ବୋଚ୍ଚ ସାଙ୍କ ବିଷୟରେ ସତ୍ୟତାର ଉପଲବ୍ଧି କରି ପାରିବ । ଏଥିପାଇଁ ଆବଶ୍ୟକ ଆଧ୍ୟାତ୍ମିକ ଜ୍ଞାନ ଯାହାଦ୍ୱାରା ଚାରିତ୍ରିକ ଉାନ ହେବ । ଏହା ହିଁ ମାନବୀୟ ମୂଲ୍ୟର ଆଧାର ଶିଳା ।
୩) ଅଳ୍ପକାଳିକ ମୂଲ୍ୟ
ଯେଉଁ ମୂଲ୍ୟ ଜଣେ ବ୍ୟକ୍ତିର ଜୀବନ କାଳ ମଧ୍ୟରେ ଏକାଧିକ ଥର ପରିବର୍ନ ହୋଇଥାଏ ବା ପରିବର୍ନ ହେବାର ସମ୍ଭାବନା ଥାଏ ତାହା ଅଳ୍ପକାଳିକ ମୂଲ୍ୟ । ଏହି ପରିବର୍ନର ପ୍ରକ୍ରିୟା ୩ରୁ ୭୫ ବର୍ଷ ଅବଧି ମଧ୍ୟରେ ହୋଇପାରେ ବା ଏହାଠାରୁ ଅଧିକ ମଧ୍ୟ ହୋଇପାରେ । ଦେଶ,କାଳ ଏବଂ ପରିସ୍ଥିତି ଅନୁସାରେ ଏହା ସମୟାନୁକ୍ରମେ ପରିବର୍ନ ହୋଇଥାଏ । ଏହିପରି ମୂଲ୍ୟ ପୂର୍ବକାଳରେ କୌଣସି ଚକ୍ରବର୍ୀ ରାଜାଙ୍କ ଦ୍ୱାରା ସ୍ଥାପିତ ଓ ପ୍ରଚଳିତ ହୋଇ ପରବର୍ୀ ପୀଢିର ଶାସକଙ୍କ ଦ୍ୱାରା ପରିବର୍ନ ହୋଇଥାଏ । କେତେକ ଅଳରେ ସଂଖ୍ୟା ଗରିଷ୍ଠ ଜନମତ ଦ୍ୱାରା ମଧ୍ୟ ଏହା ସ୍ଥାପିତ ହୋଇଥାଏ । ଅଳ୍ପକାଳିକ ମୂଲ୍ୟ ସାଧାରଣତଃ ମନୁଷ୍ୟର ସାମାଜିକ, ଚାରିତ୍ରିକ, ଆଧ୍ୟାତ୍ମିକ, ଅର୍ଥନୈତିକ, ରାଜନୈତିକ ବିକାଶ ଦ୍ୱାରା ନିୟନ୍ତ୍ରିତ ହୋଇ ସଂଶୋଧନ ପରିବର୍ନ ଓ ପରିବର୍ଦ୍ଧନ ହୁଏ । ଯୌବନାବସ୍ଥାରେ ମହ୍ୱପୂର୍ଣ୍ଣ ଲାଗୁଥିବା ଅଳ୍ପକାଳିକ ମୂଲ୍ୟ ବୃଦ୍ଧାବସ୍ଥାରେ ଗୌଣ ମନେ ହୋଇପାରେ । ସେହିପରି ଯୌବନ କାଳରେ ଗୌଣ ମନେ ହେଉଥିବା ଅଳ୍ପକାଳିକ ମୂଲ୍ୟ ବାର୍ଦ୍ଧକ୍ୟକାଳରେ ମହ୍ୱପୂର୍ଣ୍ଣ ହୋଇପାରେ । ଏହି ମୂଲ୍ୟ ବ୍ୟକ୍ତି ଓ ସମାଜ ପାଇଁ ଲାଭପ୍ରଦ ହୋଇପାରେ, କ୍ଷତିକାରକ ମଧ୍ୟ ହୋଇପାରେ । ଅଳ୍ପକାଳିକ ଲାଭ ପାଇଁ ମନୁଷ୍ୟ ଯେତେବେଳେ ଧନ,ଜନ,ମାନ, ସମ୍ମାନ, ଆଭିଜାତ୍ୟ, ପ୍ରତିଷ୍ଠା ଆଦିକୁ ମହ୍ୱ ଦିଏ ସେତେବେଳେ ତା ମଧ୍ୟରେ ନକାରାତ୍ମକ ଗୁଣଗୁଡିକର ଆବିର୍ଭାବ ହୁଏ । ମାନବୀୟ ମୂଲ୍ୟ ସହିତ ସାମଞ୍ଜସ୍ୟ ରହିଲେ ଅଳ୍ପକାଳିକ ମୂଲ୍ୟ ଲାଭପ୍ରଦ ହୁଏ । କାରଣ ମାନବୀୟ ମୂଲ୍ୟ ସର୍ବଦା ସକାରାତ୍ମକ ଗୁଣ ଗୁଡିକର ବିକାଶ କରିଥାଏସମ୍ପାଦକ, ଚେତନା ପ୍ରବାହ
Thursday, 29 June 2017
ଜ୍ଞାନ ପ୍ରବାହ---ଭାଗ - ଦୁଇ
ଜ୍ଞାନ ପ୍ରବାହ
(ସନ୍ଥ ଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜାଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)
ଭାଗ - ଦୁଇ
ଭକ୍ତି କେବଳ ମନ୍ଦିରରେ ନୁହେଁ, ସବୁଠାରେ ହୋଇ ପାରିବ । ମନରେ ଈଶ୍ୱରୀୟ ପ୍ରେମ ବା ଭକ୍ତି ଜାଗ୍ରତ କରାଇବା ପାଇଁ ସ୍ଥାନ-କାଳର ଆବଶ୍ୟକତା ନାହିଁ । ଚବିଶଘା ଭକ୍ତି କରିବା ଉଚିତ୍ । ଭକ୍ତି ଓ ଭୋଗର ସମୟ ଭେଦ ରଖିଲେ ଜଣେ ଭକ୍ତି କରିପାରିବ ନାହିଁ । ସତତ ଏବଂ ନିରନ୍ତର ଭକ୍ତି କରିବା ଉଚିତ୍ । ଚବିଶଘା ଈଶ୍ୱରୀୟ ସ୍ମୃତିରେ ମଗ୍ନ ରହିବା ଉଚିତ୍ । ସର୍ବଦା ଈଶ୍ୱରୀୟ ସ୍ମୃତିରେ ରହିଲେ ମାୟା ସହିତ ସମ୍ବନ୍ଧ ହେବ ନାହିଁ । ଭକ୍ତିର ବିଶେଷ ସମ୍ବନ୍ଧ ମନ ସହିତ । ଯାହାଦ୍ୱାରା ମନରେ ଭକ୍ତି ହୁଏନାହିଁ ତା’ର ଶାରିରୀକ ସେବା କରିବାର ଆବଶ୍ୟକତା ନାହିଁ । ମାନସିକ ସେବା ଶ୍ରେଷ୍ଠ ଅଟେ । ଯଦି ଏପରି ସେବାରେ ତନ୍ମୟତା ଆସିଯାଏ ତେବେ ଜୀବ କୃତାର୍ଥ ହୋଇଯାଏ ।
ଭାଗବତରେ ପରମାତ୍ମାଙ୍କ ସ୍ବରୂପର ବର୍ଣ୍ଣନା କରି କୁହାଯାଇଛି- ତାପତ୍ରୟ ବିନାଶାୟ । ଆଧ୍ୟାତ୍ମିକ, ଆଧିଦୈବିକ, ତଥା ଆଧିଭୌତିକ- ଏହି ତିନି ପ୍ରକାର ତାପରୁ ରକ୍ଷା କରିବା ପାଇ ପରମାତ୍ମା ହିଁ ସମର୍ଥ । ମନୁଷ୍ୟ ଦୁଃଖରେ ଈଶ୍ୱରଙ୍କୁ ସ୍ମରଣ କରେ । ଏହାଦ୍ୱାରା ତାଙ୍କ ସହିତ ତା’ର ଅନୁସଂଧାନ ହୁଏ ଓ ତାକୁ ଆନନ୍ଦ ମିଳେ । କଳିଯୁଗୀ ଜୀବର ସ୍ବଭାବ ସୁନ୍ଦର ନୁହେଁ । ପରମାତ୍ମାଙ୍କ ସ୍ବଭାବ ଅତିଶୟ ସୁନ୍ଦର । ଅନ୍ୟର ଦୁଃଖ ହରଣ କରିବା ତାଙ୍କ ସ୍ବଭାବ । ଏଥିପାଇଁ ଭକ୍ତ ଭଗବାନଙ୍କୁ ବନ୍ଦନା କରେ । ବନ୍ଦନା ଅର୍ଥାତ୍ ପ୍ରେମ ପୂର୍ବକ ପରମାତ୍ମାଙ୍କୁ ହୃଦୟ ସିଂହାସନରେ ଅଧିଷ୍ଠିତ କରି ତାଙ୍କର ଗୁଣଗାନ କରିବା । ପରମାତ୍ମା ଜ୍ଞାନର ସାଗର, ପ୍ରେମର ସାଗର, ଶାନ୍ତିର ସାଗର, ଦୁଃଖ ହର୍ା, ସୁଖ କର୍ା, ପତିତ ପାବନ- ଏହିପରି ସ୍ମୃତିରେ ଆତ୍ମ ବିଭୋର ହୋଇଯିବା ଦରକାର । ପରମାତ୍ମା (ଭଗବାନ, ଈଶ୍ୱର) ସଦା ଦୁଃଖରେ ହିଁ ସାହାଯ୍ୟ କରନ୍ତି । ସୁଖର ସାଥୀ ହେଉଛି ଜୀବ ଓ ଦୁଃଖର ସାଥୀ ହେଉଛନ୍ତି ଈଶ୍ୱର- ଏହି କଥାକୁ ସତତ ମନନ କରିବା ଉଚିତ୍ ।
ମନୁଷ୍ୟ ଧନ ପାଇଁ ଯେତିକି ପ୍ରଯନô ଓ ଦୁଃଖ ସହନ କରେ ସେଥିରୁ କମ ପ୍ରଯନô ଯଦି ଈଶ୍ୱରଙ୍କ ପାଇଁ କରନ୍ତା ତେବେ ସେ ନିଶ୍ଚୟ ଈଶ୍ୱରାନୁଭୂତି କରିପାରିବ । ଭଗବାନଙ୍କ ସମ୍ମୁଖରେ ହାତ ଯୋଡିବା ଓ ମୁଣ୍ଡ ନୋଇଁବାର ଅର୍ଥ କ’ଣ? ହାତ କି୍ରୟା ଶକ୍ତିର ପ୍ରତୀକ ଅଟେ । ହାତ ଯୋଡିବାର ଅର୍ଥ ହେଉଛି ଯେ ମୁଁ ମୋର ଏହି ହାତରେ ସତ୍ କର୍ମ କରିବି । ମସ୍ତକ ଅବନତ କରିବାର ଅର୍ଥ ହେଉଛି ଯେ ମୁଁ ସ୍ବୀୟ ବୁଦ୍ଧି ଶକ୍ତିକୁ ଈଶ୍ୱରାର୍ପିତ କରିବି । ବନ୍ଦନା କରିବାର ଅର୍ଥ ହେଉଛି ସ୍ବୀୟ କି୍ରୟାଶକ୍ତି ଓ ବୁଦ୍ଧି ଶକ୍ତିକୁ ଶ୍ରୀ ଭଗବାନଙ୍କୁ ଅର୍ପିତ କରିବା । ଏହିପରି ସ୍ମୃତିରେ ଭଗବାନଙ୍କୁ ବନ୍ଦନା କଲେ ପାପ-ତାପ ବିନାଶ ହୋଇଯାଏ । ନିର୍ଭୟ ହେବା ପାଇଁ ପରମାତ୍ମାଙ୍କୁ ନିରନ୍ତର ସ୍ମୃତିରେ ରଖିବା ଦରକାର । ମୋର ପିତା ପରମାତ୍ମା ଦୟାର ସାଗର ଅଟନ୍ତି । କେବଳ ବାଣୀ ଏବଂ ଶରୀର ଦ୍ୱାରା ନୁହେଁ, ପରନ୍ତୁ ହୃଦୟରେ ପ୍ରେମ ପୂର୍ବକ ପରମାତ୍ମାଙ୍କୁ ସ୍ମୃତିରେ ରଖିବା ଉଚିତ୍ ।
ପଠନ ଏବଂ ମନନ ଅପେକ୍ଷା ଜୀବନରେ ଆଚରଣ ଅଧିକ ଶ୍ରେଷ୍ଠ ଅଟେ । ବେଦର ଅନ୍ତ ନାହିଁ ଏବଂ ପୁରାଣଗୁଡିକର ସୀମା ନାହିଁ । ମନୁଷ୍ୟ ଜୀବନ ଲଘୁ ଅଟେ । କିନ୍ତୁ ଏକ ପରମାତ୍ମାଙ୍କୁ ଜାଣିଗଲା ପରେ ସବୁ କିଛି ଜ୍ଞାତ ହୋଇଯିବ ।
ସାତ ଦିନରେ ରାଜା ପରୀକ୍ଷିତ ସଦ୍ଗତି ପ୍ରାପ୍ତ କରିଥିଲେ ବୋଲି ଭାଗବତ ଶାସ୍ତ୍ରରେ ଉଲ୍ଲେଖ ଅଛି । ପରୀକ୍ଷିତଙ୍କ ଉଦ୍ଧାର ହେଲା । କିନ୍ତୁ ଭାଗବତ ଶୁଣୁଥିବା ମନୁଷ୍ୟମାନଙ୍କ ଉଦ୍ଧାର କାହିଁକି ହେଉନାହିଁ? ପରୀକ୍ଷିତଙ୍କ ପରି ଶ୍ରୋତା ଓ ଶୁକଦେବଙ୍କ ପରି ବକ୍ତା ହେଲେଯାଇ ଉଦ୍ଧାର ହୋଇପାରିବ । ପ୍ରତ୍ୟେକ ଜୀବାତ୍ମା ହେଉଛି ପରୀକ୍ଷିତ । ଜୀବାତ୍ମା ଗର୍ଭରେ ଥିବାବେଳେ ଖୁବ୍ କଷ୍ଟ ପାଏ । ଏଥିରୁ ଶିଘ୍ର ମୁକ୍ତିଲାଭ କରିବା ପାଇଁ ସେ ଭଗବାନଙ୍କୁ ପ୍ରାର୍ଥନା କରୁଥାଏ । ସେହି ଗର୍ଭ କଷ୍ଟକୁ ସ୍ମୃତିରେ ରଖି ଯିଏ ଭଗବତ୍ ପ୍ରାପ୍ତି ପାଇଁ ପ୍ରଯନô କରେ ସିଏ ପରୀକ୍ଷିତ । ପରୀକ୍ଷିତ ଅର୍ଥାତ୍ ଶ୍ରୀ ଭଗବାନଙ୍କ (ପରମାତ୍ମାଙ୍କ) ଦର୍ଶନ ପାଇଁ ଆତୁରତା ପ୍ରକାଶ କରୁଥିବା ଜୀବ । ପରୀକ୍ଷିତଙ୍କ ଆତୁରତାର ଏକ କାରଣ ଥିଲା । ସେ ଜାଣିଥିଲେ ଯେ ସାତିଦିନ ମଧ୍ୟରେ ତାଙ୍କର ମୃତୁ୍ୟ ଅନିର୍ବାଯ୍ୟ । ତକ୍ଷକ ନାଗ ତାଙ୍କୁ ନିଶ୍ଚୟ ଦଂଶନ କରିବ । ପ୍ରତ୍ୟେକ ଜୀବକୁ ତକ୍ଷକ ନାଗ ଦଂଶନ କରେ । ତକ୍ଷକ କାଳର ସ୍ବରୂପ ଅଟେ ଏକଥା ଏକାଦଶ ସ୍କନ୍ଦରେ ବର୍ଣ୍ଣନା ହୋଇଛି । କାଳ ରୂପୀ ତକ୍ଷକ କାହାକୁ ଛାଡେ ନାହିଁ । ସାତଦିନ ମଧ୍ୟରେ ହିଁ ସେ ଦଂଶନ କରେ ।
ସପ୍ତାହରେ ମୋଟ ସାତଦିନ । ଏହି ସାତଦିନ (ବାର) ମଧ୍ୟରୁ କୌଣସି ଏକ ଦିନରେ ଏହି କାଳ ରୂପୀ ତକ୍ଷକ ନିଶ୍ଚୟ ଦଂଶନ କରିବ । ତେଣୁ ପରୀକ୍ଷିତଙ୍କ ପରି କାଳକୁ ଭୁଲିବା ଉଚିତ୍ ନୁହେଁ । ପ୍ରତ୍ୟେକ ଜୀବ କାଳକୁ ଭୟ କରେ । ଈଶ୍ୱରାଶି୍ରତ ପ୍ରାଣୀ କାଳଜୟୀ ହୁଏ । ମୃତୁ୍ୟ ଅମଙ୍ଗଳ ନୁହେଁ । ନିଷ୍ପାପୀ ଜୀବ ପାଇଁ ମୃତୁ୍ୟ ମଙ୍ଗଳମୟ । ଜୀବବ୍ଦଶାରେ ମଣିଷ ମୃତୁ୍ୟ ପ୍ରତି ପ୍ରକୃତ ଭୟ ରଖେ ନାହିଁ ବୋଲି ତା’ର ଜୀବନ ଓ ମରଣ ସଫଳ ହୋଇପାରେ ନାହିଁ । ଅନ୍ତ ସମୟରେ ମନୁଷ୍ୟର ଯେଉଁ ଭୟ ସୃଷ୍ଟି ହୁଏ ତାହା ମୃତୁ୍ୟ କାରଣରୁ ନୁହେଁ, ତାହା ନିଜ କୃତ ପାପ କର୍ମର ସ୍ମୃତି ହେତୁ ହୋଇଥାଏ । ପାପ କଲାବେଳେ ମଣିଷ ଡରେନାହିଁ । ସେତେବେଳେ ସେ ଭୟକରେ ଯେତେବେଳେ ପାପ କର୍ମର ଫଳ (ଦଣ୍ଡ) ଭୋଗିବା ସମୟ ଆସେ ।
(କ୍ରମଶଃ...)
ଜ୍ଞାନ ପ୍ରବାହ(ଭାଗ - ଏକ)
ଜ୍ଞାନ ପ୍ରବାହ
(ସନ୍ଥ ଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜାଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)ଭାଗ - ଏକ
ମନୁଷ୍ୟ ଆନନ୍ଦକୁ ବାହାରେ ଖୋଜେ । ସେ ନାରୀ ଦେହ, ଧନ ସମ୍ପି ଆଦିରେ ଆନନ୍ଦକୁ ଖୋଜିବୁଲେ । କିନ୍ତୁ ଆନନ୍ଦ ହେଉଛି ମାନବାତ୍ମାର ନିଜସ୍ବ ସ୍ବରୂପ । ଏ କଥା ସେ ଜାଣିନଥାଏ । ପ୍ରତ୍ୟେକଙ୍କ ମଧ୍ୟରେ ଆନନ୍ଦ ବିଦ୍ୟମାନ । ଦୁଧରେ ଥିବା ଲହୁଣି ସାଧାରଣ ଆଖିକୁ ଦେଖାଯାଏ ନାହିଁ । ଦୁଧରୁ ଦହି ତିଆରି କରି ତାକୁ ମନ୍ଥନ କଲେ ଲହୁଣି ବାହାରେ । ଠିକ୍ ଏହିପରି ମାନବକୁ ମନୋମନ୍ଥନ କରି ନିଜ ଭିତରେ ଥିବା ଆନନ୍ଦକୁ ପ୍ରକଟିତ କରିବା ଉଚିତ । ପ୍ରତ୍ୟେକ ଆତ୍ମା ପରମାତ୍ମାଙ୍କ ସନ୍ତାନ । ତଥାପି ମାନବାତ୍ମା ପରମାତ୍ମାଙ୍କୁ ଚିହ୍ନିବାର ପ୍ରଯନô କରେ ନାହିଁ । ଏଣୁ ସେ ଆନନ୍ଦ ଅନୁଭବ କରିପାରିନଥାଏ । ଈଶ୍ୱର (ପରମାତ୍ମା) ଜଗତର ଉପôି (ସ୍ଥାପନା), ସ୍ଥିତି (ପାଳନା) ଓ ବିନାଶର କର୍ା ଅଟନ୍ତି । ସେ ତି୍ରତାପ ବିନାଶ କର୍ା ଓ ସଚ୍ଚିଦାନନ୍ଦ ସ୍ବରୂପ ଅଟନ୍ତି । ମହାବିନାଶ ସମୟରେ ପ୍ରତ୍ୟେକ ଆତ୍ମାଙ୍କୁ ପରମାତ୍ମାଙ୍କ ସହିତ ମିଳିତ ହେବାକୁ ପଡିବ । ନାସ୍ତିକ ମଧ୍ୟ ଶେଷରେ କ୍ଲାନ୍ତ ହୋଇ ଶାନ୍ତି ଖୋଜେ ।
ଆନନ୍ଦର ଅନେକ ପ୍ରକରଣ ତୈରୀୟ ଉପନିଷଦରେ କୁହାଯାଇଛି । କିନ୍ତୁ ସେ ସବୁ ମଧ୍ୟରୁ ଦୁଇଟି ମୁଖ୍ୟ ଆନନ୍ଦ ହେଉଛି (୧) ସାଧନ ଜନ୍ୟ (୨) ସ୍ବୟଂ ସିଦ୍ଧ ଆନନ୍ଦ । ବିଷୟ ଜନ୍ୟ ଆନନ୍ଦକୁ ସାଧନ ଜନ୍ୟ କୁହାଯାଏ । ସାଧନ ବା ବିଷୟର ସମାପ୍ତି ପରେ ତଦ୍ ଜନ୍ୟ ଆନନ୍ଦର ନାଶ ହୁଏ । ଯୋଗୀମାନଙ୍କ ନିକଟରେ କିଛି ନଥାଏ । ତଥାପି ମଧ୍ୟ ସେମାନେ ଆନନ୍ଦରେ ଥାଆନ୍ତି । ଏଥିରୁ ସିଦ୍ଧ ହୁଏ ଯେ ଆନନ୍ଦ ମନୁଷ୍ୟାତ୍ମା ମଧ୍ୟରେ ଥାଏ । ପରମାତ୍ମା (ଈଶ୍ୱର) ସତ୍, ଚିତ୍ ଓ ଆନନ୍ଦରେ ପରିପୂର୍ଣ୍ଣ । ସତ୍, ନିତ୍ୟ ଓ ଚିତ୍, ଜ୍ଞାନ ଅଟେ । ସ୍ବୀୟ ସ୍ବରୂପରେ ଅବସ୍ଥାନ କରୁନଥିବାରୁ ମନୁଷ୍ୟ ଆନନ୍ଦ ପ୍ରାପ୍ତିରୁ ବôତ ହୁଏ । ଅଧିକାଂଶ ସମୟ ମନୁଷ୍ୟର ବୁଦ୍ଧି (ବିବେକ) ବାହ୍ୟାମୁଖୀ ହୁଏ । ତା’ର ବୁଦ୍ଧି ଅନ୍ତର୍ମୁଖୀ ହୁଏ ନାହିଁ । ତେଣୁ ଆନନ୍ଦ ଅନୁଭବ କରିପାରେ ନାହିଁ । ଯାହାର ଜ୍ଞାନ ନିତ୍ୟ ଲାଖି ରହେ ତାକୁ ହିଁ ଆନନ୍ଦ ମିଳେ । ସେ ହିଁ ଆନନ୍ଦମୟ ହୁଏ । ଆନନ୍ଦ ସ୍ବରୂପ ହେବା ପାଇଁ ସଚ୍ଚିଦାନନ୍ଦ ପରମାତ୍ମାଙ୍କ ଆଶ୍ରୟ ନେବାକୁ ପଡିବ । ଅନ୍ୟଥା ଆନନ୍ଦ ପ୍ରାପ୍ତି ସମ୍ଭବ ନୁହେଁ । ଜୀବାତ୍ମା ପରିପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ତାକୁ ଶାନ୍ତି ଓ ଆନନ୍ଦ ମିଳେନାହିଁ । ସଂସାରର ପ୍ରତ୍ୟେକ ପଦାର୍ଥ ପରିଣାମରେ ଧ୍ୱଂସ ପ୍ରାପ୍ତ ହେଉଥିବାରୁ ପରିପୂର୍ଣ୍ଣ ନୁହେଁ । ପରିଣାମ ସ୍ବରୂପ ପରମାତ୍ମାଙ୍କୁ ଯିଏ ଚିହ୍ନିପାରେ ଏବଂ ତାଙ୍କ ସହିତ ମନକୁ ଯିଏ ତଦାକାର କରେ ତାର ମନ ହିଁ ପରମାତ୍ମାଙ୍କ ସହିତ ଏକ ହୁଏ । ସେହି ଜୀବାତ୍ମା ପୂର୍ଣ୍ଣତା ପ୍ରାପ୍ତ ପୂର୍ବକ ଶ୍ରୀ ନାରାୟଣ ରୂପ ହୁଏ । ତାଙ୍କ ଜୀବନ ସଫଳ ହୁଏ । ଅପୂର୍ଣ୍ଣ ଥିବା ପର୍ଯ୍ୟନ୍ତ ବ୍ୟକ୍ତିଙ୍କୁ (ଜୀବ) ଶାନ୍ତିମିଳେ ନାହିଁ । ପରମାତ୍ମା ମିଳନ ଦ୍ୱାରା ଜୀବ ପରିପୂର୍ଣ୍ଣ ହୁଏ । ମାନବାତ୍ମା କେବଳ ପରମାତ୍ମା ମିଳନ ପାଇଁ ଯୋଗ୍ୟ । ନିଜ ସ୍ବରୂପ ବିଷୟରେ ଜ୍ଞାନ ନଥିବାରୁ ପଶୁ ଏଥିପାଇଁ ଯୋଗ୍ୟ ନୁହେଁ । ପରମାତ୍ମାନୁଭୂତି ବିନା ଜୀବନ ସଫଳ ହୁଏନାହିଁ । ମାନବାତ୍ମା ଜନ୍ମ ଜନ୍ମାନ୍ତରୁ ଭୋଗ ଉପଭୋଗ କରି ଆସୁଥିଲେ ମଧ୍ୟ ଶାନ୍ତି ପାଇ ପାରିନାହିଁ । ଶାନ୍ତି ସେତେବେଳେ ମିଳେ ଯେତେବେଳେ ପରମାତ୍ମାନୁଭୂତି ହୁଏ ।
ବିକାରଗସ୍ତ ମନ ପରମାତ୍ମାନୁଭୂତି କରିପାରିବ ନାହିଁ । ଯେଉଁମାନେ କାମ ସୁଖର ଉପଭୋଗ କରନ୍ତି ସେମାନେ ଯୋଗାଭ୍ୟାସ କରିପାରିବେ ନାହିଁ । ଭୋଗୀ ଯଦି ଯୋଗୀ ହୁଏ ତେବେ ସେ ରୋଗୀ ହୋଇଯିବ । ଜ୍ଞାନ ମାର୍ଗରେ ଯା’ର ପତନ ହୁଏ ସେ ନାସ୍ତିକ ହୁଏ । ଯୋଗମାର୍ଗରେ ଯା’ର ପତନ ହୁଏ ସେ ରୋଗୀ ହୁଏ । ଭକ୍ତି ମାର୍ଗରେ ଯା’ର ପତନ ହୁଏ ସେ ଆସକ୍ତ ହୁଏ । କଳିଯୁଗୀ ମାନବ କଠୋର ହଠ ଯୋଗ କରି ପାରିବ ନାହିଁ । ସବୁ ତ୍ୟାଗ କରି ଜଙ୍ଗଲକୁ ଯିବାର (ଅର୍ଥାତ୍ ସନ୍ୟାସ ନେବା) ଆବଶ୍ୟକତା ନାହିଁ । କେବଳ ଜଙ୍ଗଲକୁ ·ଲିଗଲେ ଯେ ଆନନ୍ଦ ମିଳିବ ତାହା ନୁହେଁ । ନିବୃି ମାର୍ଗରେ ବି ହଠ କି୍ରୟା ବେଳେ ମନରେ ପ୍ରବୃି ବି·ର ଆସେ । ଗୋପୀମାନେ ଘର ଛାଡି ନଥିଲେ । ସେମାନେ ସ୍ବଧର୍ମ ତ୍ୟାଗ କରିନଥିଲେ । ସବୁ ପ୍ରକାର ଘରକାମ କରୁଥିଲେ । ଜଙ୍ଗଲକୁ ନଯାଇ ମଧ୍ୟ ଈଶ୍ୱରାନୁଭୂତି କରି ପାରିଥିଲେ । ସେମାନେ ଘରଗୃହସ୍ଥରେ ଥାଇ ମଧ୍ୟ ସମାଧିସ୍ଥ ଯୋଗୀ ଭଳି ଆନନ୍ଦ ପାଉଥିଲେ । ସେମାନଙ୍କର ପ୍ରତ୍ୟେକ ବ୍ୟବହାର ଭକ୍ତିମୟ ଥିଲା । ସେମାନଙ୍କ ମନ ଈଶ୍ୱରୀୟ ପ୍ରେମରେ ଭରପୁର ଥିଲା । କାର୍ଯ୍ୟବ୍ୟବହାରରେ ମଧ୍ୟ ସେମାନେ ଈଶ୍ୱରଙ୍କୁ ମନରୁ ଦୂରେଇ ପାରୁନଥିଲେ । ସେମାନେ ପ୍ରତ୍ୟେକ କାର୍ଯ୍ୟରେ ଈଶ୍ୱରଙ୍କୁ ନିଜ ପାଖରେ ଅନୁଭବ କରୁଥିଲେ । ଏଥିରୁ ଆମକୁ ଶିକ୍ଷା ମିଳେ ଯେ ଘରେ ରହିବା ପାପ ନୁହେଁ, କିନ୍ତୁ ଘରକୁ ମନରେ ରଖିବା ପାପ । ଘରେ ରହି ଓ ଶାରିରୀକ ପୋଷଣ ପାଇଁ କାର୍ଯ୍ୟ ବ୍ୟବହାର କରି ମଧ୍ୟ ଯେଉଁମାନେ ମନବୁଦ୍ଧିକୁ ଈଶ୍ୱରାର୍ପିତ କରି ଦିଅନ୍ତି ସେମାନେ ପରମାନନ୍ଦ ପ୍ରାପ୍ତ ହୁଅନ୍ତି । (କ୍ରମଶ...)
Tuesday, 20 June 2017
Friday, 12 May 2017
Message from Murlidhar C. Bhandare Governor, Odisha
Murlidhar C. Bhandare
Governor, Odisha
ବାର୍ା (Barta)
ଆଧ୍ୟାତ୍ମିକ ଚେତନା ବିକାଶ ପରିଷଦ, ଓଡ଼ିଶା ପକ୍ଷରୁ ନିୟମିତ ପ୍ରକାଶ ପାଇ ଆସୁଥିବା ଆଧ୍ୟାତ୍ମିକ ପତ୍ରିକା “ଚେତନା ପ୍ରବାହ’’ର ପରବର୍ୀ ସଂଖ୍ୟା ଜୁଲାଇ ୨ଠ୧୨ରେ ପ୍ରକାଶିତ ହେଉଥିବା ଜାଣି ମୁଁ ଆନନ୍ଦିତ ।ସାଂପ୍ରତିକ ସମୟରେ ଆଧ୍ୟାତ୍ମିକ ଚିନ୍ତା ଓ ଚେତନାର ଯଥେଷ୍ଟ ଆବଶ୍ୟକତା ରହିଛି । ବିଶେଷତଃ ବିଦ୍ୟାଳୟ ସ୍ତରରୁ ଛାତ୍ର ଛାତ୍ରୀମାନଙ୍କୁ ଆଧ୍ୟାତ୍ମିକ ଚିନ୍ତା ସହ ପରିଚିତ କରାଇବା ଦରକାର । ତାହା ହେଲେ ସେମାନେ ନୈତିକ ଚରିତ୍ର ସଂପନ୍ନ ନାଗରିକରେ ପରିଣତ ହେବେ ।
ମୁଁ ପତ୍ରିକାର ସଂପାଦନା ମଣ୍ଡଳୀକୁ ଶୁଭେଚ୍ଛା- ଜଣାଇବା ସହ ପତ୍ରିକାର ଉଜ୍ଜ୍ୱଳ ଭବଷ୍ୟତ କାମନା କରୁଛି ।
- (ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ)
Wednesday, 10 May 2017
ସଫଳତାର ଆଧାର:ଆତ୍ମା ନିରୀକ୍ଷଣ ଓ ପରମାତ୍ମା ନିଶ୍ଚୟ
ଆତ୍ମା ନିରୀକ୍ଷଣ
ସଫଳ ଜୀବନ ପାଇଁ ଆତ୍ମା ନିରୀକ୍ଷଣ ନିତାନ୍ତ ଆବଶ୍ୟକ । ଏକାନ୍ତରେ ବିଶ୍ରାମ ନେଉଥିବାବେଳେ ‘ସ୍ବ’ ବା ଆତ୍ମାର ଶୁଦ୍ଧ ସ୍ବରୂପ ଚିନ୍ତନ କରିବା ଉଚିତ । ସୁଷମ ଓ ପୌଷ୍ଟିକ ଆହାର-ବିହାର, ନିଦ୍ରା ଓ ବ୍ୟାୟାମ ଯେପରି ଉମ ଶାରୀରିକ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ, ସେହିପରି ଆତ୍ମା ଓ ମନକୁ ଶକ୍ତିଶାଳୀ କରିବା ପାଇଁ ଆତ୍ମ ଚିନ୍ତନ ଓ ଆତ୍ମାନୁଭୂତି ପାଇଁ ଯୋଗାଭ୍ୟାସ ଅତି ଆବଶ୍ୟକ । ତଟସ୍ଥ ଭାବରେ ରହି ଶରୀର ଓ ମନର କ୍ରିୟାକଳାପକୁ ଗହନ ଭାବରେ ଅଧ୍ୟୟନ ଏବଂ ନିରୀକ୍ଷଣ କରିବା ହେଉଛି ଆତ୍ମା ନିରୀକ୍ଷଣ । ନିଜକୁ ଶରୀରଠାରୁ ଭିନ୍ନ ଆତ୍ମା ବୋଲି ଅନୁଭବ କରିବାକୁ ହେବ । ମନରେ ସଂକଳ୍ପ ଉପôନ୍ନ କରିବାକୁ ହେବ ଯେ ମୁଁ ଆତ୍ମା, ଏହା ହେଉଛି ମୋର ଶରୀର । ମୁଁ ଆତ୍ମା ଆଖି ଦ୍ୱାରା ଦେଖେ, କାନ ଦ୍ୱାରା ଶୁଣେ ଓ ବିଭିନ୍ନ କର୍ମେନ୍ଦ୍ରିୟ ଦ୍ୱାରା କର୍ମ କରେ । ମୁଁ ନିତ୍ୟ, ଶାଶ୍ୱତ, ଅବିନାଶୀ ଜ୍ୟୋତି ବିନ୍ଦୁ ଅଟେ । ଏ ଶରୀର ରୂପୀ ବସ୍ତ୍ର ଧାରଣ କରି ସଂସାର ରଂଗ ମଂଚରେ ଅଭିନୟ ମାତ୍ର କରୁଛି । ନିଜକୁ ବା ଆତ୍ମାକୁ ଶରୀରଠାରୁ ପୃଥକ ଅନୁଭବ କରିବା ପାଇଁ ଯେଉଁ ମାନସିକ ଅଭ୍ୟାସ କରାଯାଏ ତାହା ହେଉଛି ଆତ୍ମ ଚିନ୍ତନ । ଆତ୍ମା ଯେତେବେଳେ ଶରୀର ସହିତ ତାଦାତ୍ମ ସ୍ଥାପିତ କରି ଇନ୍ଦ୍ରିୟ ସୁଖ ଭୋଗ ପାଇଁ ଇଚ୍ଛା କରେ ସେତେବେଳେ ସେ ନିଜ ମୂଳ ସ୍ବରୂପକୁ ଭୁଲିଯାଏ । ଆତ୍ମ ବିସ୍ମୃତ ବ୍ୟକ୍ତି ରାଗ-ଦ୍ୱେଷ, ପ୍ରିୟ-ଅପ୍ରିୟ, ସୁଖ-ଦୁଃଖ, ଲାଭ-କ୍ଷତି, ସଫଳତା-ଅସଫଳତା ଆଦି ଦ୍ୱନ୍ଦାତ୍ମକ ବିଷୟ ପ୍ରଭାବରେ ପ୍ରଭାବିତ ହୋଇ କ୍ରମଶଃ ଆନ୍ତରିକ ଶକ୍ତି ହରାଇ ବସନ୍ତି । ଏଭଳି ଦେହାଭିମାନୀ ବ୍ୟକ୍ତି ସତ୍ୟ ଜ୍ଞାନ ଅଭାବରେ ଆତ୍ମା ନିରୀକ୍ଷଣ କରିବାକୁ ଅସମର୍ଥ ହୁଅନ୍ତି । ସତ୍ୟ ଜ୍ଞାନ ମଣିଷକୁ ସତ୍ବୁଦ୍ଧି ଓ ସତ୍ବିବେକ ପ୍ରଦାନ କରେ । ଏହି ପ୍ରକ୍ରିୟାରେ ସତ୍ଜ୍ଞାନ, ଆତ୍ମିକ ଶକ୍ତି, ବୋଧ-ଶକ୍ତି, ଧୈର୍ଯ୍ୟ, ସାହସ ଓ ପୁରୁଷାର୍ଥ ପାଇଁ ପ୍ରେରଣା ପ୍ରାପ୍ତ ହୁଏ ।ସ୍ବାନୁଭୂତି, ଆତ୍ମନିରୀକ୍ଷଣ କିମ୍ବା ଆତ୍ମାବଲୋକନର ଅର୍ଥ ଆତ୍ମିକ ଶକ୍ତିକୁ ହିଁ ଆନ୍ତରିକ ଶକ୍ତି ରୂପେ ଅନୁଭବ କରିବା । ଏହାକୁ ଅନ୍ତର୍ଦୃଷ୍ଟି ମଧ୍ୟ କୁହାଯାଇ ପାରେ । କାରଣ ଏହି ଅବସ୍ଥାରେ ବ୍ୟକ୍ତି, ବସ୍ତୁ, ପରିସ୍ଥିତି, ଘଟଣା ଆଦି ଭୌତିକ ଜଗତର କୌଣସି ବିଷୟର ବିଚାର ଓ ତାର ପ୍ରତୀତି ନ ଥାଏ । ଅଭୌତିକ ଆତ୍ମା କିମ୍ବା ଭୌତିକ ସାଂସାରିକ ବିଷୟ ବସ୍ତୁ- ଏ ଦୁଇଟି ମଧ୍ୟରୁ ଯେ କୌଣସି ଗୋଟିଏକୁ ବ୍ୟକ୍ତି ଥରକୁ ଅନୁଭବ କରିପାରେ । ଯେତେବେଳେ ବ୍ୟକ୍ତିର ଆତ୍ମା ସହିତ ସମ୍ବନ୍ଧ ବିଯୁକ୍ତ ହୁଏ ସେତେବେଳେ ତତ୍କ୍ଷଣାତ୍ ତାର ଦେହ ଓ ଦେହ ସହିତ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, ପରିସ୍ଥିତି ଆଦି ସହ ତା’ର ତାଦାତ୍ମ୍ୟ ସ୍ଥାପିତ ହୁଏ । ଏହା ହେଉଛି ବସ୍ତୁ ପରକ ଦୃଷ୍ଟି କୋଣ । ଏହି ଅବସ୍ଥାରେ ଆତ୍ମା ସ୍ବ-ପ୍ରଭାବ କ୍ଷେତ୍ରରୁ ବିଚୁ୍ୟତ ହୋଇ ସାଂସାରିକ ପ୍ରଭାବରେ ଆସିଯାଏ । ଏହାଦ୍ୱାରା ବିଭିନ୍ନ ପ୍ରକାର ମାନସିକ, ଶାରୀରିକ ଏବଂ ସାମାଜିକ ପରିବେଶ ଜନିତ ସ୍ଥିତି ଜାତ ହୋଇଥାଏ ।
ଆମେ ଯେଉଁ ଭୌତିକ ଜଗତରେ ବସବାସ କରୁଛେ, ତାହା ପଦାର୍ଥ ମାତ୍ର ନୁହେଁ, ଶକ୍ତି ଅଟେ । ଏହାର ଉପôନ୍ନ ଅଦୃଶ୍ୟ ଶକ୍ତିରୁ । ଏ ଜଗତ ଦୃଶ୍ୟ ଓ ଅଦୃଶ୍ୟର ଏକ ଖେଳ ଘର । ପ୍ରକୃତି ଓ ପୁରୁଷର ସୂକ୍ଷ୍ମ ଆଧ୍ୟାତ୍ମିକ ନିୟମ ଦ୍ୱାରା ଏହା କାର୍ଯ୍ୟାନ୍ୱିତ ହୋଇଥାଏ । ଜଗତର ଅନନ୍ତ ଶକ୍ତି ସଂପନ୍ନ ପ୍ରକୃତି ଓ ଆତ୍ମାର ପବିତ୍ର ସ୍ବରୂପ ମଧ୍ୟରେ ଅପ୍ରତିହତ ପ୍ରବାହ ସତତ ବିଦ୍ୟମାନ । ଏହି ସତ୍ୟକୁ ପ୍ରତ୍ୟକ୍ଷ କରିବା ଦ୍ୱାରା ବ୍ୟକ୍ତିର ସମସ୍ତ ପ୍ରକାର ସାଂସାରିକ ବନ୍ଧନ ଛିନ୍ନ ହୋଇଯାଏ ଓ ସେ ଶରୀର ଧାରଣ କରି ମଧ୍ୟ ସତତ ଆତ୍ମିକ ସ୍ମୃତିରେ ସ୍ଥିତ ରହିପାରେ ।
ଆତ୍ମା ନିରୀକ୍ଷଣ ଦ୍ୱାରା ବ୍ୟକ୍ତି ପରିବାର ଓ ସମାଜରେ ସ୍ବୀୟ ମୂଲ୍ୟାଙ୍କନ କରିବାକୁ ସକ୍ଷମ ହୁଏ । କାରଣ, ଜଣକର ମୂଲ୍ୟାଙ୍କନ ଅନ୍ୟ ଜଣେ କରିପାରିବ ନାହିଁ । ନିଜ ପରିବାର, ପଡ଼ୋଶୀ ଓ ସମାଜର ଦୃଷ୍ଟିରେ ମୋର ସ୍ଥିତି ଓ ପରିଚିତ କ’ଣ, ଏହା ଯେତେବେଳେ ବ୍ୟକ୍ତି ସୂକ୍ଷ୍ମ ଭାବରେ ମନନ ଚିନ୍ତନ କରେ ଯେତେବେଳେ ସେ ଦୋଷଗୁଣ ବିଷୟରେ ସଚେତନ ହୁଏ ଓ ତା’ର ବ୍ୟକ୍ତିତ୍ୱ ଶୁଦ୍ଧ ସୁବର୍ଣ୍ଣ ପରି ଝଲସି ଉଠେ ।
ପରମାତ୍ମା ନିଶ୍ଚୟ
ପରମାତ୍ମା ହେଉଛନ୍ତି ସକାରାତ୍ମକ ଶକ୍ତି ସମୂହର ଉତ୍ସ । ପରମାତ୍ମା ନିଶ୍ଚୟ ଦ୍ୱାରା ଆତ୍ମାରେ ସକାରାତ୍ମକ ଶକ୍ତିର ସଂଚାର ହୁଏ । ପରମାତ୍ମାଙ୍କ ପ୍ରତି ଅତୁଟ ବିଶ୍ୱାସ ରହିଲେ ବ୍ୟକ୍ତିର କର୍ୃତ୍ୱାଭିମାନ ନଷ୍ଟ ହୁଏ । ଏହାଦ୍ୱାରା ବ୍ୟକ୍ତି ତା’ର ଜୀବନର ଲଗାମ ଭଗବାନଙ୍କୁ ସମର୍ପି ଦେଇ ନିଶ୍ଚିନ୍ତ ହୋଇ କର୍ମ କରି ଚାଲେ । ଈଶ୍ୱରୀୟ ବିଶ୍ୱାସ ଦ୍ୱାରା ଆଶ୍ଚର୍ଯ୍ୟଜନକ ପରିଣାମ ପ୍ରାପ୍ତ ହୁଏ । କୌଣସି ଶ୍ରେଷ୍ଠ ଲକ୍ଷ୍ୟ ପ୍ରାପ୍ତି ପାଇଁ କାର୍ଯ୍ୟ ଆରମ୍ଭ କଲେ ମଝିରେ ମଝିରେ କଠିଣ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼େ । ନିରବଚ୍ଛିନ୍ନ ପୁରୁଷାର୍ଥ ପାଇଁ ଅତ୍ୟଧିକ ପୁରୁଷାର୍ଥ କରିବାକୁ ପଡ଼େ । ଏହି ସମୟରେ ଆତ୍ମ ପ୍ରୋତ୍ସାହନ ଓ ପରମାତ୍ମାଙ୍କ ପ୍ରତି ଦୃଢ଼ ବିଶ୍ୱାସ ପୂର୍ବକ ତାଙ୍କୁ ଅନନ୍ୟ ଭାବେ ସ୍ମରଣ କଲେ ଯଥାର୍ଥ ଦିଗ୍ଦର୍ଶନ ପ୍ରାପ୍ତ ହୁଏ ଓ ଅନାୟାସରେ ସମସ୍ତ ବାଧାବିଘ୍ନ ଏଡ଼ାଇ ବ୍ୟକ୍ତି ସଫଳତାର ଶୀର୍ଷ ଦେଶରେ ଉପନୀତ ହୁଏ । ଆଧ୍ୟାତ୍ମିକ ବ୍ୟକ୍ତିଗଣ ସାଧନାରେ ସହଜ ସିଦ୍ଧି ପ୍ରାପ୍ତ ପାଇଁ ମନ, ବଚନ ଓ କର୍ମରେ ନିଜକୁ ପରମାତ୍ମାଙ୍କଠାରେ ସମର୍ପଣ କରି ଦେବା ଉଚିତ । ପରମାତ୍ମାଙ୍କୁ ଜୀବନ ରଥର ଲଗାମ ସମର୍ପି ଦେଲେ ସେ ମଣିଷକୁ ସତ୍ମାର୍ଗରେ ଆଗେଇ ନେବେ । ତେଣୁ କୁହାଯାଏ, ଯେଉଁଠି ପରମାତ୍ମା ନିଶ୍ଚୟ, ସେଇଠି ବିଜୟ ସୁନିଶ୍ଚିତ ।ସଂସାରରେ କେହି କାହା ସହିତ ତୁଳନୀୟ ନୁହେଁ । ଏହି ସୃଷ୍ଟି ଏକ ରଂଗମଂଚ ସଦୃଶ । ଏଠାରେ ପ୍ରତ୍ୟେକ ନିଜ ନିଜ ଭୂମିକାରେ ଅଭିନୟ କରନ୍ତି । ତେଣୁ ଶତ୍ରୁ-ମିତ୍ର, ଧନୀ-ଦରିଦ୍ର, ଛୋଟ-ବଡ଼ ଆଦି ଭେଦଭାବ ମନରୁ ଦୂର କରିଦେବା ଉଚିତ । ବ୍ୟକ୍ତି ନିଜ ନିର୍ଦ୍ଧାରିତ ଲକ୍ଷ୍ୟ ଅନୁସାରେ ବିଧିପୂର୍ବକ କର୍ମ କରି ଚାଲିଲେ ଅବଶ୍ୟ ସଫଳତା ପ୍ରାପ୍ତ ହେବ । ରାସ୍ତାରେ ଚାଲୁଥିବାବେଳେ ବା ଗାଡ଼ି ଚଳାଉଥିବାବେଳେ ଯଦି ଜଣେ ଏପଟେ ସେପଟେ ବା ପଛକୁ ଦେଖେ ତେବେ ଦୁର୍ଘଟଣା ସୁନିଶ୍ଚିତ । ତେଣୁ, ଆଗକୁ ଦୃଷ୍ଟି ରଖି ଓ ଖାଲ ଢ଼ିପ ବା ମୋଡ଼ ପ୍ରତି ସତର୍କ ରହି ଯାତ୍ରା କଲେ ଲକ୍ଷ୍ୟ ସ୍ଥଳରେ ସୁଗମତା ପୂର୍ବକ ପହଂଚି ହୁଏ । ଜୀବନ ଯାତ୍ରାରେ ମଧ୍ୟ ସତର୍କତା ଆବଶ୍ୟକ । ଏହି ଯାତ୍ରାର କେହି କାହାରି ସାଥୀ ନୁହେଁ । କେତେବେଳେ କିଏ କେଉଁ ମୋଡ଼ରେ ଅଟକି ଯିବ କହି ହେବନାହିଁ । ପରମାତ୍ମା ଅନଶ୍ୱର ଓ ଚିରନ୍ତନ ହୋଇଥିବାରୁ ତାଙ୍କୁ ସାଥୀ କଲେ ସେ ଶେଷ ପର୍ଯ୍ୟନ୍ତ ଆମ ସହିତ ରହିବେ । ତାଙ୍କର କେହି ଶତ୍ରୁ ନାହାନ୍ତି । ପ୍ରତ୍ୟେକ ମନୁଷ୍ୟର ସେ ହେଉଛନ୍ତି ପ୍ରକୃତ ବନ୍ଧୁ । ସେ ସର୍ବଶକ୍ତିମାନ ଓ ସର୍ବ ସମର୍ଥ । ଏହିପରି ଯା’ର ସାଥୀ, ତାକୁ କ’ଣ ଝଡ଼ଝଞ୍ଜା ଅଟକାଇ ପାରିବ? ଏକଥା ବୁଦ୍ଧିରେ ନିଶ୍ଚୟ କରିବାକୁ ହେବ ଯେ, ଯେଉଁଠି ପରମାତ୍ମା ସେଇଠି ବିଜୟଶ୍ରୀ ନିଶ୍ଚିତ ।
ପରମାତ୍ମା ହେଉଛନ୍ତି ସକଳ ଆତ୍ମାର ପରମ ପିତା । ଏହି ସ୍ମୃତିରେ ତାଙ୍କ ଶକ୍ତି, ସାମର୍ଥ୍ୟ, ଅସୀମ ପ୍ରେମ, କରୁଣା, ମଂଗଳମୟ କର୍ବ୍ୟ ଆଦି ପ୍ରତି, ବୁଦ୍ଧିରେ ଦୃଢ଼ ଆସ୍ଥା ରଖିବା ହେଉଛି ପରମାତ୍ମା ନିଶ୍ଚୟ । ଏହିପରି ନିଶ୍ଚୟ ବୁଦ୍ଧି ସଂପନ୍ନ ବ୍ୟକ୍ତି ଅସଂଭବକୁ ସଂଭବ କରିପାରନ୍ତି । ସେ ନିଜ ମଧ୍ୟରେ ଅଦ୍ଭୁତ ସାମର୍ଥ୍ୟ ଉଦ୍ରେକ ହେବା ଅନୁଭବ କରନ୍ତି । ଭୟଙ୍କର ସମସ୍ୟାରେ ମଧ୍ୟ ସେ ବିଚଳିତ ନ ହୋଇ ପରମାତ୍ମାଙ୍କ ପ୍ରତି ଭରସା ରଖି ଅନାୟାସରେ ଆଗକୁ ବଢ଼ି ଚାଲନ୍ତି । ସେ ନିଜେ ମଧ୍ୟ ଜାଣି ପାରନ୍ତି ନାହିଁ ଯେ ଏପରି ଘୋର ସଂକଟ କିପରି ଅତିକ୍ରମ କରି ପାରିଲେ । ତେଣୁ ପରମାତ୍ମାଙ୍କ ପ୍ରତି ଅତୁଟ ନିଶ୍ଚୟ ଏବଂ ପ୍ରେମ ସହିତ ନିଜର ସଂପୂର୍ଣ୍ଣ ସାମର୍ଥ୍ୟ ସଚ୍ଚୋଟତା ପୂର୍ବକ ସଂପାଦନ କଲେ ସମସ୍ତ ପ୍ରକାର ବାଧା, ବିଘ୍ନ ଓ ସମସ୍ୟା ଦୂର ହୋଇ ସଫଳତା ପ୍ରାପ୍ତ ହେବ । ଯେଉଁ ବ୍ୟକ୍ତି ନିଜ ଆତ୍ମାର କଲ୍ୟାଣ ଓ ଜଗତର ମଂଗଳ କାର୍ଯ୍ୟ ପାଇଁ ସମର୍ପିତ, ସେ ନିଃସନ୍ଦେହରେ ଈଶ୍ୱରୀୟ କୃପାର ପାତ୍ର । ସେହି ବ୍ୟକ୍ତିର ଜୀବନ ଈଶ୍ୱରୀୟ ଗୁଣ ଓ ଶକ୍ତିରେ ପରିପୂର୍ଣ୍ଣ ହୋଇଯାଏ ।
Sunday, 7 May 2017
ଶିକ୍ଷାର ଲକ୍ଷ୍ୟ-- ସୁଧାଂଶୁ ଶେଖର ମିଶ୍ର
chetatna.prabaha
ଞ୍ଚ ମାନବ ଜୀବନର ଗୁଣାତ୍ମକ ପରିବର୍ନ କରିବା (ବ୍ୟବହାରିକ ବିଜ୍ଞାନ)
ଞ୍ଚ ମାନବ ଜୀବନର ଶାରୀରିକ, ବୌଦ୍ଧିକ, ସାମାଜିକ, ଭାବାତ୍ମକ, ନୈତିକ ଏବଂ ଆଧ୍ୟାତ୍ମିକ ବିକାଶ କରିବା (ମହାତ୍ମାଗାନ୍ଧୀ)
ଞ୍ଚ ମାନବାତ୍ମାର ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବା ।
ଞ୍ଚ ଜୀବନରେ ସମ୍ପୂର୍ଣ୍ଣତା ପ୍ରାପ୍ତ ହେବା । (ବିବେକାନନ୍ଦ)
ଞ୍ଚ ଅନ୍ଧକାରରୁ (ଅଜ୍ଞାନତା) ଆଲୋକ (ଜ୍ଞାନ) ଅଭିମୁଖେ ନେଇଯିବା (ତମସୋ ମା ଜ୍ୟୋତିର୍ଗମୟ ଋଗ୍ବେଦ)
ଞ୍ଚ ଆତ୍ମା ଓ ପରମାତ୍ମାନୁଭୁତି କରିବା ।
ଞ୍ଚ ମନୁଷ୍ୟର ଆନ୍ତରିକ ଶକ୍ତିଗୁଡ଼ିକୁ ବର୍ହିପ୍ରକାଶ କରିବା (ବିବେକାନନ୍ଦ)
ଞ୍ଚ ବନ୍ଧନରୁ (ଅଜ୍ଞାନତା) ମୁକ୍ତି ପ୍ରଦାନ କରିବା (ସା ବିଦ୍ୟା ଯା ବିମୁକ୍ତୟେ)
ଞ୍ଚ ବିକୃତିରୁ ସଂକୃତି ଅଭିମୁଖେ ନେଇଯିବା ।
ଞ୍ଚ ରୋଗ, ଶୋକ, ଦୁଃଖ, ଅଶାନ୍ତିର ବନ୍ଧନରୁ ମୁକ୍ତ କରିବା ।
ଞ୍ଚ ମାନବକୁ ପ୍ରଜ୍ଞାନ କରି ତା’ର ଜ୍ଞାନନେତ୍ର ଖୋଲିବା ।
ଞ୍ଚ ଜୀବନ ଯାତ୍ରାର ପ୍ରତ୍ୟେକ ମୋଡରେ ଆସୁଥିବା ବିଭିନ୍ନ ଘାତ ପ୍ରତିଘାତକୁ ସାହସର ସହ ଅତିକ୍ରମ କରିବାର ସାମର୍ଥ୍ୟ ପ୍ରଦାନ କରିବା ।
ସାଂପ୍ରତିକ ବିଶ୍ୱ ପରିଦୃଶ୍ୟରେ ଶିକ୍ଷାର ରୂପ
ସମୟର ପରିବର୍ନ ଅନୁସାରେ ଶିକ୍ଷା ଆଦାନ ପ୍ରଦାନ ବିଧିର ପରିବର୍ନ ହୋଇ ଆସୁଛି । ଏତଦ୍ ସହିତ ବ୍ୟକ୍ତିର ସଂସ୍କାର ଅନୁସାରେ ତା’ର ମୂଲ୍ୟବୋଧ ମଧ୍ୟ ହ୍ରାସ ହୋଇ ଆସୁଛି । ସଂପ୍ରତି ରୋଜଗାର ହିଁ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କର ଏକମାତ୍ର ଲକ୍ଷ୍ୟ ହୋଇଛି । ଏଥିପାଇଁ କେହି ଜଣେ କହିଛନ୍ତି । ଋୟଙ୍କମବଗ୍ଧସକ୍ଟଦ୍ଭ ସଗ୍ଦ ଲକ୍ଟକ୍ସ ରଜ୍ଞକ୍ଟ୍ରକ୍ଷକ୍ଟଚ୍ଚଜ୍ଞରଦ୍ଭଗ୍ଧ, ଦ୍ଭକ୍ଟଗ୍ଧ ଲକ୍ଟକ୍ସ ରଜ୍ଞକ୍ଟ୍ରକ୍ଟଙ୍ଗରକ୍ସଜ୍ଞରଦ୍ଭଗ୍ଧ. ଡିଗ୍ରୀ ଏବଂ ପ୍ରମାଣପତ୍ର ପ୍ରାପ୍ତ କରିବା ହିଁ ନିଜର ଲକ୍ଷ୍ୟ ବୋଲି ବିଦ୍ୟାର୍ଥୀ ମନେ କରୁଛି । ନକାରାତ୍ମକ ବୃି, ଭ୍ରାନ୍ତି, ଅନ୍ଧବିଶ୍ୱାସ ଓ ଦ୍ୱନ୍ଦ୍ୱାତ୍ମକ ବୁଦ୍ଧି ହେତୁ ମନୁଷ୍ୟ ବ୍ୟସ୍ତ, ବିବ୍ରତ ଓ ଅଶାନ୍ତିରେ କାଳାତିପାତ କରୁଛି । ଅନନ୍ତ ଇଚ୍ଛା ଓ ଅପେକ୍ଷା ହେତୁ ସେ ପ୍ରତିସ୍ପର୍ଦ୍ଧାର ନିଶାରେ ପଥ ହୁଡ଼ି ଯାଇ ମାନସିକ ·ପ ଗ୍ରସ୍ତ ହୋଇ ପଡ଼ୁଛି । ନିଜକୁ ଅନ୍ୟ ସହିତ ତୁଳନା କରିବା ହେତୁ ସେ ଈର୍ଷା, ନିନ୍ଦା, ଘୃଣା, ବିରୋଧ, ଦ୍ୱେଷ, ସଂଘର୍ଷ ଆଦିରେ ଶୀଘ୍ର ଫସି ଯାଉଛି । ବୃି ନିଜ ଅଧୀନରେ ନ ହେବା କାରଣରୁ ଅହଂକାର, କ୍ରୋଧ, ଲୋଭ, ଆସକ୍ତି, କାମନା, ଭ୍ରମ ଓ ପୂର୍ବାଗ୍ରହ ଗ୍ରସ୍ତହୋଇ ବୁଦ୍ଧିର ଦ୍ୱାର ବନ୍ଦ ହୋଇଯାଇଛି । ଏହି ସବୁରୁ ବିଦ୍ୟା ମୁକ୍ତି ପ୍ରଦାନ କରିଥାଏ । ଏଥିପାଇଁ କୁହାଯାଏ, “ସା ବିଦ୍ୟା ଯା ବିମୁକ୍ତୟେ ।’’ “ବିଦ୍ୟା ଦଦାତି ବିନୟମ୍ ।’’ ଜ୍ଞାନ, ବା ଶିକ୍ଷା ଦ୍ୱାରା ପରିପକ୍ୱତା ଆସେ । ପରିପକ୍ୱ ଫଳ ମଧୁର ଲାଗେ । ବ୍ୟକ୍ତିର ବ୍ୟକ୍ତିତ୍ୱର ବିକାଶ ବା ପରିପକ୍ୱତା ହେଲେ ପ୍ରସନ୍ନତା, ମଧୁରତା, ସୌହାର୍ଦ୍ଧତା, ସହନଶୀଳତା, ସେବା, ପରୋପକାରିତା ଇତ୍ୟାଦି ମୂଲ୍ୟଗୁଡ଼ିକ ବ୍ୟବହାରିକ ଜୀବନରେ ପରିସ୍ଫୁଟ ହୁଏ ।
ଭାରତ ଇତିହାସର ପୃଷ୍ଠା ଉନ୍ମୋଚନ କଲେ ଏକ ଆଦର୍ଶ ଶିକ୍ଷା ପଦ୍ଧତିର ଦର୍ଶନ ହୁଏ । ପ୍ରାଚୀନ କାଳରେ “ଗୁରୁକୂଳ’’ ପ୍ରଣାଳୀ ପ୍ରଚଳିତ ଥିଲା । ବିଦ୍ୟାର୍ଥୀମାନଙ୍କୁ ଗୁରୁଙ୍କ ନିକଟକୁ ଯିବାକୁ ପଡ଼ୁଥିଲା । ଗୁରୁଙ୍କ ସାନ୍ନିଧ୍ୟରେ କର୍ମକୁଶଳତା, ଜୀବନପଦ୍ଧତି, ନୈତିକତା, ସର୍ବକାଳୀନ ଧାରଣା ରୂପେ ଶିକ୍ଷା ଦିଆଯାଉଥିଲା । ଗୁରୁଙ୍କ ସ୍ଥାନ ମାତା ପିତା ଏବଂ ରାଜାଙ୍କଠାରୁ ମଧ୍ୟ ଉଚ୍ଚ ଥିଲା । ଭାଗବତରେ କୁହାଯାଇଛି, “ଗୁରୁଙ୍କୁ ନ ମଣିବ ନର; ଗୁରୁଟି ସାକ୍ଷାତେ ଈଶ୍ୱର ।’’ ଶାସ୍ତ୍ରରେ ଗୁରୁଙ୍କ ବନ୍ଦନା କରାଯାଇଛି, “ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର, ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ ।’’ ଗୁରୁକୁଳ ପ୍ରଣାଳୀରେ ବ୍ୟକ୍ତି ଓ ସମଗ୍ର ମାନବ ସମାଜର ଜୀବନ ବ୍ୟବସ୍ଥାରେ ମୂଲ୍ୟବୋଧର ଆଧିପତ୍ୟ ଥିଲା । ସତ୍ୟ, ଅହିଂସା, ଅପରିଗ୍ରହ, ଅସ୍ତେୟ, ନୀତିମା, ଶାନ୍ତି, ପାରସ୍ପରିକ ସ୍ନେହ ଓ ସେବାଭାବ ଜୀବନର ଏକମାତ୍ର ଧ୍ୟେୟ ଥିଲା । ରାଜା-ପ୍ରଜା-ସାହୁକାର ସମସ୍ତ ଜୀବନ ସନ୍ତୋଷ ରୂପକ ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ ଥିଲା । ବିରୋଧ-ବୈମନସ୍ୟ, ଅଶାନ୍ତି, ପରିଗ୍ରହ, ବ୍ୟଥା-ବେଦନା, ରୋଗ-ଶୋକର ଆଧିପତ୍ୟ ଆଦୌ ନଥିଲା । ସମସ୍ତେ ·ରିତି୍ରକ ଧନରେ ଧନୀ ଥିଲେ । ସମସ୍ତଙ୍କଠାରେ ଶାନ୍ତି, ପ୍ରେମ, ଆନନ୍ଦ ସନ୍ତୁଷ୍ଟତା ଭରପୁର ଥିଲା ।
ଗୁରୁକୁଳ ପ୍ରଣାଳୀରେ ଶିକ୍ଷା ସମାପ୍ତି ପରେ ପ୍ରମାଣ ପତ୍ର ଦେବାର ଆବଶ୍ୟକତା ନଥିଲା । ଗୁରୁ ନିଜ ତୁଲ୍ୟ ବିଦ୍ୟାର୍ଥୀଙ୍କୁ ସୁଯୋଗ୍ୟ କରି ଗୁରୁକୁଳରୁ ବିଦାୟ ଦେଉଥିଲେ । ଗୁରୁଙ୍କ ନାମରେ ଶିଷ୍ୟର ପରିଚୟ ହେଉଥିଲା । ଉଦାହରଣ ସ୍ବରୂପ ଦ୍ରୌଣ ଶିଷ୍ୟ ଅର୍ଜୁନ, ପର୍ଶୁରାମ ଶିଷ୍ୟ କର୍ଣ୍ଣ, ·ଣକ୍ୟ ଶିଷ୍ୟ ଚନ୍ଦ୍ରଗୁପ୍ତ, ରାମକୃଷ୍ଣ ପରମହଂସ ଶିଷ୍ୟ ବିବେକାନନ୍ଦ ଇତ୍ୟାଦି । ଗୁରୁ ରାଜବିଦ୍ୟା, ବ୍ୟବହାର ବିଦ୍ୟା, ଜ୍ୟୋତିଷ ବିଦ୍ୟା, ଶସ୍ତ୍ର ବିଦ୍ୟା ଶିକ୍ଷା ଦେବା ପୂର୍ବରୁ ଧ୍ୟାନ, ପ୍ରାର୍ଥନା, ମୌନ, ତ୍ୟାଗ, ତପସ୍ୟା, ସେବା, ସମାନତା ଇତ୍ୟାଦି ମୂଲ୍ୟ ଗୁଡ଼ିକର ଶିକ୍ଷା ଦେଉଥିଲେ । ରାଜକୁମାର ଏବଂ ସାମାନ୍ୟ ବ୍ରାହ୍ମଣ (କୃଷ୍ଣ-ସୁଦାମା) ବାଳକର ପାଳନ ସମାନ ଭାବରେ ହେଉଥିଲା । ଗୁରୁଙ୍କ ଆଗମନରେ ରାଜା ରାଜ ସିଂହାସନ ତ୍ୟାଗ କରି ଦଣ୍ଡାୟମାନ ହୋଇ ନମନ କରୁଥିଲେ । ଏହି ପରିପ୍ରେକ୍ଷୀରେ ବଶିଷ୍ଠ, ବିଶ୍ୱାମିତ୍ର, ବ୍ୟାସ ଆଦି ମହାନ ଗୁରୁଙ୍କ ନାମ ଉଲ୍ଲେଖନୀୟ । ସେମାନେ ଅଧ୍ୟାତ୍ମ ବିଦ୍ୟା ଦ୍ୱାରା ଜୀବନରେ ମୂଲ୍ୟଗୁଡ଼ିକୁ ଆତ୍ମସାତ୍ କରାଉଥିଲେ । ରାମାୟଣ ଓ ମହାଭାରତ ଗ୍ରନ୍ଥର ସାରାଂଶ ହେଲା ସମଗ୍ର ସମାଜରେ ମୂଲ୍ୟଗୁଡ଼ିକର ବିଜୟ ଓ ମୂଲ୍ୟହୀନ ବ୍ୟକ୍ତିମାନଙ୍କର ପରାଜୟ । ରାଜ୍ୟ ବିକ୍ରମାଦିତ୍ୟଙ୍କ ପ୍ରଜା ବତ୍ସଳତା, ଉଦାହରଣ ଓ ସେବାଭାବ ତଥା ·ଣକ୍ୟଙ୍କ ଦ୍ୱାରା ମୂଲ୍ୟବାନ ରାଜ ସାର ସ୍ଥାପନା କଥା ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣାକ୍ଷରରେ ଲିଖିତ । କଳିଙ୍ଗ ଯୁଦ୍ଧର ବିଭତ୍ସ ଦୃଶ୍ୟ ଦେଖି ଅଶୋକଙ୍କ ପଶ୍ଚାାପ ଓ ବୌଦ୍ଧଧର୍ମ ସ୍ବୀକାର ଉଚ୍ଚ ମୂଲ୍ୟବୋଧର ନିଦର୍ଶନ । ସିଦ୍ଧାର୍ଥ ଗୌତମ ବୁଦ୍ଧ ଓ ମହାବୀର ଉଭୟ ରାଜକୁମାରଙ୍କ ଗୃହତ୍ୟାଗ ଓ ସନ୍ୟାସୀ ଜୀବନ ଯାପନ ସେମାନଙ୍କ ଉଚ୍ଚକୋଟୀର ଆଧ୍ୟାତ୍ମିକ ମୂଲ୍ୟବୋଧର ଦୃଷ୍ଟାନ୍ତ । ରାମକୃଷ୍ଣ ପରମହଂସଙ୍କ ଛାୟାରେ ଆଧ୍ୟାତ୍ମିକ ଜ୍ଞାନ ଦ୍ୱାରା ବିବେକାନନ୍ଦଙ୍କ ପ୍ରତିଭା ପ୍ରସ୍ଫୁଟିତ ହୋଇଥିଲା । ମହର୍ଷି ଅରବିନ୍ଦ, ମହାତ୍ମାଗାନ୍ଧୀ, ରବିନ୍ଦ୍ରନାଥ ଟେଗୋର ଆଦି ମହାନ ବିଭୁତିଗଣ ଆଧ୍ୟାତ୍ମିକତାକୁ ହିଁ ମୂଲ୍ୟ ଶିକ୍ଷାର ସ୍ରୋତ ବୋଲି କହିଛନ୍ତି ।
ବର୍ମାନ ଶିକ୍ଷା ପ୍ରଣାଳୀ ବିଦେଶୀ ଶାସକମାନଙ୍କ ଦାନ । ଭାରତରେ ଇଂରେଜ ଶାସନକୁ ସୁ·ରୁ ରୂପେ ଚଳାଇବା ପାଇଁ ଲର୍ଡ ମ୍ୟାକଲେ କିରାଣୀ (ଉକ୍ଷରକ୍ସଳ) ସୃଷ୍ଟି କରିବା ଉଦ୍ଧେଶ୍ୟରେ ଯେଉଁ ଶିକ୍ଷା ପ୍ରଣାଳୀ ପ୍ରଚଳନ କରିଥିଲେ ତାହା ଆଜି ପର୍ଯ୍ୟନ୍ତ ସ୍ୱାଧୀନ ଭାରତର ସରକାରମାନଙ୍କ ଦ୍ୱାରା ଅନୁସୃତ ହୋଇ ଆସୁଛି । ବିଡ଼ମ୍ବନା ଏହି ଯେ ଆଜି ପର୍ଯ୍ୟନ୍ତ ଭାରତୀୟ ସଂସ୍କୃତି ଆଧାରିତ ଶିକ୍ଷା ପ୍ରଣାଳୀର ବିକାଶ ସ୍ୱାଧୀନତା ପ୍ରାପ୍ତିର ଦୀର୍ଘ ଅବଧି ସେ୍ୱ ମଧ୍ୟ ହୋଇପାରି ନାହିଁ । ସ୍ୱାଧୀନତା ପ୍ରାପ୍ତି ପରେ ରାଧାକୃଷ୍ଣ କମିଶନ, କୋଠରୀ କମିଶନ, ରାଜୀବ ଗାନ୍ଧୀଙ୍କ ଘରଙ୍ଗ ଋୟଙ୍କମବଗ୍ଧସକ୍ଟଦ୍ଭ ଚକ୍ଟକ୍ଷସମଚ୍ଚ (ନୂତନ ଶିକ୍ଷାନୀତି) ଇତ୍ୟାଦି ଦ୍ୱାରା ନୈତିକ ଶିକ୍ଷା ଓ ଯୋଗ ଶିକ୍ଷା ପାଇଁ ଅନେକ ପ୍ରସ୍ତାବ ଦିଆଯାଇଥିଲା । ଏଥିପାଇଁ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା ସେ୍ୱ ମଧ୍ୟ ଚରିତ୍ରବାନ ଓ ମୂଲ୍ୟ ନିଷ୍ଠ ଯୁବାପିଢ଼ିର ଗଠନ ହୋଇପାରି ନାହିଁ ।
ଗୋଟିଏ ବିଶ୍ୱବିଦ୍ୟାଳୟ ପ୍ରତିବର୍ଷ ସହସ୍ରାଧିକ ଡ଼ିଗ୍ରୀଧାରୀ ସୃଷ୍ଟି କରୁଛନ୍ତି, ପରନ୍ତୁ ସେମାନଙ୍କ ମଧ୍ୟରୁ କେତେଜଣ ଚରିତ୍ରବାନ୍, ପ୍ରାମାଣିକ, ନିଷ୍ଠାବାନ, ସେବାଭାବାପନ୍ନ ଓ ପରପୋକାରୀ ଛାତ୍ର ଦେଖାଯାନ୍ତି? ବର୍ମାନର ଶିକ୍ଷା ପ୍ରଣାଳୀର ସମ୍ବନ୍ଧ ଡିଗ୍ରୀ ଓ ·କିରୀ ସହିତ ନିବିଡ଼ ହୋଇଥିବା କାରଣରୁ ଜୀବନ ପ୍ରଣାଳୀ ସହିତ ମୂଲ୍ୟଗୁଡ଼ିକର ସମ୍ବନ୍ଧ ବିଚ୍ଛେଦ ହୋଇଯାଇଛି । ଏହାହିଁ ସମାଜରେ ଦିନକୁ ଦିନ ବୃଦ୍ଧି ପାଉଥିବା କଳହ, କ୍ଳେଶ ଓ ଅଶାନ୍ତିର ମୂଳ କାରଣ ।
ବର୍ମାନର ଯୁବ ପିଢ଼ି ପାଇଁ ଦେଶ କିମ୍ବା ଶିକ୍ଷା ନିକଟରେ କୌଣସି ପ୍ରେରଣାଦାୟୀ ଧ୍ୟେୟ ନାହିଁ । ସେଥିପାଇଁ ଆଜିର ପିଢ଼ି ହତାଶ ଓ ଦିଗହରା । ଆଜିର ଶିକ୍ଷା ଆମ ସଂସ୍କୃତିର ମୂଳ ତ୍ୱରୁ ବିଚ୍ଛିନ୍ନ । ପ୍ରାଚୀନ ଧର୍ମ ଓ ବିଦ୍ୟା ବିଲୁପ୍ତ । ଭୋଗ ପ୍ରଧାନ ପାଶ୍ଚାତ୍ୟ ସଂସ୍କୃତିର ମାୟାବୀ ଆକର୍ଷଣରେ ନୂତନ ପିଢ଼ି ବିମୋହିତ । ୧୯୪୭ମସିହା ପୂର୍ବରୁ ମହାତ୍ମାଗାନ୍ଧିଜୀ ସମଗ୍ର ଦେଶକୁ ସ୍ବତନ୍ତ୍ରତାର ଧ୍ୟେୟ ପ୍ରଦାନ କରିବା ସହିତ ମାର୍ଗ ଦର୍ଶକର ଭୂମିକା ନିର୍ବାହ କରିଥିଲେ । ଆଜି ସେପରି ବଳିଷ୍ଠ ଓ ମୂଲ୍ୟବାନ ନେତୃତ୍ୱ ଦୃଷ୍ଟିଗୋଚର ହୁଏ ନାହିଁ । ରାଜନୀତି, ଧର୍ମ, ଶିକ୍ଷା କ୍ଷେତ୍ରରେ ସଂପୃକ୍ତ ସ୍ବକଥିତ ନେତାଗଣ ମୂଲ୍ୟ ବିହୀନ, ଧର୍ମଭ୍ରଷ୍ଟ ତଥା ଚରିତ୍ରହୀନ । ସେମାନେ କିପରି ଜନସାଧାରଣଙ୍କ ମାର୍ଗ ଦର୍ଶକ ହୋଇପାରିବେ? ଏପରି ଏକ ଘଡି ସନ୍ଧି ମୁହୂର୍ରେ ଏକମାତ୍ର ଆଶାର କିରଣ ହେଉଛି ଶିକ୍ଷାକ୍ଷେତ୍ର ଅର୍ଥାତ୍ ବିଦ୍ୟାଳୟ । ଏହାକୁ ସରସ୍ବତୀଙ୍କ ବାସସ୍ଥାନ କୁହାଯାଏ । ଏଠାରେ ପଢ଼ୁଥିବା ଛୋଟଛୋଟ କୋମଳମତି ବାଳକ ବାଳିକାଗଣ ହେଲେ ଏକ ଏକ ପ୍ରଦୀପ ସ୍ବରୂପ । ସେମାନଙ୍କ ଆତ୍ମାରୂପୀ ପ୍ରଦୀପକୁ ଉମ ବିଦ୍ୟା ଆଧ୍ୟାତ୍ମିକ ଶକ୍ତି ଓ ଜ୍ଞାନ ଦ୍ୱାରା ପ୍ରଜ୍ଜ୍ୱଳିତ କରାଇ ପାରିଲେ ଭାରତ ତା’ର ହୃଢ଼ ଗୌରବ ଫେରି ପାଇ ପୁନଶ୍ଚ ବିଶ୍ୱଗୁରୁର ମର୍ଯ୍ୟାଦା ଲାଭ କରିବ । ଏଥିପାଇଁ ଶିକ୍ଷକଗଣ ମାର୍ଗଦର୍ଶକର ଭୂମିକା ତୁଲାଇବା ଉଚିତ । ସେମାନେ ସ୍ୱୟଂ ମୂଲ୍ୟନିଷ୍ଠ ଓ ଆଧ୍ୟାତ୍ମିକ ଜୀବନ ଯାପନ କରି ବିଦ୍ୟାର୍ଥୀମାନଙ୍କୁ ମୂଲ୍ୟ ଶିକ୍ଷା ପ୍ରଦାନ କଲେ ଅବଶ୍ୟ ତା’ର ପ୍ରଭାବ ପଡ଼ିବ ଓ ଭାରତରେ ସୁଖ ଶାନ୍ତି, ପବିତ୍ରତା ଓ ସମୃଦ୍ଧି ସମ୍ପନ୍ନ ଏକ ସୁଖମୟ ସମାଜର ସ୍ଥାପନା ବା ଗାନ୍ଧିଜୀଙ୍କ ପରିକଳ୍ପିତ ରାମ ରାଜ୍ୟର ସ୍ଥାପନା ସମ୍ଭବ ହୋଇପାରିବ ।
ସମ୍ପାଦକ, ଚେତନା ପ୍ରବାହ
ଶିକ୍ଷାର ଲକ୍ଷ୍ୟ
ସୁଧାଂଶୁ ଶେଖର ମିଶ୍ର
ଶିକ୍ଷାର ଲକ୍ଷ୍ୟ ହେଉଛି;ଞ୍ଚ ମାନବ ଜୀବନର ଗୁଣାତ୍ମକ ପରିବର୍ନ କରିବା (ବ୍ୟବହାରିକ ବିଜ୍ଞାନ)
ଞ୍ଚ ମାନବ ଜୀବନର ଶାରୀରିକ, ବୌଦ୍ଧିକ, ସାମାଜିକ, ଭାବାତ୍ମକ, ନୈତିକ ଏବଂ ଆଧ୍ୟାତ୍ମିକ ବିକାଶ କରିବା (ମହାତ୍ମାଗାନ୍ଧୀ)
ଞ୍ଚ ମାନବାତ୍ମାର ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବା ।
ଞ୍ଚ ଜୀବନରେ ସମ୍ପୂର୍ଣ୍ଣତା ପ୍ରାପ୍ତ ହେବା । (ବିବେକାନନ୍ଦ)
ଞ୍ଚ ଅନ୍ଧକାରରୁ (ଅଜ୍ଞାନତା) ଆଲୋକ (ଜ୍ଞାନ) ଅଭିମୁଖେ ନେଇଯିବା (ତମସୋ ମା ଜ୍ୟୋତିର୍ଗମୟ ଋଗ୍ବେଦ)
ଞ୍ଚ ଆତ୍ମା ଓ ପରମାତ୍ମାନୁଭୁତି କରିବା ।
ଞ୍ଚ ମନୁଷ୍ୟର ଆନ୍ତରିକ ଶକ୍ତିଗୁଡ଼ିକୁ ବର୍ହିପ୍ରକାଶ କରିବା (ବିବେକାନନ୍ଦ)
ଞ୍ଚ ବନ୍ଧନରୁ (ଅଜ୍ଞାନତା) ମୁକ୍ତି ପ୍ରଦାନ କରିବା (ସା ବିଦ୍ୟା ଯା ବିମୁକ୍ତୟେ)
ଞ୍ଚ ବିକୃତିରୁ ସଂକୃତି ଅଭିମୁଖେ ନେଇଯିବା ।
ଞ୍ଚ ରୋଗ, ଶୋକ, ଦୁଃଖ, ଅଶାନ୍ତିର ବନ୍ଧନରୁ ମୁକ୍ତ କରିବା ।
ଞ୍ଚ ମାନବକୁ ପ୍ରଜ୍ଞାନ କରି ତା’ର ଜ୍ଞାନନେତ୍ର ଖୋଲିବା ।
ଞ୍ଚ ଜୀବନ ଯାତ୍ରାର ପ୍ରତ୍ୟେକ ମୋଡରେ ଆସୁଥିବା ବିଭିନ୍ନ ଘାତ ପ୍ରତିଘାତକୁ ସାହସର ସହ ଅତିକ୍ରମ କରିବାର ସାମର୍ଥ୍ୟ ପ୍ରଦାନ କରିବା ।
ସାଂପ୍ରତିକ ବିଶ୍ୱ ପରିଦୃଶ୍ୟରେ ଶିକ୍ଷାର ରୂପ
ସମୟର ପରିବର୍ନ ଅନୁସାରେ ଶିକ୍ଷା ଆଦାନ ପ୍ରଦାନ ବିଧିର ପରିବର୍ନ ହୋଇ ଆସୁଛି । ଏତଦ୍ ସହିତ ବ୍ୟକ୍ତିର ସଂସ୍କାର ଅନୁସାରେ ତା’ର ମୂଲ୍ୟବୋଧ ମଧ୍ୟ ହ୍ରାସ ହୋଇ ଆସୁଛି । ସଂପ୍ରତି ରୋଜଗାର ହିଁ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କର ଏକମାତ୍ର ଲକ୍ଷ୍ୟ ହୋଇଛି । ଏଥିପାଇଁ କେହି ଜଣେ କହିଛନ୍ତି । ଋୟଙ୍କମବଗ୍ଧସକ୍ଟଦ୍ଭ ସଗ୍ଦ ଲକ୍ଟକ୍ସ ରଜ୍ଞକ୍ଟ୍ରକ୍ଷକ୍ଟଚ୍ଚଜ୍ଞରଦ୍ଭଗ୍ଧ, ଦ୍ଭକ୍ଟଗ୍ଧ ଲକ୍ଟକ୍ସ ରଜ୍ଞକ୍ଟ୍ରକ୍ଟଙ୍ଗରକ୍ସଜ୍ଞରଦ୍ଭଗ୍ଧ. ଡିଗ୍ରୀ ଏବଂ ପ୍ରମାଣପତ୍ର ପ୍ରାପ୍ତ କରିବା ହିଁ ନିଜର ଲକ୍ଷ୍ୟ ବୋଲି ବିଦ୍ୟାର୍ଥୀ ମନେ କରୁଛି । ନକାରାତ୍ମକ ବୃି, ଭ୍ରାନ୍ତି, ଅନ୍ଧବିଶ୍ୱାସ ଓ ଦ୍ୱନ୍ଦ୍ୱାତ୍ମକ ବୁଦ୍ଧି ହେତୁ ମନୁଷ୍ୟ ବ୍ୟସ୍ତ, ବିବ୍ରତ ଓ ଅଶାନ୍ତିରେ କାଳାତିପାତ କରୁଛି । ଅନନ୍ତ ଇଚ୍ଛା ଓ ଅପେକ୍ଷା ହେତୁ ସେ ପ୍ରତିସ୍ପର୍ଦ୍ଧାର ନିଶାରେ ପଥ ହୁଡ଼ି ଯାଇ ମାନସିକ ·ପ ଗ୍ରସ୍ତ ହୋଇ ପଡ଼ୁଛି । ନିଜକୁ ଅନ୍ୟ ସହିତ ତୁଳନା କରିବା ହେତୁ ସେ ଈର୍ଷା, ନିନ୍ଦା, ଘୃଣା, ବିରୋଧ, ଦ୍ୱେଷ, ସଂଘର୍ଷ ଆଦିରେ ଶୀଘ୍ର ଫସି ଯାଉଛି । ବୃି ନିଜ ଅଧୀନରେ ନ ହେବା କାରଣରୁ ଅହଂକାର, କ୍ରୋଧ, ଲୋଭ, ଆସକ୍ତି, କାମନା, ଭ୍ରମ ଓ ପୂର୍ବାଗ୍ରହ ଗ୍ରସ୍ତହୋଇ ବୁଦ୍ଧିର ଦ୍ୱାର ବନ୍ଦ ହୋଇଯାଇଛି । ଏହି ସବୁରୁ ବିଦ୍ୟା ମୁକ୍ତି ପ୍ରଦାନ କରିଥାଏ । ଏଥିପାଇଁ କୁହାଯାଏ, “ସା ବିଦ୍ୟା ଯା ବିମୁକ୍ତୟେ ।’’ “ବିଦ୍ୟା ଦଦାତି ବିନୟମ୍ ।’’ ଜ୍ଞାନ, ବା ଶିକ୍ଷା ଦ୍ୱାରା ପରିପକ୍ୱତା ଆସେ । ପରିପକ୍ୱ ଫଳ ମଧୁର ଲାଗେ । ବ୍ୟକ୍ତିର ବ୍ୟକ୍ତିତ୍ୱର ବିକାଶ ବା ପରିପକ୍ୱତା ହେଲେ ପ୍ରସନ୍ନତା, ମଧୁରତା, ସୌହାର୍ଦ୍ଧତା, ସହନଶୀଳତା, ସେବା, ପରୋପକାରିତା ଇତ୍ୟାଦି ମୂଲ୍ୟଗୁଡ଼ିକ ବ୍ୟବହାରିକ ଜୀବନରେ ପରିସ୍ଫୁଟ ହୁଏ ।
ଭାରତ ଇତିହାସର ପୃଷ୍ଠା ଉନ୍ମୋଚନ କଲେ ଏକ ଆଦର୍ଶ ଶିକ୍ଷା ପଦ୍ଧତିର ଦର୍ଶନ ହୁଏ । ପ୍ରାଚୀନ କାଳରେ “ଗୁରୁକୂଳ’’ ପ୍ରଣାଳୀ ପ୍ରଚଳିତ ଥିଲା । ବିଦ୍ୟାର୍ଥୀମାନଙ୍କୁ ଗୁରୁଙ୍କ ନିକଟକୁ ଯିବାକୁ ପଡ଼ୁଥିଲା । ଗୁରୁଙ୍କ ସାନ୍ନିଧ୍ୟରେ କର୍ମକୁଶଳତା, ଜୀବନପଦ୍ଧତି, ନୈତିକତା, ସର୍ବକାଳୀନ ଧାରଣା ରୂପେ ଶିକ୍ଷା ଦିଆଯାଉଥିଲା । ଗୁରୁଙ୍କ ସ୍ଥାନ ମାତା ପିତା ଏବଂ ରାଜାଙ୍କଠାରୁ ମଧ୍ୟ ଉଚ୍ଚ ଥିଲା । ଭାଗବତରେ କୁହାଯାଇଛି, “ଗୁରୁଙ୍କୁ ନ ମଣିବ ନର; ଗୁରୁଟି ସାକ୍ଷାତେ ଈଶ୍ୱର ।’’ ଶାସ୍ତ୍ରରେ ଗୁରୁଙ୍କ ବନ୍ଦନା କରାଯାଇଛି, “ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର, ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ ।’’ ଗୁରୁକୁଳ ପ୍ରଣାଳୀରେ ବ୍ୟକ୍ତି ଓ ସମଗ୍ର ମାନବ ସମାଜର ଜୀବନ ବ୍ୟବସ୍ଥାରେ ମୂଲ୍ୟବୋଧର ଆଧିପତ୍ୟ ଥିଲା । ସତ୍ୟ, ଅହିଂସା, ଅପରିଗ୍ରହ, ଅସ୍ତେୟ, ନୀତିମା, ଶାନ୍ତି, ପାରସ୍ପରିକ ସ୍ନେହ ଓ ସେବାଭାବ ଜୀବନର ଏକମାତ୍ର ଧ୍ୟେୟ ଥିଲା । ରାଜା-ପ୍ରଜା-ସାହୁକାର ସମସ୍ତ ଜୀବନ ସନ୍ତୋଷ ରୂପକ ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ ଥିଲା । ବିରୋଧ-ବୈମନସ୍ୟ, ଅଶାନ୍ତି, ପରିଗ୍ରହ, ବ୍ୟଥା-ବେଦନା, ରୋଗ-ଶୋକର ଆଧିପତ୍ୟ ଆଦୌ ନଥିଲା । ସମସ୍ତେ ·ରିତି୍ରକ ଧନରେ ଧନୀ ଥିଲେ । ସମସ୍ତଙ୍କଠାରେ ଶାନ୍ତି, ପ୍ରେମ, ଆନନ୍ଦ ସନ୍ତୁଷ୍ଟତା ଭରପୁର ଥିଲା ।
ଗୁରୁକୁଳ ପ୍ରଣାଳୀରେ ଶିକ୍ଷା ସମାପ୍ତି ପରେ ପ୍ରମାଣ ପତ୍ର ଦେବାର ଆବଶ୍ୟକତା ନଥିଲା । ଗୁରୁ ନିଜ ତୁଲ୍ୟ ବିଦ୍ୟାର୍ଥୀଙ୍କୁ ସୁଯୋଗ୍ୟ କରି ଗୁରୁକୁଳରୁ ବିଦାୟ ଦେଉଥିଲେ । ଗୁରୁଙ୍କ ନାମରେ ଶିଷ୍ୟର ପରିଚୟ ହେଉଥିଲା । ଉଦାହରଣ ସ୍ବରୂପ ଦ୍ରୌଣ ଶିଷ୍ୟ ଅର୍ଜୁନ, ପର୍ଶୁରାମ ଶିଷ୍ୟ କର୍ଣ୍ଣ, ·ଣକ୍ୟ ଶିଷ୍ୟ ଚନ୍ଦ୍ରଗୁପ୍ତ, ରାମକୃଷ୍ଣ ପରମହଂସ ଶିଷ୍ୟ ବିବେକାନନ୍ଦ ଇତ୍ୟାଦି । ଗୁରୁ ରାଜବିଦ୍ୟା, ବ୍ୟବହାର ବିଦ୍ୟା, ଜ୍ୟୋତିଷ ବିଦ୍ୟା, ଶସ୍ତ୍ର ବିଦ୍ୟା ଶିକ୍ଷା ଦେବା ପୂର୍ବରୁ ଧ୍ୟାନ, ପ୍ରାର୍ଥନା, ମୌନ, ତ୍ୟାଗ, ତପସ୍ୟା, ସେବା, ସମାନତା ଇତ୍ୟାଦି ମୂଲ୍ୟ ଗୁଡ଼ିକର ଶିକ୍ଷା ଦେଉଥିଲେ । ରାଜକୁମାର ଏବଂ ସାମାନ୍ୟ ବ୍ରାହ୍ମଣ (କୃଷ୍ଣ-ସୁଦାମା) ବାଳକର ପାଳନ ସମାନ ଭାବରେ ହେଉଥିଲା । ଗୁରୁଙ୍କ ଆଗମନରେ ରାଜା ରାଜ ସିଂହାସନ ତ୍ୟାଗ କରି ଦଣ୍ଡାୟମାନ ହୋଇ ନମନ କରୁଥିଲେ । ଏହି ପରିପ୍ରେକ୍ଷୀରେ ବଶିଷ୍ଠ, ବିଶ୍ୱାମିତ୍ର, ବ୍ୟାସ ଆଦି ମହାନ ଗୁରୁଙ୍କ ନାମ ଉଲ୍ଲେଖନୀୟ । ସେମାନେ ଅଧ୍ୟାତ୍ମ ବିଦ୍ୟା ଦ୍ୱାରା ଜୀବନରେ ମୂଲ୍ୟଗୁଡ଼ିକୁ ଆତ୍ମସାତ୍ କରାଉଥିଲେ । ରାମାୟଣ ଓ ମହାଭାରତ ଗ୍ରନ୍ଥର ସାରାଂଶ ହେଲା ସମଗ୍ର ସମାଜରେ ମୂଲ୍ୟଗୁଡ଼ିକର ବିଜୟ ଓ ମୂଲ୍ୟହୀନ ବ୍ୟକ୍ତିମାନଙ୍କର ପରାଜୟ । ରାଜ୍ୟ ବିକ୍ରମାଦିତ୍ୟଙ୍କ ପ୍ରଜା ବତ୍ସଳତା, ଉଦାହରଣ ଓ ସେବାଭାବ ତଥା ·ଣକ୍ୟଙ୍କ ଦ୍ୱାରା ମୂଲ୍ୟବାନ ରାଜ ସାର ସ୍ଥାପନା କଥା ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣାକ୍ଷରରେ ଲିଖିତ । କଳିଙ୍ଗ ଯୁଦ୍ଧର ବିଭତ୍ସ ଦୃଶ୍ୟ ଦେଖି ଅଶୋକଙ୍କ ପଶ୍ଚାାପ ଓ ବୌଦ୍ଧଧର୍ମ ସ୍ବୀକାର ଉଚ୍ଚ ମୂଲ୍ୟବୋଧର ନିଦର୍ଶନ । ସିଦ୍ଧାର୍ଥ ଗୌତମ ବୁଦ୍ଧ ଓ ମହାବୀର ଉଭୟ ରାଜକୁମାରଙ୍କ ଗୃହତ୍ୟାଗ ଓ ସନ୍ୟାସୀ ଜୀବନ ଯାପନ ସେମାନଙ୍କ ଉଚ୍ଚକୋଟୀର ଆଧ୍ୟାତ୍ମିକ ମୂଲ୍ୟବୋଧର ଦୃଷ୍ଟାନ୍ତ । ରାମକୃଷ୍ଣ ପରମହଂସଙ୍କ ଛାୟାରେ ଆଧ୍ୟାତ୍ମିକ ଜ୍ଞାନ ଦ୍ୱାରା ବିବେକାନନ୍ଦଙ୍କ ପ୍ରତିଭା ପ୍ରସ୍ଫୁଟିତ ହୋଇଥିଲା । ମହର୍ଷି ଅରବିନ୍ଦ, ମହାତ୍ମାଗାନ୍ଧୀ, ରବିନ୍ଦ୍ରନାଥ ଟେଗୋର ଆଦି ମହାନ ବିଭୁତିଗଣ ଆଧ୍ୟାତ୍ମିକତାକୁ ହିଁ ମୂଲ୍ୟ ଶିକ୍ଷାର ସ୍ରୋତ ବୋଲି କହିଛନ୍ତି ।
ବର୍ମାନ ଶିକ୍ଷା ପ୍ରଣାଳୀ ବିଦେଶୀ ଶାସକମାନଙ୍କ ଦାନ । ଭାରତରେ ଇଂରେଜ ଶାସନକୁ ସୁ·ରୁ ରୂପେ ଚଳାଇବା ପାଇଁ ଲର୍ଡ ମ୍ୟାକଲେ କିରାଣୀ (ଉକ୍ଷରକ୍ସଳ) ସୃଷ୍ଟି କରିବା ଉଦ୍ଧେଶ୍ୟରେ ଯେଉଁ ଶିକ୍ଷା ପ୍ରଣାଳୀ ପ୍ରଚଳନ କରିଥିଲେ ତାହା ଆଜି ପର୍ଯ୍ୟନ୍ତ ସ୍ୱାଧୀନ ଭାରତର ସରକାରମାନଙ୍କ ଦ୍ୱାରା ଅନୁସୃତ ହୋଇ ଆସୁଛି । ବିଡ଼ମ୍ବନା ଏହି ଯେ ଆଜି ପର୍ଯ୍ୟନ୍ତ ଭାରତୀୟ ସଂସ୍କୃତି ଆଧାରିତ ଶିକ୍ଷା ପ୍ରଣାଳୀର ବିକାଶ ସ୍ୱାଧୀନତା ପ୍ରାପ୍ତିର ଦୀର୍ଘ ଅବଧି ସେ୍ୱ ମଧ୍ୟ ହୋଇପାରି ନାହିଁ । ସ୍ୱାଧୀନତା ପ୍ରାପ୍ତି ପରେ ରାଧାକୃଷ୍ଣ କମିଶନ, କୋଠରୀ କମିଶନ, ରାଜୀବ ଗାନ୍ଧୀଙ୍କ ଘରଙ୍ଗ ଋୟଙ୍କମବଗ୍ଧସକ୍ଟଦ୍ଭ ଚକ୍ଟକ୍ଷସମଚ୍ଚ (ନୂତନ ଶିକ୍ଷାନୀତି) ଇତ୍ୟାଦି ଦ୍ୱାରା ନୈତିକ ଶିକ୍ଷା ଓ ଯୋଗ ଶିକ୍ଷା ପାଇଁ ଅନେକ ପ୍ରସ୍ତାବ ଦିଆଯାଇଥିଲା । ଏଥିପାଇଁ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା ସେ୍ୱ ମଧ୍ୟ ଚରିତ୍ରବାନ ଓ ମୂଲ୍ୟ ନିଷ୍ଠ ଯୁବାପିଢ଼ିର ଗଠନ ହୋଇପାରି ନାହିଁ ।
ଗୋଟିଏ ବିଶ୍ୱବିଦ୍ୟାଳୟ ପ୍ରତିବର୍ଷ ସହସ୍ରାଧିକ ଡ଼ିଗ୍ରୀଧାରୀ ସୃଷ୍ଟି କରୁଛନ୍ତି, ପରନ୍ତୁ ସେମାନଙ୍କ ମଧ୍ୟରୁ କେତେଜଣ ଚରିତ୍ରବାନ୍, ପ୍ରାମାଣିକ, ନିଷ୍ଠାବାନ, ସେବାଭାବାପନ୍ନ ଓ ପରପୋକାରୀ ଛାତ୍ର ଦେଖାଯାନ୍ତି? ବର୍ମାନର ଶିକ୍ଷା ପ୍ରଣାଳୀର ସମ୍ବନ୍ଧ ଡିଗ୍ରୀ ଓ ·କିରୀ ସହିତ ନିବିଡ଼ ହୋଇଥିବା କାରଣରୁ ଜୀବନ ପ୍ରଣାଳୀ ସହିତ ମୂଲ୍ୟଗୁଡ଼ିକର ସମ୍ବନ୍ଧ ବିଚ୍ଛେଦ ହୋଇଯାଇଛି । ଏହାହିଁ ସମାଜରେ ଦିନକୁ ଦିନ ବୃଦ୍ଧି ପାଉଥିବା କଳହ, କ୍ଳେଶ ଓ ଅଶାନ୍ତିର ମୂଳ କାରଣ ।
ବର୍ମାନର ଯୁବ ପିଢ଼ି ପାଇଁ ଦେଶ କିମ୍ବା ଶିକ୍ଷା ନିକଟରେ କୌଣସି ପ୍ରେରଣାଦାୟୀ ଧ୍ୟେୟ ନାହିଁ । ସେଥିପାଇଁ ଆଜିର ପିଢ଼ି ହତାଶ ଓ ଦିଗହରା । ଆଜିର ଶିକ୍ଷା ଆମ ସଂସ୍କୃତିର ମୂଳ ତ୍ୱରୁ ବିଚ୍ଛିନ୍ନ । ପ୍ରାଚୀନ ଧର୍ମ ଓ ବିଦ୍ୟା ବିଲୁପ୍ତ । ଭୋଗ ପ୍ରଧାନ ପାଶ୍ଚାତ୍ୟ ସଂସ୍କୃତିର ମାୟାବୀ ଆକର୍ଷଣରେ ନୂତନ ପିଢ଼ି ବିମୋହିତ । ୧୯୪୭ମସିହା ପୂର୍ବରୁ ମହାତ୍ମାଗାନ୍ଧିଜୀ ସମଗ୍ର ଦେଶକୁ ସ୍ବତନ୍ତ୍ରତାର ଧ୍ୟେୟ ପ୍ରଦାନ କରିବା ସହିତ ମାର୍ଗ ଦର୍ଶକର ଭୂମିକା ନିର୍ବାହ କରିଥିଲେ । ଆଜି ସେପରି ବଳିଷ୍ଠ ଓ ମୂଲ୍ୟବାନ ନେତୃତ୍ୱ ଦୃଷ୍ଟିଗୋଚର ହୁଏ ନାହିଁ । ରାଜନୀତି, ଧର୍ମ, ଶିକ୍ଷା କ୍ଷେତ୍ରରେ ସଂପୃକ୍ତ ସ୍ବକଥିତ ନେତାଗଣ ମୂଲ୍ୟ ବିହୀନ, ଧର୍ମଭ୍ରଷ୍ଟ ତଥା ଚରିତ୍ରହୀନ । ସେମାନେ କିପରି ଜନସାଧାରଣଙ୍କ ମାର୍ଗ ଦର୍ଶକ ହୋଇପାରିବେ? ଏପରି ଏକ ଘଡି ସନ୍ଧି ମୁହୂର୍ରେ ଏକମାତ୍ର ଆଶାର କିରଣ ହେଉଛି ଶିକ୍ଷାକ୍ଷେତ୍ର ଅର୍ଥାତ୍ ବିଦ୍ୟାଳୟ । ଏହାକୁ ସରସ୍ବତୀଙ୍କ ବାସସ୍ଥାନ କୁହାଯାଏ । ଏଠାରେ ପଢ଼ୁଥିବା ଛୋଟଛୋଟ କୋମଳମତି ବାଳକ ବାଳିକାଗଣ ହେଲେ ଏକ ଏକ ପ୍ରଦୀପ ସ୍ବରୂପ । ସେମାନଙ୍କ ଆତ୍ମାରୂପୀ ପ୍ରଦୀପକୁ ଉମ ବିଦ୍ୟା ଆଧ୍ୟାତ୍ମିକ ଶକ୍ତି ଓ ଜ୍ଞାନ ଦ୍ୱାରା ପ୍ରଜ୍ଜ୍ୱଳିତ କରାଇ ପାରିଲେ ଭାରତ ତା’ର ହୃଢ଼ ଗୌରବ ଫେରି ପାଇ ପୁନଶ୍ଚ ବିଶ୍ୱଗୁରୁର ମର୍ଯ୍ୟାଦା ଲାଭ କରିବ । ଏଥିପାଇଁ ଶିକ୍ଷକଗଣ ମାର୍ଗଦର୍ଶକର ଭୂମିକା ତୁଲାଇବା ଉଚିତ । ସେମାନେ ସ୍ୱୟଂ ମୂଲ୍ୟନିଷ୍ଠ ଓ ଆଧ୍ୟାତ୍ମିକ ଜୀବନ ଯାପନ କରି ବିଦ୍ୟାର୍ଥୀମାନଙ୍କୁ ମୂଲ୍ୟ ଶିକ୍ଷା ପ୍ରଦାନ କଲେ ଅବଶ୍ୟ ତା’ର ପ୍ରଭାବ ପଡ଼ିବ ଓ ଭାରତରେ ସୁଖ ଶାନ୍ତି, ପବିତ୍ରତା ଓ ସମୃଦ୍ଧି ସମ୍ପନ୍ନ ଏକ ସୁଖମୟ ସମାଜର ସ୍ଥାପନା ବା ଗାନ୍ଧିଜୀଙ୍କ ପରିକଳ୍ପିତ ରାମ ରାଜ୍ୟର ସ୍ଥାପନା ସମ୍ଭବ ହୋଇପାରିବ ।
ସମ୍ପାଦକ, ଚେତନା ପ୍ରବାହ
ସମର୍ଥିତ ଓ ବ୍ୟବହୃତ ମୂଲ୍ୟ
ଡାକ୍ତର ସୁଧାଂଶୁ ଶେଖର ମିଶ୍ରଜଣେ ବ୍ୟକ୍ତି କୌଣସି ମୂଲ୍ୟକୁ ଦୈନନ୍ଦିନ ଜୀବନରେ ଧାରଣ ଯୋଗ୍ୟ ମନେ କଲେ ତାହା ତା’ପାଇଁ ସମର୍ଥିତ ମୂଲ୍ୟ (Espoused Value)) ଅଟେ । କୌଣସି ମୂଲ୍ୟ ବିଷୟରେ କହିବା ଓ ତାକୁ ସମର୍ଥନ କରିବା ସହଜ କଥା କିନ୍ତୁ ତାହା ବ୍ୟବହାରିକ ଜୀବନରେ ପ୍ରୟୋଗ କରିବା କଷ୍ଟକର ବ୍ୟାପାର । ସାଧାରଣତଃ ଦେଖାଯାଏ ଯେ ଅନେକ ନିଜ ସମର୍ଥିତ ମୂଲ୍ୟକୁ ବ୍ୟବହାରିକ ଜୀବନରେ ଧାରଣ ନ କରି ଓହରି ଯାଆନ୍ତି । ତେଣୁ ସମର୍ଥିତ ଓ ବ୍ୟବହୃତ ମୂଲ୍ୟ (Applied value) ମଧ୍ୟରେ ଅନ୍ତର ପରିଲକ୍ଷିତ ହୁଏ ।
ପୂର୍ବାଗ୍ରହ ବଶତଃ ବ୍ୟକ୍ତି ସମର୍ଥିତ ମୂଲ୍ୟ ଧାରଣ ପାଇଁ ସକ୍ଷମ ହୁଏ ନାହିଁ । ବିନମ୍ରତା, ପ୍ରେମ, ଶାନ୍ତି, ଦୟା ଆଦି ମୂଲ୍ୟ ବିଷୟରେ ଅନ୍ୟକୁ ଉପଦେଶ ଦେଉଥିବା ବ୍ୟକ୍ତି ସ୍ବୟଂ ନିଜ ଜୀବନରେ ଧାରଣ କରନ୍ତି ନାହିଁ । ଅନେକେ ଏହି ମୂଲ୍ୟଗୁଡ଼ିକୁ ସମର୍ଥନ କରନ୍ତି କିନ୍ତୁ ପୂର୍ବାଗ୍ରହ ହେତୁ କାର୍ଯ୍ୟ ବ୍ୟବହାରରେ ଏଗୁଡ଼ିକର ବିପରୀତ ଆଚରଣ କରନ୍ତି । ପୂର୍ବାଗ୍ରହ ଯୁକ୍ତ ବ୍ୟକ୍ତିର ଜ୍ଞାନ ନେତ୍ର ଖୋଲେ ନାହିଁ । ଏଭଳି ବ୍ୟକ୍ତି ସତ୍ୟ ଦର୍ଶନ କରିପାରନ୍ତି ନାହିଁ । ସେମାନେ ବାସ୍ତବିକତାକୁ ଉପେକ୍ଷା କରନ୍ତି । ପୂର୍ବାଗ୍ରହ ବଶତଃ କୌଣସି ସମର୍ଥିତ ମୂଲ୍ୟ ଯଦି ସେମାନେ ଧାରଣ କରନ୍ତି ନାହିଁ ତେବେ ତାର ସପକ୍ଷରେ ନାନା ପ୍ରକାର ପାଣ୍ଡିତ୍ୟପୂର୍ଣ୍ଣ ଯୁକ୍ତି ଉପସ୍ଥାପନ କରନ୍ତି । ଏହି ବୌଦ୍ଧିକ ·ତୁର୍ଯ୍ୟ ସେମାନଙ୍କ ବ୍ୟବହାରରେ ବିସଙ୍ଗତି ସୃଷ୍ଟି କରେ । ସେମାନେ ଯାହା କହନ୍ତି କାର୍ଯ୍ୟ ବେଳେ ଠିକ ଓଲଟା କରନ୍ତି । କେତେକ ବ୍ୟକ୍ତି ମୂଲ୍ୟ ବିଷୟରେ ଭ୍ରମ ଧାରଣା ପୋଷଣ କରନ୍ତି । ସେମାନଙ୍କ ଧାରଣା ଯେ ମୂଲ୍ୟ ଗୁଡ଼ିକୁ ଧାରଣା କରିବା ଆଜିର ଦୁନିଆରେ ସମ୍ଭବ ନୁହେଁ । କେହି କେହି ଏଗୁଡ଼ିକୁ ଧାରଣ କରିବା ଦୁର୍ବଳତାର ପରି·ୟକ ମନେ କରନ୍ତି ।
ମୂଲ୍ୟଗୁଡ଼ିକୁ ଧାରଣ କରିବା ବେଳେ ସନ୍ତୁଳନ ଓ ସ୍ପଷ୍ଟତା ଆବଶ୍ୟକ । ଅନ୍ୟଥା ଜଣେ ଭୁଲ ନିର୍ଣ୍ଣୟ ନେଇ ପାରେ ଅଥବା ମୂର୍ଖତା ପୂର୍ଣ୍ଣ କର୍ମ କରିପାରେ । ଦଣ୍ଡିବା ଶକ୍ତି ଥିବା ବ୍ୟକ୍ତି ପାଖରେ କ୍ଷମା ଗୁଣ ରହିଲେ ସେ ଯଥାର୍ଥ ନ୍ୟାୟ ଦେବାରେ ସକ୍ଷମ ହୁଅନ୍ତି । ଏ ପ୍ରସଙ୍ଗରେ ଜଗନ୍ନାଥ ଦାସ କୃତ ଭାଗବତ ପମ ସ୍କନ୍ଧ ଏକାଦଶ ଅଧ୍ୟାୟର ଦ୍ୱିତୀୟ ଓ ତୃତୀୟ ପଦରେ ଥିବା ପଂକ୍ତି, “ଦଣ୍ଡିବା ଶକ୍ତି ଯା’ର ଥାଇ ସେ ଯେବେ କ୍ଷମା ଆଚରଇ, ସାଧୁଙ୍କ ଶ୍ରେଷ୍ଠ ସେହୁ ନର । ସୁଖ ଦୁଃଖରୁ ସେ ବାହାର,’’ ପ୍ରଣିଧାନ ଯୋଗ୍ୟ । ତେଣୁ ଯଥାର୍ଥ ନ୍ୟାୟ ପାଇଁ ନିୟମ ଓ କରୁଣାର ସନ୍ତୁଳନ ହେବା ଆବଶ୍ୟକ । କେତେବେଳେ ଦୃଢ଼ତା ଓ କେଉଁ ସମୟରେ ନରମ ପଣିଆ ଦେଖାଇବା କଥା ସେଥିପାଇଁ ପୂର୍ବାଗ୍ରହ ମୁକ୍ତ ବୁଦ୍ଧି ଦରକାର । ବୋଧ ଶକ୍ତିର ବିକାଶ ଓ ଅନୁଭବ ଦ୍ୱାରା ବ୍ୟକ୍ତି ଉଚିତ ନିର୍ଣ୍ଣୟ ନେବାରେ ସକ୍ଷମ ହୁଏ । ସ୍ବାଦ ବିଷୟରେ କୋମଳତା ଓ ସିଦ୍ଧାନ୍ତ ବିଷୟରେ ଦୃଢ଼ତା ପ୍ରଦର୍ଶନ ଏକ ଉମ ନିୟମ ବୋଲି ସ୍ବୀକାର କରାଯାଏ ।
କୌଣସି ଗୋଟିଏ ମୂଲ୍ୟକୁ ଯଦି ଜଣେ ସଚ୍ଚୋଟତା ପୂର୍ବକ ଧାରଣ କରନ୍ତି ତେବେ ଅନ୍ୟ ମୂଲ୍ୟ ଗୁଡ଼ିକ ମଧ୍ୟ ତାଙ୍କ ମଧ୍ୟରେ ସ୍ବତଃ ପରିସ୍ଫୁଟ ହୁଏ । କାରଣ ମୂଲ୍ୟ ଗୁଡ଼ିକ ପରସ୍ପର ନିର୍ଭରଶୀଳ । ଯଦି ଜଣେ କୌଣସି ମୂଲ୍ୟ ଧାରଣ କରି ମଧ୍ୟ ତାଙ୍କ ଜୀବନରେ ବିଭିନ୍ନ ସୁଗୁଣ ପରିସ୍ଫୁଟ ହେଉ ନାହିଁ ତେବେ ସଂପୃକ୍ତ ମୂଲ୍ୟ ପ୍ରତି ତାଙ୍କର ସ୍ପଷ୍ଟ ଧାରଣା ନାହିଁ ବୋଲି ବୁଝିବାକୁ ହେବ । ଏପରି କ୍ଷେତ୍ରରେ ସୂକ୍ଷ୍ମ ଆତ୍ମାନୁଶୀଳନ ଦରକାର । ବିଚାର ଅନୁରୂପ ଆ·ର ହୁଏ । ମନରେ ଉପôନ୍ନ ପ୍ରତ୍ୟେକ ବିଚାରର ସୂକ୍ଷ୍ମ ଅନୁଶୀଳନ ଦ୍ୱାରା ବିଭିନ୍ନ ମୂଲ୍ୟର ଯଥାର୍ଥ ମୂଲ୍ୟାଙ୍କନ କରାଯାଇପାରେ । ଜୀବନରେ ନୂଆ ନୂଆ ମୂଲ୍ୟର ଉପôି ହିଁ ମୂଲ୍ୟ ପ୍ରତି ଯଥାର୍ଥ ଦୃଷ୍ଟିକୋଣର ପରି·ୟକ । ଏପରି ହେଲେ ବ୍ୟକ୍ତିର କଥା ଓ କର୍ମ ମଧ୍ୟରେ ଅନ୍ତର କ୍ରମଶଃ ହ୍ରାସ ପାଇବାକୁ ଲାଗେ । ନିରବଚ୍ଛିନ୍ନ ପ୍ରୟାସ ଦ୍ୱାରା ଅନ୍ତ ର୍ବିରୋଧ ଓ ବିସଙ୍ଗତି ସମାପ୍ତ କରିବାକୁ ହେବ । ଦୈହିକ ଦୃଷ୍ଟି ପରିହାର କରି ସମସ୍ତଙ୍କୁ ଆତ୍ମିକ ଦୃଷ୍ଟିରେ ଦେଖିଲେ ମୂଲ୍ୟ ଧାରଣ ସହଜ ହୋଇଥାଏ ।
ସମ୍ପାଦକ, ଚେତନା ପ୍ରବାହ, ଶିବଶକ୍ତି ହୋମିଓ ସେବା ସଦନ
ପାଟଣାଗଡ଼- ୭୬୭ଠ୨୫, ଜି: ବଲାଙ୍ଗିର
ମୋ: ୯୪୩୭୨୧ଠ୨୯୬
ନୈତିକ ମୂଲ୍ୟ - ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର
ନୈତିକ ମୂଲ୍ୟ
ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର
ନୈତିକତା ହେଉଛି ପ୍ରତ୍ୟେକ ରାଷ୍ଟ୍ରର ପ୍ରକୃତ ସମ୍ପି । ଏହା ହେଉଛି ଶାନ୍ତିର ଜନନୀ । ସମାଜରେ ପ୍ରକୃତ ଶାନ୍ତି ଓ ସ୍ଥାୟୀ କଲ୍ୟାଣ ପାଇଁ ନୈତିକ ମୂଲ୍ୟ ଧାରଣ କରିବା ଆବଶ୍ୟକ । କାରଣ ସମାଜରୁ ଉଶୃଙ୍ଖଳତା, ସ୍ବେଚ୍ଛା·ରିତ, ଭ୍ରଷ୍ଟାଋର, ହିଂସା, କଳହ, ହ୍ୱେଷ ଆଦି ଅପରାଧ ସ୍ଥାୟୀ ଭାବରେ ଦ୍ୱର କରିବା ପାଇଁ ନୈତିକତାହିଁ ଏକମାତ୍ର ବିକଳ୍ପ । ପର୍ଯ୍ୟବେଷଣରୁ ଜଣାଯାଉଛି ଯେ ନୈତିକ ଶିକ୍ଷାର ପ୍ରଭାବ ବିଶ୍ୱବିଦ୍ୟାଳୟ ର ମହାବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀ ଅପେକ୍ଷା ବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀ ଉପରେ ବେଶୀ ପଡେ । ତେଣୁ ପ୍ରାଥମିକ ସ୍ତରର ନୈତିକ ଶିକ୍ଷାକୁ ଅନିକାର୍ଯ୍ୟ କରିବା ପାଇଁ ଶିକ୍ଷା ନୀତିରେ ବ୍ୟବସ୍ଥା ହେଉଛି ଆବଶ୍ୟକ । ନୈତିକ ଶିକ୍ଷାବିନା ·ରିତ୍ରିକ ବିକାଶ ସମ୍ଭବ ନୁହେଁ, ବାଲ୍ୟକାଳ ହିଁ ନୈତିକ ଶିକ୍ଷାର ଉପଯୁକ୍ତ ସମୟ । ଭବିଷ୍ୟତର ମୂଳ ଦୁଆ ଏହି ସମୟରେ ପାଇଯାଏ । ନୈତିକ ମୂଲ୍ୟ ଧାରଣ ଦ୍ୱାରା ଏହି ମୂଳ ଦୁଆ ଦୃଢ଼ ହୁଏ ଓ ବ୍ୟକ୍ତ ସଫଳତାର ସର୍ବୋଚ୍ଚ ଶିଖରରେ ପଦାର୍ପଣ କରିବାକୁ ସକ୍ଷମ ହୋଇଥାଏ । ଏହି ପରିପ୍ରେକ୍ଷମରେ ମହାତ୍ମା ଗାଦ୍ଧୀ, ସ୍ବାମୀ ବିବେକାନନ୍ଦ, ଆଦି ମହାପୁରୁଷଙ୍କ ଦୃଷ୍ଟାନ୍ତ ଉଲ୍ଲେଖନୀୟ ।
ନୈତିକ ମୂଲ୍ୟର ଅର୍ଥ ହେଉଛି ନୀତି ଅନୁରୂପ ବା ନୀତିଯୁକ୍ତ, ସଦ୍ଗୁଣଯୁକ୍ତ ବ୍ୟବହାରିକ ଜୀବନ । ସମସ୍ତଙ୍କ ପ୍ରତି ସଦ୍ବ୍ୟବହାର, ସତ୍ଭାବନା, ଶନ୍ତିପୂର୍ଣ୍ଣ ସହାବସ୍ଥାବ ଆଦି ନୈତିକ ମୂଲ୍ୟ, ପାରିବାରିକ, ସାମାଜିକ ଓ ରାଷ୍ଟ୍ରୀୟ ଏକତା ନୈତିକ ମୂଲ୍ୟ ଅନ୍ତର୍ଗତ । ଉକ୍ତ ପ୍ରସିଦ୍ଧ ଯେ “ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତ ।” ପାରିବାରିକ ସ୍ନେହ ଓ ପ୍ରେମ ଆନ୍ତରିକ ସୁନ୍ଦରତାର ନିଦର୍ଶନ । ଏହା ମଧ୍ୟ ନୈତିକ ମୂଲ୍ୟ ଅଟେ ।ସାଧାରଣତଃ ମନୁଷ୍ୟ ସାଂସାରିକ ଜୀବନରେ ଭୌତିକ ବସ୍ତୁର ପଦାର୍ଥଗୁଡିକୁ ବିଶେଷ ମ୍ୱ ଦେଇଥାଏ । କାରଣ ଏଥିରୁ ସେ ଶାରୀରିକ ସୁଖ ପାଏ । ଏହା ଭୌତିକ ମୂଲ୍ୟ ଓ କ୍ଷଣ ଉଙ୍କୁର । ମହାପୁରୁଷଗଣଙ୍କ ଜୀବନରେ ଭୌତିକତା ଖୁବ୍ କମ ଦେଖିବାକୁ ମିଳେ । ଭୌତିକତାର ମହ୍ୱ ଆବଶ୍ୟକତା ଉପରେ ନିର୍ଭର କରେ । ପାଣି ଓ ସୁନା ମଧ୍ୟରେ ସୁନା ମୂଲ୍ୟବାନ ବସ୍ତୁ । କିନ୍ତୁ ଜଣେ ତୃଷାର୍ହ ପାଇଁ ସୁନା ଅପେକ୍ଷା ପାଣି ବେଶୀ ମୂଲ୍ୟବାନ । ଏହି ମୂଲ୍ୟାକିନ ତାକôାଳିନ ।
ଯଦି ମୂଲ୍ୟଧାରଣାର ଆବଶ୍ୟକତା ଆମେ ଅନୁଭଃ କରୁଛୁଁ ତେବେ ପ୍ରଥମେ ନିଜକୁ ନିଜେ ଯା କରିବା ଉଚିତ ଯେ ନିଜ ଜୀବନରେ ତାହା ଆପଣେଉଛୁ କି? ଆମେ ନିଜ ପ୍ରତି ସନ୍ତୁଷ୍ଟି? ଅନ୍ୟମାନେ ମୋ ଉପରେ ସନ୍ତୁଷ୍ଟ କି? ଭୌତିକତାକୁ ମହ୍ୱ ଦେବା ଫଳରେ ବ୍ୟକ୍ତି ଅର୍ଥ ସର୍ବସ୍ବ ହୋଇପଡେ । ଏହା ଫଳରେ ଅନେକ ପ୍ରକାର ସମସ୍ୟାର କାରଣ ହୁଏ ଏବଂ ଏହାର ପରିମାଣ ସ୍ବରୂପ ଅଶାନ୍ତ, ଓ ଞ୍ଚଞ୍ଚ ଦୁଶ୍ଚିନ୍ତା ତା’ର ମାନସିକ ସ୍ଥିତିକୁ ଭାରାକ୍ରାନ୍ତ କରେ । ସଂସାରରେ ଦେଖାଯାଉଥିବା ସମସ୍ତ ଅତ୍ୟା·ର, ଭ୍ରଷ୍ଟା·ର ଆଦି ଦୁଷ୍କର୍ମର ମୂଳରେ ରହିଛ କୁବି·ର । ମଣିଷର ବି·ର ଅନୁରୂପ ଆ·ର ହୁଏ । ତେଣୁ ମନରେ ନୈତିକ ବି·ର ଉପôନ୍ନ ହେଲେ ସକିୟ ତା’ର ଆ·ର ଓ ବ୍ୟବହାର ସକାରାତ୍ମକ ହୁଏ । ମନୁଷ୍ୟର ମାନ୍ୟତା, ବିଶ୍ୱାସ, ଦୃଷ୍ଟିକୋଣ ଓ ବି·ର ଧାରା ତା’ର ପ୍ରତ୍ୟେକ କର୍ମରେ ପ୍ରତିଫଳିତ ହୁଏ ।
ତା’ର ପ୍ରତେକ କର୍ମରେ ପ୍ରତିଫଳିତ ହୁଏ ।
ଜୀବନର ଲକ୍ଷ୍ୟ ନିର୍ଦ୍ଧାରଣ ସବୁଠାରୁ ବେଶୀ ମହ୍ୱପୂର୍ଣ୍ଣ ବିଷୟ, ସଂପ୍ରତି ସଂସାରରେ ଅଧିକରଣ ଲୋକଙ୍କ ଲକ୍ଷ୍ୟ ଭୌତିକ ମୂଲ୍ୟ ପର୍ଯ୍ୟନ୍ତ ସୀମିତ । ଆହାର, ବିହାର , ନିଦ୍ରା ଓ ମୈଥୁକ ହିଁ ସେମାନଙ୍କ ଏକମାତ୍ର ଧ୍ୟେୟ, କର୍ମ ଅନୁକରଣ ଫଳମିଳେ- ଏହି ସିଦ୍ଧାନ୍ତ କୁ ସେମାନେ ମାନନ୍ତି ନାହିଁ । ସେମାନଙ୍କ ମତ ହେଲା, “ଯାବତ୍ ଜୀବେତ ମୂୁ୍ଖଂ ଜୀବେତ୍, ଋଣକୃତା ଘୃତଂ ପିବେତ୍ । ଇସ୍ମୀଭୂତମ୍ୟ ଦେହମ୍ୟ, ପୁନରାଗମନଂ କୃତଃ?” ଅର୍ଥାତ ଯେତେଦିନ ବଛି, ସୁ୍ଖରେ କାଳତିପାତ କର । ଏଥିପାଇଁ ଯଦି ଋଣ କରିବାକୁ ପଡୁଛି ଦେବେ ମଧ୍ୟ ପଶ୍ଚାତ୍ପଦ ହୁଅ ନାହିଁ । କାରଣ ଏ ଶରୀର ନଷକ ହୋଇଗଲେ ଆଉ ଫେରିବ ନାହିଁ ।’’ ଏହିପରି ଦେହ ସର୍ବସ୍ବ ବ୍ୟକ୍ତି ନିଜ ସ୍ବାର୍ଥ ଓ ଭୌତିକ ସୁଖ ପାଇଁ ଅତ୍ୟନ୍ତ ଜଘନ୍ୟ ଶକ୍ୟ କରିବାକୁ ମଧ୍ୟ ପଛାନ୍ତି ନାହିଁ । ଅନ୍ୟପକ୍ଷରେ ଆତ୍ମା ସଚେତନ ବ୍ୟକ୍ତି ଭୌତିକ ସୁଖର ଅମାରତାକୁ ଅନୁଭବ କରି ନୈତିକ ମୂଲ୍ୟକୁ ମହ୍ୱ ଦେଉଥିବାରୁ ତାଙ୍କ ମଧ୍ୟରେ ସଦ୍ଗୁଣାବଳୀ ବିକାଶ ହୁଏ ।
ଏକାଗ୍ରତା, ଦୃଢ଼ତା, ନିଶ୍ନୟ, ଅକ୍ଳାନ୍ତ ପରିଶ୍ରମ, ନମ୍ରତା, ସହଯୋଗ ଆଦି ନୈତିକ ମୂଲ୍ୟ ଧାରଣ ଜୀବନର ଲକ୍ଷ୍ୟ ହେଲେ ଯୌ କୌଣସି କାର୍ଯ୍ୟ ରେ ସଫଳତା ସହଜ ଲବ୍ଧ ହୋଇଯାଏ । ନୈତିକ ମୂଲ୍ୟଗୁଡିକରେ ହିଁ ଜୀବନ ଯାପନର କଳା ନିହିତ । ନୈତିକ ମୂଲ୍ୟ ଧାରଣ ଦ୍ୱାରା ନିମ୍ନଲିଖିତ ଲାଭ ହୋଇଥାଏ;
୧) ସନ୍ତୁଷ୍ଟତା ପ୍ରାପ୍ତି ୨) ଜଣେ ସର୍ବଦା ପ୍ରସନ୍ନ ରହେ
୩) କୌଣସି ବାକ୍ୟରେ ସଫଳତା ପ୍ରାପ୍ତି ସହଜ ହୋଇଯାଏ
୪)ମନ ନିର୍ଭୟ ହୁଏ ୫) ମନ କାମନା-କାମନା ଶୂନ୍ୟ ହୋଇ ପବିତ୍ର ରହେ ୬) ପାରିବାରିକ ଓ ସାମାଜିକ ସମ୍ବଦ୍ଧ ସୁଖମୟ ହୁଏ, ୭)ମାନସିକ ରୂପ ଦୂର ହୁଏ ୮) ସମସ୍ୟା ଗୁଡିକ ସହଜରେ ସମାଧାନ ହୁଏ ୯) ନିଶ୍ଚିନ୍ତ ଭାବ ଉପôନ ହୁଏ. ଇତ୍ୟାଦି ନୈତିକ ମୂଲ୍ୟ ଧାରଣ ନ କରିବା ଦ୍ୱାରା ନିମ୍ନଲିଖିତ କ୍ଷତି ହୋଇଥାଏ;
୧) ଜୀବନରେ ପ୍ରଗତି ବାଧାପ୍ରପ୍ତ ହୁଏ ୨) ସ୍ବାସ୍ଥ୍ୟ ହାନି ହୁଏ ୩) ଜୀବନରେ ନୀରକ୍ଷଣ, ଉଦାସୀନତା ଓ ହତାଶ ଉପôନ ହୁଏ ୫) ବ୍ୟକ୍ତି ସହଜରେ କୁସଙ୍ଗ ଦ୍ୱାରା ପ୍ରଭାବିତ ହୁଏ ନାହିଁ ୬) ଆତ୍ମ ହତ୍ୟା କରେ ୭) ହତ୍ୟା କରିବାକୁ ଜଣେ କୁଣ୍ଠିତ ହୁଏ ନାହିଁ ୮) ଆତଙ୍କବାଦ ବୃଦ୍ଧି ପାଏ ୯) ଭ୍ରଷ୍ଟା·ର ଜନ୍ମ ନିଏ
ନୈତିକ ମୂଲ୍ୟଗୁଡିକରେ ଶିକ୍ଷା ବ୍ୟକ୍ତି ମଧ୍ୟରେ ସୁଷୁପ୍ତ ଶକ୍ତି ଜାଗ୍ରତ କରିବା ଏକ ସଶକ୍ତ ମାଧ୍ୟମ । ଜଣେ ବ୍ୟକ୍ତି ହିସାବରେ ସମାଜ ଓ ନାଗରିକ ହିସାବରେ ରାଷ୍ଟ୍ର ପରିବର୍ନ ପାଇଁ ପ୍ରେରକ ହୋଇପାରେ । ବିଦ୍ୟାର୍ଥୀ ଜୀବନ ହେଉଛି ନୈତିକ ମୂଲ୍ୟ ଧାରଣର ପ୍ରକୃତିକ ସମୟ ଜଣେ ବିଦ୍ୟାର୍ଥୀ ଯଦି ଜୀବନରେ ଭଲ ଗୁଣ ଗୁଡିକ ଧାରଣ କରେ ଅନ୍ୟମାନେ ତାକୁ ଦେଖି ପ୍ରେରଣା ଲାଭ କରିପାରିବେ । ସଂପ୍ରତି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଛାତ୍ର ସମାଜର ମାନସିକ ସ୍ଥିତି ଦେଖି ଶିକ୍ଷକ ଓ ଶିକ୍ଷୟତ୍ରୀଗଣ ହତାଶ ହୋଇ ପଡନ୍ତି, ଏହା ଠିକ ନୁହେଁ । ଆନ୍ତରିକ ପ୍ରମ୍ଭାସ କେବେ ବ୍ୟର୍ଥ ଯାଏ ନାହିଁ ।ଆମକୁ ମନେ ରଖିବାକୁ ହେବ ଯେ ସଫଳତାର ମୁଖ୍ୟ ଆଧାର ହେଉଛି ବିଶ୍ୱାସ । ନିଜ ପ୍ରତି ବିଶ୍ୱାସ ନ ରହିଲେ କର୍ମରେ ସିଦ୍ଧି ମିଳେ ନାହିଁ । ଆତ୍ମବିଶ୍ୱାସ ବଳରେ ଜଣେ ନିଜ ମଧ୍ୟରେ ଥିବା ସମସ୍ତ ଦୋଷ ଦୁର୍ବଳତା ସମାପ୍ତ ପୂର୍ବକ ସମାଜ ରେ ଏକ ଚରିତ୍ରବାନ ବ୍ୟକ୍ତିର ସମ୍ମାନ ଲାଭ କରିପାରେ । ଆତ୍ମବିଶ୍ୱାସ ଦ୍ୱାରା ବ୍ୟକ୍ତି ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ । କାରଣ ମନୁଷ୍ୟର ଚେତନାରେ ଅନେକ ସୁଷୁପ୍ତ ଓ ଗୁପ୍ତ ଶକ୍ତି ବିଦ୍ୟମାନ । ଯାର ନିଜ ଉପରେ ବିଶ୍ୱାସ ନ ଥାଏ ସେହିଁ ହାରିଥାଏ । ପ୍ରତ୍ୟେକ ମହାନ ବ୍ୟକ୍ତିଙ୍କ ସଫଳତା ପଛରେ ତିନୋଟି ବିଷୟରେ ଦୃଢ଼ ବିଶ୍ୱାସର କାରଣ ବୋଲି ଅନୁଧ୍ୟାନରୁ ଜଣାଯାଏ । ତାହା ହେଲା ୧) ନିଜ ପ୍ରତି ବିଶ୍ୱାସ ୨)ଇଶ୍ୱରଙ୍କ ଉପରେ ବିଶ୍ୱାସ ଓ ୩) ବିଶ୍ୱାସ ଉପରେ ବିଶ୍ୱାସ ।
ସ୍ଥିରତା, ପୂର୍ଣ୍ଣ ବିଶ୍ୱାସ, ପୂର୍ଣ୍ଣ ଶ୍ରଦ୍ଧା, ଉଚ୍ଚ ଚରିତ୍ର, ନିଶ୍ଚୟ, ଦୃଢ଼ତା, ବୃଦ୍ଧି, ସାହସ, ଅଚଳ, ଉସôାହ, ପରିଶ୍ରମ,ସାହସ, ଞ୍ଚଞ୍ଚ , ଏକାଗ୍ରତା ଆଦି ବିଷୟ ଆତ୍ମବିଶ୍ୱାସ ନିକଟରେ ଦେଖିବାକୁ ମିଳେ । କାରଣ ଉପରୋକ୍ତ ଗୁଣ ଧାରଣ କରିଥିବାରୁ ବ୍ୟକ୍ତିର ଆତ୍ମବିଶ୍ୱାସ ଦୃଢ଼ ହୁଏ ଓ ତାକୁ ନିର୍ମାଣାତ୍ମକ (ରଚନାତ୍ମକ) କାର୍ଯ୍ୟ ପାଇଁ ଉସôାହିତ କରେ । ମହାନ କାର୍ଯ୍ୟ ପାଇଁ ମନର ସ୍ଥିତି ମଧ୍ୟ ମହାନ ହେବା ଉଚିତ । ମନରେ ସନ୍ଦେହକୁ ଆଦୌ ସ୍ଥାନ ଦେବା ଉଚିତ ନୁହେଁ । କାରଣ ଏହା ବିଷଧର ସର୍ପ ଠାରୁ ମଧ୍ୟ ଆହୁରି ହାନିଦାୟକ । ସଦ୍ଧେହଶୀଳ ବ୍ୟକ୍ତି କର୍ମହୀନ ହୋଇଯାଏ । ଭଗବାନ କୌଣସି ନକରାତ୍ମକ ବିଷୟ ସୃଷ୍ଟି କରି ନାହାନ୍ତି । ଏଗୁଡିକ ମଣିଷର କୁ ବି·ରକୁ ଜନ୍ମ ନେଉଛନ୍ତି । ମଣିଷ ଭଗବାନଙ୍କୁ ମାତା, ପିତା, ବଦ୍ଧୁ ଆଦି ସର୍ବ ସମ୍ବଦ୍ଧରେ ପ୍ରର୍ଥନା କରେ । ଭଗବାନ (ପରମାତ୍ମା) ଅଶରୀରୀ ହୋଇଥିବାରୁ ତାଙ୍କ ସହିତ କେବଳ ଆତ୍ମିକ ସମ୍ବଦ୍ଧ ଥାଏ । ତାହା ହେଉଛି ସ୍ରଷ୍ଟା ସୃଷ୍ଟି ବା ପିତା ଓ ପୁତ୍ରର ସମ୍ବଦ୍ଧ । ସେ ହେଉଛନ୍ତି ଜ୍ଞାନ, ପବିତ୍ରତା, ସୁଖ, ଶାନ୍ତି, ଆନନ୍ଦ, ପ୍ରେମ ଓ ଶକ୍ତିର ମହାସାଗର । ଦେହାଭିମାନ ତ୍ୟାଗ କରି ତାଙ୍କ ସହିତ ଆତ୍ମିକ ସମ୍ବଦ୍ଧ ସ୍ଥାପନ କଲେ ସେହି ଇଶ୍ୱରୀୟ ସମ୍ଭାର ସ୍ବତଃ ମଣିଷକୁ ସହଜରେ ଅତିକ୍ରମ କରିଯାଏ । ଏଥିପାଇଁ ମନକୁ କୁ ବି·ରଗୁଡିକରୁ ମୁକ୍ତ ରଖିବାକୁ ହେବ । ମନ ମୁକ୍ତ ହେଲେ ଆଶା ଓ ବିଶ୍ୱାସରେ ଭରିଯାଏ ଓ ମଣିଷ ପ୍ରତ୍ୟେକ କାର୍ଯ୍ୟ ସହଜ ଭାବରେ ସମ୍ପନ୍ନ କରିବାରେ ସକ୍ଷମ ହୁଏ ।
ପ୍ରତେକ ସଫଳ ବ୍ୟକ୍ତିର ପ୍ରଥମ ଲକ୍ଷଣ ହେଉଛି ଆତ୍ମବିଶ୍ୱାସ । ନିଜ ଯୋଗ୍ୟତା ଉପରେ ବିଶ୍ୱାସ ରଖିବା ଆବଶ୍ୟକ । ଆତ୍ମବିଶ୍ୱାସୀ ବ୍ୟକ୍ତିର ମୁଖମଣ୍ଡଳରେ ବିଜୟ ମୁଦ୍ରା ଦେଖାଯାଏ । ସମଗ୍ର ସଂସାର ଏପରି ବ୍ୟକ୍ତିର ଜୟଗାନ କରନ୍ତି । ସଫଳତାର ରାସ୍ତାରେ ପ୍ରତିବଦ୍ଧକ ଗୁଡିକୁ ଦ୍ୱର କରିବା ପାଇଁ ଆତ୍ମବିଶ୍ୱାସ ମନ୍ତ୍ର ପରି ଚମକôାର କାର୍ଯ୍ୟ କରିଥାଏ । ଆତ୍ମବିଶ୍ୱାସୀ ବ୍ୟକ୍ତି ଯେକୌଣସି କଠିଣ କାର୍ଯ୍ୟକୁ ଅନାୟାସରେ ସମ୍ପନ୍ନ କରିବାରେ ସକ୍ଷମ ହୁଏ । ବର୍ମାନ ମାନବ ସମାଜ ଯୁଗ ପରର୍ନର ଦ୍ୱାର ଦେଶରେ ଦଣ୍ଡାୟମାନ । ଦ୍ୱାରର ଅପରପାଶ୍ୱର୍ରେ ଏକ ସୁଖ-ଶାନ୍ତି-ସମୃଦ୍ଧ ଓ ପବିତ୍ର ଦୁନିଆ ଆମ ପାଇଁ ଅପେକ୍ଷାରତ । ଏହି ପରିବର୍ନର ଧାରାରେ ସାମିଲ ହେବା ପାଇଁ ନୈତିକ ମୂଲ୍ୟ ଧାରଣ ଏକାନ୍ତ ଅପରିହାର୍ଯ୍ୟ ।
ଶିବଶକ୍ତି ହୋମିଓ ସେବାସଦନ, ପାଟଣାଗଡ଼
ମୂଲ୍ୟର ମାନକ ବିନ୍ଦୁ ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ମୂଲ୍ୟର ମାନକ ବିନ୍ଦୁ
ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ବିଭିନ୍ନ ମୂଲ୍ୟ କମ୍ ବା ବେଶି ଥାଏ । କେଉଁ ବ୍ୟକ୍ତି ପାଖରେ କେଉଁ ମୂଲ୍ୟ କେତେ ମାତ୍ରାରେ ଅଛି ତାହା କିପରି ମପା ଯାଇପାରିବ? ସମୁଦ୍ରରେ ଗତିପଥ ନିର୍ଣ୍ଣୟ ପାଇଁ ଧ୍ରୁବ-ତାରାର ସାହାଯ୍ୟ ନିଆଯାଏ । ଦୂରତ୍ୱ ମାପିବା ପାଇଁ ମିଟର, ମିଲିମିଟର, ସେିମିଟର, ଇ, ଗଜ ଆଦି ମାନକ ବ୍ୟବହାର କରାଯାଏ । ଭୂଗୋଳରେ ସ୍ଥାନ ନିରୂପଣ ପାଇଁ ଅକ୍ଷାଂଶ ଓ ଦ୍ରାଘିମା ରେଖାର ପରିକଳ୍ପନା କରାଯାଇଛି । ସେହିପରି ମନୁଷ୍ୟର ମୂଲ୍ୟ ବା ଗୁଣ ମାପିବା ପାଇଁ ‘କଳା’ (ଊରଶକ୍ସରର) ମାନକର ବ୍ୟବହାର ପ୍ରଚଳିତ । ପ୍ରାଚୀନ ଭାରତୀୟ ଶାସ୍ତ୍ରରେ ନର ଓ ନାରୀ ମଧ୍ୟରେ ସତ୍ୟଯୁଗୀୟ ଶ୍ରୀ ନାରାୟଣ ଓ ଶ୍ରୀ ଲକ୍ଷ୍ମୀଙ୍କୁ ସର୍ବଶ୍ରେଷ୍ଠ ସ୍ବୀକାର କରି ସେମାନଙ୍କୁ ସର୍ବୋଚ୍ଚ ୧୬କଳା (୧୬ ୟରଶକ୍ସରର) ସମ୍ପନ୍ନ ବୋଲି ବର୍ଣ୍ଣନା କରାଯାଇଛି । ଏହି କ୍ରମରେ ତ୍ରେତାଯୁଗୀୟ ଶ୍ରୀରାମ ଶ୍ରୀ ସୀତାଙ୍କୁ ୧୪କଳା ସମ୍ପନ୍ନ ବୋଲି କୁହାଯାଇଛି । ଅମାବାସ୍ୟା ପରଠାରୁ ପ୍ରତି ରାତ୍ରୀରେ ଚନ୍ଦ୍ରମାର ପ୍ରକାଶ ୧କଳା ଲେଖାଏଁ ବଢ଼ି ପୂର୍ଣ୍ଣମୀ ଦିନ ସମ୍ପୂର୍ଣ୍ଣ ୧୬କଳା ସମ୍ପନ୍ନ ହୁଏ । ମନୁଷ୍ୟର ବ୍ୟକ୍ତିତ୍ୱର ବିକାଶ (ଐଙ୍କଜ୍ଞବଦ୍ଭ କ୍ସରଗ୍ଦକ୍ଟଙ୍କକ୍ସରମର ୟରଙ୍ଖରକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧ) କ୍ରମବର୍ଦ୍ଧିଷ୍ଣୁ ମୂଲ୍ୟ ବା ଗୁଣକୁ ମାପିବା ପାଇଁ ଏହିପରି କଳା (ଊରଶକ୍ସରର) ର ପରିକଳ୍ପନା କରାଯାଇଛି ।
ମୂଲ୍ୟର ଉତ୍ସମୂଲ୍ୟ କୌଣସି ଭୌତିକ ବିଷୟ ନୁହେଁ । ଏହା ଏକ ସୂକ୍ଷ୍ମ ଆଧ୍ୟାତ୍ମିକ ଗୁଣ । ମନୁଷ୍ୟର ବ୍ୟବହାର ଦ୍ୱାରା ଏହା ପରିସ୍ଫୁଟ ହୁଏ । ଏହା ମନୁଷ୍ୟ ଜୀବନକୁ ସୁଗନ୍ଧିତ କରେ । ଏହି ମୂଲ୍ୟ ମନୁଷ୍ୟ ନିକଟକୁ କେଉଁଠାରୁ ଓ କିପରି ଆସେ? ପ୍ରତ୍ୟେକ ଅସ୍ତିତ୍ୱର ଉତ୍ସ ଥାଏ । ସେହିପରି ମୂଲ୍ୟର ଉତ୍ସ ମଧ୍ୟ ଅଛି । ମନୁଷ୍ୟ ସର୍ବଗୁଣ ସମ୍ପନ୍ନ କିପରି ହୁଏ? ଏହାରି ଉର ବିଜ୍ଞାନ ବା ଭୌତିକ ଜ୍ଞାନରେ ନାହିଁ । ଆଧ୍ୟାତ୍ମିକ ବ୍ୟକ୍ତି ଜାଣେ ଯେ ପ୍ରତ୍ୟେକ ଗୁଣ ବା ମୂଲ୍ୟର ଉତ୍ସ ହେଉଛନ୍ତି ସର୍ବାତ୍ମାଙ୍କ ପିତା ପରମାତ୍ମା । ତାଙ୍କୁ ସର୍ବ ଦିବ୍ୟ ଗୁଣ ଓ ଦିବ୍ୟ ଜ୍ଞାନର ମହା ସମୁଦ୍ର ବୋଲି କୁହାଯାଏ । ତାଙ୍କୁ ବାଦ୍ ଦେଇ ସଦ୍ଗୁଣ ବା ନୈତିକ ମୂଲ୍ୟ ପ୍ରାପ୍ତ ହେବା ଏକ ଦୁରାଶା ମାତ୍ର । ମନୁଷ୍ୟ ଏକ ଚୈତନ୍ୟ ପ୍ରାଣୀ । ତା’ମଧ୍ୟରେ ଭଲ ବା ମନ୍ଦର ଇଚ୍ଛା ଉପôନ୍ନ ହୋଇପାରେ । ସେ ଚିନ୍ତା କରିପାରେ । ଭାବ ପ୍ରବଣତା ଓ ଜିଜ୍ଞାସା ପ୍ରବୃି କେବଳ ମନୁଷ୍ୟାତ୍ମା ଦ୍ୱାରାହିଁ ସମ୍ଭବ ହୁଏ । ମୁନଷ୍ୟ ବ୍ୟତୀତ ନୈତିକ ଯୋଗ୍ୟତା ଅନ୍ୟ କାହାଠାରେ ନାହିଁ । ପ୍ରକୃତିର କୌଣସି ବସ୍ତୁ ବା ତ୍ୱରେ ଏହି କ୍ଷମତା ନାହିଁ । ତେଣୁ ତାହା ଜଡ଼ ବା ଅଚେତନ । ନୈତିକତା ସହିତ ତା’ର କୌଣସି ସମ୍ବନ୍ଧ ନାହିଁ । ମନୁଷ୍ୟ ଚେତନଶୀଳ ହୋଇଥିବାରୁ ସୁଖ ଦୁଃଖର ଅନୁଭବ କରିପାରେ । କେଉଁ କର୍ମ ଦ୍ୱାରା ସୁଖ ଓ କେଉଁ କର୍ମ ଦ୍ୱାରା ଦୁଃଖ ପ୍ରାପ୍ତ ହେବ ଏହା ବି·ର କରି ଉଚିତ କର୍ମ କରିବାର କ୍ଷମତା କେବଳ ମନୁଷ୍ୟଠାରେ ଦେଖାଯାଏ । ଏହି କାରଣରୁ ନୈତିକ ମୂଲ୍ୟ ପ୍ରସଙ୍ଗରେ ଚୈତନ୍ୟ ଆତ୍ମା ବିଷୟରେ ଚର୍ଚ୍ଚା ଅତ୍ୟାବଶ୍ୟକ ମନେ ହୁଏ । ଚେତନା (ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ) ବିନା ନୈତିକତାର ଚର୍ଚ୍ଚା ବ୍ୟର୍ଥ ।
ଗୋଟିଏ ପରିବାରରେ ପ୍ରତ୍ୟେକଙ୍କ ସ୍ବଭାବ ସଂସ୍କାର ଭିନ୍ନ ଭିନ୍ନ ଥାଏ । ଗୋଟିଏ ପିତାର ଦୁଇଟି ସନ୍ତାନ ମଧ୍ୟରେ ସ୍ବଭାବ, ଗୁଣ ଓ କର୍ମ ମଧ୍ୟରେ ପ୍ରଭେଦ ଦେଖାଯାଏ । ନୈତିକ ଶିକ୍ଷା ଦ୍ୱାରା ମନୁଷ୍ୟ ମଧ୍ୟରେ ଥିବା କୁସଂସ୍କାର ଓ ଅବଗୁଣଗୁଡ଼ିକୁ ସଂଶୋଧନ କରି ତାକୁ ନୈତିକତା ସମ୍ପନ୍ନ କରାଯାଇପାରେ । କର୍ମ ଦ୍ୱାରା ସଂସ୍କାର ହୁଏ । ସଂସ୍କାର ଅନୁସାରେ ବ୍ୟକ୍ତିର ପ୍ରକୃତି ହୁଏ । ମାତୃଗର୍ଭରୁ ଭୂମିଷ୍ଠ ହୋଇ ବୟସ ବୃଦ୍ଧି ସହିତ ମାନବ ଶିଶୁଠାରେ ବିଭିନ୍ନ ପ୍ରକାର ସଂସ୍କାର ପରିଲକ୍ଷିତ ହୁଏ । ଏହା ତା’ର ପୁନର୍ଜନ୍ମକୁ ପ୍ରମାଣ କରେ । ପୁନର୍ଜନ୍ମ ସିଦ୍ଧାନ୍ତ ଉପରେ ଯଥାର୍ଥ ଆଲୋଚନା ବିନା ନୈତିକ ଶିକ୍ଷା ଦ୍ୱାରା ପୂର୍ଣ୍ଣ ଲାଭ ପ୍ରାପ୍ତ ହୁଏ ନାହିଁ । ଯେଉଁମାନେ ପୁନର୍ଜନ୍ମ ସିଦ୍ଧାନ୍ତକୁ ସ୍ବୀକାର କରନ୍ତି ନାହିଁ ସେମାନେ ଇହ ଜନ୍ମରେ ଯେକୌଣସି ଉପାୟରେ ଧନ ଉପାର୍ଜନ କରି ସୁଖ ସ୍ବାଚ୍ଛନ୍ଦ୍ୟ, ଭୋଗ, ବିଳାସ ଓ ବ୍ୟସନରେ ଜୀବନ ଯାପନ ପାଇଁ ପଶ୍ଚା୍ପଦ ହୁଅନ୍ତି ନାହିଁ । ସେମାନେ ·ର୍ବାକଙ୍କ ନୀତି ଅନୁସରଣ ପୂର୍ବକ ଋଣ କରି ଘିଅ ଖାଇଲେ ଓ ଜୀବନକୁ ଭୌତିକ ସୁଖ ମଧ୍ୟରେ ବ୍ୟତୀତ କରିବାର ସମସ୍ତ ପ୍ରକାର ପ୍ରଯନô କରିବେ । କାରଣ ସେମାନେ ଆତ୍ମାର ଅସ୍ତିତ୍ୱକୁ ସ୍ବୀକାର କରନ୍ତି ନାହିଁ । ସେମାନେ କହନ୍ତି, “ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାଗମନଂ କୁତଃ’’ । ଏପରି ଲୋକଙ୍କ ପାଇଁ ନୈତିକତା, ସଦ୍କର୍ମ, ନୈତିକ ମୂଲ୍ୟ ଧାରଣ, ଆତ୍ମାର ଶୁଦ୍ଧିକରଣ ଆଦି ଅର୍ଥହୀନ । ତେଣୁ ଆତ୍ମା ଓ ପରମାତ୍ମା କହିଲେ ଅତୁ୍ୟକ୍ତି ହେବ ନାହିଁ । ସମ୍ପାଦକ, ଚେତନା ପ୍ରବାହ
ମାର୍ଫତ: ଶିବ-ଶକ୍ତି ହୋମିଓ ସେବା ସଜନ
କାଦୋପଡ଼ା ଗଳି, ବସଷ୍ଟାଣ୍ଡ ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋ: ୯୪୩୭୨୧ଠ୨୯୬
ମୂଲ୍ୟଗୁଡିକର ପ୍ରକାର ଭେଦ--ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସମ୍ପାଦକ, ଚେତନା ପ୍ରବାହ,
ମୂଲ୍ୟଗୁଡିକର ପ୍ରକାର ଭେଦ
ମନୁଷ୍ୟ ଜୀବନର ବିବିଧ ଦିଗ ରହିଛି । ମୂଲ୍ୟ ମାନବ ଜୀବନ ସହିତ ଓତଃପ୍ରୋତ ଭାବେ ଜଡିତ ହୋଇଥିବାରୁ ଏହା ମଧ୍ୟ ବିବିଧ ପ୍ରକାର ଅଟେ । ପ୍ରତ୍ୟେକ ମୂଲ୍ୟର ବିକାଶରେ ମାନବର ସର୍ବାଙ୍ଗୀନ ବିକାଶ ହୁଏ । ନିମ୍ନରେ କତିପୟ ମୂଲ୍ୟର ପରିଭାଷା ଓ ବର୍ଣ୍ଣନା ଉପସ୍ଥାପନା କରାଯାଇଛି । ବ୍ୟକ୍ତିର ବୌଦ୍ଧିକ ଓ ସାଂସ୍କୃତିକ ବୋଧଶକ୍ତି ଅନୁସାରେ ସେ ନିମ୍ନଲିଖିତ ମୂଲ୍ୟଗୁଡ଼ିକ ମଧ୍ୟରୁ ଏକ ବା ଏକାଧିକ ମୂଲ୍ୟକୁ ପ୍ରାଥମିକତା ପ୍ରଦାନ କରିଥାଏ ।ସୌନ୍ଦର୍ଯ୍ୟାତ୍ମକ ମୂଲ୍ୟ :
ସର୍ବୋଚ୍ଚ ସା ପରମାତ୍ମାଙ୍କୁ ଭକ୍ତି ଶାସ୍ତ୍ରରେ ସତ୍ୟଂ-ଶିବଂ-ସୁନ୍ଦରଂ ବୋଲି ପ୍ରାର୍ଥନା କରାଯାଇଛି । ଅର୍ଥାତ୍ ସତ୍ୟ ସ୍ବରୂପ ପରମାତ୍ମା କଲ୍ୟାଣକାରୀ (ଶିବଂ) ଏବଂ ସୁନ୍ଦର ଅଟନ୍ତି । ପରମାତ୍ମାଙ୍କ ଏହି ସୌନ୍ଦର୍ଯ୍ୟ କାୟିକ ନୁହେଁ ଆତ୍ମିକ ଓ ନୈସର୍ଗିକ । ଏହାର ଅନ୍ତ ନାହିଁ । ପ୍ରତ୍ୟେକ ଆଧ୍ୟାତ୍ମିକ ବ୍ୟକ୍ତି ସୌନ୍ଦର୍ଯ୍ୟ ମଧ୍ୟରେ ପରମାତ୍ମାଙ୍କ ଦର୍ଶନ କରନ୍ତି । ସୌନ୍ଦର୍ଯ୍ୟ ପିପାସୁ କବି ଗାଏ; “ଯିସ୍କି ରଚନା ଇତ୍ନି ସୁନ୍ଦର ୱହ କିତ୍ନା ସୁନ୍ଦର ହୋଗା ।” ପ୍ରକୃତିର ନୈସର୍ଗିକ ସୁନ୍ଦରତା ମଧ୍ୟରେ କବି ପରମାତ୍ମାଙ୍କ ଅସୀମ ସୌନ୍ଦର୍ଯ୍ୟର ପରିକଳ୍ପନା କରେ । ଚିତ୍ରକାର ତାଙ୍କର ସୁନ୍ଦରତାର ଅଭିବ୍ୟକ୍ତି କରେ ତୂଳୀ ମାଧ୍ୟମରେ । କଳା ମାଧ୍ୟମରେ ସର୍ବୋଚ୍ଚ ସା ପରମାତ୍ମାଙ୍କ ସୁନ୍ଦରତାର ଅଭିବ୍ୟକ୍ତି କରିବା ହେଉଛି ସୌନ୍ଦର୍ଯ୍ୟାତ୍ମକ ମୂଲ୍ୟ ।
କଳାତ୍ମକ ମୂଲ୍ୟ :
ସୌନ୍ଦର୍ଯ୍ୟାତ୍ମକ ମୂଲ୍ୟଠାରୁ କଳାତ୍ମକ ମୂଲ୍ୟର ଉପôି । ଏହା ବୌଦ୍ଧିକତା ଓ କଳାତ୍ମକତା ପ୍ରତି ସୂଚିତ କରେ । ସମୟାନୁକ୍ରମେ ଏହା ପରିବର୍ନ ହୁଏ । ଏହା ଯେତେ ଅଧିକ ଶାସ୍ତ୍ରୀୟ ହୁଏ ସୌନ୍ଦର୍ଯ୍ୟାତ୍ମକ ମୂଲ୍ୟର ସେତେ ଅଧିକ ନିକଟତର ହୁଏ ।
ନିଗମିତ ମୂଲ୍ୟ :
ଏହା କୌଣସି ନିଗମ ବିଶେଷର ଲକ୍ଷ୍ୟ ସ୍ପଷ୍ଟ କରେ । ନିଗମମାନଙ୍କର ବ୍ୟାପାରିକ ସ୍ବାର୍ଥକୁ ପ୍ରାଥମିକତା ଦେଇ ଏହା ପ୍ରଚଳନ କରାଯାଇଥାଏ । ଏଥିରେ କର୍ମ·ରୀମାନଙ୍କର ଶିଷ୍ଟା·ର ଓ କାର୍ଯ୍ୟ ପ୍ରଣାଳୀ ସଂଯୋଜିତ ଥାଏ । ବ୍ୟବସାୟିକ ଲାଭକୁ ପ୍ରାଧାନ୍ୟ ଦିଆଯାଉଥିବାରୁ କର୍ମ·ରୀଗଣ ଖାଉଟି ମାନଙ୍କ ସହିତ କିପରି ପ୍ରଭାବଶାଳୀ କଥାବାର୍ା କରିବେ ତାହା ଏହି ମୂଲ୍ୟର ଅନ୍ତର୍ଭୁକ୍ତ ଅଟେ । ଏତଦ୍ବ୍ୟତୀତ କର୍ମ·ରୀମାନଙ୍କ କାର୍ଯ୍ୟକୁଶଳତା, ଉପôାଦକତା, ଯୋଗ୍ୟତା, ଉପଭୋକ୍ତାମାନଙ୍କ ଜୀବନ ସ୍ତର ବୃଦ୍ଧି ପାଇଁ ଉଚ୍ଚକୋଟିର ଉପôାଦ ଗୁଡିକର ବିକାଶ, ଉପôାଦନ ଏବଂ ବିତରଣ ପ୍ରକି୍ରୟା ଆଦି ନିଗମିତ ମୂଲ୍ୟ ଅନ୍ତର୍ଗତ ।
ସାଂସ୍କୃତିକ ମୂଲ୍ୟ :
କୌଣସି ନିର୍ଦ୍ଧିଷ୍ଟ ଭୂଖଣ୍ଡରେ ବସବାସ କରୁଥିବା ମାନବ ସମାଜର ଜୀବନ ଧାରଣର ପ୍ରଣାଳୀ ଓ ସାମାଜିକ ଦୃଷ୍ଟିକୋଣକୁ ସଂସ୍କୃତି କୁହାଯାଏ । ସଂପ୍ରତି ବିଜ୍ଞାନର ନିତ୍ୟ ନୂତନ ଆବିଷ୍କାର ଫଳରେ ସମଗ୍ର ବିଶ୍ୱର ଜନ ସମୁଦାୟ ନିଜ ନିଜ ସଂସ୍କୃତି ପରାଙ୍ମୁଖ ହୋଇ ଭୌତିକ ସଂସ୍କୃତି ପ୍ରତି ଆକର୍ଷିତ ହେଉଛନ୍ତି । ଏପରି କ୍ଷେତ୍ରରେ ସାଂସ୍କୃତିକ ମୂଲ୍ୟ ପାରମ୍ପାରିକ ପର୍ବପର୍ବାଣୀ, ବିଭିନ୍ନ ସାମାଜିକ ରୀତି ନୀତି ପାଳନ, ଜୀବନ ଶୈଳୀ ଆଦି ସଂରକ୍ଷଣ ପାଇଁ ପ୍ରାଧାନ୍ୟ ହୁଏ । ଏହି ମୂଲ୍ୟ ପାଳନ ଦ୍ୱାରା ବ୍ୟକ୍ତି ମାତୃଭାଷା, ବ୍ୟବହାର, ବିବାହ ପ୍ରଥା, ମୃତକର ସଂସ୍କାର ବିଧି ଆଦି ପାରମ୍ପାରିକ ରୀତିନୀତିର ମୌଳିକତା ବଜାୟ ରଖେ । କଳା, ସାହିତ୍ୟ, ଶିଳ୍ପକଳା ଏବଂ ସଂଗୀତ ଏହି ମୂଲ୍ୟର ଅନ୍ତର୍ଗତ । ଏତଦ୍ବ୍ୟତୀତ ଲୋକତ୍ସବ, ପର୍ବପର୍ବାଣୀ ସମୟରେ ଭୋଜନ ବ୍ୟବସ୍ଥା, ପୋଷାକ ପରିଚ୍ଛଦ, ଅତିଥି ସକ୍ରାର, ପାରିବାରିକ ଓ ସାମାଜିକ ଆ·ର ସଂହିତା ଆଦି ବିଷୟ ସାଂସ୍କୃତିକ ମୂଲ୍ୟ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ।
ଆର୍ଥିକ ମୂଲ୍ୟ :
ଅର୍ଥୋପାର୍ଜନର କାର୍ଯ୍ୟ କ୍ଷମତା ତଥା ଉପôାଦକତାର ଆଧାରରେ ମନୁଷ୍ୟର ଆର୍ଥିକ ମୂଲ୍ୟ ନିରୂପିତ ହୁଏ । ସାଧାରଣତଃ ଦେଖାଯାଏ ଯେ ଧନୀ ବ୍ୟକ୍ତିର ମାନ ଗରିବଠାରୁ ବହୁତ ଉଚ୍ଚରେ । ଧନ ମନୁଷ୍ୟର ସମସ୍ତ ଭୌତିକ ଅଭିଳାଷ ପୂର୍ଣ୍ଣ କରିଥାଏ । ଅର୍ଥ ଉପାର୍ଜନ ଦ୍ୱାରା ଉଚ୍ଚକୋଟୀର ବାସଗୃହ ନିର୍ମାଣ, ମୂଲ୍ୟବାନ ପୋଷାକ ପରିଚ୍ଛଦ, ଅଳଙ୍କାର, ମୋଟର ଗାଡି, ତଥା ବିଭିନ୍ନ ବିଳାସ ବ୍ୟସନ ସାମଗ୍ରୀ ଗୁଡିକର କ୍ରୟ ଆଦି ମନୁଷ୍ୟର ଆର୍ଥିକ ମୂଲ୍ୟର ନିଦର୍ଶନ ।
ପର୍ଯ୍ୟାବରଣୀୟ ମୂଲ୍ୟ :
ପ୍ରାକୃତିକ ସମ୍ପଦ ଓ ପରିବେଶର ସୁରକ୍ଷା ପ୍ରତ୍ୟେକ ମନୁଷ୍ୟ ପାଇଁ ଅନିବାର୍ଯ୍ୟ କର୍ବ୍ୟ । ସଂପ୍ରତି ଅଧିକାଂଶ ମନୁଷ୍ୟ ଏହି କର୍ବ୍ୟ ପ୍ରତି ସଚେତନ ନୁହନ୍ତି । ସେମାନେ ବହୁ ମୂଲ୍ୟ କାଷ୍ଠ ନିର୍ମିତ ଉପକରଣ ଦ୍ୱାରା ବୈଠକ ଓ ଶୟନ କକ୍ଷର ଶୋଭା ବର୍ଦ୍ଧନ ପୂର୍ବକ ନିଜ ଆଭିଜାତ୍ୟ ପ୍ରଦର୍ଶନ କରନ୍ତି । ଏଥିପାଇଁ ଜଙ୍ଗଲରୁ ମୂଲ୍ୟବାନ ବୃକ୍ଷସବୁ କଟା ହେଉଛି । କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆପୂିର୍ ପୂରଣ କରିବା ପାଇଁ ଅଧିକରୁ ଅଧିକ କଳକାରଖାନା ସ୍ଥାପନ ଫଳରେ ଜଙ୍ଗଲ ଉଚ୍ଛେଦ ହେଉଛି । ଏହା ଫଳରେ ପ୍ରାକୃତିକ ପରିବେଶର ସନ୍ତୁଳନ କ୍ରମଶଃ ନଷ୍ଟ ହେବାରେ ଲାଗିଛି । ଏହିପରି ଏକ ଘଡି ସନ୍ଧି ମୁହୂର୍ରେ ପର୍ଯ୍ୟାବରଣୀୟ ମୂଲ୍ୟର ଧାରଣ ଅପରିହାର୍ଯ୍ୟ ମନେହୁଏ । ଏହି ମୂଲ୍ୟ ପ୍ରାକୃତିକ ସମ୍ପଦର ସୁରକ୍ଷା, ବିଭିନ୍ନ ପ୍ରକାର ପଶୁପକ୍ଷୀ, କୀଟ ଆଦି ଲୁପ୍ତ ପ୍ରାୟ ପ୍ରଜାତିଗୁଡିକର ସଂରକ୍ଷଣ ତଥା ପର୍ଯ୍ୟାବରଣ ପ୍ରଦୁଷଣ ରୋକିବା ପାଇଁ ଯଥା ସାଧ୍ୟ ଉଦ୍ୟମ ତଥା ବିଭିନ୍ନ ଖଣିଜ ଦ୍ରବ୍ୟର ଉୋଳନ ପରେ ପରିତ୍ୟକ୍ତ ହୋଇ ପଡିଥିବା ଭୂମିର ପୂର୍ବସ୍ଥିତି ଫେରାଇ ଆଣିବାର ପ୍ରଯନôକୁ ପର୍ଯ୍ୟାବରଣୀୟ ମୂଲ୍ୟ କହନ୍ତି ।
ନୀତି ଶାସ୍ତ୍ରୀୟ ମୂଲ୍ୟ :
ଆଧ୍ୟାତ୍ମିକ ମନୁଷ୍ୟ ଅନୁଭବର କଷଟିରେ ମାନବ ଜୀବନର ବିଭିନ୍ନ ଆୟାମ ପରଖି ବ୍ୟବହାର ଉପଯୋଗୀ କୌଣସି ଏକ ସିଦ୍ଧାନ୍ତରେ ଉପନୀତ ହୁଏ । ଏହାକୁ ନୀତି କହନ୍ତି । ଏହିପରି ଅନେକ ନିୀତି ସଂକଳିତ ହୋଇ ପୁସ୍ତକ ବା ଗ୍ରନ୍ଥ ରୂପ ନେଲେ ତାହା ନୀତି ଶାସ୍ତ୍ର ନାମରେ ନାମିତ ହୁଏ । ନୈତିକ ସିଦ୍ଧାନ୍ତଗୁଡିକ କୌଣସି ବ୍ୟକ୍ତି ବିଶେଷର କାର୍ଯ୍ୟ ବ୍ୟବହାରରେ ବ୍ୟକ୍ତ ହେଲେ ସେଗୁଡିକୁ ନୀତି ଶାସ୍ତ୍ରୀୟ ମୂଲ୍ୟ କହନ୍ତି । ଏହା ଅନୁସାରେ ଶରୀର କେବଳ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ପରିପ୍ରକାଶ ପାଇଁ ଏକ ମାଧ୍ୟମ ମାତ୍ର । ଏଥିରେ ଆତ୍ମା ନାମକ ଏକ ଆଧ୍ୟାତ୍ମିକ ସାର ସଂଯୋଗ ହେଲେ ଏହା କାର୍ଯ୍ୟକ୍ଷମ ହୁଏ; ଅନ୍ୟଥା ପ ଭୂତରେ ନିର୍ମିତ ଏହି ଜଡ ଶରୀର ପୁନଶ୍ଚ ମୌଳିକ ତ୍ୱରେ ବିଲୀନ ହୋଇଯାଏ । ତେଣୁ ଏହି ଚୈତନ୍ୟ ସା ଆତ୍ମା ଶରୀରଠାରୁ ମୂଲ୍ୟବାନ ଅଟେ । ସଂଯମ, ଅହିଂସା, ସାଧୁତା, ନ୍ୟାୟପରାୟଣତା, ସଚ୍ଚୋଟତା, ବିଶ୍ୱାସନୀୟତା ଆଦି ନୀତି ଶାସ୍ତ୍ରୀୟ ମୂଲ୍ୟ ଅନ୍ତର୍ଗତ । ତେଣୁ ମୂଲ୍ୟ ସୂଚୀରେ ଏହାର ସ୍ଥାନ ସର୍ବୋପରି । ନୀତି ଶାସ୍ତ୍ରୀୟ ମୁଲ୍ୟ ସଂପନ୍ନ ବ୍ୟକ୍ତି ସମାଜରେ ଦେବତା ତୁଲ୍ୟ ସମ୍ମାନନୀୟ ଓ ପୂଜନୀୟ ହୁଅନ୍ତି । ନୈତିକ ସାହସ ଦ୍ୱାରା ଏହି ମୂଲ୍ୟଗୁଡିକୁ ଅନାୟାସରେ ଧାରଣ କରିହୁଏ । ନୈତିକତା ସମ୍ପନ୍ନ ବ୍ୟକ୍ତି ଯେତେବଡ ବାଧା ବିଘ୍ନ ଆସୁ ନା କାହିଁକି ନିଜର ନୈତିକତା ପରିହାର କରନ୍ତି ନାହିଁ । ନୈତିକତାର ରକ୍ଷା ପାଇଁ ସେ ନିଜ ପ୍ରାଣ ବଳି ଦେବାକୁ ମଧ୍ୟ କୁଣ୍ଠିତ ହୁଅନ୍ତି ନାହିଁ ।
ପାରିବାରିକ ମୂଲ୍ୟ :
ପରିବାରରେ ପରସ୍ପର ପ୍ରତି ସ୍ନେହ ଭାବ ରଖିବା, ପ୍ରତ୍ୟେକେ ନିଜ ନିଜ କର୍ବ୍ୟକୁ ନିଷ୍ଠା ପୂର୍ବକ ପାଳନ କରିବା, ଅନ୍ୟମାନଙ୍କ ଭଲ ମନ୍ଦର ଧ୍ୟାନ ରଖିବା, ମିଷ୍ଟଭାଷୀ ହେବା, ଅନ୍ୟମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇଦେବା, ସେମାନଙ୍କୁ ବିପଦରୁ ରକ୍ଷା କରିବା, ରୋଗ, ଶୋକ, ଦୁର୍ଘଟଣା ଆଦି ସମୟରେ ଉପସ୍ଥିତ ରହିବା ଆଦି ପାରିବାରିକ ମୂଲ୍ୟର ଅନ୍ତର୍ଭୁକ୍ତ । ଏହିସବୁ ପାରିବାରିକ ମୂଲ୍ୟ ଦ୍ୱାରା ପାରିବାରିକ ଜୀବନ ସ୍ତର ଉନ୍ନତ ହୁଏ । ପରିବାର ହିଁ ସମାଜର ଏକକ । ପ୍ରତ୍ୟେକ ପରିବାର ସୁଖୀ ହେଲେ ସମାଜ ମଧ୍ୟ ସୁଖୀ ହେବ ଓ ଏ ବିଶ୍ୱ ସ୍ବର୍ଗ ଭଳି ପ୍ରତୀୟମାନ ହେବ ।
ଦ୍ରବ୍ୟାତ୍ମକ ମୂଲ୍ୟ :
ଯେଉଁ ବସ୍ତୁ ଯେତେ ଉପଯୋଗୀ, ଦୁଷ୍ପ୍ରାପ୍ୟ, ଶକ୍ତ, ଆକର୍ଷକ- ତାହାର ମୂଲ୍ୟ ସେତିକି ଅଧିକ । ଏହି ଦୃଷ୍ଟିରୁ ହୀରା, ନୀଳା, ମୋତି, ମାଣିକ୍ୟ, ସୁବର୍ଣ୍ଣ, ରୋପ୍ୟ ଆଦି ଧାତୁଗୁଡିକୁ ମୂଲ୍ୟବାନ ମନେ କରାଯାଏ । ଆବହମାନ କାଳରୁ ମଣିଷ ଏଗୁଡିକୁ ·ହିଦା ଅନୁସାରେ ମୂଲ୍ୟବାନ ବସ୍ତୁ ରୂପେ ସ୍ବୀକାର କରି ଆସୁଛି । ଆଧ୍ୟାତ୍ମିକ ଓ ବୈଶ୍ୱିକ ମୂଲ୍ୟର ତୁଳନା ବିଶେଷକରି ହୀରା ଓ ସୁନା ସହିତ କରାଯାଏ । ଉଦାହରଣ ସ୍ବରୂପ ଯିଏ ପବିତ୍ର ଓ ଆଧ୍ୟାତ୍ମିକ ଜୀବନ ଯାପନ କରନ୍ତି ତାଙ୍କ ପାଇଁ କୁହାଯାଏ ଯେ ତାଙ୍କ ଜୀବନ ହୀରା ତୁଲ୍ୟ । ବାପା ମା’ ଆଜ୍ଞାକାରୀ ଗୁଣବାନ ପିଲାକୁ “ସୁନା ପିଲା” ବୋଲି କହନ୍ତି । ବିଭିନ୍ନ ବ୍ୟକ୍ତି ପାଇଁ ବିଭିନ୍ନ ପରିସ୍ଥିତିରେ ବସ୍ତୁ ବା ଦ୍ରବ୍ୟଗୁଡିକର ମୂଲ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଉଦାହରଣ ସ୍ବରୂପ ଗୋଟିଏ ଢ଼ାଳ ପାଣିର କୌଣସି ମୂଲ୍ୟ ନାହିଁ । ଯାହାକୁ ମାଗିଲେ ମଧ୍ୟ ମାଗଣାରେ ଏହା ମିଳିଯାଏ । ଜଳହୀନ ସ୍ଥାନରେ ଜଣେ ତୃଷାତୁର ବ୍ୟକ୍ତି ପାଇଁ ହୀରା ବା ସୁନା ଅପେକ୍ଷା ପାଣି ଢ଼ାଳେ ଖୁବ୍ ମୂଲ୍ୟବାନ୍ । ଜଳ ବିନିମୟରେ ଜଣେ ତୃଷାର୍ ବ୍ୟକ୍ତି କୋଟି କୋଟି ଟଙ୍କାର ହୀରା ଓ ସୁନାକୁ ଅକୁଣ୍ଠିତ ଭାବରେ ପ୍ରଦାନ କରିବାକୁ ପଶ୍ଚାପଦ ହେବ ନାହିଁ ।
ଗାଣିତିକ ମୂଲ୍ୟ :
ଅଭୌତିକ ବସ୍ତୁଗୁଡିକର ମୂଲ୍ୟ ବର୍ଣ୍ଣନା କରିବା ପାଇଁ ଗାଣିତିକ ମୂଲ୍ୟର ଆବଶ୍ୟକତା ପଡେ । କୌଣସି ବ୍ୟକ୍ତିର ମାନବୀୟ ମୂଲ୍ୟର ମୂଲ୍ୟାଙ୍କନ କରିବା ପାଇଁ ଏହି ମୂଲ୍ୟର ସାହାଯ୍ୟ ନିଆଯାଏ । କୌଣସି ବ୍ୟକ୍ତି ବା ବସ୍ତୁର କାର୍ଯ୍ୟକ୍ଷମତା ଆକଳନ କରିବା ପାଇଁ ସାଧାରଣତଃ ଗାଣିତିକ ମୂଲ୍ୟ ଶତକଡା ବ୍ୟବହାର କରାଯାଏ । ଏହି ପ୍ରଣାଳୀ ଅନୁସାରେ ବିଭିନ୍ନ ବସ୍ତୁର ଶତକଡା ହାରରେ ଗୁଣବା ଓ କାର୍ଯ୍ୟ କ୍ଷମତାର ସାରଣୀ ପ୍ରସ୍ତୁତ କରି ସଂପୃକ୍ତ ବସ୍ତୁଗୁଡିକ କିଏ କାହାଠାରୁ ଅଧିକ ମୂଲ୍ୟବାନ ଜାଣିହୁଏ । ନୈତିକ ମୂଲ୍ୟ ଓ ନୀତି ଶାସ୍ତ୍ରୀୟ ମୂଲ୍ୟ ମଧ୍ୟରେ କୌଣସି ବିବାଦ ସୃଷ୍ଟି ହେଲେ, ଗାଣିତିକ ମୂଲ୍ୟ ଦ୍ୱାରା ତାର ସମାଧାନ କରାଯାଇଥାଏ ।
ନୈତିକ ମୂଲ୍ୟ :
ମନୁଷ୍ୟର ଉଚିତ୍ ଅଥବା ଅନୁଚିତ ବ୍ୟବହାର ତଥା ତା’ର ଚରିତ୍ରର ଭଳ କିମ୍ବା ମନ୍ଦ ପକ୍ଷ ନୈତିକ ମୂଲ୍ୟଦ୍ୱାରା ନିର୍ଣ୍ଣିତ ହୁଏ । କୌଣସି ସମାଜରେ ପରସ୍ପର ମଧ୍ୟରେ ଉମ ସମ୍ପର୍କ ସ୍ଥାପନ ପାଇଁ ସର୍ବ ସମ୍ମତ ଭାବରେ ଯେଉଁ ନିୟମ ଗୁଡିକ ପ୍ରଣୀତ ହୋଇଥାଏ ତାହାକୁ ନୈତିକ ମୂଲ୍ୟ କୁହାଯାଏ । ବିଶ୍ୱାସ, ପବିତ୍ରତା, ଅହିଂସା, ବିନମ୍ରତା, ସମ୍ମାନ, ସଚ୍ଚୋଟତା ଆଦି ନୈତିକ ମୂଲ୍ୟର ଦୃଷ୍ଟାନ୍ତ ।
ରାଜନୈତିକ ମୂଲ୍ୟ :
ପୌରାଣିକ କାଳରେ ରାଜା ଈଶ୍ୱରଙ୍କ ପ୍ରତିନିଧି ରୂପେ ସମ୍ମାନିତ ହେଉଥିଲେ । ପ୍ରଜାମାନଙ୍କର ସର୍ବ ବିଧ ହିତ ରକ୍ଷା କରିବା ତାଙ୍କର ପରମ ଧର୍ମ ରୂପେ ବିବେଚିତ ହେଉଥିଲା । ପ୍ରଜାମାନେ କୌଣସି ଅତ୍ୟା·ରର ଶିକାର ହେଲେ ସିଧାସଳଖ ରାଜାଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ପାଇଁ ଦାବୀ କରୁଥିଲେ । ରାଜା ନିଜ ପ୍ରଜାମାନଙ୍କୁ ପୁତ୍ରବତ୍ ପାଳନ କରୁଥିଲେ । କାଳକ୍ରମେ ଜନସଂଖ୍ୟ ବୃଦ୍ଧି ହେବାରୁ ରାଜତନ୍ତ୍ରରେ ପରିବର୍ିତ ହୋଇଗଲା । ପ୍ରଜାମାନେ ନିଜ ରାଜନୈତିକ ମୂଲ୍ୟ ପ୍ରତି ଅଧିକ ସଚେତନ ହେଲେ । ବାକ୍ ସ୍ବାଧିନତା, ଧାର୍ମିକ ସ୍ବତନ୍ତ୍ରତା, ମତାଧିକାର, ନ୍ୟାୟାଳୟରେ ନିଜ ରକ୍ଷାର ଅଧିକାର, କଠୋର ବା ନୃଶଂସ ଦଣ୍ଡରୁ ରକ୍ଷା ପାଇବାର ଅଧିକାର, ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମାନ ଦରମା ପ୍ରାପ୍ତ ହେବାର ଅଧିକାର ଆଦି ରାଜନୈତିକ ମୂଲ୍ୟର ଉଦାହରଣ । ସ୍ଥାନ ଭେଦରେ ଏହାର କିୟତ୍ ପରିବର୍ନ ହେଉଥିବା ଦେଖାଯାଏ ।
ବ୍ୟବସାୟିକ ମୂଲ୍ୟ :
ସମୟାନୁବିର୍ତା, କାର୍ଯ୍ୟକୁଶଳତା, ସ୍ପଷ୍ଟ କଥାବାର୍ା, ଉମ ଗୁଣଯୁକ୍ତ ଉପôାଦ, ଭଦ୍ରୋଚିତ ବ୍ୟବହାର, ଉପରିସ୍ଥ, ସମସ୍କନ୍ଧ ଓ ଅଧସ୍ତନ କର୍ମ·ରୀମାନଙ୍କ ପ୍ରତି ଉମ ବ୍ୟବହାର, ମହିଳାମାନଙ୍କ ପ୍ରତି ସମ୍ମାନ, ଯୌନ ଶୋଷଣର ନିଷେଧ, ବୌଦ୍ଧିକ ସମ୍ପଦର ରକ୍ଷା, ନିଜ ଉପରେ ନ୍ୟସ୍ତ ଦାୟିତ୍ୱର ସୁ·ରୁ ନିର୍ବାହ, ସମାନୁପାତିକ ବେତନ ପ୍ରାପ୍ତ କରିବାର ଅଧିକାର, ସ୍ବାସ୍ଥ୍ୟ ସୁରକ୍ଷା ଏବଂ ସେବା ନିବୃି ଲାଭ ପ୍ରଦାନ ଆଦି ବ୍ୟବସାୟିକ ମୂଲ୍ୟ ଅଟେ ।
ଧାର୍ମିକ ମୂଲ୍ୟ :
ପ୍ରତ୍ୟେକ ଧର୍ମ ସଂପ୍ରଦାୟର ଭିନ୍ନ ଭିନ୍ନ ଉପାସନା ପ୍ରଣାଳୀ ରହିଛି । ଏହି ଉପାସନା ପ୍ରଣାଳୀକୁ ଆଦର ଓ ବିଶ୍ୱାସ ସହିତ ଅନୁସରଣ କରିବା ହେଉଛି ଧାର୍ମିକ ମୂଲ୍ୟ । ନୈତିକ ମୂଲ୍ୟ, ନୀତି ଶାସ୍ତ୍ରୀୟ ମୂଲ୍ୟ ଏବଂ ବୈଶ୍ୱିକ ମୂଲ୍ୟ ଧାର୍ମିକ ମୂଲ୍ୟର ଅଙ୍ଗ ଅଟେ । କାରଣ ଏହି ତିନି ପ୍ରକାର ମୂଲ୍ୟର ଆଧାରରେ ଧାର୍ମିକ ନିୟମ କାନୁନର ସୃଷ୍ଟି ହୋଇଛି ।
ସାମାଜିକ ମୂଲ୍ୟ :
ସାମାଜିକ ମୂଲ୍ୟ ମାନବ ସମାଜର ସୁରକ୍ଷା ସମ୍ବନ୍ଧୀୟ ବିଷୟ ଉପରେ ଗୁରୁତ୍ୱ ପ୍ରଦାନ କରେ । ସାମାଜିକ ମୂଲ୍ୟ ନ ଥିଲେ ଜଣେ ଅସାମାଜିକ ବ୍ୟକ୍ତି ରୂପେ ପରିଗଣିତ ହୁଏ । ପ୍ରାକୃତିକ ପରିବେଶର ସୁରକ୍ଷା ଓ ସନ୍ତୁଳନ, ସମାଜରେ ସଂହତି ଏବଂ ଏକତା ରକ୍ଷା କରିବା, ନାଗରିକର କର୍ବ୍ୟ ସୁ·ରୁ ରୂପେ ସମ୍ପାଦନ କରିବା ଆଦି ସାମାଜିକ ମୂଲ୍ୟ । ଶିକ୍ଷା, ସୁରକ୍ଷା ଓ ସମ୍ବାଦ ସରବରାହ ସଂସ୍ଥା ଗୁଡିକର ନିୟମିତତା ଓ ସଂଗତି ବଜାୟ ରଖିବା ମଧ୍ୟ ସାମାଜିକ ମୂଲ୍ୟ ଅନ୍ତର୍ଗତ ।
ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ସମ୍ପାଦକ, ଚେତନା ପ୍ରବାହ,
Subscribe to:
Posts (Atom)

Comment