Wednesday, 9 August 2017

ଜ୍ଞାନ ପ୍ରବାହ (୧୧)

ଜ୍ଞାନ ପ୍ରବାହ  (୧୧)

(ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)
ଆନନ୍ଦ ଜ୍ଞାନରେ ନୁହେଁ ପ୍ରେମରେ ଥାଏ । ଜ୍ଞାନୀ ପୁରୁଷ ମଧ୍ୟ ପରମାତ୍ମା ପ୍ରେମରେ ବିଭୋର ନ ହେବା ପର୍ଯ୍ୟନ୍ତ ଆନନ୍ଦ ପାଇ ନ ଥାନ୍ତି । ପ୍ରଭୁ ମିଳନ ପାଇଁ ଆତୁରତା ଯଦି ନାହିଁ ତେବେ ଜ୍ଞାନ କ’ଣ ପାଇଁ? ପ୍ରେମ ରହିତ ଜ୍ଞାନର ଶୋଭା ନାହିଁ । ପରମାତ୍ମା ଯାହାଙ୍କୁ ନିଜର ବୋଲି ମାନନ୍ତି ତାକୁ କେବଳ ପ୍ରକୃତ ସ୍ବରୂପ ଦେଖାନ୍ତି । ଯିଏ ପରମାତ୍ମାଙ୍କୁ ନିଜର ମନେ କରି ପ୍ରେମ ପୂର୍ବକ ଏକ ନିଷ୍ଠ ଭାବରେ ସ୍ମରଣ କରେ ସେ କେବଳ ତାଙ୍କୁ ପ୍ରତ୍ୟକ୍ଷ କରି ପାରେ । ଯେଉଁଠି ପ୍ରେମ ଥାଏ ସେଇଠି ସାମାନ୍ୟ ମନୁଷ୍ୟ ମଧ୍ୟ ନିଜ ସ୍ବରୂପ ପ୍ରକଟ କରିଥାଏ । ପର ଲୋକ ପାଖରେ କେହି ହୃଦୟ ଖୋଲେ ନାହିଁ । ଯାହା ପାଇଁ ପ୍ରେମ ହୁଏ ସେ ସ୍ବେଚ୍ଛା ପୂର୍ବକ ସବୁ କଥା ଖୋଲି କହି ଦିଅନ୍ତି । ପରମାତ୍ମାଙ୍କୁ ପ୍ରେମ କରୁ ନ ଥିବା ବ୍ୟକ୍ତି ତାଙ୍କୁ ଅନୁଭବ କରି ପାରେ ନାହିଁ । ଜୋତା, କପଡା, ଧନ ଆଦିରେ ଯା’ର ପ୍ରେମ ତାକୁ କ’ଣ କେହି ଜ୍ଞାନୀ କହିବ? ଆଜିକାଲି ଲୋକେ ପୁସ୍ତକ ପଢି ଜ୍ଞାନୀ ବୋଲାଉଛନ୍ତି । ସେଥି ପାଇଁ ବ୍ରହ୍ମଚର୍ଯ୍ୟ ପାଳନର ଆବଶ୍ୟକତା ଅନୁଭବ କରୁ ନାହାନ୍ତି । ଜ୍ଞାନର ଶୋଭା ପ୍ରେମରେ, ଭକ୍ତିରେ ନୁହେଁ । ଭୋଗାସକ୍ତ ବ୍ୟକ୍ତିର ଉମ ସ୍ବାସ୍ଥ୍ୟ ରହେ ନାହିଁ । ତା’ର ମନ ସ୍ଥିର ରହେ ନାହିଁ । ମନରେ ଧନର ମୋହ ଥାଇ ମୁହଁରେ ଈଶ୍ୱର କଥା କହୁଥିବା ବ୍ୟକ୍ତି ଈଶ୍ୱରାନୁଭୁତି ଜନିତ ଆନନ୍ଦ ପାଇ ପାରେ ନାହିଁ ।
