Friday, 30 June 2017

ମୂଲ୍ୟଗୁଡିକର ବର୍ଗୀକରଣ ଡା:ସୁଧାଂଶୁ ଶେଖର ମିଶ୍ର

                      ମୂଲ୍ୟଗୁଡିକର ବର୍ଗୀକରଣ

                                             ଡା:ସୁଧାଂଶୁ ଶେଖର ମିଶ୍ର
ମୁଖ୍ୟତଃ ମୂଲ୍ୟଗୁଡିକୁ ତିନୋଟି ବର୍ଗରେ ବିଭକ୍ତ କରାଯାଇ ପାରେ ।
୧)   ବୈଶ୍ୱିକ ମୂଲ୍ୟ  (Universal Value)
୨)   ମାନବୀୟ ମୂଲ୍ୟ  (Human Value)
୩)   ଅଳ୍ପକାଳିକ ମୂଲ୍ୟ  (Temporal Value)

୧) ବୈଶ୍ୱିକ ମୂଲ୍ୟ(ସାର୍ବଭୈାମିକ ମୂଲ୍ୟ)

ଯେଉଁ ମୂଲ୍ୟଗୁଡିକ ସମସ୍ତଙ୍କ ଦ୍ୱାରା ସର୍ବକାଳରେ ନିର୍ବିବାଦରେ ଗ୍ରହଣୀୟ ସେଗୁଡିକ ବୈଶ୍ୱିକ ବା ସାର୍ବଭୌମିକ ମୂଲ୍ୟ ବର୍ଗ ଅନ୍ତର୍ଭୁକ୍ତ । ମନୁଷ୍ୟ  ସମାଜରେ ଜାତି, ବର୍ଣ୍ଣ,ଧର୍ମ, ଲିଙ୍ଗ ,ସମ୍ପ୍ରଦାୟ ଭାଷା,ରାଷ୍ଟ୍ରୀୟତା ଆଦି ଭେଦରେ ବିଭାଜିତ । ଏହି ବିଭାଜନ ସେ୍ୱ ମନୁଷ୍ୟ ମାନଙ୍କ ମଧ୍ୟରେ କେତେକ ମୌଳିକ ସିଦ୍ଧାନ୍ତ ସର୍ବମାନ୍ୟ ଅଟେ । ଉପାସନା ପଦ୍ଧତି ଆଧାରରେ ସାମ୍ପ୍ରଦାୟିକ ଧର୍ମଗୁଡିକ ମଧ୍ୟରେ ମତଭେଦ  ଦେଖାଯାଏ  କିନ୍ତୁ ସେହି ଧର୍ମଗୁଡିକରେ ଥିବା ନୈତିକ ଓ ଆଧ୍ୟତ୍ମିକ  ଶିକ୍ଷା ପ୍ରାୟତଃ ସମାନ । ଏହାହିଁ ବୈଶ୍ୱିକ ମୂଲ୍ୟ । ତେଣୁ ଏହା ଶାଶ୍ୱତ,ଆଧ୍ୟାତ୍ମିକ ଓ ସାର୍ବଭୌମ । କାଳର କରାଳ ଗତିରେ ଅନେକ ସଭ୍ୟତା ,ସଂସ୍କୃତି ଓ ସମ୍ପ୍ରଦାୟ ଧ୍ୱଂସ ହୋଇ ଯାଇଛି କିନ୍ତୁ ଅତ୍ୟନ୍ତ ପ୍ରାଚୀନ କାଳରୁ ଅଦ୍ୟାବଧି ଏହି ମୂଲ୍ୟ ଅପରିବର୍ନୀୟ ରହିଛି । କାରଣ ଏଥିରେ ବିନାଶଶୀଳ ଶରୀରର  ଗୁଣଧର୍ମ ଜାତି ପରିବେର୍ ଅବିନାଶୀ ଆତ୍ମାର ମୌଳିକ ସ୍ବଭାବ ସନ୍ନିବେଶିତ । ଆତ୍ମାର ମୌଳିକ ସ୍ବଭାବ ହେଲା ଶାନ୍ତି,ପ୍ରେମ, ଜ୍ଞାନ, ଆନନ୍ଦ,ପବିତ୍ରତା ଶକ୍ତି, ସୁଖ ଆଦି ଯାହାକି ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି । ବୈଶ୍ୱିକ ମୂଲ୍ୟ ଧାରଣ ଦ୍ୱାରା ମାନବୀୟ ମୂଲ୍ୟ ମଧ୍ୟ ସ୍ବତଃ ବ୍ୟକ୍ତି ମଧ୍ୟରେ  ପରିସ୍ଫୁଟ  ହୁଏ ଓ ଅଳ୍ପକାଳିକ  ମୂଲ୍ୟର  ଦୁଷ୍ପ୍ରଭାବରୁ ତାକୁ ରକ୍ଷା କରେ ।

