ମୌନର ଭାଷା
ସାଧାରଣ ବ୍ୟକ୍ତି କାମନା ବାସନାର ବଶବର୍ୀ ହୋଇ ଅନର୍ଗଳ କଥା କହନ୍ତି । ମହାନ ବ୍ୟକ୍ତି କରୁଣାରେ ଦ୍ରବୀଭୂତ ହୋଇ ସମ୍ମୁଖସ୍ଥ ବ୍ୟକ୍ତିର କଲ୍ୟାଣ ପାଇଁ କଥା କହନ୍ତି । ମୌନର ଅତଳ ଗହ୍ୱରରୁ ନିର୍ଗତ ତାଙ୍କ ବାଣୀ ହୃଦୟସ୍ପର୍ଶୀ ହୁଏ । ଏପରି ବ୍ୟକ୍ତିଙ୍କୁ ଅନେକ ସମୟରେ ପ୍ରଗଳ୍ଭ ବ୍ୟକ୍ତିମାନେ ଭୁଲ ବୁଝନ୍ତି । ସେମାନେ ଭାବନ୍ତି ଯେ ଉକ୍ତ ବ୍ୟକ୍ତି ଅହଂକାର ବଶତଃ ସେମାନଙ୍କୁ ଉପେକ୍ଷା କରୁଛି; ତେଣୁ ରାସ୍ତାଘାଟରେ ସାକ୍ଷାତ ହେଲେ ମଧ୍ୟ କଥାବାର୍ା କରୁ ନାହିଁ । ସଂପ୍ରତି ଏ ବିକାର ଗ୍ରସ୍ତ ଦୁନିଆରେ କ୍ୱଚିତ ବ୍ୟକ୍ତି ମୌନର ଭାଷା ବୁଝିବାକୁ ସକ୍ଷମ । ବାଣୀର ପ୍ରୟୋଗ ନ କରି ମଧ୍ୟ କେବଳ ଦୃଷ୍ଟିପାତ ଦ୍ୱାରା ଅନେକ କଥା କୁହାଯାଇପାରେ । ଏହା ମୌନର ଭାଷା । ମୌନ ଦ୍ୱାରା ଜଣକୁ ସ୍ବାଗତ କରାଯାଇପାରେ । କେତେକ ପ୍ରଶ୍ନର ଉର କେବଳ ମୌନ ଦ୍ୱାରା ଦିଆଯାଇପାରେ । ମୌନକୁ ସମ୍ମତିର ଲକ୍ଷଣ ବୋଲି ମଧ୍ୟ ଗ୍ରହଣ କରାଯାଏ ।
ମନର ଭାବ କେବଳ ପାଟି ନୁହେଁ; ଇନ୍ଦ୍ରିୟ ମାନଙ୍କ ଦ୍ୱାରା ମଧ୍ୟ ବ୍ୟକ୍ତ ହୋଇପାରେ । ଜଣେ ବ୍ୟକ୍ତି ଆଖି ଦ୍ୱାରା ପ୍ରେମ, ଘୃଣା, କ୍ରୋଧ, କାମ, ଲୋଭ, ଶତ୍ରୁତା, ମିତ୍ରତା, ଉପେକ୍ଷା ଆଦି ଭାବ ଗୁଡ଼ିକୁ ପ୍ରକାଶ କରିପାରେ । ମୂକ ଓ ବଧିରମାନେ ହସ୍ତ ସାଳନ କରି ନିଜ ମନର ଭାବ ପ୍ରକାଶ କରନ୍ତି । ମଣିଷର ବସିବା, ଉଠିବା, ·ଲିବା ଆଦି ଭାବ ଭଙ୍ଗିମାରୁ ତା’ମନର ଅନେକ କଥା ଜାଣି ହୁଏ । ଏହାକୁ ଶରୀରର ଭାଷା (ଈକ୍ଟୟଚ୍ଚ ଖବଦ୍ଭଶଙ୍କବଶର) କୁହାଯାଏ । ଆଖି ଦେଖିବା ବ୍ୟତୀତ ଶୁଣିବା କାମ ମଧ୍ୟ କରିପାରେ । କେତେକ ଲୋକ ଜଣକ ଓଠର କମ୍ପନ ଦେଖି ସେ କ’ଣ କହୁଛନ୍ତି ତାହା ଅବିକଳ ଭାଷା ଦ୍ୱାରା ବର୍ଣ୍ଣନା କରିପାରନ୍ତି । ତେଣୁ ବାଣୀ ସହିତ ସକଳ ଇନ୍ଦ୍ରିୟ ମାନଙ୍କ ସଂଯମତା ହେଉଛି ଯଥାର୍ଥ ମୌନ ।
ମୌନ ଅଭ୍ୟାସକାରୀ ଅଯଥାର୍ଥ ପ୍ରଶ୍ନର ଉର ଦିଅନ୍ତି ନାହିଁ । ଏହା ଅଜ୍ଞାନ ପ୍ରଶ୍ନକର୍ା ମନରେ ଉକ୍ତ ବ୍ୟକ୍ତିଙ୍କ ଯୋଗ୍ୟତା ବିଷୟରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରେ । କେହି କେହି ସେମାନଙ୍କ ପ୍ରଶ୍ନକୁ ଉପେକ୍ଷା କରିଥାନ୍ତି ବୋଲି ମନେ କରନ୍ତି । ଜ୍ଞାନୀ ମୌନର ମହ୍ୱ ଜାଣେ ଓ ଆନ୍ତରିକତା ସହକାରେ ଅଭ୍ୟାସ କରେ । ଅଜ୍ଞାନ ବ୍ୟର୍ଥ ଓ ଅନର୍ଗଳ କଥା କହେ । ସେ ଏହି କଥା କହିବା ମଧ୍ୟରେ ନିଜର ପାଣ୍ଡିତ୍ୟ ପ୍ରଦର୍ଶନ କରେ । ଜ୍ଞାନୀ ଦୃଷ୍ଟିରେ ଏହା ମୂର୍ଖତା । ତେଣୁ ସେ ନିରବ ରହିବା ଶ୍ରେୟସ୍କର ମନେ କରେ । କାରଣ ସେ ଜାଣେ ଯେ ଅର୍ଥହୀନ ଓ ଅନର୍ଗଳ ବାର୍ାଳାପ ଦ୍ୱାରା ମାନସିକ ଶକ୍ତି ନଷ୍ଟ ହୁଏ । ତେଣୁ ସେ ବାଦ ବିବାଦକୁ ନ ଯାଇ ବିନମ୍ରତା ପୂର୍ବକ ନିଜ ପରାଜୟ ସ୍ବୀକାର କରେ । ନିଜର ତ୍ରୁଟି ବିଚୁ୍ୟତି ସ୍ବୀକାର କରି ସେଗୁଡ଼ିକୁ ପରିବର୍ନ କରିବାକୁ ଚେଷ୍ଟା କରେ । ସ୍ବୀକାର ପ୍ରବୃି ମନୁଷ୍ୟକୁ କ୍ରୋଧ, ମାନସିକ ·ପ ଓ ଅହଂକାରରୁ ମୁକ୍ତି ପ୍ରଦାନ କରେ । ମୌନ ବ୍ୟକ୍ତି ଏହିପରି ନିଜ ମାନସିକ ଶକ୍ତିର ବ୍ୟର୍ଥ ଉପଯୋଗରୁ କ୍ଷାନ୍ତ ରହି ତାକୁ ସ୍ବପରିବର୍ନ ଓ ସୃଜନାତ୍ମକ କାର୍ଯ୍ୟରେ ବିନିଯୋଗ ପୂର୍ବକ ନିଜ ତଥା ଅନ୍ୟମାନଙ୍କର କଲ୍ୟାଣ କରନ୍ତି ।
ଦୁଇ ଜଣ ପରସ୍ପର କଥାବାର୍ା ହେଉଥିବା ବେଳେ କହିବା ଲୋକ ଅପେକ୍ଷା ଶୁଣିବା ଲୋକ ମହ୍ୱପୂର୍ଣ୍ଣ ହୋଇଯାଏ । କହିବା ଲୋକ ସବୁବେଳେ ଚେଷ୍ଟା କରେ ଯେ ତା’ର କଥା ଅନ୍ୟ ଜଣକ କିପରି ଆଗ୍ରହ ପୂର୍ବକ ଶୁଣିବ । ଏହି ଚେଷ୍ଟା ମଧ୍ୟରେ ଉକ୍ତ ବ୍ୟକ୍ତିର ବାଣୀର ଶୁଦ୍ଧତା ଓ ପ୍ରାମାଣିକତା ଲୋକା·ର, ଶିଷ୍ଟା·ର, ସଭ୍ୟତା ଓ ନାନା ପ୍ରକାର ମର୍ଯ୍ୟାଦାର ସୀମା ସରହଦ ମଧ୍ୟରେ ବିଲୁପ୍ତ ହୋଇଯାଏ
। ଏହା ଉକ୍ତ ବ୍ୟକ୍ତି ଜଣକ ଜାଣିପାରେ ନାହିଁ । ଉଭୟଙ୍କ କ୍ଷେତ୍ରରେ ଏପରି ହୁଏ । ଉଭୟଙ୍କ କଥପୋକଥନ କ୍ରମଶଃ ବିସ୍ତାର ଲାଭ କରି ପର ଚିନ୍ତନ ଓ ପ୍ରଦର୍ଶନ ରୂପରେ ·ରିତ୍ରିକ ଦୋଷର କାରଣ ହୁଏ ।
ପ୍ରଗଳ୍ଭ ବ୍ୟକ୍ତି ନିଜ ସପକ୍ଷରେ ନାନା ପ୍ରକାର ଯୁକ୍ତି ବାଢ଼େ । ସେ ଭାବେ ଯେ ତାର କଥାବାର୍ାରେ ଲୋକେ ସାନ୍ତ୍ୱନା, ପ୍ରେରଣା, ଦିଗ୍ଦର୍ଶନ ଓ ଆନନ୍ଦ ପାଆନ୍ତି । ଏଥିପାଇଁ ସମାଜରେ ତା’ର ପ୍ରତିଷ୍ଠା ବୃଦ୍ଧି ହୁଏ; କିନ୍ତୁ ପ୍ରକୃତରେ ଏପରି ହୁଏ ନାହିଁ । ବାକ୍ ସଂଯମ ଅଭାବରେ ସେ ନିଜ ମନ ମଧ୍ୟରେ ଛାଇ ହୋଇ ରହିଥିବା ବ୍ୟର୍ଥ ଶବ୍ଦ ଓ ବି·ର ଗୁଡ଼ିକୁ ଉଦ୍ଗାର କରିବାକୁ ବ୍ୟାକୁଳ ହେଉଥାଏ । ଯେତେବେଳେ ପର୍ଯ୍ୟନ୍ତ ସେ ନିଜର ଅଭିବ୍ୟକ୍ତି ବ୍ୟକ୍ତ କରେ ନାହିଁ ସେତେବେଳ ପର୍ଯ୍ୟନ୍ତ ସେ ନିଜର ଅଭିବ୍ୟକ୍ତି ବ୍ୟକ୍ତ କରେ ନାହିଁ ସେତେବେଳ ପର୍ଯ୍ୟନ୍ତ ତା’ ମନ ଅସ୍ଥିର ହେଉଥାଏ । ବାସ୍ତବରେ ବ୍ୟକ୍ତି ମନୋ ମସ୍ତିଷ୍କରେ ଯାହା ଭରି ହୋଇଥାଏ ଏବଂ ସେ ଯାହା କହିବାକୁ କିମ୍ବା କରିବାକୁ ·ହେଁ ତାହାହିଁ ବ୍ୟକ୍ତ କରେ । ସେ ଅନ୍ୟମାନଙ୍କୁ ଆଦୌ ମହ୍ୱ ଦିଏ ନାହିଁ; ବରଂ ସେମାନଙ୍କୁ ଏକ ଆବର୍ଜନା କୁଣ୍ଡ ରୂପେ ବ୍ୟବହାର କରେ । ସେ ନିଜ ମନର ଆବର୍ଜନାରେ ଭାରାକ୍ରାନ୍ତ ହୋଇ ସେଥିରୁ ମୁକ୍ତି ଲାଭ ଆଶାରେ ଅନ୍ୟମାନଙ୍କ ସମ୍ମୁଖରେ ଭାଷା ଦ୍ୱାରା ଯେଉଁ ଭାବ ବ୍ୟକ୍ତ କରେ ସେଥିରୁ ମୁକ୍ତି ଲାଭ ଆଶାରେ ଅନ୍ୟମାନଙ୍କ ସମ୍ମୁଖରେ ଭାଷା ଦ୍ୱାରା ଯେଉଁ ଭାବ ବ୍ୟକ୍ତ କରେ ସେଥିରେ ଅନ୍ୟମାନେ କିପରି ଉପକୃତ ହେବେ? ଏଭଳି ବ୍ୟର୍ଥ ସଂକଳ୍ପ ବିକଳ୍ପ ଦ୍ୱାରା ବ୍ୟତିବ୍ୟସ୍ତ ବ୍ୟକ୍ତି ଯଦି କାହା ସହିତ କଥବାର୍ା କରିବାର ସୁଯୋଗ ନ ପାଏ ନିଜ ସହିତ ବାର୍ାଳାପ କରେ । ମନୋବିଜ୍ଞାନ ଅନୁସାରେ ଏହା ଏକ ମାନସିକ ବିକୃତି । ତେଣୁ ଯାହାର ମନ ସ୍ଥିର, ସଂକଳ୍ପ-ବିକଳ୍ପର ବେଗରୁ ମୁକ୍ତ, ଶାନ୍ତ, ବାର୍ାଳାପ କରିବା ପାଇଁ ବ୍ୟଗ୍ର ନୁହେଁ । ସେହି ବ୍ୟକ୍ତି ଦ୍ୱାରା ଉଚ୍ଚାରିତ ପ୍ରତ୍ୟେକ ଶବ୍ଦ ସାର୍ଥକ ଓ ଜଗତ କଲ୍ୟାଣ ପାଇଁ ଉଦ୍ଧିଷ୍ଟ । ଏଠାରେ ଗୋଟିଏ କଥା ମନେ ରଖିବା ଉଚିତ ଯେ ସଂସାରର ପ୍ରତ୍ୟେକ ମହ୍ୱପୂର୍ଣ୍ଣ କଥା ମୌନରୁ ସୃଷ୍ଟି ।
ଶୁଣିବା ଧୈର୍ଯ୍ୟ ଖୁବ୍ କମ ଲୋକଙ୍କର ଥାଏ । ପରସ୍ପର କଥାବାର୍ା ହେଉଥିବା ବେଳେ ଅନ୍ୟ ଜଣକ ଧ୍ୟାନ ପୂର୍ବକ ଶୁଣେ ନାହିଁ ବା କେବଳ ଶୁଣିବାର ଅଭିନୟ କରେ । ସେ ଉକ୍ରଣ୍ଠାର ସହିତ ପ୍ରଥମ ଲୋକଟିର କଥା ସମାପ୍ତ ହେବାକୁ ଅପେକ୍ଷା କରିଥାଏ । ଏହି ଶୁଣିବା ଅବଧି ମଧ୍ୟରେ ତାପରେ ସେ କ’ଣ କହିବ ମନେ ମନେ ପ୍ରସ୍ତୁତ ହେଉଥାଏ । କେହି କେହି ନିଜ ମନର ଉକ୍ରଣ୍ଠା ନିୟନ୍ତ୍ରଣ କରି ନପାରି କଥା ମଝିରେ କହିବା ଆରମ୍ଭ କରି ଦିଅନ୍ତି । ଶ୍ରେଣୀ କକ୍ଷରେ ଛାତ୍ର ଓ ପ୍ରବଚନ ସଭାରେ ଶ୍ରୋତାମାନଙ୍କ ମଧ୍ୟ ଶୁଣିବା ପାଇଁ ଧୈର୍ଯ୍ୟର ଅଭାବ ଦେଖାଯାଏ । ଶିକ୍ଷକ ପାଠ ପଢ଼ାଉଥିବା ବେଳେ ଛାତ୍ରମାନେ ପାଟିତୁଣ୍ଡ କରୁଥିବା ଏକ ସାଧାରଣ କଥା । ସେହିପରି ପ୍ରବଚନ ସଭାରେ ମଧ୍ୟ ଶ୍ରୋତାମାନେ ପରସ୍ପର ମଧ୍ୟରେ ବ୍ୟକ୍ତିଗତ ଚର୍ଚ୍ଚା କରୁଥିବା ଦେଖାଯାଏ । ଶ୍ରୋତାମାନଙ୍କ ଧ୍ୟାନ ଆକର୍ଷଣ କରିବାକୁ ବକ୍ତାଙ୍କୁ ମଝିରେ ମଝିରେ ମଜନ କୀର୍ନ କରିବାକୁ ପଡ଼େ । ଅନେକ ସମୟରେ ଦେଖାଯାଏ ଯେ ଦୁଇ ବା ତତୋଧିକ ଲୋକଙ୍କ ମଧ୍ୟରେ ଅନୁଷ୍ଠିତ ବାର୍ାଳାପରେ ପାରସ୍ପରିକ କୌଣସି ସମ୍ବନ୍ଧ ନଥାଏ ବା ତାର କୌଣସି ସକାରାତ୍ମକ ନିଷ୍କର୍ଷ ବାହାରେ ନାହିଁ । କିଛି ବ୍ୟକ୍ତି କେବଳ ସମୟ ଅତିବାହିତ କରିବା ପାଇଁ ଗପନ୍ତି । ଏହା ବ୍ୟକ୍ତିର ରୁଗ୍ଣ ମାନସିକ ସ୍ଥିତିର ଲକ୍ଷଣ । ମୌନ ରହୁଥିବା ବ୍ୟକ୍ତି ଏସବୁର ଉଦ୍ଧ୍ୱର୍ରେ ଥାଏ । ତାଙ୍କର ପ୍ରତ୍ୟେକବାଣୀ ଅନ୍ୟର ହିତ ପାଇଁ ଉଦ୍ଧିଷ୍ଟ । କାରଣ କରୁଣା ଭାବ ହେତୁ ତାଙ୍କ ମନ ନିର୍ମଳ ଓ ହୃଦୟ କୋମଳ ଥାଏ । ବାଣୀର ଉପଯୋଗ କିପରି କରାଯାଏ ତାହା ସେ ଭଲ ଭାବରେ ଜାଣନ୍ତି । ବାଣୀ ମଧ୍ୟରେ ଅଦ୍ଭୁତ ଶକ୍ତି ଥାଏ । ଏହା ବ୍ୟକ୍ତିର ଉପଯୋଗ ପ୍ରଣାଳୀ ଆଧାରରେ ଏହାର ପରିଣାମ ସକାରାତ୍ମକ ବା ନକାରାତ୍ମକ ହୋଇଥାଏ ।
ମୌନ ବିଷୟରେ ବିଭିନ୍ନ ମହାପୁରୁଷ ମାନଙ୍କ ଅଭିବ୍ୟକ୍ତି
- ଯୁଗ ଯୁଗ ଧରି ଅନୁସୃତ ବାହ୍ୟ ମୌନତା ଦ୍ୱାରା କୌଣସି ଆନ୍ତରିକ ଶାନ୍ତି ପ୍ରାପ୍ତି ସମ୍ଭବ ନୁହେଁ ।- ନାନକଦେବ
- ମୌନ ବ୍ରତ ପାଳନ କରିବା ଦ୍ୱାରା କୌଣସି ଅବିଦ୍ୱାନ ମୂଢ଼ ମୁନି ହୋଇଯାଏ ନାହିଁ, ଯେଉଁ ପଣ୍ଡିତ ଉଭୟ ଲୋକର ଶ୍ରେଷ୍ଠ ବିବେଚନା ପୂର୍ବକ ପାପକୁ ତ୍ୟାଗ କରେ ସେ ଏଥିପାଇଁ ମୁନି ବୋଲି କଥିତ ହୁଏ ।- ମହାତ୍ମାବୁଦ୍ଧ
- ନିରର୍ଥକ ବାର୍ାଳାପ ଅପେକ୍ଷା ମୌନ ରହିବା ଭଲ । ମୌନ ଅପେକ୍ଷା ସତ୍ୟ କଥନ ଏବଂ ଏହାଠାରୁ ମଧ୍ୟ ବୁଝି ବି·ରି ପ୍ରିୟ ଏବଂ ଧର୍ମ ସମ୍ମତ କଥା କହିବା ଶ୍ରେଷ୍ଠ ଅଟେ । -ବେଦବ୍ୟାସ
- ମୌନ ଏବଂ ଏକାନ୍ତ ଆତ୍ମାର ସର୍ବୋମ ମିତ୍ର ଅଟନ୍ତି ।- ବିନୋବା ଭାବେ
- ପିମ୍ପୁଡ଼ି ଠାରୁ ଉମ ଉପଦେଶ କେହି ଦିଏ ନାହିଁ ଏବଂ ସେ ମୌନ ରହେ ।-ଫ୍ରେକଲିନ୍
- ମୌନ ବୃକ୍ଷରେ ଶାନ୍ତିର ଫଳ ଫଳେ ।- ଲୋକକଥା
- ଯେତିକି କଥା କହିବା ଆବଶ୍ୟକ ସେତକକୁ ମଧ୍ୟ ଶ୍ରମସାଧ୍ୟ ମନେ କରାଯାଏ । ସାର୍ଥକ ଓ ଚମକ୍ରାର ପୂର୍ଣ୍ଣ କଥା ମଧ୍ୟ ଅଧିକ କହିବା ଅନୁଚିତ ।-ବିଦୁର
- ଯିଏ ଅଧିକ କରେ ସିଏ ପାପ କରେ ।-ଟାଲମଡ଼
ଶିବ-ଶକ୍ତି ହୋମିଓ ସେବା ସଜନ
କାଦୋପଡ଼ା ଗଳି, ବସଷ୍ଟାଣ୍ଡ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର (ଓଡ଼ିଶା)
ମୋ: ୯୪୩୭୨୧ଠ୨୯୬
No comments:
Post a Comment