Saturday, 14 November 2015

ଜାତୀୟ ସଂହତି


ଭାରତ ଏକ ଅଧ୍ୟାତ୍ମ ପ୍ରଧାନ ଦେଶ । ସମଗ୍ର ବିଶ୍ୱରେ ଏହା ଏପରି ଏକ ରାଷ୍ଟ୍ର ରୂପେ ପରିଚିତ, ଯେଉଁଠି ବିବିଧ ସଂସ୍କୃତି, ଭାଷା, ରଂଗ-ରୂପ ଓ ସଂପ୍ରଦାୟ ମଧ୍ୟରେ ଅପୂର୍ବ ସମନ୍ୱୟ ଦେଖିବାକୁ ମିଳେ । ଭାରତର ପ୍ରାଚୀନ ଋଷିମୁନିଗଣଙ୍କ “ବସୁଧୈବ କୁଟୁମ୍ବକମ୍” ଉଦ୍ଘୋଷଣାରେ ଉଦ୍ବୁଦ୍ଧ ଜନସମାଜ ଅନେକତା ମଧ୍ୟରେ ଏକତା ବଜାୟ ରଖିବାକୁ ସକ୍ଷମ ହୋଇ ପାରୁଥିଲେ । ଅନ୍ୟ ଅର୍ଥରେ କରିବାକୁ ଗଲେ ଆଧ୍ୟାତ୍ମିକ ତା ହିଁ ଜାତୀୟସଂହିତି (ଘବଗ୍ଧସକ୍ଟଦ୍ଭବକ୍ଷ ଓଦ୍ଭଗ୍ଧରଶକ୍ସବଗ୍ଧସକ୍ଟଦ୍ଭ) ର
ଆଧାର ଥିଲା । ଆଜି ଆଧୁନିକତା ନାମରେ ପାଶ୍ଚା୍ୟ ସଂସ୍କୃତି (ଭୌତିକ ବାଦ)ର ଅନ୍ଧ ଅନୁସରଣହେତୁ ବିଶ୍ୱଗୁରୁ ଆସନରେ ଅଳଂକୃତ ଆମ ଭାରତବର୍ଷରେ ପ୍ରାଚୀନ ମୂଲ୍ୟଗୁଡ଼ିକ ହ୍ରାସ ହେବାକୁ ଲାଗିଛି । ଏହାର ପରିମାଣ ସ୍ବରୂପ ଆମ ଜାତୀୟ ସଂହତି ଏକ ସଂକଟଜନକ ସ୍ଥିତିରେ ଉପନୀତ । ଭାରତୀୟ ଧର୍ମଶାସ୍ତ୍ରମାନଙ୍କରେ ଧର୍ମର ବ୍ୟାପକ ଅର୍ଥ କରାଯାଇଛି । ଧର୍ମର ପ୍ରତ୍ୟକ୍ଷ ସଂପର୍କ ଆତ୍ମା ସହିତ । ଆତ୍ମବିସ୍ମୃତି (ଆତ୍ମାର ଯଥାର୍ଥ ପରିଚୟର ଅଭାବ) ହେତୁ ମଣିଷ ନିଜକୁ ଦେହ ବୋଲି ମନେ କରେ । ଭୌତିକ ଚେତନାରୁ ସେ ଉଦ୍ଧ୍ୱର୍କୁ ଉଠି ପାରେନାହିଁ । ଆଜି ବ୍ୟକ୍ତିଗତ, ସାମାଜିକ ଓ ରାଷ୍ଟ୍ରୀୟ ସ୍ତରରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ଆତ୍ମବିସ୍ମୃତି ଜନିତ ବିସଙ୍ଗତି ହିଁ  ଅଟେ । ଭାରତର ସର୍ବଶ୍ରେଷ୍ଠ ଆଧ୍ୟାତ୍ମିକ ଗ୍ରନ୍ଥ ହେଉଛି ଶ୍ରୀମଦ୍ଭାଗବତ ଗୀତା ଏଥିରେ ଆତ୍ମା ଓ ଶରୀର ମଧ୍ୟରେ ପାର୍ଥକ୍ୟ ନିରୂପଣ କରି ଆଧ୍ୟାତ୍ମିକ ଉରଣର ପଥ ପ୍ରଦର୍ଶିତ ହୋଇଛି । ଗୀତାକୁ ସାକ୍ଷାତ ପରମାତ୍ମାଙ୍କ ଦ୍ୱାରା କଥିତ ବାଣୀର ସଂକଳନ ରୂପ ସ୍ବୀକାର କରାଯାଏ । କିନ୍ତୁ ଏହାକୁ ଏକ ଧାର୍ମିକ ସଂପ୍ରଦାୟର ଧର୍ମଗ୍ରନ୍ଥ ରୂପେ ପ୍ରଚାର ତଥା ବିଭିନ୍ନ ମତାବଲମ୍ବୀଙ୍କ ଦ୍ୱାରା ସ୍ବ ସ୍ବ ମତ ଅନୁକୂଳ ଭାଷାଟୀକା ସମ୍ବଳିତ ପୁସ୍ତକ ପ୍ରଣୟନ କରି ବ୍ୟାପକ ପ୍ରସାର କରାଯାଇଥିବାରୁ ଜନ ମାନସ ବିଭ୍ରାନ୍ତ । ଏଠାରେ ଆମକୁ ମନେ ରଖିବାକୁ ହେବ ଯେ ପରମାତ୍ମାଙ୍କ ଉପାସନା ପଦ୍ଧତି ଆଧାରରେ ବିଭିନ୍ନ ଧାର୍ତ୍ମକ ସଂପ୍ରଦାୟ ସୃଷ୍ଟି ହୋଇଥିଲେ ମଧ୍ୟ ସେ ଏସବୁର ଉଦ୍ଧ୍ୱର୍ରେ । ଏପରି ଏକ ଘଡ଼ି ସନ୍ଧି ମୁହୂର୍ରେ ଜାତୀୟ ସଂହତି ରକ୍ଷା କରିବା ପାଇଁ ମୂଲ୍ୟବୋଧ ଭିିକ ଆଧ୍ୟାତ୍ମିକ ଶିକ୍ଷା ହିଁ ଏକମାତ୍ର ସଶକ୍ତ ମାଧ୍ୟମ ତଥା ସମସ୍ତ ସମସ୍ୟା ନିବାରଣର ରଚନାତ୍ମକ ବିକଳ୍ପ ।
ସାଂପ୍ରତିକ ବିଶ୍ୱର ଦୃଶ୍ୟ
ବ୍ୟକ୍ତିଗତ ସମସ୍ୟା: କୁପୋଷଣ, ଚିନ୍ତା, ଭୟ, ଦାରିଦ୍ର୍ୟ, ନକାରାତ୍ମକ ଭାବନା, ହୀନ ମାନସିକତା ।
ଶୈକ୍ଷଣିକ ସମସ୍ୟା: ଶିକ୍ଷାର ବ୍ୟବସାୟୀକରଣ, ଗୁରୁ-ଶିଷ୍ୟ ଓ ଅଭିଭାବକଙ୍କ ସମ୍ବନ୍ଧରେ କଟୁତା, ଅଧ୍ୟାପକମାନଙ୍କ ମଧ୍ୟରେ ପାରସ୍ପରିକ ସ୍ନେହଭାବନାର ଅଭାବ, ବିଦ୍ୟାଳୟରେ ସମ୍ମାନଭାବରେ ଅଭାବ, ପରୀକ୍ଷାମାନଙ୍କରେ ଅନୁଚିତ ସାଧନ ସମୂହର ପ୍ରୟୋଗ, ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ମୂଲ୍ୟାବଳୀର ହ୍ରାସ ।
ସାମାଜିକ ସମସ୍ୟା: ଦାରିଦ୍ର୍ୟ, ଯୌତୁକ ପ୍ରଥା, କୁପୋଷଣ, ସାଂପ୍ରଦାୟିକତା, ଆଂଚଳିକବାଦ ଇତ୍ୟାଦି ।
ରାଷ୍ଟ୍ରୀୟ ସମସ୍ୟା: ସାଂପ୍ରଦାୟିକତା, ମାଦକ ଦ୍ରବ୍ୟଗୁଡ଼ିକର ସେବନ, ସଂକ୍ରାମକ ରୋଗ, ରାଜ୍ୟମାନଙ୍କ ମଧ୍ୟରେ ସୀମା ବିବାଦ, ଚୋରୀ, ଡକାୟତି, ଭ୍ରଷ୍ଟାଚାରର ଠକାମି ଇତ୍ୟାଦି ।
ଅନ୍ତର୍ରାଷ୍ଟ୍ରୀୟ ସମସ୍ୟା: ଶୀତଳ ଯୁଦ୍ଧ, ଜନସଂଖ୍ୟା ବିସ୍ଫୋଟ, ଦାରିଦ୍ର୍ୟ, କୁପୋଷଣ, ବିକଶିତ ଓ ବିକାଶଶୀଳ ରାଷ୍ଟ୍ରମାନଙ୍କ ମଧ୍ୟରେ ମତଭେଦ, ବର୍ଣ୍ଣ ବୈଷମ୍ୟ, ଦୁଃଖ- ଅଶାନ୍ତି ।
ସୂକ୍ଷ୍ମ ଅଧ୍ୟୟନ ଦ୍ୱାରା ଜଣାଯାଏ ଯେ ଉପଯୁକ୍ତ ସମସ୍ତ ସମସ୍ୟାର ମୂଳ କାରଣ ହେଉଛି ସଂକୀର୍ଣ୍ଣତା । ମାନବ ସମାଜ ଧର୍ମ,ଜାତି, ଭାଷା, ବର୍ଗ, ବର୍ଣ୍ଣ, ପ୍ରାନ୍ତ ଓ ପନ୍ଥା ଆଦିରେ ବିଭାଜିତ । ବିଭିନ୍ନ ସାଂପ୍ରଦାୟିକ ଧର୍ମର ବ୍ୟାପକ ପ୍ରଚାର ଓ ପ୍ରସାର ହେତୁ ସମାଜରେ ବୈଚାରିକ  ଓ ସିଦ୍ଧାନ୍ତୀୟ ଭିନ୍ନତା ଉଗ୍ର ରୂପ ଧାରଣ କଲା । ସାଂପ୍ରଦାୟିକ ହିଂସା ଓ ଗୋଷ୍ଠୀକଦଳ ପଛରେ ଏହାହିଁ କାରଣ । ଏଥିରୁ ସ୍ପର୍ଷ୍ଟ ହୁଏ ଯେ ବର୍ମାନ ସମାଜରେ ଦେଖାଯାଉଥିବା ଦୁଃଖ, ଅଶାନ୍ତି, ଚିନ୍ତା ଆଦିର ଜନକ ହେଉଛି ସଂକୀର୍ଣ୍ଣତା ଓ ଭେଦ ଦୃଷ୍ଟି ।
ବର୍ମାନ ବିଶ୍ୱରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଆତଙ୍କବାଦ । ଏହାର ମୂଳରେ ରହିଛି ତୀବ୍ର ସାଂପ୍ରଦାୟିକତା ଓ ଧାର୍ତ୍ମକ ଅସହିଷ୍ଣୁତା । ଈଶ୍ୱରଏକ ହେଲେ ମଧ୍ୟ ତାଙ୍କ ନାମ, ରୂପ ଓ ଉପାସନା ପଦ୍ଧତିକୁ ନେଇ ମାନବ ସମାଜ ବିଭିନ୍ନ ସଂପ୍ରଦାଇରେ ବିଭାଜିତ । ପ୍ରତ୍ୟେକ ବ୍ୟକ୍ତି କୌଣସି ନା କୌଣସି ସାଂପ୍ରଦାୟିକ ଧର୍ମ ସହିତ ଅବଶ୍ୟ ଜଡ଼ିତ ଥାଏ । ପାଟି ଅନ୍ଧ ହାତୀର ବିଭିନ୍ନ ଅଂଗ ସ୍ପର୍ଶ କରି ତଦନୁସାରେ ତାର ସ୍ବରୂପ ବର୍ଣ୍ଣନା କଲା ଭଳି ପରମାତ୍ମାଙ୍କ ବିଷୟରେ ନାନା ପ୍ରକାର ମଦବାଦ ପ୍ରଚଳିତ । ଧର୍ମର ଲକ୍ଷ୍ୟ ହେଉଛି ମନୁଷ୍ୟକୁ ସତ୍କର୍ମ ଅଭିମୁଖେ ପ୍ରେରିତ କରିବା । କିନ୍ତୁ ମନୁଷ୍ୟ ନିଜକୁ ତଥା ପରମାତ୍ମାଙ୍କୁ ଯଥାର୍ଥ ଭାବରେ ଜାଣି ନଥିବାରୁ ଧର୍ମ ଭ୍ରଷ୍ଟ ଓ କର୍ମ ଭ୍ରଷ୍ଟ । ବିଶ୍ୱରେ ଧର୍ମକୁ ଆଧାର କରି ଯେତିକି ଯୁଦ୍ଧ, ସଂଘର୍ଷ ଓ ଦଙ୍ଗା ଆଦି ହୋଇଛି, ଅନ୍ୟ କୌଣସି ପ୍ରସଙ୍ଗକୁ ନେଇ ସେତିକି ହୋଇନାହିଁ । କୌଣସି ମନୁଷ୍ୟ  ଜାତି ଓ ଧର୍ମକୁ ନେଇ ଜନ୍ମ ହୋଇ ନଥାଏ । ଏହି ସଂସାରରେ ତଥାକଥିତ ଧର୍ମ ତାକୁ ଉରାଧିକାର ସ୍ବରୂପ ପ୍ରାପ୍ତ ହୋଇଥାଏ । ଏହା ଏପରି ମିଥ୍ୟା ସତ୍ୟ ଯାହାକୁ କେନ୍ଦ୍ର କରି ସଂସାରରେ ଅନେକ ରକ୍ତପାତ ହୋଇଛି । ଆଧ୍ୟାତ୍ମିକ ଶିକ୍ଷା ମନୁଷ୍ୟକୁ ଆତ୍ମା ଓ ପରମାତ୍ମାଙ୍କ ଯଥାର୍ଥ ପରିଚୟ ପ୍ରଦାନ କରେ । ଏହା ଦ୍ୱାରା ରାଷ୍ଟ୍ରୀୟ ଏକତା ପାଇଁ ବାଧକ ତ୍ୱଗୁଡ଼ିକର ନିବାରଣ ହୋଇଥାଏ ଓ ମନୁଷ୍ୟମାନଙ୍କ ମଧ୍ୟରେ ପାରସ୍ପରିକ ଆତ୍ମିକ ସ୍ନେହ ବୃଦ୍ଧି ପାଇ ସେମାନଙ୍କୁ କର୍ବ୍ୟ ପରାୟଣ କରେ ।
ରାଷ୍ଟ୍ରୀୟ ଏକତା ଭାବନା ବଢ଼ାଇବା ଓ ସଶକ୍ତ କରିବା ଆଜି ଏକ ରାଷ୍ଟ୍ରୀୟ ଆବଶ୍ୟକତା । ବିବିଧତାକୁ ଏକ ରାଷ୍ଟ୍ରୀୟ ସୂତ୍ରରେ ବାନ୍ଧି ରଖୁଥିବା ପ୍ରାଚୀନ ସାଂସ୍କୃତିକ ମୂଲ୍ୟ କ୍ରମଶଃ ହ୍ରାସ ପାଇବାକୁ ଲାଗୁଛି । ରାଷ୍ଟ୍ରୀୟ ଏକତା ଭାବନାକୁ ସଶକ୍ତ କରିବା ପାଇଁ ଆଲୋଚନା ଚକ୍ର, କର୍ମଶାଳାଏବଂ ପାଠ୍ୟପୁସ୍ତକ ଗୁଡ଼ିକରେ ଅନେକ ପ୍ରେରକ ପ୍ରସଙ୍ଗକୁ ସମ୍ମିଳିତ କରାଯାଇଛି । ପରନ୍ତୁ ଏହି ମୂଲ୍ୟ ନୈତିକ ଚେତନାର ମାନସିକ ସ୍ତରରେ ନ ପହଂଚିବା ପର୍ଯ୍ୟନ୍ତ ସ୍ଥାୟୀତ୍ୱ ପ୍ରାପ୍ତ କରିପାରେ ନାହିଁ । ଆମର ତ୍ରୁଟିପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ହେତୁ ରାଷ୍ଟ୍ର ପ୍ରେମ ଓ ସମାଜ ପ୍ରତି ଉର ଦାୟିତ୍ୱର ଭାବନା ବ୍ୟାବହାରିକ ଜୀବନରେ ପ୍ରତିଫଳିତ ହୋଇ ପାରୁ ନାହିଁ । ରାଜନୈତିକ କାରଣରୁ ଶିକ୍ଷାନୀତିରେ ମୂଲ୍ୟବୋଧ ଭିିକ ଶିକ୍ଷା ପ୍ରଣାଳୀକୁ ଗ୍ରହଣ କରାଯାଇ ପାରିନାହିଁ । ଅଧ୍ୟାତ୍ମିକ ଜ୍ଞାନ ଅଭାବରେ ମଣିଷ ମଧ୍ୟରେ ଆତ୍ମିକ ଚେତନା କ୍ଷୀଣ ହୋଇ ଦୈହିକଚେତନା ବୃଦ୍ଧି ପାଇଛି । ଏହାର ପରିମାଣ ସ୍ବରୂପ ରାଷ୍ଟ୍ରୀୟ ଭାବନା ପରିବେର୍ ଜାତି, ସଂପ୍ରଦାୟ, ଭାଷା ଏବଂ ଆଂଚଳିକବାଦ ଭାବନା ବୃଦ୍ଧି ପାଉଛି ।
ପରମାତ୍ମାଙ୍କ ଯଥାର୍ଥ ପରିଚୟ ଅଭାବ ହେତୁ ବିଭିନ୍ନ ସାଂପ୍ରଦାୟିକ ଧର୍ମର ସୃଷ୍ଟି । ସେହିପରି ଆତ୍ମାକୁ ଗୌଣ ଓ ଦେହକୁ ପ୍ରାଧାନ୍ୟ ଦେବା ଫଳରେ ଜାତି, ବର୍ଣ୍ଣ, ଭାଷା ଓ ଆଚଂଳିକବାଦ କ୍ରମଶଃ ବୃଦ୍ଧି ପାଇଛି । ଏହି ବିବିଧତା ମାନବ ମଧ୍ୟରେ ବିଭେଦ ସୃଷ୍ଟି କରି ବିଭିନ୍ନ ସାମାଜିକ ସମସ୍ୟାର କାରଣ ହୋଇଛି । ପରମାତ୍ମା ଏକ ଓ ଅଦ୍ୱିତୀୟ ଏକଥା ସମସ୍ତେ ସ୍ବୀକାର କରନ୍ତି । ଏହା ସେ୍ୱ ମଧ୍ୟ ତାଙ୍କ ନାମ, ରୂପ, ଗୁଣ, କର୍ବ୍ୟ ଓ ସୃଷ୍ଟିରେ ଆବିର୍ଭାବ ସମୟକୁ ନେଇ ଅନେକ ମତମତାନ୍ତର ଦେଖାଯାଏ । ଦୈହିକ ଚେତନାରୁ ଉଦ୍ଧ୍ୱର୍କୁ ନ ଉଠିବା ପର୍ଯ୍ୟନ୍ତ ପରମାତ୍ମାଙ୍କ ଯଥାର୍ଥ ସ୍ବରୂପବୋଧ ହେବ ନାହିଁ । ପରମାତ୍ମା ସମସ୍ତ ମୂଲ୍ୟ ଓ ଦିବ୍ୟଗୁଣର ଉତ୍ସ ହୋଇଥିବାରୁ ତାଙ୍କ ସହିତ ମନ ଓ ବୁଦ୍ଧିକୁ ଯୁକ୍ତ କଲେ ଜୀବନରେ ମୂଲ୍ୟଧାରଣ ସହଜ ହୋଇଥାଏ । ଏଥିପାଇଁ ପରମାତ୍ମାଙ୍କ ବିଷୟରେ ପରଂପରାକ୍ରମେ ପ୍ରାପ୍ତ ବିଦ୍ୱେଷ-ସୃଷ୍ଟିକାରୀ ମନୋକଳ୍ପିତ ଅବଧାରଣାଗୁଡ଼ିକୁ ପରିହାର ପୂର୍ବକ ଆଧ୍ୟାତ୍ମିକ ଚେତନା ବିକାଶ ପାଇଁ ତପôର ହେବାକୁ ପଡ଼ିବ । ଏହା ବ୍ୟତୀତ ଆଉ ଅନ୍ୟ ପନ୍ଥା ନାହିଁ ।

“ଧର୍ମ’’ ଏବଂ “ଆଧ୍ୟାତ୍ମିକତା’’- ଏକ ତୁଳନାତ୍ମକ ଅଧ୍ୟୟନ


ଆଭିଧାନିକ ଅର୍ଥ : ଧର୍ମ: “ଧୃ’ ଧାତୁରେ ‘ମ’ ପ୍ରତ୍ୟୟ ଯୋଗ ହୋଇ ଏହି ଶବ୍ଦ ନିଷ୍ପନ୍ନ ହୋଇଛି । ଏହି ଶବ୍ଦର ଅର୍ଥ ହେଉଛି, ସ୍ବଭାବ, ଗୁଣ, ଈଶ୍ୱର ଓ ପରକାଳ ଆଦି ବିଷୟକ ନିର୍ଦ୍ଧେଶ ଓ ତ୍ୱ, ଦେଶ ବା କାଳର ଆଚରଣ ବା ପ୍ରବଣତା, ପୁଣ୍ୟ କର୍ମ, କର୍ବ୍ୟ କର୍ମ, ନ୍ୟାୟ-ଅନ୍ୟାୟ ଓ ପାପ-ପୁଣ୍ୟର ବି·ର କର୍ା ଦେବତା, ଯମ, ସମାଜ ହିତକର ବିଧି, ସୁନୀତି, ସତୀତ୍ୱ । ଏହା ଏକ ବିଶେଷ୍ୟ ପଦ ।
ଧାର୍ମିକ: ‘ଧର୍ମ’ ଶବ୍ଦରେ ‘ଇକ’ ପ୍ରତ୍ୟୟ ଯୋଗ ହୋଇ ଏହି ବିଶେଷଣ ପଦର ସୃଷ୍ଟି । ଏହାର ଅର୍ଥ ଧର୍ମପରାୟଣ ଓ ଧର୍ମ ସଂକ୍ରାନ୍ତ ।
ଆଧ୍ୟାତ୍ମିକ: ‘ଆତ୍ମନ୍’ ଶବ୍ଦରେ ‘ଅଧି’ ଉପସର୍ଗ ‘ଇକ’ ପ୍ରତ୍ୟୟ ମିଶି ଏହି ବିଶେଷଣ ପଦ ସୃଷ୍ଟି ହୋଇଛି । ଏହାର ଅର୍ଥ ହେଉଛି ‘ଆତ୍ମା’ ବା ଚି ବିଷୟକ (ମାନସିକ)
ଅଧ୍ୟାତ୍ମ:- ‘ଆତ୍ମନ୍’ ଶବ୍ଦରେ ‘ଅଧି’ ଉପସର୍ଗ ଓ ‘ଅ’ ପ୍ରତ୍ୟୟ ଯୁକ୍ତ ହୋଇ ଏହି ବିଶେଷ୍ୟପଦର ସୃଷ୍ଟି । ‘ଆଧ୍ୟାତ୍ମିକ’ ଶବ୍ଦର ଅର୍ଥ ସହ ଏହାର ଅର୍ଥ ସମାନ । ବିଶେଷ୍ୟ ପଦ ରୂପେ ବ୍ୟବହୃତ ହେଲେ ଏହି ଶବ୍ଦର ଅର୍ଥ ହୁଏ ବ୍ରହ୍ମ ବା ପରମାତ୍ମା ।
ଆତ୍ମା:- ‘ଅତ୍’ ପ୍ରାତିପଦିକ ଶବ୍ଦରେ ଆ ଉପସର୍ଗ ଓ ‘ମନ୍’ ପ୍ରତ୍ୟୟ ଯୋଗରୁ ଏହି ଶବ୍ଦ ନିଷ୍ପନ୍ନ । ଏହାର ଅର୍ଥ ହେଉଛି ସ୍ବୟଂ, ବ୍ରହ୍ମ, ଜୀବାତ୍ମା, ସ୍ବଭାବ, ହୃଦୟ ।
ଆଧ୍ୟାତ୍ମିକତା:- ‘ଆଧ୍ୟାତ୍ମିକ’ ଶବ୍ଦରେ ‘ତା’ ପ୍ରତ୍ୟୟ ଯୋଗ ହୋଇ ଏହି ବିଶେଷ୍ୟ ପଦର ସୃଷ୍ଟି । ଆତ୍ମା ବା ବ୍ରହ୍ମ ବିଷୟକ ଭାବ ବା ଭାବନା ଅର୍ଥରେ ଏହି ଶବ୍ଦ ବ୍ୟବହୃତ ହୁଏ ।
ଧର୍ମର ପରିଭାଷା:-
ଧର୍ମର ପ୍ରକୃତ ଅର୍ଥ ଧାରଣା । ଅର୍ଥାତ ବ୍ୟବହାରିକ ଜୀବନରେ ଉଚ୍ଚ ନୈତିକ ମୂଲ୍ୟ ଗୁଡ଼ିକର ଧାରଣା । ଏହାଦ୍ୱାରା ମନୁଷ୍ୟ ଚରିତ୍ରବାନ୍ ହୁଏ; ସାମାଜିକ ଓ ପାରିବାରିକ ଜୀବନରେ ସେ ବ୍ୟବହାର କୁଶଳୀ ହୁଏ ଏବଂ କୁଶଳତା ପୂର୍ବକ ନିଜ କର୍ବ୍ୟ ସମ୍ପାଦନ କରିପାରେ । ଧର୍ମ ମନୁଷ୍ୟକୁ ଶାନ୍ତି ପ୍ରଦାନ କରେ; ତାମଧ୍ୟରେ ସେବା, ଧୈର୍ଯ୍ୟ, ତ୍ୟାଗ, ସହାନୁଭୂତି, ଆତ୍ମ କଲ୍ୟାଣ, ପରୋପକାର, ସଦବିଚାର ଏବଂ ନିର୍ବିକାର ଜୀବନ ଯାପନର ଭାବନା ଜାଗ୍ରତ କରେ । ‘ଧର୍ମ’ ମନୁଷ୍ୟକୁ ଅସତ ମାର୍ଗରୁ ନିବୃ କରିବାରେ ଏକ ଅଙ୍କୁଶ ଭଳି କାମ କରେ । ସାରାଂଶରେ କହିବାକୁ ଗଲେ ଧର୍ମ ମନୁଷ୍ୟ ପାଇଁ କର୍ବ୍ୟ ଓ ଅକର୍ବ୍ୟ ନିର୍ଦ୍ଧାରିତ କରେ, ତାକୁ ଚାରିତ୍ରିକ ଓ ନୈତିକ ମୂଲ୍ୟ ପ୍ରଦାନ କରେ ଏବଂ ତା’ର ଆଚରଣ ପାଇଁ ଏକ ଆ·ର ସଂହିତା (ଉକ୍ଟୟର କ୍ଟଲ ମକ୍ଟଦ୍ଭୟଙ୍କମଗ୍ଧ)  ପ୍ରଦାନ କରେ ।
ପ୍ରତ୍ୟେକ ଜଡ଼ବସ୍ତୁ ଓ ଚେତନ ସାର ନିଜ ନିଜ ମୌଳିକ ଗୁଣ ଓ ସ୍ବଭାବ ଥାଏ । ସେହି ଗୁଣ ଓ ସ୍ବଭାବ ହିଁ ସେହି ବସ୍ତୁର ଧର୍ମ ଅଟେ । ତଦନୁସାରେ ସଂପୃକ୍ତ ବସ୍ତୁର କର୍ମ ବା କର୍ବ୍ୟ ନିର୍ଦ୍ଧାରିତ ହୁଏ । ନିର୍ଜୀବ ବସ୍ତୁ ପରି ପ୍ରତ୍ୟେକ ସଜୀବ ପ୍ରାଣୀମାନଙ୍କର ମଧ୍ୟ ନିଜ ଗୁଣ ଓ ସ୍ବଭାବ ଥାଏ । ସେହି ଅନୁସାରେ ସେମାନେ କର୍ମରେ ପ୍ରବୃ ହୁଅନ୍ତି । ପ୍ରାଣୀମାନଙ୍କ ମଧ୍ୟରେ ମନୁଷ୍ୟକୁ ସର୍ବଶ୍ରେଷ୍ଠ କୁହାଯାଇଛି । କେତେକ ନିର୍ଦ୍ଧିଷ୍ଟ ଗୁଣ, କର୍ମ, ସ୍ବଭାବ ଓ ସଂସ୍କାର ହେତୁ ତାକୁ ମନୁଷ୍ୟ ବୋଲି କୁହାଯାଏ । ସେଗୁଡ଼ିକ ତା ମଧ୍ୟରେ ନ ରହିଲେ ତା’ର ‘ମନୁଷ୍ୟତ୍ୱ’ ଲୋପ ପାଇଯାଏ ଏବଂ ସେ ମନୁଷ୍ୟ ପଦବାଚ୍ୟ ହୁଏ ନାହିଁ । ତେଣୁ ମନୁଷ୍ୟର ମନୁଷ୍ୟତ୍ୱ ହିଁ ତା’ର ବାସ୍ତବିକ ‘ସ୍ବଧର୍ମ’ । ଏଥିରୁ ସ୍ପଷ୍ଟ ହୁଏ ଯେ ଧର୍ମ’ର ସମ୍ବନ୍ଧ କର୍ମକାଣ୍ଡ ସହିତ ଆଦୌ ନାହିଁ । ଅନ୍ଧଶ୍ରଦ୍ଧା ଉପରେ ଆଧାରିତ କିମ୍ବା ବିବେକ ବିରୁଦ୍ଧ ଓ ତର୍କ ବିହୀନ କୌଣସି ସିଦ୍ଧାନ୍ତର ନାମ ଧର୍ମ ନୁହେଁ ।
‘ଧର୍ମ’ ଓ ‘ଆଧ୍ୟାତ୍ମିକତା’ ମଧ୍ୟରେ ପ୍ରଭେଦ:
ପୂର୍ବରୁ ଏକଥା ସ୍ପଷ୍ଟ କରାଯାଇ ସାରିଛି ଧର୍ମର ଉଦ୍ଧେଶ୍ୟ ମାନବୀୟ ଚେତନାର ଉଦ୍ଧ୍ୱର୍ମୁଖୀ ବିକାଶ ଏବଂ ବ୍ୟକ୍ତି ମଧ୍ୟରେ ଆଧ୍ୟାତ୍ମିକ ଗୁଣାବଳୀର ବୃଦ୍ଧି କରିବା । ଏହା ସେ୍ୱ ‘ଧର୍ମ’ ଓ ‘ଆଧ୍ୟାତ୍ମିକ’ ସମାନାର୍ଥକ ନୁହେଁ । ଧର୍ମ ଆଚରଣ କରୁଥିବା ବ୍ୟକ୍ତିଙ୍କୁ ଧାର୍ମିକ କୁହାଯାଏ। ଆଧ୍ୟାତ୍ମିକ ପରି ଧାର୍ମିକ ଅନୁଭବ ମଧ୍ୟ ଆନ୍ତରିକ ଅନୁଭବ । ଧାର୍ମିକ ବ୍ୟକ୍ତି ଆଧ୍ୟାତ୍ମିକ ହୋଇପାରନ୍ତି; କିନ୍ତୁ ଆଧ୍ୟାତ୍ମିକ ବ୍ୟକ୍ତି ଧାର୍ମିକ ହେବା ସହିତ ଉଚ୍ଚତମ ଆତ୍ମିକ ସ୍ଥିତି ସମ୍ପନ୍ନ ହୋଇଥାନ୍ତି । କାରଣ ସମୟାନୁକ୍ରମେ ଧର୍ମରୁ ଆଧ୍ୟାତ୍ମିକତା ହ୍ରାସ ହେବାରେ ଲାଗିଛି । କର୍ମକାଣ୍ଡୀୟ ରୀତି ନୀତି ଓ ବିଭିନ୍ନ ଧାର୍ମିକ ଗ୍ରନ୍ଥର ସମାବେଶ ଫଳରେ ଧର୍ମ ତା’ର ମୌଳିକତା ହରାଇ ସାରିଛି । କିନ୍ତୁ ‘ଆଧ୍ୟାତ୍ମିକତା’ରେ ଅବିଶ୍ୱସନୀୟ କଥା, ଅନ୍ଧବିଶ୍ୱାସ ଏବଂ କର୍ମକାଣ୍ଡର ସ୍ଥାନ ନାହିଁ । ଆଧ୍ୟାତ୍ମିକ ସିଦ୍ଧାନ୍ତ ଏବଂ ମୂଲ୍ୟ ବିବେକ ସଂଗତ ଓ ଯୁକ୍ତି ସିଦ୍ଧ ପ୍ରମାଣ ଉପରେ ଆଧାରିତ ।
ଆଧ୍ୟାତ୍ମିକ ଶିକ୍ଷା ଦ୍ୱାରା ଧର୍ମରେ ଅନୁପ୍ରବେଶ କରିଥିବା ଅନ୍ଧବିଶ୍ୱାସ, ହାନିକାରକ ପ୍ରଥା, ପରସ୍ପର ବିରୋଧୀ ଧାର୍ମିକ ସିଦ୍ଧାନ୍ତ, ନିରର୍ଥକ ଓ ଅନାବଶ୍ୟକ ଖର୍ଚ୍ଚ ବହୁଳ ରୀତି ନୀତି, ଅବିଶ୍ୱସନୀୟ କଥା, ଅନ୍ୟ ଧର୍ମ ପ୍ରତି ଘୃଣା ଓ ଦ୍ୱେଷ ଉପôନ୍ନକାରୀ ବିଷୟ ବସ୍ତୁ, ଗୁରୁଙ୍କ ପ୍ରତି ଅନୁଚିତ ଧାରଣା, ଆତ୍ମା ଓ ପରମାତ୍ମା ସମ୍ବନ୍ଧୀୟ ଭ୍ରମାତ୍ମକ ବିଚାର ଆଦି ଦୂର ହୋଇଥାଏ । ଆଧ୍ୟାତ୍ମିକ ଶିକ୍ଷା ମନୁଷ୍ୟକୁ ଅଜ୍ଞାନ ଅନ୍ଧକାରରୁ ଜ୍ଞାନ ପ୍ରକାଶ ଅଭିମୁଖେ ନେଇଯାଏ । ଏହି ଶିକ୍ଷାର ସବୁଠାରୁ ବିଶେଷ ଗୁଣ ହେଲା ଯେ ଏହା କୌଣସି ନିର୍ଦ୍ଧିଷ୍ଟ ଜାତି ବା ସମ୍ପ୍ରଦାୟ ସହିତ ସଂଶ୍ଳିଷ୍ଟ ନଥାଏ । ଆତ୍ମା, ପରମାତ୍ମା,  ସୃଷ୍ଟି, କର୍ମ ସିଦ୍ଧାନ୍ତ, ନୈତକ ମୂଲ୍ୟ ଆଦି ବିଷୟରେ ଦ୍ୱେଷ ରହିତ ତଥା ଯୁକ୍ତିଯୁକ୍ତ ଜ୍ଞାନ ପ୍ରଦାନ କରିବା ହେଉଛି ଆଧ୍ୟାତ୍ମିକ ଶିକ୍ଷାର ମୂଳ ଲକ୍ଷ୍ୟ । ଏହି ଶିକ୍ଷା ମନୁଷ୍ୟ ମଧ୍ୟରେ ଶ୍ରେଷ୍ଠ ଧାର୍ମିକ ଅନୁଭବ କରାଏ । ଅନ୍ୟ ପକ୍ଷରେ ଧାର୍ମିକ ଶିକ୍ଷା ମନୁଷ୍ୟକୁ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର କ୍ଷୁଦ୍ର ପରିସୀମା ମଧ୍ୟରେ ଆବଦ୍ଧ ରଖେ ଓ ସାମ୍ପ୍ରଦାୟିକତାର ବିଷ ଦ୍ୱାରା ଦୂଷିତ କରେ ।
ଆଧ୍ୟାତ୍ମିକତାଠାରୁ ବିଚ୍ଛିନ୍ନ ହେବା ଫଳରେ ଧର୍ମ ବିଭିନ୍ନ ସଂପ୍ରଦାୟରେ ବିଭକ୍ତ ହୋଇଗଲା । ଆଧ୍ୟାତ୍ମିକ ଜ୍ଞାନ ସର୍ବ ସମ୍ମତ ହୋଇଥିବା ବେଳେ ଧାର୍ମିକ ଜ୍ଞାନ ସମ୍ପ୍ରଦାୟ ଭେଦରେ ଭିନ୍ନ ଭିନ୍ନ । ତେଣୁ ସମ୍ପ୍ରଦାୟ ଭିିକ ଧର୍ମ କେବଳ ନିଜ ମତବାଦକୁ ଶ୍ରେଷ୍ଠ ବୋଲି ଗ୍ରହଣ କରିଥାଏ । ବେଳେବେଳେ ଧାର୍ମିକ ସଂଗଠନଗୁଡ଼ିକ ନିଜ ନିଜ ଉକ୍ରର୍ଷତା ପ୍ରତିପାଦନ ଓ ଅନ୍ୟ ସଂପ୍ରଦାୟର ଗ୍ଳାନି କରିଥାନ୍ତି । ଅଧିକରୁ ଅଧିକ ଲୋକଙ୍କୁ ନିଜ ସମ୍ପ୍ରଦାୟଭୁକ୍ତ କରିବାର ପ୍ରତିଯୋଗିତା ସାମ୍ପ୍ରଦାୟିକ ବିଦ୍ୱେଷର କାରଣ ହୋଇଥାଏ । ଅନ୍ୟ ପକ୍ଷରେ ଆଧ୍ୟାତ୍ମିକ ଶିକ୍ଷା ଦ୍ୱେଷ ରହିତ ଭାବରେ ସମସ୍ତ ଧର୍ମ ଇତିହାସ ଉପରେ ଆଲୋକପାତ କରେ । ଏହା ପ୍ରତ୍ୟେକ ଧର୍ମରେ ଥିବା ହିତକର ନିୟମ ଗୁଡ଼ିକର ସାର୍ବଭୌମ ରୂପକୁ ସମଗ୍ର ମାନବ ସମାଜ ସମ୍ମୁଖରେ ଉପସ୍ଥାପନ କରେ । ଧାର୍ମିକ ବ୍ୟକ୍ତି ନିଜ ଧର୍ମର ପ୍ରତିଷ୍ଠାତା ବା କୌଣସି ଚମକ୍ରାରୀ ପୁରୁଷ ବିଶେଷଙ୍କୁ ପରମାତ୍ମାଙ୍କ ଅବତାର ରୂପେ ଗ୍ରହଣ କରିଥାନ୍ତି । କିନ୍ତୁ ଜଣେ ଆଧ୍ୟାତ୍ମିକ ବ୍ୟକ୍ତି ପରମାତ୍ମାଙ୍କୁ ସର୍ବାତ୍ମାଙ୍କ ପିତା, ଅଶରୀରୀ, ସର୍ବଶକ୍ତିମାନ, ନିରାକାର, ସର୍ବୋଚ୍ଚ ଚୈତନ୍ୟ ସା ରୂପେ ସ୍ବୀକାର କରନ୍ତି । ଆଧ୍ୟାତ୍ମିକ ବ୍ୟକ୍ତିର ଦୃଷ୍ଟିକୋଣ ଅତ୍ୟନ୍ତ ବ୍ୟାପକ । ଆଧ୍ୟାତ୍ମିକ ଜ୍ଞାନର ଲକ୍ଷ୍ୟ ହେଉଛି  ବିଭିନ୍ନ ଧର୍ମ ତଥା ସମାଜର ବିଭିନ୍ନ କ୍ଷେତ୍ରରେ ବ୍ୟାପ୍ତ ପ୍ରମାଦଯୁକ୍ତ ତଥା ଅନ୍ଧବିଶ୍ୱାସ ଉପରେ ଆଧାରିତ ପରମ୍ପରା ଓ ପ୍ରଥାଗୁଡ଼ିକୁ ଦୂର କରି ମାନବ ସମାଜକୁ ପବିତ୍ରତା ଓ ସତ୍ୟ ମାର୍ଗରେ ପରିଚାଳିତ କରିବା । ଆଧ୍ୟାତ୍ମିକ ଜ୍ଞାନ ମଧ୍ୟରେ ସମସ୍ତ ଜ୍ଞାନ ବିଜ୍ଞାନ ସାର ରୂପେ ଥାଏ । ତେଣୁ ଏହାର ବିଷୟ କ୍ଷେତ୍ର ସୁବିସ୍ତୃତ ଅଟେ ।
ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ପାଟଣାଗଡ଼, ବଲାଙ୍ଗିର

ଆଧ୍ୟାତ୍ମିକ ଚେତନା ବିକାଶର ଉପାୟ


ମାନବୀୟ ଚେତନା ଦୁଇ ପ୍ରକାରର; ଆଧ୍ୟାତ୍ମିକ ଓ ଭୌତିକ । ଆଧ୍ୟାତ୍ମିକ ଚେତନାଯୁକ୍ତ ବ୍ୟକ୍ତି ସକାରାତ୍ମକ ମନୋବୃି ସମ୍ପନ୍ନ, ଆତ୍ମା ସଚେତନ, ଈଶ୍ୱର ପରାୟଣ ଓ ସା୍ୱିକ ଅଟନ୍ତି । ଅପର ପକ୍ଷରେ ଭୌତିକ ଚେତନାଯୁକ୍ତ ବ୍ୟକ୍ତି ନକାରାତ୍ମକ ମନୋବୃି ସମ୍ପନ୍ନ, ଦେହ ସର୍ବସ୍ବ, ଭୋଗ ପରାୟଣ, ରାଜସିକ କିମ୍ବା ତାମସିକ ଗୁଣଯୁକ୍ତ ଅଟନ୍ତି ।
ସଂପ୍ରତି ଆମ ଦେଶରେ ଭ୍ରଷ୍ଟା·ର ବିରୋଧରେ ସର୍ବତ୍ର ସତ୍ୟାଗ୍ରହ ଅଭିଯାନ ·ଲିଛି । ଭ୍ରଷ୍ଟା·ର ରୋକିବା ପାଇଁ କଡାକଡି ଆଇନ ପ୍ରଣୟନ ଉପରେ ଦାବୀ ହେଉଛି । ଏହା ଦ୍ୱାରା ହୁଏତ ଭ୍ରଷ୍ଟା·ର କିଛି ପରିମାଣରେ ହ୍ରାସ ହୋଇପାରେ, କିନ୍ତୁ ସମ୍ପୂର୍ଣ୍ଣ ନିର୍ମୂଳ କରାଯାଇ ପାରିବ ନାହିଁ । ମଣିଷର ଲୋଭ ପ୍ରବୃି ହେଉଛି ଭ୍ରଷ୍ଟା·ରର ମୂଳ କାରଣ । ଭୌତିକ ଚେତନା ମଣିଷ ମଧ୍ୟରେ କାମ, କ୍ରୋଧ, ଲୋଭ, ମୋହ, ଅହଂକାର, ଈର୍ଷା, ଦ୍ୱେଷ, ଭୟ, ଆଳସ୍ୟ, ନିଦ୍ରା ଆଦି ମନୋବିକାର ସୃଷ୍ଟି କରେ । ଏଗୁଡିକ ମନୁଷ୍ୟର ଆ·ର ଓ ବ୍ୟବହାରକୁ ଭ୍ରଷ୍ଟ କରେ । ଆଧ୍ୟାତ୍ମିକ ଚେତନା ମନୁଷ୍ୟ ମଧ୍ୟରେ ଦୈବୀଗୁଣାବଳୀର ବିକାଶ କରେ । ତେଣୁ ଭ୍ରଷ୍ଟା·ରର ଉନ୍ମୁଳନ ପାଇଁ ଆଧ୍ୟାତ୍ମିକ ଚେତନାର ବିକାଶ ଏକାନ୍ତ ଅପରିହାର୍ଯ୍ୟ । ଏଥିପାଇଁ କ୍ରାନ୍ତିକାରୀ ପଦକ୍ଷେପ ନେବା ଆବଶ୍ୟକ । ଏହି ଭୌତିକ ସଂସାରରେ ଆତ୍ମା ଓ ପରମାତ୍ମା ହିଁ ଏକମାତ୍ର ସତ୍ୟ । ଏହା ବ୍ୟତୀତ ବାକି ସବୁ ଅସତ୍ୟ । ଯାହା ଚିରନ୍ତନ, ଅପରିବର୍ନୀୟ ତାହା ହିଁ ସତ୍ୟ । ଆତ୍ମା ଓ ପରମାତ୍ମା ଉଭୟେ ଅଜର, ଅମର, ଶାଶ୍ୱତ, ଅବିନାଶୀ ଓ ଅପରିବର୍ନୀୟ ଅଟନ୍ତି । ତେଣୁ ଏହି ଦୁଇଟି ସତ୍ୟ । ଏହି ସତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ହେଉଛି ପ୍ରକୃତ “ସତ୍ୟାଗ୍ରହ” । ଏହା ଆଧ୍ୟାତ୍ମିକ ଚେତନା ବିକାଶର ମାର୍ଗକୁ କୁସୁମିତ କରେ ।
“ସତ୍ୟାଗ୍ରହ” ପାଳନ ବେଳେ ଅନଶନକୁ ବିଶେଷ ଗୁରୁତ୍ୱ ଦିଆଯାଏ । “ଅଶନ”ର ଅର୍ଥ ଖାଦ୍ୟ ବା ଭୋଜନ । ଏହାର ତ୍ୟାଗକୁ ଅନଶନ କୁହାଯାଏ । ଏହାଦ୍ୱାରା ଆତ୍ମାଶୁଦ୍ଧି ହୁଏ ବୋଲି ସତ୍ୟାଗ୍ରହୀମାନେ ବିଶ୍ୱାସ କରନ୍ତି । ଅନ୍ନର ସୂକ୍ଷ୍ମ ପ୍ରଭାବ ମନ ଉପରେ ପଡେ । ତେଣୁ ଅନ୍ନତ୍ୟାଗ ଦ୍ୱାରା ମନର ସଂଯମ ଶକ୍ତି ବଢେ । କିନ୍ତୁ ଅନ୍ନମୟ କୋଷରେ ଗଢ଼ା ଏ ଶରୀର କେତେ ଦିନ ଅନ୍ନ ବିନା ବôପାରିବ? ଜନ୍ମ ଜନ୍ମାନ୍ତରରେ  ଅସତ୍ କର୍ମର ପରିଣାମ ସ୍ବରୂପ ଆତ୍ମା ବିକାରରୂପୀ ମଳ ଦ୍ୱାରା ଅଶୁଦ୍ଧ ହୋଇଯାଇଛି । କେବଳ ସ୍ଥୂଳ ଭୋଜନ ତ୍ୟାଗ ଦ୍ୱାରା ଏହାର ସଂପୂର୍ଣ୍ଣ ଶୁଦ୍ଧିକରଣ ସମ୍ଭବ ନୁହେଁ । ଅସତ୍କର୍ମର ତ୍ୟାଗ ଓ ସତ୍କର୍ମର ଆଚରଣ ସହିତ ଦେହାଭିମାନ ତ୍ୟାଗ ପୂର୍ବକ ମନକୁ ସତତ ପରମାତ୍ମା ସ୍ମରଣରେ ନିଯୁକ୍ତ କରିବା ଦ୍ୱାରା ଆତ୍ମା କ୍ରମଶଃ ଶୁଦ୍ଧ ହୁଏ । ମନର ଭୋଜନ ହେଉଛି ସଂକଳ୍ପ । ଅଶୁଦ୍ଧ ସଂକଳ୍ପ ମନକୁ ଦୂଷିତ କରେ । ଶୁଦ୍ଧ ସଂକଳ୍ପ ମନକୁ ପବିତ୍ର ଓ ଶକ୍ତିଶାଳୀ କରେ । ଅଶୁଦ୍ଧ ସଂକଳ୍ପ ସହିତ ବିଷୟ ଭୋଗ ପ୍ରତି ଆସକ୍ତିର ତ୍ୟାଗ ହେଉଛି ପ୍ରକୃତ ଅନଶନ । ଶୋଷଣ ମୁକ୍ତ, ଭ୍ରଷ୍ଟା·ର ରହିତ, ସୁଖମୟ ଓ ସମୃଦ୍ଧ ସଂସାର ନିର୍ମାଣ ପାଇଁ ସତ୍ୟାଗ୍ରହ ଓ ଅନଶନର ଯଥାର୍ଥ ଅର୍ଥବୋଧ ଏକାନ୍ତ ଆବଶ୍ୟକ ।
ଆଧ୍ୟାତ୍ମିକତାକୁ ପ୍ରକାଶ ଓ ଭୌତିକତାକୁ ଅନ୍ଧକାର ସହିତ ତୁଳନା କରାଯାଇପାରେ । ଯଥାର୍ଥ ଦୃଷ୍ଟିରେ ଅନ୍ଧକାରର କୌଣସି ଅସ୍ତିତ୍ୱ  ନାହିଁ । ପ୍ରକାଶର ଅଭାବ ହେଉଛି ଅନ୍ଧକାର । ସେହିପରି ଆଧ୍ୟାତ୍ମିକତାର ଅଭାବ ହେଉଛି ଭୌତିକତା । ଶରୀର ଓ ସଂସାର ବିନାଶୀ ଓ ପରିବର୍ନଶୀଳ ହୋଇଥିବାରୁ ଅସତ୍ୟ । ମନୁଷ୍ୟ ଯେତେବେଳେ ସ୍ବୀୟ ଆତ୍ମିକ ଅସ୍ତିତ୍ୱକୁ ଭୁଲିଯାଏ ସେତେବେଳେ ତା’ ମଧ୍ୟରେ ସତ୍ୟତାର ଅଭାବ ହୁଏ । କାରଣ ଶରୀର ମଧ୍ୟରେ ଆତ୍ମା ହିଁ ଏକମାତ୍ର ଆଧ୍ୟାତ୍ମିକ ସା । ଏହା ସତ୍ୟ, ଚିରନ୍ତନ ଓ ଅପରିବର୍ନୀୟ । ଏହାର କେବେ ଅଭାବ ହୁଏ ନାହିଁ । କଳାମେଘ ଉହାଡରେ ସୂର୍ଯ୍ୟ ଲୁଚିଗଲା ପରି ଅଜ୍ଞାନାନ୍ଧକାର ଦ୍ୱାରା ଆତ୍ମା, ମନୁଷ୍ୟର ବୋଧଗମ୍ୟ ହୁଏ ନାହିଁ । ଏହାଦ୍ୱାରା ମନୁଷ୍ୟର ଆଧ୍ୟାତ୍ମିକ ଶକ୍ତି କ୍ଷୀଣ ହୋଇଯାଏ । ପରିଣାମ ସ୍ବରୂପ ସେ କାମ କ୍ରୋଧାଦି ଦ୍ୱାରା ପୀଡିତ ହୋଇ ଦୁଃଖି ହୁଏ । କେବଳ ଆଧ୍ୟାତ୍ମିକ ସଶକ୍ତିକରଣ ଦ୍ୱାରା ଏକ ସୁଖ, ଶାନ୍ତି, ପବିତ୍ର ଓ ସମୃଦ୍ଧ ସଂସାର ନିର୍ମାଣ ସମ୍ଭବ ।
ଉପର୍ଯୁ୍ୟକ୍ତ ପରିପ୍ରେକ୍ଷୀରେ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଏହି ଆଧ୍ୟାତ୍ମିକ ଶକ୍ତି କ’ଣ ଏବଂ ଏହା କେଉଁ ପ୍ରକାରେ ପ୍ରାପ୍ତ କରାଯାଇ ପାରେ? ଆଧ୍ୟାତ୍ମିକ ଶକ୍ତିକୁ ନିମ୍ନ ପ୍ରକାରେ ନାମିତ କରାଯାଇ ପାରେ, ଯଥା :  ବିବେକ ଶକ୍ତି, ଜ୍ଞାନ ଶକ୍ତି, ଯୋଗ ଶକ୍ତି, ଧର୍ମ ଶକ୍ତି ଇତ୍ୟାଦି । ଯଥାର୍ଥ ଜ୍ଞାନ ମନୁଷ୍ୟକୁ ସତ୍ୟର ଦର୍ଶନ କରାଏ । ସତ୍ୟଦର୍ଶୀ ବ୍ୟକ୍ତି ଭଲ-ମନ୍ଦର ଭେଦ ନିର୍ଣ୍ଣୟ କରିପାରେ । ଏହି ନିର୍ଣ୍ଣୟ କରିପାରିବାର ସାମର୍ଥ୍ୟକୁ ବିବେକ ଶକ୍ତି କୁହାଯାଏ । ତେଣୁ ଜ୍ଞାନ ହେଉଛି ବିବେକର ପର୍ଯ୍ୟାୟବାଚୀ ଶବ୍ଦ । ଜ୍ଞାନଦ୍ୱାରା ପରମାତ୍ମାଙ୍କ ଯଥାର୍ଥ ପରିଚୟ ମିଳେ । ଏହାଦ୍ୱାରା ସେ ପରମାତ୍ମାଙ୍କ ସହିତ ସହଜରେ ଯୋଗଯୁକ୍ତ ହୋଇପାରେ । ଯୋଗ ମଣିଷକୁ ଅଧର୍ମ ମାର୍ଗରୁ ନିବୃ କରି ଧର୍ମ ମାର୍ଗରେ ପରି·ଳିତ କରେ । ପରମାତ୍ମା ହେଉଛନ୍ତି ସମସ୍ତ ଆଧ୍ୟାତ୍ମିକ ଶକ୍ତିର ମହାସାଗର । ତାଙ୍କ ସହିତ ମନ-ବୁଦ୍ଧିକୁ ଯୁକ୍ତ କଲେ ମଣିଷ ଜ୍ଞାନ, ଯୋଗ, ପବିତ୍ରତା ଲାଭ କରେ ଏବଂ ଧର୍ମ ମାର୍ଗରେ ଦୃଢ଼ତା ପୂର୍ବକ ·ଲିପାରେ । କାରଣ ଆଧ୍ୟାତ୍ମିକ ଶକ୍ତି ବିନା ଧର୍ମ ବା ସତ୍ ମାର୍ଗରେ ଅଗ୍ରସର ହେବା ସମ୍ଭବ ନୁହେଁ ।
ଉପର୍ଯୁ୍ୟକ୍ତ ଆଲୋଚନାରୁ ଏକଥା ସ୍ପଷ୍ଟ ହୁଏ ଯେ ଜ୍ଞାନ ହିଁ ହେଉଛି ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତିର ମୂଳକାରଣ । ଜ୍ଞାନ ମନୁଷ୍ୟକୁ ଶକ୍ତିମାନ ତଥା ବ୍ୟବହାର ଏବଂ କର୍ମକୁଶଳୀ କରେ । ଜ୍ଞାନ ପ୍ରକାଶ ଦ୍ୱାରା ଅଜ୍ଞାନ ତିମିର ତିରୋହିତ ହୋଇପାରେ । ଜ୍ଞାନ ଆମକୁ ଆତ୍ମା, ପରମାତ୍ମା ଓ ସୃଷ୍ଟିର ଯଥାର୍ଥ ପରିଚୟ ଦିଏ । କର୍ମର ସ୍ବରୂପ ଓ ପରିଣାମ ବିଷୟରେ ଜ୍ଞାନ ମନୁଷ୍ୟକୁ ଅସତକର୍ମରୁ ନିବୃ ଏବଂ ସତ୍ୟ କର୍ମରେ ପ୍ରବୃ କରେ । କେବଳ ଜାଣିବାର ନାମ ଜ୍ଞାନ ନୁହେଁ । କୌଣସି ବିଷୟରେ ପ୍ରାପ୍ତ ସୂଚନାକୁ ପ୍ରୟୋଗ କରିବାର ନାମ ଜ୍ଞାନ । ଉଦାହରଣ ସ୍ବରୂପ ଆମକୁ ସୂଚନା ମିଳିଲା ଯେ ଆମେ ଗନ୍ତବ୍ୟ ପଥର କିଛି ଆଗକୁ ବିପଦ ଅଛି । ଏକଥା ଜାଣିଲା ପରେ ମଧ୍ୟ ଯଦି ଆମେ ଅହଂକାର ବଶତଃ ଆଗକୁ ଗତି କରିବା ବା ସୂଚନାର ସତ୍ୟାସତ୍ୟ ପରୀକ୍ଷା ନକରି ଉପେକ୍ଷା କରିବା ତେବେ ଆମକୁ କ’ଣ ଜ୍ଞାନୀ କୁହାଯିବ? ସତ୍ୟ ଜ୍ଞାନ ମନୁଷ୍ୟକୁ ସଫଳତାର ସର୍ବୋଚ୍ଚ ଶିଖରରେ ପହାଏ ।
ପରମାତ୍ମାଙ୍କ ସମ୍ବନ୍ଧରେ ଯଥାର୍ଥ ଜ୍ଞାନର ଅଭାବ ହେତୁ ତାଙ୍କୁ କେନ୍ଦ୍ର କରି ଅନେକ ଧର୍ମ ସଂପ୍ରଦାୟ ଗଢ଼ି ଉଠିଛି । ସମସ୍ତେ ଏହ ସର୍ବୋଚ୍ଚ ସାର ଅସ୍ତିତ୍ୱକୁ ସ୍ବୀକାର କରୁଥିଲେ ମଧ୍ୟ ତାଙ୍କର ନାମ, ରୂପ, ଗୁଣ, ଧାମ ଓ ଧରାବତରଣର ସମୟ ଓ କର୍ବ୍ୟ ନେଇ ବିଭିନ୍ନ ମତ ପୋଷଣ କରୁଥିବାରୁ ସେମାନଙ୍କର ଅନୁଯାୟୀଗଣ କଠିନ ପୁରୁଷାର୍ଥ କରି ମଧ୍ୟ ଇପ୍ସିତ ଫଳ ପାଆନ୍ତି ନାହିଁ । ଏପରି ସ୍ଥଳେ ସାଧାରଣ ମନୁଷ୍ୟଙ୍କ କଥା କ’ଣ କହିବା? ଯଥାର୍ଥ ଜ୍ଞାନର ଅଭାବ ହେତୁ ମନୁଷ୍ୟ ମଧ୍ୟରେ ଅଧ୍ୟାତ୍ମିକ ଚେତନାର ବିକାଶ ହୋଇପାରେ ନାହିଁ । ପରିଣାମ ସ୍ବରୂପ ସେ ଦେହ ସର୍ବସ୍ବ ହୋଇ ବିଷୟ ଭୋଗକୁ ହିଁ ଜୀବନର ଏକମାତ୍ର ଧ୍ୟେୟ ମନେ କରେ । ପରମାତ୍ମା ଇନ୍ଦ୍ରିୟାତୀତ । ତାଙ୍କୁ ଯଥାର୍ଥ ଭାବରେ ଜାଣିବାକୁ ହେଲେ ଦେହାଭିମାନ (ଈକ୍ଟୟଚ୍ଚ ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ) ତ୍ୟାଗ କରିବା ଆବଶ୍ୟକ । ପରମାତ୍ମାଙ୍କ ସହିତ କେବଳ ମନୋମିଳନ ହିଁ ସମ୍ଭବ । ତେଣୁ ଦେହର ବନ୍ଧନରୁ ଆତ୍ମା ମୁକ୍ତ ନହେଲା ପର୍ଯ୍ୟନ୍ତ ପରମାତ୍ମା ମିଳନ ସମ୍ଭବ ନୁହେଁ ।
ପରମାତ୍ମା ହେଉଛନ୍ତି ସକଳ ଆଧ୍ୟାତ୍ମିକ ଜ୍ଞାନର ଆଧାର । ବିଶୁଦ୍ଧ ଈଶ୍ୱରୀୟ ଜ୍ଞାନ ମନୁଷ୍ୟକୁ ଆଧ୍ୟାତ୍ମିକ ଶକ୍ତି ପ୍ରଦାନ କରେ । କାଳକ୍ରମେ ଏହି ଜ୍ଞାନ ବିଲୁପ୍ତ ହୋଇଯାଇଛି । ଯଥାର୍ଥ ଈଶ୍ୱରୀୟ ଜ୍ଞାନ ବା ମତର ଅଭାବରେ ବ୍ୟକ୍ତି ଈଶ୍ୱରୀୟ ମାର୍ଗରୁ ଓହରିଯାଇ ମନୁଷ୍ୟ ପ୍ରତିଷ୍ଠିତ ମତ ବା ମାର୍ଗର ଅନୁସରଣ କରେ । ଏହା ଆତ୍ମ ବିସ୍ମୃତିର ମୂଳ କାରଣ । ପରମାତ୍ମାଙ୍କ ପରି ଆତ୍ମା ମଧ୍ୟ ଏକ ଆଧ୍ୟାତ୍ମିକ ସା ହୋଇଥିବାରୁ ତା’ ମଧ୍ୟରେ ଈଶ୍ୱରୀୟ ଜ୍ଞାନ ଓ ଗୁଣ ସନ୍ନିହିତ ଥାଏ । କିନ୍ତୁ ଆତ୍ମା ଜନ୍ମ-ମୃତୁ୍ୟ ଚକ୍ରରେ ଆବର୍ିତ ହୋଇ ସ୍ବ ସ୍ବରୂପ ବିସ୍ମୃତ ହୋଇଥାଏ । ଦେହାଭିମାନ ତ୍ୟାଗ ଓ ଆତ୍ମା ସଚେତନତାର ନିରନ୍ତର ଅଭ୍ୟାସ ଦ୍ୱାରା ବ୍ୟକ୍ତିର ସ୍ବ ସ୍ମୃତି ଜାଗ୍ରତ ହୁଏ । ଯଥାର୍ଥ ଜ୍ଞାନର ମନନ ଦ୍ୱାରା ମନର ମଳ ପରିଷ୍କାର ହୁଏ ଓ ଆଧ୍ୟାତ୍ମିକ ଶକ୍ତିର ସ୍ଫୁରଣ ହୁଏ । ମନନର ଅନ୍ତିମ ଅବସ୍ଥା ହେଉଛି ଯୋଗ । ତେଣୁ ମନନଶୀଳ ବ୍ୟକ୍ତିକୁ ମୁନି ବା ଯୋଗୀ କୁହାଯାଏ । ମନନ ଶକ୍ତିର ଉପଯୋଗ କରି ପ୍ରାଚୀନ ମୁନି ଋଷିଗଣ ଅନେକ ପୌରାଣିକ ଓ ଆଧ୍ୟାତ୍ମିକ ଗ୍ରନ୍ଥ ସମୂହ ରଚନା କରିଛନ୍ତି । ଗୁରୁ ପରମ୍ପରା କ୍ରମେ ସେମାନେ ଭିନ୍ନ ଭିନ୍ନ ମତ ଓ ପନ୍ଥର ଅନୁସରଣ କରିଥିବା ହେତୁ ସେମାନଙ୍କ ମଧ୍ୟରେ ମତ ଭିନ୍ନତା ଦେଖିବାକୁ ମିଳେ । ସେମାନଙ୍କ ରଚିତ ଗ୍ରନ୍ଥ ସମୂହରେ ଯେଉଁ ଜ୍ଞାନ ନିର୍ବିବାଦୀୟ, ସର୍ବଜନ ଗ୍ରାହ୍ୟ ଓ ଆଧ୍ୟାତ୍ମିକ ମୂଲ୍ୟ ଉପରେ ପର୍ଯ୍ୟବସିତ ତାହାକୁ ବିଶୁଦ୍ଧ ଈଶ୍ୱରୀୟ ଜ୍ଞାନ ବୋଲି ଗ୍ରହଣ କରାଯାଇ ପାରେ । ଅନ୍ୟ ଯେଉଁ ବିଷୟ କ୍ଳିଷ୍ଟ, ଦୁର୍ବୋଧ୍ୟ, ବିବାଦୀୟ  ଓ ନିର୍ଦ୍ଧିଷ୍ଟ ଧାର୍ମିକ ସଂପ୍ରଦାୟ ପାଇଁ ଉଦ୍ଧିଷ୍ଟ ତାହା ସେମାନଙ୍କ ପାରମ୍ପାରିକ ବୌଦ୍ଧିକ ଚିନ୍ତନର ପରିଣାମ ଅଟେ ।
ଉପର୍ଯୁ୍ୟକ୍ତ ପରିପ୍ରେକ୍ଷୀରେ କେତେକ ଆଧ୍ୟାତ୍ମିକ ଜ୍ଞାନ ବିନ୍ଦୁ ଉପରେ ଆଲୋଚନା ପ୍ରାସଙ୍ଗିକ ମନେ ହୁଏ । ଏଥିରୁ ଜଣେ ଜାଣି ପାରିବ ଯେ ଜ୍ଞାନ ଦ୍ୱାରା କିପରି ଶକ୍ତି ପ୍ରାପ୍ତ ହୁଏ । ନିମ୍ନରେ କେତେକ ଆଧ୍ୟାତ୍ମିକ ବିନ୍ଦୁ ଦୃଷ୍ଟାନ୍ତ ସ୍ବରୂପ ଉଲ୍ଲେଖ କରାଯାଇଛି ।
(୧) ମୋର ଶରୀର କହୁଥିବା ଅଦୃଶ୍ୟ ‘ମୁଁ’ ଟି ଶରୀରଠାରୁ ଭିନ୍ନ ଏକ ସା । ତେଣୁ ମୁଁ ଶରୀର ନୁହେଁ । ‘ମୁଁ’ ଏକ ଅଦୃଶ୍ୟ ସା ଯିଏ କି ଏ ଶରୀରକୁ ସକ୍ରିୟ କରେ ଓ ନିଜ ଇଚ୍ଛା ଅନୁସାରେ ଚଳାଏ । ‘ମୁଁ’ ଏ ଶରୀର ତ୍ୟାଗ କଲେ ଏହା ଅଦରକାରୀ ହୋଇଯାଏ ଓ କାଳକ୍ରମେ ପଚିସଢ଼ି ଦୁର୍ଗନ୍ଧ ଜାତ କରେ । ଏ ଶରୀରର ମୃତୁ୍ୟପରେ ମଧ୍ୟ ମୋର ଅସ୍ତିତ୍ୱ ଯଥାବତ୍ ରହେ । ଅନ୍ୟ ଶରୀର ଧାରଣ କରି ‘ମୁଁ’ ମୋର ପୂର୍ବ ବ୍ୟକ୍ତିତ୍ୱକୁ ପରିପ୍ରକାଶ କରେ । ‘ମୁଁ’ ଏକ ଆଧ୍ୟାତ୍ମିକ ସା ଓ ଆତ୍ମା ନାମରେ କଥିତ ।
(୨) ଏ ସଂସାର ହେଉଛି ଏକ ରଙ୍ଗମ । ଏଠାରେ ପ୍ରତ୍ୟେକ ଶରୀରଧାରୀ ଜଣେ ଲେଖାଏଁ ଅଭିନୟକାରୀ । ପ୍ରତ୍ୟେକଙ୍କ ଅଭିନୟ ପୂର୍ବ ନିର୍ଦ୍ଧିଷ୍ଟ । ନିଜ ନିଜ ଅଭିନୟ ସମାପ୍ତ ହେଲେ ସେମାନେ ଫେରି ଯାଆନ୍ତି ନିଜ ମୂଳ ବାସସ୍ଥାନକୁ ।
(୩) ପ୍ରତ୍ୟେକ ଜୀବାତ୍ମା ହେଉଛନ୍ତି ସର୍ବୋଚ୍ଚ ସା ପରମାତ୍ମାଙ୍କ ଆତ୍ମିକ ସନ୍ତାନ । ତେଣୁ ଆମେ ପ୍ରତ୍ୟେକ ପରସ୍ପର ଭାଇ ଭାଇ । ପରମାତ୍ମା ସମସ୍ତ ଆଧ୍ୟାତ୍ମିକ ଜ୍ଞାନ ଗୁଣର ମହା ସାଗର । ତାଙ୍କୁ ଯଥାର୍ଥ ସ୍ବରୂପରେ ଜାଣି ନିରନ୍ତନ ସ୍ମରଣ କଲେ ତାଙ୍କ ନିକଟରେ ଥିବା ଜ୍ଞାନ ଓ ଗୁଣ ସ୍ବତଃ ପ୍ରାପ୍ତ ହୁଏ ।
ଏହିପରି ଆଧ୍ୟାତ୍ମିକ ଜ୍ଞାନର ଚିନ୍ତନ ଓ ମନନ ଦ୍ୱାରା ଆତ୍ମା ମଧ୍ୟରେ ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ ଶକ୍ତି ଉପôନ୍ନ ହୁଏ ଓ କ୍ରମଶଃ ତା’ର ଆଧ୍ୟାତ୍ମିକ ଚେତନାର ବିକାଶ ହୁଏ । ଆଧ୍ୟାତ୍ମିକ ଜ୍ଞାନ ଦ୍ୱାରା ଆତ୍ମା ନିଜ ଇନ୍ଦ୍ରିୟ ସମୂହକୁ ନିୟନ୍ତ୍ରଣ କରିପାରେ; କର୍ବ୍ୟାକର୍ବ୍ୟ ବିବେଚନା କରି ଅକର୍ବ୍ୟକୁ ପରିହାର ପୂର୍ବକ କର୍ବ୍ୟ ମାର୍ଗରେ ଅଗ୍ରସର ହେବାକୁ ପ୍ରେରଣା ଏବଂ ଆଧ୍ୟାତ୍ମିକ ମାର୍ଗରେ ଅଗ୍ରସର ହେବାପାଇଁ ବୋଧ ଶକ୍ତି ପାଏ । ଜ୍ଞାନକୁ ପ୍ରକାଶ ଓ ଶକ୍ତି ସହିତ ତୁଳନା କରାଯାଏ । କଦ୍ଭକ୍ଟଙ୍ଗକ୍ଷରୟଶର ସଗ୍ଦ ଖସଶଷଗ୍ଧ ଌ ଜ୍ଞସଶଷଗ୍ଧ  କାରଣ ଜ୍ଞାନ ପୁରୁଷାର୍ଥ ମାର୍ଗକୁ ଆଲୋକିତ ଏବଂ ଆଗତ ସମସ୍ତ ପ୍ରତିରୋଧଗୁଡ଼ିକୁ ପ୍ରତିହତ କରି ଈଶ୍ୱର ପ୍ରାପ୍ତି ପଥରେ ଅଗ୍ରସର ହେବାପାଇଁ ଶକ୍ତି ପ୍ରଦାନ କରେ । ଏହି ଜ୍ଞାନ କେବଳ ସର୍ବୋଚ୍ଚ ସା ପରମାତ୍ମାଙ୍କ ସହିତ ମନୋମିଳନ ଦ୍ୱାରା ହିଁ ପ୍ରାପ୍ତ ହୁଏ ।

