Friday, 4 September 2015

ସଫଳତାର ରହସ୍ୟ

ସଫଳତାର ରହସ୍ୟ
ଜୀବନ ଯାତ୍ରାରେ ଅନେକ ଘାତ ପ୍ରତିଘାତ ଆସେ । ଏଗୁଡିକୁ ସାହସର ସହିତ ମୁକାବିଲା କରିବାକୁ ହେବ । ଯେଉଁଠି ସଂଘର୍ଷ ଥାଏ ସେଇଠି ଉପଲବ୍ଧି ମଧ୍ୟ ତାଠାରୁ ଅଧିକ ଥାଏ । ଗନ୍ତବ୍ୟ ସ୍ଥଳରେ ପହôବା ପାଇଁ ରାସ୍ତା ଅତିକ୍ରମ କରିବାକୁ ପଡିବ: ଦୁର୍ଘଟଣାକୁ ଭୟ କରି ଘରେ ବସି ରହିଲେ ଲକ୍ଷ୍ୟ ପ୍ରାପ୍ତି ହେବ କିପରି? ସୁପ୍ତ ସିଂହର ମୁହଁକୁ ଶିକାର ଆପେ ଆପେ ଆସେ ନାହିଁ । ସେଥିପାଇଁ ତାକୁ ପୁରୁଷାର୍ଥ କରିବାକୁ ପଡେ । ଶିକାର ଖୋଜୁଁ ଖୋଜୁଁ ହୁଏତ ସେ ଶିକାରୀର ଗୁଳିରେ ବିଦ୍ଧ ହେବାର ଭୟ ଥାଏ । ଏହାକୁ ଭୟ କରି ସେ ଯଦି ପର୍ବତ ଗୁ¶ା ମଧ୍ୟରେ ଆତ୍ମଗୋପନ କରି ପଡ଼ି ରହିବ ତେବେ ଜୀବନ ଧାରଣ କରିବ କିପରି?
ଅନେକ ବ୍ୟକ୍ତି ପୁରୁଣା କ୍ଷତିକାରକ ଅଭ୍ୟାସ ଗୁଡ଼ିକୁ ମଧ୍ୟ ପରିବର୍ନ କରିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ । ଅନେକ ସମୟରେ ପରିବର୍ନ ହୁଏତ କେତେକ ଅସୁବିଧା ସୃଷ୍ଟି କରିପାରେ । କିନ୍ତୁ ଜୀବନରେ ଉରୋର ଉନ୍ନତି ପାଇଁ ପରିବର୍ନ ଏକାନ୍ତ ଆବଶ୍ୟକ । ପରିବର୍ନ ଜନିତ ସାମୟିକ ଅସୁବିଧାକୁ ଭୟକରି ଯଦି ଜଣେ ନିଷ୍କ୍ରିୟ ଭାବରେ ବସି ରହେ ସେ ଆଗକୁ ବଢ଼ିପାରେ ନାହିଁ । ଉଚିତ ସମୟରେ ଉଚିତ ନିର୍ଣ୍ଣୟ ମନୁଷ୍ୟର ବ୍ୟକ୍ତିତ୍ୱରେ ବିଭିନ୍ନ ପ୍ରକାର ସାମର୍ଥ୍ୟ ଉପôନ୍ନ କରିବାରେ ସହାୟକ ହୁଏ । ଜୀବନ ଏକ ଆହ୍ୱାନ । ଦୈନନ୍ଦିନ ଜୀବନରେ ପ୍ରତ୍ୟେକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ହୁଏ । କୌଣସି ସମସ୍ୟା ପ୍ରତି ନିର୍ଣ୍ଣୟ ନେବା ଏକ ସାହସିକ ପଦକ୍ଷେପ । ବ୍ୟକ୍ତି ଯେତେବେଳେ ସାହସର ସହିତ ଜୀବନର ପ୍ରତିଟି ଆହ୍ୱାନକୁ ସାହସର ସହିତ ସ୍ବୀକାର କରେ ତାପାଇଁ ସଫଳତା ପ୍ରାପ୍ତି ସୁଗମ ହୋଇଯାଏ । ତା’ମଧ୍ୟରେ ଦୃଢ଼ ଆତ୍ମ ବିଶ୍ୱାସ, କର୍ମଠତା, ଉତ୍ସାହ, ଏକାଗ୍ରତା ଆଦି ସକାରାତ୍ମକତା ଗୁଣାବଳୀର ବିକାଶ ଘଟେ ।
