Sunday, 4 October 2015

ସଦସ୍ୟ/ ସଦସ୍ୟାମାନଙ୍କ ପ୍ରତି

ଆଧ୍ୟାତ୍ମିକ ଚେତନା ବିକାଶ ପରିଷଦର ସଦସ୍ୟ/ ସଦସ୍ୟାମାନଙ୍କ ପ୍ରତି

ମହାଶୟ/ମହାଶୟା,

ସାଦର ନମସ୍କାର !

ଆପଣମାନଙ୍କ ସହଯୋଗ ଓ ସଦିଚ୍ଛା ହେତୁ ଆଜି ଆମ ଅନୁଷ୍ଠାନର ସଦସ୍ୟତା ସଂଖ୍ୟା ସତୁରୀ ପର୍ଯ୍ୟନ୍ତ ପହିଛି । ଆମ ଭଳି ଏକ ମତ ଓ ପନ୍ଥ ନିରପେକ୍ଷ ଅନୁଷ୍ଠାନ ପାଇଁ ଏହା ଉତ୍ସାହଯୋଗ୍ୟ ବିଷୟ । ‘ଚେତନା ପ୍ରବାହ’ର ଆଦୃତି ଧୀରେ ଧୀରେ ବୃଦ୍ଧି ପାଉଛି । ଆମ ସଦସ୍ୟ/ସଦସ୍ୟାମାନଙ୍କ ମଧ୍ୟରୁ ଖୁବ୍ କମ ସଂଖ୍ୟକ ପତି୍ରକା ବିକ୍ରିରେ ସହଯୋଗ କରୁଛନ୍ତି । ଅନ୍ୟମାନେ ମଧ୍ୟ ପତ୍ରିକା ପ୍ରଚାର-ପ୍ରସାରରେ ସହଯୋଗ କରିବା ଆବଶ୍ୟକ । ପର୍ଯ୍ୟାପ୍ତ ପାଣ୍ଠି ଅଭାବରୁ ଆମେ ବ୍ୟାପକ ଭାବରେ ଆଧ୍ୟା
ତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରିପାରୁ ନାହୁଁ । ବର୍ମାନ ପର୍ଯ୍ୟନ୍ତ ‘ଚେତନା ପ୍ରବାହ’ ହିଁ ଆଧ୍ୟାତ୍ମିକ ଚେତନାର ବିକାଶ ପାଇଁ ଏକମାତ୍ର ସମ୍ବଳ । ଏହି ପତି୍ରକାର ବ୍ୟାପକ ପ୍ରଚାର ପ୍ରସାର ଦ୍ୱାରା ଆମେ ଓଡିଶାର ଜନସାଧାରଣଙ୍କ ମଧ୍ୟରେ ଆଧ୍ୟାତ୍ମିକ ସଚେତନତା ସୃଷ୍ଟି କରିପାରିବା । ପ୍ରତିବର୍ଷ ପ୍ରତ୍ୟେକ ସଦସ୍ୟ/ସଦସ୍ୟା ଅନ୍ତତଃ ଦଶଜଣଙ୍କୁ ପତି୍ରକାର ବାର୍ଷିକ ସଦସ୍ୟ କରିବାର ଲକ୍ଷ୍ୟ ରଖନ୍ତୁ । ଆର୍ଥିକ ସଂପନ୍ନ ସଦସ୍ୟ/ସଦସ୍ୟାଗଣ ପ୍ରତି ସଂଖ୍ୟାରେ ନିଜ ଖର୍ଚ୍ଚରେ ଅନୁ୍ୟନ ୭ ଖଣ୍ଡ (ଟ. ୧୦୦/-) ପତ୍ରିକା କିଣି ନିଜ ମିତ୍ର ସମ୍ବନ୍ଧୀମାନଙ୍କ ମଧ୍ୟରେ ବିକ୍ରୟ କରନ୍ତୁ । ତିନିମାସରେ ଏକଶହ ଟଙ୍କା ହିସାବରେ ମାସକୁ ପଡୁଛି ମାତ୍ର ତେତିଶ ଟଙ୍କା ଓ ଦିନକୁ ଏକ ଟଙ୍କା ଦଶ ପଇସା । ଆମର ପ୍ରତ୍ୟେକ ସଭ୍ୟ/ସଭ୍ୟା ଦୈନିକ ଏକ ଟଙ୍କା ଖର୍ଚ୍ଚ କରିବାକୁ ନିଶ୍ଚୟ ସମର୍ଥ ବୋଲି ଆମେ ବିଶ୍ୱାସ କରୁଁ ।

ପରିଷଦର ନିଜସ୍ବ ଆୟ ନଥିବାରୁ କୌଣସି କାର୍ଯ୍ୟକ୍ରମ କଲେ ନିର୍ଦ୍ଧିଷ୍ଟ କେତେକ ସଦସ୍ୟ/ସଦସ୍ୟାମାନଙ୍କ ଉପରେ ଆର୍ଥିକ ବୋଝ ପଡୁଛି । କାରଣ ଅଧିକାଂଶ ସଦସ୍ୟ/ସଦସ୍ୟା ସ୍ବତଃ ପ୍ରବୃ ହୋଇ ଚାନ୍ଦା ଦିଅନ୍ତି ନାହିଁ । ଯେଉଁମାନେ କାର୍ଯ୍ୟକ୍ରମ ବେଳେ ଆର୍ଥିକ ସହାୟତା କରନ୍ତି ସେମାନେ ନିଜ ଇଚ୍ଛାରେ ଦିଅନ୍ତି । ଆପଣମାନେ ଜାଣନ୍ତି କାର୍ଯ୍ୟକ୍ରମ ପୂର୍ବରୁ ସହଯୋଗ କରିବା ପାଇଁ ସମସ୍ତଙ୍କୁ ସାମୁହିକ ନିବେଦନ କରାଯାଇଥାଏ । ବ୍ୟକ୍ତିଗତ ଭାବରେ କାହାକୁ ଚାନ୍ଦା ଦେବା ପାଇଁ ବାଧ୍ୟ କରାଯାଏ ନାହିଁ । ଆଜୀବନ ସଦସ୍ୟତା ଶୁଳ୍କରୁ ପ୍ରାପ୍ତ ପାଣ୍ଠିରୁ ଆଜି ପର୍ଯ୍ୟନ୍ତ ଅନୁଷ୍ଠାନର ବିଭିନ୍ନ ଖର୍ଚ୍ଚ ଓ ‘ଚେତନା ପ୍ରବାହ’ ମୁଦ୍ରଣରେ ନିଅ ପଡୁଥିବା ଖର୍ଚ୍ଚ ଭରଣା କରାଯାଉଛି । ପ୍ରତ୍ୟେକ ସଭ୍ୟ/ସଭ୍ୟାଙ୍କୁ ପ୍ରତି ସଂଖ୍ୟାରେ ପତି୍ରକା ମାଗଣାରେ ପଠାଯାଏ । ତାଙ୍କଠାରୁ ପ୍ରାପ୍ତ ସଦସ୍ୟତା ଶୁଳ୍କ ଯଦି ଆମେ  ଅନ୍ୟ ବିଷୟରେ ଖର୍ଚ୍ଚ କରିଦେବା ତେବେ ସେମାନଙ୍କୁ ଦିଆଯାଉଥିବା ପତ୍ରିକାର ମୂଲ୍ୟ କେଉଁଠୁ ଭରଣା କରିବା? ତେଣୁ ଆଜୀବନ ସଦସ୍ୟତା ଚାନ୍ଦାକୁ ଆମେ ୠସଙ୍ଘରୟ ଊରକ୍ଟ୍ରକ୍ଟଗ୍ଦସଗ୍ଧ  କରିବାକୁ ସ୍ଥିର କରିଛୁ । ଏହି ପରିପ୍ରେକ୍ଷୀରେ ପରିସର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ପ୍ରାପ୍ତିର ଗତିକୁ ତ୍ୱରାନ୍ୱିତ କରିବା ପାଇଁ ସ୍ବେଚ୍ଛାକୃତ ଭାବେ ପ୍ରତି ମାସରେ ନିଜ ସାମର୍ଥ୍ୟ ମୁତାବକୁ ପ୍ରତ୍ୟେକ ସଦସ୍ୟ/ସଦସ୍ୟାଙ୍କୁ ଆର୍ଥିକ ସହଯୋଗ କରିବାକୁ ନିବେଦନ କରୁଛୁ ।

ଡା. ସୁଧାଂଶୁ ଶେଖର ମିଶ୍ର , ସାଧାରଣ ସଂପାଦକ                                         ଶ୍ରୀ ଶରତ କୁମାର ବାରିକ , ସଭାପତି

ଆଧ୍ୟାତ୍ମିକ ଚେତନା ବିକାଶ ପରିଷଦ, ଓଡିଶା ଆଧ୍ୟାତ୍ମିକ ଚେତନା ବିକାଶ ପରିଷଦ, ଓଡିଶା

କବିତା

ବାୟା ମନ

ଶୁଣ ଆରେ ବାୟାମନ
ମୋହର ଏକଥା ଧ୍ୟାନ ଦେଇଣ, ବାୟାମନରେ
ଗର୍ବ, ପରହିଂସା ତେଜିଣ
ସତପଥରେ ଦିଅ ମନ, ବାୟା ମନରେ ।୧ାା
ବôବୁ ତୁ କେତେ ଦିନ
ପାଣିର ଫୋଟକା ପ୍ରାୟ ଜୀବନ, ବାୟାମନରେ
ମିଛ, ମାୟା ସଂସାର ବନ୍ଧନ
ସତତ କର ଏକଥା ସ୍ମରଣ, ବାୟାମନରେ ।୨ାା
ସତ୍ କର୍ମ ସଦା କରିଣ
ସତ୍ ଚିନ୍ତାଭାବ ମନରେ ପୁଣ, ବାୟା ମନରେ
ପର ଉପକାରେ ଦିଅ ପ୍ରାଣ
ଜୀବନ ତୋହର ହୋଇବ ଧନ୍ୟ, ବାୟାମନରେ ।୩ାା
ପଶୁ ପକ୍ଷୀ, ଜୀବ ପତଙ୍ଗ ପୁଣ
ଦୟା ହୃଦେ ତାଙ୍କୁ ସେବା କରିଣ, ବାୟାମନରେ
ଖାଦ୍ୟ ପାନୀୟ ତାଙ୍କୁ ଦେଇଣ
ରକ୍ଷାକର ତୁହି ତାହାଙ୍କ ପ୍ରାଣ, ବାୟା ମନରେ ।୪ାା
ହିଂସା ତାଙ୍କୁ କର ନାହିଁ,
ମାନବର ହିତକାରୀ ଅଟନ୍ତି ସେହି, ବାୟାମନରେ
ଜୀବ ମାତ୍ରେ ଦୟା ବହି
ଦିଅ ତାଙ୍କୁ ସ୍ନେହ ଶ୍ରଦ୍ଧା ତୁହି, ବାୟାମନରେ ।୫ାା
ଛନ୍ଦ, କପଟ ନ କର
ମନ ରହୁ ସଦା ପ୍ରଭୁଙ୍କଠାର, ବାୟା ମନରେ
ଆତ୍ମା, ପରମାତ୍ମା ଏକାକାର,
ଅବଶ୍ୟ ଦିନେ ହୋଇବ ତୋର, ବାୟା ମନରେ ।ା୬ାା
ଅଧ୍ୟାତ୍ମ ପଥରେ ଚଳିଣ
ବ୍ରହ୍ମଚର୍ଯ୍ୟ ବ୍ରତ କର ପାଳନ, ବାୟାମନରେ,
ଦୀର୍ଘ ହୋଇବ ତୋର ଜୀବନ
ନରରୁ ହୋଇବୁ ତୁ ନାରାୟଣ, ବାୟା ମନରେ ।୭ାା
ପରଦାରେ ମାତୃ ବତ
ଭାବୁଥାଅ ନୋହି ବିଚଳିତ, ବାୟା ମନରେ
ନାରୀଜାତି ଅଟେ ସଭିଙ୍କ ମାତ
ହୀନ ନ ମଣ ତାଙ୍କୁ କଦାଚିତ, ବାୟା ମନରେ ।୮ାା
ପରଦ୍ରବ୍ୟ ହରିବାକୁ
କେବେହେଁ ନ ଆଣ ମନ ମଧ୍ୟକୁ, ବାୟା ମନରେ
ମାଟି ଜ୍ଞାନେ ପରଧନ
ଲୋଭ ନ କର କବାଚନ, ବାୟା ମନରେ ।୯ାା
ଦୁଃଖି, ଦରିଦ୍ର ରୋଗୀଙ୍କୁ
ସେବାକର ବିଭୁଜ୍ଞାନେ ତାହାଙ୍କୁ, ବାୟା ମନରେ
ନିଶ୍ଚେ ପାଇବୁ ଶ୍ରେଷ୍ଠ ଗତିକୁ
ସଂଶୟ ନ କର ଏହି କଥାକୁ, ବାୟା ମନରେ ।୧ଠାା

ଚୂଡାମଣି ପାଣିଗ୍ରାହୀ , ଗମ୍ଭାରୀ, ଜି: ବଲାଙ୍ଗିର, ମୋ:- ୮୮୯୫୯୬୭୩୬୮

କବିତା

କରୁଣାମୟ ହେ ବିଶ୍ୱ ଜୀବନ

କରୁଣା ମୟ ହେ ବିଶ୍ୱ ଜୀବନ
ଅନ୍ତରେ ସାମର୍ଥ୍ୟ କର ପ୍ରଦାନ
କହୁଥିବି ସର୍ବଦା ସତ କଥା
କାହା ମନେ ତିଳେ ନଦେବି ବ୍ୟଥା ।
ପର ଉପକାରେ ରହୁ ମୋ ମତି
ପର ଦୁଃଖ ଝରୁ ଅଶୁ୍ର ମୋନିତି

 ଗଲେ ଯାଉ ପଛେ ଜୀବନ ମୋର
ପର ଦୁଃଖ ହରୁ ସେ ନିରନ୍ତର
ହିଂସା, କପଟ ନ ବାହାରୁ ମନେ
ପର ଅନିଷ୍ଟକୁ ନଚିନ୍ତୁ କ୍ଷଣେ
ସର୍ବାେଙ୍ଗ ଦିଅ ହେ ବଳ ମୋହର
ଜନହିତେ ରତ ରହୁ ଶରୀର
କ୍ଷମା ଗୁଣ ଦିଅ ଅନ୍ତରେ ମୋର
ସମସ୍ତଙ୍କୁ କରୁଥିବି ଆଦର
ଅନ୍ଧ, ଛୋଟା, ବୃଦ୍ଧ ବୃଦ୍ଧାଙ୍କୁ ମୁହିଁ
ସାହାଯ୍ୟ କରିବି ଅଟଳ ରହି
ପିତା, ମାତା, ଗୁରୁଜନଙ୍କୁ ସଦା
ଆଦର ସମ୍ମାନ ଦେବାକୁ ମଥା ।
ନତ ହେଉ ଶିର ତାଙ୍କ ସମ୍ମାନେ
ରତ ରହୁ ମନ ତବ ସ୍ମରଣେ
ଏତିକି ବିନତି କରଇ ସାଇଁ
ତୁମରି ନାମକୁ ମନରେ ଧ୍ୟାଇ ।

-ଚୂଡ଼ାମଣି ପାଣୀଗ୍ରାହୀ , ଗମ୍ଭାରି, ପିନ: ୭୬୭ଠ୨୭ ଜିଲ୍ଲା: ବଲାଙ୍ଗିର (ଓଡ଼ିଶା)