୨) ମାନବୀୟ ମୂଲ୍ୟ

ମାନବୀୟ ମୂଲ୍ୟ ଅଭାବରେ ମନୁଷ୍ୟ ମାନବିକତାହୀନ ହୋଇ ଦାନବ ପାଲଟି ଯାଏ । ସମ୍ପ୍ରତି ମାନବ ସମାଜରେ ମାନବ ବେଶଧାରୀ ଦାନବ ମାନଙ୍କର ଅଭାବ ନାହିଁ । ଯେଉଁମାନେ ବର୍ବର,ଅସଭ୍ୟ, ଅନ୍ୟକୁ ଭଲ ବ୍ୟବହାର ଦିଅନ୍ତି ନାହିଁ,କ୍ରୁର, ଅନ୍ୟର ସମ୍ପିକୁ ବଳ ପୂର୍ବକ ହରଣ କରନ୍ତି, ପର ସ୍ତ୍ରୀ ପ୍ରତି ଅସଦାଚରଣ ଓ କାମୁକ ଭାବ ପୋଷଣ କରନ୍ତି, ଅଶ୍ଳୀଳ ଓ ନଗ୍ନ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି, ହିଂସା ଆଚରଣ କରନ୍ତି, ଅନ୍ୟ ମତାବଲମ୍ବୀଙ୍କ ହତ୍ୟା କରନ୍ତି, ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହନ୍ତି, ଗରିବ ଓ ନିରାଶ୍ରୟ ଲୋକଙ୍କୁ ଶୋଷଣ କରନ୍ତି, ଅନ୍ୟର ଦୁଃଖ ଦେଖି ଖୁସି ହୁଅନ୍ତି, ସେହିପରି ବ୍ୟକ୍ତି ଦାନବ ପଦବାଚ୍ୟ । ମାନବୀୟ ମୂଲ୍ୟ ହିଁ ମନୁଷ୍ୟକୁ ଦାନବ,ପଶୁ ଓ ଶୈତାନଠାରୁ ପୃଥକ କରେ । ସଂପ୍ରତି ବୈଜ୍ଞାନିକ ଏବଂ ଭୌତିକ ବିକାଶ ଦ୍ୱାରା ମାନବ ମାନବୀୟ ମୂଲ୍ୟଠାରୁ ଦୂରେଇଯାଇଛି । ଏହା ହିଁ ସଂପ୍ରତି ମୂଲ୍ୟ ସଂକଟର ମୂଖ୍ୟ କାରଣ ।
ମାନବ ମାତ୍ର ପ୍ରତି ସଦ୍ଭାବନା,ନ୍ୟାୟ, ସହାନୁଭୁତି,ଅହିଂସା ଏବଂ ଦୟା ହେଉଛି ମାନବୀୟ ମୂଲ୍ୟ । ଏହି ଗୁଣଗୁଡିକ ଧାରଣ କରିଥିବା ମନୁଷ୍ୟ “ନିଜେ ବ ଅନ୍ୟକୁ ବôବାକୁ ଦିଅ” (Live and let live)) ନ୍ୟାୟରେ ଜୀବନ ଯାପନ କରେ । ସେ ସ୍ବାଭାବିକ ଭାବରେ ଅନ୍ୟର ଦୋଷଗୁଣକୁ କ୍ଷମା କରି ଦିଏ । କ୍ଷମା ବିନା ଦୟାର ସୀମା ଅତ୍ୟନ୍ତ  ସଂକୁଚିତ ହୋଇଯାଏ । ଉପର୍ଯ୍ୟୁକ୍ତ ମାନବୀୟ ଗୁଣ ମନୁଷ୍ୟ ମଧ୍ୟରେ ସେତେବେଳେ ଏକାଠି ଆବିର୍ଭାବ ହୁଏ ଯେତେବେଳେ  ସେ କରୁଣାବନ୍ତ ହୁଏ । ଯେଉଁଠି କରୁଣା ଥାଏ, ସେଠାରେ ହିଂସା, ପରପୀଡନ, ସ୍ବାର୍ଥପରତା, ଅନଧିକାର ପ୍ରଚେଷ୍ଟା, ଅନ୍ୟାୟ ଆଦି  ପ୍ରବେଶ କରିପାରନ୍ତି ନାହିଁ । ଏଗୁଡିକ ପରିବେର୍ ସେଠାରେ  ସହ ଅସ୍ତିତ୍ୱ, ସହନଶୀଳତା, ସହକାରୀତା, ସହଯୋଗ, ସହାନୁଭୁତି, ତ୍ୟାଗ, ସେବା ଆଦି ମାନବୀୟ ମୂଲ୍ୟ ସ୍ବତଃ ପ୍ରକଟ ହୁଅନ୍ତି ।
ସଂପ୍ରତି ସମାଜରେ କେହିହେଲେ ସର୍ବଗୁଣ ସମ୍ପନ୍ନ ନୁହନ୍ତି । ପ୍ରତ୍ୟେକଙ୍କଠାରେ କୌଣସି ନା କୌଣସି
ଅବଗୁଣ ଦେଖାଯାଏ ।  ଜ୍ଞାତ ବା ଅଜ୍ଞାତସାରରେ ବ୍ୟକ୍ତକିଛି ନା କିଛି ଭୁଲ କରିଥାଏ । ତେଣୁ କୁହାଯାଏ, ‘ମନୁଷ୍ୟ ମାତ୍ରକେ ଭୁଲ କରେ’ (To err is Human) ଏପରି  ପରିସ୍ଥିତିରେ ଏକ ଶାନ୍ତି ଓ ମୈତ୍ରୀପୂର୍ଣ୍ଣ ସମାଜ ଗଠନ ପାଇଁ ପ୍ରତ୍ୟେକେ ନିଜ ନିଜ ଭୁଲକୁ ସୁଧାରିବା ସେଙ୍ଗ ସେଙ୍ଗ ଅନ୍ୟର ଭୁଲକୁ କ୍ଷମା କରି ଭୁଲିଯିବା (To forgive and Forget)) ଉଚିତ  ପ୍ରତିଶୋଧ ପରିବେର୍ ସ୍ବୟଂକୁ ପରିବର୍ନ କରିବା ହେଉଛି ମାନବତାର ପରାକାଷ୍ଠା ।
ସଚ୍ଚୋଟତା,ବିଶ୍ୱସ୍ତତା, ଆଜ୍ଞାକାରିତା ଓ ଶାଳୀନତା ମନୁଷ୍ୟର ମୌଳିକ ଗୁଣ । ଦାନବ ବା ଆସୁରୀ ପ୍ରବୃି ବ୍ୟକ୍ତିଠାରେ ଏସବୁ ମାନବୀୟ ଗୁଣର ସର୍ବଥା ଅଭାବ ଦେଖାଯାଏ । ଦାନବର ସ୍ବଭାବରେ କ୍ରୁରତା ଓ କର୍କଶତା ଦେଖାଯାଏ; କିନ୍ତୁ ମାନବଠାରେ ସନ୍ତୁଳନ, ଅନୁଶାସନ ଓ  ମଧୁରତାର ସମାବେଶ ହୁଏ । ତେଣୁ ସଚ୍ଚୋଟତା(Honesty),ବିଶ୍ୱସ୍ତତା, (faithfulness) ଚାରିତ୍ରିକ, ଦୃଢ଼ତା (Integrity), ଶାଳୀନତା (Civility and Etiquette) ଆତ୍ମ ନିୟନ୍ତ୍ରଣ (Discipline) ମାନସିକ ସନ୍ତୁଳନ (Balanced mind) ମାନବୀୟଗୁଣ ଅନ୍ତର୍ଭୁକ୍ତ ଅଟେ । ଏଗୁଡିକ ଧାରଣ ଦ୍ୱାରା ପାରସ୍ପରିକ ବ୍ୟବହାରରେ ଶାନ୍ତି ଏବଂ ପ୍ରେମ ବଜାୟ ରହେ । ଏହାର  ଅଭାବ ହେଲେ ସଂସାରରେ କଳହ କ୍ଳେଶ, କଳି ତକରାଳ, ଅଶାନ୍ତି ଆଦି ନକାରାତ୍ମକ ପରିସ୍ଥିତି ସୃଷ୍ଟି ହୁଏ ।
ଖ୍ରୀଷ୍ଟିୟାନମାନଙ୍କ ଧର୍ମଗ୍ରନ୍ଥ ବାଇବେଲରେ କୁହାଯାଇଛି ଯେ ଭଗବାନ (ସର୍ବୋଚ୍ଚ ସା) ମନୁଷ୍ୟକୁ ନିଜ ଅନୁରୂପ ଗଢିଛନ୍ତି (God Created man in his own image) । ଭଗବାନ ବା ସର୍ବୋଚ୍ଚ ସା ହେଉଛନ୍ତି ସମସ୍ତ ସଦ୍ଗୁଣର ମହାସାଗର । ତେଣୁ ତାଙ୍କ ସୃଷ୍ଟି ମନୁଷ୍ୟ ଅବଶ୍ୟ ଦୈବୀଗୁଣ ଯୁକ୍ତ ହେବା ଆବଶ୍ୟକ । ମନୁଷ୍ୟ ମଧ୍ୟରେ ଯେତେବେଳେ ଏହି ଦୈବିଗୁଣଗୁଡିକ ହ୍ରାସହୋଇଯାଏ, ସେତେବେଳେ ଏ ଧରା ସ୍ବର୍ଗରୁ ନରକରେ ପରିବର୍ନ ହୋଇଯାଏ  । ଏହି  ଗୁଣଗୁଡିକର ପୁନର୍ସ୍ଥାପନା ଦ୍ୱାରା ପୁନଶ୍ଚ ଏ ସଂସାରରେ ସ୍ବର୍ଗୀୟ ସୁଖ ଶାନ୍ତି, ପବିତ୍ରତା ଓ ସମୃଦ୍ଧି ବିରାଜମାନ ହେବ । ମନୁଷ୍ୟ ଏକ ମନୋଶୀଳ ପ୍ରାଣୀ । ତେଣୁ ସେ ମହାନ୍ ଗୁଣ ଧାରଣ କରି ମହାନ୍ ହୋଇ ପାରିବ । ସେ ସ୍ବୟଂ ଓ ସର୍ବୋଚ୍ଚ ସାଙ୍କ ବିଷୟରେ ସତ୍ୟତାର ଉପଲବ୍ଧି କରି ପାରିବ । ଏଥିପାଇଁ ଆବଶ୍ୟକ ଆଧ୍ୟାତ୍ମିକ ଜ୍ଞାନ ଯାହାଦ୍ୱାରା ଚାରିତ୍ରିକ ଉାନ ହେବ । ଏହା ହିଁ ମାନବୀୟ ମୂଲ୍ୟର ଆଧାର ଶିଳା ।

୩) ଅଳ୍ପକାଳିକ ମୂଲ୍ୟ

ଯେଉଁ ମୂଲ୍ୟ ଜଣେ ବ୍ୟକ୍ତିର ଜୀବନ କାଳ ମଧ୍ୟରେ ଏକାଧିକ ଥର ପରିବର୍ନ ହୋଇଥାଏ ବା ପରିବର୍ନ ହେବାର ସମ୍ଭାବନା ଥାଏ ତାହା ଅଳ୍ପକାଳିକ ମୂଲ୍ୟ । ଏହି ପରିବର୍ନର ପ୍ରକ୍ରିୟା ୩ରୁ ୭୫ ବର୍ଷ ଅବଧି ମଧ୍ୟରେ ହୋଇପାରେ ବା ଏହାଠାରୁ ଅଧିକ ମଧ୍ୟ ହୋଇପାରେ । ଦେଶ,କାଳ ଏବଂ ପରିସ୍ଥିତି ଅନୁସାରେ ଏହା ସମୟାନୁକ୍ରମେ ପରିବର୍ନ ହୋଇଥାଏ । ଏହିପରି ମୂଲ୍ୟ ପୂର୍ବକାଳରେ କୌଣସି ଚକ୍ରବର୍ୀ ରାଜାଙ୍କ ଦ୍ୱାରା ସ୍ଥାପିତ ଓ ପ୍ରଚଳିତ ହୋଇ ପରବର୍ୀ ପୀଢିର ଶାସକଙ୍କ ଦ୍ୱାରା ପରିବର୍ନ ହୋଇଥାଏ । କେତେକ ଅଳରେ ସଂଖ୍ୟା ଗରିଷ୍ଠ ଜନମତ ଦ୍ୱାରା ମଧ୍ୟ ଏହା ସ୍ଥାପିତ ହୋଇଥାଏ । ଅଳ୍ପକାଳିକ ମୂଲ୍ୟ ସାଧାରଣତଃ ମନୁଷ୍ୟର ସାମାଜିକ, ଚାରିତ୍ରିକ, ଆଧ୍ୟାତ୍ମିକ, ଅର୍ଥନୈତିକ, ରାଜନୈତିକ ବିକାଶ ଦ୍ୱାରା ନିୟନ୍ତ୍ରିତ ହୋଇ ସଂଶୋଧନ  ପରିବର୍ନ ଓ ପରିବର୍ଦ୍ଧନ ହୁଏ । ଯୌବନାବସ୍ଥାରେ ମହ୍ୱପୂର୍ଣ୍ଣ ଲାଗୁଥିବା ଅଳ୍ପକାଳିକ ମୂଲ୍ୟ ବୃଦ୍ଧାବସ୍ଥାରେ ଗୌଣ ମନେ ହୋଇପାରେ । ସେହିପରି ଯୌବନ କାଳରେ ଗୌଣ ମନେ ହେଉଥିବା ଅଳ୍ପକାଳିକ ମୂଲ୍ୟ ବାର୍ଦ୍ଧକ୍ୟକାଳରେ ମହ୍ୱପୂର୍ଣ୍ଣ ହୋଇପାରେ । ଏହି ମୂଲ୍ୟ ବ୍ୟକ୍ତି ଓ ସମାଜ ପାଇଁ ଲାଭପ୍ରଦ  ହୋଇପାରେ, କ୍ଷତିକାରକ ମଧ୍ୟ ହୋଇପାରେ । ଅଳ୍ପକାଳିକ ଲାଭ ପାଇଁ ମନୁଷ୍ୟ  ଯେତେବେଳେ ଧନ,ଜନ,ମାନ, ସମ୍ମାନ, ଆଭିଜାତ୍ୟ, ପ୍ରତିଷ୍ଠା ଆଦିକୁ ମହ୍ୱ ଦିଏ  ସେତେବେଳେ ତା ମଧ୍ୟରେ ନକାରାତ୍ମକ ଗୁଣଗୁଡିକର ଆବିର୍ଭାବ ହୁଏ । ମାନବୀୟ ମୂଲ୍ୟ ସହିତ ସାମଞ୍ଜସ୍ୟ ରହିଲେ ଅଳ୍ପକାଳିକ ମୂଲ୍ୟ ଲାଭପ୍ରଦ ହୁଏ । କାରଣ ମାନବୀୟ ମୂଲ୍ୟ ସର୍ବଦା ସକାରାତ୍ମକ ଗୁଣ ଗୁଡିକର ବିକାଶ କରିଥାଏ
                                                                                                                           ସମ୍ପାଦକ, ଚେତନା ପ୍ରବାହ 

No comments: