Tuesday, 18 August 2020

ଶିବଃ କେବଳୋଽ ହମ ଉପସ୍ଥାପନା - ଡ: ସୁଧାଂଶୁ ଶେଖର ମିଶ


 

ଶିବଃ କେବଳୋଽ ହମ

ଉପସ୍ଥାପନା - ଡ: ସୁଧାଂଶୁ ଶେଖର ମିଶ
(ଶଙ୍କରା·ର୍ଯ୍ୟ ବିରଚିତ “ଦଶଶ୍ଳୋକୀ” ଅଦ୍ୱୈତ ବେଦାନ୍ତ ଗ୍ରନ୍ଥମାନଙ୍କ ମଧ୍ୟରେ ଏକ ପ୍ରସିଦ୍ଧ ରଚନା । ସ୍ବୀୟ ଗୁରୁ ଗୋବିନ୍ଦପାଦଙ୍କ ସହିତ ଆଠ ବର୍ଷ ବୟସରେ ପ୍ରଥମ ସାକ୍ଷାତକାର ବେଳେ ସେ ଦଶଟି ଶ୍ଳୋକ ମାଧ୍ୟମରେ ନିଜର ଆତ୍ମିକ ପରିଚୟ ପ୍ରଦାନ କରିଥିଲେ । ତାଙ୍କ ଆତ୍ମା; ଦେହ ତଥା ଦେହ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, ସ୍ଥାନ, କାଳ ଓ ପରିସ୍ଥିତିର ବନ୍ଧନରୁ ମୁକ୍ତ ଥିଲା । ତେଣୁ ସେ ନିଜକୁ ସତ୍, ଚିତ୍ ଓ ଆନନ୍ଦ ସ୍ବ ରୂପ ଏକ ଚୈତନ୍ୟ ସା (ଶିବ) ବୋଲି ମନେ କରୁଥିଲେ । ଏହି ପରି ଅବସ୍ଥା ପ୍ରାପ୍ତ ଆତ୍ମା ସର୍ବତୋଭାବେ ପରମାତ୍ମା ଶିବଙ୍କ ସ୍ମୃତିରେ ତଲ୍ଲୀନ ରହୁଥିବାରୁ ତା’ର ଦ୍ୱୈତ ଭାବ ସମାପ୍ତ ହୋଇଯାଏ । ଏହା ଜୀବନ୍ତୁକ୍ତ ଅବସ୍ଥା । ନିମ୍ନ ପ୍ରଦ ଦଶଟି ଶ୍ଲୋକରୁ ଆ·ର୍ଯ୍ୟ ଶଙ୍କର ପରମାତ୍ମାଙ୍କ ସହିତ ତାଙ୍କର ଏକାତ୍ମତା ବା ଅଦ୍ୱୈତ ସମ୍ବନ୍ଧର ପରିଚୟ ପ୍ରଦାନ କରିଛନ୍ତି  ଉପସ୍ଥାପକ
ନ ଭୂମିର୍ନ ତୋୟଂ ନ ତେଜୋ ନ ବାୟୁର୍ନଖଂ
    ନେନ୍ଦ୍ରିୟଂ ବା ନ ତେଷାଂ ସମୂହଃ ।
ଅନୈକାନ୍ତିକତ୍ୱାତ୍ ସୁଷୁପ୍ତ୍ୟେକସିଦ୍ଧ-
    ସଦେକେଽ ବଶିଷ୍ଟଃ ଶିବଃ କେବଳୋଽହମ୍ ।ା୧ାା
ଅର୍ଥ: ମୁଁ ଭୂମି ନୁହେଁ, ଜଳ ନୁହେଁ, ବାୟୁ ନୁହେଁ, ଆକାଶ ନୁହେଁ କିମ୍ବା ସେମାନଙ୍କର ସମୂହ ନୁହେଁ । ମୁଁ ଇନ୍ଦି୍ରୟ ଅଥବା ଇନ୍ଦି୍ରୟମାନଙ୍କର ସମୂହ ନୁହେଁ । ଏହି ସମସ୍ତ ଅନୈକାନ୍ତିକ ହୋଇଥିବା ହେତୁ, ସୁଷୁପ୍ତିରେ ଏକମାତ୍ର ସିଦ୍ଧି ଏକ (ଅଦ୍ୱିତୀୟ), ଅବଶିଷ୍ଟ (ସମସ୍ତ ଦ୍ୱୈତ ବାଦରେ ମଧ୍ୟ ଅବାଧିତ), କେବଳ (ନିଧର୍ମକ) ମୁଁ ଶିବ ସ୍ବରୂପ ଅଟେ ।ା୧ାା
    ନ ବର୍ଣ୍ଣା ନ ବର୍ଣ୍ଣାଶ୍ରମା·ରଧର୍ମା
        ନମେ ଧାରଣାଧ୍ୟାନ ଯୋଗାଦୟୋଽପି ।
    ଅନାତ୍ମାଶ୍ରୟାହଂମମାଧ୍ୟାସହା ନାତ୍
    ତଦେକୋଽବଶିଷ୍ଟଃଶିବଃ କେବଳୋଽହମ୍ ।ା୨ାା
ଅର୍ଥ:- ମୁଁ ବର୍ଣ୍ଣ ନୁହେଁ । ମୋର ବର୍ଣ୍ଣ, ଆଶ୍ରମ ଓ ଆ·ର ଧର୍ମ କିଛି ନାହିଁ । ମୋର ଧାରଣା, ଧ୍ୟାନ ଓ ଯୋଗାଦି ମଧ୍ୟ କିଛି ନାହିଁ । ଅନାତ୍ମ ପ୍ରପର ଆଶ୍ରୟ ଜ୍ଞାନ ଓ ତଜ୍ଜନିତ “ଅହଂ-ମମ” ଏହି ଦୁଇ ରୂପ ଅଧ୍ୟାସର ହାନ (ବାଧ) ହୋଇଥିବା ହେତୁ, ମୁଁ ଏକମାତ୍ର ଅବଶିଷ୍ଟ, କେବଳ ଶିବ ସ୍ବରୂପ ଅଟେ ।
ଭାବାର୍ଥ: ପ ମହାଭୂତରୁ ଶରୀରର ନିର୍ମାଣ ହୋଇଥିବାରୁ ଏହା ଜଡ । ଅଭୌତିକ ଚୈତନ୍ୟ ଆତ୍ମାର ସଂଯୋଗରେ ଶରୀର ପ୍ରାଣବାନ ହୁଏ ଓ ଇନ୍ଦି୍ରୟ ସମୂହମାନଙ୍କ ସାହାଯ୍ୟରେ କର୍ମ କରେ । ବାରମ୍ବାର ଜନ୍ମ-ମୃତୁ୍ୟ ଚକ୍ରରେ ଆବିର୍ତ ହୋଇ ଆତ୍ମା ନିଜର ସ୍ବରୂପ ବିସ୍ମୃତ ହୋଇ ନିଜକୁ ଶରୀର ମନେ କରେ । ଏହାଦ୍ୱାରା ସେ ଜାତି, ବର୍ଣ୍ଣ, ଧର୍ମ, ଭାଷା, ବୟସ, ଲିଙ୍ଗ, ରାଷ୍ଟ୍ରୀୟତା ଆଦି ମିଥ୍ୟା ପରିଚୟରେ ଭ୍ରମିତ ହୁଏ । ଅପର ପକ୍ଷେ ଆତ୍ମାନିଷ୍ଠ ବ୍ୟକ୍ତି ସମସ୍ତଙ୍କୁ ଆତ୍ମିକ ଦୃଷ୍ଟିରେ ଦେଖୁଥିବାରୁ ଉଭୟ ଶରୀର ଓ ସଂସାର ସହିତ ତାଙ୍କର ତାଦାତ୍ମ୍ୟ ନ ଥାଏ । ସେ ସର୍ବଦା ଆତ୍ମା-ସଚେତନ (ଝକ୍ଟଙ୍କକ୍ଷମକ୍ଟଦ୍ଭଗ୍ଦସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ) ସ୍ଥିତିରେ ରହୁଥିବାରୁ ପରମାତ୍ମାଙ୍କ ସହିତ ଏକାତ୍ମ ଭାବ ଅନୁଭବ କରନ୍ତି । ତେଣୁ ତାଙ୍କ ମଧ୍ୟରେ ସମସ୍ତ ଦୈବୀଗୁଣ ସ୍ବତଃ ପରିସ୍ଫୁଟ ହୋଇଥାଏ ।ା୧-୨ାା
ନ ମାତା ନ ପିତା ନ ଦେବା ନ ଲୋକା
    ନ ଦେବା ନ ଯଜ୍ଞା ନ ତୀର୍ଥଂ ବ୍ରୁବନ୍ତି ।
ସୁଷୁପ୍ତୌ ନିରସ୍ତାତିଶୂନ୍ୟାତ୍ମକ ତ୍ୱାତ୍
    ତଦେକୋଽବଶିଷ୍ଟଃ ଶିବଃକେବଳୋଽହମ୍ ।ା୩ାା
ଅର୍ଥ: ମୋର ମାତା, ପିତା, ଦେବତା କିମ୍ବା ଲୋକ କିଛି ନାହିଁ । ମୋର ବେଦ, ଯଜ୍ଞ ଓ ତୀର୍ଥ ପ୍ରଭୃତି ନାହିଁ । ଏହା ଶ୍ରୁତି ବାକ୍ୟମାନେ କହିଛନ୍ତି । ସୁଷୁପ୍ତିରେ ସମସ୍ତ ଦ୍ୱୈତ ପ୍ରପ ନିରାକୃତ ଓ ଅତିଶୂନ୍ୟାତ୍ମକ ହୋଇଥିବା ହେତୁ ମୁଁ ଏକ, ଅବଶିଷ୍ଟ, କେବଳ ଶିବ ସ୍ବରୂପ ଅଟେ । ।ା୩ାା
ନ ସାଂଖ୍ୟ ନ ଶୈବଂ ନ ତତ୍ ପାରାତ୍ରଂ
    ନ ଜୈନଂ ନ ମୀମାଂସକା ଦେର୍ମତଂ ବା
ବିଶିଷ୍ଟା ନୁଭୂତ୍ୟା ବିଶୁଦ୍ଧାତ୍ମକତ୍ୱାତ୍
    ତଦେକୋଽବଶିଷ୍ଟଃ ଶିବଃ କେବଳେଽହମ ।ା୪ାା
ଅର୍ଥ: ସାଂଖ୍ୟ, ଶୈବ, ପାରାତ୍ର (ବୈଷ୍ଣବ), ଜୈନ ତଥା ମୀମାଂସ କାଦି ମତ ମୁଁ ନୁହେଁ । ବିଶିଷ୍ଟାନୁଭୂତି ଦ୍ୱାରା ସିଦ୍ଧ, ବିଶୁଦ୍ଧ ଆତ୍ମସ୍ବରୂପ ହୋଇଥିବା ହେତୁ ମୁଁ ଏକ, ଅବଶିଷ୍ଟ କେବଳ ଶିବ ସ୍ବରୂପ ଅଟେ ।ା୪ାା
ଭାବାର୍ଥ: ଆତ୍ମା ଅଜନ୍ମା, ଅବିନାଶୀ ଓ ଅଶରୀରୀ ହୋଇଥିବା ହେତୁ ମୌଳିକ ରୂପରେ ତା’ର କୌଣସି ଶରୀରଧାରୀ ସହିତ କୌଣସି ସମ୍ପର୍କ ନାହିଁ । ତେଣୁ ମଣିଷ କୃତ ସମସ୍ତ ଦାର୍ଶନିକ ବି·ର ଆତ୍ମା ଓ ପରମାତ୍ମା ସମ୍ବନ୍ଧୀୟ ପରସ୍ପର ବିରୋଧୀ ଓ ଭ୍ରମାତ୍ମକ ହୋଇଥିବାରୁ ସ୍ବୟଂକୁ ପରମାତ୍ମାଙ୍କଠାରୁ ଅଭିନ୍ନ ଅନୁଭବ କରୁଥିବା ଶଙ୍କରା·ର୍ଯ୍ୟଙ୍କ ଆତ୍ମା ସେଗୁଡିକୁ ଅସ୍ବୀକାର କରିଛନ୍ତି । ସେ ନିଜକୁ ଏକ ବିଶୁଦ୍ଧ ଆତ୍ମା ଓ ଶିବ ସ୍ବରୂପ (ଅର୍ଥାତ ସତ୍ -ଚିତ୍ -ଆନନ୍ଦ ସ୍ବରୂପ) ମନେ କରୁଛନ୍ତି ।     ।ା୩-୪ାା
ନ ଜାଗ୍ରନ୍ମମେ ସ୍ବପ୍ନକୋ ବା ସୁଷୁପ୍ତି
    ନ ବିଶ୍ୱୋ ନ ବା ତୈଜସଃ ପ୍ରାଜ୍ଞକୋ ବା ।
ଅବିଦ୍ୟାତ୍ମକ ତ୍ୱାତ୍ ତ୍ରୟାଣାଂ ତୁରୀୟ
    ସ୍ତଦେକେଽବଶିଷ୍ଟଃ ଶିବଃ କେବଳୋଽହମ୍ ।ା୮ାା
ଅର୍ଥ:ମୋର ଜାଗ୍ରତ, ସ୍ବପ୍ନ କିମ୍ବା ସୁଷୁପ୍ତି ନାହିଁ । ମୁଁ ବିଶ୍ୱ (ଜାଗ୍ରତ କାଳୀନ ଚୈତନ୍ୟ), ତୈଜସ (ସ୍ବପ୍ନାବସ୍ଥାର ଚୈତନ୍ୟ), କିମ୍ବା ପ୍ରାଜ୍ଞ (ସୁଷୁପ୍ତିକାଳୀନ ଚୈତନ୍ୟ) ନୁହେଁ । ଏହି ତ୍ରିବିଧ ଅବସ୍ଥା ଓ ତ୍ରିବଧ ଅନୁଭବ କୃର୍ତ୍ୱ ଅବିଦ୍ୟାତ୍ମକ ହୋଇଥିବା ହେତୁ ସେମାନଙ୍କର ତୁରୀୟ ମୁଁ ଏକ ଅବଶିଷ୍ଟ, ଶିବ ରୂପ ଅଟେ ।
ଭାବାର୍ଥ: ଆତ୍ମା ମୌଳିକ ରୂପରେ ସତ ଚିତ ଓ ଆନନ୍ଦ ସ୍ବରୂପ ହୋଇଥିବାରୁ ଏହା ନିତ୍ୟ । ଯାହା ସର୍ବକାଳରେ ଓ ସବୁ ଅବସ୍ଥାରେ ଅପରର୍ନୀୟ, ନିତ୍ୟ, ଶାଶ୍ୱତ, ଚିରନ୍ତର ତାହାହିଁ ସତ୍ୟ । ଯାହା ଚିତ୍ ତାହାହିଁ ସତ୍ୟ । ଏହି ନ୍ୟାୟରେ ଆତ୍ମା ଓ ପରମାତ୍ମା ଉଭୟେ ସତ୍ୟ ପରମାତ୍ମାଙ୍କୁ ମଧ୍ୟ ସତ୍ୟଂ, ଶିବଂ ଓ ସୁନ୍ଦର ବୋଲି କୁହାଯାଏ । ଆତ୍ମା ମୌଳିକ ରୂପରେ ଜ୍ଞାନ ସ୍ବରୂପ । ତେଣୁ ତା’ର ଶିଖିବାର କିଛି ନ ଥାଏ । ଗୁରୁ-ଶିଷ୍ୟ ସମ୍ପର୍କ ଶାରୀରିକ । ଦେହୋଭିମାନଗ୍ରସ୍ତ ମାନବକୁ ମାର୍ଗଦର୍ଶନ ଓ ଶିକ୍ଷା ଦେବା ନିମନ୍ତେ ଶିକ୍ଷକ ଓ ଗୁରୁ ଆବଶ୍ୟକ ପଡେ ।ା୭-୮ାା 
ଅପି ବ୍ୟାପକତ୍ୱାଦ୍ଧିତ ତ୍ୱପ୍ରୟୋଗାତ୍
ସ୍ବତଃସିଦ୍ଧ ଭାବାଦନ୍ନ୍ୟାଶ୍ରୟତ୍ୱାତ୍  ।
ଜଗତୁଚ୍ଛ ମେତତ୍ ସମସ୍ତ ତଦନାତ୍
ତଦେକୋଽବଶିଷ୍ଟଃ ଶିବଃ କେବଳୋଽହମ୍ ।ା୯ାା
ନ ଚୈକଂ ତଦନ୍ୟତ୍ ଦ୍ୱିତୀୟଂ କୁତଃସ୍ୟା-
ନ୍ନବା କେବଳତ୍ୱଂ ନ ·କେବଳତ୍ୱମ୍ ।
ନଶୂନ୍ୟଂ ନ · ଶୂନ୍ୟମ ଦ୍ୱୈତକତ୍ୱାତ୍
କଥଂ ସର୍ବବେଦାନ୍ତ ସିଦ୍ଧଂ ବ୍ରବୀମି ।ା୧୦ାା