ଉପଭୋକ୍ତାବାଦୀ ସଂସ୍କୃତିର ବଶବର୍ୀ ହୋଇ ମଣିଷ ନୈତିକତା ଓ ଆଧ୍ୟାତ୍ମିକତାଠାରୁ କ୍ରମଶଃ ଦୂରେଇ ଯାଉଛି । ଏହାହିଁ ସଂପ୍ରତି, ହିଂସା, ଦ୍ୱେଷ, କଳହ, କ୍ଳେଶ ଆଦିର କାରଣ । ଏହି ପରିପ୍ରେକ୍ଷୀରେ ନୈତିକ ଓ ଆଧ୍ୟାତ୍ମିକ ମୂଲ୍ୟ ତଥା ସକାରାତ୍ମକ ବି·ର ଏବଂ ଦୃଷ୍ଟିକୋଣ ଅତ୍ୟନ୍ତ ପ୍ରାସଙ୍ଗିକ ମନେ ହୁଏ । ବିବିଧ ପ୍ରକାର ସୁଖ-ସୁବିଧା ସମ୍ପନ୍ନ ·କଚକ୍ୟ ପୂର୍ଣ୍ଣ ଜୀବନ ଯାପନ ପାଇଁ ପ୍ରତ୍ୟେକ ବ୍ୟକ୍ତି ଲାଳାୟିତ । ସେଥିପାଇଁ ସେମାନେ ନାନାପ୍ରକାର ଭୋଗ୍ୟ ବସ୍ତୁ ସଂଗ୍ରହ ପାଇଁ ଚିନ୍ତିତ । ଗୋଟିଏ କାମନା ପୂରଣ ହେଲେ ଅନ୍ୟ ଶହେଟି କାମନାର ଉଦ୍ରେକ ହୁଏ । କାମନା ପୂରଣ ନ ହେଲେ ବ୍ୟକ୍ତି ପରାଜୟର ଗ୍ଳାନିରେ ମର୍ମାହତ ହୋଇ ହତାଶାର ଶିକାର ହୁଏ । ସଂପ୍ରତି ଏହିପରି ନକାରାତ୍ମକ ବି·ର ପରିବର୍ନ କରିବା  ଅତ୍ୟନ୍ତ ଆବଶ୍ୟକ । ଏକଥା ମନେ ରଖିବାକୁ ହେବ ଯେ ସଫଳତାର ସର୍ବୋଚ୍ଚ ଶିଖରରେ ପହôବାକୁ ହେଲେ କୌଣସି ନା କୌଣସି ମୂଲ୍ୟ ଦେବାକୁ ପଡିବ । ଆନ୍ତରିକ ଉଦ୍ୟମ ଓ ସ୍ବୀୟ ଶକ୍ତିର ଯଥାର୍ଥ ବିନିଯୋଗର ଅଭାବ ହିଁ ଅସଫଳତାର ମୂଳ କାରଣ । ତେଣୁ ନିରାଶ ହେବା ଆଦୌ ଉଚିତ ନୁହେଁ । ସଫଳତାର ମାର୍ଗରେ ଆସୁଥିବା ସମସ୍ତ ପ୍ରକାର ଆହ୍ୱାନକୁ ସ୍ବୀକାର କରିନେଲେ ସ୍ବତଃ ସ୍ଫୁର୍ ଭାବରେ ଆନ୍ତରିକ ଶକ୍ତିର ସ୍ଫୁରଣ ହୁଏ ଓ ବ୍ୟକ୍ତି ଅନାୟାସରେ ବାଧାବିଘ୍ନଗୁଡ଼ିକୁ ଅତିକ୍ରମ କରିପାରେ ।
ଇତିହାସ ଅବଲୋକନ କଲେ ଜଣାଯାଏ ଯେ କୌଣସି ସଫଳ ବ୍ୟକ୍ତି ଏକା ଥରକେ ସଫଳତା ପ୍ରାପ୍ତ କରି ନାହାନ୍ତି । ଇଂରାଜୀରେ ଏକ ପ୍ରବାଦ ଅଛି- ୠବସକ୍ଷଙ୍କକ୍ସର ସଗ୍ଦ ଗ୍ଧଷର ଚସକ୍ଷକ୍ଷବକ୍ସ କ୍ଟଲ ଝଙ୍କମମରଗ୍ଦଗ୍ଦ. ଅସଫଳତା ପାଇଁ ଚିନ୍ତିତ ହେବା ଅନାବଶ୍ୟକ । କାରଣ ଏହା ଆତ୍ମ ବିଶ୍ଳେଷଣ ପାଇଁ ସୁଯୋଗ ଦିଏ । କୌଣସି କର୍ମ ବ୍ୟର୍ଥ ଯାଏ ନାହିଁ । ବିଧି ପୂର୍ବକ କର୍ମ କରିଗଲେ ସିଦ୍ଧି ଅବଶ୍ୟ ମିଳିବ । ଗୀତାରେ କୁହାଯାଇଛି, କର୍ମକର ଫଳ ଆଶା କର ନାହିଁ । କର୍ମ ଅନୁରୂପ ଫଳ ମିଳେ । ଅସଫଳତା ଆମକୁ ଆମର ତ୍ରୁଟି ସୁଧାରିବାକୁ ସତର୍କ କରାଏ । ତେଣୁ ଅସଫଳତାକୁ ଆଦୌ ସ୍ବୀକାର ନ କରି ସଫଳତା ପ୍ରାପ୍ତି ପର୍ଯ୍ୟନ୍ତ ପୁନଃ ପୁନଃ ପ୍ରୟାସ ଅବ୍ୟାହତ ରଖିବା ଆବଶ୍ୟକ । କଠିଣ ପ୍ରସ୍ତର ପ୍ରଥମ ଆଘାତରେ ଭାେଙ୍ଗ ନାହିଁ; ବାରମ୍ବାର ଆଘାତ ଦେଲେ ଶେଷରେ ତାହା ଖଣ୍ଡ ବିଖଣ୍ଡିତ ହୁଏ । ସ୍ବାମୀ ବିବେକାନନ୍ଦ କହନ୍ତି, “ଅସଫଳତା ପାଇଁ ଚିନ୍ତାକର ନାହିଁ । ଏହା ଏକଦମ୍ ସ୍ବାଭାବିକ । ଅସଫଳତା ଜୀବନର ସୌନ୍ଦର୍ଯ୍ୟ ଅଟେ । ଜୀବନରେ ଯଦି ସଂଘର୍ଷ ରହିବ ନାହିଁ, ତେବେ ଜୀବିତ ରହିବା ବ୍ୟର୍ଥ । ସଂଘର୍ଷ ଜୀବନର କାବ୍ୟ । ସଂଘର୍ଷ ଏବଂ ତ୍ରୁଟି ପାଇଁ ବ୍ୟସ୍ତ ହୁଅ ନାହିଁ । ଆଦର୍ଶକୁ ସମ୍ମୁଖରେ ରଖି ଆଗକୁ ବଢ଼ିବାର ପ୍ରଯନô କର । ଯଦି ତୁମେ ହଜାର ଥର ମଧ୍ୟ ଅସଫଳ ହୋଇଛି ତେବେ ଆଉ ଥରେ ପୁନଶ୍ଚ ପ୍ରଯନô କର ।’’