ଯିଏ ସର୍ବସ୍ବ ଭଗବାନଙ୍କ ଉପରେ ଛାଡି ଦିଏ ସ୍ବୟଂ ଭଗବାନ ତା’ର ଚିନ୍ତା କରନ୍ତି । ମହାଭାରତ ଯୁଦ୍ଧରେ ଭୀଷ୍ମ ପ୍ରତିଜ୍ଞା କଲେ ଯେ ଆସନ୍ତା କାଲି ଯୁଦ୍ଧରେ ମୁଁ ଅର୍ଜୁନକୁ ବଧ କରିବି । ଅର୍ଜୁନ ଉପରେ ଏହାର କିପରି ପ୍ରତିକ୍ରିୟା ପଡିଛି ଜାଣିବା ପାଇଁ ଶ୍ରୀକୃଷ୍ଣ ତା’ ପାଖରେ ପହି ଦେଖିଲେ ଯେ ସେ ନିଶ୍ଚିନ୍ତରେ ଶୋଇଛନ୍ତି । ଭୀଷ୍ମ ପ୍ରତିଜ୍ଞା ଶୁଣି ସୁଦ୍ଧା ଅର୍ଜୁନଙ୍କ ଏହି ନିଶ୍ଚିନ୍ତତାର କାରଣ ବିଷୟରେ ଶ୍ରୀକୃଷ୍ଣ ତାଙ୍କୁ ପ·ରିଲେ । ଅର୍ଜୁନ କହିଲେ, “ଏଥିରେ ମୋର ଚିନ୍ତା କରିବାର କ’ଣ ଅଛି । ମୋ କଥା ଚିନ୍ତା କରିବା ପାଇଁ ମୋର ସ୍ବାମୀ ଅଛନ୍ତି । ସେ ମୋର ଚିନ୍ତା କରିବେ । ତେଣୁ ମୁଁ ନିଶ୍ଚିନ୍ତରେ ଶୋଇଛି ।” ଈଶ୍ୱରଙ୍କୁ ଯେ ପର୍ଯ୍ୟନ୍ତ ମନୁଷ୍ୟର ଚିନ୍ତା ହୁଏ ନାହିଁ, ସେ ପର୍ଯ୍ୟନ୍ତ ସେ ନିଶ୍ଚିନ୍ତ ହୋଇ ପାରେ ନାହିଁ । ସଂସାରର ପ୍ରତ୍ୟେକ  ପଦାର୍ଥରେ ଉଭୟ ଦୋଷ ଓ ଗୁଣ ଅଛି । ଦୃଷ୍ଟି ଏପରି ଗୁଣମୟୀ ହେବା ଉଚିତ ଯେ କାହାରି ଦୋଷ ଯେମିତି ଦୃଶ୍ୟ ନ ହେବ । “ଦୃଷ୍ଟିଂ ଜ୍ଞାନମୟୀ କୃତ୍ୱା ପଶ୍ୟତ୍ ବ୍ରହ୍ମମୟଂ ଜଗତ୍  ।” ଯାହାର ଦୃଷ୍ଟି ଗୁଣମୟୀ ଅଟେ ସେ ହିଁ ସନ୍ଥ । ଅଭିମାନ ପନର କାରଣ । କାହାରି ଦୋଷ ଦେଖିବା ଅନୁଚିତ । କାହାରି ପାପ କର୍ମର ବି·ର ନ କରିବା କିମ୍ବା ବାଣୀ ଦ୍ୱାରା ତାହା ବର୍ଣ୍ଣନା ନ କରିବା ହେଉଛି ସନ୍ଥର ଲକ୍ଷଣ । ସନ୍ଥ ହେବା ପାଇଁ ଘର ଗୃହସ୍ଥ ତ୍ୟାଗ କରିବା ଆବଶ୍ୟକ ନୁହେଁ । ଘରେ ରହି ମଧ୍ୟ ଈଶ୍ୱରଙ୍କୁ ପ୍ରାପ୍ତ କରି ହେବ । ଗୈରିକ ବସ୍ତ୍ର ପରିଧାନ କଲେ କେହି ସନ୍ଥ ହୋଇ ଯାଏ ନାହିଁ । ବସ୍ତ୍ର ପରିବର୍ନ ନୁହେଁ, ମନ ପରିବର୍ରେ ଆବଶ୍ୟକତା ରହିଛି । ସ୍ବୟଂ ମନର ଅଧିନ ନ ହୋଇ, ମନକୁ ନିଜ ଅଧିନରେ ରଖିବାକୁ ହେବ । ସର୍ବସ୍ବ ତ୍ୟାଗ କରି ଜଙ୍ଗଲକୁ ପଳାୟନ କରିବା ଦରକାର ନାହିଁ । ସବୁ ଛାଡିବା ଦ୍ୱାରା ନିବୃି ସମୟରେ ଇନ୍ଦ୍ରିୟ ସମୂହ ବହୁତ ପୀଡା ଦିଅନ୍ତି । ପରମାତ୍ମା ମିଳନ, ଜୀବନର ଏକମାତ୍ର ଲକ୍ଷ୍ୟ । ଏହା ଯେ ସତତ ସ୍ମରଣ ରଖେ ସେ ହେଉଛନ୍ତି ସନ୍ଥ । ଜଗତ କଳୁଷିତ ହୋଇ ନାହିଁ । ମନ କଳୁଷିତ ହୋଇ ଯାଇଛି । ମନ ସୁଧୁରିଲେ ଜଗତ ମଧ୍ୟ ଆପେ ସୁଧୁରି ଯିବ । ମୃତୁ୍ୟ ସ୍ମରଣରେ ମନ ସୁଧୁରେ । ମୃତୁ୍ୟକୁ ଭୁଲିଯାଇଥିବାରୁ ମନ ବିଗିଡିଛି । ଆଗାମୀ ସାତ ଦିନ ପରେ ମୃତୁ୍ୟ ନିଶ୍ଚିତ ଜାଣିବା ପରେ ପରୀକ୍ଷିତଙ୍କ ମନରେ ବୈରାଗ୍ୟ ଭାବ ଜାଗ୍ରତ ହୋଇଥିଲା ଓ ସେ ସମସ୍ତ ରାଜକୀୟ ବିଳାସ ବ୍ୟସନ ତ୍ୟାଗ କରିଥିଲେ ।

ଜନ୍ମ ଦୁଃଖଂ ଜରା ଦୁଃଖଂ ଜାୟା ଦୁଃଖଂ ପୁନଃ ପୁନଃ
ଅନ୍ତକାଳଂ ମହାଦୁଃଖଂ ତସ୍ମାତ୍ ଜାଗୃହି ଜାଗୃହି ।ା
(ଅର୍ଥାତ ଜନ୍ମ ଦୁଃଖ ଅଟେ, ବୃଦ୍ଧାବସ୍ଥା ଦୁଃଖମୟ ଅଟେ, ସ୍ତ୍ରୀ ଦୁଃଖ ରୂପ ଅଟେ ଏବଂ ଅନ୍ତ ସମୟ ମଧ୍ୟ ଦୁଃଖ ପୂର୍ଣ୍ଣ ଅଟେ । ଏଣୁ ଜାଗ୍ରତ ହୁଅ, ଜାଗ୍ରତ ହୁଅ ।)
ପ୍ରତ୍ୟହ ବି·ର କର ଯଦି ଆଜି ହିଁ ମୋର ମୃତୁ୍ୟ ହୋଇଯାଏ ତେବେ ମୋର ଗତି ସ୍ବର୍ଗକୁ ନା ନର୍କକୁ । ମୃତୁ୍ୟର ନି ବାରଣ ସମ୍ଭବ ନୁହେଁ । ତେବେ କାହିଁ କି ପାପ କର୍ମ କରିବା?” ଏହି ଭୂଲୋକରେ ମଣିଷ ଦିନେ ନା ଦମୃତୁ୍ୟର ଶରଣ ନେବ । ; ଏହା ଜାଣି ବି ସେ ପାପ ଆଚରଣ ତ୍ୟାଗ କରେ ନାହିଁ । (କ୍ରମଶଃ)