ଅର୍ଥ: ବ୍ୟାପକ ହୋଇଥିବା ହେତୁ, ଶ୍ରୁତିରେ ଆତ୍ମାଠାରେ ‘ହିତତ୍ୱ’ (ପରମ ପୁରୁଷାର୍ଥତା, ଆନନ୍ଦ ରୂପତା) ଶବ୍ଦ ପ୍ରୟୋଗ ହୋଇଥିବା ହେତୁ, ସ୍ବତଃ ସିଦ୍ଧ ହୋଇଥିବା ହେତୁ ଓ ଅନ୍ୟଠାରେ ଆଶ୍ରିତ ହୋଇ ନ ଥିବା ହେତୁ, ଆତ୍ମା ‘ସତ୍” ରୂପ ଓ ତଦ୍ଭିନ୍ନ (ଅବ୍ୟାପକ, ଅହିତ, ପରତଃ ସିଦ୍ଧ ଓ ଆଶ୍ରିତ) ସମସ୍ତ ଜଡ ‘ତୁଚ୍ଛ” (ଅନିତ୍ୟ, କ୍ଷଣଭଙ୍ଗୁର) ଅଟେ । ତେଣୁ ମୁଁ ଏକ, ଅବଶିଷ୍ଟ, କେବଳ ଶିବରୂପ ଅଟେ । ।ା୯ାା ଏହା ଏକ ନୁହେଁ ତଦ୍ ଭିନ୍ନ ଦ୍ୱିତୀୟ କିପରି ସମ୍ଭବ? ଏହା କେବଳ (ଦ୍ୱିତୀୟ ରହିତ ଏକ) ନୁହେଁ କିମ୍ବା ଅକେବଳ (ଦ୍ୱୈତ, ଦ୍ୱୈତ ବିଶିଷ୍ଟ ଅଦ୍ୱ÷ତ, ଭେଦ କିମ୍ବା ଭେଦାଭେଦ) ନୁହେଁ । ଏହା ଶୂନ୍ୟ ନୁହେଁ କିମ୍ବା ଅଶୂନ୍ୟ ନୁହେଁ ଯେହେତୁ ଏହା ଅଦୈତ୍ୱ, ସମସ୍ତ ବେଦାନ୍ତର ସିଦ୍ଧାନ୍ତକୁ ମୁଁ କିପରି କହିବି?
(ବି:ଦ୍ର: ଶ୍ଲୋକ ଓ ଅର୍ଥ ଦିବ୍ୟ ସନ୍ଦେଶ ଜାନୁଆରୀ ୨ଠ୧୫ରେ ପ୍ରକାଶିତ ଶ୍ରୀ ହରମୋହନ ମିଶ୍ରଙ୍କ ଆ·ର୍ଯ୍ୟ ଶ୍ରୀ ଶଙ୍କର ବିରଚିତ ଦଶଶ୍ଲୋକୀ” ଶୀର୍ଷକ ଲେଖାରୁ ଗୃହୀତ ।)

Monday, 13 April 2020

ସଫଳତାର ତିନୋଟି ବିନ୍ଦୁ

 

 

ସଫଳତାର ତିନୋଟି ବିନ୍ଦୁ

ସଫଳତା ପାଇଁ ଆବଶ୍ୟକ ପରିଶ୍ରମ, ବ୍ୟବହାରିକ ଜ୍ଞାନ ଓ ଦୃଢ ଇଚ୍ଛାଶକ୍ତି । ଏହି ତିନୋଟି ବିନ୍ଦୁ ଉପରେ ନିମ୍ନରେ ଆଲୋଚନା କରାଯାଇଛି ।

ପରିଶ୍ରମ

    ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କ ସଫଳତା ପଛରେ ରହିଛି ସେମାନଙ୍କ ପରିଶ୍ରମ । ସୁପ୍ତ ସିଂହର ମୁହଁକୁ ଆପେ ଆପେ ଶିକାର ପହୁେ ନାହିଁ । ଏଥିପାଇଁ ତାକୁ ଜଙ୍ଗଲରେ  ବୁଲି ବୁଲି ଶିକାର ଅନ୍ୱେଷଣ କରିବାକୁ ପଡେ । ପରିଶ୍ରମୀ ବ୍ୟକ୍ତି ହିଁ ସୌଭାଗ୍ୟଶାଳୀ । ଉଦ୍ୟମ ଓ କଠିଣ ପରିଶ୍ରମ ଦ୍ୱାରା ସିଦ୍ଧି ପ୍ରାପ୍ତ ହୁଏ । ସଫଳତାର ଶୀର୍ଷତମ ସୋପାନ ପର୍ଯ୍ୟନ୍ତ ପହôିବାକୁ ହେଲେ କୌଣସି କାର୍ଯ୍ୟକୁ ଯୋଜନାବଦ୍ଧ ଭାବରେ ନିଷ୍ଠା ଓ ଦୃଢ଼ତା ପୂର୍ବକ କରିବାକୁ ପଡିବ । ବିନା ଶ୍ରମରେ ସିଦ୍ଧି ଅସମ୍ଭବ । ଅଳସୁଆ ବ୍ୟକ୍ତି କୌଣସିି କାର୍ଯ୍ୟରେ ସଫଳ ହୁଏ ନାହିଁ । ନିଜର ଉନ୍ନତି ପାଇଁ ନିରଳସ ଓ ନିରବଚ୍ଛିନ୍ନ ପରିଶ୍ରମ କରୁଥିବା ବ୍ୟକ୍ତି ସମାଜରେ ସମ୍ମାନିତ ଓ ଉଦାହରଣ ଯୋଗ୍ୟ ହୁଅନ୍ତି । ଭାଗ୍ୟର ଦ୍ୱାର ଉନ୍ମୋଚନ ପାଇଁ ପରିଶ୍ରମ ହେଉଛି ଏକମାତ୍ର ·ବି ।
    ପରିଶ୍ରମ, ଦିଗ ଓ ଲକ୍ଷ୍ୟ ବିହୀନ ହେବା ଅନୁଚିତ । କେଉଁଠି କେତେ ପରିଶ୍ରମ କରିବା ଉଚିତ ସେଥିପାଇଁ ପର୍ଯ୍ୟାପ୍ତ ଜ୍ଞାନ ଦରକାର । ପରିଶ୍ରମ ସତତ ହେବା ଉଚିତ । ଏହାର ଅର୍ଥ ଯେଉଁ ସମୟରେ ଯେଉଁ କାମ କରିବା କଥା ତାହା ତୁରନ୍ତ ସମାପ୍ତ କରିଦେବା ଉଚିତ । ଅଳସୁଆମି ବଶତଃ କେତେକ ଲୋକ ଆଜିର କାମକୁ ଆସନ୍ତା କାଲି ପାଇଁ ସ୍ଥଗିତ ରଖନ୍ତି । ଏହାଦ୍ୱାରା ଅନେକ କ୍ଷତି ହୁଏ । ସମୟାନୁବିର୍ତା ସଫଳତାର ଅନ୍ୟ ଏକ କାରକ ତ୍ୱ ।
    ଇଚ୍ଛା କଲେ ସଫଳତା ମିଳେ ନାହିଁ । ଏଥିପାଇଁ ପୂର୍ବ ପ୍ରସ୍ତୁତି ଆବଶ୍ୟକ । ନିୟମିତ ଅଭ୍ୟାସ, କଠୋର ପରିଶ୍ରମ, ଯୋଜନା, ଧୈର୍ଯ୍ୟ, ଅନୁଶାସନ ଓ ସମର୍ପଣ ଦ୍ୱାରା ବ୍ୟକ୍ତି ଅସାଧ୍ୟକୁ ସାଧ୍ୟ କରି ପାରେ । ଭାଗବତର ଏକ ଫକ୍ତି ଏ ପରିପ୍ରେକ୍ଷୀରେ ପ୍ରଣିଧାନ ଯୋଗ୍ୟ; “ତ୍ୟାଗ, ତପସ୍ୟା ସେବା ବଳେ, କିବା ଆସାଧ୍ୟ ମହୀ ତଳେ ।” ପରିଶ୍ରମୀ ବ୍ୟକ୍ତିର ପଛେ ପଛେ ଭାଗ୍ୟଦେବୀ ଛାୟା ଭଳି ଗତି କରନ୍ତି । ଲକ୍ଷ୍ୟ ପର୍ଯ୍ୟନ୍ତ ପହôିବା ପାଇଁ ପରିଶ୍ରମ ହେଉଛି ଏକମାତ୍ର ଯାନ । ଏହାର କୌଣସି ବିକଳ୍ପ ନାହିଁ ।
    ଆନ୍ତରିକ ଓ ସଚ୍ଚୋଟ ପରିଶ୍ରମର ପରିଣାମ ସୁଖଦ ହୁଏ । ପରିଶ୍ରମ ଜନିତ ଅର୍ଜିତ ଶାଗ ଭାତ ଅମୃତ ମଣୋହି ଭଳି; କିନ୍ତୁ ଅନ୍ୟାୟ ଭାବରେ ଅର୍ଜିତ ସୁମିଷ୍ଟ ଭୋଜନ ବିଷ ତୁଲ୍ୟ । ପ୍ରତିଭାବାନ ହୋଇଥିଲେ ସୁଦ୍ଧା ପରିଶ୍ରମ କାତର ବ୍ୟକ୍ତିଙ୍କୁ ଭାଗ୍ୟଦେବୀ ପ୍ରସନ୍ନ ହୁଅନ୍ତି ନାହିଁ । ଅପର ପକ୍ଷରେ ସାଧାରଣ ପ୍ରତିଭା ଥାଇ ମଧ୍ୟ ପରିଶ୍ରମୀ ବ୍ୟକ୍ତି ସଫଳତାର ଶୀର୍ଷ ଦେଶରେ ପହôିବାକୁ ସକ୍ଷମ ହୁଅନ୍ତି । ତେଣୁ କୌଣସି ମହାନ ଉଦ୍ଧେଶ୍ୟ ପାଇଁ ପରିଶ୍ରମ କରିବାକୁ ଆଦୌ ଲଜ୍ଜ୍ୟା ଓ କୁଣ୍ଠା ପ୍ରକାଶ କରିବା ଉଚିତ ନୁହେଁ । ଏହାଦ୍ୱାରା ବ୍ୟକ୍ତି ପ୍ରସନ୍ନତା ସହିତ ଗୌରବାନ୍ୱିତ ମଧ୍ୟ ହୋଇଥାଏ ।

ବ୍ୟବହାରିକ ଜ୍ଞାନ:

    କୌଣସି କାର୍ଯ୍ୟରେ ସଫଳତା ପାଇଁ ପରିଶ୍ରମ ସହିତ ବ୍ୟବହାରିକ ବୋଧ (ଜ୍ଞାନ) ମଧ୍ୟ ଆବଶ୍ୟକ । ଏହା ମନୁଷ୍ୟକୁ ଅନୁଭବୀ କରାଏ । ଅତି ଅଳ୍ପ ଶିକ୍ଷିତ ବ୍ୟକ୍ତି ମଧ୍ୟ ବ୍ୟବହାରିକ ବୋଧ ହେତୁ ଅଦ୍ଭୁତ କାର୍ଯ୍ୟ କରି ସଫଳତା ଅର୍ଜନ କରିଛନ୍ତି । ଅନ୍ୟପକ୍ଷରେ ବ୍ୟବହାରିକ ବୋଧ ଅଭାବରେ ଉଚ୍ଚ ଶିକ୍ଷା ସେ୍ୱ ମଧ୍ୟ ଜଣେ ବିଫଳ ହୋଇଥାଏ । ତେଣୁ ଜ୍ଞାନ ସ୍ବୟଂ ଶକ୍ତି ନୁହେଁ । ବ୍ୟବହାରିକ ଜୀବନରେ ଜ୍ଞାନର ପ୍ରୟୋଗ ଦ୍ୱାରା ଅନୁଭବ ହୁଏ ଓ ଏହା ଶକ୍ତି ରୂପରେ ଆତ୍ମାରେ ସିତ ହୋଇଥାଏ । ତୀକ୍ଷ୍ଣଧାର ଯୁକ୍ତ ଖଣ୍ଡାକୁ ବ୍ୟବହାର ନ କରି ପକାଇ ରଖିଲେ କାଳକ୍ରମେ ସେଥିରେ କଳଙ୍କି ଧରେ । ଅଧ୍ୟୟନ ଓ ଶ୍ରବଣ ଦ୍ୱାରା ପ୍ରାପ୍ତ ଜ୍ଞାନ ବ୍ୟବହାରିକ ଜୀବନରେ ଉପଯୋଗ ନ ହେଲେ ତଦ୍ଧ୍ୱାରା କିଛି ଲାଭ ହୁଏ ନାହିଁ । ଅନୁଭବହୀନ ବ୍ୟକ୍ତିର ପ୍ରବଚନ ଅନ୍ୟକୁ ପ୍ରଭାବିତ କରି ପାରେ ନାହିଁ । ସମଗ୍ର ଜୀବନ ଆଧ୍ୟାତ୍ମିକ ଜ୍ଞାନ ପ୍ରବଚନ ଦେବା ଅପେକ୍ଷା ଗୋଟିଏ ବର୍ଷ ନିଷ୍ଠାପୂର୍ବକ ଆଧ୍ୟାତ୍ମିକ ଜୀବନ ବିତାଇବା ବେଶୀ ଲାଭ ପ୍ରଦ । ଜ୍ଞାନର ଉଦ୍ଧେଶ୍ୟ ହେଉଛି ଉାନ ପାଇଁ ସୃଜନାତ୍ମକ ପ୍ରୟାସ । ଆବଶ୍ୟକ ସମୟରେ ଯଦି ଜ୍ଞାନର ଉପଯୋଗ ହୋଇ ନ ପାରିଲା ସେଥିରେ କି ଲାଭ? “ପୁସ୍ତକ ସ୍ଥାତୁଂ ବିଦ୍ୟା ପରହସ୍ତ ଗତ ଧନଂ, କାର୍ଯ୍ୟକାଳେ ସମୁପôନ୍ନେ ନ ସା ବିଦ୍ୟା ନ ତତ୍ ଧନଂ ।” ବ୍ୟବହାରିକ ଜୀବନରେ ଉପଯୋଗ ହେବା ଦ୍ୱାରା ହିଁ ଜ୍ଞାନର ଗାରିମା ବୃଦ୍ଧି ପାଏ । ଯେତେ ଭଲ ପୁଷ୍ଟିକର ଭୋଜନ ହେଉ ନା କାହିଁକି ତାହା ଯଦି ହଜମ ହୁଏ ନାହିଁ ତଦ୍ଧ୍ୱାରା ଲାଭ ପରିବେର୍ କ୍ଷତି ହୁଏ । ପରିଶ୍ରମ ଦ୍ୱାରା ଖାଦ୍ୟ ହଜମ ହୁଏ । ସେହିପରି ଜ୍ଞାନର ଚିନ୍ତନ, ମନନ, ଅଧ୍ୟୟନ, ବିଶ୍ଲେଷଣ ସହ ଦୈନନ୍ଦିନ ଜୀବନରେ ଅଭ୍ୟାସ କରିବାର ପୁରୁଷାର୍ଥ ଦ୍ୱାରା ବ୍ୟବହାରିକ ବୋଧ ଶକ୍ତିର ବୃଦ୍ଧି ହୁଏ ।
    ସଫଳ ବ୍ୟକ୍ତି ଉମ ବୋଧ ଶକ୍ତି ହେତୁ ସ୍ବୀୟ ଦୁର୍ବଳତାର ସୀମା କେତେ ଦୂର ତାହା ଜାଣେ । ତଥାପି ମଧ୍ୟ ସେ ନିଜ ଶକ୍ତିର ସୀମା କିପରି ଆହୁରି ବଢିବ ସେଥିପାଇଁ ପ୍ରଯନôଶୀଳ ହୁଏ । ଅସଫଳ ବ୍ୟକ୍ତିର ଧ୍ୟାନ ସର୍ବଦା ନିଜ ଦୁର୍ବଳତା ପ୍ରତି କେନ୍ଦ୍ରିତ ଥାଏ । ଶାରୀରିକ ବା ମାନସିକ ଯେକୌଣସି କାର୍ଯ୍ୟ ହେଉନା କାହିଁକି ତତ୍ ସମ୍ବନ୍ଧିତ ପ୍ରତ୍ୟେକ ତଥ୍ୟ ତଥା ଉକ୍ତ କାର୍ଯ୍ୟର ପରିଣାମ ବିଷୟରେ ପୂର୍ବାନୁମାନ କରିବା ହେଉଛି ବ୍ୟବହାରିକ ଜ୍ଞାନ । ଯାହା ପାଖରେ ଯେତିକି ବ୍ୟବହାରିକ ଜ୍ଞାନ ଥାଏ ସେ ସେତେ ଶୀଘ୍ର ଲକ୍ଷ୍ୟ ପୂିର୍ରେ  ସଫଳତା ପ୍ରାପ୍ତ ହୁଏ । କଥା କହିବା, ·ଲିବା, ଖାଇବା ପିଇବା, କାର୍ଯ୍ୟର ପୂର୍ବାନୁମାନ କରିବା, ନିର୍ଣ୍ଣୟ ନେବା, ଭିନ୍ନ ଭିନ୍ନ ପରିସ୍ଥିତିରେ ଧୈର୍ଯ୍ୟ ଧାରଣା କରିବା, ଶାନ୍ତି ଏବଂ ବିବେକର ପ୍ରୟୋଗ କରିବା ଇତ୍ୟାଦି ବିଷୟରେ ବ୍ୟବହାରିକ ଜ୍ଞାନ ରହିବା ଦ୍ୱାରା ବ୍ୟକ୍ତି ସହଜରେ ସଫଳତା ପ୍ରାପ୍ତ ହୁଏ । କୌଣସି କାର୍ଯ୍ୟର ଯୋଜନା ପ୍ରସ୍ତୁତି ସମୟରେ, ତା’ର କ୍ରିୟାନ୍ୱୟନ ସମୟରେ ବିଭିନ୍ନ ତଥ୍ୟ ବିଷୟରେ ଅବଗତି ହେତୁ ବ୍ୟକ୍ତିର ବିବେକ ଓ ନିର୍ଣ୍ଣୟ ଶକ୍ତି ସହଜ ଭାବରେ କାର୍ଯ୍ୟ କରି ସଫଳତା ପ୍ରଦାନ କରେ । ଉଦାହରଣ ସ୍ବରୂପ କଥା କହିଲା ବେଳେ କେଉଁଠି ମୌନ ରହବିାକୁ ହେବ ଓ ସଭ୍ୟତା ପୂର୍ବକ କହିବାକୁ ହେବ  ଏହି ବିଷୟରେ ବ୍ୟବହାରିକ ଜ୍ଞାନ ତାଙ୍କ ପାଖରେ ଅବଶ୍ୟ ରହିବା ଉଚିତ । ଭୋଜନ ସମ୍ବନ୍ଧରେ ମଧ୍ୟ ତାଙ୍କୁ ଆବଶ୍ୟକ ତଥ୍ୟ ଆହରଣ  କରିବାକୁ ହେବ ଯେ କେଉଁ ଖାଦ୍ୟ ସ୍ବାସ୍ଥ୍ୟ ପ୍ରତି ଅନୁକୂଳ ଓ କେଉଁଟି ପ୍ରତିକୂଳ । ଅନ୍ୟାଥା ଅତ୍ୟଧିକ ଓ ଅନୁପଯୁକ୍ତ ଭୋଜନ ତାଙ୍କୁ ରୋଗାକ୍ରାନ୍ତ କରାଇ ତାଙ୍କର ମୂଲ୍ୟବାନ ସମୟ ନଷ୍ଟ କରିବ । ସମୟ ହେଉଛି ସଫଳତାର ଏକ ମହ୍ୱପୂର୍ଣ୍ଣ କାରକତ୍ୱ । ତେଣୁ ସଫଳତା ପାଇଁ ବିଭିନ୍ନ ବିଷୟରେ ବ୍ୟବହାରିକ ଜ୍ଞାନ ଅତ୍ୟନ୍ତ ଆବଶ୍ୟକ ।
ଦୃଢ ଇଚ୍ଛା ଶକ୍ତି
    ଈପ୍ସିତ ଲକ୍ଷ୍ୟ ପ୍ରାପ୍ତି ପାଇଁ ଦୃଢ ଇଚ୍ଛା ଶକ୍ତି ଆବଶ୍ୟକ । ଇଚ୍ଛାକୁ ବାରମ୍ବାର ବି·ର ମାଧ୍ୟମରେ ପୁନରାବର୍ନ କରିବା ଦ୍ୱାରା ତାହା ଅଚେତନ ମନର ଗଭୀର ସୀମା ପର୍ଯ୍ୟନ୍ତ ପହିଯାଏ । ପରିଣାମତଃ ଏହି ଇଚ୍ଛା ବୃିରେ ପରିଣତ ହୁଏ । ଏହାଦ୍ୱାରା ବ୍ୟକ୍ତି ସ୍ବୀୟ ଲକ୍ଷ୍ୟ ପୂିର୍ ପାଇଁ ମନ ପ୍ରାଣ ଦେଇ କାର୍ଯ୍ୟରତ ହୁଏ । କାରଣ ଅଚେତନ ମନକୁ ସ୍ପର୍ଶ କରିଥିବା ଇଚ୍ଛା ଚେତନ ମନରେ ପ୍ରକଟ ହୋଇ ଜାଣତରେ ହେଉ ବା ଅଜାଣତରେ ହେଉ ଇନ୍ଦ୍ରିୟମାନଙ୍କ ଦ୍ୱାରା କର୍ମରେ ରୂପାନ୍ତରିତ ହୁଏ । ଏହି ସୂତ୍ର ଆଧାରରେ ମନ୍ତ୍ର ବିଜ୍ଞାନର ସୃଷ୍ଟି । ମନନାତ୍ ତ୍ରାୟତେ ଇତି ମନ୍ତ୍ର । ଅର୍ଥାତ ବାରମ୍ବାର ମନନ କରିବା ଦ୍ୱାରା ଦ୍ୱାରା ବ୍ୟକ୍ତି ଇପ୍ସିତ ଲକ୍ଷ୍ୟ ପ୍ରାପ୍ତ ହୁଏ । ଏହା ସଫଳତାର ଅର୍ନ୍ତନିୟମ । ଉଭୟ ଭୌତିକ ଓ ଆଧ୍ୟାତ୍ମିକ ଜଗତର ଉପଲବ୍ଧି ପାଇଁ ଏହା କାରକ ତ୍ୱ ।
    ଇଚ୍ଛା ତୀବ୍ର ହେଲେ ସେଥିରେ ଶକ୍ତି ଉପôନ୍ନ ହୁଏ ଓ କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହୁଏ । ଲୁହା, ସୁନା, ତମ୍ବା, ଆଦି ତରଳିବା ପାଇଁ ବା ଜଳ ବାଷ୍ପରେ ପରିଣତ ହେବା ପାଇଁ ଏକ ନିର୍ଦ୍ଧିଷ୍ଟ ତାପମାତ୍ରା ଆବଶ୍ୟକ । ସେହିପରି ଲକ୍ଷ୍ୟ ପୂିର୍ ପାଇଁ ତୀବ୍ର ଓ ବ୍ୟାକୁଳ କରିଦେଉଥିବା ଅଭିଳାଷା ଉପôନ୍ନ ହେବା ଆବଶ୍ୟକ । ଯେପର୍ଯ୍ୟନ୍ତ କାମନା ଶ୍ୱାସ ପ୍ରଶ୍ୱାସ ସଦୃଶ ଅନିବାର୍ଯ୍ୟ ନ ହୋଇଛି ସେ ପର୍ଯ୍ୟନ୍ତ ସିଦ୍ଧି ପ୍ରାପ୍ତ ହୁଏ ନାହିଁ । ଏହି ପରିପ୍ରେକ୍ଷୀରେ ନିମ୍ନ ପ୍ରସଙ୍ଗ ପ୍ରଣିଧାନ ଯୋଗ୍ୟ ।
    ପରମାତ୍ମା ପ୍ରାପ୍ତି ପାଇଁ ଜଣେ ବ୍ୟକ୍ତିଙ୍କ ମନରେ ତୀବ୍ର କାମନା ଉପôନ୍ନ ହେଲା । ମାର୍ଗ ଦର୍ଶନ ପାଇଁ ସେ ଜଣେ ସାଧୁଙ୍କ ନିକଟକୁ ଗଲେ । ସାଧୁ ଜଣକ ତାଙ୍କ  ନିବେଦନକୁ ସାହାସ୍ୟ ବଦନରେ ଟାଳି ଦେଉଥିଲେ । କିନ୍ତୁ ଯୁବକ ଜଣକ ହତୋସôାହିତ ନ ହୋଇ ସାଧୁଙ୍କୁ ବାରମ୍ବାର ନିବେଦନ କରୁଥାନ୍ତି । ଶେଷରେ ସେ ଯୁବକଙ୍କ ଅନୁରୋଧ ରକ୍ଷା କଲେ ଓ ସାଙ୍ଗରେ ରଖିଲେ । ଦିନେ ସେ ତାଙ୍କୁ ସ୍ନାନ ପାଇଁ ଏକ ପୋଖରୀକୁ ନଇ ଗଲେ । ଦୁହେଁ ପାଖାପାଖି ସ୍ନାନ କରୁଥାନ୍ତି । ହଠାତ ସାଧୁ ଜଣକ ଯୁବକଙ୍କୁ ପାଣି ମଧ୍ୟରେ ବୁଡାଇ ଧରିଲେ । ଶ୍ୱାସ ରୁଦ୍ଧ ହୋଇ ଯୁବକ ପାଣି ମଧ୍ୟରେ ଛାଟି ପିଟି ହେବାକୁ ଲାଗିଲେ । ସେ ପାଣି ମଧ୍ୟରୁ ବାହାରି ଆସିବା ପାଇଁ ଚେଷ୍ଟା କରି ବିଫଳ ହେଉଥାନ୍ତି । କାରଣ ସାଧୁ ଜଣକ ତାଙ୍କୁ ପାଣି ମଧ୍ୟରେ ଖୁବ୍ ଜୋରରେ ବୁଡାଇ ରଖିଥାନ୍ତି । ଶେଷରେ ଯୁବକଟି ନିଜର ସମସ୍ତ ବଳ ପ୍ରୟୋଗ କରି ସାଧୁଙ୍କୁ ତୀବ୍ର ଧକ୍କା ଦେଇ ପାଣି ଉପରକୁ ଉଠି ଆସିଲେ । କିଛି ସମୟ ପରେ ତାଙ୍କ ଶ୍ୱାସ କ୍ରିୟା ସ୍ବଭାବିକ ହେଲା । ସାଧୁଙ୍କ  ଏତାଦୃଶ କାର୍ଯ୍ୟରେ ଯୁବକ ବିସ୍ମିତ ହୋଇ କାରଣ ଜିଜ୍ଞାସା କଲେ । ସାଧୁ ସ୍ମିତ କରି ହାସ୍ୟ କହିଲେ, “ତୁମେ ଯେତେବେଳେ ଜଳ ମଧ୍ୟରେ ଥିଲେ ତୁମ ମନରେ କି ବି·ର ·ଲୁଥିଲା”? ଯୁବକ ଉର ଦେଲେ, ସେହି ସମୟରେ ମୋର ସମସ୍ତ ବି·ର ଶାନ୍ତ ଥିଲା । ମୋ ମନରେ କେବଳ ଗୋଟିଏ ସଂକଳ୍ପ ତୀବ୍ର ଭାବରେ ତରଙ୍ଗାୟିତ ହେଉଥିଲା ଯେ କିପରି ନିଶ୍ୱାସଟିଏ ନେବି ଓ ମୋର ସମସ୍ତ ଶକ୍ତି ପ୍ରୟୋଗ କରି ବାହାରକୁ ଆସିଲି । ଆପଣ ମୋତେ ଅଟକାଇ ପାରିଲେ ନାହିଁ । ସାଧୁ କହିଲେ, “ହେ ଯୁବକ! ଯେଉଁ ଦିନ ତୁମ ମନରେ ପରମାତ୍ମାଙ୍କୁ ପାଇବା ପାଇଁ ଏକ ମାତ୍ର ସଂକଳ୍ପ ଏପରି ତୀବ୍ର ଭାବରେ ତରଙ୍ଗାୟିତ ହେବ ସେଦିନ ତୁମେ ତୁମ ଉଦ୍ଧେଶ୍ୟ ପ୍ରାପ୍ତି ପାଇଁ ସଫଳ ହେବ । ଏହି ମୂଲ୍ୟବାନ ସୂତ୍ରକୁ ସଫଳତା ପାଇଁ ଧାରଣ କର ଏବଂ କେବଳ ଏହି ଇଚ୍ଛାରେ ମନ ପ୍ରାଣ ଏକ କରି ଦିଅ ।