Saturday, 22 July 2017

ଜ୍ଞାନ ପ୍ରବାହ (୧ଠ)

ଜ୍ଞାନ ପ୍ରବାହ (୧ଠ)

(ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)

ଧର୍ମର ସ୍ଥାପନା ଏବଂ ଆତ୍ମାର ଉଦ୍ଧାର ନିମନ୍ତେ ପରମାତ୍ମା ଅବତାର ନିଅନ୍ତି ବୋଲି ଶାସ୍ତ୍ର ବର୍ଣ୍ଣନା ଅଛି । ଭଗବାନଙ୍କ ଅବତାର ମନ୍ଦିରରେ ନ ହୋଇ ତୁମ ଘରେ ହେବା ଉଚିତ । ମାନବ ଶରୀର ହିଁ ଏହି ଘର ଅଟେ । ଭଗବାନଙ୍କ ଅବତାର ମାନବ ଜୀବନକୁ ସୁଧାରିବା ପାଇଁ ଉଦ୍ଧିଷ୍ଟ । ଭଗବାନଙ୍କ ସମସ୍ତ ଧର୍ମ ଜୀବ ଯେତେବେଳେ ଧାରଣ କରେ ସେତେବେଳେ ଅବତାର ହୁଏ । ଭାଗବତର ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବର୍ଣ୍ଣିତ ୨୪ ଅବତାରର ଆଧ୍ୟାତ୍ମିକ ରହସ୍ୟ ବୁଝିବା ଆବଶ୍ୟକ । ପ୍ରଥମ ଅବତାର ସନତ୍ କୁମାର ବ୍ରହ୍ମଚର୍ଯ୍ୟର ପ୍ରତୀକ । ବ୍ରହ୍ମଚର୍ଯ୍ୟ ବିନା ମନ ସ୍ଥିର ରହେ ନାହିଁ । ଏହାଦ୍ୱାରା ମନ, ବୁଦ୍ଧି ଓ ସଂସ୍କାର ପବିତ୍ର ହୁଏ ଓ ଅନ୍ତଃକରଣ ଶୁଦ୍ଧ ହୁଏ । ଦ୍ୱିତୀୟ ବରାହ ଅବତାର । ବାରାହ ଅର୍ଥ ଶ୍ରେଷ୍ଠ ଦିନ କେଉଁଟି? ଯେଉଁ ଦିନ ଶ୍ରେଷ୍ଠ କର୍ମ ହୁଏ ସେ ଦିନ ଶ୍ରେଷ୍ଠ । ସତକର୍ମରେ ଲୋଭ ବିଘ୍ନ ସୃଷ୍ଟି କରେ । ଲୋଭକୁ ସନ୍ତୋଷ ଦ୍ୱାରା ଦମନ କରିବା ଉଚିତ । ବରାହ ଅବତାର ସନ୍ତୋଷର ଅବତାର । ଲୋଭକୁ ବିନାଶ କରି ପ୍ରାପ୍ତ ସ୍ଥିତିରେ ସନ୍ତୁଷ୍ଟ ରହିବା ବରାହ ଅବତାରର ରହସ୍ୟ । ନାରଦ ହେଉଛନ୍ତି ତୃତୀୟ ଅବତାର । ସେ ହେଉଛନ୍ତି ଭକ୍ତିର ପ୍ରତୀକ । ବ୍ରହ୍ମଚର୍ଯ୍ୟ ପାଳନ ପୂର୍ବକ ପ୍ରାପ୍ତ ସ୍ଥିତିରେ ସନ୍ତୁଷ୍ଟ ରହିଲେ ନାରଦ ଅର୍ଥାତ ଭକ୍ତି ପ୍ରାପ୍ତ ହୁଏ ।
ଚତୁର୍ଥ ପର୍ଯ୍ୟାୟ ହେଉଛି ନର-ନାରାୟଣ ଅବତାର । ଭକ୍ତିର ପରିଣାମ ସ୍ବରୂପ ଭଗବାନ ମିଳନ୍ତି । ଜ୍ଞାନ ଓ ବୈରାଗ୍ୟ ରହିତ ଭକ୍ତିରେ ଦୃଢ଼ତା ଥାଏ ନାହିଁ । ତେଣୁ ଜ୍ଞାନ ଓ ବୈରାଗ୍ୟର ପରାକାଷ୍ଠା ପାଇଁ ପମ ପର୍ଯ୍ୟାୟରେ କପିଳ ଅବତାର । ଷଷ୍ଠରେ ଦାତ୍ରେୟ ଅବତାର । ଉପର୍ଯୁ୍ୟକ୍ତ ପାଟି ଗୁଣ, ବ୍ରହ୍ମଚର୍ଯ୍ୟ, ସନ୍ତୋଷ, ଜ୍ଞାନ, ଭକ୍ତି ଏବଂ ବୈରାଗ୍ୟ ଜୀବନରେ ଧାରଣ ହେଲେ ଜୀବାତ୍ମା ଗୁଣାତୀତ ଓ ଅତ୍ରି ହୁଏ । ଏହା ଭଗବାନଙ୍କ ନିକଟତର କରାଏ । ଉପଯୁକ୍ତ ଛଅଟି ଅବତାର ବ୍ରାହ୍ମଣ ପାଇଁ ଉଦ୍ଧିଷ୍ଟ । ସପ୍ତମରେ ଯଜ୍ଞ ଅବତାର । ଅଷ୍ଟମ ଅବତାର ଋଷଭ ଦେବଙ୍କର । ନବମରେ ପୃଥୁରାଜା ଅବତାର । ଦଶମ ଅବତାର ମତ୍ସ ନାରାୟଣଙ୍କର । ଏହି ·ରି ଅବତାର କ୍ଷତ୍ରିୟମାନଙ୍କ ପାଇଁ । ଏହା ଧର୍ମର ଆଦର୍ଶ ବର୍ଣ୍ଣନା କରିବା ପାଇଁ । ଏକାଦଶରେ କୁର୍ମ, ଦ୍ୱାଦଶରେ ଧନ୍ୱନ୍ତରୀ ଓ ତ୍ରୟୋଦଶରେ ମୋହିନୀ ନାରାୟଣ- ଏହି ତିନି ଅବତାର ବୈଶ୍ୟମାନଙ୍କ ପାଇଁ । ଚତୁର୍ଦ୍ଧଶରେ ନରସିଂହ ଅବତାର । ଏହା ପୁଷ୍ଟିର ଅବତାର ।
ଭକ୍ତ ପ୍ରହଲ୍ଲାଦ ପ୍ରତି କୃପା କରିବା ପାଇଁ ଏହି ଅବତାର ହୋଇଥିଲା । ମନ ଶକ୍ତି ବା ବୁଦ୍ଧି ଶକ୍ତି ଦ୍ୱାରା ଈଶ୍ୱର ପ୍ରାପ୍ତ ହୁଅନ୍ତି ନାହିଁ । କେବଳ ପ୍ରେମ ଶକ୍ତି ହିଁ ତାଙ୍କୁ ଆକର୍ଷିତ କରେ । ପଦଶରେ ବାମନ ଅବତାର, ଏହା ସମ୍ପୂର୍ଣ୍ଣ ନିଷ୍କାମ ଭାବର ପ୍ରତୀକ । ଯିଏ ନିଷ୍କାମ ଭାବରେ ଭକ୍ତି ଓ ନୀତିର ଛତ୍ର ତଳେ ଥାଏ ଓ ଧର୍ମର କବଚ ଧାରଣ କରିଥାଏ ସିଏ କାଳଜୟୀ ହୁଏ । ଏହା ହେଉଛି ବାମନ ଅବତାରର ରହସ୍ୟ । ଷଷ୍ଠଦଶ ଅବତାର ପର୍ଶୁରାମ ହେଉଛନ୍ତି ଆଦେଶର ପ୍ରତୀକ । ବ୍ୟାସ ହେଉଛନ୍ତି ସପ୍ତଦଶ ଅବତାର । ଏହା ଜ୍ଞାନର ଦ୍ୟୋତକ । ଅଷ୍ଟାଦଶରେ ଶ୍ରୀରାମ ଅବତାର । ସେ ମର୍ଯ୍ୟାଦା ପୁରୁଷୋମ ରୂପେ ପ୍ରଖ୍ୟାତ । ରାମଙ୍କ ମର୍ଯ୍ୟାଦା ପାଳନ କଲେ କାମ ବିନାଶ ହୋଇ ଉନବିଂଶ ଅବତାର ସ୍ବରୂପ ଶ୍ରୀକୃଷ୍ଣ ଆବିର୍ଭାବ ହୁଅନ୍ତି । ଏହାପରେ କ୍ରମାନୁସାରେ ହରି, କଳକି, ବୁଦ୍ଧ ଆଦି ଅବତାର କଥା ବର୍ଣ୍ଣନା କରାଯାଇଛି ।
ଏହି ଶରୀର ହେଉଛି ଧର୍ମକ୍ଷେତ୍ର ଓ କୁରୁକ୍ଷେତ୍ର । ଧର୍ମ ଓ ଅଧର୍ମର ଯୁଦ୍ଧ ଏଥିରେ ହୋଇଥାଏ । ପ୍ରତ୍ୟେକଙ୍କ ମନରେ ଓ ଘରେ ମହାଭାରତ ଯୁଦ୍ଧ ·ଲୁଛି । ସଦ୍ବୃି ଓ ଅସତ୍ ବୃିର ଯୁଦ୍ଧ ହେଉଛି ମହାଭାରତ । ଜୀବ ଯେତେବେଳେ ଜ୍ଞାନରେ ରମଣ କରେ ସେତେବେଳେ କୌବର ବିଘ୍ନ ସୃଷ୍ଟି କରନ୍ତି । ଜୀବ ହେଉଛି ଧୃତରାଷ୍ଟ୍ର । ତାକୁ ଅନ୍ଧ ରୂପରେ ଦର୍ଶାଯାଇଛି । କୋ ଅନ୍ଧଃ? ଅନ୍ଧ କିଏ? ଯଃ ବିଷୟାନୁରାଗୀ । ଯାହାର ଦୃଷ୍ଟିରେ କାମ ବାସନା ଅଛି ସେହିଁ ଅନ୍ଧ ଧୃତରାଷ୍ଟ୍ର । ଦୁଃଖ ରୂପୀ କୌରବ ଅନେକ ଥର ଧର୍ମକୁ ନାଶ କରିବାକୁ ଯାଏ । ଯୁଧିଷ୍ଠିର ଓ ଦୁର୍ଯେ୍ୟାଧନ ପ୍ରତିଦିନ ସଂଘର୍ଷ କରୁଛନ୍ତି । ଦୁର୍ଯେ୍ୟାଧନ ଆଜି ମଧ୍ୟ ବôଛି । ପରମାତ୍ମା ପ୍ରତ୍ୟହ ବ୍ରହ୍ମ ମୁହୂର୍ରେ ଆସି ପ୍ରଭୁପ୍ରେମୀମାନଙ୍କୁ ଉଠାନ୍ତି ଓ ସତ୍କର୍ମ ପାଇଁ କହନ୍ତି । କିନ୍ତୁ ଦୁର୍ଯେ୍ୟାଧନ ଆସି କହେ, “ଅନ୍ତିମ ପ୍ରହରର ଏ ଆରାମଦାୟକ ନିଦ ତ୍ୟାଗ କରି ଉଠିବାର କି ଆବଶ୍ୟକତା ଅଛି । ଶୋଇପଡ । କ’ଣ ବା କ୍ଷତି ହୋଇଯିବ?’’ ଦୁଷ୍ଟ ବି·ର ରୂପୀ ଦୁର୍ଯେ୍ୟାଧନ ମନୁଷ୍ୟକୁ ଉଠିବାକୁ ଦିଏ ନାହିଁ । ନିଦ୍ରା ଏବଂ ନିନ୍ଦା ଉପରେ ବିଜୟ ପ୍ରାପ୍ତ କରିଥିବା ବ୍ୟକ୍ତି କେବଳ ଭକ୍ତି କରିପାରେ । ଦୁର୍ଯେ୍ୟାଧନ ଅଧର୍ମର ପ୍ରତୀକ । ଯୁଧିଷ୍ଠିର ଧର୍ମର ସ୍ବରୂପ । ଧର୍ମ ପରମାତ୍ମା ଅଭିମୁଖେ ନେଇ ଯାଏ । ଅଧର୍ମ ମନୁଷ୍ୟକୁ ସାଂସାରିକ ବିଷୟାନୁରାଗୀ କରି ବିନାଶ ଅଭିମୁଖେ ପ୍ରେରିତ କରେ । ଧର୍ମ ଈଶ୍ୱରଙ୍କ ଶରଣରେ ଆସିଲେ ତା’ର ବିଜୟ ହୁଏ ଓ ଅଧର୍ମର ବିନାଶ ହୁଏ ।
ଅଶାନ୍ତି, ଉଦ୍ବେଗ, ଦୁଃଖ ଆଦିର ମୂଳ ନିଜ ଅନ୍ତରରେ ଥାଏ । ଏହା ବାହାରେ ନଥାଏ । ତେଣୁ ଏହାକୁ ନିଜ ମଧ୍ୟରେ ଖୋଜିବା ହେଉଛି ଜ୍ଞାନୀର ଲକ୍ଷଣ । ଅଜ୍ଞାନତା ଏବଂ ଅଭିମାନ ହେଉଛି ଦୁଃଖର ମୁଖ୍ୟ କାରଣ । ଅଜ୍ଞାନ ବ୍ୟକ୍ତି (ଜ୍ଞାନ ଚକ୍ଷୁ ହୀନ ହେତୁ) ଏହା ଦେଖିପାରେ ନାହିଁ । ତେଣୁ ଏହାର କାରଣଗୁଡ଼ିକୁ ବାହାରେ ଖୋଜେ । ଲୋକେ ଅତୀତରେ କରିଥିବା ପୁଣ୍ୟ କର୍ମଗୁଡ଼ିକୁ ବାରମ୍ବାର ସ୍ମରଣ କରନ୍ତି; କିନ୍ତୁ ପାପ କର୍ମକୁ କେହି ମନେ ପକାନ୍ତି ନାହିଁ । ମନୁଷ୍ୟକୁ ନିଜ ଭୁଲ ସହଜରେ ଦେଖାଯାଏ   ନାହିଁ । ଏଥିପାଇଁ କୁହାଯାଇଛି- “କୃପା ଭଇ ତବ ଜାନିୟେ, ଯବ୍ ଦିଖେ ଅପନା ଦୋଷ ।’’ ଜଗତର କୌଣସି ବ୍ୟକ୍ତିର ଦୋଷ ଦେଖିବା ଉଚିତ ନୁହେଁ । ନିଜ ମନକୁ ସଂଶୋଧନ କରିବା ଆବଶ୍ୟକ । ଆମର ଭୁଲ ଦେଖାଉଥିବା ବ୍ୟକ୍ତିର ଉପକାର ଭୁଲିଯିବା ଉଚିତ ନୁହେଁ । ମନୁଷ୍ୟର ସବୁଠାରୁ ବଡ ଦୋଷ ହେଉଛି ଯେ ସେ ନିଜକୁ ସର୍ବଦା ନିର୍ଦ୍ଧୋଷ ମନେ କରେ । ଏକମାତ୍ର ପରମାତ୍ମା ହିଁ ନିର୍ଦ୍ଧୋଷ । ନିୟମିତ ସତସଙ୍ଗ କଲେ ମନୁଷ୍ୟ ନିଜ ଦୋଷ ଦେଖିପାରେ ।

No comments: