Saturday, 22 July 2017

ଜ୍ଞାନ ପ୍ରବାହ (୧ଠ)

ଜ୍ଞାନ ପ୍ରବାହ (୧ଠ)

(ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)

ଧର୍ମର ସ୍ଥାପନା ଏବଂ ଆତ୍ମାର ଉଦ୍ଧାର ନିମନ୍ତେ ପରମାତ୍ମା ଅବତାର ନିଅନ୍ତି ବୋଲି ଶାସ୍ତ୍ର ବର୍ଣ୍ଣନା ଅଛି । ଭଗବାନଙ୍କ ଅବତାର ମନ୍ଦିରରେ ନ ହୋଇ ତୁମ ଘରେ ହେବା ଉଚିତ । ମାନବ ଶରୀର ହିଁ ଏହି ଘର ଅଟେ । ଭଗବାନଙ୍କ ଅବତାର ମାନବ ଜୀବନକୁ ସୁଧାରିବା ପାଇଁ ଉଦ୍ଧିଷ୍ଟ । ଭଗବାନଙ୍କ ସମସ୍ତ ଧର୍ମ ଜୀବ ଯେତେବେଳେ ଧାରଣ କରେ ସେତେବେଳେ ଅବତାର ହୁଏ । ଭାଗବତର ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବର୍ଣ୍ଣିତ ୨୪ ଅବତାରର ଆଧ୍ୟାତ୍ମିକ ରହସ୍ୟ ବୁଝିବା ଆବଶ୍ୟକ । ପ୍ରଥମ ଅବତାର ସନତ୍ କୁମାର ବ୍ରହ୍ମଚର୍ଯ୍ୟର ପ୍ରତୀକ । ବ୍ରହ୍ମଚର୍ଯ୍ୟ ବିନା ମନ ସ୍ଥିର ରହେ ନାହିଁ । ଏହାଦ୍ୱାରା ମନ, ବୁଦ୍ଧି ଓ ସଂସ୍କାର ପବିତ୍ର ହୁଏ ଓ ଅନ୍ତଃକରଣ ଶୁଦ୍ଧ ହୁଏ । ଦ୍ୱିତୀୟ ବରାହ ଅବତାର । ବାରାହ ଅର୍ଥ ଶ୍ରେଷ୍ଠ ଦିନ କେଉଁଟି? ଯେଉଁ ଦିନ ଶ୍ରେଷ୍ଠ କର୍ମ ହୁଏ ସେ ଦିନ ଶ୍ରେଷ୍ଠ । ସତକର୍ମରେ ଲୋଭ ବିଘ୍ନ ସୃଷ୍ଟି କରେ । ଲୋଭକୁ ସନ୍ତୋଷ ଦ୍ୱାରା ଦମନ କରିବା ଉଚିତ । ବରାହ ଅବତାର ସନ୍ତୋଷର ଅବତାର । ଲୋଭକୁ ବିନାଶ କରି ପ୍ରାପ୍ତ ସ୍ଥିତିରେ ସନ୍ତୁଷ୍ଟ ରହିବା ବରାହ ଅବତାରର ରହସ୍ୟ । ନାରଦ ହେଉଛନ୍ତି ତୃତୀୟ ଅବତାର । ସେ ହେଉଛନ୍ତି ଭକ୍ତିର ପ୍ରତୀକ । ବ୍ରହ୍ମଚର୍ଯ୍ୟ ପାଳନ ପୂର୍ବକ ପ୍ରାପ୍ତ ସ୍ଥିତିରେ ସନ୍ତୁଷ୍ଟ ରହିଲେ ନାରଦ ଅର୍ଥାତ ଭକ୍ତି ପ୍ରାପ୍ତ ହୁଏ ।
ଚତୁର୍ଥ ପର୍ଯ୍ୟାୟ ହେଉଛି ନର-ନାରାୟଣ ଅବତାର । ଭକ୍ତିର ପରିଣାମ ସ୍ବରୂପ ଭଗବାନ ମିଳନ୍ତି । ଜ୍ଞାନ ଓ ବୈରାଗ୍ୟ ରହିତ ଭକ୍ତିରେ ଦୃଢ଼ତା ଥାଏ ନାହିଁ । ତେଣୁ ଜ୍ଞାନ ଓ ବୈରାଗ୍ୟର ପରାକାଷ୍ଠା ପାଇଁ ପମ ପର୍ଯ୍ୟାୟରେ କପିଳ ଅବତାର । ଷଷ୍ଠରେ ଦାତ୍ରେୟ ଅବତାର । ଉପର୍ଯୁ୍ୟକ୍ତ ପାଟି ଗୁଣ, ବ୍ରହ୍ମଚର୍ଯ୍ୟ, ସନ୍ତୋଷ, ଜ୍ଞାନ, ଭକ୍ତି ଏବଂ ବୈରାଗ୍ୟ ଜୀବନରେ ଧାରଣ ହେଲେ ଜୀବାତ୍ମା ଗୁଣାତୀତ ଓ ଅତ୍ରି ହୁଏ । ଏହା ଭଗବାନଙ୍କ ନିକଟତର କରାଏ । ଉପଯୁକ୍ତ ଛଅଟି ଅବତାର ବ୍ରାହ୍ମଣ ପାଇଁ ଉଦ୍ଧିଷ୍ଟ । ସପ୍ତମରେ ଯଜ୍ଞ ଅବତାର । ଅଷ୍ଟମ ଅବତାର ଋଷଭ ଦେବଙ୍କର । ନବମରେ ପୃଥୁରାଜା ଅବତାର । ଦଶମ ଅବତାର ମତ୍ସ ନାରାୟଣଙ୍କର । ଏହି ·ରି ଅବତାର କ୍ଷତ୍ରିୟମାନଙ୍କ ପାଇଁ । ଏହା ଧର୍ମର ଆଦର୍ଶ ବର୍ଣ୍ଣନା କରିବା ପାଇଁ । ଏକାଦଶରେ କୁର୍ମ, ଦ୍ୱାଦଶରେ ଧନ୍ୱନ୍ତରୀ ଓ ତ୍ରୟୋଦଶରେ ମୋହିନୀ ନାରାୟଣ- ଏହି ତିନି ଅବତାର ବୈଶ୍ୟମାନଙ୍କ ପାଇଁ । ଚତୁର୍ଦ୍ଧଶରେ ନରସିଂହ ଅବତାର । ଏହା ପୁଷ୍ଟିର ଅବତାର ।
ଭକ୍ତ ପ୍ରହଲ୍ଲାଦ ପ୍ରତି କୃପା କରିବା ପାଇଁ ଏହି ଅବତାର ହୋଇଥିଲା । ମନ ଶକ୍ତି ବା ବୁଦ୍ଧି ଶକ୍ତି ଦ୍ୱାରା ଈଶ୍ୱର ପ୍ରାପ୍ତ ହୁଅନ୍ତି ନାହିଁ । କେବଳ ପ୍ରେମ ଶକ୍ତି ହିଁ ତାଙ୍କୁ ଆକର୍ଷିତ କରେ । ପଦଶରେ ବାମନ ଅବତାର, ଏହା ସମ୍ପୂର୍ଣ୍ଣ ନିଷ୍କାମ ଭାବର ପ୍ରତୀକ । ଯିଏ ନିଷ୍କାମ ଭାବରେ ଭକ୍ତି ଓ ନୀତିର ଛତ୍ର ତଳେ ଥାଏ ଓ ଧର୍ମର କବଚ ଧାରଣ କରିଥାଏ ସିଏ କାଳଜୟୀ ହୁଏ । ଏହା ହେଉଛି ବାମନ ଅବତାରର ରହସ୍ୟ । ଷଷ୍ଠଦଶ ଅବତାର ପର୍ଶୁରାମ ହେଉଛନ୍ତି ଆଦେଶର ପ୍ରତୀକ । ବ୍ୟାସ ହେଉଛନ୍ତି ସପ୍ତଦଶ ଅବତାର । ଏହା ଜ୍ଞାନର ଦ୍ୟୋତକ । ଅଷ୍ଟାଦଶରେ ଶ୍ରୀରାମ ଅବତାର । ସେ ମର୍ଯ୍ୟାଦା ପୁରୁଷୋମ ରୂପେ ପ୍ରଖ୍ୟାତ । ରାମଙ୍କ ମର୍ଯ୍ୟାଦା ପାଳନ କଲେ କାମ ବିନାଶ ହୋଇ ଉନବିଂଶ ଅବତାର ସ୍ବରୂପ ଶ୍ରୀକୃଷ୍ଣ ଆବିର୍ଭାବ ହୁଅନ୍ତି । ଏହାପରେ କ୍ରମାନୁସାରେ ହରି, କଳକି, ବୁଦ୍ଧ ଆଦି ଅବତାର କଥା ବର୍ଣ୍ଣନା କରାଯାଇଛି ।
ଏହି ଶରୀର ହେଉଛି ଧର୍ମକ୍ଷେତ୍ର ଓ କୁରୁକ୍ଷେତ୍ର । ଧର୍ମ ଓ ଅଧର୍ମର ଯୁଦ୍ଧ ଏଥିରେ ହୋଇଥାଏ । ପ୍ରତ୍ୟେକଙ୍କ ମନରେ ଓ ଘରେ ମହାଭାରତ ଯୁଦ୍ଧ ·ଲୁଛି । ସଦ୍ବୃି ଓ ଅସତ୍ ବୃିର ଯୁଦ୍ଧ ହେଉଛି ମହାଭାରତ । ଜୀବ ଯେତେବେଳେ ଜ୍ଞାନରେ ରମଣ କରେ ସେତେବେଳେ କୌବର ବିଘ୍ନ ସୃଷ୍ଟି କରନ୍ତି । ଜୀବ ହେଉଛି ଧୃତରାଷ୍ଟ୍ର । ତାକୁ ଅନ୍ଧ ରୂପରେ ଦର୍ଶାଯାଇଛି । କୋ ଅନ୍ଧଃ? ଅନ୍ଧ କିଏ? ଯଃ ବିଷୟାନୁରାଗୀ । ଯାହାର ଦୃଷ୍ଟିରେ କାମ ବାସନା ଅଛି ସେହିଁ ଅନ୍ଧ ଧୃତରାଷ୍ଟ୍ର । ଦୁଃଖ ରୂପୀ କୌରବ ଅନେକ ଥର ଧର୍ମକୁ ନାଶ କରିବାକୁ ଯାଏ । ଯୁଧିଷ୍ଠିର ଓ ଦୁର୍ଯେ୍ୟାଧନ ପ୍ରତିଦିନ ସଂଘର୍ଷ କରୁଛନ୍ତି । ଦୁର୍ଯେ୍ୟାଧନ ଆଜି ମଧ୍ୟ ବôଛି । ପରମାତ୍ମା ପ୍ରତ୍ୟହ ବ୍ରହ୍ମ ମୁହୂର୍ରେ ଆସି ପ୍ରଭୁପ୍ରେମୀମାନଙ୍କୁ ଉଠାନ୍ତି ଓ ସତ୍କର୍ମ ପାଇଁ କହନ୍ତି । କିନ୍ତୁ ଦୁର୍ଯେ୍ୟାଧନ ଆସି କହେ, “ଅନ୍ତିମ ପ୍ରହରର ଏ ଆରାମଦାୟକ ନିଦ ତ୍ୟାଗ କରି ଉଠିବାର କି ଆବଶ୍ୟକତା ଅଛି । ଶୋଇପଡ । କ’ଣ ବା କ୍ଷତି ହୋଇଯିବ?’’ ଦୁଷ୍ଟ ବି·ର ରୂପୀ ଦୁର୍ଯେ୍ୟାଧନ ମନୁଷ୍ୟକୁ ଉଠିବାକୁ ଦିଏ ନାହିଁ । ନିଦ୍ରା ଏବଂ ନିନ୍ଦା ଉପରେ ବିଜୟ ପ୍ରାପ୍ତ କରିଥିବା ବ୍ୟକ୍ତି କେବଳ ଭକ୍ତି କରିପାରେ । ଦୁର୍ଯେ୍ୟାଧନ ଅଧର୍ମର ପ୍ରତୀକ । ଯୁଧିଷ୍ଠିର ଧର୍ମର ସ୍ବରୂପ । ଧର୍ମ ପରମାତ୍ମା ଅଭିମୁଖେ ନେଇ ଯାଏ । ଅଧର୍ମ ମନୁଷ୍ୟକୁ ସାଂସାରିକ ବିଷୟାନୁରାଗୀ କରି ବିନାଶ ଅଭିମୁଖେ ପ୍ରେରିତ କରେ । ଧର୍ମ ଈଶ୍ୱରଙ୍କ ଶରଣରେ ଆସିଲେ ତା’ର ବିଜୟ ହୁଏ ଓ ଅଧର୍ମର ବିନାଶ ହୁଏ ।
ଅଶାନ୍ତି, ଉଦ୍ବେଗ, ଦୁଃଖ ଆଦିର ମୂଳ ନିଜ ଅନ୍ତରରେ ଥାଏ । ଏହା ବାହାରେ ନଥାଏ । ତେଣୁ ଏହାକୁ ନିଜ ମଧ୍ୟରେ ଖୋଜିବା ହେଉଛି ଜ୍ଞାନୀର ଲକ୍ଷଣ । ଅଜ୍ଞାନତା ଏବଂ ଅଭିମାନ ହେଉଛି ଦୁଃଖର ମୁଖ୍ୟ କାରଣ । ଅଜ୍ଞାନ ବ୍ୟକ୍ତି (ଜ୍ଞାନ ଚକ୍ଷୁ ହୀନ ହେତୁ) ଏହା ଦେଖିପାରେ ନାହିଁ । ତେଣୁ ଏହାର କାରଣଗୁଡ଼ିକୁ ବାହାରେ ଖୋଜେ । ଲୋକେ ଅତୀତରେ କରିଥିବା ପୁଣ୍ୟ କର୍ମଗୁଡ଼ିକୁ ବାରମ୍ବାର ସ୍ମରଣ କରନ୍ତି; କିନ୍ତୁ ପାପ କର୍ମକୁ କେହି ମନେ ପକାନ୍ତି ନାହିଁ । ମନୁଷ୍ୟକୁ ନିଜ ଭୁଲ ସହଜରେ ଦେଖାଯାଏ   ନାହିଁ । ଏଥିପାଇଁ କୁହାଯାଇଛି- “କୃପା ଭଇ ତବ ଜାନିୟେ, ଯବ୍ ଦିଖେ ଅପନା ଦୋଷ ।’’ ଜଗତର କୌଣସି ବ୍ୟକ୍ତିର ଦୋଷ ଦେଖିବା ଉଚିତ ନୁହେଁ । ନିଜ ମନକୁ ସଂଶୋଧନ କରିବା ଆବଶ୍ୟକ । ଆମର ଭୁଲ ଦେଖାଉଥିବା ବ୍ୟକ୍ତିର ଉପକାର ଭୁଲିଯିବା ଉଚିତ ନୁହେଁ । ମନୁଷ୍ୟର ସବୁଠାରୁ ବଡ ଦୋଷ ହେଉଛି ଯେ ସେ ନିଜକୁ ସର୍ବଦା ନିର୍ଦ୍ଧୋଷ ମନେ କରେ । ଏକମାତ୍ର ପରମାତ୍ମା ହିଁ ନିର୍ଦ୍ଧୋଷ । ନିୟମିତ ସତସଙ୍ଗ କଲେ ମନୁଷ୍ୟ ନିଜ ଦୋଷ ଦେଖିପାରେ ।

Monday, 17 July 2017

ଜ୍ଞାନ ପ୍ରବାହ (୯)

ଜ୍ଞାନ ପ୍ରବାହ (୯)

(ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)
ଭଲ କଥା ଶୁଣି ଜୀବନରେ ଚରିତାର୍ଥ କରିବା ଲୋକ ଖୁବ୍ କମ ଦେଖାଯାଆନ୍ତି । ଶୁଣିଥିବା କଥା (ଜ୍ଞାନ)ର ସିଦ୍ଧାନ୍ତଗୁଡ଼ିକୁ ଜୀବନରେ ଆଚରଣ କରିବା ବିଧେୟ । କେବଳ “ଶୁଶ୍ରୁଭିଃ’’ ନୁହେଁ, “କୃତିଭିଃ’’ ମଧ୍ୟ ହୁଅ । କଳିଯୁଗୀୟ ମାନବ ମନ୍ଦବୁଦ୍ଧି ଏବଂ ମନ୍ଦଶକ୍ତି  ଯୁକ୍ତ ହୋଇଥିବାରୁ କଠିଣ ସାଧନା ପାଇଁ ଅକ୍ଷମ । ଭୋଗ ପ୍ରବୃି ହେଉଛି ମନ୍ଦ ବୁଦ୍ଧିର କାରଣ । ଭୋଗୀ ବ୍ୟକ୍ତି ଦୀର୍ଘ ସମୟ ଗୋଟିଏ ଆସନରେ ଆସୀନ ହୋଇ ଧ୍ୟାନ କରିପାରେ ନାହିଁ । ଅଥଚ ସେ ନିଜକୁ ଚତୁର ମନେ କରେ । ସାଂସାରିକ ବିଷୟ ସମୂହ ପଛରେ ଧାବିତ ବ୍ୟକ୍ତି ଚତୁର ପଦବାଚ୍ୟ ନୁହେଁ । ଶାସ୍ତ୍ର ନିର୍ଦ୍ଧେଶ ଦିଏ;-
ଶତଂ ବିହାୟ ଭୋକ୍ତବ୍ୟଂ ସହସ୍ରଂ ସ୍ନାନଂ ଆଚରତ୍ ।
ଲକ୍ଷଂ ବିହାୟ ଦାତବ୍ୟଂ କୋଟିଂ ତ୍ୟକ୍ତ୍ୱା ହରିଂ ଭଜେତ୍ ।ା
(ଅର୍ଥାତ୍, ଶହେ କାମ ଛାଡି ଭୋଜନ କର, ହଜାରେ କାମ ଛାଡି ସ୍ନାନ କର, ଲକ୍ଷେ କାମ ଛାଡି ଦାନ କର ଏବଂ ଗୋଟିଏ କାମ ଛାଡି ଭଗବତ୍ ଚିନ୍ତନ (ପରମାତ୍ମା ସ୍ମରଣ) କର । ଏଥିରୁ ସ୍ପଷ୍ଟ ହୁଏ ଯେ ଘର କାମ ସମାପ୍ତ କଲା ପରେ ଈଶ୍ୱରୀୟ ଚିନ୍ତନ କରିବା ବିଧି ନୁହେଁ । ଈଶ୍ୱରୀୟ ଚିନ୍ତନ (ଧ୍ୟାନ ଯୋଗ) ପରେ କର୍ବ୍ୟ କର୍ମ (କର୍ମଯୋଗ) କରିବା ସର୍ବୋମ ବିଧି । ଏହାଦ୍ୱାରା କର୍ମରେ କୁଶଳତା ଆସେ । ଯୋଗଃ କର୍ମସୁ କୌଶଳଂ । କଳିଯୁଗୀୟ ମଣିଷ ଉଚିତ କର୍ମ ଅପେକ୍ଷା ଅନୁଚିତ କର୍ମକୁ ଅଗ୍ରାଧିକାର ଭିିରେ କରେ । ମନ୍ଦ ବୁଦ୍ଧି ହେବାର ଏହାହିଁ କାରଣ ।
ବ୍ୟକ୍ତି ଯେତେବେଳେ ପରମାତ୍ମା ମିଳନ ପାଇଁ ଅତ୍ୟଧିକ ଆତୁର ହୁଏ ସେତେବେଳେ ଈଶ୍ୱରୀୟ ପ୍ରେରଣା କ୍ରମେ ସନ୍ଥ (ଈଶ୍ୱରଙ୍କୁ ଜାଣିଥିବା ଓ ପ୍ରତ୍ୟକ୍ଷ କରିଥିବା ମହାତ୍ମା) ଦର୍ଶନ ହୁଏ ।
ଭୋଜନରେ ସ୍ବାଦ ନଥାଏ । କ୍ଷୁଧା ହେଉଛି ସ୍ବାଦର କାରଣ । ପରମାତ୍ମା ମିଳନର କ୍ଷୁଧା ଦୀବ୍ର ନ ହେବା ପର୍ଯ୍ୟନ୍ତ ସନ୍ଥ ପ୍ରାପ୍ତି ପରେ ମଧ୍ୟ ସଦ୍ଭାବ ଜାଗ୍ରତ ହୁଏ ନାହିଁ, ଶ୍ରବଣର ପ୍ରଧାନ ତିନିଟି ଅଙ୍ଗ ଅଛି ।
୧. ଶ୍ରଦ୍ଧା : ଶ୍ରୋତାଗଣ ମନକୁ ଏକାଗ୍ର କରି ଶ୍ରଦ୍ଧାର ସହିତ ଈଶ୍ୱରୀୟ କଥା ଶୁଣିବା ଉଚିତ ।
୨. ଜିଜ୍ଞାସା : କୌଣସି ବିଷୟରେ ଜିଜ୍ଞାସା ଉପôନ୍ନ ନହେବା ପର୍ଯ୍ୟନ୍ତ ବ୍ୟକ୍ତି (ଶ୍ରୋତା) ତାହା ଧ୍ୟାନ ପୂର୍ବକ ଶୁଣେ ନାହିଁ । ତେଣୁ ଜିଜ୍ଞାସା ବିହୀନ କଥା ଶ୍ରବଣ ନିରର୍ଥକ ।
୩. ନିର୍ମତ୍ସରତା : ମତ୍ସରର ଆଭିଧାନିକ ଅର୍ଥ ହେଉଛି ହିଂସା, ଦ୍ୱେଷ. ପରଶ୍ରୀକାତରତା, ରାଗ, ଶତ୍ରୁତା, ଗର୍ବ, ଲୋଭ, ଆତ୍ମଧିକ୍କାର । ଏଗୁଡ଼ିକର ଅଭାବ ହେଉଛି ନିର୍ମତ୍ସରତା । ଶ୍ରୋତା ମନରେ ଜଗତର କାହାରି ପ୍ରତି ମତ୍ସର ହେବା ଉଚିତ ନୁହେଁ । ବିନମ୍ରତା ପୂର୍ବକ ଜ୍ଞାନ ଶ୍ରବଣ କରିବା ଉଚିତ । ସମସ୍ତ ପାପ କର୍ମ ତ୍ୟାଗ କରି ପରମାତ୍ମା ମିଳନ ପାଇଁ ତୀବ୍ର ଆତୁରତା ପୂର୍ବକ ଜ୍ଞାନ ଶ୍ରବଣ କଲେ ତାଙ୍କୁ ଅନୁଭବ କରିବା ସହଜ ହୁଏ । ପରମାତ୍ମାଙ୍କୁ ଚର୍ମ ନେତ୍ରରେ ଦେଖିହୁଏ ନାହିଁ । କାରଣ ସେ ଇନ୍ଦ୍ରିୟାତୀତ ।
ସାଧନା କରିବା ସେ୍ୱ ମଧ୍ୟ ଯଦି ସିଦ୍ଧି ପ୍ରାପ୍ତ ହେଉ ନାହିଁ ତେବେ ସାଧନା ପ୍ରତି ସାଧକ ମନରେ ଉପେକ୍ଷା ଭାବ ସାର ହୁଏ । ଜୀବ ସାଧକ ଅଟେ । ସେବା ଓ ସ୍ମରଣ ସାଧନ ଅଟେ । ପ୍ରାତଃ କାଳରେ ସ୍ନାନ ଶୌ·ଦି ପରେ କିଛି ସମୟ ଈଶ୍ୱରଙ୍କ ପୂଜା-ଆରାଧନା ବା ଜପ-ଧ୍ୟାନ କରି ଦିନଯାକ ସାଂସାରିକ କର୍ମରେ ଲିପ୍ତ ରହି ତାଙ୍କୁ ଭୁଲିଯିବା ଭକ୍ତି (ଈଶ୍ୱରୀୟ ପ୍ରୀତି) ନୁହେଁ । ଅର୍ହନିଶ ଈଶ୍ୱରୀୟ ସ୍ମୃତି ହିଁ ପ୍ରଭୁ ପ୍ରୀତି  ବା ଭକ୍ତିର ଦ୍ୟୋତକ । ଏଭଳି ଭକ୍ତିରେ ପ୍ରକୃତ ଆନନ୍ଦ ଅଛି । ଭକ୍ତି ଶାରୀରିକ ନୁହେଁ ମାନସିକ ହେବା ଉଚିତ । ମନରେ ଯଦି ଈଶ୍ୱରୀୟ ସ୍ମୃତି ନାହିଁ ବାଣୀ ଯେତେ ଭଗବାନଙ୍କ ନାମ ଉଚ୍ଚାରଣ କଲେ ମଧ୍ୟ ସେ ସବୁ ବ୍ୟର୍ଥ ହୋଇଯାଏ । ମନ ସଂସାରର ବିଷୟ ସମୂହରେ ରମଣ କରୁଥିବ ଏବଂ ଶରୀର ଭଗବାନଙ୍କ ସେବାରେ ବ୍ୟସ୍ତ ଥିବ ତେବେ ସେପରି ସେବାରେ କୌଣସି ଆନନ୍ଦ ମିଳେ ନାହିଁ । ସେବାରେ କ୍ରିୟା ନୁହେଁ, ଭାବହିଁ ମୁଖ୍ୟ ଅଟେ । ବିଷୟ ସମୂହରୁ ମନକୁ ନିବୃ ନକରିବା ପର୍ଯ୍ୟନ୍ତ ସେବାରେ ଆନନ୍ଦ ମିଳେ ନାହିଁ । “ସର୍ବେଷାମ୍ ଅବିରୋଧେନ ବ୍ରହ୍ମକର୍ମ ସମାରଭେ ।’’ ପରମାତ୍ମାଙ୍କ ସେବା ସେତେବେଳେ ହେବ ଯେତେବେଳେ ସାଂସାରିକ ବିଷୟ ସମୂହରୁ ଆସକ୍ତି କମିଯିବ ।
ପରମାତ୍ମାଙ୍କୁ ପ୍ରେମ କରିବାକୁ ହେଲେ ବିଷୟ ସମୂହର ପ୍ରେମ ତ୍ୟାଗ କରିବାକୁ ହେବ । କାରଣ, “ପ୍ରେମ ଗଲି ଅତି ସାଁକରି ତାମେଁ ଦୋ ନ ସମାହିଁ ।’’ ପ୍ରେମର ସଂକୀର୍ଣ୍ଣ ଗଳିରେ ଉଭୟର ନିର୍ବାହ ହୋଇପାରେ ନାହିଁ । ଜଗତର ବନ୍ଧନ ନ ଛାଡିବା ପର୍ଯ୍ୟନ୍ତ ଈଶ୍ୱର ସମ୍ବନ୍ଧ ହୁଏ ନାହିଁ । ସଂସାର ତ୍ୟାଗ ନୁହେଁ, ସଂସାରର ବିଷୟ ସମୂହର ତ୍ୟାଗ କରିବା ଆବ୍ୟକ । ସଂସାର ତ୍ୟାଗ କରି କୁଆଡ଼େ ଯିବା? କେବଳ ପରମାତ୍ମାହିଁ ସୁନ୍ଦର, ଦୁନିଆର ବିଷୟ ନୁହେଁ । ବାସନା ରୂପୀ ରଜ୍ଜୁ ଦ୍ୱାରା ବିଷୟରେ ବାନ୍ଧି ହୋଇଥିବା ଇନ୍ଦ୍ରିୟ ସମୂହକୁ ମୁକ୍ତ ନ କରିବା ପର୍ଯ୍ୟନ୍ତ ଆଗକୁ ବଢ଼ିବା ସମ୍ଭବ ନୁହେଁ । ବାସନା ରୂପୀ ରଜ୍ଜୁରେ ଏହି ଜୀବର ଗଣ୍ଠି ସଂସାର ସହିତ ବାନ୍ଧି ହୋଇରହିଛି । ତାକୁ ଛିନ୍ନ କରିବା ଦରକାର ।  ହୃଦୟ ବାସନା ରହିତ ହେଲେ ଭକ୍ତିରୁ ଆନନ୍ଦ ମିଳିଥାଏ । ସର୍ବୋମ ବସ୍ତୁକୁ ଈଶ୍ୱରାର୍ପଣ କରିବା ଶ୍ରେଷ୍ଠ ଭକ୍ତି । ଭୋଗ ଭକ୍ତିରେ ବାଧକ । ସଂଯମ ଓ ସଦା·ର ଦ୍ୱାରା ଭକ୍ତିରେ ଆନନ୍ଦ ମିଳେ । ସୁଖୀ ହେବାକୁ ·ଡୁଁଥିଲେ ସାଂସାରିକ ବିଷୟ ସହିତ ପ୍ରେମ ତ୍ୟାଗ କରିବା ଉଚିତ । ଘର ଗୃହସ୍ଥରେ ରହି ମଧ୍ୟ ଜଣେ ବୈରାଗ୍ୟର ସାଧନା କରିପାରିବ । (କ୍ରମଶଃ)

Tuesday, 4 July 2017

ଜ୍ଞାନ ପ୍ରବାହ (୮)

ଜ୍ଞାନ ପ୍ରବାହ (୮)

(ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)
ପରମାତ୍ମା ପରମାର୍ଥ ରୂପ, ଜାଣିବା ଯୋଗ୍ୟ, ପରମ ସୁଖଦାୟୀ, ଆଧ୍ୟାତ୍ମିକ, ଆଧିଭୌତିକ ତଥା ଆଧିଭୌତିକ ତାପ ନାଶକାରୀ ଅଟନ୍ତି । ନିଷ୍କାମ ଓ ନିଷ୍ପପଟ ଭାବରେ ତାଙ୍କୁ ଭକ୍ତି ପୂର୍ବକ ସ୍ମରଣ କରିବା ଉଚିତ୍ । କାମନା ଯୁକ୍ତ ଭକ୍ତିରେ ପରମାତ୍ମା ପ୍ରସନ୍ନ ହୁଅନ୍ତି ନାହିଁ । କାମୀ ବ୍ୟକ୍ତି ଭଗବାନଙ୍କ ଅପେକ୍ଷା ସଂସାରକୁ ବେଶୀ ଭଲପାଏ । ଭକ୍ତିର ଫଳ ଭଗବାନ ହେବା ଉଚିତ୍; ସାଂସାରିକ ସୁଖ ନୁହେଁ । ପ୍ରକୃତ ଭକ୍ତ ନିଜ ପାଇଁ କିଛି ଭଗବାନଙ୍କୁ ମାଗେ ନାହିଁ । ସେ ତ ତା’ର ତନ, ମନ, ଧନ ସବୁକିଛି ତାଙ୍କୁ ସମର୍ପଣ କରିଦିଏ । ମାଗିବା ଦ୍ୱାରା ପ୍ରେମର ଧାରା ଛିନ୍ନ ହୁଏ । ଶୁଦ୍ଧ ପ୍ରେମରେ ନେବାର ନୁହେଁ ଦେବାର ଭାବନା ଥାଏ । ଭକ୍ତିର ଫଳ ସ୍ବରୂପ ପାର୍ଥିବ ବସ୍ତୁ କାମନା କଲେ ଭକ୍ତର ମନୋବା‚ା ଭଗବାନ ପୂରଣ କରିଥାନ୍ତି; କିନ୍ତୁ ସେ ତା’ଠାରୁ ବହୁତ ଦୂରକୁ ·ଲି ଯାଆନ୍ତି । ଗୀତାରେ କୁହାଯାଇଛି; “ଦେବାନ୍ ଦେବ ଯଜୋ ଯାନ୍ତି ମଭକ୍ତା ଯାନ୍ତି ମାମପି ।” (ଗୀ୭/୨୩) । ଅର୍ଥାତ୍ ସକାମୀ ଭକ୍ତ ଯେଉଁ ଯେଉଁ ଦେବତାମାନଙ୍କ ପୂଜା କରନ୍ତି, ସେହି ସମସ୍ତ ଦେବତାମାନଙ୍କ ଦ୍ୱାରା ମୁଁ ଇଚ୍ଛିତ ଭୋଗର ପୂିର୍ କରାଏଁ, କିନ୍ତୁ ମୋର ନିଷ୍କାମ ଭକ୍ତି କରୁଥିବା ଭକ୍ତି ହିଁ ମୋତେ ପ୍ରାପ୍ତ ହୁଏ ।
ମାଗିବା ଦ୍ୱାରା ପ୍ରକୃତ ମୈତ୍ରୀର ଗୌରବ କ୍ଷୁଣ୍ଣ ହୋଇଥାଏ । ପ୍ରକୃତ ମିତ୍ର କେବେ କିଛି ମାଗେନାହିଁ । କୃଷ୍ଣଙ୍କ ପ୍ରତି ସୁଦାମାର ଆନ୍ତରିକ ପ୍ରୀତି ଥିଲା । ତାଙ୍କ ପନôୀ କିଛି ମାଗିବା ପାଇଁ ତାଙ୍କୁ କୃଷ୍ଣଙ୍କ ନିକଟକୁ ପଠାଇଥିଲେ । ପି୍ରୟ ମିତ୍ରଙ୍କ ଅତୁଳ ବୈଭବ ଦେଖି ମଧ୍ୟ ସୁଦାମା ସ୍ବ ଦାରିଦ୍ର୍ୟ ବିଷୟରେ ମୁହଁ ଖୋଲି ନଥିଲେ । ଦଶଦିନ କ୍ଷୁଧା ତୃଷା ସହ୍ୟକରି ମିତ୍ର ସହିତ ଦେଖା କରିବାକୁ ଦୀର୍ଘ ବାଟ ସେ ଧାଇଁ ଆସିଥିଲେ । ଦୀର୍ଘ ଦିନ ପରେ ବନ୍ଧୁ ଦର୍ଶନ ହେବ, ଖାଲି ହାତରେ କେମିତି ଯିବେ; ଏହି ଭାବନାର ବଶବର୍ୀ ହୋଇ ପାଖରେ ଥିବା ଭଜା ·ଉଳ ଗଣ୍ଡାକ ନଖାଇ ପି୍ରୟ ସଖାଙ୍କୁ ଦେବା ପାଇଁ ଯନô ପୂର୍ବକ ସାଇତି ରଖିଥିଲେ । ଏହାହିଁ ପ୍ରକୃତ ପ୍ରେମର ନିଦର୍ଶନ । ସେହି ପ୍ରେମର ମୂଲ୍ୟ ନିର୍ଣ୍ଣୟ କରାଯାଇପାରେ ନାହିଁ । ମନୁଷ୍ୟ ଯେତେବେଳେ ଅକୁଣ୍ଠିତ ଭାବରେ ନିଜର ସର୍ବସ୍ବ ପରମାତ୍ମାଙ୍କୁ ସମର୍ପି ଦିଏ, ପ୍ରତିବଦଳରେ ପରମାତ୍ମା ମଧ୍ୟ ତାଙ୍କର ସର୍ବସ୍ବ ମନୁଷ୍ୟକୁ ପ୍ରଦାନ କରନ୍ତି । ପ୍ରଭୁ ପ୍ରେମୀ କିଛି ମାଗେନାହିଁ । ସେ ପ୍ରଭୁଙ୍କୁ ଏତିକି ମାତ୍ର ନିବେଦନ କରେ ଯେ, “ସଂସାର କୂପ ପତିତୋରଣାବଲମ୍ବଂ ଗେହଂଜୁଷାମପି ମନସୁ୍ୟଦିୟାତ୍ ସଦା ନଃ ।” ଅର୍ଥାତ୍, “ହେ ପ୍ରଭୁ, ସଂସାର ରୂପୀ କୂପ ମଧ୍ୟରେ ପତିତ ଜୀବମାନଙ୍କ ନିବୃିର ଅବଲମ୍ବନ ସ୍ବରୂପ ଆପଣଙ୍କ ଚରଣ କମଳରେ ଘର ଗୃହସ୍ଥରେ ଥାଇ ମଧ୍ୟ ଆମ ମନ ସବୁବେଳେ ସ୍ଥିର ରହୁ ।’’
ନିଷ୍କାମ ଭକ୍ତି ସର୍ବଶ୍ରେଷ୍ଠ । ଶ୍ରୀକୃଷ୍ଣଙ୍କ ପ୍ରତିଯୋଗୀମାନଙ୍କ ନିଷ୍କାମ ମମତା ଓ ପ୍ରେମ ନିଷ୍କାମ ଭକ୍ତିର ଦୃଷ୍ଟାନ୍ତ । ଭକ୍ତିର ଫଳ ଜ୍ଞାନ ଏବଂ ବୈରାଗ୍ୟ । ଜ୍ଞାନ ବିନା ଭକ୍ତି ଅନ୍ଧ ଓ ଭକ୍ତି ବିନା ଜ୍ଞାନ ପଙ୍ଗୁ ଅଟେ । ଅଭ୍ୟାସ ଓ ଆବଶ୍ୟକତା ଉପରେ ନିୟନ୍ତ୍ରଣ ରଖିପାରିଲେ ମନ ଈଶ୍ୱରୀୟ ଚିନ୍ତନରେ ଏକାଗ୍ର ହୋଇପାରେ । ଅନ୍ତଃକରଣ ଶୁଦ୍ଧ ନହେବା ପର୍ଯ୍ୟନ୍ତ ଈଶ୍ୱରୀୟ ସ୍ମୃତି ସ୍ଥିର ହୁଏନାହିଁ । ପରନିନ୍ଦା ଓ ଈର୍ଷା (ମତ୍ସର) ଅନ୍ତଃକରଣକୁ ଅଶୁଦ୍ଧ କରିଦିଏ । ଶ୍ରୀମଦ୍ ଭାଗବତ ପ୍ରଥମରୁ ସତର୍କ କରାଇ ଦେଇଛି; “ନିର୍ମତ୍ସରାଣାଂ ସତାଂ” ଅର୍ଥାତ୍ ଈର୍ଷା ରହିତ ହୋଇ କଥା ଶୁଣ । ତେବେ ଈଶ୍ୱର ତୁମ ହୃଦୟରେ ବାନ୍ଧିହୋଇଯିବେ । ମତ୍ସର (ଈର୍ଷା) ସବୁଠାରୁ ବଡ଼ ଶତୁ୍ର । ଜ୍ଞାନୀ ଓ ଯୋଗୀ ଉଭୟଙ୍କୁ ଏହି ମତ୍ସର ବଡ଼ ହଇରାଣ କରେ । ଏହି ପରିପ୍ରେକ୍ଷୀରେ ନିମ୍ନରେ ପ୍ରଦ ଦୃଷ୍ଟାନ୍ତ ପ୍ରଣିଧାନ ଯୋଗ୍ୟ ।
·ଙ୍ଗଦେବ ଜଣେ ପ୍ରସିଦ୍ଧ ହଠ ଯୋଗୀ ଥିଲେ । କଥିତ ଅଛି ଯେ ଯୋଗ ସାଧନାରୁ ପ୍ରାପ୍ତ ସିଦ୍ଧି ବଳରେ ସେ ୧୪ଠଠ ବର୍ଷ ବôଥିଲେ । ଷୋହଳ ବର୍ଷ ବୟସର ସନ୍ଥ ଜ୍ଞାନେଶ୍ୱରଙ୍କ କୀିର୍ ଶୁଣି ତାଙ୍କ ମତ୍ସର ଜାତ ହେଲା । ଏହି ବାଳକ କ’ଣ ମୋଠାରୁ ମଧ୍ୟ ଜ୍ଞାନୀ? ପ୍ରାପ୍ତ ସିଦ୍ଧିର ପ୍ରଦର୍ଶନ ପାଇଁ ସେ ବ୍ୟାଘ୍ର ପୃଷ୍ଠରେ ଆରୋହଣ କରି ଏବଂ ସର୍ପକୁ ଲଗାମ ରୂପେ ବ୍ୟବହାର ପୂର୍ବକ ଜ୍ଞାନେଶ୍ୱରଙ୍କ ସହିତ ସାକ୍ଷାତ କରିବାକୁ ଆସିଲେ । ଜ୍ଞାନଦେବ ଏକଥା ଶୁଣି ·ଙ୍ଗଦେବଙ୍କ ମନୋଭାବ ଜାଣିପାରିଲେ । ସେତେବେଳେ ସେ ଏକ ପଥର ଚଟାଣ ଉପରେ ବସିଥିଲେ । ଅତିଥିଙ୍କ ଅଭ୍ୟର୍ଥନା ତ କରିବାକୁ ହେବ । ତେଣୁ ସେ ଚଟାଣକୁ ·ଲିବାକୁ ଆଦେଶ ଦେଲେ । ଚଟାଣ ·ଲୁଥିବା ଦେଖି ·ଙ୍ଗଦେବଙ୍କ ଅଭିମାନ ନଷ୍ଟ ହେଲା । ସେ ହୃଦୟଙ୍ଗମ କଲେ ଯେ ମୁଁ ତ କେବଳ ହିଂସ୍ର ପଶୁମାନଙ୍କୁ ବଶୀଭୂତ କରିଛି, କିନ୍ତୁ ଜ୍ଞାନେଶ୍ୱରଙ୍କ ପାଖରେ ଏପରି ଶକ୍ତି ଅଛି ଯଦ୍ଧ୍ୱାରା ସେ ଜଡ଼ ପଦାର୍ଥକୁ ମଧ୍ୟ ଚୈତନ୍ୟ ପ୍ରଦାନ କରି ପାରୁଛନ୍ତି । ·ଙ୍ଗଦେବ ଜ୍ଞାନେଶ୍ୱରଙ୍କ ଶିଷ୍ୟତ୍ୱ ସ୍ବୀକାର କଲେ । ଏଥିରୁ ସ୍ପଷ୍ଟ ଯେ ହଠ ଯୋଗଦ୍ୱାରା ମନକୁ ନିୟନ୍ତ୍ରିତ କରିବା ଅପେକ୍ଷା ପ୍ରେମ ଦ୍ୱାରା ମନକୁ ବଶୀଭୂତ କରିବା ସର୍ବୋମ ଅଟେ । ହଠ ଯୋଗ ମନକୁ ଏକାଗ୍ର କରିପାରେ, କିନ୍ତୁ ହୃଦୟକୁ ବିଶାଳ କରିପାରେନାହିଁ । ଏହି କାରଣ ହେତୁ ·ଙ୍ଗଦେବ ଜ୍ଞାନେଶ୍ୱରଙ୍କୁ ଈର୍ଷା କରୁଥିôଲେ । ଈଶ୍ୱରଭକ୍ତି ହୃଦୟକୁ ବିଶାଳ କରେ । ମତ୍ସର (ଈର୍ଷା) କରୁଥିବା ଜୀବର ଇହ ପରମ ଉଭୟ ଲୋକ ବିଗିଡ଼ି ଯାଏ । ମନରୁ ମତ୍ସର ଅପସାରିତ ହେଲେ ମନମୋହନଙ୍କ ସ୍ବରୂପ (ପରମାତ୍ମା) ମନରେ ସୁଦୃଢ଼ ହୋଇଥାଏ । (କ୍ରମଶଃ)

ଜ୍ଞାନ ପ୍ରବାହ (୭)

ଜ୍ଞାନ ପ୍ରବାହ (୭)

(ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)
ଆମର ଶରୀରର ସୃଷ୍ଟି କାମ ବିକାରରୁ ହୋଇଛି । ଏହାଠାରୁ ମଳିନ ବସ୍ତୁ ଆଉ କିଛି ନାହିଁ । ପରମାତ୍ମା ଇନ୍ଦ୍ରିୟାତୀତ । ତେଣୁ ତାଙ୍କ ସହିତ କେବଳ ମନୋମିଳନ ହୋଇପାରେ । ଏଥିପାଇଁ ସତତ ଈଶ୍ୱରୀୟ ସ୍ବରୂପ ଚିନ୍ତନ କରିବା ଆବଶ୍ୟକ । ନିରନ୍ତର ଈଶ୍ୱରୀୟ ସ୍ମୃତିର ଅଭ୍ୟାସ ଆତ୍ମାରେ ସଂଚିତ ତମୋଗୁଣୀ ସଂସ୍କାର (ପାପ)କୁ ଧ୍ୱଂସ କରେ ଓ ଧୀରେ ଧୀରେ ପରମାତ୍ମାଙ୍କ ଶକ୍ତି ଆତ୍ମାରେ ସଂଚାରିତ ହୋଇ ସଂଚିତ ହୁଏ । ଈଶ୍ୱରୀୟ ସ୍ମୃତିର ପରିପକ୍ୱ ଅବସ୍ଥା ହେଉଛି ସମାଧି । ଏହି ଅବସ୍ଥାରେ କୌଣସି ସାଂସାରିକ ସଂକଳ୍ପ-ବିକଳ୍ପ ମନକୁ ହଲଚଲ କରେ ନାହିଁ । ଈଶ୍ୱରୀୟ ସ୍ମୃତିରେ ତଲ୍ଲୀନତା ହେତୁ ସମସ୍ତ ପ୍ରକାର ବନ୍ଧନ ଛିନ୍ନ ହୋଇଯାଏ । ତେଣୁ ସମାଧି ସ୍ତର ପର୍ଯ୍ୟନ୍ତ ପହିିଥିବା ଯୋଗୀକୁ ଜୀବନ୍ମୁକ୍ତ କୁହାଯାଏ ।
କ୍ରିୟା ଏବଂ ଲୀଳା ମଧ୍ୟରେ ଅନ୍ତର ଅଛି । ପରମାତ୍ମା ଯାହା କରନ୍ତି ବା କରାନ୍ତି ତାହା “ଲୀଳା” । ଜୀବ ଯାହା କରେ ତାହା “କ୍ରିୟା” । କ୍ରିୟା ବନ୍ଧନ ରୂପ ଅଟେ । କାରଣ ଏହା ସହିତ କର୍ାର ଆସକ୍ତି, ସ୍ବାର୍ଥ ଏବଂ ଅହଂକାରର ସମ୍ବନ୍ଧ ଥାଏ । ଈଶ୍ୱରଙ୍କ ଲୀଳା ବନ୍ଧନମୁକ୍ତ କରାଏ । କାରଣ ଈଶ୍ୱରଙ୍କୁ ସ୍ବାର୍ଥ ଏବଂ ଅଭିମାନ ସ୍ପର୍ଶ କରିପାରେ ନାହିଁ । ଯେଉଁ କାର୍ଯ୍ୟରେ କର୍ୃତ୍ୱର ଅଭିମାନ ହୁଏ ନାହିଁ ତାହା “ଲୀଳା” ଅଟେ । ମାନବାତ୍ମାକୁ ତମୋପ୍ରଧାନରୁ ସତୋ ପ୍ରଧାନ କରିବା ପାଇଁ ପରମାତ୍ମା ଏ ଧରାଧାମରେ ଅବତୀର୍ଣ୍ଣ ହୋଇ “ଲୀଳା” କରନ୍ତି ।
ଭଗବତ୍ ଧ୍ୟାନରେ ତନ୍ମୟତା ନ ଆସିଲେ ସାଂସାରିକ ବିଷୟ ସ୍ମୃତିରେ ଆସିବ । ସତ୍କର୍ମ କଲାବେଳେ ଅନେକ ବିଘ୍ନର ସମ୍ମୁଖୀନ ହେବାକୁ ପଡ଼େ । ଈଶ୍ୱରୀୟ ସ୍ମୃତି ଦ୍ୱାରା ସେଗୁଡ଼ିକୁ ସୁଗମତା ପୂର୍ବକ ଅତିକ୍ରମ କରିବାର ସାହସ ଓ ସାମର୍ଥ୍ୟ ମିଳେ । ମଂଗଳାଚରଣରେ ବ୍ୟାସଜୀ ଲେଖିଛନ୍ତି “ସତ୍ୟମ୍ ପରଂ ଧମୀହି ।” ଅର୍ଥାତ ସତ୍ୟସ୍ବରୂପ ପରମାତ୍ମାଙ୍କୁ ଧ୍ୟାନ କର । ସେ କୌଣସି ବିଶିଷ୍ଟ ସ୍ବରୂପ ବା ଆକୃତିର ଧ୍ୟାନ କରିବାକୁ କହି ନାହାନ୍ତି । ସଂସାରରେ ମନୁଷ୍ୟମାନଙ୍କ ରୁଚି ଏକ ପ୍ରକାର ନୁହେଁ । ଶିବ ମହିମ୍ନ ସ୍ତୋତ୍ରରେ କୁହାଯାଇଛି-
ତ୍ରୟୀ ସାଂଖ୍ୟଂ ଯୋଗଃ ପଶୁପତିମତଂ ବୈଷ୍ଣବମିତି
ପ୍ରଭିନ୍ନେ ପ୍ରସ୍ଥାନେ ପରମିଦମଦଃ ପଥ୍ୟମିତି ଚ ।
ରୁଚିନାଂ ବୈଚିତ୍ର୍ୟାଦୃବୃକୁଟିଳ ନାନା ପଥତୁଷାଂ
ନୃଣାମେ କୋ ଗମ୍ୟସ୍ତ୍ୱମସି ପୟସାମର୍ଣ୍ଣବ ଇବ ।ା
ଅର୍ଥାତ, “ସାେଙ୍ଗାପାଙ୍ଗ ବେଦ, ସାଂଖ୍ୟ ଶାସ୍ତ୍ର, ଯୋଗ ଶାସ୍ତ୍ର, ପାଶୁପତ ଶାସ୍ତ୍ର, ବୈଷ୍ଣବ ଶାସ୍ତ୍ର ଆଦି ଭିନ୍ନ ଶାଖାରେ ଆସ୍ଥାବାନ ଲୋକେ ସ୍ବ ସ୍ବ ଶାସ୍ତ୍ରଗୁଡ଼ିକୁ ସର୍ବୋମ ମାନନ୍ତି ଏବଂ ସ୍ବ ସ୍ବ ମନୋବୃି ଅନୁସାରେ ସରଳ କିମ୍ବା କଠିଣ ମାର୍ଗର ଉଲ୍ଲେଖ କଥା କହନ୍ତି । କିନ୍ତୁ ସତ୍ୟ ଏହା ଯେ ଏହି ସମସ୍ତ ଶାସ୍ତ୍ରାନୁସାରୀ ମତଗୁଡ଼ିକର ପ୍ରାପ୍ତି ସ୍ଥାନ ଓ ଲକ୍ଷ୍ୟ ଏକହିଁ ଅଟେ ଯେପରି ଅଂକାବଂକା ସମସ୍ତ ନଦୀ ସେହି ଏକ ସମୁଦ୍ରରେ ହିଁ ମିଳିତ ହୁଅନ୍ତି ।” ପ୍ରତ୍ୟେକଙ୍କ ରୁଚି ଏବଂ ଆସ୍ଥା ଭିନ୍ନ ଭିନ୍ନ ହୋଇଥିବା ହେତୁ ମଣିଷ ବିବିଧ ସ୍ବରୂପରେ ସେହି ଏକ ପରମାତ୍ମାଙ୍କୁ ହିଁ ସ୍ମରଣ କରିଥାଏ । ସତ୍ୟ; ଅବିନାଶୀ, ଅବାଧିତ ଓ ଅପରିବର୍ନଶୀଳ ଅଟେ । ସୁଖ, ଦୁଃଖ, ଲାଭ, ହାନି ଆଦି କାରଣରୁ ପରମେଶ୍ୱରଙ୍କ ସ୍ବରୂପରେ କୌଣସି ପରିବର୍ନ ହୋଇ ନଥାଏ । ସେ ସର୍ବଦା ସ୍ଥିତ ପ୍ରଜ୍ଞ । ସ୍ଥିତପ୍ରଜ୍ଞର ଲକ୍ଷଣ କଥା ଗୀତାରେ କୁହାଯାଇଛି, “ଦୁଃଖେଷ୍ୱନୁଦ୍ ବିଗ୍ନମନାଃ ସୁଖେଷୁ ବିଗତ ସ୍ପୃହଃ.... ।” ଦୁଃଖ ସମୟରେ ଯାହାର ମନ ଉଦ୍ବେଗ ରହିତ  ଏବଂ ସୁଖ ସମୟରେ ଯାହାର ମନ ସ୍ପୃହା ରହିତ ସେହିଁ ସ୍ଥିତପ୍ରଜ୍ଞ ଅଟେ ।
ଜଗତ ଅନିତ୍ୟ ଅଟେ । ଭୁତ, ବର୍ମାନ ଏବଂ ଭବିଷ୍ୟତରେ ପରମାତ୍ମା ଏକ ସ୍ବରୂପରେ ସ୍ଥିତ ରହୁଥିବାରୁ ସେହିଁ କେବଳ ସତ୍ୟ ଅଟନ୍ତି । ଯଦି ସୁଖୀ ହେବାକୁ ଚାହୁଁଛ ତେବେ ସେହି ସତ୍ୟ ସ୍ବରୂପ ପରମାତ୍ମାଙ୍କୁ ପ୍ରେମ କର । କାର୍ଯ୍ୟ ବ୍ୟବହାରରେ ଜଗତ ନିତ୍ୟ ବୋଲି ପ୍ରତୀତ ହୁଏ, କିନ୍ତୁ ପରମାର୍ଥ ଓ ତା୍ୱିକ ଦୃଷ୍ଟିରେ ଦେଖିଲେ ଏହା ନିତ୍ୟ ନୁହେଁ । ସ୍ବପ୍ନ ଭାଂଗିଗଲା ପରେ ଯେପରି ତାହା ମିଥ୍ୟା ଲାଗେ, ସେହିପରି ଈଶ୍ୱରାନୁଭୂତି ହେଲା ପରେ ଜାଗତିକ ପଦାର୍ଥ ସମୂହ ଅନିତ୍ୟ ଲାଗେ । ଈଶ୍ୱରଙ୍କ ବ୍ୟତୀତ ଆମେ ଯାହା ଦେଖୁଁ ସେ ସବୁ ଅନିତ୍ୟ ଅଟେ । ଏହି ଅନିତ୍ୟ ସଂସାର ପ୍ରତି ମୋହ ରଖ ନାହିଁ । ସ୍ତ୍ରୀ-ପୁରୁଷର ମିଳନ ସୁଖଦ; କିନ୍ତୁ ବିୟୋଗ ଅତି ଦୁଃଖଦ । ବିୟୋଗ ଅବଶ୍ୟସମ୍ଭାବୀ ମନେ କରି କୌଣସି ଦେହଧାରୀ ପ୍ରତି ପ୍ରେମ କର ନାହିଁ । କେବଳ ଅବିନାଶୀ ପରମାତ୍ମାଙ୍କୁ ପ୍ରେମ କରିବା ଉଚିତ । ଅନ୍ଧକାରରେ ଦଉଡ଼ି ମଧ୍ୟ ସର୍ପ ପରି ପ୍ରତୀତ ହୁଏ । ଆଲୋକରେ ତାର ଯଥାର୍ଥ ସ୍ବରୂପର ଜ୍ଞାନ ହୁଏ । ଏହି ସର୍ପ-ରଜ୍ଜୁ ନ୍ୟାୟ ଦୃଷ୍ଟିରେ ଅନିତ୍ୟ ସଂସାରକୁ ଅଜ୍ଞାନଗଣ ନିତ୍ୟ ବୋଲି ମନେ କରନ୍ତି । ମନେ ରଖ, ଯଦ୍ ଦୃଷ୍ଟମ୍ ତତ୍ ନଷ୍ଟମ୍ ।” ଦୃଶ୍ୟବାନ ବସ୍ତୁ ସମୂହ ନାଶବାନ୍ ଅଟନ୍ତି । ତେଣୁ ଜଗତରେ ରହି ମଧ୍ୟ ଏହାକୁ ଅନିତ୍ୟ ବୋଲି ମନେ କର । (କ୍ରମଶଃ...)

Comment

ଆମେ ଯେତେବେଳେ ଈଶ୍ୱରୀୟ ଉପଲବ୍ଧି ପାଇଁ ସାଧନା ମାର୍ଗରେ ଅଗ୍ରସର ହେଉ, ଜନ୍ମ ଜନ୍ମାନ୍ତରର ଦେହ ଅଭିମାନରୁ ଉପôନ୍ନ ଆମର ମନୋବିକାର ସମୂହ ବିଘ୍ନ ସୃଷ୍ଟି କରନ୍ତି । ସ୍ବଜନ, ମିତ୍ରସମ୍ବନ୍ଧୀଙ୍କ ମୋହ ମଧ୍ୟ ଆମକୁ ଆମର ଲକ୍ଷ୍ୟଭ୍ରଷ୍ଟ କରି ମନରେ ସଂଶୟ ସୃଷ୍ଟି କରାଏ । ସେତେବେଳେ ଆମେ ଏକ ଭୀଷଣ ମନୋସଂଗ୍ରାମର ସମ୍ମୁଖୀନ ହେଉ । ମନୋବିକାର ସହିତ ଦୃଢ଼ତା ପୂର୍ବକ ଯୁଦ୍ଧ କରିବା ପରିବେର୍ ଆମେ ତାମସିକତା ଓ ଦୁର୍ବଳତା ଦ୍ୱାରା ଆକ୍ରାନ୍ତ ହୋଇ କିଂକର୍ବ୍ୟବିମୂଢ଼ ହୋଇପଡୁ । ଆମେ ନିଜକୁ ସୁହାଇଲା ଭଳି ପାପ ପୂଣ୍ୟର ବି·ର କରି ଭଗବତ୍ ନିର୍ଦ୍ଧିଷ୍ଟ କର୍ବ୍ୟରୁ ବିଚୁ୍ୟତିକୁ ସମର୍ଥନ କରୁ ।
ପରମାତ୍ମାଙ୍କୁ ପ୍ରକୃତ ରୂପରେ ଚିହ୍ନି ତାଙ୍କୁ ଆମେ ସ୍ବ ସ୍ବ ହୃଦୟ ସିଂହାସନରେ ଅଧିଷ୍ଠିତ କରାଇ ପାରିଲେ ଆମ ସୁଖ, ଦୁଃଖ, ସମ୍ପଦ ବିପଦରେ ସେ ଆମକୁ ଠିକ ରୂପରେ ପରି·ଳିତ କରାଇବେ । ଅନେକ ସମୟରେ ଆମର ଅନ୍ତରାତ୍ମା ମାଧ୍ୟମରେ ପରମାତ୍ମା ଆମକୁ ଭୁଲ ପଥରୁ ପ୍ରକୃତ ପଥକୁ ଆସିବା ପାଇଁ ଇଙ୍ଗିତ କରୁଥିଲେ ମଧ୍ୟ ଆମେ ଦେହ ଅଭିମାନ ବଶତଃ ତାକୁ ଠିକ୍ ରୂପରେ ବୁଝିପାରୁନା । ଦେହ ଅଭିମାନ ବା ଅଜ୍ଞନତା ହିଁ ସକଳ ପାପ ଓ ଦୁଃଖର କାରଣ । ଦୈହିକ ଅହଙ୍କାରରୁ ମୁକ୍ତ ହୋଇ ଅର୍ଜୁନଙ୍କ ପରି ଶରଣାପନ୍ନ ହେବା ପରେ ପରମାତ୍ମା ଆମ ହୃଦୟ ସିଂହାସନରେ ଆରୂଢ଼ ହୁଅନ୍ତି ଓ ଆମ ମଧ୍ୟରୁ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରକରି ଜ୍ଞାନର ପ୍ରଦୀପ ପ୍ରଜ୍ଜ୍ୱଳନ କରନ୍ତି । ପରମାତ୍ମା ହିଁ ଆମର ପ୍ରକୃତ ଗୁରୁ । କେବଳ ଜ୍ଞାନର ଗୁରୁ ନୁହଁନ୍ତି, ସେ ହେଉଛନ୍ତି ଆମର କର୍ମର, ଜୀବନର ପରି·ଳକ ଈଶ୍ୱର । ସେ ଆମର ହୃଦୟେଶ୍ୱର, ପ୍ରିୟ, ପ୍ରିୟତମ, ବନ୍ଧୁ, ସଖା, ସବୁକିଛି । ଆମ ପାଖରେ ଯାହାସବୁ ଅଛି ସେ ସବୁ ତାଙ୍କର । ଏହିପରି ସର୍ବାନ୍ତଃକରଣରେ ଭଗବତ୍ ସମର୍ପଣ ଭାବନା ଆମକୁ କ୍ରମଶଃ ପୂର୍ଣ୍ଣତା ଆଡକୁ ପରି·ଳିତ କରିଥାଏ । ଈଶ୍ୱରୀୟ ଜ୍ଞାନ ସମ୍ପନ୍ନ ହୋଇ ନର ଅନାସକ୍ତ ଭାବରେ ଯେଉଁ କର୍ମ ବା ପୁରୁଷାର୍ଥ କରିଥାଏ, ତା’ର ଅନ୍ତିମ ପରିଣତି ହେଉଛି ନାରାୟଣତ୍ୱ ପ୍ରାପ୍ତି । ଏହା ମାନବ ଜନ୍ମର ପ୍ରକୃତ ଲକ୍ଷ୍ୟ । 

Sunday, 2 July 2017

ଜ୍ଞାନ-ପ୍ରବାହ (୬)

ଜ୍ଞାନ-ପ୍ରବାହ (୬)

(ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)
ଈଶ୍ୱର ବିୟୋଗ ହେଉଛି ସବୁଠାରୁ ବଡ଼ ରୋଗ । ପ୍ରାଣୀମାତ୍ରେ ଏହି ରୋଗରେ ପୀଡ଼ିତ । ଏହି ରୋଗରେ ବଡ଼ ଔଷଧ ହେଉଛି ଈଶ୍ୱରୀୟ ଜ୍ଞାନ । ଯେପରି ଶାରୀରିକ ରୋଗ ପରିଚର୍ଯ୍ୟା ପାଇଁ ଆହାର, ବିହାରାଜିର କିଛି ନିୟମ ପାଳନ କରାଯାଏ; ସେହିପରି ଏହି ଆମିôକ ରୋଗର ନିରାକରଣ ପାଇଁ ନିରନ୍ତର ଈଶ୍ୱରୀୟ ଜ୍ଞାନର ଅଭ୍ୟାସ କରିବା ଉଚିତ । ଏହାଦ୍ୱାରା ମନରେ ବୈରାଗ୍ୟ ଭାବ ଆସିଥାଏ । ବୈରାଗ୍ୟର ଅର୍ଥ କ’ଣ? ଉପଭୋଗ ପାଇଁ ଅନେକ ପଦାର୍ଥ ସୁଲଭ ଥାଇ ମଧ୍ୟ ତତ୍ ପ୍ରତି ମନ ଆକର୍ଷିତ ନ ହେବା ହେଉଛି ପ୍ରକୃତ ବୈରାଗ୍ୟ । ସଂସାରତ୍ୟାଗ ଅନାବଶ୍ୟକ । ସଂସ୍କାରକୁ କାମ ଦୃଷ୍ଟିରେ ଦେଖି ଭୋଗ କରିବାର ବୃିକୁ ତ୍ୟାଗ କରିବା ଉଚିତ । ଦୃଷ୍ଟିର ଦୋଷ ନ ଯିବା ପର୍ଯ୍ୟନ୍ତ ଆମର ଦୃଷ୍ଟି ଦେବ-ଦୃଷ୍ଟି ସଂପନ୍ନ ହୋଇ ପାରିବ ନାହିଁ ।
ଈଶ୍ୱରୀୟ ଜ୍ଞାନର ବକ୍ତା ଅତି ନିସ୍ଫୃହ ଓ ବୈରାଗ୍ୟଭାବ ସଂପନ୍ନ ହେବା ପରମାବଶ୍ୟକ । ପାରବ୍ରହ୍ମ ପରମାତ୍ମାଙ୍କୁ ଜାଣିଥିବା ବ୍ୟକ୍ତି ବ୍ରାହ୍ମଣ ପଦବାଚ୍ୟ । ଏପରି ବ୍ୟକ୍ତି ଜ୍ଞାନ ଉପଦେଶ ପାଇଁ ଯୋଗ୍ୟ । ସେ ଧୀର, ଗଂଭୀର ଏବଂ ଦୃଷ୍ଟାନ୍ତକୁଶ ହେବା ଉଚିତ । କୀିର୍ମୋହ ପ୍ରଭୁ ପ୍ରାପ୍ତି ଓ ପ୍ରୀତି ପାଇଁ ବିଘ୍ନକାରକ । ଏଥିରୁ ବର୍ିବା ବଡ଼ କଠିଣ । ତେଣୁ ଏଥିପ୍ରତି ବକ୍ତା ସାବଧାନ ରହିବା ଉଚିତ । ଶ୍ରୋତା ମଧ୍ୟ ସଂସାରରୁ ମନକୁ ନିର୍ଲିପ୍ତ ରଖି ଜ୍ଞାନ ଶୁଣିବା ଆବଶ୍ୟକ । କାରଣ ଘର ସଂସାର ଚିନ୍ତନ ମନକୁ ବିକୃତ କରେ । ତେଣୁ ଉଭୟ ବକ୍ତା ଓ ଶ୍ରୋତା ଚକ୍ଷୁ, ମନ, ବାଣୀ, କର୍ମ ଏବଂ ଇନ୍ଦ୍ରିୟ ସମୂହକୁ ପବିତ୍ର ରଖିବା ପାଇଁ ସଂପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ । ମନକୁ ସ୍ଥିର କରିବା ପାଇଁ ଉଦ୍ଧ୍ୱର୍ରେତା ହେବା ନିହାତି ଜରୁରୀ । ବ୍ରହ୍ମଚର୍ଯ୍ୟ ପାଳନ ଦ୍ୱାରା ଏହା ସଂଭବ । କ୍ରୋଧ ପୁଣ୍ୟ କ୍ଷୟ କରେ । ଏହାକୁ ସର୍ବଥା ତ୍ୟାଗ କରିବା ଉଚିତ ।
ଭାଗବତ (ଈଶ୍ୱରୀୟ) ଜ୍ଞାନ କେବଳ ଶୁଣି ଖୁସି ହେବା ବିଷୟ ନୁହେଁ । ଏହାକୁ ଜୀବନରେ ଆଚରଣ କଲେ ଯାଇ ଶ୍ରବଣ ସଫଳ ହୁଏ । ଶୁଣିଥିବା କଥା ମନନ କର ଓ ବ୍ୟବହାରରେ କାର୍ଯ୍ୟାନ୍ୱିତ କର । କେବଳ ଜ୍ଞାନ ବ୍ୟର୍ଥ । ପରମାତ୍ମାଙ୍କ ଦିବ୍ୟ ଗୁଣଗୁଡ଼ିକ ଧାରଣ କର । ପୂର୍ବ ଜନ୍ମର ବି·ର କରିବା ଅନୁଚିତ । ବର୍ମାନ ଜନ୍ମକୁ ସାର୍ଥକ କରିବାକୁ ପ୍ରଯନô କର । ପରମାତ୍ମାଙ୍କ ସହିତ ହିଁ ବିବାହ (ସମ୍ବନ୍ଧ) କର ଓ ଅନ୍ୟକୁ କରାଅ । ସଂଯମ ପାଳନ ଓ ଆନ୍ତରିକ ତପସ୍ୟା ହେଉଛି ପ୍ରଭୁ ମିଳନର ସାଧନ । ଏହାହିଁ ଆତ୍ମାର ଧର୍ମ ।
ସତ୍ କର୍ମରେ ଅନେକ ବିଘ୍ନ ଆସେ । ସେ ସବୁର ନିବାରଣ ପାଇଁ ମଂଗଳମୟ ପରମାତ୍ମାଙ୍କୁ ସ୍ମରଣ କରିବା ଉଚିତ । ଏହାହିଁ ମଂଗଳାଚରଣ । ସାଂସାରିକ ବସ୍ତୁ ବା ବ୍ୟକ୍ତି ପରିବେର୍ ପରମାତ୍ମାଙ୍କୁ ଚିନ୍ତନ କଲେ ତାଙ୍କର ଶକ୍ତି ମଣିଷକୁ ପ୍ରାପ୍ତ ହୁଏ । କ୍ରିୟାରେ ଅମଂଗଳତା କାମରୁ ଆସେ । କାମର ସ୍ପର୍ଶରେ ଯିଏ ପ୍ରଭାବିତ ହୁଏ ତାର ସବୁ କିଛି ଅମଗଂଳ ହୁଏ । କାମ ପ୍ରଭାବିତ ବ୍ୟକ୍ତିର ସ୍ମରଣ ମାତ୍ରେ କାମ ମନ ମଧ୍ୟରେ ପ୍ରବେଶ କରେ । କାମ ରହିତ ହେବା ପାଇଁ ନିଷ୍କାମ ପରମାତ୍ମାଙ୍କୁ ସ୍ମରଣ ଦ୍ୱାରା ମନ ସୁଧୁରି ଯାଏ । ମନୁଷ୍ୟର କାମ ବୃି ନଷ୍ଟ ହୋଇଗଲେ ସବୁକିଛି ମଂଗଳ ହୋଇଯାଏ । ଯିଏ କାମ ବାସନାର ଅଧୀନ ନୁହନ୍ତି ସର୍ବଦା ତାଙ୍କର ମଂଗଳ ହୋଇଥାଏ ।ମନୁଷ୍ୟର ଅମଂଗଳ କର୍ମ ହିଁ ବିଘ୍ନକର୍ା ଅଟେ ।
ଭାଗବତରେ ପ୍ରଥମ ସ୍କନ୍ଧରେ ବର୍ଣ୍ଣିତ ମଂଗଳାଚରଣର ଶେଷପଦ “ସତ୍ୟଂପରଂ ଧୀମହି” ପ୍ରଣିଧାନଯୋଗ୍ୟ ।ଏହାର ଅର୍ଥ ଏକମାତ୍ର ସତ୍ୟ ସ୍ବରୂପ ପରମାତ୍ମାଙ୍କୁ ବାରମ୍ବାର ଚିନ୍ତନ କର । ମନକୁ ଈଶ୍ୱରୀୟ ସ୍ମୃତିରେ ସ୍ଥିର କର । ସତ୍ୟ ସ୍ବରୂପ ପରମାତ୍ମାଙ୍କ ଧ୍ୟାନ ଦ୍ୱାରା ମନ ଶୁଦ୍ଧ ହୁଏ । ଧ୍ୟାନର ଅର୍ଥ ମାନସ ଦର୍ଶନ । ପରମାତ୍ମା ହେଉଛନ୍ତି ଜ୍ଞାନ, ପ୍ରେମ, ଆନନ୍ଦ, ସୁଖ, ଶାନ୍ତି ଆଦିର ସିନ୍ଧୁ । ଏଗୁଡ଼ିକ ହେଉଛି ତାଙ୍କର ଭିନ୍ନ ଭିନ୍ନ ସ୍ବରୂପ; କିନ୍ତୁ ସେ ଏକ ଓ ଅଦ୍ୱିତୀୟ । ଏକଂ ସଦ୍ ବିପ୍ରା ବହୁଧା ବଦନ୍ତି । ତାଙ୍କର ସ୍ବରୂପ ଅନେକ ହେଲେ ମଧ୍ୟ ତ୍ୱ ଗୋଟିଏ । ଦୀପ ଆଗରେ ଯେଉଁ ରଂଗର କାଚ ରଖିଲେ ସେହି ରଂଗର ଆଲୁଅ ହିଁ ବାହାରିବ । ଧ୍ୟାନ, ଧ୍ୟାତା ଏବଂ ଧ୍ୟେୟ ମଧ୍ୟରେ ଏକତ୍ୱ ହେବା ଆବଶ୍ୟକ । ଏହା ଦ୍ୱାରା ପରମାନନ୍ଦ ପ୍ରାପ୍ତି ହୋଇଥାଏ ।  ଧ୍ୟାନ ସମ୍ବନ୍ଧରେ ଅନ୍ୟ କୌଣସି ଚିନ୍ତନ କରିବା ବିଧେୟ ନୁହେଁ । ପରମାତ୍ମା
ସତ୍ ଚିତ୍- ଆନନ୍ଦ ସ୍ବରୂପ । ତାଙ୍କୁ ହିଁ ସ୍ମରଣ କରିବା ଉଚିତ । ଅନେକ ଜନ୍ମର ଅଭ୍ୟାସ ହେତୁ ମନରେ ବିକ୍ଷେପ ହୁଏ । ତେଣୁ ଈଶ୍ୱରୀୟ ସ୍ମୃତିରେ ମନକୁ ଏକାଗ୍ର କରିବାର ଅଭ୍ୟାସ ବେଳେ ପ୍ରଥମେ ସାଂସାରିକ ବିଷୟ ହିଁ ମନେ ପଡ଼େ । ସେଥିରେ ବିଚଳିତ ନ ହୋଇ ପ୍ରଥମେ ପରମାତ୍ମାଙ୍କ ବିଚ୍ଛିନ୍ନ ସ୍ବରୂପ ଓ ତାଙ୍କ ସହିତ ଆତ୍ମାର ବିଭିନ୍ନ ସମ୍ବନ୍ଧ କଥା ଚିନ୍ତନ କରିବା ବିଧେୟ । ପରମାତ୍ମା ସର୍ବାତ୍ମାଙ୍କ ପରମ ପିତା । ନିଜକୁ ସେହି ପରମ ପିତାଙ୍କ ସନ୍ତାନ ମନେ କରି ତାଙ୍କୁ ସ୍ମରଣ କଲେ ମନରେ ଆସୁଥିବା ଆସୁରୀ ସଂକଳ୍ପ-ବିକଳ୍ପ ସମୂହ ବିନାଶହୋଇ ଧୀରେ ଧୀରେ ଶୁଦ୍ଧ ସଂକଳ୍ପର ତରଂଗ ଉପôନ୍ନ ହେବ । “ହେ ପ୍ରିୟ ପରମ ପିତା, ତୁମେ ହିଁ ମୋର ସବୁ କିଛି । ମୋର ସବୁକିଛି ତୁମର ।” ଏହିପରି ଚିନ୍ତନ ଦ୍ୱାରା ସମସ୍ତ ପ୍ରକାର ସାଂସାରିକ ବନ୍ଧନ ଛିନ୍ନ ହୁଏ ଓ ମନ ବିଶୁଦ୍ଧ ହୁଏ ।ଦାନ ବା ସ୍ଥାନରେ ମନର ଶୁଦ୍ଧି ହୁଏ ନାହିଁ । ସାଂସାରିକ ଚିନ୍ତନର ବିକୃତ ମନର ଶୁଦ୍ଧିକରଣ ପାଇଁ ଈଶ୍ୱରୀୟ ଚିନ୍ତନ ହିଁ ଏକମାତ୍ର ବିକଳ୍ପ । (କ୍ରମଶଃ....)

ଜ୍ଞାନ ପ୍ରବାହ (୫)

ଜ୍ଞାନ ପ୍ରବାହ (୫)

(ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)
ଶରୀରକୁ ପିଣ୍ଡ କୁହାଯାଏ । ଏହାକୁ ପରମାତ୍ମାଙ୍କୁ ଅର୍ପଣ କରିବା ହେଉଛି ପିଣ୍ଡଦାନ । ସ୍ବୀୟ ଜୀବନକୁ ଈଶ୍ୱରାର୍ପିତ କରିବା ପାଇଁ ମନରେ ଦୃଢ଼ ନିଶ୍ଚୟ ହେବା ଦରକାର । ଏପରି ବ୍ୟକ୍ତିର ଜୀବନ ସାର୍ଥକ ହୁଏ । ଜୀବନ-ମୃତୁ୍ୟ ଭୟରୁ ମୁକ୍ତ ହେବାକୁ ·ହୁଁଥିଲେ ସତକର୍ମ କରିବା ଆବଶ୍ୟକ । ସ୍ବୟଂ ହିଁ ସ୍ବ ଆତ୍ମାର ଉଦ୍ଧାର କର । ଗୀତାରେ କୁହାଯାଇଛି-
ଉଦ୍ଧରେଦାତ୍ମନାତ୍ମାନଂ ନାତ୍ମାନମ ବସାଦୟେତ୍ ।ା୬/୫ାା
ସ୍ବୟଂହିଁ ସ୍ବୀୟ ଆତ୍ମାକୁ ସଂସାର ସମୁଦ୍ରରୁ ଉଦ୍ଧାର କରିବା ଉଚିତ୍ । ସ୍ବ ଆତ୍ମାକୁ ଅଧୋଗତି ଆଡ଼କୁ ନେଇଯାଅନାହିଁ । ଜୀବ ସ୍ବୟଂ ନିଜର ଉଦ୍ଧାର ନ କରିବ ତ ଆଉ କିଏ କରିବ? ମନୁଷ୍ୟର ନିଜ ବ୍ୟତୀତ ଆଉ କିଏ ବଡ଼ ହିତକାରୀ ଅଛି? ଯଦି ସେ ସ୍ବୟଂ ନିଜ ଶ୍ରେୟ ନ କରିବ ତେବେ ପୁତ୍ରାଦି କ’ଣ କରିବେ? ଈଶ୍ୱରଙ୍କ ପାଇଁ ଯିଏ ଜୀବନ ଧାରଣ କରେ ସିଏ ଅବଶ୍ୟ ସଦ୍ଗତି ପ୍ରାପ୍ତ ହୁଏ । ମୃତୁ୍ୟ ପୂର୍ବରୁ ଯିଏ ଭଗବାନଙ୍କୁ ଅନୁଭବ କରେ ତାକୁ ମୁକ୍ତିମିଳେ । ‘ତମେବ ବିଦିତ୍ୱାଦି ମୃତୁ୍ୟମେତି ନାନ୍ୟଃ ପନ୍ଥା ବିଦ୍ୟତେଽୟନାୟ” । ତାଙ୍କୁ ଜାଣି ହିଁ ମନୁଷ୍ୟ ମୃତୁ୍ୟର ଉଲଙ୍ଘନ କରିଯାଏ । ପରମପଦ ପ୍ରାପ୍ତି ପାଇଁ ଏହା ବ୍ୟତୀତ ଅନ୍ୟକୌଣସି ମାର୍ଗ ନାହିଁ ।
ସତସଙ୍ଗଦ୍ୱାରା ବିବେକ ଜାଗ୍ରତ ହୁଏ । ବିବେକ ଆତ୍ମାକୁ ଆନନ୍ଦିତ କରେ । ସ୍ବୟଂ ଦେବ ହେବା ପାଇଁ ଓ ଅନ୍ୟକୁ ଦେବ ବନାଇବା ଶକ୍ତି ଆତ୍ମାରେ ଅଛି । ଏହି ଆତ୍ମଶକ୍ତିକୁ ଜାଗ୍ରତ କରିବା ଆବଶ୍ୟକ । ସତ୍ସଙ୍ଗ ବିନା ଜୀବନରେ ଦିବ୍ୟତା ଆସେନାହିଁ । ଶବ୍ଦ, ସ୍ପର୍ଶ, ରୂପ, ରସ ଏବଂ ଗନ୍ଧ ଏହି ପା ବିଷୟ ଜୀବକୁ ବନ୍ଧନରେ ପକାଏ । ଏଗୁଡ଼ିକର ମୋହ ତ୍ୟାଗ କରିବା ଉଚିତ୍ । ସବୁକିଛି ବୁଝି ବି·ରି ସ୍ବୟଂ ତ୍ୟାଗ ନ କଲେ କାଳ ଜୋର କରି ଛଡ଼େଇ ନେବ । ଭାଗବତ ମାହାତ୍ମ୍ୟରେ ଉଲ୍ଲେଖ ଅଛି,-
ଦେହେଽସ୍ଥିମାଂସଋଧିରେଽଭିମତଂ ତ୍ୟଜ ତ୍ୱଂ
ଜାୟା ସୁତାଦିଷୁ ସଦା ମମତାଂ ବିମୁଁ ।
ପଶ୍ୟାନିଶଂ ଜଗଦିଦଂ କ୍ଷଣଭଙ୍ଗ ନିଷ୍ଠଂ ।ା
ବୈରାଗ୍ୟରାଗରସିକୋ ଭବ ଭକ୍ତି ନିଷ୍ଠଃ ।ା
- ଭାଗବତ ମାହାତ୍ମ୍ୟ ୪/୭୯
ଅର୍ଥାତ୍ ଏହି ଦେହ ହାଡ଼, ମାଂସ ଏବଂ ରୁଧିରର ଏକ ପିଣ୍ଡ ଅଟେ । ଏହାକୁ ମୋର ବୋଲି ଭାବିବା ଛାଡ଼ିଦିଅ । ସ୍ତ୍ରୀ ପୁତ୍ରାଦିର ମମତା ତ୍ୟାଗ କର । ଏହି ସଂସାର କ୍ଷଣ ଭଙ୍ଗୁର ଅଟେ । ଏଠାରେ କୌଣସି ବସ୍ତୁକୁ ସ୍ଥାୟୀ ବି·ରି ସେଥିରେ ରାଗ ଓ ମୋହ ରଖନାହିଁ । କେବଳ ବୈରାଗ୍ୟ ରସିକ ହୁଅ ଏବଂ ଭଗବତ୍ ପ୍ରୀତିରେ ମଗ୍ନ ହୋଇଯାଅ । ସଂସାରର ମୋହ ତ୍ୟାଗ ବିନା  ଈଶ୍ୱରୀୟ ପ୍ରୀତି ଜାଗ୍ରତ ହୁଏନାହିଁ ।
ଆତ୍ମା ପରମାତ୍ମା ସହିତ ମିଳିତ ହେଲେ ଦେବତା ହୋଇଯାଏ । ଈଶ୍ୱରୀୟ ସେବା ପାଇଁ ସଂସାରର ସ୍ନେହ ଓ ମୋହ ତ୍ୟାଗ କରିବାକୁ ପଡ଼ିବ । ସାଂସାରିକ ବିଷୟ ପ୍ରତି ସ୍ନେହ ବିବେକ ପୂର୍ବକ କରିବା ଉଚିତ୍ । ଯେଉଁ ମନ ମାୟାକୁ ସ୍ପର୍ଶ କରେ ତାହା ମନମୋହନଙ୍କ ସେବାରେ ଲାଗିପାରେନାହିଁ । ବାରମ୍ବାର ମାୟାର ବି·ର ·ଲିଲେ ମନ ମଳିନ ହୋଇଯାଏ । ଈଶ୍ୱରୀୟ ସ୍ମୃତିହିଁ ମନକୁ ଶୁଦ୍ଧ କରିପାରେ । ମନରେ ଅନେକ ଜନ୍ମର ମଇଳା ସଂସ୍କାର ରୂପେ ଜମାହୋଇଛି । ନିରନ୍ତର ଈଶ୍ୱରୀୟ ଚିନ୍ତନଦ୍ୱାରା ତାହା ପରିଷ୍କାର କରିବାକୁ ହେବ ।
ବାସନା ସାତ ପ୍ରକାର । (୧) ନାରୀ ପ୍ରତି ଆସକ୍ତି (୨) ପୁତ୍ର ପ୍ରତି ଆସକ୍ତି (୩) ବ୍ୟବସାୟିକ ଆସକ୍ତି (୪) ଦ୍ରବ୍ୟର ଆସକ୍ତି (୫) କୁଟୁମ୍ବ ପ୍ରତି ଆସକ୍ତି (୬) ଘରଦ୍ୱାର ପ୍ରତିଆସକ୍ତି (୭) ନିଜଗ୍ରାମ ପ୍ରତି ଆସକ୍ତି । ଶାସ୍ତ୍ରରେ କାମ, କ୍ରୋଧ, ଲୋଭ, ମୋହ, ମଦ, ମତ୍ସର ଏବଂ ଅବିଦ୍ୟାକୁ ସାତ ଗଣ୍ଠି ବୋଲି କୁହାଯାଇଛି । ଏଥିରେ ଆତ୍ମା ବାନ୍ଧିହୋଇ ଦୁଃଖପାଏ । ବାସନା ଉପରେ ବିଜୟପ୍ରାପ୍ତ କରିବାହିଁ ସୁଖୀ ହେବାର ଉପାୟ । ଯେ ପର୍ଯ୍ୟନ୍ତ ବାସନାର ଗ୍ରନ୍ଥି ସମୂହ ତୁଟେନାହିଁ ସେ ପର୍ଯ୍ୟନ୍ତ ଆତ୍ମା ମୁକ୍ତାବସ୍ଥା ପାଏ ନାହିଁ । ଈଶ୍ୱରୀୟ ପ୍ରୀତି ହିଁ ଏସବୁ ଗ୍ରନ୍ଥିକୁ ଛିନ୍ନ କରାଇବା ପାଇଁ ଏକମାତ୍ର ପନ୍ଥା । ଏଥିପାଇଁ ନିତ୍ୟ ପ୍ରଭୁ ସ୍ମୃତିରେ ମନକୁ ସ୍ଥିର ରଖିବା ସହିତ ଜ୍ଞାନର ମନନ ଚିନ୍ତନ କରିବା ଆବଶ୍ୟକ । ଶ୍ରବଣ, ମନନ ଏବଂ ନିଦିଧ୍ୟାସନ ଦ୍ୱାରା ଜ୍ଞାନ ଦୃଢ଼ ହୁଏ ।
     ଅଦୃଢ଼ ଚ ହତଂ ଜ୍ଞାନଂ ପ୍ରମାଦେନ ହତଂ ଶୁ୍ରତମ୍ ।
      ସଂଦିଗ୍ଧୋହି ହତୋ ମନ୍ତ୍ରୋ ବ୍ୟଗ୍ରତିେା ହତୋ ଜପଃ ।ା
ଅର୍ଥାତ୍ ଦୃଢ଼ତା ବିନା ଜ୍ଞାନ ବ୍ୟର୍ଥ । ଏକାଗ୍ରତା ବିନା ଶୁଣିଥିବା କଥା ବ୍ୟର୍ଥ । ସନ୍ଦେହଯୁକ୍ତ ମନ୍ତ୍ର ବ୍ୟର୍ଥ । ବ୍ୟଗ୍ରଚିରେ କରାଯାଉଥିବା ଜପ ନିଷ୍ପଳ ।
(କ୍ରମଶଃ...)

ଜ୍ଞାନ ପ୍ରବାହ (୪)

ଜ୍ଞାନ ପ୍ରବାହ (୪)

(ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)
ଈଶ୍ୱରାନୁଭୂତି ପାଇଁ ଇଚ୍ଛୁକ ସାଧକ ଅନେକ ଗ୍ରନ୍ଥ ପଢ଼ିବା ନିଷେଧ । ଅନେକ ଗ୍ରନ୍ଥ ପଢ଼ିବା ହେତୁ ବୁଦ୍ଧିରେ ବିକ୍ଷେପ ଦେଖାଯାଏ । ଭାଗବତରେ ଜ୍ଞାନ, ଭକ୍ତି ଓ ବୈରାଗ୍ୟର ସମନ୍ୱୟ ହୋଇଛି । ଭାଗବତ କଥା ଶୁଣିଲା ପରେ ସ୍ବୀୟ ପାପ କର୍ମ ପାଇଁ ପଶ୍ଚାାପ ଏବଂ ପରମାତ୍ମାଙ୍କ ପ୍ରତି ହୃଦୟରେ ପ୍ରେମ ଉପôନ୍ନ ହେବା ଉଚିତ୍ । ଏହା ହେଲେ କଥା ଶ୍ରବଣ ସାର୍ଥକ ହୁଏ । କଥା ଶୁଣିଲା ପରେ ଯଦି ସାଂସାରିକ ବିଷୟ ପ୍ରତି ବୈରାଗ୍ୟ ଓ ଈଶ୍ୱରୀୟ ପ୍ରୀତି ଜାଗ୍ରତ ହେଉନାହିଁ ତେବେ ତାହା ଭାଗବତ ଜ୍ଞାନ (ଆଧ୍ୟାତ୍ମିକ ବା ଈଶ୍ୱରୀୟ ଜ୍ଞାନ) ନୁହେଁ । ଭାଗବତ ଜ୍ଞାନ ମନୁଷ୍ୟ ଜୀବନକୁ ସଂଶୋଧନ ଓ ପରିବର୍ନ କରେ । ଏହା ମନୁଷ୍ୟ ଜୀବନରେ କ୍ରାନ୍ତି ଆଣେ । ଜୀବନରେ ଜ୍ଞାନ, ଭକ୍ତି ଓ ବୈରାଗ୍ୟ ସମ ଭାବରେ ଆବଶ୍ୟକ । ପରମାତ୍ମା ପ୍ରେମରେ ଦେହ ଅଭିମାନ ବିସ୍ମୃତ ହେଲେ ପ୍ରେମ ସିଦ୍ଧ ହୁଏ । ପରମାତ୍ମା ପ୍ରେମର ସାଗର ଅଟନ୍ତି । ଆତ୍ମା ପ୍ରେମ ସ୍ବରୂପ ଅଟେ । ପରମାତ୍ମା ସ୍ମୃତି ଆତ୍ମାର ପ୍ରେମ ସ୍ବରୂପକୁ ପ୍ରକଟିତ କରେ ।
ମନୁଷ୍ୟ ବିକାର ଓ ବାସନାର ବନ୍ଧନରେ ପଡ଼ି ବନ୍ଦୀ ଜୀବନ ଯାପନ କରୁଛି । ପନôୀ, ପୁତ୍ର, ଧନ, ଘର ଆଦି ପ୍ରତି ଆସକ୍ତି ହେଉଛି ଏହାର କାରଣ । ଏଥିରୁ ମୁକ୍ତି ନ ମିଳିବା ପର୍ଯ୍ୟନ୍ତ ମୁକ୍ତି ଓ ଜୀବନ୍ମୁକ୍ତ ପ୍ରାପ୍ତି ସମ୍ଭବ ନୁହେଁ । ଯାହାର ମନ ପରମାତ୍ମା ରଙ୍ଗରେ ରଙ୍ଗିଯାଇଛି ସେ ତ ସର୍ବଦା ମୁକ୍ତ । ପରମାତ୍ମାଙ୍କ ସହିତ ତନ୍ମୟତା ଆସିଲେ ପରମାନନ୍ଦ ମିଳେ । ସାଂସାରିକ ମୋହ ତ୍ୟାଗ ବଡ଼ କଠିଣ ବ୍ୟାପାର । ବାସନା ଉପରେ ବିଜୟ ପ୍ରାପ୍ତି ନ ହେବା ପର୍ଯ୍ୟନ୍ତ ଶାନ୍ତି ମିଳେନାହିଁ । ମୃତୁ୍ୟ ପରେ ଆତ୍ମା ପୂର୍ବ ଜନ୍ମର ସଂସ୍କାର ନେଇ ପୁନର୍ଜନ୍ମ ନିଏ । ମଣିଷ ଶରୀର ଓ ପୋଷାକ ପ୍ରତି ଖୁବ୍ ଧ୍ୟାନ ରଖେ । କିନ୍ତୁ ମୃତୁ୍ୟ ପରେ ଯାହା ସାଙ୍ଗରେ ନେଇଯିବ ସେ ବିଷୟରେ ଚିନ୍ତା କରେନାହିଁ । ମୃତୁ୍ୟପରେ ମୃତବ୍ୟକ୍ତିର ଆଙ୍ଗୁଠିରେ ଥିବା ମୁଦି୍ରକା ମଧ୍ୟ ପରିବାରର ଲୋକେ ବାହାର କରି ରଖନ୍ତି । ତେଣୁ ଇହ ଜନ୍ମରେ ସଂସ୍କାରକୁ ଦିବ୍ୟ ଓ ପବିତ୍ର କରିବା ପାଇଁ ପ୍ରଯନô କରିବା ଆବଶ୍ୟକ । କାରଣ ଏହାହିଁ ଆତ୍ମା ସହିତ ଯିବ ।
ଆ·ର ଓ ବି·ରର ଶୁଦ୍ଧିକରଣ ଦ୍ୱାରା ମନ ଶୁଦ୍ଧ ହୁଏ । ଯେପର୍ଯ୍ୟନ୍ତ ମନର ଶୁଦ୍ଧି ନ ହୋଇଛି ସେ ପର୍ଯ୍ୟନ୍ତ ଈଶ୍ୱରୀୟ ପ୍ରୀତି ହୁଏ ନାହିଁ । ବିବେକ ଦ୍ୱାରା ସଂସାରର ଅନ୍ତ ନ ହେଲା ପର୍ଯ୍ୟନ୍ତ ଏହାର ବିନାଶ ହୁଏନାହିଁ । ଜୀବନରେ ସଂଯମ ଏବଂ ସଦା·ର ଯେପର୍ଯ୍ୟନ୍ତ ନ ଆସିଛି ସେ ପର୍ଯ୍ୟନ୍ତ ଶାସ୍ତ୍ରାଧ୍ୟୟନ ଲବ୍ଧ ଜ୍ଞାନରେ କି ପ୍ରୟୋଜନ? ଜ୍ଞାନକୁ ବ୍ୟବହାରିକ ଜୀବନରେ ଉପଯୋଗ କରିବା ଉଚିତ୍ । ଜ୍ଞାନର ବ୍ୟବହାରିକ ପ୍ରୟୋଗ ହିଁ ମଣିଷକୁ ଜୀବନ୍ମୁକ୍ତ କରାଏ । ପ୍ରତ୍ୟହ ଏକାଧିକ ଥର ମୃତୁ୍ୟ କଥା ଚିନ୍ତାକଲେ ପାପ ହୁଏନାହିଁ । ସବୁବେଳେ ଚିନ୍ତା କରିବା ଉଚିତ୍ ଯେ ଏବେ ଯଦି ମୋର ମୃତୁ୍ୟ ହୋଇଯାଏ, ତେବେ ମୋ ସହିତ କ’ଣ ଯିବ? ମୋର କି ଗତି ହେବ?
ଈଶ୍ୱରୀୟ ସ୍ମୃତିର ଅଭ୍ୟାସ ସମୟରେ ମାୟା ଅନେକ ବିଘ୍ନ ଉପôନ୍ନ କରାଏ । ମନ ଈଶ୍ୱରାଭିମୁଖୀ ହେଉ, ଏକଥା ମାୟାକୁ ପସନ୍ଦ ଲାଗେନାହିଁ । ମାୟାର କୌଣସି ଏକ ନିର୍ଦ୍ଧିଷ୍ଟ ରୂପ ନାହିଁ । ଏହା ଏକ ସର୍ବବ୍ୟାପକ ତ୍ୱ । ଆତ୍ମା ଓ ପରମାତ୍ମା ମିଳନରେ ମାୟା ବିଘ୍ନ ସୃଷ୍ଟିକରେ । ମାୟା ମନକୁ ଚଳ କରାଏ । ସେ ମନୁଷ୍ୟକୁ ପାଠ ପଢ଼ାଏ ଯେ ସ୍ତ୍ରୀ-ବାଳକ ଏବଂ ଧନ-ସମ୍ପି ଆଦି ସୁଖର ସାଧନ ଅଟେ । ଈଶ୍ୱର (ପରମାତ୍ମା) ବିମୁଖ ଆତ୍ମା (ବ୍ୟକ୍ତି) ମାୟା ପାଖରେ ପରାଜିତ ହୁଏ । ପ୍ରୀତ ବୁଦ୍ଧି ବିଜୟନ୍ତି । ବିନାଶକାଳେ ବିପରୀତ ବୁଦ୍ଧି ବିନଶ୍ୟନ୍ତି । ନେତ୍ର ଓ ଶ୍ରୋତ୍ରକୁ ଯିଏ ପବିତ୍ର ରଖେ । ତା’ର ହୃଦୟ ସିଂହାସନରେ ହିଁ ପରମାତ୍ମା ବିରାଜମାନ କରନ୍ତି । ବାରମ୍ବାର ଈଶ୍ୱରୀୟ ଜ୍ଞାନ ଶ୍ରବଣ ଓ ମନନ କଲେ ପରମାତ୍ମା କର୍ଣ୍ଣ ଗୁହର ଦେଇ ହୃଦୟରେ ପ୍ରବେଶ କରନ୍ତି । ପାପ ମଧ୍ୟ କାନ ଦେଇ ମନକୁ ଆସେ । କାନକୁ ଜ୍ଞାନ ଶ୍ରବଣ କରାଇଲେ ମନରେ ପରମାତ୍ମା ସ୍ଥିର ହୋଇ ବିରାଜମାନ କରନ୍ତି । ଅର୍ଥାତ ଈଶ୍ୱରୀୟ ସ୍ମୃତି ଦୃଢ଼ ହୁଏ । ପ୍ରତ୍ୟେକ ସତ୍କର୍ମ ପୂର୍ବରୁ ଶାନ୍ତିପାଠ କରାଯାଏ । ତା’ର ମନ୍ତ୍ର ହେଲା- “ଓଁ ଭଦ୍ରଂ କର୍ଣ୍ଣଭିଃ ଶୃଣୁୟାମ ଦେବାଃ ।” ହେ ଦେବ, କର୍ଣ୍ଣ ଦ୍ୱାରା ଆମେ ଯେପରି କଲ୍ୟାଣକାରୀ ବାଣୀ ହିଁ ଶୁଣୁ । ଦୃଷ୍ଟି ଓ ଶ୍ରୁତି ଉଭୟ ପବିତ୍ର ହେବା ଆବଶ୍ୟକ । ତା’ପରେ ସତ୍କର୍ମର ଆରମ୍ଭ ହେବା ଉଚିତ୍ । କଥାରେ ଅଛି ଯେପରି ଦୃଷ୍ଟି ସେପରି ବୃି । ଯେପରି ବୃି ସେପରି କୃତୀ । ବିଶୁଦ୍ଧ ଇନ୍ଦି୍ରୟ ଦ୍ୱାରା ହିଁ ପରମାତ୍ମାନୁଭୁତି ସମ୍ଭବ । ଇନ୍ଦି୍ରୟଶୁଦ୍ଧି ସହିତ ମନଶୁଦ୍ଧି ମଧ୍ୟ ଆବଶ୍ୟକ । ସମୟ ବିଗିଡ଼ି ନାହିଁ; ଆମ ମନ ହିଁ ବିଗିଡ଼ି ଯାଇଛି ।
ମନ ଶୁଦ୍ଧି ପାଇଁ ଆଧ୍ୟାତ୍ମିକ ଜ୍ଞାନର ମନନ ହିଁ ଏକମାତ୍ର ସାଧନ ଅଟେ । ମନୁଷ୍ୟ ପ୍ରତିକ୍ଷଣ ପ୍ରେମପାତ୍ର ପରିବର୍ନ କରେ । ତଥାପି ମଧ୍ୟ ତାକୁ ସନ୍ତୋଷ ଓ ଶାନ୍ତି ମିଳେନାହିଁ । ବାଲ୍ୟାବସ୍ଥାରେ ମାଆ ସହିତ ପ୍ରେମ ହୁଏ । ବଡ଼ ହେଲା ପରେ ମିତ୍ର ଜନଙ୍କୁ ପ୍ରେମକରେ । ବିବାହ ପରେ ପନôୀ ପ୍ରତି ପ୍ରେମ ପରିବିର୍ତ ହୁଏ । ତା’ପରେ ପୁତ୍ର ପ୍ରତି ପ୍ରେମ ବୃଦ୍ଧିପାଏ । ଧୀରେ ଧୀରେ ସନ୍ତାନ-
ସନ୍ତତିଙ୍କଠାରୁ ମଧ୍ୟ ପ୍ରେମ କମିବାକୁ ଲାଗେ । ଏପରି ସ୍ଥିତିରେ ଧନ ପ୍ରତି ମୋହ ବଢ଼େ । କିନ୍ତୁ ପରମାତ୍ମାଙ୍କୁ ପ୍ରେମର ପାତ୍ର କଲେ ପରିବର୍ନର ଆବଶ୍ୟକତା ହିଁ ନଥାଏ ।
ଜୀବ ମାତ୍ରକେ ରୋଗୀ ଅଟନ୍ତି । ଈଶ୍ୱର ବିୟୋଗ ହେଲା ସବୁଠାରୁ ବଡ଼ ରୋଗ । ଏଥିପାଇଁ ଭାଗବତ ଜ୍ଞାନ (ଆଧ୍ୟାତ୍ମିକ ଜ୍ଞାନ) ହେଉଛି ସବୁଠାରୁ ବଡ଼ ଔଷଧ । ରୋଗ ପରିଚର୍ଯ୍ୟା ପାଇଁ ଆହାର ବିହାର ଆଦିର ନିୟମ ପାଳନ ଆବଶ୍ୟକ । ଆଧ୍ୟାତ୍ମିକ ଜ୍ଞାନର ଅଭ୍ୟାସ ପାଇଁ ଏହା ଅତି ଆବଶ୍ୟକ । ସଂସାର ପ୍ରତି ମନରେ ବୈରାଗ୍ୟ ଭାବନା ଆସିବା ଉଚିତ । ବୈରାଗ୍ୟର ଅର୍ଥ କ’ଣ? ଉପଭୋଗ ପାଇଁ ଅନେକ ପଦାର୍ଥ ସୁଲଭ ଥାଇ ମଧ୍ୟ ମନ ତତ୍ ପ୍ରତି ଆକର୍ଷିତ ନ ହେବା ପ୍ରକୃତ ବୈରାଗ୍ୟ । ସଂସାରର ତ୍ୟାଗ ଅନାବଶ୍ୟକ । କେବଳ ଭୋଗ ଦୃଷ୍ଟିରେ ଦେଖିବା ବୃିକୁ ତ୍ୟାଗ କରିବା ଉଚିତ୍ । ସ୍ବୀୟ ବିକାରୀ ଦୃଷ୍ଟିର ପରିବର୍ନ ଆବଶ୍ୟକ । ଜଗତକୁ କାମ ଓ ଭୋଗ ଦୃଷ୍ଟିରେ ଦେଖନାହିଁ । ଯେପର୍ଯ୍ୟନ୍ତ ଦୃଷ୍ଟିର ଦୋଷ ଯାଇନାହିଁ ସେ ପର୍ଯ୍ୟନ୍ତ ଆମର ଦୃଷ୍ଟି ଦେବ ଦୃଷ୍ଟି ହେବନାହିଁ ।
ଭାଗବତ ଜ୍ଞାନର ବକ୍ତା ଅତି ନିସ୍ପୃହ ଓ ବୈରାଗ୍ୟ ଭାବ ସମ୍ପନ୍ନ ହେବା ପରମାବଶ୍ୟକ । ଉପଦେଶ କର୍ା ବ୍ରାହ୍ମଣ ଅର୍ଥାତ ଈଶ୍ୱର ବା ପରଂବ୍ରହ୍ମ ପରମାତ୍ମାଙ୍କୁ ଜାଣିବା ବାଲା ହୋଇଥିବା ଉଚିତ୍ । କୀର୍ି ମୋହରୁ ବିର୍ବା ବଡ଼ କଠିଣ ବ୍ୟାପାର । ଏହା ପ୍ରଭୁପ୍ରୀତି ପାଇଁ ବିଘ୍ନ କାରକ । ବକ୍ତା ଏଥିପ୍ରତି ସାବଧାନ ରହିବା ଉଚିତ୍ । ଜ୍ଞାନ ଶ୍ରବଣ ସମୟରେ ମନକୁ ସଂସାରରୁ ନିର୍ଲିପ୍ତ କରି ଶୁଣିବା ବିଧେୟ । ଘରଦ୍ୱାର କଥା ମନକୁ ବିକୃତ କରେ । ଉଭୟ ବକ୍ତା ଓ ଶ୍ରୋତା ଚକ୍ଷୁ, ମନ, ବାଣୀ, କର୍ମ ଏବଂ ପ୍ରତ୍ୟେକ ଇନ୍ଦ୍ରିୟରେ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ୍ । ମନକୁ ସ୍ଥିର କରିବା ପାଇଁ ଉଦ୍ଧ୍ୱର୍ରେତା ହେବା ନିହାତି ଜରୁରୀ । ବ୍ରହ୍ମଚର୍ଯ୍ୟ ପାଳନ ଦ୍ୱାରା ଜଣେ ଉଦ୍ଧ୍ୱର୍ରେତା ହୋଇପାରେ । କ୍ରୋଧ ପୁଣ୍ୟ କ୍ଷୟ କରେ । ଏଣୁ ଏହା ସର୍ବଥା ତ୍ୟାଗ କରିବା ଉଚିତ୍ ।
ଭାଗବତ ଜ୍ଞାନ କେବଳ ଶୁଣି (କିମ୍ବାପଢ଼ି) ଖୁସି ହେବା ବିଷୟ ନୁହେଁ । ଏହାକୁ ଜୀବନରେ ଆଚରଣ କରିବା  ଦ୍ୱାରା ଶ୍ରବଣ ସଫଳ ହୁଏ । ଶୁଣିଥିବା କଥା  ମନନ କର ଏବଂ ତାକୁ ବ୍ୟବହାରରେ କାର୍ଯ୍ୟାନ୍ୱିତ କର । କେବଳ ଜ୍ଞାନ ବ୍ୟର୍ଥ । ପରମାତ୍ମାଙ୍କ ଦିବ୍ୟ ସଦ୍ଗୁଣ ଗୁଡ଼ିକ ଜୀବନରେ ଆଚରଣ କର । ପୂର୍ବ ଜନ୍ମର ବି·ର କରିବା ଅନୁଚିତ୍ । ବର୍ମାନ ଜନ୍ମ ସାର୍ଥକ କରିବାକୁ ପ୍ରଯନô କର । ଭଗବାନଙ୍କ ସହିତ ବିବାହ (ସମ୍ବନ୍ଧ) କର ଏବଂ ଅନ୍ୟକୁ କରାଅ । ସଂଯମ ଓ ଆନ୍ତରିକ ତପସ୍ୟା ହିଁ ପ୍ରଭୁ ପ୍ରାପ୍ତିର ସାଧନ । ପରମାତ୍ମା ମିଳନ ହେଉଛି ଆତ୍ମାର ଧର୍ମ ।
(କ୍ରମଶଃ...)