ମଣିଷ ପ୍ରାଣୀ ଜଗତର ସର୍ବଶ୍ରେଷ୍ଠ ଏଥିପାଇଁ ଯେ ତା’ର ଭଲମନ୍ଦ ବି·ର କରିବା କ୍ଷମତା ଅଛି । ଏହା ମନୁଷ୍ୟମାନଙ୍କୁ ପରମାତ୍ମାଙ୍କ ଶ୍ରେଷ୍ଠ ବରଦାନ । ଏଭଳି କ୍ଷମତା ଅନ୍ୟ ପ୍ରାଣୀମାନଙ୍କଠାରେ ଦେଖାଯାଏ ନାହିଁ । ପରମାତ୍ମାଙ୍କ ଏହି ବରଦାନକୁ ଆମେ କେତେ ଉପଯୋଗ କରୁଛୁ ତାହା ନିଜକୁ ନିଜେ ପଚାରିବା ଉଚିତ । କେତେକ ଲୋକ ବିନା ବୁଝି ବି·ରି କାମ କରନ୍ତି ଓ ପରେ ପାଶ୍ଚାତାପ କରନ୍ତି । ଆଉ କେତେକ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତି । ନିଜ ନିଜ ପ୍ରତିଭାକୁ ବିଧି ପୂର୍ବକ ଉପଯୋଗ କରିବା ଦ୍ୱାରା ସଫଳତା ମିଳେ । ଲକ୍ଷ୍ୟହୀନ ପୁରୁଷାର୍ଥ ବା ଉଦ୍ୟମ ପାଣିରେ ଗାର କାଟିବା ସଦୃଶ । ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ, ପ୍ରାରବ୍ଧ ଜନିତ ଫଳ, ଆକସ୍ମିକ ଦୁର୍ଘଟଣା, ଶାରୀରିକ ବ୍ୟାଧି ଆଦି ପ୍ରଭାବକୁ ଆମେ ·ହିଁଲେ ମଧ୍ୟ ପ୍ରତିହତ କରିପାରିବା ନାହିଁ । ଏଭଳି ପରିସ୍ଥିତିରେ ଧୈର୍ଯ୍ୟହରା ନ ହୋଇ ସାହସର ସହିତ ମୁକାବିଲା କରିବାକୁ ହେବ ।
ସଂପ୍ରତି ପ୍ରତ୍ୟେକ କ୍ଷେତ୍ରରେ ମଣିଷ ପ୍ରତିସ୍ପର୍ଦ୍ଧାର ସମ୍ମୁଖୀନ ହେଉଛି । ଏପରି ସ୍ଥଳେ ଦୃଢ଼ ସଂକଳ୍ପ ସହିତ ନିଜ ମନୋଭାବକୁ ନିୟନ୍ତ୍ରଣ ରଖିବା ଏକାନ୍ତ ଆବଶ୍ୟକ । ପ୍ରତିସ୍ପର୍ଦ୍ଧାର ଏହି ଦୌଡ଼ରେ ସମସ୍ତେ ଯେ ସଫଳ ହେବେ ଏହା ସମ୍ଭବ ନୁହେଁ । ଅସଫଳତା, ସଫଳତା ମାର୍ଗର ଏକ ଅବରୋଧ ସଦୃଶ । ପ୍ରତ୍ୟେକ ଅସଫଳତା ଦ୍ୱାରା ଏହା ଶିକ୍ଷା କରିବାକୁ ହେବ ଯେ ସଫଳତା ମାର୍ଗର ଗୋଟିଏ ଅବରୋଧକୁ ଆମେ ଅତିକ୍ରମ କରି ଆଗକୁ ବଢ଼ିଛୁ । ପ୍ରତ୍ୟେକ ସଫଳ ବ୍ୟକ୍ତି ନିଜ ନିଜ ଅସଫଳତାକୁ ବାରମ୍ବାର ପୁନର୍ମୁଲ୍ୟାଙ୍କ କରି ସଫଳତା ପ୍ରାପ୍ତି ପାଇଁ ନିରବଚ୍ଛିନ୍ନ ଭାବରେ ଉଦ୍ୟମ କରିଛନ୍ତି । ସକାରାତ୍ମକ ଦୃଷ୍ଟିକୋଣ ବିନା ସଫଳତା ପ୍ରାପ୍ତି ସମ୍ଭବ ନୁହେଁ । ଜୀବନର ଚଲାପଥରେ ଆସୁଥିବା ବିଭିନ୍ନ ଘାତ ପ୍ରତିଘାତରେ ବ୍ୟସ୍ତ ବିବ୍ରତ ନହୋଇ ସାହସର ସହିତ ଆଗେଇ ଗଲେ ସଫଳତା ବିଜୟମାଳା ସହିତ ଆମକୁ ସ୍ବାଗତ କରିବ । ଏଥିରେ ସନ୍ଦେହର ଅବକାଶ ନାହିଁ ।
ପ୍ରତ୍ୟେକ ବ୍ୟକ୍ତି ·ହାନ୍ତି ଯେ ସେ ସ୍ବୀୟ ଲକ୍ଷ୍ୟ ପ୍ରାପ୍ତ କରିବାରେ ସଫଳ ହେବ । କିନ୍ତୁ ଏକଥା ମନେ ରଖିବାକୁ ହେବ ଯେ ଜୀବନ ହେଉଛି ସଫଳତା ଓ ବିଫଳତାର ଏକ ଅଦ୍ଭୁତ ମିଶ୍ରଣ । ଜୀବନର ବାଧା ଦୌଡ଼ରେ ବାରମ୍ବାର ବିଫଳତାର ସମ୍ମୁଖରେ ଉପସ୍ଥିତ ହେବ । ଏଥିରେ ଅଟକି ନଯାଇ ଆଗକୁ ସାହସର ସହିତ ଲ¶ ପ୍ରଦାନ କରିବାକୁ ହେବ । ପ୍ରତ୍ୟେକ ଅବରୋଧକୁ ଏକ ମନୋରଞ୍ଜନ ଖେଳ ଭାବି ଲଙ୍ଗନ କରି ·ଲିଲେ ଅନ୍ତିମରେ ସଫଳତା ଅବଶ୍ୟ ପ୍ରାପ୍ତ ହେବ । ସଂଘର୍ଷ ଓ ପ୍ରଯନô ପରିଣାମ ସ୍ବରୂପ ପ୍ରାପ୍ତ ସଫଳତା ପରମ ସୁଖ ପ୍ରଦାନ କରେ ।
ଭୟ ହେଉଛି ସଫଳତା ମାର୍ଗର ପ୍ରଧାନ ଅନ୍ତରାୟ । ଏହା ଭିନ୍ନ ଭିନ୍ନ ରୂପରେ ଭୂତ ଭଳି ମଣିଷ ପଛରେ ଲାଗିଥାଏ । ଅସଫଳତା, ମୃତୁ୍ୟ, ନିନ୍ଦା ବଦନାମ, ଅସୁରକ୍ଷା, ଅନିଶ୍ଚିତତା ଆଦି ଭୟ ମଣିଷକୁ ନିଷ୍କ୍ରିୟ କରିଦିଏ । ଅନେକ ସମୟରେ ଦେଖାଯାଏ ଯେ କେହି କେହି ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପ୍ରାପ୍ତି ପାଇଁ ଯୋଜନାବଦ୍ଧ ଭାବରେ ଉତ୍ସାହର ସହିତ କାର୍ଯ୍ୟ ପ୍ରାରମ୍ଭ କରନ୍ତି । ପରେ ଯେତେବେଳେ ସେମାନେ ବିଭିନ୍ନ ବାଧାବିଘ୍ନର ସମ୍ମୁଖୀନ ହୁଅନ୍ତି ସେତେବେଳେ ସେମାନଙ୍କ ଉତ୍ସାହ ଉଦ୍ଧୀପନା ସମାପ୍ତ ହୋଇଯାଏ । ଭୟଭୀତ ହୋଇ ସେମାନେ ଧୈର୍ଯ୍ୟହରା ହୋଇ ପଡନ୍ତି ଓ କାର୍ଯ୍ୟକୁ ଅଧାରେ ଛାଡ଼ି ପଳାୟନ କରନ୍ତି । ଏହି ପଳାୟନ ପ୍ରବୃି କାପୁରୁଷତାର ଲକ୍ଷଣ । ଏପରି ବ୍ୟକ୍ତି କେବେ କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ । କେବଳ ପ୍ରତିଭା ଓ ସଂସାଧନ ଦ୍ୱାରା ବ୍ୟକ୍ତି ସଫଳ ହୁଏ ନାହିଁ । ଏଥିପାଇଁ ଆବଶ୍ୟକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ କାର୍ଯ୍ୟ ଅବ୍ୟାହତ ରଖିବାର ମାନସିକ ଦୃଢ଼ତା, ଆତ୍ମ ବିଶ୍ୱାସ ଓ ସାହସ । ପଳାୟନବାଦୀ ପ୍ରବୃି ଉପରେ ବିଜୟ ପ୍ରାପ୍ତି ପାଇଁ ସତତ ପ୍ରଯନô ଓ ପ୍ରତିରୋଧକ କ୍ଷମତାର ବିକାଶ କରିବା ଏକାନ୍ତ ଆବଶ୍ୟକ । ଏଥିପାଇଁ ଆଧ୍ୟାତ୍ମିକ ଚେତନାର ବିକାଶ କରିବାକୁ ହେବ ।
ସୁଖ, ଶାନ୍ତି ଓ ସମୃଦ୍ଧି ଜୀବନ ପାଇଁ ନୈତିକ ଓ ଆଧ୍ୟାତ୍ମିକ ମୂଲ୍ୟର ବିକାଶ ଅତ୍ୟନ୍ତ ଆବଶ୍ୟକ । ଲକ୍ଷ୍ୟ ପ୍ରତି ଦୃଢ଼ ନିଶ୍ଚୟ, ଆତ୍ମ ବିଶ୍ୱାସ, ସକାରାତ୍ମକ ଚିନ୍ତନ, ପ୍ରସନ୍ନତା ଓ ନିରବଚ୍ଛିନ୍ନ ପୁରୁଷାର୍ଥ ସଫଳତାର ମାର୍ଗକୁ ପ୍ରଶସ୍ତ କରେ । 

ମୌନର ଭାଷା

ମୌନର ଭାଷା

ସାଧାରଣ ବ୍ୟକ୍ତି କାମନା ବାସନାର ବଶବର୍ୀ ହୋଇ ଅନର୍ଗଳ କଥା କହନ୍ତି । ମହାନ ବ୍ୟକ୍ତି କରୁଣାରେ ଦ୍ରବୀଭୂତ ହୋଇ ସମ୍ମୁଖସ୍ଥ ବ୍ୟକ୍ତିର କଲ୍ୟାଣ ପାଇଁ କଥା କହନ୍ତି । ମୌନର ଅତଳ ଗହ୍ୱରରୁ ନିର୍ଗତ ତାଙ୍କ ବାଣୀ ହୃଦୟସ୍ପର୍ଶୀ ହୁଏ । ଏପରି ବ୍ୟକ୍ତିଙ୍କୁ ଅନେକ ସମୟରେ ପ୍ରଗଳ୍ଭ ବ୍ୟକ୍ତିମାନେ ଭୁଲ ବୁଝନ୍ତି । ସେମାନେ ଭାବନ୍ତି ଯେ ଉକ୍ତ ବ୍ୟକ୍ତି ଅହଂକାର ବଶତଃ ସେମାନଙ୍କୁ ଉପେକ୍ଷା କରୁଛି; ତେଣୁ ରାସ୍ତାଘାଟରେ ସାକ୍ଷାତ ହେଲେ ମଧ୍ୟ କଥାବାର୍ା କରୁ ନାହିଁ । ସଂପ୍ରତି ଏ ବିକାର ଗ୍ରସ୍ତ ଦୁନିଆରେ କ୍ୱଚିତ ବ୍ୟକ୍ତି ମୌନର ଭାଷା ବୁଝିବାକୁ ସକ୍ଷମ । ବାଣୀର ପ୍ରୟୋଗ ନ କରି ମଧ୍ୟ କେବଳ ଦୃଷ୍ଟିପାତ ଦ୍ୱାରା ଅନେକ କଥା କୁହାଯାଇପାରେ । ଏହା ମୌନର ଭାଷା । ମୌନ ଦ୍ୱାରା ଜଣକୁ ସ୍ବାଗତ କରାଯାଇପାରେ । କେତେକ ପ୍ରଶ୍ନର ଉର କେବଳ ମୌନ ଦ୍ୱାରା ଦିଆଯାଇପାରେ । ମୌନକୁ ସମ୍ମତିର ଲକ୍ଷଣ ବୋଲି ମଧ୍ୟ ଗ୍ରହଣ କରାଯାଏ ।
ମନର ଭାବ କେବଳ ପାଟି ନୁହେଁ; ଇନ୍ଦ୍ରିୟ ମାନଙ୍କ ଦ୍ୱାରା ମଧ୍ୟ ବ୍ୟକ୍ତ ହୋଇପାରେ । ଜଣେ ବ୍ୟକ୍ତି ଆଖି ଦ୍ୱାରା ପ୍ରେମ, ଘୃଣା, କ୍ରୋଧ, କାମ, ଲୋଭ, ଶତ୍ରୁତା, ମିତ୍ରତା, ଉପେକ୍ଷା ଆଦି ଭାବ ଗୁଡ଼ିକୁ ପ୍ରକାଶ କରିପାରେ । ମୂକ ଓ ବଧିରମାନେ ହସ୍ତ ସାଳନ କରି ନିଜ ମନର ଭାବ ପ୍ରକାଶ କରନ୍ତି । ମଣିଷର ବସିବା, ଉଠିବା, ·ଲିବା ଆଦି ଭାବ ଭଙ୍ଗିମାରୁ ତା’ମନର ଅନେକ କଥା ଜାଣି ହୁଏ । ଏହାକୁ ଶରୀରର ଭାଷା (ଈକ୍ଟୟଚ୍ଚ ଖବଦ୍ଭଶଙ୍କବଶର) କୁହାଯାଏ । ଆଖି ଦେଖିବା ବ୍ୟତୀତ ଶୁଣିବା କାମ ମଧ୍ୟ କରିପାରେ । କେତେକ ଲୋକ ଜଣକ ଓଠର କମ୍ପନ ଦେଖି ସେ କ’ଣ କହୁଛନ୍ତି ତାହା ଅବିକଳ ଭାଷା ଦ୍ୱାରା ବର୍ଣ୍ଣନା କରିପାରନ୍ତି । ତେଣୁ ବାଣୀ ସହିତ ସକଳ ଇନ୍ଦ୍ରିୟ ମାନଙ୍କ ସଂଯମତା ହେଉଛି ଯଥାର୍ଥ ମୌନ ।
ମୌନ ଅଭ୍ୟାସକାରୀ ଅଯଥାର୍ଥ ପ୍ରଶ୍ନର ଉର ଦିଅନ୍ତି ନାହିଁ । ଏହା ଅଜ୍ଞାନ ପ୍ରଶ୍ନକର୍ା ମନରେ ଉକ୍ତ ବ୍ୟକ୍ତିଙ୍କ ଯୋଗ୍ୟତା ବିଷୟରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରେ । କେହି କେହି ସେମାନଙ୍କ ପ୍ରଶ୍ନକୁ ଉପେକ୍ଷା କରିଥାନ୍ତି ବୋଲି ମନେ କରନ୍ତି । ଜ୍ଞାନୀ ମୌନର ମହ୍ୱ ଜାଣେ ଓ ଆନ୍ତରିକତା ସହକାରେ ଅଭ୍ୟାସ କରେ । ଅଜ୍ଞାନ ବ୍ୟର୍ଥ ଓ ଅନର୍ଗଳ କଥା କହେ । ସେ ଏହି କଥା କହିବା ମଧ୍ୟରେ ନିଜର ପାଣ୍ଡିତ୍ୟ ପ୍ରଦର୍ଶନ କରେ । ଜ୍ଞାନୀ ଦୃଷ୍ଟିରେ ଏହା ମୂର୍ଖତା । ତେଣୁ ସେ ନିରବ ରହିବା ଶ୍ରେୟସ୍କର ମନେ କରେ । କାରଣ ସେ ଜାଣେ ଯେ ଅର୍ଥହୀନ ଓ ଅନର୍ଗଳ ବାର୍ାଳାପ ଦ୍ୱାରା ମାନସିକ ଶକ୍ତି ନଷ୍ଟ ହୁଏ । ତେଣୁ ସେ ବାଦ ବିବାଦକୁ ନ ଯାଇ ବିନମ୍ରତା ପୂର୍ବକ ନିଜ ପରାଜୟ ସ୍ବୀକାର କରେ । ନିଜର ତ୍ରୁଟି ବିଚୁ୍ୟତି ସ୍ବୀକାର କରି ସେଗୁଡ଼ିକୁ ପରିବର୍ନ କରିବାକୁ ଚେଷ୍ଟା କରେ । ସ୍ବୀକାର ପ୍ରବୃି ମନୁଷ୍ୟକୁ କ୍ରୋଧ, ମାନସିକ ·ପ ଓ ଅହଂକାରରୁ ମୁକ୍ତି ପ୍ରଦାନ କରେ । ମୌନ ବ୍ୟକ୍ତି ଏହିପରି ନିଜ ମାନସିକ ଶକ୍ତିର ବ୍ୟର୍ଥ ଉପଯୋଗରୁ କ୍ଷାନ୍ତ ରହି ତାକୁ ସ୍ବପରିବର୍ନ ଓ ସୃଜନାତ୍ମକ କାର୍ଯ୍ୟରେ ବିନିଯୋଗ ପୂର୍ବକ ନିଜ ତଥା ଅନ୍ୟମାନଙ୍କର କଲ୍ୟାଣ କରନ୍ତି ।
ଦୁଇ ଜଣ ପରସ୍ପର କଥାବାର୍ା ହେଉଥିବା ବେଳେ କହିବା ଲୋକ ଅପେକ୍ଷା ଶୁଣିବା ଲୋକ ମହ୍ୱପୂର୍ଣ୍ଣ ହୋଇଯାଏ । କହିବା ଲୋକ ସବୁବେଳେ ଚେଷ୍ଟା କରେ ଯେ ତା’ର କଥା ଅନ୍ୟ ଜଣକ କିପରି ଆଗ୍ରହ ପୂର୍ବକ ଶୁଣିବ । ଏହି ଚେଷ୍ଟା ମଧ୍ୟରେ ଉକ୍ତ ବ୍ୟକ୍ତିର ବାଣୀର ଶୁଦ୍ଧତା ଓ ପ୍ରାମାଣିକତା ଲୋକା·ର, ଶିଷ୍ଟା·ର, ସଭ୍ୟତା ଓ ନାନା ପ୍ରକାର ମର୍ଯ୍ୟାଦାର ସୀମା ସରହଦ ମଧ୍ୟରେ ବିଲୁପ୍ତ ହୋଇଯାଏ
। ଏହା ଉକ୍ତ ବ୍ୟକ୍ତି ଜଣକ ଜାଣିପାରେ ନାହିଁ । ଉଭୟଙ୍କ କ୍ଷେତ୍ରରେ ଏପରି ହୁଏ । ଉଭୟଙ୍କ କଥପୋକଥନ କ୍ରମଶଃ ବିସ୍ତାର ଲାଭ କରି ପର ଚିନ୍ତନ ଓ ପ୍ରଦର୍ଶନ ରୂପରେ ·ରିତ୍ରିକ ଦୋଷର କାରଣ ହୁଏ ।
ପ୍ରଗଳ୍ଭ ବ୍ୟକ୍ତି ନିଜ ସପକ୍ଷରେ ନାନା ପ୍ରକାର ଯୁକ୍ତି ବାଢ଼େ । ସେ ଭାବେ ଯେ ତାର କଥାବାର୍ାରେ ଲୋକେ ସାନ୍ତ୍ୱନା, ପ୍ରେରଣା, ଦିଗ୍ଦର୍ଶନ ଓ ଆନନ୍ଦ ପାଆନ୍ତି । ଏଥିପାଇଁ ସମାଜରେ ତା’ର ପ୍ରତିଷ୍ଠା ବୃଦ୍ଧି ହୁଏ; କିନ୍ତୁ ପ୍ରକୃତରେ ଏପରି ହୁଏ ନାହିଁ । ବାକ୍ ସଂଯମ ଅଭାବରେ ସେ ନିଜ ମନ ମଧ୍ୟରେ ଛାଇ ହୋଇ ରହିଥିବା ବ୍ୟର୍ଥ ଶବ୍ଦ ଓ ବି·ର ଗୁଡ଼ିକୁ ଉଦ୍ଗାର କରିବାକୁ ବ୍ୟାକୁଳ ହେଉଥାଏ । ଯେତେବେଳେ ପର୍ଯ୍ୟନ୍ତ ସେ ନିଜର ଅଭିବ୍ୟକ୍ତି ବ୍ୟକ୍ତ କରେ ନାହିଁ ସେତେବେଳ ପର୍ଯ୍ୟନ୍ତ ସେ ନିଜର ଅଭିବ୍ୟକ୍ତି ବ୍ୟକ୍ତ କରେ ନାହିଁ ସେତେବେଳ ପର୍ଯ୍ୟନ୍ତ ତା’ ମନ ଅସ୍ଥିର ହେଉଥାଏ । ବାସ୍ତବରେ ବ୍ୟକ୍ତି ମନୋ ମସ୍ତିଷ୍କରେ ଯାହା ଭରି ହୋଇଥାଏ ଏବଂ ସେ ଯାହା କହିବାକୁ କିମ୍ବା କରିବାକୁ ·ହେଁ ତାହାହିଁ ବ୍ୟକ୍ତ କରେ । ସେ ଅନ୍ୟମାନଙ୍କୁ ଆଦୌ ମହ୍ୱ ଦିଏ ନାହିଁ; ବରଂ ସେମାନଙ୍କୁ ଏକ ଆବର୍ଜନା କୁଣ୍ଡ ରୂପେ ବ୍ୟବହାର କରେ । ସେ ନିଜ ମନର ଆବର୍ଜନାରେ ଭାରାକ୍ରାନ୍ତ ହୋଇ ସେଥିରୁ ମୁକ୍ତି ଲାଭ ଆଶାରେ ଅନ୍ୟମାନଙ୍କ ସମ୍ମୁଖରେ ଭାଷା ଦ୍ୱାରା ଯେଉଁ ଭାବ ବ୍ୟକ୍ତ କରେ ସେଥିରୁ ମୁକ୍ତି ଲାଭ ଆଶାରେ ଅନ୍ୟମାନଙ୍କ ସମ୍ମୁଖରେ ଭାଷା ଦ୍ୱାରା ଯେଉଁ ଭାବ ବ୍ୟକ୍ତ କରେ ସେଥିରେ ଅନ୍ୟମାନେ କିପରି ଉପକୃତ ହେବେ? ଏଭଳି ବ୍ୟର୍ଥ ସଂକଳ୍ପ ବିକଳ୍ପ ଦ୍ୱାରା ବ୍ୟତିବ୍ୟସ୍ତ ବ୍ୟକ୍ତି ଯଦି କାହା ସହିତ କଥବାର୍ା କରିବାର ସୁଯୋଗ ନ ପାଏ ନିଜ ସହିତ ବାର୍ାଳାପ କରେ । ମନୋବିଜ୍ଞାନ ଅନୁସାରେ ଏହା ଏକ ମାନସିକ ବିକୃତି । ତେଣୁ ଯାହାର ମନ ସ୍ଥିର, ସଂକଳ୍ପ-ବିକଳ୍ପର ବେଗରୁ ମୁକ୍ତ, ଶାନ୍ତ, ବାର୍ାଳାପ କରିବା ପାଇଁ ବ୍ୟଗ୍ର ନୁହେଁ । ସେହି ବ୍ୟକ୍ତି ଦ୍ୱାରା ଉଚ୍ଚାରିତ ପ୍ରତ୍ୟେକ ଶବ୍ଦ ସାର୍ଥକ ଓ ଜଗତ କଲ୍ୟାଣ ପାଇଁ ଉଦ୍ଧିଷ୍ଟ । ଏଠାରେ ଗୋଟିଏ କଥା ମନେ ରଖିବା ଉଚିତ ଯେ ସଂସାରର ପ୍ରତ୍ୟେକ ମହ୍ୱପୂର୍ଣ୍ଣ କଥା ମୌନରୁ ସୃଷ୍ଟି ।
ଶୁଣିବା ଧୈର୍ଯ୍ୟ ଖୁବ୍ କମ ଲୋକଙ୍କର ଥାଏ । ପରସ୍ପର କଥାବାର୍ା ହେଉଥିବା ବେଳେ ଅନ୍ୟ ଜଣକ ଧ୍ୟାନ ପୂର୍ବକ ଶୁଣେ ନାହିଁ ବା କେବଳ ଶୁଣିବାର ଅଭିନୟ କରେ । ସେ ଉକ୍ରଣ୍ଠାର ସହିତ ପ୍ରଥମ ଲୋକଟିର କଥା ସମାପ୍ତ ହେବାକୁ ଅପେକ୍ଷା କରିଥାଏ । ଏହି ଶୁଣିବା ଅବଧି ମଧ୍ୟରେ ତାପରେ ସେ କ’ଣ କହିବ ମନେ ମନେ ପ୍ରସ୍ତୁତ ହେଉଥାଏ । କେହି କେହି ନିଜ ମନର ଉକ୍ରଣ୍ଠା ନିୟନ୍ତ୍ରଣ କରି ନପାରି କଥା ମଝିରେ କହିବା ଆରମ୍ଭ କରି ଦିଅନ୍ତି । ଶ୍ରେଣୀ କକ୍ଷରେ ଛାତ୍ର ଓ ପ୍ରବଚନ ସଭାରେ ଶ୍ରୋତାମାନଙ୍କ ମଧ୍ୟ ଶୁଣିବା ପାଇଁ ଧୈର୍ଯ୍ୟର ଅଭାବ ଦେଖାଯାଏ । ଶିକ୍ଷକ ପାଠ ପଢ଼ାଉଥିବା ବେଳେ ଛାତ୍ରମାନେ ପାଟିତୁଣ୍ଡ କରୁଥିବା ଏକ ସାଧାରଣ କଥା । ସେହିପରି ପ୍ରବଚନ ସଭାରେ ମଧ୍ୟ ଶ୍ରୋତାମାନେ ପରସ୍ପର ମଧ୍ୟରେ ବ୍ୟକ୍ତିଗତ ଚର୍ଚ୍ଚା କରୁଥିବା ଦେଖାଯାଏ । ଶ୍ରୋତାମାନଙ୍କ ଧ୍ୟାନ ଆକର୍ଷଣ କରିବାକୁ ବକ୍ତାଙ୍କୁ ମଝିରେ ମଝିରେ ମଜନ କୀର୍ନ କରିବାକୁ ପଡ଼େ । ଅନେକ ସମୟରେ ଦେଖାଯାଏ ଯେ ଦୁଇ ବା ତତୋଧିକ ଲୋକଙ୍କ ମଧ୍ୟରେ ଅନୁଷ୍ଠିତ ବାର୍ାଳାପରେ ପାରସ୍ପରିକ କୌଣସି ସମ୍ବନ୍ଧ ନଥାଏ ବା ତାର କୌଣସି ସକାରାତ୍ମକ ନିଷ୍କର୍ଷ ବାହାରେ ନାହିଁ । କିଛି ବ୍ୟକ୍ତି କେବଳ ସମୟ ଅତିବାହିତ କରିବା ପାଇଁ ଗପନ୍ତି । ଏହା ବ୍ୟକ୍ତିର ରୁଗ୍ଣ ମାନସିକ ସ୍ଥିତିର ଲକ୍ଷଣ । ମୌନ ରହୁଥିବା ବ୍ୟକ୍ତି ଏସବୁର ଉଦ୍ଧ୍ୱର୍ରେ ଥାଏ । ତାଙ୍କର ପ୍ରତ୍ୟେକବାଣୀ ଅନ୍ୟର ହିତ ପାଇଁ ଉଦ୍ଧିଷ୍ଟ । କାରଣ କରୁଣା ଭାବ ହେତୁ ତାଙ୍କ ମନ ନିର୍ମଳ ଓ ହୃଦୟ କୋମଳ ଥାଏ । ବାଣୀର ଉପଯୋଗ କିପରି କରାଯାଏ ତାହା ସେ ଭଲ ଭାବରେ ଜାଣନ୍ତି । ବାଣୀ ମଧ୍ୟରେ ଅଦ୍ଭୁତ ଶକ୍ତି ଥାଏ । ଏହା ବ୍ୟକ୍ତିର ଉପଯୋଗ ପ୍ରଣାଳୀ ଆଧାରରେ ଏହାର ପରିଣାମ ସକାରାତ୍ମକ ବା ନକାରାତ୍ମକ ହୋଇଥାଏ ।

ମୌନ ବିଷୟରେ ବିଭିନ୍ନ ମହାପୁରୁଷ ମାନଙ୍କ ଅଭିବ୍ୟକ୍ତି


  • ଯୁଗ ଯୁଗ ଧରି ଅନୁସୃତ ବାହ୍ୟ ମୌନତା ଦ୍ୱାରା କୌଣସି ଆନ୍ତରିକ ଶାନ୍ତି ପ୍ରାପ୍ତି ସମ୍ଭବ ନୁହେଁ ।- ନାନକଦେବ
  • ମୌନ ବ୍ରତ ପାଳନ କରିବା ଦ୍ୱାରା କୌଣସି ଅବିଦ୍ୱାନ ମୂଢ଼ ମୁନି ହୋଇଯାଏ ନାହିଁ, ଯେଉଁ ପଣ୍ଡିତ ଉଭୟ ଲୋକର ଶ୍ରେଷ୍ଠ ବିବେଚନା ପୂର୍ବକ ପାପକୁ ତ୍ୟାଗ କରେ ସେ ଏଥିପାଇଁ ମୁନି ବୋଲି କଥିତ ହୁଏ ।- ମହାତ୍ମାବୁଦ୍ଧ
  • ନିରର୍ଥକ ବାର୍ାଳାପ ଅପେକ୍ଷା ମୌନ ରହିବା ଭଲ । ମୌନ ଅପେକ୍ଷା ସତ୍ୟ କଥନ ଏବଂ ଏହାଠାରୁ ମଧ୍ୟ ବୁଝି ବି·ରି ପ୍ରିୟ ଏବଂ ଧର୍ମ ସମ୍ମତ କଥା କହିବା ଶ୍ରେଷ୍ଠ ଅଟେ । -ବେଦବ୍ୟାସ
  • ମୌନ ଏବଂ ଏକାନ୍ତ ଆତ୍ମାର ସର୍ବୋମ ମିତ୍ର ଅଟନ୍ତି ।- ବିନୋବା ଭାବେ
  • ପିମ୍ପୁଡ଼ି ଠାରୁ ଉମ ଉପଦେଶ କେହି ଦିଏ ନାହିଁ ଏବଂ ସେ ମୌନ ରହେ ।-ଫ୍ରେକଲିନ୍
  • ମୌନ ବୃକ୍ଷରେ ଶାନ୍ତିର ଫଳ ଫଳେ ।- ଲୋକକଥା
  • ଯେତିକି କଥା କହିବା ଆବଶ୍ୟକ ସେତକକୁ ମଧ୍ୟ ଶ୍ରମସାଧ୍ୟ ମନେ କରାଯାଏ । ସାର୍ଥକ ଓ ଚମକ୍ରାର ପୂର୍ଣ୍ଣ କଥା ମଧ୍ୟ ଅଧିକ କହିବା ଅନୁଚିତ ।-ବିଦୁର
  • ଯିଏ ଅଧିକ କରେ ସିଏ ପାପ କରେ ।-ଟାଲମଡ଼

ଶିବ-ଶକ୍ତି ହୋମିଓ ସେବା ସଜନ
କାଦୋପଡ଼ା ଗଳି, ବସଷ୍ଟାଣ୍ଡ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର (ଓଡ଼ିଶା)
ମୋ: ୯୪୩୭୨୧ଠ୨୯୬