Thursday, 29 June 2017

ଜ୍ଞାନ ପ୍ରବାହ---ଭାଗ - ଦୁଇ

ଜ୍ଞାନ ପ୍ରବାହ

(ସନ୍ଥ ଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜାଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)

ଭାଗ - ଦୁଇ


ଭକ୍ତି କେବଳ ମନ୍ଦିରରେ ନୁହେଁ, ସବୁଠାରେ ହୋଇ ପାରିବ । ମନରେ ଈଶ୍ୱରୀୟ ପ୍ରେମ ବା ଭକ୍ତି ଜାଗ୍ରତ କରାଇବା ପାଇଁ ସ୍ଥାନ-କାଳର ଆବଶ୍ୟକତା ନାହିଁ । ଚବିଶଘା ଭକ୍ତି କରିବା ଉଚିତ୍ । ଭକ୍ତି ଓ ଭୋଗର ସମୟ ଭେଦ ରଖିଲେ ଜଣେ ଭକ୍ତି କରିପାରିବ ନାହିଁ । ସତତ ଏବଂ ନିରନ୍ତର ଭକ୍ତି କରିବା ଉଚିତ୍ । ଚବିଶଘା ଈଶ୍ୱରୀୟ ସ୍ମୃତିରେ ମଗ୍ନ ରହିବା ଉଚିତ୍ । ସର୍ବଦା ଈଶ୍ୱରୀୟ ସ୍ମୃତିରେ ରହିଲେ ମାୟା ସହିତ ସମ୍ବନ୍ଧ ହେବ ନାହିଁ । ଭକ୍ତିର ବିଶେଷ ସମ୍ବନ୍ଧ ମନ ସହିତ । ଯାହାଦ୍ୱାରା ମନରେ ଭକ୍ତି ହୁଏନାହିଁ ତା’ର ଶାରିରୀକ ସେବା କରିବାର ଆବଶ୍ୟକତା ନାହିଁ । ମାନସିକ ସେବା ଶ୍ରେଷ୍ଠ ଅଟେ । ଯଦି ଏପରି ସେବାରେ ତନ୍ମୟତା ଆସିଯାଏ ତେବେ ଜୀବ କୃତାର୍ଥ ହୋଇଯାଏ ।
ଭାଗବତରେ ପରମାତ୍ମାଙ୍କ ସ୍ବରୂପର ବର୍ଣ୍ଣନା କରି କୁହାଯାଇଛି-  ତାପତ୍ରୟ ବିନାଶାୟ । ଆଧ୍ୟାତ୍ମିକ, ଆଧିଦୈବିକ, ତଥା ଆଧିଭୌତିକ- ଏହି ତିନି ପ୍ରକାର ତାପରୁ ରକ୍ଷା କରିବା ପାଇ ପରମାତ୍ମା ହିଁ ସମର୍ଥ । ମନୁଷ୍ୟ ଦୁଃଖରେ ଈଶ୍ୱରଙ୍କୁ ସ୍ମରଣ କରେ । ଏହାଦ୍ୱାରା ତାଙ୍କ ସହିତ ତା’ର ଅନୁସଂଧାନ ହୁଏ ଓ ତାକୁ ଆନନ୍ଦ ମିଳେ । କଳିଯୁଗୀ ଜୀବର ସ୍ବଭାବ ସୁନ୍ଦର ନୁହେଁ । ପରମାତ୍ମାଙ୍କ ସ୍ବଭାବ ଅତିଶୟ ସୁନ୍ଦର । ଅନ୍ୟର ଦୁଃଖ ହରଣ କରିବା ତାଙ୍କ ସ୍ବଭାବ । ଏଥିପାଇଁ ଭକ୍ତ ଭଗବାନଙ୍କୁ ବନ୍ଦନା କରେ । ବନ୍ଦନା ଅର୍ଥାତ୍ ପ୍ରେମ ପୂର୍ବକ ପରମାତ୍ମାଙ୍କୁ ହୃଦୟ ସିଂହାସନରେ ଅଧିଷ୍ଠିତ କରି ତାଙ୍କର ଗୁଣଗାନ କରିବା । ପରମାତ୍ମା ଜ୍ଞାନର ସାଗର, ପ୍ରେମର ସାଗର, ଶାନ୍ତିର ସାଗର, ଦୁଃଖ ହର୍ା, ସୁଖ କର୍ା, ପତିତ ପାବନ- ଏହିପରି ସ୍ମୃତିରେ ଆତ୍ମ ବିଭୋର ହୋଇଯିବା ଦରକାର । ପରମାତ୍ମା (ଭଗବାନ, ଈଶ୍ୱର) ସଦା ଦୁଃଖରେ ହିଁ ସାହାଯ୍ୟ କରନ୍ତି । ସୁଖର ସାଥୀ ହେଉଛି ଜୀବ ଓ ଦୁଃଖର ସାଥୀ ହେଉଛନ୍ତି ଈଶ୍ୱର- ଏହି କଥାକୁ ସତତ ମନନ କରିବା ଉଚିତ୍ ।
ମନୁଷ୍ୟ ଧନ ପାଇଁ ଯେତିକି ପ୍ରଯନô ଓ ଦୁଃଖ ସହନ କରେ ସେଥିରୁ କମ ପ୍ରଯନô ଯଦି ଈଶ୍ୱରଙ୍କ ପାଇଁ କରନ୍ତା ତେବେ ସେ ନିଶ୍ଚୟ ଈଶ୍ୱରାନୁଭୂତି କରିପାରିବ । ଭଗବାନଙ୍କ ସମ୍ମୁଖରେ ହାତ ଯୋଡିବା ଓ ମୁଣ୍ଡ ନୋଇଁବାର ଅର୍ଥ କ’ଣ? ହାତ କି୍ରୟା ଶକ୍ତିର ପ୍ରତୀକ ଅଟେ । ହାତ ଯୋଡିବାର ଅର୍ଥ ହେଉଛି ଯେ ମୁଁ ମୋର ଏହି ହାତରେ ସତ୍ କର୍ମ କରିବି । ମସ୍ତକ ଅବନତ କରିବାର ଅର୍ଥ ହେଉଛି ଯେ ମୁଁ ସ୍ବୀୟ ବୁଦ୍ଧି ଶକ୍ତିକୁ ଈଶ୍ୱରାର୍ପିତ କରିବି । ବନ୍ଦନା କରିବାର ଅର୍ଥ ହେଉଛି ସ୍ବୀୟ କି୍ରୟାଶକ୍ତି ଓ ବୁଦ୍ଧି ଶକ୍ତିକୁ ଶ୍ରୀ ଭଗବାନଙ୍କୁ ଅର୍ପିତ କରିବା । ଏହିପରି ସ୍ମୃତିରେ ଭଗବାନଙ୍କୁ ବନ୍ଦନା କଲେ ପାପ-ତାପ ବିନାଶ ହୋଇଯାଏ । ନିର୍ଭୟ ହେବା ପାଇଁ ପରମାତ୍ମାଙ୍କୁ ନିରନ୍ତର ସ୍ମୃତିରେ ରଖିବା ଦରକାର । ମୋର ପିତା ପରମାତ୍ମା ଦୟାର ସାଗର ଅଟନ୍ତି । କେବଳ ବାଣୀ ଏବଂ ଶରୀର ଦ୍ୱାରା ନୁହେଁ, ପରନ୍ତୁ ହୃଦୟରେ ପ୍ରେମ ପୂର୍ବକ ପରମାତ୍ମାଙ୍କୁ ସ୍ମୃତିରେ ରଖିବା ଉଚିତ୍ ।
ପଠନ ଏବଂ ମନନ ଅପେକ୍ଷା ଜୀବନରେ ଆଚରଣ ଅଧିକ ଶ୍ରେଷ୍ଠ ଅଟେ । ବେଦର ଅନ୍ତ ନାହିଁ ଏବଂ ପୁରାଣଗୁଡିକର ସୀମା ନାହିଁ । ମନୁଷ୍ୟ ଜୀବନ ଲଘୁ ଅଟେ । କିନ୍ତୁ ଏକ ପରମାତ୍ମାଙ୍କୁ ଜାଣିଗଲା ପରେ ସବୁ କିଛି ଜ୍ଞାତ ହୋଇଯିବ ।
ସାତ ଦିନରେ ରାଜା ପରୀକ୍ଷିତ ସଦ୍ଗତି ପ୍ରାପ୍ତ କରିଥିଲେ ବୋଲି ଭାଗବତ ଶାସ୍ତ୍ରରେ ଉଲ୍ଲେଖ ଅଛି । ପରୀକ୍ଷିତଙ୍କ ଉଦ୍ଧାର ହେଲା । କିନ୍ତୁ ଭାଗବତ ଶୁଣୁଥିବା ମନୁଷ୍ୟମାନଙ୍କ ଉଦ୍ଧାର କାହିଁକି ହେଉନାହିଁ? ପରୀକ୍ଷିତଙ୍କ ପରି ଶ୍ରୋତା ଓ ଶୁକଦେବଙ୍କ ପରି ବକ୍ତା ହେଲେଯାଇ ଉଦ୍ଧାର ହୋଇପାରିବ । ପ୍ରତ୍ୟେକ ଜୀବାତ୍ମା ହେଉଛି ପରୀକ୍ଷିତ । ଜୀବାତ୍ମା ଗର୍ଭରେ ଥିବାବେଳେ ଖୁବ୍ କଷ୍ଟ ପାଏ । ଏଥିରୁ ଶିଘ୍ର ମୁକ୍ତିଲାଭ କରିବା ପାଇଁ ସେ ଭଗବାନଙ୍କୁ ପ୍ରାର୍ଥନା କରୁଥାଏ । ସେହି ଗର୍ଭ କଷ୍ଟକୁ ସ୍ମୃତିରେ ରଖି ଯିଏ ଭଗବତ୍ ପ୍ରାପ୍ତି ପାଇଁ ପ୍ରଯନô କରେ ସିଏ ପରୀକ୍ଷିତ । ପରୀକ୍ଷିତ ଅର୍ଥାତ୍ ଶ୍ରୀ ଭଗବାନଙ୍କ (ପରମାତ୍ମାଙ୍କ) ଦର୍ଶନ ପାଇଁ ଆତୁରତା ପ୍ରକାଶ କରୁଥିବା ଜୀବ । ପରୀକ୍ଷିତଙ୍କ ଆତୁରତାର ଏକ କାରଣ ଥିଲା । ସେ ଜାଣିଥିଲେ ଯେ ସାତିଦିନ ମଧ୍ୟରେ ତାଙ୍କର ମୃତୁ୍ୟ ଅନିର୍ବାଯ୍ୟ । ତକ୍ଷକ ନାଗ ତାଙ୍କୁ ନିଶ୍ଚୟ ଦଂଶନ କରିବ । ପ୍ରତ୍ୟେକ ଜୀବକୁ ତକ୍ଷକ ନାଗ ଦଂଶନ କରେ । ତକ୍ଷକ କାଳର ସ୍ବରୂପ ଅଟେ ଏକଥା ଏକାଦଶ ସ୍କନ୍ଦରେ ବର୍ଣ୍ଣନା ହୋଇଛି । କାଳ ରୂପୀ ତକ୍ଷକ କାହାକୁ ଛାଡେ ନାହିଁ । ସାତଦିନ ମଧ୍ୟରେ ହିଁ ସେ ଦଂଶନ କରେ ।
ସପ୍ତାହରେ ମୋଟ ସାତଦିନ । ଏହି ସାତଦିନ (ବାର) ମଧ୍ୟରୁ କୌଣସି ଏକ ଦିନରେ ଏହି କାଳ ରୂପୀ ତକ୍ଷକ ନିଶ୍ଚୟ ଦଂଶନ କରିବ । ତେଣୁ ପରୀକ୍ଷିତଙ୍କ ପରି କାଳକୁ ଭୁଲିବା ଉଚିତ୍ ନୁହେଁ । ପ୍ରତ୍ୟେକ ଜୀବ କାଳକୁ ଭୟ କରେ । ଈଶ୍ୱରାଶି୍ରତ ପ୍ରାଣୀ କାଳଜୟୀ ହୁଏ । ମୃତୁ୍ୟ ଅମଙ୍ଗଳ ନୁହେଁ । ନିଷ୍ପାପୀ ଜୀବ ପାଇଁ ମୃତୁ୍ୟ ମଙ୍ଗଳମୟ । ଜୀବବ୍ଦଶାରେ ମଣିଷ ମୃତୁ୍ୟ ପ୍ରତି ପ୍ରକୃତ ଭୟ ରଖେ ନାହିଁ ବୋଲି ତା’ର ଜୀବନ ଓ ମରଣ ସଫଳ ହୋଇପାରେ ନାହିଁ । ଅନ୍ତ ସମୟରେ ମନୁଷ୍ୟର ଯେଉଁ ଭୟ ସୃଷ୍ଟି ହୁଏ ତାହା ମୃତୁ୍ୟ କାରଣରୁ ନୁହେଁ, ତାହା ନିଜ କୃତ ପାପ କର୍ମର ସ୍ମୃତି ହେତୁ ହୋଇଥାଏ । ପାପ କଲାବେଳେ ମଣିଷ ଡରେନାହିଁ । ସେତେବେଳେ ସେ ଭୟକରେ ଯେତେବେଳେ ପାପ କର୍ମର ଫଳ (ଦଣ୍ଡ) ଭୋଗିବା ସମୟ ଆସେ ।
(କ୍ରମଶଃ...)

No comments: