ସଫଳତାର ପରିଭାଷା
ଯେଉଁ କର୍ମର ଅନ୍ତିମ ପରିଣତି ସ୍ବୟଂ ତଥା ସମାଜ ମଧ୍ୟରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଉପôନ୍ନକରେ, ସମାଜକୁ ଦିବ୍ୟ ପ୍ରେରଣା ପ୍ରାପ୍ତହୁଏ, କର୍ାର ବ୍ୟକ୍ତିତ୍ୱ ନୈତିକ ଏବଂ ଆଦର୍ଶ ଚରିତ୍ରରେ ଗୌରବାନ୍ୱିତ ହୁଏ ତଥା ଜୀବନ ଆତ୍ମିକ ସନ୍ତୁଷ୍ଟତା ଏବଂ ପ୍ରସନ୍ନତାର ଦିବ୍ୟ ସୁଗନ୍ଧିରେ ସୁବାଷିତ ହୋଇଉଠେ ତାହାହିଁ ସଫଳତାର ପ୍ରକୃତ ପରିଭାଷା ।କାର୍ଯ୍ୟ, କାରଣ ଓ ଫଳ - ଏହି ଅନାଦି ଅବିନାଶୀ ସିଦ୍ଧାନ୍ତରେ ଏ ଜଗତ ପରି·ଳିତ । କର୍ମ ଅନୁରୂପ କର୍ାଫଳ ଭୋଗ କରେ । ଦୈନନ୍ଦିନ ଜୀବନରେ ମନୁଷ୍ୟ ଭୋଗ କରୁଥିବା ସୁଖ ବା ଦୁଃଖ ହେଉଛି ତାହାର ଇହ ବା ପୂର୍ବଜନ୍ମ କର୍ମର ଫଳ । ତେଣୁ ମଣିଷ ସ୍ବୟଂ ହେଉଛି ନିଜ ଭାଗ୍ୟର ସ୍ରଷ୍ଟା । ଏଥିରେ ଅନ୍ୟ କାହାରି ହାତ ନାହିଁ । ଯଥାର୍ଥ ଜ୍ଞାନ, ଉମ ଚିନ୍ତନ ଏବଂ ଉଚିତ ମାର୍ଗରେ ଦୃଢ଼ ପ୍ରୟାସ ଦ୍ୱାରା ଯେକେହି ସଫଳତାର ଶୀର୍ଷ ଦେଶରେ ଉପନୀତ ହୋଇପାରେ । ଯଦି କୌଣସି ବ୍ୟକ୍ତି ଶକ୍ତିଶାଳୀ ଇଚ୍ଛାଶକ୍ତି ଦ୍ୱାରା ନିରବଚ୍ଛିନ୍ନ ଉତ୍ସାହ, ଦୃଢ଼ ଏକାଗ୍ରତା ଓ ଉପଯୁକ୍ତ ବିଧି ଅନୁସରଣ କରି କୌଣସି କାର୍ଯ୍ୟ କରନ୍ତି ତେବେ ସଫଳତା ଯେ ନିଶ୍ଚିତ ଭାବେ ତାଙ୍କ ପଦ ଚୁମ୍ବନ କରିବ ଏଥିରେ ସନ୍ଦେହର ଅବକାଶ ନାହିଁ । ଏଠାରେ ସ୍ମରଣ ଯୋଗ୍ୟ ବିଷୟହେଲା ସଫଳତା ପାଇଁ ନିୟମ ପାଳନ ଏକାନ୍ତ ଅପରିହାର୍ଯ୍ୟ । ଅନ୍ୟଥା ଶକ୍ତି ପ୍ରାପ୍ତହୁଏ ନାହିଁ । ତେଣୁ କୁହାଯାଏ ବିଧି ଦ୍ୱାରା ସିଦ୍ଧି ମିଳେ ।
ଦୃଷ୍ଟିକୋଣ ଅନୁସାରେ ସଫଳତା ସହଜ ବା କଠିଣ ହୋଇଥାଏ । ଆଧ୍ୟାତ୍ମିକ ଦୃଷ୍ଟିକୋଣ ସମ୍ପନ୍ନ ବ୍ୟକ୍ତି ଅଳ୍ପ ପ୍ରଯନôରେ ସଫଳତା ପ୍ରାପ୍ତ କରିପାରନ୍ତି । କାରଣ ଜଗତର ସୂକ୍ଷ୍ମ ନିୟମ ପାଳନ କରିବା ଦ୍ୱାରା ବ୍ୟକ୍ତି ଓ ପ୍ରକୃତି ମଧ୍ୟରେ ଅଦ୍ଭୁତ ସାମଞ୍ଜସ୍ୟ ସ୍ଥାପିତ ହୁଏ । ସଫଳ ଜୀବନ ଯାପନ ପାଇଁ ବ୍ୟବହାରିକ ଜୀବନରେ ଆଧ୍ୟାତ୍ମିକ ନିୟମଗୁଡିକ ଆନ୍ତିରକତାର ସହିତ ପାଳନ କରିବା ନିତାନ୍ତ ଆବଶ୍ୟକ । କାରଣ ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଯେଉଁ ଆଧ୍ୟାତ୍ମିକ ସା ବା ଆତ୍ମା ନାମକ ଚୈତନ୍ୟ ସା ଅବସ୍ଥାନ କରେ ତାହା ମୂଳତଃ ଶୁଦ୍ଧ ଓ ସକାରାତ୍ମକ (ଆଧ୍ୟାତ୍ମିକ) ଗୁଣ ସମ୍ପନ୍ନ । ତେଣୁ ବ୍ୟକ୍ତି ଯେତେବେଳେ ନିଜକୁ ଶାନ୍ତି, ଆନନ୍ଦ, ପ୍ରେମ, ଶକ୍ତି, ପବିତ୍ରତା, ଜ୍ଞାନ ଆଦି ଗୁଣ ସମ୍ପନ୍ନ ଚୈତନ୍ୟ ସା ରୂପେ ଚିନ୍ତନ କରିବାକୁ ଲାଗେ ତାମଧ୍ୟରେ ସ୍ବତଃ ସେଗୁଡିକ ପ୍ରକାଶିତ ହେବାକୁ ଲାଗେ । ସେ ନିଜକୁ ଦିବ୍ୟଶକ୍ତି ସମ୍ପନ୍ନ ମନେ କରିବାକୁ ଲାଗେ । ତାଙ୍କପାଇଁ କୌଣସି କାର୍ଯ୍ୟ ଆଉ ଅସାଧ୍ୟ ମନେ ହୁଏନାହିଁ ।
ନିର୍ଧନତା, ରୁଗ୍ଣ ସ୍ବାସ୍ଥ୍ୟ, ଶିକ୍ଷାଗତ ଯୋଗ୍ୟତା, ଶାରୀରିକ ବିକୃତି, ସାମାଜିକ ସ୍ଥିତି ଆଦି ଅସଫଳତାର ପ୍ରମୁଖ କାରଣ ନୁହନ୍ତି । ନକାରାତ୍ମକ ବି·ର ମନୁଷ୍ୟର ନିର୍ଣ୍ଣୟ ଶକ୍ତି, ସାହସ ଓ ସଂଘର୍ଷ କରିବାର ଶକ୍ତି, ଆନ୍ତରିକ ପ୍ରେରଣା ଶକ୍ତି, ଆଶା, ବିଶ୍ୱାସ ଏବଂ କଳ୍ପନା ଶକ୍ତିକୁ ନିଷ୍କି୍ରୟ କରିଦିଏ । ତେଣୁ ପୁରୁଷାର୍ଥ ମାର୍ଗରେ କୌଣସି ବାଧା ବିଘ୍ନ ଉପସ୍ଥିତ ହେଲେ ନିରୁତ୍ସାହିତ ନ ହୋଇ ଏହାକୁ ପରୀକ୍ଷା ସ୍ବରୂପ ସ୍ବୀକାରକରି ସାହସର ସହିତ ଆଗେଇ ଗଲେ ସଫଳତା ଅବଶ୍ୟମ୍ଭାବୀ । ଆବ୍ରାହମ ଲିଙ୍କନ, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର, ବିନୋବା ଭାବେ, ହିଟଲର ଆଦି ନିର୍ଧନ ପରିବାରରେ ଜନ୍ମହୋଇ ମଧ୍ୟ ସଫଳତାର ଶୀର୍ଷତମ ସ୍ଥାନରେ ପହô ପାରିଥିଲେ । ପିଲାଟି ଦିନରୁ ଗୋଟିଏ ଗୋଡ ପକ୍ଷାଘାତ ରୋଗରେ ପୀଡିତ ଥାଇ ମଧ୍ୟ ଜଣେ ମହିଳା ୧୯୬ଠ ମସିହାରେ ଆୟୋଜିତ ଅଲମ୍ପିକ ଦୌଡ ପ୍ରତିଯୋଗିତାରେ ୫ଟି ସ୍ବର୍ଣ୍ଣପଦକ ଜିତିବାରେ ସକ୍ଷମ ହୋଇପାରିଥିଲେ । ପ୍ରଖ୍ୟାତ ଚଳଚ୍ଚିତ୍ର ନାୟିକା ସୁଧା ଚନ୍ଦ୍ରନଙ୍କ ଗୋଟିଏ ଗୋଡ କଟା ହୋଇଥିଲେ ମଧ୍ୟ ତାଙ୍କର ଅପୂର୍ବ ନୃତ୍ୟକଳା ଯୋଗୁଁ ଭାରତ ସରକାରଙ୍କ ଦ୍ୱାରା ବିଶେଷ ନୃତ୍ୟ ପଦକ ପ୍ରାପ୍ତ ହୋଇଥିଲେ । ଏହିପରି ଇତିହାସରେ ଅନେକ ସାଧାରଣ, ନିର୍ଦ୍ଧନ, ଶାରୀରିକ ଅକ୍ଷମ ବ୍ୟକ୍ତି ସେମାନଙ୍କ ଦୃଢ଼ ଇଚ୍ଛାଶକ୍ତି, ନିରବଚ୍ଛିନ୍ନ ସାଧନା ଓ ଅଦମ୍ୟ ସାହସ ବଳରେ ଅସାଧାରଣ କାର୍ଯ୍ୟକରି ସଫଳତା ପ୍ରାପ୍ତ କରିପାରିଛନ୍ତି ।
ସଫଳତାର ପ୍ରଥମ ପାହାଚ ହେଉଛି ଲକ୍ଷ୍ୟ ନିର୍ଦ୍ଧାରଣ । ଲକ୍ଷ୍ୟ ସ୍ଥିର ହୋଇଗଲା ପରେ ତାହା ପ୍ରାପ୍ତ କରିବାର ତୀବ୍ର ଅଭିଳାଷ ପୋଷଣ କରିବା ଉଚିତ୍ । ତା’ପରେ କେଉଁ ଉପାୟରେ ଓ କିପରି ଲକ୍ଷ୍ୟ ପ୍ରାପ୍ତି ହେବ ସେ ବିଷୟରେ ଗଭୀର ମନନ ଚିନ୍ତନ କରି ଯୋଜନା ପ୍ରସ୍ତୁତ କରିବାକୁ ହେବ । ଯୋଜନାନୁସାରେ ଲକ୍ଷ୍ୟପ୍ରାପ୍ତି ନହେବା ପର୍ଯ୍ୟନ୍ତ ଦୃଢ଼ତା ପୂର୍ବକ ନିରନ୍ତର ଉଦ୍ୟମ ଅବ୍ୟାହତ ରଖିବାକୁ ହେବ । ଏହି ନିୟମ ଅନୁସାରେ କାର୍ଯ୍ୟ କଲେ ଜଣେ ଯାହା ପାଇବାକୁ ·ହୁଁଥିବ ତାହା ଅବଶ୍ୟ ପ୍ରାପ୍ତହେବ । ଉଭୟ ଭୌତିକ ଓ ଆଧ୍ୟାମିôକ ଜଗତ ପାଇଁ ନିୟମ ଗୋଟିଏ । ଜଣକ ମାନସିକ ଶକ୍ତି କେଉଁ ଦିଗରେ କାର୍ଯ୍ୟ କରିଛି ଏହା ତା’ ଉପରେ ନିର୍ଭର କରେ । ଏହି ନିୟମ ଉପଯୋଗ କରି ଜଣେ ଆଧ୍ୟାତ୍ମିକ ଚେତନାର ସର୍ବୋଚ୍ଚ ଶିଖରରେ ପହôପାରେ ଅଥବା ଭୌତିକ ସୁଖ-ସମ୍ପି ଆହରଣ କରିପାରେ ।
No comments:
Post a Comment