ଜ୍ଞାନ-ପ୍ରବାହ (୬)
(ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)
ଈଶ୍ୱର ବିୟୋଗ ହେଉଛି ସବୁଠାରୁ ବଡ଼ ରୋଗ । ପ୍ରାଣୀମାତ୍ରେ ଏହି ରୋଗରେ ପୀଡ଼ିତ । ଏହି ରୋଗରେ ବଡ଼ ଔଷଧ ହେଉଛି ଈଶ୍ୱରୀୟ ଜ୍ଞାନ । ଯେପରି ଶାରୀରିକ ରୋଗ ପରିଚର୍ଯ୍ୟା ପାଇଁ ଆହାର, ବିହାରାଜିର କିଛି ନିୟମ ପାଳନ କରାଯାଏ; ସେହିପରି ଏହି ଆମିôକ ରୋଗର ନିରାକରଣ ପାଇଁ ନିରନ୍ତର ଈଶ୍ୱରୀୟ ଜ୍ଞାନର ଅଭ୍ୟାସ କରିବା ଉଚିତ । ଏହାଦ୍ୱାରା ମନରେ ବୈରାଗ୍ୟ ଭାବ ଆସିଥାଏ । ବୈରାଗ୍ୟର ଅର୍ଥ କ’ଣ? ଉପଭୋଗ ପାଇଁ ଅନେକ ପଦାର୍ଥ ସୁଲଭ ଥାଇ ମଧ୍ୟ ତତ୍ ପ୍ରତି ମନ ଆକର୍ଷିତ ନ ହେବା ହେଉଛି ପ୍ରକୃତ ବୈରାଗ୍ୟ । ସଂସାରତ୍ୟାଗ ଅନାବଶ୍ୟକ । ସଂସ୍କାରକୁ କାମ ଦୃଷ୍ଟିରେ ଦେଖି ଭୋଗ କରିବାର ବୃିକୁ ତ୍ୟାଗ କରିବା ଉଚିତ । ଦୃଷ୍ଟିର ଦୋଷ ନ ଯିବା ପର୍ଯ୍ୟନ୍ତ ଆମର ଦୃଷ୍ଟି ଦେବ-ଦୃଷ୍ଟି ସଂପନ୍ନ ହୋଇ ପାରିବ ନାହିଁ ।ଈଶ୍ୱରୀୟ ଜ୍ଞାନର ବକ୍ତା ଅତି ନିସ୍ଫୃହ ଓ ବୈରାଗ୍ୟଭାବ ସଂପନ୍ନ ହେବା ପରମାବଶ୍ୟକ । ପାରବ୍ରହ୍ମ ପରମାତ୍ମାଙ୍କୁ ଜାଣିଥିବା ବ୍ୟକ୍ତି ବ୍ରାହ୍ମଣ ପଦବାଚ୍ୟ । ଏପରି ବ୍ୟକ୍ତି ଜ୍ଞାନ ଉପଦେଶ ପାଇଁ ଯୋଗ୍ୟ । ସେ ଧୀର, ଗଂଭୀର ଏବଂ ଦୃଷ୍ଟାନ୍ତକୁଶ ହେବା ଉଚିତ । କୀିର୍ମୋହ ପ୍ରଭୁ ପ୍ରାପ୍ତି ଓ ପ୍ରୀତି ପାଇଁ ବିଘ୍ନକାରକ । ଏଥିରୁ ବର୍ିବା ବଡ଼ କଠିଣ । ତେଣୁ ଏଥିପ୍ରତି ବକ୍ତା ସାବଧାନ ରହିବା ଉଚିତ । ଶ୍ରୋତା ମଧ୍ୟ ସଂସାରରୁ ମନକୁ ନିର୍ଲିପ୍ତ ରଖି ଜ୍ଞାନ ଶୁଣିବା ଆବଶ୍ୟକ । କାରଣ ଘର ସଂସାର ଚିନ୍ତନ ମନକୁ ବିକୃତ କରେ । ତେଣୁ ଉଭୟ ବକ୍ତା ଓ ଶ୍ରୋତା ଚକ୍ଷୁ, ମନ, ବାଣୀ, କର୍ମ ଏବଂ ଇନ୍ଦ୍ରିୟ ସମୂହକୁ ପବିତ୍ର ରଖିବା ପାଇଁ ସଂପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ । ମନକୁ ସ୍ଥିର କରିବା ପାଇଁ ଉଦ୍ଧ୍ୱର୍ରେତା ହେବା ନିହାତି ଜରୁରୀ । ବ୍ରହ୍ମଚର୍ଯ୍ୟ ପାଳନ ଦ୍ୱାରା ଏହା ସଂଭବ । କ୍ରୋଧ ପୁଣ୍ୟ କ୍ଷୟ କରେ । ଏହାକୁ ସର୍ବଥା ତ୍ୟାଗ କରିବା ଉଚିତ ।
ଭାଗବତ (ଈଶ୍ୱରୀୟ) ଜ୍ଞାନ କେବଳ ଶୁଣି ଖୁସି ହେବା ବିଷୟ ନୁହେଁ । ଏହାକୁ ଜୀବନରେ ଆଚରଣ କଲେ ଯାଇ ଶ୍ରବଣ ସଫଳ ହୁଏ । ଶୁଣିଥିବା କଥା ମନନ କର ଓ ବ୍ୟବହାରରେ କାର୍ଯ୍ୟାନ୍ୱିତ କର । କେବଳ ଜ୍ଞାନ ବ୍ୟର୍ଥ । ପରମାତ୍ମାଙ୍କ ଦିବ୍ୟ ଗୁଣଗୁଡ଼ିକ ଧାରଣ କର । ପୂର୍ବ ଜନ୍ମର ବି·ର କରିବା ଅନୁଚିତ । ବର୍ମାନ ଜନ୍ମକୁ ସାର୍ଥକ କରିବାକୁ ପ୍ରଯନô କର । ପରମାତ୍ମାଙ୍କ ସହିତ ହିଁ ବିବାହ (ସମ୍ବନ୍ଧ) କର ଓ ଅନ୍ୟକୁ କରାଅ । ସଂଯମ ପାଳନ ଓ ଆନ୍ତରିକ ତପସ୍ୟା ହେଉଛି ପ୍ରଭୁ ମିଳନର ସାଧନ । ଏହାହିଁ ଆତ୍ମାର ଧର୍ମ ।
ସତ୍ କର୍ମରେ ଅନେକ ବିଘ୍ନ ଆସେ । ସେ ସବୁର ନିବାରଣ ପାଇଁ ମଂଗଳମୟ ପରମାତ୍ମାଙ୍କୁ ସ୍ମରଣ କରିବା ଉଚିତ । ଏହାହିଁ ମଂଗଳାଚରଣ । ସାଂସାରିକ ବସ୍ତୁ ବା ବ୍ୟକ୍ତି ପରିବେର୍ ପରମାତ୍ମାଙ୍କୁ ଚିନ୍ତନ କଲେ ତାଙ୍କର ଶକ୍ତି ମଣିଷକୁ ପ୍ରାପ୍ତ ହୁଏ । କ୍ରିୟାରେ ଅମଂଗଳତା କାମରୁ ଆସେ । କାମର ସ୍ପର୍ଶରେ ଯିଏ ପ୍ରଭାବିତ ହୁଏ ତାର ସବୁ କିଛି ଅମଗଂଳ ହୁଏ । କାମ ପ୍ରଭାବିତ ବ୍ୟକ୍ତିର ସ୍ମରଣ ମାତ୍ରେ କାମ ମନ ମଧ୍ୟରେ ପ୍ରବେଶ କରେ । କାମ ରହିତ ହେବା ପାଇଁ ନିଷ୍କାମ ପରମାତ୍ମାଙ୍କୁ ସ୍ମରଣ ଦ୍ୱାରା ମନ ସୁଧୁରି ଯାଏ । ମନୁଷ୍ୟର କାମ ବୃି ନଷ୍ଟ ହୋଇଗଲେ ସବୁକିଛି ମଂଗଳ ହୋଇଯାଏ । ଯିଏ କାମ ବାସନାର ଅଧୀନ ନୁହନ୍ତି ସର୍ବଦା ତାଙ୍କର ମଂଗଳ ହୋଇଥାଏ ।ମନୁଷ୍ୟର ଅମଂଗଳ କର୍ମ ହିଁ ବିଘ୍ନକର୍ା ଅଟେ ।
ଭାଗବତରେ ପ୍ରଥମ ସ୍କନ୍ଧରେ ବର୍ଣ୍ଣିତ ମଂଗଳାଚରଣର ଶେଷପଦ “ସତ୍ୟଂପରଂ ଧୀମହି” ପ୍ରଣିଧାନଯୋଗ୍ୟ ।ଏହାର ଅର୍ଥ ଏକମାତ୍ର ସତ୍ୟ ସ୍ବରୂପ ପରମାତ୍ମାଙ୍କୁ ବାରମ୍ବାର ଚିନ୍ତନ କର । ମନକୁ ଈଶ୍ୱରୀୟ ସ୍ମୃତିରେ ସ୍ଥିର କର । ସତ୍ୟ ସ୍ବରୂପ ପରମାତ୍ମାଙ୍କ ଧ୍ୟାନ ଦ୍ୱାରା ମନ ଶୁଦ୍ଧ ହୁଏ । ଧ୍ୟାନର ଅର୍ଥ ମାନସ ଦର୍ଶନ । ପରମାତ୍ମା ହେଉଛନ୍ତି ଜ୍ଞାନ, ପ୍ରେମ, ଆନନ୍ଦ, ସୁଖ, ଶାନ୍ତି ଆଦିର ସିନ୍ଧୁ । ଏଗୁଡ଼ିକ ହେଉଛି ତାଙ୍କର ଭିନ୍ନ ଭିନ୍ନ ସ୍ବରୂପ; କିନ୍ତୁ ସେ ଏକ ଓ ଅଦ୍ୱିତୀୟ । ଏକଂ ସଦ୍ ବିପ୍ରା ବହୁଧା ବଦନ୍ତି । ତାଙ୍କର ସ୍ବରୂପ ଅନେକ ହେଲେ ମଧ୍ୟ ତ୍ୱ ଗୋଟିଏ । ଦୀପ ଆଗରେ ଯେଉଁ ରଂଗର କାଚ ରଖିଲେ ସେହି ରଂଗର ଆଲୁଅ ହିଁ ବାହାରିବ । ଧ୍ୟାନ, ଧ୍ୟାତା ଏବଂ ଧ୍ୟେୟ ମଧ୍ୟରେ ଏକତ୍ୱ ହେବା ଆବଶ୍ୟକ । ଏହା ଦ୍ୱାରା ପରମାନନ୍ଦ ପ୍ରାପ୍ତି ହୋଇଥାଏ । ଧ୍ୟାନ ସମ୍ବନ୍ଧରେ ଅନ୍ୟ କୌଣସି ଚିନ୍ତନ କରିବା ବିଧେୟ ନୁହେଁ । ପରମାତ୍ମା
ସତ୍ ଚିତ୍- ଆନନ୍ଦ ସ୍ବରୂପ । ତାଙ୍କୁ ହିଁ ସ୍ମରଣ କରିବା ଉଚିତ । ଅନେକ ଜନ୍ମର ଅଭ୍ୟାସ ହେତୁ ମନରେ ବିକ୍ଷେପ ହୁଏ । ତେଣୁ ଈଶ୍ୱରୀୟ ସ୍ମୃତିରେ ମନକୁ ଏକାଗ୍ର କରିବାର ଅଭ୍ୟାସ ବେଳେ ପ୍ରଥମେ ସାଂସାରିକ ବିଷୟ ହିଁ ମନେ ପଡ଼େ । ସେଥିରେ ବିଚଳିତ ନ ହୋଇ ପ୍ରଥମେ ପରମାତ୍ମାଙ୍କ ବିଚ୍ଛିନ୍ନ ସ୍ବରୂପ ଓ ତାଙ୍କ ସହିତ ଆତ୍ମାର ବିଭିନ୍ନ ସମ୍ବନ୍ଧ କଥା ଚିନ୍ତନ କରିବା ବିଧେୟ । ପରମାତ୍ମା ସର୍ବାତ୍ମାଙ୍କ ପରମ ପିତା । ନିଜକୁ ସେହି ପରମ ପିତାଙ୍କ ସନ୍ତାନ ମନେ କରି ତାଙ୍କୁ ସ୍ମରଣ କଲେ ମନରେ ଆସୁଥିବା ଆସୁରୀ ସଂକଳ୍ପ-ବିକଳ୍ପ ସମୂହ ବିନାଶହୋଇ ଧୀରେ ଧୀରେ ଶୁଦ୍ଧ ସଂକଳ୍ପର ତରଂଗ ଉପôନ୍ନ ହେବ । “ହେ ପ୍ରିୟ ପରମ ପିତା, ତୁମେ ହିଁ ମୋର ସବୁ କିଛି । ମୋର ସବୁକିଛି ତୁମର ।” ଏହିପରି ଚିନ୍ତନ ଦ୍ୱାରା ସମସ୍ତ ପ୍ରକାର ସାଂସାରିକ ବନ୍ଧନ ଛିନ୍ନ ହୁଏ ଓ ମନ ବିଶୁଦ୍ଧ ହୁଏ ।ଦାନ ବା ସ୍ଥାନରେ ମନର ଶୁଦ୍ଧି ହୁଏ ନାହିଁ । ସାଂସାରିକ ଚିନ୍ତନର ବିକୃତ ମନର ଶୁଦ୍ଧିକରଣ ପାଇଁ ଈଶ୍ୱରୀୟ ଚିନ୍ତନ ହିଁ ଏକମାତ୍ର ବିକଳ୍ପ । (କ୍ରମଶଃ....)
No comments:
Post a Comment