Sunday, 4 October 2015

ସଦସ୍ୟ/ ସଦସ୍ୟାମାନଙ୍କ ପ୍ରତି

ଆଧ୍ୟାତ୍ମିକ ଚେତନା ବିକାଶ ପରିଷଦର ସଦସ୍ୟ/ ସଦସ୍ୟାମାନଙ୍କ ପ୍ରତି

ମହାଶୟ/ମହାଶୟା,

ସାଦର ନମସ୍କାର !

ଆପଣମାନଙ୍କ ସହଯୋଗ ଓ ସଦିଚ୍ଛା ହେତୁ ଆଜି ଆମ ଅନୁଷ୍ଠାନର ସଦସ୍ୟତା ସଂଖ୍ୟା ସତୁରୀ ପର୍ଯ୍ୟନ୍ତ ପହିଛି । ଆମ ଭଳି ଏକ ମତ ଓ ପନ୍ଥ ନିରପେକ୍ଷ ଅନୁଷ୍ଠାନ ପାଇଁ ଏହା ଉତ୍ସାହଯୋଗ୍ୟ ବିଷୟ । ‘ଚେତନା ପ୍ରବାହ’ର ଆଦୃତି ଧୀରେ ଧୀରେ ବୃଦ୍ଧି ପାଉଛି । ଆମ ସଦସ୍ୟ/ସଦସ୍ୟାମାନଙ୍କ ମଧ୍ୟରୁ ଖୁବ୍ କମ ସଂଖ୍ୟକ ପତି୍ରକା ବିକ୍ରିରେ ସହଯୋଗ କରୁଛନ୍ତି । ଅନ୍ୟମାନେ ମଧ୍ୟ ପତ୍ରିକା ପ୍ରଚାର-ପ୍ରସାରରେ ସହଯୋଗ କରିବା ଆବଶ୍ୟକ । ପର୍ଯ୍ୟାପ୍ତ ପାଣ୍ଠି ଅଭାବରୁ ଆମେ ବ୍ୟାପକ ଭାବରେ ଆଧ୍ୟା
ତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରିପାରୁ ନାହୁଁ । ବର୍ମାନ ପର୍ଯ୍ୟନ୍ତ ‘ଚେତନା ପ୍ରବାହ’ ହିଁ ଆଧ୍ୟାତ୍ମିକ ଚେତନାର ବିକାଶ ପାଇଁ ଏକମାତ୍ର ସମ୍ବଳ । ଏହି ପତି୍ରକାର ବ୍ୟାପକ ପ୍ରଚାର ପ୍ରସାର ଦ୍ୱାରା ଆମେ ଓଡିଶାର ଜନସାଧାରଣଙ୍କ ମଧ୍ୟରେ ଆଧ୍ୟାତ୍ମିକ ସଚେତନତା ସୃଷ୍ଟି କରିପାରିବା । ପ୍ରତିବର୍ଷ ପ୍ରତ୍ୟେକ ସଦସ୍ୟ/ସଦସ୍ୟା ଅନ୍ତତଃ ଦଶଜଣଙ୍କୁ ପତି୍ରକାର ବାର୍ଷିକ ସଦସ୍ୟ କରିବାର ଲକ୍ଷ୍ୟ ରଖନ୍ତୁ । ଆର୍ଥିକ ସଂପନ୍ନ ସଦସ୍ୟ/ସଦସ୍ୟାଗଣ ପ୍ରତି ସଂଖ୍ୟାରେ ନିଜ ଖର୍ଚ୍ଚରେ ଅନୁ୍ୟନ ୭ ଖଣ୍ଡ (ଟ. ୧୦୦/-) ପତ୍ରିକା କିଣି ନିଜ ମିତ୍ର ସମ୍ବନ୍ଧୀମାନଙ୍କ ମଧ୍ୟରେ ବିକ୍ରୟ କରନ୍ତୁ । ତିନିମାସରେ ଏକଶହ ଟଙ୍କା ହିସାବରେ ମାସକୁ ପଡୁଛି ମାତ୍ର ତେତିଶ ଟଙ୍କା ଓ ଦିନକୁ ଏକ ଟଙ୍କା ଦଶ ପଇସା । ଆମର ପ୍ରତ୍ୟେକ ସଭ୍ୟ/ସଭ୍ୟା ଦୈନିକ ଏକ ଟଙ୍କା ଖର୍ଚ୍ଚ କରିବାକୁ ନିଶ୍ଚୟ ସମର୍ଥ ବୋଲି ଆମେ ବିଶ୍ୱାସ କରୁଁ ।

ପରିଷଦର ନିଜସ୍ବ ଆୟ ନଥିବାରୁ କୌଣସି କାର୍ଯ୍ୟକ୍ରମ କଲେ ନିର୍ଦ୍ଧିଷ୍ଟ କେତେକ ସଦସ୍ୟ/ସଦସ୍ୟାମାନଙ୍କ ଉପରେ ଆର୍ଥିକ ବୋଝ ପଡୁଛି । କାରଣ ଅଧିକାଂଶ ସଦସ୍ୟ/ସଦସ୍ୟା ସ୍ବତଃ ପ୍ରବୃ ହୋଇ ଚାନ୍ଦା ଦିଅନ୍ତି ନାହିଁ । ଯେଉଁମାନେ କାର୍ଯ୍ୟକ୍ରମ ବେଳେ ଆର୍ଥିକ ସହାୟତା କରନ୍ତି ସେମାନେ ନିଜ ଇଚ୍ଛାରେ ଦିଅନ୍ତି । ଆପଣମାନେ ଜାଣନ୍ତି କାର୍ଯ୍ୟକ୍ରମ ପୂର୍ବରୁ ସହଯୋଗ କରିବା ପାଇଁ ସମସ୍ତଙ୍କୁ ସାମୁହିକ ନିବେଦନ କରାଯାଇଥାଏ । ବ୍ୟକ୍ତିଗତ ଭାବରେ କାହାକୁ ଚାନ୍ଦା ଦେବା ପାଇଁ ବାଧ୍ୟ କରାଯାଏ ନାହିଁ । ଆଜୀବନ ସଦସ୍ୟତା ଶୁଳ୍କରୁ ପ୍ରାପ୍ତ ପାଣ୍ଠିରୁ ଆଜି ପର୍ଯ୍ୟନ୍ତ ଅନୁଷ୍ଠାନର ବିଭିନ୍ନ ଖର୍ଚ୍ଚ ଓ ‘ଚେତନା ପ୍ରବାହ’ ମୁଦ୍ରଣରେ ନିଅ ପଡୁଥିବା ଖର୍ଚ୍ଚ ଭରଣା କରାଯାଉଛି । ପ୍ରତ୍ୟେକ ସଭ୍ୟ/ସଭ୍ୟାଙ୍କୁ ପ୍ରତି ସଂଖ୍ୟାରେ ପତି୍ରକା ମାଗଣାରେ ପଠାଯାଏ । ତାଙ୍କଠାରୁ ପ୍ରାପ୍ତ ସଦସ୍ୟତା ଶୁଳ୍କ ଯଦି ଆମେ  ଅନ୍ୟ ବିଷୟରେ ଖର୍ଚ୍ଚ କରିଦେବା ତେବେ ସେମାନଙ୍କୁ ଦିଆଯାଉଥିବା ପତ୍ରିକାର ମୂଲ୍ୟ କେଉଁଠୁ ଭରଣା କରିବା? ତେଣୁ ଆଜୀବନ ସଦସ୍ୟତା ଚାନ୍ଦାକୁ ଆମେ ୠସଙ୍ଘରୟ ଊରକ୍ଟ୍ରକ୍ଟଗ୍ଦସଗ୍ଧ  କରିବାକୁ ସ୍ଥିର କରିଛୁ । ଏହି ପରିପ୍ରେକ୍ଷୀରେ ପରିସର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ପ୍ରାପ୍ତିର ଗତିକୁ ତ୍ୱରାନ୍ୱିତ କରିବା ପାଇଁ ସ୍ବେଚ୍ଛାକୃତ ଭାବେ ପ୍ରତି ମାସରେ ନିଜ ସାମର୍ଥ୍ୟ ମୁତାବକୁ ପ୍ରତ୍ୟେକ ସଦସ୍ୟ/ସଦସ୍ୟାଙ୍କୁ ଆର୍ଥିକ ସହଯୋଗ କରିବାକୁ ନିବେଦନ କରୁଛୁ ।

ଡା. ସୁଧାଂଶୁ ଶେଖର ମିଶ୍ର , ସାଧାରଣ ସଂପାଦକ                                         ଶ୍ରୀ ଶରତ କୁମାର ବାରିକ , ସଭାପତି

ଆଧ୍ୟାତ୍ମିକ ଚେତନା ବିକାଶ ପରିଷଦ, ଓଡିଶା ଆଧ୍ୟାତ୍ମିକ ଚେତନା ବିକାଶ ପରିଷଦ, ଓଡିଶା

No comments: