ଆଭିଧାନିକ ଅର୍ଥ : ଧର୍ମ: “ଧୃ’ ଧାତୁରେ ‘ମ’ ପ୍ରତ୍ୟୟ ଯୋଗ ହୋଇ ଏହି ଶବ୍ଦ ନିଷ୍ପନ୍ନ ହୋଇଛି । ଏହି ଶବ୍ଦର ଅର୍ଥ ହେଉଛି, ସ୍ବଭାବ, ଗୁଣ, ଈଶ୍ୱର ଓ ପରକାଳ ଆଦି ବିଷୟକ ନିର୍ଦ୍ଧେଶ ଓ ତ୍ୱ, ଦେଶ ବା କାଳର ଆଚରଣ ବା ପ୍ରବଣତା, ପୁଣ୍ୟ କର୍ମ, କର୍ବ୍ୟ କର୍ମ, ନ୍ୟାୟ-ଅନ୍ୟାୟ ଓ ପାପ-ପୁଣ୍ୟର ବି·ର କର୍ା ଦେବତା, ଯମ, ସମାଜ ହିତକର ବିଧି, ସୁନୀତି, ସତୀତ୍ୱ । ଏହା ଏକ ବିଶେଷ୍ୟ ପଦ ।
ଧାର୍ମିକ: ‘ଧର୍ମ’ ଶବ୍ଦରେ ‘ଇକ’ ପ୍ରତ୍ୟୟ ଯୋଗ ହୋଇ ଏହି ବିଶେଷଣ ପଦର ସୃଷ୍ଟି । ଏହାର ଅର୍ଥ ଧର୍ମପରାୟଣ ଓ ଧର୍ମ ସଂକ୍ରାନ୍ତ ।
ଆଧ୍ୟାତ୍ମିକ: ‘ଆତ୍ମନ୍’ ଶବ୍ଦରେ ‘ଅଧି’ ଉପସର୍ଗ ‘ଇକ’ ପ୍ରତ୍ୟୟ ମିଶି ଏହି ବିଶେଷଣ ପଦ ସୃଷ୍ଟି ହୋଇଛି । ଏହାର ଅର୍ଥ ହେଉଛି ‘ଆତ୍ମା’ ବା ଚି ବିଷୟକ (ମାନସିକ)
ଅଧ୍ୟାତ୍ମ:- ‘ଆତ୍ମନ୍’ ଶବ୍ଦରେ ‘ଅଧି’ ଉପସର୍ଗ ଓ ‘ଅ’ ପ୍ରତ୍ୟୟ ଯୁକ୍ତ ହୋଇ ଏହି ବିଶେଷ୍ୟପଦର ସୃଷ୍ଟି । ‘ଆଧ୍ୟାତ୍ମିକ’ ଶବ୍ଦର ଅର୍ଥ ସହ ଏହାର ଅର୍ଥ ସମାନ । ବିଶେଷ୍ୟ ପଦ ରୂପେ ବ୍ୟବହୃତ ହେଲେ ଏହି ଶବ୍ଦର ଅର୍ଥ ହୁଏ ବ୍ରହ୍ମ ବା ପରମାତ୍ମା ।
ଆତ୍ମା:- ‘ଅତ୍’ ପ୍ରାତିପଦିକ ଶବ୍ଦରେ ଆ ଉପସର୍ଗ ଓ ‘ମନ୍’ ପ୍ରତ୍ୟୟ ଯୋଗରୁ ଏହି ଶବ୍ଦ ନିଷ୍ପନ୍ନ । ଏହାର ଅର୍ଥ ହେଉଛି ସ୍ବୟଂ, ବ୍ରହ୍ମ, ଜୀବାତ୍ମା, ସ୍ବଭାବ, ହୃଦୟ ।
ଆଧ୍ୟାତ୍ମିକତା:- ‘ଆଧ୍ୟାତ୍ମିକ’ ଶବ୍ଦରେ ‘ତା’ ପ୍ରତ୍ୟୟ ଯୋଗ ହୋଇ ଏହି ବିଶେଷ୍ୟ ପଦର ସୃଷ୍ଟି । ଆତ୍ମା ବା ବ୍ରହ୍ମ ବିଷୟକ ଭାବ ବା ଭାବନା ଅର୍ଥରେ ଏହି ଶବ୍ଦ ବ୍ୟବହୃତ ହୁଏ ।
ଧର୍ମର ପରିଭାଷା:-
ଧର୍ମର ପ୍ରକୃତ ଅର୍ଥ ଧାରଣା । ଅର୍ଥାତ ବ୍ୟବହାରିକ ଜୀବନରେ ଉଚ୍ଚ ନୈତିକ ମୂଲ୍ୟ ଗୁଡ଼ିକର ଧାରଣା । ଏହାଦ୍ୱାରା ମନୁଷ୍ୟ ଚରିତ୍ରବାନ୍ ହୁଏ; ସାମାଜିକ ଓ ପାରିବାରିକ ଜୀବନରେ ସେ ବ୍ୟବହାର କୁଶଳୀ ହୁଏ ଏବଂ କୁଶଳତା ପୂର୍ବକ ନିଜ କର୍ବ୍ୟ ସମ୍ପାଦନ କରିପାରେ । ଧର୍ମ ମନୁଷ୍ୟକୁ ଶାନ୍ତି ପ୍ରଦାନ କରେ; ତାମଧ୍ୟରେ ସେବା, ଧୈର୍ଯ୍ୟ, ତ୍ୟାଗ, ସହାନୁଭୂତି, ଆତ୍ମ କଲ୍ୟାଣ, ପରୋପକାର, ସଦବିଚାର ଏବଂ ନିର୍ବିକାର ଜୀବନ ଯାପନର ଭାବନା ଜାଗ୍ରତ କରେ । ‘ଧର୍ମ’ ମନୁଷ୍ୟକୁ ଅସତ ମାର୍ଗରୁ ନିବୃ କରିବାରେ ଏକ ଅଙ୍କୁଶ ଭଳି କାମ କରେ । ସାରାଂଶରେ କହିବାକୁ ଗଲେ ଧର୍ମ ମନୁଷ୍ୟ ପାଇଁ କର୍ବ୍ୟ ଓ ଅକର୍ବ୍ୟ ନିର୍ଦ୍ଧାରିତ କରେ, ତାକୁ ଚାରିତ୍ରିକ ଓ ନୈତିକ ମୂଲ୍ୟ ପ୍ରଦାନ କରେ ଏବଂ ତା’ର ଆଚରଣ ପାଇଁ ଏକ ଆ·ର ସଂହିତା (ଉକ୍ଟୟର କ୍ଟଲ ମକ୍ଟଦ୍ଭୟଙ୍କମଗ୍ଧ) ପ୍ରଦାନ କରେ ।
ପ୍ରତ୍ୟେକ ଜଡ଼ବସ୍ତୁ ଓ ଚେତନ ସାର ନିଜ ନିଜ ମୌଳିକ ଗୁଣ ଓ ସ୍ବଭାବ ଥାଏ । ସେହି ଗୁଣ ଓ ସ୍ବଭାବ ହିଁ ସେହି ବସ୍ତୁର ଧର୍ମ ଅଟେ । ତଦନୁସାରେ ସଂପୃକ୍ତ ବସ୍ତୁର କର୍ମ ବା କର୍ବ୍ୟ ନିର୍ଦ୍ଧାରିତ ହୁଏ । ନିର୍ଜୀବ ବସ୍ତୁ ପରି ପ୍ରତ୍ୟେକ ସଜୀବ ପ୍ରାଣୀମାନଙ୍କର ମଧ୍ୟ ନିଜ ଗୁଣ ଓ ସ୍ବଭାବ ଥାଏ । ସେହି ଅନୁସାରେ ସେମାନେ କର୍ମରେ ପ୍ରବୃ ହୁଅନ୍ତି । ପ୍ରାଣୀମାନଙ୍କ ମଧ୍ୟରେ ମନୁଷ୍ୟକୁ ସର୍ବଶ୍ରେଷ୍ଠ କୁହାଯାଇଛି । କେତେକ ନିର୍ଦ୍ଧିଷ୍ଟ ଗୁଣ, କର୍ମ, ସ୍ବଭାବ ଓ ସଂସ୍କାର ହେତୁ ତାକୁ ମନୁଷ୍ୟ ବୋଲି କୁହାଯାଏ । ସେଗୁଡ଼ିକ ତା ମଧ୍ୟରେ ନ ରହିଲେ ତା’ର ‘ମନୁଷ୍ୟତ୍ୱ’ ଲୋପ ପାଇଯାଏ ଏବଂ ସେ ମନୁଷ୍ୟ ପଦବାଚ୍ୟ ହୁଏ ନାହିଁ । ତେଣୁ ମନୁଷ୍ୟର ମନୁଷ୍ୟତ୍ୱ ହିଁ ତା’ର ବାସ୍ତବିକ ‘ସ୍ବଧର୍ମ’ । ଏଥିରୁ ସ୍ପଷ୍ଟ ହୁଏ ଯେ ଧର୍ମ’ର ସମ୍ବନ୍ଧ କର୍ମକାଣ୍ଡ ସହିତ ଆଦୌ ନାହିଁ । ଅନ୍ଧଶ୍ରଦ୍ଧା ଉପରେ ଆଧାରିତ କିମ୍ବା ବିବେକ ବିରୁଦ୍ଧ ଓ ତର୍କ ବିହୀନ କୌଣସି ସିଦ୍ଧାନ୍ତର ନାମ ଧର୍ମ ନୁହେଁ ।
‘ଧର୍ମ’ ଓ ‘ଆଧ୍ୟାତ୍ମିକତା’ ମଧ୍ୟରେ ପ୍ରଭେଦ:
ପୂର୍ବରୁ ଏକଥା ସ୍ପଷ୍ଟ କରାଯାଇ ସାରିଛି ଧର୍ମର ଉଦ୍ଧେଶ୍ୟ ମାନବୀୟ ଚେତନାର ଉଦ୍ଧ୍ୱର୍ମୁଖୀ ବିକାଶ ଏବଂ ବ୍ୟକ୍ତି ମଧ୍ୟରେ ଆଧ୍ୟାତ୍ମିକ ଗୁଣାବଳୀର ବୃଦ୍ଧି କରିବା । ଏହା ସେ୍ୱ ‘ଧର୍ମ’ ଓ ‘ଆଧ୍ୟାତ୍ମିକ’ ସମାନାର୍ଥକ ନୁହେଁ । ଧର୍ମ ଆଚରଣ କରୁଥିବା ବ୍ୟକ୍ତିଙ୍କୁ ଧାର୍ମିକ କୁହାଯାଏ। ଆଧ୍ୟାତ୍ମିକ ପରି ଧାର୍ମିକ ଅନୁଭବ ମଧ୍ୟ ଆନ୍ତରିକ ଅନୁଭବ । ଧାର୍ମିକ ବ୍ୟକ୍ତି ଆଧ୍ୟାତ୍ମିକ ହୋଇପାରନ୍ତି; କିନ୍ତୁ ଆଧ୍ୟାତ୍ମିକ ବ୍ୟକ୍ତି ଧାର୍ମିକ ହେବା ସହିତ ଉଚ୍ଚତମ ଆତ୍ମିକ ସ୍ଥିତି ସମ୍ପନ୍ନ ହୋଇଥାନ୍ତି । କାରଣ ସମୟାନୁକ୍ରମେ ଧର୍ମରୁ ଆଧ୍ୟାତ୍ମିକତା ହ୍ରାସ ହେବାରେ ଲାଗିଛି । କର୍ମକାଣ୍ଡୀୟ ରୀତି ନୀତି ଓ ବିଭିନ୍ନ ଧାର୍ମିକ ଗ୍ରନ୍ଥର ସମାବେଶ ଫଳରେ ଧର୍ମ ତା’ର ମୌଳିକତା ହରାଇ ସାରିଛି । କିନ୍ତୁ ‘ଆଧ୍ୟାତ୍ମିକତା’ରେ ଅବିଶ୍ୱସନୀୟ କଥା, ଅନ୍ଧବିଶ୍ୱାସ ଏବଂ କର୍ମକାଣ୍ଡର ସ୍ଥାନ ନାହିଁ । ଆଧ୍ୟାତ୍ମିକ ସିଦ୍ଧାନ୍ତ ଏବଂ ମୂଲ୍ୟ ବିବେକ ସଂଗତ ଓ ଯୁକ୍ତି ସିଦ୍ଧ ପ୍ରମାଣ ଉପରେ ଆଧାରିତ ।
ଆଧ୍ୟାତ୍ମିକ ଶିକ୍ଷା ଦ୍ୱାରା ଧର୍ମରେ ଅନୁପ୍ରବେଶ କରିଥିବା ଅନ୍ଧବିଶ୍ୱାସ, ହାନିକାରକ ପ୍ରଥା, ପରସ୍ପର ବିରୋଧୀ ଧାର୍ମିକ ସିଦ୍ଧାନ୍ତ, ନିରର୍ଥକ ଓ ଅନାବଶ୍ୟକ ଖର୍ଚ୍ଚ ବହୁଳ ରୀତି ନୀତି, ଅବିଶ୍ୱସନୀୟ କଥା, ଅନ୍ୟ ଧର୍ମ ପ୍ରତି ଘୃଣା ଓ ଦ୍ୱେଷ ଉପôନ୍ନକାରୀ ବିଷୟ ବସ୍ତୁ, ଗୁରୁଙ୍କ ପ୍ରତି ଅନୁଚିତ ଧାରଣା, ଆତ୍ମା ଓ ପରମାତ୍ମା ସମ୍ବନ୍ଧୀୟ ଭ୍ରମାତ୍ମକ ବିଚାର ଆଦି ଦୂର ହୋଇଥାଏ । ଆଧ୍ୟାତ୍ମିକ ଶିକ୍ଷା ମନୁଷ୍ୟକୁ ଅଜ୍ଞାନ ଅନ୍ଧକାରରୁ ଜ୍ଞାନ ପ୍ରକାଶ ଅଭିମୁଖେ ନେଇଯାଏ । ଏହି ଶିକ୍ଷାର ସବୁଠାରୁ ବିଶେଷ ଗୁଣ ହେଲା ଯେ ଏହା କୌଣସି ନିର୍ଦ୍ଧିଷ୍ଟ ଜାତି ବା ସମ୍ପ୍ରଦାୟ ସହିତ ସଂଶ୍ଳିଷ୍ଟ ନଥାଏ । ଆତ୍ମା, ପରମାତ୍ମା, ସୃଷ୍ଟି, କର୍ମ ସିଦ୍ଧାନ୍ତ, ନୈତକ ମୂଲ୍ୟ ଆଦି ବିଷୟରେ ଦ୍ୱେଷ ରହିତ ତଥା ଯୁକ୍ତିଯୁକ୍ତ ଜ୍ଞାନ ପ୍ରଦାନ କରିବା ହେଉଛି ଆଧ୍ୟାତ୍ମିକ ଶିକ୍ଷାର ମୂଳ ଲକ୍ଷ୍ୟ । ଏହି ଶିକ୍ଷା ମନୁଷ୍ୟ ମଧ୍ୟରେ ଶ୍ରେଷ୍ଠ ଧାର୍ମିକ ଅନୁଭବ କରାଏ । ଅନ୍ୟ ପକ୍ଷରେ ଧାର୍ମିକ ଶିକ୍ଷା ମନୁଷ୍ୟକୁ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର କ୍ଷୁଦ୍ର ପରିସୀମା ମଧ୍ୟରେ ଆବଦ୍ଧ ରଖେ ଓ ସାମ୍ପ୍ରଦାୟିକତାର ବିଷ ଦ୍ୱାରା ଦୂଷିତ କରେ ।
ଆଧ୍ୟାତ୍ମିକତାଠାରୁ ବିଚ୍ଛିନ୍ନ ହେବା ଫଳରେ ଧର୍ମ ବିଭିନ୍ନ ସଂପ୍ରଦାୟରେ ବିଭକ୍ତ ହୋଇଗଲା । ଆଧ୍ୟାତ୍ମିକ ଜ୍ଞାନ ସର୍ବ ସମ୍ମତ ହୋଇଥିବା ବେଳେ ଧାର୍ମିକ ଜ୍ଞାନ ସମ୍ପ୍ରଦାୟ ଭେଦରେ ଭିନ୍ନ ଭିନ୍ନ । ତେଣୁ ସମ୍ପ୍ରଦାୟ ଭିିକ ଧର୍ମ କେବଳ ନିଜ ମତବାଦକୁ ଶ୍ରେଷ୍ଠ ବୋଲି ଗ୍ରହଣ କରିଥାଏ । ବେଳେବେଳେ ଧାର୍ମିକ ସଂଗଠନଗୁଡ଼ିକ ନିଜ ନିଜ ଉକ୍ରର୍ଷତା ପ୍ରତିପାଦନ ଓ ଅନ୍ୟ ସଂପ୍ରଦାୟର ଗ୍ଳାନି କରିଥାନ୍ତି । ଅଧିକରୁ ଅଧିକ ଲୋକଙ୍କୁ ନିଜ ସମ୍ପ୍ରଦାୟଭୁକ୍ତ କରିବାର ପ୍ରତିଯୋଗିତା ସାମ୍ପ୍ରଦାୟିକ ବିଦ୍ୱେଷର କାରଣ ହୋଇଥାଏ । ଅନ୍ୟ ପକ୍ଷରେ ଆଧ୍ୟାତ୍ମିକ ଶିକ୍ଷା ଦ୍ୱେଷ ରହିତ ଭାବରେ ସମସ୍ତ ଧର୍ମ ଇତିହାସ ଉପରେ ଆଲୋକପାତ କରେ । ଏହା ପ୍ରତ୍ୟେକ ଧର୍ମରେ ଥିବା ହିତକର ନିୟମ ଗୁଡ଼ିକର ସାର୍ବଭୌମ ରୂପକୁ ସମଗ୍ର ମାନବ ସମାଜ ସମ୍ମୁଖରେ ଉପସ୍ଥାପନ କରେ । ଧାର୍ମିକ ବ୍ୟକ୍ତି ନିଜ ଧର୍ମର ପ୍ରତିଷ୍ଠାତା ବା କୌଣସି ଚମକ୍ରାରୀ ପୁରୁଷ ବିଶେଷଙ୍କୁ ପରମାତ୍ମାଙ୍କ ଅବତାର ରୂପେ ଗ୍ରହଣ କରିଥାନ୍ତି । କିନ୍ତୁ ଜଣେ ଆଧ୍ୟାତ୍ମିକ ବ୍ୟକ୍ତି ପରମାତ୍ମାଙ୍କୁ ସର୍ବାତ୍ମାଙ୍କ ପିତା, ଅଶରୀରୀ, ସର୍ବଶକ୍ତିମାନ, ନିରାକାର, ସର୍ବୋଚ୍ଚ ଚୈତନ୍ୟ ସା ରୂପେ ସ୍ବୀକାର କରନ୍ତି । ଆଧ୍ୟାତ୍ମିକ ବ୍ୟକ୍ତିର ଦୃଷ୍ଟିକୋଣ ଅତ୍ୟନ୍ତ ବ୍ୟାପକ । ଆଧ୍ୟାତ୍ମିକ ଜ୍ଞାନର ଲକ୍ଷ୍ୟ ହେଉଛି ବିଭିନ୍ନ ଧର୍ମ ତଥା ସମାଜର ବିଭିନ୍ନ କ୍ଷେତ୍ରରେ ବ୍ୟାପ୍ତ ପ୍ରମାଦଯୁକ୍ତ ତଥା ଅନ୍ଧବିଶ୍ୱାସ ଉପରେ ଆଧାରିତ ପରମ୍ପରା ଓ ପ୍ରଥାଗୁଡ଼ିକୁ ଦୂର କରି ମାନବ ସମାଜକୁ ପବିତ୍ରତା ଓ ସତ୍ୟ ମାର୍ଗରେ ପରିଚାଳିତ କରିବା । ଆଧ୍ୟାତ୍ମିକ ଜ୍ଞାନ ମଧ୍ୟରେ ସମସ୍ତ ଜ୍ଞାନ ବିଜ୍ଞାନ ସାର ରୂପେ ଥାଏ । ତେଣୁ ଏହାର ବିଷୟ କ୍ଷେତ୍ର ସୁବିସ୍ତୃତ ଅଟେ ।
ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ପାଟଣାଗଡ଼, ବଲାଙ୍ଗିର

No comments:
Post a Comment