ଆଧ୍ୟାତ୍ମିକ ଶକ୍ତିମାନଙ୍କ ମଧ୍ୟରୁ “ପବିତ୍ରତା” ହେଉଛି ଏକ ପ୍ରମୁଖ ଶକ୍ତି । ପବିତ୍ର ବ୍ୟକ୍ତିର ପ୍ରଭାବ ସହଜରେ ଅନ୍ୟମାନଙ୍କ ଉପରେ ପଡେ । ଅପବିତ୍ର ମନୁଷ୍ୟ ସର୍ବଦା ଦ୍ୱନ୍ଦାତ୍ମକ ସ୍ଥିତିରେ ରହେ । ଅପବିତ୍ର କର୍ମହେତୁ ତା’ ମନରେ ସର୍ବଦା ଭୟ ଓ ପୀଡା ରହେ । “ପାପଃ ଭୟସ୍ୟ କାରଣଂ” । ପବିତ୍ର ମନୁଷ୍ୟ ସଦା ନିର୍ଭୟ, ନିଶ୍ଚିନ୍ତ, ସ୍ଥିର ଓ ଏକାଗ୍ର ଚି ଅଟନ୍ତି । କାମ-କ୍ରୋଧାଦି ମନୋବିକାର ସମୂହ ଦ୍ୱାରା ବାରମ୍ବାର ଅକ୍ରାନ୍ତ ହେବା ଦ୍ୱାରା ଅପବିତ୍ର ବ୍ୟକ୍ତିର ଆତ୍ମିକ ଶକ୍ତି କ୍ଷୀଣ ହୋଇଯାଏ । ତାଙ୍କର ବିବେକ ଶକ୍ତି ନଷ୍ଟ ହୋଇଯାଏ । ତେଣୁ ସେ ଉଚିତ୍ ନିର୍ଣ୍ଣୟ ନେବାରେ ଅସମର୍ଥ ହୁଅନ୍ତି । ଯେଉଁଠି ପବିତ୍ରତା ଥାଏ ସେଇଠି ସୁଖଶାନ୍ତି ପ୍ରେମ, ଆନନ୍ଦ ଆଦି ଆଧ୍ୟାତ୍ମିକ ଶକ୍ତିଗୁଡିକର ସ୍ବତଃ ସମାବେଶ ହୁଏ । ଏଥିପାଇଁ କୁହାଯାଏ, ପବିତ୍ରତା ହିଁ ସୁଖ-ଶାନ୍ତିର ଜନନୀ । ପବିତ୍ରତା ମଧ୍ୟରେ ଅଦ୍ଭୁତ ଶକ୍ତି ସମାହିତ ଥାଏ । ବ୍ୟବହାରିକ ଜୀବନରେ ଦେଖାଯାଏ ଯେ କ୍ରୋଧ ପ୍ରକାଶ କରି ଯେଉଁ କାମ ସହଜରେ ହାସଲ କରି ହୁଏ ନାହିଁ, ପ୍ରେମ ଓ ନମ୍ରତା ଦ୍ୱାରା ଅନାୟାସରେ ତାହା ହୋଇପାରେ । ପରମାତ୍ମା ପରମ ପବିତ୍ର ଓ ପ୍ରେମର ସାଗର ଅଟନ୍ତି । ତେଣୁ ତାଙ୍କୁ ସ୍ମରଣ କଲେ ବ୍ୟକ୍ତି ଶାନ୍ତି ଓ ଶକ୍ତି ପ୍ରାପ୍ତ ହୁଏ । ବ୍ୟକ୍ତି ଯାହାକୁ ପ୍ରେମ କରେ ତା’ ପାଇଁ ସବୁ କିଛି ତ୍ୟାଗ କରିବା ପାଇଁ ପଶ୍ଚାପଦ ହୁଏ ନାହିଁ । ଅନ୍ୟ ପକ୍ଷରେ କ୍ରୋଧୀ ମନୁଷ୍ୟର ପାଖ କେହି ମାଡନ୍ତି ନାହିଁ । ପ୍ରେମର ଆକର୍ଷଣ ଶକ୍ତି ପ୍ରଖର । ବିନାଶ ଶକ୍ତି ଅପେକ୍ଷା ନିର୍ମାଣ ଶକ୍ତି ଅଧିକ ଅଟେ । କୌଣସି ନିର୍ମିତ ଗୃହ ଭାଙ୍ଗିବା ପାଇଁ କମ ଶକ୍ତି ଲାଗେ କିନ୍ତୁ ତାର ନିର୍ମାଣ ପାଇଁ ଅଧିକ ଶକ୍ତିର ଆବଶ୍ୟକତା ହୁଏ ।
ନକାରାତ୍ମକ ଶକ୍ତି ଉପରେ ସର୍ବଦା ସକାରାତ୍ମକ ଶକ୍ତି ବିଜୟ ପ୍ରାପ୍ତ କରିଥାଏ । ଏ ଉଭୟ ଶକ୍ତିର ସଂଘର୍ଷକୁ ପୌରାଣିକ ଗ୍ରନ୍ଥମାନଙ୍କରେ ଦେବାସୁର ସଂଗ୍ରାମ ରୂପେ ଚିତ୍ରଣ କରାଯାଇଛି । ଆସୁରୀ ଶକ୍ତି ଯେତେ ପ୍ରଚଣ୍ଡ ହେଉନା କାହିଁକି ସର୍ବଦା ଦୈବୀ ଶକ୍ତି ସମ୍ମୁଖରେ ପରାହତ ହୋଇଛି । କ୍ରୋଧ ଶକ୍ତି, ଶାନ୍ତି ଶକ୍ତି ଦ୍ୱାରା ନିଷ୍କ୍ରିୟ ହୋଇଯାଏ । କ୍ରୋଧ କରିବା ଖୁବ୍ ସହଜ; କିନ୍ତୁ ଶାନ୍ତିରେ ରହିବା ଆୟାସ ସାଧ୍ୟ । ଏଥିରୁ ଜଣାଯାଏ ଯେ ଶାନ୍ତି ପାଇଁ ଅଧିକ ଶକ୍ତି ଆବଶ୍ୟକ ହୁଏ । ଦୁର୍ବଳ ଓ ରୋଗୀ ବ୍ୟକ୍ତିକୁ ଶୀଘ୍ର କ୍ରୋଧ ଆସେ । ଏହା ବ୍ୟତୀତ ଲୋଭ, ମୋହ, ଅହଂକାର ଆଦି ମନୋବିକାରଗୁଡିକ ମଧ୍ୟ ଦୁର୍ବଳତାର ପରି·ୟକ । ଦୁର୍ବଳ ବ୍ୟକ୍ତି ସହଜରେ କୌଣସି ନା କୌଣସି ମନୋବିକାର ଦ୍ୱାରା ବଶୀଭୂତ ହୋଇ ପଡନ୍ତି । ଅପର ପକ୍ଷରେ ସନ୍ତୋଷ, ଅନାସକ୍ତି, ନମ୍ରତା, ସାକ୍ଷୀଦ୍ରଷ୍ଟା ସ୍ଥିତି ଆଦି ଆଧ୍ୟାତ୍ମିକ ଗୁଣ ଶକ୍ତି ପ୍ରଦାୟକ । ଧର୍ମାଚରଣ ଦ୍ୱାରା ମନୁଷ୍ୟ ମଧ୍ୟରେ ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତ ହୁଏ । ଧର୍ମ ମନୁଷ୍ୟକୁ ଅନୁଶାସିତ କରେ । ଧାର୍ମିକ ନିୟମଗୁଡିକ ପାଳନ କରିବା ଦ୍ୱାରା ମନ ଭୟମୁକ୍ତ ହୁଏ ଓ ଜୀବନ ସଂଯମିତ ହୁଏ । ଧାର୍ମିକ ମନୁଷ୍ୟର ଆହାର, ବିହାର, ବି·ର, ଆ·ର ଶୁଦ୍ଧ ଓ ସା୍ୱିକ ଥାଏ । ଅଧର୍ମୀ ବ୍ୟକ୍ତିମାନେ ମାଦକ ଦ୍ରବ୍ୟ ସେବନ, ମଦ୍ୟପାନ, ଅଶୁଦ୍ଧ ଭୋଜନ କରନ୍ତି । ଏଥିରୁ ସ୍ପଷ୍ଟ ହୁଏ ଯେ ଧର୍ମରେ ମଧ୍ୟ ଶକ୍ତି ଅଛି ଯାହା ମନୁଷ୍ୟକୁ ସତ୍ ମାର୍ଗରେ ଦୃଢ଼ତା ପୂର୍ବକ ଅଗ୍ରସର ହେବାପାଇଁ ସହାୟକ ହୁଏ । କୁହାଯାଏ, “ଧର୍ମ ରକ୍ଷତି ଧାର୍ମିକଂ”। ଅର୍ଥାତ୍ ଯିଏ ଧର୍ମ ମାର୍ଗରେ ·ଲେ ଧର୍ମ ତାକୁ ରକ୍ଷା କରେ ।
ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ପାଟଣାଗଡ଼, ବଲାଙ୍ଗିର

ଆଧ୍ୟାତ୍ମିକ ଚେତନାର ବିକାଶ


ଅଭିଧାନରେ ଆଧ୍ୟାତ୍ମିକର ଅର୍ଥ ଆତ୍ମା ବା ବ୍ରହ୍ମ (ପରମାତ୍ମା) ସମ୍ବନ୍ଧୀୟ ବୋଲି କୁହାଯାଇଛି । ଆଧ୍ୟାତ୍ମିକ ଓ ଅଧ୍ୟାତ୍ମ ସମାନାର୍ଥକ ଏବଂ ଏହି ଶବ୍ଦ ଦ୍ୱୟ ବ୍ୟକ୍ତିର ବିଶେଷଣ ରୂପେ ବ୍ୟବହୃତ ହୁଅନ୍ତି । ଏହା ଜୀବାତ୍ମା, ମନ, ଉଚ୍ଚ ମାନସିକ ଶକ୍ତି ସ
ମୂହ, ଆତ୍ମା, ଶୁଦ୍ଧତମ ବିଚାର ଓ ଭାବନା ସମୂହର ନାମ । ଅଧ୍ୟାତ୍ମ ଇନ୍ଦ୍ରିୟ ସମୂହରୁ ପ୍ରାପ୍ତ ଜ୍ଞାନ, ସୁଖ ଏବଂ ଅନୁଭବର ଉଦ୍ଧ୍ୱର୍ରେ । ଆତ୍ମିକ ଜ୍ଞାନ ଓ ଅନୁଭବ ଏହାର ଅନ୍ତର୍ଭୁକ୍ତ । ଚେତନାର ଆଭିଧାନିକ ଅର୍ଥ ହେଉଛି ସଂଜ୍ଞା (ମକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ), ବୁଦ୍ଧି (ସଦ୍ଭଙ୍ଗବକ୍ସୟ ଚରକ୍ସମରକ୍ଟ୍ରଗ୍ଧସକ୍ଟଦ୍ଭ), ଜୀବନ (ବଦ୍ଭସଜ୍ଞବଗ୍ଧସକ୍ଟଦ୍ଭ) । ଚେତନାର ଗୁଣାତ୍ମକ ମାନ ଅନୁସାରେ ବ୍ୟକ୍ତିର ବ୍ୟକ୍ତିତ୍ୱ ନିର୍ଭର କରେ । ଗୁଣ ଆଧାରରେ ମାନବୀୟ ଚେତନା ଦୈବୀ ବା ଆସୁରୀ ସଂସ୍କାର ସମ୍ପନ୍ନ ହୋଇଥାଏ । ତେଣୁ ସମଗ୍ର ମାନବ ସମାଜକୁ ମଧ୍ୟ ଦୈବୀ ଓ ଆସୁରୀ ଦୁଇଟି ସମ୍ପ୍ରଦାୟରେ ବିଭକ୍ତ କରାଯାଇପାରେ । ଦୈବୀ ସମ୍ପ୍ରଦାୟର ବ୍ୟକ୍ତି ଆଧ୍ୟାତ୍ମିକ ଓ ଆସୁରୀ ସମ୍ପ୍ରଦାୟର ବ୍ୟକ୍ତି ଭୌତିକ ଚେତନାଯୁକ୍ତ । ଆତ୍ମା ବା ପରମାତ୍ମା ବିଷୟକ ବୌଦ୍ଧିକ ସଚେତନତା ହେଉଛି ଆଧ୍ୟାତ୍ମିକ ଚେତନା । ପଣ୍ଡିତ କୃଷ୍ଣଚନ୍ଦ୍ର କରଙ୍କ ତରୁଣ ଶବ୍ଦକୋଷରେ ଆତ୍ମା ବା ବ୍ରହ୍ମ ବିଷୟକ ଭାବ ବା ଭାବନାକୁ ଆଧ୍ୟାତ୍ମିକତା (ବିଶେଷ୍ୟ ପଦ) ବୋଲି ଅର୍ଥ କରାଯାଇଛି । ଆଧ୍ୟାତ୍ମିକ ସାର (ଆତ୍ମା ଓ ପରମାତ୍ମା) ଅଧ୍ୟୟନ, ମନନ, ଚିନ୍ତନ ଏବଂ ଧ୍ୟାନ ଆଧ୍ୟାତ୍ମିକତାର ଅନ୍ତର୍ଭୁକ୍ତ ।

ଆଧ୍ୟାତ୍ମିକତା ଭୌତିକତାର ସମ୍ପୂର୍ଣ୍ଣ ବିପରୀତ । ଆଧ୍ୟାତ୍ମିକତା ଦ୍ୱାରା ବ୍ୟକ୍ତି ଇନ୍ଦ୍ରିୟ ସମୂହର ବନ୍ଧନରୁ ମୁକ୍ତ ହୁଏ ଏବଂ ନିଜକୁ ଏକ ଚୈତନ୍ୟ ସା ଆତ୍ମା ରୂପେ ଅନୁଭବ କରେ । ଭୌତିକ ଚେତନା ଯୁକ୍ତ ବ୍ୟକ୍ତି କେବଳ ଇନ୍ଦ୍ରିୟଗମ୍ୟ ବିଷୟଗୁଡ଼ିକୁ ସତ୍ୟ ମଣନ୍ତି, ତାଙ୍କ ଅନୁସାରେ ଯାହା ଇନ୍ଦ୍ରିୟ ସମୂହର ଅଗମ୍ୟ ତାହା ଅସତ୍ୟ ଓ କାଳ୍ପନିକ । ଆଧ୍ୟାତ୍ମିକ ଶକ୍ତି ସଚ୍ଚରିତ୍ର, ସାଧୁତା, ସଚ୍ଚୋଟତା ଆଦି ମାନବୀୟ ଗୁଣଗୁଡ଼ିକର ବିକାଶ କରେ । ଭୌତିକତା ଏଗୁଡ଼ିକୁ  କ୍ଷୀଣ କରେ । ଭୌତିକ ଚେତନାରେ ପ୍ରଭାବିତ ବ୍ୟକ୍ତି ନିଜକୁ ଏକ ଦେହ ବୋଲି ମନେ କରେ । ତାଙ୍କ ପାଇଁ ଅଦୃଶ୍ୟ ଆତ୍ମା ଏକ କାଳ୍ପନିକ ସା ମାତ୍ର । ଦେହାଭିମାନ ମନୁଷ୍ୟ ମଧ୍ୟରେ ଅନେକ ଆନ୍ତରିକ ଦୋଷ ବା ମନୋବିକାର ସମୂହ ଉପôନ୍ନ କରାଏ । ଜୀବନ ଯାତ୍ରା ମାର୍ଗରେ ପ୍ରତ୍ୟେକଙ୍କୁ ଅନେକ ଝଡ଼ଝଞ୍ଜାର ସମ୍ମୁଖୀନ ହେବାକୁ ପଡ଼େ । ଦେହାଭିମାନୀ ବ୍ୟକ୍ତି ଆଧ୍ୟାତ୍ମିକ ଶକ୍ତିହୀନ ହୋଇଥିବାରୁ ସେଗୁଡ଼ିକର ସମ୍ମୁଖୀନ ହେବାକୁ ଭୟ କରନ୍ତି । ଏଥିପାଇଁ ତାଙ୍କୁ କଠୋର ମାନସିକ ସଂଘର୍ଷ କରିବାକୁ ପଡ଼େ । ଏହା ତାଙ୍କ ପାଇଁ ଅନେକ ମନୋଦୈହିକ ବ୍ୟାଧିର କାରଣ ହୋଇଥାଏ । ଅପରପକ୍ଷେ ଆଧ୍ୟାତ୍ମିକ ଶକ୍ତି ସମ୍ପନ୍ନ ବ୍ୟକ୍ତି ଏପରି ପରିସ୍ଥିତିକୁ ସାମାନ୍ୟ ଖେଳ ମନେ କରି ନିର୍ଭୟତା ପୂର୍ବକ ଲକ୍ଷ୍ୟ ପଥରେ ଅନାୟାସରେ ଆଗେଇ ଚାଳନ୍ତି । କାରଣ ସେ ଆନ୍ତରିକ ସ୍ତରରେ ସଶକ୍ତ ହୋଇଥିବାରୁ ବାହ୍ୟ ସ୍ତରରେ ଆସୁଥିବା ବଡ଼ ବଡ଼ ସଂକଟଗୁଡ଼ିକୁ ମଧ୍ୟ ସହଜ ଓ ସ୍ବଭାବିକ ଭାବରେ ସମାଧାନ କରିବାକୁ ସକ୍ଷମ ହୁଅନ୍ତି । 

ଆତ୍ମା ଏକ ଆଧ୍ୟାତ୍ମିକ ସା ହୋଇଥିବାରୁ ଶାନ୍ତି, ପବିତ୍ରତା, ପ୍ରେମ, ଆନନ୍ଦ, ଶକ୍ତି ଆଦି ଆଧ୍ୟାତ୍ମିକ ଗୁଣାବଳୀ ସମ୍ପନ୍ନ ଅଟେ । ଏଗୁଡ଼ିକ ଆତ୍ମାର ମୌଳିକ ଗୁଣାବଳୀ । ଆଧ୍ୟାତ୍ମିକ ସଶକ୍ତିକରଣ ବା ଆଧ୍ୟାତ୍ମିକ ଚେତନାର ବିକାଶ ଦ୍ୱାରା ବ୍ୟକ୍ତି ଆତ୍ମାର ଏହି ମୌଳିକ ଗୁଣାବଳୀ ଗୁଡ଼ିକୁ ଅନୁଭବ କରି ପାରେ । ଏହା ହେଉଛି ଆତ୍ମା ସଚେତନତା ଓ ବ୍ୟକ୍ତିର ଯଥାର୍ଥ ସ୍ବରୂପ ବା ଆତ୍ମିକ ସ୍ବରୂପ । ବ୍ୟକ୍ତି ଯେତେବେଳେ ନିଜର ମୌଳିକ ସ୍ବରୂପରେ ସ୍ଥିତ ହୁଏ ସେତେବେଳେ ତା’ମଧ୍ୟରେ ସକାରାତ୍ମକ ଭାବର ଉଦୟ ହୁଏ ଓ ସେ ସତ୍ୟ ଓ ଅସତ୍ୟ ମଧ୍ୟରେ ଭେଦ ନିର୍ଣ୍ଣୟ କରିପାରେ । ଆଧ୍ୟାତ୍ମିକ ଶକ୍ତି ଅଭାବରେ ବ୍ୟକ୍ତି କାମ, କ୍ରୋଧ, ଲୋଭ, ମୋହ, ଅହଂକାର, ଆଳସ୍ୟ, ଈର୍ଷା, ଘୃଣା, ଭୟ, ନିଦ୍ରା ଆଦି ମନୋବିକାର ସମୂହ ଦ୍ୱାରା ପୀଡ଼ିତ ହୁଏ । ଏହି ନକାରାତ୍ମକ ଭାବ ସମୂହ ଦୁଃଖ, ଅଶାନ୍ତି, ଅପ୍ରସନ୍ନତା, ଅସନ୍ତୋଷ, ମାନସିକ ତଥା ମନୋଦୈହିକ ରୋଗଗୁଡ଼ିକର କାରଣ ଅଟନ୍ତି । ଆଧ୍ୟାତ୍ମିକତା ଦ୍ୱାରା ପରଖିବା ଶକ୍ତି ଓ ନିର୍ଣ୍ଣୟ ଶକ୍ତିର ବିକାଶ ହୁଏ ।

ଆଧ୍ୟାତ୍ମିକ ଚେତନାର ବିକାଶ ଦ୍ୱାରା ଆତ୍ମା ମଧ୍ୟରେ ସ୍ବଭାବିକ ଭାବରେ ଆଧ୍ୟାତ୍ମିକ ଗୁଣାବଳୀର ଉଦ୍ରେକ ହୁଏ ଓ ଆତ୍ମା ଆଧ୍ୟାତ୍ମିକ ଶକ୍ତି ସମ୍ପନ୍ନ ହୁଏ । ବ୍ୟକ୍ତି ମଧ୍ୟରେ ଆଧ୍ୟାତ୍ମିକ ଶକ୍ତି କ୍ଷୀଣ ହେଲେ ଭୌତିକତା ଦ୍ୱାରା ପ୍ରେରିତ ଇଚ୍ଛା ଉପôନ୍ନ ହୁଏ । ଏହାଦ୍ୱାରା ମାନସିକ ବିଷମତା ସୃଷ୍ଟି ହୁଏ । ଆଧ୍ୟାତ୍ମିକ ଶକ୍ତି ମନକୁ ସମତା ପ୍ରଦାନ କରେ । ତେଣୁ ବ୍ୟକ୍ତି ଆଧ୍ୟାତ୍ମିକ ମୂଲ୍ୟଗୁଡ଼ିକୁ ଧାରଣ କରିବାକୁ ଲାଗେ । ଆଧ୍ୟାତ୍ମିକ ଶକ୍ତି ସମ୍ପନ୍ନ ବ୍ୟକ୍ତି ସଚ୍ଚୋଟ, ଚରିତ୍ରବାନ, ସଂପୂର୍ଣ୍ଣ, ଭ୍ରଷ୍ଟାଚାର ରହିତ, ସମରସ, ବିବେକବାନ ଓ ସାଧୁ ହୁଏ । ଆଧ୍ୟାତ୍ମିକତା ବ୍ୟକ୍ତିକୁ ନିର୍ଭୟ କରାଏ । ସେ ଯେକୌଣସି ପରିସ୍ଥିତିକୁ ସାହସର ସହିତ ମୁକାବିଲା କରି ପାରନ୍ତି । ସେ ସର୍ବଦା ନିଜକୁ ସୁରକ୍ଷିତ ମନେ କରନ୍ତି । ସ୍ପଷ୍ଟ ନୈତିକ ସିଦ୍ଧନ୍ତଗୁଡ଼ିକୁ ଅବଲମ୍ବନ କରି ସେ ତାଙ୍କ ଜୀବନ ଯାତ୍ରା ପଥରେ ସାହସ ଓ ଆତ୍ମସମ୍ମାନ ସହିତ ଆଗେଇ ଚାଲନ୍ତି । 

ଏହି ଭୌତିକବାଦୀ ଦୁନିଆରେ ଅନାୟାସରେ ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତ ହୁଏ ନାହିଁ । କାରଣ ମନୋବିକାଶର ସମୂହ ଦ୍ୱାରା ପୀଡ଼ିତ ମନୁଷ୍ୟାତ୍ମା ଆଜି ଶକ୍ତିହୀନ ହୋଇପଡ଼ିଛି । ଆତ୍ମିକ ସ୍ଥିତିରେ ପରମାତ୍ମାଙ୍କ ସହିତ ନିରବଚ୍ଛିନ୍ନ ମନୋମିଳନ ଦ୍ୱାରା ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତ ହୋଇଥାଏ କାରଣ ସେ ସର୍ବଦା ପୂର୍ଣ୍ଣ, ବିକାର ରହିତ, ଅବିନଶ୍ୱର ଏବଂ ଅକ୍ଷୟ ଅଟନ୍ତି । ମନ ଯେଉଁଠି କେନ୍ଦ୍ରିତ ହୁଏ ତା’ର ସ୍ବରୂପ ଧାରଣ କରେ । ଭୌତିକ ପଦାର୍ଥ ସମୂହ ନକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ । ମନ ଯଦି ଭୌତିକ ସଂସାର ଓ ଶରୀର ସହିତ ଯୁକ୍ତ ହୁଏ ତେବେ ନକାରାତ୍ମକ ଶକ୍ତି ଉପôନ୍ନ ହୋଇ ଆତ୍ମବଳକୁ କ୍ଷୀଣ କରି ଦିଏ । ପରମାତ୍ମା ସମସ୍ତ ଆଧ୍ୟାତ୍ମିକ ଶକ୍ତି, ଗୁଣ ଓ ମୂଲ୍ୟର ମହା ସମୁଦ୍ର। ତାଙ୍କଠାରେ ମନ କେନ୍ଦ୍ରିତ ହେଲେ ଆତ୍ମା ମଧ୍ୟରେ ଆଧ୍ୟାତ୍ମିକ ଶକ୍ତି ସିତ ହୁଏ । ଆଧ୍ୟାତ୍ମିକ ଚେତନାର ବିକାଶ ପାଇଁ ଏହା ହେଉଛି ସୁଗମ ଓ ସର୍ବୋମ ପନ୍ଥା । 

ଆମର ତ୍ରୈମାସିକ ମୁଖପତ୍ର “ଚେତନା ପ୍ରବାହ” ଆଧ୍ୟାତ୍ମିକ ଚେତନାର ବାାର୍ବହ ରୂପେ ଆପଣଙ୍କ ସମ୍ମୁଖରେ ଉପନୀତ । ଆଧ୍ୟାତ୍ମିକ ସାରସ୍ବତ ସ୍ରଷ୍ଟାମାନଙ୍କ ସ୍ବଧା୍ୟାୟ ଓ ସ୍ବାନୁଭବ ସମ୍ଭୁତ ଜ୍ଞାନ ପୀୟୁଷ ଦ୍ୱାରା ମୂର୍ଚ୍ଛିତ ମନୁଷ୍ୟାତ୍ମାମାନଙ୍କୁ ନୂତନ ଶକ୍ତି ଓ ସ୍ଫୁିର୍ ପ୍ରଦାନ ପୂର୍ବକ ସେମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନାର ସ୍ରୋତସ୍ବିନୀ ପ୍ରବାହ କରାଇ ଈଶ୍ୱରୀୟ ଜ୍ଞାନ, ଗୁଣ ଓ ଶକ୍ତିର ମହାସାଗର ପରମାତ୍ମାଙ୍କ ସହିତ ମିଳିତ ହେବାର ମାର୍ଗ ପ୍ରଶସ୍ତ ପାଇଁ ଆମର ଏହି ତ୍ରୈମାସିକ ଆଧ୍ୟାତ୍ମିକ ପତ୍ରିକା ସହାୟକ ହେବ ବୋଲି ଆଶା । 

ପ୍ରତ୍ୟେକ ପତ୍ରିକାର ମୂଲ୍ୟାଙ୍କନ ତା’ର ପାଠକ ଓ ପାଠିକାଗଣ ହିଁ କରିଥାନ୍ତି । ଏହି ନବଜାତ ପତ୍ରିକା ଆପଣଙ୍କ ସ୍ନେହ, ସଦିଚ୍ଛା ଓ ସହଯୋଗ ବିନା ଈପ୍ସିତ ଲକ୍ଷ୍ୟ ପ୍ରାପ୍ତି ଦିଗରେ ସକ୍ଷମ ହୋଇ ପାରିବ ନାହିଁ । ତେଣୁ ଏହାର ସର୍ବାଙ୍ଗୀନ ବିକାଶ ପାଇଁ ଆପଣଙ୍କ ମତାମତ, ପ୍ରସ୍ତାବ, ଉପଦେଶ ଓ ଦିଗ୍ଦର୍ଶନ ଆମ୍ଭର ଏକାନ୍ତ କାମ୍ୟ ।

ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ପାଟଣାଗଡ଼
ବଲାଙ୍ଗିର

Sunday, 4 October 2015

ସଦସ୍ୟ/ ସଦସ୍ୟାମାନଙ୍କ ପ୍ରତି

ଆଧ୍ୟାତ୍ମିକ ଚେତନା ବିକାଶ ପରିଷଦର ସଦସ୍ୟ/ ସଦସ୍ୟାମାନଙ୍କ ପ୍ରତି

ମହାଶୟ/ମହାଶୟା,

ସାଦର ନମସ୍କାର !

ଆପଣମାନଙ୍କ ସହଯୋଗ ଓ ସଦିଚ୍ଛା ହେତୁ ଆଜି ଆମ ଅନୁଷ୍ଠାନର ସଦସ୍ୟତା ସଂଖ୍ୟା ସତୁରୀ ପର୍ଯ୍ୟନ୍ତ ପହିଛି । ଆମ ଭଳି ଏକ ମତ ଓ ପନ୍ଥ ନିରପେକ୍ଷ ଅନୁଷ୍ଠାନ ପାଇଁ ଏହା ଉତ୍ସାହଯୋଗ୍ୟ ବିଷୟ । ‘ଚେତନା ପ୍ରବାହ’ର ଆଦୃତି ଧୀରେ ଧୀରେ ବୃଦ୍ଧି ପାଉଛି । ଆମ ସଦସ୍ୟ/ସଦସ୍ୟାମାନଙ୍କ ମଧ୍ୟରୁ ଖୁବ୍ କମ ସଂଖ୍ୟକ ପତି୍ରକା ବିକ୍ରିରେ ସହଯୋଗ କରୁଛନ୍ତି । ଅନ୍ୟମାନେ ମଧ୍ୟ ପତ୍ରିକା ପ୍ରଚାର-ପ୍ରସାରରେ ସହଯୋଗ କରିବା ଆବଶ୍ୟକ । ପର୍ଯ୍ୟାପ୍ତ ପାଣ୍ଠି ଅଭାବରୁ ଆମେ ବ୍ୟାପକ ଭାବରେ ଆଧ୍ୟା
ତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରିପାରୁ ନାହୁଁ । ବର୍ମାନ ପର୍ଯ୍ୟନ୍ତ ‘ଚେତନା ପ୍ରବାହ’ ହିଁ ଆଧ୍ୟାତ୍ମିକ ଚେତନାର ବିକାଶ ପାଇଁ ଏକମାତ୍ର ସମ୍ବଳ । ଏହି ପତି୍ରକାର ବ୍ୟାପକ ପ୍ରଚାର ପ୍ରସାର ଦ୍ୱାରା ଆମେ ଓଡିଶାର ଜନସାଧାରଣଙ୍କ ମଧ୍ୟରେ ଆଧ୍ୟାତ୍ମିକ ସଚେତନତା ସୃଷ୍ଟି କରିପାରିବା । ପ୍ରତିବର୍ଷ ପ୍ରତ୍ୟେକ ସଦସ୍ୟ/ସଦସ୍ୟା ଅନ୍ତତଃ ଦଶଜଣଙ୍କୁ ପତି୍ରକାର ବାର୍ଷିକ ସଦସ୍ୟ କରିବାର ଲକ୍ଷ୍ୟ ରଖନ୍ତୁ । ଆର୍ଥିକ ସଂପନ୍ନ ସଦସ୍ୟ/ସଦସ୍ୟାଗଣ ପ୍ରତି ସଂଖ୍ୟାରେ ନିଜ ଖର୍ଚ୍ଚରେ ଅନୁ୍ୟନ ୭ ଖଣ୍ଡ (ଟ. ୧୦୦/-) ପତ୍ରିକା କିଣି ନିଜ ମିତ୍ର ସମ୍ବନ୍ଧୀମାନଙ୍କ ମଧ୍ୟରେ ବିକ୍ରୟ କରନ୍ତୁ । ତିନିମାସରେ ଏକଶହ ଟଙ୍କା ହିସାବରେ ମାସକୁ ପଡୁଛି ମାତ୍ର ତେତିଶ ଟଙ୍କା ଓ ଦିନକୁ ଏକ ଟଙ୍କା ଦଶ ପଇସା । ଆମର ପ୍ରତ୍ୟେକ ସଭ୍ୟ/ସଭ୍ୟା ଦୈନିକ ଏକ ଟଙ୍କା ଖର୍ଚ୍ଚ କରିବାକୁ ନିଶ୍ଚୟ ସମର୍ଥ ବୋଲି ଆମେ ବିଶ୍ୱାସ କରୁଁ ।

ପରିଷଦର ନିଜସ୍ବ ଆୟ ନଥିବାରୁ କୌଣସି କାର୍ଯ୍ୟକ୍ରମ କଲେ ନିର୍ଦ୍ଧିଷ୍ଟ କେତେକ ସଦସ୍ୟ/ସଦସ୍ୟାମାନଙ୍କ ଉପରେ ଆର୍ଥିକ ବୋଝ ପଡୁଛି । କାରଣ ଅଧିକାଂଶ ସଦସ୍ୟ/ସଦସ୍ୟା ସ୍ବତଃ ପ୍ରବୃ ହୋଇ ଚାନ୍ଦା ଦିଅନ୍ତି ନାହିଁ । ଯେଉଁମାନେ କାର୍ଯ୍ୟକ୍ରମ ବେଳେ ଆର୍ଥିକ ସହାୟତା କରନ୍ତି ସେମାନେ ନିଜ ଇଚ୍ଛାରେ ଦିଅନ୍ତି । ଆପଣମାନେ ଜାଣନ୍ତି କାର୍ଯ୍ୟକ୍ରମ ପୂର୍ବରୁ ସହଯୋଗ କରିବା ପାଇଁ ସମସ୍ତଙ୍କୁ ସାମୁହିକ ନିବେଦନ କରାଯାଇଥାଏ । ବ୍ୟକ୍ତିଗତ ଭାବରେ କାହାକୁ ଚାନ୍ଦା ଦେବା ପାଇଁ ବାଧ୍ୟ କରାଯାଏ ନାହିଁ । ଆଜୀବନ ସଦସ୍ୟତା ଶୁଳ୍କରୁ ପ୍ରାପ୍ତ ପାଣ୍ଠିରୁ ଆଜି ପର୍ଯ୍ୟନ୍ତ ଅନୁଷ୍ଠାନର ବିଭିନ୍ନ ଖର୍ଚ୍ଚ ଓ ‘ଚେତନା ପ୍ରବାହ’ ମୁଦ୍ରଣରେ ନିଅ ପଡୁଥିବା ଖର୍ଚ୍ଚ ଭରଣା କରାଯାଉଛି । ପ୍ରତ୍ୟେକ ସଭ୍ୟ/ସଭ୍ୟାଙ୍କୁ ପ୍ରତି ସଂଖ୍ୟାରେ ପତି୍ରକା ମାଗଣାରେ ପଠାଯାଏ । ତାଙ୍କଠାରୁ ପ୍ରାପ୍ତ ସଦସ୍ୟତା ଶୁଳ୍କ ଯଦି ଆମେ  ଅନ୍ୟ ବିଷୟରେ ଖର୍ଚ୍ଚ କରିଦେବା ତେବେ ସେମାନଙ୍କୁ ଦିଆଯାଉଥିବା ପତ୍ରିକାର ମୂଲ୍ୟ କେଉଁଠୁ ଭରଣା କରିବା? ତେଣୁ ଆଜୀବନ ସଦସ୍ୟତା ଚାନ୍ଦାକୁ ଆମେ ୠସଙ୍ଘରୟ ଊରକ୍ଟ୍ରକ୍ଟଗ୍ଦସଗ୍ଧ  କରିବାକୁ ସ୍ଥିର କରିଛୁ । ଏହି ପରିପ୍ରେକ୍ଷୀରେ ପରିସର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ପ୍ରାପ୍ତିର ଗତିକୁ ତ୍ୱରାନ୍ୱିତ କରିବା ପାଇଁ ସ୍ବେଚ୍ଛାକୃତ ଭାବେ ପ୍ରତି ମାସରେ ନିଜ ସାମର୍ଥ୍ୟ ମୁତାବକୁ ପ୍ରତ୍ୟେକ ସଦସ୍ୟ/ସଦସ୍ୟାଙ୍କୁ ଆର୍ଥିକ ସହଯୋଗ କରିବାକୁ ନିବେଦନ କରୁଛୁ ।

ଡା. ସୁଧାଂଶୁ ଶେଖର ମିଶ୍ର , ସାଧାରଣ ସଂପାଦକ                                         ଶ୍ରୀ ଶରତ କୁମାର ବାରିକ , ସଭାପତି

ଆଧ୍ୟାତ୍ମିକ ଚେତନା ବିକାଶ ପରିଷଦ, ଓଡିଶା ଆଧ୍ୟାତ୍ମିକ ଚେତନା ବିକାଶ ପରିଷଦ, ଓଡିଶା

କବିତା

ବାୟା ମନ

ଶୁଣ ଆରେ ବାୟାମନ
ମୋହର ଏକଥା ଧ୍ୟାନ ଦେଇଣ, ବାୟାମନରେ
ଗର୍ବ, ପରହିଂସା ତେଜିଣ
ସତପଥରେ ଦିଅ ମନ, ବାୟା ମନରେ ।୧ାା
ବôବୁ ତୁ କେତେ ଦିନ
ପାଣିର ଫୋଟକା ପ୍ରାୟ ଜୀବନ, ବାୟାମନରେ
ମିଛ, ମାୟା ସଂସାର ବନ୍ଧନ
ସତତ କର ଏକଥା ସ୍ମରଣ, ବାୟାମନରେ ।୨ାା
ସତ୍ କର୍ମ ସଦା କରିଣ
ସତ୍ ଚିନ୍ତାଭାବ ମନରେ ପୁଣ, ବାୟା ମନରେ
ପର ଉପକାରେ ଦିଅ ପ୍ରାଣ
ଜୀବନ ତୋହର ହୋଇବ ଧନ୍ୟ, ବାୟାମନରେ ।୩ାା
ପଶୁ ପକ୍ଷୀ, ଜୀବ ପତଙ୍ଗ ପୁଣ
ଦୟା ହୃଦେ ତାଙ୍କୁ ସେବା କରିଣ, ବାୟାମନରେ
ଖାଦ୍ୟ ପାନୀୟ ତାଙ୍କୁ ଦେଇଣ
ରକ୍ଷାକର ତୁହି ତାହାଙ୍କ ପ୍ରାଣ, ବାୟା ମନରେ ।୪ାା
ହିଂସା ତାଙ୍କୁ କର ନାହିଁ,
ମାନବର ହିତକାରୀ ଅଟନ୍ତି ସେହି, ବାୟାମନରେ
ଜୀବ ମାତ୍ରେ ଦୟା ବହି
ଦିଅ ତାଙ୍କୁ ସ୍ନେହ ଶ୍ରଦ୍ଧା ତୁହି, ବାୟାମନରେ ।୫ାା
ଛନ୍ଦ, କପଟ ନ କର
ମନ ରହୁ ସଦା ପ୍ରଭୁଙ୍କଠାର, ବାୟା ମନରେ
ଆତ୍ମା, ପରମାତ୍ମା ଏକାକାର,
ଅବଶ୍ୟ ଦିନେ ହୋଇବ ତୋର, ବାୟା ମନରେ ।ା୬ାା
ଅଧ୍ୟାତ୍ମ ପଥରେ ଚଳିଣ
ବ୍ରହ୍ମଚର୍ଯ୍ୟ ବ୍ରତ କର ପାଳନ, ବାୟାମନରେ,
ଦୀର୍ଘ ହୋଇବ ତୋର ଜୀବନ
ନରରୁ ହୋଇବୁ ତୁ ନାରାୟଣ, ବାୟା ମନରେ ।୭ାା
ପରଦାରେ ମାତୃ ବତ
ଭାବୁଥାଅ ନୋହି ବିଚଳିତ, ବାୟା ମନରେ
ନାରୀଜାତି ଅଟେ ସଭିଙ୍କ ମାତ
ହୀନ ନ ମଣ ତାଙ୍କୁ କଦାଚିତ, ବାୟା ମନରେ ।୮ାା
ପରଦ୍ରବ୍ୟ ହରିବାକୁ
କେବେହେଁ ନ ଆଣ ମନ ମଧ୍ୟକୁ, ବାୟା ମନରେ
ମାଟି ଜ୍ଞାନେ ପରଧନ
ଲୋଭ ନ କର କବାଚନ, ବାୟା ମନରେ ।୯ାା
ଦୁଃଖି, ଦରିଦ୍ର ରୋଗୀଙ୍କୁ
ସେବାକର ବିଭୁଜ୍ଞାନେ ତାହାଙ୍କୁ, ବାୟା ମନରେ
ନିଶ୍ଚେ ପାଇବୁ ଶ୍ରେଷ୍ଠ ଗତିକୁ
ସଂଶୟ ନ କର ଏହି କଥାକୁ, ବାୟା ମନରେ ।୧ଠାା

ଚୂଡାମଣି ପାଣିଗ୍ରାହୀ , ଗମ୍ଭାରୀ, ଜି: ବଲାଙ୍ଗିର, ମୋ:- ୮୮୯୫୯୬୭୩୬୮

କବିତା

କରୁଣାମୟ ହେ ବିଶ୍ୱ ଜୀବନ

କରୁଣା ମୟ ହେ ବିଶ୍ୱ ଜୀବନ
ଅନ୍ତରେ ସାମର୍ଥ୍ୟ କର ପ୍ରଦାନ
କହୁଥିବି ସର୍ବଦା ସତ କଥା
କାହା ମନେ ତିଳେ ନଦେବି ବ୍ୟଥା ।
ପର ଉପକାରେ ରହୁ ମୋ ମତି
ପର ଦୁଃଖ ଝରୁ ଅଶୁ୍ର ମୋନିତି

 ଗଲେ ଯାଉ ପଛେ ଜୀବନ ମୋର
ପର ଦୁଃଖ ହରୁ ସେ ନିରନ୍ତର
ହିଂସା, କପଟ ନ ବାହାରୁ ମନେ
ପର ଅନିଷ୍ଟକୁ ନଚିନ୍ତୁ କ୍ଷଣେ
ସର୍ବାେଙ୍ଗ ଦିଅ ହେ ବଳ ମୋହର
ଜନହିତେ ରତ ରହୁ ଶରୀର
କ୍ଷମା ଗୁଣ ଦିଅ ଅନ୍ତରେ ମୋର
ସମସ୍ତଙ୍କୁ କରୁଥିବି ଆଦର
ଅନ୍ଧ, ଛୋଟା, ବୃଦ୍ଧ ବୃଦ୍ଧାଙ୍କୁ ମୁହିଁ
ସାହାଯ୍ୟ କରିବି ଅଟଳ ରହି
ପିତା, ମାତା, ଗୁରୁଜନଙ୍କୁ ସଦା
ଆଦର ସମ୍ମାନ ଦେବାକୁ ମଥା ।
ନତ ହେଉ ଶିର ତାଙ୍କ ସମ୍ମାନେ
ରତ ରହୁ ମନ ତବ ସ୍ମରଣେ
ଏତିକି ବିନତି କରଇ ସାଇଁ
ତୁମରି ନାମକୁ ମନରେ ଧ୍ୟାଇ ।

-ଚୂଡ଼ାମଣି ପାଣୀଗ୍ରାହୀ , ଗମ୍ଭାରି, ପିନ: ୭୬୭ଠ୨୭ ଜିଲ୍ଲା: ବଲାଙ୍ଗିର (ଓଡ଼ିଶା)

Friday, 4 September 2015

ସଫଳତାର ରହସ୍ୟ

ସଫଳତାର ରହସ୍ୟ
ଜୀବନ ଯାତ୍ରାରେ ଅନେକ ଘାତ ପ୍ରତିଘାତ ଆସେ । ଏଗୁଡିକୁ ସାହସର ସହିତ ମୁକାବିଲା କରିବାକୁ ହେବ । ଯେଉଁଠି ସଂଘର୍ଷ ଥାଏ ସେଇଠି ଉପଲବ୍ଧି ମଧ୍ୟ ତାଠାରୁ ଅଧିକ ଥାଏ । ଗନ୍ତବ୍ୟ ସ୍ଥଳରେ ପହôବା ପାଇଁ ରାସ୍ତା ଅତିକ୍ରମ କରିବାକୁ ପଡିବ: ଦୁର୍ଘଟଣାକୁ ଭୟ କରି ଘରେ ବସି ରହିଲେ ଲକ୍ଷ୍ୟ ପ୍ରାପ୍ତି ହେବ କିପରି? ସୁପ୍ତ ସିଂହର ମୁହଁକୁ ଶିକାର ଆପେ ଆପେ ଆସେ ନାହିଁ । ସେଥିପାଇଁ ତାକୁ ପୁରୁଷାର୍ଥ କରିବାକୁ ପଡେ । ଶିକାର ଖୋଜୁଁ ଖୋଜୁଁ ହୁଏତ ସେ ଶିକାରୀର ଗୁଳିରେ ବିଦ୍ଧ ହେବାର ଭୟ ଥାଏ । ଏହାକୁ ଭୟ କରି ସେ ଯଦି ପର୍ବତ ଗୁ¶ା ମଧ୍ୟରେ ଆତ୍ମଗୋପନ କରି ପଡ଼ି ରହିବ ତେବେ ଜୀବନ ଧାରଣ କରିବ କିପରି?
ଅନେକ ବ୍ୟକ୍ତି ପୁରୁଣା କ୍ଷତିକାରକ ଅଭ୍ୟାସ ଗୁଡ଼ିକୁ ମଧ୍ୟ ପରିବର୍ନ କରିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ । ଅନେକ ସମୟରେ ପରିବର୍ନ ହୁଏତ କେତେକ ଅସୁବିଧା ସୃଷ୍ଟି କରିପାରେ । କିନ୍ତୁ ଜୀବନରେ ଉରୋର ଉନ୍ନତି ପାଇଁ ପରିବର୍ନ ଏକାନ୍ତ ଆବଶ୍ୟକ । ପରିବର୍ନ ଜନିତ ସାମୟିକ ଅସୁବିଧାକୁ ଭୟକରି ଯଦି ଜଣେ ନିଷ୍କ୍ରିୟ ଭାବରେ ବସି ରହେ ସେ ଆଗକୁ ବଢ଼ିପାରେ ନାହିଁ । ଉଚିତ ସମୟରେ ଉଚିତ ନିର୍ଣ୍ଣୟ ମନୁଷ୍ୟର ବ୍ୟକ୍ତିତ୍ୱରେ ବିଭିନ୍ନ ପ୍ରକାର ସାମର୍ଥ୍ୟ ଉପôନ୍ନ କରିବାରେ ସହାୟକ ହୁଏ । ଜୀବନ ଏକ ଆହ୍ୱାନ । ଦୈନନ୍ଦିନ ଜୀବନରେ ପ୍ରତ୍ୟେକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ହୁଏ । କୌଣସି ସମସ୍ୟା ପ୍ରତି ନିର୍ଣ୍ଣୟ ନେବା ଏକ ସାହସିକ ପଦକ୍ଷେପ । ବ୍ୟକ୍ତି ଯେତେବେଳେ ସାହସର ସହିତ ଜୀବନର ପ୍ରତିଟି ଆହ୍ୱାନକୁ ସାହସର ସହିତ ସ୍ବୀକାର କରେ ତାପାଇଁ ସଫଳତା ପ୍ରାପ୍ତି ସୁଗମ ହୋଇଯାଏ । ତା’ମଧ୍ୟରେ ଦୃଢ଼ ଆତ୍ମ ବିଶ୍ୱାସ, କର୍ମଠତା, ଉତ୍ସାହ, ଏକାଗ୍ରତା ଆଦି ସକାରାତ୍ମକତା ଗୁଣାବଳୀର ବିକାଶ ଘଟେ ।
ଉପଭୋକ୍ତାବାଦୀ ସଂସ୍କୃତିର ବଶବର୍ୀ ହୋଇ ମଣିଷ ନୈତିକତା ଓ ଆଧ୍ୟାତ୍ମିକତାଠାରୁ କ୍ରମଶଃ ଦୂରେଇ ଯାଉଛି । ଏହାହିଁ ସଂପ୍ରତି, ହିଂସା, ଦ୍ୱେଷ, କଳହ, କ୍ଳେଶ ଆଦିର କାରଣ । ଏହି ପରିପ୍ରେକ୍ଷୀରେ ନୈତିକ ଓ ଆଧ୍ୟାତ୍ମିକ ମୂଲ୍ୟ ତଥା ସକାରାତ୍ମକ ବି·ର ଏବଂ ଦୃଷ୍ଟିକୋଣ ଅତ୍ୟନ୍ତ ପ୍ରାସଙ୍ଗିକ ମନେ ହୁଏ । ବିବିଧ ପ୍ରକାର ସୁଖ-ସୁବିଧା ସମ୍ପନ୍ନ ·କଚକ୍ୟ ପୂର୍ଣ୍ଣ ଜୀବନ ଯାପନ ପାଇଁ ପ୍ରତ୍ୟେକ ବ୍ୟକ୍ତି ଲାଳାୟିତ । ସେଥିପାଇଁ ସେମାନେ ନାନାପ୍ରକାର ଭୋଗ୍ୟ ବସ୍ତୁ ସଂଗ୍ରହ ପାଇଁ ଚିନ୍ତିତ । ଗୋଟିଏ କାମନା ପୂରଣ ହେଲେ ଅନ୍ୟ ଶହେଟି କାମନାର ଉଦ୍ରେକ ହୁଏ । କାମନା ପୂରଣ ନ ହେଲେ ବ୍ୟକ୍ତି ପରାଜୟର ଗ୍ଳାନିରେ ମର୍ମାହତ ହୋଇ ହତାଶାର ଶିକାର ହୁଏ । ସଂପ୍ରତି ଏହିପରି ନକାରାତ୍ମକ ବି·ର ପରିବର୍ନ କରିବା  ଅତ୍ୟନ୍ତ ଆବଶ୍ୟକ । ଏକଥା ମନେ ରଖିବାକୁ ହେବ ଯେ ସଫଳତାର ସର୍ବୋଚ୍ଚ ଶିଖରରେ ପହôବାକୁ ହେଲେ କୌଣସି ନା କୌଣସି ମୂଲ୍ୟ ଦେବାକୁ ପଡିବ । ଆନ୍ତରିକ ଉଦ୍ୟମ ଓ ସ୍ବୀୟ ଶକ୍ତିର ଯଥାର୍ଥ ବିନିଯୋଗର ଅଭାବ ହିଁ ଅସଫଳତାର ମୂଳ କାରଣ । ତେଣୁ ନିରାଶ ହେବା ଆଦୌ ଉଚିତ ନୁହେଁ । ସଫଳତାର ମାର୍ଗରେ ଆସୁଥିବା ସମସ୍ତ ପ୍ରକାର ଆହ୍ୱାନକୁ ସ୍ବୀକାର କରିନେଲେ ସ୍ବତଃ ସ୍ଫୁର୍ ଭାବରେ ଆନ୍ତରିକ ଶକ୍ତିର ସ୍ଫୁରଣ ହୁଏ ଓ ବ୍ୟକ୍ତି ଅନାୟାସରେ ବାଧାବିଘ୍ନଗୁଡ଼ିକୁ ଅତିକ୍ରମ କରିପାରେ ।
ଇତିହାସ ଅବଲୋକନ କଲେ ଜଣାଯାଏ ଯେ କୌଣସି ସଫଳ ବ୍ୟକ୍ତି ଏକା ଥରକେ ସଫଳତା ପ୍ରାପ୍ତ କରି ନାହାନ୍ତି । ଇଂରାଜୀରେ ଏକ ପ୍ରବାଦ ଅଛି- ୠବସକ୍ଷଙ୍କକ୍ସର ସଗ୍ଦ ଗ୍ଧଷର ଚସକ୍ଷକ୍ଷବକ୍ସ କ୍ଟଲ ଝଙ୍କମମରଗ୍ଦଗ୍ଦ. ଅସଫଳତା ପାଇଁ ଚିନ୍ତିତ ହେବା ଅନାବଶ୍ୟକ । କାରଣ ଏହା ଆତ୍ମ ବିଶ୍ଳେଷଣ ପାଇଁ ସୁଯୋଗ ଦିଏ । କୌଣସି କର୍ମ ବ୍ୟର୍ଥ ଯାଏ ନାହିଁ । ବିଧି ପୂର୍ବକ କର୍ମ କରିଗଲେ ସିଦ୍ଧି ଅବଶ୍ୟ ମିଳିବ । ଗୀତାରେ କୁହାଯାଇଛି, କର୍ମକର ଫଳ ଆଶା କର ନାହିଁ । କର୍ମ ଅନୁରୂପ ଫଳ ମିଳେ । ଅସଫଳତା ଆମକୁ ଆମର ତ୍ରୁଟି ସୁଧାରିବାକୁ ସତର୍କ କରାଏ । ତେଣୁ ଅସଫଳତାକୁ ଆଦୌ ସ୍ବୀକାର ନ କରି ସଫଳତା ପ୍ରାପ୍ତି ପର୍ଯ୍ୟନ୍ତ ପୁନଃ ପୁନଃ ପ୍ରୟାସ ଅବ୍ୟାହତ ରଖିବା ଆବଶ୍ୟକ । କଠିଣ ପ୍ରସ୍ତର ପ୍ରଥମ ଆଘାତରେ ଭାେଙ୍ଗ ନାହିଁ; ବାରମ୍ବାର ଆଘାତ ଦେଲେ ଶେଷରେ ତାହା ଖଣ୍ଡ ବିଖଣ୍ଡିତ ହୁଏ । ସ୍ବାମୀ ବିବେକାନନ୍ଦ କହନ୍ତି, “ଅସଫଳତା ପାଇଁ ଚିନ୍ତାକର ନାହିଁ । ଏହା ଏକଦମ୍ ସ୍ବାଭାବିକ । ଅସଫଳତା ଜୀବନର ସୌନ୍ଦର୍ଯ୍ୟ ଅଟେ । ଜୀବନରେ ଯଦି ସଂଘର୍ଷ ରହିବ ନାହିଁ, ତେବେ ଜୀବିତ ରହିବା ବ୍ୟର୍ଥ । ସଂଘର୍ଷ ଜୀବନର କାବ୍ୟ । ସଂଘର୍ଷ ଏବଂ ତ୍ରୁଟି ପାଇଁ ବ୍ୟସ୍ତ ହୁଅ ନାହିଁ । ଆଦର୍ଶକୁ ସମ୍ମୁଖରେ ରଖି ଆଗକୁ ବଢ଼ିବାର ପ୍ରଯନô କର । ଯଦି ତୁମେ ହଜାର ଥର ମଧ୍ୟ ଅସଫଳ ହୋଇଛି ତେବେ ଆଉ ଥରେ ପୁନଶ୍ଚ ପ୍ରଯନô କର ।’’
ମଣିଷ ପ୍ରାଣୀ ଜଗତର ସର୍ବଶ୍ରେଷ୍ଠ ଏଥିପାଇଁ ଯେ ତା’ର ଭଲମନ୍ଦ ବି·ର କରିବା କ୍ଷମତା ଅଛି । ଏହା ମନୁଷ୍ୟମାନଙ୍କୁ ପରମାତ୍ମାଙ୍କ ଶ୍ରେଷ୍ଠ ବରଦାନ । ଏଭଳି କ୍ଷମତା ଅନ୍ୟ ପ୍ରାଣୀମାନଙ୍କଠାରେ ଦେଖାଯାଏ ନାହିଁ । ପରମାତ୍ମାଙ୍କ ଏହି ବରଦାନକୁ ଆମେ କେତେ ଉପଯୋଗ କରୁଛୁ ତାହା ନିଜକୁ ନିଜେ ପଚାରିବା ଉଚିତ । କେତେକ ଲୋକ ବିନା ବୁଝି ବି·ରି କାମ କରନ୍ତି ଓ ପରେ ପାଶ୍ଚାତାପ କରନ୍ତି । ଆଉ କେତେକ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତି । ନିଜ ନିଜ ପ୍ରତିଭାକୁ ବିଧି ପୂର୍ବକ ଉପଯୋଗ କରିବା ଦ୍ୱାରା ସଫଳତା ମିଳେ । ଲକ୍ଷ୍ୟହୀନ ପୁରୁଷାର୍ଥ ବା ଉଦ୍ୟମ ପାଣିରେ ଗାର କାଟିବା ସଦୃଶ । ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ, ପ୍ରାରବ୍ଧ ଜନିତ ଫଳ, ଆକସ୍ମିକ ଦୁର୍ଘଟଣା, ଶାରୀରିକ ବ୍ୟାଧି ଆଦି ପ୍ରଭାବକୁ ଆମେ ·ହିଁଲେ ମଧ୍ୟ ପ୍ରତିହତ କରିପାରିବା ନାହିଁ । ଏଭଳି ପରିସ୍ଥିତିରେ ଧୈର୍ଯ୍ୟହରା ନ ହୋଇ ସାହସର ସହିତ ମୁକାବିଲା କରିବାକୁ ହେବ ।
ସଂପ୍ରତି ପ୍ରତ୍ୟେକ କ୍ଷେତ୍ରରେ ମଣିଷ ପ୍ରତିସ୍ପର୍ଦ୍ଧାର ସମ୍ମୁଖୀନ ହେଉଛି । ଏପରି ସ୍ଥଳେ ଦୃଢ଼ ସଂକଳ୍ପ ସହିତ ନିଜ ମନୋଭାବକୁ ନିୟନ୍ତ୍ରଣ ରଖିବା ଏକାନ୍ତ ଆବଶ୍ୟକ । ପ୍ରତିସ୍ପର୍ଦ୍ଧାର ଏହି ଦୌଡ଼ରେ ସମସ୍ତେ ଯେ ସଫଳ ହେବେ ଏହା ସମ୍ଭବ ନୁହେଁ । ଅସଫଳତା, ସଫଳତା ମାର୍ଗର ଏକ ଅବରୋଧ ସଦୃଶ । ପ୍ରତ୍ୟେକ ଅସଫଳତା ଦ୍ୱାରା ଏହା ଶିକ୍ଷା କରିବାକୁ ହେବ ଯେ ସଫଳତା ମାର୍ଗର ଗୋଟିଏ ଅବରୋଧକୁ ଆମେ ଅତିକ୍ରମ କରି ଆଗକୁ ବଢ଼ିଛୁ । ପ୍ରତ୍ୟେକ ସଫଳ ବ୍ୟକ୍ତି ନିଜ ନିଜ ଅସଫଳତାକୁ ବାରମ୍ବାର ପୁନର୍ମୁଲ୍ୟାଙ୍କ କରି ସଫଳତା ପ୍ରାପ୍ତି ପାଇଁ ନିରବଚ୍ଛିନ୍ନ ଭାବରେ ଉଦ୍ୟମ କରିଛନ୍ତି । ସକାରାତ୍ମକ ଦୃଷ୍ଟିକୋଣ ବିନା ସଫଳତା ପ୍ରାପ୍ତି ସମ୍ଭବ ନୁହେଁ । ଜୀବନର ଚଲାପଥରେ ଆସୁଥିବା ବିଭିନ୍ନ ଘାତ ପ୍ରତିଘାତରେ ବ୍ୟସ୍ତ ବିବ୍ରତ ନହୋଇ ସାହସର ସହିତ ଆଗେଇ ଗଲେ ସଫଳତା ବିଜୟମାଳା ସହିତ ଆମକୁ ସ୍ବାଗତ କରିବ । ଏଥିରେ ସନ୍ଦେହର ଅବକାଶ ନାହିଁ ।
ପ୍ରତ୍ୟେକ ବ୍ୟକ୍ତି ·ହାନ୍ତି ଯେ ସେ ସ୍ବୀୟ ଲକ୍ଷ୍ୟ ପ୍ରାପ୍ତ କରିବାରେ ସଫଳ ହେବ । କିନ୍ତୁ ଏକଥା ମନେ ରଖିବାକୁ ହେବ ଯେ ଜୀବନ ହେଉଛି ସଫଳତା ଓ ବିଫଳତାର ଏକ ଅଦ୍ଭୁତ ମିଶ୍ରଣ । ଜୀବନର ବାଧା ଦୌଡ଼ରେ ବାରମ୍ବାର ବିଫଳତାର ସମ୍ମୁଖରେ ଉପସ୍ଥିତ ହେବ । ଏଥିରେ ଅଟକି ନଯାଇ ଆଗକୁ ସାହସର ସହିତ ଲ¶ ପ୍ରଦାନ କରିବାକୁ ହେବ । ପ୍ରତ୍ୟେକ ଅବରୋଧକୁ ଏକ ମନୋରଞ୍ଜନ ଖେଳ ଭାବି ଲଙ୍ଗନ କରି ·ଲିଲେ ଅନ୍ତିମରେ ସଫଳତା ଅବଶ୍ୟ ପ୍ରାପ୍ତ ହେବ । ସଂଘର୍ଷ ଓ ପ୍ରଯନô ପରିଣାମ ସ୍ବରୂପ ପ୍ରାପ୍ତ ସଫଳତା ପରମ ସୁଖ ପ୍ରଦାନ କରେ ।
ଭୟ ହେଉଛି ସଫଳତା ମାର୍ଗର ପ୍ରଧାନ ଅନ୍ତରାୟ । ଏହା ଭିନ୍ନ ଭିନ୍ନ ରୂପରେ ଭୂତ ଭଳି ମଣିଷ ପଛରେ ଲାଗିଥାଏ । ଅସଫଳତା, ମୃତୁ୍ୟ, ନିନ୍ଦା ବଦନାମ, ଅସୁରକ୍ଷା, ଅନିଶ୍ଚିତତା ଆଦି ଭୟ ମଣିଷକୁ ନିଷ୍କ୍ରିୟ କରିଦିଏ । ଅନେକ ସମୟରେ ଦେଖାଯାଏ ଯେ କେହି କେହି ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପ୍ରାପ୍ତି ପାଇଁ ଯୋଜନାବଦ୍ଧ ଭାବରେ ଉତ୍ସାହର ସହିତ କାର୍ଯ୍ୟ ପ୍ରାରମ୍ଭ କରନ୍ତି । ପରେ ଯେତେବେଳେ ସେମାନେ ବିଭିନ୍ନ ବାଧାବିଘ୍ନର ସମ୍ମୁଖୀନ ହୁଅନ୍ତି ସେତେବେଳେ ସେମାନଙ୍କ ଉତ୍ସାହ ଉଦ୍ଧୀପନା ସମାପ୍ତ ହୋଇଯାଏ । ଭୟଭୀତ ହୋଇ ସେମାନେ ଧୈର୍ଯ୍ୟହରା ହୋଇ ପଡନ୍ତି ଓ କାର୍ଯ୍ୟକୁ ଅଧାରେ ଛାଡ଼ି ପଳାୟନ କରନ୍ତି । ଏହି ପଳାୟନ ପ୍ରବୃି କାପୁରୁଷତାର ଲକ୍ଷଣ । ଏପରି ବ୍ୟକ୍ତି କେବେ କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ । କେବଳ ପ୍ରତିଭା ଓ ସଂସାଧନ ଦ୍ୱାରା ବ୍ୟକ୍ତି ସଫଳ ହୁଏ ନାହିଁ । ଏଥିପାଇଁ ଆବଶ୍ୟକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ କାର୍ଯ୍ୟ ଅବ୍ୟାହତ ରଖିବାର ମାନସିକ ଦୃଢ଼ତା, ଆତ୍ମ ବିଶ୍ୱାସ ଓ ସାହସ । ପଳାୟନବାଦୀ ପ୍ରବୃି ଉପରେ ବିଜୟ ପ୍ରାପ୍ତି ପାଇଁ ସତତ ପ୍ରଯନô ଓ ପ୍ରତିରୋଧକ କ୍ଷମତାର ବିକାଶ କରିବା ଏକାନ୍ତ ଆବଶ୍ୟକ । ଏଥିପାଇଁ ଆଧ୍ୟାତ୍ମିକ ଚେତନାର ବିକାଶ କରିବାକୁ ହେବ ।
ସୁଖ, ଶାନ୍ତି ଓ ସମୃଦ୍ଧି ଜୀବନ ପାଇଁ ନୈତିକ ଓ ଆଧ୍ୟାତ୍ମିକ ମୂଲ୍ୟର ବିକାଶ ଅତ୍ୟନ୍ତ ଆବଶ୍ୟକ । ଲକ୍ଷ୍ୟ ପ୍ରତି ଦୃଢ଼ ନିଶ୍ଚୟ, ଆତ୍ମ ବିଶ୍ୱାସ, ସକାରାତ୍ମକ ଚିନ୍ତନ, ପ୍ରସନ୍ନତା ଓ ନିରବଚ୍ଛିନ୍ନ ପୁରୁଷାର୍ଥ ସଫଳତାର ମାର୍ଗକୁ ପ୍ରଶସ୍ତ କରେ । 

ମୌନର ଭାଷା

ମୌନର ଭାଷା

ସାଧାରଣ ବ୍ୟକ୍ତି କାମନା ବାସନାର ବଶବର୍ୀ ହୋଇ ଅନର୍ଗଳ କଥା କହନ୍ତି । ମହାନ ବ୍ୟକ୍ତି କରୁଣାରେ ଦ୍ରବୀଭୂତ ହୋଇ ସମ୍ମୁଖସ୍ଥ ବ୍ୟକ୍ତିର କଲ୍ୟାଣ ପାଇଁ କଥା କହନ୍ତି । ମୌନର ଅତଳ ଗହ୍ୱରରୁ ନିର୍ଗତ ତାଙ୍କ ବାଣୀ ହୃଦୟସ୍ପର୍ଶୀ ହୁଏ । ଏପରି ବ୍ୟକ୍ତିଙ୍କୁ ଅନେକ ସମୟରେ ପ୍ରଗଳ୍ଭ ବ୍ୟକ୍ତିମାନେ ଭୁଲ ବୁଝନ୍ତି । ସେମାନେ ଭାବନ୍ତି ଯେ ଉକ୍ତ ବ୍ୟକ୍ତି ଅହଂକାର ବଶତଃ ସେମାନଙ୍କୁ ଉପେକ୍ଷା କରୁଛି; ତେଣୁ ରାସ୍ତାଘାଟରେ ସାକ୍ଷାତ ହେଲେ ମଧ୍ୟ କଥାବାର୍ା କରୁ ନାହିଁ । ସଂପ୍ରତି ଏ ବିକାର ଗ୍ରସ୍ତ ଦୁନିଆରେ କ୍ୱଚିତ ବ୍ୟକ୍ତି ମୌନର ଭାଷା ବୁଝିବାକୁ ସକ୍ଷମ । ବାଣୀର ପ୍ରୟୋଗ ନ କରି ମଧ୍ୟ କେବଳ ଦୃଷ୍ଟିପାତ ଦ୍ୱାରା ଅନେକ କଥା କୁହାଯାଇପାରେ । ଏହା ମୌନର ଭାଷା । ମୌନ ଦ୍ୱାରା ଜଣକୁ ସ୍ବାଗତ କରାଯାଇପାରେ । କେତେକ ପ୍ରଶ୍ନର ଉର କେବଳ ମୌନ ଦ୍ୱାରା ଦିଆଯାଇପାରେ । ମୌନକୁ ସମ୍ମତିର ଲକ୍ଷଣ ବୋଲି ମଧ୍ୟ ଗ୍ରହଣ କରାଯାଏ ।
ମନର ଭାବ କେବଳ ପାଟି ନୁହେଁ; ଇନ୍ଦ୍ରିୟ ମାନଙ୍କ ଦ୍ୱାରା ମଧ୍ୟ ବ୍ୟକ୍ତ ହୋଇପାରେ । ଜଣେ ବ୍ୟକ୍ତି ଆଖି ଦ୍ୱାରା ପ୍ରେମ, ଘୃଣା, କ୍ରୋଧ, କାମ, ଲୋଭ, ଶତ୍ରୁତା, ମିତ୍ରତା, ଉପେକ୍ଷା ଆଦି ଭାବ ଗୁଡ଼ିକୁ ପ୍ରକାଶ କରିପାରେ । ମୂକ ଓ ବଧିରମାନେ ହସ୍ତ ସାଳନ କରି ନିଜ ମନର ଭାବ ପ୍ରକାଶ କରନ୍ତି । ମଣିଷର ବସିବା, ଉଠିବା, ·ଲିବା ଆଦି ଭାବ ଭଙ୍ଗିମାରୁ ତା’ମନର ଅନେକ କଥା ଜାଣି ହୁଏ । ଏହାକୁ ଶରୀରର ଭାଷା (ଈକ୍ଟୟଚ୍ଚ ଖବଦ୍ଭଶଙ୍କବଶର) କୁହାଯାଏ । ଆଖି ଦେଖିବା ବ୍ୟତୀତ ଶୁଣିବା କାମ ମଧ୍ୟ କରିପାରେ । କେତେକ ଲୋକ ଜଣକ ଓଠର କମ୍ପନ ଦେଖି ସେ କ’ଣ କହୁଛନ୍ତି ତାହା ଅବିକଳ ଭାଷା ଦ୍ୱାରା ବର୍ଣ୍ଣନା କରିପାରନ୍ତି । ତେଣୁ ବାଣୀ ସହିତ ସକଳ ଇନ୍ଦ୍ରିୟ ମାନଙ୍କ ସଂଯମତା ହେଉଛି ଯଥାର୍ଥ ମୌନ ।
ମୌନ ଅଭ୍ୟାସକାରୀ ଅଯଥାର୍ଥ ପ୍ରଶ୍ନର ଉର ଦିଅନ୍ତି ନାହିଁ । ଏହା ଅଜ୍ଞାନ ପ୍ରଶ୍ନକର୍ା ମନରେ ଉକ୍ତ ବ୍ୟକ୍ତିଙ୍କ ଯୋଗ୍ୟତା ବିଷୟରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରେ । କେହି କେହି ସେମାନଙ୍କ ପ୍ରଶ୍ନକୁ ଉପେକ୍ଷା କରିଥାନ୍ତି ବୋଲି ମନେ କରନ୍ତି । ଜ୍ଞାନୀ ମୌନର ମହ୍ୱ ଜାଣେ ଓ ଆନ୍ତରିକତା ସହକାରେ ଅଭ୍ୟାସ କରେ । ଅଜ୍ଞାନ ବ୍ୟର୍ଥ ଓ ଅନର୍ଗଳ କଥା କହେ । ସେ ଏହି କଥା କହିବା ମଧ୍ୟରେ ନିଜର ପାଣ୍ଡିତ୍ୟ ପ୍ରଦର୍ଶନ କରେ । ଜ୍ଞାନୀ ଦୃଷ୍ଟିରେ ଏହା ମୂର୍ଖତା । ତେଣୁ ସେ ନିରବ ରହିବା ଶ୍ରେୟସ୍କର ମନେ କରେ । କାରଣ ସେ ଜାଣେ ଯେ ଅର୍ଥହୀନ ଓ ଅନର୍ଗଳ ବାର୍ାଳାପ ଦ୍ୱାରା ମାନସିକ ଶକ୍ତି ନଷ୍ଟ ହୁଏ । ତେଣୁ ସେ ବାଦ ବିବାଦକୁ ନ ଯାଇ ବିନମ୍ରତା ପୂର୍ବକ ନିଜ ପରାଜୟ ସ୍ବୀକାର କରେ । ନିଜର ତ୍ରୁଟି ବିଚୁ୍ୟତି ସ୍ବୀକାର କରି ସେଗୁଡ଼ିକୁ ପରିବର୍ନ କରିବାକୁ ଚେଷ୍ଟା କରେ । ସ୍ବୀକାର ପ୍ରବୃି ମନୁଷ୍ୟକୁ କ୍ରୋଧ, ମାନସିକ ·ପ ଓ ଅହଂକାରରୁ ମୁକ୍ତି ପ୍ରଦାନ କରେ । ମୌନ ବ୍ୟକ୍ତି ଏହିପରି ନିଜ ମାନସିକ ଶକ୍ତିର ବ୍ୟର୍ଥ ଉପଯୋଗରୁ କ୍ଷାନ୍ତ ରହି ତାକୁ ସ୍ବପରିବର୍ନ ଓ ସୃଜନାତ୍ମକ କାର୍ଯ୍ୟରେ ବିନିଯୋଗ ପୂର୍ବକ ନିଜ ତଥା ଅନ୍ୟମାନଙ୍କର କଲ୍ୟାଣ କରନ୍ତି ।
ଦୁଇ ଜଣ ପରସ୍ପର କଥାବାର୍ା ହେଉଥିବା ବେଳେ କହିବା ଲୋକ ଅପେକ୍ଷା ଶୁଣିବା ଲୋକ ମହ୍ୱପୂର୍ଣ୍ଣ ହୋଇଯାଏ । କହିବା ଲୋକ ସବୁବେଳେ ଚେଷ୍ଟା କରେ ଯେ ତା’ର କଥା ଅନ୍ୟ ଜଣକ କିପରି ଆଗ୍ରହ ପୂର୍ବକ ଶୁଣିବ । ଏହି ଚେଷ୍ଟା ମଧ୍ୟରେ ଉକ୍ତ ବ୍ୟକ୍ତିର ବାଣୀର ଶୁଦ୍ଧତା ଓ ପ୍ରାମାଣିକତା ଲୋକା·ର, ଶିଷ୍ଟା·ର, ସଭ୍ୟତା ଓ ନାନା ପ୍ରକାର ମର୍ଯ୍ୟାଦାର ସୀମା ସରହଦ ମଧ୍ୟରେ ବିଲୁପ୍ତ ହୋଇଯାଏ
। ଏହା ଉକ୍ତ ବ୍ୟକ୍ତି ଜଣକ ଜାଣିପାରେ ନାହିଁ । ଉଭୟଙ୍କ କ୍ଷେତ୍ରରେ ଏପରି ହୁଏ । ଉଭୟଙ୍କ କଥପୋକଥନ କ୍ରମଶଃ ବିସ୍ତାର ଲାଭ କରି ପର ଚିନ୍ତନ ଓ ପ୍ରଦର୍ଶନ ରୂପରେ ·ରିତ୍ରିକ ଦୋଷର କାରଣ ହୁଏ ।
ପ୍ରଗଳ୍ଭ ବ୍ୟକ୍ତି ନିଜ ସପକ୍ଷରେ ନାନା ପ୍ରକାର ଯୁକ୍ତି ବାଢ଼େ । ସେ ଭାବେ ଯେ ତାର କଥାବାର୍ାରେ ଲୋକେ ସାନ୍ତ୍ୱନା, ପ୍ରେରଣା, ଦିଗ୍ଦର୍ଶନ ଓ ଆନନ୍ଦ ପାଆନ୍ତି । ଏଥିପାଇଁ ସମାଜରେ ତା’ର ପ୍ରତିଷ୍ଠା ବୃଦ୍ଧି ହୁଏ; କିନ୍ତୁ ପ୍ରକୃତରେ ଏପରି ହୁଏ ନାହିଁ । ବାକ୍ ସଂଯମ ଅଭାବରେ ସେ ନିଜ ମନ ମଧ୍ୟରେ ଛାଇ ହୋଇ ରହିଥିବା ବ୍ୟର୍ଥ ଶବ୍ଦ ଓ ବି·ର ଗୁଡ଼ିକୁ ଉଦ୍ଗାର କରିବାକୁ ବ୍ୟାକୁଳ ହେଉଥାଏ । ଯେତେବେଳେ ପର୍ଯ୍ୟନ୍ତ ସେ ନିଜର ଅଭିବ୍ୟକ୍ତି ବ୍ୟକ୍ତ କରେ ନାହିଁ ସେତେବେଳ ପର୍ଯ୍ୟନ୍ତ ସେ ନିଜର ଅଭିବ୍ୟକ୍ତି ବ୍ୟକ୍ତ କରେ ନାହିଁ ସେତେବେଳ ପର୍ଯ୍ୟନ୍ତ ତା’ ମନ ଅସ୍ଥିର ହେଉଥାଏ । ବାସ୍ତବରେ ବ୍ୟକ୍ତି ମନୋ ମସ୍ତିଷ୍କରେ ଯାହା ଭରି ହୋଇଥାଏ ଏବଂ ସେ ଯାହା କହିବାକୁ କିମ୍ବା କରିବାକୁ ·ହେଁ ତାହାହିଁ ବ୍ୟକ୍ତ କରେ । ସେ ଅନ୍ୟମାନଙ୍କୁ ଆଦୌ ମହ୍ୱ ଦିଏ ନାହିଁ; ବରଂ ସେମାନଙ୍କୁ ଏକ ଆବର୍ଜନା କୁଣ୍ଡ ରୂପେ ବ୍ୟବହାର କରେ । ସେ ନିଜ ମନର ଆବର୍ଜନାରେ ଭାରାକ୍ରାନ୍ତ ହୋଇ ସେଥିରୁ ମୁକ୍ତି ଲାଭ ଆଶାରେ ଅନ୍ୟମାନଙ୍କ ସମ୍ମୁଖରେ ଭାଷା ଦ୍ୱାରା ଯେଉଁ ଭାବ ବ୍ୟକ୍ତ କରେ ସେଥିରୁ ମୁକ୍ତି ଲାଭ ଆଶାରେ ଅନ୍ୟମାନଙ୍କ ସମ୍ମୁଖରେ ଭାଷା ଦ୍ୱାରା ଯେଉଁ ଭାବ ବ୍ୟକ୍ତ କରେ ସେଥିରେ ଅନ୍ୟମାନେ କିପରି ଉପକୃତ ହେବେ? ଏଭଳି ବ୍ୟର୍ଥ ସଂକଳ୍ପ ବିକଳ୍ପ ଦ୍ୱାରା ବ୍ୟତିବ୍ୟସ୍ତ ବ୍ୟକ୍ତି ଯଦି କାହା ସହିତ କଥବାର୍ା କରିବାର ସୁଯୋଗ ନ ପାଏ ନିଜ ସହିତ ବାର୍ାଳାପ କରେ । ମନୋବିଜ୍ଞାନ ଅନୁସାରେ ଏହା ଏକ ମାନସିକ ବିକୃତି । ତେଣୁ ଯାହାର ମନ ସ୍ଥିର, ସଂକଳ୍ପ-ବିକଳ୍ପର ବେଗରୁ ମୁକ୍ତ, ଶାନ୍ତ, ବାର୍ାଳାପ କରିବା ପାଇଁ ବ୍ୟଗ୍ର ନୁହେଁ । ସେହି ବ୍ୟକ୍ତି ଦ୍ୱାରା ଉଚ୍ଚାରିତ ପ୍ରତ୍ୟେକ ଶବ୍ଦ ସାର୍ଥକ ଓ ଜଗତ କଲ୍ୟାଣ ପାଇଁ ଉଦ୍ଧିଷ୍ଟ । ଏଠାରେ ଗୋଟିଏ କଥା ମନେ ରଖିବା ଉଚିତ ଯେ ସଂସାରର ପ୍ରତ୍ୟେକ ମହ୍ୱପୂର୍ଣ୍ଣ କଥା ମୌନରୁ ସୃଷ୍ଟି ।
ଶୁଣିବା ଧୈର୍ଯ୍ୟ ଖୁବ୍ କମ ଲୋକଙ୍କର ଥାଏ । ପରସ୍ପର କଥାବାର୍ା ହେଉଥିବା ବେଳେ ଅନ୍ୟ ଜଣକ ଧ୍ୟାନ ପୂର୍ବକ ଶୁଣେ ନାହିଁ ବା କେବଳ ଶୁଣିବାର ଅଭିନୟ କରେ । ସେ ଉକ୍ରଣ୍ଠାର ସହିତ ପ୍ରଥମ ଲୋକଟିର କଥା ସମାପ୍ତ ହେବାକୁ ଅପେକ୍ଷା କରିଥାଏ । ଏହି ଶୁଣିବା ଅବଧି ମଧ୍ୟରେ ତାପରେ ସେ କ’ଣ କହିବ ମନେ ମନେ ପ୍ରସ୍ତୁତ ହେଉଥାଏ । କେହି କେହି ନିଜ ମନର ଉକ୍ରଣ୍ଠା ନିୟନ୍ତ୍ରଣ କରି ନପାରି କଥା ମଝିରେ କହିବା ଆରମ୍ଭ କରି ଦିଅନ୍ତି । ଶ୍ରେଣୀ କକ୍ଷରେ ଛାତ୍ର ଓ ପ୍ରବଚନ ସଭାରେ ଶ୍ରୋତାମାନଙ୍କ ମଧ୍ୟ ଶୁଣିବା ପାଇଁ ଧୈର୍ଯ୍ୟର ଅଭାବ ଦେଖାଯାଏ । ଶିକ୍ଷକ ପାଠ ପଢ଼ାଉଥିବା ବେଳେ ଛାତ୍ରମାନେ ପାଟିତୁଣ୍ଡ କରୁଥିବା ଏକ ସାଧାରଣ କଥା । ସେହିପରି ପ୍ରବଚନ ସଭାରେ ମଧ୍ୟ ଶ୍ରୋତାମାନେ ପରସ୍ପର ମଧ୍ୟରେ ବ୍ୟକ୍ତିଗତ ଚର୍ଚ୍ଚା କରୁଥିବା ଦେଖାଯାଏ । ଶ୍ରୋତାମାନଙ୍କ ଧ୍ୟାନ ଆକର୍ଷଣ କରିବାକୁ ବକ୍ତାଙ୍କୁ ମଝିରେ ମଝିରେ ମଜନ କୀର୍ନ କରିବାକୁ ପଡ଼େ । ଅନେକ ସମୟରେ ଦେଖାଯାଏ ଯେ ଦୁଇ ବା ତତୋଧିକ ଲୋକଙ୍କ ମଧ୍ୟରେ ଅନୁଷ୍ଠିତ ବାର୍ାଳାପରେ ପାରସ୍ପରିକ କୌଣସି ସମ୍ବନ୍ଧ ନଥାଏ ବା ତାର କୌଣସି ସକାରାତ୍ମକ ନିଷ୍କର୍ଷ ବାହାରେ ନାହିଁ । କିଛି ବ୍ୟକ୍ତି କେବଳ ସମୟ ଅତିବାହିତ କରିବା ପାଇଁ ଗପନ୍ତି । ଏହା ବ୍ୟକ୍ତିର ରୁଗ୍ଣ ମାନସିକ ସ୍ଥିତିର ଲକ୍ଷଣ । ମୌନ ରହୁଥିବା ବ୍ୟକ୍ତି ଏସବୁର ଉଦ୍ଧ୍ୱର୍ରେ ଥାଏ । ତାଙ୍କର ପ୍ରତ୍ୟେକବାଣୀ ଅନ୍ୟର ହିତ ପାଇଁ ଉଦ୍ଧିଷ୍ଟ । କାରଣ କରୁଣା ଭାବ ହେତୁ ତାଙ୍କ ମନ ନିର୍ମଳ ଓ ହୃଦୟ କୋମଳ ଥାଏ । ବାଣୀର ଉପଯୋଗ କିପରି କରାଯାଏ ତାହା ସେ ଭଲ ଭାବରେ ଜାଣନ୍ତି । ବାଣୀ ମଧ୍ୟରେ ଅଦ୍ଭୁତ ଶକ୍ତି ଥାଏ । ଏହା ବ୍ୟକ୍ତିର ଉପଯୋଗ ପ୍ରଣାଳୀ ଆଧାରରେ ଏହାର ପରିଣାମ ସକାରାତ୍ମକ ବା ନକାରାତ୍ମକ ହୋଇଥାଏ ।

ମୌନ ବିଷୟରେ ବିଭିନ୍ନ ମହାପୁରୁଷ ମାନଙ୍କ ଅଭିବ୍ୟକ୍ତି


  • ଯୁଗ ଯୁଗ ଧରି ଅନୁସୃତ ବାହ୍ୟ ମୌନତା ଦ୍ୱାରା କୌଣସି ଆନ୍ତରିକ ଶାନ୍ତି ପ୍ରାପ୍ତି ସମ୍ଭବ ନୁହେଁ ।- ନାନକଦେବ
  • ମୌନ ବ୍ରତ ପାଳନ କରିବା ଦ୍ୱାରା କୌଣସି ଅବିଦ୍ୱାନ ମୂଢ଼ ମୁନି ହୋଇଯାଏ ନାହିଁ, ଯେଉଁ ପଣ୍ଡିତ ଉଭୟ ଲୋକର ଶ୍ରେଷ୍ଠ ବିବେଚନା ପୂର୍ବକ ପାପକୁ ତ୍ୟାଗ କରେ ସେ ଏଥିପାଇଁ ମୁନି ବୋଲି କଥିତ ହୁଏ ।- ମହାତ୍ମାବୁଦ୍ଧ
  • ନିରର୍ଥକ ବାର୍ାଳାପ ଅପେକ୍ଷା ମୌନ ରହିବା ଭଲ । ମୌନ ଅପେକ୍ଷା ସତ୍ୟ କଥନ ଏବଂ ଏହାଠାରୁ ମଧ୍ୟ ବୁଝି ବି·ରି ପ୍ରିୟ ଏବଂ ଧର୍ମ ସମ୍ମତ କଥା କହିବା ଶ୍ରେଷ୍ଠ ଅଟେ । -ବେଦବ୍ୟାସ
  • ମୌନ ଏବଂ ଏକାନ୍ତ ଆତ୍ମାର ସର୍ବୋମ ମିତ୍ର ଅଟନ୍ତି ।- ବିନୋବା ଭାବେ
  • ପିମ୍ପୁଡ଼ି ଠାରୁ ଉମ ଉପଦେଶ କେହି ଦିଏ ନାହିଁ ଏବଂ ସେ ମୌନ ରହେ ।-ଫ୍ରେକଲିନ୍
  • ମୌନ ବୃକ୍ଷରେ ଶାନ୍ତିର ଫଳ ଫଳେ ।- ଲୋକକଥା
  • ଯେତିକି କଥା କହିବା ଆବଶ୍ୟକ ସେତକକୁ ମଧ୍ୟ ଶ୍ରମସାଧ୍ୟ ମନେ କରାଯାଏ । ସାର୍ଥକ ଓ ଚମକ୍ରାର ପୂର୍ଣ୍ଣ କଥା ମଧ୍ୟ ଅଧିକ କହିବା ଅନୁଚିତ ।-ବିଦୁର
  • ଯିଏ ଅଧିକ କରେ ସିଏ ପାପ କରେ ।-ଟାଲମଡ଼

ଶିବ-ଶକ୍ତି ହୋମିଓ ସେବା ସଜନ
କାଦୋପଡ଼ା ଗଳି, ବସଷ୍ଟାଣ୍ଡ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର (ଓଡ଼ିଶା)
ମୋ: ୯୪୩୭୨୧ଠ୨୯୬

Friday, 26 June 2015

ଧର୍ମର ଯଥାର୍ଥ ସ୍ବରୂପ---ସୁଧାଂଶୁ ଶେଖର ମିଶ୍ର ଶିବ-ଶକ୍ତି ହୋମିଓ ସେବା ସଦନ କାଦୋପଡ଼ା ଗଳି, ବସଷ୍ଟାଣ୍ଡ ପାଟଣାଗଡ଼- ୭୬୭ଠ୨୫ ଜି: ବଲାଙ୍ଗିର (ଓଡ଼ିଶା) ମୋ: ୯୪୩୭୨୧ଠ୨୯୬

ଧର୍ମର  ଯଥାର୍ଥ ସ୍ବରୂପ

ଧର୍ମର ଅର୍ଥ ଧାରଣା । ବ୍ୟବହାରିକ ଜୀବନରେ ଉଚ୍ଚ ନୈତିକ ମୂଲ୍ୟର ଧାରଣା ଦ୍ୱାରା ମନୁଷ୍ୟର ·ରିତ୍ରିକ ଉାନ ହୁଏ । ଏହାଦ୍ୱାରା ସେ ଅନ୍ୟମାନଙ୍କ ସହିତ ଉମ ସମ୍ପର୍କ ରଖେ, ଭଦ୍ର ଓ ନମ୍ର ବ୍ୟବହାର କରେ ତଥା ସ୍ବ କର୍ବ୍ୟ କର୍ମର ସୁସମ୍ପାଦନ କରେ । ଏହାହିଁ ତ ଧର୍ମ । ପ୍ରତ୍ୟେକ ସାମାଜିକ ମନୁଷ୍ୟ ପାଇଁ ଏହିପରି ଧର୍ମ ପରମ ଆବଶ୍ୟକ । ମନୁଷ୍ୟର ମୌଳିକ ସ୍ବଭାବ ଅଥବା ଗୁଣକୁ ମଧ୍ୟ ଧର୍ମ କୁହାଯାଏ । ଯାହାଦ୍ୱାରା ମନୁଷ୍ୟ ଜୀବନ ତଥା ସମାଜର ଉଚ୍ଚ ଧାରଣା ପ୍ରତିଷ୍ଠିତ ହୁଏ, ବ୍ୟକ୍ତି ତଥା ସମାଜର କଲ୍ୟାଣ ହୁଏ ଏବଂ ମନୁଷ୍ୟ କର୍ବ୍ୟନିଷ୍ଠ ହୋଇ ପାପ କର୍ମରୁ ନିବୃ ହେବା ପୂର୍ବକ ମୁକ୍ତି ଓ ସ୍ବର୍ଗଲାଭ କରିବାକୁ ସକ୍ଷମ ହୁଏ; ତାହା ଧର୍ମ ଅଟେ ।
‘ଧର୍ମ’ ଶବ୍ଦ କର୍ବ୍ୟ କର୍ମ (ଊଙ୍କଗ୍ଧଚ୍ଚ)ର ମଧ୍ୟ ବାଚକ ଅଟେ । ମନୁଷ୍ୟର ଧର୍ମାନୁକୂଳ ଆଚରଣକୁ ‘କର୍ବ୍ୟ’ କୁହାଯାଏ । ପ୍ରତ୍ୟେକେ ନିଜ ନିଜ କର୍ବ୍ୟ ପାଳନ କଲେ ବ୍ୟକ୍ତିଗତ ଓ ସାମୂହିକ ସ୍ତରରେ ଲାଭ ହୁଏ । ବ୍ୟକ୍ତିଗତ ଭାବରେ ପ୍ରାପ୍ତ ଲାଭ ପାଇଁ ‘ଅଧିକାର’ (ଜସଶଷଗ୍ଧ) ଓ ସ୍ବୟଂ ସହିତ ଅନ୍ୟମାନଙ୍କ ଲାଭ ଜଡିତ ଥିଲେ ତାକୁ ‘କର୍ବ୍ୟ’ (ଊଙ୍କଗ୍ଧଚ୍ଚ) ଶବ୍ଦରେ ପରିଭାଷିତ କରାଯାଏ । ବ୍ୟକ୍ତି ଯେତେବେଳେ ଧର୍ମ ବିରୁଦ୍ଧ ଆଚରଣ କରେ ସେତେବେଳେ ଅନ୍ୟମାନେ ତାଙ୍କୁ ତାଙ୍କର କର୍ବ୍ୟ ବିଷୟରେ ସଚେତନ କରାଇଥାନ୍ତି । ଅନ୍ୟମାନଙ୍କ କର୍ମ ଦ୍ୱାରା ଯଦି ତାଙ୍କର ସ୍ବାର୍ଥ ଉପରେ ଆ ଆସେ ସେତେବେଳେ ସେ ନିଜ ଅଧିକାର ସାବ୍ୟସ୍ତ କରିବାକୁ ପ୍ରଯନô କରନ୍ତି । ବ୍ୟକ୍ତି ସମୂହକୁ ନେଇ ସମାଜ । ପ୍ରତ୍ୟେକ ବ୍ୟକ୍ତିର ଆଚରଣ ସ୍ବଭାବିକ ଭାବରେ ଧର୍ମାନୁକୂଳ ହେଲେ ସମାଜର ଆଚରଣ ମଧ୍ୟ ତଦ୍ରୁପ ହୁଏ । ଏପରି କ୍ଷେତ୍ରରେ ଉଭୟ ବ୍ୟକ୍ତି ଓ ସମାଜର ଲାଭ ମଧ୍ୟରେ କୌଣସି ବିରୋଧ ହୁଏ ନାହିଁ । ତେଣୁ ସେଠାରେ ଅଧିକାର ଓ କର୍ବ୍ୟ ମଧ୍ୟରେ କୌଣସି ଭେଦର ଆବଶ୍ୟକତା ପଡେ ନାହିଁ ।
ସାଧାରଣତଃ ଆଧ୍ୟାତ୍ମିକ ଉନ୍ନତିର ବାଚକ ରୂପରେ ‘ଧର୍ମ’ ଶବ୍ଦର ବ୍ୟବହାର ହୁଏ । ଆଧ୍ୟାତ୍ମିକ ଉନ୍ନତିର ଅର୍ଥ ଇହ ଓ ପରକାଳରେ ସୁଖ-ଶାନ୍ତି ପ୍ରାପ୍ତ କରିବା । ସମୟାନୁକ୍ରମେ ମହାମନୀଷୀଗଣ ମନୁଷ୍ୟ ମଧ୍ୟରେ ଆଧ୍ୟାତ୍ମିକ ଉନ୍ନତି ପାଇଁ ସ୍ବୀୟ ପୁରୁଷାର୍ଥ ଆଧାରରେ ପ୍ରାପ୍ତ ଅନୁଭବ ବିତରଣ କରି ଯାଇଛନ୍ତି । ଦେଶ, କାଳ, ପାତ୍ର ଓ ପରିସ୍ଥିତି ଅନୁସାରେ ସେମାନଙ୍କ ଅନୁଭବ ଲବ୍ଧ ସିଦ୍ଧାନ୍ତ ଭିନ୍ନ ଭିନ୍ନ ହୋଇପାରେ।  ଏହି ପରମ୍ପରାରେ ହିନ୍ଦୁ, ବୌଦ୍ଧ, ଜୈନ, ଖ୍ରୀଷ୍ଟିୟାନ, ମୁସଲିମ, ଶିଖ୍ ଇତ୍ୟାଦି ଧର୍ମ ସମ୍ପ୍ରଦାୟଗୁଡ଼ିକର ଉଦ୍ଭବ ହୋଇଛି । ବିଭିନ୍ନ ସମ୍ପ୍ରଦାୟର ଅନୁଯାୟୀଗଣଙ୍କୁ ଧାର୍ମିକ ବୋଲି କୁହାଯାଇଥାଏ । କିନ୍ତୁ ପ୍ରକୃତରେ ଏହା ଧର୍ମର ଯଥାର୍ଥ ପରିଭାଷା ନୁହେଁ । ଏହା କେବଳ ମନୁଷ୍ୟ ସମାଜର ସାମାଜିକ ଓ ସାଂସ୍କୃତିକ ବିଭାଜନ ଅଟେ । ଏହାଦ୍ୱାରା ମନୁଷ୍ୟର ଆଧ୍ୟାତ୍ମିକ ଉନ୍ନତି ହେବା ପରିବେର୍ ବ୍ୟକ୍ତିଗତ ଓ ସାମାଜିକ ଅଧଃପତନ ହୋଇଛି । ଏହି ତଥାକଥିତ ଧର୍ମର ପ୍ରତିସ୍ପର୍ଦ୍ଧା ମୂଳକ ପ୍ର·ର ପ୍ରସାର ଦ୍ୱାରା ମନୁଷ୍ୟ ମଧ୍ୟରେ ଘୃଣା, କଳହ, କ୍ଳେଶ ଓ ଅଶାନ୍ତି ଉପôନ୍ନ ହୋଇଛି । ନିଜକୁ ଶ୍ରେଷ୍ଠ ଓ ଅନ୍ୟକୁ ନିକୃଷ୍ଟ ପ୍ରତିପାଦନ କରିବାର କୁପ୍ରଚେଷ୍ଟାର ପରିଣାମ ସ୍ବରୂପ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ହିଂସ୍ରକ ଯୁଦ୍ଧ ହୋଇଥିବା କଥା ଇତିହାସରୁ ଜଣାପଡ଼େ । ଶରୀର ଆଧାରରେ ଧର୍ମର ବିଭାଜନ ହୋଇଥିବା ମଣିଷ ଦେହାଭିମାନୀ ହୋଇପଡ଼େ । ଦେହାଭିମାନରୁ କାମ କ୍ରୋଧାଦି ମନୋବିକାରଗୁଡ଼ିକ ଜନ୍ମ ନିଅନ୍ତି । ଧର୍ମ ନାମରେ ସାଂପ୍ରଦାୟିକ ହିଂସା ଓ ବିଦ୍ୱେଷର ଏହା ହେଉଛି ମୂଳ କାରଣ ।
ମାନବୀୟ ଚେତନାର ଉଦ୍ଧ୍ୱର୍ମୁଖୀ ବିକାଶ ଏବଂ ବ୍ୟକ୍ତି ମଧ୍ୟରେ ଆଧ୍ୟାତ୍ମିକ ଗୁଣର ବୃଦ୍ଧି କରିବା ହେଉଛି ଧର୍ମର ଉଦ୍ଧେଶ୍ୟ । ମନୁଷ୍ୟାତ୍ମାର ମୌଳିକ ଗୁଣ (ଶାନ୍ତି, ପବିତ୍ରତା, ଜ୍ଞାନ, ପ୍ରେମ, ଆନନ୍ଦ ଆଦି) ମଧ୍ୟ ଧର୍ମ ପଦବାଚ୍ୟ । ଯାହାଦ୍ୱାରା ମନୁଷ୍ୟ ଜୀବନ ତଥା ସମାଜର ଉଚ୍ଚ ଧାରଣା ପ୍ରତିଷ୍ଠା ହୁଏ ଏବଂ ଉଭୟର କଲ୍ୟାଣ ହୁଏ, ମନୁଷ୍ୟ ପାପ ରହିତ ହୋଇ କର୍ବ୍ୟନିଷ୍ଠ ହୁଏ ତଥା ମୁକ୍ତି ଓ ଜୀବନ୍ମୁକ୍ତି ଲାଭ କରେ ତାହାହିଁ ପ୍ରକୃତ ଧର୍ମ । ଏଥିପାଇଁ କେତେକ ବିଦ୍ୱାନ ‘ଧର୍ମ’ ଓ ଆଧ୍ୟାତ୍ମିକତାକୁ ସମାନାର୍ଥକ ବୋଲି କହିଥାନ୍ତି । କିନ୍ତୁ ସୂକ୍ଷ୍ମ ଅନୁଶୀଳନ କଲେ ଏହିପରି ମାନ୍ୟତା ଭ୍ରମାତ୍ମକ ଜଣାଯାଏ । ଧାର୍ମିକ ବ୍ୟକ୍ତି ଆଧ୍ୟାତ୍ମିକ ହୋଇପାରେ; କିନ୍ତୁ ଆଧ୍ୟାତ୍ମିକ ବ୍ୟକ୍ତି ଧାର୍ମିକ ହେବା ସେଙ୍ଗ ସେଙ୍ଗ ତା’ଠୁ ଅଧିକ କିଛି ହୁଏ । ସାଂପ୍ରତିକ ସମାଜରେ ଯାହାକୁ ‘ଧର୍ମ’ ବୋଲି କୁହାଯାଉଛି, ସେଥିରେ କର୍ମକାଣ୍ଡିୟ ରୀତିନୀତି ଏବଂ ପୌରାଣିକ କଥା ବସ୍ତୁଗୁଡ଼ିକର ବିଶେଷ ସ୍ଥାନ ରହିଛି । କିନ୍ତୁ ‘ଆଧ୍ୟାତ୍ମିକତା’ ଏ ଉଭୟଠାରୁ ସମ୍ପୂର୍ଣ୍ଣ ମୁକ୍ତ ଅଟେ । ଏହା କେବଳ ବିବେକ ସମ୍ମତ ଓ ଯୁକ୍ତିଯୁକ୍ତ ସିଦ୍ଧାନ୍ତ ଗ୍ରହଣ କରେ । ଆଜି ସମସ୍ତ ସାମ୍ପ୍ରଦାୟିକ ଧର୍ମ ଅନ୍ଧ ଶ୍ରଦ୍ଧା, ଅନ୍ଧ ବିଶ୍ୱାସ, ହାନିକାରକ ରୀତିନୀତି, ଅନ୍ତର୍ବିରୋଧୀ ଧାର୍ମିକ ସିଦ୍ଧାନ୍ତ, ଅବିଶ୍ୱାସନୀୟ କଥା, କିଛି ବ୍ୟକ୍ତିଙ୍କ ମହାନତା ବିଷୟରେ ଅତିଶୟୋକ୍ତି, ଅନ୍ୟ ଧର୍ମ ବିଷୟରେ ଘୃଣା ଓ ଦ୍ୱେଷଭାବ, ଗୁରୁ ପ୍ରତି ଅନୁଚିତ ଧାରଣା, ମୂିର୍ ପୂଜା, ତୀର୍ଥ ଯାତ୍ରା ଏବଂ ଆତ୍ମା ଓ ପରମାତ୍ମା ତଥା ସୃଷ୍ଟି ସମ୍ବନ୍ଧରେ ଭ୍ରମାତ୍ମକ ବି·ର ଆଦି ଦ୍ୱାରା କଳୁଷିତ ହୋଇସାରିଛି ।
ସଂପ୍ରତି ବିଭିନ୍ନ ପତ୍ର ପତ୍ରିକାରେ ଧର୍ମ ସମ୍ବନ୍ଧରେ ନାନା ପ୍ରକାର ଲେଖା ପ୍ରକାଶ ପାଉଛି । ବିଭିନ୍ନ ଅନୁଷ୍ଠାନଦ୍ୱାରା ଧାର୍ମିକ ପ୍ରବଚନର ଆୟୋଜନ କରାଯାଉଛି । ବୈଦୁ୍ୟତିକ ଗଣ ମାଧ୍ୟମଗୁଡିକ ମଧ୍ୟ ଧାର୍ମିକ ପ୍ରବଚନ ଓ ଆଲୋଚନା ଚକ୍ରର ପ୍ରସାରଣ କରୁଛନ୍ତି । ପ୍ରାଚୀନ କାଳରୁ ଏଯାବତ ଅନେକ ଧାର୍ମିକ ପୁସ୍ତକ ରଚିତ ହୋଇସାରିଛି । ଏହାଦ୍ୱାରା ମନୁଷ୍ୟର ବୌଦ୍ଧିକ ଜ୍ଞାନର ଅଭିବୃଦ୍ଧି ହୋଇଛି ସତ, କିନ୍ତୁ ଜନସାଧାରଣଙ୍କ ଆଧ୍ୟାତ୍ମିକ ଉନ୍ନତି ହେଉଥିବା ଜଣାପଡ଼ୁ ନାହିଁ । ଏହାର କାରଣ ହେଉଛି ଧାର୍ମିକ ତଥ୍ୟ ଓ ସିଦ୍ଧାନ୍ତ ବିଷୟରେ ପାରସ୍ପରିକ ମତ ଭିନ୍ନତା ଏବଂ ଆତ୍ମା, ପରମାତ୍ମା ଓ ସୃଷ୍ଟି ଚକ୍ର ସମ୍ବନ୍ଧରେ ସଠିକ ଜ୍ଞାନର ଅଭାବ । କର୍ମକାଣ୍ଡିୟ ରୀତି ନୀତି ଓ ପୌରାଣିକ କଥାବସ୍ତୁର ସଂକୀର୍ଣ୍ଣ ପରିସୀମା ମଧ୍ୟରେ ଧର୍ମ ଆବଦ୍ଧ ହୋଇ ରହିଯାଇଛି । ମନୁଷ୍ୟ ମଧ୍ୟରେ ଅନ୍ଧ ଶ୍ରଦ୍ଧା ଓ ଅନ୍ଧ ବିଶ୍ୱାସ ବୃଦ୍ଧିର ଏହା ହେଉଛି ମୁଖ୍ୟ କାରଣ । ଆତ୍ମା ଓ ପରମାତ୍ମାଙ୍କ ବିଷୟରେ ସବିଶେଷ ବିବରଣୀକୁ ଆଧ୍ୟାତ୍ମିକ ଜ୍ଞାନ କୁହାଯାଏ । ଏହା ବିନା ଧର୍ମର ଧାରଣା ସମ୍ଭବ ନୁହେଁ । ଧାରଣା ବିନା ଶକ୍ତି ପ୍ରାପ୍ତ ହୁଏ ନାହିଁ । ଦେହାଭିମାନରୁ ମୁକ୍ତ ହୋଇ ଆତ୍ମିକ ସ୍ଥିତିରେ ସ୍ଥିତ ହେବା ପାଇଁ ଶକ୍ତି ଆବଶ୍ୟକ । ବ୍ୟବହାରିକ ଜୀବନରେ ନିରନ୍ତର ଆଧ୍ୟାତ୍ମିକ ଜ୍ଞାନର ପ୍ରୟୋଗ ଦ୍ୱାରା ଆତ୍ମିକ ଶକ୍ତିର ସ୍ଫୁରଣ ହୁଏ । ନିରନ୍ତର ଆତ୍ମିକ ସ୍ଥିତିର ଧାରଣା ଧର୍ମର ପ୍ରମୁଖ ଅଙ୍ଗ ।
ଧର୍ମ ଅନେକ ନୁହେଁ, ଏହା ଏକ । ଧର୍ମର ପାଳନ ଦ୍ୱାରା ମନୁଷ୍ୟ ଚରିତ୍ରବାନ ହୁଏ ଓ ତା’ ଉପରେ ନ୍ୟସ୍ତ କର୍ବ୍ୟକୁ ସୁ·ରୁ ରୂପେ ସମ୍ପାଦନ କରିପାରେ । ଧର୍ମ ମନୁଷ୍ୟକୁ ଶୀତଳତା (ଶାନ୍ତି) ପ୍ରଦାନ କରେ ଏବଂ ତା’ମଧ୍ୟରେ ସେବା, ଧୈର୍ଯ୍ୟ, ତ୍ୟାଗ, ସହାନୁଭୂତି, ଆତ୍ମ କଲ୍ୟାଣ, ପରୋପକାର, ସଦ୍ବି·ର, ପ୍ରସନ୍ନତା ଏବଂ ନିର୍ବିକାର ଜୀବନର ଭାବନା ଜାଗ୍ରତ କରେ । ମନୁଷ୍ୟକୁ ଅସତ ମାର୍ଗରୁ ନିବୃ କରିବା ପାଇଁ ଏହା ଏକ ଅଙ୍କୁଶର କାମ କରେ । ଏହା ମନୁଷ୍ୟର ବି·ର ସମୂହର ଏପରି ଏକ ସୁଦୃଢ଼ ବନ୍ଧ ଯାହା ତାକୁ ମର୍ଯ୍ୟାଦା ମଧ୍ୟରେ ବାନ୍ଧି ରଖେ ଓ ତା’ର ଶକ୍ତିକୁ ରଚନାତ୍ମକ କାର୍ଯ୍ୟରେ ଲଗାଏ । ଧର୍ମ ମନୁଷ୍ୟକୁ ସର୍ବଗୁଣର ସାଗର ପରମାତ୍ମାଙ୍କ ସହିତ ଯୁକ୍ତ କରି ତା’ ମନରେ ଆତ୍ମୀୟତା ଓ ଭ୍ରାତୃତ୍ୱ ଭାବନା ଉପôନ୍ନ କରେ । ଈଶ୍ୱରୀୟ ପ୍ରେମରେ ରସାଣିତ ହେଲେ ମନୁଷ୍ୟର ହୃଦୟ ତନ୍ତ୍ରୀରୁ ସ୍ବତଃ ନିନାଦିତ ହୁଏ ଅଲୌକିକ ପ୍ରେମର ସଙ୍ଗୀତ- “ସର୍ବେ ଭବନ୍ତୁ ସୁଖିନଃ..... ।” ତା’ପାଇଁ ସମଗ୍ର ବସୁଧା ହୋଇଯାଏ ଏକ ପରିବାର । ତେଣୁ, ମନୁଷ୍ୟ ମନକୁ ସନ୍ତୁଳନ ଓ ସନ୍ତୋଷ ପ୍ରଦାନକାରୀ ହେଉଛି ଧର୍ମ ।
କର୍ମକାଣ୍ଡ, ଅନ୍ଧ ଶ୍ରଦ୍ଧା, ଅନ୍ଧବିଶ୍ୱାସ, ବିବେକ ବିରୋଧୀ ତର୍କ ବିହୀନ ସିଦ୍ଧାନ୍ତ, ଉପାସନା ପଦ୍ଧତି ଆଦି ଧର୍ମ ବର୍ହିଭୂତ ବିଷୟ । ସାଂପ୍ରତିକ ପରିସ୍ଥିତିରେ ଧର୍ମକୁ ଏକ ବିଦ୍ୟା ରୂପେ ଗ୍ରହଣ କରିବା ବିଧେୟ ଯାହା ବିବେକ ସମ୍ମତ ଓ ଦୈନନ୍ଦିନ ଜୀବନରେ ସୁଖଶାନ୍ତି ପ୍ରଦାୟକ ହୋଇଥିବ । କର୍ମ ସହିତ ଧର୍ମର ଅଙ୍ଗାଙ୍ଗୀ ସମ୍ପର୍କ ରହିଛି । ଏହି ଉଭୟକୁ ଭିନ୍ନ ବୋଲି ସ୍ବୀକାର କରିବା ହେତୁ ଆଜି ସଂସାରରେ ସର୍ବତ୍ର ଅଶାନ୍ତି କଳହ, କ୍ଳେଶ ଆଦି ଦେଖାଯାଏ । ଅଜ୍ଞାନତାର ବଶବର୍ୀ ହୋଇ ଲୋକେ ଧର୍ମକୁ ଧାର୍ମିକ ସ୍ଥାନରେ ଛାଡ଼ି ଦେଇ କର୍ମକ୍ଷେତ୍ରରେ ଅଧର୍ମ ଆଚରଣ କରନ୍ତି ।
ଧର୍ମର ଯଥାର୍ଥ ସ୍ବରୂପ ବିଷୟରେ ଆଲୋଚନା ପାଇଁ ଏ ଲେଖା ପର୍ଯ୍ୟାପ୍ତ ନୁହେଁ । ଏହା ଉପରେ ପ୍ରତ୍ୟେକ ସ୍ତରରେ ବ୍ୟାପକ ମନନ ଚିନ୍ତନର ଆବଶ୍ୟକତା ରହିଛି ।
ସୁଧାଂଶୁ ଶେଖର ମିଶ୍ର
ଶିବ-ଶକ୍ତି ହୋମିଓ ସେବା ସଦନ
କାଦୋପଡ଼ା ଗଳି, ବସଷ୍ଟାଣ୍ଡ
ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର (ଓଡ଼ିଶା)
ମୋ: ୯୪୩୭୨୧ଠ୨୯୬


Monday, 1 June 2015

ମୌନ ରହିବାର ବିଧି୍

ମୌନ ରହିବାର ବିଧି୍

ସମସ୍ତ ପ୍ରାଣୀ ଜଗତ ମଧ୍ୟରେ ମନୁଷ୍ୟ ଜନ୍ମ ହେଉଛି ଦୁର୍ଲଭ । ମୌନତାରେ ଜୀବନର ସାର୍ଥକତା ନିହିତ । ତେଣୁ ଦିବ୍ୟ ଜୀବନ ଓ ଇପ୍ସିତ ଲକ୍ଷ୍ୟ ପ୍ରାପ୍ତି ପାଇଁ ବିଧିପୂର୍ବକ ମୌନତା ଅବଲମ୍ବନ ଏକାନ୍ତ ଅପରିହାର୍ଯ୍ୟ । ପ୍ରାରମ୍ଭିକ ପର୍ଯ୍ୟାୟରେ ସପ୍ତାହରେ ଥରେ ଗୋଟିଏ ଦିନ ମୌନ ରହିବାର ଅଭ୍ୟାସ କରିବା ବିଧେୟ । ତା’ପରେ ପ୍ରତ୍ୟହ ନିଜ ସୁବିଧା ମୁତାବକ କିଛି ଘା ମୌନାଭ୍ୟାସ କରିବା ଉଚିତ । ମନକୁ ଉେଜିତ କରୁଥିବା ବାହ୍ୟ ମାଧ୍ୟମ ଗୁଡ଼ିକ ଯଥା ବେତାର ଯନ୍ତ୍ର, ଦୂରଦର୍ଶନ, ପୁସ୍ତକ ଆଦିର ଉପଯୋଗ କିଛି ସମୟ ପାଇଁ ବନ୍ଦ କରିଦେବା ଉଚିତ । ଚୁପ୍·ପ ବସି ରହିବା ଦ୍ୱାରା ପ୍ରଥମେ ମନ ମଧ୍ୟରେ ସଂକଳ୍ପ ବିକଳ୍ପ ଗୁଡ଼ିକର କୋଳାହଳ ବୃଦ୍ଧି ପାଏ । କିନ୍ତୁ ଧୈର୍ଯ୍ୟ ପୂର୍ବକ ଅପେକ୍ଷା କଲେ ଏହା କ୍ରମଶଃ କ୍ଷୀଣ ହୋଇ ଆସେ ଏବଂ ବ୍ୟକ୍ତି ସ୍ବୀୟ ଆତ୍ମାର ମୌଳିକ ଗୁଣ ଶାନ୍ତି ଆହରଣ କରିବାକୁ ଲାଗେ ।
ବିଧି: ମୌନାଭ୍ୟାସ ପୂର୍ବରୁ ସହଜ ଆସନରେ ଉପବେଶନ କରନ୍ତୁ । ନିଶ୍ୱାସ ପ୍ରଶ୍ୱାସର ଗତିକୁ ନିୟନ୍ତ୍ରଣ କରି ଗୋଟିଏ ସେକେଣ୍ଡ ମଧ୍ୟରେ ମନରେ ଉପôନ୍ନ ହେଉଥିବା ସଂକଳ୍ପ ସମୂହକୁ ନୀରିକ୍ଷଣ କରନ୍ତୁ । ପ୍ରତ୍ୟେକ ଦରକାରୀ ଓ ଅଦରକାରୀ ସଂକଳ୍ପ ଗୁଡ଼ିକୁ ଚିହ୍ନଟ କରନ୍ତୁ । ତତ୍ପଶ୍ଚାତ ଦୁଇଟି ସଂକଳ୍ପ ମଧ୍ୟରେ କିଛି ବ୍ୟବଧାନ ସୃଷ୍ଟି କରନ୍ତୁ ଏବଂ ତନ୍ମଧ୍ୟରେ ରହିବାର ଅଭ୍ୟାସ କରନ୍ତୁ । ଦୁଇଟି ସଂକଳ୍ପର ବ୍ୟବଧାନ ମଧ୍ୟରେ ବୁଦ୍ଧିକୁ ସ୍ଥିତ କରିବା ହେଉଛି ନିଃସଂକଳ୍ପ ସ୍ଥିତି । ଏହି ଅବସ୍ଥାରେ ବ୍ୟକ୍ତି ଦେହ ଓ ଆତ୍ମା ମଧ୍ୟରେ ପାର୍ଥକ୍ୟ ଅନୁଭବ କରିଥାଏ । ଏହିପରି ଅଭ୍ୟାସ ଅତି କମ୍ରେ ପ୍ରତ୍ୟହ ଘାଏ ଲେଖାଏଁ କରିବା ଉଚିତ । ଧୀରେ ଧୀରେ ଅଭ୍ୟାସର ଅବଧି ବୃଦ୍ଧି କରନ୍ତୁ ।
ମୌନ ରହିବା ଏକ କଳା । ଏଥିପାଇଁ କୌଣସି ନିର୍ଜନ ସ୍ଥାନର ଆଦୌ ଆବଶ୍ୟକତା ନାହିଁ । ଯେତେଦୂର ସମ୍ଭବ ବାର୍ାଳାପ କମ କରିବା ଉଚିତ । ଅନାବଶ୍ୟକ କଥାବାର୍ାରୁ ବିରତ ରହିଲେ ସଂକଳ୍ପ-ବିକଳ୍ପର ଗତି ହ୍ରାସ ପାଏ । ମନରେ ଉପôନ୍ନ ହେଉଥିବା ଅଦରକାରୀ ଓ ହିତ ସାଧନ କରୁ ନଥିବା ସଂକଳ୍ପ ଗୁଡ଼ିକ ପ୍ରତି ଆଦୌ ଧ୍ୟାନ ଦେବା କଥା ନୁହେଁ । ଯେଉଁ ବିଷୟ ବା ବସ୍ତୁ ପ୍ରତି ଆକର୍ଷଣ ଥାଏ ମନ ସେଗୁଡ଼ିକ ବିଷୟରେ ବେଶି ଚିନ୍ତନ କରେ । ଏହିପରି କ୍ଷେତ୍ରରେ ମନକୁ ନିୟନ୍ତ୍ରଣ କରିବା ପାଇଁ ସାକ୍ଷୀ ଦ୍ରଷ୍ଟା ଓ ଉପେକ୍ଷା ଭାବ ଆବଶ୍ୟକ ହୁଏ । ସାକ୍ଷୀ ଦ୍ରଷ୍ଟାର ଅର୍ଥ ତଟସ୍ଥତା । ଅର୍ଥାତ ମନରେ ଉପôନ୍ନ ହେଉଥିବା ସଂକଳ୍ପ ବିକଳ୍ପଠାରୁ ନିଜକୁ ପୃଥକ ମନେ କରି ସେଗୁଡ଼ିକୁ ନିରୀକ୍ଷଣ କରିବା । ମନରେ ·ଲୁଥିବା ବି·ର ସମୂହ ପ୍ରତି କୌଣସି ଆଗ୍ରହ ପ୍ରକାଶ ନ କରିବା ହେଉଛି ଉପେକ୍ଷାଭାବ । ସାକ୍ଷୀ ଦ୍ରଷ୍ଟା ଓ ଉପେକ୍ଷାଭାବ ପରସ୍ପର ପରିପୂରକ । ଧୈର୍ଯ୍ୟ ଓ ଦୃଢ଼ ସଂକଳ୍ପ ପୂର୍ବକ ଏହି ମାନସିକ ସାଧନା ଅବ୍ୟାହକ ରଖିଲେ ସଫଳତା ଅବଶ୍ୟ ମିଳିବ । ଆନ୍ତରିକତା ଓ ପ୍ରଯନôର ତୀବ୍ରତା ଅନୁସାରେ ସାଧନାର ଅବଧି ଭିନ୍ନ ଭିନ୍ନ ହୋଇପାରେ । ଦ୍ରଷ୍ଟା ଓ ଉପେକ୍ଷାଭାବ ମୌନ ସାମ୍ରାଜ୍ୟ ପର୍ଯ୍ୟନ୍ତ ପହôବାର ମାଧ୍ୟମ ମାତ୍ର । ଥରେ ମୌନ ବା ନିଃସଂକଳ୍ପ ହୋଇଗଲେ ସାକ୍ଷୀ ଓ ଉପେକ୍ଷା ଉଭୟ ଶାନ୍ତିର ମହାସାଗରରେ ବିଲୀନ ହୋଇଯାଆନ୍ତି; ଠିକ ସେହିପରି ଯେପରି କୌଣସି ଅଶ୍ୱାରୋହୀ ଲକ୍ଷ୍ୟ ସ୍ଥଳରେ ପହôଲା ପରେ ଅଶ୍ୱକୁ ଅଶ୍ୱଶାଳରେ ଛାଡ଼ି ଦିଏ । ସାକ୍ଷୀ ଓ ଉପେକ୍ଷା ମଧ୍ୟ ଏକ ଏକ ବିଶେଷ ସଂକଳ୍ପ ଶକ୍ତି । ମନୁଷ୍ୟର ବାହ୍ୟାଭ୍ୟନ୍ତରର କ୍ରିୟାଶୀଳ ବାର୍ାଳାପର ପ୍ରବୃିକୁ ଏ ଦୁଇ ଶକ୍ତି ନିଷ୍କ୍ରିୟ କରି ଦିଅନ୍ତି ଓ ମନକୁ ମୌନତାର ଅତଳ ଗର୍ଭରେ ନିକ୍ଷେପ କରି ସ୍ବୟଂ ଅନ୍ତର୍ହିତ ହୋଇଯାଆନ୍ତି । ଏପରି ସ୍ଥିତିରେ ବ୍ୟକ୍ତି ଦେହାଭିମାନରୁ ସଂପୂର୍ଣ୍ଣ ମୁକ୍ତ ହୋଇ ପରମାତ୍ମା ସ୍ମୃତିରେ ତଲ୍ଲୀନ ହୋଇଯାଏ । ଏହା ଯୋଗର ସମାଧି ଅବସ୍ଥା ।
ମୌନ ହେଉଛି ପ୍ରତ୍ୟେକ ଶ୍ରେଷ୍ଠ ସୃଜନର ଆଧାର । ଅନ୍ୟ ଅର୍ଥରେ ବିଧି ପୂର୍ବକ ମୌନ ଆଚରଣ କରୁ ନଥିବା ବ୍ୟକ୍ତି ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବିଫଳ ହୁଏ । ମୌନ ନିର୍ମଳ ଜଳ ତୁଲ୍ୟ ମନରେ ଉପôନ୍ନ ହେଉଥିବା ବ୍ୟର୍ଥ ଚିନ୍ତନ ରୂପକ ଆବର୍ଜନାକୁ ପରିଷ୍କାର କରିଦିଏ । ଜଣେ ବ୍ୟକ୍ତି ଦିନବେଳେ ଅଧିକାଂଶ ସମୟ ଅନ୍ୟମାନଙ୍କ ସହ କଥାବାର୍ା ହୁଏ । ନିର୍ଜନତା ବା ରାତ୍ରିରେ ଶୋଇଲା ବେଳେ ସେ ନିଜ ସହିତ ବାର୍ାଳାପ କରିଥାଏ । ଏହାଦ୍ୱାରା ତା’ର ମାନସିକ ଶକ୍ତି ନଷ୍ଟ ହୁଏ । ମାନସିକ ଶକ୍ତିର ଅପଚୟକୁ ରୋକିବା ପାଇଁ ନିଜ ଦିନ ଚର୍ଯ୍ୟା ପ୍ରତିଧ୍ୟାନ ଦେବା ଆବଶ୍ୟକ । ରାତ୍ରିରେ ଶଯ୍ୟା ଗ୍ରହଣ ପୂର୍ବରୁ ଏକ ଘା ମୌନାଭ୍ୟାସ ଦ୍ୱାରା ମନକୁ ନିଃସଂକଳ୍ପ କରି ଶୋଇବା ଉଚିତ । ଜନ୍ମ ଜନ୍ମାନ୍ତରର ସଂସ୍କାର ଅବଚେତନ ମନରେ ସôତ ଥାଏ । ଶୋଇଲା ବେଳେ ତାହା ବ୍ୟର୍ଥ ସଂକଳ୍ପ ବା ସ୍ବପ୍ନ ରୂପରେ ଆବିର୍ଭାବ ହୋଇ ଚେତନାକୁ ଅପରିଷ୍କାର କରିଦିଏ । ଏହାକୁ ପରିଷ୍କାର କରିବା ପାଇଁ ବ୍ରହ୍ମ ମୁହୂର୍ରେ ଶଯ୍ୟା ତ୍ୟାଗ କରି ପବିତ୍ରତା ଓ ଶାନ୍ତିର ସାଗର ପରମାତ୍ମାଙ୍କ ସ୍ମୃତିରେ କିଛି ସମୟ ବ୍ୟତୀତ କରିବା ଉଚିତ । ଏହାଦ୍ୱାରା ମନ ସ୍ବଚ୍ଛ ଓ ନିର୍ମଳ ହୁଏ । କାର୍ଯ୍ୟ ବ୍ୟବହାରରେ ଯଥା ସମ୍ଭବ ମୌନ ରହି ସ୍ବୀୟ କର୍ବ୍ୟ ସମ୍ପାଦନା କରିବା ବିଧେୟ । ଜୀବନର ଅଧିକାଂଶ ସମୟ ମୌନତା ମଧ୍ୟରେ ଯେପରି ଅତିବାହିତ ହେବ ସେଥିପ୍ରତି ଯନôବାନ ହେବା ପରମ କର୍ବ୍ୟ ।
ଦୈନନ୍ଦିନ ଜୀବନରେ ବିଭିନ୍ନ ଘଟଣାବଳୀ ତଥା ପରିସ୍ଥିତି ମୌନ ଭଙ୍ଗର କାରଣ ହୁଏ । ଏଥିପାଇଁ ସତର୍କ ରହିବା ଆବଶ୍ୟକ । ପ୍ରତ୍ୟେକ ପରିସ୍ଥିତିରେ କୌଣସି ପ୍ରତିକ୍ରିୟା ପ୍ରକାଶ ନ କରି ନିରବ ରହିବା ସର୍ବୋମ ଉପାୟ । ଅନ୍ତଃକରଣ ଯେତେବେଳେ ସମ୍ପୂର୍ଣ୍ଣ ଶାନ୍ତ ହୋଇଯାଏ ସେତେବେଳେ ବ୍ୟକ୍ତିର ଦେହଠାରୁ ସମ୍ପର୍କ ଛିନ୍ନ ହୋଇ ମନ ପରମାତ୍ମାଙ୍କ ସ୍ମୃତିରେ ତଲ୍ଲୀନ ହୁଏ । ମନ ଓ ବୁଦ୍ଧିର ସେହି ନିରହଙ୍କାରୀ ସ୍ଥିତିରେ ସେ ସମସ୍ତ ରହସ୍ୟ ଭେଦ ପୂର୍ବକ ପରମ ସତ୍ୟର ଉପଲବ୍ଧି କରେ । ତା’ର ଆଉ କୌଣସି ପ୍ରକାର ପ୍ରାପ୍ତିର ଆଶା ରହେ ନାହିଁ । ଏହି ସ୍ଥିତିରେ ସ୍ବୀୟ ବି·ର ପ୍ରବାହ ପ୍ରତି ସାକ୍ଷୀ ଭାବରେ କେବଳ ଅବଲୋକନ କରିବା ଆବଶ୍ୟକ ।
ମୌନ ସାଧନାର ପ୍ରାରମ୍ଭିକ ସ୍ତରରେ ଚିାକାଶରେ ବ୍ୟର୍ଥ ସଂକଳ୍ପର ମେଘ ଖଣ୍ଡମାନ ବିଚରଣ କରିଥାଏ । ଏଥିପ୍ରତି ବ୍ୟସ୍ତ ଓ ବିବ୍ରତ ନ ହୋଇ ଆକାଶରେ ଚଳାୟମାନ ମେଘଖଣ୍ଡ ଦର୍ଶନ ଜନିତ ଆମୋଦ ଅନୁଭବ କଲା ପରି ଶାନ୍ତ ଭାବରେ ମନରେ ଉପôନ୍ନ ହେଉଥିବା ସଂକଳ୍ପ-ବିକଳ୍ପର ମେଘଖଣ୍ଡ ମାନଙ୍କୁ ସାକ୍ଷୀଦ୍ରଷ୍ଟା ହୋଇ ଅବଲୋକନ କରିବା ବିଧେୟ । ଏହାଦ୍ୱାରା ଚିାକାଶ କ୍ରମଶଃ ନିର୍ମଳ ହେବାକୁ ଲାଗିବ ଓ ଏକ ଅଭିନବ ଅନୁଭବ ହେବ । ଏହିପରି ନିରବଚ୍ଛିନ୍ନ ଅଭ୍ୟାସ ଅବ୍ୟାହତ ରହିଲେ ମନରେ ନୂଆ ବି·ର ଶକ୍ତି ଓ ଦୃଢ଼ ଇଚ୍ଛା ଶକ୍ତି ଉପôନ୍ନ ହେବ । ଏଠାରେ ମନେ ରଖିବାକୁ ହେବ ଯେ ବ୍ୟର୍ଥ ବି·ରର ସମାପ୍ତି ନ ହେବା ପର୍ଯ୍ୟନ୍ତ ବି·ର ଶକ୍ତି ଉପôନ୍ନ ହୁଏ ନାହିଁ । ତେଣୁ ମୌନ ହେଉଛି ଶାନ୍ତିର ସାଗର । ଏଥିରେ ଅବଗାହନ  କଲେ ମନରେ ସ୍ବତସ୍ଫୁର୍ ଭାବରେ ପ୍ରଶାନ୍ତି ଓ ଦିବ୍ୟତାର ସ୍ଫୁରଣ ହୁଏ । ମୌନ ସମୁଦ୍ରର ଯେତେ ଗଭୀରତାକୁ ଜଣେ ପ୍ରବେଶ କରେ ସେତେ ବୁଦ୍ଧି ଭଣ୍ଡାରରେ ଜ୍ଞାନର ମଣି ମୁକ୍ତା ଭିର୍ ହୁଏ ଓ ତା’ର ବାଣୀ ପ୍ରାମାଣିକ ହେବାକୁ ଲାଗେ । ତା’ଅନ୍ତରରେ ଆଧ୍ୟାତ୍ମିକ ଚେତନାର ପ୍ରବାହ ସତତ ପ୍ରବାହିତ ହୁଏ । ସେପରି ବ୍ୟକ୍ତି କଥାବାର୍ା କଲେ ମଧ୍ୟ ତାଙ୍କର ମୌନ ଖଣ୍ଡିତ ହୁଏ ନାହିଁ । ଏହା ମୌନର ଚରମ ସାର୍ଥକତା ।
ସୁଧାଂଶୁ ଶେଖର ମିଶ୍ର
ଶିବ-ଶକ୍ତି ହୋମିଓ ସେବା ସଦନ
କାଦୋପଡ଼ା ଗଳି, ବସଷ୍ଟାଣ୍ଡ
ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର (ଓଡ଼ିଶା)
ମୋ: ୯୪୩୭୨୧ଠ୨୯୬