ଜ୍ଞାନ ପ୍ରବାହ (୩)

(ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)
ଭାଗବତଜ୍ଞାନ (ଆଧ୍ୟାତ୍ମିକ ଜ୍ଞାନ) ମନୁଷ୍ୟକୁ ନିର୍ଭୟ କରେ । ଭଗବତ୍ ଆଶି୍ରତ ଆତ୍ମା (ବ୍ୟକ୍ତି) ନିର୍ଭୟ ହୁଏ । ପ୍ରତ୍ୟେକେ ନିଜକୁ ପରମାତ୍ମାଙ୍କ ସନ୍ତାନ ମନେ କରିବା ଉଚିତ୍ । କାରଣ ପରମାତ୍ମା ହିଁ ସମସ୍ତଙ୍କର ପାରଲୌକିକ ପିତା, ତେଣୁ ତାଙ୍କୁ ପରମ ପିତା କୁହାଯାଏ । ଏକମାତ୍ର ପରମାତ୍ମା ହିଁ ଆମର ସୁଖ-ଦୁଃଖର ସାଥୀ । ତାଙ୍କୁ ସର୍ବଦା ସାଥିରେ ରଖିଲେ ଆମେ ନିର୍ଭୟ ହୋଇଯିବା ।
ମୃତୁ୍ୟ ଏକ ଚିରନ୍ତନ ସତ୍ୟ । ସର୍ବଦା ମୃତୁ୍ୟକୁ ସ୍ମୃତିରେ ରଖ । ପାପକୁ ଭୟ କର । ଅନ୍ତ ସମୟରେ ପ୍ରତ୍ୟେକଙ୍କୁ ଧର୍ମରାଜର ଦରବାରରେ ପାପ-ପୁଣ୍ୟର ହିସାବ ଦେବାକୁ ହେବ । ଧର୍ମରାଜକୁ ଭୟ କର, ତେବେ ପାପ କର୍ମ ହେବନାହିଁ । ପାପ ହେଉଛି ଭୟର କାରଣ । ନିର୍ଭୟ ହେବାକୁ ହେଲେ ପାପ ଛାଡ଼ିବାକୁ ହେବ ।
କାମକୁ ନାଶ କରି ଭକ୍ତି ଓ ପ୍ରେମମୟ ଜୀବନ ଯାପନ କରୁଥିବା ବ୍ୟକ୍ତି କାଳଜୟୀ ହୁଏ । କାଳଜୟୀ ଆତ୍ମାକୁ କାଳର କରାଳ ଆଘାତ ସହିବାକୁ ପଡ଼େନାହିଁ । କାମ ଓ କାଳ ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ପରମାତ୍ମାଙ୍କୁ ଅତିଶୟ ପ୍ରେମ କରିବାକୁ ପଡ଼ିବ । ପରମାତ୍ମା ପ୍ରୀତି ବ୍ୟତିରେକ କାମ କ୍ରୋଧାଦି ବିକାର ଯାଏନାହିଁ ।
ପାପ କର୍ମ କଲାବେଳେ ମନୁଷ୍ୟ ଯେତିକି ସାବଧାନ ରହେ ପୁଣ୍ୟ କର୍ମ କଲାବେଳେ ସେତିକି ରହେନାହିଁ । ପାପ ପ୍ରକଟିତ ହେଲେ ତାର ପ୍ରତିଷ୍ଠା ଉପରେ ଆ ଆସିବ, ଏହି ଭୟ ହେତୁ ସେ ଏକାଗ୍ର ଚି ହୋଇ ପାପ କର୍ମ କରେ । ଏହି କାରଣରୁ ଅନ୍ତ ସମୟରେ ତାକୁ ପାପ କର୍ମ ସ୍ମରଣ ହୁଏ ଓ ମୃତୁ୍ୟ ଭୟରେ ସେ ବିଚଳିତ ହୋଇପଡ଼େ । ସେ ଭାବେ ମୃତୁ୍ୟ ପାଇଁ ତ ମୁଁ କୌଣସି ପ୍ରସ୍ତୁତି କରିନାହିଁ । ଏବେ ମୋର କି ଗତି ହେବ? ମୃତୁ୍ୟକାଳୀନ ଏହି ମାନସିକ ଦୁରାବସ୍ଥାକୁ ନରକ ଯାତନା ବା ଧର୍ମରାଜର ଦଣ୍ଡ କୁହାଯାଏ । ଯେପରି ବିବାହାଦି ଉତ୍ସବ ପାଇଁ ପ୍ରସ୍ତୁତି କରାଯାଏ ସେପରି ଖୁସି ପୂର୍ବକ ଧୀରେ ଧୀରେ ମରିବା ପାଇଁ ମଧ୍ୟ ପ୍ରସ୍ତୁତି କରିବା ଦରକାର । ଅର୍ଥାତ୍ ମୃତୁ୍ୟ ପ୍ରତି ସର୍ବଦା ସାବଧାନ ରହିବାକୁ ହେବ ।
ମୃତୁ୍ୟ ଅର୍ଥାତ୍ ଧର୍ମରାଜଙ୍କୁ ଅତୀତ ଜୀବନର ହିସାବ ଦେବାର ପବିତ୍ର ଦିନ । ପରମାତ୍ମା ହେଉଛନ୍ତି ଧର୍ମରାଜର ଅନ୍ୟ ରୂପ । ଅନ୍ତ ସମୟରେ ଧର୍ମରାଜ ପ·ରିବେ- ମୁଁ ତୋତେ ଆଖି ଦେଇଥିଲି, ତୁ ତା’ର କି ଉପଯୋଗ କରିଛୁ? କାନ ଦେଇଥିଲି, ତୁ ତା’ର କ’ଣ କରିଛୁ? ତୋତେ ଶରୀର ଓ ମନ ଦେଇଥିଲି ତା’ର କି ସକ୍ରାର କରିଛୁ? ଏହିପରି ଗୋଟି ଗୋଟି କରି ହିସାବ ଦେବାକୁ ପଡ଼ିବ ।
ଏହିପରି ପ୍ରତ୍ୟେକ କର୍ମର ହିସାବ ଯଦି ଆମେ ପୂର୍ବରୁ ଠିକ୍ ଠିକ୍ ରଖି ନଥିବା ତେବେ ସେତେବେଳେ ଆମେ ବିଚଳିତ ହୋଇପଡ଼ିବା । ସାଧାରଣ ଆୟକର ଅଧିକାରୀଙ୍କୁ ହିସାବ ଦେଲାବେଳେ ମନୁଷ୍ୟ ବ୍ୟସ୍ତ ହୋଇପଡ଼େ । ଧର୍ମରାଜଙ୍କୁ ସାରା ଜୀବନର ହିସାବ ଯେତେବେଳେ ଦେବାକୁ ପଡ଼ିବ ଆମର କି’ ଦଶା ହେବ?
ମୃତୁ୍ୟକୁ ଉଜ୍ଜ୍ୱଳ କରିବା ପାଇଁ ପ୍ରତିକ୍ଷଣକୁ ଉଜାଗର କରିବା ଦରକାର । ଆଖି, କାନ, ବାଣୀ ଆଦିର ସଦୁପଯୋଗ କର । ଧନର ସଦୁପଯୋଗ କର । ଏହାଦ୍ୱାରା ମୃତୁ୍ୟ ଉଜ୍ଜ୍ୱଳ ହେବ । ଯିଏ ପ୍ରତିକ୍ଷଣ ଈଶ୍ୱରୀୟ ସ୍ମୃତିରେ ଅତିବାହିତ କରେ ତାର ମୃତୁ୍ୟ ସଫଳ ହୁଏ ।
ପ୍ରତ୍ୟହ ଶ୍ମଶାନ ଯିବାର ଆବଶ୍ୟକତା ନାହିଁ । କିନ୍ତୁ ପ୍ରତ୍ୟହ ଶ୍ମଶାନକୁ ସ୍ମରଣ କରିବା ଦରକାର । ଶ୍ମଶାନ ଜ୍ଞାନ ଭୂମି । ସେଠାରେ ସମଭାବ ଜାଗ୍ରତ ହୁଏ । ସମଭାବର ଅର୍ଥ ଅସମ ଭାବର ଅଭାବ । ସମ ଭାବ ହିଁ ଈଶ୍ୱର ଭାବ ଅଟେ । ସମଭାବ ରଖି କାର୍ଯ୍ୟ କଲେ ମୃତୁ୍ୟ ସୁଧୁରେ ।
ଭାଗବତର ଏକ ପ୍ରସଙ୍ଗରେ ବର୍ଣ୍ଣିତ ଅଛି ଯେ ରାଜା ଚିତ୍ର କେତୁର ଏକ କୋଟି ରାଣୀଥିଲେ । ସାଂସାରିକ ବିଷୟ ସମୂହକୁ ଯିଏ ମନରେ ରଖେ ସିଏ ହିଁ ଚିତ୍ରକେତୁ । ଅର୍ଥାତ୍ ଏପରି ବ୍ୟକ୍ତିଙ୍କ ମନରେ ସଂସାରର ସମସ୍ତ ଚିତ୍ର ଅଙ୍କିତ ହୋଇରହେ । ଏପରି ମନ ଯେତେବେଳେ ବିଷୟ ସମୂହରେ ତନ୍ମୟ ହୋଇଯାଏ ସେତେବେଳେ ଏକ କୋଟି ରାଣୀ ସହିତ ରମଣକରେ । ଚିତ୍ରକେତୁର ଏକ କୋଟି ରାଣୀ ଥିବା ପ୍ରସଙ୍ଗ ଏହି ଅର୍ଥକୁ ଇଙ୍ଗିତ କରୁଛି । ଶ୍ରୀ ଭାଗବତରେ ଅନେକଥର ଏପରି ପ୍ରସଙ୍ଗ ଆସେ । ଶ୍ରୋତା ଓ ବକ୍ତା ଉଭୟ ବି·ର କରିବା ଉଚିତ୍ ଯେ ଏହାର ଲକ୍ଷ୍ୟାର୍ଥ କ’ଣ? ଉଦାହରଣ ସ୍ବରୂପ ଅନ୍ୟ ଏକ ପ୍ରସଙ୍ଗ ନିଆ ଯାଇପାରେ । ହିରଣାକ୍ଷର ମୁକୁଟ ସ୍ବର୍ଗକୁ ସ୍ପର୍ଶ କରୁଥିଲା ଏବଂ ତା’ର ଅବୟବ ଦ୍ୱାରା ଦିଗ ଗୁଡ଼ିକ ଆଚ୍ଛାଦିତ ହୋଇଯାଉଥିଲା । ଏହି ଅତିଶୟୋକ୍ତିର ଅର୍ଥ ହେଲା ଲୋଭ ଦିନକୁ ଦିନ ବୃଦ୍ଧି ପାଉଥିଲା ।
ଭାଗବତରେ ଶୁକଦେବଙ୍କ ଜନ୍ମ ବୃାନ୍ତ ଅତି ଚମକ୍ରାର ଭାବରେ ଅବତାରଣା କରାଯାଇଛି । କୁହାଯାଏ ଭାଗବତ ଜ୍ଞାନର ପ୍ର·ର ପାଇଁ ବ୍ୟାସଦେବଙ୍କ ଆହ୍ୱାନ କ୍ରମେ ରୁଦ୍ର ଭଗବାନ ମାତା ଅରଣୀ ଦେବୀଙ୍କ ଗର୍ଭରେ ପ୍ରବିଷ୍ଟ ହୋଇ ଶୁକଦେବ ନାମରେ ଜନ୍ମ ନେଇଥିଲେ । ତେଣୁ ଶୁକଦେବଙ୍କୁ ରୁଦ୍ରଙ୍କ ଅବତାର ବୋଲି ବିଶ୍ୱାସ କରାଯାଏ । ଶୁକଦେବ ଜନ୍ମରୁ ଆତ୍ମନିଷ୍ଠ ବୈରାଗ୍ୟ ଓ ଅଲୌକିକ ପ୍ରେମ ଲକ୍ଷଣା ସମ୍ପନ୍ନ ଥିଲେ । ଭାଗବତ ଜ୍ଞାନ (ଆଧ୍ୟାତ୍ମିକ ଜ୍ଞାନ)ର ବିତରଣ ପାଇଁ ଏହିପରି ଯୋଗ୍ୟତା ସର୍ବାଦୌ ଆବଶ୍ୟକ । ପରମାତ୍ମାଙ୍କ ବ୍ୟତୀତ ଅନ୍ୟ ସହିତ ପ୍ରେମ କରିବା ବ୍ୟକ୍ତି ଆଧ୍ୟାତ୍ମିକ ଜ୍ଞାନର ଅଧିକାରୀ ହୋଇପାରେ ନାହିଁ । ଶୁକଦେବ ପୂର୍ଣ୍ଣ ନିର୍ବିକାରୀ ଥିଲେ । ଜ୍ଞାନୀ ପୁରୁଷ ମାୟାର ସଙ୍ଗ କରନ୍ତି ନାହିଁ ।
ଶୁକଦେବ ତପଃ ସାଧନା ପାଇଁ ବନ ଗମନ କରୁଛନ୍ତି । ପୁତ୍ରମୋହ ବଶତଃ ବ୍ୟାସଦେବ ବିଚଳିତ ହୋଇ ପଡ଼ିଲେ । ବନଗମନରୁ କ୍ଷାନ୍ତ ହେବା ପାଇଁ ସେ ଶୁକଦେବଙ୍କୁ କହିଲେ । କିନ୍ତୁ ଆତ୍ମନିଷ୍ଠ ଶୁକଦେବ ଲୌକିକ ସମ୍ବନ୍ଧର ବନ୍ଧନରୁ ଉଦ୍ଧ୍ୱର୍ରେ ଥିଲେ । ପିତାଙ୍କ ବାରଣ ତାଙ୍କୁ ଅଟକାଇ ପାରିନଥିଲା । ଲୌକିକ ସମ୍ବନ୍ଧର ବିସ୍ମରଣ ବିନା ଈଶ୍ୱରଙ୍କ ସହିତ ସମ୍ବନ୍ଧ ହୁଏ ନାହିଁ । ପୁତ୍ର ବିୟୋଗରେ ଦୁଃଖି ବ୍ୟାସଦେବଙ୍କୁ ଶୁକଦେବ କହୁଛନ୍ତି- “ଏହି ଜୀବାତ୍ମା ତ ଅନେକ ଥର ପୁତ୍ରହୋଇ ଜନ୍ମ ନେଇଛି ଓ ଅନେକ ଥର ପିତା ମଧ୍ୟ ହୋଇଛି । ବାସନା ଗ୍ରସ୍ତ ଜୀବ ଅନେକଥର ପିତା-ପୁତ୍ର ବା ସ୍ତ୍ରୀ ହୋଇ ଜନ୍ମ ନିଏ । ଅନେକ ସମୟରେ ପୂର୍ବ ଜନ୍ମର ଶତୁ୍ର ମଧ୍ୟ ପୁତ୍ରହୋଇ ଜନ୍ମ ହୁଏ । ସ୍ବ ବାସନା ହେତୁ ପିତା-ପ୍ରପିତାମହ ମଧ୍ୟ ପୌତ୍ର-ପ୍ରପୌତ୍ର ହୋଇ ଜନ୍ମ ନିଅନ୍ତି । ବାସନା ହିଁ ସର୍ବଦା ପୁନର୍ଜନ୍ମର କାରଣ ହୁଏ । “ହେ ପିତା, ମୋର ଏବଂ ଆପଣଙ୍କର ଅନେକ ଜନ୍ମ ବିତି ଯାଇଛି । ପୁନର୍ଜନ୍ମ ବିସ୍ମରଣ ହେବା ଏକ ଭଲ କଥା । ଆପଣ ମୋର ପିତା ନୁହେଁ କି ମୁଁ ମଧ୍ୟ ଆପଣଙ୍କ ପୁତ୍ର ନୁହେଁ । ଆମ ଉଭୟଙ୍କ ପ୍ରକୃତ ପିତା ହେଉଛନ୍ତି ପରମ ପିତା ପରମାତ୍ମା । ବାସ୍ତବରେ ଈଶ୍ୱରଙ୍କ ସହିତ ଆତ୍ମାର ପ୍ରକୃତ ସମ୍ବନ୍ଧ ରହିଛି । ହେ ପିତା, ମୋର ଅନୁଧାବନରୁ କ୍ଷାନ୍ତ ହୁଅନ୍ତୁ । ଶ୍ରୀ ଭଗବାନଙ୍କ ଅନୁଧାବନ କରନ୍ତୁ । ଆପଣ ପରମାତ୍ମାଙ୍କ ପାଇଁ ନିଜ ଜୀବନକୁ ପ୍ରସ୍ତୁତ କରନ୍ତୁ । ମୋତେ ଯେଉଁ ଆନନ୍ଦ ମିଳିଛି ସେହି ଆନନ୍ଦ ଜଗତକୁ ଦେବା ପାଇଁ ମୁଁ ଯାଉଛି ।