Monday, 1 June 2015

ମୌନ ରହିବାର ବିଧି୍

ମୌନ ରହିବାର ବିଧି୍

ସମସ୍ତ ପ୍ରାଣୀ ଜଗତ ମଧ୍ୟରେ ମନୁଷ୍ୟ ଜନ୍ମ ହେଉଛି ଦୁର୍ଲଭ । ମୌନତାରେ ଜୀବନର ସାର୍ଥକତା ନିହିତ । ତେଣୁ ଦିବ୍ୟ ଜୀବନ ଓ ଇପ୍ସିତ ଲକ୍ଷ୍ୟ ପ୍ରାପ୍ତି ପାଇଁ ବିଧିପୂର୍ବକ ମୌନତା ଅବଲମ୍ବନ ଏକାନ୍ତ ଅପରିହାର୍ଯ୍ୟ । ପ୍ରାରମ୍ଭିକ ପର୍ଯ୍ୟାୟରେ ସପ୍ତାହରେ ଥରେ ଗୋଟିଏ ଦିନ ମୌନ ରହିବାର ଅଭ୍ୟାସ କରିବା ବିଧେୟ । ତା’ପରେ ପ୍ରତ୍ୟହ ନିଜ ସୁବିଧା ମୁତାବକ କିଛି ଘା ମୌନାଭ୍ୟାସ କରିବା ଉଚିତ । ମନକୁ ଉେଜିତ କରୁଥିବା ବାହ୍ୟ ମାଧ୍ୟମ ଗୁଡ଼ିକ ଯଥା ବେତାର ଯନ୍ତ୍ର, ଦୂରଦର୍ଶନ, ପୁସ୍ତକ ଆଦିର ଉପଯୋଗ କିଛି ସମୟ ପାଇଁ ବନ୍ଦ କରିଦେବା ଉଚିତ । ଚୁପ୍·ପ ବସି ରହିବା ଦ୍ୱାରା ପ୍ରଥମେ ମନ ମଧ୍ୟରେ ସଂକଳ୍ପ ବିକଳ୍ପ ଗୁଡ଼ିକର କୋଳାହଳ ବୃଦ୍ଧି ପାଏ । କିନ୍ତୁ ଧୈର୍ଯ୍ୟ ପୂର୍ବକ ଅପେକ୍ଷା କଲେ ଏହା କ୍ରମଶଃ କ୍ଷୀଣ ହୋଇ ଆସେ ଏବଂ ବ୍ୟକ୍ତି ସ୍ବୀୟ ଆତ୍ମାର ମୌଳିକ ଗୁଣ ଶାନ୍ତି ଆହରଣ କରିବାକୁ ଲାଗେ ।
ବିଧି: ମୌନାଭ୍ୟାସ ପୂର୍ବରୁ ସହଜ ଆସନରେ ଉପବେଶନ କରନ୍ତୁ । ନିଶ୍ୱାସ ପ୍ରଶ୍ୱାସର ଗତିକୁ ନିୟନ୍ତ୍ରଣ କରି ଗୋଟିଏ ସେକେଣ୍ଡ ମଧ୍ୟରେ ମନରେ ଉପôନ୍ନ ହେଉଥିବା ସଂକଳ୍ପ ସମୂହକୁ ନୀରିକ୍ଷଣ କରନ୍ତୁ । ପ୍ରତ୍ୟେକ ଦରକାରୀ ଓ ଅଦରକାରୀ ସଂକଳ୍ପ ଗୁଡ଼ିକୁ ଚିହ୍ନଟ କରନ୍ତୁ । ତତ୍ପଶ୍ଚାତ ଦୁଇଟି ସଂକଳ୍ପ ମଧ୍ୟରେ କିଛି ବ୍ୟବଧାନ ସୃଷ୍ଟି କରନ୍ତୁ ଏବଂ ତନ୍ମଧ୍ୟରେ ରହିବାର ଅଭ୍ୟାସ କରନ୍ତୁ । ଦୁଇଟି ସଂକଳ୍ପର ବ୍ୟବଧାନ ମଧ୍ୟରେ ବୁଦ୍ଧିକୁ ସ୍ଥିତ କରିବା ହେଉଛି ନିଃସଂକଳ୍ପ ସ୍ଥିତି । ଏହି ଅବସ୍ଥାରେ ବ୍ୟକ୍ତି ଦେହ ଓ ଆତ୍ମା ମଧ୍ୟରେ ପାର୍ଥକ୍ୟ ଅନୁଭବ କରିଥାଏ । ଏହିପରି ଅଭ୍ୟାସ ଅତି କମ୍ରେ ପ୍ରତ୍ୟହ ଘାଏ ଲେଖାଏଁ କରିବା ଉଚିତ । ଧୀରେ ଧୀରେ ଅଭ୍ୟାସର ଅବଧି ବୃଦ୍ଧି କରନ୍ତୁ ।
ମୌନ ରହିବା ଏକ କଳା । ଏଥିପାଇଁ କୌଣସି ନିର୍ଜନ ସ୍ଥାନର ଆଦୌ ଆବଶ୍ୟକତା ନାହିଁ । ଯେତେଦୂର ସମ୍ଭବ ବାର୍ାଳାପ କମ କରିବା ଉଚିତ । ଅନାବଶ୍ୟକ କଥାବାର୍ାରୁ ବିରତ ରହିଲେ ସଂକଳ୍ପ-ବିକଳ୍ପର ଗତି ହ୍ରାସ ପାଏ । ମନରେ ଉପôନ୍ନ ହେଉଥିବା ଅଦରକାରୀ ଓ ହିତ ସାଧନ କରୁ ନଥିବା ସଂକଳ୍ପ ଗୁଡ଼ିକ ପ୍ରତି ଆଦୌ ଧ୍ୟାନ ଦେବା କଥା ନୁହେଁ । ଯେଉଁ ବିଷୟ ବା ବସ୍ତୁ ପ୍ରତି ଆକର୍ଷଣ ଥାଏ ମନ ସେଗୁଡ଼ିକ ବିଷୟରେ ବେଶି ଚିନ୍ତନ କରେ । ଏହିପରି କ୍ଷେତ୍ରରେ ମନକୁ ନିୟନ୍ତ୍ରଣ କରିବା ପାଇଁ ସାକ୍ଷୀ ଦ୍ରଷ୍ଟା ଓ ଉପେକ୍ଷା ଭାବ ଆବଶ୍ୟକ ହୁଏ । ସାକ୍ଷୀ ଦ୍ରଷ୍ଟାର ଅର୍ଥ ତଟସ୍ଥତା । ଅର୍ଥାତ ମନରେ ଉପôନ୍ନ ହେଉଥିବା ସଂକଳ୍ପ ବିକଳ୍ପଠାରୁ ନିଜକୁ ପୃଥକ ମନେ କରି ସେଗୁଡ଼ିକୁ ନିରୀକ୍ଷଣ କରିବା । ମନରେ ·ଲୁଥିବା ବି·ର ସମୂହ ପ୍ରତି କୌଣସି ଆଗ୍ରହ ପ୍ରକାଶ ନ କରିବା ହେଉଛି ଉପେକ୍ଷାଭାବ । ସାକ୍ଷୀ ଦ୍ରଷ୍ଟା ଓ ଉପେକ୍ଷାଭାବ ପରସ୍ପର ପରିପୂରକ । ଧୈର୍ଯ୍ୟ ଓ ଦୃଢ଼ ସଂକଳ୍ପ ପୂର୍ବକ ଏହି ମାନସିକ ସାଧନା ଅବ୍ୟାହକ ରଖିଲେ ସଫଳତା ଅବଶ୍ୟ ମିଳିବ । ଆନ୍ତରିକତା ଓ ପ୍ରଯନôର ତୀବ୍ରତା ଅନୁସାରେ ସାଧନାର ଅବଧି ଭିନ୍ନ ଭିନ୍ନ ହୋଇପାରେ । ଦ୍ରଷ୍ଟା ଓ ଉପେକ୍ଷାଭାବ ମୌନ ସାମ୍ରାଜ୍ୟ ପର୍ଯ୍ୟନ୍ତ ପହôବାର ମାଧ୍ୟମ ମାତ୍ର । ଥରେ ମୌନ ବା ନିଃସଂକଳ୍ପ ହୋଇଗଲେ ସାକ୍ଷୀ ଓ ଉପେକ୍ଷା ଉଭୟ ଶାନ୍ତିର ମହାସାଗରରେ ବିଲୀନ ହୋଇଯାଆନ୍ତି; ଠିକ ସେହିପରି ଯେପରି କୌଣସି ଅଶ୍ୱାରୋହୀ ଲକ୍ଷ୍ୟ ସ୍ଥଳରେ ପହôଲା ପରେ ଅଶ୍ୱକୁ ଅଶ୍ୱଶାଳରେ ଛାଡ଼ି ଦିଏ । ସାକ୍ଷୀ ଓ ଉପେକ୍ଷା ମଧ୍ୟ ଏକ ଏକ ବିଶେଷ ସଂକଳ୍ପ ଶକ୍ତି । ମନୁଷ୍ୟର ବାହ୍ୟାଭ୍ୟନ୍ତରର କ୍ରିୟାଶୀଳ ବାର୍ାଳାପର ପ୍ରବୃିକୁ ଏ ଦୁଇ ଶକ୍ତି ନିଷ୍କ୍ରିୟ କରି ଦିଅନ୍ତି ଓ ମନକୁ ମୌନତାର ଅତଳ ଗର୍ଭରେ ନିକ୍ଷେପ କରି ସ୍ବୟଂ ଅନ୍ତର୍ହିତ ହୋଇଯାଆନ୍ତି । ଏପରି ସ୍ଥିତିରେ ବ୍ୟକ୍ତି ଦେହାଭିମାନରୁ ସଂପୂର୍ଣ୍ଣ ମୁକ୍ତ ହୋଇ ପରମାତ୍ମା ସ୍ମୃତିରେ ତଲ୍ଲୀନ ହୋଇଯାଏ । ଏହା ଯୋଗର ସମାଧି ଅବସ୍ଥା ।
ମୌନ ହେଉଛି ପ୍ରତ୍ୟେକ ଶ୍ରେଷ୍ଠ ସୃଜନର ଆଧାର । ଅନ୍ୟ ଅର୍ଥରେ ବିଧି ପୂର୍ବକ ମୌନ ଆଚରଣ କରୁ ନଥିବା ବ୍ୟକ୍ତି ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବିଫଳ ହୁଏ । ମୌନ ନିର୍ମଳ ଜଳ ତୁଲ୍ୟ ମନରେ ଉପôନ୍ନ ହେଉଥିବା ବ୍ୟର୍ଥ ଚିନ୍ତନ ରୂପକ ଆବର୍ଜନାକୁ ପରିଷ୍କାର କରିଦିଏ । ଜଣେ ବ୍ୟକ୍ତି ଦିନବେଳେ ଅଧିକାଂଶ ସମୟ ଅନ୍ୟମାନଙ୍କ ସହ କଥାବାର୍ା ହୁଏ । ନିର୍ଜନତା ବା ରାତ୍ରିରେ ଶୋଇଲା ବେଳେ ସେ ନିଜ ସହିତ ବାର୍ାଳାପ କରିଥାଏ । ଏହାଦ୍ୱାରା ତା’ର ମାନସିକ ଶକ୍ତି ନଷ୍ଟ ହୁଏ । ମାନସିକ ଶକ୍ତିର ଅପଚୟକୁ ରୋକିବା ପାଇଁ ନିଜ ଦିନ ଚର୍ଯ୍ୟା ପ୍ରତିଧ୍ୟାନ ଦେବା ଆବଶ୍ୟକ । ରାତ୍ରିରେ ଶଯ୍ୟା ଗ୍ରହଣ ପୂର୍ବରୁ ଏକ ଘା ମୌନାଭ୍ୟାସ ଦ୍ୱାରା ମନକୁ ନିଃସଂକଳ୍ପ କରି ଶୋଇବା ଉଚିତ । ଜନ୍ମ ଜନ୍ମାନ୍ତରର ସଂସ୍କାର ଅବଚେତନ ମନରେ ସôତ ଥାଏ । ଶୋଇଲା ବେଳେ ତାହା ବ୍ୟର୍ଥ ସଂକଳ୍ପ ବା ସ୍ବପ୍ନ ରୂପରେ ଆବିର୍ଭାବ ହୋଇ ଚେତନାକୁ ଅପରିଷ୍କାର କରିଦିଏ । ଏହାକୁ ପରିଷ୍କାର କରିବା ପାଇଁ ବ୍ରହ୍ମ ମୁହୂର୍ରେ ଶଯ୍ୟା ତ୍ୟାଗ କରି ପବିତ୍ରତା ଓ ଶାନ୍ତିର ସାଗର ପରମାତ୍ମାଙ୍କ ସ୍ମୃତିରେ କିଛି ସମୟ ବ୍ୟତୀତ କରିବା ଉଚିତ । ଏହାଦ୍ୱାରା ମନ ସ୍ବଚ୍ଛ ଓ ନିର୍ମଳ ହୁଏ । କାର୍ଯ୍ୟ ବ୍ୟବହାରରେ ଯଥା ସମ୍ଭବ ମୌନ ରହି ସ୍ବୀୟ କର୍ବ୍ୟ ସମ୍ପାଦନା କରିବା ବିଧେୟ । ଜୀବନର ଅଧିକାଂଶ ସମୟ ମୌନତା ମଧ୍ୟରେ ଯେପରି ଅତିବାହିତ ହେବ ସେଥିପ୍ରତି ଯନôବାନ ହେବା ପରମ କର୍ବ୍ୟ ।
ଦୈନନ୍ଦିନ ଜୀବନରେ ବିଭିନ୍ନ ଘଟଣାବଳୀ ତଥା ପରିସ୍ଥିତି ମୌନ ଭଙ୍ଗର କାରଣ ହୁଏ । ଏଥିପାଇଁ ସତର୍କ ରହିବା ଆବଶ୍ୟକ । ପ୍ରତ୍ୟେକ ପରିସ୍ଥିତିରେ କୌଣସି ପ୍ରତିକ୍ରିୟା ପ୍ରକାଶ ନ କରି ନିରବ ରହିବା ସର୍ବୋମ ଉପାୟ । ଅନ୍ତଃକରଣ ଯେତେବେଳେ ସମ୍ପୂର୍ଣ୍ଣ ଶାନ୍ତ ହୋଇଯାଏ ସେତେବେଳେ ବ୍ୟକ୍ତିର ଦେହଠାରୁ ସମ୍ପର୍କ ଛିନ୍ନ ହୋଇ ମନ ପରମାତ୍ମାଙ୍କ ସ୍ମୃତିରେ ତଲ୍ଲୀନ ହୁଏ । ମନ ଓ ବୁଦ୍ଧିର ସେହି ନିରହଙ୍କାରୀ ସ୍ଥିତିରେ ସେ ସମସ୍ତ ରହସ୍ୟ ଭେଦ ପୂର୍ବକ ପରମ ସତ୍ୟର ଉପଲବ୍ଧି କରେ । ତା’ର ଆଉ କୌଣସି ପ୍ରକାର ପ୍ରାପ୍ତିର ଆଶା ରହେ ନାହିଁ । ଏହି ସ୍ଥିତିରେ ସ୍ବୀୟ ବି·ର ପ୍ରବାହ ପ୍ରତି ସାକ୍ଷୀ ଭାବରେ କେବଳ ଅବଲୋକନ କରିବା ଆବଶ୍ୟକ ।
ମୌନ ସାଧନାର ପ୍ରାରମ୍ଭିକ ସ୍ତରରେ ଚିାକାଶରେ ବ୍ୟର୍ଥ ସଂକଳ୍ପର ମେଘ ଖଣ୍ଡମାନ ବିଚରଣ କରିଥାଏ । ଏଥିପ୍ରତି ବ୍ୟସ୍ତ ଓ ବିବ୍ରତ ନ ହୋଇ ଆକାଶରେ ଚଳାୟମାନ ମେଘଖଣ୍ଡ ଦର୍ଶନ ଜନିତ ଆମୋଦ ଅନୁଭବ କଲା ପରି ଶାନ୍ତ ଭାବରେ ମନରେ ଉପôନ୍ନ ହେଉଥିବା ସଂକଳ୍ପ-ବିକଳ୍ପର ମେଘଖଣ୍ଡ ମାନଙ୍କୁ ସାକ୍ଷୀଦ୍ରଷ୍ଟା ହୋଇ ଅବଲୋକନ କରିବା ବିଧେୟ । ଏହାଦ୍ୱାରା ଚିାକାଶ କ୍ରମଶଃ ନିର୍ମଳ ହେବାକୁ ଲାଗିବ ଓ ଏକ ଅଭିନବ ଅନୁଭବ ହେବ । ଏହିପରି ନିରବଚ୍ଛିନ୍ନ ଅଭ୍ୟାସ ଅବ୍ୟାହତ ରହିଲେ ମନରେ ନୂଆ ବି·ର ଶକ୍ତି ଓ ଦୃଢ଼ ଇଚ୍ଛା ଶକ୍ତି ଉପôନ୍ନ ହେବ । ଏଠାରେ ମନେ ରଖିବାକୁ ହେବ ଯେ ବ୍ୟର୍ଥ ବି·ରର ସମାପ୍ତି ନ ହେବା ପର୍ଯ୍ୟନ୍ତ ବି·ର ଶକ୍ତି ଉପôନ୍ନ ହୁଏ ନାହିଁ । ତେଣୁ ମୌନ ହେଉଛି ଶାନ୍ତିର ସାଗର । ଏଥିରେ ଅବଗାହନ  କଲେ ମନରେ ସ୍ବତସ୍ଫୁର୍ ଭାବରେ ପ୍ରଶାନ୍ତି ଓ ଦିବ୍ୟତାର ସ୍ଫୁରଣ ହୁଏ । ମୌନ ସମୁଦ୍ରର ଯେତେ ଗଭୀରତାକୁ ଜଣେ ପ୍ରବେଶ କରେ ସେତେ ବୁଦ୍ଧି ଭଣ୍ଡାରରେ ଜ୍ଞାନର ମଣି ମୁକ୍ତା ଭିର୍ ହୁଏ ଓ ତା’ର ବାଣୀ ପ୍ରାମାଣିକ ହେବାକୁ ଲାଗେ । ତା’ଅନ୍ତରରେ ଆଧ୍ୟାତ୍ମିକ ଚେତନାର ପ୍ରବାହ ସତତ ପ୍ରବାହିତ ହୁଏ । ସେପରି ବ୍ୟକ୍ତି କଥାବାର୍ା କଲେ ମଧ୍ୟ ତାଙ୍କର ମୌନ ଖଣ୍ଡିତ ହୁଏ ନାହିଁ । ଏହା ମୌନର ଚରମ ସାର୍ଥକତା ।
ସୁଧାଂଶୁ ଶେଖର ମିଶ୍ର
ଶିବ-ଶକ୍ତି ହୋମିଓ ସେବା ସଦନ
କାଦୋପଡ଼ା ଗଳି, ବସଷ୍ଟାଣ୍ଡ
ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର (ଓଡ଼ିଶା)
ମୋ: ୯୪୩୭୨୧ଠ୨୯୬

No comments: