ଜ୍ଞାନ ପ୍ରବାହ (୩)
(ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)
ଭାଗବତଜ୍ଞାନ (ଆଧ୍ୟାତ୍ମିକ ଜ୍ଞାନ) ମନୁଷ୍ୟକୁ ନିର୍ଭୟ କରେ । ଭଗବତ୍ ଆଶି୍ରତ ଆତ୍ମା (ବ୍ୟକ୍ତି) ନିର୍ଭୟ ହୁଏ । ପ୍ରତ୍ୟେକେ ନିଜକୁ ପରମାତ୍ମାଙ୍କ ସନ୍ତାନ ମନେ କରିବା ଉଚିତ୍ । କାରଣ ପରମାତ୍ମା ହିଁ ସମସ୍ତଙ୍କର ପାରଲୌକିକ ପିତା, ତେଣୁ ତାଙ୍କୁ ପରମ ପିତା କୁହାଯାଏ । ଏକମାତ୍ର ପରମାତ୍ମା ହିଁ ଆମର ସୁଖ-ଦୁଃଖର ସାଥୀ । ତାଙ୍କୁ ସର୍ବଦା ସାଥିରେ ରଖିଲେ ଆମେ ନିର୍ଭୟ ହୋଇଯିବା ।
ମୃତୁ୍ୟ ଏକ ଚିରନ୍ତନ ସତ୍ୟ । ସର୍ବଦା ମୃତୁ୍ୟକୁ ସ୍ମୃତିରେ ରଖ । ପାପକୁ ଭୟ କର । ଅନ୍ତ ସମୟରେ ପ୍ରତ୍ୟେକଙ୍କୁ ଧର୍ମରାଜର ଦରବାରରେ ପାପ-ପୁଣ୍ୟର ହିସାବ ଦେବାକୁ ହେବ । ଧର୍ମରାଜକୁ ଭୟ କର, ତେବେ ପାପ କର୍ମ ହେବନାହିଁ । ପାପ ହେଉଛି ଭୟର କାରଣ । ନିର୍ଭୟ ହେବାକୁ ହେଲେ ପାପ ଛାଡ଼ିବାକୁ ହେବ ।କାମକୁ ନାଶ କରି ଭକ୍ତି ଓ ପ୍ରେମମୟ ଜୀବନ ଯାପନ କରୁଥିବା ବ୍ୟକ୍ତି କାଳଜୟୀ ହୁଏ । କାଳଜୟୀ ଆତ୍ମାକୁ କାଳର କରାଳ ଆଘାତ ସହିବାକୁ ପଡ଼େନାହିଁ । କାମ ଓ କାଳ ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ପରମାତ୍ମାଙ୍କୁ ଅତିଶୟ ପ୍ରେମ କରିବାକୁ ପଡ଼ିବ । ପରମାତ୍ମା ପ୍ରୀତି ବ୍ୟତିରେକ କାମ କ୍ରୋଧାଦି ବିକାର ଯାଏନାହିଁ ।
ପାପ କର୍ମ କଲାବେଳେ ମନୁଷ୍ୟ ଯେତିକି ସାବଧାନ ରହେ ପୁଣ୍ୟ କର୍ମ କଲାବେଳେ ସେତିକି ରହେନାହିଁ । ପାପ ପ୍ରକଟିତ ହେଲେ ତାର ପ୍ରତିଷ୍ଠା ଉପରେ ଆ ଆସିବ, ଏହି ଭୟ ହେତୁ ସେ ଏକାଗ୍ର ଚି ହୋଇ ପାପ କର୍ମ କରେ । ଏହି କାରଣରୁ ଅନ୍ତ ସମୟରେ ତାକୁ ପାପ କର୍ମ ସ୍ମରଣ ହୁଏ ଓ ମୃତୁ୍ୟ ଭୟରେ ସେ ବିଚଳିତ ହୋଇପଡ଼େ । ସେ ଭାବେ ମୃତୁ୍ୟ ପାଇଁ ତ ମୁଁ କୌଣସି ପ୍ରସ୍ତୁତି କରିନାହିଁ । ଏବେ ମୋର କି ଗତି ହେବ? ମୃତୁ୍ୟକାଳୀନ ଏହି ମାନସିକ ଦୁରାବସ୍ଥାକୁ ନରକ ଯାତନା ବା ଧର୍ମରାଜର ଦଣ୍ଡ କୁହାଯାଏ । ଯେପରି ବିବାହାଦି ଉତ୍ସବ ପାଇଁ ପ୍ରସ୍ତୁତି କରାଯାଏ ସେପରି ଖୁସି ପୂର୍ବକ ଧୀରେ ଧୀରେ ମରିବା ପାଇଁ ମଧ୍ୟ ପ୍ରସ୍ତୁତି କରିବା ଦରକାର । ଅର୍ଥାତ୍ ମୃତୁ୍ୟ ପ୍ରତି ସର୍ବଦା ସାବଧାନ ରହିବାକୁ ହେବ ।
ମୃତୁ୍ୟ ଅର୍ଥାତ୍ ଧର୍ମରାଜଙ୍କୁ ଅତୀତ ଜୀବନର ହିସାବ ଦେବାର ପବିତ୍ର ଦିନ । ପରମାତ୍ମା ହେଉଛନ୍ତି ଧର୍ମରାଜର ଅନ୍ୟ ରୂପ । ଅନ୍ତ ସମୟରେ ଧର୍ମରାଜ ପ·ରିବେ- ମୁଁ ତୋତେ ଆଖି ଦେଇଥିଲି, ତୁ ତା’ର କି ଉପଯୋଗ କରିଛୁ? କାନ ଦେଇଥିଲି, ତୁ ତା’ର କ’ଣ କରିଛୁ? ତୋତେ ଶରୀର ଓ ମନ ଦେଇଥିଲି ତା’ର କି ସକ୍ରାର କରିଛୁ? ଏହିପରି ଗୋଟି ଗୋଟି କରି ହିସାବ ଦେବାକୁ ପଡ଼ିବ ।
ଏହିପରି ପ୍ରତ୍ୟେକ କର୍ମର ହିସାବ ଯଦି ଆମେ ପୂର୍ବରୁ ଠିକ୍ ଠିକ୍ ରଖି ନଥିବା ତେବେ ସେତେବେଳେ ଆମେ ବିଚଳିତ ହୋଇପଡ଼ିବା । ସାଧାରଣ ଆୟକର ଅଧିକାରୀଙ୍କୁ ହିସାବ ଦେଲାବେଳେ ମନୁଷ୍ୟ ବ୍ୟସ୍ତ ହୋଇପଡ଼େ । ଧର୍ମରାଜଙ୍କୁ ସାରା ଜୀବନର ହିସାବ ଯେତେବେଳେ ଦେବାକୁ ପଡ଼ିବ ଆମର କି’ ଦଶା ହେବ?
ମୃତୁ୍ୟକୁ ଉଜ୍ଜ୍ୱଳ କରିବା ପାଇଁ ପ୍ରତିକ୍ଷଣକୁ ଉଜାଗର କରିବା ଦରକାର । ଆଖି, କାନ, ବାଣୀ ଆଦିର ସଦୁପଯୋଗ କର । ଧନର ସଦୁପଯୋଗ କର । ଏହାଦ୍ୱାରା ମୃତୁ୍ୟ ଉଜ୍ଜ୍ୱଳ ହେବ । ଯିଏ ପ୍ରତିକ୍ଷଣ ଈଶ୍ୱରୀୟ ସ୍ମୃତିରେ ଅତିବାହିତ କରେ ତାର ମୃତୁ୍ୟ ସଫଳ ହୁଏ ।
ପ୍ରତ୍ୟହ ଶ୍ମଶାନ ଯିବାର ଆବଶ୍ୟକତା ନାହିଁ । କିନ୍ତୁ ପ୍ରତ୍ୟହ ଶ୍ମଶାନକୁ ସ୍ମରଣ କରିବା ଦରକାର । ଶ୍ମଶାନ ଜ୍ଞାନ ଭୂମି । ସେଠାରେ ସମଭାବ ଜାଗ୍ରତ ହୁଏ । ସମଭାବର ଅର୍ଥ ଅସମ ଭାବର ଅଭାବ । ସମ ଭାବ ହିଁ ଈଶ୍ୱର ଭାବ ଅଟେ । ସମଭାବ ରଖି କାର୍ଯ୍ୟ କଲେ ମୃତୁ୍ୟ ସୁଧୁରେ ।
ଭାଗବତର ଏକ ପ୍ରସଙ୍ଗରେ ବର୍ଣ୍ଣିତ ଅଛି ଯେ ରାଜା ଚିତ୍ର କେତୁର ଏକ କୋଟି ରାଣୀଥିଲେ । ସାଂସାରିକ ବିଷୟ ସମୂହକୁ ଯିଏ ମନରେ ରଖେ ସିଏ ହିଁ ଚିତ୍ରକେତୁ । ଅର୍ଥାତ୍ ଏପରି ବ୍ୟକ୍ତିଙ୍କ ମନରେ ସଂସାରର ସମସ୍ତ ଚିତ୍ର ଅଙ୍କିତ ହୋଇରହେ । ଏପରି ମନ ଯେତେବେଳେ ବିଷୟ ସମୂହରେ ତନ୍ମୟ ହୋଇଯାଏ ସେତେବେଳେ ଏକ କୋଟି ରାଣୀ ସହିତ ରମଣକରେ । ଚିତ୍ରକେତୁର ଏକ କୋଟି ରାଣୀ ଥିବା ପ୍ରସଙ୍ଗ ଏହି ଅର୍ଥକୁ ଇଙ୍ଗିତ କରୁଛି । ଶ୍ରୀ ଭାଗବତରେ ଅନେକଥର ଏପରି ପ୍ରସଙ୍ଗ ଆସେ । ଶ୍ରୋତା ଓ ବକ୍ତା ଉଭୟ ବି·ର କରିବା ଉଚିତ୍ ଯେ ଏହାର ଲକ୍ଷ୍ୟାର୍ଥ କ’ଣ? ଉଦାହରଣ ସ୍ବରୂପ ଅନ୍ୟ ଏକ ପ୍ରସଙ୍ଗ ନିଆ ଯାଇପାରେ । ହିରଣାକ୍ଷର ମୁକୁଟ ସ୍ବର୍ଗକୁ ସ୍ପର୍ଶ କରୁଥିଲା ଏବଂ ତା’ର ଅବୟବ ଦ୍ୱାରା ଦିଗ ଗୁଡ଼ିକ ଆଚ୍ଛାଦିତ ହୋଇଯାଉଥିଲା । ଏହି ଅତିଶୟୋକ୍ତିର ଅର୍ଥ ହେଲା ଲୋଭ ଦିନକୁ ଦିନ ବୃଦ୍ଧି ପାଉଥିଲା ।
ଭାଗବତରେ ଶୁକଦେବଙ୍କ ଜନ୍ମ ବୃାନ୍ତ ଅତି ଚମକ୍ରାର ଭାବରେ ଅବତାରଣା କରାଯାଇଛି । କୁହାଯାଏ ଭାଗବତ ଜ୍ଞାନର ପ୍ର·ର ପାଇଁ ବ୍ୟାସଦେବଙ୍କ ଆହ୍ୱାନ କ୍ରମେ ରୁଦ୍ର ଭଗବାନ ମାତା ଅରଣୀ ଦେବୀଙ୍କ ଗର୍ଭରେ ପ୍ରବିଷ୍ଟ ହୋଇ ଶୁକଦେବ ନାମରେ ଜନ୍ମ ନେଇଥିଲେ । ତେଣୁ ଶୁକଦେବଙ୍କୁ ରୁଦ୍ରଙ୍କ ଅବତାର ବୋଲି ବିଶ୍ୱାସ କରାଯାଏ । ଶୁକଦେବ ଜନ୍ମରୁ ଆତ୍ମନିଷ୍ଠ ବୈରାଗ୍ୟ ଓ ଅଲୌକିକ ପ୍ରେମ ଲକ୍ଷଣା ସମ୍ପନ୍ନ ଥିଲେ । ଭାଗବତ ଜ୍ଞାନ (ଆଧ୍ୟାତ୍ମିକ ଜ୍ଞାନ)ର ବିତରଣ ପାଇଁ ଏହିପରି ଯୋଗ୍ୟତା ସର୍ବାଦୌ ଆବଶ୍ୟକ । ପରମାତ୍ମାଙ୍କ ବ୍ୟତୀତ ଅନ୍ୟ ସହିତ ପ୍ରେମ କରିବା ବ୍ୟକ୍ତି ଆଧ୍ୟାତ୍ମିକ ଜ୍ଞାନର ଅଧିକାରୀ ହୋଇପାରେ ନାହିଁ । ଶୁକଦେବ ପୂର୍ଣ୍ଣ ନିର୍ବିକାରୀ ଥିଲେ । ଜ୍ଞାନୀ ପୁରୁଷ ମାୟାର ସଙ୍ଗ କରନ୍ତି ନାହିଁ ।
ଶୁକଦେବ ତପଃ ସାଧନା ପାଇଁ ବନ ଗମନ କରୁଛନ୍ତି । ପୁତ୍ରମୋହ ବଶତଃ ବ୍ୟାସଦେବ ବିଚଳିତ ହୋଇ ପଡ଼ିଲେ । ବନଗମନରୁ କ୍ଷାନ୍ତ ହେବା ପାଇଁ ସେ ଶୁକଦେବଙ୍କୁ କହିଲେ । କିନ୍ତୁ ଆତ୍ମନିଷ୍ଠ ଶୁକଦେବ ଲୌକିକ ସମ୍ବନ୍ଧର ବନ୍ଧନରୁ ଉଦ୍ଧ୍ୱର୍ରେ ଥିଲେ । ପିତାଙ୍କ ବାରଣ ତାଙ୍କୁ ଅଟକାଇ ପାରିନଥିଲା । ଲୌକିକ ସମ୍ବନ୍ଧର ବିସ୍ମରଣ ବିନା ଈଶ୍ୱରଙ୍କ ସହିତ ସମ୍ବନ୍ଧ ହୁଏ ନାହିଁ । ପୁତ୍ର ବିୟୋଗରେ ଦୁଃଖି ବ୍ୟାସଦେବଙ୍କୁ ଶୁକଦେବ କହୁଛନ୍ତି- “ଏହି ଜୀବାତ୍ମା ତ ଅନେକ ଥର ପୁତ୍ରହୋଇ ଜନ୍ମ ନେଇଛି ଓ ଅନେକ ଥର ପିତା ମଧ୍ୟ ହୋଇଛି । ବାସନା ଗ୍ରସ୍ତ ଜୀବ ଅନେକଥର ପିତା-ପୁତ୍ର ବା ସ୍ତ୍ରୀ ହୋଇ ଜନ୍ମ ନିଏ । ଅନେକ ସମୟରେ ପୂର୍ବ ଜନ୍ମର ଶତୁ୍ର ମଧ୍ୟ ପୁତ୍ରହୋଇ ଜନ୍ମ ହୁଏ । ସ୍ବ ବାସନା ହେତୁ ପିତା-ପ୍ରପିତାମହ ମଧ୍ୟ ପୌତ୍ର-ପ୍ରପୌତ୍ର ହୋଇ ଜନ୍ମ ନିଅନ୍ତି । ବାସନା ହିଁ ସର୍ବଦା ପୁନର୍ଜନ୍ମର କାରଣ ହୁଏ । “ହେ ପିତା, ମୋର ଏବଂ ଆପଣଙ୍କର ଅନେକ ଜନ୍ମ ବିତି ଯାଇଛି । ପୁନର୍ଜନ୍ମ ବିସ୍ମରଣ ହେବା ଏକ ଭଲ କଥା । ଆପଣ ମୋର ପିତା ନୁହେଁ କି ମୁଁ ମଧ୍ୟ ଆପଣଙ୍କ ପୁତ୍ର ନୁହେଁ । ଆମ ଉଭୟଙ୍କ ପ୍ରକୃତ ପିତା ହେଉଛନ୍ତି ପରମ ପିତା ପରମାତ୍ମା । ବାସ୍ତବରେ ଈଶ୍ୱରଙ୍କ ସହିତ ଆତ୍ମାର ପ୍ରକୃତ ସମ୍ବନ୍ଧ ରହିଛି । ହେ ପିତା, ମୋର ଅନୁଧାବନରୁ କ୍ଷାନ୍ତ ହୁଅନ୍ତୁ । ଶ୍ରୀ ଭଗବାନଙ୍କ ଅନୁଧାବନ କରନ୍ତୁ । ଆପଣ ପରମାତ୍ମାଙ୍କ ପାଇଁ ନିଜ ଜୀବନକୁ ପ୍ରସ୍ତୁତ କରନ୍ତୁ । ମୋତେ ଯେଉଁ ଆନନ୍ଦ ମିଳିଛି ସେହି ଆନନ୍ଦ ଜଗତକୁ ଦେବା ପାଇଁ ମୁଁ ଯାଉଛି ।
No comments:
Post a Comment