Monday, 17 July 2017

ଜ୍ଞାନ ପ୍ରବାହ (୯)

ଜ୍ଞାନ ପ୍ରବାହ (୯)

(ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)
ଭଲ କଥା ଶୁଣି ଜୀବନରେ ଚରିତାର୍ଥ କରିବା ଲୋକ ଖୁବ୍ କମ ଦେଖାଯାଆନ୍ତି । ଶୁଣିଥିବା କଥା (ଜ୍ଞାନ)ର ସିଦ୍ଧାନ୍ତଗୁଡ଼ିକୁ ଜୀବନରେ ଆଚରଣ କରିବା ବିଧେୟ । କେବଳ “ଶୁଶ୍ରୁଭିଃ’’ ନୁହେଁ, “କୃତିଭିଃ’’ ମଧ୍ୟ ହୁଅ । କଳିଯୁଗୀୟ ମାନବ ମନ୍ଦବୁଦ୍ଧି ଏବଂ ମନ୍ଦଶକ୍ତି  ଯୁକ୍ତ ହୋଇଥିବାରୁ କଠିଣ ସାଧନା ପାଇଁ ଅକ୍ଷମ । ଭୋଗ ପ୍ରବୃି ହେଉଛି ମନ୍ଦ ବୁଦ୍ଧିର କାରଣ । ଭୋଗୀ ବ୍ୟକ୍ତି ଦୀର୍ଘ ସମୟ ଗୋଟିଏ ଆସନରେ ଆସୀନ ହୋଇ ଧ୍ୟାନ କରିପାରେ ନାହିଁ । ଅଥଚ ସେ ନିଜକୁ ଚତୁର ମନେ କରେ । ସାଂସାରିକ ବିଷୟ ସମୂହ ପଛରେ ଧାବିତ ବ୍ୟକ୍ତି ଚତୁର ପଦବାଚ୍ୟ ନୁହେଁ । ଶାସ୍ତ୍ର ନିର୍ଦ୍ଧେଶ ଦିଏ;-
ଶତଂ ବିହାୟ ଭୋକ୍ତବ୍ୟଂ ସହସ୍ରଂ ସ୍ନାନଂ ଆଚରତ୍ ।
ଲକ୍ଷଂ ବିହାୟ ଦାତବ୍ୟଂ କୋଟିଂ ତ୍ୟକ୍ତ୍ୱା ହରିଂ ଭଜେତ୍ ।ା
(ଅର୍ଥାତ୍, ଶହେ କାମ ଛାଡି ଭୋଜନ କର, ହଜାରେ କାମ ଛାଡି ସ୍ନାନ କର, ଲକ୍ଷେ କାମ ଛାଡି ଦାନ କର ଏବଂ ଗୋଟିଏ କାମ ଛାଡି ଭଗବତ୍ ଚିନ୍ତନ (ପରମାତ୍ମା ସ୍ମରଣ) କର । ଏଥିରୁ ସ୍ପଷ୍ଟ ହୁଏ ଯେ ଘର କାମ ସମାପ୍ତ କଲା ପରେ ଈଶ୍ୱରୀୟ ଚିନ୍ତନ କରିବା ବିଧି ନୁହେଁ । ଈଶ୍ୱରୀୟ ଚିନ୍ତନ (ଧ୍ୟାନ ଯୋଗ) ପରେ କର୍ବ୍ୟ କର୍ମ (କର୍ମଯୋଗ) କରିବା ସର୍ବୋମ ବିଧି । ଏହାଦ୍ୱାରା କର୍ମରେ କୁଶଳତା ଆସେ । ଯୋଗଃ କର୍ମସୁ କୌଶଳଂ । କଳିଯୁଗୀୟ ମଣିଷ ଉଚିତ କର୍ମ ଅପେକ୍ଷା ଅନୁଚିତ କର୍ମକୁ ଅଗ୍ରାଧିକାର ଭିିରେ କରେ । ମନ୍ଦ ବୁଦ୍ଧି ହେବାର ଏହାହିଁ କାରଣ ।
ବ୍ୟକ୍ତି ଯେତେବେଳେ ପରମାତ୍ମା ମିଳନ ପାଇଁ ଅତ୍ୟଧିକ ଆତୁର ହୁଏ ସେତେବେଳେ ଈଶ୍ୱରୀୟ ପ୍ରେରଣା କ୍ରମେ ସନ୍ଥ (ଈଶ୍ୱରଙ୍କୁ ଜାଣିଥିବା ଓ ପ୍ରତ୍ୟକ୍ଷ କରିଥିବା ମହାତ୍ମା) ଦର୍ଶନ ହୁଏ ।
ଭୋଜନରେ ସ୍ବାଦ ନଥାଏ । କ୍ଷୁଧା ହେଉଛି ସ୍ବାଦର କାରଣ । ପରମାତ୍ମା ମିଳନର କ୍ଷୁଧା ଦୀବ୍ର ନ ହେବା ପର୍ଯ୍ୟନ୍ତ ସନ୍ଥ ପ୍ରାପ୍ତି ପରେ ମଧ୍ୟ ସଦ୍ଭାବ ଜାଗ୍ରତ ହୁଏ ନାହିଁ, ଶ୍ରବଣର ପ୍ରଧାନ ତିନିଟି ଅଙ୍ଗ ଅଛି ।
୧. ଶ୍ରଦ୍ଧା : ଶ୍ରୋତାଗଣ ମନକୁ ଏକାଗ୍ର କରି ଶ୍ରଦ୍ଧାର ସହିତ ଈଶ୍ୱରୀୟ କଥା ଶୁଣିବା ଉଚିତ ।
୨. ଜିଜ୍ଞାସା : କୌଣସି ବିଷୟରେ ଜିଜ୍ଞାସା ଉପôନ୍ନ ନହେବା ପର୍ଯ୍ୟନ୍ତ ବ୍ୟକ୍ତି (ଶ୍ରୋତା) ତାହା ଧ୍ୟାନ ପୂର୍ବକ ଶୁଣେ ନାହିଁ । ତେଣୁ ଜିଜ୍ଞାସା ବିହୀନ କଥା ଶ୍ରବଣ ନିରର୍ଥକ ।
୩. ନିର୍ମତ୍ସରତା : ମତ୍ସରର ଆଭିଧାନିକ ଅର୍ଥ ହେଉଛି ହିଂସା, ଦ୍ୱେଷ. ପରଶ୍ରୀକାତରତା, ରାଗ, ଶତ୍ରୁତା, ଗର୍ବ, ଲୋଭ, ଆତ୍ମଧିକ୍କାର । ଏଗୁଡ଼ିକର ଅଭାବ ହେଉଛି ନିର୍ମତ୍ସରତା । ଶ୍ରୋତା ମନରେ ଜଗତର କାହାରି ପ୍ରତି ମତ୍ସର ହେବା ଉଚିତ ନୁହେଁ । ବିନମ୍ରତା ପୂର୍ବକ ଜ୍ଞାନ ଶ୍ରବଣ କରିବା ଉଚିତ । ସମସ୍ତ ପାପ କର୍ମ ତ୍ୟାଗ କରି ପରମାତ୍ମା ମିଳନ ପାଇଁ ତୀବ୍ର ଆତୁରତା ପୂର୍ବକ ଜ୍ଞାନ ଶ୍ରବଣ କଲେ ତାଙ୍କୁ ଅନୁଭବ କରିବା ସହଜ ହୁଏ । ପରମାତ୍ମାଙ୍କୁ ଚର୍ମ ନେତ୍ରରେ ଦେଖିହୁଏ ନାହିଁ । କାରଣ ସେ ଇନ୍ଦ୍ରିୟାତୀତ ।
ସାଧନା କରିବା ସେ୍ୱ ମଧ୍ୟ ଯଦି ସିଦ୍ଧି ପ୍ରାପ୍ତ ହେଉ ନାହିଁ ତେବେ ସାଧନା ପ୍ରତି ସାଧକ ମନରେ ଉପେକ୍ଷା ଭାବ ସାର ହୁଏ । ଜୀବ ସାଧକ ଅଟେ । ସେବା ଓ ସ୍ମରଣ ସାଧନ ଅଟେ । ପ୍ରାତଃ କାଳରେ ସ୍ନାନ ଶୌ·ଦି ପରେ କିଛି ସମୟ ଈଶ୍ୱରଙ୍କ ପୂଜା-ଆରାଧନା ବା ଜପ-ଧ୍ୟାନ କରି ଦିନଯାକ ସାଂସାରିକ କର୍ମରେ ଲିପ୍ତ ରହି ତାଙ୍କୁ ଭୁଲିଯିବା ଭକ୍ତି (ଈଶ୍ୱରୀୟ ପ୍ରୀତି) ନୁହେଁ । ଅର୍ହନିଶ ଈଶ୍ୱରୀୟ ସ୍ମୃତି ହିଁ ପ୍ରଭୁ ପ୍ରୀତି  ବା ଭକ୍ତିର ଦ୍ୟୋତକ । ଏଭଳି ଭକ୍ତିରେ ପ୍ରକୃତ ଆନନ୍ଦ ଅଛି । ଭକ୍ତି ଶାରୀରିକ ନୁହେଁ ମାନସିକ ହେବା ଉଚିତ । ମନରେ ଯଦି ଈଶ୍ୱରୀୟ ସ୍ମୃତି ନାହିଁ ବାଣୀ ଯେତେ ଭଗବାନଙ୍କ ନାମ ଉଚ୍ଚାରଣ କଲେ ମଧ୍ୟ ସେ ସବୁ ବ୍ୟର୍ଥ ହୋଇଯାଏ । ମନ ସଂସାରର ବିଷୟ ସମୂହରେ ରମଣ କରୁଥିବ ଏବଂ ଶରୀର ଭଗବାନଙ୍କ ସେବାରେ ବ୍ୟସ୍ତ ଥିବ ତେବେ ସେପରି ସେବାରେ କୌଣସି ଆନନ୍ଦ ମିଳେ ନାହିଁ । ସେବାରେ କ୍ରିୟା ନୁହେଁ, ଭାବହିଁ ମୁଖ୍ୟ ଅଟେ । ବିଷୟ ସମୂହରୁ ମନକୁ ନିବୃ ନକରିବା ପର୍ଯ୍ୟନ୍ତ ସେବାରେ ଆନନ୍ଦ ମିଳେ ନାହିଁ । “ସର୍ବେଷାମ୍ ଅବିରୋଧେନ ବ୍ରହ୍ମକର୍ମ ସମାରଭେ ।’’ ପରମାତ୍ମାଙ୍କ ସେବା ସେତେବେଳେ ହେବ ଯେତେବେଳେ ସାଂସାରିକ ବିଷୟ ସମୂହରୁ ଆସକ୍ତି କମିଯିବ ।
ପରମାତ୍ମାଙ୍କୁ ପ୍ରେମ କରିବାକୁ ହେଲେ ବିଷୟ ସମୂହର ପ୍ରେମ ତ୍ୟାଗ କରିବାକୁ ହେବ । କାରଣ, “ପ୍ରେମ ଗଲି ଅତି ସାଁକରି ତାମେଁ ଦୋ ନ ସମାହିଁ ।’’ ପ୍ରେମର ସଂକୀର୍ଣ୍ଣ ଗଳିରେ ଉଭୟର ନିର୍ବାହ ହୋଇପାରେ ନାହିଁ । ଜଗତର ବନ୍ଧନ ନ ଛାଡିବା ପର୍ଯ୍ୟନ୍ତ ଈଶ୍ୱର ସମ୍ବନ୍ଧ ହୁଏ ନାହିଁ । ସଂସାର ତ୍ୟାଗ ନୁହେଁ, ସଂସାରର ବିଷୟ ସମୂହର ତ୍ୟାଗ କରିବା ଆବ୍ୟକ । ସଂସାର ତ୍ୟାଗ କରି କୁଆଡ଼େ ଯିବା? କେବଳ ପରମାତ୍ମାହିଁ ସୁନ୍ଦର, ଦୁନିଆର ବିଷୟ ନୁହେଁ । ବାସନା ରୂପୀ ରଜ୍ଜୁ ଦ୍ୱାରା ବିଷୟରେ ବାନ୍ଧି ହୋଇଥିବା ଇନ୍ଦ୍ରିୟ ସମୂହକୁ ମୁକ୍ତ ନ କରିବା ପର୍ଯ୍ୟନ୍ତ ଆଗକୁ ବଢ଼ିବା ସମ୍ଭବ ନୁହେଁ । ବାସନା ରୂପୀ ରଜ୍ଜୁରେ ଏହି ଜୀବର ଗଣ୍ଠି ସଂସାର ସହିତ ବାନ୍ଧି ହୋଇରହିଛି । ତାକୁ ଛିନ୍ନ କରିବା ଦରକାର ।  ହୃଦୟ ବାସନା ରହିତ ହେଲେ ଭକ୍ତିରୁ ଆନନ୍ଦ ମିଳିଥାଏ । ସର୍ବୋମ ବସ୍ତୁକୁ ଈଶ୍ୱରାର୍ପଣ କରିବା ଶ୍ରେଷ୍ଠ ଭକ୍ତି । ଭୋଗ ଭକ୍ତିରେ ବାଧକ । ସଂଯମ ଓ ସଦା·ର ଦ୍ୱାରା ଭକ୍ତିରେ ଆନନ୍ଦ ମିଳେ । ସୁଖୀ ହେବାକୁ ·ଡୁଁଥିଲେ ସାଂସାରିକ ବିଷୟ ସହିତ ପ୍ରେମ ତ୍ୟାଗ କରିବା ଉଚିତ । ଘର ଗୃହସ୍ଥରେ ରହି ମଧ୍ୟ ଜଣେ ବୈରାଗ୍ୟର ସାଧନା କରିପାରିବ । (କ୍ରମଶଃ)

No comments: