ମୂଲ୍ୟର ମାନକ ବିନ୍ଦୁ
ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ବିଭିନ୍ନ ମୂଲ୍ୟ କମ୍ ବା ବେଶି ଥାଏ । କେଉଁ ବ୍ୟକ୍ତି ପାଖରେ କେଉଁ ମୂଲ୍ୟ କେତେ ମାତ୍ରାରେ ଅଛି ତାହା କିପରି ମପା ଯାଇପାରିବ? ସମୁଦ୍ରରେ ଗତିପଥ ନିର୍ଣ୍ଣୟ ପାଇଁ ଧ୍ରୁବ-ତାରାର ସାହାଯ୍ୟ ନିଆଯାଏ । ଦୂରତ୍ୱ ମାପିବା ପାଇଁ ମିଟର, ମିଲିମିଟର, ସେିମିଟର, ଇ, ଗଜ ଆଦି ମାନକ ବ୍ୟବହାର କରାଯାଏ । ଭୂଗୋଳରେ ସ୍ଥାନ ନିରୂପଣ ପାଇଁ ଅକ୍ଷାଂଶ ଓ ଦ୍ରାଘିମା ରେଖାର ପରିକଳ୍ପନା କରାଯାଇଛି । ସେହିପରି ମନୁଷ୍ୟର ମୂଲ୍ୟ ବା ଗୁଣ ମାପିବା ପାଇଁ ‘କଳା’ (ଊରଶକ୍ସରର) ମାନକର ବ୍ୟବହାର ପ୍ରଚଳିତ । ପ୍ରାଚୀନ ଭାରତୀୟ ଶାସ୍ତ୍ରରେ ନର ଓ ନାରୀ ମଧ୍ୟରେ ସତ୍ୟଯୁଗୀୟ ଶ୍ରୀ ନାରାୟଣ ଓ ଶ୍ରୀ ଲକ୍ଷ୍ମୀଙ୍କୁ ସର୍ବଶ୍ରେଷ୍ଠ ସ୍ବୀକାର କରି ସେମାନଙ୍କୁ ସର୍ବୋଚ୍ଚ ୧୬କଳା (୧୬ ୟରଶକ୍ସରର) ସମ୍ପନ୍ନ ବୋଲି ବର୍ଣ୍ଣନା କରାଯାଇଛି । ଏହି କ୍ରମରେ ତ୍ରେତାଯୁଗୀୟ ଶ୍ରୀରାମ ଶ୍ରୀ ସୀତାଙ୍କୁ ୧୪କଳା ସମ୍ପନ୍ନ ବୋଲି କୁହାଯାଇଛି । ଅମାବାସ୍ୟା ପରଠାରୁ ପ୍ରତି ରାତ୍ରୀରେ ଚନ୍ଦ୍ରମାର ପ୍ରକାଶ ୧କଳା ଲେଖାଏଁ ବଢ଼ି ପୂର୍ଣ୍ଣମୀ ଦିନ ସମ୍ପୂର୍ଣ୍ଣ ୧୬କଳା ସମ୍ପନ୍ନ ହୁଏ । ମନୁଷ୍ୟର ବ୍ୟକ୍ତିତ୍ୱର ବିକାଶ (ଐଙ୍କଜ୍ଞବଦ୍ଭ କ୍ସରଗ୍ଦକ୍ଟଙ୍କକ୍ସରମର ୟରଙ୍ଖରକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧ) କ୍ରମବର୍ଦ୍ଧିଷ୍ଣୁ ମୂଲ୍ୟ ବା ଗୁଣକୁ ମାପିବା ପାଇଁ ଏହିପରି କଳା (ଊରଶକ୍ସରର) ର ପରିକଳ୍ପନା କରାଯାଇଛି ।
ମୂଲ୍ୟର ଉତ୍ସମୂଲ୍ୟ କୌଣସି ଭୌତିକ ବିଷୟ ନୁହେଁ । ଏହା ଏକ ସୂକ୍ଷ୍ମ ଆଧ୍ୟାତ୍ମିକ ଗୁଣ । ମନୁଷ୍ୟର ବ୍ୟବହାର ଦ୍ୱାରା ଏହା ପରିସ୍ଫୁଟ ହୁଏ । ଏହା ମନୁଷ୍ୟ ଜୀବନକୁ ସୁଗନ୍ଧିତ କରେ । ଏହି ମୂଲ୍ୟ ମନୁଷ୍ୟ ନିକଟକୁ କେଉଁଠାରୁ ଓ କିପରି ଆସେ? ପ୍ରତ୍ୟେକ ଅସ୍ତିତ୍ୱର ଉତ୍ସ ଥାଏ । ସେହିପରି ମୂଲ୍ୟର ଉତ୍ସ ମଧ୍ୟ ଅଛି । ମନୁଷ୍ୟ ସର୍ବଗୁଣ ସମ୍ପନ୍ନ କିପରି ହୁଏ? ଏହାରି ଉର ବିଜ୍ଞାନ ବା ଭୌତିକ ଜ୍ଞାନରେ ନାହିଁ । ଆଧ୍ୟାତ୍ମିକ ବ୍ୟକ୍ତି ଜାଣେ ଯେ ପ୍ରତ୍ୟେକ ଗୁଣ ବା ମୂଲ୍ୟର ଉତ୍ସ ହେଉଛନ୍ତି ସର୍ବାତ୍ମାଙ୍କ ପିତା ପରମାତ୍ମା । ତାଙ୍କୁ ସର୍ବ ଦିବ୍ୟ ଗୁଣ ଓ ଦିବ୍ୟ ଜ୍ଞାନର ମହା ସମୁଦ୍ର ବୋଲି କୁହାଯାଏ । ତାଙ୍କୁ ବାଦ୍ ଦେଇ ସଦ୍ଗୁଣ ବା ନୈତିକ ମୂଲ୍ୟ ପ୍ରାପ୍ତ ହେବା ଏକ ଦୁରାଶା ମାତ୍ର । ମନୁଷ୍ୟ ଏକ ଚୈତନ୍ୟ ପ୍ରାଣୀ । ତା’ମଧ୍ୟରେ ଭଲ ବା ମନ୍ଦର ଇଚ୍ଛା ଉପôନ୍ନ ହୋଇପାରେ । ସେ ଚିନ୍ତା କରିପାରେ । ଭାବ ପ୍ରବଣତା ଓ ଜିଜ୍ଞାସା ପ୍ରବୃି କେବଳ ମନୁଷ୍ୟାତ୍ମା ଦ୍ୱାରାହିଁ ସମ୍ଭବ ହୁଏ । ମୁନଷ୍ୟ ବ୍ୟତୀତ ନୈତିକ ଯୋଗ୍ୟତା ଅନ୍ୟ କାହାଠାରେ ନାହିଁ । ପ୍ରକୃତିର କୌଣସି ବସ୍ତୁ ବା ତ୍ୱରେ ଏହି କ୍ଷମତା ନାହିଁ । ତେଣୁ ତାହା ଜଡ଼ ବା ଅଚେତନ । ନୈତିକତା ସହିତ ତା’ର କୌଣସି ସମ୍ବନ୍ଧ ନାହିଁ । ମନୁଷ୍ୟ ଚେତନଶୀଳ ହୋଇଥିବାରୁ ସୁଖ ଦୁଃଖର ଅନୁଭବ କରିପାରେ । କେଉଁ କର୍ମ ଦ୍ୱାରା ସୁଖ ଓ କେଉଁ କର୍ମ ଦ୍ୱାରା ଦୁଃଖ ପ୍ରାପ୍ତ ହେବ ଏହା ବି·ର କରି ଉଚିତ କର୍ମ କରିବାର କ୍ଷମତା କେବଳ ମନୁଷ୍ୟଠାରେ ଦେଖାଯାଏ । ଏହି କାରଣରୁ ନୈତିକ ମୂଲ୍ୟ ପ୍ରସଙ୍ଗରେ ଚୈତନ୍ୟ ଆତ୍ମା ବିଷୟରେ ଚର୍ଚ୍ଚା ଅତ୍ୟାବଶ୍ୟକ ମନେ ହୁଏ । ଚେତନା (ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ) ବିନା ନୈତିକତାର ଚର୍ଚ୍ଚା ବ୍ୟର୍ଥ ।
ଗୋଟିଏ ପରିବାରରେ ପ୍ରତ୍ୟେକଙ୍କ ସ୍ବଭାବ ସଂସ୍କାର ଭିନ୍ନ ଭିନ୍ନ ଥାଏ । ଗୋଟିଏ ପିତାର ଦୁଇଟି ସନ୍ତାନ ମଧ୍ୟରେ ସ୍ବଭାବ, ଗୁଣ ଓ କର୍ମ ମଧ୍ୟରେ ପ୍ରଭେଦ ଦେଖାଯାଏ । ନୈତିକ ଶିକ୍ଷା ଦ୍ୱାରା ମନୁଷ୍ୟ ମଧ୍ୟରେ ଥିବା କୁସଂସ୍କାର ଓ ଅବଗୁଣଗୁଡ଼ିକୁ ସଂଶୋଧନ କରି ତାକୁ ନୈତିକତା ସମ୍ପନ୍ନ କରାଯାଇପାରେ । କର୍ମ ଦ୍ୱାରା ସଂସ୍କାର ହୁଏ । ସଂସ୍କାର ଅନୁସାରେ ବ୍ୟକ୍ତିର ପ୍ରକୃତି ହୁଏ । ମାତୃଗର୍ଭରୁ ଭୂମିଷ୍ଠ ହୋଇ ବୟସ ବୃଦ୍ଧି ସହିତ ମାନବ ଶିଶୁଠାରେ ବିଭିନ୍ନ ପ୍ରକାର ସଂସ୍କାର ପରିଲକ୍ଷିତ ହୁଏ । ଏହା ତା’ର ପୁନର୍ଜନ୍ମକୁ ପ୍ରମାଣ କରେ । ପୁନର୍ଜନ୍ମ ସିଦ୍ଧାନ୍ତ ଉପରେ ଯଥାର୍ଥ ଆଲୋଚନା ବିନା ନୈତିକ ଶିକ୍ଷା ଦ୍ୱାରା ପୂର୍ଣ୍ଣ ଲାଭ ପ୍ରାପ୍ତ ହୁଏ ନାହିଁ । ଯେଉଁମାନେ ପୁନର୍ଜନ୍ମ ସିଦ୍ଧାନ୍ତକୁ ସ୍ବୀକାର କରନ୍ତି ନାହିଁ ସେମାନେ ଇହ ଜନ୍ମରେ ଯେକୌଣସି ଉପାୟରେ ଧନ ଉପାର୍ଜନ କରି ସୁଖ ସ୍ବାଚ୍ଛନ୍ଦ୍ୟ, ଭୋଗ, ବିଳାସ ଓ ବ୍ୟସନରେ ଜୀବନ ଯାପନ ପାଇଁ ପଶ୍ଚା୍ପଦ ହୁଅନ୍ତି ନାହିଁ । ସେମାନେ ·ର୍ବାକଙ୍କ ନୀତି ଅନୁସରଣ ପୂର୍ବକ ଋଣ କରି ଘିଅ ଖାଇଲେ ଓ ଜୀବନକୁ ଭୌତିକ ସୁଖ ମଧ୍ୟରେ ବ୍ୟତୀତ କରିବାର ସମସ୍ତ ପ୍ରକାର ପ୍ରଯନô କରିବେ । କାରଣ ସେମାନେ ଆତ୍ମାର ଅସ୍ତିତ୍ୱକୁ ସ୍ବୀକାର କରନ୍ତି ନାହିଁ । ସେମାନେ କହନ୍ତି, “ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାଗମନଂ କୁତଃ’’ । ଏପରି ଲୋକଙ୍କ ପାଇଁ ନୈତିକତା, ସଦ୍କର୍ମ, ନୈତିକ ମୂଲ୍ୟ ଧାରଣ, ଆତ୍ମାର ଶୁଦ୍ଧିକରଣ ଆଦି ଅର୍ଥହୀନ । ତେଣୁ ଆତ୍ମା ଓ ପରମାତ୍ମା କହିଲେ ଅତୁ୍ୟକ୍ତି ହେବ ନାହିଁ । ସମ୍ପାଦକ, ଚେତନା ପ୍ରବାହ
ମାର୍ଫତ: ଶିବ-ଶକ୍ତି ହୋମିଓ ସେବା ସଜନ
କାଦୋପଡ଼ା ଗଳି, ବସଷ୍ଟାଣ୍ଡ ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋ: ୯୪୩୭୨୧ଠ୨୯୬
No comments:
Post a Comment