Sunday, 4 October 2015

କବିତା

କରୁଣାମୟ ହେ ବିଶ୍ୱ ଜୀବନ

କରୁଣା ମୟ ହେ ବିଶ୍ୱ ଜୀବନ
ଅନ୍ତରେ ସାମର୍ଥ୍ୟ କର ପ୍ରଦାନ
କହୁଥିବି ସର୍ବଦା ସତ କଥା
କାହା ମନେ ତିଳେ ନଦେବି ବ୍ୟଥା ।
ପର ଉପକାରେ ରହୁ ମୋ ମତି
ପର ଦୁଃଖ ଝରୁ ଅଶୁ୍ର ମୋନିତି

 ଗଲେ ଯାଉ ପଛେ ଜୀବନ ମୋର
ପର ଦୁଃଖ ହରୁ ସେ ନିରନ୍ତର
ହିଂସା, କପଟ ନ ବାହାରୁ ମନେ
ପର ଅନିଷ୍ଟକୁ ନଚିନ୍ତୁ କ୍ଷଣେ
ସର୍ବାେଙ୍ଗ ଦିଅ ହେ ବଳ ମୋହର
ଜନହିତେ ରତ ରହୁ ଶରୀର
କ୍ଷମା ଗୁଣ ଦିଅ ଅନ୍ତରେ ମୋର
ସମସ୍ତଙ୍କୁ କରୁଥିବି ଆଦର
ଅନ୍ଧ, ଛୋଟା, ବୃଦ୍ଧ ବୃଦ୍ଧାଙ୍କୁ ମୁହିଁ
ସାହାଯ୍ୟ କରିବି ଅଟଳ ରହି
ପିତା, ମାତା, ଗୁରୁଜନଙ୍କୁ ସଦା
ଆଦର ସମ୍ମାନ ଦେବାକୁ ମଥା ।
ନତ ହେଉ ଶିର ତାଙ୍କ ସମ୍ମାନେ
ରତ ରହୁ ମନ ତବ ସ୍ମରଣେ
ଏତିକି ବିନତି କରଇ ସାଇଁ
ତୁମରି ନାମକୁ ମନରେ ଧ୍ୟାଇ ।

-ଚୂଡ଼ାମଣି ପାଣୀଗ୍ରାହୀ , ଗମ୍ଭାରି, ପିନ: ୭୬୭ଠ୨୭ ଜିଲ୍ଲା: ବଲାଙ୍ଗିର (ଓଡ଼ିଶା)

No comments: