ସଫଳତାର ରହସ୍ୟ
ଜୀବନ ଯାତ୍ରାରେ ଅନେକ ଘାତ ପ୍ରତିଘାତ ଆସେ । ଏଗୁଡିକୁ ସାହସର ସହିତ ମୁକାବିଲା କରିବାକୁ ହେବ । ଯେଉଁଠି ସଂଘର୍ଷ ଥାଏ ସେଇଠି ଉପଲବ୍ଧି ମଧ୍ୟ ତାଠାରୁ ଅଧିକ ଥାଏ । ଗନ୍ତବ୍ୟ ସ୍ଥଳରେ ପହôବା ପାଇଁ ରାସ୍ତା ଅତିକ୍ରମ କରିବାକୁ ପଡିବ: ଦୁର୍ଘଟଣାକୁ ଭୟ କରି ଘରେ ବସି ରହିଲେ ଲକ୍ଷ୍ୟ ପ୍ରାପ୍ତି ହେବ କିପରି? ସୁପ୍ତ ସିଂହର ମୁହଁକୁ ଶିକାର ଆପେ ଆପେ ଆସେ ନାହିଁ । ସେଥିପାଇଁ ତାକୁ ପୁରୁଷାର୍ଥ କରିବାକୁ ପଡେ । ଶିକାର ଖୋଜୁଁ ଖୋଜୁଁ ହୁଏତ ସେ ଶିକାରୀର ଗୁଳିରେ ବିଦ୍ଧ ହେବାର ଭୟ ଥାଏ । ଏହାକୁ ଭୟ କରି ସେ ଯଦି ପର୍ବତ ଗୁ¶ା ମଧ୍ୟରେ ଆତ୍ମଗୋପନ କରି ପଡ଼ି ରହିବ ତେବେ ଜୀବନ ଧାରଣ କରିବ କିପରି?
ଇତିହାସ ଅବଲୋକନ କଲେ ଜଣାଯାଏ ଯେ କୌଣସି ସଫଳ ବ୍ୟକ୍ତି ଏକା ଥରକେ ସଫଳତା ପ୍ରାପ୍ତ କରି ନାହାନ୍ତି । ଇଂରାଜୀରେ ଏକ ପ୍ରବାଦ ଅଛି- ୠବସକ୍ଷଙ୍କକ୍ସର ସଗ୍ଦ ଗ୍ଧଷର ଚସକ୍ଷକ୍ଷବକ୍ସ କ୍ଟଲ ଝଙ୍କମମରଗ୍ଦଗ୍ଦ. ଅସଫଳତା ପାଇଁ ଚିନ୍ତିତ ହେବା ଅନାବଶ୍ୟକ । କାରଣ ଏହା ଆତ୍ମ ବିଶ୍ଳେଷଣ ପାଇଁ ସୁଯୋଗ ଦିଏ । କୌଣସି କର୍ମ ବ୍ୟର୍ଥ ଯାଏ ନାହିଁ । ବିଧି ପୂର୍ବକ କର୍ମ କରିଗଲେ ସିଦ୍ଧି ଅବଶ୍ୟ ମିଳିବ । ଗୀତାରେ କୁହାଯାଇଛି, କର୍ମକର ଫଳ ଆଶା କର ନାହିଁ । କର୍ମ ଅନୁରୂପ ଫଳ ମିଳେ । ଅସଫଳତା ଆମକୁ ଆମର ତ୍ରୁଟି ସୁଧାରିବାକୁ ସତର୍କ କରାଏ । ତେଣୁ ଅସଫଳତାକୁ ଆଦୌ ସ୍ବୀକାର ନ କରି ସଫଳତା ପ୍ରାପ୍ତି ପର୍ଯ୍ୟନ୍ତ ପୁନଃ ପୁନଃ ପ୍ରୟାସ ଅବ୍ୟାହତ ରଖିବା ଆବଶ୍ୟକ । କଠିଣ ପ୍ରସ୍ତର ପ୍ରଥମ ଆଘାତରେ ଭାେଙ୍ଗ ନାହିଁ; ବାରମ୍ବାର ଆଘାତ ଦେଲେ ଶେଷରେ ତାହା ଖଣ୍ଡ ବିଖଣ୍ଡିତ ହୁଏ । ସ୍ବାମୀ ବିବେକାନନ୍ଦ କହନ୍ତି, “ଅସଫଳତା ପାଇଁ ଚିନ୍ତାକର ନାହିଁ । ଏହା ଏକଦମ୍ ସ୍ବାଭାବିକ । ଅସଫଳତା ଜୀବନର ସୌନ୍ଦର୍ଯ୍ୟ ଅଟେ । ଜୀବନରେ ଯଦି ସଂଘର୍ଷ ରହିବ ନାହିଁ, ତେବେ ଜୀବିତ ରହିବା ବ୍ୟର୍ଥ । ସଂଘର୍ଷ ଜୀବନର କାବ୍ୟ । ସଂଘର୍ଷ ଏବଂ ତ୍ରୁଟି ପାଇଁ ବ୍ୟସ୍ତ ହୁଅ ନାହିଁ । ଆଦର୍ଶକୁ ସମ୍ମୁଖରେ ରଖି ଆଗକୁ ବଢ଼ିବାର ପ୍ରଯନô କର । ଯଦି ତୁମେ ହଜାର ଥର ମଧ୍ୟ ଅସଫଳ ହୋଇଛି ତେବେ ଆଉ ଥରେ ପୁନଶ୍ଚ ପ୍ରଯନô କର ।’’
ମଣିଷ ପ୍ରାଣୀ ଜଗତର ସର୍ବଶ୍ରେଷ୍ଠ ଏଥିପାଇଁ ଯେ ତା’ର ଭଲମନ୍ଦ ବି·ର କରିବା କ୍ଷମତା ଅଛି । ଏହା ମନୁଷ୍ୟମାନଙ୍କୁ ପରମାତ୍ମାଙ୍କ ଶ୍ରେଷ୍ଠ ବରଦାନ । ଏଭଳି କ୍ଷମତା ଅନ୍ୟ ପ୍ରାଣୀମାନଙ୍କଠାରେ ଦେଖାଯାଏ ନାହିଁ । ପରମାତ୍ମାଙ୍କ ଏହି ବରଦାନକୁ ଆମେ କେତେ ଉପଯୋଗ କରୁଛୁ ତାହା ନିଜକୁ ନିଜେ ପଚାରିବା ଉଚିତ । କେତେକ ଲୋକ ବିନା ବୁଝି ବି·ରି କାମ କରନ୍ତି ଓ ପରେ ପାଶ୍ଚାତାପ କରନ୍ତି । ଆଉ କେତେକ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତି । ନିଜ ନିଜ ପ୍ରତିଭାକୁ ବିଧି ପୂର୍ବକ ଉପଯୋଗ କରିବା ଦ୍ୱାରା ସଫଳତା ମିଳେ । ଲକ୍ଷ୍ୟହୀନ ପୁରୁଷାର୍ଥ ବା ଉଦ୍ୟମ ପାଣିରେ ଗାର କାଟିବା ସଦୃଶ । ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ, ପ୍ରାରବ୍ଧ ଜନିତ ଫଳ, ଆକସ୍ମିକ ଦୁର୍ଘଟଣା, ଶାରୀରିକ ବ୍ୟାଧି ଆଦି ପ୍ରଭାବକୁ ଆମେ ·ହିଁଲେ ମଧ୍ୟ ପ୍ରତିହତ କରିପାରିବା ନାହିଁ । ଏଭଳି ପରିସ୍ଥିତିରେ ଧୈର୍ଯ୍ୟହରା ନ ହୋଇ ସାହସର ସହିତ ମୁକାବିଲା କରିବାକୁ ହେବ ।
ସଂପ୍ରତି ପ୍ରତ୍ୟେକ କ୍ଷେତ୍ରରେ ମଣିଷ ପ୍ରତିସ୍ପର୍ଦ୍ଧାର ସମ୍ମୁଖୀନ ହେଉଛି । ଏପରି ସ୍ଥଳେ ଦୃଢ଼ ସଂକଳ୍ପ ସହିତ ନିଜ ମନୋଭାବକୁ ନିୟନ୍ତ୍ରଣ ରଖିବା ଏକାନ୍ତ ଆବଶ୍ୟକ । ପ୍ରତିସ୍ପର୍ଦ୍ଧାର ଏହି ଦୌଡ଼ରେ ସମସ୍ତେ ଯେ ସଫଳ ହେବେ ଏହା ସମ୍ଭବ ନୁହେଁ । ଅସଫଳତା, ସଫଳତା ମାର୍ଗର ଏକ ଅବରୋଧ ସଦୃଶ । ପ୍ରତ୍ୟେକ ଅସଫଳତା ଦ୍ୱାରା ଏହା ଶିକ୍ଷା କରିବାକୁ ହେବ ଯେ ସଫଳତା ମାର୍ଗର ଗୋଟିଏ ଅବରୋଧକୁ ଆମେ ଅତିକ୍ରମ କରି ଆଗକୁ ବଢ଼ିଛୁ । ପ୍ରତ୍ୟେକ ସଫଳ ବ୍ୟକ୍ତି ନିଜ ନିଜ ଅସଫଳତାକୁ ବାରମ୍ବାର ପୁନର୍ମୁଲ୍ୟାଙ୍କ କରି ସଫଳତା ପ୍ରାପ୍ତି ପାଇଁ ନିରବଚ୍ଛିନ୍ନ ଭାବରେ ଉଦ୍ୟମ କରିଛନ୍ତି । ସକାରାତ୍ମକ ଦୃଷ୍ଟିକୋଣ ବିନା ସଫଳତା ପ୍ରାପ୍ତି ସମ୍ଭବ ନୁହେଁ । ଜୀବନର ଚଲାପଥରେ ଆସୁଥିବା ବିଭିନ୍ନ ଘାତ ପ୍ରତିଘାତରେ ବ୍ୟସ୍ତ ବିବ୍ରତ ନହୋଇ ସାହସର ସହିତ ଆଗେଇ ଗଲେ ସଫଳତା ବିଜୟମାଳା ସହିତ ଆମକୁ ସ୍ବାଗତ କରିବ । ଏଥିରେ ସନ୍ଦେହର ଅବକାଶ ନାହିଁ ।
ପ୍ରତ୍ୟେକ ବ୍ୟକ୍ତି ·ହାନ୍ତି ଯେ ସେ ସ୍ବୀୟ ଲକ୍ଷ୍ୟ ପ୍ରାପ୍ତ କରିବାରେ ସଫଳ ହେବ । କିନ୍ତୁ ଏକଥା ମନେ ରଖିବାକୁ ହେବ ଯେ ଜୀବନ ହେଉଛି ସଫଳତା ଓ ବିଫଳତାର ଏକ ଅଦ୍ଭୁତ ମିଶ୍ରଣ । ଜୀବନର ବାଧା ଦୌଡ଼ରେ ବାରମ୍ବାର ବିଫଳତାର ସମ୍ମୁଖରେ ଉପସ୍ଥିତ ହେବ । ଏଥିରେ ଅଟକି ନଯାଇ ଆଗକୁ ସାହସର ସହିତ ଲ¶ ପ୍ରଦାନ କରିବାକୁ ହେବ । ପ୍ରତ୍ୟେକ ଅବରୋଧକୁ ଏକ ମନୋରଞ୍ଜନ ଖେଳ ଭାବି ଲଙ୍ଗନ କରି ·ଲିଲେ ଅନ୍ତିମରେ ସଫଳତା ଅବଶ୍ୟ ପ୍ରାପ୍ତ ହେବ । ସଂଘର୍ଷ ଓ ପ୍ରଯନô ପରିଣାମ ସ୍ବରୂପ ପ୍ରାପ୍ତ ସଫଳତା ପରମ ସୁଖ ପ୍ରଦାନ କରେ ।
ଭୟ ହେଉଛି ସଫଳତା ମାର୍ଗର ପ୍ରଧାନ ଅନ୍ତରାୟ । ଏହା ଭିନ୍ନ ଭିନ୍ନ ରୂପରେ ଭୂତ ଭଳି ମଣିଷ ପଛରେ ଲାଗିଥାଏ । ଅସଫଳତା, ମୃତୁ୍ୟ, ନିନ୍ଦା ବଦନାମ, ଅସୁରକ୍ଷା, ଅନିଶ୍ଚିତତା ଆଦି ଭୟ ମଣିଷକୁ ନିଷ୍କ୍ରିୟ କରିଦିଏ । ଅନେକ ସମୟରେ ଦେଖାଯାଏ ଯେ କେହି କେହି ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପ୍ରାପ୍ତି ପାଇଁ ଯୋଜନାବଦ୍ଧ ଭାବରେ ଉତ୍ସାହର ସହିତ କାର୍ଯ୍ୟ ପ୍ରାରମ୍ଭ କରନ୍ତି । ପରେ ଯେତେବେଳେ ସେମାନେ ବିଭିନ୍ନ ବାଧାବିଘ୍ନର ସମ୍ମୁଖୀନ ହୁଅନ୍ତି ସେତେବେଳେ ସେମାନଙ୍କ ଉତ୍ସାହ ଉଦ୍ଧୀପନା ସମାପ୍ତ ହୋଇଯାଏ । ଭୟଭୀତ ହୋଇ ସେମାନେ ଧୈର୍ଯ୍ୟହରା ହୋଇ ପଡନ୍ତି ଓ କାର୍ଯ୍ୟକୁ ଅଧାରେ ଛାଡ଼ି ପଳାୟନ କରନ୍ତି । ଏହି ପଳାୟନ ପ୍ରବୃି କାପୁରୁଷତାର ଲକ୍ଷଣ । ଏପରି ବ୍ୟକ୍ତି କେବେ କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ । କେବଳ ପ୍ରତିଭା ଓ ସଂସାଧନ ଦ୍ୱାରା ବ୍ୟକ୍ତି ସଫଳ ହୁଏ ନାହିଁ । ଏଥିପାଇଁ ଆବଶ୍ୟକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ କାର୍ଯ୍ୟ ଅବ୍ୟାହତ ରଖିବାର ମାନସିକ ଦୃଢ଼ତା, ଆତ୍ମ ବିଶ୍ୱାସ ଓ ସାହସ । ପଳାୟନବାଦୀ ପ୍ରବୃି ଉପରେ ବିଜୟ ପ୍ରାପ୍ତି ପାଇଁ ସତତ ପ୍ରଯନô ଓ ପ୍ରତିରୋଧକ କ୍ଷମତାର ବିକାଶ କରିବା ଏକାନ୍ତ ଆବଶ୍ୟକ । ଏଥିପାଇଁ ଆଧ୍ୟାତ୍ମିକ ଚେତନାର ବିକାଶ କରିବାକୁ ହେବ ।
ସୁଖ, ଶାନ୍ତି ଓ ସମୃଦ୍ଧି ଜୀବନ ପାଇଁ ନୈତିକ ଓ ଆଧ୍ୟାତ୍ମିକ ମୂଲ୍ୟର ବିକାଶ ଅତ୍ୟନ୍ତ ଆବଶ୍ୟକ । ଲକ୍ଷ୍ୟ ପ୍ରତି ଦୃଢ଼ ନିଶ୍ଚୟ, ଆତ୍ମ ବିଶ୍ୱାସ, ସକାରାତ୍ମକ ଚିନ୍ତନ, ପ୍ରସନ୍ନତା ଓ ନିରବଚ୍ଛିନ୍ନ ପୁରୁଷାର୍ଥ ସଫଳତାର ମାର୍ଗକୁ ପ୍ରଶସ୍ତ କରେ ।

ଅନେକ ବ୍ୟକ୍ତି ପୁରୁଣା କ୍ଷତିକାରକ ଅଭ୍ୟାସ ଗୁଡ଼ିକୁ ମଧ୍ୟ ପରିବର୍ନ କରିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ । ଅନେକ ସମୟରେ ପରିବର୍ନ ହୁଏତ କେତେକ ଅସୁବିଧା ସୃଷ୍ଟି କରିପାରେ । କିନ୍ତୁ ଜୀବନରେ ଉରୋର ଉନ୍ନତି ପାଇଁ ପରିବର୍ନ ଏକାନ୍ତ ଆବଶ୍ୟକ । ପରିବର୍ନ ଜନିତ ସାମୟିକ ଅସୁବିଧାକୁ ଭୟକରି ଯଦି ଜଣେ ନିଷ୍କ୍ରିୟ ଭାବରେ ବସି ରହେ ସେ ଆଗକୁ ବଢ଼ିପାରେ ନାହିଁ । ଉଚିତ ସମୟରେ ଉଚିତ ନିର୍ଣ୍ଣୟ ମନୁଷ୍ୟର ବ୍ୟକ୍ତିତ୍ୱରେ ବିଭିନ୍ନ ପ୍ରକାର ସାମର୍ଥ୍ୟ ଉପôନ୍ନ କରିବାରେ ସହାୟକ ହୁଏ । ଜୀବନ ଏକ ଆହ୍ୱାନ । ଦୈନନ୍ଦିନ ଜୀବନରେ ପ୍ରତ୍ୟେକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ହୁଏ । କୌଣସି ସମସ୍ୟା ପ୍ରତି ନିର୍ଣ୍ଣୟ ନେବା ଏକ ସାହସିକ ପଦକ୍ଷେପ । ବ୍ୟକ୍ତି ଯେତେବେଳେ ସାହସର ସହିତ ଜୀବନର ପ୍ରତିଟି ଆହ୍ୱାନକୁ ସାହସର ସହିତ ସ୍ବୀକାର କରେ ତାପାଇଁ ସଫଳତା ପ୍ରାପ୍ତି ସୁଗମ ହୋଇଯାଏ । ତା’ମଧ୍ୟରେ ଦୃଢ଼ ଆତ୍ମ ବିଶ୍ୱାସ, କର୍ମଠତା, ଉତ୍ସାହ, ଏକାଗ୍ରତା ଆଦି ସକାରାତ୍ମକତା ଗୁଣାବଳୀର ବିକାଶ ଘଟେ ।
ଉପଭୋକ୍ତାବାଦୀ ସଂସ୍କୃତିର ବଶବର୍ୀ ହୋଇ ମଣିଷ ନୈତିକତା ଓ ଆଧ୍ୟାତ୍ମିକତାଠାରୁ କ୍ରମଶଃ ଦୂରେଇ ଯାଉଛି । ଏହାହିଁ ସଂପ୍ରତି, ହିଂସା, ଦ୍ୱେଷ, କଳହ, କ୍ଳେଶ ଆଦିର କାରଣ । ଏହି ପରିପ୍ରେକ୍ଷୀରେ ନୈତିକ ଓ ଆଧ୍ୟାତ୍ମିକ ମୂଲ୍ୟ ତଥା ସକାରାତ୍ମକ ବି·ର ଏବଂ ଦୃଷ୍ଟିକୋଣ ଅତ୍ୟନ୍ତ ପ୍ରାସଙ୍ଗିକ ମନେ ହୁଏ । ବିବିଧ ପ୍ରକାର ସୁଖ-ସୁବିଧା ସମ୍ପନ୍ନ ·କଚକ୍ୟ ପୂର୍ଣ୍ଣ ଜୀବନ ଯାପନ ପାଇଁ ପ୍ରତ୍ୟେକ ବ୍ୟକ୍ତି ଲାଳାୟିତ । ସେଥିପାଇଁ ସେମାନେ ନାନାପ୍ରକାର ଭୋଗ୍ୟ ବସ୍ତୁ ସଂଗ୍ରହ ପାଇଁ ଚିନ୍ତିତ । ଗୋଟିଏ କାମନା ପୂରଣ ହେଲେ ଅନ୍ୟ ଶହେଟି କାମନାର ଉଦ୍ରେକ ହୁଏ । କାମନା ପୂରଣ ନ ହେଲେ ବ୍ୟକ୍ତି ପରାଜୟର ଗ୍ଳାନିରେ ମର୍ମାହତ ହୋଇ ହତାଶାର ଶିକାର ହୁଏ । ସଂପ୍ରତି ଏହିପରି ନକାରାତ୍ମକ ବି·ର ପରିବର୍ନ କରିବା ଅତ୍ୟନ୍ତ ଆବଶ୍ୟକ । ଏକଥା ମନେ ରଖିବାକୁ ହେବ ଯେ ସଫଳତାର ସର୍ବୋଚ୍ଚ ଶିଖରରେ ପହôବାକୁ ହେଲେ କୌଣସି ନା କୌଣସି ମୂଲ୍ୟ ଦେବାକୁ ପଡିବ । ଆନ୍ତରିକ ଉଦ୍ୟମ ଓ ସ୍ବୀୟ ଶକ୍ତିର ଯଥାର୍ଥ ବିନିଯୋଗର ଅଭାବ ହିଁ ଅସଫଳତାର ମୂଳ କାରଣ । ତେଣୁ ନିରାଶ ହେବା ଆଦୌ ଉଚିତ ନୁହେଁ । ସଫଳତାର ମାର୍ଗରେ ଆସୁଥିବା ସମସ୍ତ ପ୍ରକାର ଆହ୍ୱାନକୁ ସ୍ବୀକାର କରିନେଲେ ସ୍ବତଃ ସ୍ଫୁର୍ ଭାବରେ ଆନ୍ତରିକ ଶକ୍ତିର ସ୍ଫୁରଣ ହୁଏ ଓ ବ୍ୟକ୍ତି ଅନାୟାସରେ ବାଧାବିଘ୍ନଗୁଡ଼ିକୁ ଅତିକ୍ରମ କରିପାରେ ।ଇତିହାସ ଅବଲୋକନ କଲେ ଜଣାଯାଏ ଯେ କୌଣସି ସଫଳ ବ୍ୟକ୍ତି ଏକା ଥରକେ ସଫଳତା ପ୍ରାପ୍ତ କରି ନାହାନ୍ତି । ଇଂରାଜୀରେ ଏକ ପ୍ରବାଦ ଅଛି- ୠବସକ୍ଷଙ୍କକ୍ସର ସଗ୍ଦ ଗ୍ଧଷର ଚସକ୍ଷକ୍ଷବକ୍ସ କ୍ଟଲ ଝଙ୍କମମରଗ୍ଦଗ୍ଦ. ଅସଫଳତା ପାଇଁ ଚିନ୍ତିତ ହେବା ଅନାବଶ୍ୟକ । କାରଣ ଏହା ଆତ୍ମ ବିଶ୍ଳେଷଣ ପାଇଁ ସୁଯୋଗ ଦିଏ । କୌଣସି କର୍ମ ବ୍ୟର୍ଥ ଯାଏ ନାହିଁ । ବିଧି ପୂର୍ବକ କର୍ମ କରିଗଲେ ସିଦ୍ଧି ଅବଶ୍ୟ ମିଳିବ । ଗୀତାରେ କୁହାଯାଇଛି, କର୍ମକର ଫଳ ଆଶା କର ନାହିଁ । କର୍ମ ଅନୁରୂପ ଫଳ ମିଳେ । ଅସଫଳତା ଆମକୁ ଆମର ତ୍ରୁଟି ସୁଧାରିବାକୁ ସତର୍କ କରାଏ । ତେଣୁ ଅସଫଳତାକୁ ଆଦୌ ସ୍ବୀକାର ନ କରି ସଫଳତା ପ୍ରାପ୍ତି ପର୍ଯ୍ୟନ୍ତ ପୁନଃ ପୁନଃ ପ୍ରୟାସ ଅବ୍ୟାହତ ରଖିବା ଆବଶ୍ୟକ । କଠିଣ ପ୍ରସ୍ତର ପ୍ରଥମ ଆଘାତରେ ଭାେଙ୍ଗ ନାହିଁ; ବାରମ୍ବାର ଆଘାତ ଦେଲେ ଶେଷରେ ତାହା ଖଣ୍ଡ ବିଖଣ୍ଡିତ ହୁଏ । ସ୍ବାମୀ ବିବେକାନନ୍ଦ କହନ୍ତି, “ଅସଫଳତା ପାଇଁ ଚିନ୍ତାକର ନାହିଁ । ଏହା ଏକଦମ୍ ସ୍ବାଭାବିକ । ଅସଫଳତା ଜୀବନର ସୌନ୍ଦର୍ଯ୍ୟ ଅଟେ । ଜୀବନରେ ଯଦି ସଂଘର୍ଷ ରହିବ ନାହିଁ, ତେବେ ଜୀବିତ ରହିବା ବ୍ୟର୍ଥ । ସଂଘର୍ଷ ଜୀବନର କାବ୍ୟ । ସଂଘର୍ଷ ଏବଂ ତ୍ରୁଟି ପାଇଁ ବ୍ୟସ୍ତ ହୁଅ ନାହିଁ । ଆଦର୍ଶକୁ ସମ୍ମୁଖରେ ରଖି ଆଗକୁ ବଢ଼ିବାର ପ୍ରଯନô କର । ଯଦି ତୁମେ ହଜାର ଥର ମଧ୍ୟ ଅସଫଳ ହୋଇଛି ତେବେ ଆଉ ଥରେ ପୁନଶ୍ଚ ପ୍ରଯନô କର ।’’
ମଣିଷ ପ୍ରାଣୀ ଜଗତର ସର୍ବଶ୍ରେଷ୍ଠ ଏଥିପାଇଁ ଯେ ତା’ର ଭଲମନ୍ଦ ବି·ର କରିବା କ୍ଷମତା ଅଛି । ଏହା ମନୁଷ୍ୟମାନଙ୍କୁ ପରମାତ୍ମାଙ୍କ ଶ୍ରେଷ୍ଠ ବରଦାନ । ଏଭଳି କ୍ଷମତା ଅନ୍ୟ ପ୍ରାଣୀମାନଙ୍କଠାରେ ଦେଖାଯାଏ ନାହିଁ । ପରମାତ୍ମାଙ୍କ ଏହି ବରଦାନକୁ ଆମେ କେତେ ଉପଯୋଗ କରୁଛୁ ତାହା ନିଜକୁ ନିଜେ ପଚାରିବା ଉଚିତ । କେତେକ ଲୋକ ବିନା ବୁଝି ବି·ରି କାମ କରନ୍ତି ଓ ପରେ ପାଶ୍ଚାତାପ କରନ୍ତି । ଆଉ କେତେକ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତି । ନିଜ ନିଜ ପ୍ରତିଭାକୁ ବିଧି ପୂର୍ବକ ଉପଯୋଗ କରିବା ଦ୍ୱାରା ସଫଳତା ମିଳେ । ଲକ୍ଷ୍ୟହୀନ ପୁରୁଷାର୍ଥ ବା ଉଦ୍ୟମ ପାଣିରେ ଗାର କାଟିବା ସଦୃଶ । ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ, ପ୍ରାରବ୍ଧ ଜନିତ ଫଳ, ଆକସ୍ମିକ ଦୁର୍ଘଟଣା, ଶାରୀରିକ ବ୍ୟାଧି ଆଦି ପ୍ରଭାବକୁ ଆମେ ·ହିଁଲେ ମଧ୍ୟ ପ୍ରତିହତ କରିପାରିବା ନାହିଁ । ଏଭଳି ପରିସ୍ଥିତିରେ ଧୈର୍ଯ୍ୟହରା ନ ହୋଇ ସାହସର ସହିତ ମୁକାବିଲା କରିବାକୁ ହେବ ।
ସଂପ୍ରତି ପ୍ରତ୍ୟେକ କ୍ଷେତ୍ରରେ ମଣିଷ ପ୍ରତିସ୍ପର୍ଦ୍ଧାର ସମ୍ମୁଖୀନ ହେଉଛି । ଏପରି ସ୍ଥଳେ ଦୃଢ଼ ସଂକଳ୍ପ ସହିତ ନିଜ ମନୋଭାବକୁ ନିୟନ୍ତ୍ରଣ ରଖିବା ଏକାନ୍ତ ଆବଶ୍ୟକ । ପ୍ରତିସ୍ପର୍ଦ୍ଧାର ଏହି ଦୌଡ଼ରେ ସମସ୍ତେ ଯେ ସଫଳ ହେବେ ଏହା ସମ୍ଭବ ନୁହେଁ । ଅସଫଳତା, ସଫଳତା ମାର୍ଗର ଏକ ଅବରୋଧ ସଦୃଶ । ପ୍ରତ୍ୟେକ ଅସଫଳତା ଦ୍ୱାରା ଏହା ଶିକ୍ଷା କରିବାକୁ ହେବ ଯେ ସଫଳତା ମାର୍ଗର ଗୋଟିଏ ଅବରୋଧକୁ ଆମେ ଅତିକ୍ରମ କରି ଆଗକୁ ବଢ଼ିଛୁ । ପ୍ରତ୍ୟେକ ସଫଳ ବ୍ୟକ୍ତି ନିଜ ନିଜ ଅସଫଳତାକୁ ବାରମ୍ବାର ପୁନର୍ମୁଲ୍ୟାଙ୍କ କରି ସଫଳତା ପ୍ରାପ୍ତି ପାଇଁ ନିରବଚ୍ଛିନ୍ନ ଭାବରେ ଉଦ୍ୟମ କରିଛନ୍ତି । ସକାରାତ୍ମକ ଦୃଷ୍ଟିକୋଣ ବିନା ସଫଳତା ପ୍ରାପ୍ତି ସମ୍ଭବ ନୁହେଁ । ଜୀବନର ଚଲାପଥରେ ଆସୁଥିବା ବିଭିନ୍ନ ଘାତ ପ୍ରତିଘାତରେ ବ୍ୟସ୍ତ ବିବ୍ରତ ନହୋଇ ସାହସର ସହିତ ଆଗେଇ ଗଲେ ସଫଳତା ବିଜୟମାଳା ସହିତ ଆମକୁ ସ୍ବାଗତ କରିବ । ଏଥିରେ ସନ୍ଦେହର ଅବକାଶ ନାହିଁ ।
ପ୍ରତ୍ୟେକ ବ୍ୟକ୍ତି ·ହାନ୍ତି ଯେ ସେ ସ୍ବୀୟ ଲକ୍ଷ୍ୟ ପ୍ରାପ୍ତ କରିବାରେ ସଫଳ ହେବ । କିନ୍ତୁ ଏକଥା ମନେ ରଖିବାକୁ ହେବ ଯେ ଜୀବନ ହେଉଛି ସଫଳତା ଓ ବିଫଳତାର ଏକ ଅଦ୍ଭୁତ ମିଶ୍ରଣ । ଜୀବନର ବାଧା ଦୌଡ଼ରେ ବାରମ୍ବାର ବିଫଳତାର ସମ୍ମୁଖରେ ଉପସ୍ଥିତ ହେବ । ଏଥିରେ ଅଟକି ନଯାଇ ଆଗକୁ ସାହସର ସହିତ ଲ¶ ପ୍ରଦାନ କରିବାକୁ ହେବ । ପ୍ରତ୍ୟେକ ଅବରୋଧକୁ ଏକ ମନୋରଞ୍ଜନ ଖେଳ ଭାବି ଲଙ୍ଗନ କରି ·ଲିଲେ ଅନ୍ତିମରେ ସଫଳତା ଅବଶ୍ୟ ପ୍ରାପ୍ତ ହେବ । ସଂଘର୍ଷ ଓ ପ୍ରଯନô ପରିଣାମ ସ୍ବରୂପ ପ୍ରାପ୍ତ ସଫଳତା ପରମ ସୁଖ ପ୍ରଦାନ କରେ ।
ଭୟ ହେଉଛି ସଫଳତା ମାର୍ଗର ପ୍ରଧାନ ଅନ୍ତରାୟ । ଏହା ଭିନ୍ନ ଭିନ୍ନ ରୂପରେ ଭୂତ ଭଳି ମଣିଷ ପଛରେ ଲାଗିଥାଏ । ଅସଫଳତା, ମୃତୁ୍ୟ, ନିନ୍ଦା ବଦନାମ, ଅସୁରକ୍ଷା, ଅନିଶ୍ଚିତତା ଆଦି ଭୟ ମଣିଷକୁ ନିଷ୍କ୍ରିୟ କରିଦିଏ । ଅନେକ ସମୟରେ ଦେଖାଯାଏ ଯେ କେହି କେହି ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପ୍ରାପ୍ତି ପାଇଁ ଯୋଜନାବଦ୍ଧ ଭାବରେ ଉତ୍ସାହର ସହିତ କାର୍ଯ୍ୟ ପ୍ରାରମ୍ଭ କରନ୍ତି । ପରେ ଯେତେବେଳେ ସେମାନେ ବିଭିନ୍ନ ବାଧାବିଘ୍ନର ସମ୍ମୁଖୀନ ହୁଅନ୍ତି ସେତେବେଳେ ସେମାନଙ୍କ ଉତ୍ସାହ ଉଦ୍ଧୀପନା ସମାପ୍ତ ହୋଇଯାଏ । ଭୟଭୀତ ହୋଇ ସେମାନେ ଧୈର୍ଯ୍ୟହରା ହୋଇ ପଡନ୍ତି ଓ କାର୍ଯ୍ୟକୁ ଅଧାରେ ଛାଡ଼ି ପଳାୟନ କରନ୍ତି । ଏହି ପଳାୟନ ପ୍ରବୃି କାପୁରୁଷତାର ଲକ୍ଷଣ । ଏପରି ବ୍ୟକ୍ତି କେବେ କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ । କେବଳ ପ୍ରତିଭା ଓ ସଂସାଧନ ଦ୍ୱାରା ବ୍ୟକ୍ତି ସଫଳ ହୁଏ ନାହିଁ । ଏଥିପାଇଁ ଆବଶ୍ୟକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ କାର୍ଯ୍ୟ ଅବ୍ୟାହତ ରଖିବାର ମାନସିକ ଦୃଢ଼ତା, ଆତ୍ମ ବିଶ୍ୱାସ ଓ ସାହସ । ପଳାୟନବାଦୀ ପ୍ରବୃି ଉପରେ ବିଜୟ ପ୍ରାପ୍ତି ପାଇଁ ସତତ ପ୍ରଯନô ଓ ପ୍ରତିରୋଧକ କ୍ଷମତାର ବିକାଶ କରିବା ଏକାନ୍ତ ଆବଶ୍ୟକ । ଏଥିପାଇଁ ଆଧ୍ୟାତ୍ମିକ ଚେତନାର ବିକାଶ କରିବାକୁ ହେବ ।
ସୁଖ, ଶାନ୍ତି ଓ ସମୃଦ୍ଧି ଜୀବନ ପାଇଁ ନୈତିକ ଓ ଆଧ୍ୟାତ୍ମିକ ମୂଲ୍ୟର ବିକାଶ ଅତ୍ୟନ୍ତ ଆବଶ୍ୟକ । ଲକ୍ଷ୍ୟ ପ୍ରତି ଦୃଢ଼ ନିଶ୍ଚୟ, ଆତ୍ମ ବିଶ୍ୱାସ, ସକାରାତ୍ମକ ଚିନ୍ତନ, ପ୍ରସନ୍ନତା ଓ ନିରବଚ୍ଛିନ୍ନ ପୁରୁଷାର୍ଥ ସଫଳତାର ମାର୍ଗକୁ ପ୍ରଶସ୍ତ କରେ ।
No comments:
Post a Comment